ସପ୍ତଦଶୋଽଧ୍ୟାୟଃ

ଶ୍ରଦ୍ଧାତ୍ରୟ ବିଭାଗଯୋଗଃ

ତିନି ପ୍ରକାର ଶ୍ରଦ୍ଧା ଓ ତଦନୁସାରେ ଉପାସନା

ତି୍ରବିଧା ଭବତି ଶ୍ରଦ୍ଧା ଦେହିନାଂ ସା ସ୍ୱଭାବଜା ।

ସା୍ୱିକୀ ରାଜସୀ ଚୈବ ତାମସୀ ଚେତି ତାଂ ଶୃଣୁ ।ା୨ାା

ସ୍ୱାନୁରୂପା ସର୍ବସ୍ୟ ଶ୍ରଦ୍ଧା ଭବତି ଭାରତ ।

ଶ୍ରଦ୍ଧାମୟୋଽୟଂ ପୁରୁଷୋ ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ ।ା୩ାା

ଯଜନ୍ତେ ସା୍ୱିକା ଦେବାନ୍ ଯକ୍ଷରକ୍ଷାଂସି ରାଜସାଃ ।

ପ୍ରେତାନ୍ ଭୂତ ଗଣାଂଶ୍ଚାନ୍ୟେ ଯଜନ୍ତେ ତାମସା ଜନାଃ ।ା୪ାା

ଅଶାସ୍ତ୍ରବିହିତଂ ଘୋରଂ ତପ୍ୟନ୍ତେ ଯେ ତପୋ ଜନାଃ ।

ଦମ୍ଭାହଙ୍କାର ସଂଯୁକ୍ତାଃ କାମରାଗବଳାନ୍ୱିତାଃ ।ା୫ାା

କର୍ଶୟନ୍ତଃ ଶରୀରସ୍ଥଂ ଭୂତଗ୍ରାମମଚେତସଃ ।

ମାଂ ଚୈବାନ୍ତଃ ଶରୀରସ୍ଥଂ ତାନ୍ବିଦ୍ଧ୍ୟାସୁରନିଶ୍ଚୟାନ୍ ।ା୬ାା

ଅର୍ଥ : ମନୁଷ୍ୟାତ୍ମାମାନଙ୍କର ସ୍ୱଭାବତଃ ତିନି ପ୍ରକାର ଶ୍ରଦ୍ଧା ଯଥା : ସା୍ୱିକୀ, ରାଜସୀ ଓ ତାମସୀ ରହିଥାଏ । ତାହା ତୁମେ ଶୁଣ ।ା୨ାା ପ୍ରତ୍ୟେକ ମଣିଷର ଶ୍ରଦ୍ଧା ସେମାନଙ୍କ ପ୍ରକୃତି ଓ ସ୍ୱଭାବର ଅନୁସରଣ କରେ । ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ନା କୌଣସି ପ୍ରକାର ଶ୍ରଦ୍ଧା ଥାଏ । ଯା'ର ଶ୍ରଦ୍ଧା ଯେପରି ସେ ସେପରି ହୁଏ ।ା୩ାା ସା୍ୱିକ ସ୍ୱଭାବର ଲୋକେ ଦେବତାମାନଙ୍କର ଉପାସନା କରନ୍ତି; ରାଜସିକ ସ୍ୱଭାବର ଲୋକେ ଯକ୍ଷ ଓ ରାକ୍ଷସମାନଙ୍କ ଉପାସନା କରନ୍ତି ଏବଂ ତାମସିକ ସ୍ୱଭାବ ସଂପନ୍ନ ଲୋକେ ଭୂତ-ପ୍ରେତାଦିଙ୍କ ଉପାସନା କରନ୍ତି ।ା୪ାା ଦମ୍ଭ ଓ ଅହଙ୍କାରଯୁକ୍ତ ତଥା କାମ ଓ ରାଗ (ଆସକ୍ତି)ର ବଳ (ବେଗ)ରେ ପ୍ରେରିତ ଯେଉଁ ମନୁଷ୍ୟ ଶାସ୍ତ୍ର ବିରୁଦ୍ଧ ଘୋର ତପସ୍ୟା କରନ୍ତି; ସେହି ମୂଢ଼ଲୋକେ ଶରୀରରେ ବିଦ୍ୟମାନ ପଭୂତଗୁଡିକୁ ତଥା ଶରୀରାଭ୍ୟନ୍ତରସ୍ଥିତ ମୋତେ (ଆତ୍ମା) କଷ୍ଟ ଦିଅନ୍ତି । ଏପରି ମନୁଷ୍ୟମାନଙ୍କୁ ତୁ ଅସୁର ପ୍ରକୃତିର ବୋଲି ଜାଣ ।ା୫-୬ାା

ବ୍ୟାଖ୍ୟା : ବାସନା ଓ ସହଜାତ ସଂସ୍କାର ଅନୁସରଣରେ କର୍ମ କରିବା ହେଉଛି ପଶୁର ଧର୍ମ । ତେଣୁ ଯେଉଁ ମନୁଷ୍ୟ ବ୍ୟକ୍ତିଗତ ବାସନାର ବଶବର୍ୀ ହୋଇ କର୍ମ କରେ ସେ ପଶୁ ତୁଲ୍ୟ । ଗୀତାରେ (ଷୋଡଶ ଅଧ୍ୟାୟ) ଏପରି ମନୁଷ୍ୟକୁ ଅସୁର ବୋଲି ଅଭିହିତ କରାଯାଇଛି । ମନୁଷ୍ୟ ପାଇଁ କର୍ମର ଏକ ଉଚ୍ଚତର ଆଦର୍ଶ ଅଛି । ଏହି ଆଦର୍ଶର ଅନ୍ୱେଷଣ କରୁ କରୁ ମନୁଷ୍ୟ ଯେଉଁ ସତ୍ୟର ସନ୍ଧାନ ପାଇଛି ତାକୁ ସେ ମାନବ ସମାଜର କଲ୍ୟାଣ ପାଇଁ ଲିପିବଦ୍ଧ କରିଛି । ଅନ୍ତର୍ବୋଧ, ଅଭିଜ୍ଞତା ଓ ପ୍ରଜ୍ଞା ଆଧାରରେ ଯେଉଁ ଜ୍ଞାନ ଓ ଶିକ୍ଷା ପୁସ୍ତକରେ ଲିପିବଦ୍ଧ ହୁଏ ତାକୁ ଶାସ୍ତ୍ର କୁହାଯାଏ । ଯେପର୍ଯ୍ୟନ୍ତ ମନୁଷ୍ୟର ସଂସ୍କାରମୂଳକ ବାସନାମୟୀ ପ୍ରକୃତି ଆତ୍ମସଂଯମ ଦ୍ୱାରା ବଶୀଭୂତ ନ ହୋଇଛି ସେ ପର୍ଯ୍ୟନ୍ତ ଶାସ୍ତ୍ରକୁ କର୍ବ୍ୟାକର୍ବ୍ୟର ପ୍ରମାଣ ରୂପେ ସ୍ୱୀକାର କରିବାକୁ ହେବ । ଏଠାରେ ମନେ ରଖିବାକୁ ହେବ ଯେ ତାମସିକ ସ୍ୱଭାବ ଓ ଗତାନୁଗତିକ ଅଭ୍ୟାସ ବଶତଃ ଅଜ୍ଞ ଭାବରେ ଦେଶାଚାର ବା ଲୋକାଚାର ଦ୍ୱାରା ପ୍ରଭାବିତ ହୋଇ ମନୁଷ୍ୟ ଲିପିବଦ୍ଧ କରିଯାଇଥିବା କର୍ମର ବିଧିବିଧାନକୁ ଶାସ୍ତ୍ରର ମର୍ଯ୍ୟାଦା ଦିଆଯାଇ ପାରେ ନାହିଁ । ଶାସ୍ତ୍ର ହେଉଛି ସା୍ୱିକ ମନୁଷ୍ୟର ଅନୁସନ୍ଧାନ ଲବ୍ଧ ଓ ଅନୁଭବ ସିଦ୍ଧ କେତେଗୁଡିଏ ଶିକ୍ଷାମୂଳକ ଆବିଷ୍କାରର ସମଷ୍ଟି । କିନ୍ତୁ ଏହା ମାନବ ଜୀବନର ଲକ୍ଷ୍ୟ ନୁହେଁ; ଏହା କେବଳ ସତ୍ୟ ମାର୍ଗରେ ପରିଚାଳିତ ହେବାର ଉପାୟ ମାତ୍ର । ଆତ୍ମାକୁ ଦେହ ବନ୍ଧନରୁ ମୁକ୍ତ କରି ପରମ ପଦ ଲାଭ କରିବା ହେଉଛି ମାନବ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ । ଏଥିପାଇଁ ସର୍ବ ଧର୍ମ ପରିତ୍ୟାଗ ପୂର୍ବକ ପରମାତ୍ମାଙ୍କୁ କେବଳ ଗୁରୁ ରୂପରେ ସ୍ୱୀକାର କରି ତାଙ୍କ ନିର୍ଦ୍ଧେଶିତ ମାର୍ଗରେ ପରିଚାଳିତ ହେବାକୁ ହେବ ।

ଯେତେବେଳେ ପରମାତ୍ମା ସୃଷ୍ଟିରେ ସତ୍ୟ ଧର୍ମର ସ୍ଥାପନା ଓ ଅଧର୍ମର ବିନାଶ ପାଇଁ ସାକ୍ଷାତ ଆବିର୍ଭୂତ ହୁଅନ୍ତି ସେତେବେଳେ ଶାସ୍ତ୍ରବାଦୀଗଣ ଶାସ୍ତ୍ରକ୍ତୋବିଧିନିଷେଧର ଦ୍ୱାହି ଦେଇ ଈଶ୍ୱରୀୟ ମତର ବିରୋଧ କରନ୍ତି । ଅବଜାନନ୍ତି ମାଂ ମୁଢ଼ା ମାନୁଷୀଂ ତନୁମାଶ୍ରିତମ  ।ା ଗୀ-୯/ ୧୧ାା ଅନେକ ଶାସ୍ତ୍ରର ପାଣ୍ଡିତ୍ୟ ଥାଇ ମଧ୍ୟ ଯଦି ମନୁଷ୍ୟ ପରମାତ୍ମାଙ୍କୁ ଚିହ୍ନି ନ ପାରେ ତେବେ ସେଥିରେ କି ଲାଭ ? ଓଡିଆ ଭାଗବତରେ ଯଥାର୍ଥରେ କୁହାଯାଇଛି ""ସେ ଯେବେ ସବୁ ଶାସ୍ତ୍ର ଜାଣେ । ପରମାନନ୍ଦଙ୍କୁ ନ ଚିହ୍ନେ । ସକଳ ଶାସ୍ତ୍ର ବ୍ୟର୍ଥ ତାର, କେବଳ ଶ୍ରମ ମାତ୍ର ସାର ।'' ଶ୍ରଦ୍ଧାବିନା ପରମାତ୍ମା ପ୍ରାପ୍ତି ସମ୍ଭବ ନୁହେଁ । ତେଣୁ ପରମାତ୍ମା କହନ୍ତି, ""ଶ୍ରଦ୍ଧାବାନ ଜିତେନ୍ଦ୍ରିୟ ବ୍ୟକ୍ତି ଜ୍ଞାନ ଲାଭ କରି ଶୀଘ୍ର ପରମ ଶାନ୍ତି ପ୍ରାପ୍ତହୁଏ ଏବଂ ଶ୍ରଦ୍ଧାହୀନ ସଂଶୟଯୁକ୍ତ ଅଜ୍ଞାନ ବ୍ୟକ୍ତି ବିନଷ୍ଟ ହୁଏ । ସଂଶୟାତ୍ମା ବ୍ୟକ୍ତିର ଇହଲୋକ ନାହିଁ , ପରଲୋକ ନାହିଁ ଏବଂ ସୁଖ ମଧ୍ୟନାହିଁ ।''(ଗୀ- ୪/୩୯-୪୦)ା ବ୍ୟକ୍ତିର କୌଣସି ବିଷୟ ପ୍ରତି ଥିବା ଅନୁରକ୍ତି,ଅଭିରୁଚି ବା ବିଶ୍ୱାସକୁ "ଶ୍ରଦ୍ଧା' ବୋଲି କୁହାଯାଏ । ପ୍ରତ୍ୟେକ ଲୋକର ଶ୍ରଦ୍ଧା ତା'ର ସ୍ୱଭାବ ଅନୁରୂପ ହୋଇଥାଏ । ମନୁଷ୍ୟର ସ୍ୱଭାବ ବା ସହଜାତ ପ୍ରବୃି ହେଉଛି ଅନେକ ଜନ୍ମର ସିତ ସଂସ୍କାରର ଅଭିବ୍ୟକ୍ତି ମାତ୍ର । ଶ୍ରଦ୍ଧା ତିନି ପ୍ରକାର; ସା୍ୱିକୀ, ରାଜସୀ ଓ ତାମସୀ । ମନୁଷ୍ୟର ସ୍ୱଭାବ ଅନୁସାରେ ତା'ମଧ୍ୟରେ ଭିନ୍ନ ଭିନ୍ନ ଶ୍ରଦ୍ଧା ଆତ୍ମ ପ୍ରକାଶ କରେ । ଏହି ଶ୍ରଦ୍ଧା ତା'ମଧ୍ୟରେ ବ୍ୟକ୍ତିତ୍ୱ ରୂପରେ ପରିସ୍ଫୁଟ ହୁଏ । ଯାହାର ଅନ୍ତଃକରଣରେ ଯେପରି ଶ୍ରଦ୍ଧା ଥାଏ ତା'ର ନିଷ୍ଠା ବା ସ୍ଥିତି ମଧ୍ୟ ସେହିପରି ହୋଇଥାଏ । ଯେଉଁମାନେ ପରମାତ୍ମା ପ୍ରାପ୍ତି ପାଇଁ ପ୍ରୟାସରତ ସେମାନଙ୍କ ଶ୍ରଦ୍ଧା ସା୍ୱିକ । ଉପଯୁକ୍ତ ପରିବେଶ ଅଭାବରେ ହୁଏତ ସେମାନେ ରଜଗୁଣ ବା ତମଃ ଗୁଣ ଦ୍ୱାରା ପ୍ରଭାବିତ ହୋଇ ସେହି ଅନୁରୂପ କାର୍ଯ୍ୟ କରୁଥାନ୍ତି । କିନ୍ତୁ ଆଧ୍ୟାତ୍ମିକତା ପ୍ରତି ସେମାନଙ୍କର ସ୍ୱାଭାବିକ ଅଭିରୁଚି ଥାଏ । ସତ୍ ଜ୍ଞାନ ଓ ସତ୍ସଙ୍ଗ ଲାଭ କଲେ ସେମାନେ ସେମାନଙ୍କ ଅନ୍ତଃକରଣ ଶୁଦ୍ଧି ପାଇଁ ତପôର ହୋଇ ପଡନ୍ତି । ଯେଉଁମାନେ ଧନ, ସମ୍ପି, ଦୈହିକ ସୁଖ-ଶାନ୍ତି, ଭୋଗ ଆଦିର କାମନା ରଖନ୍ତି ସେମାନଙ୍କ ଶ୍ରଦ୍ଧା ରାଜସୀ । ଯେଉଁମାନେ ପରମାତ୍ମାଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି ତଥା ଆହାର ବିହାର, ନିଦ୍ରା ଓ ମୈଥୁନକୁ ଜୀବନର ପରମ ଲକ୍ଷ୍ୟ ମନେ କରନ୍ତି ସୋମାନଙ୍କ ଶ୍ରଦ୍ଧା ତାମସୀ ।

କୌଣସି ବ୍ୟକ୍ତିର କାର୍ଯ୍ୟକଳାପରୁ ସେ ସା୍ୱିକ, ରାଜସିକ ବା ତାମସିକ ମଧ୍ୟରୁ କେଉଁ ଶ୍ରେଣୀର ତାହା ଜଣାପଡେ । କାର୍ଯ୍ୟ ଦେଖି କାରଣକୁ ଜାଣି ହୁଏ । ଏହି ନ୍ୟାୟରେ ସା୍ୱିକ ବ୍ୟକ୍ତି ଦେବ ଉପାସକ । ଏଠାରେ "ଦେବ' ଶବ୍ଦକୁ ପୁରାଣ ବର୍ଣ୍ଣିତ ବ୍ରହ୍ମା, ବିଷ୍ଣୁ, ଶଙ୍କର, ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର ଆଦି ଦେବତାଙ୍କ ପର୍ଯ୍ୟାୟବାଚୀ ରୂପେ ଗ୍ରହଣ କରିବା ଉଚିତ ନୁହେଁ ।କାରଣ ଗୀତା ସମଗ୍ର ମାନବ ସମାଜକୁ ଦୁଇ ଭାଗରେ ବିଭକ୍ତ କରିଛି । ""ଦ୍ୱୌ ଭୂତସର୍ଗୌ ଲୋକେସ୍ମିନ ଦୈବ ଆସୁର ଏବ ଚ'' ।ାଗୀ ୧୬/୬ାା ଷୋଡଶ ଅଧ୍ୟାୟରେ ଦୈବୀ ଓ ଆସୁରୀ ସ୍ୱାଭାବଯୁକ୍ତ ମନୁଷ୍ୟମାନଙ୍କର ବର୍ଣ୍ଣନା ବିସ୍ତାର ଭାବରେ କରାଯାଇଛିି । ଦୈବୀଗୁଣଯୁକ୍ତ ମନୁଷ୍ୟମାନଙ୍କୁ "ଦେବତା' ଓ ଆସୁରୀଗୁଣ ଯୁକ୍ତ ମନୁଷ୍ୟମାନଙ୍କୁ "ଅସୁର' କହିବା ପ୍ରାସଙ୍ଗିକ ମନେ ହୁଏ । ସେହିପରି "ଯଜନ୍ତେ' ପଦକୁ ଏଠାରେ "ପୂଜାକରିବା' ଅର୍ଥରେ ଗ୍ରହଣ କରାଯିବା ଅନୁଚିତ । ଏଠାରେ ଦେବ ଉପାସନାର ଅର୍ଥ ହେଉଛି ଦୈବୀ ସମ୍ପିର ବିକାଶ ବା ଦୈବୀଗୁଣଗୁଡିକ ଧାରଣ ପାଇଁ ପ୍ରଯନô କରିବା । ପୁରାଣ ବର୍ଣ୍ଣିତ ଦେବତାମାନେ ମଧ୍ୟ ବିଶେଷ ଗୁଣ ବା ଶକ୍ତିର ପ୍ରତୀକ । କର୍ମକାଣ୍ଡ ଆଧାରରେ ଧୂପ, ଦୀପ, ନୈବେଦ୍ୟ ଆଦି ଦ୍ୱାରା ସେମାନଙ୍କ ପୂଜାର୍ଚ୍ଚନା କରିବା ଅଜ୍ଞାନତା ସୂଚକ । ଏହି ପ୍ରକାର ଉପାସନାକୁ ଗୀତା ଅବିଧି ବୋଲି କହିଛି । ""ଯଜନ୍ତ୍ୟବିଧି ପୂର୍ବକମ୍ ।'' ଗୀ-୯/୨୩ ।ା ଯାହାକୁ ଆମେ ଭକ୍ତି କରୁ ତାଙ୍କର ଆଦର୍ଶ ଓ ଦୈବୀଗୁଣଗୁଡିକୁ ନିଜ ଜୀବନରେ ଧାରଣ କରିବା ହେଉଛି ତାଙ୍କ ପ୍ରତି ପ୍ରକୃତ ନିଷ୍ଠା ଓ ପୂଜା ।

ରଜୋଗୁଣ ସମ୍ପନ୍ନ ବ୍ୟକ୍ତି ବିଷୟ ଭୋଗ ପ୍ରତି ବିଶେଷ ଆସକ୍ତି ରଖନ୍ତି । ସେଥିପାଇଁ ସେମାନେ ଯକ୍ଷ ଓ ରାକ୍ଷସମାନଙ୍କୁ ପୂଜା କରନ୍ତି । ""ଯକ୍ଷରକ୍ଷାଂସି ରାଜସଃ'' । "ଯକ୍ଷ' ଶବ୍ଦ ଧନ ସଂଗ୍ରହକାରୀ ଓ "ରାକ୍ଷସ' ଶବ୍ଦ ଶାରୀରିକ ବଳ ଦ୍ୱାରା ପ୍ରତିଷ୍ଠିତ ଶକ୍ତିଶାଳୀ ଓ ପାପୀ ବ୍ୟକ୍ତିର ପ୍ରତୀକ । ଏଠାରେ ମନେ ରଖିବାକୁ ହେବ ଯେ ଯକ୍ଷ ଓ ରାକ୍ଷସ କୌଣସି ଯୋନି ବିଶେଷ ନୁହେଁ । ଏହା ମନୁଷ୍ୟାତ୍ମାର ପ୍ରବୃି ବିଶେଷକୁ ସୂଚାଏ । ଦେବତା, ଯକ୍ଷ, ରକ୍ଷ, ଗନ୍ଧର୍ବ, କିନ୍ନର ଆଦି ମନୁଷ୍ୟ ସମାଜରେ ଥିବା ବିଭିନ୍ନ ପ୍ରବୃି ବିଶେଷ ବ୍ୟକ୍ତିଙ୍କର ନାମାନ୍ତର ମାତ୍ର । ରଜୋଗୁଣ ଓ ତମୋଗୁଣ ଆସୁରୀ ସମ୍ପିର ଅନ୍ତର୍ଭୁକ୍ତ । କାରଣ କାମ ଓ କ୍ରୋଧ ରଜୋଗୁଣରୁ ଜାତ ହୁଅନ୍ତି । ""କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ ।'' । ଗୀ- ୩/୩୭ ।ା ଆସୁରୀ ସମ୍ପି ତାଲିକାରେ କାମ ଓ କ୍ରୋଧ ଶୀର୍ଷ ସ୍ଥାନୀୟ । ତେଣୁ, ଏହି ପରିପ୍ରେକ୍ଷୀରେ ଯେଉଁମାନେ ନିଜର କାମନା ପୂର୍ି ପାଇଁ ଧନ ସମ୍ପି ସଂଗ୍ରହରେ ପ୍ରବୃ ରହନ୍ତି ତଥା ଆତ୍ମିକ ଶକ୍ତି ଅପେକ୍ଷା ଶାରୀରିକ ଶକ୍ତିର ବିକାଶ ପାଇଁ ତପôରତା ଦେଖାନ୍ତି ସେମାନଙ୍କୁ ଯକ୍ଷ ଓ ରାକ୍ଷସର ପୂଜକ ବୋଲି କୁହାଯାଇଛି ।

ତାମସ ପ୍ରକୃତିର ବ୍ୟକ୍ତି ଭୂତ ପ୍ରେତର ଉପାସକ ଅଟନ୍ତି । ମୃତୁ୍ୟ ହେଲେ ମନୁଷ୍ୟ ସୂକ୍ଷ୍ମ ଶରୀର ଧାରଣ କରି ଅନ୍ୟ ଏକ ନୂତନ ଶରୀରରେ ପ୍ରବେଶ କରେ । ଏହି ସୂକ୍ଷ୍ମ ଶରୀର ଏକ ଅଦୃଶ୍ୟ (ସୂକ୍ଷ୍ମ) ପ୍ରକାଶ ତ୍ୱରେ ନିର୍ମିତ । ଯେଉଁ ମନୁଷ୍ୟାତ୍ମା କୌଣସି କାରଣ ବଶତଃ ସେଙ୍ଗ ସେଙ୍ଗ ପୁନର୍ଜନ୍ମ ନିଏ ନାହିଁ, ସେ ସୂକ୍ଷ୍ମ ଶରୀର ଧାରଣ କରି ବାୟୁମଣ୍ଡଳରେ ଘୂରି ବୁଲୁଥାଏ । ମୃତୁ୍ୟ ଏବଂ ପୁର୍ନଜନ୍ମର ସମୟାବଧିରେ ମନୁଷ୍ୟାତ୍ମାର ସୂକ୍ଷ୍ମ ଶରୀରରେ ଅବସ୍ଥାନ କାଳୀନ ସ୍ଥିତିକୁ "ପ୍ରେତ' ବୋଲି କୁହାଯାଏ । ତାମସିକ ସ୍ୱଭାବର ମନୁଷ୍ୟମାନେ ପୂଜା ଉପାସନା (ତନ୍ତ୍ର ମନ୍ତ୍ର ସାଧନା) ଦ୍ୱାରା ଏହି ଭୂତ-ପ୍ରେତମାନଙ୍କୁ ବଶୀଭୂତ କରି ସେମାନଙ୍କ ଦ୍ୱାରା ନିଜର ସ୍ୱାର୍ଥ ସାଧନ କରନ୍ତି । ଏହି ଭୂତ-ପ୍ରେତଗଣ ମଧ୍ୟ ନିଜ ନିଜ ସ୍ୱଭାବ ଅନୁସାରେ ସେମାନଙ୍କ ସାଧକଙ୍କ ଦ୍ୱାରା ପୂର୍ବ ଜନ୍ମର ଅପୂର୍ଣ୍ଣ ମନୋବାସନା ଓ କାମନାକୁ ପୂର୍ଣ୍ଣ କରିଥାନ୍ତି । ଭୂତ-ପ୍ରେତର ଉପାସକ ବା ସାଧକମାନଙ୍କୁ ତାନ୍ତ୍ରିକ, ଗୁଣିଆ, ଅଘୋରୀ, ଦେହୁରୀ ଆଦି କୁହାଯାଏ । ଗ୍ରାମାଳରେ ଲୋକମାନେ ଆଜି ମଧ୍ୟ ରୋଗବ୍ୟାଧିରୁ ଆରୋଗ୍ୟ ଲାଭ ତଥା ନିଜର ଅଭୀଷ୍ଟ କାମନା ପୂରଣ ପାଇଁ ସେମାନଙ୍କ ଆଶ୍ରୟ ନିଅନ୍ତି । ନୀରିହ ଓ ସରଳ ଜନ ସାଧାରଣ ସେମାନଙ୍କ ମାୟା କୁହେଳିକାରେ ବିଭ୍ରାନ୍ତ ହୁଅନ୍ତି ।

ଯେଉଁ ଗ୍ରନ୍ଥ ମଣିଷକୁ ସତ୍ମାର୍ଗରେ ପରିଚାଳିତ କରେ ତାହା "ଶାସ୍ତ୍ର' ପଦବାଚ୍ୟ । କୌଣସି ଧର୍ମ ସଂପ୍ରଦାୟର ଦାର୍ଶନିକ ଗ୍ରନ୍ଥକୁ "ଶାସ୍ତ୍ର' କୁହାଯାଇ ନ ପାରେ । ଦର୍ଶନ ଏକ ଧାର୍ମିକ ପରିକଳ୍ପନା (ଐଚ୍ଚକ୍ଟ୍ରକ୍ଟଗ୍ଧଷରଗ୍ଦସଗ୍ଦ) ମାତ୍ର । ବ୍ୟବହାରିକ ଜୀବନରେ ଯେତେବେଳେ ଏହା ସତ୍ୟ ସିଦ୍ଧ ହୁଏ ସେତେବେଳେ ତାକୁ ସିଦ୍ଧାନ୍ତ (ଖବଙ୍ଗ) ବା ଶାସ୍ତ୍ରୀୟ ପ୍ରମାଣ ରୂପେ ମାନ୍ୟତା ମିଳେ । ଏହିପରି ଅନେକଗୁଡିଏ ପ୍ରାମାଣିକ ସିଦ୍ଧାନ୍ତ ଯେଉଁ ଗ୍ରନ୍ଥରେ ଲିପିବଦ୍ଧ ହୋଇଥାଏ ତାକୁ "ଶାସ୍ତ୍ର' କୁହାଯାଏ । ତେଣୁ ମଣିଷ କ'ଣ କରିବା ଉଚିତ ଏବଂ କ'ଣ କରିବା ଉଚିତ ନୁହେଁ ସେ ବିଷୟରେ ଶାସ୍ତ୍ରକୁ ପ୍ରମାଣ ମାନିବା ପାଇଁ ଗୀତା ନିର୍ଦ୍ଧେଶ ଦେଇଛି । ""ତସ୍ମାତ୍ ଶାସ୍ତ୍ରଂ ପ୍ରମାଣଂ ତେ କାର୍ଯ୍ୟାକାର୍ଯ୍ୟବ୍ୟବସ୍ଥିତୌ । ଜ୍ଞାତ୍ୱା ଶାସ୍ତ୍ର ବିଧାନୋକ୍ତଂ କର୍ମ କର୍ୃମିହାର୍ହସି ।ା ଗୀ-୧୬/୨୪ ।ା ଗୀତା ପରମାତ୍ମାଙ୍କ ପ୍ରତ୍ୟକ୍ଷ ବାଣୀ । ତେଣୁ ଏହାକୁ ସର୍ବଶାସ୍ତ୍ର ଶିରୋମଣି ବୋଲି କୁହାଯାଏ । ଏହା ସାକ୍ଷାତ ଈଶ୍ୱରଙ୍କ ମୁଖ ନିସୃତ ବାଣୀ ହୋଇଥିବାରୁ ଏହାକୁ ଈଶ୍ୱରୀୟ ଜ୍ଞାନ ମଧ୍ୟ କୁହାଯାଏ । ଶାସ୍ତ୍ର ଜ୍ଞାନ ଅବୁଭବ ସିଦ୍ଧ ହେଲେ ମଧ୍ୟ ସ୍ଥାନ ଓ କାଳ ଭେଦରେ ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇ ନ ପାରେ । କିନ୍ତୁ ଈଶ୍ୱରୀୟ ଜ୍ଞାନ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ରାଷ୍ଟ୍ରୀୟତା ନିର୍ବିଶେଷରେ ସମସ୍ତଙ୍କ ପାଇଁ ଗ୍ରହଣୀୟ ଓ କଲ୍ୟାଣପ୍ରଦ ବିଚାର କରାଯାଏ । ଧର୍ମଗ୍ଳାନି ସମୟରେ ପରମାତ୍ମା ଅବତରଣ କରି ଯେତେବେଳେ ସାକ୍ଷାତ ଈଶ୍ୱରୀୟ ଜ୍ଞାନ ଶୁଣାନ୍ତ୍ି ସେତେବେଳେ ସଂସାରରେ ଉପଲବ୍ଧ ସମସ୍ତ ଶାସ୍ତ୍ର-ପୁରାଣ ଗୌଣ ହୋଇଯାଏ । କିନ୍ତୁ ପରମାତ୍ମାବତରଣ ପୂର୍ବରୁ ପ୍ରତ୍ୟେକେ ନିଜ ନିଜ ସଂପ୍ରଦାୟର ଶାସ୍ତ୍ରକୁ ପ୍ରମାଣ ରୂପେ ମାନି ଚଳିବା ଉଚିତ । କାରଣ ଶାସ୍ତ୍ର ମନୁଷ୍ୟ ସମାଜର କଲ୍ୟାଣ ପାଇଁ ଅଭିପ୍ରେତ । କୌଣସି ଆଧ୍ୟାତ୍ମିକ ଶାସ୍ତ୍ର ମନୁଷ୍ୟମାନଙ୍କୁ ହିଂସା, ଦ୍ୱେଷ, ବୈରୀଭାବ, କଳହ, ଘୃଣା ଆଦି ମାନବତା ବିରୋଧୀ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇ ନାହିଁ ।

ତାମସିକ ବ୍ୟକ୍ତିମାନେ ଶାସ୍ତ୍ର ବିଧିକୁ ମାନନ୍ତି ନାହିଁ । ଶରୀରକୁ କଷ୍ଟ ଦେଇ ହଠଯୋଗ ପୂର୍ବକ କୌଣସି ଉଗ୍ର ସାଧନା ବା ତପକୁ ଶାସ୍ତ୍ର ବିରୁଦ୍ଧ ଓ ଅବିଧି ବୋଲି ଗୀତାରେ କୁହାଯାଇଛି । ତାମସିକ ଗୁଣ ସମ୍ପନ୍ନ ବ୍ୟକ୍ତିମାନେ ଦମ୍ଭ, ଅହଙ୍କାର, କାମ, କ୍ରୋଧ ଓ ପାଶବିକ ବଳରେ ସଂଯୁକ୍ତ ହୋଇଥିବାରୁ ଶାସ୍ତ୍ରର ସମସ୍ତ ବିଧି ନିଷେଧକୁ ଉପେକ୍ଷା କରନ୍ତି । ସେମାନେ ପ୍ରଚଣ୍ଡ ରୌଦ୍ର ତାପରେ ନିଜର ଚତୁର୍ଦ୍ଧିଗରେ ଅଗ୍ନି ଜାଳି ମନଃକଳ୍ପିତ ମନ୍ତ୍ର ଜପ କରନ୍ତି । ଭୀଷଣ ଶୀତ ସମୟରେ ଥଣ୍ଡା ଜଳରେ ଶରୀରକୁ ନାକ ପର୍ଯ୍ୟନ୍ତ ବୁଡ଼ାଇ ରଖି ତପସ୍ୟା କରନ୍ତି । ଅନ୍ନ ଓ ଜଳ ଗ୍ରହଣ ନ କରି ଶରୀରକୁ କ୍ଷୀଣ କରନ୍ତି । ଧର୍ମ ଓ ତପସ୍ୟା ନାମରେ ସେମାନେ ନାନା ପ୍ରକାର ହୀନ ଓ କ୍ରୁର କର୍ମରେ ଲିପ୍ତ ରହନ୍ତି । ଏସବୁ ଉଗ୍ର କ୍ରିୟାକଳାପ ପଛରେ ସେମାନଙ୍କର କୌଣସି ମହତ୍ ଉଦ୍ଧେଶ୍ୟ ଓ ହାର୍ଦ୍ଧିକ ନିଷ୍ଠା ନ ଥାଏ । ଅଜ୍ଞାନତା ବଶବର୍ୀ ହୋଇ ଶାସ୍ତ୍ରରେ ଥିବା ଅନ୍ତର୍ନିହିତ ସତ୍ୟକୁ ସେମାନେ ଉପଲବ୍ଧି କରି ପାରନ୍ତି ନାହିଁ । ତଥାପି ମଧ୍ୟ ଲୋକମାନଙ୍କଠାରୁ ପ୍ରଶଂସା,ସମ୍ମାନ, ଆଦର ଅଭ୍ୟର୍ଥନା ପାଇବା ପାଇଁ ଘୋର ତପସ୍ୟାରେ ରତ ହୁଅନ୍ତି । ଏହିପରି କ୍ରିୟାକଳାପ ଶାସ୍ତ୍ର ବିରୁଦ୍ଧ ହୋଇଥିବାରୁ ଅବିଧି ଅଟେ । ଏପରି ବ୍ୟକ୍ତି ପରୋକ୍ଷ ଭାବରେ ଈଶ୍ୱରଦ୍ୱେଷୀ ହୋଇଥାନ୍ତି । କାରଣ ଉଗ୍ରତା, କଠୋରତା, ନିର୍ଦ୍ଧୟତା, କର୍କଶତା ଆଦି ହେଉଛି ଈଶ୍ୱରୀୟ ମାର୍ଗର ପରିପନ୍ଥୀ । ଏଗୁଡିକ ଆସୁରୀ ନିଷ୍ଠା ଏବଂ ଏହାଦ୍ୱାରା ଈଶ୍ୱର ପ୍ରାପ୍ତି କଥା ଆକାଶ-କୁସୁମ ପରିକଳ୍ପନା ବ୍ୟତୀତ ଆଉ କ'ଣ ହୋଇପାରେ ?

ତିନି ପ୍ରକାର ଆହାର

ଆୟୁଃ ସ୍ୱବଳାରୋଗ୍ୟସୁଖ ପ୍ରୀତି ବିବର୍ଧନାଃ ।

ରସ୍ୟାଃ ସ୍ନିଗ୍ଧାଃସ୍ଥିରା ହୃଦ୍ୟା ଆହାରାଃ ସା୍ୱିକପ୍ରିୟାଃ ।ା୮ାା

କଟ୍ୱମ୍ଳଲବଣାତୁ୍ୟଷ୍ଣ ତୀକ୍ଷ୍ଣରୂକ୍ଷ  ବିଦାହିନଃ ।

ଆହାରା ରାଜସସ୍ୟେଷ୍ଟା ଦୁଃଖଶୋକାମୟପ୍ରଦାଃ ।ା୯ାା

ଯାତଯାମଂ ଗତରସଂ ପୂତି ପର୍ଯୁ୍ୟଷିତଂ ଚ ଯତ୍ ।

ଉଚ୍ଛିଷ୍ଟମପି ଚାମେଧ୍ୟଂ ଭୋଜନଂ ତାମସପ୍ରିୟମ ।ା୧୦ ।ା

ଅର୍ଥ : ଆୟୁ, ସା୍ୱିକତା, ବଳ, ସ୍ୱାସ୍ଥ୍ୟ, ମୁଖ ତଥା ରୁଚି ବୃଦ୍ଧି କରୁଥିବା ରସାଳ,ସ୍ନେହଯୁକ୍ତ, ପୋଷକ ତ୍ୱରେ ପରିପୂର୍ଣ୍ଣ ଏବଂ ଚିକୁ ସନ୍ତୋଷ ପ୍ରଦାନ କରୁଥିବା ଆହାର ସା୍ୱିକ ଲୋକମାନଙ୍କର ପ୍ରିୟ ।ା୮ାା ଅତି କଟୁ, ଅତି ଅମ୍ଳ, ଅତି ଲବଣାକ୍ତ, ଅତି ଉଷ୍ଣ, ଅତି ତୀକ୍ଷ୍ଣ, ଅତି ରୁକ୍ଷ ଏବଂ ଶରୀରରେ ପ୍ରଦାହ ଉପôନ୍ନ କରୁଥିବା ଆହାର ରାଜସ ଲୋକମାନଙ୍କର ପ୍ରିୟ । ସେଗୁଡିକ ଦୁଃଖ, ଶୋକ ଏବଂ ରୋଗ ଉପôନ୍ନକାରୀ ହୋଇଥାନ୍ତି ।ା୯ାା ଏକ ପ୍ରହର ପୂର୍ବରୁ ରନ୍ଧାଯାଇଥିବା ଅଣ୍ଡା ଓ ଅପରିପକ୍ୱ, ରସହୀନ, ଦୁର୍ଗନ୍ଧଯୁକ୍ତ, ପୂର୍ବଦିନର ବାସି, ଉଚ୍ଛିଷ୍ଟ ଏବଂ ଅପବିତ୍ର ଭୋଜନ ତାମସ ଲୋକମାନଙ୍କର ପ୍ରିୟ ଅଟେ ।ା୧୦ାା

ବ୍ୟାଖ୍ୟା : ମଣିଷର ଶରୀର ଅନ୍ନମୟ କୋଷରେ ଗଠିତ । ପ୍ରବାଦ ଅଛି ଯେମିତି ଅନ୍ନ ସେମିତି ମନ । ""ଅନ୍ନମୟଂ ହି ସୋମ୍ୟ ମନଃ ।''(ଛାନ୍ଦୋଗ୍ୟ-୬/୫/୪ ) ଆହାର ଅନୁରୂପ ମନୁଷ୍ୟର ଅନ୍ତଃକରଣ ହୁଏ । ଅନ୍ତଃକରଣ ଯେପରି ହୁଏ ତା'ର ଶ୍ରଦ୍ଧା ମଧ୍ୟ ସେପରି ହୁଏ । ଅନ୍ନ ଶୁଦ୍ଧି ହେଲେ ଅନ୍ତଃକରଣ ମଧ୍ୟ ଶୁଦ୍ଧ ହୁଏ । ଆହାର ଶୁଦ୍ଧୌ ସ୍ୱଶୁଦ୍ଧି ।ାଛାନ୍ଦୋଗ୍ୟ ଉ.୭/୨୩/୨ାା ବ୍ୟକ୍ତିର ମନୋଭାବ, ଶ୍ରଦ୍ଧା, କ୍ରିୟା, ବ୍ୟକ୍ତିତ୍ୱ ତା'ର ଆହାରରୁ ଜଣାପଡ଼େ । ସା୍ୱିକ ମନୁଷ୍ୟମାନେ ଆୟୁ, ଉତ୍ସାହ, ଶକ୍ତି, ସ୍ୱାସ୍ଥ୍ୟବର୍ଦ୍ଧକ, ମଧୁର, କୋମଳ, ରସପୂର୍ଣ୍ଣ, ରୁଚିକର, ସୁସ୍ୱାଦୁ, ପୁଷ୍ଟିକର ଓ ଦେଖିବାକୁ ସୁନ୍ଦର ଖାଦ୍ୟ ଭୋଜନ କରିବାକୁ ଆଗ୍ରହ କରନ୍ତି । ଏ ପ୍ରକାର ଖାଦ୍ୟକୁ ସା୍ୱିକ ଖାଦ୍ୟ କୁହାଯାଏ । ଦୁଗ୍ଧ, ଦୁଗ୍ଧଜାତ ପଦାର୍ଥ, ଚିନି, ଗୁଡ, ମହୁ, ଚାଉଳ, ଗହମ, ଫଳମୂଳ, ପନିପରିବା ପ୍ରଭୃତି ହେଉଛି ସା୍ୱିକ ଆହାରର ପର୍ଯ୍ୟାୟଭୁକ୍ତ । ସା୍ୱିକ ଆହାର ଆୟୁ ବୃଦ୍ଧିକାରକ । ଏହା ଅନ୍ତଃକରଣକୁ ଶୁଦ୍ଧ କରେ; ମନକୁ ପ୍ରସନ୍ନ ରଖେ ଓ ଇନ୍ଦ୍ରିୟଗୁଡିକର ଉେଜନାକୁ ପ୍ରଶମିତ କରେ । ମନୁଷ୍ୟ ବିବା ପାଇଁ ଖାଏ, ଖାଇବା ପାଇଁ ବେ ନାହିଁ । ତେଣୁ,ଜିହ୍ୱା ଲାଳସାର ପରିପୂରଣ ଆହାରର ଉଦ୍ଧେଶ୍ୟ ହେବା ଉଚିତ ନୁହେଁ । ପରମାତ୍ମାଙ୍କୁ ଉତ୍ସର୍ଗ କରାଯାଇଥିବା ଶୁଦ୍ଧ ଓ ସା୍ୱିକ ଭୋଜନକୁ ଗୀତା ଯଜ୍ଞାନ୍ନ ବୋଲି ଅଭିହିତ କରିଛି । ଏହା ଜ୍ଞାନ, ଈଶ୍ୱର ପ୍ରୀତି ଓ ବୈରାଗ୍ୟ ଭାବ ଉପôନ୍ନ କରେ । ସା୍ୱିକ ଆହାର ଶରୀରକୁ ସୁସ୍ଥ ଓ ନୀରୋଗ ରଖେ । ଶରୀର ସୁସ୍ଥ, ସବଳ, ନୀରୋଗ ନ ରହିଲେ ମନୁଷ୍ୟ ପୁରୁଷାର୍ଥ କରିବ କିପରି ? ଶରୀରମାଦ୍ୟଂ ଖଳୁ ଧର୍ମ ସାଧନମ୍ । ସୁସ୍ଥ ଶରୀରରେହିଁ ସୁସ୍ଥ ମନ ବାସ କରେ । ଐରବକ୍ଷଗ୍ଧଷଚ୍ଚ ଜ୍ଞସଦ୍ଭୟ କ୍ସରଗ୍ଦସୟରଗ୍ଦ ସଦ୍ଭ ଷରବକ୍ଷଗ୍ଧଷଚ୍ଚ ଭକ୍ଟୟଚ୍ଚ .

ରାଜସିକ ପ୍ରକୃତିର ମନୁଷ୍ୟ ପିତା, ଖଟା, ଲୁଣିଆ, ଗରମ, ରାଗ, ଶୁଷ୍କ ଓ ଦାହକାରକ ଆହାର ଖାଇବାକୁ ଭଲ ପାଆନ୍ତି । ନିମ୍ବ, କଲରା, ତେନ୍ତୁଳି, ଆମ୍ବୁଲ, ଆଚାର, ଲୁଣ, କ୍ଷାରୀୟ ପଦାର୍ଥ, ଲାଲ ଲଙ୍କାମରିଚ, ସୋରିଷ, ମୁଢ଼ି, ଚୁଡା ଭଜା, ବାଲି ଘଣାରେ ଭଜା ଯାଇଥିବା ଚଣା ଆଦି ରାଜସିକ ଆହାରର ଅନ୍ତର୍ଭୁକ୍ତ । ଏସବୁ ଖାଦ୍ୟ ଖାଇବାକୁ ସୁଆଦିଆ ଲାଗେ; କିନ୍ତୁ ଉଭୟ ଶରୀର ଓ ମନ ପାଇଁ ସ୍ୱାସ୍ଥ୍ୟପ୍ରଦ ନୁହେଁ । ଏଗୁଡିକ ମଧ୍ୟରୁ କେତେକ ଖାଇବାବେଳେ ପାଟିରେ ଜ୍ୱଳନ ହୁଏ; ଦାନ୍ତ ଖଟା ହୁଏ; ଆଖି ଓ ନାକରୁ ପାଣି ବାହାରେ ଓ ଚୋବାଇବା ବେଳେ ଦାନ୍ତକୁ କଷ୍ଟ ହୁଏ ।ଏଣୁ ଏହାକୁ ଦୁଃଖପ୍ରଦ ଆହାର ବୋଲି କୁହାଯାଇଛି । ଜିହ୍ୱା ଲାଳସାରେ ବ୍ୟକ୍ତ୍ି ଏପରି ଖାଦ୍ୟ ଲୋଭ ବଶତଃ ଖାଇ ଦିଏ କିନ୍ତୁ ପରିଣାମରେ ଦୁଃଖ ଭୋଗ କରୁଥିବାରୁ ପଶ୍ଚାାପ କରେ । ଯେହେତୁ ତାହା ଶୋକ ପ୍ରଦାୟକ । ସ୍ୱାସ୍ଥ୍ୟରକ୍ଷା ନିୟମାନୁସାରେ ଯାହା ପାଟିକୁ ସୁଆଦ, ତାହା ସ୍ୱାସ୍ଥ୍ୟ ପାଇଁ ଖରାପ । ରାଜସିକ ଖାଦ୍ୟ ରୋଗ ଉପôନ୍ନକାରୀ ହୋଇଥିବାର ଏହାକୁ ଏକାଧାରରେ ଦୁଃଖ, ଶୋକ ଓ ରୋଗ ପ୍ରଦାୟକ ବୋଲି କୁହାଯାଇଛି । ଦୁଃଖଶୋକାମୟପ୍ରଦାଃ ।

ତାମସିକ ପ୍ରକୃତିର ଲୋକେ ଅପରିପକ୍ୱ, ଥଣ୍ଡା, ବାସି, ଗନ୍ଧିଆ, ସଢ଼ା ଓ ରସହୀନ ଖାଦ୍ୟ ଖାଇବାକୁ, ପସନ୍ଦ କରନ୍ତି । ଅପରିପକ୍ୱ ଖାଦ୍ୟ, ଫଳ, ଅଋତୁରେ ଫଳୁଥିବା ଫଳ, ପନିପରିବା, ଅନେକଦିନରୁ ତୋଳା ହୋଇ ଗଚ୍ଛିତ ରଖାଯାଇଥିବା ଫଳ, ପନିପରିବା, ଶୁଖାଫଳ, ପିଆଜ, ରସୁଣ, ଆଦି ଗନ୍ଧ ଉପôନ୍ନକାରୀ ପଦାର୍ଥ, ମାଛ, ମାଂସ ଆଦି ଆଇଁସିଆ ଖାଦ୍ୟ, ଏକପ୍ରହର (ତିନିଘା) ପୂର୍ବରୁ ରନ୍ଧା ହୋଇଥିବା ବାସି ଖାଦ୍ୟ, ଅନ୍ୟର ଅଇଁଠା, ମଦ୍ୟ, ଭାଙ୍ଗ, ବିଡି, ସିଗାରେଟ, ଗେଞ୍ଜଇ, ଅଫିମ ଆଦି ମାଦକ ଦ୍ରବ୍ୟ; କୌଣସି ଅପବିତ୍ର ବ୍ୟକ୍ତି ଦ୍ୱାରା ବା ଅପବିତ୍ର ପାତ୍ର ଓ ସ୍ଥାନରେ ରନ୍ଧା ଯାଇଥିବା ଖାଦ୍ୟ; ଅସତ୍ ଉପାୟରେ ଅର୍ଜିିତ ହୋଇଥିବା ଧନରୁ କିଣାଯାଇଥିବା ଖାଦ୍ୟ ପଦାର୍ଥ – ଏସବୁ ହେଉଛି ତାମସିକ ଖାଦ୍ୟର ଅନ୍ତର୍ଭୁକ୍ତ । ଆଜିକାଲି ଅଧିକାଂଶ ଲୋକେ ଘରେ ଖାଦ୍ୟ ପ୍ରସ୍ତୁତ ନ କରି ହୋଟେଲରେ ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ ଚାକିରୀ କରୁଥିବା ଅଧିକାଂଶ ଘରେ ଏପରି ସଂସ୍କୃତି ଦେଖିବାକୁ ମିଳେ । ଅନେକ ବଜାରରୁ ପ୍ୟାକେଟ ଖାଦ୍ୟ କିଣି ଆଣି ଘେରେ ଖାଆନ୍ତି । କେହି କେହି ଏକାଥରକେ ସପ୍ତାହକର ଖାଦ୍ୟ ରାନ୍ଧି ଦେଇ ଫି୍ରଜରେ ରଖିଥାଆନ୍ତି ଓ ପ୍ରତିଥର ଖାଇବା ପୂର୍ବରୁ ସାମାନ୍ୟ ଉଷୁମ କରି ଖାଆନ୍ତି । ଧନୀ ଶ୍ରେଣୀର କେତେକ ଲୋକେ ଚାକର-ଚାକରାଣୀମାନଙ୍କ ଦ୍ୱାରା ରୋଷେଇ କାର୍ଯ୍ୟ କରାନ୍ତି । ସଂପ୍ରତି ବୈଜ୍ଞାନିକ ଅନୁସନ୍ଧାନ ଦ୍ୱାରା ଏକଥା ପ୍ରମାଣିତ ହୋଇସାରିଲାଣି ଯେ ଯେଉଁ ବ୍ୟକ୍ତିର ସ୍ୱଭାବ -ସଂସ୍କାର ଯେପରି ତା'ଦ୍ୱାରା ସ୍ପର୍ଶ ହୋଇଥିବା ବସ୍ତୁ ମଧ୍ୟ ସେପରି ହୋଇଥାଏ । ଏହି ଦୃଷ୍ଟିରୁ ରନ୍ଧନ କର୍ା ବା କର୍ୀର ସ୍ୱଭାବ ଓ ସଂସ୍କାର ମଧ୍ୟ ତାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ପ୍ରଭାବିତ କରିଥାଏ । ବିଡ଼ମ୍ବନାର ବିଷୟ ଯେ ଦେବ ସଂସ୍କୃତି ପ୍ରଧାନ ଭାରତବର୍ଷ ଆଧୁନିକତା ନାମରେ ଆସୁରୀ ସଭ୍ୟତାର ଅନୁସରଣ କରି ପଥବଣା ହୋଇ ପଡିଛି ।

ତିନି ପ୍ରକାର ଯଜ୍ଞ

ଅଫଳା କାଙ୍କ୍ଷିଭିର୍ଯଜେ୍ଞା ବିଧିଦୃଷ୍ଟୋ ଯ ଇଜ୍ୟତେ ।

ଯଷ୍ଟବ୍ୟମେବେତି ମନଃ ସମାଧାୟ ସ ସା୍ୱିକଃ ।ା୧୧ାା

ଅଭିସନ୍ଧାୟ ତୁ ଫଳଂ ଦମ୍ଭାର୍ଥମପି ଚୈବ ଯତ୍ ।

ଇଜ୍ୟତେ ଭରତଶ୍ରେଷ୍ଠ ତଂ ଯଜ୍ଞଂ ବିଦ୍ଧି ରାଜସତ୍ମ ।ା୧୨ାା

ବିଧିହୀନମସୃଷ୍ଟାନ୍ନଂ ମନ୍ତ୍ରହୀନମଦକ୍ଷିଣମ୍ ।

ଶ୍ରଦ୍ଧାବିରହିତଂ ଯଜ୍ଞଂ ତାମସଂ ପରି ଚକ୍ଷତେ ।ା୧୩ାା

ଅର୍ଥ : ଯେଉଁଥିରେ ଫଳର ଆଶା ନ ଥାଏ, ଯାହା ବିଧିପୂର୍ବକ କର୍ବ୍ୟ ମନେ କରି ଓ ଏକାଗ୍ର ତଥା ସ୍ଥିର ମନରେ କରାଯାଏ, ସେହି ଯଜ୍ଞ ସା୍ୱିକ କୁହାଯାଏ ।ା୧୧ାା ହେ ଭାରତ ଶ୍ରେଷ୍ଠ! ଯେଉଁ ଯଜ୍ଞ ଫଳ ପ୍ରାପ୍ତି ଉଦ୍ଧେଶ୍ୟରେ ଏବଂ ଦମ୍ଭପୂର୍ବକ କରାଯାଏ, ତାକୁ ତୁମେ ରାଜସ ବୋଲି ଜାଣ ।ା୧୨ାା ଯେଉଁ ଯଜ୍ଞରେ ଉପଯୁକ୍ତ ବିଧି ଅନୁସରଣ କରାଯାଏ ନାହିଁ; ଅନ୍ନ ଦାନ ଦ୍ୱାରା ଲୋକଙ୍କୁ ତୃପ୍ତ କରାଯାଏ ନାହିଁ; ମନ୍ତ୍ରୋଚାରଣ ହୁଏ ନାହିଁ; ଦକ୍ଷିଣା ପ୍ରଦାନ କରାଯାଏ ନାହିଁ ଓ ଶ୍ରଦ୍ଧା ନ ଥାଏ, ତାକୁ ତାମସ ଯଜ୍ଞ କୁହାଯାଏ ।ା୧୩ାା

ବ୍ୟାଖ୍ୟା : ପାରମ୍ପାରିକ ବିଶ୍ୱାସ ଅନୁସାରେ ଟୀକାକାରମାନେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ହୋମାଗ୍ନିରେ ଦେବତାଙ୍କ ଉଦ୍ଧେଶ୍ୟରେ ଘୃତାହୁତି ପ୍ରଦାନକୁ ଯଜ୍ଞ ବୋଲି ବର୍ଣ୍ଣନା କରିଛନ୍ତି । କିନ୍ତୁ ଗୀତା (ତୃତୀୟ ଅଧ୍ୟାୟ) ନିଃସ୍ୱାର୍ଥ ଓ ନିଷ୍କାମ ଭାବରେ କର୍ବ୍ୟ କର୍ମର ସମ୍ପାଦନକୁ ଯଜ୍ଞ ବୋଲି କହେ । ସଂସାରରେ ସମସ୍ତ କର୍ମକୁ ପରମାତ୍ମାଙ୍କ ଉଦ୍ଧେଶ୍ୟରେ ଯଜ୍ଞ ରୂପରେ ସମର୍ପଣ ପୂର୍ବକ ସମ୍ପାଦନ କରିବାପାଇଁ ଗୀତା ନିର୍ଦ୍ଧେଶ ଦେଇଛି । ମନରେ ଫଳ ପ୍ରାପ୍ତିର ଆଶା ନ ରଖି ନିଃସ୍ୱାର୍ଥ ଭାବରେ ପରମାତ୍ମାର୍ପଣ ବୁଦ୍ଧିରେ ଯେଉଁ କର୍ମ କରାଯାଏ ତାହା ହେଉଛି ଗୀତାର ଯଜ୍ଞ କର୍ମ । ""ଯଜ୍ଞାର୍ଥ କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମବନ୍ଧନଃ । ତଦର୍ଥ କର୍ମ କୌନ୍ତେୟ ମୁକ୍ତସଙ୍ଗ ସମାଚର ।ା ୩/୯ ।ା ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସଂସାରର କଲ୍ୟାଣକୁ ନିଜର ପରମ କର୍ବ୍ୟ ମନେକରି ଈଶ୍ୱରୀୟ ଜ୍ଞାନ ଆଧାରରେ ବିଧିପୂର୍ବକ ଯେଉଁ କର୍ମ କରାଯାଏ ତାକୁ ସା୍ୱିକ ଯଜ୍ଞ କୁହାଯାଏ । ଗୀତା ହେଉଛି ପ୍ରତ୍ୟକ୍ଷ ଈଶ୍ୱରୀୟ ଜ୍ଞାନ । ଏହା ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ । ସାକ୍ଷାତ କଥୟତ ସ୍ୱୟଂ । ସେ ସର୍ବାତ୍ମାଙ୍କ ସତ୍ପିତା, ସତ୍ଗୁରୁ ଓ ସତ୍ଶିକ୍ଷକ । ସେ ଯେକୌଣସି ସାମ୍ପ୍ରଦାୟିକ ଶାସ୍ତ୍ରର ଉଦ୍ଧ୍ୱର୍ରେ । ଗୀତାକୁ କେବଳ ହିନ୍ଦୁ ଧର୍ମ ସମ୍ପ୍ରଦାୟର ଧର୍ମ ପୁସ୍ତକ ରୂପରେ ଉପସ୍ଥାପନ କରିବାର ପ୍ରୟାସ ""ବସୁଧୈବ କୁଟୁମ୍ବକମ୍ '' ବିଚାରଧାରାର ପରିପନ୍ଥୀ । ତେଣୁ ଏଠାରେ ଯଜ୍ଞ, ଶାସ୍ତ୍ର, ଦେବତା ଆଦି କେତେକ ପୌରାଣିକ ଶବ୍ଦକୁ ବୈଦିକ ଦୃଷ୍ଟିକୋଣ ଆଧାରରେ ବ୍ୟାଖ୍ୟା କରିବା ପ୍ରାସଙ୍ଗିକ ମନେ ହୁଏ ନାହିଁ ।

"ଯଜ୍ଞ' ଶବ୍ଦରେ "ଯ' ହେଉଛି "ଯୋଗ'ର ଓ "ଜ୍ଞ'ହେଉଛି ଜ୍ଞାନର ପ୍ରତୀକ । ଅର୍ଥାତ ଯେଉଁ କର୍ମରେ ଜ୍ଞାନ ଓ ଯୋଗ ସମାହିତ ଥାଏ ତାହା ହେଉଛି ଯଜ୍ଞ । "ବିଧିଦୃଷ୍ଟଃ' ପଦର ଅର୍ଥ ହେଉଛି ଈଶ୍ୱରୀୟ ଜ୍ଞାନ ସମ୍ମତ । ଏଠାରେ ଏହାକୁ ବୈଦିକ ବିଧିବିଧାନ ସମ୍ମତ ଯଜ୍ଞ କର୍ମ ଅର୍ଥରେ ଗ୍ରହଣ କରାଯାଇ ନ ପାରେ । କାରଣ ଯେଉଁଠି ସ୍ୱୟଂ ଜ୍ଞାନ ସାଗର ପରମାତ୍ମା ଜ୍ଞାନ ଓ ଯୋଗ ଶିକ୍ଷା ଦେଉଛନ୍ତି ସେଇଠି ମନୁଷ୍ୟକୃତ ଶାସ୍ତ୍ରୀୟ ବିଧି ନିଷେଧର ଅବତାରଣା କରିବା କଥା ଯୁକ୍ତି ସମ୍ମତ ମନେ ହୁଏ ନାହିଁ । ଏଠାରେ ଏହା ସ୍ମରଣଯୋଗ୍ୟ ଯେ ଗୀତାର ଦ୍ୱିତୀୟ ଅଧ୍ୟାୟ ୪୨ଶରୁ ୪୫ଶ ଶ୍ଳୋକ ପର୍ଯ୍ୟନ୍ତ ବୈଦିକ କର୍ମକାଣ୍ଡର ମୃଦୁ ଭସôର୍ନା କରାଯାଇଛି । ସେଠାରେ ବେଦର ବାକ୍ୟକୁ ମନୋହର କଥା (ପୁଷ୍ପିତାଂ ବାଚଂ), ଆଡମ୍ବରପୂର୍ଣ୍ଣ (କ୍ରିୟାବିଶେଷ ବହୁଳାଂ); ତ୍ରିଗୁଣାତ୍ମିକା (ତ୍ରୈଗୁଣ୍ୟ ବିଷୟା ବେଦା) ବେଦ ବ୍ୟତୀତ ଆଉ ଅଧିକ କିଛି ଜାଣିବାକୁ ନାହିଁ (ନାନ୍ୟଦ୍ସ୍ତୀତି ବାଦିନଃ) ବୋଲି କହୁଥିବା ବେଦର ଅନୁସରଣକାରୀମାନଙ୍କୁ (ବେଦବାଦରତାଃ) ଅଜ୍ଞାନ (ଅବିପଶ୍ଚିତଃ); କାମନାପରାୟଣ (କାମାତ୍ମନଃ); ସ୍ୱର୍ଗସୁଖାଭିଳାଷୀ (ସ୍ୱର୍ଗପରା); ଇନ୍ଦ୍ରିୟସୁଖ ଭୋଗ ଓ ଐଶ୍ୱର୍ଯ୍ୟରେ ଆସକ୍ତ (ଭୋଗ÷ଶ୍ୱର୍ଯ୍ୟପ୍ରସକ୍ତାନାଂ) ବୋଲି କହି ଭସôର୍ନା କରାଯାଇଛି । ବୈଦିକ କର୍ମକାଣ୍ଡର ଲୋଭନୀୟ କଥାରେ ମନୁଷ୍ୟର ବୁଦ୍ଧି ବିଚଳିତ ହୋଇପଡେ (ତୟାପହୃତ ଚେତସାମ୍) ଏବଂ ମନ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରେ ନାହିଁ (ସମାଧୌ ନ ବିଧୀୟତେ) । ଏଥିରୁ ପ୍ରମାଣିତ ଯେ ଗୀତା ବୈଦିକ କର୍ମକାଣ୍ଡର ସମର୍ଥନ କରି ନାହିଁ । ତେଣୁ ଗୀତାର ଯଜ୍ଞ ବୈଦିକ ଯଜ୍ଞ ନୁହେଁ । ମନୁଷ୍ୟମାନଙ୍କୁ ପୂଜାରୀରୁ ପୂଜ୍ୟ ଓ ପତିତରୁ ପାବନ ଦେବତା ରୂପେ ଗଢ଼ି ତୋଳିବାକୁ ପରମାତ୍ମା ସୃଷ୍ଟିରେ ଅବତରଣ କରି ଗୀତାଜ୍ଞାନ ଓ ସହଜ ରାଜଯୋଗ ଶିକ୍ଷା ଦିଅନ୍ତି । ପରମାତ୍ମାଙ୍କୁ ସର୍ବତୋ ଭାବରେ ଜାଣିବାର ନାମ "ଜ୍ଞାନ' ଓ ତାଙ୍କ ସହିତ ବୁଦ୍ଧିକୁ ସ୍ଥିର ରଖିବାର ନାମ "ଯୋଗ' । ପରମାତ୍ମା କର୍ୃକ କଳିଯୁଗୀ ଆସୁରୀ ସଂସ୍କୃତିର ବିନାଶ ଓ ସତ୍ୟଯୁଗୀୟ ଦୈବୀ ସଂସ୍କୃତିର ସ୍ଥାପନା କାର୍ଯ୍ୟ ହେଉଛି ଗୀତାର ଯଜ୍ଞ ।ଏହି ଯଜ୍ଞରେ ସମଗ୍ର ବିଶ୍ୱ ହେଉଛି ଯଜ୍ଞଭୂମି, ଜ୍ଞାନ ହେଉଛି ଘୃତ ଓ ଯୋଗ ହେଉଛି ଯଜ୍ଞାଗ୍ନି । ଜ୍ଞାନ ରୂପକ ଘୃତ ଦ୍ୱାରା ଯୋଗାଗ୍ନିକୁ ପ୍ରଜ୍ଜ୍ୱଳିତ କରି ଏଥିରେ କାମ, କ୍ରୋଧାଦି ମନୋବିକାର ସମୂହକୁ ସ୍ୱାହା କରିବାକୁ ପଡିବ । ଏହା ହେଉଛି ଗୀତା ପ୍ରଣୀତ ଯଜ୍ଞର ବିଧି ।

କର୍ମ ଓ କର୍ମ ଫଳ ଉଭୟରେ କୌଣସି ଆସକ୍ତି ନ ରଖି କେବଳ କର୍ବ୍ୟ ଦୃଷ୍ଟିରୁ କରାଯାଇଥିବା କ୍ରିୟାନୁଷ୍ଠାନ ସା୍ୱିକ ହୁଏ । ଯେଉଁଠି ସା୍ୱିକତା ଥାଏ ସେଇଠି ସମସ୍ତ ଦୈବୀ ସମ୍ପି ବ୍ୟକ୍ତି ମଧ୍ୟରେ ସ୍ୱାଭାବିକ ଭାବରେ ପରିସ୍ପୁଟ ହୁଏ । ଯେଉଁଠି କର୍ମର ପ୍ରତିବଦଳରେ କିଛି ପାଇବାର ଆଶା ଥାଏ କିମ୍ବା ମାନ, ସମ୍ମାନ, ପ୍ରତିଷ୍ଠା, ଯଶ ବା କୀିର୍ ପ୍ରାପ୍ତି ଇଚ୍ଛାରେ କେବଳ ଲୋକ ଦେଖାଣିଆକୁ ଯେଉଁ କ୍ରିୟାନୁଷ୍ଠାନ କରାଯାଏ ତାକୁ ରାଜସିକ କର୍ମ କୁହାଯାଏ । କୌଣସି କର୍ମ ବାହ୍ୟତଃ ଲୋକ କଲ୍ୟାଣ ପାଇଁ କ୍ରିୟାନ୍ୱିତ ହେଉଥିବା ଜଣାଯାଉଥିଲେ ମଧ୍ୟ ସେଥିରେ ଯଦି ଯଜ୍ଞ କର୍ାର ପ୍ରତ୍ୟକ୍ଷ ବା ପରୋକ୍ଷ ସ୍ୱାର୍ଥ ଥାଏ ତେବେ ତାହା ମଧ୍ୟ ରାଜସ ପର୍ଯ୍ୟାୟଭୁକ୍ତ ହୁଏ । ଆଜିକାଲି ବିଶ୍ୱ ଶାନ୍ତି ମହାଯଜ୍ଞ, ସର୍ବଧର୍ମ ସମଭାବ ମହା ସମ୍ମିଳନୀ, ଶାନ୍ତି ଶିଖର ସମ୍ମିଳନୀ ଆଦି ଆକର୍ଷକ ଶୀର୍ଷକରେ ନାମିତ କାର୍ଯ୍ୟକ୍ରମଗୁଡିକର ଆୟୋଜନ କରାହେଉଛି । ତଥାପି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଓ ସର୍ବ ଧର୍ମରେ ସମନ୍ୱୟ ହୋଇପାରୁନାହିଁ କାହିଁକି ? ଏହାର କାରଣ ହେଲା ଆୟୋଜକମାନଙ୍କ ମଧ୍ୟରେ ଲକ୍ଷ୍ୟ ସାଧନ ଅପେକ୍ଷା ଆତ୍ମ ପ୍ରଚାରର ଭାବନା ଅଧିକ ରହୁଛି । ଏହିପରି ଆଡମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମମାନଙ୍କରେ ଯେତିକି ଅର୍ଥ, ସମୟ ଓ ଶକ୍ତି ବିନିଯୋଗ ହେଉଛି ସେତିକି ଯଦି ଆନ୍ତରିକ ନିଷ୍ଠା ତଥା ଜନକଲ୍ୟାଣ ପାଇଁ ନିଃସ୍ୱାର୍ଥ ଭାବରେ କରାଯାଉଥାନ୍ତା ତେବେ ଆଜି ବିଶ୍ୱ ସ୍ୱର୍ଗରେ ପରିଣତ ହୋଇ ସାରିଥାନ୍ତା । କିନ୍ତୁ ସମ୍ପ୍ରତି ବିଶ୍ୱ ପରିଦୃଶ୍ୟରେ ଦେଖାଯାଏ ଯେ ପ୍ରତ୍ୟେକ ଦେଶରେ ଧାର୍ମିକ, ରାଜନୈତିକ, ସାମାଜିକ ସ୍ତରରେ ଗୋଷ୍ଠୀ କନ୍ଦଳ, ମତ ଭିନ୍ନତା, ଭ୍ରଷ୍ଟାଚାର ଓ ବାଦବିବାଦ ଦିନକୁ ଦିନ ବୃଦ୍ଧି ପାଉଛି । ଏହା ପ୍ରମାଣ କରେ ଯେ ମନୁଷ୍ୟମାନଙ୍କ ମଧ୍ୟରେ କ୍ରମଶଃ ରାଜସିକ ଓ ତାମସିକ ଗୁଣ ବୃଦ୍ଧି ପାଉଛି, ଯାହା ଫଳରେ ସେମାନେ ଆସୁରିକ ସ୍ୱଭାବ ସମ୍ପନ୍ନ ହୋଇ ପଡୁଛନ୍ତି ।

ରାଜସିକ ଓ ତାମସିକ ଗୁଣ ଆସୁରିକ ସମ୍ପ୍ିର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ କିଛି ଗୁଣାତ୍ମକ ପ୍ରଭେଦ ଦେଖାଯାଏ । ରାଜସିକ କର୍ମ ବା ଯଜ୍ଞରେ ଫଳପ୍ରାପ୍ତି ଇଚ୍ଛା ରହିଥିବାରୁ ଏଥିରେ ଶାସ୍ତ୍ରବିଧି ବା ନୀତି ନିୟମକୁ ପ୍ରାଧାନ୍ୟ ଦିଆଯାଏ । ରାଜସିକ ବ୍ୟକ୍ତି ଆସୁରୀ ସମ୍ପି ସମ୍ପନ୍ନ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ନାସ୍ତିକ ନୁହେଁ । ତା'ଦ୍ୱାରା ସମ୍ପାଦିତ ପରମାର୍ଥିକ କର୍ମ ମଧ୍ୟ ସ୍ୱାର୍ଥକୈନ୍ଦ୍ରିକ । ବୈଦିକ ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ କର୍ମକାଣ୍ଡ ଆଧାରିତ ସମସ୍ତ ଯଜ୍ଞ ରାଜସିକ । କାରଣ ଏଗୁଡିକ ମଣିଷର କୌଣସି ନା କୌଣସି ଅଭୀଷ୍ଟ ସିଦ୍ଧି ପାଇଁ ଆୟୋଜିତ ହୋଇଥାଏ । ଏଥିପାଇଁ ଗୀତାରେ ବେଦକୁ ତ୍ରିଗୁଣାମିôକା ବା ସକାମ କର୍ମଫଳ ପ୍ରଦାୟକ(ତ୍ରୈଗୁଣ୍ୟ ବିଷୟା ବେଦା... ଗୀ-୨/୪୫) ବୋଲି କୁହାଯାଇଛି । ଏହି କର୍ମକାଣ୍ଡୀୟ ମୋହଜାଲରୁ ମୁକ୍ତ ହୋଇ ସା୍ୱିକ ଜୀବନ ଯାପନ କରିବା ପାଇଁ ପରମାତ୍ମା ଆହ୍ୱାନ ଦେଇଛନ୍ତି । ନିସ୍ତ୍ରୈଗୁଣ୍ୟୋ ଭବ... ୨/୪୫ । ତାମସିକ ଯଜ୍ଞ ବା କର୍ମ ଏହାଠାରୁ ଆହୁରି ନିକୃଷ୍ଟ । ତାମସିକ ବ୍ୟକ୍ତି ଯଦି ବୈଦିକ ଯଜ୍ଞାନୁଷ୍ଠାନ ବା ଅନ୍ୟ କୌଣସି କର୍ମାନୁଷ୍ଠାନ କରନ୍ତି ତେବେ ସେ ତତ୍ ସମ୍ବନ୍ଧୀୟ କୌଣସି ବିଧି ବିଧାନ ମାନନ୍ତି ନାହିଁ ।

କୁହାଯାଏ ବିଧି ବିନା ସିଦ୍ଧି ମିଳେ ନାହିଁ । କର୍ମକାଣ୍ଡ ଆଧାରରେ କରାଯାଉଥିବା ଯଜ୍ଞାନୁଷ୍ଠାନ ପାଇଁ ବୈଦିକ ଶାସ୍ତ୍ରରେ ଭିନ୍ନ ଭିନ୍ନ ବିଧି ପାଳନର ନିର୍ଦ୍ଧେଶ ଅଛି । ଏସବୁକୁ ଯଥାଯଥ ଭାବରେ ପାଳନ ନ କଲେ ଉକ୍ତ ଯଜ୍ଞ ଦ୍ୱାରା କୌଣସି ସିଦ୍ଧି ପ୍ରାପ୍ତି ହୁଏ ନାହିଁ । ବୈଦିକ ଯଜ୍ଞରେ ମନ୍ତ୍ରୋଚ୍ଚାରଣ ପୂର୍ବକ ଆହୁତି ପ୍ରଦାନ କରାଯାଏ । ପ୍ରତ୍ୟେକ ଦେବତାଙ୍କ ପାଇଁ ବେଦରେ ଭିନ୍ନ ଭିନ୍ନ ମନ୍ତ୍ରର ଉଲ୍ଲେଖ କରାଯାଇଛି । ବିଶ୍ୱାସ କରାଯାଏ ଯେ ମନ୍ତ୍ର ଦ୍ୱାରା ଦେବତାମାନେ ପ୍ରସନ୍ନ ହୁଅନ୍ତିି ଓ ଯଜ୍ଞକର୍ାଙ୍କୁ ଅଭୀଷ୍ଟ ଫଳ ପ୍ରଦାନ କରନ୍ତି । ଯଜ୍ଞରେ ଯୋଗ ଦେବା ପାଇଁ ଦୂରଦୂରାନ୍ତରରୁ ଅନେକ ଲୋକ ଆସନ୍ତି । ଶାସ୍ତ୍ର ବିଧି ଅନୁସାରେ ସେ ସମସ୍ତଙ୍କୁ ଯଜ୍ଞାନ୍ନ ବା ପ୍ରସାଦ ସେବନ କରାଇ ଆପ୍ୟାୟିତ କରିବା ଉଚିତ । ସେମାନେ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କଲେ ଯଜ୍ଞ କର୍ାର କଲ୍ୟାଣ ସାଧିତ ହୁଏ ।ଏହା ବ୍ୟତୀତ ମର୍ଯ୍ୟାଦା ସହକାରେ ଦକ୍ଷିଣା ଦେବାର ବିଧି ମଧ୍ୟ ପ୍ରଚଳିତ ରହିଛି । ଯେଉଁମାନଙ୍କର ପରିଶ୍ରମ ଓ ସହଯୋଗରେ ଯଜ୍ଞକାର୍ଯ୍ୟ ସମ୍ପନ୍ନ ହୋଇଥାଏ ସେମାନଙ୍କୁ ଯଦି ଉପଯୁକ୍ତ ଦକ୍ଷିଣା ଦିଆ ନ ଯାଏ ତେବେ ତା'ର ଫଳ କର୍ାକୁ ପ୍ରାପ୍ତ ହୁଏନାହିଁ । ତାମସିକ ବ୍ୟକ୍ତିମାନେ ଉପରୋକ୍ତ କୌଣସି ବିଧିକୁ ମାନନ୍ତି ନାହିଁ । ଶାସ୍ତ୍ରୋକ୍ତ ଯଜ୍ଞରେ ସେମାନଙ୍କର ଶ୍ରଦ୍ଧା ନଥାଏ । ଅଘୋରୀ ସନ୍ନ୍ୟାସୀ; କାପାଳିକ, ବାମମାର୍ଗୀ ତନ୍ତ୍ର ସାଧକମାନଙ୍କ ଦ୍ୱାରା ଯେଉଁ ସାଧନା କରାଯାଏ ତାକୁ ମଧ୍ୟ ତାମସିକ ଯଜ୍ଞର ଅନ୍ତର୍ଭୁକ୍ତ କରାଯାଇପାରେ । ଏପରି ବ୍ୟକ୍ତିମାନଙ୍କୁ କୌଣସି ସିଦ୍ଧି ମିଳେ ନାହିଁ । ସେମାନେ ଇହ ଜନ୍ମରେ କୌଣସି ସୁଖ ବା ମୃତୁ୍ୟପରେ ଉମ ଜନ୍ମ ମଧ୍ୟ ଲାଭ କରନ୍ତି ନାହିଁ । ""ନ ସ ସିଦ୍ଧିମବାପ୍ନୋତି ନ ସୁଖଂ ନ ପରାଂ ଗତିମ୍ ।'' ସେମାନଙ୍କର ଅଧୋଗତି ହୁଏ । ଅଧୋ ଗଚ୍ଛନ୍ତି ତାମସାଃ (ଗୀ-୧୪/୧୮)

ଉପରେ ବୈଦିକ ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ସ୍ଥୂଳ ଯଜ୍ଞର ବର୍ଣ୍ଣନା କରାଯାଇଛି । ଏହା କର୍ମକାଣ୍ଡ ପ୍ରଧାନ; କିନ୍ତୁ ଗୀତାର ଯଜ୍ଞ କର୍ମ ପ୍ରଧାନ । କାରଣ କର୍ମ କେବଳ ମନୁଷ୍ୟର ସୁଖ ବା ଦୁଃଖର କାରଣ । ମନୁଷ୍ୟର ଜୀବନ ହେଉଛି ଏକ ମହାଯଜ୍ଞ । "ମନମନାଭବ' ଅର୍ଥାତ ପରମାତ୍ମାଙ୍କୁ ମନରେ ଚିନ୍ତନ କରୁ କରୁ ତାଙ୍କ ସହିତ ଏକାତ୍ମ ହୋଇଯିବା ହେଉଛି ଗୀତାର ମନ୍ତ୍ର । ଯାହା ମନନ କଲେ ଆତ୍ମାର ଉଦ୍ଧାର ହୁଏ ତାହା "ମନ୍ତ୍ର' । ମନନାତ୍ ତ୍ରାୟତେ ଇତି ମନ୍ତ୍ରଃ । କେବଳ ପରମାତ୍ମାଙ୍କ ସ୍ମରଣ ଓ ତାଙ୍କ ପ୍ରଦ ଜ୍ଞାନର ମନନ ଦ୍ୱାରା ଆତ୍ମାର କଲ୍ୟାଣ ସମ୍ଭବ । ଆତ୍ମାର ଭୋଜନ ହେଉଛି ଜ୍ଞାନ । ପ୍ରତ୍ୟେକ ମାନବାତ୍ମାଙ୍କୁ ଜ୍ଞାନ ବିତରଣ କରିବା ହେଉଛି ପ୍ରକୃତ ଅନ୍ନଦାନ (ଅସୃଷ୍ଟାନ୍ନମ) । ସ୍ଥୂଳ ଅନ୍ନ ଦ୍ୱାରା କେବଳ ବିନାଶୀ ଶରୀର ପୁଷ୍ଟ ହୁଏ । କିନ୍ତୁ ଜ୍ଞାନ ରୂପକ ଅନ୍ନ ଦ୍ୱାରା ଆତ୍ମା ଜନ୍ମଜନ୍ମାନ୍ତର ପର୍ଯ୍ୟନ୍ତ ପରିପୁଷ୍ଟ ହୁଏ । ମନୁଷ୍ୟ ଯାହା ନିକଟରେ କୃତଜ୍ଞ ହୁଏ ତାଙ୍କୁ ଶ୍ରଦ୍ଧା ବଶତଃ କିଛି ଦେବାକୁ ଚାହେଁ । ଏହାକୁ ଦକ୍ଷିଣା କୁହାଯାଏ । ପରମାତ୍ମା ଧରାପୃଷ୍ଠରେ ଅବତରଣ କରି ସତ୍ଗୁରୁ ଓ ସତ୍ଶିକ୍ଷକ ରୂପରେ ପଥଭ୍ରଷ୍ଟ ପତିତ ମାନବାତ୍ମାମାନଙ୍କୁ ସତ୍ମାର୍ଗ ଦେଖାନ୍ତି; ପବିତ୍ର କରନ୍ତି ଏବଂ କର୍ମ ବନ୍ଧନରୁ ମୁକ୍ତ କରି ଜୀବନ୍ମୁକ୍ତି ପ୍ରଦାନ କରନ୍ତି । ତେଣୁ ପ୍ରତ୍ୟେକ ମାନବାତ୍ମା ତାଙ୍କ ପ୍ରତି କୃତଜ୍ଞ ହେବା ଉଚିତ । କୃତଜ୍ଞତାର ନିଦର୍ଶନ ସ୍ୱରୂପ ତାଙ୍କୁ ନିଜର ସମସ୍ତ ଅବଗୁଣଗୁଡିକୁ ଦକ୍ଷିଣା ସ୍ୱରୂପ ସମର୍ପଣ କରିଦେବା ଉଚିତ । ପରମାତ୍ମା ଚାହାନ୍ତି ସଂସାରରୁ ଅଧର୍ମର ବିନାଶ ଓ ଧର୍ମର ପୁନର୍ସ୍ଥାପନା ହେଉ । କାମକ୍ରୋଧାଦି ମନୋବିକାର ସମୂହ ହିଁ ଅଧର୍ମର ମୂଳ କାରଣ । ତେଣୁ ଏଗୁଡିକୁ ସମୂଳେ ବିନାଶ କରିବାକୁ ହେବ । ପରମାତ୍ମାଙ୍କ ପ୍ରତି ଯେଉଁମାନଙ୍କର ଶ୍ରଦ୍ଧା ଥାଏ ସେମାନେ ହିଁ ତାଙ୍କର ଆଦେଶକୁ ଆନ୍ତରିକତା ସହକାରେ ପାଳନ କରନ୍ତି । ତେଣୁ କୁହାଯାଇଛି; ""ଯୋ ଯଚ୍ଛ୍ରଦ୍ଧଃ ସ ଏବ ସଃ ।'' ଅର୍ଥାତ ଯେ ଯେପରି ଶ୍ରଦ୍ଧାବାନ୍, ତା'ର ସ୍ୱରୂପ ମଧ୍ୟ ସେହିପରି ।

ସାରାଂଶରେ ପରମାତ୍ମାଙ୍କ ଦ୍ୱାରା ଉପଦିଷ୍ଟ କର୍ମ ସିଦ୍ଧାନ୍ତ ଅନୁସାରେ ବ୍ୟକ୍ତି ଶ୍ରଦ୍ଧାପୂର୍ବକ ପରିଚାଳିତ ହେବାକୁ ସା୍ୱିକ ଯଜ୍ଞ, ମାନ ସମ୍ମାନ ପ୍ରାପ୍ତି ଆଶାରେ ଲୋକଦେଖାଣିଆକୁ ଈଶ୍ୱରୀୟ କର୍ମ କରିବା ହେଉଛି ରାଜସ ଯଜ୍ଞ ଓ ଈଶ୍ୱରୀୟ ମର୍ଯ୍ୟାଦାର ଉଲ୍ଲଙ୍ଘନ କରି ଆସୁରିକ ସ୍ୱାଭାବ ବଶତଃ ଯେଉଁସବୁ କର୍ମ କରାଯାଏ ତାକୁ ତାମସ ଯଜ୍ଞ କୁହାଯାଏ ।

ତିନି ପ୍ରକାର ତପସ୍ୟା

ଦେବଦ୍ୱିଜ ଗୁରୁ ପ୍ରାଜ୍ଞ ପୂଜନଂ ଶୌଚମାର୍ଜବମ୍ । 

ବ୍ରହ୍ମଚର୍ଯ୍ୟମହିଂସା ଚ ଶାରୀରଂ ତପ ଉଚ୍ୟତେ ।ା୧୪ାା

ଅନୁଦ୍ବେଗକରଂ ବାକ୍ୟଂ ସତ୍ୟଂ ପ୍ରିୟହିତଂ ଚ ଯତ୍ ।

ସ୍ୱାଧ୍ୟାୟାଭ୍ୟସନଂ ଚ÷ବ ବାଙ୍ମୟଂ ତପ ଉଚ୍ୟତେ ।ା୧୫ାା

ମନଃପ୍ରସାଦଃ ସୌମ୍ୟତ୍ୱଂ ମୌନମାତ୍ମବିନିଗ୍ରହଃ ।

ଭାବସଂଶୁଦ୍ଧିରିତ୍ୟେତପୋ ମାନସମୁଚ୍ୟତେ ।ା୧୬ାା

ଶ୍ରଦ୍ଧୟା ପରୟା ତପଂ ତପସ୍ତତ୍ତ୍ରିବିଧଂ ନରୈଃ ।

ଅଫଳାକାଙ୍କ୍ଷିଭିର୍ଯୁକ୍ତୈଃ ସା୍ୱିକଂ ପରିଚକ୍ଷତେ ।ା୧୭ ।ା

ସକôାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍ ।

କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍ ।ା୧୮ାା

ମୂଢ଼ଗ୍ରାହେଣାତ୍ମନୋ ଯତ୍ପୀଡୟା କି୍ରୟତେ ତପଃ ।

ପରସ୍ୟୋସôାଦନାର୍ଥଂ ବା ତାମସମୁଦାହୃତମ୍ ।ା୧୯ାା

ଅର୍ଥ : ଦେବ, ବ୍ରାହ୍ମଣ, ଗୁରୁ ଏବଂ ଜ୍ଞାନୀ ବ୍ୟକ୍ତିର ପୂଜା; ପବିତ୍ରତା, ସରଳତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା – ଏସବୁକୁ ଶାରୀରିକ ତପ କୁହାଯାଏ ।ା୧୪ାା ଅନୁଦ୍ବେଗକର, ସତ୍ୟ, ପ୍ରିୟ ତଥା ହିତକର ବଚନ ଏବଂ ଈଶ୍ୱରୀୟ ଜ୍ଞାନର ପଠନ, ମନନ ଓ ଆଚରଣ- ଏସବୁକୁ ବାଚିକ ତପ କୁହାଯାଏ ।ା୧୫ାା ମନର ପ୍ରସନ୍ନତା, ସୌମ୍ୟତା, ମୌନ, ଆତ୍ମ ସଂଯମ ଏବଂ ଭାବନାର ଶୁଦ୍ଧି – ଏସବୁକୁ ମାନସିକ ତପ କୁହାଯାଏ ।ା୧୬ାା ଫଳପ୍ରାପ୍ତି ଇଚ୍ଛା ତ୍ୟାଗ ପୂର୍ବକ ପରମ ଶ୍ରଦ୍ଧା ସହିତ ଏହି ତିନି ପ୍ରକାର ତପସ୍ୟା ଯେଉଁ ବ୍ୟକ୍ତି କରନ୍ତି ତାକୁ ସା୍ୱିକ ତପ କହନ୍ତି ।ା୧୭ାା ଯେଉଁ ତପସ୍ୟା ସକôାର,ମାନ, ସମ୍ମାନ ଏବଂ ପୂଜା ପାଇବା ପାଇଁ ଦମ୍ଭ ପୂର୍ବକ କରାଯାଏ, ସେହି ଅସ୍ଥିର ଓ ଅନିଶ୍ଚିତ ତପକୁ ରାଜସ କୁହାଯାଏ ।ା୧୮ାା ଯେଉଁ ତପ ନିଜକୁ କଷ୍ଟ ଦେଇ, ଦୁରାଗ୍ରହବଶତଃ ଅଥବା ଅନ୍ୟର ବିନାଶ ପାଇଁ କରାଯାଏ, ତାହା ତାମସ ପଦବାଚ୍ୟ ।ା୧୯ାା

ବ୍ୟାଖ୍ୟା : କାୟିକ, ବାଚିକ ଓ ମାନସିକ ଭେଦରେ ତପସ୍ୟା ପ୍ରକାର । ଏହି ତିନିପ୍ରକାର ତପସ୍ୟା ସା୍ୱିକ, ରାଜସିକ ଓ ତାମସିକ ଭେଦରେ ତିନି ତିନିପ୍ରକାର ହୋଇଥାଏ ।

କାୟିକ ତପସ୍ୟା : ଦେବତା, ବ୍ରାହ୍ମଣ, ଗୁରୁଜନ ଓ ଜ୍ଞାନୀମାନଙ୍କର ପୂଜନ, ପବିତ୍ରତା, ସରଳତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା – ଏସବୁକୁ କାୟିକ ତପ କୁହାଯାଏ । ପୌରାଣିକ ଟୀକାକାରଗଣ ଦେବ ଶବ୍ଦର ଅର୍ଥ ସୂର୍ଯ୍ୟ, ଅଗ୍ନି, ଦୁର୍ଗା ଆଦିଙ୍କ ଦ୍ୟୋତକ ବୋଲି ବ୍ୟାଖ୍ୟା କରନ୍ତି । କିନ୍ତୁ ବେଦ ଓ ଉପନିଷଦ ଅନୁସାରେ "ଦେବ' ଶବ୍ଦ ପରମାତ୍ମାଙ୍କ ପର୍ଯାୟବାଚୀ । ""ଏଷୋ ହ ଦେବଃ ପ୍ରଦିଶୋଽନୁସର୍ବାଃ'' – (ଯଜୁ ୩୨/୪) ""ଏକୋ ଦେବଃ ସର୍ବ ଭୂତେଷୁ ଗୁତଃ ''(ଶ୍ୱେ ୬/୧୧) କର୍ମକାଣ୍ଡ ଅନୁସାରେ "ପୂଜା'ର ଅର୍ଥ ଆରାଧନା ବା ଅର୍ଚ୍ଚନା କରିବା । ଏହା ବ୍ୟତୀତ ସମ୍ମାନ ଦେବା ଓ ଗୁଣଗାନ କରିବା ମଧ୍ୟ ପୂଜାର ଦ୍ୟୋତକ । ଗୀତାର ମୌଳିକ ଦୃଷ୍ଟିକୋଣ ଅନୁସାରେ ପୂଜାର ଅର୍ଥ କର୍ମକାଣ୍ଡୀୟ ଦେବାର୍ଚ୍ଚନାକୁ ବୁଝାଏ ନାହିଁ । ଗୀତା ମନୁଷ୍ୟର କର୍ମ ଉପରେ ପ୍ରାଧାନ୍ୟ ଦେଇଛି । କର୍ମାନୁସାରେ ବ୍ୟକ୍ତି ଫଳ ଲାଭ କରେ । ଦେବତାମାନଙ୍କୁ ପୂଜନ କରିବା ଅର୍ଥ ଏଠାରେ ଦେବୋଚିତ କର୍ମ କରିବା । ଦିବ୍ୟଗୁଣଯୁ୍କ୍ତ ହେଲେ ବ୍ୟକ୍ତି ଦେବତ୍ୱ ବା ଦିବ୍ୟତ୍ୱ ପ୍ରାପ୍ତ ହୁଏ । ଜନ୍ମଜନ୍ମାନ୍ତରର କୁସଂସ୍କାରଗୁଡ଼ିକକୁ ଦୂର କରି ଦିବ୍ୟଗୁଣ ଆହରଣ କରିବା କଳିଯୁଗୀ ତମୋପ୍ରଧାନ ବାତାବରଣରେ ସହଜସାଧ୍ୟ ବ୍ୟାପାର ନୁହେଁ । ଏଥିପାଇଁ କଳିକଳୁଷିତ ମାନବ ସ୍ୱୟଂ ନିଜକୁ ଦେବୀ ଦେବତାଙ୍କ ପରି ପୂଜ୍ୟ କରି ଗଢ଼ି ତୋଳିବା ପରିବେର୍ ପୂଜାରୀ ସାଜିଛି । ନବମ ଅଧ୍ୟାୟରେ କୁହାଯାଇଛି ଦେବତାଗଣଙ୍କ ଉପାସକମାନେ ଦେବଲୋକକୁ ଯାଆନ୍ତି । ""ଯାନ୍ତି ଦେବବ୍ରତା ଦେବାନ୍ ....(୯/୨୫) ଅର୍ଥାତ୍ ଦେବତା ବା ଦିବ୍ୟଗୁଣଧାରୀ ହେବାର ପୁରୁଷାର୍ଥ (ଉପାସନା) କରୁଥିବା ବ୍ୟକ୍ତି ଦେବଲୋକ ବା ସତ୍ୟଯୁଗରେ ଜନ୍ମ ନିଅନ୍ତି ।

ନିଜର ଇଷ୍ଟ, ଆରାଧ୍ୟ ବା ଆଦର୍ଶ ବ୍ୟକ୍ତିର ପଦାଙ୍କ ଅନୁସରଣ କରିବା ହେଉଛି ତାଙ୍କ ପ୍ରତି ପ୍ରକୃତ ପୂଜା ବା ସମ୍ମାନ । ଦେବତା ହେବାକୁ ହେଲେ ପ୍ରଥମେ ବ୍ରାହ୍ମଣ ହେବାକୁ ପଡିବ । ଯିଏ ପରମାତ୍ମାଙ୍କୁ ଜାଣିଛି ସିଏ ବ୍ରାହ୍ମଣ । ""ବ୍ରହ୍ମ ଜାନତି ଇତି ବ୍ରାହ୍ମଣଃ ।'' ପରମାତ୍ମାଙ୍କୁ ଜାଣିବାର ଆଧାର ହେଉଛି ଈଶ୍ୱରୀୟ ଜ୍ଞାନ । ଜ୍ଞାନ ଜେ୍ଞୟଂ । ପରମାତ୍ମା ଅଶରୀରୀ ହୋଇଥିବାରୁ ପ୍ରଜାପିତା ବ୍ରହ୍ମାଙ୍କ ମୁଖକମଳ ମାଧ୍ୟମରେ ଈଶ୍ୱରୀୟ ଜ୍ଞାନ ଶୁଣାନ୍ତି । ସାକ୍ଷାତ କଥୟତ ସ୍ୱୟଂ । ଈଶ୍ୱରୀୟ ଜ୍ଞାନ ଅନୁସରଣକାରୀମାନଙ୍କୁ ଜ୍ଞାନୀ (ପ୍ରାଜ୍ଞ) କୁହାଯାଏ । ସତ୍ୟଯୁଗୀ ଦୈବୀ ସାମ୍ରାଜ୍ୟ ସ୍ଥାପନା (ଧର୍ମ ସଂସ୍ଥାପନାର୍ଥାୟ....) ହେଉଛି ଈଶ୍ୱରୀୟ ଅବତରଣର ମୁଖ୍ୟ ଆଭିମୁଖ୍ୟ । ତେଣୁ ଯେଉଁମାନେ ଈଶ୍ୱରୀୟ ଜ୍ଞାନ ଆଧାରରେ ଦେବବ୍ରତା (୯/୨୫) ବା ଦିବ୍ୟ ଜୀବନ ଯାପନ ପାଇଁ ପୁୁରୁଷାର୍ଥ(ବ୍ରତୀ) କରନ୍ତି ସେମାନଙ୍କୁ ବ୍ରାହ୍ମଣ (ବ୍ରହ୍ମାମୁଖବଂଶୀ) କୁହାଯାଏ ।

"ଗୁରୁଜନ' କିଏ ? ଯିଏ ଈଶ୍ୱରୀୟ ଜ୍ଞାନରେ ସୁସମୃଦ୍ଧ, ଯୋଗସିଦ୍ଧ ଓ ଅନ୍ୟମାନଙ୍କୁ ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରିତ କରି ପାରନ୍ତି ସିଏ "ଗୁରୁଜନ' ପଦବାଚ୍ୟ । ଯାହା ମଧ୍ୟରେ ଲଘୁତା ବା କ୍ଷୁଦ୍ରତାର ଲେଶମାତ୍ର ଅବଶେଷ ରହିନାହିଁ ସିଏ ଯଥାର୍ଥରେ ଗୁରୁ ପଦବାଚ୍ୟ । ଏହିପରି ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ୍ି ମାତ୍ରକେ ମନର ସମସ୍ତ ଆବିଳତା ଦୂର ହୋଇଯାଏ । ନିଜଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଯିଏ ଜ୍ଞାନ ଓ ଯୋଗ ମାର୍ଗରେ ଚାଲି ଅନୁଭବସିଦ୍ଧ ହୋଇ ସାରିଛନ୍ତି ତାଙ୍କ ପଦାଙ୍କ ଅନୁସରଣ କରି ତାଙ୍କ ତୁଲ୍ୟ ନିଜ ଜୀବନକୁ ଗଢ଼ି ତୋଳିବା ହେଉଛି ଯଥାର୍ଥ ଗୁରୁପୂଜା । ଲୌକିକ ଦୃଷ୍ଟିରେ ନିଜଠାରୁ ବୟସ୍କ ବ୍ୟକ୍ତିମାନଙ୍କୁ "ଗୁରୁଜନ' କୁହାଯାଏ । ସେମାନଙ୍କୁ ଯଥାମାନ୍ୟ ଆଦର ସକ୍ରାର କରିବା ଓ ନିଜଠାରୁ ଶିକ୍ଷାଦୀକ୍ଷା, ପଦମର୍ଯ୍ୟାଦା ଧନ ସମ୍ପି ଆଦିରେ ସେମାନେ ନୂ୍ୟନ ହୋଇଥିଲେ ମଧ୍ୟ ସେମାନଙ୍କୁ ଯଥୋଚିତ ସମ୍ମାନ ଦେଖାଇବା ମଧ୍ୟ "ଗୁରୁପୂଜା' । ଭାରତୀୟ ସଂସ୍କୃତିରେ "ଗୁରୁ'ଙ୍କୁ ପରମାତ୍ମାଙ୍କ ସହିତ ତୁଳନା କରାଯାଇଛି । ""ଗୁରୁ ସାକ୍ଷାତ ପରବ୍ରହ୍ମଂ... ।'' ""ଗୁରୁଙ୍କୁ ନ ମଣିବ ନର; ଗୁରୁ ହିଁ ସାକ୍ଷାତେ ଈଶ୍ୱର ।'' ଯିଏ ପରମାତ୍ମା ପ୍ରାପ୍ତି ରାସ୍ତା ଦେଖାନ୍ତି ସେ ହେଉଛନ୍ତି ଶ୍ରେଷ୍ଠ ଗୁରୁ ।'' ସେହିପରି ଗୁରୁଙ୍କର ବନ୍ଦନା କରିବା ଉଚିତ । ""ତତ୍ପଦ୍ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ । କଳିଯୁଗରେ ସତ୍ଗୁରୁ ମିଳିବା କଠିଣ । ଦେହାଭିମାନ ବଶତଃ ସମସ୍ତ ମନୁଷ୍ୟାତ୍ମା କାମ କ୍ରୋଧାଦି ପବିକାର ଦ୍ୱାରା କବଳିତ । ଏପରି କ୍ଷେତ୍ରରେ ପରମାତ୍ମାଙ୍କୁ ଗୁରୁ ରୂପରେ ସ୍ୱୀକାର କରି ତାଙ୍କର ଶରଣାପନ୍ନ ହେବା ନିରାପଦ ଅେଟ । ଧର୍ମ ସଙ୍କଟ ସମୟରେ ପରମାତ୍ମା ଉପଯୁକ୍ତ ରାସ୍ତା ଦେଖାଇବାକୁ ଏକମାତ୍ର ସମର୍ଥ । ସେହିଁ ସତ୍ପିତା, ସତ୍ଗୁରୁ ଓ ସତ୍ଶିକ୍ଷକ ଅଟନ୍ତି । ତେଣୁ ଅର୍ଜୁନଙ୍କ ପରି ତାଙ୍କୁ ନିବେଦନ କରିବା ଉଚିତ, "ହେ ସତ୍ଗୁରୁ,ଯାହା କଲ୍ୟାଣକର ତାହା ନିଶ୍ଚିତ କରି କହନ୍ତୁ । ମୁଁ ତୁମର ଶିଷ୍ୟ ଏବଂ ଶରଣାଗତ ଅଟେ । ମୋତେ ଉପଦେଶ ଦିଅନ୍ତୁ ।'' ଯତ୍ଶ୍ରେୟଃ ସ୍ୟାନିଶ୍ଚିତଂ ବ୍ରୁହି ତନ୍ମେ । ଶିଷ୍ୟସ୍ତେଽହଂ ଶାଧି ମାଂ ତ୍ୱାଂ ପ୍ରପନ୍ନମ ।ା ଗୀ ୨/୭ାା ଶୌଚର ଅର୍ଥ ପବିତ୍ରତା ବା ଶୁଦ୍ଧି । ଦୈବୀ ସମ୍ପଦର ବର୍ଣ୍ଣନା ପ୍ରକରଣରେ (ଗୀ-୧୬/୩) ଏହାର ଉଲ୍ଲେଖ କରାଯାଇଛି । ଏହି ପ୍ରସଙ୍ଗରେ ଦୁଇ ପ୍ରକାର ଶୁଦ୍ଧି କଥା କୁହାଯାଇଥିଲା । ସେ ଦୁଇଟି ହେଲା ବାହ୍ୟ ଓ ଆନ୍ତରିକ ଶୁଦ୍ଧି । ଅପବିତ୍ର କଳିଯୁଗୀ ଦୁନିଆରେ ପବିତ୍ରତା ଆଚରଣ କରିବା ସହଜ କଥା ନୁହେଁ । ଶୁଦ୍ଧ ଜଳରେ ଘଷିମାଜି ଶରୀର ପ୍ରକ୍ଷାଳନ ବା ସ୍ନାନ କରିବା ବାହ୍ୟ ଶୌଚ ଅନ୍ତର୍ଗତ । ଏହା ଯେ କେହି ସଭ୍ୟ ଶିକ୍ଷିତ ମନୁଷ୍ୟ କରିଥାଏ । ତେଣୁ ଏଠାରେ ବାହ୍ୟ ଶୌଚକୁ ତପସ୍ୟାର ଅନ୍ତର୍ଭୁକ୍ତ କରାଯାଇ ନ ପାରେ । ଜ୍ଞାନ ଜଳ ପ୍ରକ୍ଷାଳନ ଦ୍ୱାରା ଆତ୍ମାର ଶୁଦ୍ଧି ହେଉଛି ପ୍ରକୃତ ତପ । ଜ୍ଞାନ ଦ୍ୱାରା ମନୁଷ୍ୟର ଦୃଷ୍ଟି, ବୃି ଓ କୃତୀର ଶୁଦ୍ଧି ହୁଏ । ଅନ୍ତଃକରଣ ଶୁଦ୍ଧି ହେଲେ ବ୍ୟକ୍ତି ମଧ୍ୟରେ ସା୍ୱିକ ଭାବ ଜାଗ୍ରତ ହୁଏ । ସ୍ୱଗୁଣ ମନୁଷ୍ୟକୁ ଦୈବୀ ସମ୍ପଦର ଅଧିକାରୀ କରାଏ ।

ପାପୀ ବ୍ୟକ୍ତିକୁ ସ୍ପର୍ଶ କରିବା ଦ୍ୱାରା, ଅସଦ୍ ଉପାୟେରେ ଅର୍ଜିତ ଧନରୁ କ୍ରୟ ହୋଇଥିବା ଅନ୍ନ ଭକ୍ଷଣ ଓ ବସ୍ତ୍ରାଦି ବ୍ୟବହାର ଦ୍ୱାରା, ନିଜକୁ ବା ଅନ୍ୟକୁ ଶାରୀରିକ ଦୃଷ୍ଟିରେ ଦେଖିବା ଦ୍ୱାରା, ମୈଥୁନ(ଯୌନ ସମ୍ଭୋଗ) ଆଦି ଦ୍ୱାରା ମନୁଷ୍ୟାତ୍ମା ଅପବିତ୍ର ହୁଏ । ଏହିପରି ଅପବିତ୍ର କର୍ମ ତ୍ୟାଗ ଓ ଆତ୍ମିକ ଶୁଦ୍ଧିକରଣକୁ କାୟିକ ତପ ବୋଲି ଏଠାରେ କୁହାଯାଇଛି ।

ମନୁଷ୍ୟର ଚାଲିବା, ବସିବା, ଠିଆ ହେବା, କଥା କହିବା ଶାରୀରିକ ଭାବଭଙ୍ଗୀରୁ ତା'ର ସ୍ୱଭାବ ଓ ସଂସ୍କାର ଜଣାପଡେ । ପାପୀ, କପଟୀ ଓ ଅହଙ୍କାରୀ ବ୍ୟକ୍ତିକୁ ତା'ର ମୁଖଭଙ୍ଗୀ ଓ ଶାରୀରିକ କ୍ରିୟାକଳାପରୁ ସହଜରେ ଚିହ୍ନିହୁଏ । ଦୈବୀଗୁଣ ବର୍ଣ୍ଣନା ପ୍ରସଙ୍ଗରେ (ଗୀ-୧୬/୧) ଆର୍ଜବର ଅର୍ଥ ସରଳତା ବୋଲି କୁହାଯାଇଛି । ଏପରି ବ୍ୟକ୍ତିର ଜୀବନ ସାଧାସିଧା ଓ ନିରାଡମ୍ବର ହୋଇଥାଏ । ତାଙ୍କ ଅନ୍ତଃକରଣରେ କପଟତାର ସାମାନ୍ୟ ଅଂଶ ମଧ୍ୟ ନ ଥାଏ । ତାଙ୍କ ଚାଲିଚଳନରେ ସରଳତା ସ୍ୱତଃ ପରିସ୍ଫୁଟ ହେଉଥାଏ । କୁଟିଳତା ତ୍ୟାଗ ଦ୍ୱାରା ଉଭୟ ଶାରୀରିକ ଓ ଆନ୍ତରିକ ସରଳତା ଆସିଥାଏ ।

ବ୍ରହ୍ମଚର୍ଯ୍ୟର ଆକ୍ଷରିକ ଅର୍ଥ ହେଉଛି ଶରୀର ସମ୍ବନ୍ଧୀୟ ସମସ୍ତ ପ୍ରକାର ମୈଥୁନ କ୍ରିୟା ତ୍ୟାଗ ପୂର୍ବକ ଉଦ୍ଧ୍ୱର୍ରେତା ହେବା ଅର୍ଥାତ କୌଣସି ପ୍ରକାରେ ମଧ୍ୟ ବୀର୍ଯ୍ୟପାତ ହେବାକୁ ନ ଦେବା । ମୈଥୁନର ଆଠଟି ଅଙ୍ଗ ଅଛି । ଏହା ଉଭୟ ସ୍ତ୍ରୀ ଓ ପୁରୁଷଙ୍କ ପାଇଁ ପ୍ରଯୁଜ୍ୟ । ସେଗୁଡିକ ହେଲା; (୧) ରୂପଗୁଣ ସ୍ମରଣ (୨) ପ୍ରେମାଳାପ (୩) ବିନୋଦ (୪) କାମ ଦୃଷ୍ଟି ୫) ଗୁହ୍ୟକଥାବାର୍ା (ଯେଉଁ କଥା ସମସ୍ତଙ୍କ ସାମ୍ନାରେ କହିହୁଏ ନାହିଁ ) (୬) ଯୌନ ସମ୍ଭୋଗ ପାଇଁ ସଂକଳ୍ପ (୭) ସମ୍ଭୋଗ ପାଇଁ ସମସ୍ତ ପ୍ରକାର ପ୍ରଯନô କରିବା (୮) ପ୍ରତ୍ୟକ୍ଷ ରତିକ୍ରିୟା ସମ୍ପନ୍ନ କରିବା । ଏହି ଆଠଟି କ୍ରିୟାର ସମ୍ପୂର୍ଣ୍ଣ ଅଭାବକୁ ବ୍ରହ୍ମଚର୍ଯ୍ୟ କୁହାଯାଏ । ଯେଉଁବ୍ୟକ୍ତି (ସ୍ତ୍ରୀ ଓ ପୁରୁଷ) ସମ୍ପୂର୍ଣ୍ଣ ଭାବରେ ଉପରୋକ୍ତ ଆଠଟି କ୍ରିୟାରୁ ବିରତ ରହନ୍ତି ତାଙ୍କୁ "ବ୍ରହ୍ମଚାରୀ' କୁହାଯାଏ । ଏଗୁଡିକ ମଧ୍ୟରୁ ଯଦି କୌଣସି ଗୋଟିଏ କ୍ରିୟା ମଧ୍ୟ ହେଉଥାଏ ତେବେ ବ୍ରହ୍ମଚର୍ଯ୍ୟ ଭଙ୍ଗ ହେଲା ବୋଲି ଧରାଯିବ ।

ସ୍ମରଣଂ କୀର୍ନଂ କେଳଃ ପ୍ରେକ୍ଷଣଂ ଗୁହ୍ୟଭାଷଣମ୍ ।

ସଙ୍କଳ୍ପୋଽଧ୍ୟବସାୟଶ୍ଚ କ୍ରିୟା ନିଷ୍ପିରେବ ଚ ।ା

ଏତନ୍ମୈଥୁନ ମଷ୍ଟାଙ୍ଗମ୍ ପ୍ରବଦନ୍ତି ମନୀଷିଣଃ ।

ବିପରୀତଂ ବ୍ରହ୍ମରର୍ଯ୍ୟ ମନୁଷ୍ଠେୟଂ ମୁମୁକ୍ଷୁଭିଃ ।ା

ବ୍ରହ୍ମଚର୍ଯ୍ୟର ସମ୍ବନ୍ଧ କେବଳ ଶାରୀରିକ କ୍ରିୟା ସହିତ ନୁହେଁ; ମନର ଭାବ ସହିତ ମଧ୍ୟ ଏହା ସମ୍ପର୍କିତ । ଜନ୍ମଜନ୍ମାନ୍ତର ଦୈହିକ ସମ୍ପର୍କ ହେତୁ ଅତି ସତର୍କ ବ୍ୟକ୍ତିର ମଧ୍ୟ ବେଳେବେଳେ ମାନସିକ ବ୍ରହ୍ମଚର୍ଯ୍ୟ ଭଙ୍ଗ ହୁଏ । ଏଥିପାଇଁ ସତତ ଦେହର ବିସ୍ମୃତି ଓ ଆତ୍ମିକ ସ୍ମୃତିର ଅଭ୍ୟାସ ସହିତ ନିରନ୍ତର ଈଶ୍ୱରୀୟ ଚିନ୍ତନରେ ମନକୁ ନିୟୋଜିତ କରିବା ଉଚିତ । ଦୈହିକ ସ୍ମୃତି ମନରେ ସ୍ତ୍ରୀ ପୁରୁଷର ଭେଦ ସୃଷ୍ଟି କରି କାମ ଭାବର ଉଦ୍ରେକ କରେ । ଆତ୍ମିକ ସ୍ମୃତି ପରସ୍ପର ମଧ୍ୟରେ ବିଶ୍ୱ ଭ୍ରାତୃତ୍ୱର ଭାବ ସାର କରେ । ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତି ନିଜକୁ ତଥା ସମଗ୍ର ବିଶ୍ୱବାସୀଙ୍କୁ ଏକ ପରମାତ୍ମାଙ୍କ ସନ୍ତାନ ହିସାବରେ ଭାଇ ଭାଇ ଦୃଷ୍ଟିରେ ଦେଖେ । ସେ ଆତ୍ମଦ୍ରଷ୍ଟା ହୋଇଥିବାରୁ ତାଙ୍କ ମନରେ ସ୍ତ୍ରୀ ଓ ପୁରୁଷର ଭେଦ ନଥାଏ । ଏହା ହେଉଛି ସମ୍ପୂର୍ଣ୍ଣ ବ୍ରହ୍ମଚାରୀ ବ୍ରତ । ବ୍ରହ୍ମଚାରୀ ବ୍ରତରେ ସ୍ଥିତ ରହିବା ହେଉଛି ବ୍ରହ୍ମଚର୍ଯ୍ୟ । ବ୍ରହ୍ମଚାରୀ ବ୍ରତେ ସ୍ଥିତଃ ।ା ଗୀ-୬/୧୪ ।ା

ଶାରୀରିକ, ମାନସିକ ଓ ବାଚିକ ଭେଦରେ ହିଂସା ତିନି ପ୍ରକାର । କାମ, କ୍ରୋଧ, ଲୋଭ, ମୋହ ଓ ଅହଙ୍କାର ଏହି ପ ବିକାର ହେଉଛି ହିଂସାର ପ୍ରେରକ । କାହାରିକୁ ମାଡ ମାରି କଷ୍ଟଦେବା ହେଉଛି ଶାରୀରିକ ହିଂସା । କାହାରି ରୂପ ଯୌବନରେ ମୋହିତ ହୋଇ ତା'ପ୍ରତି କାମାସକ୍ତ ହେବା ମାନସିକ ହିଂସା । କଟୁ ବଚନ ପ୍ରୟୋଗ କରି କାହା ମନରେ କଷ୍ଟ ଦେବା ମଧ୍ୟ ବାଚିକ ହିଂସା । ଏହି ତିନି ପ୍ରକାର ହିଂସାର ସମ୍ପୂର୍ଣ୍ଣ ଅନୁପସ୍ଥିତିକୁ "ଅହିଂସା' କୁହାଯାଏ ।

ସାଧାରଣତଃ, ହଠଯୋଗ ସାଧନା ଦ୍ୱାରା ହେଉଥିବା ଶାରୀରିକ କଷ୍ଟ ସହ୍ୟ କରିବାକୁ "ତପ' ବୋଲି ଅନେକେ ବୁଝନ୍ତି । ଗୀତାରେ ଏହିପରି ହଠଯୋଗୀମାନଙ୍କୁ ଆସୁର ନିଶ୍ଚୟଯୁକ୍ତ ବୋଲି କୁହାଯାଇଛି । ଆସୁର ନିଶ୍ଚୟାନ... (ଗୀ ୧୭/୬) । ଆତ୍ମ କଲ୍ୟାଣ ଓ ପରମାର୍ଥିକ କାର୍ଯ୍ୟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଏଡେଇ ଦେଇ ନିରବଚ୍ଛିନ୍ନ ଭାବରେ ଲକ୍ଷ୍ୟ ପ୍ରାପ୍ତି ପାଇଁ ପୁରୁଷାର୍ଥ କରିବା ହେଉଛି ଗୀତାର "ତପ' । ସମ୍ପୂର୍ଣ୍ଣ ଈଶ୍ୱରୀୟ ମର୍ଯ୍ୟାଦା ଓ ସଂଯମତା ଅବଲମ୍ବନ କରି ଆତ୍ମା ମଧ୍ୟରେ ଥିବା କଳୁଷିତ ବୃିଗୁଡିକୁ ପରିଶୋଧନ କରିବାର ପ୍ରଚେଷ୍ଟା ହେଉଛି ସର୍ବଶ୍ରେଷ୍ଠ ତପ । ଦେବତା, ବ୍ରାହ୍ମଣ, ଗୁରୁଜନ ଓ ଜ୍ଞାନୀମାନଙ୍କ ପୂଜନ, ପବିତ୍ରତା, ସରଳତା, ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା - ଏହି ପାଟି କ୍ରିୟାରେ ଶରୀରର ମୁଖ୍ୟ ଭୂମିକା ଥିବାରୁ ଏହାକୁ ଶାରୀରିକ ତପ ବୋଲି କୁହାଯାଇଛି ।

ବାଚିକ ତପସ୍ୟା : ବନ୍ଧୁକ ଗୁଳିରେ ହୋଇଥିବା କ୍ଷତ କିଛି ଦିନ ପରେ ଶୁଖିଯାଏ । କିନ୍ତୁ ମୁଖରୁ ନିର୍ଗତ ହୋଇଥିବା କଟୁବାକ୍ୟ ଦ୍ୱାରା ବ୍ୟକ୍ତିର ହୃଦୟରେ ଯେଉଁ କ୍ଷତ ସୃଷ୍ଟି ହୁଏ ତାହା ମୃତୁ୍ୟ ପର୍ଯ୍ୟନ୍ତ ଶୁଖେ ନାହିଁ । ତେଣୁ ସଂଯତ, ଧୀର, ପ୍ରିୟ, ମଧୁର, ହିତକର, ସତ୍ୟ, ଉଦ୍ବେଗଶୂନ୍ୟ କଥା କହିବାର ଅଭ୍ୟାସ ଏବଂ ଈଶ୍ୱରୀୟ ଜ୍ଞାନ ପଠନ, ମନନ ଓ କଥନ (ସ୍ୱଧ୍ୟାୟାଭ୍ୟସନ୍ମ) ମଧ୍ୟ ଏକ ତପସ୍ୟା । ଏଗୁଡିକ ବାଣୀ ସହିତ ସମ୍ବନ୍ଧିତ ଓ ଆତ୍ମାର ପବିତ୍ରୀକରଣ ତଥା ବ୍ୟକ୍ତିତ୍ୱର ବିକାଶ ପାଇଁ ଉଦ୍ଧିିଷ୍ଟ ହୋଇଥିବାରୁ ଏହି ଚେଷ୍ଟା ବା ଅଧ୍ୟବସାୟକୁ "ବାଚିକ' ତପସ୍ୟା କୁହାଯାଏ ।

କାହାରି ନିନ୍ଦା ବା ଚୁୁଗୁଲି କରିବା ଦ୍ୱାରା ଶ୍ରୋତା ମନରେ ଉଦ୍ବେଗ ସୃଷ୍ଟି ହୁଏ । ଅନ୍ୟର ଦୋଷ ଦେଖିବା ଦ୍ୱାରା ତାଙ୍କ ପ୍ରତି ମନରେ ନିକୃଷ୍ଟ ଭାବନା ଜାଗ୍ରତ ହୁଏ । ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବା ପାଇଁ ବ୍ୟକ୍ତି ଅନେକ ସମୟରେ ଅନ୍ୟର ଦୋଷଗୁଣ ବର୍ଣ୍ଣନା କରେ । ବ୍ୟକ୍ତି ନିଜପାଖରେ ଥିବା ଦୋଷଗୁଣକୁ ଅନ୍ୟଠାରେ ଦେଖେ । ପରଦୋଷ ଦର୍ଶନରୁ ମୁକ୍ତ ହେବା ପାଇଁ ନିଜକୁ ଦୋଷମୁକ୍ତ କରିବାକୁ ହେବ । ଏହା କେବଳ ନିରବଚ୍ଛିନ୍ନ ଅଭ୍ୟାସ ଦ୍ୱାରା ସମ୍ଭବ । ଅନେକ ସମୟରେ ସତ୍ୟକଥା କହିବା ଦ୍ୱାରା ମଧ୍ୟ ଅନ୍ୟ ମନରେ ଉଦ୍ବେଗ ସୃଷ୍ଟି ହୁଏ । ସତ୍ୟର ପରିଭାଷା ଅତ୍ୟନ୍ତ ବ୍ୟାପକ । ଯେଉଁ ବଚନ ଦ୍ୱାରା ଅନ୍ୟର ଅନିଷ୍ଟ ହୁଏ, ଅନ୍ୟ ମନରେ କଷ୍ଟ ଉପôନ୍ନ ହୁଏ, ତାହା ସତ୍ୟ ହୋଇଥିଲେ ମଧ୍ୟ ସ୍ପୃହଣୀୟ ନୁହେଁ । ତେଣୁ ମନୁ ସ୍ମୃତିରେ କୁହାଯାଇଛି, ""ସତ୍ୟ ଓ ପ୍ରିୟ ବଚନ କହିବା ଉଚିତ । ଅପ୍ରିୟ ସତ୍ୟ ସର୍ବଥା ବର୍ଜନୀୟ । ବଚନ ପ୍ରିୟ ହେଉ କିନ୍ତୁ ଅସତ୍ୟ ନ ହେଉ ।ଏହା ସନାତନ ଧର୍ମ ମର୍ମ ।

ସତ୍ୟଂ ବୃୟାତ୍ ପ୍ରିୟଂ ବୃୟାନ୍ ବୃୟାତ୍ ସତ୍ୟମପ୍ରିୟମ ।ା

ପ୍ରିୟଂ ଚ ନାନୃତଂ ବୃୟାଦେଷ ଧର୍ମଃ ସନାତନଃ ।ା

        (ମନୁ ସ୍ମୃତି-୪/୧୩୮)

ଗୀତାରେ ପ୍ରିୟ, ହିତକର ଓ ସତ୍ୟ ବଚନ କହିବାକୁ କୁହାଯାଇଛି । "ସତ୍ୟଂ ପ୍ରିୟଂ ହିତଂ ଚ ଯତ୍ ।' ଯେଉଁ କଥା ଅନ୍ୟର ହିତ ପାଇଁ ଉଦ୍ଧିଷ୍ଟ ତାହା ପ୍ରିୟ ଲାଗେ । କିନ୍ତୁ ଏହା ସର୍ବଥା ସତ୍ୟ ଉପରେ ଆଧାରିତ ହୋଇଥିବା ଉଚିତ । ବ୍ୟକ୍ତିର ବକ୍ତବ୍ୟ କିପରି ହେବ ତାହା ନିର୍ଭର କରେ ତା'ର ଅନ୍ତଃକରଣ ଓ ମାନସିକ ସ୍ଥିତି ଉପରେ । ଯାହାର ଅନ୍ତଃକରଣ ନିର୍ମଳ ଓ ପବିତ୍ର, ଯା'ର ମନରେ ହିଂସା, ଦ୍ୱେଷ, ଈର୍ଷା, ପରଶ୍ରୀକାତରତା, କ୍ରୁରତା, ରୁକ୍ଷତା, ତୀକ୍ଷ୍ଣତା, କଟୁତା ଆଦି ଅପବିତ୍ର ଭାବ ନାହିଁ; ତାଙ୍କ ଦ୍ୱାରା କଥିତ ସତ୍ୟ ବାକ୍ୟ ସର୍ବଦା ପ୍ରିୟ ଓ ହିତକର ହୁଏ । ତାଙ୍କର ପ୍ରତିଟି କଥା ଶାନ୍ତି ପ୍ରଦାୟକ; ପ୍ରେମମୟ, ସୁମଧୁର ହୋଇଥାଏ । ଏହିପରି ପ୍ରିୟବଚନ କହିବା ଦ୍ୱାରା କେବଳ ମନୁଷ୍ୟ କାହିଁକି ସମସ୍ତ ପ୍ରାଣୀ ଜଗତ ଆନନ୍ଦିତ ହୁଅନ୍ତି । ତେଣୁ ବାଚିକ କୃପଣତା ତ୍ୟାଗ ପୂର୍ବକ ସର୍ବଦା ସମସ୍ତଙ୍କର ମନତୋଷକାରୀ କଥା କହିବା ଉଚିତ । ""ପି୍ରୟ ବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ଜନ୍ତବଃ । ତସ୍ମାଦେବ ବକ୍ତବ୍ୟଂ ବଚନେ କା ଦରିଦ୍ରତା ।''

ଆତ୍ମାନୁଶୀଳନ ହେଉଛି ପ୍ରକୃତ ସ୍ୱଧ୍ୟାୟ । ଏଥିପାଇଁ ଈଶ୍ୱରୀୟ ଜ୍ଞାନର ମନନ ଚିନ୍ତନ ପୂର୍ବକ ବୁଦ୍ଧିର ବିକାଶ ଓ ବିସ୍ତାର କରିବା ଉଚିତ । ଈଶ୍ୱରୀୟ ସାହିତ୍ୟ ହେଉଛି ମନୁଷ୍ୟାତ୍ମାର ଦର୍ପଣ ସଦୃଶ । ଏହା ମାଧ୍ୟମରେ ଆତ୍ମା ନିଜର ଯଥାର୍ଥ ସ୍ୱରୂପ ଦର୍ଶନ କରିପାରେ । ସ୍ୱଧ୍ୟାୟର ଲକ୍ଷ୍ୟ ହେଉଛି ସ୍ୱଦର୍ଶନ । ଈଶ୍ୱରୀୟ ଜ୍ଞାନ ଓ ଦର୍ଶନର ଗହନ ଅଧ୍ୟୟନ ଓ ସର୍ବଦା ଜ୍ଞାନଯୁକ୍ତ ବଚନ କହିବାର ଅଭ୍ୟାସ ମଧ୍ୟ ବାଚିକ ତପର ଅନ୍ତର୍ଭୁକ୍ତ ।

ମାନସିକ ତପସ୍ୟା : ମନ ସହିତ ସମ୍ବନ୍ଧିତ ତପକୁ ମାନସିକ ତପ କୁହାଯାଏ । ମନୁଷ୍ୟର ମାନସିକ ସ୍ଥିତି ତାକୁ ଶ୍ରେଷ୍ଠ ବା ନିକୃଷ୍ଟ କରାଏ । କୁ-ମନ କୁମାର୍ଗରେ ଓ ସୁ-ମନ ସୁମାର୍ଗରେ ମଣିଷକୁ ପରିଚାଳିତ କରେ । ବ୍ୟକ୍ତିର ମନ ତା'ର ବ୍ୟକ୍ତିତ୍ୱ ରୂପରେ ଆତ୍ମ ପ୍ରକାଶ କରେ । ଆଚାର, ବ୍ୟବହାର, କଥାବାର୍ା, ମୁଖମଣ୍ଡଳର ଭାବ, ବିଚାର ଆଦି ଦ୍ୱାରା ତା'ର ମନୋସ୍ଥିତି କିପରି ଜାଣିହୁଏ । କାମକ୍ରୋଧାଦି ମନୋବିକାରଗୁଡିକ ଦ୍ୱାରା ମନ କଳୁଷିତ ହୁଏ । ପବିତ୍ର ଜ୍ଞାନଜଳ ଦ୍ୱାରା ମନ ଶୁଦ୍ଧ ଓ ନିର୍ମଳ ହୁଏ । ମନର ଏହି ପରିଶୋଧନ ପ୍ରକ୍ରିୟାକୁ ମାନସିକ ତପ କୁହାଯାଏ । ମନର ପ୍ରସନ୍ନତା, ସୌମ୍ୟତା, ମୌନତା ଓ ସଂଯମତାକୁ ଅକ୍ଷୁର୍ଣ୍ଣ ରଖିବାର ପ୍ରୟାସକୁ ଏଠାରେ ମାନସିକ ତପ ବୋଲି କୁହାଯାଇଛି ।

ମନୋନୁକୂଳ ବ୍ୟକ୍ତି, ବସ୍ତୁ, ଧନ, ସମ୍ପି, ପରିସ୍ଥିତି, ଘଟଣା ଆଦିର ପ୍ରାପ୍ତିରେ ମନ ପ୍ରସନ୍ନ ହୁଏ ଓ ଏଗୁଡିକର ଅପ୍ରାପ୍ତିରେ ବା ବିୟୋଗରେ ବିଷଣ୍ଣ ହୁଏ । ରୋଗ, ଶୋକ, ବନ୍ଧନ, ବିଷାଦ, ଭୟ, ଚିନ୍ତା, ବ୍ୟାକୁଳତା ଓ ଉଦ୍ବିଗ୍ନତା ହେତୁ ମନର ପ୍ରସନ୍ନତା ନଷ୍ଟ ହୁଏ । ଏହି ସବୁ ଦୋଷରୁ ମନ ମୁକ୍ତ ହେଲେ ସ୍ଥାୟୀ ପ୍ରସନ୍ନତା ଲାଭ ହୁଏ । ମନର ଏହି ପରିଷ୍କରଣ ପ୍ରକ୍ରିୟା ଏତେ ସହଜ ନୁହେଁ । ଜନ୍ମଜନ୍ମାନ୍ତର ଧରି ମନୁଷ୍ୟାତ୍ମା ଜ୍ଞାନ ବା ଅଜ୍ଞାନରେ ଯେଉଁ ସବୁ ପାପକର୍ମଗୁଡିକ କରିଥାଏ ତଦ୍ଧ୍ୱାରା ମନରେ ନାନାପ୍ରକାର ବିକୃତି ସୃଷ୍ଟି ହୁଏ । ଏହି ମନୋବିକାରଗୁଡିକୁ ନିରନ୍ତର ଅଭ୍ୟାସ ଦ୍ୱାରା କେବଳ ଦୂର କରାଯାଇ ପାରିବ । ଯେଉଁ ନଶ୍ୱର ବସ୍ତୁର ପ୍ରାପ୍ତିରେ ମନ ପ୍ରସନ୍ନ ଓ ଅପ୍ରାପ୍ତିରେ ବିଷଣ୍ଣ ହେଉଛି ସେଥିରୁ ନିଜକୁ ଅନାସକ୍ତ ରଖିବା ଉଚିତ । ମନ ଉପରେ ଅନ୍ନର ବିଶେଷ ପ୍ରଭାବ ପଡ଼େ । ତେଣୁ ଶୁଦ୍ଧ, ସା୍ୱିକ, ପବିତ୍ର ଓ ପରିମିତ ଅନ୍ନ ଗ୍ରହଣ କରିବା ଉଚିତ । ମନର ଭୋଜନ ହେଉଛି ସଂକଳ୍ପ । ଶୁଦ୍ଧ ଓ ସକାରାତ୍ମକ ସଂକଳ୍ପ ବା ଚିନ୍ତନ ଦ୍ୱାରା ମନ ସୁସ୍ଥ ଓ ନିରାମୟ ହୁଏ । ତେଣୁ ଯଥା ସମ୍ଭବ ଏକାନ୍ତ ବାସ କରି ମନକୁ ଶୁଦ୍ଧ ସଂକଳ୍ପର ଭୋଜନ ଦ୍ୱାରା ପରିପୁଷ୍ଟ କରିବା ବିଧେୟ । ମାନସିକ କ୍ଳାନ୍ତି ଅପନୋଦନ ପାଇଁ ଯଥୋଚିତ ନିଦ୍ରା ଆବଶ୍ୟକ । ଏହା କେବଳ ବୈଜ୍ଞାନିକ ସିଦ୍ଧାନ୍ତ ନୁହେଁ; ପୌରାଣିକ ଗ୍ରନ୍ଥରେ ମଧ୍ୟ ମନର ପ୍ରସନ୍ନତା ଲାଭ ପାଇଁ ଏପରି ଉପଦେଶଗୁଡିକ ଦିଆଯାଇଛି ।

ହିତପରିମିତଭୋଜୀ ନିତ୍ୟମେକାନ୍ତସେବୀ ।

ସକୃଦୁଚିତ ହିତୋକ୍ତିଃ ସ୍ୱଳ୍ପନିଦ୍ରାବିହାରଃ ।ା

ଅନୁନିୟମନଶୀଳୋ ଯୋ ଭଜତୁ୍ୟନ୍ତକାଳେ ।

ସ ଲଭତେ ଇବ ଶୀଘ୍ରଂ ସାଧୁଚିପ୍ରସାଦମ୍ ।ା 

         (ସର୍ବବେଦାନ୍ତ ସିଦ୍ଧାନ୍ତ ସାର ସଂଗ୍ରହ୩୭୨)

ଅର୍ଥ : ହିତକାରକ ଓ ପରିମିତ ଭୋଜନକାରୀ, ଏକାନ୍ତ ପ୍ରିୟ, ସର୍ବଦା ହିତ ଓ ମିତଭାଷୀ, ସ୍ୱଳ୍ପ ଶୟନ ଓ ଭ୍ରମଣକାରୀ ଓ ନିୟମ ସଂଯମ ପାଳନକାରୀ ଅତି ଶୀଘ୍ର ମନର ପ୍ରସନ୍ନତା ଲାଭ କରନ୍ତି ।

ରୁକ୍ଷତା, ହିଂସା, ପ୍ରତିହିଂସା, କ୍ରୁରତା, ନିର୍ଦୟତା, ଅସହିଷ୍ଣୁତା, କୁଟିଳତା, ଇର୍ଷାପରାୟଣତା ଆଦି ଦାହକାରକ ଦୋଷ ଦ୍ୱାରା ମନର ସୌମ୍ୟତା ନଷ୍ଟ ହୁଏ । ମନର ଶାନ୍ତି ଓ ଶୀତଳତାକୁ ସୌମ୍ୟ ଭାବ କୁହାଯାଏ । ସହନ ଶକ୍ତିର ବିକାଶ ଦ୍ୱାରା ସୌମ୍ୟତା ବୃଦ୍ଧିପାଏ । ଦେହାଭିମାନ ତ୍ୟାଗ ପୂର୍ବକ ନିରନ୍ତର ଈଶ୍ୱରୀୟ ସ୍ମୃତି ଦ୍ୱାରା ସହନଶକ୍ତିର ବିକାଶ ହୁଏ । ଆତ୍ମା ସ୍ୱଭାବତଃ ସୌମ୍ୟ ସ୍ୱରୂପ । ଦେହାଭିମାନ ବଶତଃ ଆତ୍ମିକ ସ୍ୱରୂପର ବିସ୍ମୃତି ଘଟିଲେ ସୌମ୍ୟଭାବର ଅଭାବ ହୁଏ । ଏହା ଦ୍ୱାରା ବ୍ୟକ୍ତି ବିଭିନ୍ନ ପ୍ରକାର ମନୋବିକାର ଦ୍ୱାରା ପୀଡିତ ହୁଏ । ଦିବ୍ୟଗୁଣ ଗୁଡିକ ଧାରଣ କଲେ ସୌମ୍ୟଭାବ ସ୍ୱତଃ ଜାଗ୍ରତ ହୁଏ । କଳିଯୁଗୀୟ ତମୋପ୍ରଧାନ ଦୁନିଆରେ ଦିବ୍ୟଗୁଣ ଆହରଣ କରିବା ସହଜସାଧ୍ୟ ନୁହେଁ । ଏଥିପାଇଁ ନିରନ୍ତର ପୁରୁଷାର୍ଥ କରିବା ଆବଶ୍ୟକ । ଇପ୍ସିତ ଲକ୍ଷ୍ୟ ପ୍ରାପ୍ତି ପାଇଁ କରାଯାଉଥିବା ପୁରୁଷାର୍ଥ, ଅଭ୍ୟାସ ବା ପରିଶ୍ରମକୁ "ତପସ୍ୟା' କୁହାଯାଏ । "ସୌମ୍ୟଭାବ' ମନ ସହିତ ସମ୍ପର୍କିତ ଓ ଏହାର ପ୍ରାପ୍ତି ପାଇଁ ନିରନ୍ତର ବିଧି ପୂର୍ବକ ମନୋବ୍ୟାୟାମ କରିବାକୁ ପଡୁଥିବାରୁ ଏହା ମାନସିକ ତପସ୍ୟାର ଅନ୍ତର୍ଭୁକ୍ତ ।

ସାଧାରଣତଃ "ମୌନ' ଶବ୍ଦ ନୀରବ ରହିବା ଅର୍ଥରେ ପ୍ରୟୋଗ କରାଯାଏ । କିନ୍ତୁ ଏଠାରେ "ମୌନ' ଶବ୍ଦ ମାନସିକ ତପର ଅନ୍ତର୍ଗତ ହୋଇଥିବାରୁ ଏହା ମନ ସହିତ ସମ୍ବନ୍ଧିତ  । ସଂସାର ଓ ଶରୀର ସହିତ ଆତ୍ମାର ସମ୍ବନ୍ଧ ରହିଲେ ବିଭିନ୍ନ ପ୍ରକାର ସଂକଳ୍ପ ବିକଳ୍ପର ତରଙ୍ଗ ମନରେ ଉପôନ୍ନ ହୋଇ କୋଳାହଳ ସୃଷ୍ଟି କରନ୍ତି । ଆତ୍ମା ତା'ର ଭାବ ପ୍ରକାଶ ପାଇଁ ପ୍ରଥମେ ମନରେ ସଂକଳ୍ପ ଉପôନ୍ନ କରେ ଓ ପରେ ତାହା ଭାଷାରେ ରୂପାନ୍ତରିତ ହୋଇ ବାଣୀ ଦ୍ୱାରା ପ୍ରକାଶିତ ହୁଏ । ତେଣୁ ମନର ସଂକଳ୍ପ ସଂଖ୍ୟାକୁ ଯେତେ ସମ୍ଭବ ହ୍ରାସ କରିବାର ପ୍ରୟାସକୁ "ମୌନ' କୁହାଯାଏ । ସୁଖ-ଦୁଃଖ, ଜୟ-ପରାଜୟ, ଲାଭ-କ୍ଷତି, ମାନ-ଅପମାନ, ନିନ୍ଦା-ପ୍ରଂଶସା ଆଦି ଦ୍ୱନ୍ଦାତ୍ମକ ପରିସ୍ଥିତି ହେତୁ ମନ ଅସ୍ଥିର ହୁଏ । ଏହି ସବୁରୁ ମନକୁ ଓହରାଇ ଆଣିଲେ ତାହା ସ୍ଥିର ହୁଏ । ମନକୁ ସ୍ଥିର ରଖିବାର ଅଭ୍ୟାସ ହେଉଛି "ମୌନ' ଅବସ୍ଥା । ସଂସାର ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି,ଘଟଣା ଆଦି ବିନାଶଶୀଳ । ତେଣୁ ଅସ୍ଥିର ହୋଇଥାନ୍ତି । ମନ ଯାହା ସହିତ ସମ୍ବନ୍ଧ ରଖେ ତା'ର ଗୁଣ ଆହରଣ କରେ । ବିନାଶଶୀଳ ବ୍ୟକ୍ତି ବସ୍ତୁ ,ବୈଭବ ଆଦିରୁ ମନର ସମ୍ବନ୍ଧକୁ ବିଚ୍ଛେଦ ପୂର୍ବକ ଅବିନାଶୀ ପରମାତ୍ମାଙ୍କ ସହିତ ସଂଯୋଗ କରିବା ଦ୍ୱାରା ମନ ସ୍ଥିର ଓ ଶାନ୍ତ ହୁଏ । ଏହା ହେଉଛି ମୌନତା । ଯେଉଁମାନେ ଏହିପରି ମୌନତା ଅଭ୍ୟାସ କରନ୍ତି ସେମାନଙ୍କୁ "ମୁନି' କୁହାଯାଏ ।

ଈଶ୍ୱରୀୟ ଜ୍ଞାନକୁ ମନନ କରିବା ମଧ୍ୟ "ମୌନ' ଶବ୍ଦର ଅନ୍ତର୍ଗତ । ମନନ ଦ୍ୱାରା ମନ ସ୍ଥିର ରହେ । ଈଶ୍ୱରୀୟ ଜ୍ଞାନ ଆଧାରରେ ବିଚାର ସାଗର ମନ୍ଥନ ଦ୍ୱାରା ଜ୍ଞାନାମୃତର ସ୍ଫୁରଣ ହୁଏ । ଏହାଦ୍ୱାରା ଜନ୍ମଜନ୍ମାନ୍ତରର ବିଷୟବିକାରରେ ପୀଡିତ ଦୁର୍ବଳ ଆତ୍ମା ମଧ୍ୟରେ ଦିବ୍ୟ ଶକ୍ତିର ସାର ହୁଏ । ପତିତ ଆତ୍ମା ପବିତ୍ର ହୁଏ । ମନୋବ÷ଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ସକାରାତ୍ମକ ଚିନ୍ତନ ଦ୍ୱାରା ମନରୁ ନକାରାତ୍ମକ ସଂକଳ୍ପଗୁଡିକ ହ୍ରାସ ପାଏ; ଫଳରେ ମନ ସ୍ଥିର ଓ ଶାନ୍ତ ହୁଏ । ଯେଉଁ ସଂକଳ୍ପଗୁଡିକ ବ୍ୟକ୍ତିକୁ ଈଶ୍ୱର ବିମୁଖ କରାଏ ଓ ତା' ମଧ୍ୟରେ ଆସୁରିକ ସମ୍ପିର ବିକାଶ ଘଟାଏ ତାହା ନକାରାତ୍ମକ । ଯେଉଁ ସଂକଳ୍ପ ସମୂହ ଈଶ୍ୱରାଭିମୁଖୀ କରାଇ ଦୈବୀଗୁଣଗୁଡିକର ସାର କରାଏ ତାହା "ସକାରାତ୍ମକ' ଅଟେ । ""ମୁଁ ଏକ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଆତ୍ମା । ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ । ପରମାତ୍ମା ଏ ସଂସାରର ବହୁ ଉର୍ଦ୍ଧରେ ସ୍ଥିତ ପରମଧାମ ନିବାସୀ ଅଟନ୍ତି । ଚନ୍ଦ୍ର, ସୂର୍ଯ୍ୟ ଓ ତାରକାଗଣଙ୍କଠାରୁ ମଧ୍ୟ ଉଦ୍ଧ୍ୱର୍ରେ ଥିବା ସେହି ପରମଧାମରୁ ମୁଁ ଆତ୍ମା ଏହି ସୃଷ୍ଟିକୁ ପ୍ରାରବ୍ଧ ଫଳ ଭୋଗ କରିବାକୁ ଆସିଛି ।'' ଏହିପରି ସଂକଳ୍ପଗୁଡିକ ମନକୁ ଉଦ୍ଧ୍ୱର୍ାଭିମୁଖୀ କରାଏ । ଆତ୍ମା ଦେହାଭିମାନରୁ କ୍ରମଶଃ ମୁକ୍ତ ହେବାକୁ ଲାଗେ । ବ୍ୟକ୍ତି ନିଜକୁ ଦେହଠାରୁ ପୃଥକ ଏକ ଚୈତନ୍ୟ ସା (ଆତ୍ମା) ରୂପେ ଅନୁଭବ କରେ । ଆତ୍ମାନୁଭୂତି ପରମାତ୍ମାଙ୍କ ଅନୁଭବ କରାଏ । ଦେହର ସମ୍ବନ୍ଧ ସଂସାର ସହିତ ଥାଏ । ଆତ୍ମାର ସମ୍ବନ୍ଧ ପରମାତ୍ମାଙ୍କ ସହିତ ରହେ । ପରମାତ୍ମାଙ୍କ ସହିତ କେବଳ ମନୋମିଳନ ହୁଏ । ଦେହ ଅଭିମାନ ଈଶ୍ୱରୀୟ ମିଳନର ବାଧକ ସାଜେ । ଏହିପରି ମନନରୁ ଯେଉଁ ଦିବ୍ୟ ଅନୁଭୂତି ଲାଭ ହୁଏ ତାହା ମନକୁ ସ୍ଥିର ଓ ଶାନ୍ତ କରେ । ତେଣୁ ମନନଶୀଳ ବ୍ୟକ୍ତିକୁ "ମୁନି' କୁହାଯାଏ ।

"ଆତ୍ମନିଗ୍ରହ'ର ଅର୍ଥ ହେଉଛି ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟରେ ଲଗାଇବା । ଗୀତାରେ କେତେକ ସ୍ଥାନରେ "ଆତ୍ମା'ଶବ୍ଦ "ମନ'ର ପର୍ଯ୍ୟାୟବାଚୀ ରୂପେ ବ୍ୟବହୃତ ହୋଇଥିବାରୁ ଏଠାରେ "ଆତ୍ମ ନିଗ୍ରହ'ର ଅର୍ଥ "ମନୋନିଗ୍ରହ' ବୋଲି ମଧ୍ୟ ବିଚାର କରାଯାଇପାରେ । ମନକୁ ନିଜ ବଶୀଭୂତ କରିବା ହେଉଛି "ମନୋନିଗ୍ରହ' । "ମନ' ହେଉଛି ଇନ୍ଦ୍ରିୟମାନଙ୍କ ପରିଚାଳକ ବା ରାଜା । ଯେଉଁ ବ୍ୟକ୍ତି ନିଜ ମନକୁ ବଶୀଭୂତ କରି ପାରିଛନ୍ତି ତାଙ୍କ ଅନ୍ତଃକରଣ ସର୍ବଦା ସ୍ଥିର ରହେ । ଯିଏ ନିଜ ମନକୁ ଜୟ କରି ପାରିଛନ୍ତି ସିଏ ଅସାଧ୍ୟ ସାଧନ କରିପାରନ୍ତି । ଏଠାରେ ନିମ୍ନ କାବ୍ୟାଂଶଟି ପ୍ରଣିଧାନଯୋଗ୍ୟ ।

ଏହି ମନ ଯେବେ ପ୍ରସନ୍ନ ହୁଅଇ ଦିଅଇ ଅଭୟ ବର ।

 ଏହି ମନ ଯେବେ ବିଷଣ୍ଣ ହୁଅଇ ସୃଷ୍ଟି କରେ ନାରଖାର ।ା

ଦେହଠାରୁ ନିଜକୁ ଏକ ପୃଥକ ଆତ୍ମା ବୋଲି ଅନୁଭବ କରିବା ଅଭ୍ୟାସ ଦ୍ୱାରା ମନର ସ୍ଥିରତା ଆସେ । କାରଣ ମନ, ଆତ୍ମାଠାରୁ ପୃଥକ ନୁର୍ହେଁ । ଆତ୍ମାର ସଂକଳ୍ପ ଶକ୍ତିର ଅଭିବ୍ୟକ୍ତି ହେଉଛି ମନ । ଦେହାଭିମାନୀର ମନ ଶରୀର ଓ ସଂସାର ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଘୂରି ବୁଲୁଥାଏ । ତେଣୁ ଏହା କ୍ଷଣେ ମଧ୍ୟ ସ୍ଥିର ରହିପାରେ ନାହିଁ । ସର୍ବଦା ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ ଦ୍ୱାରା ମନ କ୍ରମଶଃ ସଂସାର ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ, ଘଟଣା, ପରିସ୍ଥିତି ଆଦି ଚିନ୍ତନରୁ ମୁକ୍ତ ହୁଏ । ନିଜକୁ ସଂସାର ବନ୍ଧନରୁ ମୁକ୍ତ କରିବାର ମାନସିକ ପ୍ରୟାସକୁ (ତପ) "ଆତ୍ମ ବିନିଗ୍ରହ' କୁହାଯାଏ । ଏହାଦ୍ୱାରା ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ମନକୁ ଗୋଟିଏ ସ୍ଥାନରୁ ଓହରାଇ ଆଣି ନିଜ ଇଚ୍ଛା ମୁତାବକ ଅନ୍ୟ ସ୍ଥାନରେ ଲଗାଇ ପାରେ । କୌଣସି କାମ ନଥିଲେ ସେ ସମସ୍ତ ଇନ୍ଦ୍ରିୟମାନଙ୍କୁ ନିଜ ନିଜ ବିଷୟରୁ ଦୂରେଇ ରଖି ଅନ୍ତର୍ମୁଖୀ ହୋଇପାରନ୍ତି । ଏହି ପ୍ରସଙ୍ଗକୁ ବୁଝିବା ପାଇଁ କଇଁଛର ଉଦାହରଣ ନିଆଯାଇପାରେ ଯିଏ ନିଜ ଇଚ୍ଛା ଅନୁସାରେ ଖୋଳପା ମଧ୍ୟରୁ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ବାହାର କରି କାର୍ଯ୍ୟରେ ଲଗାଏ ଏବଂ କାମ ସରିଗଲେ ପ୍ରତ୍ୟାହାର କରିନିଏ । ସେହିପରି ମନୋନିଗ୍ରହକାରୀ ବ୍ୟକ୍ତିର ଇନ୍ଦ୍ରିୟ ସକଳ ତାଙ୍କ ଅଧୀନରେ ଥାଆନ୍ତି ।

ମନର ପ୍ରସନ୍ନତା, ସୌମ୍ୟତା, ମନନଶୀଳତା ଓ ସଂଯମତା (ନିଗ୍ରହ) ଦ୍ୱାରା ବ୍ୟକ୍ତିର ଭାବ ସ୍ୱତଃ ଶୁଦ୍ଧ ହୋଇଯାଏ । ବ୍ୟକ୍ତି ମଧ୍ୟରେ ସମସ୍ତ ଆସୁରୀ ସମ୍ପିର ବିନାଶ ଓ ଦୈବୀ ସମ୍ପିର ବିକାଶ ହେଲେ ତାଙ୍କ ମଧ୍ୟରେ ସଦ୍ଭାବ ଗୁଡିକର ସାର ହୁଏ । ଭାବର ସମ୍ପର୍କ ମନ ସହିତ । ମାନସିକ ତପସ୍ୟାର ଶେଷ ପର୍ଯ୍ୟାୟ ହେଉଛି ଭାବଶୁଦ୍ଧି । ବ୍ୟକ୍ତି ନିଜ ମନୋଭାବ ଦ୍ୱାରା ଅନୁପ୍ରାଣିତ ହୋଇ ଭଲ ବା ମନ୍ଦ କର୍ମ କରେ । ମନୋଭାବର ପରିବର୍ନ ଘଟିଲେ ଦସୁ୍ୟ ମଧ୍ୟ ଦେବତା ହୋଇପାରେ । ଏହି ପରିପ୍ରେକ୍ଷୀରେ ରାମାୟଣ ବର୍ଣ୍ଣିତ ଦସୁ୍ୟ ରନôାକର ଉପାଖ୍ୟାନ ପ୍ରଣିଧାନଯୋଗ୍ୟ । ଅଶୁଦ୍ଧ ଭାବର ସଂଶୋଧନ ବା ଭାବର ଶୁଦ୍ଧିକରଣକୁ "ଭାବ ସଂଶୁଦ୍ଧି' କୁହାଯାଏ । ଅନ୍ତଃକରଣ ଶୁଦ୍ଧ, ନିର୍ମଳ ଓ ପବିତ୍ର ହେଲେ ଭାବ ମଧ୍ୟ ତଦନୁରୂପ ହୁଏ । ଯାହାଙ୍କ ଅନ୍ତଃକରଣ ଯେପରି ତା'ଙ୍କ ଭାବ ମଧ୍ୟ ସେପରି । ଆତ୍ମିକ ସ୍ଥିିତିରେ ରହି ପ୍ରେମପୂର୍ବକ ନିରନ୍ତର ପରମାତ୍ମାଙ୍କୁ ସ୍ମରଣ କଲେ ଭାବର ସମ୍ୟକ (ସମ୍ପୂର୍ଣ୍ଣ) ଶୁଦ୍ଧି ହୋଇଥାଏ । ଏହିପରି ପବିତ୍ର ଭାବ ସମ୍ପନ୍ନ ବ୍ୟକ୍ତିର ହୃଦୟ ସିଂହାସନରେ ସଦାସର୍ବଦା ପରମାତ୍ମା ଆରୂଢ଼ ଥାଆନ୍ତି । ଶରୀର ଓ ସଂସାରର ଆଶ୍ରୟ ନେଲେ ଭାବ ଅଶୁଦ୍ଧି ହୁଏ । ପରମାତ୍ମାଙ୍କୁ ଅତ୍ୟନ୍ତ ପ୍ରେମ କରୁଥିବା ବ୍ୟକ୍ତି ସଂସାରର ଆଶ୍ରିତ ହୁଏ ନାହିଁ । ତେଣୁ ତାଙ୍କ ଅନ୍ତରର ଭାବ ଅତ୍ୟନ୍ତ ଶୁଦ୍ଧ ହୋଇଯାଏ । ଭଗବାନ ବ୍ୟକ୍ତିର ଭାବ ଗ୍ରହଣ କରନ୍ତି । ଏଥିପାଇଁ ତାଙ୍କୁ ଭାବଗ୍ରାହୀ କୁହାଯାଏ । ସେ ଭାବକୁ ନିକଟ ଓ ଅଭାବକୁ ଦୂର ଅଟନ୍ତି ।

ସା୍ୱିକ ତପ : କାୟିକ, ବାଚିକ ଓ ମାନସିକ ତପରେ ଯେଉଁ ସବୁ ବିଧିଗୁଡିକର ବର୍ଣ୍ଣନା କରାଯାଇଛି ସେଗୁଡିକୁ ନିଷ୍କାମ ଓ ଶ୍ରଦ୍ଧାଯୁକ୍ତ ଭାବରେ ଆଚରଣ କରିବାକୁ ସା୍ୱିକ ତପ କୁହାଯାଏ । ଯାହା ସ୍ୱଗୁଣଯୁକ୍ତ ତାହା ସା୍ୱିକ । ସ୍ୱଗୁଣ ନିର୍ମଳ ଓ ପ୍ରକାଶମୟ ଅଟେ (୧୪ /୭) । ପ୍ରକାଶ ଜ୍ଞାନର ଦ୍ୟୋତକ । ସତୋଗୁଣୀ ବ୍ୟକ୍ତି ଜ୍ଞାନୀ ହୋଇଥାନ୍ତି । ସେ କର୍ମର ଗୁହ୍ୟ ଗତି କ'ଣ ଜାଣନ୍ତି । ତାଙ୍କର ସମସ୍ତ କର୍ମ ପରମାର୍ଥ ପାଇଁ ଉଦ୍ଧିଷ୍ଟ । ନିଜର ବ୍ୟକ୍ତିଗତ ସୁଖ- ଶାନ୍ତି -ଆନନ୍ଦ ପାଇଁ ସେ ଆଦୌ କାମନା କରନ୍ତି ନାହିଁ । କାମୀ ମନୁଷ୍ୟ ଫଳକୁ ଆଖି ଆଗରେ ରଖି କର୍ମ କରନ୍ତି । ଏହା ନିଜର ବ୍ୟକ୍ତିଗତ ସୁଖ ସାଧନା ପାଇଁ ଉଦ୍ଧିଷ୍ଟ ଥାଏ । ଯେଉଁ କର୍ମରେ ଯେତେ ଅଧିକ ଫଳ ପ୍ରାପ୍ତିର ସମ୍ଭାବନା ଥାଏ ତାହାକୁ ସେ ସେତିକି ଶ୍ରଦ୍ଧା ପୂର୍ବକ କରନ୍ତି । କିନ୍ତୁ ନିଷ୍କାମୀ ପୁରୁଷ ଦ୍ୱାରା ଆଚରିତ ଉପରୋକ୍ତ ତ୍ରିବିଧ ତପରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନ ଥିଲେ ମଧ୍ୟ ସେ ତାହା ଅତ୍ୟନ୍ତ ଶ୍ରଦ୍ଧାପରାୟଣ ହୋଇ କରନ୍ତି । ତାଙ୍କ ତପଶ୍ଚର୍ଯ୍ୟାରେ ବିଶ୍ୱକଲ୍ୟାଣ ଭାବନା ନିହିତ ଥାଏ । ସ୍ୱପରିବର୍ନ ଦ୍ୱାରା ବିଶ୍ୱ ପରିବର୍ନ ସମ୍ଭବ ବୋଲି ସେ ବିଶ୍ୱାସ କରନ୍ତି । ସେ ନିଜକୁ ବିଶ୍ୱ ପରିବର୍ନର ଆଧାର ବୋଲି ନିଜଠାରୁ ତା'ର ଶୁଭାରମ୍ଭ କରନ୍ତି । ଏହିପରି ନିଷ୍ମାମୀ ବ୍ୟକ୍ତି ଦ୍ୱାରା ଆଚରିତ ତ୍ରିବିଧ ତପ ସା୍ୱିକ ବିଚାର୍ଯ୍ୟ ହୁଏ ।

ରାଜସ ତପ : ରାଜସ ତପ ସ୍ୱାର୍ଥ କୈନ୍ଦ୍ରିକ । ମାନ-ସମ୍ମାନ, ପ୍ରତିଷ୍ଠା, ପୂଜା, ଆଦର ସକ୍ରାର ପାଇବା ପାଇଁ କେବଳ ଲୋକ ଦେଖାଣିଆ ଯେଉଁ ତପସ୍ୟା କରାଯାଏ ତାହା ହେଉଛି ରାଜସିକ ତପ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ପ୍ରତ୍ୟେକ ମନୁଷ୍ୟର ପାରିବାରିକ ଓ ସାମାଜିକ ଦାୟିତ୍ୱ ରହିଛି । ଦାୟିତ୍ୱ ନିର୍ବାହ କରିବା ପାଇଁ ଅନେକ ସମୟରେ ଦୁଃଖ-କଷ୍ଟ, ବାଧା-ବିଘ୍ନ, ରୋଗ ଶୋକ, ଜୟ-ପରାଜୟ ସମ୍ମୁଖୀନ ହେବାକୁ ପଡ଼େ । ପରିବାର ପ୍ରତିପୋଷଣ ପାଇଁ ଧନର ଆବଶ୍ୟକତା ପଡେ । ଧନ ଅର୍ଜନ ପାଇଁ ଶାରୀରିକ ଓ ମାନସିକ ଶ୍ରମ କରିବାକୁ ହୁଏ । ଏସବୁରେ ବ୍ୟତିବ୍ୟସ୍ତ ହୋଇ କେତେକ ବ୍ୟକ୍ତି ଘର ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରନ୍ତି । ଏମାନେ ସମସ୍ତେ ପଳାୟନପନ୍ଥୀ ଓ ଦୁର୍ବଳମନା ଅଟନ୍ତି । ଏପରି କର୍ମ ସନ୍ନ୍ୟାସକୁ ଗୀତାରେ ଭସôର୍ନା କରାଯାଇଛି । ମାନସିକ ସ୍ତରରେ ଦୁର୍ବଳ ଓ ପ୍ରତିକୂଳ ପରସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ଯିଏ ଭୟ କରେ ତା'ପାଇଁ ସନ୍ନ୍ୟାସ ଅର୍ଥହୀନ । ସେ ବାହ୍ୟତଃ ସଂସାର ଛାଡିଥାଏ; କିନ୍ତୁ ଏକ ପରିପୂର୍ଣ୍ଣ ସଂସାର ତାଙ୍କ ମଧ୍ୟରେ ବସା ବାନ୍ଧିଥାଏ । ସେ ସାଧୁ ସନ୍ନ୍ୟାସୀ ଭଳି ଜୀବନଯାପନ କରନ୍ତି ସତ; କିନ୍ତୁ ତାଙ୍କ ଆଚରଣରେ ସାଧୁତା ଓ ତ୍ୟାଗ ଭାବନା ନ ଥାଏ । ଏପରି ବ୍ୟକ୍ତି ପ୍ରାରମ୍ଭିକ ସ୍ତରରେ ଅନ୍ୟମାନଙ୍କୁ ଆକର୍ଷଣ କରିବା ପାଇଁ ହଠଯୋଗ କରନ୍ତି । ଲୋକପ୍ରତିଷ୍ଠା ପାଇଁ ଯାଗଯଜ୍ଞ, ମନ୍ଦିର ସ୍ଥାପନ, ପ୍ରବଚନ ସଭା ଆଦିର ଆୟୋଜନ କରନ୍ତି । ନିଜର ଅନୁଗାମୀମାନଙ୍କଠାରୁ ପ୍ରାପ୍ତ ଧନରେ ଭବ୍ୟ ଆଶ୍ରମ ପ୍ରତିଷ୍ଠା କରନ୍ତି । ଖାଇବାକୁ ଗଣ୍ଡେ, ପିନ୍ଧିବାକୁ ଖଣ୍ଡେ, ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ନ ପାଇ ଯେଉଁ ବ୍ୟକ୍ତି ଅତୀତରେ କର୍ମ ସନ୍ନ୍ୟାସର ଆଶ୍ରୟ ନେଇଥିଲେ, ବର୍ମାନ ତାଙ୍କ ଜୀର୍ଣ୍ଣଶୀର୍ଣ୍ଣ ଶରୀର ଦିବ୍ୟ ଅନ୍ନ-ବ୍ୟଞ୍ଜନରେ ମେଦ ବହୁଳ, ପିନ୍ଧିବା ପାଇଁ ପାଟ ପିତାମ୍ବରୀର ଅଭାବ ନାହିଁ, ବାସ କରିବା ପାଇଁ ଶୀତ ତାପ ନିୟନ୍ତ୍ରିତ ଭବ୍ୟ ପା୍ରସାଦୋପମ ଆଶ୍ରମ, ଯାତାୟତ ପାଇଁ ବହୁମୂଲ୍ୟ ଶୀତ ତାପ ନିୟନ୍ତ୍ରିିତ ମୋଟର ଗାଡି ଏବଂ ବହୁବିଧ ରାଜସିକ ଭୋଗ ସାମଗ୍ରୀର ମାଲିକ ହୁଅନ୍ତି । ସେ ନିଜ ନାମ ପୂର୍ବରୁ ୧୦୮ ଶ୍ରୀ, ମହାରାଜ, ସ୍ୱାମୀଜୀ, ବ୍ରହ୍ମଲୀନ ଆଦି ଅନେକ ଉପାଧି ଧାରଣ କରନ୍ତି । ସେ ଭକ୍ତମାନଙ୍କ ଦ୍ୱାରା ନିଜର ଜୟ ଜୟକାର ଶୁଣି ଅତୀବ ଆନନ୍ଦ ଅନୁଭବ କରନ୍ତି । ଏହି ସବୁର ପ୍ରାପ୍ତି ପାଇଁ ସେ ଶାସ୍ତ୍ର ବର୍ଣ୍ଣିତ ବ୍ରତ, ଉପବାସ, ସଂଯମ ଓ ଯୋଗ ସାଧନା କରନ୍ତି । ଏହିପରି କାମନାଯୁକ୍ତ କର୍ମକାଣ୍ଡୀୟ ସାଧନାକୁ ରାଜସ ତପ କୁହାଯାଏ ।

ରାଜସ ତପରେ ବାହ୍ୟତଃ ସାଧନାର ସବୁ ବିଧି ବିଧାନ ପାଳନ କରାଯାଉଥିଲେ ମଧ୍ୟ ସେଥିରେ ଆନ୍ତରିକ ଶ୍ରଦ୍ଧା ଓ ନିଷ୍ଠାର ଅଭାବ ଦେଖାଯାଏ । ଦମ୍ଭେନ ଚୈବ ଯତ୍... । ରାଜସ ପ୍ରକୃତିର ମନୁଷ୍ୟ କେବଳ ରାଜସ ତପ ଆଚରଣ କରେ । ରଜଃ-ଗୁଣ କାମନାଯୁକ୍ତ ହୋଇଥାଏ । ତେଣୁ ରଜୋଗୁଣୀ ବ୍ୟକ୍ତି କର୍ମକାଣ୍ଡୀୟ ପୂଜାବିଧି ଓ ଯାଗଯଜ୍ଞ ଅନୁଷ୍ଠାନକୁ ପ୍ରାଧାନ୍ୟ ଦିଅନ୍ତି । ଏହାଦ୍ୱାରା ଇହଲୋକରେ ତାଙ୍କ ମାନ-ସମ୍ମାନ, ପ୍ରତିଷ୍ଠା, ପୂଜା ଆଦି ପ୍ରାପ୍ତ ହୁଏ । ସେ ବିଭିନ୍ନ ପ୍ରକାର ଧର୍ମ ପୁସ୍ତକ ଅଧ୍ୟୟନ ଓ ମନନ କରି ସେଥିରେ ପାଣ୍ଡିତ୍ୟ ଲାଭ କରିଥାଆନ୍ତି । ଫଳରେ ସେ ଅନେକ ଆଖ୍ୟାନ, ଉପାଖ୍ୟାନ, ଦୃଷ୍ଟାନ୍ତ, ଶ୍ଳୋକ ଉଦ୍ଧୃତି ସହିତ ଅନର୍ଗଳ ଭାଷଣ ଦେଇ ପାରନ୍ତି । ତାଙ୍କ ପ୍ରବଚନରେ ମୁଗ୍ଧହୋଇ ଲୋକେ ଜୟଜୟକାର କରନ୍ତି । ଏହା ତାଙ୍କର ବାକ୍ ସାଧନାର ଉଦ୍ଧେଶ୍ୟ । ସା୍ୱିକ ବ୍ୟକ୍ତିର ବାଚିକ ତପ ସହିତ ଏହାକୁ ତୁଳନା କରାଯାଇ ନ ପାରେ । କାରଣ ରାଜସିକ ବ୍ୟକ୍ତି ବାକ୍ପଟୁ ହେଲେ ମଧ୍ୟ ସା୍ୱିକ ବ୍ୟକ୍ତି ପରି ତାଙ୍କ ବଚନ ପ୍ରିୟ, ମଧୁର, କୋମଳ, ସତ୍ୟ ଓ ଅନୁଦ୍ବେଗକର ହୋଇ ନ ଥାଏ । ତାଙ୍କର ପ୍ରତ୍ୟେକ ବାକ୍ୟରେ ଦାମ୍ଭିକତା ଓ ଅହଙ୍କାରର ଝଲକ ଦେଖିବାକୁ ମିଳେ । ଏପରି ବ୍ୟକ୍ତିଙ୍କ ସହିତ ଯଦି କେହି ଏକମତ ନ ହୋଇ କୌଣସି ପ୍ରଶ୍ନ କରେ ବା ତାଙ୍କ ମତ ବିପକ୍ଷରେ କୌଣସି କଥା କହେ ତେବେ ସେ କ୍ରୁଦ୍ଧ ହୋଇ ପଡନ୍ତି । କାରଣ ରଜୋଗୁଣରୁ କ୍ରୋଧର ଉପôି ହୁଏ । ଯେଉଁଠି କ୍ରୋଧ ଥାଏ ସେଇଠି କାମ ମଧ୍ୟ ସୁପ୍ତ ଭାବରେ ଥାଏ । ରାଜସ ପ୍ରକୃତିର ବ୍ୟକ୍ତି ମାନ- ସମ୍ମାନ ଓ ଲୋକ ମର୍ଯ୍ୟାଦା ହାନି ହେବା ଭୟରେ ନିଜ ମଧ୍ୟରେ ଥିବା କାମ ଭାବକୁ ଦମନ କରନ୍ତି । ତାଙ୍କର ସେହି ଅବଦମିତ କାମ, କ୍ରୋଧ ରୂପରେ ପରିସ୍ଫୁଟ ହୁଏ । ଯେଉଁମାନେ ହଠଯୋଗୀ ସେମାନେ ସାଧାରଣତଃ କ୍ରୋଧୀ ହୋଇଥିବା ଲକ୍ଷ୍ୟ କରାଯାଏ ।

ରାଜସ ତପର ଫଳ ନଶ୍ୱର ଓ ଅନିଶ୍ଚିତ । ""ତଦିହ ପ୍ରୋକ୍ତଂ ରାଜସଂ ଚଳ ମଧ୍ରୁବମ୍'' । ଚତୁର୍ଦ୍ଧଶ ଅଧ୍ୟାୟରେ ସା୍ୱିକ, ରାଜସ ଓ ତାମସ ମନୁଷ୍ୟମାନଙ୍କୁ ଯଥାକ୍ରମେ ଉଦ୍ଧ୍ୱର୍ଲୋକ, ମଧ୍ୟଲୋକ ଏବଂ ଅଧୋଲୋକ ପ୍ରାପ୍ତ ହୁଏ ବୋଲି କୁହାଯାଇଛି(ଗୀ-୧୪/୧୮) ଏହି ଆଧାରରେ ବିଚାର କଲେ ସା୍ୱିକ ତପ ସ୍ୱର୍ଗୀୟ ସୁଖ, ରାଜସ ତପ ଏହି ଲୋକରେ ମାନ-ସମ୍ମାନ, ପ୍ରଶଂସା, ପୂଜା, ପ୍ରତିଷ୍ଠା ଆଦି ଓ ତାମସ ତପ ନାରକୀୟ ଦୁଃଖର କାରଣ ହୁଏ । ରାଜସ ତପରୁ ପ୍ରାପ୍ତ ଫଳ ଏହି ଜନ୍ମରେ ପ୍ରାପ୍ତ ହୋଇ ନଷ୍ଟ ହେଉଥିବାରୁ ତାକୁ ଚଳ (ନଶ୍ୱର) ଓ ଅଧ୍ରୂବ (ଅନିଶ୍ଚିତ) ବୋଲି କୁହାଯାଏ ।

ତାମସ ତପ : ତମୋଗୁଣ ମୂଢ଼ତାର କାରଣ । କୌଣସି ପ୍ରକାର ଶାସ୍ତ୍ରୀୟ ବିଧି ନିଷେଧର ପାଳନ କରି ଦୂରାଗ୍ରହ ହେତୁ ମୂଢ଼ତା ବଶତଃ ବ୍ୟକ୍ତି ଯେଉଁ କଠୋର ସାଧନା କରେ ତାକୁ ତାମସ କୁହାଯାଏ । ଏହି ତପରେ ବ୍ୟକ୍ତି ନାନାପ୍ରକାର ଭୟାନକ ଆଚରଣ କରି ଉଭୟ ଶରୀର ଓ ମନକୁ କଷ୍ଟ ପ୍ରଦାନ କରେ । ଏହିପରି ବ୍ୟକ୍ତିକୁ ଗୀତାରେ ଆସୁରୀ ସ୍ୱଭାବଯୁକ୍ତ ବୋଲି କୁହାଯାଇଛି (ଗୀ-୧୭/୫-୬) ଏପରି ବ୍ୟକ୍ତି ଦମ୍ଭ ଓ ଅହଙ୍କାର ବଶତଃ ସ୍ୱୟଂ କଳ୍ପିତ ତପ ବିଧିର ଅନୁସରଣ କରନ୍ତି । ପ୍ରଚଣ୍ଡ ରୌଦ୍ରତାପ, ମୁଷଳଧାରା ବର୍ଷା ଓ ହାଡଭଙ୍ଗା ଶୀତରେ ଏକ ପାଦାସନରେ ଧ୍ୟାନ କରିବା, ଗ୍ରୀଷ୍ମ ଋତୁରେ ନିଜ ଚତୁଃପାଶ୍ୱର୍ରେ ଅଗ୍ନି ଜଳାଲ ବସି ରହିବା, ପାଦ ଦୁଇଟିକୁ ଗଛ ଡାଳରେ ବାନ୍ଧି ଅଧୋମୁଖ ହୋଇ ଓହଳି ରହିବା, ଲୌହ କକଯୁକ୍ତ ଆସନରେ ଉଲଗ୍ନ ହୋଇ ବସି ରହିବା, ମଣିଷ ଖପୁରୀରେ ଅନ୍ନପାକ କରି ଖାଇବା, ମଶାଣିକୁ ଦାହ ପାଇଁ ଆସିଥିବା ଅର୍ଦ୍ଧଦଗ୍ଧ ଶବର ମାଂସ ଭକ୍ଷଣ କରିବା, ମଦ୍ୟ, ଗେଞ୍ଜଇ, ଭାଙ୍ଗ ଆଦି ନିଶା ଦ୍ରବ୍ୟ ସେବନ କରି ଅର୍ଦ୍ଧରାତ୍ରୀରେ ମଶାଣି ଭୂଇଁରେ ଉଲଗ୍ନ ହୋଇ ଉଲଗ୍ନା ସ୍ତ୍ରୀ ସହିତ ରତିକ୍ରୀଡ଼ା କରିବା ଆଦି ତାମସ ତପର ଉଦାହରଣ ।

ଅନ୍ୟମାନଙ୍କର କ୍ଷତି ପହାଇବା ହେଉଛି ତାମସ ତପର ଉଦ୍ଧେଶ୍ୟ । ଅନ୍ୟର ସମ୍ପି ହରଣ ପାଇଁ, ପରସ୍ତ୍ରୀକୁ ବଶୀଭୂତ କରି ଭୋଗ କରିବା ପାଇଁ, ଅନ୍ୟର ପ୍ରାଣହାନି କରିବା ପାଇଁ, ଅନ୍ୟର ବଂଶ ନାଶ କରିବା ପାଇଁ, ଗର୍ଭବତୀ ସ୍ତ୍ରୀର ଗର୍ଭନଷ୍ଟ କରିବା ପାଇଁ, ଦୁଗ୍ଧବତୀ ଗାଈ ଓ ମାଆର ଦୁଗ୍ଧ ହରଣ ପାଇଁ, ଅନ୍ୟର ଶାରୀରିକ ଓ ମାନସିକ କ୍ଷତି ପହାଇବା ପାଇଁ ଯେଉଁସବୁ ଭୟଙ୍କର ସାଧନା କରାଯାଏ ତାହା ମଧ୍ୟ ତାମସ ତପ । ତନ୍ତ୍ରମନ୍ତ୍ର ସାଧନା, ଗୁଣି ଗାରେଡି, ପ୍ରେତ ସାଧନା, ବେତାଳ ସାଧନା , ଭୂତ ପିଶାଚ ସାଧନା, ଭୈରବୀ ସାଧନା ଆଦି ତାମସ ତପର ଅନ୍ତର୍ଗତ ।

ତିନି ପ୍ରକାର ଦାନ

ଦାତବ୍ୟମିତି ଯଦ୍ଧାନଂଦୀୟତେଽନୁପକାରିଣେ ।

ଦେଶେ କାଳେ ଚ ପାତ୍ରେ ଚ ତଦ୍ଧାନଂ ସା୍ୱିକଂ ସ୍ମୃତମ୍ ।ା୨୦ାା

ଯୁ ପ୍ରତୁ୍ୟପକାରାର୍ଥଂ ଫଳମୁଦ୍ଧିଶ୍ୟ ବା ପୁନଃ ।

ଦୀୟତେ ଚ ପରିକ୍ଳିଷ୍ଟଂ ତଦ୍ଧାନଂ ରାଜସଂ ସ୍ମୃତମ୍ ।ା୨୧ ।ା

ଅଦେଶକାଳେ ଯଦ୍ଧାନମପାତ୍ରେଭ୍ୟଶ୍ଚଦୀୟତେ ।

ଅସତ୍କୃତମବଜ୍ଞାତଂ ତାମସମୁଦାହୃତମ୍ ।ା୨୨ାା

ଅର୍ଥ : ଦାନ ଦେବା ଉଚିତ – ଏହିପରି ବିଚାର କରି ତଥା ପ୍ରତିଦାନ ଆଶା ନ ରଖି ଦେଶ, କାଳ ଓ ପାତ୍ର ଦେଖିÿ ଯେଉଁ ଦାନ ଦିଆଯାଏ ତାହାକୁ ସା୍ୱିକ ଦାନ କୁହାଯାଏ ।ା୨୦ାା ଯେଉଁ ଦାନ ପ୍ରତୁ୍ୟପକାର ଅଥବା ଫଳ ପ୍ରାପ୍ତି ଆଶାରେ ଦୁଃଖପୂର୍ବକ ଦିଆଯାଏ ତାହାକୁ ରାଜସ ଦାନ କହନ୍ତି ।ା୨୧ାା ଯେଉଁ ଦାନ ଅଯୋଗ୍ୟ ଦେଶ ବା ସ୍ଥାନରେ, କୁସମୟରେ ଏବଂ ଅପାତ୍ରକୁ ଦିଆଯାଏ ଅଥବା ଯଥୋଚିତ ସମ୍ମାନ ନ ଦେଇ, ତିରସ୍କାର ପୂର୍ବକ ଦିଆଯାଏ; ସେହି ଦାନକୁ ତାମସୀ କୁହାଯାଏ ।ା୨୨ାା

 ବ୍ୟାଖ୍ୟା : ଯଦି ଅନ୍ୟକୁ ହସ୍ତାନ୍ତର କରିଥିବା ବସ୍ତୁ, ବୈଭବ ଆଦି ପୁନର୍ବାର ଫେରସ୍ତ ପାଇବାର ଆଶା ନଥାଏ ବା ଯାହା ଚିରଦିନ ପାଇଁ ଅନ୍ୟକୁ ହସ୍ତାନ୍ତର କରି ଦିଆଯାଏ ତାହା ଦାନର ଅନ୍ତର୍ଭୁକ୍ତ ଅଟେ । ଦାତା ଓ ଗ୍ରହୀତାଙ୍କ ଗୁଣ ଏବଂ ଦାନର ଉଦ୍ଧେଶ୍ୟ ଓ ଆବଶ୍ୟକତା ଭେଦରେ ଏହାକୁ ସା୍ୱିକ, ରାଜସିକ ଓ ତାମସିକ ଏହିପରି ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।

ସା୍ୱିକ ଦାନ : ସତୋଗୁଣୀ ଓ ଦୈବୀ ସମ୍ପି ଯୁକ୍ତ ବ୍ୟକ୍ତିଙ୍କ ଦ୍ୱାରା କରାଯାଉଥିବା ଦାନ ସା୍ୱିକ ହେଉଛି । କିନ୍ତୁ ଏଠାରେ ଆହୁରି ସ୍ପଷ୍ଟ କରିବା ପାଇଁ ସା୍ୱିକ ଦାନର ତିନୋଟି ଦିଗ ପ୍ରତି ବିଚାର କରାଯାଇଛି । ଯେଉଁ ଦାନ କେବଳ କର୍ବ୍ୟ ଦୃଷ୍ଟିରୁ ଦିଆଯାଏ, ଉପଯୁକ୍ତ ସ୍ଥାନ, କାଳ ଓ ପାତ୍ରର ବିଚାର କରି ଦିଆଯାଏ ଓ ଉପକାର କରି ନ ଥିବା ବ୍ୟକ୍ତିଙ୍କୁ ଦିଆଯାଏ ତାହାକୁ ସା୍ୱିକ ଦାନ କୁହାଯାଏ । ଦାନ କରାଯାଇଥିବା ବସ୍ତୁ ବା ବୈଭବକୁ ନିଜର ମନେକଲେ ମନରେ ଅହଙ୍କାର ଭାବନା ଆସେ । ""ମୁଁ ବଡ ଦାନୀ । ମୁଁ ଅନେକ ଲୋକଙ୍କୁ ଆର୍ଥିକ ସହାୟତା ଦେଇଛି, ମୋପରି କେହି ଦାନ କରି ପାରିବେ ନାହିଁ ।''– ଏହିପରି କୃର୍ତ୍ୱାଭିମାନ ରହିଲେ ତାହା ସା୍ୱିକ ଦାନର ଅନ୍ତର୍ଭୁକ୍ତ ହେବ ନାହିଁ । କର୍ବ୍ୟ ବୋଧ ରହିଲେ କୃର୍ତ୍ୱାଭିମାନ ରହେ ନାହିଁ । ସା୍ୱିକ ବ୍ୟକ୍ତି କର୍ବ୍ୟପରାୟଣ ହୁଅନ୍ତି । ସେ ଭାବନ୍ତି ଯେ ଏଇ ବସ୍ତୁ ବା ବୈଭବ ମୋ ପାଖରେ ବଳକା ପଡିଛି । ଏହାକୁ ଅନ୍ୟର କଲ୍ୟାଣ ନିମି ବିନିଯୋଗ କରିବା ମୋର କର୍ବ୍ୟ । ଭଗବତ୍ କୃପାରୁ ମୁଁ ଏହି ଧନ ସମ୍ପିର ଅଧିକାରୀ ହୋଇଛି । ତେଣୁ ମୁଁ ଏହାକୁ ଭଗବତ୍ ସେବାରେ ଦାନ କରିବି । ଏହିପରି ସା୍ୱିକ ବ୍ୟକ୍ତି ଦାନ କରିବାକୁ ନିଜର ପରମ କର୍ବ୍ୟ ମନେ କରନ୍ତି ।

ସା୍ୱିକ ଦାନରେ କର୍ବ୍ୟବୋଧ ସହିତ ସ୍ଥାନ, କାଳ ଓ ପାତ୍ରର ଉପଯୁକ୍ତ ନିରୂପଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏଠାରେ "ସ୍ଥାନ' କୌଣସି ଭୌଗୋଳିକ ସୀମାରେଖା ଓ "କାଳ' କୌଣସି ତିଥି, ବାର ବା ମାସର ଅନ୍ତର୍ଭୁକ୍ତ ନୁହେଁ । ଯେକୌଣସି ସ୍ଥାନ ବା କାଳରେ ଦାନ କରାଯାଇପାରେ; କିନ୍ତୁ ସେଠାରେ ଓ ସେହି ସମୟରେ ଦାନର ଆବଶ୍ୟକତାକୁ ବିଚାର କରିବା ଉଚିତ । ଅନାବଶ୍ୟକ ଭାବରେ ଦାନ କଲେ ତା'ର ସଦୁପଯୋଗ ହୋଇପାରେ ନାହିଁ । ଏହାଦ୍ୱାରା ସଂସାରର ଲାଭ ପରିବେର୍ କ୍ଷତି ହୁଏ । ଦୁର୍ଭିକ୍ଷ, ମରୁଡି, ବନ୍ୟା, ବାତ୍ୟା, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟସ୍ତ ଅଳରେ ପୀଡିତ ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ଗୃହୋପକରଣ ବା ଆର୍ଥିକ ସହାୟତା ପ୍ରଦାନ କରିବା ସେହି ସ୍ଥାନ ଓ ସମୟ ପାଇଁ ଏକ ଜରୁରୀ ଆବଶ୍ୟକତା ମନେ କରାଯାଏ । ଏପରି ସମୟରେ ଦାତା ଯଦି ସିଧାସଳଖ ସାହାଯ୍ୟ ପ୍ରଦାନ କରିବାକୁ ଅକ୍ଷମ ତେବେ ସରକାରଙ୍କ ରିଲିଫ ପାଣ୍ଠି ବା ରିଲିଫ କାର୍ଯ କରୁଥିବା କୌଣସି ବିଶ୍ୱାସନୀୟ ସମାଜସେବୀ ଅନୁଷ୍ଠାନକୁ ଦାନ କରାଯାଇପାରେ । ସମାଜର ଚାରିତ୍ରିକ ଓ ଆଧ୍ୟାତ୍ମିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ଧର୍ମ ଅନୁଷ୍ଠାନମାନଙ୍କୁ ଦାନ ଦେବା ମଧ୍ୟ ଉପଯୁକ୍ତ ସ୍ଥାନ ଅଟେ । ସ୍ଥାନ ଓ କାଳ ପରି ପାତ୍ରର ବିବେଚନା କରିବା ମଧ୍ୟ ଏକାନ୍ତ ଆବଶ୍ୟକ । ସୁପାତ୍ରରେ ଦାନ କଲେ ବ୍ୟକ୍ତି ସ୍ୱର୍ଗ ସମ୍ପି ଭୋଗ କରେ ଓ କୁପାତ୍ରରେ ଦାନ କଲେ ନରକ ଗତି ହୁଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି ।

ସୁପାତ୍ର ଦାନାଚ୍ଚ ଭବେଦ୍ଧନାଢ଼୍ୟୋ, ଧନ ପ୍ରଭାବେଣ କରୋତି ପୁଣ୍ୟମ୍  ।

ପୁଣ୍ୟ ପ୍ରଭାବାତ୍ ସୁରଲୋକବାସୀ, ପୁନର୍ଧନାଢ଼୍ୟଃ ପୁନରେବ ଭୋଗୀ   ।ା

କୁପାତ୍ରଦାନାଚ୍ଚ ଭବେଦ୍ଧରିଦ୍ରୋ, ଦାରିଦ୍ର୍ୟ ଦୋଷେଣ କରୋତି ପାପମ୍  ।

ପାପପ୍ରଭାବାନ୍ନରକଂ ପ୍ରୟାତି, ପୁନର୍ଦରିଦ୍ରଃ ପୁନରେବ  ପାପୀ          ।ା

ସା୍ୱିକ ଦାନର ତୃତୀୟ ଦିଗଟି ହେଲା ଅପକାରୀ ବ୍ୟକ୍ତିଙ୍କୁ ଦାନ ଦେବା । ଅପକାରୀର ଅର୍ଥ ହେଉଛି ଯାହାଠାରୁ କେବେ କୌଣସି ଉପକାର ମିଳିନାହିଁ ଓ ତାଙ୍କଠାରୁ ପ୍ରତିଉପକାରର କୌଣସି ସମ୍ଭାବନା ମଧ୍ୟ ନାହିଁ । ଉପକାର କରିଥିବା ବ୍ୟକ୍ତିଙ୍କୁ ଯେଉଁ ସେବା ବା ସହାୟତା ଦିଆଯାଏ ତାହା ଦାନର ଅନ୍ତର୍ଭୁକ୍ତ ନୁହେଁ । କାରଣ ଏଠାରେ ଉପକାରର ଋଣ ପରିଶୋଧ କରାଯାଏ । କାହାରି ଋଣ ପରିଶୋଧ କରିବା "ଦାନ' ନୁହେଁ । ଉପକାର ପାଇବା ଆଶା ରଖି ଯେଉଁ ଦାନ କରାଯାଏ ତାହା ରାଜସ ହୋଇଯାଏ । ତେଣୁ ନିଷ୍କାମ ଭାବରେ ଅପକାରୀକୁ ଦାନ ଦେଲେ ତାହା ସା୍ୱିକ ଦାନର ଅନ୍ତର୍ଭୁକ୍ତ ହୁଏ ।

ରାଜସ ଦାନ : ଇଚ୍ଛା ନ ଥାଇ ବା ମନ କଷ୍ଟରେ, ପ୍ରତୁ୍ୟପକାର ଆଶାରେ ଓ ଫଳକାମନା ଉଦ୍ଧେଶ୍ୟ ରଖି ଦିଆଯାଇଥିବା ଦାନ ରାଜସ ଅଟେ । ସମ୍ପ୍ରତି ଦେଖାଯାଏ ଯେ କୌଣସି ସ୍ୱେଚ୍ଛାସେବୀ, ସମାଜିକ ବା ଧର୍ମ ଅନୁଷ୍ଠାନମାନଙ୍କରେ କୌଣସି ପ୍ରଭାବଶାଳୀ ବ୍ୟକ୍ତିକୁ ସର୍ବୋଚ୍ଚ ପଦବୀରେ ଆସୀନ କରାଯାଇଥାଏ । ସେହି ବ୍ୟକ୍ତିଙ୍କ ନେତୃତ୍ୱରେ ସମ୍ପୃକ୍ତ ଅନୁଷ୍ଠାନଗୁଡିକ ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କଠାରୁ ଚାନ୍ଦା ଅସୁଲ କରନ୍ତି । କାହାଠାରୁ କେତେ ଚାନ୍ଦା ଅସୁଲ କରାଯିବ ତାହା ସେହି ତଥାକଥିତ ପ୍ରଭାବଶାଳୀ ନେତାଙ୍କ ଦ୍ୱାରା ପୂର୍ବରୁ ସ୍ଥିର ହୋଇଥାଏ । ଗୋଟିଏ ଚାନ୍ଦା ଅସୁଲକାରୀ ଦଳରେ ସର୍ବନିମ୍ନ ୧୦ରୁ ଆରମ୍ଭ କରି ୨୦/୨୫ ଜଣ ପର୍ଯ୍ୟନ୍ତ ସଦସ୍ୟ ରହିଥିବା ଦେଖାଯାଏ । ଏହିପରି ଏକ ବିଶାଳ ଦଳ ସାମ୍ନାରେ ଇଚ୍ଛା ନ ଥିଲେ ମଧ୍ୟ ଦାତା ଚାନ୍ଦା ଦେବାକୁ ବାଧ୍ୟ ହୁଏ । କାରଣ ଏପରି କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ଲୋକ ଲଜ୍ଜା ବା ଭୟ ହେତୁ ଦାନ(ଆଧୁନିକ ଭାଷାରେ ଚାନ୍ଦା) ଦେବାକୁ ବାଧ୍ୟ ହୁଏ । ଅନ୍ୟପକ୍ଷରେ ତଥାକଥିତ ସାଧୁ ସନ୍ନ୍ୟାସୀ, ଧର୍ମପଣ୍ଡାମାନେ ମଧ୍ୟ ମନ୍ଦିର, ନାମଯଜ୍ଞ, ଧର୍ମଶାଳା ସ୍ଥାପନ ପାଇଁ ବିଭିନ୍ନ ପ୍ରକାର ଧର୍ମକାର୍ଯ୍ୟ ନାମରେ ଜନସାଧାରଣଙ୍କଠାରୁ ମୋଟା ଅଙ୍କର ଦାନ (ଚାନ୍ଦା) ଆକାରରେ ଅସୁଲ କରୁଥିବା ଦେଖାଯାଏ । ଏପରି ସ୍ଥଳେ ଇଚ୍ଛା ନ ଥାଇ ମଧ୍ୟ ଅନେକ ବ୍ୟକ୍ତି ଦାନ କରିଥାନ୍ତି । ଦାନ ନ ଦେଲେ ସାଧୁ ବା ଗୁରୁ ଅସନ୍ତୁଷ୍ଟ ହେବେ, ଧର୍ମ କ୍ଷୟ ହେବ, ଲୋକ ପ୍ରତିଷ୍ଠା କମିଯିବ, ଅନ୍ୟମାନେ ତାଙ୍କୁ କୃପଣ ଭାବିବେ – ଏହିପରି ଭାବନା ପ୍ରବାହରେ ପ୍ରବାହିତ ହୋଇ ସେ ଦାନ କରନ୍ତି । ଏହା ତାଙ୍କ ମନରେ କ୍ଳେଶ ଉପôନ୍ନ କରିଥାଏ ।

କେହି କେହି ପ୍ରତୁ୍ୟପକାର ଆଶା ରଖି ଦାନ କରନ୍ତି । କେତେକ ବ୍ୟକ୍ତି ନିଜର ବିଶେଷ କାର୍ଯ୍ୟ ସାଧନପାଇଁ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦିଅନ୍ତି ।ନିଜେ ଧର୍ମମାର୍ଗରେ ନ ଚାଲି ମଧ୍ୟ କେହି କେହି ନିଜକୁ ଧାର୍ମିକ ବୋଲି ପ୍ରଚାର କରିବା ପାଇଁ ଧର୍ମ ଅନୁଷ୍ଠାନମାନଙ୍କୁ ଚାନ୍ଦା ଦିଅନ୍ତି । ସାମାଜିକ ପ୍ରତିଷ୍ଠା ପ୍ରାପ୍ତି ଉଦ୍ଧେଶ୍ୟରେ ଏମାନେ ସମସ୍ତେ ଦାନ କରନ୍ତି । ଏହା ବାହ୍ୟତଃ ଦାନ ବୋଲି ଜଣା ପଡୁଥିଲେ ମଧ୍ୟ ସେମାନଙ୍କ ପାଇଁ ବ୍ୟବସାୟିକ ନିବେଶ (ଓଦ୍ଭଙ୍ଖରଗ୍ଦଗ୍ଧଜ୍ଞରଦ୍ଭଗ୍ଧ) ଅଟେ । ବନୀଶୀ କାରେ କେରାଣ୍ଡି ମାଛ ପକାଇ ରୋହିମାଛ ଧରିବା ନ୍ୟାୟରେ ସେମାନେ ଦାନ କରନ୍ତି । ସା୍ୱିକ ଦାନରେ ଅପକାରୀଙ୍କୁ ଦାନ ଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । କିନ୍ତୁ ରାଜସ ବ୍ୟକ୍ତି କେବଳ ପ୍ରତିଦାନର ଆଶା ରଖି ଦାନ କରନ୍ତି ।

କର୍ମକାଣ୍ଡୀୟ ବିଧିବିଧାନ ଉପରେ ଆସ୍ଥା ରଖୁଥିବା ବ୍ୟକ୍ତିମାନେ ଇହ ଜନ୍ମ ଅପେକ୍ଷା ପର ଜନ୍ମରେ ଆହୁରି ଭୋଗ ଐଶ୍ୱର୍ଯ୍ୟଯୁକ୍ତ ତଥା ନିରାମୟ ଜୀବନ ଲାଭ କରିବା ପାଇଁ ଦାନ କରନ୍ତି । ସେଥିପାଇଁ ସେମାନେ ଶାସ୍ତ୍ରରେ ବର୍ଣ୍ଣିତ ସମସ୍ତ ବିଧି ନିଷେଧର ପାଳନ କରନ୍ତି । ସେମାନେ ପୁଣ୍ୟ ସ୍ଥଳ, ପୁଣ୍ୟ ତିଥି ଓ ଉମ ବେଦାଧ୍ୟାୟୀ ବ୍ରାହ୍ମଣର ବିବେଚନା କରି ଦାନ କରନ୍ତି । ସା୍ୱିକ ଦାନ ପରି ଏଠାରେ ମଧ୍ୟ ଦେଶ, କାଳ ଓ ପାତ୍ରର ବିବେଚନା କରାଯାଉଥିଲେ ମଧ୍ୟ ଫଳାକାଙ୍କ୍ଷା ହେତୁ ତାହା ରାଜସ ହୋଇଥାଏ ।

ତାମସ ଦାନ : ସା୍ୱିକ ଓ ରାଜସିକ ଦାନରେ ଦାତା ଗ୍ରହୀତାଙ୍କୁ ଆଦର ସକôାର ପୂର୍ବକ ଦାନ ଦିଅନ୍ତି । ସା୍ୱିକ ବ୍ୟକ୍ତି କର୍ବ୍ୟ ଦୃଷ୍ଟିରୁ ଗ୍ରହୀତାଙ୍କୁ ଦାନର ଉପଯୁକ୍ତ ଅଧିକାରୀ ମନେ କରି ଦାନ ଦିଅନ୍ତି । ରାଜସିକ ବ୍ୟକ୍ତି ଶାସ୍ତ୍ର ବର୍ଣ୍ଣିତ ବିଧି ଅନୁସାରେ ଉପଯୁକ୍ତ ସଦାଚାରୀ ବ୍ରାହ୍ମଣଙ୍କୁ ଦାନ ଦିଅନ୍ତି । ତେଣୁ ଉଭୟ କ୍ଷେତ୍ରରେ ଗ୍ରହୀତାଙ୍କ ପ୍ରତି ଦାତାଙ୍କର ସମ୍ମାନ ଥାଏ । ତାମସ ଦାନରେ ଦାତା ଗ୍ରହୀତାଙ୍କ ଅପେକ୍ଷା ନିଜକୁ ଶ୍ରେଷ୍ଠ ଓ ସମ୍ପନ୍ନ ମନେ କରନ୍ତି । ସେ ଦାନ ଦେଇ ଗ୍ରହୀତାଙ୍କୁ କୃପା କରୁଛନ୍ତି ବୋଲି ଭାବନ୍ତି । ସେ ପାତ୍ରର ଯୋଗ୍ୟତା ଦେଖନ୍ତି ନାହିଁ । ସେ ନିଜଠାରୁ ଗ୍ରହୀତାଙ୍କୁ ନିକୃଷ୍ଠ ମନେ କରୁଥିବାରୁ ତାଙ୍କୁ ଯଥୋଚିତ ଆଦର ସକôାର କରନ୍ତି ନାହିଁ । ସ୍ଥାନ, କାଳ ଓ ପାତ୍ରର ବିଚାର ନ କରି ସେ ମନଇଚ୍ଛା ଦାନ କରନ୍ତି । କୌଣସି ସାହାଯ୍ୟ ବା ସହାୟତା ନେବା ପାଇଁ କେହି ବ୍ୟକ୍ତି ତାଙ୍କ ଦ୍ୱାରସ୍ଥ ହେଲେ ସେ ତିରସ୍କାର କରନ୍ତି ଓ ରୁକ୍ଷ ଭାଷାରେ ପାକଥା କହି ଦାନ ଦିଅନ୍ତି । ଏହା ତାମସ ଦାନ ପଦବାଚ୍ୟ ହୋଇଥାଏ ।

ଶାସ୍ତ୍ରରେ ଦାନ ପାଇଁ ପାତ୍ର ଓ ଅପାତ୍ରର ଲକ୍ଷଣ ବର୍ଣ୍ଣନା କରାଯାଇଛି । ଅଧର୍ମୀ, ପାଖାଣ୍ଡି, କପଟାଚାରୀ, ହିଂସ୍ରକ, ନିନ୍ଦୁକ, ନିଜର ସ୍ୱାର୍ଥ ପାଇଁ ଅନ୍ୟର କ୍ଷତି କରୁଥିବା ବ୍ୟକ୍ତି, ଅବିନୟୀ ବା ବିନୟୀ ବା ବିନୟୀ ହେବାର ଛଳନାକାରୀ, ମଦ୍ୟମାଂସାଦି ଅଭକ୍ଷ ଭକ୍ଷଣକାରୀ, ଚୋର, ବ୍ୟଭିଚାରୀ, ଠକ, ଜୁଆରୀ, ନାସ୍ତିକ, ବେଶ୍ୟାସକ୍ତ ବ୍ୟକ୍ତି, ଆତଙ୍କବାଦୀ ବ୍ୟକ୍ତି ଦାନ ପାଇଁ ଅଯୋଗ୍ୟ ଅଟନ୍ତି । ସେହିପରି କଂସେଇଖାନାକୁ ଗୋଦାନ, ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା, ଶତ୍ରୁ ଦେଶକୁ ସହାୟତା, ଧର୍ମଦ୍ରୋହୀ ସଂସ୍ଥାକୁ ଚାନ୍ଦା ଦେବା ଆଦି ଦାନ ପାଇଁ ଅନୁପଯୁକ୍ତ ସ୍ଥାନ ବିବେଚିତ ହୁଏ । ଏହିପରି ସ୍ଥାନ, କାଳ ଓ ପାତ୍ରର ବିବେଚନା ନ କରି ମନଇଚ୍ଛା ଦାନ କଲେ ତାହାକୁ ତାମସ ଦାନ ବୋଲାଯାଏ ।

ଓଁ, ତତ୍ ଓ ସତ୍ ଶବ୍ଦର ପ୍ର୍ରୟୋଗ

ଓଁ ତସôଦିତି ନିର୍ଦେଶୋ ବ୍ରହ୍ମଣସ୍ତ୍ରିବିଧଃ ସ୍ମୃତଃ ।

ବ୍ରାହ୍ମଣାସ୍ତେନ ବେଦାଶ୍ଚ ଯଜ୍ଞାଶ୍ଚ ବିହିତାଃ ପୁରା ।ା୨୩ ।ା

ତସ୍ମାଦୋମିତୁ୍ୟଦାହୃତ୍ୟ ଯଜ୍ଞଦାନତପଃକି୍ରୟାଃ ।

ପ୍ରବର୍ନ୍ତେ ବିଧାନୋକ୍ତାଃ ସତତଂ ବ୍ରହ୍ମବାଦିନାମ୍ ।ା୨୪ାା

ତଦିତ୍ୟନଭିସନ୍ଧାୟ ଫଳ ଯଜ୍ଞ ତପଃକି୍ରୟାଃ ।

ଦାନ କି୍ରୟାଶ୍ଚ ବିବିଧାଃ କି୍ରୟନ୍ତେ ମୋକ୍ଷକାଙ୍କ୍ଷିଭିଃ ।ା୨୫ାା

ସଦ୍ଭାବେ ସାଧୁଭାବେ ଚ ସଦିତ୍ୟେତତ୍ ପ୍ରଯୁଜ୍ୟତେ ।

ପ୍ରଶସ୍ତେ କର୍ମଣି ତଥା ସଚ୍ଛବ୍ଦଃ ପାର୍ଥ ଯୁଜ୍ୟତେ ।ା୨୬ାା

ଯଜେ୍ଞ ତପସି ଦାନେ ଚ ସ୍ଥିତିଃ ସଦିତି ଚୋଚ୍ୟତେ ।

କର୍ମଚୈବ ତଦର୍ଥୀୟଂ ସଦିତ୍ୟେବାଭିଧୀୟତେ ।ା୨୭ାା

ଅଶ୍ରଦ୍ଧୟା ହୃତଂ ଦଂ ତପସ୍ତପ୍ତଂ କୃତଂ ଚ ଯତ୍ ।

ଅସଦିତୁ୍ୟଚ୍ୟତେ ପାର୍ଥ ନ ଚ ତତ୍ ପ୍ରେତ୍ୟ ନୋ ଇହ ।ା୨୮ାା

ଅର୍ଥ : "ଓଁ ତତ୍ ସତ୍'– ଏହପରି ତିନି ପ୍ରକାରରେ ପରମାତ୍ମାଙ୍କ ବର୍ଣ୍ଣନା କରାଯାଇଛି ଏବଂ ସୃଷ୍ଟି ପ୍ରାରମ୍ଭରେ ତାଙ୍କ ଦ୍ୱାରା ବ୍ରାହ୍ମଣ, ବେଦ ଓ ଯଜ୍ଞ ରଚନା କରାଯାଇଥିଲା ।ା୧ାା ଏହି କାରଣରୁ ବ୍ରହ୍ମବାଦୀମାଙ୍କର ଯଜ୍ଞ, ଦାନ ଓ ତପସ୍ୟା ଆଦି କି୍ରୟାଗୁଡିକ ସର୍ବଦା "ଓଁ' ଉଚ୍ଚାରଣ କରି ବିଧିପୂର୍ବକ ଅନୁଷ୍ଠିତ ହୁଏ ।ା ୨୪ାା ଏହା ବ୍ୟତୀତ, ମୋକ୍ଷ ଅଭିଳାଷୀ ମନୁଷ୍ୟ "ତତ୍' ଶବ୍ଦ ଉଚ୍ଚାରଣ ପୂର୍ବକ ନିଷ୍କାମ ଭାବରେ ଯଜ୍ଞ, ତପ ତଥା ଦାନ ରୂପକ ବିବିଧ ପ୍ରକାର କି୍ରୟାନୁଷ୍ଠାନ କରନ୍ତି ।ା୨୫ାା ସତ୍ୟ ତଥା କଲ୍ୟାଣ ଅର୍ଥରେ "ସତ' ଶବ୍ଦର ପ୍ରୟୋଗ ହୁଏ । ହେ ପାର୍ଥ ! ଶୁଭ କର୍ମମାନଙ୍କରେ ମଧ୍ୟ "ସତ' ଶବ୍ଦର ପ୍ରୟୋଗ କରାଯାଏ ।ା୨୬ାା ଯଜ୍ଞ, ତପ ଏବଂ ଦାନ ବିଷୟରେ ଥିବା ଦୃଢ଼ତାକୁ ମଧ୍ୟ "ସତ୍' କୁହାଯାଏ । ଈଶ୍ୱରଙ୍କ ପାଇଁ କୃତ କର୍ମକୁ ମଧ୍ୟ ସତ୍ କୁହାଯାଏ ।ା୨୭ାା ହେ ପାର୍ଥ ! ଯେଉଁ ଯଜ୍ଞ, ଦାନ, ତପ ଅଥବା ଅନ୍ୟ କାର୍ଯ୍ୟ ଶ୍ରଦ୍ଧା ନ ଥାଇ କରାଯାଏ ତାହାକୁ ଅସତ୍ କୁହାଯାଏ । ତାହା ଦ୍ୱାରା ଇହ ଓ ପର ଉଭୟ ଲୋକରେ କୌଣସି ଲାଭ ହୁଏ ନାହିଁ ।ା୨୮ାା

ବ୍ୟାଖ୍ୟା : ଓଁ, ତତ୍ ଓ ସତ – ଏହି ତିନୋଟି ଶବ୍ଦ ପରମାତ୍ମାଙ୍କୁ ସ୍ମରଣ କରାଏ । "ଅ',"ଉ' ଓ "ମ' ଏହି ତିନୋଟି ଅକ୍ଷରର ସଂଯୋଗରେ "ଓଁ' ଶବ୍ଦର ସୃଷ୍ଟି ହୋଇଛି । "ଅ'- ବ୍ରହ୍ମା, "ଉ'- ବିଷ୍ଣୁ ଓ "ମ'- ଶଙ୍କରଙ୍କ ବାଚକ ଅଟେ । ତେଣୁ "ଓଁ' ଶବ୍ଦ ବ୍ରହ୍ମା, ବିଷ୍ଣୁ ଓ ଶଙ୍କରଙ୍କ ରଚୟିତା ପରମାତ୍ମାଙ୍କୁ ସ୍ମରଣ କରାଇଦିଏ । "ପୁରା' ଶବ୍ଦ ପରମାତ୍ମାଙ୍କ ପ୍ରାଚୀନତା ଓ କଳ୍ପର ଆରମ୍ଭକାଳର ଦ୍ୟୋତକ । "ବେଦ' ଶବ୍ଦର ଅର୍ଥ ଏଠାରେ ଋକ୍, ଯଜୁ, ସାମ ଓ ଅଥର୍ବ ଏହି ଚତୁର୍ବେଦ ନୁହେଁ । ଗୀତାରେ ପରମାତ୍ମା ଅବତରଣର ଆଭିମୁଖ୍ୟ ହେଲା ଜ୍ଞାନ ପ୍ରଦାନ କରିବା । ପରମାତ୍ମା ଅଶରୀରୀ । ଜ୍ଞାନ ଶୁଣାଇବା ପାଇଁ ତାଙ୍କୁ ଅସ୍ଥାୟୀ ଭାବରେ ଏକ ମନୁଷ୍ୟ ଶରୀରର ଆଧାର ନେବାକୁ ପଡେ । ଏହି ଈଶ୍ୱରୀୟ ମାଧ୍ୟମର କର୍ବ୍ୟବାଚକ ନାମ ପ୍ରଜାପିତା ବ୍ରହ୍ମା । ତେଣୁ ଗୀତାରେ କୁହାଯାଇଛି ପୁରାକାଳରେ ଅର୍ଥାତ କଳ୍ପ ପ୍ରାରମ୍ଭରେ ପରମାତ୍ମା ପ୍ରଥମେ ପ୍ରଜାପିତା ବ୍ରହ୍ମାଙ୍କୁ ସୃଷ୍ଟି କଲେ ଓ ପ୍ରଜାପିତା ପ୍ରଜାମାନଙ୍କୁ ସୃଷ୍ଟି କରିଥିଲେ । ""ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା  ପୁରୋବାଚ ପ୍ରଜାପତିଃ ।'' (ଗୀ-୩/୧୦) । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ପ୍ରଜାମାନଙ୍କୁ ବ୍ରାହ୍ମଣ କୁହାଯାଏ । ପରମାତ୍ମାଙ୍କୁ ପତିତପାବନ କୁହାଯାଏ । ଏହା ସୂଚିତ କରେ ଯେ ସେ ପତିତ ଦୁନିଆ ଅର୍ଥାତ କଳିଯୁଗର ଅନ୍ତିମ ଚରଣରେ ସୃଷ୍ଟିରେ ଅବତରଣ କରନ୍ତି ଓ କଳି କଳୁଷିତ ପତିତ ମାନବାତ୍ମାମାନଙ୍କୁ ପାବନ କରନ୍ତି । ଏଥିପାଇଁ ସେ ପ୍ରଜାପିତା ବ୍ରହ୍ମାମୁଖ କମଳ ମାଧ୍ୟମରେ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଶିକ୍ଷା ଦିଅନ୍ତି । ଏହା ହିଁ ଗୀତା ଜ୍ଞାନ । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଏହି ଜ୍ଞାନ ପରବର୍ୀ ଦ୍ୱାପର ଯୁଗରେ ସଂସ୍କୃତ ଶ୍ଳୋକ (ଗୀତା) ରୂପରେ ରଚିତ ହୋଇଥିବାରୁ ଏହାକୁ "ଶ୍ରୀମଦ୍ ଭଗବତ୍ ଗୀତା' ବୋଲି କୁହାଗଲା । "ଶ୍ରୀମତ' ଅର୍ଥାତ ପରମାତ୍ମାଙ୍କ ଦ୍ୱାରା କଥିତ ଶ୍ରେଷ୍ଠ ମତ । ଏହାକୁ ଯେଉଁମାନେ ପାଳନ କରନ୍ତି ସେମାନେ ଭଗବାନ୍ ଓ ଭଗବତୀ (ଶ୍ରେଷ୍ଠ ମନୁଷ୍ୟ) ହୋଇଯାଆନ୍ତି । "ଯଜ୍ଞ' ଶବ୍ଦର ଅର୍ଥ ଈଶ୍ୱରୀୟ କାର୍ଯ୍ୟ । ଗୀତା ବୈଦିକ କର୍ମକାଣ୍ଡର ପକ୍ଷଧର ହୋଇ ନ ଥିବାରୁ ଏଠାରେ ଯଜ୍ଞ ଶବ୍ଦକୁ ସ୍ଥୂଳ ଅର୍ଥରେ ଗ୍ରହଣ କରିବା ଅପ୍ରାସଙ୍ଗିକ । ଏକ ମହତ ଉଦ୍ଧେଶ୍ୟ ପରିପୂର୍ି ପାଇଁ ଯେଉଁ କ୍ରିୟାନୁଷ୍ଠାନ ହୁଏ ତାହା ମଧ୍ୟ ଏକ ଯଜ୍ଞ । ଅଧର୍ମର ବିନାଶ, ସତ୍ୟ ଧର୍ମର ସ୍ଥାପନା ଓ ପତିତ ଆତ୍ମାମାନଙ୍କୁ ପାବନ କରିବା ପାଇଁ ପରମାତ୍ମା ସୃଷ୍ଟିରେ ଅବତରଣ କରନ୍ତି । ଏଥିପାଇଁ ସେ ଯେଉଁ ଜ୍ଞାନ ଓ ଯୋଗର ଅନୁଷ୍ଠାନ କରନ୍ତି ତାହା ହେଉଛି ଯଜ୍ଞ । ପ୍ରଜାପିତା ବ୍ରହ୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଈଶ୍ୱରୀୟ ଯଜ୍ଞରେ ଅଂଶ ଗ୍ରହଣ କରୁଥିବାରୁ ମନୁଷ୍ୟାତ୍ମାଗଣ ପତିତରୁ ପାବନ ହୋଇ ବ୍ରାହ୍ମଣ ପଦବାଚ୍ୟ ହୁଅନ୍ତି ଓ ପରବର୍ୀ ସତ୍ୟ-ତ୍ରେତା ଯୁଗରେ(କଳ୍ପର ପ୍ରଥମାର୍ଦ୍ଧ ବା ବ୍ରହ୍ମାଙ୍କ ଦିବସ) ଦେବୀ ଦେବତା ସ୍ୱରୂପରେ ଜନ୍ମ ଗ୍ରହଣ କରି ସ୍ୱର୍ଗୀୟ ସୁଖ ଭୋଗ କରନ୍ତି ।

"ଓଁ' କୁ ପ୍ରଣବ କୁହାଯାଏ । ଶବ୍ଦର ମୂଳ ହେଉଛି ପ୍ରଣବ । "ଅ',"ଉ' ଓ "ମ' ଏହି ତିନି ଅକ୍ଷର ସଂଯୋଗରେ "ଓଁ'କାରର ସୃଷ୍ଟି । ତେଣୁ "ଓଁ'କୁ ଅକ୍ଷର ବ୍ରହ୍ମ କୁହାଯାଏ । ପରମାତ୍ମା ହେଉଛନ୍ତି ସମଗ୍ର ସୃଷ୍ଟିର ମୂଳାଧାର । ସେ ସଂସାର ରୂପକ ଅଶ୍ୱ ବୃକ୍ଷର ମୂଳ ହୋଇଥିବାରୁ ତାଙ୍କୁ ଆଦିମୂଳ କୁହାଯାଏ । ଏଥିପାଇଁ ଆଦି ମୂଳ ପରମାତ୍ମାଙ୍କୁ ଆଦି ଶବ୍ଦ "ଓମ' ଦ୍ୱାରା ଆହ୍ୱାନ ଓ ସ୍ମରଣ କରାଯାଏ । "ଓଁ' ଶବ୍ଦ ପରମାତ୍ମାଙ୍କ ଜ୍ୟୋର୍ତିବିନ୍ଦୁ ସ୍ୱରୂପକୁ ନିର୍ଦ୍ଧେଶ କରେ । ବୈଦିକ କର୍ମକାଣ୍ଡ ଦ୍ୱାରା ଅନୁସୃତ ଯଜ୍ଞ, ଦାନ ଓ ତପ ଆଦି ସମସ୍ତ କ୍ରିୟା ଆରମ୍ଭ ପୂର୍ବରୁ ଏହି "ଓଁ' ପ୍ରଣବ ବା ବୀଜ ମନ୍ତ୍ର ଉଚ୍ଚାରଣ କରାଯାଏ । ଏହା ଦ୍ୱାରା ସମସ୍ତ କର୍ମ ପରମାତ୍ମାର୍ପଣ ହୋଇଥାଏ । ମନୁଷ୍ୟ ଦ୍ୱାରା କରାଯାଉଥିବା କର୍ମରେ ଭୁଲ ଭଟକା, ଦୋଷ ତ୍ରୁଟି ଓ ଅପୂର୍ଣ୍ଣତା ରହିବା ସ୍ୱାଭାବିକ । "ଓଁ' କାର ଉଚ୍ଚାରଣ ଦ୍ୱାରା ପରମାତ୍ମାଙ୍କ ଧ୍ୟାନ ସୁଗମ ହୁଏ ଓ ତାଙ୍କ ସ୍ମୃତି ସମ୍ପନ୍ନ କର୍ମରେ ଅଶୁଦ୍ଧି ଏବଂ ଅପୂର୍ଣ୍ଣତା ଦୋଷ ରହେ ନାହିଁ ।

"ତତ' ଶବ୍ଦ (ସେହି) ଜ୍ୟୋର୍ତିବିନ୍ଦୁ ସ୍ୱରୂପ ପରମାତ୍ମାଙ୍କ ଧରାବତରଣ ପ୍ରସଙ୍ଗକୁ ନିର୍ଦ୍ଧେଶ କରେ । "ତତ୍'ର ଅର୍ଥ "ସେ', "ସେହି' ବା "ତାହା' । ସମଗ୍ର ସୃଷ୍ଟିରେ "ସେ'ହିଁ (ପରମାତ୍ମା) ସର୍ବୋପରି । ପ୍ରତି କଳ୍ପର ଅନ୍ତିମ ଚରଣରେ ସେ ସୃଷ୍ଟିରେ ଅବତରଣ କରି ପତିତ ମନୁଷ୍ୟମାନଙ୍କୁ ପାବନ କରନ୍ତି । ସେହି(ତତ୍) ପରମାତ୍ମାଙ୍କୁ ଲାଭ କରିବା ପାଇଁ ମୁକ୍ତିକାମୀ ମନୁଷ୍ୟମାନେ ଅନ୍ତରରେ କୌଣସି ପ୍ରକାର ଫଳକାମନା ପୋଷଣ ନ କରି ଯଜ୍ଞ, ତପ ଓ ଦାନ ରୂପକ ନାନାବିଧ କ୍ରିୟା କରନ୍ତି । ପରମାତ୍ମା ଏକ, ନିତ୍ୟ, ଶାଶ୍ୱତ, ଅଜର, ଅମର, ଅକର୍ା, ଅଭୋକ୍ତା, ଅଶରୀରୀ, ତ୍ରିଲୋକନାଥ, ଦୁଃଖହର୍ା, ସୁଖଦାତା,ପତିତପାବନ, ସ୍ୱର୍ଗ ରଚୟିତା, ପରବ୍ରହ୍ମ, ପରମେଶ୍ୱର ଓ ସର୍ବାତ୍ମାଙ୍କ ପରମ ପିତା – ଏକଥା ଆଡକୁ ଲକ୍ଷ୍ୟ କରାଇବା ପାଇଁ "ତତ୍' ପଦର ବ୍ୟବହାର କରାଯାଇଛି  । 

"ଓଁ' ପଦ ପରମାତ୍ମାଙ୍କ ସ୍ୱରୂପ । "ତତ୍' ପଦ ତାଙ୍କ ଦିବ୍ୟ କର୍ବ୍ୟ ଏବଂ "ସତ' ପଦ ତାଙ୍କ ଦିବ୍ୟଗୁଣର ଦ୍ୟୋତକ । "ସତ୍'ର ଅର୍ଥ ସତ୍ୟ । ପରମାତ୍ମା ହିଁ ଏକମାତ୍ର ସତ୍ୟ । କାରଣ ସେ ନିତ୍ୟ, ଶାଶ୍ୱତ, ଚିରନ୍ତନ ଏବଂ ଅବିନଶ୍ୱର । ଯାହା ଅତୀତ, ବର୍ମାନ ଓ ଭବିଷ୍ୟତ ଏହି ତିନିକାଳରେ ସମାନ ଭାବରେ ସ୍ଥିତ ବା ଅପରିବର୍ନୀୟ ତାହା ହେଉଛି ସତ୍ୟ । ପରମାତ୍ମାଙ୍କ କେବେ ଅଭାବ ହୁଏ ନାହିଁ । ଯାହା ଜଗତର କଲ୍ୟାଣକାରକ ଓ ମଙ୍ଗଳସାଧକ ତାହା ମଧ୍ୟ "ସତ୍' । ଅନ୍ତଃକରଣର ଶ୍ରେଷ୍ଠ ଭାବ ବା ସାଧୁ ଭାବକୁ "ସତ୍' କୁହାଯାଏ । ଏହା ବ୍ୟତୀତ ପରମାତ୍ମା ସ୍ମରଣ , ଈଶ୍ୱରୀୟ ଜ୍ଞାନର ପଠନ, ଶ୍ରବଣ ଓ କଥନ ଏବଂ ଆଧ୍ୟାତ୍ମିକ ଉନ୍ନତି ପାଇଁ କୃତ ପୁରୁଷାର୍ଥକୁ ମଧ୍ୟ "ସତ୍' କୁହାଯାଏ । ଏହି ସବୁ କର୍ମ ସତ୍ୟ ସନାତନ ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରୁଥିବାରୁ ଏହା "ସତ୍କର୍ମ' ବିବେଚିତ ହୁଏ । ସତ୍ୟତା ଓ ଉମତା ଏବଂ ଧାର୍ମିକ ଓ ମାଙ୍ଗଳିକ କର୍ମ ଅର୍ଥରେ ସତ୍ ଶବ୍ଦ ପ୍ରୟୋଗ ହୋଇଥାଏ । ଈଶ୍ୱରୀୟ କାର୍ଯ୍ୟ(ଯଜ୍ଞ) , ଆତ୍ମାର ଶୁଦ୍ଧିକରଣ (ତପ) ଓ ନିଜର ସବୁକିଛି ଈଶ୍ୱରାର୍ପଣ(ଦାନ) ଆଦିରେ ଯେଉଁ ଆନ୍ତରିକ ନିଷ୍ଠା ଥାଏ ତାହାକୁ ମଧ୍ୟ ସତ୍ କହନ୍ତି । ପୁନଶ୍ଚ ପରମାତ୍ମାଙ୍କ ଉଦ୍ଧେଶ୍ୟରେ ଅନୁଷ୍ଠିତ ଯେକୌଣସି କର୍ମକୁ "ସତ୍' କୁହାଯାଏ । କିନ୍ତୁ ଉପରୋକ୍ତ ସମସ୍ତ କର୍ମରେ ଶ୍ରଦ୍ଧା ଥିବା ଦରକାର । ଶ୍ରଦ୍ଧା ନ ଥାଇ ଯାହାବି ଯଜ୍ଞ, ତପ, ଦାନ ଆଦି ଈଶ୍ୱରୀୟ କର୍ମ କରାାଯାଏ ସେସବୁକୁ "ଅସତ୍' କୁହାଯାଏ । ଶ୍ରଦ୍ଧା ବିରହିତ କର୍ମ ସଂପୂର୍ଣ୍ଣ ନିଷ୍ଫଳ ଓ ନିରର୍ଥକ ହୋଇଥାଏ । ତାହା ଦ୍ୱାରା ଇହ ବା ପରଲୋକରେ କୌଣସି ମଙ୍ଗଳ ସାଧିତ ହୁଏ ନାହିଁ । ଏହିସବୁ ବିଷୟକୁ ଧ୍ୟାନରେ ରଖି ପରମ ଶ୍ରଦ୍ଧା ସହିତ ଈଶ୍ୱରୀୟ ମାର୍ଗର ଅନୁସରଣ କରିବା ଉଚିତ । ଓଡ଼ିଆ ଭାଗବତରେ ଏହି ଶ୍ରଦ୍ଧାକୁ ନେଇ କୁହାଯାଇଛି, “ଶ୍ରଦ୍ଧାବିହୀନ କର୍ମ ଯେତେ  । ଫଳ ନ ଫଳେ କଦାଚିତେ  ।” 

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର