ଯଜ୍ଞର ଆଧ୍ୟାତ୍ମିକ ସ୍ବରୂପ
ଶ୍ରୀମଦ୍ଭଗବତ୍ ଗୀତାର ତୃତୀୟ ଆଧ୍ୟାୟସ୍ଥ କର୍ମଯୋଗ (ଶ୍ଲୋକ - ୩-୧୬) ଓ ଚତୁର୍ଥ ଆଧ୍ୟାୟସ୍ଥ ଜ୍ଞାନ ଯୋଗ (ଶ୍ଲୋକ ୨୪-୩୩) ପ୍ରକରଣରେ ଯଜ୍ଞ ସମ୍ବନ୍ଧରେ ପରମାତ୍ମା ଯେଉଁ ଆଧ୍ୟାତ୍ମିକ ରହସ୍ୟ ଉନ୍ମୋଚନ କରିଛନ୍ତି, ତାହା କୁତ୍ରାପି ପରିଦୃଷ୍ଟ ହୁଏ ନାହିଁ । ଗୀତା ହେଉଛି ସାକ୍ଷାତ ଭଗବାନଙ୍କ କଥିତ ଆଧ୍ୟାତ୍ମିକ (ଈଶ୍ୱରୀୟ) ଜ୍ଞାନର ସଂକଳନ । ତେଣୁ ଏହା ବାଦ ବିବାଦରୁ ଉଦ୍ଧ୍ୱର୍ରେ । ଏଠାରେ ଭଗବତ୍ ମୁଖାରବିନ୍ଦ ନିର୍ଗତ ଜ୍ଞାନ ଆଧାରରେ ଯଜ୍ଞର ଆଧ୍ୟାତ୍ମିକ ସ୍ବରୂପ ଉପରେ କିିତ ଆଲୋଚନା କରାଯାଇଛି ।
ମନରେ ଫଳ ପ୍ରାପ୍ତିର ଆଶା ନ ରଖି ନିଃସ୍ବାର୍ଥ ଭାବରେ ପରମାତ୍ମାର୍ପଣ ବୁଦ୍ଧିରେ କରାଯାଉଥିବା କର୍ମକୁ ଗୀତା ଯଜ୍ଞ ବୋଲି ଅଭିହିତ କରିଛି । ଏଥିରେ ନିଜର ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ବିଶ୍ୱ ହିତ ପାଇଁ ନିମି ଭାବରେ ଈଶ୍ୱରୀୟ ଇଚ୍ଛା ପୂରଣ ଲାଗି କର୍ମ କରାଯାଏ । ତେଣୁ ଏହା ବନ୍ଧନର କାରଣ ନ ହୋଇ ସଦ୍ଗତି ପ୍ରଦାୟକ ହୁଏ । ତେଣୁ ସଂସାରର ସମସ୍ତ କର୍ମ ଭଗବାନଙ୍କ ଉଦ୍ଧେଶ୍ୟରେ ଯଜ୍ଞ ରୂପରେ ସମର୍ପଣ କରି ସମ୍ପାଦିତ କରିବାକୁ ହେବ । ଯଜ୍ଞାର୍ଥାତ୍ କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମବନ୍ଧନଃ । ତଦର୍ଥଂ କର୍ମ କୌନ୍ତେୟ ମୁକ୍ତ ସଙ୍ଗଃ ସମାଚର ।ା ଗୀ-୩/୯ ।ା ସୃଷ୍ଟିର ପ୍ରାକ୍ କାଳରେ ପରମାତ୍ମା ପ୍ରଜାପତି ବ୍ରହ୍ମାଙ୍କୁ ସୃଷ୍ଟି କରିଥିଲେ ଓ ବ୍ରହ୍ମା ଯଜ୍ଞ ସହିତ ପ୍ରଜା ଗଣଙ୍କୁ ସୃଷ୍ଟି କରିଥିଲେ । ତାଙ୍କ ଦ୍ୱାରା ଯେଉଁ ପ୍ରଜା ସୃଷ୍ଟି ହୋଇଥିଲେ ସେମାନଙ୍କ ଅଭିବୃଦ୍ଧି ପାଇଁ ଏହି ଯଜ୍ଞ ଏକ ମାଧ୍ୟମ ଅଟେ । ତେଣୁ ଏହାକୁ ସମସ୍ତ ମନୋବା‚ା ପୂରଣକାରୀ କାମଧେନୁ ସହିତ ତୁଳନା କରାଯାଇଛି । ସହଯଜ୍ଞାଃ ପ୍ରଜାଃ ସୃଷ୍ଟା ପୁରୋବାଚ ପ୍ରଜାପତିଃ । ଅନେନ ପ୍ରସବିଷ୍ୟ ଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।ା ଗୀ ୩/୧୦ ।ା
ସୃଷ୍ଟି ପ୍ରକି୍ରୟା ପରିଚାଳନା ପାଇଁ ପରମାତ୍ମା ଏକ ସ୍ବୟଂକି୍ରୟ କାଳଚକ୍ରର ପ୍ରବର୍ନ କରିଛନ୍ତି । ଏହା ପୂର୍ବ ନିର୍ଦ୍ଧିଷ୍ଟ ନିୟମ ଅନୁସାରେ ପରିଚାଳିତ ହୁଏ । ଏହାକୁ କେହି ନିୟତି କୁହନ୍ତି, କେହି ବିଶ୍ୱନାଟକ କହନ୍ତି । କେହି କେହି “ଈଶ୍ୱରୀୟ ଲୀଳା” ବୋଲି ମଧ୍ୟ ବିଶ୍ୱାସ କରନ୍ତି । ଏହି ନିୟମ ଅଧୀନରେ ସୂର୍ଯ୍ୟ କିରଣ (ଉାପ) ଦିଏ ; ମେଘ ବର୍ଷା କରେ, ଅଗ୍ନି ଉାପ ଦିଏ, ପୃଥିବୀ ବକ୍ଷରୁ ଖାଦ୍ୟ ଶସ୍ୟ ଉପôନ୍ନ ହୁଏ, ଋତୁ ଚକ୍ର ପ୍ରବର୍ନ ହୁଏ, ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ଜନ୍ମ ନିଅନ୍ତି ଓ ଶରୀର ତ୍ୟାଗ କରନ୍ତି, ପୁନଃ ଜନ୍ମ ନିଅନ୍ତି, ଯୁଗଚକ୍ର ପୁନଃ ଆବିର୍ତ ହୁଏ ଇତ୍ୟାଦି । ବେଦରେ ଏହି ସବୁ ପ୍ରକୃତି କୃତ କର୍ମକୁ ଦେବତାଙ୍କ ଦ୍ୱାରା ସମ୍ପାଦିତ ହୁଏ ବୋଲି କୁହାଯାଇଛି । ମଣିଷ ଯାହାଠାରୁ କିଛି ଉପକାର ପାଏ ତାକୁ ଦେବତା ଜ୍ଞାନରେ ପୂଜା କରେ । ଯିଏ ତା’ପାଇଁ ଅନିଷ୍ଟକାରୀ ତାକୁ ଅସୁର ଜ୍ଞାନ କରି ତା’ର ସର୍ବନାଶ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରେ । ଅଧିକାଂଶ ବେଦ ମନ୍ତ୍ରରେ ଏହି ଭାବ ଦେଖିବାକୁ ମିଳେ । ଏହି ଦୃଷ୍ଟିରୁ ମେଘ ଦ୍ୱାରା ହେଉଥିବା ବର୍ଷା ପ୍ରଜାବର୍ଗଙ୍କ ପରିପୋଷଣ ପାଇଁ ଅନ୍ନାଦିର କାରଣ ହୋଇଥିବାରୁ ଏହି ପ୍ରକି୍ରିୟା ଯେଉଁ ଶକ୍ତି ଦ୍ୱାରା ପରିଚାଳିତ ତାକୁ “ଇନ୍ଦ୍ର” ବୋଲି କୁହାଗଲା । ବେଦରେ ଇନ୍ଦ୍ରଙ୍କୁ ପାଳନ କର୍ା ଓ ସମସ୍ତ ଶତ୍ରୁମାନଙ୍କର ସଂହାର କର୍ା ରୂପେ ବର୍ଣ୍ଣନା କରାଯାଇଛି । ତେଣୁ ପ୍ରକୃତି ଯେପରି ତା’ର ନିଃସ୍ବାର୍ଥ କର୍ମର ଅଖଣ୍ଡ ପରମ୍ପରା ସ୍ବୟଂକ୍ରିୟ ଭାବରେ କରି ଚାଲିଛି ମନୁଷ୍ୟ ମଧ୍ୟ ସେହି ନିୟମ ରକ୍ଷା କରି ଲୋକ କଲ୍ୟାଣ କାର୍ଯ୍ୟ କରିବା ଉଚିତ୍ । ମଣିଷ ପ୍ରକୃତିର କର୍ମରେ ସହଯୋଗ କଲେ ସୃଷ୍ଟିରେ ସୁଖ, ଶାନ୍ତି ଓ ସମୃଦ୍ଧି ଉରୋର ବୃଦ୍ଧି ହେବ । ଅନ୍ୟଥା ପ୍ରକୃତିର କୋପ ଭାଜନ ହୋଇ ବିନାଶ ମୁଖରେ ପତିତ ହେବ । ଆଜି ଆମେ ଯେଉଁ ମହାବାତ୍ୟା, ଭୂମିକମ୍ପ, ଜଳପ୍ଲାବନ ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପରେ ପ୍ରତାଡିତ ହେଉଛୁ ତାହା ଆମ କର୍ବ୍ୟ କର୍ମରୁ ବିଚୁ୍ୟତିର ପରିଣାମ ହିଁ ଅଟେ ।
ପୂର୍ବରୁ କୁହାଯାଇଛି ଯେ ନିଃସ୍ବାର୍ଥ ଓ ନିଃଷ୍କାମ ଭାବରେ କର୍ବ୍ୟ କର୍ମର ସମ୍ପାଦନ କରିବା ହେଉଛି ଭଗବାନଙ୍କ କଥିତ ଗୀତାର ଯଜ୍ଞ । ଭଗବାନ ସ୍ବୟଂ ଏକ ପରମ ଆଧ୍ୟାତ୍ମିକ ସା ହୋଇଥିବାରୁ ତାଙ୍କ ଦ୍ୱାରା କଥିତ ପ୍ରତ୍ୟେକ ବାଣୀ ବା ଶବ୍ଦର ସ୍ଥୂଳ ଅର୍ଥ ନ କରି ତା’ର ଆଧ୍ୟାତ୍ମିକ ତାପôର୍ଯ୍ୟ ବୁଝିବା ଉଚିତ୍ । ତେଣୁ ଏଠାରେ ଯଜ୍ଞର କେବଳ ଆଧ୍ୟାତ୍ମିକ ସ୍ବରୂପ ବିଷୟରେ ଆଲୋଚନା କରାଯାଉଛି । ଆମ ଶରୀର ପ୍ରକୃତିର ପ ଭୂତରୁ ନିର୍ମିତ । ପ୍ରକୃତିରୁ ଜଳ, ବାୟୁ, ଉାପ ଆଦି ଆମକୁ ନିଃଶୂଳ୍କ ମିଳେ । ତେଣୁ ଆମେ ପ୍ରକୃତି ପାଖରେ ଋଣୀ । ଅନ୍ୟ ପକ୍ଷରେ ଏହି ପ୍ରାକୃତିକ ବିଧି ବିଧାନର ନିୟନ୍ତା ପରମାତ୍ମା ହୋଇଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ହେବା ଉଚିତ୍ । କୃତଜ୍ଞତାର ନିଦର୍ଶନ ସ୍ବରୂପ ଆମେ କେବଳ ନିଜର ଉଦର ପୋଷଣ ପାଇଁ କର୍ମ ନ କରି ଜଗତର କଲ୍ୟାଣ ପାଇଁ କିଛି କର୍ମ କରିବା ଉଚିତ୍ । ଆଜି ଆମ ପାଖରେ ଯାହା କିଛି ଧନ ସମ୍ପି ଅଛି ତାହା ସମାଜର ସହଯୋଗ ବିନା ଆହରଣ କରିବା ସମ୍ଭବ ନୁହେଁ । ତେଣୁ ସେସବୁ ଯଜ୍ଞ ସମ୍ପି ଭାବି ନିମି ଭାବରେ ସେଥିରୁ କିଛି ଅଂଶ ବଳକା ରଖି ଲୋକ କଲ୍ୟାଣ ପାଇଁ ଉସôର୍ଗ କରିବା ଉଚିତ୍ । ଏଭଳି କର୍ମପରାୟଣ (ଯଜ୍ଞ ପରାୟଣ) ବ୍ୟକ୍ତି ସକଳ ପାପରୁ ମୁକ୍ତ ହୁଏ । ଯଜ୍ଞ ଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବ କିଲ୍ୱିଷୈଃ... ।ାଗୀ ୩/୧୩ ।ା କିନ୍ତୁ ଯେଉଁମାନେ କେବଳ ନିଜର ବ୍ୟକ୍ତିଗତ ସ୍ବାର୍ଥ ପୂର୍ି ପାଇଁ କର୍ମ କରନ୍ତି ସେମାନେ ପାପାଚାରୀ । ସେମାନଙ୍କୁ ଶେଷରେ ଏହାର ଦଣ୍ଡ ଭୋଗିବାକୁ ହୁଏ । ସମଗ୍ର ବିଶ୍ୱରେ ଏହି ଉସôର୍ଗୀକୃତ ନିଃସ୍ବାର୍ଥ କର୍ମ ବା ଯଜ୍ଞର ଅଖଣ୍ଡ ପରମ୍ପରା ଦେଖିବାକୁ ମିଳେ । ଅନ୍ନଖାଇ ପ୍ରାଣୀ ମାନେ ଜୀବନ ଧାରଣ କରନ୍ତି । ତେଣୁ ସେମାନଙ୍କ ଉପôିର କାରଣ ହିଁ ଅନ୍ନ ଅଟେ । ବର୍ଷା ଦ୍ୱାରା ଏହି ଅନ୍ନ ଉପôନ୍ନ ହୁଏ । ମଣିଷ ପ୍ରକୃତିର ବିରୁଦ୍ଧାଚରଣ ନ କରି ତା’ର କର୍ବ୍ୟ କର୍ମ ସୁଚାରୁ ରୂପେ ସମ୍ପାଦନ କଲେ ପ୍ରକୃତି ମଧ୍ୟ ତା’ର ସନ୍ତୁଳୁନ କରି ରକ୍ଷା କରେ ଓ ନିର୍ଦ୍ଧିଷ୍ଟ ସମୟରେ ଆବଶ୍ୟକ ବର୍ଷା କରାଏ । ଗୀତା ଯଜ୍ଞକୁ ଆତ୍ମାର ଆଭ୍ୟନ୍ତରୀଣ କ୍ରିୟା ରୂପେ ସ୍ବୀକାର କରିଛି । ସ୍ଥୂଳ ଯଜ୍ଞରେ ଜଡ ଅଗ୍ନିରେ ଘୃତାହୁତି ଦିଆଯାଏ । ଗୀତାରେ ଯେଉଁ ସୂକ୍ଷ୍ମ ଯଜ୍ଞ କଥା କୁହାଯାଇଛି, ଏହାର ଅଗ୍ନି ଜଡ ଅଗ୍ନି ନୁହେଁ ତାହା ହେଉଛି ଯୋଗୀର ଅନ୍ତରରୁ ଉଦ୍ଭବ ଭଗବତ୍ମୁଖୀ ତୀବ୍ର ଅଭୀପ୍ସାର ଶିଖା ଓ ଯୋଗାଗ୍ନି । ଭଗବତ୍ କର୍ମର ପ୍ରକୃତ ରହସ୍ୟକୁ ବୁଝି ସେହି ଅନୁସାରେ ଯେଉଁ କର୍ମ କରାଯାଏ ତାହା ଗୀତାର ଯଜ୍ଞ କର୍ମ । ପ୍ରକୃତ ଜ୍ଞାନୀ ସମସ୍ତ କର୍ମକୁ ଯଜ୍ଞ ରୂପରେ ସମ୍ପନ୍ନ କରି ପରମାତ୍ମାର୍ପଣ କରି ଦିଏ । ଭଗବାନଙ୍କ ଉପଦିଷ୍ଟ ଜ୍ଞାନ ଓ ଯୋଗ ମାର୍ଗରେ ନିଜକୁ ପରିଚାଳିତ
କରେ । ତାହାହିଁ ତା’ର ଏକମାତ୍ର ସାଧନା ଓ ଧର୍ମ । ବ୍ରହ୍ମାର୍ପଣଂ ବ୍ରହ୍ମ ହବି ... ।ା ଗୀ ୪/୧୪ ।ା
ସଂଯମରୂପୀ ଅଗ୍ନିରେ ଚକ୍ଷୁକର୍ଣ୍ଣାଦି ଇନ୍ଦ୍ରିୟମାନଙ୍କୁ ଆହୁତି ପ୍ରଦାନ କରିବାକୁ ଗୀତା ନିର୍ଦ୍ଧେଶ ଦିଏ । ଶ୍ରୋତ୍ରାଦୀନୀ କ୍ରିୟ୍ୟାଣ୍ୟନ୍ୟେ ସଂଯମାଗ୍ନିଷୁ ଜୁହ୍ୱତି ...... ।ା ଗୀ ୪/୨୬ ।ା ଏହା ଫଳରେ ଜଣେ ବ୍ୟକ୍ତି ସହଜରେ ସ୍ବୀୟ ଇନ୍ଦି୍ରୟମାନଙ୍କୁ ବଶୀଭୂତ କରିପାରେ । କେହି କେହି ସାଧକ ଇନ୍ଦ୍ରିୟ ଭୋଗ୍ୟ ସମସ୍ତ ବିଷୟଗୁଡିକୁ ଭୋଗ କରନ୍ତି । କିନ୍ତୁ ଇନ୍ଦ୍ରିୟ କର୍ମ ଦ୍ୱାରା ମନକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ । ସେମାନେ ଇନ୍ଦ୍ରିୟମାନଙ୍କୁ ହୋମାଗ୍ନି ରୂପେ ମନେ କରନ୍ତି । ଅନ୍ୟ କେହି କେହି ଆତ୍ମ ଜ୍ଞାନ ଲାଭ କରି ସମସ୍ତ ଇନ୍ଦ୍ରିୟ କର୍ମ ଓ ପ୍ରାଣକର୍ମକୁ ଆତ୍ମ ସଂଯମ ରୂପକ ହୋମାଗ୍ନିରେ ଆହୂତି ପ୍ରଦାନ କରନ୍ତି । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ଦ୍ୱାରା ଯେଉଁ ଯୋଗାଗ୍ନି ପ୍ରଜ୍ଜ୍ୱଳିତ ହୁଏ ସେଥିରେ ଆତ୍ମାର ସମସ୍ତ ମଳିନତା ବା ଜନ୍ମ ଜନ୍ମାନ୍ତରର ମାର୍ଗ ଜଳି ପୋଡି ପାଉଁଶ ହୋଇଯାଏ । କେହି ଭକ୍ତ ସାଧକ ଦ୍ରବ୍ୟ ନିବେଦନ କରି ତା’ର ରକ୍ଷକ ଦେବତାଙ୍କ ଉପାସନା କରନ୍ତି । ଏହା ଦ୍ରବ୍ୟ ଯଜ୍ଞ ଅଟେ । ଏଥିରେ ହୋମ, ଦାନ ଇତ୍ୟାଦି କରାଯାଏ । କେହି କେହି ଉଚ୍ଚ ଲକ୍ଷ୍ୟ ପ୍ରାପ୍ତି ପାଇଁ କଠୋର ତପସ୍ୟା କରନ୍ତି । କୃଚ୍ଛ ଚାନ୍ଦ୍ରାୟଣାଦି ବ୍ରତ ଓ ହଠ ଯୋଗ ଆଦି ଏହାର ଅନ୍ତର୍ଭୁକ୍ତ । ଅନ୍ୟ କେତେକ ସ୍ବଧ୍ୟାୟ, ସତ୍ସଙ୍ଗ ବ୍ରତ ଉପବାସ ରୂପକ ଯଜ୍ଞ ଅନୁଷ୍ଠାନ କରିଥାନ୍ତି । ଦ୍ରବ୍ୟ ଯଜ୍ଞରେ ଅହଂକାର, ସ୍ବାର୍ଥ, ବିଷୟ ବାସନା ଥିବାରୁ ଏହା ଦ୍ୱାରା ବ୍ୟକ୍ତିର ଆତ୍ମିକ କଲ୍ୟାଣ ହୁଏ ନାହିଁ । ସେହିପରି ହଠଯୋଗ ଦ୍ୱାରା ସାଧକ ରିଦ୍ଧି ସିଦ୍ଧି ଆଦି ଅନେକ ଚମକôାର ଶକ୍ତିର ମାଲିକ ହୋଇପାରେ ; କିନ୍ତୁ ଏହାଦ୍ୱାରା ମଧ୍ୟ ଆତ୍ମା ମୁକ୍ତି ଓ ଜୀବନ୍ମୁକ୍ତିର ଅଧିକାରୀ ହୋଇ ପାରେ ନାହିଁ । ଏହି ଦୃଷ୍ଟିରୁ ଯୋଗ ଯଜ୍ଞ (ଜ୍ଞାନ ଯଜ୍ଞ) ସର୍ବଶ୍ରେଷ୍ଠ । ଶ୍ରେୟାନ୍ ଦ୍ରବ୍ୟ ମୟାଦ୍ ଯଜ୍ଞାଜ୍ ଜ୍ଞାନ ଯଜ୍ଞଃ ପରନ୍ତପ .... ।ା ଗୀ ୪/୩ ।ା ଏହି ଯଜ୍ଞ ଅନୁଷ୍ଠାନକାରୀ ବ୍ୟକ୍ତି ଆତ୍ମା ଓ ପରମାତ୍ମାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଲାଭ କରି ଭକ୍ତି ପୂତ ଭାବରେ ପରମାତ୍ମାଙ୍କୁ ହିଁ ନିଜର ପିତା, ମାତା, ସଖା, ସହଦୋର, ବନ୍ଧୁ ସବୁ କିଛି ମନେ କରି ସତତ ତାଙ୍କରି ସ୍ମୃତିରେ ରହି ତାଙ୍କ ନିର୍ଦ୍ଧେଶିତ ପଥରେ ପରିଚାଳିତ ହୁଏ । ଏହାଦ୍ୱାରା ଜନ୍ମ ଜନ୍ମାନ୍ତର ପାପ ବିନଷ୍ଟ ହୋଇଯାଏ ।
ପରିମିତ ଆହାର ଓ ବିହାର ସମସ୍ତ ପ୍ରକାର ଯଜ୍ଞ ସାଧନା ପାଇଁ ପ୍ରୟୋଜନ । ଯେଉଁ ବିଭିନ୍ନ ପ୍ରକାର ଯଜ୍ଞ କଥା ବର୍ଣ୍ଣନା କରାଗଲା ସେ ସବୁ ଆତ୍ମଶୁଦ୍ଧି ପାଇଁ ସହାୟକ ହୁଏ । ସମସ୍ତ ଯଜ୍ଞର ଏକମାତ୍ର ମୂଳ ନୀତି ହେଲା କ୍ଷୁଦ୍ର ଅହଂଭାବ ଓ କାମନା ପରିତ୍ୟାଗ କରି ଯଜ୍ଞ ରୂପେ ସମୁଦାୟ କର୍ମ କରିବା । ଆତ୍ମ ସମର୍ପଣ ଓ ଆତ୍ମ ସଂଯମ ଦ୍ୱାରା ହିଁ ଦିବ୍ୟ ଆନନ୍ଦାମୃତ ପ୍ରାପ୍ତି ହୁଏ । ଏଥିପାଇଁ ତୁଚ୍ଛ ଭୋଗ ସୁଖର ଆସକ୍ତିକୁ ବର୍ଜନ କରିବା ବିଧେୟ । ଯଜ୍ଞହିଁ ଜଗତର ନୀତି, ଏହା ବିନା ଇହକାଳ ପର କାକର କୌଣସି ଉନ୍ନତି ସାଧିତ ହୁଏ ନାହିଁ ।
Comments
Post a Comment