ଅମର ଆତ୍ମା ହିଁ ଜ୍ଞାନ ପ୍ରାପ୍ତ କରିଥାଏ

୰ରାଜଯୋଗୀ ବ୍ରହ୍ମାକୁମାର ଜଗଦୀଶ ଚନ୍ଦ୍ର ହସିଜା

(ମୂଳ ଇଂରାଜୀ ପୁସ୍ତକ “ଞଷର ରଗ୍ଧରକ୍ସଦ୍ଭବକ୍ଷ ଙ୍ଗକ୍ଟକ୍ସୟ ଊକ୍ସବଜ୍ଞବ ଚବକ୍ସଗ୍ଧ-୧ ଅନ୍ତର୍ଗତ ବିଷୟ ଶୀର୍ଷକ ଆଧାରରେ ପ୍ରସ୍ତୁତ)


ଆମେ ଜ୍ଞାନ କିପରି ଅର୍ଜନ କରୁଁ? ସାମାନ୍ୟତଃ ଏହା ସ୍ବୀକାର କରାଯାଏ ଯେ ଜ୍ଞାନର ଉପôି ପ୍ରେକ୍ଷଣ (ଙଭଗ୍ଦରକ୍ସଙ୍ଖବଗ୍ଧସକ୍ଟଦ୍ଭ) ଦ୍ୱାରା ହୋଇଥାଏ । କିନ୍ତୁ ବାସ୍ତବରେ ଏହା ଆଂଶିକ ସତ୍ୟ । କାରଣ ବ୍ୟବହାରିକ ଜୀବନରେ ଜ୍ଞାନ ସର୍ବଦା ଆମର ପୂର୍ବବର୍ୀ ଜ୍ଞାନର ରୂପାନ୍ତରଣ ବା ପରିବର୍ଦ୍ଧନ ଅଟେ । ଆମର ପୂର୍ବବର୍ୀ ଜ୍ଞାନ ଯେତିକି ବି ଅପରିଷ୍କୃତ ଓ ଅପରିପକ୍ୱ ହୋଇଥାଉ ନା କାହିଁକି ଯଦି ଏହା ନଥାନ୍ତା ତେବେ କେବଳ ପ୍ରେକ୍ଷଣ ଦ୍ୱାରା କୌଣସି ନୂତନ ଜ୍ଞାନ ପ୍ରାପ୍ତ ହେବା ସମ୍ଭବ ହୁଅନ୍ତା ନାହିଁ । କାରଣ ପୂର୍ବବର୍ୀ ଜ୍ଞାନ ବିନା ବ୍ୟକ୍ତି ଯାହା କିଛି ଦେଖେ ତାକୁ ବୁଝିବା ବା ତା’ର ନିର୍ବାଚନ କରିବା ପାଇଁ ସକ୍ଷମ ହୁଅନ୍ତା ନାହିଁ ।

ଜ୍ଞାନାର୍ଜନ ସମ୍ବନ୍ଧିତ ଉପରୋକ୍ତ ସିଦ୍ଧାନ୍ତ ଆମକୁ ଅନନ୍ତ ପ୍ରତୀପଗମନ ଅଭିମୁଖେ ନେଇଯାଏ । କାରଣ ଆମର ବର୍ମାନ ଜ୍ଞାନ ପୂର୍ବବର୍ୀ ଜ୍ଞାନର ରୂପାନ୍ତରଣ ବା ପରିବର୍ଦ୍ଧନ ହେତୁ ପ୍ରାପ୍ତ ହୋଇଛି । ସେହିପରି ଆମର ପୂର୍ବବର୍ୀ ଜ୍ଞାନ ତା’ର ପୂର୍ବବର୍ୀ ଜ୍ଞାନର ରୂପାନ୍ତରଣ ବା ପରିବର୍ଦ୍ଧନର କାରଣ ଥିଲା । ଏହିପରି ଏହି କ୍ରମ  ଅନ୍ତହୀନ ଭାବରେ ·ଲିଥାଏ । ଅନ୍ତତୋଗତ୍ୱା ଆମର ଜ୍ଞାନ ଅନ୍ତତଃ କୌଣସି ସହଜ ଜ୍ଞାନ-ସମ୍ଭାବ୍ୟତା ଅଭିମୁଖେ ଫେରି ଆସେ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ମସ୍ତିଷ୍କ ବ୍ୟତୀତ କୌଣସି ଅଜନ୍ମା, ଅନାଦି, ସ୍ବ-ଅନ୍ତର୍ବିବେକଶୀଳ, ସର୍ବଜ୍ଞ ଓ ଶାଶ୍ୱତ ସା ଦିବ୍ୟମାନ । ଏହା ଆତ୍ମା ନାମରେ ପରିଚିତ ।

ଉପରୋକ୍ତ ସିଦ୍ଧାନ୍ତକୁ ବୁଝିବା ପାଇଁ ଏଠାରେ ଏକ ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ । ଗୋଟିଏ ବାଳକ କୌଣସି ଚିଡିଆ ଘର ଦେଖିବା ପାଇଁ ଯାଇଛି । ସେଠାରେ ସେ କୌଣସି ଏକ ବିଶିଷ୍ଟ ପିଞ୍ଜରା ମଧ୍ୟରେ ଥିବା ଏକ ପଶୁକୁ ଦେଖିଛି । ସାଥିରେ ଥିବା ମାର୍ଗଦର୍ଶକ ତାକୁ ପଶୁର ପରିଚୟ ଦେବାକୁ ଯାଇ କହନ୍ତି, “ଏ ହେଉଛି ଏକ ଓଟ ।’’ ଯେହେତୁ ବାଳକ ନିକଟରେ କାଉ, ଘୋଡା, ମଇଁଷି ସମ୍ବନ୍ଧିତ ପୂର୍ବଜ୍ଞାନ ଅଛି, ସେହେତୁ ସେ ଅନ୍ୟ ପଶୁ ସମ୍ବନ୍ଧିତ ନିଜର ପୂର୍ବବର୍ୀ ଜ୍ଞାନକୁ କିଛି ରୂପାନ୍ତରିତ ବା ପରିବର୍ଦ୍ଧିତ କରି ଏହି ଜ୍ଞାନ ଅର୍ଜନ କରେ । ଅର୍ଥାତ୍ ଓଟର ଆକୃତି ସମ୍ବନ୍ଧିତ ତା’ର କିଛି ଧାରଣା ହୁଏ । ଜ୍ଞାନାର୍ଜନର ଏହି ପ୍ରକ୍ରିୟା ଶୈଶବାବସ୍ଥାରୁ ନିରନ୍ତର ·ଲୁଥାଏ । ଏଥିପାଇଁ ଆମକୁ ସେହି ଆୟୁରେ ବା ଜନ୍ମର ପୂର୍ବାବସ୍ଥାରେ ମଧ୍ୟ କିଛି ପୂର୍ବବର୍ୀ ଜ୍ଞାନ-ସମ୍ଭାବ୍ୟତାକୁ ସ୍ବୀକାର କରିବାକୁ ହେବ ।

ପୁନର୍ଜନ୍ମ ସିଦ୍ଧାନ୍ତ ମଧ୍ୟ ଆତ୍ମାର ଶାଶ୍ୱତତାକୁ ପ୍ରମାଣ କରେ । କୌଣସି ବିଶିଷ୍ଟ ଶରୀର, ପରିବାର ତଥା ପର୍ଯ୍ୟାବରଣରେ ଆତ୍ମାର ଅଭିବ୍ୟକ୍ତି  ବା ଆତ୍ମାର ଉଦ୍ଭବ ତା’ର ପୂର୍ବଜନ୍ମର ସଂସ୍କାରବା ସ୍ବ-ବୃି ଉପରେ ନିର୍ଭର କରେ । ଏହି ପ୍ରକାର ପ୍ରତ୍ୟେକ ଜନ୍ମର ବ୍ୟାଖ୍ୟା ଅତୀତ ଜନ୍ମଗୁଡ଼ିକର ଆଧାରରେ କରାଯାଇପାରେ । ଏଥିପାଇଁ ଯଦି ଆମେ ଜନ୍ମଗୁଡ଼ିକ ଉପରେ ନିରନ୍ତର ପ୍ରତୀପଗମନ ପୂର୍ବକ ବି·ର କରିବା ତେବେ ଅନନ୍ତତା ଅଭିମୁଖେ ଅଗ୍ରସର ହେବା । କାରଣ ଇହଜନ୍ମ, ପୂର୍ବ ଜନ୍ମଗୁଡିକରୁ ପ୍ରାପ୍ତ ପ୍ରବୃି ସମୂହର କାରଣ ଅଟେ । ପୂର୍ବଜନ୍ମ ମଧ୍ୟ ତା’ର ପୂର୍ବ ଜନ୍ମଗୁଡ଼ିକର ପ୍ରବୃି ସମୂହ ହେତୁ ହୋଇଥିଲା । ଏହି କ୍ରମ ଅପରିମିତ ଭାବରେ ·ଲୁଥାଏ । ଯଦି ଆମେ ପ୍ରତ୍ୟେକ ଜନ୍ମ ଅନ୍ତରାଳରେ ଲୁକ୍କାୟିତ କାରଣ ଉପରେ ବି·ର କରିବା ତେବେ ଶେଷରେ ସେହି ସମୟ ବିନ୍ଦୁ ଉପରେ ଯାଇ ପହୁôବା ଯେତେବେଳେ ଆତ୍ମା ତା’ର ମୂଳ ବାସସ୍ଥାନ ବା ବ୍ରହ୍ମଲୋକରେ ପ୍ରଥମ ଥର ପାଇଁ ଉଦ୍ଭବ ହୋଇଥିଲା ।

କିନ୍ତୁ ଗୀତା କହେ ଯେ ଆତ୍ମାର ପ୍ରଥମ ଜନ୍ମ ମଧ୍ୟ ତା’ର ସ୍ବଭାବ ଅନୁସାରେ ହୋଇଥିଲା । କାରଣ ଯଦ୍ୟପି ଗୋଟିଏ କଳ୍ପର ଅନ୍ତରେ ସମସ୍ତ ଆତ୍ମା ନିଜ ନିଜ ଦୁଷ୍କର୍ମଗୁଡିକରୁ ମୁକ୍ତ ହୋଇଯାନ୍ତି ତଥା ମନର ଅଚଳ ବା ପ୍ରଶାନ୍ତ ସ୍ଥିତି ସ୍ବରୂପ ଆତ୍ମ ଲୋକକୁ ପ୍ରତ୍ୟାବର୍ନ କରନ୍ତି ତଥାପି ପ୍ରତ୍ୟେକ ବ୍ୟଷ୍ଟିକ ଆତ୍ମାର ସ୍ବଭାବ ପ୍ରଚ୍ଛନ୍ନ ରୂପରେ ବିଦ୍ୟମାନ ଥାଏ । ତେଣୁ ଆତ୍ମାର ବ୍ୟକ୍ତିଗତ ସ୍ବଭାବ, ସଂସ୍କାର, ପ୍ରବୃି ଆଦି ଶାଶ୍ୱତ ଅଟେ । ଆତ୍ମା ଯେତେବେଳେ ବିଶ୍ୱନାଟକର ରଙ୍ଗମରେ ଅବତରିତ ହୁଏ, ସେତେବେଳେ ତାର ପ୍ରଚ୍ଛନ୍ନ ବି·ର ବା ତା’ର ଇଚ୍ଛାଗୁଡ଼ିକ ଅଭିବ୍ୟକ୍ତ ହେବାକୁ ଲାଗେ । ସେହି ସମୟରୁ ବି·ରଗୁଡ଼ିକର ସମ୍ପୂର୍ଣ୍ଣ ଶୃଙ୍ଖଳା ଏହି କର୍ମକ୍ଷେତ୍ରରେ ·ଲୁଥିବା ସୃଜନାତ୍ମକ ନାଟକରେ ପୂର୍ଣ୍ଣତା ଅଭିବ୍ୟକ୍ତ ହେବା ପରେ ପୁନଃ ଆଗାମୀ କଳ୍ପରେ ସେଗୁଡିକର ପୁନରାବୃି ହୋଇଥାଏ ଏବଂ ଏହି କ୍ରମ ଅନ୍ତହୀନରୂପରେ ·ଲୁଥାଏ । ଏହିପରି ବି·ର ବା ସଂକଳ୍ପ ଏବଂ ପ୍ରବୃିଗୁଡ଼ିକ ଶାଶ୍ୱତ ରୂପରେ ପ୍ରତ୍ୟେକ ଆତ୍ମାର ଅଭିନ୍ନ ଅଙ୍ଗ ହୋଇଥାଏ । ଏହି ଅର୍ଥରେ ଆତ୍ମାର ପ୍ରତ୍ୟେକ ବିଚାର ବା କର୍ମ ପ୍ରତିବର୍ନଶୀଳ (ଜରଲକ୍ଷରଙ୍ଘସଙ୍ଖର) ଅଟେ । ଏଥିରୁ ଏହା ପ୍ରତୀତ ହୁଏ ଯେ ଆତ୍ମା ଶାଶ୍ୱତ ଅଟେ ଏବଂ ଏଥିପାଇଁ ସେ ଶୂନ୍ୟସ୍ତରରୁ ଶିଖିବା ଆରମ୍ଭ କରେ ନାହିଁ ।

ଜିଜ୍ଞାସାର ଅବଧାରଣା, ଆତ୍ମ-ପରୀକ୍ଷଣ ଆଦିର ମୂଳ ପ୍ରବୃିଗୁଡିକ ଉପରେ ଅନେକ ମନୋବୈଜ୍ଞାନିକ ବିଶ୍ଳେଷଣ ହୋଇସାରିଛି । ଏଥିରୁ ମଧ୍ୟ ଆତ୍ମାର ଶାଶ୍ୱତତା ବା ଅମରତ୍ୱ ଉଚିତ ଭାବରେ ବୁଝିହେବ । କାରଣ ଏହି ମୂଳ ପ୍ରବୃିଗୁଡିକର ଉପôି କେଉଁଠାରୁ ହୋଇଛି ଏହା ଅଦ୍ୟାବଧି ଅଜ୍ଞାତ । ମେକ୍ ଡୋନାଲଡ (ଗମ ଊକ୍ଟଦ୍ଭବକ୍ଷୟ) ତଥା ଅନ୍ୟ ବିଦ୍ୱାନଗଣ ମଧ୍ୟ ମୂଳ ପ୍ରବୃିଗୁଡିକର ଜନ୍ମ କେବେ ହେଲା ଏହାର ସନ୍ଧାନ ପାଇପାରି ନାହାନ୍ତି । ସେଗୁଡ଼ିକ ଜନ୍ମଜାତ ହୋଇଥାଏ ଓ ବେଳେବେଳେ ପ୍ରଚ୍ଛନ୍ନ (ଖବଗ୍ଧରଦ୍ଭଗ୍ଧ) ଅବସ୍ଥାରେ ଥାଏ ।

ଏହି ସମସ୍ତ କାରଣ ଉପରେ ବି·ର କଲେ ଆମେ ନିଷ୍କର୍ଷରେ ପହôବା ଯେ ଆତ୍ମା ଅନେକ ଓ ଅମର ଅଟନ୍ତି ଏବଂ ପ୍ରତ୍ୟେକ ଆତ୍ମାର ନିଜର ପ୍ରଚ୍ଛନ୍ନ ସମ୍ଭାବନାଗୁଡିକ ଥାଏ । ଏଥିରୁ ସ୍ପଷ୍ଟ ହୁଏ ଯେ ‘ସ୍ବ’ ଏକ ଶାଶ୍ୱତ ସା ଅଟେ ଓ ଶରୀରଠାରୁ ଭିନ୍ନ ଅଟେ । ତେଣୁ ଆମେ ଆତ୍ମ-ସଚେତନ ହେବା ଉଚିତ । କାରଣ ଶରୀର-ସଚେତନା ଅଜ୍ଞାନ ଉପରେ ଆଧାରିତ ଓ ଦୁଃଖ ସମୂହର ମୂଳ କାରଣ । ଆମର ଏହି ସଚେତନତା ହେବା ଉଚିତ- “ମୁଁ ଶାଶ୍ୱତ ଓ ଅମର ଅଟେ । ମୁଁ ଅଭୌତିକ ଓ ସ୍ବୟଂ ପ୍ରକାଶିତ ସା ଅଟେ । ମୁଁ ଚୈତନ୍ୟ ଜ୍ୟୋର୍ତିସ୍ବରୂପ ଏକ ବିନ୍ଦୁ ଅଟେ । ମୁଁ ସଦ୍ଜ୍ଞାନ ପ୍ରାପ୍ତି ଦ୍ୱାରା ସ୍ବୟଂକୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସକ୍ଷମ ଅଟେ ।’’

ସହାୟକ ଗ୍ରନ୍ଥ: ଋଗ୍ଧରକ୍ସଦ୍ଭବକ୍ଷ ଊକ୍ସବଜ୍ଞବ କ୍ଟଲ ଝକ୍ଟଙ୍କକ୍ଷଗ୍ଦ, ଜ୍ଞବଗ୍ଧଗ୍ଧରକ୍ସ ବଦ୍ଭୟ ଏକ୍ଟୟ

ଭଚ୍ଚ- ଜବହଚ୍ଚକ୍ଟଶସ ଈ.କ. ଔବୟସଗ୍ଦଷ ଉଷବଦ୍ଭୟବକ୍ସ

ଚଙ୍କଭକ୍ଷସଗ୍ଦଷରୟ ଭଚ୍ଚ ଈକ୍ସବଷଜ୍ଞବଳଙ୍କଜ୍ଞବକ୍ସସଗ୍ଦ, ଊରକ୍ଷଷସ

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର