ଅମର ଆତ୍ମା ହିଁ ଜ୍ଞାନ ପ୍ରାପ୍ତ କରିଥାଏ
୰ରାଜଯୋଗୀ ବ୍ରହ୍ମାକୁମାର ଜଗଦୀଶ ଚନ୍ଦ୍ର ହସିଜା
(ମୂଳ ଇଂରାଜୀ ପୁସ୍ତକ “ଞଷର ରଗ୍ଧରକ୍ସଦ୍ଭବକ୍ଷ ଙ୍ଗକ୍ଟକ୍ସୟ ଊକ୍ସବଜ୍ଞବ ଚବକ୍ସଗ୍ଧ-୧ ଅନ୍ତର୍ଗତ ବିଷୟ ଶୀର୍ଷକ ଆଧାରରେ ପ୍ରସ୍ତୁତ)
ଆମେ ଜ୍ଞାନ କିପରି ଅର୍ଜନ କରୁଁ? ସାମାନ୍ୟତଃ ଏହା ସ୍ବୀକାର କରାଯାଏ ଯେ ଜ୍ଞାନର ଉପôି ପ୍ରେକ୍ଷଣ (ଙଭଗ୍ଦରକ୍ସଙ୍ଖବଗ୍ଧସକ୍ଟଦ୍ଭ) ଦ୍ୱାରା ହୋଇଥାଏ । କିନ୍ତୁ ବାସ୍ତବରେ ଏହା ଆଂଶିକ ସତ୍ୟ । କାରଣ ବ୍ୟବହାରିକ ଜୀବନରେ ଜ୍ଞାନ ସର୍ବଦା ଆମର ପୂର୍ବବର୍ୀ ଜ୍ଞାନର ରୂପାନ୍ତରଣ ବା ପରିବର୍ଦ୍ଧନ ଅଟେ । ଆମର ପୂର୍ବବର୍ୀ ଜ୍ଞାନ ଯେତିକି ବି ଅପରିଷ୍କୃତ ଓ ଅପରିପକ୍ୱ ହୋଇଥାଉ ନା କାହିଁକି ଯଦି ଏହା ନଥାନ୍ତା ତେବେ କେବଳ ପ୍ରେକ୍ଷଣ ଦ୍ୱାରା କୌଣସି ନୂତନ ଜ୍ଞାନ ପ୍ରାପ୍ତ ହେବା ସମ୍ଭବ ହୁଅନ୍ତା ନାହିଁ । କାରଣ ପୂର୍ବବର୍ୀ ଜ୍ଞାନ ବିନା ବ୍ୟକ୍ତି ଯାହା କିଛି ଦେଖେ ତାକୁ ବୁଝିବା ବା ତା’ର ନିର୍ବାଚନ କରିବା ପାଇଁ ସକ୍ଷମ ହୁଅନ୍ତା ନାହିଁ ।
ଜ୍ଞାନାର୍ଜନ ସମ୍ବନ୍ଧିତ ଉପରୋକ୍ତ ସିଦ୍ଧାନ୍ତ ଆମକୁ ଅନନ୍ତ ପ୍ରତୀପଗମନ ଅଭିମୁଖେ ନେଇଯାଏ । କାରଣ ଆମର ବର୍ମାନ ଜ୍ଞାନ ପୂର୍ବବର୍ୀ ଜ୍ଞାନର ରୂପାନ୍ତରଣ ବା ପରିବର୍ଦ୍ଧନ ହେତୁ ପ୍ରାପ୍ତ ହୋଇଛି । ସେହିପରି ଆମର ପୂର୍ବବର୍ୀ ଜ୍ଞାନ ତା’ର ପୂର୍ବବର୍ୀ ଜ୍ଞାନର ରୂପାନ୍ତରଣ ବା ପରିବର୍ଦ୍ଧନର କାରଣ ଥିଲା । ଏହିପରି ଏହି କ୍ରମ ଅନ୍ତହୀନ ଭାବରେ ·ଲିଥାଏ । ଅନ୍ତତୋଗତ୍ୱା ଆମର ଜ୍ଞାନ ଅନ୍ତତଃ କୌଣସି ସହଜ ଜ୍ଞାନ-ସମ୍ଭାବ୍ୟତା ଅଭିମୁଖେ ଫେରି ଆସେ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ମସ୍ତିଷ୍କ ବ୍ୟତୀତ କୌଣସି ଅଜନ୍ମା, ଅନାଦି, ସ୍ବ-ଅନ୍ତର୍ବିବେକଶୀଳ, ସର୍ବଜ୍ଞ ଓ ଶାଶ୍ୱତ ସା ଦିବ୍ୟମାନ । ଏହା ଆତ୍ମା ନାମରେ ପରିଚିତ ।
ଉପରୋକ୍ତ ସିଦ୍ଧାନ୍ତକୁ ବୁଝିବା ପାଇଁ ଏଠାରେ ଏକ ଉଦାହରଣ ଦେବା ପ୍ରାସଙ୍ଗିକ ମନେ ହୁଏ । ଗୋଟିଏ ବାଳକ କୌଣସି ଚିଡିଆ ଘର ଦେଖିବା ପାଇଁ ଯାଇଛି । ସେଠାରେ ସେ କୌଣସି ଏକ ବିଶିଷ୍ଟ ପିଞ୍ଜରା ମଧ୍ୟରେ ଥିବା ଏକ ପଶୁକୁ ଦେଖିଛି । ସାଥିରେ ଥିବା ମାର୍ଗଦର୍ଶକ ତାକୁ ପଶୁର ପରିଚୟ ଦେବାକୁ ଯାଇ କହନ୍ତି, “ଏ ହେଉଛି ଏକ ଓଟ ।’’ ଯେହେତୁ ବାଳକ ନିକଟରେ କାଉ, ଘୋଡା, ମଇଁଷି ସମ୍ବନ୍ଧିତ ପୂର୍ବଜ୍ଞାନ ଅଛି, ସେହେତୁ ସେ ଅନ୍ୟ ପଶୁ ସମ୍ବନ୍ଧିତ ନିଜର ପୂର୍ବବର୍ୀ ଜ୍ଞାନକୁ କିଛି ରୂପାନ୍ତରିତ ବା ପରିବର୍ଦ୍ଧିତ କରି ଏହି ଜ୍ଞାନ ଅର୍ଜନ କରେ । ଅର୍ଥାତ୍ ଓଟର ଆକୃତି ସମ୍ବନ୍ଧିତ ତା’ର କିଛି ଧାରଣା ହୁଏ । ଜ୍ଞାନାର୍ଜନର ଏହି ପ୍ରକ୍ରିୟା ଶୈଶବାବସ୍ଥାରୁ ନିରନ୍ତର ·ଲୁଥାଏ । ଏଥିପାଇଁ ଆମକୁ ସେହି ଆୟୁରେ ବା ଜନ୍ମର ପୂର୍ବାବସ୍ଥାରେ ମଧ୍ୟ କିଛି ପୂର୍ବବର୍ୀ ଜ୍ଞାନ-ସମ୍ଭାବ୍ୟତାକୁ ସ୍ବୀକାର କରିବାକୁ ହେବ ।
ପୁନର୍ଜନ୍ମ ସିଦ୍ଧାନ୍ତ ମଧ୍ୟ ଆତ୍ମାର ଶାଶ୍ୱତତାକୁ ପ୍ରମାଣ କରେ । କୌଣସି ବିଶିଷ୍ଟ ଶରୀର, ପରିବାର ତଥା ପର୍ଯ୍ୟାବରଣରେ ଆତ୍ମାର ଅଭିବ୍ୟକ୍ତି ବା ଆତ୍ମାର ଉଦ୍ଭବ ତା’ର ପୂର୍ବଜନ୍ମର ସଂସ୍କାରବା ସ୍ବ-ବୃି ଉପରେ ନିର୍ଭର କରେ । ଏହି ପ୍ରକାର ପ୍ରତ୍ୟେକ ଜନ୍ମର ବ୍ୟାଖ୍ୟା ଅତୀତ ଜନ୍ମଗୁଡ଼ିକର ଆଧାରରେ କରାଯାଇପାରେ । ଏଥିପାଇଁ ଯଦି ଆମେ ଜନ୍ମଗୁଡ଼ିକ ଉପରେ ନିରନ୍ତର ପ୍ରତୀପଗମନ ପୂର୍ବକ ବି·ର କରିବା ତେବେ ଅନନ୍ତତା ଅଭିମୁଖେ ଅଗ୍ରସର ହେବା । କାରଣ ଇହଜନ୍ମ, ପୂର୍ବ ଜନ୍ମଗୁଡିକରୁ ପ୍ରାପ୍ତ ପ୍ରବୃି ସମୂହର କାରଣ ଅଟେ । ପୂର୍ବଜନ୍ମ ମଧ୍ୟ ତା’ର ପୂର୍ବ ଜନ୍ମଗୁଡ଼ିକର ପ୍ରବୃି ସମୂହ ହେତୁ ହୋଇଥିଲା । ଏହି କ୍ରମ ଅପରିମିତ ଭାବରେ ·ଲୁଥାଏ । ଯଦି ଆମେ ପ୍ରତ୍ୟେକ ଜନ୍ମ ଅନ୍ତରାଳରେ ଲୁକ୍କାୟିତ କାରଣ ଉପରେ ବି·ର କରିବା ତେବେ ଶେଷରେ ସେହି ସମୟ ବିନ୍ଦୁ ଉପରେ ଯାଇ ପହୁôବା ଯେତେବେଳେ ଆତ୍ମା ତା’ର ମୂଳ ବାସସ୍ଥାନ ବା ବ୍ରହ୍ମଲୋକରେ ପ୍ରଥମ ଥର ପାଇଁ ଉଦ୍ଭବ ହୋଇଥିଲା ।
କିନ୍ତୁ ଗୀତା କହେ ଯେ ଆତ୍ମାର ପ୍ରଥମ ଜନ୍ମ ମଧ୍ୟ ତା’ର ସ୍ବଭାବ ଅନୁସାରେ ହୋଇଥିଲା । କାରଣ ଯଦ୍ୟପି ଗୋଟିଏ କଳ୍ପର ଅନ୍ତରେ ସମସ୍ତ ଆତ୍ମା ନିଜ ନିଜ ଦୁଷ୍କର୍ମଗୁଡିକରୁ ମୁକ୍ତ ହୋଇଯାନ୍ତି ତଥା ମନର ଅଚଳ ବା ପ୍ରଶାନ୍ତ ସ୍ଥିତି ସ୍ବରୂପ ଆତ୍ମ ଲୋକକୁ ପ୍ରତ୍ୟାବର୍ନ କରନ୍ତି ତଥାପି ପ୍ରତ୍ୟେକ ବ୍ୟଷ୍ଟିକ ଆତ୍ମାର ସ୍ବଭାବ ପ୍ରଚ୍ଛନ୍ନ ରୂପରେ ବିଦ୍ୟମାନ ଥାଏ । ତେଣୁ ଆତ୍ମାର ବ୍ୟକ୍ତିଗତ ସ୍ବଭାବ, ସଂସ୍କାର, ପ୍ରବୃି ଆଦି ଶାଶ୍ୱତ ଅଟେ । ଆତ୍ମା ଯେତେବେଳେ ବିଶ୍ୱନାଟକର ରଙ୍ଗମରେ ଅବତରିତ ହୁଏ, ସେତେବେଳେ ତାର ପ୍ରଚ୍ଛନ୍ନ ବି·ର ବା ତା’ର ଇଚ୍ଛାଗୁଡ଼ିକ ଅଭିବ୍ୟକ୍ତ ହେବାକୁ ଲାଗେ । ସେହି ସମୟରୁ ବି·ରଗୁଡ଼ିକର ସମ୍ପୂର୍ଣ୍ଣ ଶୃଙ୍ଖଳା ଏହି କର୍ମକ୍ଷେତ୍ରରେ ·ଲୁଥିବା ସୃଜନାତ୍ମକ ନାଟକରେ ପୂର୍ଣ୍ଣତା ଅଭିବ୍ୟକ୍ତ ହେବା ପରେ ପୁନଃ ଆଗାମୀ କଳ୍ପରେ ସେଗୁଡିକର ପୁନରାବୃି ହୋଇଥାଏ ଏବଂ ଏହି କ୍ରମ ଅନ୍ତହୀନରୂପରେ ·ଲୁଥାଏ । ଏହିପରି ବି·ର ବା ସଂକଳ୍ପ ଏବଂ ପ୍ରବୃିଗୁଡ଼ିକ ଶାଶ୍ୱତ ରୂପରେ ପ୍ରତ୍ୟେକ ଆତ୍ମାର ଅଭିନ୍ନ ଅଙ୍ଗ ହୋଇଥାଏ । ଏହି ଅର୍ଥରେ ଆତ୍ମାର ପ୍ରତ୍ୟେକ ବିଚାର ବା କର୍ମ ପ୍ରତିବର୍ନଶୀଳ (ଜରଲକ୍ଷରଙ୍ଘସଙ୍ଖର) ଅଟେ । ଏଥିରୁ ଏହା ପ୍ରତୀତ ହୁଏ ଯେ ଆତ୍ମା ଶାଶ୍ୱତ ଅଟେ ଏବଂ ଏଥିପାଇଁ ସେ ଶୂନ୍ୟସ୍ତରରୁ ଶିଖିବା ଆରମ୍ଭ କରେ ନାହିଁ ।
ଜିଜ୍ଞାସାର ଅବଧାରଣା, ଆତ୍ମ-ପରୀକ୍ଷଣ ଆଦିର ମୂଳ ପ୍ରବୃିଗୁଡିକ ଉପରେ ଅନେକ ମନୋବୈଜ୍ଞାନିକ ବିଶ୍ଳେଷଣ ହୋଇସାରିଛି । ଏଥିରୁ ମଧ୍ୟ ଆତ୍ମାର ଶାଶ୍ୱତତା ବା ଅମରତ୍ୱ ଉଚିତ ଭାବରେ ବୁଝିହେବ । କାରଣ ଏହି ମୂଳ ପ୍ରବୃିଗୁଡିକର ଉପôି କେଉଁଠାରୁ ହୋଇଛି ଏହା ଅଦ୍ୟାବଧି ଅଜ୍ଞାତ । ମେକ୍ ଡୋନାଲଡ (ଗମ ଊକ୍ଟଦ୍ଭବକ୍ଷୟ) ତଥା ଅନ୍ୟ ବିଦ୍ୱାନଗଣ ମଧ୍ୟ ମୂଳ ପ୍ରବୃିଗୁଡିକର ଜନ୍ମ କେବେ ହେଲା ଏହାର ସନ୍ଧାନ ପାଇପାରି ନାହାନ୍ତି । ସେଗୁଡ଼ିକ ଜନ୍ମଜାତ ହୋଇଥାଏ ଓ ବେଳେବେଳେ ପ୍ରଚ୍ଛନ୍ନ (ଖବଗ୍ଧରଦ୍ଭଗ୍ଧ) ଅବସ୍ଥାରେ ଥାଏ ।
ଏହି ସମସ୍ତ କାରଣ ଉପରେ ବି·ର କଲେ ଆମେ ନିଷ୍କର୍ଷରେ ପହôବା ଯେ ଆତ୍ମା ଅନେକ ଓ ଅମର ଅଟନ୍ତି ଏବଂ ପ୍ରତ୍ୟେକ ଆତ୍ମାର ନିଜର ପ୍ରଚ୍ଛନ୍ନ ସମ୍ଭାବନାଗୁଡିକ ଥାଏ । ଏଥିରୁ ସ୍ପଷ୍ଟ ହୁଏ ଯେ ‘ସ୍ବ’ ଏକ ଶାଶ୍ୱତ ସା ଅଟେ ଓ ଶରୀରଠାରୁ ଭିନ୍ନ ଅଟେ । ତେଣୁ ଆମେ ଆତ୍ମ-ସଚେତନ ହେବା ଉଚିତ । କାରଣ ଶରୀର-ସଚେତନା ଅଜ୍ଞାନ ଉପରେ ଆଧାରିତ ଓ ଦୁଃଖ ସମୂହର ମୂଳ କାରଣ । ଆମର ଏହି ସଚେତନତା ହେବା ଉଚିତ- “ମୁଁ ଶାଶ୍ୱତ ଓ ଅମର ଅଟେ । ମୁଁ ଅଭୌତିକ ଓ ସ୍ବୟଂ ପ୍ରକାଶିତ ସା ଅଟେ । ମୁଁ ଚୈତନ୍ୟ ଜ୍ୟୋର୍ତିସ୍ବରୂପ ଏକ ବିନ୍ଦୁ ଅଟେ । ମୁଁ ସଦ୍ଜ୍ଞାନ ପ୍ରାପ୍ତି ଦ୍ୱାରା ସ୍ବୟଂକୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସକ୍ଷମ ଅଟେ ।’’
ସହାୟକ ଗ୍ରନ୍ଥ: ଋଗ୍ଧରକ୍ସଦ୍ଭବକ୍ଷ ଊକ୍ସବଜ୍ଞବ କ୍ଟଲ ଝକ୍ଟଙ୍କକ୍ଷଗ୍ଦ, ଜ୍ଞବଗ୍ଧଗ୍ଧରକ୍ସ ବଦ୍ଭୟ ଏକ୍ଟୟ
ଭଚ୍ଚ- ଜବହଚ୍ଚକ୍ଟଶସ ଈ.କ. ଔବୟସଗ୍ଦଷ ଉଷବଦ୍ଭୟବକ୍ସ
ଚଙ୍କଭକ୍ଷସଗ୍ଦଷରୟ ଭଚ୍ଚ ଈକ୍ସବଷଜ୍ଞବଳଙ୍କଜ୍ଞବକ୍ସସଗ୍ଦ, ଊରକ୍ଷଷସ
Comments
Post a Comment