ଦ୍ୱିତୀୟ ଅଧ୍ୟାୟ
ସାଂଖ୍ୟ ଯୋଗଃ
ଆତ୍ମାର ନିତ୍ୟତ୍ୱ ନିରୂପଣ
ନ ତ୍ୱେବାହଂ ଜାତୁ ନାସଂ ନ ତ୍ୱଂ ନେମେ ଜନାଧିପାଃ ।
ନଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍ ।ା୨/୧୨ ।ା
ଅର୍ଥ : ମୁଁ କୌଣସି କାଳରେ ଯେ ନଥିଲି, ତୁମେ ନଥିଲ, ଏହି ରାଜାମାନେ ଯେ ନଥିଲେ, ଏହା ସତ୍ୟ ନୁହେଁ । ଏହା ପରେ ମଧ୍ୟ ଆମ୍ଭେମାନେ ରହିବା ନାହିଁ, ଏକଥା ମଧ୍ୟ ନୁହେଁ ।ା୨/୧୨ାା
ବ୍ୟାଖ୍ୟା : ଆତ୍ମା, ଅଜର, ଅମର, ଅବିନାଶୀ ହୋଇଥିବାରୁ ନିତ୍ୟ ଅଟେ । ଶରୀରର ବିନାଶ ବା ଶାରୀରିକ ଅବସ୍ଥାର ପରିବର୍ନ ହେଲେ ମଧ୍ୟ ଆତ୍ମା ଯାଥାବତ୍ ରହିଥାଏ । ଶରୀର ଧାରଣ କରୁଥିବାରୁ ତାକୁ ଜୀବାତ୍ମା କୁହାଯାଏ । ବାରମ୍ବାର ଜନ୍ମ ମୃତୁ୍ୟ ଚକ୍ରରେ ଆସିବା ଫଳରେ ସେ ନିଜର ସ୍ବରୂପ ବିସ୍ମୃତ ହୋଇଯାଏ । ଦେହାଭିମାନ ହେତୁ ସେ ଶରୀରକୁ ନିଜର ସ୍ବରୂପ ମନେକରେ । ତେଣୁ ମୃତୁ୍ୟ ତା’ ପାଇଁ ଦୁଃଖକାରକ ମନେହୁଏ ।
ପରମାତ୍ମା ଅଶରୀରୀ, ଅଜନ୍ମା, ଅକର୍ା, ଅଭୋକ୍ତା, ନିତ୍ୟ, ଶାଶ୍ୱତ ଓ ସର୍ବଜ୍ଞ ଅଟନ୍ତି । ସେ ସମସ୍ତ ଜୀବଜଗତକୁ ଆତ୍ମିକ ଦୃଷ୍ଟିରେ ଦେଖନ୍ତି । ପ୍ରତ୍ୟେକ ଆତ୍ମାଙ୍କର ସେ ପରମପିତା । ତେଣୁ ଆତ୍ମାର ଆଦି, ମଧ୍ୟ ଓ ଅନ୍ତର ରହସ୍ୟ ସେ ଜାଣନ୍ତି । ଅର୍ଥାତ୍ ପ୍ରତି କଳ୍ପର ସମୟାବଧିରେ ସୃଷ୍ଟି ରଙ୍ଗମଂଚରେ ଆତ୍ମା, ଶରୀର ରୂପକ ବସ୍ତ୍ର ଧାରଣ ପୂର୍ବକ ଯାହା ଯାହା ଅଭିନୟ କରି ଆସିଛି ତାହା ପରମାତ୍ମାଙ୍କୁ ବିଦିତ ଥାଏ । ତେଣୁ ଦେହାଭିମାନଗ୍ରସ୍ତ କିଂକର୍ବ୍ୟ ବିମୂଢ଼ ମନୁଷ୍ୟମାନଙ୍କ ମୋହ ନାଶ କରିବା ପାଇଁ ସେ ଏଠାରେ ଆତ୍ମାର ନିତ୍ୟତ୍ୱ କଥା କହିଛନ୍ତି । ଦେହାଭିମାନ ବଶତଃ ମନୁଷ୍ୟ ଶରୀରକୁ “ମୁଁ’’ ମନେକରେ । ଏଠାରେ ବିଚାରଣୀୟ ଯେ “ମୋର ଶରୀର’’ କହୁଥିବା ଏ ମୁଁ ଟି ପ୍ରକୃତରେ କିଏ ? ଏହାହିଁ ଆତ୍ମା ଅଟେ । ତେଣୁ ଶରୀରକୁ ନିଜର ସ୍ବରୂପ ମନେ କରିବା ଅବିବେକିତା । ଶ୍ରୀମଦ୍ଭାଗବତ୍ରେ ନିଜକୁ ଶରୀର ମନେ କରିବା ପଶୁବୁଦ୍ଧି ବୋଲି କୁହାଯାଇଛି ।
ତ୍ୱଂ ତୁ ରାଜନ ମରିଷ୍ୟେତି ପଶୁବୁଦ୍ଧିମିମଂ ଜହି ।
ନ ଜାତଃ ପ୍ରାଣ ଭୂତୋଽଦ୍ୟଦେହବ୍ୱଂ ନ ନଙ୍କ୍ଷ୍ୟସି ।ା (ଭା-୧୨/୫/୨)
ଅନୁବାଦ : ପରିକ୍ଷିତ, ମୁଁ ମରିବି – ଏହି ଅବିବେକ ବୁଦ୍ଧି ପରିତ୍ୟାଗ କର । ଏହି ଦେହର ବିନାଶ ହେବ; ମାତ୍ର ତୁମ୍ଭର ନୁହେଁ । ଏହି ଦେହ ଆଗରୁ ନ ଥିଲା । ଏବେ ଏହାର ଜନ୍ମ ହେଲା ଏବଂ ପରେ ଏହାର ବିନାଶ ହେବ । (ଅନୁବାଦକ – ଜାନକୀ ବଲ୍ଲଭ ପଟ୍ଟନାୟକ) ଏହି ଶ୍ଳୋକକୁ ଅତି ବଡ଼ି ଜଗନ୍ନାଥ ଦାସ ନିମ୍ନ ମତେ ଭାବାନୁବାଦ କରିଛନ୍ତି –
ଶୁଣ ପରୀକ୍ଷ କ୍ଷିତିପତି । ମରିବୁ ବୋଲି ଯେଉଁ ଭୀତି ାା
ପ୍ରାଣୀ ତା ଅଜ୍ଞାନେ କହନ୍ତି । ତୁ ଏବେ ଛାଡ଼ ଏହି ଭ୍ରାନ୍ତି ାା
ଜନମ କଉଣସି ଦିନ । ନୋହିଛ ତୁମ୍ଭେ ତ ରାଜନ ାା
ଆଗରେ ଜନମ ନୋହିବ । ବର୍ମାନରେ ନ ମରିବ ାା
ଉପôି ସ୍ଥିତି ଯା’ର ନାହିଁ । ବିନାଶ ହୋଇବ କିମ୍ପାଇଁ ାା
ପୁତ୍ର ପୌତ୍ରାଦି ଏ ତୋହର । କେହି ଯେ ନୁହନ୍ତି କାହାର ାା
ସେ ଫଳ ଫଳଇ ପ୍ରତ୍ୟକ୍ଷେ । ବୀଜ ଅଙ୍କୁରି ପୁଣି ବୃକ୍ଷେ ାା
ଯେମନ୍ତ ବୀଜରୁ ଅଙ୍କୁର । ତହୁଁ ବୃଷାଦି ଅବତାର ାା
ତେମନ୍ତେ ନୋହେ ପିତା ପୁତ୍ର । ସମ୍ବନ୍ଧ ଜାଣ ପରୀକ୍ଷିତ ାା
(ଭା-୧୨/୫/୨)
ଆତ୍ମା ଓ ପରମାତ୍ମା ଦୁହେଁ ଭିନ୍ନ ଓ ପୃଥକ ଚୈ÷ତନ୍ୟ ସା, ଏକଥା ଏଠାରେ ପ୍ରମାଣିତ ହେଉଛି । ପରମାତ୍ମାଙ୍କ ପରି ପ୍ରତ୍ୟେକ ଆତ୍ମା ଶାଶ୍ୱତ ଭାବରେ ଭିନ୍ନ ଭିନ୍ନ ସା ଅଟନ୍ତି; ଅତୀତରେ ମଧ୍ୟ ସମସ୍ତଙ୍କର ସ୍ବତନ୍ତ୍ର ସା ଥିଲା ଏବଂ ଭବିଷ୍ୟତରେ ମଧ୍ୟ ତାହା ଶାଶ୍ୱତ ଭାବରେ ରହିଥିôବ । ଏଠାରେ ପରମାତ୍ମା ସ୍ପଷ୍ଟ ଭାବରେ ମାୟାବାଦକୁ ଖଣ୍ଡନ କରିଛନ୍ତି । ମାୟାବାଦୀମାନେ କହନ୍ତି ଯେ ଆତ୍ମା, ମାୟାଶକ୍ତିର ଆବରଣ ଯୋଗୁଁ ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଛି । ମୁକ୍ତି ପାଇଲା ପରେ ଆତ୍ମା ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇ ତା’ର ସ୍ବତନ୍ତ୍ର ସା ହରାଇଥାଏ । ଗୀତା ଏହି ମାୟାବାଦକୁ ସ୍ବୀକାର କରି ନାହିଁ । ଗୀତାର ଭଗବାନ ଏଠାରେ ସ୍ପଷ୍ଟ କହୁଛନ୍ତି ଯେ ଭବିଷ୍ୟତରେ ମଧ୍ୟ ତାଙ୍କର ତଥା ଅନ୍ୟ ଜୀବାତ୍ମା ମାନଙ୍କର ସ୍ଥିତି ଶାଶ୍ୱତ ଭାବରେ ରହିଥିବ ।
ଶରୀର ପ୍ରତି ମୁହୂର୍ରେ ପରିବର୍ନ ହେଉଛି । ଶୈଶବ, କୈଶୋର, ଯୌବନ, ପ୍ରୌଢ଼ ଓ ବାର୍ଦ୍ଧକ୍ୟ – ଏହା ଶାରୀରିକ ଅବସ୍ଥାର ନାମ । ଏହି ପ୍ରକାର ପରିବର୍ନ ଦ୍ୱାରା ଆତ୍ମା ପ୍ରଭାବିତ ହୁଏ ନାହିଁ । ତା’ର ଶାଶ୍ୱତ ସା ଯଥାବତ୍ ବଜାୟ ରହିଥାଏ । ଆତ୍ମଜ୍ଞାନୀମାନେ ଏ ପ୍ରକାର ପରିବର୍ନରେ ଆଦୌ ବିଚଳିତ ହୁଅନ୍ତି ନାହିଁ । ଏକଥା ପରବର୍ୀ ଶ୍ଳୋକରେ ଉଲ୍ଲେଖ ହୋଇଛି,
ଦେହିନୋସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ।
ତଥା ଦେହାନ୍ତର ପ୍ରାପ୍ତିର୍ଧୀରସ୍ତତ୍ର ନ ମୁହ୍ୟତି ।ା ୨/୧୩ ।ା
ଇନ୍ଦ୍ରିୟ ଓ ବିଷୟ ସମୂହ ସଂଯୋଗର ଅନିତ୍ୟ ନିରୂପଣ
ମାତ୍ରା ସ୍ପର୍ଶାସ୍ତୁ କୋ÷ନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାସ୍ତାଂ ସ୍ତିତିକ୍ଷସ୍ୱ ଭାରତ ।ା୨/୧୪ାା
ଯଂହି ନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ ।
ସମଦୁଃଖ ସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ ।ା୨/୧୫ ।ା
ଅର୍ଥ : ଇନ୍ଦ୍ରିୟ ସହିତ ବିଷୟର ସଂସ୍ପର୍ଶ ହିଁ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ ପ୍ରଦାନ କରେ । କିନ୍ତୁ ସେହି ସମ୍ବନ୍ଧର ସମୟାନୁସାରେ ଉପôି ଓ ବିନାଶ ହୁଏ । ତେଣୁ ସେମାନେ ଅନିତ୍ୟ ଅଟନ୍ତି । ସେ ସବୁକୁ ସହ୍ୟ କର । ଏହି ମାତ୍ରା ସ୍ପର୍ଶ ସବୁ(ଇନ୍ଦ୍ରିୟଶକ୍ତି ସହିତ ବିଷୟ ସଂଯୋଗମାନ) ସୁଖ ଦୁଃଖରେ ସମଭାବାପନ୍ନ ଆତ୍ମନିଷ୍ଠ ବ୍ୟକ୍ତିକୁ ପୀଡା ଦେଇ ପାରନ୍ତି ନାହିଁ । ସେ ଅମର ହେବା ପାଇଁ ଯୋଗ୍ୟ ।ା୨/୧୪-୧୫ାା
ବ୍ୟାଖ୍ୟା : ପୂର୍ବ ଆଲୋଚନାରେ ପରମାତ୍ମା ନିଜକୁ ତଥା ସମସ୍ତ ଜୀବାତ୍ମା ମାନଙ୍କୁ ନିତ୍ୟ ଓ ଶରୀରକୁ ଅନିତ୍ୟ ବୋଲି କହିଥିଲେ । ଆତ୍ମା, ଶରୀରସ୍ଥ ଇନ୍ଦି୍ରୟ ମାନଙ୍କ ମାଧ୍ୟମରେ ସୁଖ ଓ ଦୁଃଖ ଅନୁଭବ କରେ । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଆଦି ବିଷୟମାନଙ୍କ ସହିତ ଅନ୍ତଃକରଣ ଓ ଇନ୍ଦି୍ରୟ ମାନଙ୍କର ଯେଉଁ ସମ୍ବନ୍ଧ ରହିଛି ତାକୁ ଏଠାରେ “ମାତ୍ରାସ୍ପର୍ଶାଃ’ ପଦ ଦ୍ୱାରା ବ୍ୟକ୍ତ କରାଯାଇଛି । ଏହା ଶୀତ-ଉଷ୍ଣ, ସୁଖ-ଦୁଃଖ, ରାଗ-ଦ୍ୱେଷ, ହର୍ଷ-ଶୋକ, ଅନୁକୂଳତା-ପ୍ରତିକୂଳତା, ଜୟ-ପରାଜୟ, ମାନ-ଅପମାନ ଆଦି ଦ୍ୱନ୍ଦ୍ୱାତ୍ମକ ଭାବ ସମୂହ ଉପôନ୍ନ କରେ । ବ୍ୟକ୍ତି ଯେତେବେଳେ ନିଜକୁ ଦେହ ଭାବେ ସେତେବେଳେ ସେ ଏହିପରି ଦ୍ୱନ୍ଦ୍ୱ ମଧ୍ୟରେ ବ୍ୟତିବ୍ୟସ୍ତ ହୋଇପଡ଼େ । ଶରୀର ଅନିତ୍ୟ ଓ ବିନାଶଶୀଳ ହୋଇଥିବାରୁ ଏହା ସହିତ ସମ୍ବନ୍ଧିତ ବିଷୟ ଓ ବସ୍ତୁ ମଧ୍ୟ ସମଭାବାପନ୍ନ ଅଟେ । ଦେହାଭିମାନ ତ୍ୟାଗ କରି ଆତ୍ମିକ ସ୍ମୃତିରେ ସ୍ଥିତ ରହିଲେ ବ୍ୟକ୍ତି ଏହି ପରିବର୍ନଶୀଳ ଉପଲବ୍ଧି ଗୁଡ଼ିକର ପ୍ରଭାବରୁ ନିଜକୁ ମୁକ୍ତ କରି ପାରିବ । ଏହି ବିଷୟରେ ଆହୁରି ସ୍ପଷ୍ଟ ବୁଝିବାକୁ ହେଲେ ଗ୍ରୀଷ୍ମ ଓ ଶୀତର ଉଦାହରଣ ନିଆଯାଇପାରେ । ଋତୁଚକ୍ରରେ ଏହି ଉଭୟ ଋତୁ ଆସୁଥାଏ ଓ ଯାଉଥାଏ । ସେହିପରି ମଣିଷ ଜୀବନରେ ସୁଖ ଓ ଦୁଃଖ ଚକ୍ରବତ୍ ଘୁରୁଥାଏ । ଚକ୍ରବତ୍ ପରିବର୍ନ୍ତେ ସୁଖାନି ଚ ଦୁଃଖାନିଚ । ସେମାନେ ଇନ୍ଦି୍ରୟ ଭୋଗରୁ ଜାତ ହୁଅନ୍ତି । ତେଣୁ ବ୍ୟକ୍ତି ଏହି ଦ୍ୱୈତ ଅନୁଭୁତିରେ ବିଚଳିତ ନ ହୋଇ ସେଗୁଡ଼ିକୁ ସହିଯିବାକୁ ଅଭ୍ୟାସ କରିବା ଉଚିତ୍ ।
ଏଠାରେ “ତିତିକ୍ଷା’’ର ଅର୍ଥ ସହନଶୀଳତା ନୁହେଁ । ଏହି ଦୁଇ ଶବ୍ଦ ସମାର୍ଥକ ବୋଧ ହେଉଥିଲେ ମଧ୍ୟ ସେମାନଙ୍କ ଭାବ ଭିନ୍ନ ଅଟେ । “ତିତିକ୍ଷା’’ର ଅର୍ଥ ପ୍ରତିକୂଳ ପରିସ୍ଥିତିରେ ସମଭାବାପନ୍ନ ହୋଇ ଅସୀମ ସାହସ ଓ ଧୈର୍ଯ୍ୟର ସହ ନିର୍ବିକାର ଭାବରେ ସହ୍ୟ କରିବାର ଶକ୍ତିକୁ ବୁଝାଏ । ଏହି ଅବସ୍ଥା ସମ୍ପନ୍ନ ବ୍ୟକ୍ତି ସୁଖ-ଦୁଃଖର ଦ୍ୱନ୍ଦ୍ୱ ଅନୁଭୂତିରେ ପ୍ରଭାବିତ ହୁଏ ନାହିଁ । ସୁଖରେ ଆନନ୍ଦ ବିଭୋର ଓ ଦୁଃଖରେ ଉଦ୍ବିଘ୍ନ ସେ ହୁଏ ନାହିଁ । ସବୁ ଅବସ୍ଥାକୁ ସମଭାବରେ ଗ୍ରହଣ କରିବାର ସହିଷ୍ଣୁତାକୁ ଏଠାରେ ତିତିକ୍ଷା ବୋଲି କୁହାଯାଇଛି । ଏହା ହେଉଛି ସହିଷ୍ଣୁତାର (ସହନଶୀଳତା) ସର୍ବୋଚ୍ଚ ସୋପାନ । ଏଠାରେ ସହ୍ୟ କରିବାର ବାଧ୍ୟବାଧକତା ନାହିଁ ।
ଅନ୍ୟ ପକ୍ଷରେ ପ୍ରତିକୂଳ ଅବସ୍ଥାକୁ ଅନନ୍ୟୋପାୟ ହୋଇ ନୀରବରେ ସହ୍ୟ କରିବାକୁ ସାଧାରଣତଃ ସହିଷ୍ଣୁତା ବା ସହନଶୀଳତା କୁହାଯାଏ । ଏହି ଅବସ୍ଥାରେ ସହ୍ୟ କରିବା ବ୍ୟତୀତ ବ୍ୟକ୍ତିର ଆଉ ଅନ୍ୟ ଉପାୟ ନଥାଏ । ବାହ୍ୟତଃ ସେ ଶାନ୍ତ ଜଣାପଡ଼ୁଥିଲେ ମଧ୍ୟ ତାଙ୍କ ମନୋସମୁଦ୍ର ଦୁଃଖର ଉାଳ ତରଙ୍ଗରେ ଉଦ୍ବେଳିତ ହେଉଥାଏ । ଏହା ଯୋଗ ପାଇଁ ବାଧକ । ଦ୍ୱୈତ ଅନୁଭୁତିରେ ସମ ଭାବ ରକ୍ଷା କରି ନପାରିଲେ ଯୋଗ ନିରର୍ଥକ । ଗୀତାରେ ସମତାକୁ ହିଁ ଯୋଗ କୁହାଯାଇଛି । ସମତ୍ୱଂ ଯୋଗ ଉଚ୍ୟତେ । ତେଣୁ ସହିଷ୍ଣୁତାର ଉଚ୍ଚତମ ଅବସ୍ଥାକୁ ଦର୍ଶାଇବା ପାଇଁ ପରମାତ୍ମା ଏଠାରେ ତିତିକ୍ଷା ଶବ୍ଦ ପ୍ରୟୋଗ କରିଛନ୍ତି ।
ସୁଖ ଓ ଦୁଃଖ ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଉଭୟଙ୍କ ମଧ୍ୟରେ କାୟା ଓ ଛାୟାର ସମ୍ବନ୍ଧ ରହିଛି । ଅଜ୍ଞାନ ମଣିଷ ସଂସାରର ଅନିତ୍ୟ ବିଷୟ ମଧ୍ୟରେ ସୁଖ ଖୋଜେ । ସୁଖ ଯେ ସ୍ବପ୍ନବତ୍ ଅଳୀକ ଏକଥା ସେ ବୁଝିପାରେ ନାହିଁ । ଏହାର ଅଭାବକୁ ସେ ଦୁଃଖ ମନେ କରେ । ସାଂସାରିକ ବିଷୟ ଭୋଗ ଜନିତ ସୁଖ ମାଦକ ଦ୍ରବ୍ୟ ଭଳି ନିଶାକାରକ । ମଣିଷ ଯେତିକି ବିଷୟ ଭୋଗ କରୁଥାଏ ସେଥିପ୍ରତି ତା’ର ଆସକ୍ତି ଓ ଲାଳସା ଆହୁରି ଆହୁରି ବୃଦ୍ଧି ପାଉଥାଏ । ପରିଣତ ବୟସରେ ଇନ୍ଦ୍ରିୟଗୁଡ଼ିକ ଶିଥିଳ ହୋଇପଡ଼ନ୍ତିÿ । ତଥାପି ମଣିଷ ମନରେ ଭୋଗେଚ୍ଛା ବୃଦ୍ଧି ପାଉଥାଏ । ଭୋଗ କରିବା ଅକ୍ଷମତା ତାକୁ ଦୁଃଖ ଦିଏ; ସେ ମି୍ରୟମାଣ ହୋଇପଡ଼େ । ସୁଖଭୋଗର ମାଦକତା ପରିଶେଷରେ ମଣିଷକୁ ଦୁଃଖୀ ଓ କର୍ବ୍ୟ ବିମୁଖ କରେ । ଏହା ତାକୁ କୁକର୍ମରେ ଲିପ୍ତ କରେ । ଅତ୍ୟଧିକ ସୁଖ ଭୋଗ ତାକୁ ଆଳସ୍ୟ ଆଣିଦିଏ ।
ସୁଖକୁ ଗ୍ରହଣ କଲେ ଦୁଃଖ ତା’ସହିତ ରହିବ; ଏକଥା ଭୁଲିଯିବା ଉଚିତ୍ ନୁହେଁ । କାରଣ ଉଭୟଙ୍କ ମଧ୍ୟରେ ଅଙ୍ଗାଙ୍ଗୀ ସମ୍ପର୍କ ରହିଛି । ଛାୟା ସର୍ବଦା କାୟାର ଅନୁସରଣ କରେ । ଏହି ନ୍ୟାୟରେ ଦୁଃଖ ସବୁବେଳେ ସୁଖର ଅନୁଧାବନ କରେ । ଅଜ୍ଞାନ ବ୍ୟକ୍ତି ତାହା ଜାଣିପାରେ ନାହିଁ । ସେ ଯାହାକୁ ଦୁଃଖ ମନେ କରେ ତ୍ୱତଃ ସେଥିରେ ସୁଖ ନିହିତ ଥାଏ । ଦୁଃଖ ମଣିଷ ମନର ଅହଙ୍କାରକୁ ନଷ୍ଟ କରେ । ଏହା ମଣିଷକୁ ଅଗ୍ନିଦଗ୍ଧ ସୁବର୍ଣ୍ଣପରି ଶୁଦ୍ଧ କରିଦିଏ । ଦୁଃଖ ତାକୁ ଭଗବତ୍ ଅଭିମୁଖୀ କରାଏ । ସୁଖରେ ସେ ଭଗବାନଙ୍କୁ ଭୁଲିଯାଏ ଓ ଅଧର୍ମାଚରଣ କରେ । ମଣିଷ ଯଦି ସୁଖରେ ମଧ୍ୟ ତାଙ୍କୁ ସ୍ମରଣ ରଖନ୍ତା ତେବେ ଦୁଃଖ ଭୋଗ କରନ୍ତା ନାହିଁ । “ଦୁଃଖ ମେଁ ସିମିରଣ ସବ୍ କରେ । ସୁଖ ମେଁ କରେ ନା କୋଇ, ଅଗର ସୁଖ ମେଁ ସିମିରଣ କରେ ତୋ ଦୁଃଖ କାହେ କୋ ହୋୟ ।’’ ମଣିଷ ଯେତେବେଳେ କୌଣସି ରୋଗରୁ ଆରୋଗ୍ୟ ଲାଭ କରେ ସେତେବେଳେ ସେ ସଂପୃକ୍ତ ଡାକ୍ତରଙ୍କୁ ମନେ ପକାଏ; ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରେ । କିନ୍ତୁ ଭଗବାନ ଯେ କାମକ୍ରୋଧାଦି ବିକାର ଗୁଡ଼ିକରୁ ମଣିଷକୁ ଆରୋଗ୍ୟ କରନ୍ତି ଏକଥା ସେ ଭୁଲିଯାଏ । ଏଥିପାଇଁ ତାଙ୍କୁ ସତତ ସ୍ମରଣ କରିବା ଉଚିତ । ମହାଭାରତର କୁନ୍ତୀ ଚରିତ୍ର ଏହି ପ୍ରସଙ୍ଗରେ ପ୍ରଣିଧାନ ଯୋଗ୍ୟ । ସେ ସୁଖ ଅପେକ୍ଷା ଦୁଃଖକୁ ହିଁ ବେଶୀ ପସନ୍ଦ କରୁଥିଲେ । ସେ ଯେଉଁ ପ୍ରକାରେ ଭଗବାନଙ୍କୁ ବର ମାଗିଥିଲେ ସେପରି କୌଣସି କାଳରେ କେହି ମାଗି ନଥିଲେ ।
ବିପଦଃ ସନ୍ତୁ ନଃ ଶାଶ୍ୱତ୍ର ତତ୍ର ଜଗଦ୍ଗୁରେ ।ା
ଭବତୋ ଦର୍ଶନଂ ଯତ୍ସ୍ୟାଦପୁନର୍ଭବଦର୍ଶନମ୍ ।ା(ଭା-୧-୮-୨୫)
ଅର୍ଥ : ହେ ଜଗଦ୍ଗୁରୁ! ଆମ ଜୀବନରେ ପ୍ରତି ମୁହୂର୍ରେ ବିପଦ ଆସୁଥାଉ । କାରଣ ବିପଦ ସମୟରେ ହିଁ ନିଶ୍ଚିତ ଭାବରେ ଆପଣଙ୍କ ଦର୍ଶନ ମିଳିଥାଏ; ଯଦ୍ୱାରା ଏ ଦୁଃଖମୟ ସଂସାରକୁ ଆଉ ଦର୍ଶନ କରିବାକୁ ପଡ଼େ ନାହିଁ ।
ଦୁଃଖରେ କେବଳ ମଣିଷର ହିତାହିତ ଜ୍ଞାନ ସୃଷ୍ଟି ହୁଏ ।ଦୁଃଖ ନିଖୁଣ ମଣିଷର କଷଟି ପଥର । ଦୁଃଖରେ ମଣିଷ ପରମାତ୍ମାଙ୍କୁ ସ୍ମରଣ କରେ । ତେଣୁ ବିପି ହିଁ ପ୍ରକୃତ ସମ୍ପି ବୋଲି କୁହାଯାଏ । ଯେଉଁ ଦୁଃଖରେ ପରମାତ୍ମା ସ୍ମରଣ ଆସନ୍ତି ବୋଲି ତାହା ତ ପରମ ସୁଖ ଦୟୀ । ତାକୁ ଦୁଃଖ କିପରି କୁହାଯିବ? ତା’ଠାରୁ ଶ୍ରେଷ୍ଠ ମିତ୍ର ଆଉ କିଏ ହୋଇ ପାରେ ? ସୁଖରେ ଅନ୍ଧ ହୋଇ ମଣିଷ ପଥବଣା ହୋଇଯାଏ; କିନ୍ତୁ ଦୁଃଖ ସର୍ବଦା ତା’ର ଆଖି ଖୋଲି ରଖିଥାଏ । ତେଣୁ ସେ ସହଜରେ ଲକ୍ଷ୍ୟ ହାସଲ କରିପାରେ । ସଂଘର୍ଷମୟ ଜୀବନରେ ହିଁ ମଣିଷ ନୂଆ ନୂଆ ଅଭିଜ୍ଞତା ଲାଭ କରେ । ଯାହା ଆତ୍ମୋନ୍ନତିର ପଥ ପ୍ରଶସ୍ତ କରେ । ଜୀବନର ପାଠଶାଳାରେ ଦୁଃଖ ଏକ ପରୀକ୍ଷା । ଏହା ପ୍ରତ୍ୟେକ ବ୍ୟକ୍ତି ପାଇଁ ଯୋଗ୍ୟତାର ଏକ ମାପପାଠି । ଏହି ପରୀକ୍ଷାରେ ଉନ୍ନୀତ ବ୍ୟକ୍ତି ହିଁ ଶାଶ୍ୱତ ସୁଖର ଅଧିକାରୀ ହୁଏ । ରାତ୍ରୀର ଗଭୀର ଅନ୍ଧକାର ବିନା ଦିବସର ଆଲୋକ ମୂଲ୍ୟହୀନ । ଦୁଃଖର ତିକ୍ତ ଅନୁଭୁତି ନ ଥିଲେ ସୁଖର ମଧୁରତା ମଣିଷ ଆସ୍ବାଦନ କରି ପାରିବ ନାହିଁ । ତେଣୁ ସେ ଯାହାକୁ ସୁଖ ବୋଲି ଭାବେ ତାହା ଦୁଃଖ ସହିତ ତୁଳନାତ୍ମକ ଅନୁଭବର ନାମ । ଦୁଃଖ ଭୋଗି ନ ଥିଲେ ମଣିଷ କାହା ସହିତ ତୁଳନା କରି ଏହାକୁ ସୁଖ ବୋଲି କହିବ ?
ଅନେକ ସମୟରେ ମଣିଷ ଯାହାକୁ ଦୁଃଖ ବୋଲି ମନେ କରେ ତାର ଅନ୍ତରାଳରେ ସୁଖ ଲୁଚି ରହିଥାଏ । ବ୍ରହ୍ମ ମୂହୁର୍ରେ ନିଦ୍ରା ତ୍ୟାଗ କରି ପାଠ ପଢ଼ିବାକୁ ବିଦ୍ୟାର୍ଥୀ ମାନଙ୍କୁ କଷ୍ଟ ଲାଗେ । ଏହି କଷ୍ଟ ଆଳସ୍ୟ ଜନିତ । କିନ୍ତୁ ଏହି କଷ୍ଟ ସହ୍ୟକରି ଯିଏ ଏକାଗ୍ରତା ପୂର୍ବକ ପାଠ ପଢ଼ାରେ । ମନୋନିବେଶ କରନ୍ତି ତା’ର ପରିଣାମ ଅତ୍ୟନ୍ତ ସୁଖଦ ହୁଏ । ଇେଞ୍ଜକ୍ସନ୍ ନେଲାବେଳେ ରୋଗୀକୁ କଷ୍ଟ ହୁଏ; କିନ୍ତୁ ଏହାକୁ ଭ୍ରୁକ୍ଷେପ ନ କଲେ ତାହା ତା’ର ରୋଗ ଆରୋଗ୍ୟ କରେ । ଅମୃତବେଳାରେ (ବ୍ରହ୍ମମୂହୁର୍) ନିଦ୍ରା ତ୍ୟାଗ କରି ଏକାଗ୍ରତା ପୂର୍ବକ ଅନ୍ତତଃ ଏକ ଘା ମନ ଓ ବୁଦ୍ଧିକୁ ଈଶ୍ୱରୀୟ ଚିନ୍ତନରେ ନିୟୋଜିତ କରିବା ପ୍ରାରମ୍ଭିକ ପର୍ଯ୍ୟାୟରେ ବଡ଼ କଷ୍ଟକର ବ୍ୟାପାର ମନେହୁଏ । ଆଳସ୍ୟ ରହିତ ହୋଇ ଏହି ଅଭ୍ୟାସ ବଜାୟ ରଖିପାରିଲେ ପରମାତ୍ମା ପ୍ରତ୍ୟକ୍ଷତା ସମ୍ଭବ ହୋଇପାରେ । କୁହାଯାଏ କଷ୍ଟ ବିନା ଇଷ୍ଟପ୍ରାପ୍ତି ହୁଏ ନାହିଁ । ଯାହା ଆରମ୍ଭରେ ବିଷ ପରି ଓ ପରିଣାମରେ ଅମୃତ ପରି ଅନୁଭବ ହୁଏ ତାହାକୁ ସା୍ୱିକ ସୁଖ ବୋଲି କୁହାଯାଏ । ଯଦଗ୍ରେ ବିଷମିବ ପରିଣାମେଽମୃତୋପମମ୍ । ତତ୍ ସୁଖଂ ସା୍ୱିକଂ ପ୍ରୋକ୍ତମାତ୍ମ ବୁଦ୍ଧି ପ୍ରସାଦଜମ୍ । (ଗୀତା -୧୮-୩୭)
ଜୀବନ ସୁଗନ୍ଧି ତ ଗୋଲାପର ଶଯ୍ୟା ନୁହେଁ । ଜୀବନ ସମୁଦ୍ରରେ ଅନେକ ଜୁଆର ଭଟ୍ଟା ଆସିବ । ଶାନ୍ତ ଓ ନିର୍ବିକାର ଭାବରେ ଏ ସବୁ ଅବସ୍ଥାର ସମ୍ମୁଖୀନ ହେବାକୁ ହେବ । ଯେଉଁ ବ୍ୟକ୍ତି ଦୁଃଖରେ ଉଦ୍ବିଘ୍ନ ଓ ସୁଖରେ ଅଧିର ହୁଏ ନାହିଁ ସେହିଁ ପ୍ରକୃତ ଜ୍ଞାନୀ (ଗୀ- ୨/୫୬) ଏପରି ବ୍ୟକ୍ତି ଦ୍ୱୈତ ଭାବ ପରିତ୍ୟାଗ କରି ସମଭାବରେ ଅବସ୍ଥାନ କରନ୍ତି । ସମଭାବାପନ୍ନ ବ୍ୟକ୍ତି ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ (ଅମୃତ) ପ୍ରାପ୍ତ ହୁଏ । ବିଷୟଭୋଗ ଜନିତ ସାଂସାରିକ ସୁଖ ଓ ଶାନ୍ତି ଆପେକ୍ଷିକ । ଚିରନ୍ତନ ଓ ପରିପୂର୍ଣ୍ଣ ସୁଖ, ଶାନ୍ତି ଓ ଆନନ୍ଦ ପାଇବା ପାଇଁ ହେଲେ ସୁଖ ଓ ଦୁଃଖର ଉଦ୍ଧ୍ୱର୍କୁ ଉଠିବାକୁ ହେବ ।
ସତ ଅସତର ନିର୍ଣ୍ଣୟ ଓ ତା'ର ସ୍ୱରୂପ
ନାସତୋବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।
ଉଭୟୋରପି ଦୃଷ୍ଟୋଽନ୍ତସ୍ତନୟୋସ୍ତ୍ୱଦର୍ଶିଭିଃ ।ା୧୬ାା
ଅବିନାଶି ତୁୁ ତଦ୍ବିଦ୍ଧି ଯେନ ସର୍ବମିଦଂ ତତମ୍ ।
ବିନାଶମବ୍ୟୟସ୍ୟାସ୍ୟ ନ କଶ୍ଚିତ୍କୃର୍ମର୍ହିତି ।ା୧୭ାା
ଅନ୍ତ ବନ୍ତ ଇମେ ଦେହା ନିତ୍ୟ ସ୍ୟୋକ୍ତାଃ ଶରୀରିଣଃ ।
ଅନାଶିନୋଽପ୍ରମେୟସ୍ୟ ତସ୍ମାତ ଯୁଧ୍ୟସ୍ୱ ଭାରତ ।ା୧୮ ।ା
ଅର୍ଥ : ଅସତ୍ର (ଅନିତ୍ୟ) ସା ନାହିଁ ଓ ସତ୍ର (ନିତ୍ୟ) ବିନାଶ ନାହିଁ । ତ୍ୱଦର୍ଶୀ ଜ୍ଞାନୀମାନେ ଏହିପରି ଭାବରେ ଏ ଦୁଇଟି ବିଷୟର (ସତ-ଅସତ) ତ୍ୱ ନିର୍ଣ୍ଣୟ କରିଛନ୍ତି ।ା୧୬ାା ଯିଏ ଏହି ପରିଦୃଶ୍ୟମାନ ଜଗତରେ ବ୍ୟାପ୍ତ,ତାଙ୍କୁ ଅବିନାଶୀ ବୋଲି ଜାଣ । ଅବିନାଶୀର ବିନାଶ କରିବାକୁ କେହି ସମର୍ଥ ନୁହନ୍ତି ।ା୧୭ାା ଅବିନାଶୀ ଅପ୍ରମେୟ ନିତ୍ୟ ସ୍ୱରୂପ ଆତ୍ମାର ଏହି ଦେହ ଅନିତ୍ୟ ବୋଲି କଥିତ ହୁଏ । ଅତଏବ ହେ ଭାରତ ! ତୁମେ ଯୁଦ୍ଧ କର ।ା୧୮ ।ା
ବ୍ୟାଖ୍ୟା : ଯାହା ସର୍ବକାଳରେ ଓ ସବୁ ଅବସ୍ଥାରେ ଅପରିବର୍ନୀୟ, ନିତ୍ୟ, ଶାଶ୍ୱତ, ଚିରନ୍ତନ ତାହାହିଁ ସତ୍ୟ । ତା’ର ଅଭାବ କେବେ ହୁଏ ନାହିଁ । ପୂର୍ବାପର ପ୍ରସଙ୍ଗାନୁସାରେ ବିଚାର କଲେ ଏଠାରେ ଆତ୍ମାକୁ ସତ୍ ବୋଲି କୁହାଯାଇଛି । କାରଣ ଏହି ଅଧ୍ୟାୟ ପ୍ରାରମ୍ଭରେ ପରମାତ୍ମା ଆତ୍ମାର ନିତ୍ୟତ୍ୱ ଓ ଶରୀରର ଅନିତ୍ୟତ୍ୱ ନିରୂପଣ କରିଛନ୍ତି (ଶ୍ଳୋକ ୧୨-୧୫) । ବର୍ମାନ ଏହାକୁ ଆହୁରି ସ୍ପଷ୍ଟ କରିବା ପାଇଁ ଏଠାରେ ସତ୍ ଓ ଅସତ୍ର ସ୍ବରୂପ ନିର୍ଣ୍ଣୟ କରୁଛନ୍ତି । ପରମାତ୍ମା ସତ୍ ଓ ଅସତ୍ ଏହି ଦ୍ୱୈତ ଭାବର ଉର୍ଦ୍ଧ୍ୱରେ । ତେଣୁ ଏଠାରେ ମୁଖ୍ୟତଃ “ସତ୍’’ ଓ “ଅସତ୍’’ ଶବ୍ଦ ଯଥାକ୍ରମେ ଆତ୍ମା ଏବଂ ଶରୀର ପାଇଁ କୁହାଯାଇଛି । ଏହି ଅଧ୍ୟାୟର ୧୮ଶ ଶ୍ଳୋକରେ ବ୍ୟବହୃତ “ଶରୀରିଣଃ’’ ଓ “ଦେହା’’ ଶବ୍ଦରୁ ଏହା ସ୍ପଷ୍ଟ ହୋଇଯାଏ । ଆତ୍ମା ଶରୀର ଧାରଣ କରୁଥିବାରୁ ତାକୁ ଶରୀରୀ କୁହାଯାଏ । ଅନ୍ୟପକ୍ଷରେ ପରମାତ୍ମା ଶରୀର ଧାରଣ କରୁ ନଥିବାରୁ ତାଙ୍କୁ ଅଶରୀରୀ କୁହାଯାଏ । ଅନିତ୍ୟ ଶରୀରର ଆଧାରରେ ନିତ୍ୟ ଆତ୍ମା ନିଜର ବ୍ୟକ୍ତିତ୍ୱ ପରିପ୍ରକାଶ କରେ ।
ଜୀବାତ୍ମା ବିଭିନ୍ନ ଜନ୍ମରେ ବିଭିନ୍ନ ନାମ ଓ ରୂପ ଗ୍ରହଣ କରେ । ଜୀର୍ଣ୍ଣ ବସ୍ତ୍ର ପରିତ୍ୟାଗ କରି ବ୍ୟକ୍ତି ଯେପରି ନୂତନ ବସ୍ତ୍ର ଗ୍ରହଣ କରେ ସେପରି ଆତ୍ମା ମଧ୍ୟ ଶରୀର ପରିବର୍ନ କରିଥାଏ । (ଗୀ-୨-୨୨) ଶରୀର ବାରମ୍ବାର ପରିବର୍ନ ହେଉଥିଲେ ମଧ୍ୟ ସେହି ଏକ ଆତ୍ମା ପୂର୍ବ ଜନ୍ମର ବ୍ୟକ୍ତିତ୍ୱ ବା ସଂସ୍କାର ଅନୁସାରେ ତା’ର ନୂତନ ଜନ୍ମ ଆରମ୍ଭ କରେ । ଗୋଟିଏ ବୃର ଆରମ୍ଭ ଓ ସମାପ୍ତି ବିନ୍ଦୁ ଏକ । ଜୀବନ ମଧ୍ୟ ଏକ ବୃ ପରି । ମୃତୁ୍ୟ ପରେ ଜନ୍ମ, ଜନ୍ମ ପରେ ମୃତୁ୍ୟ – ଏହି ଜୀବନ ବୃ ଚକ୍ରାକାରରେ ଗତି କରୁଥାଏ । ଅବିନାଶୀ ଆତ୍ମା ବିନାଶୀ ଦେହକୁ ନିଜର ମନେ କରୁଥିବାରୁ ତା’ର ସ୍ମୃତି ଲୋପ ପାଏ । ତେଣୁ ସେ ବର୍ମାନ ଆଶ୍ରିତ ଶରୀରକୁ ହିଁ “ସ୍ବୟଂ’’ ବୋଲି ମନେ କରେ । କିନ୍ତୁ ଯେଉଁମାନେ ତ୍ୱଦର୍ଶୀ ସେମାନେ ଶରୀର ପରିବେର୍ ଆତ୍ମାକୁ ହିଁ ଦେଖନ୍ତି । ସେମାନେ ଜାଣନ୍ତି ଯେ ବର୍ମାନ ଶରୀର ଧାରଣ କରିଥିବା ଜୀବାତ୍ମା ଆଗରୁ ଥିଲା ଓ ଆଗକୁ ମଧ୍ୟ ରହିବ । ଶରୀର ଜଡ, ଆତ୍ମା ଏକ ଚେତନ ସା । ଯାହା ଚିତ୍ ତାହାହିଁ ସତ୍ୟ । ଯାହା ସତ୍ୟ ତା’ର କୌଣସି କାଳରେ ଅଭାବ ହୁଏ ନାହିଁ ।
ଯାହା ବିନାଶଶୀଳ, ପରିବର୍ନୀୟ, ଅନିତ୍ୟ, କ୍ଷଣଭଙ୍ଗୁର, ତାହାହିଁ ଅସତ୍ । ଏହାର ସବୁକାଳରେ ଅଭାବ ହୁଏ । ଏଠାରେ ଅବିନାଶୀ, ଅପ୍ରମେୟ ଓ ନିତ୍ୟସ୍ଥିତ ଆତ୍ମାର ଆଶ୍ରିତ ନଶ୍ୱର ଶରୀରକୁ (ଗୀ-୨/୧୮) ଅସତ୍ର ପର୍ଯ୍ୟାୟବାଚୀ ରୂପେ ବର୍ଣ୍ଣନା କରାଯାଇଛି । ଅସଂଖ୍ୟ ଜୀବକୋଷର ସମାହାର ହେଉଛି ଶରୀର । ବିଭିନ୍ନ ପ୍ରକାରର ଜୀବକୋଷ ଗୁଡ଼ିକର କି୍ରୟା ପ୍ରତିକ୍ରିୟାର ପରିଣାମ ସ୍ବରୂପ ଶରୀର ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ ପରିବର୍ନ ହେଉଛି । ଏହି ବୈଜ୍ଞାନିକ ସିଦ୍ଧାନ୍ତକୁ ଶ୍ରୀମଦ୍ଭାଗବତରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।
ନିତ୍ୟଦାହ୍ୟଙ୍ଗ ଭୂତାନି ଭବନ୍ତି ନ ଭବନ୍ତି ଚ ।
କାଳେନାଲକ୍ଷ୍ୟ ବେଗେନ ସୂଷ୍ମମତ୍ୱନ୍ନ ଦୃଶ୍ୟତେ ।
(ଶ୍ରୀମଭା-୧୧/୨୨/୪୨)
ଅନୁବାଦ : ପ୍ରତି ମୁହୂର୍ରେ ପ୍ରାଣୀମାନଙ୍କର ଜନ୍ମ ଓ ମୃତୁ୍ୟ ହୋଇଥାଏ । ଅତି ସୂକ୍ଷ୍ମ କାଳର ଗତିରେ ଏହା ଘଟୁଥିବା କଥା ଅବିବେକୀ ଲୋକମାନେ ଲକ୍ଷ୍ୟ କରି ପାରନ୍ତି ନାହିଁ । (ଅନୁବାଦକ – ଜାନକୀ ବଲ୍ଲଭ ପଟ୍ଟନାୟକ)
ପ୍ରତି ମୁହୂର୍ରେ ଶରୀର ମଧ୍ୟରେ ଅସଂଖ୍ୟ ଜୀବ କୋଷ ସୃଷ୍ଟି ହେଉଥାନ୍ତି ଓ ପୁରୁଣା ଜୀବକୋଷଗୁଡ଼ିକ ନଷ୍ଟ ହେଉଥାନ୍ତି । ପରିବର୍ତ୍ତନ ଅତି କ୍ଷିପ୍ରଗତିରେ ହେଉଥିବାରୁ ତାହା ବ୍ୟକ୍ତି ଅନୁଭବ କରିପାରେ ନାହିଁ । ବୈଜ୍ଞାନିକ ସିଦ୍ଧାନ୍ତ ଅନୁସାରେ ଗୋଟିଏ ସେକେଣ୍ଡର ଏକ ଷୋଡଶାଂଶ ସମୟ ମଧ୍ୟରେ ଗତି କରୁଥିବା ବସ୍ତୁ ବା ଦୃଶ୍ୟ ସ୍ଥିର ଜଣାପଡ଼େ । ଏହି ନିୟମକୁ ଆଧାର କରି ଚଳଚ୍ଚିତ୍ରର ଆବିଷ୍କାର ହେଲା । ଶରୀରାଭ୍ୟନ୍ତରରେ ହେଉଥିବା ପରିବର୍ନ ଏହାଠାରୁ ମଧ୍ୟ ଅଧିକ ଗତିରେ ହୁଏ । ତେଣୁ ବାହ୍ୟତଃ ତାହା ଜଣା ପଡ଼େ ନାହିଁ । ଏହା ବ୍ୟତୀତ ଶରୀର ଜଡ଼ ପ୍ରକୃତିର ପଭୂତରେ ନିର୍ମିତ ହୋଇଥିବାରୁ ପ୍ରତି ମୁହୂର୍ରେ ବିନାଶ ଆଡ଼କୁ ଗତି କରୁଥାଏ । ଅଜ୍ଞାନ ବ୍ୟକ୍ତିମାନେ ଏହା ଜାଣିପାରନ୍ତି ନାହିଁ ।
ଆତ୍ମା ମଧ୍ୟରେ ଥିବା ଚେତନତା ବା ଚିତ୍ ଶକ୍ତି ସମଗ୍ର ଶରୀରରେ ପରିବ୍ୟାପ୍ତ । କେହି କେହି ଆତ୍ମାକୁ ସମଗ୍ର ସଂସାର ଓ ଶରୀରରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ବୋଲି କହନ୍ତି । ଏହା ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । ଆତ୍ମା ବାୟୁ ଓ ଆକାଶ ଭଳି ବ୍ୟାପକ ତ୍ୱ ନୁହେଁ । ଏହା ସୂକ୍ଷ୍ମାତିସୂକ୍ଷ୍ମ ହେଲେ ମଧ୍ୟ ଏହାର ଏକ ନିର୍ଦ୍ଧିଷ୍ଟ ଆକାର ଅଛି । ଏହାର ଆକାର ବିଷୟରେ ଉପନିଷଦ କହେ –
ବାଳାଗ୍ର ଶତଭାଗସ୍ୟ ଶତଧା କଳ୍ପିତସ୍ୟ ଚ
ଭାଗୋ ଜୀବଃ ସ ବିଜେ୍ଞୟଃ ସ ଚାନନ୍ତ୍ୟାୟ କଳ୍ପତେ ।ା
(ଶ୍ୱେତ-୫/୯)
ଅର୍ଥ : କେଶର ଅଗ୍ରଭାଗକୁ ଶହେ ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗକୁ ପୁଣି ଶହେ ଭାଗରେ ବିଭକ୍ତ କଲେ ଯେଉଁ ସୂକ୍ଷ୍ମାତିସୂକ୍ଷ୍ମ ଭାଗ ହେବ ତାହାହିଁ ଆତ୍ମାର ଆକାର ବୋଲି ଜାଣିବ ।
ମୁଣ୍ଡକ ଉପନିଷଦରେ ଆତ୍ମାକୁ ଅତି ସୂକ୍ଷ୍ମାତିସୂକ୍ଷ୍ମ ଓ ସ୍ଥୂଳ ଚକ୍ଷୁ ଦ୍ୱାରା ଅଗୋଚର ବୋଲି କୁହାଯାଇଛି ।
ଏଷୋଽଣୁରାତ୍ମା ଚେତସା ବେଦିତ ବ୍ୟୋ ।
ଯସ୍ମିନ୍ ପ୍ରାଣଃ ପଧା ସଂବିଦେଶ ।
ପ୍ରାଣୈଶ ଚିଂ ସର୍ବମ୍ ଓତମ୍ ପ୍ରଜାନାଂ ।
ଯସ୍ମିନ୍ ବିଶୁଦ୍ଧେ ବିଭବତି ଏଷ ଆତ୍ମା । (ମୁଣ୍ଡକ - ୩-୧-୯)
ଅର୍ଥ : ଏହି ଅଣୁ ସଦୃଶ ଆତ୍ମା ପଭୂତ ଦ୍ୱାରା ନିର୍ମିତ ଶରୀର ମଧ୍ୟରେ ଅବସ୍ଥାନ କରେ । ଏହା ସମସ୍ତ ଭୂତ ପ୍ରାଣୀମାନଙ୍କ ପ୍ରାଣ କେନ୍ଦ୍ରରେ ବିଦ୍ୟମାନ । ଦେହାଭିମାନ ଦୋଷରୁ ଏହି ଆତ୍ମା ମୁକ୍ତ ହୋଇଗଲେ ବିଶୁଦ୍ଧ ବୁଦ୍ଧି ଦ୍ୱାରା ତାକୁ ଅନୁଭବ କରିହୁଏ ।
ରାଜଯୋଗରେ ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପଦାର୍ଥ, ବୈଭବ, ପରିସ୍ଥିତି ଓ ଘଟଣାବଳୀ ଆଦିରୁ ମନ ଓ ବୁଦ୍ଧିକୁ ଓହରାଇ ଆଣି ବ୍ୟକ୍ତି (ଯୋଗୀ) ନିଜକୁ ଜ୍ୟୋର୍ତିବିନ୍ଦୁ ସ୍ବରୂପ ଚୈତନ୍ୟ ଆତ୍ମା ବୋଲି ମନେକରେ । ଏହିପରି ନିରନ୍ତର ଓ ନିରବଚ୍ଛିନ୍ନ ଭାବରେ ଅଭ୍ୟାସ କଲେ ସେ ନିଜକୁ ଦେହଠାରୁ ପୃଥକ ଏକ ଚୈତନ୍ୟ ସା ଆତ୍ମା ରୂପେ ଅନୁଭବ କରିପାରେ । ଆତ୍ମାକୁ କେବଳ ଏକ ଜ୍ୟୋର୍ତିବିନ୍ଦୁ ରୂପେ ସାକ୍ଷାତକାର କରିବା ଦ୍ୱାରା କୌଣସି ଲାଭ ହୁଏ ନାହିଁ । ଏହାକୁ ତା’ର ମୂଳ ସ୍ବରୂପରେ ଅନୁଭବ କରିବାକୁ ହେବ । କାରଣ ଆତ୍ମାନୁଭୂତି ବିନା ପରମାତ୍ମାନୁଭୂତି ସମ୍ଭବ ନୁହେଁ । ଆତ୍ମା ଶରୀର ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ (ଭୃକୁଟୀ) ଅବସ୍ଥାନ କରେ । ତା’ଠାରୁ ବିଚ୍ଛିରୀତ ଚିତ୍ ଶକ୍ତି ଦ୍ୱାରା ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଚାଳିତ ହୁଏ । ତେଣୁ ଆତ୍ମାକୁ ଶରୀର ରୂପୀ ରଥର ଚାଳକ ବୋଲି କୁହାଯାଇଛି । କେହି କେହି ଅର୍ଥ କରନ୍ତି ଯେ ଏକ ଆତ୍ମା ଉଭୟ ପିଣ୍ଡ ଓ ବ୍ରହ୍ମାଣ୍ଡ ମଧ୍ୟରେ ବ୍ୟାପ୍ତ ଓ ପରିପୂର୍ଣ୍ଣ । ସ୍ବର୍ଣ୍ଣାଳଙ୍କାରରେ ଯେପରି ସୁନା ବ୍ୟାପ୍ତ ଥାଏ ସେହିପରି ଆତ୍ମା ମଧ୍ୟ ସମଗ୍ର ସଂସାରରେ ପୂର୍ଣ୍ଣ ଭାବରେ ବ୍ୟାପି ରହିଛି । ଏହି ଉଦାହରଣ ଆତ୍ମା ପାଇଁ ପ୍ରଯୁଜ୍ୟ ମନେ ହୁଏ ନାହିଁ । ସୁବର୍ଣ୍ଣ ଏକ ଧାତୁ ଓ ଜଡ଼ ପଦାର୍ଥ । ତାକୁ ତରଳାଇ ନିଜ ମନ ପସନ୍ଦ ଆକୃତି ଦିଆଯାଇପାରେ । ଆତ୍ମା ଚେତନଶୀଳ, ଅପରିବର୍ନୀୟ, ବିକାର ରହିତ, ଅଦାହ୍ୟ ଓ ଅଚ୍ଛେଦ୍ୟ ହୋଇଥିବାରୁ ଏହାର ଏକ ନିର୍ଦ୍ଧିଷ୍ଟ ଆକୃତି ଅଛି । ଗୋଟିଏ ସ୍ଥାନରେ ଥାଇ ମଧ୍ୟ ସୂର୍ଯ୍ୟ ସମଗ୍ର ସଂସାରକୁ ଆଲୋକିତ କରିଥାଏ । ଏଥିପାଇଁ ତାକୁ ସମଗ୍ର ସଂସାରରେ ବ୍ୟାପ୍ତ ହେବାର ଆବଶ୍ୟକ ପଡ଼େ ନାହିଁ । ସୂର୍ଯ୍ୟଙ୍କ ପରି ପରମାତ୍ମା ଏକଦେଶୀୟ ହୋଇ ଈଶ୍ୱରୀୟ ଶକ୍ତି ବଳରେ ସମଗ୍ର ସଂସାରକୁ ପରିଚାଳନା କରନ୍ତି । ଆତ୍ମା ତା’ର ଚିତ୍ ଶକ୍ତି ଦ୍ୱାରା ଶରୀରକୁ କାର୍ଯ୍ୟକ୍ଷମ କରାଏ । ତେଣୁ ସଂସାରରେ ଈଶ୍ୱରୀୟ ଶକ୍ତି ଓ ଶରୀରରେ ଚିତ୍ ଶକ୍ତି ପରିବ୍ୟାପ୍ତ; ପରମାତ୍ମା ବା ଆତ୍ମା ନୁହଁନ୍ତି । ଶକ୍ତି ବହୁ ଦେଶୀୟ କିନ୍ତୁ ସେହି ଶକ୍ତିର ସା ବା ଉତ୍ସ ଏକଦେଶୀୟ । ପିଣ୍ଡ ଓ ବ୍ରହ୍ମାଣ୍ଡ ମଧ୍ୟରେ ସମାନତା ଅଛି । ଆତ୍ମା ଓ ପରମାତ୍ମା ସ୍ବତନ୍ତ୍ର ଏବଂ ଭିନ୍ନ ହେଲେ ମଧ୍ୟ ଉଭୟେ ସମଧର୍ମୀ ଅଟନ୍ତି । ତେଣୁ ଋଷି ମୁନି ଗଣ ଉଭୟଙ୍କୁ ଏକ ଓ ଅଭିନ୍ନ ମନେ କରନ୍ତି । ଆତ୍ମା କ’ଣ ଓ କିପରି – ଏହା ତର୍କ ଦ୍ୱାରା ସିଦ୍ଧ କରାଯାଇ ନ ପାରେ । ଦେହାଭିମାନରୁ ମୁକ୍ତ ବ୍ୟକ୍ତିହିଁ ଆତ୍ମାକୁ ଜ୍ଞାନ ନେତ୍ର ଦ୍ୱାରା ଦେଖିପାରେ ଓ ବୁଦ୍ଧି ଦ୍ୱାରା ଅନୁଭବ କରିପାରେ । ଏଣୁ ଏହା ଅପ୍ରମେୟ, ଅର୍ଥାତ୍ ଏହାକୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ପ୍ରମାଣ କରାଯାଇ ପାରିବ ନାହିଁ । ଅବିନାଶୀ ଓ ନିତ୍ୟ ହୋଇଥିବାରୁ ଏହା କୌଣସି ବିନାଶୀ ତ୍ୱ ଦ୍ୱାରା ପ୍ରମାଣର ବିଷୟ ନୁହେଁ । ତେଣୁ ବିନାଶୀ ଶରୀର ଓ ସଂସାରକୁ ନିଜର ମନେ ନ କରି ଅନାସକ୍ତ ଭାବରେ ସତ୍କର୍ମ କରିବାହିଁ ମନୁଷ୍ୟର ଏକମାତ୍ର ଧ୍ୟେୟ ହେବା ଉଚିତ୍ ।
ଆତ୍ମାର ସ୍ୱରୂପ
ଯ ଏନଂ ବେି ହନ୍ତାରଂ ଯଶ୍ଚୈନଂ ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂ ହନ୍ତି ନହନ୍ୟତେ ।ା ୧୯ ।ା
ନ ଜାୟତେ ମ୍ରିୟତେ ବା କଦାଚିନ୍ନାୟଂ
ଭୁତ୍ୱା ଭବିତା ବାନ ଭୂୟଃ ା
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ
ନ ହନ୍ୟତେ ହନ୍ୟମାନେ ଶରୀରେ ।ା୨୦ାା
ବେଦାବିନାଶିନଂ ନିତ୍ୟଂ ଯ ଏନମଜମବ୍ୟୟମ ।
କଥଂ ସ ପୁରୁଷଃ ପାର୍ଥ କଂ ଘାତୟତି ହନ୍ତି କମ୍ ।ା୨୯ ।ା
ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି
ଗୃହ୍ଣାତି ନରୋଽପରାଣି ା
ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି
ସଂଯାତି ନବାନିି ଦେହୀ ାା୨୧ାା
ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ
ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।ା୨୩ ।ା
ଅଚ୍ଛେଦ୍ୟୋଽୟମଦାହ୍ୟୋଽୟମକ୍ଳେଦ୍ୟୋଽଶୋଷ୍ୟଏବଚ ।
ନିତ୍ୟଃ ସର୍ବଗତଃ ସ୍ଥାଣୁରଚଳୋଽୟଂ ସନାତନଃ ାା୨୪ ।ା
ଅବ୍ୟକ୍ତୋଽୟମଚିନ୍ତ୍ୟୋଽୟମବିକାର୍ଯେ୍ୟାଽୟମୁଚ୍ୟତେ ।
ତସ୍ମାଦେବଂ ବିଦିତ୍ୱୈନଂ ନାନୁଶୋଚିତୁମର୍ହସି ାା୨୫ ।ା
ଅର୍ଥ : ଆତ୍ମାକୁ ଯେଉଁମାନେ ହତ୍ୟାକାରୀ ଏବଂ ବିନାଶଶୀଳ ବୋଲି ମନେ କରନ୍ତି ସେମାନେ କିଛି ଜାଣନ୍ତି ନାହିଁ । ଏହା କାହାକୁ ମାରେ ନାହିଁ କି ମରେ ନାହିଁ । ।ା୧୯ାା ଆତ୍ମା କେବେ ଜନ୍ମ ହୁଏ ନାହିଁ କି ମରେ ନାହିଁ । ଏହା ଉପôନ୍ନ ହୋଇ ପୁନଶ୍ଚ ଅସ୍ତିତ୍ୱକୁ ଆସେ ନାହିଁ (ବୃଦ୍ଧି ହୁଏ ନାହିଁ) । ଏହା ଅନାଦି, ନିତ୍ୟ, ଶାଶ୍ୱତ ଓ ଜନ୍ମ ରହିତ । ଶରୀର ବିନଷ୍ଟ ହେଲେ ମଧ୍ୟ ଏହାର ବିନାଶ ହୁଏ ନାହିଁ । ।ା୨୦ ।ା ଯେଉଁମାନେ ଆତ୍ମାକୁ ଅବିନାଶୀ, ନିତ୍ୟ ଅଜନ୍ମା ଓ ଅବ୍ୟୟ ବୋଲି ଜାଣନ୍ତି, ହେ ପାର୍ଥ! ସେମାନେ କିପରି ବା କାହାକୁ ବଧ କରାଇବେ ବା ବଧ କରିବେ ? ।ା୨୧ାା ମନୁଷ୍ୟ ଯେପରି ପୁରାତନ ବସ୍ତ୍ର ତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ପରିଧାନ କରେ, ସେହିପରି ଆତ୍ମା ପୁରାତନ ଶରୀର ତ୍ୟାଗ କରି ଅନ୍ୟ ନୂତନ ଶରୀର ଧାରଣ କରେ ।ା୨୨ ।ା ଆତ୍ମାକୁ ଶସ୍ତ୍ର ଛେଦନ କରି ପାରେ ନାହିଁ, ଅଗ୍ନି ଦହନ କରି ପାରେ ନାହିଁ, ଜଳ ମଧ୍ୟ ଆର୍ଦ୍ର କରି ପାରେ ନାହିଁ ଏବଂ ପବନ ଶୁଷ୍କ କରିପାରେ ନାହିଁ ।ା୨୩ ।ା କାରଣ ଏହି ଆତ୍ମା ଅଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ ଓ ଅଶୋଷ୍ୟ ଅଟେ । ଏହା ନିତ୍ୟ, ସର୍ବଗତ, ସ୍ଥିର ସ୍ୱଭାବ, ଅଚଳ ଓ ଅନାଦି ଅଟେ ।ା୨୪ ।ା ଆମ୍ôାକୁ ଅବ୍ୟକ୍ତ, ଅଚିନ୍ତ୍ୟ, ବିକାର ରହିତ ବୋଲି କୁହାଯାଏ । ତେଣୁ ଏହାକୁ ଏପରି ଜାଣି ଶୋକ କରିବା ଉଚିତ ନୁହେଁ ।ା୨୫ ।ା
ବ୍ୟାଖ୍ୟା : ପୂର୍ବ ଶ୍ଳୋକରେ ଆତ୍ମାକୁ ଅବିନାଶୀ, ଅପ୍ରମେୟ ଓ ନିତ୍ୟ ଏବଂ ଶରୀରକୁ ନଶ୍ୱର କୁହାଯାଇଥିଲା । ଏଠାରେ ଆତ୍ମା କାହାରି ହତ୍ୟାର କର୍ା କିମ୍ବା ସ୍ବୟଂ ମରଣଶୀଳ ନୁହେଁ ବୋଲି କୁହାଯାଇଛି । ଏହି ଆତ୍ମତ୍ୱର ଦ୍ୱାହି ଦେଇ ହିଂସ୍ରକ ଯୁଦ୍ଧର ଔଚିତ୍ୟ ପ୍ରଦିପାଦନ କରିବା ପ୍ରାସଙ୍ଗିକ ମନେ ହୁଏ ନାହିଁ । ଉପନିଷଦ ଆଧାରରେ ଆତ୍ମା କୌଣସି କ୍ରିୟାର କର୍ା ନୁହେଁ ବୋଲି ସାଧାରଣତଃ ଯୁକ୍ତି କରାଯାଏ । ଏହି ଦର୍ଶନ ଗୀତାରେ ମଧ୍ୟ କେତେକ ସ୍ଥାନରେ ସ୍ଥାନିତ ହୋଇଛି । ଏହି ପରିପ୍ରେକ୍ଷୀରେ ତ୍ରୟୋଦଶ ଅଧ୍ୟାୟର ୨୯ଶ ଓ ୩୧ଶ ଶ୍ଳୋକ ଦ୍ୱୟ ପ୍ରଣିଧାନ ଯୋଗ୍ୟ । ସେଠାରେ କୁହାଯାଇଛି – “ସମସ୍ତ କ୍ରିୟା ପ୍ରକୃତି ଦ୍ୱାରା ହେଉଥିବାରୁ ଆତ୍ମା ସେସବୁର କର୍ା ନୁହେଁ” (ଗୀ-୧୩/୨୯) । “କୌଣସି କର୍ମ କରୁ ନଥିବାରୁ ଆତ୍ମା ସେଥିରେ ଲିପ୍ତ ହୁଏ ନାହିଁ ।” (ଗୀ-୧୩/୩୧) । ଆକ୍ଷରିକ ଅର୍ଥ କଲେ ଜାଣି ହେବ, ବ୍ୟକ୍ତି ଯାହାବି ପାପ ବା ପୁଣ୍ୟ କର୍ମ କରେ ତା’ଦ୍ୱାରା ଆତ୍ମା ପ୍ରଭାବିତ ହୁଏ ନାହିଁ । ଏହା ବିବେକ ସମ୍ମତ ମନେହୁଏ ନାହିଁ । କର୍ମ ଆଧାରରେ ହିଁ ବ୍ୟକ୍ତିକୁ ପାପାତ୍ମା ବା ପୁଣ୍ୟାତ୍ମା କୁହାଯାଏ । କର୍ମ କରିବାକୁ ଆତ୍ମା ଶରୀର ଧାରଣ କରେ । ତେଣୁ ତାକୁ ଅକର୍ା କିପରି କୁହାଯିବ? ଗୀତା କର୍ୃତ୍ୱାଭିମାନ ତ୍ୟାଗ କରିବାକୁ ଉପଦେଶ ଦିଏ । ଏହାର ଅର୍ଥ ଅକର୍ାପଣ ନୁହେଁ । ଶରୀରସ୍ଥ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ଆତ୍ମା କର୍ମ କରେ । ତେଣୁ ସେମାନଙ୍କୁ କର୍ା କୁହାଯାଇ ନ ପାରେ । ଆତ୍ମା କର୍ୃକ କର୍ମର ପରିଣାମ ସଂସ୍କାରରେ ରୂପାନ୍ତର ହୁଏ । ଗୋଟିଏ ଶରୀରରେ କାର୍ଯକାଳ ପୂରିଗଲେ ଆତ୍ମା ଏହି ସଂସ୍କାର ସହ ନୂତନ ଶରୀର ଧାରଣ କରେ । ପୂର୍ବଜନ୍ମର ସଂସ୍କାର ଅନୁସାରେ ଆତ୍ମା ଇହ ଜନ୍ମରେ ତା’ର ବ୍ୟକ୍ତିତ୍ୱ ପରିପ୍ରକାଶ କରେ । ପୂର୍ବ ଜନ୍ମରେ ପାପକର୍ମ କରିଥିଲେ ଇହ ଜନ୍ମରେ ତା’ର ପରିଣାମ ସ୍ବରୂପ ବ୍ୟକ୍ତି (ଆତ୍ମା) ଜଟିଳ ବ୍ୟାଧିରେ ପୀଡ଼ିତ ହୁଏ ବୋଲି ଆୟୁର୍ବେଦ କହେ । “ପୂର୍ବ ଜନ୍ମ କୃତଂପାପଂ ବ୍ୟାଧି ରୂପେଣ ପୀଡ଼ିତଂ ।’’ ଏଥିରୁ ପ୍ରମାଣିତ ହୁଏ ଯେ ଆତ୍ମା ହିଁ ପ୍ରତ୍ୟେକ କର୍ମର କର୍ା ।
ଆତ୍ମାକୁ ଯଦି ଅକର୍ା ବୋଲି କୁହାଯାଏ ତେବେ ନରହତ୍ୟା ଦୋଷରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ ଦଣ୍ଡ ଦେବାର କୌଣସି ଔଚିତ୍ୟ ରହିବ ନାହିଁ । ସେହି ବ୍ୟକ୍ତି ଯୁକ୍ତି କରିପାରିବ, “ଆତ୍ମା କାହାକୁ ହତ୍ୟା କରେ ନାହିଁ କି କାହା ଦ୍ୱାରା ହତ ହୁଏ ନାହିଁ । ଏହା କୌଣସି କର୍ମର କର୍ା ନୁହେଁ । ତେଣୁ ସେ ନିରପରାଧ ଓ ଦଣ୍ଡଯୋଗ୍ୟ ନୁହେଁ ।’’ ସାଂପ୍ରଦାୟିକ ଉଗ୍ରପନ୍ଥୀ ମାନେ ଅନ୍ୟ ସଂପ୍ରଦାୟର ବ୍ୟକ୍ତିମାନଙ୍କ ପ୍ରତି ହିଂସା ବା ସାମୁହିକ ନରସଂହାରକୁ “ଧର୍ମଯୁଦ୍ଧ’’ ବୋଲି ଯୁକ୍ତି କରନ୍ତି । ଧର୍ମ ସହିତ ଯୁଦ୍ଧର କୌଣସି ସମ୍ପର୍କ ନାହିଁ । କୌଣସି ଧର୍ମ ଶାସ୍ତ୍ର ହିଂସାକୁ ସମର୍ଥନ କରେ ନାହିଁ । ବେଦରେ ଉପଦେଶ ଦିଆଯାଇଛି, “ମା ହିଂସ୍ୟାତ୍ ସର୍ବ ଭୂତାନି ।’’ ପ୍ରାଣୀମାନଙ୍କ ପ୍ରତି ହିଂସା କରନାହିଁ । ହିଂସାର ମୂଳ ଦୂଆ ଉପରେ ଧର୍ମ ପ୍ରତିଷ୍ଠା ହୋଇନପାରେ । କ୍ଷତି୍ରୟ ପାଇଁ ବା ସୈନ୍ୟବାହିନୀରେ ଚାକିରୀ କରୁଥିବା ସୈନିକ ପାଇଁ ଯୁଦ୍ଧ ଏକ କର୍ବ୍ୟ ବୋଲି ଯୁକ୍ତି କରି ହିଂସାର ଔଚିତ୍ୟ ପ୍ରତିପାଦନ ଗୀତା ଭଳି ଯୋଗଶାସ୍ତ୍ରର ବିଷୟ ନୁହେଁ ।
“ଆତ୍ମା ହତ୍ୟା କରେ ନାହିଁ କି ନିଜେ ହତ ହୁଏ ନାହିଁ ।’’ ଏହି ସିଦ୍ଧାନ୍ତ କଠୋପନିଷଦରୁ ଆନୀତ ହୋଇଛି । ଗୀତାର ଆଲୋଚ୍ୟ ଶ୍ଳୋକ (ଗୀ-୨/୧୯-୨୦) କଠୋପନିଷଦର ନିମ୍ନ ଶ୍ଳୋକ ସହିତ (କଠ- ୧/୨-୧୮-୧୯) ପ୍ରାୟ ସମାନ । ଯଥା –
ନ ଜାୟତେ ମ୍ରିୟତେ ବା ବିପଶ୍ଚିନ୍
ନାୟଂ କୁତଶ୍ଚିନ୍ ବଭୁବ କଶ୍ଚିତ୍ ।
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ।
ନ ହନ୍ୟତେ ହନ୍ୟମାନେ ଶରୀରେ ।ା
ହନ୍ତା ଚେନ୍ମନ୍ୟତେ ହନ୍ତୁମ୍ ହତଶ୍ଚେଶ୍ଚନ୍ମନ୍ୟତେ ହତମ୍ ।
ଉଭୌ ତୌ ନ ବିଜାନୀତୋ ନାୟଂହନ୍ତି ନ ହନ୍ୟତେ ।ା (କଠ-୧/୨-୧୮-୧୯)
ଅର୍ଥ : ଏହି ଜ୍ଞାନୀ(ବିପଶ୍ଚିତ) ଆତ୍ମା କେବେ ଜନ୍ମ ହୁଏ ନାହିଁ କି ମରେ ନାହିଁ । ଏହା କୌଣସି କାରଣରୁ ଉପôନ୍ନ ହୋଇ ନାହିଁ କି ସ୍ବତଃ ସ୍ବୟଂ ସୃଷ୍ଟି ହୋଇ ନାହିଁ । ଏହା ଅଜନ୍ମା, ନିତ୍ୟ, ଶାଶ୍ୱତ ଓ ପୁରାତନ ହୋଇଥିବାରୁ । ଶରୀରର ବିନାଶ ହେଲେ ମଧ୍ୟ ଏହା ସ୍ବୟଂ ମରେ ନାହିଁ ।୧୮ । ଯଦି ହତ୍ୟାକାରୀ ମନେ କରୁଥାଏ ଯେ ସେ ଆତ୍ମାକୁ ହତ୍ୟା କରୁଛି ଓ ନିହତ ବ୍ୟକ୍ତି ନିଜକୁ ମୃତ ବୋଲି ବିଚାର କରୁଥାଏ ତେବେ ଉଭୟେ ତାକୁ ଜାଣନ୍ତି ନାହିଁ ବୋଲି ବୁଝିବାକୁ ହେବ । କାରଣ ଆତ୍ମା ହତ୍ୟା କରେ ନାହିଁ କି ହତ ହୁଏ ନାହିଁ । ୧୯ ।
ଏଠାରେ ପ୍ରଣିଧାନ ଯୋଗ୍ୟ ଯେ କଠୋପନିଷଦରେ ଯମ-ନଚିକେତା ସମ୍ବାଦରେ ଯୁଦ୍ଧର କୌଣସି ପ୍ରସଙ୍ଗ ନଥିଲା । ଉପରୋକ୍ତ ଶ୍ଳୋକ ଦ୍ୱୟର ସାମାନ୍ୟ ପରିବର୍ନ କରି ମହାଭାରତକାର ଯୁଦ୍ଧର ଔଚିତ୍ୟ ପ୍ରତିପାଦନ କରିବା ପାଇଁ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ନାମରେ ତାହା ଗୀତାରେ ପରିବେଷଣ କରିଛନ୍ତି । ତେଣୁ ଯୁଦ୍ଧ ପ୍ରସଙ୍ଗରେ ଏହି ଶ୍ଳୋକ ଦ୍ୱୟର ଉପସ୍ଥାପନା ଅପ୍ରାସଙ୍ଗିକ ମନେ ହୁଏ । ଆତ୍ମାକୁ ଅବିନାଶୀ ଓ ଦେହକୁ ବିନାଶଶୀଳ କହି କୌଣସି ପରିସ୍ଥିତିରେ ମଧ୍ୟ କାହାକୁ ହତ୍ୟା କରିବା ପାଇଁ ପ୍ରେରିତ କରିବା ଆଧ୍ୟାତ୍ମିକତା ନୁହେଁ ।
ଶରୀର ପରି ଆତ୍ମାର ଜନ୍ମ ନାହିଁ । ଏହା ଅଜନ୍ମା (ଅଜ) ଅଟେ । ଯାହାର ଜନ୍ମ ନାହିଁ ତା’ର ମୃତୁ୍ୟ ହେବ କିପରି ? ଆତ୍ମା ଅଜର, ଅମର ଓ ଅବିନାଶୀ । ତେଣୁ ଏହା ନିତ୍ୟ ଓ ଶାଶ୍ୱତ । ଯାହା ଉପôନ୍ନ ହୁଏ ତା’ର କାଳ ନିର୍ଣ୍ଣୟ କରାଯାଏ । ଶରୀରର ଜନ୍ମ ଓ ମୃତୁ୍ୟ ହେଉଥିବାରୂ ଏହାର ଭୂତ, ଭବିଷ୍ୟତ ଓ ବର୍ମାନ ଗଣନା କରାଯାଏ । ଆତ୍ମା, କାଳାତୀତ । ଏହାର କୌଣସି ଇତିହାସ ନାହିଁ । ଏଥିପାଇଁ ଆତ୍ମାକୁ ପୁରାତନ କୁହାଯାଇଛି । ଏହା ଅତୀତରେ ଥିଲା, ବର୍ମାନ ଅଛି ଓ ଭବିଷ୍ୟତରେ ରହିବ । ସବୁକାଳରେ ଏହାର ଅସ୍ତିତ୍ୱ ଯଥାବତ୍ ବିଦ୍ୟମାନ ରହେ । ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ଶରୀର ପ୍ରତି ମୁହୂର୍ରେ ପରିବର୍ନ ହେଉଥାଏ; କିନ୍ତୁ ଆତ୍ମା ଉପରେ ଏହାର କୌଣସି ପ୍ରଭାବ ପଡ଼େ ନାହିଁ । ମୃତୁ୍ୟପରେ ମଧ୍ୟ ସେହି ଏକ ଆତ୍ମା ନୂତନ ଶରୀର ଧାରଣ ପୂର୍ବକ ପୂର୍ବ ଜନ୍ମର ସଂସ୍କାର ଅନୁସାରେ ନିଜ ବ୍ୟକ୍ତିତ୍ୱ ପରିପ୍ରକାଶ କରେ । ଏଥିରୁ ଆତ୍ମା “ନିତ୍ୟ’’ ବୋଲି ପ୍ରମାଣିତ ହୁଏ । ଏକଥା ବୁଝିଗଲେ ବ୍ୟକ୍ତି ଦେହାଭିମାନରୁ ମୁକ୍ତ ହୋଇ ଅନାସକ୍ତ ଭାବରେ ନିଜ କର୍ବ୍ୟ କର୍ମରେ ପ୍ରବୃ ହୋଇପାରିବ । ଏଭଳି ବ୍ୟକ୍ତି ଯଦି ସୈନିକ ହୋଇଥାନ୍ତି ତେବେ ଯୁଦ୍ଧର ସଙ୍ଗୀନ ମୁହୂର୍ରେ ମଧ୍ୟ ଶତୁ୍ରକୁ ହତ୍ୟା କରିବା ପାଇଁ ବା ଶତୁ୍ରଦ୍ୱାରା ହତ ହେବା ବିଷୟ ଚିନ୍ତା କରି ଶୋକାତୁର ହେବେ ନାହିଁ, ତାଙ୍କ ପାଇଁ ମୃତୁ୍ୟ ଅର୍ଥହୀନ ।
ଆତ୍ମା ଶରୀର ରୂପୀ ବସ୍ତ୍ର ପରିଧାନ କରି ନିଜ ବ୍ୟକ୍ତିତ୍ୱର ପରିପ୍ରକାଶ କରେ । ପରିହିତ ବସ୍ତ୍ର ଜୀର୍ଣ୍ଣ ହୋଇଗଲେ ବା ପିନ୍ଧିବା ଯୋଗ୍ୟ ମନେ ନ କଲେ ବ୍ୟକ୍ତି ତାହା ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରେ । ସେହିପରି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡିକ କାର୍ଯ୍ୟ କରିବା ପାଇଁ ଅକ୍ଷମ ହେଲେ ବା ସଂପୃକ୍ତ ଶରୀରରେ କାର୍ଯ୍ୟକାଳ ପୂରିଗଲେ ଆତ୍ମା ତାହା ତ୍ୟାଗ କରି ଅନ୍ୟ ଶରୀର ଧାରଣ କରେ । ଶୈଶବ, କୈଶୋର, ପ୍ରୌଢ଼ ଓ ବାର୍ଦ୍ଧକ୍ୟ ଅବସ୍ଥା ମଧ୍ୟରେ ଗତି କରି ଶରୀର ଜୀର୍ଣ୍ଣ ହୁଏ, ଯାହା ସାହାଯ୍ୟରେ ଆତ୍ମା ତା’ର କର୍ମ ସମ୍ପାଦନ କରିପାରେ ନାହିଁ । ତେଣୁ ତାକୁ ତ୍ୟାଗକରେ ଓ ଅନ୍ୟ ଶରୀର ଧାରଣ କରେ । ଆତ୍ମାର ଶରୀର ତ୍ୟାଗକୁ “ମୃତୁ୍ୟ’’ ଓ ଶରୀର ଧାରଣକୁ “ଜନ୍ମ’’ କୁହାଯାଏ । ସାଧାରଣତଃ ଦେଖାଯାଏ ଯେ ଶରୀର ଜୀର୍ଣ୍ଣ ନ ହୋଇ ମଧ୍ୟ ଶୈଶବ, କୈଶୋର ବା ପ୍ରୌଢ଼ାବସ୍ଥାରେ ଆତ୍ମା ଶରୀର ତ୍ୟାଗ କରିଥାଏ । ତେବେ ଏଠାରେ ଶରୀରକୁ ବସ୍ତ୍ର ସହିତ ତୁଳନା କରିବା ଉପରେ ପ୍ରଶ୍ନ ଉଠିପାରେ । ଜଣେ ତା’ର ନିତ୍ୟ ବ୍ୟବହୃତ ବସ୍ତ୍ରକୁ କେତେଦିନ ପରିଧାନ କରିବ ତାହା ତା’ର ଚିନ୍ତାଧାରା ଓ ସମ୍ପନ୍ନତା ଉପରେ ନିର୍ଭର କରେ । ଧନାଢ଼୍ୟ ବ୍ୟକ୍ତି ପରିହିତ ପରିଧେୟ ଜୀର୍ଣ୍ଣ ହେବା ପର୍ଯ୍ୟନ୍ତ ପରିଧାନ କରନ୍ତି ନାହିଁ । କିଛି ଦିନ ପିନ୍ଧିଲା ପରେ ତାକୁ ପୁରୁଣା ଭାବି ପରିତ୍ୟାଗ କରନ୍ତି । ମଧ୍ୟବି ଶ୍ରେଣୀର ଲୋକେ ବସ୍ତ୍ର ଜୀର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ, ପରିବର୍ନ କରନ୍ତି । ସେହିପରି ଆତ୍ମା କେଉଁ ଶରୀରକୁ କେତେଦିନ ପର୍ଯ୍ୟନ୍ତ ବ୍ୟବହାର କରିବ ତାହା ତା’ର ପ୍ରାରବ୍ଧ ଅନୁସାରେ ନିର୍ଦ୍ଧିଷ୍ଟ ହୋଇଥାଏ । ସେଥିପାଇଁ ସାମାନ୍ୟ ରୋଗବ୍ୟାଧି ବା ଦୁର୍ଘଟଣା ହେତୁ କିଛି ଆତ୍ମା ଶରୀର ତ୍ୟାଗ କରନ୍ତି । ଅନ୍ୟ ପକ୍ଷରେ ଅତ୍ୟନ୍ତ ଦୁରାରୋଗ୍ୟ ରୋଗ ବା ଦୁର୍ଘଟଣାରେ ଗୁରୁତର ଅସୁସ୍ଥ ହୋଇ ମଧ୍ୟ କେତେକ ଆତ୍ମା ଶରୀର ତ୍ୟାଗ କରନ୍ତି ନାହିଁ । ଏଥିରୁ ଏହା ସ୍ପଷ୍ଟ ହୁଏ ଯେ ଆତ୍ମା ତା’ର ଆଶ୍ରିତ ଶରୀରରେ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଆଶ୍ରୟ ନିଏ । କାର୍ଯ୍ୟକାଳ ପୂରିବା ପୂର୍ବରୁ ଯଦି କୌଣସି କାରଣରୁ ଶରୀର ନଷ୍ଟ ହୋଇଯାଏ ତେବେ ତଦାଶ୍ରିତ ଆତ୍ମା ତାହା ତ୍ୟାଗ କରୁଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ନ ଆସିବା ପର୍ଯ୍ୟନ୍ତ ଅନ୍ୟ ଶରୀର ଗ୍ରହଣ କରିପାରେ ନାହିଁ । ଏହିପରି ଆତ୍ମାକୁ ଲୋକେ ‘ପ୍ରେତାତ୍ମା’ କହନ୍ତି ।
ସଂସାର ହେଉଛି ଏକ ରଙ୍ଗମ ସଦୃଶ । ଏଠାରେ ପ୍ରତ୍ୟେକ ଆତ୍ମା ଶରୀର ରୂପୀ ପୋଷାକ ପରିଧାନ କରି ନାନା ପ୍ରକାର ଅଭିନୟ କରନ୍ତି । ନାଟକରେ ପ୍ରତ୍ୟେକ ଅଂଶଗ୍ରହଣକାରୀମାନଙ୍କ ଅଭିନୟର ଦୃଶ୍ୟ ଓ ସମୟ ନିର୍ଦ୍ଧିଷ୍ଟ ହୋଇଥାଏ । ସେହିପରି ଆତ୍ମା ମଧ୍ୟ ତା’ପାଇଁ ନିର୍ଦ୍ଧିଷ୍ଟ ଦୃଶ୍ୟରେ ଭୂମିକା ଅନୁରୂପ ଶରୀର ରୂପୀ ବସ୍ତ୍ର ଧାରଣ କରି ଆବିର୍ଭାବ ହୁଏ ଓ ପୂର୍ବ ନିର୍ଦ୍ଧିଷ୍ଟ ସମୟାବଧି ପର୍ଯ୍ୟନ୍ତ ଅଭିନୟ କରିଚାଲେ । କେହି ଚାହିଲେ ମଧ୍ୟ ଏହାକୁ ଉଲଂଘନ କରିପାରିବେ ନାହିଁ । କବିବର ରାଧାନାଥ ରାୟ ଯଥାର୍ଥରେ କହିଛନ୍ତି –
“କେହି ରହିନାହିଁ, ରହିବେ ନାହିଁ ଏ ଭବରଙ୍ଗ ଭୂମି ତଳେ ।
ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ ।’’
କାଳର ଗତିରୋଧ କରିବା କାହାରି ପକ୍ଷରେ ସମ୍ଭବ ନୁହେଁ । ସଂସାର କାଳର ଅଧିନ । ଏହି ପରିପ୍ରେକ୍ଷୀରେ ଅତି ବଡି ଜଗନ୍ନାଥ ଦାସଙ୍କ ଓଡିଆ ଭଗବତରେ ରଚିତ ନିମ୍ନ ପଂକ୍ତି ପ୍ରଣିଧାନ ଯୋଗ୍ୟ –
କାଳର ବଶ ଏ ଜଗତ । ପ୍ରାଣୀଏ କାଳର ଆୟ ।
ସେ କାଳ ବଶେ ସର୍ବେ ଚଳି । ପବନେ ଯେହ୍ନେ ଘନାବଳୀ ।ା
ନିରୁକ୍ତ ଅନୁସାରେ ଶରୀରରେ ଛଅଟି ବିକାର ଉପôନ୍ନ ହୁଏ । ସେଗୁଡ଼ିକ ହେଲା ଉପôି, ଅସ୍ତିତ୍ୱ, ବୃଦ୍ଧି, ବିପରିଣାମ (ରୂପାନ୍ତରିତ ହେବା) ଅପକ୍ଷୟ ଏବଂ ବିନାଶ । “ଜାୟତେଽସ୍ତି ବିପରିଣମତେ ବର୍ଦ୍ଧତେଽପକ୍ଷୀୟତେ ବିନଶ୍ୟତି । (ନିରୁକ୍ତ ୧/୧/୨) କିନ୍ତୁ ଆତ୍ମାରେ ଏହିପରି କୌଣସି ବିକାର ହୁଏ ନାହିଁ । ତେଣୁ ତାକୁ ଅବିନାଶୀ, ଅବ୍ୟୟ, ଶାଶ୍ୱତ ବୋଲି କୁହାଯାଇଛି । ଆତ୍ମାକୁ କେହି ଶସ୍ତ୍ର ଦ୍ୱାରା ଛେଦନ କରିପାରେ ନାହିଁ; ଅଗ୍ନି ଦ୍ୱାରା ଏହା ଦହନ ହୁଏ ନାହିଁ । ଏହାକୁ ଜଳ ଆର୍ଦ ଓ ବାୟୁ ଶୁଷ୍କ କରିପାରେ ନାହିଁ । ଅନ୍ୟ ଅର୍ଥରେ ଏହା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ ଓ ଅଶୋଷ୍ୟ । ଆତ୍ମା ପଭୂତର ଉଦ୍ଧ୍ୱର୍ରେ । ପ୍ରକୃତି ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ । ପ୍ରକୃତି କାଳର ଅଧୀନ, କିନ୍ତୁ ଆତ୍ମା କାଳାତୀତ । ଏହା ଭୂତ, ଭବିଷ୍ୟତ ଓ ବର୍ମାନ ତିନିକାଳରେ ସର୍ବଦା ବିଦ୍ୟମାନ ରହୁଥିବାରୁ ନିତ୍ୟ ଅଟେ । ସଂସାରର ପ୍ରାଣୀମାନଙ୍କ ଶରୀର ମଧ୍ୟରେ ଏହା ବିରାଜିତ । ଏଥିପାଇଁ ଏହାକୁ ସର୍ବଗତ କୁହାଯାଇଛି । “ସର୍ବଗତ’ର ଆକ୍ଷରିକ ଅର୍ଥ ସର୍ବବ୍ୟାପୀ ଅର୍ଥାତ ଯାହା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ । ପ୍ରାୟ ସମସ୍ତ ଟୀକାକାର ପରମ୍ପରା କ୍ରମେ ଏହିପରି ଆକ୍ଷରିକ ଅର୍ଥ କରି ଆତ୍ମାକୁ ସଚରାଚର ସର୍ବତ୍ର ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ବୋଲି ବ୍ୟାଖ୍ୟା କରିଆସିଛନ୍ତି । ଏଠାରେ ଏହା ପ୍ରଣିଧାନ ଯୋଗ୍ୟ ଯେ ପ୍ରତ୍ୟେକ ପ୍ରାଣୀ ଶରୀରରେ ବିରାଜିତ ଆତ୍ମା ସ୍ବତନ୍ତ୍ର ଓ ଭିନ୍ନ ଅଟନ୍ତି । ସେମାନେ ପ୍ରତ୍ୟକେ ନିଜ ନିଜ କର୍ମ ଅନୁସାରେ ଫଳ ଭୋଗ କରନ୍ତି । ତେଣୁ ସଂସାରର ସର୍ବତ୍ର କେବଳ ଗୋଟିଏ ଆତ୍ମାହିଁ ବାୟୁ ବା ଆକାଶ ଭଳି ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ସ୍ବୀକାର କରିବା ଯୁକ୍ତିଯୁକ୍ତ ମନେହୁଏ ନାହିଁ । ବୈଜ୍ଞାନିକମାନେ କହନ୍ତି ଯେ ଏକ ଅଦୃଶ୍ୟ ଶକ୍ତି ଦ୍ୱାରା ଏ ସଂସାର ପରିଚାଳିତ । କେହି କେହି ଏହି ବୈଜ୍ଞାନିକ ସିଦ୍ଧାନ୍ତର (ଞଷରକ୍ଟକ୍ସଚ୍ଚ) ଦ୍ୱାହି ଦେଇ ଆତ୍ମାକୁ ସର୍ବବ୍ୟାପୀ ବୋଲି ଯୁକ୍ତି କରନ୍ତି । ଏହା ସତ୍ୟର ଅପଳାପ ମାତ୍ର । ସା ଓ ଶକ୍ତି ଏକ ନୁହେଁ । ଶକ୍ତିର ଆଧାର ହେଉଛି ସା । ଆତ୍ମା ହେଉଛି ସା ଏବଂ ଏଥିରେ ଥିବା ଚେତନା ହେଉଛି ଏହାର ଶକ୍ତି । ଏହି ଶକ୍ତି ହେତୁ ମଣିଷ- ସୁଖ ବା ଦୁଃଖ ଅନୁଭବ କରିପାରେ । ଶକ୍ତି ମଧ୍ୟ ଦୁଇ ପ୍ରକାର । ପରା ଓ ଅପରା । ପରା ଶକ୍ତି ହେଉଛି ଚେତନ । ଏହି ପରା ଶକ୍ତି ଆତ୍ମାକୁ ଚୈତନ୍ୟ ପ୍ରଦାନ କରିଛି । ଅପରା ଶକ୍ତି ହେଉଛି ଜଡ଼ । ପ୍ରକୃତି ଏହି ଅପରା ଶକ୍ତି ଦ୍ୱାରା ସ୍ବୟଂକ୍ରିୟ ଭାବରେ ପରିଚାଳିତ । ମଞ୍ଜିରୁ ଗଛ ହେବା, ଗଛର ଡାଳ ଛିଣ୍ଡିଗଲେ ତା’ସ୍ଥାନରେ ନୂତନ ଡାଳ କଅଁଳିବା, ସମୟାନୁସାରେ ଋତୁଚକ୍ରର ପରିବର୍ନ ପ୍ରାକୃତିକ କ୍ରିୟା ଅପରା ଶକ୍ତି ଦ୍ୱାରା ସମ୍ଭବ ହୁଏ । ତେଣୁ ପ୍ରକୃତି ବା ବିଶ୍ୱ ବ୍ରହ୍ମାଣ୍ଡକୁ ପରିଚାଳିତ କରୁଥିବା ଏହି ଅପରା ଶକ୍ତିକୁ ଅନୁଭବ କରି ଆତ୍ମା ଓ ପରମାତ୍ମାଙ୍କୁ ସର୍ବବ୍ୟାପୀ କହିବା ଈଶ୍ୱରୀୟ ଜ୍ଞାନ ବିରୁଦ୍ଧ ଅଟେ । ଶରୀର ପ୍ରକୃତିରୁ ଉପôନ୍ନ । ପ୍ରକୃତିର ଉପôନ୍ନ, ବିକାଶ, ବୃଦ୍ଧି ଓ ବିନାଶ କରିବାର କ୍ଷମତା ଥିଲେ ମଧ୍ୟ ଏହାକୁ ଜଡ଼ କୁହାଯାଏ । କାରଣ ଜୀବାତ୍ମାମାନଙ୍କ ଭଳି ଏହାର ସୁଖ ବା ଦୁଃଖ ଅନୁଭବ କରିବାର ଶକ୍ତି ନଥାଏ । ପ୍ରକୃତିର କ୍ରିୟାଶୀଳତା ପାଇଁ ତାକୁ ଚେତନ କୁହାଯାଇ ପାରିବ ନାହିଁ । ଚୁମ୍ବକୀୟ ବା ବୈଦୁ୍ୟତିକ ଶକ୍ତି ଦ୍ୱାରା ବିଭିନ୍ନ ପ୍ରକାର ଯାନ୍ତ୍ରିକ ଉପକରଣ ଗତିଶୀଳ ହୁଏ । କିନ୍ତୁ ଏହା ଚେତନ ନୁହେଁ । ଆତ୍ମା ଓ ପରମାତ୍ମାଙ୍କୁ ବାଦ ଦେଲେ ବାକି ସମସ୍ତ ପଦାର୍ଥ ଜଡ଼ । ପରମାତ୍ମା ପରାଶକ୍ତିର ମହାସମୁଦ୍ର, ଆତ୍ମା ଏହାର ଏକ କଣ ମାତ୍ର । ଉଭୟଙ୍କଠାରେ ଏହି ଶକ୍ତି କ୍ରିୟାନ୍ୱିତ ହେଉଥିବାରୁ ଉଭୟଙ୍କୁ ଏକ ଓ ଅଭିନ୍ନ କହିବା ମଧ୍ୟ ଯୁକ୍ତିଯୁକ୍ତ ନୁହେଁ । ଆତ୍ମା ଚେତନଶୀଳ ହୋଇଥିବାରୁ ଯେଉଁ ଶରୀରର ଆଧାର ନିଏ, ତା ମାଧ୍ୟମରେ ତାର ପୂର୍ବ ଜନ୍ମର ବ୍ୟକ୍ତିତ୍ୱ ପରିପ୍ରକାଶ କରେ । ତେଣୁ “ସର୍ବଗତ”ର ଆକ୍ଷରିକ ଅର୍ଥ ଏଠାରେ ଗ୍ରହଣୀୟ ନୁହେଁ ।
ଆତ୍ମା ତା’ର ମୂଳ ସ୍ବରୂପରେ ସ୍ଥିର ଓ ନିଶ୍ଚଳ ରହେ । କେହି କେହି କହନ୍ତି ଆତ୍ମା ସର୍ବବ୍ୟାପୀ ହୋଇଥିବାରୁ ଏଥିରେ ଗମନାଗମନ ଓ ଦୋଳନ କ୍ରିୟା ହୁଏ ନାହିଁ । ତେଣୁ ଏହା ଅଚଳ ଓ ସ୍ଥାଣୁ । ଏଠାରେ ପ୍ରଶ୍ନ ଉଠେ ଆତ୍ମା ଯଦି ଗମନାଗମନ କରିପାରେ ନାହିଁ ତେବେ ସେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଶରୀରରେ ପ୍ରବେଶ କରେ କିପରି ? ଏହି ଶଙ୍କାର ସମାଧାନ ପାଇଁ ସେମାନେ ଯୁକ୍ତି କରନ୍ତି ଯେ ଘଟ ସହିତ ଆକାଶ ସ୍ଥାନାନ୍ତରିତ ହେଲା ପରି ସର୍ବବ୍ୟାପୀ ଆତ୍ମା ସୂକ୍ଷ୍ମ ଶରୀର ଦ୍ୱାରା ପ୍ରେରିତ ହୋଇ ଅନ୍ୟ ଶରୀରରେ ପ୍ରବେଶ କରେ । ପୂର୍ବରୁ ଏ ବିଷୟ ଆଲୋଚନା କରାଯାଇଛି ଯେ ଆତ୍ମା ଆକାଶ ଭଳି ବ୍ୟାପକ ତ୍ୱ ନୁହେଁ । ପ୍ରକୃତିର କୌଣସି ତ୍ୱ ସହିତ ଆତ୍ମାର ତୁଳନା କରିବା ବିବେକ ସମ୍ମତ ନୁହେଁ । କାରଣ ପ୍ରାକୃତିକ ତ୍ୱ ମାତ୍ରକେ ଜଡ଼; ଆତ୍ମା ଚେତନଶୀଳ । ପତ୍ୱରେ ନିର୍ମିତ ଜଡ଼ ଶରୀରରେ ଆତ୍ମା ପ୍ରବେଶ କଲେ ତାହା ଚେତନଶୀଳ ହୋଇ ଉଠେ । ଆତ୍ମା ସର୍ବବ୍ୟାପୀ ହୋଇଥିଲେ ପିଣ୍ଡ ସଦୃଶ ସମଗ୍ର ବ୍ରହ୍ମାଣ୍ଡ ମଧ୍ୟ ଚିତ୍ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଆନ୍ତା ଓ ଜଡ଼ ବୋଲି ସଂସାରରେ କିଛି ନ ଥାଆନ୍ତା ।
ସ୍ଥୂଳଶରୀରର ମୃତୁ୍ୟ ହେଲେ ଆତ୍ମା ସୂକ୍ଷ୍ମ ଶରୀର ଧାରଣ କରି ମନ ବୃଦ୍ଧି ସଂସ୍କାର ସହିତ ଅନ୍ୟ ଶରୀରରେ ପ୍ରବେଶ କରେ । ସୂଷ୍ମ ଶରୀର ସୂକ୍ଷ୍ମ ଆଲୋକ ତ୍ୱରେ ନିର୍ମିତ । ସ୍ଥୂଳ ଶରୀରରେ ଆତ୍ମା ସୂକ୍ଷ୍ମ ଶରୀରର ଆଧାର ନେଇ ନିବାସ କରେ । ମହାବିନାଶ ସମୟରେ ସମସ୍ତ ଆତ୍ମା ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ସେତେବେଳେ ସେମାନେ ସୂକ୍ଷ୍ମଲୋକରେ ସୂକ୍ଷ୍ମ ଶରୀର ତ୍ୟାଗ କରି ମୂଳ ସ୍ବରୂପରେ ଅର୍ଥାତ ତାରକା ଭଳି ଜ୍ୟୋର୍ତିବିନ୍ଦୁ ରୂପରେ ଉଦ୍ଧ୍ୱର୍ଗାମୀ ହୁଅନ୍ତି । ପରମଧାମ ହେଉଛି ଅଶରୀରୀ ଆତ୍ମା ଓ ପରମାତ୍ମାଙ୍କ ନିବାସ ସ୍ଥାନ । ତେଣୁ ଏଠାକୁ ଆସିବା ପୂର୍ବରୁ ସୂକ୍ଷ୍ମ ଶରୀରକୁ ମଧ୍ୟ ତ୍ୟାଗ କରିବାକୁ ପଡ଼େ । ରାଜଯୋଗ ଅଭ୍ୟାସ ବେଳେ ଏହି ନିୟମ ଅବଲମ୍ବନ କରାଯାଏ । ପ୍ରଥମେ ଏକାଗ୍ରତା ଶକ୍ତି ଦ୍ୱାରା ବ୍ୟକ୍ତି ନିଜକୁ (ଆତ୍ମାକୁ) ସ୍ଥୂଳ ଶରୀରଠାରୁ ପୃଥକ୍ କରେ ଓ ରକେଟ ସଦୃଶ ସୂକ୍ଷ୍ମ ଶରୀର ଆରୋହଣ କରି ସୂକ୍ଷ୍ମଲୋକରେ (ଯେଉଁଠାରେ କେବଳ ମୁକ୍ତିପ୍ରାପ୍ତ ଆତ୍ମାଗଣ ସୂଷ୍ମ ଶରୀର ଧାରଣ କରି ବାସ କରନ୍ତି) ପହେ । ସେଠାରେ ସୂକ୍ଷ୍ମଶରୀରକୁ ତ୍ୟାଗ କରି ମୂଳ ସ୍ବରୂପରେ ପରମଧାମ ଅଭିମୁଖେ ଗମନ କରେ । ସେଠାରେ ସେ ଜ୍ୟୋର୍ତିବିନ୍ଦୁ ସ୍ବରୂପ ପରମାତ୍ମାଙ୍କଠାରୁ ବିଚ୍ଛୁରିତ ପବିତ୍ରତା, ଜ୍ଞାନ, ପ୍ରେମ, ଶାନ୍ତି, ଆନନ୍ଦ, ଶକ୍ତିର କିରଣରେ ଅବଗାହନ କରି ପୁନଶ୍ଚ ସୂକ୍ଷ୍ମଲୋକରେ ତ୍ୟାଗ କରିଥିବା ସୂକ୍ଷ୍ମଶରୀର ଧାରଣ ପୂର୍ବକ ପୃଥିବୀ ସ୍ଥିତ ତା’ର ସ୍ଥୂଳ ଶରୀରରେ ପ୍ରବେଶ କରେ । ଏହା ଏକ ମାନସିକ କ୍ରିୟା । ଏହାର ନାମ ରାଜଯୋଗ । ଯୋଗସିଦ୍ଧ ବ୍ୟକ୍ତି ଆତ୍ମିକ ସ୍ବରୂପରେ ଉଦ୍ଧ୍ୱର୍ଗାମୀ ହେବା ବେଳେ ପୃଥିବୀରେ ଯୋଗମୁଦ୍ରାରେ ଆସୀନ ସ୍ବୀୟ ସ୍ଥୂଳ ଶରୀର ଓ ସୂକ୍ଷ୍ମଲୋକରେ ପରିତ୍ୟକ୍ତ ସୂକ୍ଷ୍ମ ଶରୀରକୁ ପୃଥକ ପୃଥକ ଭାବରେ ଅନୁଭବ କରିପାରନ୍ତି । ରାଜଯୋଗ ଅଭ୍ୟାସ କଲେ, କେହି ଏହା ଅନୁଭବ କରିପାରିବେ । ରଜଗୁଣ ଓ ତମଗୁଣର ଅଭିବୃଦ୍ଧି ହେଲେ କାମକ୍ରୋଧାଦି ବିକାର ହେତୁ ଆତ୍ମା ମଧ୍ୟରେ ଅସ୍ଥିରତା ସୃଷ୍ଟି ହୁଏ । ସୁଖ-ଦୁଃଖ, ଜୟ-ପରାଜୟ, ନିନ୍ଦା-ସ୍ତୁତି ଆଦି ଦ୍ୱୈତ ଭାବ ଏହି ଅସ୍ଥିରତାର କାରଣ । ଏଥିପାଇଁ ଏହି ଦ୍ୱୈତ ବା ଦ୍ୱନ୍ଦ୍ୱ ଭାବରୁ ବୁଦ୍ଧିକୁ ସ୍ଥିର ରଖିବା ପାଇଁ ଗୀତାରେ କୁହାଯାଇଛି । ତେଣୁ ଆତ୍ମା ଯେତେବେଳେ ତା’ର ମୂଳ ବାସସ୍ଥାନ ପରମଧାମରେ ମୌଳିକ ରୂପରେ ଅବସ୍ଥାନ କରେ ସେତେବେଳେ ସେ ସ୍ଥିର ଓ ନିଶ୍ଚଳ ଥାଏ । ଶରୀର ସହିତ ତାଦାତ୍ମ୍ୟ ରଖିଲେ ଆତ୍ମା ମଧ୍ୟରେ ଅସ୍ଥିରତା ଓ ହଲଚଲ ସୃଷ୍ଟି ହୁଏ ।
ଆତ୍ମା ହେଉଛି ସନାତନ, ଏହାର ଉପôି ଓ ବିନାଶ ନାହିଁ । ଏହାର ଆଦି ନଥିବାରୁ ଏହାକୁ ଅନାଦି ମଧ୍ୟ କୁହାଯାଏ । ଆତ୍ମା ଅଣୁଠାରୁ ମଧ୍ୟ ଅତ୍ୟନ୍ତ କ୍ଷୁଦ୍ର ହୋଇଥିବାରୁ ତାହା ସ୍ଥୂଳ ଚକ୍ଷୁ ଦ୍ୱାରା ଦୃଷ୍ଟିଗୋଚର ହୁଏ ନାହିଁ । ଦେହାଭିମାନୀ ବ୍ୟକ୍ତି ମନ ବୁଦ୍ଧି ଦ୍ୱାରା ଏହାକୁ ଚିନ୍ତା କରିପାରେ ନାହିଁ । ଅତ୍ୟନ୍ତ ସୂଷ୍ମ ହେତୁ ସାଧାରଣ ଦୃଷ୍ଟିରେ ଦୃଶ୍ୟ ହେଉ ନଥିବାରୁ ଏହାକୁ ଅଚିନ୍ତ୍ୟ କୁହାଯାଇଛି । କିନ୍ତୁ ଜ୍ଞାନ ଚକ୍ଷୁ ଦ୍ୱାରା ଏହା ବୋଧଗମ୍ୟ ହୁଏ । ଆତ୍ମାକୁ ବିଶୁଦ୍ଧ ବୁଦ୍ଧି ଦ୍ୱାରା ଜାଣି ହୁଏ ବୋଲି ମୁଣ୍ଡକ ଉପନିଷଦ (୩-୧-୯) କହେ । ଏହିପରି ଆତ୍ମାକୁ ଜାଣିଥିବା ବ୍ୟକ୍ତି ସମସ୍ତ ପ୍ରକାର ଶୋକରୁ ମୁକ୍ତ ହୋଇଯାଏ ।
ଶରୀର ଅନିତ୍ୟ ଶୋକ ଅନୁଚିତ
ଅଥ ଚୈନଂ ନିତ୍ୟ ଜାତଂ ନିତ୍ୟଂ ବା ମନ୍ୟସେ ମୃତମ୍ ।
ତଥାପି ତ୍ୱଂ ମହାବାହୋ ନୈବଂ ଶୋଚିତୁମର୍ହସି ।ା୨/୨୬ାା
ଜାତସ୍ୟହି ଧ୍ରୁବୋ ମୃତ୍ୟୁ ର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ ।
ତସ୍ମାଦପରିହାର୍ଯେ୍ୟଽର୍ଥେ ନ ତ୍ୱଂ ଶୋଚିତୁମର୍ହସି ।ା୨୭ ।ା
ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ ।
ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିବେଦନା ।ା୨୮ ।ା
ଆଶ୍ଚର୍ଯ୍ୟବତ୍ପଶ୍ୟତି କଶ୍ଚିଦେନମାଶ୍ଚର୍ଯ୍ୟବତ୍
ବଦତି ତଥୈବ ଚାନ୍ୟଃ ।
ଆଶ୍ଚର୍ଯ୍ୟ ବଚ୍ଚୈନମନ୍ୟଃ ଶୃଣୋତି
ଶ୍ରୁତ୍ୱାପ୍ୟେନଂ ବେଦ ନ ଚୈବ କଶ୍ଚିତ ।ା୨୯ ।ା
ଦେହୀ ନିତ୍ୟମବଧ୍ୟୋଽୟଂ ଦେହେ ସର୍ବସ୍ୟ ଭାରତ ।
ତସ୍ମାତ୍ସର୍ବାଣି ଭୂତାନି ନ ତ୍ୱଂ ଶୋଚିତୁମର୍ହସି ।ା୩୦ ।ା
ଅର୍ଥ : ହେ ମହାବାହୁ ! ଯଦି ତୁମେ ଏହି ଆତ୍ମାକୁ ସର୍ବଦା ଜନ୍ମ ଓ ମୃତ ହେଉଥାଏ ବୋଲି ମନେ କର, ତଥାପି ତୁମେ ଏପରି ଶୋକ କରିବା ଅନୁଚିତ ।ା୨୬ାା କାରଣ ଜନ୍ମ ହୋଇଥିବା ପ୍ରାଣୀର ମୃତ୍ୟୁ ସୁନିଶ୍ଚିତ, ଓ ମୃତ ପ୍ରାଣୀର ଜନ୍ମ ମଧ୍ୟ ନିଶ୍ଚିତ । ସେହି ଦୃଷ୍ଟିରୁ ଏହି ଅନିବାର୍ଯ୍ୟ ବିଷୟରେ ଶୋକ କରିବା ସର୍ବଥା ଅନୁଚିତ ।ା୨୭ ।ା ହେ ଭାରତ ! ଏହି ସମସ୍ତ ଶରୀର ଆଦ୍ୟରେ ସ୍ୱରୂପ ରହିତ, ମଧ୍ୟ କାଳରେ ସ୍ୱରୂପ ଯୁକ୍ତ ଓ ଅନ୍ତ ସମୟରେ ସ୍ୱରୂପ ରହିତ ଅଟେ । ଏଥିରେ ଶୋକ କରିବାର କ'ଣ ଅଛି ? ।ା୨୮ ।ା କେହି ଏହି ଆତ୍ମାକୁ ଆଶ୍ଚର୍ଯ୍ୟ ପରି ଦେଖେ । ସେହିପରି ଆଉ କେହି ଆଶ୍ଚର୍ଯ୍ୟ ପରି ବର୍ଣ୍ଣନା କରେ । କେହି ଏହାକୁ ଆଶ୍ଚର୍ଯ୍ୟ ପରି ଶୁଣେ ଏବଂ ଏହାକୁ ଶୁଣି ମଧ୍ୟ କେହି ଜାଣେ ନାହିଁ ।ା୨୯ ।ା ହେ ଅର୍ଜୁନ ! ସମସ୍ତଙ୍କ ଶରୀରରେ ଏହି ଆତ୍ମା ନିତ୍ୟ ଅବଧ୍ୟ ରୂପରେ ବିରାଜିତ । ତେଣୁ କାହାରି ପାଇଁ ତୁମର ଶୋକ କରିବା ଉଚିତ ନୁହେଁ ।ା୩୦ ।ା
ବ୍ୟାଖ୍ୟା : ଭୌତିକବାଦୀ ବିଦ୍ୱାନମାନେ ଶରୀରକୁ ସର୍ବସ୍ବ ମାନନ୍ତି । ସେମାନଙ୍କ ମତରେ ଶରୀର ବିନାଶ ହୋଇଗଲା ପରେ ଆଉ ଫେରିଆସେ ନାହିଁ । “ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ । ।’’ ତେଣୁ ସେମାନେ ଆତ୍ମାର ଅସ୍ତିତ୍ୱକୁ ସ୍ବୀକାର କରନ୍ତି ନାହିଁ । ଅନ୍ୟ ଏକ ଗୋଷ୍ଠୀର ବିଦ୍ୱାନ୍ ଆତ୍ମା ଓ ଶରୀରକୁ ଏକ ଏବଂ ଅଭିନ୍ନ ମନେ କରନ୍ତି । ସେମାନଙ୍କ ମତରେ ଡିମ୍ବାଣୁ ଓ ଶୁକ୍ରାଣୁର ମିଶ୍ରଣରେ ହେଉଥିବା ଏକ ପ୍ରକାର ଜୈବ-ରାସାୟନିକ ପ୍ରକ୍ରିୟାରୁ ଶରୀର ସୃଷ୍ଟି ହୋଇଛି । ଏହି ପ୍ରକି୍ରୟା ଶରୀର ମଧ୍ୟରେ ନିରନ୍ତର ଚାଲିଥାଏ । ଏହାଦ୍ୱାରା ଶରୀର ବୃଦ୍ଧି ହୁଏ । ଶରୀର ମଧ୍ୟରେ ନିରନ୍ତର ହେଉଥିବା ରାସାୟନିକ କ୍ରିୟା-ପ୍ରତିକ୍ରିୟା ହେତୁ ଏକ ପ୍ରକାର ଶକ୍ତି ଉପôନ୍ନ ହୁଏ । ଏହାକୁ ଜୀବନୀ ଶକ୍ତି କୁହାଯାଏ । ଏହା ଦ୍ୱାରା ଶରୀର ବିଭିନ୍ନ ପ୍ରକାର କାର୍ଯ୍ୟ ନିର୍ବାହ ପାଇଁ ସକ୍ଷମ ହୁଏ । କୌଣସି କାରଣରୁ ଶରୀର ମଧ୍ୟରେ ହେଉଥିବା ରାସାୟନିକ କ୍ରିୟା-ପ୍ରତିକ୍ରିୟା ବ୍ୟାହତ ହେଲେ ଏହାର ମୃତୁ୍ୟ ଘଟେ । ଜୀବନୀ ଶକ୍ତି ଦ୍ୱାରା ବ୍ୟକ୍ତି କାର୍ଯ୍ୟକ୍ଷମ ହେଉଥିବାରୁ ଏହାକୁ ଆତ୍ମା କୁହାଯାଏ । ଶରୀରର ମୃତୁ୍ୟ ସହିତ ଏହା ମଧ୍ୟ ନଷ୍ଟ ହୋଇଯାଏ । ଯଦି ଏହି ଅବାସ୍ତବ ମତବାଦଗୁଡ଼ିକୁ ସତ୍ୟ ବୋଲି ସ୍ବୀକାର କରାଯାଏ, ତେବେ ମଧ୍ୟ ଶରୀର ବା ଆତ୍ମା ପାଇଁ ଶୋକ କରିବା ଅନୁଚିତ । ପ୍ରାକୃତିକ ନିୟମ ଅନୁସାରେ ପ୍ରତ୍ୟେକ ସଜୀବର ଉପôି (ଜନ୍ମ), ବିକାଶ, କ୍ଷୟ, ଲୟ ଓ ପୁନର୍ବାର ଉପôି ଏହି ଚକ୍ର ଶାଶ୍ୱତ ଓ ଚିରନ୍ତନ ଅଟେ । ଶରୀର ଜନ୍ମ ହୁଏ, ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବୃଦ୍ଧି ପ୍ରାପ୍ତ ହେବାପରେ କ୍ରମଶଃ କ୍ଷୟ ହେବାକୁ ଲାଗେ ଓ ପରିଶେଷରେ ପତ୍ୱରେ ବିଲୀନ ହୋଇଯାଏ । ପ୍ରକୃତି ତା’ର ସୃଜନ ଶକ୍ତି ବଳରେ ପତ୍ୱରୁ ପୁନଶ୍ଚ ନୂତନ ଶରୀରର ନିର୍ମାଣ କରେ । ଜୀବନ ଏକ ପ୍ରବହମାନ ନଦୀ ହେଲେ ଜନ୍ମ ଓ ମୃତୁ୍ୟ ଏହାର ଉଭୟ ପାଶ୍ୱର୍ । ଜନ୍ମ ଓ ମୃତୁ୍ୟର ମଧ୍ୟାବଧି ହେଉଛି ଜୀବନ । ଜନ୍ମ-ମୃତୁ୍ୟକୁ ଜଳଚକ୍ର ସହିତ ମଧ୍ୟ ତୁଳନା କରାଯାଇପାରେ । ଜନ୍ମପରେ ମୃତୁ୍ୟ ଓ ମୃତୁ୍ୟପରେ ଜନ୍ମ ଅବଶ୍ୟମ୍ଭାବୀ । ତେଣୁ ଶରୀରର ମୃତୁ୍ୟ ପାଇଁ ଆତଙ୍କିତ ବା ଶୋକ କରିବାର କୌଣସି କାରଣ ନାହିଁ ।
ଉପôି ଓ ବିନାଶର ମଧ୍ୟଭାଗକୁ ସ୍ଥିତି କୁହାଯାଏ । ଏହି ସମୟରେ ହିଁ ସମସ୍ତ ପ୍ରାଣୀ ଦୃଷ୍ଟିଗୋଚର ହୁଅନ୍ତି । ବିନାଶ ପରେ ଓ ଉପôି ପୂର୍ବରୁ ସେମାନଙ୍କ ଅସ୍ତିତ୍ୱ ଅବ୍ୟକ୍ତ ଭାବରେ ଥାଏ । ଉଦୟ ଓ ଅସ୍ତର ମଧ୍ୟବର୍ୀ ସମୟାବଧିରେ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି । ଅସ୍ତ ଓ ଉଦୟର ମଧ୍ୟାବଧିରେ (ରାତ୍ରୀ) ସେ ଦୃଷ୍ଟିଗୋଚର ହେଉ ନଥିଲେ ମଧ୍ୟ ଅସ୍ତିତ୍ୱରେ ଥାଆନ୍ତି । ପୃଥିବୀର ପରିକ୍ରମଣ ଗତି ହେତୁ ଗୋଟିଏ ଗୋଲାର୍ଦ୍ଧରେ ସେ ଦୃଶ୍ୟ ହେଉଥିଲେ ଅନ୍ୟ ଗୋଲାର୍ଦ୍ଧ ପାଇଁ ଅଦୃଶ୍ୟ ହୁଅନ୍ତି । ତ୍ୱତଃ ସୂର୍ଯ୍ୟଙ୍କର ଉଦୟ କିମ୍ବା ଅସ୍ତ ନାହିଁ । ସେହିପରି ଆତ୍ମାର ଶରୀର ଧାରଣକୁ ଜନ୍ମ ଓ ଶରୀର ତ୍ୟାଗ କରିବାକୁ ମୃତୁ୍ୟ କୁହାଯାଏ । କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଆତ୍ମାର ଜନ୍ମ ଓ ମୃତୁ୍ୟ ନାହିଁ । ପ୍ରକୃତିର ସୃଷ୍ଟି-ସ୍ଥିତି-ଲୟ-ସୃଷ୍ଟି - ଏହି ଜୀବନ ଚକ୍ର ଆଧାରରେ ଆତ୍ମା ବାରମ୍ବାର ଶରୀର ପରିବର୍ନ କରୁଥିଲେ ମଧ୍ୟ ଏହାଦ୍ୱାରା ତା’ର ଅସ୍ତିତ୍ୱ ବା ସ୍ଥିତି ପ୍ରଭାବିତ ହୁଏ ନାହିଁ । ଜୀବନକୁ ଏକ ନାଟକ ସହିତ ତୁଳନା କରାଯାଇପାରେ । ଜୀବାତ୍ମାର ଜନ୍ମରେ ତା’ର ଜୀବନ ନାଟକର ପରଦା ଉୋଳନ ଓ ମୃତୁ୍ୟରେ ପନ ହୁଏ । ସୃଷ୍ଟି ମରେ ପ୍ରତ୍ୟେକ ଆତ୍ମା ଶରୀର ରୂପୀ ପୋଷାକ ପିନ୍ଧି ନିଜ ପାଇଁ ନିର୍ଦ୍ଧାରିତ ଭୂମିକାରେ ଅଭିନୟ କରନ୍ତି । ଯବନିକା ପନ ଓ ଉୋଳନ ମଧ୍ୟ ଭାଗରେ ଦୃଶ୍ୟ ନ ଥିଲେ ମଧ୍ୟ ଅନ୍ତରାଳରେ କଳାକାରମାନେ ଥାଆନ୍ତି । ସେହିପରି ମୃତୁ୍ୟ ପରେ ଓ ଜନ୍ମ ପୂର୍ବରୁ ଆତ୍ମାର ଅସ୍ତିତ୍ୱ ଯଥାବତ୍ ରହେ ।
ଦେହାଭିମାନୀ ବ୍ୟକ୍ତିପାଇଁ ଆତ୍ମା ଏକ ଆଶ୍ଚର୍ଯ୍ୟକର ବିଷୟ । ଏହା ଦର୍ଶନ, ଶ୍ରବଣ ଓ ବର୍ଣ୍ଣନର ବିଷୟ ନୁହେଁ । ଅଣୁଠାରୁ ମଧ୍ୟ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ବିଷୟରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି । ଦର୍ଶନେନ୍ଦି୍ରୟ ଦ୍ୱାରା ଏହା ଦୃଶ୍ୟମାନ ହେଉନଥିବାରୁ କେହି କେହି ଏହାକୁ ଆଶ୍ଚର୍ଯ୍ୟ ସହକାରେ ଦେଖନ୍ତି ବା ଜାଣନ୍ତି । ଏହା ଏକ ଅଦୃଶ୍ୟ ସା । ବେଦାଧ୍ୟୟନ, ଧାରଣାଶକ୍ତି ଓ ଅନେକ ଶ୍ରବଣ ଦ୍ୱାରା ମଧ୍ୟ ଆତ୍ମାକୁ ଜାଣି ହୁଏ ନାହିଁ । ଯେଉଁମାନେ ନିତ୍ୟ ସ୍ବୀୟ ଆତ୍ମ ସ୍ବରୂପର ଧ୍ୟାନ ବା ଚିନ୍ତନ କରନ୍ତି (ଅର୍ଥାତ୍ ଦେହାଭିମାନ ତ୍ୟାଗ ପୂର୍ବକ ନିଜକୁ ଏକ ଜ୍ୟୋର୍ତିବିନ୍ଦୁ ସ୍ବରୂପ ଚୈତନ୍ୟ ଆତ୍ମା ବୋଲି ନିତ୍ୟ ନିରନ୍ତର ଅଭ୍ୟାସ କରନ୍ତି) ସେମାନଙ୍କୁ ଆତ୍ମା ନିଜ ସ୍ବରୂପର ଅନୁଭବ କରାଏ । କଠୋପନିଷଦରେ ଏହି କଥା ନିମ୍ନ ପ୍ରଦ ଶ୍ଳୋକରେ ବର୍ଣ୍ଣିତ ହୋଇଛି –
ନାୟମାତ୍ମା ପ୍ରବଚନେନ ଲଭ୍ୟୋ
ନ ମେଧୟା ନ ବହୁନା ଶ୍ରୁତେନ ।
ଯ ମେବୈଷ ବୃଣୁତେ ତେନ ଲଭ୍ୟ-
ସ୍ତସୈ୍ୟଷ ଆତ୍ମା ବିବୃଣୁତେ ତନୁଂସ୍ବାମ । (କଠ-୧/୨/୨୩)
ଅନେକ ଲୋକ ଆତ୍ମା ବିଷୟରେ ଶୁଣିବାର ମଧ୍ୟ ସୁଯୋଗ ପାଆନ୍ତି ନାହିଁ । କେତେକ ଆତ୍ମା ବିଷୟରେ ଶୁଣି ମଧ୍ୟ ତାକୁ ଜାଣି ପାରନ୍ତି ନାହିଁ । ଆତ୍ମା ବିଷୟରେ ସଠିକ୍ ତଥ୍ୟ ପ୍ରଦାନକାରୀ ବ୍ୟକ୍ତି ଆଶ୍ଚର୍ଯ୍ୟ ଅଟନ୍ତି । ନିପୁଣ ବ୍ୟକ୍ତିହିଁ ଅନୁଭବୀ ଗୁରୁଙ୍କଠାରୁ ଶୁଣି ଅନୁଭବ କରିପାରନ୍ତି । ଆତ୍ମାନୁଭବ କରିଥିବା କୁଶଳ ଆଚାର୍ଯ୍ୟଙ୍କ ଦ୍ୱାରା ଉପଦିଷ୍ଟ ଜ୍ଞାତା ମଧ୍ୟ ଆଶ୍ଚର୍ଯ୍ୟ ଅର୍ଥାତ୍ ଅଦ୍ଭୁତ ଅଟନ୍ତି । ଏ ଭଳି ଜ୍ଞାତା ଅତି ବିରଳ । ଆତ୍ମଜ୍ଞାନର ଦୁର୍ଲଭତା ବୁଝାଇବାକୁ ଯାଇ ଯମ କଠୋପନିଷଦର ନିମ୍ନ ଶ୍ଳୋକରେ ଏହି କଥା କହିଛନ୍ତି –
ଶ୍ରବଣାୟାପି ବହୁଭିର୍ୟୋ ନ ଲଭ୍ୟଃ ।
ଶୃଣ୍ୱନ୍ତୋଽପି ବହବୋ ଯଂ ନ ବିଦୁଃ ।
ଆଶ୍ଚର୍ଯେ୍ୟା ବକ୍ତା କୁଶଳୋଽସ୍ୟ ଲବ୍ଧା -
ଶ୍ଚର୍ଯେ୍ୟା ଜ୍ଞାତା କୁଶଳାନୁଶିଷ୍ଟଃ । । (କଠ-୧-୨-୭)
କେତେକ ବ୍ୟକ୍ତି ଆତ୍ମା ବିଷୟରେ ଆଶ୍ଚର୍ଯ୍ୟ ରୂପେ ବର୍ଣ୍ଣନା କରନ୍ତି । ଅନ୍ୟ କେହି କେହି ଆତ୍ମାକୁ ଆକାଶ ତ୍ୱ ପରି ବ୍ୟାପକ ବୋଲି କହନ୍ତି । ଆଉ କିଛି ବ୍ୟକ୍ତି ଆତ୍ମା ଓ ଶରୀରକୁ ଏକ ଓ ଅଭିନ୍ନ ବୋଲି ଯୁକ୍ତି ବାଢ଼ନ୍ତି । ଏହିପରି ବହୁବିଧ ଆଶ୍ଚର୍ଯ୍ୟ କଥା ଆତ୍ମା ବିଷୟରେ କୁହାଯାଏ । ସୂକ୍ଷ୍ମାତିସୂକ୍ଷ୍ମ ଇନ୍ଦ୍ରିୟାତୀତ ଆତ୍ମାକୁ ଶବ୍ଦ ଦ୍ୱାରା ବର୍ଣ୍ଣନା କରିବା ଦୁରୁହ ବ୍ୟାପାର । ଗୁଡ଼, ମହୁ, ଶର୍କରା ଆଦି ପାଟିକୁ ମିଠା ଲାଗେ । କିନ୍ତୁ କିପରି ମିଠା ଲାଗେ ଏହା ଶବ୍ଦ ଦ୍ୱାରା ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଯିଏ ଏଗୁଡ଼ିକର ସ୍ବାଦ ଅନୁଭବ କରି ନାହିଁ ସିଏ କୌଣସି ପ୍ରକାରେ ଏହି ବିଷୟରେ ବୁଝିପାରିବ ନାହିଁ । ସେହିପରି ନିରନ୍ତର ଅଭ୍ୟାସ ଦ୍ୱାରା ସ୍ବୟଂ ନିଜକୁ ଏକ ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ସ୍ବରୂପ ଆତ୍ମା ଅନୁଭବ ନ କରିବା ପର୍ଯ୍ୟନ୍ତ ଏହା ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରି ହେବ ନାହିଁ । ଜନ୍ମଜନ୍ମାନ୍ତର ଆବାଗମନ ଚକ୍ରରେ ଘୁରି ବୁଲି ମନୁଷ୍ୟ ଦେହ ସର୍ବସ୍ବ ହୋଇପଡ଼େ । ତେଣୁ ଆତ୍ମା ବିଷୟକ ଜ୍ଞାନ ତା’ପାଇଁ ଆଶ୍ଚର୍ଯ୍ୟର ବିଷୟ ହୋଇଯାଏ ।
ଦେହାଭିମାନ ହିଁ ଶୋକର ମୁଖ୍ୟ କାରଣ । ଶୋକମୁକ୍ତ ନ ହେବା ପର୍ଯ୍ୟନ୍ତ ଈଶ୍ୱରୀୟ ମାର୍ଗରେ ଦୃଢ଼ତା ପୂର୍ବକ ଚାଲିବା ସମ୍ଭବ ନୁହେଁ । ମୃତୁ୍ୟଭୟ ମଣିଷକୁ ଚିନ୍ତାଗ୍ରସ୍ତ କରିପକାଏ । ସ୍ବଜନମାନଙ୍କ ମୃତୁ୍ୟରେ ସେ ଶୋକାତୁର ହୋଇପଡ଼େ । ଭୟ ଓ ଶୋକ ମଣିଷକୁ କର୍ବ୍ୟ ପଥରୁ ବିଚୁ୍ୟତ କରେ । ଆତ୍ମାର ପ୍ରକୃତ ସ୍ବରୂପ ଜାଣି ଏହାକୁ ଅନୁଭବ କରିବାକୁ ହେବ । ପ୍ରତ୍ୟେକ ଶରୀରରେ ବିରାଜିତ ଆତ୍ମା ଭିନ୍ନ ଭିନ୍ନ ଏବଂ ଅବିନାଶୀ । ଶାରୀରିକ କ୍ଷୟକ୍ଷତି ଦ୍ୱାରା ଏହା ପ୍ରଭାବିତ ହୁଏନାହିଁ । ଆତ୍ମା ଅବଧ୍ୟ । ତେଣୁ ଯେ କୌଣସି ପରିସ୍ଥିତି ବା କାରଣ ହେଉ ନା କାହିଁକି କାହାରି ମୃତୁ୍ୟରେ ବିଚଳିତ ହେବା ଉଚିତ୍ ନୁହେଁ ।
ନିଷ୍କାମ କର୍ମ ଯୋଗ ଓ ତା'ର ମହ୍ୱ
ଏଷାତେଽଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂଶୃଣୁ ।
ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି ।ା ୩୯ାା
ନେହାଭିକ୍ରମନାଶୋଽସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।
ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍ ।ା ୪୦ାା
ଅର୍ଥ : ହେ ପାର୍ଥ ! ଏହି ବୁଦ୍ଧି ତୁମ ପାଇଁ ସାଂଖ୍ୟ ଯୋଗ ବିଷୟରେ କୁହାଗଲା ଏବଂ ବର୍ମାନ ଏହାକୁ କର୍ମଯୋଗ ପ୍ରସଙ୍ଗରେ ଶୁଣ, ଯେଉଁ ବୁଦ୍ଧିରେ ଯୁକ୍ତ ହୋଇ ତୁମେ କର୍ମ ବନ୍ଧନ ତ୍ୟାଗ କରିଦେବ ।ା ୩୯ ।ା ଏହି କର୍ମଯୋଗରେ ଆରମ୍ଭର ବିନାଶ ଏବଂ ବିପରୀତ ଫଳ ମଧ୍ୟ ହୁଏ ନାହିଁ । ଏହାର ସ୍ୱଳ୍ପ ଅନୁଷ୍ଠାନ ମଧ୍ୟ ମହାଭୟରୁ ରକ୍ଷା କରେ ।ା ୪୦ ।ା
ବ୍ୟାଖ୍ୟା : ଆଲୋଚ୍ୟ ଅଧ୍ୟାୟର ୧୧ଶରୁ ୩୦ଶ ଶ୍ଳୋକ ପର୍ଯ୍ୟନ୍ତ ସାଂଖ୍ୟଯୋଗର ପ୍ରକରଣ ଚାଲିଥିଲା । ବର୍ମାନ ୩୯ଶ ଶ୍ଳୋକରୁ ନିଷ୍କାମ କର୍ମଯୋଗ ଉପରେ ଆଲୋଚନା ହେବାର ସୂଚନା ମିଳେ । ଏଠାରେ ପ୍ରଣିଧାନ ଯୋଗ୍ୟ ଯେ ୩୧ଶ ଶ୍ଳୋକରୁ ୩୮ଶ ଶ୍ଳୋକ ପର୍ଯ୍ୟନ୍ତ ଆଠଟି ଶ୍ଳୋକରେ କ୍ଷତ୍ରିୟର କର୍ମ ଓ ଧର୍ମ ବିଷୟରେ ଆଲୋଚନା କରାଯାଇଛି । ପୂର୍ବାପର ସମ୍ବନ୍ଧ ଦୃଷ୍ଟିରୁ ଏଠାରେ ଏହା ଅପ୍ରାସଙ୍ଗିକ ମନେ ହୁଏ । ୩୦ଶ ଶ୍ଳୋକରେ ସାଂଖ୍ୟ ଯୋଗ ନାମକ ତ୍ୱ ଜ୍ଞାନ କହି ସାରିଲା ପରେ ପରମାତ୍ମା ୩୯ଶ ଶ୍ଳୋକରେ ଚିଶୁଦ୍ଧି ପାଇଁ ସେହି କଥାକୁ ବୁଦ୍ଧିଯୋଗ ବା ନିଷ୍କାମ କର୍ମଯୋଗ ନାମରେ କହିବାର ସୂଚନା ଦେଇଛନ୍ତି । ତେଣୁ ୩୦ଶ ଶ୍ଳୋକ ପରେ ୩୯ଶ୍ଳୋକ ଓ ତା’ର ପରବର୍ୀ ଶ୍ଳୋକ ଗୁଡ଼ିକ କ୍ରମାନୁସାରେ ରହିଲେ ପୂର୍ବାପର ସଙ୍ଗତି ରକ୍ଷା ହେଉଛି । କିନ୍ତୁ ଗୀତାରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦକୁ ପ୍ରାମାଣିକ ଓ ମହାଭାରତ ଯୁଦ୍ଧରେ କୌରବମାନଙ୍କ ବିରୁଦ୍ଧରେ ପାଣ୍ଡବମାନଙ୍କ ଯୁଦ୍ଧକୁ ଧର୍ମ ସମ୍ମତ ପ୍ରମାଣ କରିବାକୁ ଗ୍ରନ୍ଥାକାର ଏଭଳି ଶ୍ଳୋକ ଗୁଡ଼ିକ ଗୀତାର ବିଭିନ୍ନ ଅଧ୍ୟାୟରେ ମଝିରେ ମଝିରେ ପ୍ରକ୍ଷିପ୍ତ କରିଛନ୍ତି । ଅନ୍ୟଥା ଗୀତା ଭଳି ଏକ ଯୋଗ ଶାସ୍ତ୍ରକୁ ମହାଭାରତରେ ବିଲୀନ କରିବା ସମ୍ଭବ ହୋଇନଥାନ୍ତା । ପାଣିରେ ତେଲ ମିଶି ପାରେ ନାହିଁ । କାରଣ ଦୁଇ ବିଜାତୀୟ ବସ୍ତୁ ମଧ୍ୟରେ ମିଶ୍ରଣ ସମ୍ଭବ ନୁହେଁ । ଅନ୍ଧକାର ଯେତିକି ଘନୀଭୂତ ହେଲେ ମଧ୍ୟ ସୂର୍ଯ୍ୟଙ୍କୁ ଲୁଚାଇ ପାରେନାହିଁ । ସେହିପରି ମହାଭାରତ ମଧ୍ୟରେ ଗୀତାର ମିଶ୍ରଣ ସଫଳ ହୋଇ ପାରିନାହିଁ । ଅନ୍ଧକାର ଘରକୁ ସୂର୍ଯ୍ୟ ଆଲୋକିତ କଲା ପରି ମହାଭାରତ ଗ୍ରନ୍ଥକୁ ଗୀତା ତା’ର ଜ୍ଞାନାଲୋକ ଦ୍ୱାରା ସମୁଜ୍ଜ୍ୱଳ କରିଛି । ହିଂସା ଓ ଅହିଂସା ପରସ୍ପର ବିପରୀତ । ଯୁଦ୍ଧ ହିଂସାର ପରିଣାମ ଓ ଯୋଗ ହେଉଛି ସମ୍ପୂର୍ଣ୍ଣ ଅହିଂସା ମାର୍ଗ । ଏହି ଉଭୟ ମାର୍ଗର ଲକ୍ଷ୍ୟ ଏକ ହୋଇ ନପାରେ । ଜଣେ କ୍ଷତି୍ରୟ ବା ସୈନିକ ପାଇଁ ଯୁଦ୍ଧ କରିବା ଏକ ବୃିଗତ କର୍ବ୍ୟ । କାରଣ ଦେଶରକ୍ଷାର ଦାୟିତ୍ୱ ତା’ ଉପରେ ନ୍ୟସ୍ତ । ଏଠାରେ ପାପ-ପୁଣ୍ୟ ବିଚାରର ସ୍ଥାନ ନାହିଁ । ଆଜି ମଧ୍ୟ ଦେଖାଯାଉଛି ଯେ ଦେଶରକ୍ଷା ପାଇଁ ପ୍ରତ୍ୟେକ ଦେଶର ସୈନିକ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହେଉଛନ୍ତି । ସେମାନଙ୍କୁ ସେହିପରି ତାଲିମ ଦିଆଯାଇଥାଏ । ଅର୍ଜୁନ କୌଣସି ବେତନ ଭୋଗୀ ସୈନିକ ନଥିଲେ । ସେ ଥିଲେ ଜଣେ ରାଜପୁତ୍ର ଓ ଅଦ୍ୱିତୀୟ ଯୋଦ୍ଧା । ଏକଦା ବିରାଟ ଯୁଦ୍ଧରେ ସେ ଏକାକୀ ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଜୟଦ୍ରଥ, ଅଶ୍ୱାମା ଆଦି ମହାରଥିଙ୍କ ସହିତ ବିଶାଳ କୌରବ ସେନାକୁ ପରାସ୍ତ କରିଥିଲେ । ଅତ୍ୟାଚାର ଓ ଅପମାନ ଜ୍ୱାଳାରେ ଜର୍ଜରିତ ଅର୍ଜୁନଙ୍କ ପାଇଁ ମହାଭାରତ ଯୁଦ୍ଧ ଆକସ୍ମିକ ନ ଥିଲା । ଦୌପଦୀ ବସ୍ତ୍ରହରଣ ଦିନଠାରୁ ଏହିପରି ଏକ ଯୁଦ୍ଧର ମୂଳଦୁଆ ପଡ଼ିସାରିଥିଲା । ଏପରି କ୍ଷେତ୍ରରେ ଯୁଦ୍ଧର ଠିକ୍ ଅବ୍ୟବହିତ ପୂର୍ବରୁ ସ୍ବଜନ ମିତ୍ରଙ୍କ ମୃତୁ୍ୟପାଇଁ ମୋହାଚ୍ଛନ୍ନ ହୋଇପଡ଼ିବା ଓ ଯୁଦ୍ଧରେ ପ୍ରେରିତ କରିବା ପାଇଁ ସ୍ବୟଂ ଭଗବାନ ତାଙ୍କୁ ଜ୍ଞାନ ଓ ଯୋଗ ଶିକ୍ଷା ଦେବା ବିଷୟ ଅବାସ୍ତବ ମନେ ହୁଏ । ହିଂସା ପ୍ରଣୋଦିତ ଓ ରକ୍ତରଞ୍ଜିତ ହିଂସ୍ରକ ଯୁଦ୍ଧ ଦ୍ୱାରା ଧର୍ମରାଜ୍ୟ ପ୍ରତିଷ୍ଠା ଏକ ଉଦ୍ଭଟ ପରିକଳ୍ପନା ବ୍ୟତୀତ ଆଉ କ’ଣ ହୋଇପାରେ? ଆଲୋଚ୍ୟ ଅଧ୍ୟାୟରେ ଯୁଜ୍ୟସ୍ବ ଶବ୍ଦ (ଯତ୍ନବାନ ହୁଅ, ପ୍ରଯତ୍ନ କର, ପ୍ରବୃ ହୁଅ) ୩୮ଶ ଶ୍ଳୋକରେ ଯୁଦ୍ଧ ପାଇଁ ଓ ୫୦ଶ ଶ୍ଳୋକରେ ଯୋଗ ପାଇଁ ବ୍ୟବହାର ହୋଇଛି । ଗୀତା ଏକ ଯୋଗଶାସ୍ତ୍ର । ତେଣୁ ଏଥିରେ ଯୁଦ୍ଧାୟ ଯୁଜ୍ୟସ୍ବ (୨୧/୩୮) ପରିବେର୍ ଯୋଗାୟ ଯୁଜସ୍ବ (୨/୫୦) ବିବେକ ସମ୍ମତ ମନେହୁଏ । କାରଣ ପରମାତ୍ମାଙ୍କ ଦ୍ୱାରା କଥିତ ଜ୍ଞାନ ଓ ଯୋଗ ଦ୍ୱାରା ହିଁ ବିଶ୍ୱରେ ଧର୍ମରାଜ୍ୟ ପ୍ରତିଷ୍ଠା ସମ୍ଭବ ।
ଜ୍ଞାନ ସମ୍ବନ୍ଧୀୟ ବିବରଣୀକୁ ସାଂଖ୍ୟ କୁହାଯାଏ । ଦୃଶ୍ୟ ଓ ଅଦୃଶ୍ୟ ପ୍ରତ୍ୟେକ ସାର ଯଥାର୍ଥ ସ୍ବରୂପ ନିରୂପଣ ହେଉଛି ଜ୍ଞାନ । ଦର୍ଶନର ଆଭିଧାନିକ ଅର୍ଥ ହେଉଛି ଜ୍ଞାନାନୁଶୀଳନ, ଜାଗତିକ ବସ୍ତୁଗୁଡ଼ିକର କାରଣ ଓ ବିଧାନ ସମ୍ବନ୍ଧୀୟ ଜ୍ଞାନଚର୍ଚ୍ଚା । ପଦାର୍ଥ ବିଜ୍ଞାନ, ନୀତି, ନୀତି ତ୍ୱ, ନୀତି ବିଜ୍ଞାନ, ତ୍ୱ, ମନସ୍ତ୍ୱ ଇତ୍ୟାଦି । କପିଳଙ୍କ ସାଂଖ୍ୟ ଦର୍ଶନରେ ଭୌତିକ ତ୍ୱ ଗୁଡ଼ିକର ସବିସ୍ତାର ଆଲୋଚନା କରାଯାଇଛି । ଏହାକୁ ଆଧୁନିକ ପଦାର୍ଥ ବିଜ୍ଞାନ ସହିତ ତୁଳନା କରାଯାଏ । ଗୀତାର ସାଂଖ୍ୟ ଯୋଗ ଆଧ୍ୟାତ୍ମିକ ତ୍ୱ ଉପରେ ପର୍ଯ୍ୟବସିତ । ତେଣୁ ଏଥିରେ ଦର୍ଶନ ପରିବେର୍ ଯୋଗ ଶବ୍ଦ ବ୍ୟବହାର କରାଯାଇଛି । ଜ୍ଞାନ ଯେତେବେଳେ ଏକ ସିଦ୍ଧାନ୍ତ ମଧ୍ୟରେ ସୀମିତ ରହିଯାଏ ,ତାକୁ ଦର୍ଶନ କୁହାଯାଏ । ଏଥିରେ ଭିନ୍ନ ମତ ପ୍ରକାଶ ପାଇପାରେ । କିନ୍ତୁ ଜ୍ଞାନ ଯେତେବେଳେ ଅନୁଭବର ସ୍ତରକୁ ଚାଲିଆସେ ତାକୁ ଯୋଗ କୁହାଯାଏ । ଏଥିରେ ବାଦବିବାଦର ସ୍ଥାନ ନାହିଁ । କାରଣ ପ୍ରତ୍ୟକ୍ଷତା ପାଇଁ ପ୍ରମାଣର କୌଣସି ଆବଶ୍ୟକତା ନଥାଏ । ଜ୍ଞାନ ଦ୍ୱାରା ସତ୍ ଓ ଅସତ୍ର ନିର୍ଣ୍ଣୟ କରିହୁଏ । ଯୋଗ ଦ୍ୱାରା ଅସତ୍ର ତ୍ୟାଗ ଓ ସତ୍ର ଅନୁଭବ ହୁଏ । ଗୀତାରେ ଜ୍ଞାନ ଓ ଯୋଗର ସମନ୍ୱୟ ହୋଇଛି । ତେଣୁ ଏହାକୁ ଦର୍ଶନ ଶାସ୍ତ୍ର ପରିବେର୍ ଯୋଗ ଶାସ୍ତ୍ର କୁହାଯାଏ ।
କର୍ମ ସନ୍ୟାସୀଗଣ କର୍ମକୁ ବନ୍ଧନର କାରଣ ମନେ କରି ଏହାର ତ୍ୟାଗ ଉପରେ ଗୁରୁତ୍ୱ ଦିଅନ୍ତି । ଏହି ସିଦ୍ଧାନ୍ତ ଗୁରୁ-ଶିଷ୍ୟ ପରମ୍ପରା କ୍ରମେ ଚାଲିଛି । ମୁକ୍ତିର ଉପାୟ ଅନ୍ୱେଷଣ ପାଇଁ ବିଭିନ୍ନ ବ୍ୟକ୍ତି ବିଭିନ୍ନ ମାର୍ଗ ଅବଲମ୍ବନ କରନ୍ତି । ଏହାଦ୍ୱାରା ମାନବ ସମାଜ ବିଭିନ୍ନ ସାଂପ୍ରଦାୟିକ ଗୋଷ୍ଠୀରେ ବିଭାଜିତ ହୁଏ । ସାଂପ୍ରଦାୟିକ ମତଭେଦ ହେତୁ ସମାଜରେ କଳହ-କ୍ଳେଶ, ବୃଦ୍ଧି ପାଏ । ଏହିପରି ଏକ ଘଡ଼ି ସନ୍ଧି ମୁହୂର୍ରେ ଏକ ଧର୍ମ, ଏକ ମତ ଓ ଏକ ରାଜ୍ୟ ସ୍ଥାପନା ପାଇଁ ପରମାତ୍ମା ପୃଥିବୀରେ ଅବତୀର୍ଣ୍ଣ ହୋଇ ଯଥାର୍ଥ ଜ୍ଞାନ ପ୍ରଦାନ କରନ୍ତି । ସେ କହନ୍ତି, କର୍ମରେ କୌଣସି ଦୋଷ ନ ଥାଏ । କର୍ମ ନ କରି ମଣିଷ ଏକ କ୍ଷଣ ମଧ୍ୟ ବô ପାରିବ ନାହିଁ । କର୍ମ ଓ କର୍ମଫଳ ପ୍ରତି ଆସକ୍ତି ହିଁ ବନ୍ଧନର କାରଣ । କର୍ମର ସଫଳତା ଓ ବିଫଳତା ହେତୁ ମନୁଷ୍ୟ ମନରେ ଯେଉଁ ହର୍ଷ ଓ ବିଷାଦ ଭାବ ଉଦ୍ରେକ ହୁଏ ତାହାହିଁ ସକଳ ଦୁଃଖ ଓ ଶୋକର କାରଣ । ସଫଳତା ଓ ବିଫଳତାରେ ସମଭାବାପନ୍ନ ହୋଇ ଅନାସକ୍ତ ଭାବରେ କର୍ମ କଲେ ତାହା ବନ୍ଧନର କାରଣ ହୁଏ ନାହିଁ । ସତ୍ ଓ ଅସତ୍ ମଧ୍ୟରେ ଭେଦ ନିରୂପଣ ବିନା ବୁଦ୍ଧିରେ ସମତା ଆସିବା ସମ୍ଭବ ନୁହେଁ । ତେଣୁ ପରମାତ୍ମା ପ୍ରଥମେ ସାଂଖ୍ୟ ପ୍ରକରଣରେ ଏ ବିଷୟ ଉପରେ ସମ୍ୟକ ବର୍ଣ୍ଣନା କରିଛନ୍ତି । କେବଳ ଜ୍ଞାନ ଜାଣିଗଲେ ବୁଦ୍ଧି ସମତାରେ ସ୍ଥିତ ହୁଏ ନାହିଁ । ଜ୍ଞାନ ଏକ ଆଲୋକ ବର୍ିକା ଭଳି କେବଳ ରାସ୍ତା ଦେଖାଏ । ଏକ ନିଶ୍ଚୟାତ୍ମିକା ବୁଦ୍ଧିରେ ସେହି ରାସ୍ତା ଅବଲମ୍ବନ କଲେ ଈଶ୍ୱରୀୟ ମାର୍ଗର ପଥିକ (ଜ୍ଞାନୀ) ଲକ୍ଷ୍ୟ ସ୍ଥଳରେ (ମୁକ୍ତି ଓ ଜୀବନ୍ମୁକ୍ତି) ସୁଗମତା ପୂର୍ବକ ପହôପାରେ । ଏହି ଯାତ୍ରାର ନାମ ଯୋଗ । ଅନ୍ୟ ଅର୍ଥରେ ଜ୍ଞାନଯୁକ୍ତ ହୋଇ ନିଷ୍କାମ କର୍ମ କରିବା ହିଁ ଗୀତାର ଯୋଗ । ସେଥିପାଇଁ ପରମାତ୍ମା ସାଂଖ୍ୟ ପ୍ରକରଣର ସମାପ୍ତି ପରେ ୩୯ଶ ଶ୍ଳୋକରୁ କର୍ମଯୋଗ ବିଷୟରେ ବର୍ଣ୍ଣନା କରିଛନ୍ତି ।
ଦୈ୍ୱତଭାବକୁ ସମ୍ପୂର୍ଣ୍ଣ ପରିହାର କରି ସମତା ପୂର୍ବକ ନିଃସ୍ବାର୍ଥ ଭାବରେ ଜନ କଲ୍ୟାଣ ପାଇଁ ଯେଉଁ କର୍ମ କରାଯାଏ ତାହାହିଁ ଧର୍ମ । ବ୍ୟବହାରିକ ଜୀବନରେ ଏହା ସହଜ ସାପେକ୍ଷ ନୁହେଁ । ଜନ୍ମଜନ୍ମାନ୍ତର ବିଷମତା ଦୋଷରେ କଳୁଷିତ ବୁଦ୍ଧିକୁ ଠିକ୍ ଭାବରେ ତାଲିମ ଦେଇ ପରିମାର୍ଜିତ କରିବାକୁ ପଡ଼ିବ । ଏହି ପ୍ରୟାସକୁ ଏଠାରେ ବୁଦ୍ଧିଯୋଗ ବୋଲି କୁହାଯାଇଛି । ନିଷ୍କାମ କର୍ମର ଆରମ୍ଭ ହୋଇଗଲେ ତା’ର ଅନ୍ତ ହୁଏ ନାହିଁ । କର୍ମଯୋଗ ମାର୍ଗରେ ଚାଲୁ ଚାଲୁ ଯଦି କୌଣସି କାରଣରୁ ବ୍ୟକ୍ତି ପଥ ଭ୍ରଷ୍ଟ ହୋଇଯାଏ ତେବେ ସୁଦ୍ଧା ସେଥିରେ କୌଣସି କ୍ଷତି ବା ଅମଙ୍ଗଳ ହୁଏ ନାହିଁ । କାରଣ ନିଃସ୍ବାର୍ଥ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି କେବେହେଲେ ଦୁର୍ଗତି ପ୍ରାପ୍ତ ହୁଏ ନାହିଁ । “ନହି କଲ୍ୟାଣକୃତ କଶ୍ଚିଦ୍ଧୁର୍ଗତିଂ ତାତ ଗଚ୍ଛତି ।’’ ଗୀ ୬/୪୦ । । ନିଷ୍କାମ କର୍ମର ସ୍ବଳ୍ପ ଅନୁଷ୍ଠାନ ମଧ୍ୟ ମନୁଷ୍ୟକୁ ମହାଭୟରୁ ରକ୍ଷା କରେ । ସ୍ବାର୍ଥ ପ୍ରଣୋଦିତ ମନୁଷ୍ୟ ପାପ କର୍ମ କରେ । ଏହା ତାଙ୍କ ଭୟର କାରଣ ହୁଏ । ପାପଃ ଭୟସ୍ୟ କାରଣଂ । ଯେଉଁ କର୍ମ ଈଶ୍ୱରୀୟ ମତ ଓ ପଥର ପରୀପନ୍ଥି ଏବଂ ପରିଣାମରେ ଦୁଃଖଦାୟୀ ତାହା ପାପ । ପାପକର୍ମ କଲାବେଳେ ମଣିଷ ଅତି ସତର୍କତା ଅବଲମ୍ବନ କରେ । କାରଣ ଧରାପଡ଼ିବାର ଭୟ ଥାଏ । ତାକ୍ରାଳିକ ସୁଖ ପାଇଁ ସେ ବିବେକ ବିରୁଦ୍ଧ କର୍ମ କରେ । ପାପ ପଙ୍କରେ ଗୋଡ଼ ଦେଲେ ତଳକୁ ଖସିବା ସାର ହୁଏ । ପାପୀ ବ୍ୟକ୍ତି ପାଇଁ ମୃତୁ୍ୟ ଭୟଙ୍କର ରୂପ ଧାରଣ କରେ । ଜୀବଦ୍ଧଶାରେ କୃତ ସମସ୍ତ କୁକର୍ମ ଜୀବନର ଅନ୍ତିମ କ୍ଷଣରେ ଚଳଚ୍ଚିତ୍ର ପରି ମାନସ ପଟଳରେ ଉଦ୍ଭାସିତ ହୁଏ । ସେତେବେଳେ ଅନ୍ତରାତ୍ମା ହାହାକାର କରିଉଠେ । ଅନ୍ୟପକ୍ଷରେ ଯେଉଁମାନେ ନିଃସ୍ବାର୍ଥ ଓ ନିଷ୍କାମ ଭାବରେ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ସେମାନଙ୍କ ମନ ଏକ ଦିବ୍ୟ ପ୍ରଶାନ୍ତିରେ ଭରପୂର ଥାଏ । କୌଣସି ପ୍ରକାର ଭୟ ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ । ଉନ୍ନତିର ଏକ ପାବଚ୍ଛ ମନେ କରି ସେମାନେ ମୃତୁ୍ୟକୁ ସହର୍ଷ ଅତିକ୍ରମ କରନ୍ତି ।
ସକାମୀ (କର୍ମକାଣ୍ଡୀ) ପୁରୁଷମାନଙ୍କ ସ୍ୱଭାବ
ଯାମିମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତ୍ୟ ବିପଶ୍ଚିତଃ ା
ବେଦବାଦରତାଃ ପାର୍ଥ ନାନ୍ୟଦସ୍ତୀତି ବାଦିନଃ ାା୪୨ ।ା
କାମାତ୍ମନଃ ସ୍ୱର୍ଗପରା ଜନ୍ମକର୍ମଫଳ ପ୍ରଦାମ୍ ।
କ୍ରିୟାବିଶେଷ ବହୁଳାଂ ଭୋଗୈ÷ଶ୍ୱର୍ଯ୍ୟଗତିଂ ପ୍ରତି ।ା୪୩ାା
ଭୋଗୈଶ୍ୱର୍ଯ୍ୟପ୍ରସକ୍ତାନାଂ ତୟାପହୃତ ଚେତସାମ୍ ।
ବ୍ୟବସାୟାତ୍ମିକା ବୁଦ୍ଧିଃ ସମାଧୌ ନ ବିଧୀୟତେ ।ା୪୪ାା
ଅନୁବାଦ : ହେ ପାର୍ଥ! ଯେଉଁ ଅଜ୍ଞାନ ଲୋକମାନେ କର୍ମଫଳର ପ୍ରଶଂସାବାଚକ ବେଦ ବାକ୍ୟରେ ଆସକ୍ତ ହୋଇ ""ଏହା ବ୍ୟତୀତ ଅନ୍ୟ କିଛି ନାହିଁ'' ବୋଲି ଯେଉଁସବୁ ମନୋହର ବଚନ କହନ୍ତି; ସେହି କାମନା ପରାୟଣ, ସ୍ୱର୍ଗାଭିଳାସୀମାନେ କହୁଥିବା ପୁଷ୍ପିତ ବଚନ ଜନ୍ମକର୍ମଫଳ ପ୍ରଦାୟକ ଭୋଗ ଐଶ୍ଚର୍ଯ୍ୟ ପ୍ରାପ୍ତି ପାଇଁ ନାନାବିଧ କ୍ରିୟାର ବର୍ଣ୍ଣନା କରେ ।ା୪୨-୪୩ ।ା ସେଥିରେ ଅପହୃତ ଚି ଭୋଗୈଶ୍ୱର୍ଯ୍ୟରେ ଏକାନ୍ତ ଆସକ୍ତ ବ୍ୟକ୍ତିମାନଙ୍କର ଏକ ନିଶ୍ଚୟାତ୍ମିକା ବୁଦ୍ଧି ଯୋଗରେ ସ୍ଥିର ରହେ ନାହିଁ ।ା୪୪ ।ା
ବ୍ୟାଖ୍ୟା : ଦ୍ୱୈତ ଭାବ ତ୍ୟାଗ କରି ବୁଦ୍ଧିରେ ସମତା ଧାରଣ କରିବା ସହଜ କଥା ନୁହେଁ । ଏଥିପାଇଁ ଦୃଢ଼ ପ୍ରୟାସ ଆବଶ୍ୟକ । ମାତାପିତା ଦୁଷ୍ଟ ବାଳକକୁ ପ୍ରେମ ପୂର୍ବକ ବୁଝାଇ ସୁଝାଇ ଭଲବାଟରେ ଚାଲିବା ପାଇଁ ପ୍ରେରଣା ଦିଅନ୍ତି । କଳିଯୁଗୀୟ ସଂସ୍କାର ଦ୍ୱାରା ପ୍ରଭାବିତ ମନୁଷ୍ୟର ମନ ଓ ବୁଦ୍ଧିକୁ ଦୁଷ୍ଟ ବାଳକ ସହିତ ତୁଳନା କରାଯାଇ ପାରେ । ଏହାକୁ ହଠ କ୍ରିୟା ଦ୍ୱାରା ବଶୀଭୂତ କରାଯାଇ ପାରିବ ନାହିଁ । ଅସୀମ ଧୈର୍ଯ୍ୟ ସହ ନିତ୍ୟ ନିରନ୍ତର ଜ୍ଞାନଯୁକ୍ତ ସଂକଳ୍ପ ପ୍ରଦାନ କରି ତାଲିମ ଦେବାକୁ ପଡ଼ିବ । ଭ୍ରମରୀର ଅବିଶ୍ରାମ ଭୁଁ ଭୁଁ ଶବ୍ଦ ଶୁଣି ଶୁଣି କୀଟ ସ୍ବୟଂ ଭ୍ରମରୀ ପାଲଟିଯାଏ । ସେହିପରି ନିତ୍ୟ ନିରନ୍ତର ଆତ୍ମିକ ସ୍ମୃତିର ଅଭ୍ୟାସ କରୁ କରୁ ବ୍ୟକ୍ତି ଦେହାଭିମାନରୁ ମୁକ୍ତ ହୋଇଯାଏ । ଦେହ ସହିତ ସମ୍ବନ୍ଧ ବିଚ୍ଛିନ୍ନ ହେଲେ ସଂସାର ପ୍ରତି ଆଉ କୌଣସି ମୋହ ମମତା ରହେ ନାହିଁ । ମମତା ରହିତ ବ୍ୟକ୍ତି ହିଁ ସମତାରେ ସ୍ଥିତ ହୋଇପାରେ । ଏହି ସ୍ଥିତିରେ ମନ ଓ ବୁଦ୍ଧି ସ୍ବତଃ ପରମାତ୍ମାଙ୍କ ସ୍ମୃତିରେ ଅବସ୍ଥାନ କରେ । ସମତାକୁ ଗୀତାରେ ଯୋଗ କୁହାଯାଇଛି । ସମତ୍ୱଂ ଯୋଗ ଉଚ୍ୟତେ । ଆତ୍ମା ନିଶ୍ଚୟ ପୂର୍ବକ ସମତାରେ ସ୍ଥିତ ହୋଇ ପରମାତ୍ମାଙ୍କ ସହିତ ଯୁକ୍ତ ହେବାକୁ ଏକ ନିଶ୍ଚୟାତ୍ମିକା ବା ବ୍ୟବସାୟାତ୍ମିକା ବୁଦ୍ଧି କୁହାଯାଏ । ଅନ୍ୟପକ୍ଷରେ ଯେଉଁମାନଙ୍କ ବୁଦ୍ଧି ଦ୍ୱନ୍ଦାତ୍ମକ (ଦ୍ୱୈତଭାବଯୁକ୍ତ) ସେମାନେ ଆତ୍ମା ନିଶ୍ଚୟ ହୋଇପାରନ୍ତି ନାହିଁ । ସେମାନଙ୍କ ବୁଦ୍ଧି ଏକ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇପାରେ ନାହିଁ । ଅନନ୍ତ କାମନା ଓ ବାସନାର ତରଙ୍ଗରେ ସେମାନେ ସର୍ବଦା ଅଶାନ୍ତ ରହନ୍ତି । ସଂସାରର ଅନିତ୍ୟ ବିଷୟ ଭୋଗରେ ସେମାନେ ସୁଖ-ଶାନ୍ତିର ଅନ୍ୱେଷଣ କରନ୍ତି । ସେଥିପାଇଁ ସେମାନେ ବୈଦିକ କର୍ମକାଣ୍ଡର ମନୋହର ପୁଷ୍ପିତ ବଚନରେ ଆକର୍ଷିତ ହୁଅନ୍ତି । ସଂସାରରେ ବିଷୟ-ଭୋଗ ତଥା ପରଲୋକର ସ୍ବର୍ଗୀୟ ସୁଖ ଭୋଗ ପାଇଁ ସେମାନେ ନାନା ପ୍ରକାର ପୂଜା, ଉପାସନା, ଯାଗ-ଯଜ୍ଞ, ଜପ-ତପ, ଆଦି ସକାମ କର୍ମରେ ଲିପ୍ତ ରହନ୍ତି । ତେଣୁ ସେମାନଙ୍କ ବୁଦ୍ଧି ଏକ ନିଶ୍ଚୟାତ୍ମିକା ହୋଇପାରେ ନାହିଁ । ଏହିପରି ସକାମୀ ବ୍ୟକ୍ତି ଏକ ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ହୋଇପାରନ୍ତି ନାହିଁ । ତେଣୁ ଗୀତା କାମନା ଉଦ୍ରେକକାରୀ ବୈଦିକ କର୍ମକାଣ୍ଡର ମୃଦୁ ଭର୍ତ୍ସନା କରିଛି ।
ପରମାତ୍ମା ପ୍ରାପ୍ତି ଓ ମୁକ୍ତି ପାଇଁ ସାଂସାରିକ ବିଷୟ ଭୋଗ କାମନା ପ୍ରଧାନ ଅନ୍ତରାୟ । ଭୋଗ ଓ ଯୋଗ ପରସ୍ପର ବିପରୀତ । ଭୋଗ ଜନ୍ମଜନ୍ମାନ୍ତର ମନୁଷ୍ୟକୁ ବନ୍ଧନରେ ପକାଏ । ଯୋଗ ସାଂସାରିକ ବନ୍ଧନରୁ ମୁକ୍ତି ପ୍ରଦାନ କରେ । ତେଣୁ ଭୋଗ କାମନା ତ୍ୟାଗ କରି ଯୋଗ ମାର୍ଗରେ ପ୍ରବୃ ହେବା ପାଇଁ ପରମାତ୍ମା ଆଦେଶ ଦେଇଛନ୍ତି । ତସ୍ମାଦ୍ ଯୋଗୀ ଭବାର୍ଜୁନ । ବୈଦିକ କର୍ମକାଣ୍ଡ ମନୁଷ୍ୟର ଭୋଗ ପ୍ରବୃି ଜାଗ୍ରତ କରେ । ସେଥିରେ ଇହଲୋକରେ ସାଂସାରିକ ବିଷୟ ଭୋଗ ଓ ଐଶ୍ୱର୍ଯ୍ୟ ତଥା ପରଲୋକରେ ସ୍ବର୍ଗୀୟ ଭୋଗ ବିଳାସ ପ୍ରାପ୍ତି ପାଇଁ ନାନା ପ୍ରକାର ଯାଗ-ଯଜ୍ଞ, ବ୍ରତ, ଉପାସନା, ପୂଜା ଆଦିର ବର୍ଣ୍ଣନା କରାଯାଇଛି? ଏହି ଲୋଭନୀୟ କଥାରେ ପ୍ରଲୁବ୍ଧ ବ୍ୟକ୍ତି ନାନା ପ୍ରକାର କର୍ମକାଣ୍ଡର ବିଧି ଅନୁସରଣ କରି କର୍ମ ବନ୍ଧନରେ ପଡ଼ନ୍ତି । ସେମାନେ ଭାବନ୍ତି ଯେ ଭୋଗ ବ୍ୟତୀତ ସଂସାରରେ ଅନ୍ୟ କିଛି ନାହିଁ । ଏହିପରି ବେଦବାଦୀ ଭୋଗୀମାନଙ୍କୁ ପରମାତ୍ମା ଅବିବେକୀ ବୋଲି ଭର୍ତ୍ସନା କରିଛନ୍ତି । କାରଣ ସେମାନେ କର୍ମକାଣ୍ଡର ବୁଢ଼ିଆଣୀ ଜାଲରେ ଛନ୍ଦିହୋଇ କର୍ମ ଭ୍ରଷ୍ଟ ଓ ଧର୍ମ ଭ୍ରଷ୍ଟ ହୋଇପଡ଼ନ୍ତି । ଭୋଗ ଐଶ୍ୱର୍ଯ୍ୟର ମୋହିନୀ ମାୟାରେ ଅନ୍ଧ ହୋଇ ମଣିଷ ଯଜ୍ଞରେ ପଶୁବଳି ଦେବାକୁ ମଧ୍ୟ ପଶ୍ଚାପଦ ହୁଏ ନାହିଁ । ବେଦ ବାକ୍ୟର ଦ୍ୱାହି ଦେଇ ଏହିପରି ଘୃଣିତ କାର୍ଯ୍ୟକୁ ସେ ପୁଣ୍ୟକର୍ମ ବୋଲି ଯୁକ୍ତି ବାଢ଼େ । ଭୋଗ ପ୍ରବୃି ରଜଗୁଣର ଲକ୍ଷଣ । ରଜ ଗୁଣ ଚିରେ ବିକ୍ଷେପ ସୃଷ୍ଟି କରେ । ଏହାଦ୍ୱାରା ବୁଦ୍ଧି ଅନେକ ବିଷୟରେ ବିଚରଣ କରେ ଓ ଏକ ପରମାତ୍ମାଙ୍କଠାରେ ସ୍ଥିର ରହିପାରେ ନାହିଁ । ବ୍ୟବସାୟାତ୍ମିକା ବୁଦ୍ଧିଃ ସମାଧୌ ନ ବିଧୀୟତେ । ସମାଧିର ଅର୍ଥ ହେଉଛି ଆତ୍ମିକ ସ୍ଥିତିରେ ସ୍ଥିତ ରହି ବୁଦ୍ଧିକୁ ପରମାତ୍ମାଙ୍କ ସହିତ ଯୁକ୍ତ ରଖିବା । “ସମ୍ୟଗ୍ ଅଧୀୟତେଽସ୍ମିନ୍ ଆତ୍ମତ୍ୱ-ଯଥାତ୍ମ୍ୟମ୍” । ଭୌତିକ ସୁଖ ମୃଗତୃଷ୍ଣା ସଦୃଶ ଅଳୀକ । ଏହା ପଛରେ ଧାବମାନ ବ୍ୟକ୍ତିର ସମାଧି ସମ୍ଭବପର ନୁହେଁ । ବେଦ, ଦାନ, ହଠଯୋଗ, ଯଜ୍ଞ, ଅଧ୍ୟୟନ ବା ଅନ୍ୟ କୌଣସି ସକାମ କର୍ମ ଦ୍ୱାରା ପରମାତ୍ମା ପ୍ରାପ୍ତି ସମ୍ଭବ ହୁଏ ନାହିଁ । “ନ ବେଦ ଯଜ୍ଞାଧ୍ୟୟନୈର୍ନ ଦାନୈ ର୍ନ ଚ କ୍ରିୟାଭିର୍ନତପୋଭିରୁଗ୍ରୈ÷ଃ ।’’ ଗୀ ୧୧/୪୮ “ନାହଂ ବେଦୈ ର୍ନ ତପସା ନ ଦାନେନ ନ ଚେଜ୍ୟୟା ।’’ ଗୀ ୧୧/୫୩ । ପରମାତ୍ମାଙ୍କୁ କେବଳ ଅନନ୍ୟ ଭକ୍ତି ଦ୍ୱାରା ପ୍ରାପ୍ତ କରିହୁଏ । ଏକ ପରମାତ୍ମାଙ୍କଠାରେ ଏକ ନିଶ୍ଚୟାତ୍ମିକା ବୁଦ୍ଧିକୁ ଅନନ୍ୟ ଭକ୍ତି (ଅନ୍ୟ+ନ=ଅନନ୍ୟ) କୁହାଯାଏ । ଅନ୍ୟ ଅର୍ଥରେ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କାହାପ୍ରତି ଅନୁରକ୍ତି ବା ରତି ନ ରଖିବା ହିଁ ଅନନ୍ୟ ଭକ୍ତି ।
ଭକ୍ତ୍ୟା ତୁନନ୍ୟୟା ଶକ୍ୟ ଅହମେବଂ ବିଧୋଽର୍ଜୁନ ।
ଜ୍ଞାତୁଂ ଦ୍ରଷ୍ଟୁଂ ଚ ତେ୍ୱନ ପ୍ରବେଷ୍ଟୁଂ ଚ ପରନ୍ତପ । ।
ଅର୍ଥ : ହେ ଅର୍ଜୁନ ! କେବଳ ଅନନ୍ୟ ଭକ୍ତି ଦ୍ୱାରା ମନୁଷ୍ୟ ମୋତେ ଯଥାର୍ଥ ସ୍ବରୂପରେ (ତେ୍ୱନ) ଜାଣିପାରେ (ଜ୍ଞାତୁମ୍), ମୋର ସାକ୍ଷାତ୍କାର (ଦ୍ରଷ୍ଟୁମ୍) କରିପାରେ ଓ ମୋତେ ପ୍ରାପ୍ତ (ପ୍ରବେଷ୍ଟୁମ୍) କରିପାରେ ।
ନିଷ୍କାମ କର୍ମଯୋଗୀ ଓ ଆତ୍ମପରାୟଣ ହୁଅ
ତ୍ରୈଗୁଣ୍ୟ ବିଷୟା ବେଦା ନିସ୍ତ୍ରୈଗୁଣ୍ୟୋ ଭବାର୍ଜୁନ ।
ନିଦ୍ୱର୍ନ୍ଦ୍ୱୋ ନିତ୍ୟସ୍ୱସ୍ଥୋ ନିର୍ଯେ୍ୟାଗକ୍ଷେମ ଆତ୍ମବାନ୍ ।ା୪୫ାା
ଯାବାନର୍ଥ ଉଦପାନେ ସର୍ବତଃ ସଂପ୍ଳୁତୋଦକେ ।
ତାବାନ୍ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତଃ ।ା୪୬ ।ା
କର୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ ।
ମାକର୍ମଫଳ ହେତୁର୍ଭୂର୍ମା ତେ ସେଙ୍ଗାଽସ୍ତ୍ୱକର୍ମଣି ।ା୪୭ ।ା
ଯୋଗସ୍ଥଃ କୁରୁ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା ଧନଞ୍ଜୟ ।
ସିଦ୍ଧ୍ୟ ସିଦ୍ଧ୍ୟୋଃସମୋ ଭୂତ୍ୱା ସମତ୍ୱଂ ଯୋଗ ଉଚ୍ୟତେ ।ା୪୮ ।ା
ଦୂରେଣ ହ୍ୟବରଂ କର୍ମ ବୁଦ୍ଧିଯୋଗାଦ୍ଧନଞ୍ଜୟ ।
ବୁଦ୍ଧୌ ଶରଣମନ୍ୱିଚ୍ଛ କୃପଣାଃ ଫଳହେତବଃ ାା୪୯ ।ା
ବୁଦ୍ଧିଯୁକ୍ତୋ ଜହାତୀହ ଉଭେ ସୁକୃତ ଦୁଷ୍କୁତେ ା
ତସ୍ମାଦ ଯୋଗାୟ ଯୁଜ୍ୟସ୍ୱ ଯୋଗଃ କର୍ମସୁ କୌଶଳମ୍ ାା୫୦ ।ା
ଅର୍ଥ : ହେ ଅର୍ଜୁନ ! ବେଦ ସମୂହ ତ୍ରିଗୁଣମୟ ଅର୍ଥାତ ସକାମ ଫଳ ପ୍ରଦାୟକ । ଅତଏବ ତୁମେ ତ୍ରିଗୁଣାତୀତ (କର୍ମ ଫଳରେ ନିସ୍ପୃହ)ହୁଅ, ଦ୍ୱନ୍ଦ୍ୱ(ସୁଖ ଦୁଃଖ ରାଗଦ୍ୱେଷ ଶୀତୋଷ୍ଣ ପ୍ରଭୃତି) ରହିତ ହୁଅ; ଧୈର୍ଯ୍ୟଶାଳୀ ହୁଅ । ଯୋଗ କ୍ଷେମ ଶୂନ୍ୟ ହୁଅ ଏବଂ ଆତ୍ମବାନ ହୁଅ (ଅର୍ଥାତ ସର୍ବଦା ଆତ୍ମିକ ସ୍ଥିତିର ଅଭ୍ୟାସ କର) ।ା୪୫ ।ା ସର୍ବତ୍ର ଜଳପ୍ଳାବନ ହୋଇଗଲେ ସାମାନ୍ୟ ପୋଖରୀରେ (ଛୋଟ ଗାଡିଆରେ) ଯେତିକି ପରିମାଣରେ (ସ୍ନାନ ପାନାଦିର) ପ୍ରୟୋଜନ ରହେ, ବ୍ରହ୍ମନିଷ୍ଠ ବ୍ୟକ୍ତିର ସମସ୍ତ ବେଦରେ ସେତିକି ପ୍ରୟୋଜନ ରହିଥାଏ ଅର୍ଥାତ କୌଣସି ପ୍ରୟୋଜନ ରହେ ନାହିଁ । ।ା୪୬ାା କର୍ମରେ ହିଁ ତୁମର ଅଧିକାର ଅଛି କିନ୍ତୁ ଫଳରେ କଦାପି ନୁହେଁ । ତୁମେ କର୍ମ ଫଳର ହେତୁ ଭୂତÿ ହୁଅ ନାହିଁ ଏବଂ କର୍ମ ନ କରିବା ପ୍ରତି ମଧ୍ୟ ତୁମର ଆସକ୍ତି ନ ହେଉ ।ା୪୭ ।ା ହେ ଧନଞ୍ଜୟ!ତୁମେ ଫଳକାମନା ପରିତ୍ୟାଗ କରି,ସିଦ୍ଧି ଓ ଅସିଦ୍ଧିରେ ସମଭାବାପନ୍ନ ହୋଇ ଈଶ୍ୱରୀୟ ସ୍ମୃତିରେ ସ୍ଥିତ ହୋଇ କର୍ମକର । କାରଣ ସମ ଜ୍ଞାନକୁ ହିଁ ଯୋଗ କୁହାଯାଏ ।ା୪୮ ।ା ହେ ଧନଞ୍ଜୟ ! ବୁଦ୍ଧିର ସାମ୍ୟ ଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିକୃଷ୍ଟ । ତୁମେ ସମବୁଦ୍ଧିର ଆଶ୍ରୟ ନିଅ । ଫଳକାମୀ ବ୍ୟକ୍ତିମାନେ ଅତ୍ୟନ୍ତ କୃପଣ ବା ଦୀନ ଅଟନ୍ତି ।ା୪୯ ।ା ସାମ୍ୟ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ବା ଜ୍ଞାନ ଯୋଗୀ ଏହି ଜନ୍ମରେ ହିଁ ପାପ ଓ ପୁଣ୍ୟ ଉଭୟକୁ ତ୍ୟାଗ କରନ୍ତି । ତେଣୁ ତୁମେ ଈଶ୍ୱରୀୟ ସ୍ମୃତିଯୁକ୍ତ ହୋଇ କର୍ମ କରିବାର ଅଭ୍ୟାସ କର । କାରଣ ଈଶ୍ୱରୀୟ ସ୍ମୃତି(ଯୋଗ)ହିଁ କର୍ମ କୁଶଳତା ।ା୪୦ ।ା
ବ୍ୟାଖ୍ୟା : ସ୍ୱ, ରଜ ଓ ତମ ଏହି ତିନୋଟି ମୁଖ୍ୟ ଉପାଦାନ ବା ଗୁଣକୁ ନେଇ ପ୍ରକୃତିର ସୃଷ୍ଟି । ଏହି ତିନି ଗୁଣ ଜୀବାତ୍ମାକୁ ଶରୀର ଓ ସଂସାର ମଧ୍ୟରେ ବାନ୍ଧି ରଖେ ।
ସ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତି ସମ୍ଭବାଃ ।
ନିବଧ୍ନନ୍ତି ମହାବାହୋ ଦେହେଦେହିନମବ୍ୟୟମ୍ ।ା (ଗୀ-୧୪/୧୫)
ପରମାତ୍ମା ତି୍ରଗୁଣାତୀତ ହେବାକୁ ନିର୍ଦ୍ଧେଶ ଦେଇଛନ୍ତି । କାରଣ ଗୁଣମାନଙ୍କ ଅଧୀନରେ ଥିବା ପର୍ଯ୍ୟନ୍ତ ମନୁଷ୍ୟ ଶରୀର ଓ ସଂସାରର ବନ୍ଧନରୁ ମୁକ୍ତ ହୋଇପାରେ ନାହିଁ । ସ୍ୱଗୁଣ ମନୁଷ୍ୟକୁ ଶାସ୍ତ୍ରାଦି ଜ୍ଞାନ ଓ ସା୍ୱିକ ସୁଖ ଭୋଗ ପାଇଁ ପ୍ରେରିତ କରେ । ରଜ ଗୁଣ ସାଂସାରିକ ସୁଖ ଭୋଗର କାମନା ଉପôନ୍ନ କରେ । ତମ ଗୁଣର ବଶବର୍ୀ ବ୍ୟକ୍ତି ଅଜ୍ଞାନ ଅନ୍ଧକାରରେ ପଥ ହୁଡ଼ି ଧର୍ମ ଭ୍ରଷ୍ଟ ଓ କର୍ମ ଭ୍ରଷ୍ଟ ହୁଏ । ସ୍ୱ ଗୁଣ ମନୁଷ୍ୟକୁ ସୁଖରେ, ରଜ ଗୁଣ କର୍ମଫଳରେ ଓ ତମୋଗୁଣ ପ୍ରମାଦରେ ବାନ୍ଧେ ।
ସ୍ୱଂ ସୁଖେ ସଞ୍ଜୟତି ରଜଃ କର୍ମଣି ଭାରତ ।
ଜ୍ଞାନମାବୃତ୍ୟ ତୁ ତମଃ ପ୍ରମାଦେ ସଞ୍ଜୟତୁ୍ୟତ । (ଗୀ-୧୪/୯)
ତିନିଗୁଣର କାର୍ଯ୍ୟ, ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ବେଦ ନାନା ପ୍ରକାର ଯାଗ, ଯଜ୍ଞ, ତପସ୍ୟା, ଉପାସନା, ଦାନ, ବ୍ରତ, ପୂଜା ଆଦିର ବର୍ଣ୍ଣନା କରିଛି । ଏହି ସକାମ କର୍ମ ମନୁଷ୍ୟକୁ ଉଦ୍ଧ୍ୱର୍ଗାମୀ ହେବାକୁ ଦିଏ ନାହିଁ । ତିନିଗୁଣର ବଶୀଭୂତ ହୋଇ ମନୁଷ୍ୟ ଜନ୍ମଜନ୍ମାନ୍ତର କାମନା ବାସନାର ପୂିର୍ ପାଇଁ ନାନା ପ୍ରକାର କର୍ମର ଜାଲରେ ବାନ୍ଧି ହୋଇଯାଏ । ନିଃସଙ୍ଗ ଅସ୍ତ୍ରରେ ଏହି କର୍ମ ବନ୍ଧନକୁ ଛେଦନ କଲେ ମଣିଷ ଗୁଣାତୀତ ହୁଏ ।
କର୍ମଫଳ ଭୋଗ କରିବା ପାଇଁ ଜୀବାତ୍ମା ଶରୀର ଧାରଣ କରିଥାଏ । ତେଣୁ ସେ କର୍ମ ନ କରି ସଂସାରରେ କ୍ଷଣେ ରହିପାରିବ ନାହିଁ, “ନହି କଶ୍ଚିତ କ୍ଷଣମପି ଜାତୁ ତିଷ୍ଠତ୍ୟ କର୍ମକୃତ । ଗୀ- ୩/୫ । । ଘରେ ବା ଅରଣ୍ୟରେ ଯେଉଁଠି ରହିଲେ ମଧ୍ୟ ମନୁଷ୍ୟ କର୍ମ କରିବାକୁ ବାଧ୍ୟ । କ୍ରିୟାଶୀଳତାର ନାମ ଜୀବନ ଓ ନିଷ୍କ୍ରିୟତାର ନାମ ମୃତୁ୍ୟ । ନିଃଶ୍ୱାସ ନେବା, ଦେଖିବା, ଶୁଣିବା, ଭୋଜନ କରିବା, ମଳମୂତ୍ର ତ୍ୟାଗ କରିବା, ନିଦ୍ରାଯିବା ଆଦି ମଧ୍ୟ କର୍ମର ପର୍ଯ୍ୟାୟଭୁକ୍ତ । ଏସବୁ କର୍ମ ବିନା ମନୁଷ୍ୟ ବଂଚି ପାରିବ ନାହିଁ । ସାଂସାରିକ ପଦାର୍ଥ ବା ଭୋଗ୍ୟ ବିଷୟ ଗୁଡ଼ିକରେ କୌଣସି ଦୋଷ ନଥାଏ । ଏଗୁଡ଼ିକ ପ୍ରତି ମନରେ ଆସକ୍ତି ଜାତ ହେଲେ ରାଗ ଦ୍ୱେଷାଦି ଦ୍ୱନ୍ଦ୍ୱ ଭାବ ଉପôନ୍ନ ହୁଏ । ଏହାହିଁ ମନୁଷ୍ୟକୁ ତି୍ରଗୁଣ ରଜ୍ଜୁରେ ବାନ୍ଧି ରଖେ । ତେଣୁ ତି୍ରଗୁଣାତୀତ (ନିସ୍ତ୍ରୈଗୁଣ୍ୟ) ଓ ଦ୍ୱନ୍ଦ ରହିତ (ନିଦ୍ୱର୍ନ୍ଦ୍ୱଃ) ହେବା ପାଇଁ ପରମାତ୍ମା ଉପଦେଶ ଦେଇଛନ୍ତି । ଏଥିପାଇଁ ସେ ତିନୋଟି ଉପାୟ ବର୍ଣ୍ଣନା କରିଛନ୍ତି । ନିତ୍ୟ ନିରନ୍ତର ସ୍ବୀୟ ଆତ୍ମିକ ସ୍ବରୂପରେ (ଆତ୍ମବାନ) ସ୍ଥିତ ହୋଇ ଯୋଗ-କ୍ଷେମର ଅଭିଳାଷ ତ୍ୟାଗ ପୂର୍ବରୁ (ନିର୍ଯୋଗକ୍ଷେମଃ) ନିତ୍ୟ ନିରନ୍ତର ଅବିନାଶୀ (ନିତ୍ୟ ସ୍ୱ) ପରମାତ୍ମାଙ୍କ ସ୍ମୃତିର ଅଭ୍ୟାସ ଦ୍ୱାରା ମନୁଷ୍ୟ ଗୁଣାତୀତ ଓ ଦ୍ୱନ୍ଦ୍ୱ ରହିତ ହୁଏ ।
ନିତ୍ୟ ସ୍ୱସ୍ଥଃ – ପରମାତ୍ମା ନିତ୍ୟ ସ୍ୱ, ତାଙ୍କ ସ୍ମୃତିରେ ସ୍ଥିତ ହେବା ନିତ୍ୟ ସ୍ୱସ୍ଥ । ପରମାତ୍ମା ଅବିନାଶୀ, ଅପରିବର୍ନୀୟ, ଜନ୍ମ-ମୃତୁ୍ୟ ରହିତ ଓ ନିର୍ବିକାରୀ ହେତୁ ନିତ୍ୟ ଅଟନ୍ତି । ଶରୀର ଓ ସଂସାର ବିନାଶୀ, ପରିବର୍ନୀୟ, ଜନ୍ମ ମୃତୁ୍ୟ ଯୁକ୍ତ ଓ ବିକାରୀ ହେତୁ ଅନିତ୍ୟ ଅଟେ । ଅନିତ୍ୟ ସହିତ ସମ୍ବନ୍ଧ ରଖିଲେ ଦ୍ୱୈତ ଭାବ ଆସେ । ଅବିନାଶୀ ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ରହିବା ଦ୍ୱାରା ଦ୍ୱୈତ ଭାବର ଅବସାନ ହୁଏ ।
ଯୋଗ-କ୍ଷେମ – ମଣିଷ ସୁଖ ଦୁଃଖ ଉଭୟ ଅବସ୍ଥାରେ ଚିନ୍ତା କରେ । ଈପ୍ସିତ ଭୋଗ୍ୟ ବସ୍ତୁର ଅଭାବରେ ସେ ଦୁଃଖୀ ହୁଏ । ନିର୍ଧନତା ହିଁ ତା’ର ଚିନ୍ତାର କାରଣ । ଧନୀ ବ୍ୟକ୍ତି ତା’ପାଖରେ ଥିବା ସମ୍ପି ଚୋର କବଳରୁ ରକ୍ଷା ପାଇଁ ଚିନ୍ତାକରେ । ସମ୍ପି ହାନିର ଆଶଙ୍କା ହେତୁ ସେ ସର୍ବଦା ଭୟଭୀତ ରହନ୍ତି । ପରମାତ୍ମା -ପରାୟଣ ହେଲେ କୌଣସି ଚିନ୍ତା ରହେ ନାହିଁ । ପରମାତ୍ମା ତାଙ୍କ ପାଇଁ ସବୁ କିଛି । ତାଙ୍କର ଇଚ୍ଛା-ଅନିଚ୍ଛା କିଛି ନ ଥାଏ । ଈଶ୍ୱର ଇଚ୍ଛା ହେଉଛି ତାଙ୍କ ପାଇଁ କର୍ମ ଓ ଧର୍ମ । ଏହିପରି ନିଷ୍କାମ କର୍ମଯୋଗୀଙ୍କ ଯୋଗ ଓ କ୍ଷେମ ପରମାତ୍ମା ସ୍ବୟଂ ବହନ କରନ୍ତି । (ଗୀତା-୯-୨୨) ଦୈବୀ ସମ୍ପିର ପ୍ରାପ୍ତିକୁ ଯୋଗ ଓ ତା’ର ରକ୍ଷାକୁ କ୍ଷେମ କୁହାଯାଏ । ପରମାତ୍ମା ବିନାଶୀ ଧନ-ସମ୍ପି ଦିଅନ୍ତି ନାହିଁ । ଏହାର ପ୍ରାପ୍ତି ଓ ରକ୍ଷାକୁ ଯୋଗ-କ୍ଷେମ କୁହାଯାଇ ନାହିଁ । ଯିଏ କୌଣସି ପ୍ରାପ୍ତିର ଇଚ୍ଛା ରଖନ୍ତି ନାହିଁ ଓ ଯାହାକିଛି ପ୍ରାପ୍ତ ହୋଇଛନ୍ତି ସେ ସବୁ ପରମାତ୍ମାଙ୍କୁ ସମର୍ପଣ କରିଦେଇଛନ୍ତି ତାଙ୍କର କୌଣସି ବିଷୟରେ ଚିନ୍ତାର ଅବକାଶ ନ ଥାଏ । ପୁତ୍ର, ପିତାର ଆଶ୍ରୟରେ; ପନôୀ ପତିର ଆଶ୍୍ରୟରେ; ପ୍ରଜା ରାଜାଙ୍କ ଆଶ୍ରୟରେ ନିଶ୍ଚିନ୍ତ ରହେ । ସେହିପରି ଯୋଗୀ ପରମାତ୍ମାଙ୍କ ଆଶ୍ରୟରେ ରହୁଥିବାରୁ ତାଙ୍କର କୌଣସି ଚିନ୍ତା ନଥାଏ । ତାଙ୍କ ପାଇଁ ଧନ-ସମ୍ପି ମୂଲ୍ୟହୀନ । କାରଣ ତାଙ୍କ ପାଖରେ ଅବିନାଶୀ ଦୈବୀ ସମ୍ପି ଭରପୂର ଥାଏ । କଳିଯୁଗରେ ଏହା ସହଜ ଲଭ୍ୟ ନୁହେଁ । ପରମାତ୍ମା ଦୈବୀ ସମ୍ପିର ମହା ସମୁଦ୍ର । ଈଶ୍ୱରୀୟ ସନ୍ତାନ ହିସାବରେ ଯୋଗୀ ଏହି ସମ୍ପିର ଉରାଧିକାରୀ । ଦୈବୀ ସମ୍ପି ଉପରେ ସର୍ବଦା ଆସୁରୀ ଶକ୍ତିର ଦୃଷ୍ଟି ଥାଏ । ଏହାକୁ ଆଧ୍ୟାତ୍ମିକ ଭାଷାରେ ମାୟା କୁହାଯାଏ । ମାନବାତ୍ମାର ମନୋବିକାର ରୂପେ ଏହା ଆତ୍ମପ୍ରକାଶ କରେ । ମୋହିନୀ ରୂପ ଧାରଣ କରି ମାୟା ଯୋଗୀକୁ ମୋହିତ କରିବାକୁ ଚେଷ୍ଟା କରେ । ମାୟାର ମୋହିନୀ ଶକ୍ତିର ପ୍ରଭାବରେ ପ୍ରଭାବିତ ଯୋଗୀ ଈଶ୍ୱର ଦ ସମ୍ପିକୁ ସ୍ବ-ପୁରୁଷାର୍ଥ ଲବ୍ଧ ଭାବି ଅଭିମାନ କରେ । ଏହାଦ୍ୱାରା ତା’ର ସମସ୍ତ ଈଶ୍ୱରୀୟ ସମ୍ପି ନଷ୍ଟ ହୁଏ । ଅଭିମାନ ଓ ଅହଂକାର ହେଉଛି ଆସୁରୀ ସମ୍ପି । ଏହି ଉଭୟର ଆବିର୍ଭାବରେ ଈଶ୍ୱରୀୟ ସମ୍ପି ଆପେ ଆପେ ଚାଲିଯାଏ । କିନ୍ତୁ ପରମାତ୍ମାଙ୍କ ଉପରେ ନିର୍ଭରଶୀଳ ଯୋଗୀ ଦୈବୀ ସମ୍ପିକୁ ଈଶ୍ୱରୀୟ ପ୍ରସାଦ ରୂପେ ଗ୍ରହଣ କରନ୍ତି । ସେ ନିରହଙ୍କାରୀ ଭାବରେ ଜଗତ କଲ୍ୟାଣ ପାଇଁ କର୍ମ କରନ୍ତି । ତାଙ୍କ ନିଜ ପାଇଁ କୌଣସି ଚିନ୍ତା ନଥାଏ । ଯିଏ ନିଜ ଚିନ୍ତା କରେ ନାହିଁ, ତା’ ଚିନ୍ତା ପରମାତ୍ମା କରନ୍ତି । ତା’ର ଭରଣ-ପୋଷଣ ଦାୟିତ୍ୱ ମଧ୍ୟ ପରମାତ୍ମା ନିଜେ ବହନ କରନ୍ତି ।
ଆତ୍ମବାନ୍ – ପରମାତ୍ମାଙ୍କ ସ୍ମୃତିରେ ନିତ୍ୟ ସ୍ଥିତ ହେବା ପାଇଁ ଆତ୍ମପରାୟଣ ହେବା ଆବଶ୍ୟକ । କାରଣ ସେ ସ୍ଥୂଳ ଇନ୍ଦ୍ରିୟ ଦ୍ୱାରା ଦୃଶ୍ୟମାନ ନୁହନ୍ତି । ଦେହାଭିମାନ ହିଁ ଆତ୍ମ ବିସ୍ମୃତିର କାରଣ । ଆତ୍ମ ପରାୟଣ ହେବା ପାଇଁ ସମସ୍ତ ପ୍ରକାର ଦୈହିକ ସମ୍ବନ୍ଧ ଓ ସମ୍ପର୍କ ପ୍ରତି ଥିବା ରାଗ ଓ ଦ୍ୱେଷ ପରିହାର ପୂର୍ବକ ନିଜକୁ ଦେହଠାରୁ ପୃଥକ ଏକ ଜ୍ୟୋତିର୍ବିନ୍ଦୁ ସ୍ବରୂପ ଆତ୍ମା ବୋଲି ନିରନ୍ତର ଅଭ୍ୟାସ କରିବାକୁ ହେବ । ଏହିପରି ଅଭ୍ୟାସ ଦ୍ୱାରା ସଦା ସର୍ବଦା ଆତ୍ମିକ ଚେତନାରେ ସ୍ଥିତ ବ୍ୟକ୍ତିକୁ ଆତ୍ମବାନ କୁହାଯାଏ ।
ସତ୍ୟ ସ୍ବୟଂ ସିଦ୍ଧ । ଏହା ଅନୁଭବର ବିଷୟ । ବେଦ ଓ ଶାସ୍ତ୍ର ଦ୍ୱାରା ଏହା ପ୍ରମାଣ ହୋଇ ପାରେ ନାହିଁ । ଅନୁଭବକୁ ଭାଷା ଦ୍ୱାରା ବ୍ୟକ୍ତ କରାଯାଇପାରେ ନାହିଁ । ବେଦାଦି ଶାସ୍ତ୍ର ପୁରାଣ ଋଷିମୁନିମାନଙ୍କ ଭାବନାର ଅଭିବ୍ୟକ୍ତି । ଦୁଧରେ ଲହୁଣି ପରି ଏଥିରେ ସତ୍ୟ ଲୁକ୍କାୟିତ । ଉପଯୁକ୍ତ ପ୍ରଣାଳୀରେ ମନ୍ଥନ କଲେ ଦୁଧରୁ ଲହୁଣି ବାହାରେ । ବିଧି ବିନା ସିଦ୍ଧି ହୁଏ ନାହିଁ । ମାନବୀୟ ବୁଦ୍ଧି ସୀମିତ । କଳିଯୁଗୀୟ ମନୁଷ୍ୟର ବୁଦ୍ଧି ପୂର୍ବାଗ୍ରହ ଦୋଷରେ ଦୂଷିତ । ଏହି ଦୋଷରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ସତ୍ୟ ଅନୁଭବ ହୁଏ ନାହିଁ । ଋଢ଼ିବାଦିତା ଓ ଶାସ୍ତ୍ରଜ୍ଞାନର ଅଭିମାନ ହେତୁ ମଣିଷ ସତ୍ମାର୍ଗର ଅବଲମ୍ବନ କରିପାରେ ନାହିଁ । ସେ ନିଜ ସ୍ବାର୍ଥ ଓ ପ୍ରୟୋଜନ ଅନୁସାରେ ଶାସ୍ତ୍ରୀୟ ଜ୍ଞାନକୁ ବ୍ୟବହାର କରେ । ସାକ୍ଷାତ ଈଶ୍ୱରଙ୍କ ଦ୍ୱାରା କଥିତ ବଚନକୁ ମଧ୍ୟ ମନୁଷ୍ୟ ବେଦାଦି ଶାସ୍ତ୍ର ପୁରାଣର ଦ୍ୱାହି ଦେଇ ଖଣ୍ଡନ କରିବାକୁ ପଶ୍ଚାପଦ ହୁଏ ନାହିଁ । ଏହିପରି ଦୁରାଗ୍ରହୀ ବ୍ୟକ୍ତିମାନଙ୍କୁ ଭଗବାନ ଗୀତାରେ ଅବିବେକୀ ବୋଲି ଭର୍ତ୍ସନା କରିଛନ୍ତି । ପରମାତ୍ମା ସ୍ବୟଂ ଜ୍ଞାନର ମହାସମୁଦ୍ର । ତାଙ୍କ ତୁଳନାରେ ମଣିଷକୃତ ସମସ୍ତ ଶାସ୍ତ୍ର ପୁରାଣ କ୍ଷୁଦ୍ର ଜଳାଶୟ ସଦୃଶ । ଜ୍ଞାନୀ ଓ ଯୋଗୀ ବ୍ୟକ୍ତି ନିତ୍ୟ ଜ୍ଞାନର ମହାସମୁଦ୍ରରେ ଅବଗାହନ କରନ୍ତି । ତାଙ୍କ ପାଇଁ ବେଦାଦି ଶାସ୍ତ୍ର ପୁରାଣରେ କୌଣସି ପ୍ରୟୋଜନ ନଥାଏ । ଅନ୍ଧ ଭକ୍ତି ବା ଜ୍ଞାନ ବିହୀନ ଭକ୍ତି ଧର୍ମ ଗ୍ଲାନିର ମୂଳ କାରଣ । ମନୁଷ୍ୟ ସମାଜରୁ ଧର୍ମାନ୍ଧତାର ଦୂରୀକରଣ ପାଇଁ ପରମାତ୍ମା ଧରାବତରଣ କରନ୍ତି । ଜ୍ଞାନ ସୂର୍ଯ୍ୟ ପରମାତ୍ମାଙ୍କ ଆବିର୍ଭାବରେ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୁଏ । ହିନ୍ଦିରେ ଏକ ଉକ୍ତି ଅଛି “ଜ୍ଞାନ ସୂର୍ଯ୍ୟ ପ୍ରଗଟା, ଅଜ୍ଞାନ ଅନ୍ଧେରା ଦୂର ।’’ ରାତ୍ରିର ଅନ୍ଧକାରରେ ଦୀପ, ଲଣ୍ଠନ, ବିଜୁଳୀବତୀ ଆଦି ଦ୍ୱାରା ମଣିଷ ଆଲୋକ ପ୍ରାପ୍ତ ହୁଏ । ସୂର୍ଯ୍ୟ ଉଦୟ ହେଲେ ଏଗୁଡ଼ିକର ପ୍ରୟୋଜନ ନ ଥାଏ । ଯେଉଁଠି ନଦୀର ସ୍ବଚ୍ଛ ଜଳ ପ୍ରବାହ ଓ ନିର୍ମଳ ଜଳଯୁକ୍ତ ହ୍ରଦ ବା ବୃହତ୍ ଜଳାଶୟ ଥାଏ ସେଠାରେ କୂଅ, ଗାଡ଼ିଆ, ନାଳ ଆଦି କ୍ଷୁଦ୍ର ଜଳାଶୟର ବ୍ୟବହାର ଅତି ନଗଣ୍ୟ ହୋଇଯାଏ । ପରମାତ୍ମା ପ୍ରାପ୍ତି ନ ହେବା ପର୍ଯ୍ୟନ୍ତ ମନୁଷ୍ୟ ବେଦାଦି ଶାସ୍ତ୍ର ପୁରାଣ ଦ୍ୱାରା ନିଜର ଜ୍ଞାନ ପିପାସା ନିବାରଣ କରେ । କିନ୍ତୁ ପରମାତ୍ମା ଯେତେବେଳେ ସାକ୍ଷାତ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ଗୀତା ଜ୍ଞାନ ପ୍ରଦାନ କରନ୍ତି, ସେତେବେଳେ ବେଦଶାସ୍ତ୍ରାଦିର ପ୍ରୟୋଜନ ରହେ ନାହିଁ । କାରଣ ତାଙ୍କ ଦ୍ୱାରା କଥିତ ଜ୍ଞାନ ଦ୍ୱାରା ହିଁ ତାଙ୍କୁ ଜାଣିହୁଏ ଓ ତାଙ୍କ ନିର୍ଦ୍ଧେଶିତ ମାର୍ଗର ଅବଲବମ୍ବନ କଲେ ତାଙ୍କୁ ପ୍ରାପ୍ତ କରିହୁଏ ।
ମଣିଷ ଜୀବନ ପାଇଁ କର୍ମ ଅପରିହାର୍ଯ୍ୟ । କର୍ମରେ ତା’ର ଅଧିକାର ଅଛି । କର୍ମ ବନ୍ଧନରୁ ରକ୍ଷା ପାଇବା ପାଇଁ ଫଳାକାଙ୍କ୍ଷା ତ୍ୟାଗ କରିବାକୁ ପଡିବ । କାରଣ ଫଳ କାମନା ରଖି କର୍ମ କଲେ ତାହା ଅଶାନ୍ତି, ଦୁଃଖ, ଉଦ୍ବେଗର କାରଣ ହୁଏ । ଫଳ ଭୋଗ କାମନା ଯୁକ୍ତ କର୍ମ ଦ୍ୱାରା ମଣିଷ ରଜୋଗୁଣରେ ବାନ୍ଧି ହୁଏ । ଅନ୍ୟପକ୍ଷରେ ଅଶୁଭ ପରିଣତିର ଆଶଙ୍କା କରି କର୍ମ ତ୍ୟାଗ କରିବା ଦ୍ୱାରା ସେ ତମୋଗୁଣରେ ବାନ୍ଧି ହୁଏ । ତେଣୁ ଫଳାଫଳ ପ୍ରତି ଅନାସକ୍ତ ରହି କର୍ମ କଲେ ତାହା ଦୁଃଖର କାରଣ ହୁଏ ନାହିଁ । ପ୍ରତ୍ୟେକ କର୍ମର ଫଳ ଅବଶ୍ୟ ଅଛି । କର୍ମାନୁସାରେ ମଣିଷ ଫଳ ଭୋଗ କରିବାକୁ ବାଧ୍ୟ । ଆସକ୍ତି ହେତୁ ସେ କର୍ମଫଳର କାରଣ ହୋଇଯାଏ । ଏହାଦ୍ୱାରା କର୍ୃତ୍ୱାଭିମାନ ଆସେ । ତେଣୁ କର୍ମଫଳର କାରଣ ନ ହେବା ପାଇଁ କୁହାଯାଇଛି । ପ୍ରଶ୍ନ ଉଠିପାରେ ଯଦି ଫଳ ଇଚ୍ଛା ନ ରହିବ ତେବେ ମଣିଷ କର୍ମ କରିବ କାହିଁକି ? କର୍ମ ନ କରିବା ପ୍ରତି ଯଦି ଆସକ୍ତି ହୁଏ ତେବେ ପ୍ରମାଦ, ଆଳସ୍ୟ ଆଦି ତାମସିକ ବୃିଗୁଡ଼ିକ ବୃଦ୍ଧି ପାଇବ ଓ ମନୁଷ୍ୟ ଅଧୋଗାମୀ ହେବ । ସୁତରାଂ କର୍ମ ନ କରିବା ଅପେକ୍ଷା କର୍ମ କରିବା ଶ୍ରେୟସ୍କର । କର୍ମ କରିବାରେ ମଣିଷର ଅଧିକାର ଅଛି । ପରମାତ୍ମା କର୍ମ ଆଧାରରେ ଫଳାଫଳ ନିର୍ଣ୍ଣୟ କରନ୍ତି । ଭଲ ପାଠ ପଢ଼ି ପରୀକ୍ଷା ଦେବା ଛାତ୍ରର କର୍ବ୍ୟ । ଫଳାଫଳ ଘୋଷଣା କରିବାର ଅଧିକାର ଶିକ୍ଷକଙ୍କର, ତେଣୁ ସେ ବିଷୟରେ ଚିନ୍ତା କରିବା ବୃଥା । ସଂସାର ଏକ ପରୀକ୍ଷାଗାର । ଜୀବନରେ ଆସୁଥିବା ଅନେକ ଝଡ଼ଝଞ୍ଜା ମନୁଷ୍ୟ ପାଇଁ ପରୀକ୍ଷା ସ୍ବରୂପ । ପ୍ରତ୍ୟେକ ପରିସ୍ଥିତିରେ ବୁଦ୍ଧିକୁ ନିଶ୍ଚଳ ରଖିବା ଉଚିତ । ସ୍ଥିର ଓ ନିଶ୍ଚଳ ବୁଦ୍ଧିରେ ବିଷମତା ଉପôନ୍ନ ହୁଏ ନାହିଁ । ବୁଦ୍ଧିରେ ସମତା ପ୍ରତିଷ୍ଠାକୁ ଯୋଗ କୁହାଯାଏ ଓ ଏହା କର୍ମକୁ କୁଶଳ କରେ । କର୍ମ ବନ୍ଧନରୁ ମୁକ୍ତ ହେବା ପାଇଁ ଯୋଗହିଁ ଏକମାତ୍ର କୌଶଳ । ଯୋଗଯୁକ୍ତ ମନୁଷ୍ୟ ଜୀବନର ସମସ୍ତ ପରୀକ୍ଷାରେ କୃତୀତ୍ୱର ସହ ଉୀର୍ଣ୍ଣ ହୁଏ । କର୍ମରେ ଯୋଗ ଯୁକ୍ତ ହେଲେ ଆସକ୍ତିର ବିୟୋଗ ହୁଏ । କର୍ମରେ ଯୋଗ ନ ରହିଲେ ଆସକ୍ତିର ଉପôନ୍ନ ହୁଏ । କର୍ମରେ ଆସକ୍ତି ରହିଲେ ମନୁଷ୍ୟର କର୍ବ୍ୟାକର୍ବ୍ୟ ଜ୍ଞାନ ରହେ ନାହିଁ । ସେ ନିଷିଦ୍ଧ କର୍ମକୁ ମଧ୍ୟ ଶାସ୍ତ୍ର ପୁରାଣର ଦ୍ୱାହି ଦେଇ କର୍ବ୍ୟ କର୍ମ ବୋଲି ଯୁକ୍ତି କରେ । ଯେଉଁ କର୍ମ ବିଧିସମ୍ମତ ନୁହେଁ ତାହା ନିଷିଦ୍ଧ କର୍ମ । ଚୋରି କରିବା ଚୋରର ବୃି, କିନ୍ତୁ ଏହା ବିଧିସମ୍ମତ ହୋଇନଥିବାରୁ ନିଷିଦ୍ଧ କର୍ମ । ଜଣେ ସୈନିକ ଯୁଦ୍ଧକ୍ଷେତ୍ରରେ ଶତୁ୍ରପକ୍ଷର ଯାହାକୁ ହତ୍ୟା କଲେ ମଧ୍ୟ ତାହା ଅପରାଧ ବୋଲି ଗଣ୍ୟ ହୁଏ ନାହିଁ । କିନ୍ତୁ ଯୁଦ୍ଧ ବ୍ୟତୀତ ଅନ୍ୟ ସମୟରେ ବ୍ୟକ୍ତିଗତ ଶତ୍ରୁତା ହେତୁ ବା ଅନ୍ୟ କାରଣରୁ କାହାକୁ ହତ୍ୟା କଲେ ତାହା ଏକ ଧର୍ବ୍ୟ ଅପରାଧ ହୁଏ । ତେଣୁ ମନ ଇଚ୍ଛା ଆସକ୍ତି ବଶତଃ କୌଣସି କର୍ମ କରିବା ଅନୁଚିତ । ଅନ୍ୟଥା ତାହା ବନ୍ଧନର କାରଣ ହୁଏ ।
କର୍ମ ଓ କର୍ମଫଳ ପ୍ରତି ଆସକ୍ତି ହେତୁ ବୁଦ୍ଧିରେ ବିଷମତା ଦୋଷ ଉପôନ୍ନ ହୁଏ । କର୍ମର ପରିଣତି ସ୍ବାର୍ଥାନୁକୂଳ ହେଲେ ମଣିଷ ଖୁସି ଓ ବିପରୀତ ଫଳରେ ଦୁଃଖୀ ହୁଏ । କର୍ମରେ ସଫଳତାକୁ ସିଦ୍ଧି ଓ ବିଫଳତାକୁ ଅସିଦ୍ଧି କୁହାଯାଏ । ଅନାସକ୍ତ ଭାବରେ କର୍ମ କରିବା ଦ୍ୱାରା ସିଦ୍ଧି ଓ ଅସିଦ୍ଧିରେ ବୁଦ୍ଧି ଅସ୍ଥିର ହୁଏ ନାହିଁ । ଦ୍ୱୈତ ଅବସ୍ଥାରେ ବୁଦ୍ଧିର ସ୍ଥିରତାକୁ ସମତା କୁହାଯାଏ । ସମତା ପୂର୍ବକ କର୍ମ କରିବା ହେଉଛି ଯୋଗ । ଯେପରି ସ୍ଥିର ଜଳରେ ପ୍ରତିବିମ୍ବ ସ୍ପଷ୍ଟ ଦେଖି ହୁଏ ସେହିପରି ସମବୁଦ୍ଧି ଯୁକ୍ତ ମନୁଷ୍ୟର ମନ ପରମାତ୍ମାଙ୍କ ସହିତ ଏକାଗ୍ର ଭାବରେ ଯୁକ୍ତ ରହିପାରେ । କର୍ବ୍ୟ ରୂପରେ ପ୍ରାପ୍ତ କର୍ମ ଓ ତା’ର ଫଳ ଉଭୟକୁ ସେ ପରମାତ୍ମାଙ୍କୁ ସମର୍ପଣ କରିଦିଅନ୍ତି । ତେଣୁ ସେଥିରେ ତାଙ୍କର କୌଣସି ଆସକ୍ତି, ଇଚ୍ଛା, ତୃଷ୍ଣା, ଦ୍ୱେଷ ଆଦି ରହେ ନାହିଁ । କାମନାଯୁକ୍ତ କର୍ମହିଁ ସକଳ ଦୁଃଖର କାରଣ । କାମୀ ବ୍ୟକ୍ତି ଦୀନହୀନ ଭାବରେ ପରମାତ୍ମାଙ୍କୁ ମାଗେ, ଧନଂ ଦେହି, ଯଶଂ ଦେହି, ପୁତ୍ରଂ ଦେହି.... ଇତ୍ୟାଦି । କାମନା ପୂରଣ ନ ହେଲେ ସେ ଦୁଃଖୀ ହୁଏ ଓ ସେଥିପାଇଁ ଭଗବାନଙ୍କୁ ଦୋଷ ଦିଏ । ତାଙ୍କ ପ୍ରତି ରୋଷ ବ୍ୟକ୍ତ କରେ । ଏପରି ବ୍ୟକ୍ତି ଭକ୍ତ ନୁହେଁ, ସ୍ବାର୍ଥୀ ଅଟେ । ଯୋଗୀ ପରମାତ୍ମାଙ୍କୁ ନିଜର ପିତା ତୁଲ୍ୟ ଭକ୍ତି କରେ । ସେ ତାଙ୍କର ସମସ୍ତ ଈଶ୍ୱରୀୟ ସମ୍ପିର ଉରାଧିକାରୀ ବୋଲି ମନେକରେ । ପ୍ରକୃତ ଭକ୍ତ ବା ଯୋଗୀ ଭଗବାନଙ୍କୁ ମାଗେ ନାହିଁ, ସେ ସର୍ବସ୍ବ ତାଙ୍କୁ ଅର୍ପଣ କରି ଦିଏ । ତେଣୁ ନିଷିଦ୍ଧ କର୍ମର ତ୍ୟାଗ ପୂର୍ବକ ନିଷ୍କାମ ଭାବରେ କର୍ବ୍ୟ କର୍ମରେ ପ୍ରବୃ ହେବା କର୍ମଯୋଗ ବା ବୁଦ୍ଧି ଯୋଗ ଅଟେ । ଯୋଗରେ ତ୍ୟାଗ ପ୍ରଧାନ । ତ୍ୟାଗ ବିନା ଯୋଗ ସମ୍ଭବ ନୁହେଁ । କାମନାର ବିୟୋଗ ନ ହେବା ପର୍ଯ୍ୟନ୍ତ ବୁଦ୍ଧି ସମତାରେ ସ୍ଥିତ ହୁଏ ନାହିଁ । ସମତା ବା ଯୋଗ ଦ୍ୱାରା କର୍ମରେ କୁଶଳତା ଆସେ । ଯୋଗ ଏକ କବଚ ପରି ମନୁଷ୍ୟକୁ ରକ୍ଷା କରେ । ଏହି କବଚଧାରୀ ବ୍ୟକ୍ତି କର୍ମର ଶୁଭା-ଶୁଭ ଫଳର ପ୍ରଭାବରେ ପ୍ରଭାବିତ ହୁଏ ନାହିଁ । ତାଙ୍କର ପ୍ରତ୍ୟେକ କର୍ମ ଈଶ୍ୱରୀୟ ଇଚ୍ଛା ଅନୁସାରେ ସମ୍ପାଦନ ହୁଏ । ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମହିଁ ହେଉଛି ଯୋଗ ।
ଈଶ୍ୱରୀୟ ସ୍ମୃତି ଯୁକ୍ତ କର୍ମ ହିଁ ଯୋଗ ଅଟେ
କର୍ମଜଂ ବୁଦ୍ଧିଯୁକ୍ତାହି ଫଳଂ ତ୍ୟକ୍ତ୍ୱା ମନୀଷିଣଃ ।
ଜନ୍ମ ବନ୍ଧ ବିନିମୁର୍କ୍ତାଃ ପଦଂ ଗଚ୍ଛନ୍ତ୍ୟନାମୟମ ।ା୫୧ ।ା
ଯଦା ତେ ମୋହକଲିଳଂ ବୁଦ୍ଧିର୍ବ୍ୟତିତରିଷ୍ୟତି ।
ତଦା ଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ ।ା୫୨ ।ା
ଶ୍ରୁତି ବିପ୍ରତିପନ୍ନା ତେ ଯଦା ସ୍ଥାସ୍ୟତି ନିଶ୍ଚଳା ।
ସାମାଧାବଚଳା ବୁଦ୍ଧିସ୍ତଦା ଯୋଗମବାପ୍ସ୍ୟସି ।ା୫୩ ।ା
ଅର୍ଥ : ପରମାତ୍ମା ସ୍ମୃତିଯୁକ୍ତ ଜ୍ଞାନୀ ବ୍ୟକ୍ତିମାନେ କର୍ମ ଜନିତ ଫଳ ତ୍ୟାଗ କରି ଜନ୍ମ ବନ୍ଧନରୁ ମୁକ୍ତ ହୋଇ ପରମ ପଦ ନିଶ୍ଚିତ ଭାବରେ ଲାଭ କରନ୍ତି ।ା୫୧ାା ଯେତେବେଳେ ତୁମର ବୁଦ୍ଧି ମୋହ ରୂପକ ପଙ୍କ ଅତିକ୍ରମ କରିବ ସେତେବେଳେ ତୁମେ ଶୋ୍ରତବ୍ୟ ଏବଂ ଶ୍ରୁତ ଶାସ୍ତ୍ର ବଚନର ବିଷୟରୁ ବୈରାଗ୍ୟ ପ୍ରାପ୍ତ ହେବ ।ା୫୨ାା ଯେତେବେଳେ ବେଦ ଉପନିଷଦ ଆଦି ଶାସ୍ତ୍ର ଦ୍ୱାରା ବିଭ୍ରାନ୍ତ ତୁମର ବୁଦ୍ଧି ପରମାତ୍ମା ସ୍ମୃତିରେ ନିଶ୍ଚଳ ହୋଇଯିବ ସେତେବେଳେ ତୁମେ ଯୋଗଯୁକ୍ତ ହେବ ବା ଯୋଗ ପ୍ରାପ୍ତ ହେବ ।ା୫୨ ।ା
ବ୍ୟାଖ୍ୟା : ମାୟାବାଦୀ କର୍ମ ସନ୍ୟାସୀଗଣ କର୍ମକୁ ଜନ୍ମ ରୂପକ ବନ୍ଧନର କାରଣ ମନେ କରନ୍ତି । ଏହିପରି ପ୍ରଚାରରେ ବିଭ୍ରାନ୍ତ ହୋଇ ବା ଭୟ ହେତୁ ଅନେକ ଘର ସଂସାର ତ୍ୟାଗ କରନ୍ତି । ଏହି ତ୍ୟାଗରେ ଭୟ ପ୍ରଧାନ ଓ ଭକ୍ତି ଗୌଣ ହୋଇଯାଏ । ଭୟ ଏକ ମନୋବିକାର । ଭଗବତ୍ ପ୍ରାପ୍ତି ପାଇଁ ସମସ୍ତ ମନୋବିକାର ତ୍ୟାଗ କରିବା ଆବଶ୍ୟକ । ଏଥିପାଇଁ ସଂସାର ଓ କର୍ମ ବାଧକ ନୁହେଁ । କର୍ମ ଓ କର୍ମଫଳରେ ଆସକ୍ତି ମଣିଷକୁ ବନ୍ଧନରେ ପକାଏ । ଜନ୍ମ ମଧ୍ୟ ବନ୍ଧନ ନୁହେଁ । ମୋହ, ମମତା, ଆସକ୍ତି ଆଦିକୁ ରଜ୍ଜୁ ସହିତ ତୁଳନା କରାଯାଏ । କାରଣ ଏହି ଅଦୃଶ୍ୟ ସୂକ୍ଷ୍ମ ରଜ୍ଜୁରେ ବାନ୍ଧି ହୋଇଥିବା ବ୍ୟକ୍ତି ସହଜରେ ବନ୍ଧନମୁକ୍ତ ହୋଇପାରେ ନାହିଁ । ଦେହାଭିମାନୀ ବ୍ୟକ୍ତି ଜୀବନକୁ ବନ୍ଧନ ମନେ କରେ । ଦେହୀଅଭିମାନୀ ଜୀବନ୍ମୁକ୍ତ ଅଟେ । ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ଆଦି ସହିତ ତାଙ୍କର ଆସକ୍ତି କିମ୍ବା ଦ୍ୱେଷ ଆଦୌ ନଥାଏ । ଏପରି ସମବୁଦ୍ଧି ଯୁକ୍ତ ମନୀଷିମାନଙ୍କୁ ଭଗବାନ ସ୍ଥିତ ପ୍ରଜ୍ଞ ଆଖ୍ୟା ଦେଇଛନ୍ତି (ଗୀ-୨/୫୫-୬୧) । ସେମାନେ ଘର ଗୃହସ୍ଥରେ ଥାଇ ଏକ ନ୍ୟାସୀ ସଦୃଶ ସମସ୍ତ କର୍ମ ସମ୍ପାଦନ କରନ୍ତି । ପରମାତ୍ମା ଏପରି ବ୍ୟକ୍ତିମାନଙ୍କୁ ପ୍ରକୃତ ସନ୍ନ୍ୟାସୀ ବୋଲି କହିଛନ୍ତି । ସେମାନଙ୍କ ଇହ ଜନ୍ମ ପାପ ରହିତ ହୁଏ ଓ ପରଜନ୍ମ ଦିବ୍ୟ ହୁଏ । (ଅନାମୟମ ପଦମ୍) ।
ମୋହ ଏକ ପାଶ ପରି ମନୁଷ୍ୟକୁ ସଂସାର ସହିତ ବାନ୍ଧି ରଖେ । ଏହା ଏକ ପରଳ ସଦୃଶ ଜ୍ଞାନ ଚକ୍ଷୁକୁ ଆବୃ କରେ । ତେଣୁ ମଣିଷ ନିତ୍ୟ-ଅନିତ୍ୟ ଏବଂ ସତ୍ୟ-ଅସତ୍ୟର ଭେଦ ନିର୍ଣ୍ଣୟ କରିପାରେ ନାହିଁ । ମୋହ ମୋକ୍ଷର ବାଧକ । ମୋହ କ୍ଷୟ ହେଲେ ମୋକ୍ଷ ପ୍ରାପ୍ତି ହୁଏ । ମୋହବଶତଃ ସେ ବେଦୋକ୍ତ ସକାମ କର୍ମ ଜାଲରେ ବାନ୍ଧିହୁଏ । ଯେପରି ମରୁଭୂମିରେ ତୃଷାର୍ ପଥିକ ତୃଷା ନିବାରଣ ପାଇଁ ଜଳ ଭ୍ରମରେ ମରୀଚିକା ପଛରେ ଗୋଡ଼ାଇ ପଥଭ୍ରଷ୍ଟ ହୁଏ, ସେହିପରି ମୋହାନ୍ଧ ବ୍ୟକ୍ତି ସଂସାରରେ ଅଳୀକ ଭୋଗ-ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ନାନାବିଧ କର୍ମ କରି ଅଧୋଗାମୀ ହୁଏ । ମୋହ ବ୍ୟକ୍ତିକୁ କର୍ବ୍ୟ ବିମୁଖ କରାଏ । ଈଶ୍ୱରୀୟ ମାର୍ଗରେ ଚାଲିବା ପାଇଁ ଏହା ନାନା ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରେ । ପବିତ୍ରତା, ଶୁଦ୍ଧ ଅନ୍ନ ଭୋଜନ, ସତ୍ସଙ୍ଗ ଓ ଦିବ୍ୟଗୁଣ ଧାରଣ – ଏହି ଚାରୋଟି ଚକ ବିଶିଷ୍ଟ ପୁରୁଷାର୍ଥ ରୂପକ ଯାନ ଆରୋହଣ କଲେ ବ୍ୟକ୍ତି ପରମାତ୍ମାଙ୍କ ପାଖରେ ପହେ । ମୋହ ଏହି ପୁରୁଷାର୍ଥ ଯାନର ଅଗ୍ରଗତିରେ ବାଧା ସୃଷ୍ଟି କରେ । ମୋହ ରୂପକ ପଙ୍କରେ ବୁଦ୍ଧିରୂପୀ ପାଦ ପଡ଼ିଲେ ଅଧୋପତନ ସୁନିଶ୍ଚିତ । ମୋହାଭିଭୂତ ବ୍ୟକ୍ତି ଋଢ଼ୀବାଦୀ ହୁଏ । ଶାସ୍ତ୍ରାଧ୍ୟୟନ ଓ ଶ୍ରବଣ ଦ୍ୱାରା ଲବ୍ଧ ଜ୍ଞାନ ଭିନ୍ନ ସେ ନୂତନ କିଛି ଗ୍ରହଣ କରିପାରେ ନାହିଁ । ମୋହ ତା’ର ବୁଦ୍ଧିକୁ କ୍ଷୀଣ କରିଦିଏ । ମୋହ ବଶତଃ ଅର୍ଜୁନ ମଧ୍ୟ କର୍ବ୍ୟ ବିମୁଖ ହୋଇ ପଡ଼ିଥିଲେ । ଜ୍ଞାନର ମହାସମୁଦ୍ର ପରମାତ୍ମାଙ୍କ ବଚନକୁ ସେ ବେଦାଦି ଶାସ୍ତ୍ରୀୟ ଜ୍ଞାନ ଦ୍ୱାରା ଖଣ୍ଡନ କରିବାକୁ ମଧ୍ୟ କୁଣ୍ଠିତ ହୋଇନଥିଲେ । ଯେତେବେଳେ ତାଙ୍କର ମୋହ ଭଙ୍ଗ ହେଲା ସେତେବେଳେ ସେ କହିଲେ,
ନଷ୍ଟୋ ମୋହଃ ସ୍ମୃତିର୍ଲବ୍ଧା ତ୍ୱତ୍ପ୍ରସାଦାନ୍ମୟା ଚୁ୍ୟତ ।
ସ୍ଥିତୋସ୍ମି ଗତ ସନ୍ଦେହଃ କରିଷ୍ୟେ ବଚନଂ ତବ ।ା (ଗୀ ୧୮/୭୩)
ଅର୍ଥ : ହେ ଅଚୁ୍ୟତ! ଆପଣଙ୍କ କୃପାରୁ ମୋର ମୋହ ନଷ୍ଟ ହୋଇଗଲା, ସ୍ମୃତି ଫେରିପାଇଲି ଏବଂ ସନ୍ଦେହ ରହିତ ହୋଇଗଲି । ବର୍ମାନ ମୁଁ ତୁମର ବଚନ ପାଳନ କରିବାକୁ ପ୍ରସ୍ତୁତ ।
ମୋହ ମୁକ୍ତ ହେଲେ ମନୁଷ୍ୟ ଶ୍ରୁତ (ବର୍ମାନ ପର୍ଯ୍ୟନ୍ତ ଶୁଣିଥିବା) ଓ ଶ୍ରୋତବ୍ୟ (ଆଗକୁ ଆହୁରି ଶୁଣିବାକୁ ବାକିଥିବା) ଶାସ୍ତ୍ର ବଚନର ବିଷୟରୁ ବୈରାଗ୍ୟ ପ୍ରାପ୍ତ ହୁଏ । ଅନେକ କଥା ପଢ଼ି ଶୁଣି ତା’ର ମନ-ବୁଦ୍ଧିରେ ବିକ୍ଷେପ ସୃଷ୍ଟି ହୁଏ । ବେଦ, ଉପନିଷଦ, ପୁରାଣ, ଶାସ୍ତ୍ର ଓ ଋଷିମାନଙ୍କ ବଚନରେ ମତ ଭିନ୍ନତା ଦେଖାଯାଏ । ସାଧାରଣ ମଣିଷ କେଉଁ ବଚନକୁ ପ୍ରମାଣ ସ୍ବରୂପ ଗ୍ରହଣ କରିବ ଜାଣିପାରେ ନାହିଁ । ତା’ର ବୁଦ୍ଧି ବିଚଳିତ ହୋଇପଡ଼େ । ଅସ୍ଥିର ବୁଦ୍ଧି ହେତୁ ସେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରେ ନାହିଁ । ପରମାତ୍ମାଙ୍କଠାରେ ବୁଦ୍ଧିର ସ୍ଥିରତାକୁ ସମାଧି କୁହାଯାଏ । ବୁଦ୍ଧି ସଂଶୟ ରହିତ ହେଲେ ସ୍ଥିର ହୁଏ । ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ପର୍ଯ୍ୟନ୍ତ ବୁଦ୍ଧିରେ ସ୍ଥିରତା ଆସେ ନାହିଁ । ଶଙ୍କରାଚାର୍ଯ୍ୟଙ୍କ ମତରେ ଚିର ସମାଧାନ ହେବାହିଁ ସମାଧି । ସମାଧିୟତେ ଚିମ ଅସ୍ମିନ୍ ଇତି ସମାଧିଃ । ଶାସ୍ତ୍ରୀୟ ମତଭେଦ ହେତୁ ମନରେ ସଂଶୟ ଉପôନ୍ନ ହୁଏ । ଈଶ୍ୱରୀୟ ଜ୍ଞାନ (ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ ଜ୍ଞାନ) ଅନୁସରଣ କଲେ ମନ ସଂଶୟ ରହିତ ହୁଏ । ମନ ସଂଶୟ ବା ପ୍ରଶ୍ନ ରହିତ ହେଲେ ପ୍ରସନ୍ନ ଓ ଏକାଗ୍ର ହୋଇ ବୁଦ୍ଧି ପରମାତ୍ମାଙ୍କଠାରେ ଅଚଳ ହୋଇଯାଏ ।
ବିଦ୍ୱାନମାନେ “ଯୋଗ’’ ପଦର ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଛନ୍ତି । ଶଙ୍କରାଚାର୍ଯ୍ୟଙ୍କ ମତରେ ବିବେକ ରୂପକ ବୁଦ୍ଧିକୁ ପ୍ରାପ୍ତ ହେବାହିଁ ଯୋଗ । ବିବେକ ପ୍ରଜ୍ଞା ସମାଧିଂ ପ୍ରାପ୍ୟସି । ମଧୁସୂଦନ ସ୍ବାମୀଙ୍କ ମତରେ ଜୀବ ଓ ପରମାତ୍ମା ମଧ୍ୟରେ ଏକତ୍ୱବୋଧର ନାମ ଯୋଗ । ଯୋଗଂ ଜୀବପରମାତ୍ମୈକଲକ୍ଷଣଂ ତ୍ୱମସ୍ୟାଦି ବାକ୍ୟଜନ୍ୟମଖଣ୍ଡ ସାକ୍ଷାତକାରଂ ସର୍ବଯୋଗ ଫଳଂ ଅବାପ୍ୟସି । ଜୀବର ଅଳ୍ପଜ୍ଞତା ଓ ପରମାତ୍ମାଙ୍କ ସର୍ବଜ୍ଞତା- ଏହି ଭେଦ ବୁଦ୍ଧି ତ୍ୟାଗ କରି ଜୀବାତ୍ମା ଓ ପରମାତ୍ମା ଏକ ଓ ଅଭିନ୍ନ ବୋଲି ଗ୍ରହଣ କରିବାର ନାମ ଯୋଗ । ଏହା ହିଁ ଏଠାରେ ମଧୁସୂଦନ ସ୍ବାମୀଜୀଙ୍କ ଭାଷ୍ୟର ତାପôର୍ଯ୍ୟ । ନିଷ୍ପକ୍ଷ ଅନୁଶୀଳନ କଲେ ଜଣାଯାଏ ଯେ ଗୀତା ଶଙ୍କରଙ୍କ ମାୟାବାଦକୁ ଗ୍ରହଣ କରି ନାହିଁ । ପରମାତ୍ମାଙ୍କ କଥନ ସମସ୍ତ ବାଦ ବିବାଦର ଉଦ୍ଧ୍ୱର୍ରେ । ତାଙ୍କ ମତରେ ଆତ୍ମା ଓ ପରମାତ୍ମା ଉଭୟେ ପୃଥକ ଓ ଭିନ୍ନ ସା । ମନ ଓ ବୁଦ୍ଧିକୁ ପରମାତ୍ମାଙ୍କ ସହିତ ଏକାଗ୍ର କରିବା ନାମ ଯୋଗ । ଅନ୍ୟ ଅର୍ଥରେ ପରମାତ୍ମାଙ୍କ ସହିତ ଆତ୍ମାର ମନୋମିଳନକୁ ଯୋଗ କୁହାଯାଏ । ଏହି ପରିପ୍ରେକ୍ଷୀରେ ଯୋଗଯୁକ୍ତାତ୍ମା (ଗୀ-୬/୧୯), ଯୋଗବିମାଃ(ଗୀ-୧୨/୧), ଯୋଗସଂଜ୍ଞିତଂ (ଗୀ୬/୨୩), ଯୋଗ ସଂନ୍ୟସ୍ତ କର୍ମଣି (୪/୪୧); ଯୋଗ ସଂସିଦ୍ଧଂ (ଗୀ ୬/୩୭); ଯୋଗ ସେବୟା (ଗୀ ୬/୨୦); ଯୋଗସ୍ଥ (ଗୀ-୨/୪୮), ଯୋଗସ୍ୟ (ଗୀ-୬/୪୪), ଯୋଗଂ (ଗୀ-୨/୫୩) ଇତ୍ୟାଦି ଶ୍ଳୋକ ଗୁଡ଼ିକ ପ୍ରଣିଧାନ ଯୋଗ୍ୟ । ଏଥିରୁ ପ୍ରମାଣିତ ହୁଏ, ଗୀତା ମାୟାବାଦୀମାନଙ୍କର ତ୍ୱମସି ବା ଆତ୍ମା ପରମାତ୍ମା ଏକ ଓ ଅଭିନ୍ନ ସିଦ୍ଧାନ୍ତ ଗ୍ରହଣ କରିନାହିଁ ।
ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱରପରାୟଣତା
ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ।
ଆତ୍ମନ୍ୟେବାତ୍ମନା ତୁଷ୍ଟଃ ସ୍ଥିତ ପ୍ରଜ୍ଞ ସ୍ତଦୋଚ୍ୟତେ ାା୫୫ ।ା
ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତ ସ୍ପୃହଃ ା
ବୀତରାଗଭୟ କ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ ାା୫୬ ।ା
ଯଃ ସର୍ବତ୍ରାନଭିସ୍ନେହସ୍ତତ୍ ପ୍ରାପ୍ୟ ଶୁଭାଶୁଭମ୍ ା
ନାଭିନନ୍ଦତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ାା୫୭ ।ା
ଯଦା ସଂହରତେ ଚାୟଂ କୂର୍ମୋଽଙ୍ଗାନୀବ ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ାା୫୮ ।ା
ବିଷୟା ବିନିବର୍ନ୍ତେ ନିରାହାରସ୍ୟ ଦେହିନଃ ।
ରସବର୍ଜଂରସୋଽପ୍ୟସ୍ୟ ପରଂ ଦୃଷ୍ଟ୍ୱା ନିବର୍ତେ ାା୫୯ ।ା
ଯତତୋହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।
ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ାା୬୦ ।ା
ତାନି ସର୍ବାଣି ସଂଯମ୍ୟ ଯୁକ୍ତ ଆସୀତ ମପôରଃ ।
ବଶେହି ଯସ୍ୟେନ୍ଦ୍ରିୟାଣି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ାା୬୧ ।ା
ଅର୍ଥ : ଯେତେବେଳେ ପୁରୁଷାର୍ଥୀ ମନୋଗତ ସମସ୍ତ କାମନାକୁ ପରିତ୍ୟାଗ କରିଦିଏ ଏବଂ ନିଜଠାରେ ନିଜ ଦ୍ୱାରା ହିଁ ସନ୍ତୁଷ୍ଟ ହୁଏ, ସେତେବେଳେ ତାହାକୁ ସ୍ଥିତ ପ୍ରଜ୍ଞ ବୋଲି କୁହାଯାଏ ।ା୫୫ାା ଦୁଃଖ ସମୂହରେ ଅବିଚଳିତ ମନ ଏବଂ ସୁଖ ସମୂହରେ ଆକାଙ୍କ୍ଷା ଶୂନ୍ୟ ତଥା ଆସକ୍ତି, ଭୟ ଓ କ୍ରୋଧ ବିହୀନ ପୁରୁଷ ସ୍ଥିତପ୍ରଜ୍ଞ ମୁନି ବୋଲି କଥିତ ହୁଅନ୍ତି ।ା୫୬ ।ା ଯିଏ ସେହି ସେହି ଶୁଭ ଅଶୁଭକୁ ପ୍ରାପ୍ତ ହୋଇ ସମସ୍ତ ବିଷୟରେ ଅନାସକ୍ତ ରହେ, ହର୍ଷିିତ ହୁଏ ନାହିଁ ଓ ଦ୍ୱେଷ କରେ ନାହିଁ ତାହାର ବୁଦ୍ଧି ଜ୍ଞାନରେ ସ୍ଥିର ରହେ ।ା୫୭ାା କଇଁଛ ଯେପରି ନିଜର ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ ସବୁଆଡୁ ସଙ୍କୁଚିତ କରି ନିଏ ସେହିପରି ଯେତେବେଳେ ଆତ୍ମା ବା ପୁରୁଷ ଇନ୍ଦ୍ରିୟ ସମୂହର ବିଷୟରୁ ଇନ୍ଦି୍ରୟମାନଙ୍କୁ ସମ୍ୟକ (ସଂପୂର୍ଣ୍ଣ) ପ୍ରତ୍ୟାହାର କରି ନିଏ ସେତେବେଳେ ତାହାର ବୁଦ୍ଧି ଜ୍ଞାନରେ ପ୍ରତିଷ୍ଠିତ ହୁଏ ବା ସ୍ଥିର ରହେ ।ା୫୮ାା ଅନାହାରୀ ବ୍ୟକ୍ତିର ଇନ୍ଦି୍ରୟଭୋଗ୍ୟ ବସ୍ତୁ ନିବୃ ହୋଇଥାଏ ସତ; କିନ୍ତୁ ଇନ୍ଦି୍ରୟର ରସ ବା ଅନୁରାଗ ଦୂର ହୁଏ ନାହିଁ । ପରମାତ୍ମାଙ୍କୁ ଅନୁଭବ କରି ବା ସାକ୍ଷାତକାର କରି ସ୍ଥିତପ୍ରଜ୍ଞ ବ୍ୟକ୍ତିର ସଂସାର ପ୍ରତି କୌଣସି ଅନୁରାଗ ରହେ ନାହିଁ ।ା୫୯ାା ହେ କୌନ୍ତେୟ ! ପ୍ରଚଣ୍ଡ ବା ପ୍ରମଥନଶୀଳ ଇନ୍ଦି୍ରୟଗଣ ଯନôଶୀଳ ଜ୍ଞାନୀ ପୁରୁଷର ମନକୁ ମଧ୍ୟ ବଳପୂର୍ବକ ହରଣ କରି ନିଅନ୍ତି ।ା୬୦ାା ସେହି ସମସ୍ତ ଇନ୍ଦ୍ରିୟ ସମୂହକୁ ସଂଯତ କରି ମୋର ପରାୟଣ ଭକ୍ତ ଯୋଗ ଯୁକ୍ତ ରହେ; କାରଣ ଯାହାର ଇନ୍ଦି୍ରୟଗଣ ବଶୀଭୂତ ତାହାର ବୁଦ୍ଧି ସ୍ଥିର ଅଟେ ।ା୬୧ାା
ବ୍ୟାଖ୍ୟା : ସମତା (ରାଗ-ଦ୍ୱେଷ ରହିତ) ପ୍ରତିଷ୍ଠା ହେଲେ ବୁଦ୍ଧି ଏକ ନିଶ୍ଚୟାତ୍ମିକା ହୁଏ । ବିଷମତା ଦୋଷରେ ଦୂଷିତ ହେଲେ ଏହା ଅନିଶ୍ଚୟାତ୍ମିକା ହୁଏ । ଅନିଶ୍ଚୟାତ୍ମିକା ବୁଦ୍ଧିଯୁକ୍ତ ପୁରୁଷର ଲକ୍ଷଣ ଓ ବୁଦ୍ଧିକୁ ଏକ ନିଶ୍ଚୟାତ୍ମିକା କରିବାର ଉପାୟଗୁଡ଼ିକ ପୂର୍ବରୁ ଏହି ଅଧ୍ୟାୟରେ ୪୨ଶ ଶ୍ଲୋକରୁ ୫୩ ଶ୍ଳୋକରେ ଆଲୋଚିତ ହୋଇଛି । ଅନିଶ୍ଚୟାତ୍ମିକା ବୁଦ୍ଧିଯୁକ୍ତ ବ୍ୟକ୍ତିକୁ ଗତପ୍ରଜ୍ଞ ଓ ଏକନିଶ୍ଚୟାତ୍ମିକା ବୁଦ୍ଧିଯୁକ୍ତ ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ କୁହାଯାଏ । ସ୍ଥିତପ୍ରଜ୍ଞ ବ୍ୟକ୍ତି ସମସ୍ତ କାମନାରୁ ମୁକ୍ତ । କାମନାଯୁକ୍ତ ମନୁଷ୍ୟର ବୁଦ୍ଧି ବିଷମ, ଅନିଶ୍ଚୟାତ୍ମିକା, ଅସ୍ଥିର ଓ ବହୁପ୍ରକାର ହୋଇଥାଏ । ମନରୁ କାମନାର ଉପôି ହୁଏ । କାମନା ମନୁଷ୍ୟାତ୍ମାର ଜ୍ଞାନକୁ ଆବୃତ କରିଦିଏ । ଏହାହିଁ ମୋହର କାରଣ (ଗୀ-୩/୪୦) । କାମକୁ ଜ୍ଞାନୀମାନଙ୍କର ନିତ୍ୟଶତୁ୍ର କୁହାଯାଏ । (ଗୀ-୩/୩୯) । କାମନା କୌଣସି ଉପାୟରେ ମଧ୍ୟ ସନ୍ତୁଷ୍ଟ, ତୃପ୍ତ ଓ ବଶୀଭୂତ ହୁଏ ନାହିଁ । ତେଣୁ ଅନଳ ସହିତ ତୁଳନା କରାଯାଇ କାମନାକୁ ନିତ୍ୟ ଶତୁ୍ର କୁହାଯାଇଛି । ସମ୍ପୂର୍ଣ୍ଣ ଭାବରେ କାମନା ତ୍ୟାଗ କଲେ ବୁଦ୍ଧି ଜ୍ଞାନରେ ପ୍ରତିଷ୍ଠିତ ହୁଏ । ଏହା ଫଳରେ ମନକୁ ଅସନ୍ତୁଷ୍ଟ କରୁଥିବା ବାସନା, ସ୍ପୃହା, ଇଚ୍ଛା, ତୃଷ୍ଣା ଆଦି ତିରୋହିତ ହୋଇଯାଆନ୍ତି । କାମନାଶୂନ୍ୟ ଓ ଆତ୍ମ ସନ୍ତୁଷ୍ଟ ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ କୁହାଯାଏ ।
ବୁଢ଼ୀଆଣି ଜାଲପରି ଅନନ୍ତ କାମନା ମଣିଷ ମନରେ ଗୁଡ଼େଇ ହୋଇ ରହିଥାଏ । ଏହା ମଣିଷକୁ ଶରୀର ଓ ସଂସାର ସହିତ ବାନ୍ଧି ରଖେ । କାମନାର ସମ୍ପୂର୍ଣ୍ଣ ମୂଳୋପôାଟନ ବିନା ମନକୁ ଈଶ୍ୱରାଭିମୁଖୀ କରିବା ସମ୍ଭବ ନୁହେଁ । ଅସଂଖ୍ୟ ସୂତାରେ ଲୁଗାଟିଏ ବୁଣା ହୋଇଥାଏ । ଲୁଗାରୁ ସୂତା ଗୁଡ଼ିକୁ ପୃଥକ କରିଦେଲେ ତା’ର ଅସ୍ତିତ୍ୱ ଲୋପ ପାଇଯାଏ । ମନ ମଧ୍ୟ ସେହିପରି ଅସଂଖ୍ୟ ସଂକଳ୍ପ ବିକଳ୍ପର ସମାହାର । ସଂକଳ୍ପ ବିକଳ୍ପର ଜାଲରୁ ମନକୁ ମୁକ୍ତ କରିଦେଲେ ବ୍ୟକ୍ତି ସ୍ଥିତପ୍ରଜ୍ଞ ହୁଏ । ଅନାବନା ଘାସ ଫସଲ ବୃଦ୍ଧି ପାଇଁ ପ୍ରଧାନ ବାଧକ । ଅଧିକ ଅମଳ ପାଇବା ପାଇଁ ଏଗୁଡ଼ିକୁ ଚାଷୀ ଉପାଡ଼ି ବାହାର କରିଦିଏ । ସେହିପରି ମନ-କ୍ଷେତରୁ କାମନା ବାସନା ରୂପକ ଅନାବନା ଘାସ ସମୂଳେ ଉପାଡ଼ିବାକୁ ହେବ । ଏହାଦ୍ୱାରା ମନରେ ସ୍ବତଃ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ, ପବିତ୍ରତାର ପୁଷ୍ପ ପ୍ରସ୍ଫୁଟିତ ହେବ ଓ ଏହାର ସୁରଭି ମନକୁ ଭଗବତ୍ ଅଭିମୁଖୀ କରାଇବ । ମନ, ଶରୀର ଓ ସଂସାରରୁ ମୁକ୍ତ ହେଲେ ଈଶ୍ୱରଙ୍କ ସହିତ ଯୁକ୍ତ ହୁଏ । ଯାହାର ମନବୁଦ୍ଧି ଅଟଳ ଓ ଅଚଳ ଭାବରେ ପରମାତ୍ମାଙ୍କଠାରେ ସ୍ଥିର ରହେ ତାଙ୍କୁ ସ୍ଥିତପ୍ରଜ୍ଞ ବୋଲି କୁହାଯାଏ ।
ହଠଯୋଗ ଦ୍ୱାରା ବଳପୂର୍ବକ କାମନାକୁ ମନରୁ ତଡ଼ିବା ସମ୍ଭବ ନୁହେଁ । ଅନ୍ୟ ପକ୍ଷରେ ଏହାକୁ ବିଷୟ ଭୋଗ ପ୍ରଦାନ ପୂର୍ବକ ସନ୍ତୁଷ୍ଟ କରି ବିଦାୟ ଦେବା ଦୁରାଶା ମାତ୍ର । ଘୃତ ସଂଯୋଗ ହେଲେ ଅନଳ ଆହୁରି ତେଜୀୟାନ ହୁଏ । କାମନାକୁ ଅନଳ ସହିତ ତୁଳନା କରାଯାଇପାରେ । ଭୋଗ ଦ୍ୱାରା ଏହା ଆହୁରି ବଳୀୟାନ ହୁଏ । ତେଣୁ ଗୀତାରେ ଭଗବାନ କାମନାର ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । କାମନାକୁ ସହଯୋଗ ନ କରିବା ହିଁ ଗୀତାର ଯୋଗ । ଯିଏ ତ୍ୟାଗୀ ସିଏ ଯୋଗୀ । ଭୋଗୀ, ଯୋଗୀ ହୋଇ ପାରିବ ନାହିଁ । ଅହିଂସା ଓ ଅସହଯୋଗ ଦ୍ୱାରା ଶତ୍ରୁକୁ ପରାଭୁତ କରିହେବ ବୋଲି ଗାନ୍ଧିଜୀ ଗୀତାରୁ ହିଁ ପ୍ରେରଣା ପାଇଥିଲେ । ତାଙ୍କ ନେତୃତ୍ୱରେ ଅସହଯୋଗ ଆନ୍ଦୋଳନ ଦ୍ୱାରା ବିଦେଶୀ ସରକାର ଭାରତ ଛାଡ଼ିବାକୁ ବାଧ୍ୟ ହୋଇଥିଲା ଓ ଦେଶ ସ୍ବାଧୀନ ହେଲା । ସେହିପରି କାମ୍ୟ ଭୋଗ ନ ପାଇଲେ କାମନା ନଷ୍ଟ ହୁଏ । କାମନାର ବିନାଶ ହେଲେ ସକଳ ଦୁଃଖ ତିରୋହିତ ହୋଇଯାଏ । କାମନା ମନୁଷ୍ୟକୁ ଅସନ୍ତୁଷ୍ଟ ଓ ଦୁଃଖୀ କରେ । କାମନାହୀନ ବ୍ୟକ୍ତି ସଦା ସନ୍ତୁଷ୍ଟ । କାମନା ହେଉଛି ପାର୍ଥିବ ବସ୍ତୁ । ପାର୍ଥିବ ବସ୍ତୁ ଓ ବିଷୟ ସହିତ ମନ ବୁଦ୍ଧିର ବିୟୋଗ ହେଲେ ପରମାତ୍ମାଙ୍କ ସହିତ ସଂଯୋଗ ହୁଏ । ଏପରି ଅବସ୍ଥା ପ୍ରାପ୍ତ ଯୋଗୀଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ ।
ମନୋନୁକୂଳ ବିଷୟ ପ୍ରାପ୍ତି ହେଲେ ମନୁଷ୍ୟ ସୁଖୀ ଓ ଏହାର ବିପରୀତରେ ଦୁଃଖୀ ହୁଏ । ସୁଖ-ଦୁଃଖ, ଜୟ-ପରାଜୟ, ମାନ-ଅପମାନ ଶୀତ-ଉଷ୍ମ ଆଦି ଦ୍ୱନ୍ଦ୍ୱ ଭାବ ମନୁଷ୍ୟର ବୁଦ୍ଧିକୁ ଅସ୍ଥିର କରେ । ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ଘଟଣା, ପରିସ୍ଥିତି ପ୍ରତି ଆସକ୍ତି ବା ରାଗ ହେତୁ ଭୟ ଓ କ୍ରୋଧର ଉଦ୍ରେକ ହୁଏ । ଏହି ମନୋବିକାର ଦ୍ୱୟ ମନୁଷ୍ୟ ମନରେ ଉଦ୍ବେଗ ଜାତ କରାନ୍ତି । ପ୍ରାପ୍ତ ବସ୍ତୁର ବିଚ୍ଛେଦ ଆଶଙ୍କା ହେତୁ ଭୟ ଜାତ ହୁଏ । କାମନା ପୂରଣ ନହେଲେ ବା କାମ ଭୋଗରେ କେହି ବାଧକ ହେଲେ କ୍ରୋଧ ଉପôନ୍ନ ହୁଏ । କାମ ଓ କ୍ରୋଧ ଏକ ମୁଦ୍ରାର ଉଭୟ ପାଶ୍ୱର୍ । ଯେଉଁଠି କାମ ପ୍ରତ୍ୟକ୍ଷ ହୁଏ ସେଇଠି କ୍ରୋଧ ପ୍ରଚ୍ଛନ୍ନ ଭାବରେ ଥାଏ । କାମ ଅବଦମିତ ହେଲେ କ୍ରୋଧ ପ୍ରକାଶିତ ହୁଏ । କାୟା ଓ ଛାୟା ପରି କାମ-କ୍ରୋଧର ଅଭିନ୍ନ ସମ୍ପର୍କ ରହିଛି । ଉଭୟେ ଉଭୟଙ୍କର ଅନୁଧାବନ କରନ୍ତି । କାମ ରଜଗୁଣାତ୍ମକ ଓ କ୍ରୋଧ ତମୋଗୁଣାତ୍ମକ । ତେଣୁ କାମୀ ଓ କ୍ରୋଧୀ ବ୍ୟକ୍ତି ରଜ-ତମ ଗୁଣର ମିଶ୍ରିତ ପ୍ରଭାବରେ ପ୍ରଭାବିତ ହୁଅନ୍ତି । ଏହାଦ୍ୱାରା ମନୁଷ୍ୟର ମନ ତୁଫାନଗ୍ରସ୍ତ ସମୁଦ୍ରପରି ଅଶାନ୍ତ ହୋଇପଡ଼େ । ସ୍ଥିତପ୍ରଜ୍ଞ ହେବାକୁ ହେଲେ ମନକୁ ମୌନ ରଖିବାକୁ ହେବ । କାମକ୍ରୋଧାଦି ମନୋବିକାରଗୁଡ଼ିକ ମନର ମୌନତାକୁ ନଷ୍ଟ କରନ୍ତି । ତେଣୁ ଏ ଗୁଡ଼ିକୁ ସର୍ବଥା ତ୍ୟାଗ କରିବା ଉଚିତ । ଯେଉଁ ବ୍ୟକ୍ତିଙ୍କ ମନ ଦୁଃଖରେ ଅବିଚଳିତ ସୁଖରେ ଆକାଙ୍କ୍ଷାଶୂନ୍ୟ ତଥା ଆସକ୍ତି, ଭୟ ଓ କ୍ରୋଧର ପ୍ରଭାବରୁ ମୁକ୍ତ ତାଙ୍କୁ ସ୍ଥିତପ୍ରଜ୍ଞ ମୁନି କୁହାଯାଏ ।
ମନୋବିକାରଗୁଡ଼ିକଙ୍କ ସହିତ ମନର ସମସ୍ତ ସମ୍ବନ୍ଧ ଚ୍ଛିନ୍ନ ହୋଇଗଲେ ବୁଦ୍ଧି ସ୍ଥିର ହୋଇଯାଏ । ଯାହାଙ୍କ ବୁଦ୍ଧି ସ୍ଥିର ଅଟେ ତାଙ୍କୁ ସ୍ଥିତପ୍ରଜ୍ଞ କୁହାଯାଏ । ଦେହାଭିମାନ ହେଉଛି ମନୋବିକାରର ଜନକ । ଦେହାଭିମାନୀ ବ୍ୟକ୍ତିର ଶରୀର ଓ ସଂସାର ସହିତ ଏକାତ୍ମତା ଥାଏ । ବ୍ୟକ୍ତି ଯାହାକୁ ମୋର ବୋଲି ଭାବେ ତା’ପ୍ରତି ତା’ର ସ୍ନେହ ଭାବ ପ୍ରକଟିତ ହୁଏ । ସ୍ନେହ ଦୁଇ ପ୍ରକାର; ଲୌକିକ ଓ ଅଲୌକିକ । ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବର ଆକର୍ଷଣକୁ ଲୌକିକ ସ୍ନେହ କୁହାଯାଏ । ଏହି ସ୍ନେହ ପ୍ରଗାଢ଼ ହେଲେ ତାକୁ ଆସକ୍ତି କୁହାଯାଏ । ଲୌକିକ ସ୍ନେହ ସ୍ବାର୍ଥ ପ୍ରଣୋଦିତ । ସ୍ବାର୍ଥର ପୂର୍ି ହେଉଥିବା ପର୍ଯ୍ୟନ୍ତ ସ୍ନେହ ଭାବ ଥାଏ । ସ୍ବାର୍ଥ ପୂିର୍ରେ ବାଧା ହେଲେ କ୍ରୋଧ ଏବଂ ସ୍ବାର୍ଥ ନ ରହିଲେ ଦ୍ୱେଷ ଉପôନ୍ନ ହୁଏ । ସ୍ବାର୍ଥାନୁକୂଳ ହେଲେ ଶୁଭ ଓ ଏହାର ପରିପନ୍ଥୀକୁ ଅଶୁଭ ବୋଲି ସାଧାରଣତଃ ବିଚାର କରାଯାଏ । ତେଣୁ ଦେହାଭିମାନୀ ମନୁଷ୍ୟ ଶୁଭ ବସ୍ତୁ ପ୍ରାପ୍ତିରେ ପ୍ରସନ୍ନ ହୁଏ ଓ ଅଶୁଭ ବସ୍ତୁ ପ୍ରାପ୍ତିରେ ଦ୍ୱେଷ କରେ । ଆତ୍ମାଭିମାନୀ ବ୍ୟକ୍ତିଙ୍କ ସ୍ନେହ ଅଲୌକିକ ହୁଏ । ଜାତି, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ, ଭାଷା ଓ ରାଷ୍ଟ୍ରୀୟତା ଭେଦରେ ମନୁଷ୍ୟମାନଙ୍କୁ ସେ ପରମାତ୍ମାଙ୍କ ସନ୍ତାନ ଆତ୍ମା ରୂପରେ ଦେଖନ୍ତି । ସମସ୍ତ ବିଶ୍ୱକୁ ସେ ସ୍ବୀୟ କୁଟୁମ୍ବ ପରି ମନେକରନ୍ତି । ସମସ୍ତଙ୍କ ପ୍ରତି ତାଙ୍କର ସ୍ନେହଭାବ ଥାଏ; କିନ୍ତୁ ସେଥିରେ ଆସକ୍ତି ନଥାଏ । ତାଙ୍କ ସ୍ନେହ ସ୍ବାର୍ଥ ରହିତ, ଅନାବିଳ ଓ ଆତ୍ମିକ ହୋଇଥିବାରୁ ଅଲୌକିକ । ସେ ଆସକ୍ତି ରହିତ ହୋଇଥିବାରୁ ଶୁଭାଶୁଭ ପ୍ରାପ୍ତିରେ ସମଭାବ ପୋଷଣ କରନ୍ତି । ଅର୍ଥାତ୍ କୌଣସି ପରିସ୍ଥିତିରେ ମଧ୍ୟ ସେ ରାଗ-ଦ୍ୱେଷ ବଶତଃ ହର୍ଷ ଓ ବିଷାଦଗ୍ରସ୍ତ ହୁଅନ୍ତି ନାହିଁ । ଏଥିପାଇଁ ତାଙ୍କ ବୁଦ୍ଧି ସ୍ଥିର ରହେ ଓ ସେ ସ୍ଥିତପ୍ରଜ୍ଞ ବୋଲି କଥିତ ହୁଅନ୍ତି ।
ମନୁଷ୍ୟ ଜନ୍ମ ଜନ୍ମାନ୍ତର ଦେହାଭିମାନ ବଶତଃ ଇନ୍ଦ୍ରିୟ ପରିତୃପ୍ତି ପାଇଁ ବିଷୟ ଭୋଗ କରି ଆସିଛି । ଏହାଦ୍ୱାରା ଇନ୍ଦି୍ରୟଗଣ ନିଜ ନିଜ ଭୋଗ୍ୟ ବିଷୟ ଭୋଗ କରି ବଳବାନ ହୋଇଛନ୍ତି । ତେଣୁ ମନୁଷ୍ୟ ଚାହିଲେ ମଧ୍ୟ ସହଜରେ ଇନ୍ଦି୍ରୟମାନଙ୍କୁ ଭୋଗରୁ ନିବୃ କରିପାରେ ନାହିଁ । ମନୁଷ୍ୟର ଚେତନାରେ ଭୋଗ ଜନିତ ଯେଉଁ ସୁଖାନୁଭୂତି ଥାଏ ତାହା ଇନ୍ଦି୍ରୟମାନଙ୍କୁ ବିଷୟ ପ୍ରତି ଆକର୍ଷଣ କରେ । ହଠକି୍ରୟା ଦ୍ୱାରା ବା ଜିଦ୍ କରି ଇନ୍ଦ୍ରିୟମାନଙ୍କୁ ବିଷୟରୁ ନିବୃ କଲେ ମଧ୍ୟ ଅବଚେତନ ମନରେ ତତ୍ ପ୍ରତି ସୂକ୍ଷ୍ମ ଆକର୍ଷଣ ରହିଥାଏ । ଏହି ରସ ନିବୃି ନ ହେବା ପର୍ଯ୍ୟନ୍ତ ମନ ଓ ବୁଦ୍ଧି ପରମାତ୍ମାଙ୍କଠାରେ ସ୍ଥିର ରହିପାରେ ନାହିଁ । ଏଥିପାଇଁ ବାରମ୍ବାର ଆତ୍ମ ସ୍ବରୂପର ମନନ କରିବାକୁ ପଡ଼ିବ । ଏହାଦ୍ୱାରା ଦେହାଭିମାନ ନଷ୍ଟ ହେବ । ସ୍ବୟଂକୁ ଦେହ ପରିବେର୍ ଆତ୍ମା ମନେ କରୁଥିବା ବ୍ୟକ୍ତିକୁ ମୁନି କୁହାଯାଏ । ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ପାଇଁ ବ୍ରହ୍ମଚର୍ଯ୍ୟ ପାଳନ, ଶୁଦ୍ଧ ଓ ସା୍ୱିକ ଭୋଜନ ଗ୍ରହଣ, ଦିବ୍ୟଗୁଣ ଧାରଣ ଓ ନିତ୍ୟ ସତ୍ସଙ୍ଗ କରିବା ଉଚିତ୍ । ଏହାଦ୍ୱାରା ଅନ୍ତଃକରଣ ଶୁଦ୍ଧ, ମନରେ ଉପôନ୍ନ ହେଉଥିବା ସଂକଳ୍ପ ବିକଳ୍ପର ଉାଳ ତରଙ୍ଗ ଶାନ୍ତ ଓ ବୁଦ୍ଧି ସ୍ଥିର ହୁଏ । ଏହିପରି ଅବସ୍ଥା ପ୍ରାପ୍ତ ବ୍ୟକ୍ତିକୁ ସ୍ଥିତ ପ୍ରଜ୍ଞ କୁହାଯାଏ । ଏହି ପରିପ୍ରେକ୍ଷୀରେ କଇଁଛର ଉଦାହରଣ ନିଆଯାଇପାରେ । ଆବଶ୍ୟକ ସମୟରେ କଇଁଛ ତା’ର ଖୋଳପା ମଧ୍ୟରୁ ଅଙ୍ଗପ୍ରତ୍ୟଙ୍ଗ ବାହାର କରି କର୍ମ କରେ । କର୍ମର ସମାପ୍ତି ପରେ ଅଙ୍ଗ ସମୂହକୁ ନିଜ ଖୋଳପା ମଧ୍ୟକୁ ପ୍ରତ୍ୟାହାର କରିନିଏ । ସ୍ଥିତପ୍ରଜ୍ଞ ବ୍ୟକ୍ତି ମଧ୍ୟ ବାହ୍ୟତଃ ସମସ୍ତ କର୍ବ୍ୟ କର୍ମ କରନ୍ତି କିନ୍ତୁ ସେଥିରେ ତାଙ୍କର କୌଣସି ଆସକ୍ତି ନଥାଏ । କର୍ମର ସମାପ୍ତି ପରେ ସେ ନିଜ ମନ-ବୁଦ୍ଧିକୁ ସାଂସାରିକ ସମ୍ବନ୍ଧରୁ ବିଚ୍ଛିନ୍ନ କରି ଆତ୍ମସ୍ଥ ହୋଇଯାଆନ୍ତି । ଇନ୍ଦି୍ରୟ ସମୂହର ସେ ବଶୀଭୂତ ହୁଅନ୍ତି ନାହିଁ । ବିଷୟ ଭୋଗ ପରିବେର୍ ସେ ଇନ୍ଦି୍ରୟ ସମୂହକୁ ଈଶ୍ୱରୀୟ ସେବାରେ ନିଯୁକ୍ତ କରନ୍ତି । ତେଣୁ ତାଙ୍କର ବିଷୟ ରସ ମଧ୍ୟ ନିବୃ ହୋଇଯାଏ । ଏଠାରେ ରସର ଅର୍ଥ ଭୋଗ ହେତୁ ପ୍ରାପ୍ତ ହେଉଥିବା ସୁଖ ପ୍ରତି ସୂକ୍ଷ୍ମ ଆକର୍ଷଣ ବା କାମନା । ବିଷୟ ରସ ଇନ୍ଦି୍ରୟମାନଙ୍କୁ ଭୋଗ ପ୍ରତି ଆକର୍ଷଣ କରେ । ଏଥିରୁ ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ବାଦ୍ ଯାଆନ୍ତି ନାହିଁ । ବଳବାନ୍ ଇନ୍ଦି୍ରୟ ସମୂହ ସେମାନଙ୍କ ମନକୁ ମଧ୍ୟ ବଳ ପୂର୍ବକ ହରଣ କରିନିଅନ୍ତି । ମନ ହେଉଛି ଇନ୍ଦି୍ରୟମାନଙ୍କ ରାଜା । ସେ ଦୁର୍ବଳ ହେଲେ ପ୍ରଜାମାନଙ୍କ ଉପରେ କୌଣସି ଅଙ୍କୁଶ ରହେ ନାହିଁ । ମନକୁ ଈଶ୍ୱରଙ୍କ ସହିତ ଯୁକ୍ତ ହେଲେ ଶକ୍ତିଶାଳୀ ହୁଏ ଓ ଇନ୍ଦି୍ରୟମାନଙ୍କ ଦ୍ୱାରା ପ୍ରଭାବିତ ହୁଏ ନାହିଁ । ପରମାତ୍ମା ପରାୟଣ ବ୍ୟକ୍ତି ଇନ୍ଦି୍ରୟମାନଙ୍କୁ ନିଜର ବଶରେ ରଖିଥାନ୍ତି । ତାଙ୍କ ବୁଦ୍ଧି ସଦା ସ୍ଥିର ଥାଏ । ତେଣୁ ତାଙ୍କୁ ସ୍ଥିତ ପ୍ରଜ୍ଞ କୁହାଯାଏ ।
ବିଷୟ ଚିନ୍ତନ ହିଁ ଅଧୋଃପତନର କାରଣ
ଧ୍ୟାୟତୋ ବିଷୟାନ ପୁଂସଃ ସଙ୍ଗସ୍ତେଷୂ ପଜାୟତେ ।
ସଙ୍ଗାତ୍ ସଞାୟତେ କାମଃ କାମାତ୍ କ୍ରୋଧୋଽଭିଜାୟତେ ।ା୬୨ାା
କ୍ରୋଧାଦ୍ଭବତି ସମ୍ମୋହଃ ସମ୍ମୋହାତ୍ ସ୍ମୃତି ବିଭ୍ରମଃ ।
ସ୍ମୃତି ଭ୍ରଂଶାଦ୍ ବୁଦ୍ଧିନାଶୋ ବୁଦ୍ଧି ନାଶାତ୍ ପ୍ରଣଶ୍ୟତି ।ା୬୩ ।ା
ରାଗଦ୍ୱେଷ ବିଯୁକ୍ତୈଷୁ ବିଷୟାନିନ୍ଦି୍ରୟୈଶ୍ଚରନô ।
ଆତ୍ମବଶୈ୍ୟର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି ।ା୬୪ ।ା
ପ୍ରସାଦେ ସର୍ବଦୁୁଃଖାନାଂ ହାନିରସ୍ୟୋ ପଜାୟତେ ।
ପ୍ରସନ୍ନଚେତସା ହ୍ୟାଶୁ ବୁଦ୍ଧିଃ ପର୍ଯ୍ୟବତିଷ୍ଠତେ ।ା୬୫ ।ା
ନାସ୍ତି ବୁଦ୍ଧିରଯୁକ୍ତସ୍ୟ ନ ଚାଯୁକ୍ତସ୍ୟ ଭାବନା ।
ନ ଚାଭାବୟତଃ ଶାନ୍ତିରଶାନ୍ତସ୍ୟ କୁତଃ ସୁଖମ୍ ।ା୬୬ାା
ଇନ୍ଦି୍ରୟାଣାଂ ହି ଚରତାଂ ଯନ୍ନନୋଽନୁବିଧୀୟେତ ।
ତଦସ୍ୟ ହରତି ପ୍ରଜ୍ଞାଂବାୟୁର୍ନାବମିବାମ୍ଭସି ।ା୬୭ ।ା
ତସ୍ମାଦ୍ ଯସ୍ୟ ମହାବାହୋ ! ନିଗୃହୀତାନି ସର୍ବଶଃ ।
ଇନ୍ଦ୍ରିୟାଣୀନ୍ଦି୍ରୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା ।ା୬୮ ।ା
ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତି ସଂଯମୀ ।
ଯସ୍ୟାଂ ଜାଗ୍ରତି ଭୂତାନି ସା ନିଶା ପଶ୍ୟତୋ ମୁନେଃ ।ା୬୯ ।ା
ଆପୂର୍ଯ୍ୟମାଣମଚଳପ୍ରତିଷ୍ଠଂ
ସମୁଦ୍ରମାପଃ ପ୍ରବିଶନ୍ତି ଯଦ୍ବତ ।
ତଦ୍ବତକାମା ଯଂ ପ୍ରବିଶନ୍ତି ସର୍ବେ
ସଶାନ୍ତିମାପ୍ନୋତିନକାମକାମୀ ।ା୭୦ାା
ଅର୍ଥ : ଇନ୍ଦି୍ରୟଭୋଗ୍ୟ ବସ୍ତୁଗୁଡିକୁ ଚିନ୍ତା କରୁଥିବା ପୁରୁଷର ସେହିସବୁ ପ୍ରତି ଆସକ୍ତି ଉପôନ୍ନ ହୁଏ; ଆସକ୍ତିରୁ କାମନା ଜନ୍ମେ; କାମନାରୁ କ୍ରୋଧ ଜାତହୁଏ ।ା୬୨ାା କ୍ରୋଧରୁ ବିମୂଢ଼ତା ଓ ବିମୂଢ଼ତାରୁ ସ୍ମୃତିଶକ୍ତି ଭ୍ରଷ୍ଟ ହୁଏ । ସ୍କୃତି ଭ୍ରଷ୍ଟ ହେଲେ ବୁଦ୍ଧି ନାଶ ହୁଏ । ବୁଦ୍ଧି ନାଶ ହେଲେ ମନୁଷ୍ୟର ପତନ ଘଟେ ।ା୬୩ ।ା ରାଗଦ୍ୱେଷରୁ ମୁକ୍ତ ହୋଇ ଆତ୍ମବଶୀକୃତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ଭୋଗ କରୁଥିବା ଆତ୍ମସଂଯମୀ ପୁରୁଷ ଅନ୍ତଃକରଣ ଶାନ୍ତ ସୁଖମୟ ଅବସ୍ଥାକୁ ପ୍ରାପ୍ତ କରେ । ।ା୬୪ ।ା ଅନ୍ତଃକରଣରେ ପ୍ରସନ୍ନତା ବା ନିର୍ମଳତା ପ୍ରାପ୍ତ ହେଲାପରେ ବ୍ୟକ୍ତିର ସମସ୍ତ ଦୁଃଖ ବିନଷ୍ଟ ହୋଇଥାଏ । କାରଣ ପ୍ରସନ୍ନ ଚି ବ୍ୟକ୍ତିର ବୁଦ୍ଧି ଶୀଘ୍ର(ପରମାତ୍ମାଙ୍କ ସ୍ମୃତିରେ) ସ୍ଥିର ହୋଇଯାଏ ।ା୬୫ାା ଯୋଗ ବିହୀନ ଆତ୍ମାର ବୁଦ୍ଧି ହୁଏନାହିଁ; ଯୋଗ ବିହୀନ ଆତ୍ମା ବା ବ୍ୟକ୍ତିର ପରମାତ୍ମା ପରାୟଣ ହୋଇ ରହିବାର ଭାବନା ରହେ ନାହିଁ; ପରମାତ୍ମା ବିସ୍ମୃତ ବ୍ୟକ୍ତିର ଶାନ୍ତି ନ ଥାଏ; ଅଶାନ୍ତ ବ୍ୟକ୍ତିର ସୁଖ କାହିଁ ? ।ା୬୬ାା କାରଣ ବିଷୟମାନଙ୍କରେ ବିଚରଣଶୀଳ ଇନ୍ଦି୍ରୟମାନଙ୍କ ମଧ୍ୟରୁ ଯେଉଁ ଗୋଟିକରେ ମଧ୍ୟ ମନ ଅନୁଗମନ କରେ, ସେହି ଇନ୍ଦ୍ରିୟ ବା ମନ ବାୟୁ ଜଳରେ ନୌକାକୁ ଭସାଇ ନେଲାପରି ଏହି ପୁରୁଷ ବା ଆତ୍ମାର ବୁଦ୍ଧିକୁ ହରଣ କରିନିଏ ।ା୬୭ାା ହେ ମହାବାହୋ! ସେହିହେତୁ ଯାହାର ଇନ୍ଦି୍ରୟଗଣ ସର୍ବଥା ବିଷୟ ଭୋଗରୁ ସଂଯତ(ନିଗୃହୀତ) ରହିଛି ତାହାର ବୁଦ୍ଧି ସ୍ଥିର ହୋଇ ଆତ୍ମଜ୍ଞାନରେ ସୁପ୍ରତିଷ୍ଠିତ ହୁଏ ।ା୬୮ାା ସମସ୍ତ ପ୍ରାଣୀଙ୍କର ଯାହା ରାତ୍ରି ସେଥିରେ ଆତ୍ମ୍ଜ୍ଞାନ ଦ୍ୱାରା ଇନ୍ଦି୍ରୟମାନଙ୍କୁ ବଶୀଭୂତ କରିଥିବା ବ୍ୟକ୍ତି ଜାଗ୍ରତ ରହନ୍ତି; ଯେଉଁଥିରେ ସାଧାରଣ ମନୁଷ୍ୟଗଣ ଜାଗ୍ରତ ରହନ୍ତି ଆତ୍ମନିଶ୍ଚୟ ମନନଶୀଳ ବ୍ୟକ୍ତି ପାଇଁ ତାହା ରାତ୍ରି ।ା୬୯ାା ଯେପରି ଜଳରାଶି ସର୍ବଦା ପରିପୂର୍ଣ୍ଣ ସ୍ଥିର ଭାବେ ଅବସ୍ଥିତ ସମୁଦ୍ରରେ ପ୍ରବେଶ କରନ୍ତି ସେହିପରି ଭୋଗ ସମୂହ ବା କାମନାଗୁଡିକ ଯେଉଁ ବ୍ୟକ୍ତି ମଧ୍ୟରେ ପ୍ରବେଶ କରେ ସେ ଶାନ୍ତି ଲାଭ କରନ୍ତି । ଭୋଗବାସନାପୂର୍ଣ୍ଣ ବ୍ୟକ୍ତି ଶାନ୍ତି ପାଏନାହିଁ । ।ା୭୦ାା
ବ୍ୟାଖ୍ୟା : ସଂସାର ସହିତ ସମ୍ବନ୍ଧ ସ୍ଥାପନ ଦ୍ୱାରା ମନରେ ବିଷୟ ଭୋଗର ଚିନ୍ତନ ଆସେ । ଏହି ଚିନ୍ତନର କ୍ରମ ଅବ୍ୟାହତ ରହିଲେ ସେହି ବିଷୟମାନଙ୍କ ପ୍ରତି ଆସକ୍ତି ଉପôନ୍ନ ହୁଏ । ଜନ୍ମଜନ୍ମାନ୍ତର ବିଷୟ ଭୋଗ ଜନିତ ତକ୍ରାଳିକ ସୁଖର ଅନୁଭବ ଆତ୍ମାରେ ସଂଚିତ ହୋଇଥାଏ । ସେସବୁର ଚିନ୍ତନ ଦ୍ୱାରା ସେଗୁଡ଼ିକ ଜାଗ୍ରତ ହୋଇ ଭୋଗ ପାଇଁ ପ୍ରେରିତ କରନ୍ତି । କୌଣସି ସୁସ୍ବାଦୁ ମନ ପସନ୍ଦ ଖାଦ୍ୟପଦାର୍ଥର ପ୍ରସଙ୍ଗ ଉଠିଲେ ବା ଚିନ୍ତନ କଲେ ତାହା ଖାଇବାକୁ ଇଚ୍ଛା ହୁଏ । ଏହି ଇଚ୍ଛା ବଳବତୀ ହେଲେ ସଂପୃକ୍ତ ଖାଦ୍ୟ ପଦାର୍ଥ ସଂଗ୍ରହ ଓ ଭୋଜନ ପାଇଁ ମନୁଷ୍ୟ ପ୍ରବୃ ହୁଏ । ଖାଦ୍ୟ ପ୍ରତି ଆକର୍ଷଣ ହେଉଛି ଆସକ୍ତି ଓ ଏହାର ଚରମ ପର୍ଯ୍ୟାୟ ହେଉଛି କାମନା । କାମନା ପୂରଣ ହେଲେ କାମ୍ୟ ବିଷୟ ସହିତ ସମ୍ବନ୍ଧ ଦୃଢ଼ ହୁଏ ଓ ଏହା ପୂିର୍ ନ ହେଲେ କ୍ରୋଧ ଉପôନ୍ନ ହୁଏ । କ୍ରୋଧ ମନୁଷ୍ୟର ବିବେକ ଶକ୍ତି ବା ହିତାହିତ ଜ୍ଞାନକୁ ନଷ୍ଟ କରିଦିଏ । ଏହାର ବଶୀଭୂତ ମନୁଷ୍ୟ ଉନ୍ମ ହୋଇଉଠେ । କ୍ରୋଧୀ ବ୍ୟକ୍ତିର ଚାଲିଚଳନ, ଆଚାର ବ୍ୟବହାର, କଥାବାର୍ା, ଭାବଭଙ୍ଗୀ, ଦୃଷ୍ଟି-ବୃି ଆଦି ଅସ୍ବାଭାବିକ ମନେ ହୁଏ । କ୍ରୋଧ ହିଂସାର ଜନକ । ହିଂସାପରାୟଣ ବ୍ୟକ୍ତି ଯେକୌଣସି କୁ୍ରର କର୍ମ କରିବାକୁ ପଛାଏ ନାହିଁ । ଏହି ମୂଢ଼ତାର ମୂଳ ହେଉଛି କ୍ରୋଧ । ମୂଢ଼ତା ହେଉଛି ତମୋଗୁଣୀ ପ୍ରବୃି । ଏହା ଦ୍ୱାରା ମଣିଷର ସ୍ମୃତି ନଷ୍ଟ ହୁଏ । ମୁଁ କିଏ ? ମୁଁ ଆସିଛି କେଉଁଠାରୁ? ମହାବିନାଶ ପରେ ଯିବି କେଉଁଠିକି ? ମୋର ଜୀବନର ଲକ୍ଷ୍ୟ କ’ଣ ? ମୋର ସ୍ବଧର୍ମ କ’ଣ ? ପରମାତ୍ମା କିଏ? ତାଙ୍କ ସହିତ ମୋର ସମ୍ବନ୍ଧ କ’ଣ ? ସ୍ମୃତି ବିଭ୍ରମ ହେଲେ ଏହି ପ୍ରଶ୍ନଗୁଡ଼ିକ ଉପରେ ମନୁଷ୍ୟ ବିବେଚନା କରିପାରେ ନାହିଁ । କାରଣ ସ୍ମୃତି ସହିତ ତା’ର ବୁଦ୍ଧି ମଧ୍ୟ ଲୁପ୍ତ ହୋଇଯାଏ । ମନୁଷ୍ୟ ଜୀବନରେ ଉାନର ଆଧାର ହେଉଛି ବୁଦ୍ଧି । ଏହି ଆଧାର ନ ରହିଲେ ତା’ର ଅଧଃପତନ ହୁଏ । ଆସକ୍ତି, କାମନା, କ୍ରୋଧ, ମୂଢ଼ତା, ସ୍ମୃତି ବିଭ୍ରମ, ବୁଦ୍ଧିନାଶ ଓ ପତନ ଏହି ସମସ୍ତର ମୂଳକାରଣ ବିଷୟ ଚିନ୍ତନ । ବିଷୟ ବାସନାକୁ ବିଷତୁଲ୍ୟ ମନେକରି ତ୍ୟାଗ କଲେ ଅମୃତତ୍ୱ ପ୍ରାପ୍ତି ହୁଏ ।
ସାଂସାରିକ ଭୋଗ୍ୟ ବସ୍ତୁ ପଦାର୍ଥ ବା ବିଷୟ ସମୂହରେ ଦୋଷ ନ ଥାଏ । ଶରୀର ଅନ୍ନମୟ କୋଷଗୁଡ଼ିକର ସମାହାର । ଅନ୍ନ, ଜଳ, ବାୟୁ, ଆଲୋକ ବିନା ମନୁଷ୍ୟ ଜୀବନ ଧାରଣ କରିବା ସମ୍ଭବ ନୁହେଁ । ଜୀବନ ଯାପନ ପାଇଁ ଯାହା ଅପରିହାର୍ଯ୍ୟ ସେଗୁଡ଼ିକର ସେବନ ବା ଉପଯୋଗ ଦୋଷଯୁକ୍ତ ହୁଏ ନାହିଁ । ଗୀତା ସଂସାର ତ୍ୟାଗ ବା ସମ୍ପୂର୍ଣ୍ଣ ବିଷୟ ତ୍ୟାଗ କଥା କହି ନାହିଁ । ବିଷୟ ପ୍ରତି ଥିବା ବାସନାହିଁ ଦ୍ୱେଷ ଉପôନ୍ନ କରେ । କେବଳ ବଂଚିବା ପାଇଁ ଭୋଜନ କରୁଥିବା ବ୍ୟକ୍ତି ଯୋଗୀ । ଯେଉଁମାନେ ଖାଇବା ପାଇଁ ବଂଚନ୍ତି ସେମାନେ ଭୋଗୀ । ଇନ୍ଦି୍ରୟ ସମୂହକୁ ନିଜ ବଶରେ ରଖି ବିଷୟ ସେବନ କରିବା ଦ୍ୱାରା ଶରୀର ପରିପୁଷ୍ଟ ଓ ମନ ପ୍ରସନ୍ନ ହୁଏ । ଇନ୍ଦି୍ରୟମାନଙ୍କ ଦ୍ୱାରା ବଶୀଭୂତ ହୋଇ ବିଷୟ ଭୋଗ କଲେ ଶରୀର ରୋଗାକ୍ରାନ୍ତ ହେବା ସହିତ ମନର ପ୍ରସନ୍ନତା ମଧ୍ୟ ନଷ୍ଟ ହୁଏ । ବାହ୍ୟ ବିଷୟ ତ୍ୟାଗ ଅପେକ୍ଷା ରାଗ-ଦ୍ୱେଷରୁ ମୁକ୍ତ ହୋଇ ଇନ୍ଦି୍ରୟ ମାନଙ୍କୁ ବିଷୟ ସେବନ କରାଇବା ଉଚିତ । ସେବନରେ ଏକ ନିର୍ଦ୍ଧିଷ୍ଟ ମାତ୍ରା ଥାଏ, କିନ୍ତୁ ଭୋଗର ସୀମା ନଥାଏ । ରାଗ-ଦ୍ୱେଷ ରହିତ ଇନ୍ଦି୍ରୟ ସମୂହ ବିଷୟ ସେବନ କଲେ ଅନ୍ତଃକରଣରେ ପ୍ରସନ୍ନତା ଆସେ । ଇନ୍ଦି୍ରୟମାନଙ୍କୁ ବଳ ପୂର୍ବକ ଦମନ କରିବା ଦ୍ୱାରା ସେମାନେ ଭୋଗରୁ ନିବୃ ହୁଅନ୍ତି ସତ; କିନ୍ତୁ ମନରୁ ବାସନାର ନିବୃି ହୁଏ ନାହିଁ । ଏହି ଅବଦମିତ ବାସନା ସୁଯୋଗ ପାଇଲେ ମନୁଷ୍ୟକୁ ପୁନଶ୍ଚ ଭୋଗ ମାର୍ଗରେ ପ୍ରେରିତ କରେ ।
ଇନ୍ଦ୍ରିୟମାନଙ୍କ ସ୍ବଭାବ ଭୋଗ କରିବା । କର୍ମଫଳ ଭୋଗ କରିବା ପାଇଁ ମନୁଷ୍ୟାତ୍ମା ଶରୀର ଧାରଣ କରେ । ପ୍ରକୃତିରୁ ଶରୀରର ଉପôି, ଇନ୍ଦି୍ରୟ ସମୂହ ଶରୀରର ବିଭିନ୍ନ ଅଂଶ ବିଶେଷ । ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ଆତ୍ମା ଭୋଗ କରେ । ଆତ୍ମାର ବୃି ଅନୁସାରେ ବିଷୟ ଭୋଗ ଦୁଃଖଦାୟୀ ବା ସୁଖଦାୟୀ ହୁଏ । ଦେହ ସହିତ ତାଦାତ୍ମ୍ୟ ରଖିଲେ ଆତ୍ମା ଇନ୍ଦି୍ରୟମାନଙ୍କ ଅଧୀନ ହୋଇ ଦୈହିକ ସୁଖ ପ୍ରାପ୍ତି ପାଇଁ ବିଷୟ ଭୋଗ ପ୍ରତି ଆସକ୍ତ ହୁଏ । ଏହା ମନୁଷ୍ୟାତ୍ମାକୁ ସ୍ୱ-ରଜ ଓ ତମ ଗୁଣରେ ବନ୍ଧନ କରେ । ଏହି ତି୍ରଗୁଣ ରଜ୍ଜୁରେ ବାନ୍ଧି ହୋଇ ମନୁଷ୍ୟ ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ ଦୁଃଖ ଭୋଗ କରେ । ଶରୀର ଓ ସଂସାର ସହିତ ସମ୍ବନ୍ଧ ନ ରହିଲେ ଇନ୍ଦି୍ରୟ ସକଳ ଆତ୍ମାର ଅଧୀନତା ସ୍ବୀକାର କରନ୍ତି । ଆତ୍ମଚିନ୍ତନ, ଈଶ୍ୱରୀୟ ଜ୍ଞାନ ଅଧ୍ୟୟନ ଓ ଅଧ୍ୟାପନ, ସତ୍ସଙ୍ଗ, ଦୈବୀଗୁଣ ଧାରଣ, ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ, ନିରନ୍ତର ଈଶ୍ୱରୀୟ ସ୍ମୃତିର ଅଭ୍ୟାସ ଦ୍ୱାରା ମନୁଷ୍ୟର ଦେହାଭିମାନ ଦୂର ହୁଏ । ଏହାଦ୍ୱାରା ବ୍ୟକ୍ତିର ଅନ୍ତଃକରଣ ପ୍ରସନ୍ନ ଓ ବୁଦ୍ଧି ଦିବ୍ୟ ହୁଏ । ତାଙ୍କର ମନ ଓ ବୁଦ୍ଧି ରାଗ-ଦ୍ୱେଷ ରହିତ ହୋଇଥିବାରୁ ସେ ଇନ୍ଦ୍ରିୟମାନଙ୍କୁ ନିଜ ବଶରେ ରଖି ପ୍ରାରବ୍ଧ ବଶତଃ ପ୍ରାପ୍ତ ଭୋଗ ସାମଗ୍ରୀର କେବଳ ଉପଯୋଗ କରନ୍ତି । ଏଥିରେ ତାଙ୍କର ଭୋଗ ମାନସିକତା ନଥାଏ । ଉଦାସୀ ସନ୍ନ୍ୟାସୀମାନଙ୍କ ପରି ସେ ବିଷୟ ତ୍ୟାଗ କରନ୍ତି ନାହିଁ । ତାଙ୍କ ପାଖରେ ଉପଲବ୍ଧ ନ ଥିବା ସାମଗ୍ରୀ ଗୁଡ଼ିକ ପ୍ରତି ତାଙ୍କର କୌଣସି ଆକର୍ଷଣ ନଥାଏ । ଏପରି ବ୍ୟକ୍ତିର ବିଷୟ ସେବନ ମଧ୍ୟ ଯୋଗରେ ରୂପାନ୍ତରିତ ହୋଇଯାଏ । କାରଣ ବିଷୟ ଭୋଗ ଜନିତ ସୁଖରେ ତାଙ୍କର ଆସକ୍ତି ଓ ଏହାର ଅପ୍ରାପ୍ତି ଜନିତ ଦୁଃଖରେ ଦ୍ୱେଷ ନଥାଏ । ସଂସାରର ଅନିତ୍ୟ ସୁଖ ଓ ଦୁଃଖରୁ ଉଦ୍ଧ୍ୱର୍କୁ ଉଠି ସେ ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ରହନ୍ତି ।
ସଂସାରରୁ ମନକୁ ଓହରାଇ ଆଣିଲେ ଈଶ୍ୱରଙ୍କ ସହିତ ଯୁକ୍ତ ହୁଏ । ଏହାଦ୍ୱାରା ବୁଦ୍ଧି ସ୍ଥିର ହୁଏ । ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ମନ ସଂସାରରେ ବିଚରଣ କରେ । ସଂସାରର ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ, ବୈଭବ କ୍ଷଣ ଭଙ୍ଗୁର ଓ ପରିବର୍ନଶୀଳ । ତେଣୁ ସଂସାର ପ୍ରତି ଆସକ୍ତ ମନ ଈଶ୍ୱରଙ୍କୁ ଏକାଗ୍ର ଭାବରେ ସ୍ମରଣ କରିପାରେ ନାହିଁ । ସେପରି ବ୍ୟକ୍ତିର ବୁଦ୍ଧି ଏକ ନିଶ୍ଚୟାତ୍ମିକା ହୁଏ ନାହିଁ ଏବଂ ସେ ସାଂସାରିକ ବିଷୟ ଭୋଗ ଓ ଐଶ୍ୱର୍ଯ୍ୟ ସଂଗ୍ରହରେ ରତ ରହନ୍ତି; ସ୍ବଧର୍ମ ପାଳନରୁ ବିରତ ହୁଅନ୍ତି; ଶରୀରକୁ ସର୍ବୋପରି ମନେକରୁଥିବାରୁ ଆତ୍ମୋନ୍ନତି ପ୍ରତି ଧ୍ୟାନ ଦିଅନ୍ତି ନାହିଁ; ଅଧର୍ମ ଓ ପାପାଚରଣରେ ଲିପ୍ତ ହୁଅନ୍ତି । ଏପରି ବ୍ୟକ୍ତିଙ୍କ ପାଇଁ ପ୍ରକୃତ ସୁଖ ଓ ଶାନ୍ତି ଦୁର୍ଲଭ । କସ୍ତୁରୀ ମୃଗର ନାଭିରେ କସ୍ତୁରୀ ଥାଏ, କିନ୍ତୁ ତା’ର ସୁରଭିରେ ମୁଗ୍ଧ ହୋଇ ସେ ସମଗ୍ର ଅରଣ୍ୟରେ ତାହା ଖୋଜି ବୁଲେ । ଆତ୍ମା ମୂଳତଃ ଶାନ୍ତି ଓ ସୁଖ ସ୍ବରୂପ । କିନ୍ତୁ ମନୁଷ୍ୟ ସାଂସାରିକ ବିଷୟ ଓ ବୈଭବ ମଧ୍ୟରେ ସୁଖ ଓ ଶାନ୍ତିର ଅନ୍ୱେଷଣ କରେ । ନିଜ ଅଭ୍ୟନ୍ତରରେ ଥିବା ବସ୍ତୁକୁ ବାହାରେ ଖୋଜିଲେ ମିଳିବ କିପରି ? ସେଥିପାଇଁ ଦେହାଭିମାନୀ ଓ ଈଶ୍ୱର ବିମୁଖ ବ୍ୟକ୍ତି ବୁଦ୍ଧିହୀନ, ନାସ୍ତିକ, ଅଶାନ୍ତ ଓ ଦୁଃଖୀ ହୁଅନ୍ତି ।
ମନ ହେଉଛି ସମସ୍ତ ଇନ୍ଦ୍ରିୟମାନଙ୍କର ରାଜା । ବୁଦ୍ଧିକୁ ହରଣ କରିବା ପାଇଁ ଇନ୍ଦି୍ରୟମାନେ ପ୍ରଥମେ ମନକୁ ବଶୀଭୂତ କରନ୍ତି । କାରଣ ଇନ୍ଦି୍ରୟମାନଙ୍କ ଅପେକ୍ଷା ମନ ଓ ମନ ଅପେକ୍ଷା ବୁଦ୍ଧି ବଳବାନ ଅଟେ ।
ଇନ୍ଦି୍ରୟାଣି ପରାଣ୍ୟାହୁରି ନ୍ଦି୍ରୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁ ସଃ ।ା (ଗୀ-୩/୪୨)
ପ୍ରତ୍ୟେକ ଇନ୍ଦି୍ରୟର ନିଜସ୍ବ ଧର୍ମ ରହିଛି । ଯଥା – କର୍ଣ୍ଣେନ୍ଦି୍ରୟର ଶବ୍ଦ, ଦର୍ଶେନିନ୍ଦି୍ରୟର ରୂପ, ଘ୍ରାଣେନ୍ଦି୍ରୟର ଗନ୍ଧ, ରସନେନ୍ଦି୍ରୟର ସ୍ବାଦ ଓ ସ୍ପର୍ଶେନ୍ଦ୍ରିୟର ସ୍ପର୍ଶ । କୌଣସି ଗୋଟିଏ ଇନ୍ଦି୍ରୟ ଯଦି ନିଜ ବିଷୟ ପ୍ରତି ମନକୁ ଆକର୍ଷଣ କରେ ତେବେ ବୁଦ୍ଧିର ସମତା ନଷ୍ଟ ହୁଏ । ସମତା ବିନା ବୁଦ୍ଧି ଏକନିଶ୍ଚୟାତ୍ମିକା ହୋଇପାରେ ନାହିଁ । ସଂସାର ସାଗର ପାରିହେଲେ ପରମାତ୍ମା ମିଳନ ହୁଏ । ଏହାକୁ ଅତିକ୍ରମ କରିବା ପାଇଁ ଏକନିଶ୍ଚୟାତ୍ମିକା ବୁଦ୍ଧି ରୂପକ ନୌକା ଆବଶ୍ୟକ । ମନ ପବନ ଦ୍ୱାରା ବାହିତ ହୋଇ ଏହି ନୌକା ଭବ ସମୁଦ୍ର ଉୀର୍ଣ୍ଣ ହୁଏ । ସମୁଦ୍ର ପଥରେ ଯାତ୍ରା କଲାବେଳେ ହଠାତ୍ ତୋଫାନ ଆସେ । ଏହା ଦ୍ୱାରା ବାୟୁର ଗତି ବିପରୀତମୁଖୀ ହେଲେ ନୌକା ବିପଥଗାମୀ ବା ଜଳମଗ୍ନ ହୁଏ । ଠିକ୍ ସେହିପରି ଇନ୍ଦି୍ରୟଗଣ ମନକୁ ନିଜ ନିଜ ବିଷୟ ଅନୁରୂପ ଅନୁଗାମୀ କରିବା ପାଇଁ ପ୍ରବଳ ଚାପ ପକାନ୍ତି । କୌଣସି ଗୋଟିଏ ଇନ୍ଦି୍ରୟ ଦ୍ୱାରା ଯଦି ମନ ବଶୀଭୂତ ହୋଇଯାଏ ତେବେ ବୁଦ୍ଧି ବିପଥଗାମୀ କିମ୍ବା ଭ୍ରଷ୍ଟ ହୁଏ । ତେଣୁ ମନକୁ ବଶୀଭୂତ କରି ବୁଦ୍ଧିକୁ ସ୍ଥିର ରଖିବାକୁ ହେବ । ବୁଦ୍ଧି ସ୍ଥିର ହେଲେ ସମତାରେ ସ୍ଥିତ ହୁଏ ଓ ଏହି ସ୍ଥିତି ପରମାତ୍ମାଙ୍କ ସହିତ ଯୁକ୍ତ କରେ । ଇନ୍ଦ୍ରିୟ ନିଗ୍ରହ ଦ୍ୱାରା ମନ ବଶୀଭୂତ ହୁଏ । ଇନ୍ଦ୍ରିୟମାନଙ୍କୁ ରାଗ ଦ୍ୱେଷରୁ ମୁକ୍ତ କରି ବିଧି ପୂର୍ବକ ବିଷୟ ସେବନ କରିବା ହେଉଛି ସେମାନଙ୍କ ନିଗ୍ରହ । ରାଗ-ଦ୍ୱେଷଯୁକ୍ତ ଇନ୍ଦ୍ରିୟମାନଙ୍କୁ ବିଷୟ ସେବନ କରିବାକୁ ଦେଲେ ସେମାନେ ବଳବାନ ହୁଅନ୍ତି । ଇନ୍ଦ୍ରିୟଗଣ ବଳବାନ ହେଲେ ମନ ଦୁର୍ବଳ ହୁଏ । ମନକୁ ବଳବାନ କରିବା ପାଇଁ ଇନ୍ଦ୍ରିୟମାନଙ୍କୁ ସେମାନଙ୍କ ବିଷୟଠାରୁ ନିଗ୍ରହ କରିବାକୁ ହେବ । ଇନ୍ଦ୍ରିୟମାନେ ସ୍ବେଚ୍ଛାପୂର୍ବକ ବିଷୟ ଗ୍ରହଣ କରିବାକୁ ସମର୍ଥ ନହେଲେ ଦୁର୍ବଳ ହୁଅନ୍ତି ଓ ମନକୁ ନିଜ ଅନୁଗାମୀ କରିପାରନ୍ତି ନାହିଁ । ଏପରି ଅବସ୍ଥାରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ବୁଦ୍ଧି ରୂପକ ନୌକା ନିଶ୍ଚଳ ଓ ନିର୍ବିଘ୍ନ ଭାବରେ ଭବ ସମୂଦ୍ର ପାରି ହୋଇଯାଏ ।
ସଂଯମୀ ବା ସ୍ଥିର ବୁଦ୍ଧି (ସ୍ଥିତ ପ୍ରଜ୍ଞ) ସମ୍ପନ୍ନ ବ୍ୟକ୍ତିର ମନ ଇନ୍ଦି୍ରୟମାନଙ୍କ ଅନୁଗାମୀ ହୁଏନାହିଁ । ତାଙ୍କ ମନ ବୁଦ୍ଧିର ଅଧୀନ ଥାଏ । ତେଣୁ ସେ ଦିବ୍ୟଜ୍ଞାନାଲୋକରେ ନିତ୍ୟ ପ୍ରତିଷ୍ଠିତ ଥାଆନ୍ତି । ମନ ଇନ୍ଦି୍ରୟାନୁଗାମୀ ହେଲେ ବୁଦ୍ଧିର ପ୍ରକାଶ ଅସ୍ତମିତ ହୁଏ ଓ ବ୍ୟକ୍ତି ଅଜ୍ଞାନ ଅନ୍ଧକାରରେ ପଥଭ୍ରଷ୍ଟ ହୁଏ । ଜ୍ଞାନ, ଦିବସ ଓ ଅଜ୍ଞାନତା, ରାତ୍ରିର ପ୍ରତୀକ । ଜ୍ଞାନୀ ପାଇଁ ଯାହା ଦିବସ, ଅଜ୍ଞାନ ପାଇଁ ତାହା ରାତି୍ର ପ୍ରତୀୟମାନ ହୁଏ । ଦିବସରେ ବ୍ୟକ୍ତି ଜାଗ୍ରତ ରହେ ଓ ରାତି୍ରରେ ନିଦ୍ରାଭିଭୂତ ଥାଏ । ଜ୍ଞାନୀ ବା ସଂଯମୀ ବ୍ୟକ୍ତି ଇନ୍ଦି୍ରୟମାନଙ୍କ ଦ୍ୱାରା ବିଷୟ ଭୋଗକୁ ମହ୍ୱ ଦିଏ ନାହିଁ । ତେଣୁ ଏହା ତାଙ୍କ ପାଇଁ ରାତ୍ରି । ଅଜ୍ଞାନମାନେ ବିଷୟ ଭୋଗକୁ ମହ୍ୱ ଦିଅନ୍ତି, ତେଣୁ ଏହା ସେମାନଙ୍କ ପାଇଁ ଦିବସ । କୌଣସି ବିଷୟକୁ ମହ୍ୱ ଦେବା ଅର୍ଥ ସେଥିପ୍ରତି ଜାଗ୍ରତ ରହିବା । ଏହାର ବିପରୀତ ଭାବ ହେଉଛି ନିଦ୍ରାବସ୍ଥା । ଅଜ୍ଞାନମାନଙ୍କର ବିଷୟ ଭୋଗରେ ତପôରତା ହିଁ ସେମାନଙ୍କର ଜାଗରଣ । ଜ୍ଞାନୀମାନେ ଏ ସବୁ ବିଷୟରେ ବୀତସ୍ପୃହ ହେବା ହେଉଛି ସେମାନଙ୍କର ନିଦ୍ରା । ଜ୍ଞାନୀ, ଆତ୍ମା ସ୍ଥିତିରେ ଜାଗ୍ରତ ଓ ଦେହ ସ୍ଥିତିରେ ନିଦ୍ରାଭିଭୂତ ଥାଏ । ଅଜ୍ଞାନ, ଆତ୍ମା ସ୍ଥିତିରେ ନିଦ୍ରାଭିଭୂତ ଥାଇ ଦେହ ସ୍ଥିତିରେ ଜାଗ୍ରତ ଥାଏ । ଜ୍ଞାନୀ ବ୍ୟକ୍ତିକୁ ଅଗାଧ ସମୁଦ୍ର ସହିତ ତୁଳନା କରା ଯାଇପାରେ ।
ଚତୁର୍ଦ୍ଧିଗରୁ ଅନେକ ଗୁଡ଼ିଏ ଛୋଟ ବଡ଼ ନଦୀ ଆସି ସମୁଦ୍ରରେ ମିଶନ୍ତି । ବର୍ଷାଋତୁରେ ନଦୀମାନଙ୍କରେ ବନ୍ୟା ହୁଏ ଓ ଅଧିକ ଜଳ ସମୁଦ୍ରରେ ପ୍ରବେଶ କରେ । ତଥାପି ମଧ୍ୟ ସମୁଦ୍ରର ସ୍ଥିତିରେ କୌଣସି ପରିବର୍ନ ହୁଏ ନାହିଁ । ନଦ ନଦୀ ମାନଙ୍କ ପରି ସମୁଦ୍ର ବର୍ଷା ଋତୁରେ କୂଳ (ମର୍ଯ୍ୟାଦା) ଲଂଘନ କରେ ନାହିଁ ବା ପ୍ରଚଣ୍ଡ ରୌଦ୍ର ତାପରେ ଶୁଷ୍କ ହୁଏନାହିଁ । ସ୍ଥିତ ପ୍ରଜ୍ଞ ବା ଜ୍ଞାନୀ ବ୍ୟକ୍ତିର ଅବସ୍ଥା ମଧ୍ୟ ସେହିପରି ଅଚଳ । ତାଙ୍କ ଅନ୍ତଃକରଣ ପବିତ୍ରତା, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ଆଦିରେ ସର୍ବଦା ପରିପୂର୍ଣ୍ଣ ଥାଏ । ପ୍ରାରବ୍ଧ ବଶତଃ ତାଙ୍କୁ ଭୋଗ୍ୟ ପଦାର୍ଥ, ଐଶ୍ୱର୍ଯ୍ୟ, ପ୍ରତିପି, ମାନ ସମ୍ମାନ ଯାହା କିଛି ମିଳିଲେ ମଧ୍ୟ ସେଗୁଡ଼ିକ ତାଙ୍କ ଅନ୍ତଃକରଣରେ କୌଣସି ବିକାର ଉପôନ୍ନ କରିପାରେ ନାହିଁ ଓ ତାଙ୍କ ଆତ୍ମସ୍ଥିତି ଯଥାବତ୍ ଅପରିବର୍ନୀୟ ରହେ । କାରଣ ଭୋଗ୍ୟ ପଦାର୍ଥରେ ତାଙ୍କର କୌଣସି କାମନା ନଥାଏ । ସାଂସାରିକ ଭୋଗ୍ୟ ପଦାର୍ଥ ଓ ଐଶ୍ୱର୍ଯ୍ୟକୁ ସେ ଭୋଗ ନ କରି ଆବଶ୍ୟକ ମୁତାବକ ନିଜ ପାଇଁ ଉପଯୋଗ ଓ ବଳକା ତକ ଲୋକ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରନ୍ତି । ଏହା ଦ୍ୱାରା ଭୋଗ ମଧ୍ୟ ତାଙ୍କ ପାଇଁ ଯୋଗରେ ରୂପାନ୍ତରିତ ହୋଇଯାଏ । ତେଣୁ ସେ ସର୍ବଦା ପରମ ଶାନ୍ତି ଅନୁଭବ କରନ୍ତି, ଅପର ପକ୍ଷରେ ଭୋଗାକାଂକ୍ଷୀ ମନୁଷ୍ୟ ଭୋଗ୍ୟ ପଦାର୍ଥ ପ୍ରାପ୍ତ ହେଲେ ଆନନ୍ଦ ବିଭୋର ହୁଏ ଓ ଏହାର ଅପ୍ରାପ୍ତିରେ ଦୁଃଖରେ ମି୍ରୟମାଣ ହୋଇପଡ଼େ । ଏହିପରି ରାଗଦ୍ୱେଷ ଦୋଷ ହେତୁ ସେ ସର୍ବଦା ଦୁଃଖ ଓ ଅଶାନ୍ତିରେ କାଳାତିପାତ କରନ୍ତି ।
ବ୍ରାହ୍ମୀ ସ୍ଥିତି
ବିହାୟ କାମାନ୍ ଯଃ ସର୍ବାନ୍ ପୁମାଂଶ୍ଚରତି ନିଃସ୍ପୃହଃ ।
ନିର୍ମ୍ମମୋ ନିରହଂକାରଃ ସ ଶାନ୍ତିମଧିଗଚ୍ଛତି ।ା୭୧ ।ା
ଏଷା ବ୍ରାହ୍ମୀ ସ୍ଥିତିଃ ପାର୍ଥ! ନୈନାଂ ପ୍ରାପ୍ତ ବିମୁହ୍ୟତି ।
ସ୍ଥିତ୍ୱା ସ୍ୟାମନନ୍ତତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି ।ା୭୨ ।ା
ଅର୍ଥ : ଯେଉଁ ପୁରୁଷ ସକଳ କାମନା ତ୍ୟାଗ କରି ନିଷ୍କାମ ଭାବରେ ନିର୍ମୋହ ଓ ନିରହଂକାରୀ ଜୀବନ ଯାପନ କରେ ସେ ଶାନ୍ତି ପ୍ରାପ୍ତ ହୁଏ । ।ା୭୧ ।ା ଏହା ହିଁ ସର୍ବୋଚ୍ଚ ସ୍ଥିତି ବା ବ୍ରାହ୍ମୀ ସ୍ଥିତି ।ଏହା ପ୍ରାପ୍ତ ହେଲେ କେହି ମୁହ୍ୟମାନ ହୁଏନାହିଁ ଅର୍ଥାତ ସେ ସଂସାରର ଆପାତ ଦୃଶ୍ୟ ସୁଖ ଓ ଦୁଃଖରେ ବିମୂଢ଼ ହୋଇ ବିଚଳିତ ହୁଏ ନାହିଁ । ଜୀବନର ଶେଷ ମୁହୂର୍ରେ ମଧ୍ୟ ଏହି ଅବସ୍ଥାରେ ସ୍ଥିତ ହୋଇ ପରମାତ୍ମାଙ୍କ ନିବାସ ସ୍ଥଳୀ ନିର୍ବାଣ ବ୍ରହ୍ମଲୋକକୁ ପ୍ରୟାଣ କରେ ।ା ୭୨ାା
ବ୍ୟାଖ୍ୟା : ବ୍ରାହ୍ମୀ ସ୍ଥିତି ଅର୍ଥାତ୍ ଦେହାତୀତ ଅବସ୍ଥା । ଏହି ସ୍ଥିତିରେ ମନ ଓ ବୁଦ୍ଧି, ଶରୀର ଓ ସଂସାର ସହିତ ସମସ୍ତ ସମ୍ବନ୍ଧ ଛିନ୍ନ କରି ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କଠାରେ ସ୍ଥିର ରହେ । ଏହାକୁ ଜୀବନ୍ମୁକ୍ତ ଅବସ୍ଥା ମଧ୍ୟ କୁହାଯାଏ । ଶାସ୍ତ୍ରକାରଗଣ ବ୍ରହ୍ମକୁ ପରମାତ୍ମା ପର୍ଯ୍ୟାୟବାଚୀ ରୂପେ ସ୍ବୀକାର କରନ୍ତି । ପରମାତ୍ମା ସ୍ବୟଂ ଏହାକୁ ଖଣ୍ଡନ କରି କହନ୍ତି ଯେ, ସେ ବ୍ରହ୍ମଠାରୁ ପୃଥକ ଏକ ସର୍ବ ଶକ୍ତିମାନ ପରମ ସା ଅଟନ୍ତି । ବ୍ରହ୍ମ ହେଉଛି ଏକ ସୂକ୍ଷ୍ମ ପ୍ରକାଶ ତ୍ୱ ଏବଂ ଏହା ତାଙ୍କର ନିବାସ ସ୍ଥଳୀ । ସେ ବ୍ରହ୍ମତ୍ୱର ଉଦ୍ଧ୍ୱର୍ରେ । ତାଙ୍କୁ ପରଂବ୍ରହ୍ମ ପରମେଶ୍ୱର କୁହାଯାଏ । ମହାବିନାଶ ପରେ ସମସ୍ତ ଆତ୍ମା ବ୍ରହ୍ମଲୋକ ପ୍ରତ୍ୟାବର୍ନ କରନ୍ତି । ତେଣୁ ଜୀବଦ୍ଧଶାରେ ପୁରୁଷାର୍ଥ ଦ୍ୱାରା ବ୍ୟକ୍ତି ଯେତେବେଳେ କାମନା, ମମତା, ଅହଂକାର ଆଦି ତ୍ୟାଗ କରିଦିଏ ଅର୍ଥାତ ଦେହାଭିମାନରୁ ସଂପୂର୍ଣ୍ଣ ମୁକ୍ତ ହୋଇଯାଏ ସେତେବେଳେ ସେ ବ୍ରାହ୍ମୀସ୍ଥିତି ବା ଜୀବନ୍ମୁକ୍ତ ଅବସ୍ଥା ପ୍ରାପ୍ତ ହୁଏ । ପୂର୍ବରୁ ସ୍ଥିତପ୍ରଜ୍ଞ ବ୍ୟକ୍ତିର ଯେଉଁ ସବୁ ଲକ୍ଷଣ ବର୍ଣ୍ଣନା କରାଯାଇଛି ତାହାହିଁ ବ୍ରାହ୍ମୀସ୍ଥିତି ପ୍ରାପ୍ତ ବ୍ୟକ୍ତିର ଲକ୍ଷଣ । ଅନ୍ୟ ଅର୍ଥରେ ସ୍ଥିତପ୍ରଜ୍ଞ ନ ହେବା ପର୍ଯ୍ୟନ୍ତ ବ୍ୟକ୍ତି ବ୍ରାହ୍ମୀ ସ୍ଥିତିର ଅଧିକାରୀ ହୁଏ ନାହିଁ ।
ସ୍ବାମୀ ଶଙ୍କରା·ର୍ଯ୍ୟ ବ୍ରାହ୍ମୀ ସ୍ଥିତିର ବ୍ୟାଖ୍ୟା କରି କହନ୍ତି “ଏଷା ଯଥୋକ୍ତା ବ୍ରାହ୍ମୀ ବ୍ରହ୍ମଣି ଭବେୟଂ ସ୍ଥିତିଃ ସର୍ବ କର୍ମ ସନ୍ୟସ୍ୟ ବ୍ରହ୍ମରୂପେଣୈ ବାବସ୍ଥାନମିତ୍ୟେ ତତ୍ ହେ ପାର୍ଥ, ନୈନାଂ ସ୍ଥିତିଂ ପ୍ରାପ୍ୟ ଲବ୍ଧା ବିମୁହ୍ୟତି ନ ମୋହଂ ପ୍ରାପ୍ନୋତି” । (ଅର୍ଥ - ଉପର୍ଯୁ୍ୟକ୍ତ ଏହି ଅବସ୍ଥା ବ୍ରାହ୍ମୀ ଅର୍ଥାତ୍ ବ୍ରହ୍ମରେ ହେବାକୁ ଥିବା ସ୍ଥିତି ଅର୍ଥାତ୍ ସମସ୍ତ କର୍ମ ତ୍ୟାଗ କରି କେବଳ ବ୍ରହ୍ମ ରୂପରେ ସ୍ଥିତ ହୋଇଯିବା । ହେ ପାର୍ଥ, ଏହି ସ୍ଥିତି ପ୍ରାପ୍ତ ହୋଇ ମନୁଷ୍ୟ ପୁନଶ୍ଚ ମୋହିତ ହୁଏ ନାହିଁ ଅର୍ଥାତ୍ ମୋହକୁ ପ୍ରାପ୍ତ ହୁଏ ନାହିଁ ।) ଶଙ୍କରା·ର୍ଯ୍ୟଙ୍କ ଏହି ବ୍ୟାଖ୍ୟାକୁ ଖଣ୍ଡନ କରି ମହାବିଦ୍ୱାନ ପଣ୍ଡିତ ଆର୍ଯ୍ୟ ମୁନିଜୀ ତାଙ୍କ ବୈଦିକ ଗୀତାରେ ଲେଖିଛନ୍ତି “ଏହିପରି ବ୍ରହ୍ମସ୍ବରୂପ ହୋଇଯିବା କଥା ଆଲୋଚ୍ୟ ଶ୍ଲୋକରେ କୁହାଯାଇ ନାହିଁ । ଯଦି ଏହିପରି ବ୍ରହ୍ମ ହୋଇଯିବା କଥା ଏହି ଶ୍ଲୋକର ଆଶୟ ହୋଇଥାନ୍ତା ତେବେ ପୂର୍ବ ଶ୍ଲୋକରେ ସମସ୍ତ କାମନାକୁ ତ୍ୟାଗ କରିବା ଦ୍ୱାରା ଯେଉଁ ଶାନ୍ତି ପ୍ରାପ୍ତି ହୁଏ ବୋଲି କୁହାଯାଇଛି ତାହାର ସଙ୍ଗତି ଏହା ସହିତ ହୁଅନ୍ତା ନାହିଁ ଏବଂ ଇନ୍ଦ୍ରିୟ ନିରୋଧ ଦ୍ୱାରା ଶାନ୍ତି ମିଳିବା କଥା କୁହାଯାଇଥାନ୍ତା । ଇନ୍ଦ୍ରିୟ ସମୂହକୁ ନିରୋଧ ଦ୍ୱାରା ଶାନ୍ତି ପ୍ରାପ୍ତିର କଥନ ଏହି କଥାକୁ ସିଦ୍ଧ କରେ ଯେ ନିଷ୍କର୍ମତା ଦ୍ୱାରା ବ୍ରହ୍ମ ପାଲଟି ଯିବା କଥନ ଏହି ଅଧ୍ୟାୟରେ ନାହିଁ । କିନ୍ତୁ ପରମାତ୍ମାଙ୍କ ଗୁଣ ଧାରଣ କରିବା ଦ୍ୱାରା ଯେଉଁ ତଦ୍ଧର୍ମତାପିରୂପ ବ୍ରହ୍ମରେ ସ୍ଥିତ ହୁଏ ତା’ର ନାମ ଏଠାରେ ବ୍ରାହ୍ମୀ ସ୍ଥିତି ଅଟେ ।
ପରମାତ୍ମା ସର୍ବଗୁଣର ସାଗର, ଆତ୍ମା ସେହି ଗୁଣଗୁଡ଼ିକର ସ୍ବରୂପ ମାତ୍ର । ଆତ୍ମା ଓ ପରମାତ୍ମା ପୃଥକ ସା ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସ୍ବଜାତୀୟତା ଅଛି । ସେହିପରି ଶରୀର ଓ ସଂସାର ମଧ୍ୟ ସଜାତୀୟ ଅଟନ୍ତି । ଆତ୍ମା ଶରୀର ସହିତ ତାଦାତ୍ମ୍ୟ ରଖିଲେ ବିଷମ ଦୋଷରେ ଦୂଷିତ ହୁଏ ଓ ପରମାତ୍ମାଙ୍କ ସହିତ ତାଦାତ୍ମ୍ୟ ରଖିଲେ ସମତା ହେତୁ ପରମ ଶାନ୍ତି ଲାଭ କରେ । ପରମାତ୍ମାଙ୍କ ସାଧର୍ମ୍ୟ ଲାଭ କରିବା ହେଉଛି ବ୍ରାହ୍ମୀ ସ୍ଥିତି । ପରମାତ୍ମା ପବିତ୍ରତା, ଜ୍ଞାନ, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ଓ ଶାନ୍ତିର ମହାସାଗର । ଆତ୍ମା ମଧ୍ୟ ମୌଳିକ ରୂପରେ ଏହି ଗୁଣଗୁଡ଼ିକର ସ୍ବରୂପ । ମନୁଷ୍ୟାତ୍ମା ଯେତେବେଳେ ଉପରୋକ୍ତ ଗୁଣଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିକୁ ମଧ୍ୟ ଗଭୀର ଭାବରେ ଅନୁଭବ କରିଥାଏ, ସେତେବେଳେ ସେ ତାର ମୂଳ ସ୍ବରୂପ ବା ଆତ୍ମିକ ସ୍ଥିତିରେ ଥାଏ । ନିରନ୍ତର ଆତ୍ମିକ ସ୍ବରୂପରେ ଅବସ୍ଥାନ କରିବା ସମ୍ଭବ ନୁହେଁ । କାରଣ ଜନ୍ମ ଜନ୍ମାନ୍ତରର କର୍ମଫଳ ମନୁଷ୍ୟକୁ ଶରୀର ଓ ସଂସାର ସହିତ ବାନ୍ଧି ଦେଇଥାଏ । ବ୍ୟାଙ୍କରୁ ଋଣ ଆଣିଲେ ଯେମିତି ମୂଳ ସହିତ ସୁଧ ମିଶି ମୂଳଧନ ବଢି ବଢି ·ଲେ ସେହିପରି ମନୁଷ୍ୟର କର୍ମଫଳ ଜନ୍ମ ଜନ୍ମାନ୍ତରରେ ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଉଥାଏ । କର୍ମ ତିନି ପ୍ରକାର; ସତ୍କର୍ମ (ପୁଣ୍ୟ), ବିକର୍ମ (ପାପ) ଓ ଅକର୍ମ (ପାପ-ପୁଣ୍ୟ ରହିତ) । କର୍ମ ଅନୁସାରେ ଫଳ ପ୍ରାପ୍ତ ହୁଏ । ଦେହାଭିମାନ ପୂର୍ବକ ଯେଉଁ ସବୁ କର୍ମ କରାଯାଏ ତାହା ବିକର୍ମ ତାଲିକାରେ ଯୁକ୍ତ ହୁଏ ଓ ତଦନୁରୂପ ଫଳ ମିଳେ । ଦେହାଭିମାନରୁ କାମନା, ମମତା, ଅହଙ୍କାର ଓ ସ୍ପୃହା ଜାତ ହୋଇଥାଏ । ଏଗୁଡ଼ିକ ହେଉଛନ୍ତି ଅଶାନ୍ତିର ମୂଳ କାରଣ ।
ପ୍ରାରବ୍ଧ ବଶତଃ ମନୁଷ୍ୟ ଯେଉଁସବୁ ସାଂସାରିକ ଭୋଗ, ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଥାଏ ସେଗୁଡ଼ିକ ପ୍ରତି ଆସକ୍ତି ଭାବର ବାଚକ କାମନା । ଅପ୍ରାପ୍ତ ବସ୍ତୁ ଓ ବୈଭବ ପ୍ରାପ୍ତି ଇଚ୍ଛା ଏବଂ ଉପଲବ୍ଧ ବିଷୟ ଭୋଗର ଇଚ୍ଛାକୁ ସ୍ପୃହା କୁହାଯାଏ । ଏହା କାମନାର ସୂକ୍ଷ୍ମ ରୂପ, ନିଜ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ଆଦିକୁ ନିଜର (ମୋର) ମନେ କରି ଆସକ୍ତ ହେବାର ନାମ ମମତା । ନିଜକୁ ଦେହ ମନେ କରି, ଦୈହିକ ସୁଖ-ଦୁଃଖରେ ସୁଖୀ-ଦୁଃଖୀ ହେବା, ଅନ୍ୟମାନଙ୍କୁ ଦୈହିକ ଦୃଷ୍ଟିରେ ଦେଖିବା, ପୁରୁଷାର୍ଥ ଓ ପ୍ରାରବ୍ଧ ଦ୍ୱାରା ପ୍ରାପ୍ତ ଉଚ୍ଚବଂଶ, ଧନ-ସମ୍ପି, ଶାରୀରିକ ସ୍ବାସ୍ଥ୍ୟ, ମାନ-ସମ୍ମାନ, ଯଶ-କୀର୍ି ଆଦି ହେତୁ ଅନ୍ୟମାନଙ୍କ ଠାରୁ ନିଜକୁ ଶ୍ରେଷ୍ଠ ମନେ କରିବା ଓ ଅନ୍ୟମାନଙ୍କୁ ନିକୃଷ୍ଟ ମନେ କରି ହେୟ ଜ୍ଞାନ କରିବା ଅହଂକାରର ପରିଚାୟକ । କାମନା, ସ୍ପୃହା, ମମତା ଓ ଅହଙ୍କାର ବ୍ୟକ୍ତିକୁ ଶରୀର ଓ ସଂସାର ସହିତ ଯୁକ୍ତ କରେ । ଏହା ଫଳରେ ମନ ଅଶାନ୍ତ ହୁଏ । ଅନ୍ୟପକ୍ଷରେ ଶାନ୍ତିର ମହାସାଗର ପରମାତ୍ମାଙ୍କ ସହିତ ମନ-ବୁଦ୍ଧି ଯୁକ୍ତ କଲେ ଅଲୌକିକ ଶାନ୍ତି ମିଳେ । ଏଥିପାଇଁ ଶରୀର ଓ ସଂସାର ସହିତ ଯୁକ୍ତ କରୁଥିବା ତଥା ଅଶାନ୍ତିର ମୂଳକାରଣ କାମନା, ସ୍ପୃହା, ମମତା ଓ ଅହଙ୍କାରକୁ ସର୍ବଥା ତ୍ୟାଗ କରି ଏହାର ବିପରୀତ ନିଷ୍କାମ, ନିସ୍ପୃହ, ନିର୍ମମ ଓ ନିରହଙ୍କାର ଭାବରେ ବିଚରଣ କରିବା ଉଚିତ । ଏହାଦ୍ୱାରା ବ୍ୟକ୍ତି ଆମିôକ ସ୍ଥିତିରେ ସ୍ଥିତ ହୋଇ ନିରନ୍ତର ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ରହିପାରିବ । ଏହିପରି ଯୋଗୀ ବ୍ୟକ୍ତି ହିଁ ଶାନ୍ତି ଲାଭ କରିଥାଏ । ଏହା ହେଉଛି ବ୍ରହ୍ମୀ ସ୍ଥିତି । ଅନ୍ୟ ଅର୍ଥରେ ଶରୀର ଓ ସଂସାର ବନ୍ଧନରୁ ମୁକ୍ତ ହୋଇ ସମସ୍ତ କର୍ବ୍ୟ ସୁ·ରୁ ରୂପେ ସଂପାଦନ କରିବା ପୂର୍ବକ ଆତ୍ମିକ ସ୍ଥିତିରେ ସର୍ବଦା ମନ ବୁଦ୍ଧିକୁ ବ୍ରହ୍ମଲୋକ ନିବାସୀ ପରଂବ୍ରହ୍ମ ପରମାତ୍ମାଙ୍କ ସହିତ ତଲ୍ଲୀନ ରଖିବା ହେଉଛି ବ୍ରାହ୍ମୀ ସ୍ଥିତି । ଏହି ସ୍ଥିତିରେ ସ୍ଥିତ ବ୍ୟକ୍ତି ବା ଯୋଗୀ କେବେହେଲେ ମୋହାଭିଭୂତ ହୁଅନ୍ତି ନାହିଁ । ଅନ୍ତିମ ସମୟରେ ମଧ୍ୟ ଏହି ସ୍ଥିତି ବ୍ରହ୍ମାନନ୍ଦ ଅର୍ଥାତ ପରମାତ୍ମା ମିଳନ ଜନିତ ସର୍ବଶ୍ରେଷ୍ଠ ଆନନ୍ଦ ପ୍ରଦାନ କରିଥାଏ ।
ସାଧାରଣ ମଣିଷ ସାଂସାରିକ ବିଷୟ ଭୋଗ ମଧ୍ୟରେ ଆନନ୍ଦ ଅନ୍ୱେଷଣ କରେ । କାରଣ ସେ ଜାଣି ନଥାଏ ଯେ ଆତ୍ମା ସ୍ବୟଂ ଆନନ୍ଦ ସ୍ବରୂପ । ଆତ୍ମାର ମୌଳିକ ଗୁଣ ହେଉଛି ଆନନ୍ଦ । ଆତ୍ମାର ପିତା ପରମାତ୍ମା ହେଉଛନ୍ତି ଆନନ୍ଦର ସାଗର । କିନ୍ତୁ ଅଜ୍ଞାନ ମନୁଷ୍ୟ ଦେହାଭିମାନ ବଶତଃ ଏହି ଚରମ ସତ୍ୟ ଅନୁଭବ କରିପାରେ ନାହିଁ । ଦୁଗ୍ଧ ମଧ୍ୟରେ ଘୃତ ଲୁକ୍କାୟିତ ଥାଏ । ଉପଯୁକ୍ତ ଭାବରେ ମନ୍ଥନ କଲେ ଏହା ପ୍ରକଟ ହୁଏ । ପ୍ରତ୍ୟେକ ଆତ୍ମାରେ ଆନନ୍ଦ ସୁପ୍ତ ଭାବରେ ରହିଛି । ମନୋମନ୍ଥନ ଦ୍ୱାରା ଏହା ପ୍ରକଟ ହୁଏ । ମୁଖ୍ୟତଃ ଆନନ୍ଦ ଦୁଇ ପ୍ରକାର । ସାଧନ ଜନ୍ୟ ଓ ସ୍ବୟଂ ସିଦ୍ଧ । ବିଷୟ ଭୋଗରୁ ପ୍ରାପ୍ତ ଆନନ୍ଦ ସାଧନ ଜନ୍ୟ । ବିଷୟର ସମାପ୍ତି ପରେ ତଦ୍ଜନ୍ୟ ଆନନ୍ଦର ନାଶ ହୁଏ । କିନ୍ତୁ ଆତ୍ମିକ ସ୍ଥିତିରେ ରହିବା ଦ୍ୱାରା ଯେଉଁ ଆନନ୍ଦ ପ୍ରାପ୍ତ ହୁଏ ତାହା ଅବିନାଶୀ । ଏହା ସ୍ବୟଂସିଦ୍ଧ ଆନନ୍ଦ । ଏହି ଆନନ୍ଦ ପ୍ରାପ୍ତି ହେଉଛି ବ୍ରାହ୍ମୀ ସ୍ଥିତି । ପରମାତ୍ମା ସତ୍, ଚିତ୍ ଓ ଆନନ୍ଦରେ ପରିପୂର୍ଣ୍ଣ ଅଟନ୍ତି । ସେହି ପରମାତ୍ମାଙ୍କୁ ଯିଏ ଚିହ୍ନିପାରେ ଏବଂ ତାଙ୍କ ସହିତ ମନକୁ ତଦାକାର କରେ ସିଏ ପରିପୂର୍ଣ୍ଣ ଆନନ୍ଦ ଅନୁଭବ କରେ । ଆନନ୍ଦର ଏହି ପରିପୂର୍ଣ୍ଣ ଅବସ୍ଥା ହେଉଛି ବ୍ରହ୍ମାନନ୍ଦ ବା ନିର୍ବାଣ ବ୍ରହ୍ମ ପ୍ରାପ୍ତି ।
ଅନ୍ତିମ ସମୟ କହିଲେ ମୃତୁ୍ୟ ଓ ମହାବିନାଶର ଅବ୍ୟବହିତ କ୍ଷଣକୁ ବୁଝାଏ । ଏହି ଉଭୟ କ୍ଷଣକୁ ସତତ ସ୍ମରଣ ରଖିବାକୁ ହେବ । ମୃତୁ୍ୟକାଳୀନ ମନୋଭାବ ବ୍ୟକ୍ତିର ପରଜନ୍ମ କିପରି ହେବ ନିର୍ଦ୍ଧାରଣ କରେ । ସମଗ୍ର ଜୀବନର କର୍ମ ଆଧାରରେ ମନୁଷ୍ୟର ମନୋଭାବ ନିର୍ମାଣ ହୁଏ । ମୃତୁ୍ୟ ଓ ମହାବିନାଶ ପୂର୍ବରୁ ଆଗମନର ତିଥି ଓ ତାରିଖର ସୂଚନା ଦେଇ ଆସନ୍ତି ନାହିଁ । ତେଣୁ ବର୍ମାନଠାରୁହିଁ ପୁୁରୁଷାର୍ଥକୁ ତୀବ୍ର କରିବାକୁ ହେବ । ଦେହାଭିମାନୀ ବ୍ୟକ୍ତି ପାଇଁ ମୃତୁ୍ୟ ଅତୀବ ଯନ୍ତ୍ରଣାଦାୟକ ମନେହୁଏ । ସଂପ୍ରତି ଆମେ ସମସ୍ତେ ମହାବିନାଶର ଦ୍ୱାରଦେଶରେ ଦଣ୍ଡାୟମାନ । ମହାବିନାଶର ତାଣ୍ଡବ ଲୀଳା ପ୍ରଦର୍ଶନ କରିବା ପାଇଁ ଅଦୃଷ୍ଟ ତା’ର ପ୍ରସ୍ତୁତି ଚଳାଇଛି । ପ୍ରାକୃତିକ ବିପର୍ଯ୍ୟୟ, ଗୃହଯୁଦ୍ଧ, ଆତଙ୍କବାଦୀ କାର୍ଯ୍ୟକଳାପ, ଦେଶ ଦେଶ ମଧ୍ୟରେ ଆଣବିକ ଅସ୍ତ୍ର ନିର୍ମାଣର ପ୍ରତିସ୍ବର୍ଦ୍ଧା ଆଦି ଏହାର ଜ୍ୱଳନ୍ତ ଉଦାହରଣ । କେତେବେଳେ ମହାବିନାଶ ସଂଘଟିତ ହେବ ତାହା ପୂର୍ବରୁ ଅନୁମାନ କରିବା କାହାରି ପକ୍ଷରେ ସମ୍ଭବ ହେବ ନାହିଁ । ବ୍ରାହ୍ମୀ ସ୍ଥିତି ଲାଭ କରିଥିବା ବ୍ୟକ୍ତି ବା ଯୋଗୀ ମୃତୁ୍ୟ ଓ ମହାବିନାଶର ସଙ୍ଗୀନ ମୁହୂର୍ରେ ମଧ୍ୟ ଶାନ୍ତ ରହି ବ୍ରହ୍ମାନନ୍ଦ ଲାଭ କରନ୍ତି । ଜୀବଦ୍ଧଶାରେ ବ୍ରାହ୍ମୀ ସ୍ଥିତି ପ୍ରାପ୍ତ ବ୍ୟକ୍ତି ଜୀବନ୍ମୁକ୍ତ ହୋଇଯାଏ । ଏହି ସ୍ଥିତି ଲାଭ ପାଇଁ ଅଭ୍ୟାସ ଅବ୍ୟାହତ ରଖିବାକୁ ପଡ଼ିବ । କାରଣ ମୃତୁ୍ୟର ଠିକ ଅବ୍ୟବହିତ ପୂର୍ବରୁ ମଧ୍ୟ ଯଦି ଏହା ମିଳିଯାଏ ତେବେ ସୁଦ୍ଧା ବ୍ୟକ୍ତି ବ୍ରହ୍ମାନନ୍ଦ ପ୍ରାପ୍ତ ହୁଏ ।
ପରିଶିଷ୍ଟ ବ୍ୟାଖ୍ୟା
ଦୁôଃଖ ଓ ମୃତ୍ୟୁ ଆତ୍ମାର ଅନନ୍ତ ଜୀବନରେ ସାମୟିକ ଘଟଣା ମାତ୍ର । ତେଣୁ ଜୀବିତ ବା ମୃତ କାହାରି ପାଇଁ ଶୋକ ପ୍ରକାଶ କରିବା ଅନୁଚିତ । ଗତାସୂନଗତାସୂଂଶ୍ଚ ନାନୁଶୋଚନ୍ତି ପଣ୍ଡିତାଃ (୨/୧୧) ଅର୍ଥାତ ମୃତ ବା ଜୀବିତଙ୍କ ପାଇଁ ପଣ୍ଡିତ ଲୋକେ ଶୋକ କରନ୍ତି ନାହିଁ । ସେମାନେ ଜନ୍ମ, ମୃତ୍ୟୁ, ଦୁଃଖ ପ୍ରଭୃତି ବାହ୍ୟ ଘଟଣା ପଛରେ ଯେଉଁ ସତ୍ୟ ରହିଛି ତାକୁ କେବଳ ଦେଖନ୍ତି । ତେଣୁ ଆମେ ଅଜ୍ଞାନାଦି ପ୍ରକୃତିର ବାସନା କାମନାେରେ ବିଚଳିତ ନ ହୋଇ ମାନବ ଜୀବନରେ ଯାହା ପ୍ରକୃତ ଲକ୍ଷ୍ୟ ତତ୍ ପ୍ରତି ଅନୁଧାବନ କରିବା ଉଚିତ । ଆବହମାନକାଳରୁ ଗତି କରି ଆସିଥିବା ଜନ୍ମ ମୃତ୍ୟୁ, ସୁଖ ଦୁଃଖର ସୁଦୀର୍ଘ ପଥ ମଧ୍ୟରେ ଆମେ ନିଜକୁ ଅମୃତତ୍ୱ ପାଇଁ ପ୍ରସ୍ତୁତ କରିବା ଉଚିତ । ଆତ୍ମା ହେଉଛି ଆମର ପ୍ରକୃତ ସା,ଦେହ ନୁହେଁ । ଆଜି ଆମେ ଯେଉଁମାନଙ୍କ ମୃତ୍ୟୁ ପାଇଁ ଶୋକାଚ୍ଛନ୍ନ ହେଉଛେ,ସେମାନେ ଏହି ଜନ୍ମ ପୂର୍ବରୁ ମଧ୍ୟ ଥିଲେ,ପରେ ମଧ୍ୟ ରହିବେ ।
ତିତିକ୍ଷା ଅର୍ଥାତ ସହ୍ୟ କରିବାର ଦୃଢ଼ ସଂକଳ୍ପ ଓ ଶକ୍ତି । ସଂସାରର ଅନିତ୍ୟ ଶୋକ ଓ ଦୁଃଖ, କାମ ଓ କ୍ରୋଧର ବେଗ ଧୀର ଭାବେ ସହ୍ୟ କରିବାକୁ ହେବ । ଏହିପରି ଅଳ୍ପ ଅଳ୍ପ ଅଭ୍ୟାସ କ୍ରମଶଃ ଆମକୁ ଏପରି ଏକ ସ୍ଥିତିରେ ପହାଇବ ଯେ ସେସବୁ ବିକୃତିର ପ୍ରଭାବ ଆମକୁ ପ୍ରଭାବିତ କରି ପାରିବ ନାହିଁ । ଆମର ଆଭ୍ୟନ୍ତରସ୍ଥ ଶାନ୍ତ ଶାଶ୍ୱତ ଆତ୍ମା ଯେପରି ସଂସାରର ସମସ୍ତ ସୁଖ ଓ ଦୁଃଖର ସ୍ପର୍ଶ ଜ୍ଞାନ ଶାନ୍ତ ସମତାର ସହିତ ଗ୍ରହଣ କରେ,ଆମର ବାହ୍ୟ ବ୍ୟକ୍ତିତ୍ୱ ମଧ୍ୟ ସେ ରୂପେ ତାକୁ ଗ୍ରହଣ କରିବାକୁ ସମର୍ଥ ହେବ ।ା ୨/୧୪ ।ା
ଦେହର ମୃତ୍ୟୁ ପରେ ମଧ୍ୟ ବର୍ମାନ ରହିବା ଅମୃତତ୍ୱ ନୁହେଁ । ଆତ୍ମିକ ଦୃଷ୍ଟି କୋଣରୁ ସମସ୍ତେ ଅମର । ଦେହର ଉଦ୍ଧ୍ୱର୍ରେ ଯେଉଁ ଆତ୍ମାର ଅସ୍ତିତ୍ୱ ଅଛି ,ତାକୁ ଉପଲବ୍ଧି କରି,ତତ୍ ସ୍ମୃତିରେ ସତତ ସ୍ଥିର ରହି,ଜନ୍ମ ମୃତ୍ୟୁର ବନ୍ଧନରୁ ଉଦ୍ଧ୍ୱର୍କୁ ଉଠି ଦିବ୍ୟଗୁଣ ଓ ଜୀବନ୍ମୁକ୍ତି ଲାଭ କରିବା ହିଁ ପ୍ରକୃତ ଅମୃତତ୍ୱ । ଯିଏ ଦେହ, ପ୍ରାଣ, ମନର ଅନିତ୍ୟ ସୁଖ, ଦୁଃଖ ଆବେଗରେ କ୍ଷୁବ୍ଧ ଓ ବିଚଳିତ ହୋଇ ପଡେ, ସେ ଏହି ପରମ ଶ୍ରେୟ ଅମରତ୍ୱ ଲାଭ ପାଇଁ ଯୋଗ୍ୟ ବିିବେଚିତ ହୁଏ ନାହିଁ ।
ମୃତ୍ୟୁ ବୋଲି କିଛି ନାହିଁ । କାରଣ ଶରୀର ଧ୍ୱଂସ ହେଲାପରେ ମଧ୍ୟ ତଦାଶି୍ରତ ଆତ୍ମା ଅନ୍ୟ ଶରୀରରେ ପୁନଶ୍ଚ ପ୍ରବେଶ କରି ତା'ର ପୂର୍ବ ବ୍ୟକ୍ତିତ୍ୱର ପ୍ରକାଶ କରେ । ଯାହା ବାସ୍ତବିକ ଓ ସତ୍ୟ ତାହା କେବେ ହେଲେ ଲୁପ୍ତ ହୋଇପାରେ ନାହିଁ; ଠିକ ସେହିପରି ଯାହା ଅସତ୍ ଓ ଅବାସ୍ତବ ତାହା ମଧ୍ୟ କେବେହେଲେ ଆବିର୍ଭୁତ ହୋଇପାରେ ନାହିଁ । ସତ୍ ଓ ଅସତ୍ ମଧ୍ୟରେ ଅସତ ହେଉଛି ଭ୍ରାନ୍ତି । ଯାହା ସତ୍ ତାହା ସ୍ୱଭାବତଃ ନିତ୍ୟ ଓ ଅସତ୍ ହେଉଛି ଅସ୍ଥିର । ସତ୍ ସର୍ବକାଳରେ ବିଦ୍ୟମାନ । ତେଣୁ ସତ୍ୟ ଅବିନାଶୀ । ଶରୀର ମଧ୍ୟରେ ଆତ୍ମା କେବଳ ସତ ଅଟେ । ଶରୀର ନଶ୍ୱର, ବିନାଶଶୀଳ । ସେହି ଦୃଷ୍ଟିରୁ ଆତ୍ମାର ବିନାଶ ନାହିଁ । ଆତ୍ମା ନିଜ ସଂସ୍କାର ଅନୁସାରେ ଯେଉଁ ମାନବୀୟ ଶରୀର ଧାରଣ କରୁନା କାହିଁକି ପୂର୍ବର ବ୍ୟକ୍ତିତ୍ୱ ଆତ୍ମପ୍ରକାଶ କରିବା ନିଶ୍ଚିତ । ତେଣୁ ଦେହ ଅଭିମାନ ବଶତଃ ଆମେ ଯେଉଁ ବାହ୍ୟ ସାକୁ ଦେଖି ଭାବୁଛେ ଯେ ଅମୁକ ଲୋକର ମୃତ୍ୟୁ ହେଲା, ତାହା ଅଜ୍ଞାନ । ଯେଉଁମାନେ ଆତ୍ମୋପଲବ୍ଧି କରିଛନ୍ତି ସେମାନେ ଜାଣନ୍ତି ଯେ ସେହି ଏକ ଅବିନାଶୀ ଆତ୍ମା ବିଭିନ୍ନ ନାମ ରୂପରେ ବିଭିନ୍ନ ଶରୀର ଧାରଣ କରେ । ଆମ ଶରୀରର ବିନାଶ ହେଉଥିଲେ ମଧ୍ୟ ଏହାକୁ ଅଧିକାର କରି ରହୁଥିବା ଆତ୍ମା ଅନନ୍ତ, ନିତ୍ୟ, ଅପ୍ରମେୟ,ଶାଶ୍ୱତ ଓ ଅବିନାଶୀ । ଏହି ହେତୁ ଶରୀର ବିନାଶ ହେଲେ ମଧ୍ୟ ଆତ୍ମାର କିଛି କ୍ଷତି ହୁଏ ନାହିଁ ।
ଯେତେବେଳେ ଆମେ ନିଜକୁ ଏକ ଅବିନାଶୀ ଆତ୍ମା ବୋଲି ଅନୁଭବ କରିବାକୁ ଲାଗିବା ସେତେବେଳେ ଆମକୁ କିଏ ହତ୍ୟା କରୁଛି ବୋଲି ଭାବିବା ନାହିଁ ବା ଅନ୍ୟ କାହାକୁ ହତ୍ୟାକାରୀ ବୋଲି ମନେ କରିବା ନାହିଁ । ସେତେବେଳେ ଆମ ପାଇଁ ହତ ବା ହନ୍ତା – ଏ ଦୁଇ ଶବ୍ଦ ଅର୍ଥହୀନ ହୋଇ ପଡିବ ।
ଯେଉଁ ଦେହ ଜୀର୍ଣ୍ଣ ହୋଇ ଯାଇଛି ତାକୁ ପରିତ୍ୟାଗ କରି ଦେହର ଅଧିକାରୀ ଆତ୍ମା ଯଦି ନୂତନ ଶରୀର ଧାରଣ କରେ ଓ ନୂତନ ଜୀବନ ଯାପନ କରିବା ଆରମ୍ଭ କରେ ସେଥିପାଇଁ ଶୋକ କରିବା ଅନାବଶ୍ୟକ । ଏଥିପାଇଁ ଭୟରେ କୁଣ୍ଠିତ ହୋଇ ରୋମାିତ ହେବା ନିଃଷ୍ପ୍ରୟୋଜନ । ଶସ୍ତ୍ରାଦି ଦ୍ୱାରା କେବଳ ସ୍ଥୂଳ ଦେହ ବିଦ୍ଧ ହୁଏ, ବିକୃତ ହୁଏ; ଆତ୍ମାର ସାମାନ୍ୟତମ କ୍ଷତି ହୁଏ ନାହିଁ । ଜ୍ଞାନୀମାନେ ଏହି ବାହ୍ୟ ଦୃଶ୍ୟ ଦ୍ୱାରା ପ୍ରତାରିତ ହୁଅନ୍ତି ନାହିଁ ।
ଆତ୍ମାକୁ ଦେହପରି ଚକ୍ଷୁ ଆଦି ଇନ୍ଦ୍ରିୟ ଦ୍ୱାରା ଜାଣି ହୁଏ ନାହିଁ ,ଅନୁଭବ କରିହୁଏ ନାହିଁ । ମନ ଦ୍ୱାରା ବିଶ୍ଳେଷଣ କରି ହୁଏ ନାହିଁ । ପ୍ରାଣ, ଇନ୍ଦ୍ରିୟ ଓ ଇନ୍ଦ୍ରିୟଭୋଗୀ ବସ୍ତୁ ସମୂହ ଦ୍ୱାରା ଆତ୍ମା ପରିବର୍ନଶୀଳ ଓ ବିକାରଶୀଳ ନୁହେଁ । ଏହା ସର୍ବାପେକ୍ଷା ମହମ, ସମସ୍ତ ପାର୍ଥିବ ବସ୍ତୁର ଉଦ୍ଧ୍ୱର୍ରେ । ଏହା ସତ୍ୟ ଓ ଚିରନ୍ତନ ।
ଯେକୌଣସି କାରଣରୁ ମୃତ୍ୟୁ ହେଉନା କାହିଁକି ତଦ୍ଧ୍ୱାରା ଯନ୍ତ୍ରଣାଦାୟକ ଅବସ୍ଥାନ୍ତର ହୁଏ ନାହିଁ । ଆତ୍ମା କେବଳ ବ୍ୟକ୍ତ ଅବସ୍ଥାରୁ ଅବ୍ୟକ୍ତ ଅବସ୍ଥାକୁ ଚାଲିଯାଏ । ସାମୟିକ ଭାବରେ ଚକ୍ଷୁ କର୍ଣ୍ଣାଦି ଇନ୍ଦ୍ରିୟ ସମୂହର ଅଗୋଚର ହୋଇଯାଏ । କିନ୍ତୁ ତା'ର ଅସ୍ତିତ୍ୱ ଯଥାବତ ରହେ । ଶରୀର ବିନାଶ ସହିତ ସେହି ଅବସ୍ଥାର କୌଣସି ସମ୍ପର୍କ ନାହିଁ । ଅନ୍ୟପକ୍ଷରେ ଶରୀର ଧ୍ୱଂସ ହେଲେ ମଧ୍ୟ ଆତ୍ମାର ଅବସ୍ଥାରେ କୌଣସି ପରିବର୍ନ ହୁଏ ନାହିଁ । ପରଲୋକରେ ବିଶ୍ରାମ କରି ଆତ୍ମା ତା'ର ପ୍ରାରବ୍ଧ କର୍ମ ଉପଯୋଗୀ ନୂତନ ଜନ୍ମ, ନୂତନ ଦେହ ଗ୍ରହଣ କରେ । ତେଣୁ କାହାରି ମୃତୁ୍ୟରେ ଆମର ମନ ବା ଇନ୍ଦ୍ରିୟ ସମୂହ ଯଦି ବିକଳ ହୋଇ ଉଠେ,ଏହା ନିତାନ୍ତ ଅଜ୍ଞାନ ଜନିତ ସ୍ନାୟବିକ କାତରତା ଭିନ୍ନ ଅନ୍ୟ କିଛି ନୁହେଁ ।
ଦେହାଭ୍ୟନ୍ତରସ୍ଥ ପରମ ସା ଆତ୍ମାକୁ ଅଧିକାଂଶ ଲୋକ ଅନୁଭବ କରିପାରି ନାହାନ୍ତି । ଏଥି ପାଇଁ ହିଁ ଏ ସୃଷ୍ଟି ତିଷ୍ଟି ରହିଛି । ଆତ୍ମା ହେଉଛି ଆମ ଦେହର ଅଧୀଶ୍ୱର । ସମଗ୍ର ଜୀବନ ଏହାରି ଛତ୍ର ଛାୟା ତଳେହିଁ ବିତି ଯାଏ । ଶରୀର ମଧ୍ୟରେ ଆତ୍ମାର ପ୍ରବେଶକୁ ଜନ୍ମ ଓ ଶରୀର ତ୍ୟାଗକୁ ମୃତ୍ୟୁ ବୋଲି ଲୋକେ ଅଭିହିତ କରନ୍ତି । ତେଣୁ ଆତ୍ମା ହିଁ ସତ୍ୟ । ଏହି ସତ୍ୟର ଅବଧାରଣାରେ ହିଁ ଆମକୁ ଜୀବନ ଯାପନ କରିବାକୁ ହେବ । ଏହାହିଁ ଆମକୁ ଅମୃତତ୍ୱ ପଥରେ ପରିଚାଳିତ କରେ । ଆତ୍ମତ୍ୱ ପ୍ରାପ୍ତିର ମହାନ ଯାତ୍ରା ପଥରେ ଜନ୍ମ ଓ ମୃତ୍ୟୁ ହେଉଛି ଆମ ପାଇଁ ମାଇଲ ଖୁ ସଦୃଶ । ପରଲୋକ ହେଉଛି ବିଶ୍ରାମ ସ୍ଥାନ । ସଂସାରର ସୁଖ ଦୁଃଖକୁ ଅତିକ୍ରମ କରି ଜୀବନ ସଂଗ୍ରାମରେ ଜୟ ଲାଭ କରି ଅମୃତତ୍ୱ ଲାଭ ପାଇଁ ଏ ମାଇଲ ଖୁ ହେଉଛି ଏକ ସର୍ବୋମ ଅବଲମ୍ବନ । ତେଣୁ କାହାରି ମୃତୁ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସର୍ବାଦୌ ଅନୁଚିତ୍ ।
କପିଳଙ୍କ ସାଂଖ୍ୟ ଦର୍ଶନ ଓ ଗୀତାର ସାଂଖ୍ୟ ଯୋଗ ଏକାକଥା ନୁହେଁ । ଦ୍ୱିତୀୟ ଅଧ୍ୟାୟର ସାଂଖ୍ୟଯୋଗ ପ୍ରସଙ୍ଗରେ ଶ୍ଳୋକ ୧୨ରୁ ୩୦ ପର୍ଯ୍ୟନ୍ତ ଗୀତାରେ ଯାହା କୁହାଗଲା ତାହା ସାଂଖ୍ୟ ଦର୍ଶନରେ ବର୍ଣ୍ଣିତ ହୋଇଛି । କିନ୍ତୁ କେବଳ ତ୍ୱ ଜ୍ଞାନ ଉପଦେଶ ଦେବା ଗୀତାର ଲକ୍ଷ୍ୟ ନୁହେଁ । ବେଦ ଶାସ୍ତ୍ରାଦି ଅଧ୍ୟୟନ କରି ମଣିଷ ପାଖରେ ପାଣ୍ଡିତ୍ୟର ଯେଉଁ ଅଭିମାନ ଆସିଛି ସେହି ଅହଂତ୍ୱକୁ ତ୍ୱଜ୍ଞାନ ଦ୍ୱାରା ଦୂରକରି ବୁଦ୍ଧିକୁ ଈଶ୍ୱରାଭିମୁଖୀ କରାଇବା ହେଉଛି ପରମାତ୍ମାଙ୍କ ଗୀତା ଜ୍ଞାନର ପ୍ରକୃତ ଆଭିମୁଖ୍ୟ । ଯେଉଁ ବେଦ, ଉପନିଷଦ, ପୁରାଣଶାସ୍ତ୍ର ସ୍ୱୟଂ ପରମାତ୍ମାଙ୍କ ଅନ୍ତ ପାଇ ନାହିଁ, ତାକୁ ଅଧ୍ୟୟନ କରି ମାନବାତ୍ମା କିପରି ବା ତାଙ୍କ ସାନ୍ନିଧ୍ୟ ଲାଭ କରି ପାରିବ? ଜ୍ଞାନ ସହିତ ଯୋଗକୁ ସନ୍ନିବେଶିତ କରିବା ଗୀତାର ପ୍ରକୃତ ଲକ୍ଷ୍ୟ । ତେଣୁ ଗୀତାକୁ ଯୋଗ ଶାସ୍ତ୍ର କୁହାଯାଏ । ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହେଉଛି ଗୀତାର ଯୋଗ । ଅର୍ଜୁନ କର୍ମର ଫଳାଫଳ ବିଚାର କରି ଭଗବାନଙ୍କ ସମ୍ମୁଖରେ ଶାସ୍ତ୍ରୀୟ ଯୁକ୍ତି ଉପସ୍ଥାପିତ କରିଥିଲେ ।ବର୍ମାନ ସମାଜରେ ମଧ୍ୟ ମାନବାତ୍ମା ବା ତଥାକଥିତ ଶାସ୍ତ୍ରବାଦୀ ଶାସ୍ତ୍ରର ଦ୍ୱାହିଦେଇ କିପରି ସ୍ୱ ସ୍ୱ କର୍ମ ଓ ଲକ୍ଷ୍ୟଠାରୁ ଦୂରେଇ ଯାଉଛନ୍ତି ଅର୍ଜୁନଙ୍କ ଏହି ପାଣ୍ଡିତ୍ୟ ପ୍ରଦର୍ଶନ ହିଁ ତା'ର ପ୍ରତିକାତ୍ମକ ଉଦାହରଣ । ଅଜ୍ଞାନ ବ୍ୟକ୍ତି ଫଳକାମନା କରି କର୍ମ ବନ୍ଧନରେ ପଡିଥାଏ । କିନ୍ତୁ ପରମାତ୍ମା ଗୀତାରେ ଯେଉଁ ଜ୍ଞାନ ଯୋଗର ଶିକ୍ଷା ଦେଇଛନ୍ତି ତାକୁ ଜୀବନରେ ପ୍ରୟୋଗ କଲେ ମାନବାତ୍ମା ସକଳ କର୍ମ ବନ୍ଧନରୁ ଅକ୍ଳେଶରେ ମୁକ୍ତ ହୋଇ ପାରିବ ।
ବେଦବାଦୀମାନଙ୍କର ଯାଗ ଯଜ୍ଞାଦି କ୍ରିୟାର ଲକ୍ଷ୍ୟ ହେଉଛି ଇହକାଳ ଓ ପରକାଳର ଭୋଗ ଓ ଐଶ୍ୱର୍ଯ୍ୟ ଲାଭ । କିନ୍ତୁ ଗୀତା ପ୍ରଥମରୁ ହିଁ କାମନାକୁ ବିନାଶ କରିବା କଥା କହିଛି । କାରଣ ଏହାଦ୍ୱାରା ମନରେ ବିରାଗ ଜାତ ହୁଏ । ଫଳରେ ଈଶ୍ୱରୀୟ ସ୍ମୃତିରେ ଏକାଗ୍ରତା ଆସେ ନାହିଁ । ଭୋଗ ସୁଖ ଆଶାକରି ଦେବତାମାନଙ୍କୁ ପୂଜା କରିବା ଅନୁୁଚିତ । ସକଳ ପ୍ରକାର କାମନାରୁ ମୁକ୍ତ ହୋଇ ଭକ୍ତିନିଷ୍ଟ ଚିରେ ଆଜୀବନ ସମସ୍ତ କର୍ମକୁ ଯଜ୍ଞରୂପେ ପରମାତ୍ମାର୍ପଣ କରିବା ବିଧେୟ । ଏହି ଉପାୟରେ କେବଳ ମାନବାତ୍ମା ପରମାତ୍ମାଙ୍କ ସାଧର୍ମ୍ମ୍ୟ ଲାଭ କରି ପାରିବ । ଏହା ହିଁ ମାନବ ଜୀବନର ପ୍ରକୃତ ଲକ୍ଷ୍ୟ । ଯେଉଁମାନେ ଯାଗଯଜ୍ଞାଦିକୁ ଜୀବନର ପରମ ଲକ୍ଷ୍ୟ ମନେକରନ୍ତି ଓ ଏପରି ମିଥ୍ୟା କଥା କହି ଲୋକମାନଙ୍କୁ ଐଶ୍ୱର୍ଯ୍ୟ ଆରାଧନା ଭିତରେ ମଗ୍ନ କରି ରଖନ୍ତି,ଗୀତା ସେହି ବେଦବାଦୀଗଣଙ୍କୁ କଠୋର ଭାଷାରେ ନିନ୍ଦା କରିଛି ଏବଂ ବେଦର ପ୍ରକୃତ ଅର୍ଥ ପ୍ରକୃତ ମର୍ମ ବିଷୟରେ ଆଲୋକପାତ କରିଛି ।
ଯୋଗ ସାଧନାର ଲକ୍ଷ୍ୟ ହେଲା ଦେହ ଅଭିମାନ ବା ତ୍ରିଗୁଣାତ୍ମିକା ମାୟା ଦ୍ୱାରା ବଶୀଭୂତ ନ ହୋଇ ଆତ୍ମିକ ସ୍ଥିତିରେ ସ୍ଥିତ ହୋଇ ଈଶ୍ୱରୀୟ ସାଧର୍ମ୍ୟ ଲାଭ କରିବା । ""ମଦ୍ଭାବମାଗତାଃ'' । ଏହା ହିଁ ଯୋଗର ଆଭିମୁଖ୍ୟ । ବେଦ ଅନେକ ବିଧିବିଧାନ ଯୁକ୍ତ ଅନୁଷ୍ଠାନ ଦ୍ୱାରା ଏହି ମହାନ ସତ୍ୟକୁ ଆବୃତ କରି ରଖିଛି; ମଣିଷକୁ ତ୍ରିଗୁଣ କ୍ରିୟାର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ଆବଦ୍ଧ କରି ରଖିଛି । ବେଦବାଦୀମାନେ ଯେଉଁ ସ୍ୱର୍ଗାଦି ଫଳ କାମନା ପାଇଁ କର୍ମ କରିବାକୁ କହନ୍ତି ବା ସଂପ୍ରତି ମାନବ ରାଜସିକତାର ବଶବର୍ୀ ହୋଇ ଯେଉଁ କର୍ମ କରେ, ଗୀତା ସେପରି କରିବାକୁ କହି ନାହିଁ । ଅନ୍ୟ କେତେକ କର୍ମ ତ୍ୟାଗ ଦ୍ୱାରା ହିଁ ମୁକ୍ତି ଲାଭ ସମ୍ଭବ ବୋଲି କହନ୍ତି । ଗୀତା ଏପରି ମତବାଦ ଦ୍ୱାରା ବିଭ୍ରାନ୍ତ ନ ହେବା ପାଇଁ ସତର୍କ ବାଣୀ ଶୁଣାଇଛି । ନିଷ୍କାମ କର୍ମ ଦ୍ୱାରା ପରମ ସିଦ୍ଧି ଲାଭ କରିବା ହେଉଛି ଗୀତାର ଶିକ୍ଷା ।
ଗୀତାରେ କୌଣସି ବାହି୍ୟକ ବିଧି ନିଷେଧର ଉଲ୍ଲେଖ ନାହିଁ । ଲାଭ ଓ କ୍ଷତିରେ ସମଭାବାପନ୍ନ ହୋଇ ଅନାସକ୍ତ ଭାବରେ କେବଳ କର୍ମ କରିଯିବା ପାଇଁ ପରମାତ୍ମା ନିର୍ଦ୍ଧେଶ ଦେଇଛନ୍ତି । ଆମକୁ କର୍ମ ଫଳର ଆକାଙ୍କ୍ଷା ନ ରଖି ପାପ ପୁଣ୍ୟର ପୂର୍ବାଗ୍ରହରେ ପ୍ରଭାବିତ ନ ହୋଇ ମନକୁ ଈଶ୍ୱରୀୟ ସ୍ମୃତିରେ ଏକାଗ୍ର କରି ନିମି ଭାବରେ କର୍ମ କରି ଯିବାକୁ ହେବ । ମଣିଷ ଭ୍ରାନ୍ତ ବୁଦ୍ଧିଯୁକ୍ତ ହୋଇ କର୍ମ କରୁଥିବାରୁ ଆଶା, ନିରାଶା, କ୍ରୋଧ, ଶୋକ, ସୁଖ ଦୁଃଖରେ ବିଚଳିତ ହୋଇ ପଡେ । କିନ୍ତୁ ବୁଦ୍ଧିକୁ ଦେହଠାରୁ ପୃଥକ ସାରେ ସ୍ଥିର ରଖି ଦୈହିକ କାମନାବାସନାର ପ୍ରେରଣାରୁ ମନକୁ ନିବୃ କରାଇ କର୍ମ କଲେ ତାହା ଅବଶ୍ୟ ଶୁଭ ଫଳ ପ୍ରଦାନ କରିବ । ନିଷ୍ମାମ ଭାବେ କର୍ମ କଲେ ତାହା ସୂଚାରୁ ରୂପେ ସମ୍ପାଦିତ ହୋଇ ପାରିବ ନାହିଁ – ଏପରି ଧାରଣା ଅମୂଳକ । ବୁଦ୍ଧିକୁ ଈଶ୍ୱରାଭିମୁଖୀ କରାଇ ଆମେ ଯେଉଁସବୁ ସାଂସାରିକ କର୍ମ କରିବା ତାହା ଯେ ନିଶ୍ଚୟ ସର୍ବାପେକ୍ଷା ଶକ୍ତିମୟ ଓ ସିଦ୍ଧି ପ୍ରଦାୟକ ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ । କାରଣ ସେହି କର୍ମ ଈଶ୍ୱରୀୟ ଜ୍ଞାନ ଓ ଇଚ୍ଛା ଦ୍ୱାରା ହିଁ ଅନୁପ୍ରାଣିତ ହେବ । ଯେଉଁମାନେ ଏହିପରି ଈଶ୍ୱରୀୟ ସ୍ମୃତି ପୂର୍ବକ ଫଳକାମନା ଶୂନ୍ୟ ହୋଇ କର୍ମ କରନ୍ତି ସେମାନେ ସକଳ ପ୍ରକାର ଶୋକ ଦୁଃଖର ଅତୀତ ହୋଇ ପରମପଦ ପ୍ରାପ୍ତ ହୁଅନ୍ତି ।ା
ଯୋଗର ମୁଖ୍ୟ ଉଦ୍ଧେଶ୍ୟ ହେଲା ଦେହ ଅଭିମାନରୁ ମୁକ୍ତ ହୋଇ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରିବା । ଭଗବତ୍ ପ୍ରାପ୍ତି ପାଇଁ କର୍ମ ପ୍ରତିବନ୍ଧକ ହୁଏ ନାହିଁ । ଯେଉଁମାନେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ଫଳ ପ୍ରାପ୍ତି ଆଶା ନ ରଖି କର୍ମ କରନ୍ତି ସେମାନେ ମାନବ ଜୀବନର ସମସ୍ତ ସୁଖ ଦୁଃଖକୁ ଅତିକ୍ରମ କରି ପରମ ଲକ୍ଷ୍ୟ ପ୍ରାପ୍ତ ହୁଅନ୍ତି । ପ୍ରାଚୀନ ଶାସ୍ତ୍ର ବଚନର ଅର୍ଥକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ହୁଏ । ସେମାନେ ପରସ୍ପର ବିପରୀତ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି । ଏହା ଦ୍ୱାରା ମଣିଷର ବୁଦ୍ଧି ବିଭ୍ରାନ୍ତ ହୋଇ ଉଠେ । କିନ୍ତୁ ସେ ଯେତେବେଳେ ଶ୍ରୁତ କିମ୍ବା ଅଶ୍ରୁତ ସମସ୍ତ ଶାସ୍ତ୍ର ପରିତ୍ୟାଗ କରି ପରମାତ୍ମା ସ୍ମୃତିରେ ନିଷ୍ମାମ ଭାବରେ କର୍ବ୍ୟ କର୍ମ କରି ଚାଲେ ସେତେବେଳେ ସେ ନିଜେ ନିଜ ଅନୁଭବରୁ ପ୍ରାପ୍ତ ଉପଲବ୍ଧି ଦ୍ୱାରା ସତ୍ୟ ଅସତ୍ୟର ବିଭେଦ ନିର୍ଣ୍ଣୟ କରିବାକୁ ସମର୍ଥ ହୁଏ । ଜ୍ଞାନୀ ପାଇଁ ବେଦର ଆବଶ୍ୟକତା ନାହିଁ । କାରଣ ବେଦ ଉପନିଷଦ ଶାସ୍ତ୍ରାଦିର ପରସ୍ପର ବିରୋଧୀ ଶ୍ଳୋକ, ଭାଷାଟୀକା ଦ୍ୱାରା ମଣିଷର ବୁଦ୍ଧିରେ ବିକ୍ଷେପ ସୃଷ୍ଟି ହୁଏ ଏବଂ ତଦ୍ଧ୍ୱାରା ତାର ପୁରୁଷାର୍ଥ ବାଧାପ୍ରାପ୍ତ ହୁଏ । କିନ୍ତୁ ସେ ଯେତେବେଳେ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଏ ସେତେବେଳେ ତାକୁ ସମସ୍ତ ଈଶ୍ୱରୀୟ ବିଭୂତି ପ୍ରାପ୍ତ ହୁଏ ।
ସ୍ଥିତପ୍ରଜ୍ଞ ବ୍ୟକ୍ତି ଦେହ ଅଭିମାନରୁ ମୁକ୍ତ ହୋଇଥିବା ହେତୁ ସେ କେବଳ ନିଜ ଆତ୍ମାକୁ ଦେଖେ । ସେ ସଦା ସର୍ବଦା ଆତ୍ମିକ ଚିନ୍ତନରେ ଆନନ୍ଦ ବିଭୋର ଥାଏ । ତାଙ୍କ ପାଖରେ କୌଣସି କାମନା ବାସନା ନଥାଏ । ସେ ସମସ୍ତ ପ୍ରକାର ଭୌତିକ ବିଷୟ ବସ୍ତୁର କାମନାକୁ ତ୍ୟାଗ କରି ଦିଏ । ଶରୀରାଦି ବାହ୍ୟ ଜ୍ଞାନର ବିସ୍ମୃତିକୁ କେତେକ ସମାଧି ବୋଲି କହନ୍ତି । କିନ୍ତୁ ପ୍ରକୃତ ସମାଧିର ଲକ୍ଷଣ ହେଉଛି ସମସ୍ତ ଦୈହିକ କାମନା ଓ ମୋହ ମମତାକୁ ତ୍ୟାଗ କରି ନିରନ୍ତର ଆତ୍ମିକ ସ୍ମୃତି ଦ୍ୱାରା ପରମାତ୍ମା ଚିନ୍ତନରେ ନିମଜ୍ଜିତ ରହିବା ।
ଜୀବନରେ ଦୁଃଖ ସୁଖ ଏକ ଅସ୍ଥାୟୀ ଅବସ୍ଥା ମାତ୍ର । ତେଣୁ ଯୋଗାଭ୍ୟାସୀ ବ୍ୟକ୍ତି ଦୁଃଖରେ ଉଦ୍ବେଗ ରହିତ ଓ ସୁଖରେ ନିଃସ୍ପୃହ ରହିବା ଉଚିତ । ସେମାନେ ଦୃଢ ÿଇଚ୍ଛା ଶକ୍ତି ଦ୍ୱାରା କାମ କ୍ରୋଧାଦି ପ ବିକାର ଉପରେ ବିଜୟ ପ୍ରାପ୍ତ କରିଥାନ୍ତି । ସେମାନଙ୍କର ମନ ସଂକଳ୍ପ ବିକଳ୍ପ ଦ୍ୱାରା ଅସ୍ଥିର ହୁଏ ନାହିଁ । ଏହା ମନର ମୌନ ଅବସ୍ଥା । ତେଣୁ ଏଭଳି ବ୍ୟକ୍ତିକୁ ପରମାତ୍ମା ସ୍ଥିତପ୍ରଜ୍ଞ ମୁନି ବୋଲି କହିଛନ୍ତି ।
ସଂସାର ତ୍ୟାଗ କରି ସଂସାରର ଦୁଃଖ କଷ୍ଟକୁ ଏଡାଇ ଯିବାର ପନ୍ଥାକୁ ଗୀତା ସମର୍ଥନ କରେ ନାହିଁ । ସମସ୍ତ ପ୍ରକାର ସୁଖ ଦୁଃଖ ଶୁଭ ଅଶୁଭକୁ ସମଭାବାପନ୍ନ ହୋଇ ଗ୍ରହଣ କରିବାକୁ ହେବ । କୌଣସି ବସ୍ତୁ ବା ବ୍ୟକ୍ତି ବିଶେଷ ପ୍ର୍ରତି ଆସକ୍ତି ରହିବା ହେଉଛି ଦୁଃଖର କାରଣ । ତେଣୁ ଏହା ସର୍ବଥା ତ୍ୟାଜ୍ୟ । କାହାରି ବିଋୁଦ୍ଧ ବଚନରେ ଦୁଃଖ ପ୍ରକାଶ କରିବା ଅନୁଚିତ । ବୀରତ୍ୱର ସହିତ ମନୋବିକାର ସମୂହକୁ ଜୟ କରିବା ପାଇଁ ଗୀତା ସାଧନାର ପଥ ନିର୍ଦ୍ଧେଶ କରେ । ଇନ୍ଦ୍ରିୟ ସମୂହ ଯେଉଁ ଭୋଗ୍ୟ ବିଷୟଗୁଡିକୁ ପାଇବା ପାଇଁ କାମନା କରନ୍ତି ସେମାନଙ୍କର ବର୍ହିମୁଖୀ ଗତିକୁ ପ୍ରତ୍ୟାହାର କରିନେଲେ ବୁଦ୍ଧି ଆତ୍ମିକ ସ୍ଥିତିରେ ସ୍ଥିର ରହେ ।ଏଠାରେ କଇଁଛର ଉଦାହରଣ ନିଆଯାଇପାରେ । କୌଣସି କାମ ନ ଥିଲେ କଇଁଛ ତା'ର ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକୁ ଖୋଳପା ମଧ୍ୟକୁ ସେଙ୍କାଚନ କରି ନେଇ ସ୍ଥିର ହୋଇ ରହେ । ସେହିପରି ଯୋଗାଭ୍ୟାସୀ ପୁରୁଷ କର୍ମେନ୍ଦ୍ରିୟ ସମୂହକୁ ବିଷୟ ଭୋଗରୁ ପ୍ରତ୍ୟାହାର କରି ନେଇ ବୁଦ୍ଧିକୁ ପରମାତ୍ମାଙ୍କ ସ୍ମୃତିରେ ଏକାଗ୍ର ରହିବା ଉଚିତ ।
ଇନ୍ଦି୍ରୟଭୋଗ୍ୟ ବସ୍ତୁ ସମୂହର ଭୋଗ ଲାଳସା ମନରେ ଚଳତା ସୃଷ୍ଟି କରେ । ବିଷୟ ପରିତ୍ୟାଗ କରି ଏପରି ଲାଳସାକୁ ଦୂର କରାଯାଇପାରେ ନାହିଁ । ଅନାହାର ଦ୍ୱାରା କେବଳ ବିଷୟଗୁଡିକୁ ତ୍ୟାଗ କରାଯାଏ, କିନ୍ତୁ ଅନୁରାଗ ଦୂର ହୁଏ ନାହିଁ । ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରମାତ୍ମାଙ୍କ ସାକ୍ଷାତକାର ନ ହେବା ପର୍ଯ୍ୟନ୍ତ ବ୍ୟକ୍ତିର ସାଂସାରିକ ଭୋଗ୍ୟ ପଦାର୍ଥରେ ଅଭିରୂଚି ଦୂର ହୁଏନାହିଁ । ଆତ୍ମ ସଂଯମ ପାଇଁ ଅନେକ କଥା କୁହାଯାଏ । କିନ୍ତୁ ଯନô ପୂର୍ବକ ଅଭ୍ୟାସ ନ କରିବା ପର୍ଯ୍ୟନ୍ତ ଏହା ଫଳପ୍ରଦ ହୁଏନାହିଁ । କାରଣ ଆମର ଇନ୍ଦ୍ରିୟଗଣ ଖୁବ ବଳଶାଳୀ । ଯନôପୂର୍ବକ ଅଭ୍ୟାସ କରୁଥିବା ଜ୍ଞାନୀ ବ୍ୟକ୍ତି ମଧ୍ୟ ଏମାନଙ୍କର ପ୍ରଚଣ୍ଡତା ସମ୍ମୁଖରେ ବେଳେବେଳେ ହାର ମାନନ୍ତି । ସାଧାରଣ ଲୋକଙ୍କ କଥା କ'ଣ ବା କହିବା ? ମନବୁଦ୍ଧି ଦ୍ୱାରା ଇନ୍ଦି୍ରୟ ସମୂହକୁ ସମ୍ପୂର୍ଣ୍ଣ ଭାବେ ଜୟ କରିବା ସମ୍ଭବ ହୁହେଁ । ଦେହ ଅଭିମାନ ତ୍ୟାଗ କରି ସର୍ବୋତଭାବରେ ପରମାତ୍ମା ପରାୟଣ ହେବାକୁ ପଡିବ । ସମସ୍ତ ବିଷୟ ପ୍ରତି ଅନୁରାଗ ପରିତ୍ୟାଗ କରି ଭଗବତ୍ ପ୍ରାପ୍ତିକୁ ଜୀବନରେ ଏକମାତ୍ର ଲକ୍ଷ୍ୟ ବୋଲି ଆନ୍ତରିକତାର ସହିତ ସ୍ୱୀକାର କରିବାକୁ ହେବ ।
ମନବୁଦ୍ଧି ଦ୍ୱାରା ଇନ୍ଦି୍ରୟଗୁଡ଼ିକୁ ସର୍ମ୍ପୂର୍ଣ୍ଣ ଭାବେ ଜୟ କରିବା ସମ୍ଭବ ନୁହେଁ । ଦେହ ଅଭିମାନ ତ୍ୟାଗ କରି ସର୍ବୋତଭାବେ ପରମାତ୍ମା ପରାୟଣ ହେବାକୁ ପଡ଼ିବ । ସମସ୍ତ ବିଷୟ ପ୍ରତି ଅନୁରାଗ ପରିତ୍ୟାଗ କରି ଭଗବତ୍ ପ୍ରାପ୍ତିକୁ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ଆନ୍ତରିକତାର ସହିତ ସ୍ୱୀକାର କରିବାକୁ ହେବ । ଇନ୍ଦି୍ରୟମାନଙ୍କୁ ସଂଯତ କରି ଈଶ୍ୱରୀୟ ସ୍ମୃତିରେ ମନୋନିବେଶ ନ କଲେ ସେମାନେ(ମନ ଓ ଇନ୍ଦ୍ରିୟ) ବିଷୟ ଚିନ୍ତାରେ ନିବିଷ୍ଟ ରହିବେ । ବିଷୟ ପ୍ରତି ଆସକ୍ତି ଉପôନ୍ନ ହେଲେ ତାକୁ ଭୋଗ କରିବାପାଇଁ କାମନା ଜାତ ହୁଏ । ସେହି ଭୋଗେଚ୍ଛାରେ କେହି ବାଧା ଦେଲେ କ୍ରୋଧ ଜାତ ହୁଏ । କ୍ରୋଧ ମଣିଷର ପରମ ଶତ୍ରୁ । ଏହା ତାକୁ ମୂଢ଼ କରିଦିଏ । ଏହାର ଫଳସ୍ୱରୂପ ସେ କର୍ବ୍ୟାକର୍ବ୍ୟ କର୍ମର ପ୍ରଭେଦ ନିର୍ଣ୍ଣୟ କରି ନ ପାରି ପାପ ମାର୍ଗରେ ପରିଚାଳିତ ହୁଏ । ସେ ନିଜର ବାସ୍ତବିକ ସ୍ୱରୂପ ଭୁଲି କ୍ଷୀଣ ବୁଦ୍ଧି ହେତୁ ଭୋଗ ବାସନାରେ ଲିପ୍ତ ହୁଏ । କ୍ରମଶଃ ତା'ର ଜୀବନ ଦୁର୍ବିସହ ହୋଇପଡେ । ଏହିପରି ପତିତ ଜୀବନ ମୃତୁ୍ୟ ତୁଲ୍ୟ ।
ଯେତେେବେଳେ ଇନ୍ଦ୍ରିୟଗଣଙ୍କୁ ବିଷୟ ଭୋଗରେ ନିଯୁକ୍ତ କରାଇ ମଧ୍ୟ ରାଗ ଦ୍ୱେଷ ଉପôନ୍ନ ହୁଏନାହିଁ, ସେତେବେଳେ ବ୍ୟକ୍ତି ଉଚ୍ଚତର ଆଧ୍ୟତ୍ମ ଅବସ୍ଥା ପ୍ରାପ୍ତ ହୁଏ । ଆତ୍ମାର ଅନୁଭବ ଓ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ବ୍ୟକ୍ତି ସାଂସାରିକ ଜୀବନ ଯାପନ କରୁଥିଲେ ସୁଦ୍ଧା ଅନ୍ତଃକରଣର ପ୍ରସନ୍ନତା ଲାଭ କରେ । ଅନ୍ତଃକରଣର ପ୍ରସନ୍ନତା ବା ନିର୍ମଳତା ପ୍ରାପ୍ତ ହୋଇଥିବା ବ୍ୟକ୍ତିଙ୍କୁ ସଂସାରର କୌଣସି ଦୁଃଖ ସ୍ପର୍ଶ କରି ପାରେ ନାହିଁ । ତାଙ୍କର ସମସ୍ତ ଦୁଃଖ ଦୂର ହୋଇଯାଏ । ପ୍ର୍ରସନ୍ନ ଚି ବ୍ୟକ୍ତିର ବୁଦ୍ଧି ସ୍ଥିର ହୋଇଥିବାରୁ ସହଜରେ ପରମାତ୍ମାଙ୍କଠାରେ ଯୁକ୍ତ ହୋଇଯାଏ ।
ଇନ୍ଦ୍ରିୟମାନଙ୍କ ଉପରେ ବିଜୟ ପ୍ରାପ୍ତ ବ୍ୟତିରେକ ଅନ୍ତଃକରଣର ନିର୍ମଳତା ଓ ପ୍ରସନ୍ନତା ସମ୍ଭବ ନୁହେଁ । ମନ ଓ ଇନ୍ଦି୍ରୟଗଣ ସଂଯତ ନ ହେବା ପର୍ଯ୍ୟନ୍ତ ବୁଦ୍ଧି ପରମାତ୍ମା ସ୍ମୃତିରେ ସ୍ଥିର ରହେ ନାହିଁ । ଏଭଳି ଯୋଗ ବିହୀନ ବ୍ୟକ୍ତିଙ୍କର ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବା ପାଇଁ ଭାବନାର ଉଦ୍ରେକ ହୁଏ ନାହିଁ । ପରମାତ୍ମା ଭାବ ରହିତ ବ୍ୟକ୍ତିଙ୍କୁ ଶାନ୍ତି ମିଳେ ନାହିଁ । ଯେଉଁଠାରେ ଶାନ୍ତି ନାହିଁ ସେଠାରେ ସୁଖ ବା ମିଳିବ କୁଆଡୁ ? ତେଣୁ ପରମାତ୍ମାଙ୍କ ସହିତ ମନ ବୁଦ୍ଧିକୁ ଯୁକ୍ତ କରାଇବା ଦ୍ୱାରା ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ଇନ୍ଦ୍ରିୟମାନଙ୍କ ଉପରେ ବିଜୟ ପ୍ରାପ୍ତି କରିଥାଏ । ଯେଉଁମାନେ ଇନ୍ଦ୍ରିୟ ଭୋଗକୁଁ ଜୀବନର ଲକ୍ଷ୍ୟ ବୋଲି ଗ୍ରହଣ କରିବାକୁ କହନ୍ତି ସେମାନେ ଭୁଲ ମାର୍ଗ ନିର୍ଦ୍ଧେଶ କରାନ୍ତି । ଇନ୍ଦ୍ରିୟମାନଙ୍କର ବର୍ହିମୁଖୀ ବେଗ ମନରେ କାମ କ୍ରୋଧ ଜାତ କରାଏ । ବିକାର ସମୂହର ବଶୀଭୂତ ହୋଇ ମନ, ବୁଦ୍ଧିକୁ ହରଣ କରି ନିଏ । ବୁଦ୍ଧି ତାହାର ଶାନ୍ତ ବିଚାର ଶକ୍ତି, ସଂଯମ ଶକ୍ତି ହରାଇ ବସେ । ବୁଦ୍ଧିର ଏହି ନିମ୍ନଗାମୀ ଗତି ହେଉଛି ଶୋକ ଦୁଃଖର ମୂଳ କାରଣ ।
ଦେହ ଅଭିମାନ ସକଳ ଦୁଃଖର କାରଣ । ଆତ୍ମଜ୍ଞାନ ଅଭାବରୁ ମଣିଷ ସତ୍ ଓ ଅସତ୍ର ଭେଦ ନିର୍ଣ୍ଣୟ କରି ପାରେ ନାହିଁ । ତେଣୁ ସେ ପଶୁମାନଙ୍କ ପରି ଆହାର ବିହାର, ମୈଥୁନ ଆଦି ଦେହ ସମ୍ପର୍କିତ କ୍ରିୟା ଗୁଡ଼ିକୁ ଜୀବନର ଏକମାତ୍ର ଧ୍ୟେୟ ବୋଲି ଭାବି ଚଳେ । ଜ୍ଞାନେନହୀନା ପଶୁଭିଃ ସମାନା । ତାପାଇଁ ଏହି ଅଜ୍ଞାନତା ଅନ୍ଧକାର ରାତି୍ର ତୁଲ୍ୟ । ଅନ୍ଧକାରରେ ରଜ୍ଜୁକୁ ଦେଖି ସର୍ପ ଭ୍ରମ ହୁଏ । ସେହିପରି ଆତ୍ମଜ୍ଞାନ ଅଭାବରେ ମଣିଷ ନିଜକୁ ଦେହଠାରୁ ପୃଥକ ସା ଆତ୍ମା ବୋଲି ନିଶ୍ଚୟ କରିପାରେ ନାହିଁ । ଆତ୍ମ ବିସ୍ମୃତି ପରମାତ୍ମାଙ୍କ ପ୍ରତି ବିମୁଖତାର ପ୍ରଧାନ କାରଣ । ଠିକ ଏହାର ବିପରୀତ ଆତ୍ମ ସଂଯମୀ ବ୍ୟକ୍ତି ପରମାତ୍ମା ସ୍ମୃତି ଦ୍ୱାରା ତା'ର ଜନ୍ମ ଜନ୍ମାନ୍ତର ବିକର୍ମ ସମୂହକୁ ଧ୍ୱଂସ କରେ ଓ ଏକ ସୁଖଦ ଭବିଷ୍ୟତ ପାଇଁ ପୁଣ୍ୟ କର୍ମ ସୟରେ ବ୍ୟସ୍ତ ରହେ । ଅନ୍ୟ ସାଧାରଣ ମାନବମାନଙ୍କ ପରି ସେ ଅଜ୍ଞାନ ନିଦ୍ରାରେ ଶୋଇ ରହି ବର୍ମାନ ସମୟକୁ ନଷ୍ଟ କରେ ନାହିଁ । ତେଣୁ ଯେଉଁମାନେ ଆତ୍ମ ସଚେତନ ସେମାନେ ହିଁ ସଦା ଜାଗ୍ରତ ବୋଲି କୁହାଯାଏ । ଏମାନେ ପରମାତ୍ମାଙ୍କ ଦିବ୍ୟ ଅବତରଣର ମହ୍ୱ ବୁଝିପାରି ଈଶ୍ୱରୀୟ ମାର୍ଗରେ ଏକ ଉଚ୍ଚତର ପାରଲୌକିକ ଲକ୍ଷ୍ୟ ପ୍ରାପ୍ତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦିଅନ୍ତି । ଏହି ସମୟରେ ସାଧାରଣ ଦେହ ସର୍ବସ୍ୱ ମାନବ ସମୟର ମୂଲ୍ୟକୁ ବୁଝି ନପାରି ଅଜ୍ଞାନ ନିଦ୍ରାରେ ଅଚେତନ ରହିଥାଏ । ତେଣୁ ଜ୍ଞାନହୀନ ପାଇଁ ଯାହା ରାତ୍ରି, ଜ୍ଞାନୀ ପାଇଁ ତାହା ଦିନ । ଜଣେ ଶୋଇଥିଲେ ଅନ୍ୟଜଣେ ଚେଇଁ ଥାଏ ।
ବର୍ଷାଦିନେ ନଈ ନାଳ ପୁଷ୍ପରିଣୀ ଆଦିର ଜଳ ଗୋଳିଆ ହୋଇଯାଏ ଏବଂ ଅଧିକ ହେଲେ କୂଳ ଲଙ୍ଘନ କରେ । ସେହି ନଦୀ ନାଳ ଗୋଳିଆ ଜଳ ବହନ କରି ସମୁଦ୍ରରେ ମିଶନ୍ତି । ତଥାପି ସମୁଦ୍ର ଜଳ ଗୋଳିଆ ହୁଏ ନାହିଁ କି କୂଳ ଲଙ୍ଘନ କରେ ନାହିଁ । ଏହା ସର୍ବଦା ସ୍ଥିରତା ରକ୍ଷାକରି ଯଥା ସ୍ଥତି ବଜାୟ ରଖେ । ଜୀବନ ଯାତ୍ରାରେ ଆମେ ଅନେକ ଇନ୍ଦି୍ରୟ ଭୋଗ୍ୟ ବସ୍ତୁ ସମ୍ପର୍କରେ ଆସୁ; କିନ୍ତୁ ଏସବୁ ଯେଉଁମାନଙ୍କ ମନରେ କୌଣସି ପ୍ରକାର କାମନା ବାସନା ବା ଆସକ୍ତି ସୃଷ୍ଟି କରିପାରେ ନାହିଁ, ସେମାନେ ପ୍ରକୃତରେ ଶାନ୍ତି ଲାଭ କରନ୍ତି । ସେମାନଙ୍କ ଅନ୍ତଃକରଣ ସମୁଦ୍ର ପରି ବିଶାଳ ଓ ଈଶ୍ୱରୀୟ ପ୍ରେମରେ ସଦା ପରିପୂର୍ଣ୍ଣ ଥିବାରୁ କାମନା ବାସନାର ପ୍ରବାହରେ ଆଦୌ ଦୂଷିତ ହୁଏ ନାହିଁ ତଥା ଈଶ୍ୱରୀୟ ମର୍ଯ୍ୟାଦା ରୂପକ କୂଳକୁ ଲଙ୍ଘନ କରେ ନାହିଁ, ଯେଉଁମାନେ ଭୋଗ ଲିପ୍ସୁ ସେମାନେ ସାମାନ୍ୟ କାମନା ବାସନାର ବେଗ ମଧ୍ୟ ସମ୍ଭାଳି ପାରନ୍ତି ନାହିଁ । ସେମାନେ କ୍ଷୁଦ୍ର ପଙ୍କିଳ ଜଳାଶୟ ତୁଲ୍ୟ ଅଟନ୍ତି । ସେମାନେ ଅଳ୍ପକେ ବାସନା ଦ୍ୱାରା ପ୍ରତାଡିତ ହୋଇ ମର୍ଯ୍ୟାଦାର କୂଳ ଲଙ୍ଘନ କରନ୍ତି । ଏଭଳି ବ୍ୟକ୍ତି ମାନସିକ ଶାନ୍ତି ଅଭାବରେ ସଦା ସର୍ବଦା ରୋଗ ଶୋକ ଦୁଃଖରେ ପୀଡିତ ଥାନ୍ତି ।
ନିଷ୍କାମର ଅର୍ଥ ହେଲା ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ସମୂହର ଭୋଗେଚ୍ଛା ତ୍ୟାଗ କରିବା । ରାଜସିକ ଗୁଣରୁ ଉପôନ୍ନ ବାସନା, ମୁଁତ୍ୱର ଅହଙ୍କାର ଓ ପର ଆପଣା ଭେଦ ଭାବ ହିଁ ସକଳ ପ୍ରକାର ଦୁଃଖ ଅଶାନ୍ତିର ମୂଳ କାରଣ । ଜ୍ଞାନୀ ବ୍ୟକ୍ତି ନିଜକୁ ଦେହ ଭାବେ ନାହିଁ । ଦେହ ତା'ପାଇଁ ଏକ ଯାନ୍ତ୍ରିକ ମାଧ୍ୟମ ମାତ୍ର । ଇନ୍ଦ୍ରିୟ ସମୂହ ତାର ଅଧୀନସ୍ଥ ପରିଚାରକ ପରି କାମ କରନ୍ତି । ସେ ସଦା ସର୍ବଦା ଆତ୍ମିକ ସ୍ମୃତିରେ ରହୁଥିବାରୁ ସମଗ୍ର ମାନବାତ୍ମାମାନଙ୍କୁ ଆତ୍ମୀୟ ସ୍ୱରୂପରେ ବ୍ୟବହାର କରେ । ତାପାଇଁ ପର ଆପଣା କେହି ନାହିଁ । ସମସ୍ତ ଆତ୍ମା,ଏକ ପରମାତ୍ମାଙ୍କ ସନ୍ତାନ, ସମସ୍ତେ ଭାଇ ଭାଇ । ତା ପାଇଁ ସମଗ୍ର ବସୁଧା ହିଁ ତାର ପରିବାର । ତେଣୁ ବ୍ୟକ୍ତି କୈନ୍ଦ୍ରିକ ସଂକୀର୍ଣ୍ଣ ମୋହ ମମତାର ଉଦ୍ଧ୍ୱର୍ରେ ସେ ବିଚରଣ କରେ । ସେ ଅନ୍ୟମାନଙ୍କ ପରି କର୍ମ କରେ, କିନ୍ତୁ ତାର ନିଜର କୌଣସି କାମନା ବା ବାସନା ନ ଥାଏ । ମନ ବଚନ କର୍ମରେ ସେ ଈଶ୍ୱର ସମର୍ପିତ ହୋଇ ଈଶ୍ୱରୀୟ ଇଚ୍ଛା ପୂର୍ି ପାଇଁ କର୍ମ କରୁଥିବାରୁ ତାଙ୍କୁ ଅହଙ୍କାର ସ୍ପର୍ଶ କରି ପାରେ ନାହିଁ । ଏହି ଭଳି ଜ୍ଞାନୀ ପୁରୁଷ ମହାନ ଶାନ୍ତି ପ୍ରାପ୍ତ କରନ୍ତି । ବସ୍ତୁ ସମୂହର ବାହ୍ୟ ଦୃଶ୍ୟରେ ସେ ପ୍ରଭାବିତ ହୋଇ ବିଚଳିତ ହୁଅନ୍ତି ନାହିଁ ।
Comments
Post a Comment