ଦଶମୋଽଧ୍ୟାୟଃ

ବିଭୂତି ଯୋଗଃ

ପରମାତ୍ମା ପରିଚୟ ଦ୍ୱାରା ପ୍ରାପ୍ତି

ଭୂୟ ଏବ ମହାବାହୋ ! ଶୃଣୁ ମେ ପରମଂ ବଚଃ ।

ଯେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ।ା୧ାା

ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ ।

ଅହମାଦିର୍ହି ଦେବାନାଂ ମହର୍ଷୀଣାଂ ଚ ସର୍ବଶଃ ।ା୨ାା

ଯୋ ମାମଜମନାଦି ବେି ଲୋକମହେଶ୍ୱରମ୍ ।

ଅସଂମୂଢ଼ ସ ମେର୍ଷୁ ସର୍ବ ପାପୈଃ ପ୍ରମୁଚୁ୍ୟତେ ।ା୩ାା

ଅର୍ଥ : ହେ ମହାବାହୁ ! ପୁନରାୟ ମୋର ପରମ ବାକ୍ୟ ଶ୍ରବଣ କର । ଏହି ଆନନ୍ଦ ପ୍ରଦାୟକ କଥା ତୁମର କଲ୍ୟାଣ ପାଇଁ କହିବି ।ା୧ାା ଦେବତା ଓ ମହର୍ଷିଗଣ ମୋର ଉପôି ଜାଣନ୍ତି ନାହିଁ; କାରଣ ମୁଁ ଦେବତା ଓ ମହର୍ଷିମାନଙ୍କର ଉପôିସ୍ଥଳ (ଆଦି) ।ା୨ାା ଯିଏ ମୋତେ ଜନ୍ମ ରହିତ  ଅନାଦି ଏବଂ ସମସ୍ତ ଜଗତ ଓ ମନୁଷ୍ୟମାନଙ୍କର ଈଶ୍ୱର ବୋଲି ଜାଣେ ସେ ମର ଜୀବମାନଙ୍କ ମଧ୍ୟରେ ମୋହ ଶୂନ୍ୟ ହୋଇ ବାସ କରେ (ଅସଂମୂଢ଼ଃ) ଏବଂ ସମସ୍ତ ପାପ ଓ ଅଶୁଭରୁ ପରିତ୍ରାଣ ପାଏ ।ା୩ାା

ବ୍ୟାଖ୍ୟା : ପରମାତ୍ମାଙ୍କ ପ୍ରତି ପ୍ରେମ, ପ୍ରୀତିପୂର୍ବକ ତାଙ୍କର ସ୍ମରଣ ଓ କେବଳ ତାଙ୍କଠାରେହିଁ ଆନନ୍ଦ ଅନୁଭବ କରିବା ହେଉଛି ପ୍ରକୃତ ଈଶ୍ୱରୀୟ ଭକ୍ତି । ମନୁଷ୍ୟତ୍ମାଠାରେ ଯେତେବେଳେ ଏହିପରି ଅବ୍ୟଭିଚାରୀ ଈଶ୍ୱରୀୟ ପ୍ରେମ ଜାଗ୍ରତ ହୁଏ ସେତେବେଳେ ସେ ପରମାତ୍ମାଙ୍କଠାରୁ ସାକ୍ଷାତ ଉପଦେଶ ପ୍ରାପ୍ତ ହେବାର ଯୋଗ୍ୟତା ପ୍ରାପ୍ତ ହୁଏ । ଏପରି ବ୍ୟକ୍ତି ସ୍ୱତଃ ଈଶ୍ୱରୀୟ ଅନୁକମ୍ପା ପ୍ରାପ୍ତ ହୁଅନ୍ତି । କୌଣସି କଥାରେ ତାଙ୍କର ଲେଶମାତ୍ର ସନ୍ଦେହ ରହେ ନାହିଁ ।

ପରମାତ୍ମାଙ୍କ ଅବତରଣ ଅତି ଗୋପନୀୟ ଭାବରେ ହୁଏ । ସେ  ମାନବ ଶରୀର ମାଧ୍ୟମରେ ମାନବାତ୍ମାଙ୍କ କଲ୍ୟାଣ ପାଇଁ ଈଶ୍ୱରୀୟ ଜ୍ଞାନ ଉପଦେଶ ଦିଅନ୍ତି । ଏହା ବେଦ, ଉପନିଷଦ, ବ୍ରହ୍ମସୂତ୍ର ଓ ଅଷ୍ଟାଦଶ ପୁରାଣାଦିରେ ବର୍ଣ୍ଣିତ ମାନବୀୟ ଜ୍ଞାନଠାରୁ ଅତି ଶ୍ରେଷ୍ଠ ଓ ସ୍ପଷ୍ଟ । ପରମଂ ବଚଃ । ଈଶ୍ୱରୀୟ ଜ୍ଞାନ ଜାତି, ବଣ୍ଣ,ର୍ ଧର୍ମ ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କ ପାଇଁ ଉଦ୍ଧିଷ୍ଟ । ପରମାତ୍ମା ସର୍ବାତ୍ମାଙ୍କର ପରମପିତା, ପରମ ଶିକ୍ଷକ ଓ ପରମ ସତ୍ଗୁରୁ ହୋଇଥିବାରୁ ଯେଉଁମାନେ ତାଙ୍କୁ ଏହି ତିନୋଟି ସମ୍ବନ୍ଧରେ ସ୍ୱୀକାର କରନ୍ତି ସେମାନେ ତାଙ୍କର କଲ୍ୟାଣକାରୀ ଜ୍ଞାନ ଶୁଣିବାର ସୌଭାଗ୍ୟ ପାଆନ୍ତି । ପ୍ରତ୍ୟକ୍ଷ ଈଶ୍ୱରୀୟ ଜ୍ଞାନର ଯାଦୁକରୀ ଶକ୍ତିରେ ସାଧାରଣ ମଣିଷ ଦେବୀ ଦେବତା ସ୍ତରକୁ ଉନ୍ନୀତ ହୋଇଯାଏ । ପତିତ ମାନବାତ୍ମାମାନଙ୍କୁ ପୁନଶ୍ଚ ପବିତ୍ର ଦେବୀ ଦେବତା ସ୍ୱରୂପ ପ୍ରଦାନ କରିବା ପାଇଁ ପତିତ ଦୁନିଆରେ (କଳିଯୁଗ) ପରମାତ୍ମାଙ୍କ ଅବତରଣ ହୁଏ । ତେଣୁ ତାଙ୍କୁ ପତିତପାବନ କୁହାଯାଏ । ଈଶ୍ୱରୀୟ ଜ୍ଞାନ କଳି କଳୁଷିତ ମନୁଷ୍ୟାତ୍ମାର କଳ୍ମଷ ବିନାଶ କରେ ଓ ସତ୍ୟଯୁଗୀୟ ଦେବୀ ଦେବତା ସ୍ୱରୂପ ହେବାରେ ଯୋଗ୍ୟତା ପ୍ରଦାନ କରେ । ଦେବଲୋକରେ ପରମାତ୍ମାଙ୍କ ଅବତରଣର ଆବଶ୍ୟକତା ନ ଥିବାରୁ ଦେବତାମାନେ ତାଙ୍କୁ ଜାଣି ନ ଥାନ୍ତି । ଦ୍ୱାପର ଯୁଗରୁ ବିଭିନ୍ନ ଧର୍ମ ପୁସ୍ତକଗୁଡିକର ରଚନା ଆରମ୍ଭ ହେଲା । ପ୍ରାଚୀନ ମହର୍ଷିଗଣ ମଧ୍ୟ ପରମାତ୍ମା ତ୍ୱକୁ ଯଥାର୍ଥ ଭାବରେ ଜାଣି ନ ଥିଲେ । ପରମାତ୍ମାଙ୍କ ଯଥାର୍ଥ ପରିଚୟ ଅଭାବରୁ ବିଭିନ୍ନ ପ୍ରକାର ମତବାଦ ଓ ଧର୍ମ ସଂପ୍ରଦାୟ ସୃଷ୍ଟି ହେଲା ।

ପରମାତ୍ମା ବିଷୟକ ଯଥାର୍ଥ ଜ୍ଞାନ ଅଭାବରୁ ମନୁଷ୍ୟ ପାପାଚରଣରେ ଲିପ୍ତ ହୁଏ । ସଂସାରରେ ସାଧାରଣତଃ ଦେଖାଯାଏ ଯେ ପିତୃମାତୃ ପରିଚୟହୀନ ବ୍ୟକ୍ତି ସମାଜରେ ଉପେକ୍ଷିତ ହୁଏ ଓ ଉପଯୁକ୍ତ ସ୍ନେହ ଏବଂ ପାଳନ ଅଭାବରୁ ବିପଥଗାମୀ ହୁଏ । ମାତାପିତାଙ୍କଠାରୁ ବ୍ୟକ୍ତି ଯେତିକି ସ୍ନେହ ପାଏ ଅନ୍ୟ କାହାରିଠାରୁ ପ୍ରାୟତଃ ସେତିକି ପାଏ ନାହିଁ । ନିଜର ପିତୃ ପରିଚୟ,ବଂଶ ପରିଚୟ ଜଣକ ମଧ୍ୟରେ ସ୍ୱାଭିମାନ ସୃଷ୍ଟି କରେ । ଅନେକ ସମୟରେ ଏହା ବ୍ୟକ୍ତିକୁ ପାପାଚରଣରେ ପ୍ରବୃ ହେବା ପାଇଁ ଅଙ୍କୁଶ ସଦୃଶ କାମ କରେ । ଲୋକଲଜ୍ୟା ଭୟ ହେତୁ ହେଉ ବା ବଂଶର ଗୌରବରେ କାଳିମା ଲାଗିବା ଭୟରୁ ହେଉ ବ୍ୟକ୍ତି କୁକର୍ମ ପ୍ରତି ସଜାଗ ରହିବାକୁ ବାଧ୍ୟ ହୁଏ । ସେହିପରି ଆତ୍ମାମାନଙ୍କର ପରମପିତା ହେଉଛନ୍ତି ପରମାତ୍ମା । ତାଙ୍କ ବିଷୟରେ ଯିଏ ସଠିକ ଓ ସମ୍ପୂର୍ଣ୍ଣ ତଥ୍ୟ ଜାଣି ନିଜର ଆତ୍ମିକ ପିତା ଭାବରେ ସ୍ୱୀକାର କରି ନିଏ ସେ ମହାନ୍ ହୋଇଯାଏ । ବ୍ୟକ୍ତି ଦେହ ଅଭିମାନ ତ୍ୟାଗ ନ କଲା ପର୍ଯ୍ୟନ୍ତ ପରମାତ୍ମାଙ୍କୁ ପିତା ସ୍ୱରୂପରେ ଅନୁଭବ କରିପାରେ ନାହିଁ । କାରଣ ପରମାତ୍ମା ମଧ୍ୟ ଆତ୍ମା ଭଳି ଜ୍ୟୋର୍ତିବିନ୍ଦୁ ସ୍ୱରୂପ । ଆତ୍ମାକୁ ଦୈ÷ହିକ ଆସକ୍ତିରୁ ମୁକ୍ତ ନ କରିବା ପର୍ଯ୍ୟନ୍ତ ସେ ପରମାତ୍ମାନୁଭୂତି କରି ପାରେ ନାହିଁ । ଦେହ ଅଭିମାନୀ ବ୍ୟକ୍ତି ସୂକ୍ଷ୍ମ ରୂପର ଚିନ୍ତା କରିପାରେ ନାହିଁ । ତେଣୁ ପରମାତ୍ମାଙ୍କୁ ବିଭିନ୍ନ ଶାରୀରିକ ରୂପ ପ୍ରଦାନ କରି ଉପାସନା କରେ । ସାକାର ଉପାସନାରେ ପିତାପୁତ୍ରର ସମ୍ବନ୍ଧ ଅପେକ୍ଷା ପୂଜ୍ୟପୂଜାରୀର ଭାବ ଅଧିକ ଥାଏ । ଈଶ୍ୱରୀୟ ସନ୍ତାନ ହିସାବରେ ନିଜ ମଧ୍ୟରେ ଶ୍ରେଷ୍ଠ ଭାବ ଆସିବା ଅପେକ୍ଷା ଏକ ପୂଜାରୀ, ଉପାସକ ବା ଭକ୍ତର ଦୈନ୍ୟତା ତା'ମଧ୍ୟରେ ଉପôନ୍ନ ହୁଏ । ନିଜକୁ ସେ ଦୀନ, ହୀନ, ଅଧମ, ପାପୀ ବୋଲି ଭାବି ପରମାତ୍ମାଙ୍କ କୃପା ଭିକ୍ଷା କରେ । ମେଁ ମୁରୁଖ ଖଲ କାମୀ ପାପ ହରୋ ଦେବା.... ।ା କିନ୍ତୁ ନିଜକୁ ଯିଏ ପରମାତ୍ମାଙ୍କ ସନ୍ତାନ ବୋଲି ହୃଦୟ ସହିତ ଗ୍ରହଣ କରିନିଏ ତା'ମଧ୍ୟରେ ଈଶ୍ୱରୀୟ ଗୁଣଗୁଡିକର ବିକାଶ ହୁଏ  । ଉରାଧିକାରୀ ସ୍ୱରେ ସେ ସବୁକିଛି ତାଙ୍କଠାରୁ ସ୍ୱତଃ ପାଇଯାଏ । ଧନଂ ଦେହି, ଯଶଂ ଦେହି, ବିଦ୍ୟାଂ ଦେହୀ – ଏହିପରି ମାଗିବାର ପ୍ରବୃି ତା'ଠାରୁ ଚାଲିଯାଏ । ଯେଉଁଠି ଦିବ୍ୟତା, ଶ୍ରେଷ୍ଠତା, ମହାନତା, ସମ୍ପନ୍ନତା, ସମ୍ପୂର୍ଣ୍ଣତା ଆଦି ସକାରାତ୍ମକ ଈଶ୍ୱରୀୟ ଗୁଣର ବିକାଶ ହୁଏ ସେଇଠି ନକାରାତ୍ମକ ଭାବନା ଧୀରେ ଧୀରେ ଅପସାରିତ ହୁଏ । ତେଣୁ ଗୀତାରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ମଧ୍ୟରେ ସୁଯୋଗ ପାଇଲେ ପରମାତ୍ମା ମଣିଷର ପରମାତ୍ମା ବିଷୟକ ଅଜ୍ଞାନତା ଦୂର କରିବା ପାଇଁ ବାରମ୍ବାର ନିଜର ପ୍ରକୃତ ପରିଚୟ ଦେବାକୁ କୁଣ୍ଠିତ ହୋଇ ନାହାନ୍ତି । ସେ ଅଜ,ଅନାଦି ଓ ସମସ୍ତ ଲୋକର ମହାନ ଈଶ୍ୱର ଅଟନ୍ତି । ସେହିଁ ସର୍ବୋପରି । ବ୍ୟକ୍ତି ଯେପର୍ଯ୍ୟନ୍ତ ନିଜର ଅନାଦି ଆତ୍ମିକ ସ୍ୱରୂପରେ ସ୍ଥିତ ନ ହୋଇଛି ସେପର୍ଯ୍ୟନ୍ତ ପରମାତ୍ମାଙ୍କ ଅନାଦିତ୍ୱ ଅନୁଭବ କରିବ କିପରି ? ପରମାତ୍ମାଙ୍କ ପ୍ରକୃତ ତ୍ୱ ଜାଣିବା ଦ୍ୱାରା ବ୍ୟକ୍ତିର ମୂଢ଼ତା ଓ ପାପ ଦୂରୀଭୂତ ହୁଏ ।

ଈଶ୍ୱରୀୟ ବିଭୂତି ଓ ଯୋଗ ସାମର୍ଥ୍ୟ

ବୁଦ୍ଧିର୍ଜ୍ଞାନମସମ୍ମୋହଃ କ୍ଷମା ସତ୍ୟଂ ଦମଃ ଶମଃ ।

ସୁଖଂ ଦୁଃଖଂ ଭବୋଽଭାବୋ ଭୟଂ ଚାଭୟମେବ ଚ ।ା୪ାା

ଅହିଂସା ସମତା ତୁଷ୍ଟିସ୍ତପୋ ଦାନଂ ଯଶୋଽଯଶଃ ।

ଭବନ୍ତି ଭାବା ଭୂତାନାଂ ମ ଏବ ପୃଥଗ୍ବିଧାଃ ।ା୫ାା

ମହର୍ଷୟଃ ସପ୍ତ  ପୂର୍ବେ ଚତ୍ୱାରୋ ମନବସ୍ତଥା ।

ମଦ୍ଭାବା ମାନସା ଜାତା ଯେଷାଂ ଲୋକ ଇମାଃ ପ୍ରଜାଃ ।ା୬ାା

ଏତାଂ ବିଭୁତିଂ ଯୋଗଂ ଚ ମମ ଯୋ ବେି ତ୍ୱତଃ । 

ସୋଽବିକମ୍ପେନ ଯୋଗେନ ଯୁଜ୍ୟତେ ନାତ୍ର ସଂଶୟଃ ।ା୭ ।ା

ଅର୍ଥ : ବୁଦ୍ଧି, ଜ୍ଞାନ, ଅଜ୍ଞାନ ଜନିତ ମୋହରୁ ମୁକ୍ତି, କ୍ଷମା, ସତ୍ୟ, ଦମ (ବାହ୍ୟେନ୍ଦ୍ରିୟ ଦମନ) ଶମ, ଆଭ୍ୟନ୍ତରୀଣ ଇନ୍ଦ୍ରୀୟଗୁଡିକର ଦମନ) ସୁଖ, ଦୁଃଖ, ଜନ୍ମ, ମୁତୁ୍ୟ, ଭୟ, ଅଭୟ, ଅହିଂସା, ସମତା, ତୁଷ୍ଟି (ସନ୍ତୋଷ), ତପ, ଦାନ, ଯଶ, ଅଯଶ – ପ୍ରାଣୀମାନଙ୍କର ଏହି ସବୁ ବିବିଧଭାବ ମୋଠାରୁ ଉପôନ୍ନ ହୁଅନ୍ତି ।ା୪-୫ାା ସପ୍ତ ପ୍ରାଚୀନ ମହର୍ଷି ଏବଂ ଚାରିଜଣ ମନୁ (ଏମାନେ ସମସ୍ତେ) ମୋର ଅଧ୍ୟାତ୍ମ ପ୍ରଭାବଯୁକ୍ତ ସଂକଳ୍ପ ମାତ୍ରରୁ ଉପôନ୍ନ  । ଜଗତର ସମସ୍ତ ଜୀବାତ୍ମା ମୋର ସନ୍ତାନ ସନ୍ତତି ।ା୬ାା ଯିଏ ମୋର ଏହି ବିଭୂତି ଓ ଯୋଗକୁ ଯଥାର୍ଥ ରୂପେ ଜାଣନ୍ତି ସେ ନିଶ୍ଚଳ ଯୋଗ ଦ୍ୱାରା ମୋ ସହିତ ଯୁକ୍ତ ହୁଅନ୍ତି । ଏଥିରେ କୌଣସି ସଂଶୟ ନାହିଁ ।ା୭ାା

ବ୍ୟାଖ୍ୟା : ବୁଦ୍ଧି, ଜ୍ଞାନ, ଅସମ୍ମୋହ, କ୍ଷମା, ସତ୍ୟ, ଦମ, ଶମ, ସୁଖ, ଦୁଃଖ, ଉପôି, ବିନାଶ, ଭୟ, ଅଭୟ, ଅହିଂସା, ସମତା, ସନ୍ତୋଷ, ତପ, ଦାନ, ଯଶ ଓ ଅପଯଶ – ଏହିଗୁଡିକ ଆତ୍ମାର ବିଭିନ୍ନ ଭାବ ଅଟନ୍ତି । କର୍ମର ପ୍ରକାର ଭେଦ ଅନୁସାରେ ଆତ୍ମାରେ ଭିନ୍ନ ଭିନ୍ନ ସଂସ୍କାର ମୁଦ୍ରିତ ହୋଇଥାଏ । ଏହି ସଂସ୍କାର ଅନୁସାରେ ବ୍ୟକ୍ତିର ଦୃଷ୍ଟିକୋଣ ସକାରାତ୍ମକ ବା ନକାରାତ୍ମକ ଭାବଯୁକ୍ତ ହୁଏ । କର୍ମାନୁସାରେ ଫଳ ପ୍ରଦାନ କରିବା ପାଇଁ ପ୍ରକୃତିର ଏହା ଏକ ଚମକôାରୀ ସୃଜନୀ ଶକ୍ତି, କିନ୍ତୁ ପ୍ରକୃତି ଈଶ୍ୱରୀୟ ନିୟମର ଅଧୀନରେ କାମ କରୁଥିବାରୁ ଭକ୍ତମାନେ ସମସ୍ତ ଭାବକୁ ପରମାତ୍ମାଙ୍କଠାରୁ ସୃଷ୍ଟି ବୋଲି ମନେ କରନ୍ତି । ଅନ୍ୟପକ୍ଷରେ ପରମାତ୍ମା ମନୁଷ୍ୟାତ୍ମାମାନଙ୍କ ବୁଦ୍ଧିକୁ ବିଭିନ୍ନ ଭାବଗୁଡିକର ବନ୍ଧନରୁ ମୁକ୍ତ କରି ସବୁରି ମୂଳରେ କେବଳ ତାଙ୍କୁ ସ୍ୱରଣ କରିବାକୁ କହିଛନ୍ତି ।

ଆତ୍ମାର ନିର୍ଣ୍ଣୟ ଶକ୍ତିର ନାମ ହେଉଛି ବୁଦ୍ଧି । ଏହାଦ୍ୱାରା ଆତ୍ମା ସତ୍ୟ ଅସତ୍ୟ, ଜ୍ଞାନ-ଅଜ୍ଞାନ, କର୍ବ୍ୟ-ଅକର୍ବ୍ୟ, ଭଲ-ମନ୍ଦ ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ କରିପାରେ । ବୁଦ୍ଧି ଦ୍ୱାରା ଆତ୍ମା ନିଜକୁ ଶରୀରଠାରୁ ଓ ପରମାତ୍ମାଙ୍କୁ ପ୍ରକୃତିଠାରୁ ଭିନ୍ନ ସା ବୋଲି ନିର୍ଣ୍ଣୟ କରି ଅନୁଭବ କରେ । କିନ୍ତୁ ଏଥିପାଇଁ ଆବଶ୍ୟକ ଯଥାର୍ଥ ଜ୍ଞାନ । ଜ୍ଞାନ ସାହାଯ୍ୟରେ ବୁଦ୍ଧି କୌଣସି ପଦାର୍ଥକୁ ଯଥାର୍ଥ ଭାବରେ ଜାଣିପାରେ । କୌଣସି ଜଡ ବା ଚେତନ ବିଷୟକୁ ଯଥାର୍ଥ ସ୍ୱରୂପରେ ଜାଣିବାର ନାମ ଜ୍ଞାନ । ଜ୍ଞାନ ରୂପକ ଆଲୋକରେ ବୁଦ୍ଧିରୂପକ ଚକ୍ଷୁ ଦ୍ୱାରା ଆତ୍ମା ପ୍ରତ୍ୟେକ ବିଷୟକୁ ଯଥାର୍ଥ ସ୍ୱରୂପରେ ଦେଖିପାରେ ବା ଅନୁଭବ କରିପାରେ । ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତି ଶରୀର ଓ ସଂସାରକୁ ବିନାଶଶୀଳ ରୂପରେ ଦେଖନ୍ତି । ତାଙ୍କ ଦୃଷ୍ଟିରେ ସମସ୍ତ ସାଂସାରିକ ଭୋଗ ଅନିତ୍ୟ, କ୍ଷଣିକ ଓ ଦୁଃଖମୂଳକ । ତେଣୁ ସେଥିରେ ସେମାନେ ବି ମୋହିତ ହୁଅନ୍ତି ନାହିଁ । ନିତ୍ୟ ଓ ଅନିତ୍ୟ ମଧ୍ୟରେ ପାର୍ଥକ୍ୟ ନିରୂପଣ କରି ଅନିତ୍ୟ ବିଷୟ,ବସ୍ତୁ,ବ୍ୟକ୍ତି ବା ବୈଭବରେ ନିସ୍ପୃହ ରହିବାର ଭାବ ""ଅସମ୍ମୋହ'' ଏବଂ ସେଥିରେ ମୋହିତ ହେବା ପ୍ରବୃିକୁ ""ସମ୍ମୋହ'' କୁହାଯାଏ ।

""କ୍ଷମା'' ଏକ ମହତ ଗୁଣ । ପରମାତ୍ମାପରାୟଣ ବ୍ୟକ୍ତି ଅନ୍ୟମାନଙ୍କର ଗୁଣ ଦୋଷରେ ପ୍ରଭାବିତ ହୁଅନ୍ତି ନାହିଁ । ନିଜ ମଧ୍ୟରେ ସାମର୍ଥ୍ୟ ଥାଇ ମଧ୍ୟ ଅପକାରୀ ପ୍ରତି କୌଣସି ଦଣ୍ଡ ବିଧାନ ନ କରିବା ଓ ତା'ପ୍ରତି ଶତ୍ରୁତା ଭାବ ନ ରଖିବା ହେଉଛି ""କ୍ଷମାଶୀଳତା''ା ""ଦଣ୍ଡିବା ଶକ୍ତି ଯା'ର ଥାଇ, ସେ ଯେବେ କ୍ଷମା ଆଚରଇ ।'' ଜ୍ଞାନ ସର୍ବଦା ସତ୍ୟକୁ ପ୍ରତ୍ୟକ୍ଷ କରାଏ ।  ଦୋଷଦୃଷ୍ଟି ବିହୀନ ହୋଇ ବ୍ୟକ୍ତି ଯାହା ଦେଖେ, ଅର୍ନ୍ତଦୃଷ୍ଟିରେ ପୁଣି ଥରେ ତାକୁ ପରୀକ୍ଷା କରି ଅନ୍ତଃକରଣରେ ଅନୁଭବ କରେ ଓ ନିଷ୍ପକ୍ଷ ଭାବରେ ଯାହା ଶୁଣେ,ସେହି ସବୁକୁ ଅବିକଳ ଭାବରେ ଅନ୍ୟର ହିତ ଉଦ୍ଧେଶ୍ୟରେ ଅତ୍ୟନ୍ତ ମୃଦୁ ଓ ମଧୁର ଭାଷାରେ ପ୍ରକାଶ କରିବାକୁ "ସତ୍ୟ' କୁହାଯାଏ । ଈଶ୍ୱରୀୟ ଜ୍ଞାନ ଦ୍ୱାରା ସତ୍ୟ ଅସତ୍ୟ, ନିତ୍ୟ ଅନିତ୍ୟକୁ ବୁଝି ଅସତ୍ୟ ଓ ଅନିତ୍ୟ ବିଷୟ ଭୋଗରୁ ଇନ୍ଦି୍ରୟମାନଙ୍କୁ ନିବୃ କରି ସତ୍ୟ ଓ ନିତ୍ୟ ସ୍ୱରୂପ ପରମାତ୍ମା ପ୍ରାପ୍ତି ଉଦ୍ଧେଶ୍ୟରେ ସେମାନଙ୍କୁ ନିୟୋଜିତ କରିବା ହେଉଛି "ଦମ' । ମନକୁ ଇନ୍ଦ୍ରିୟମାନଙ୍କ ବିଷୟ ଭୋଗ ଚିନ୍ତନରୁ ନିବୃ କରି  ତାକୁ ନିଜ ଇଚ୍ଛା ଅନୁସାରେ ଈଶ୍ୱରୀୟ ଚିନ୍ତନରେ ପ୍ରବୃ କରିବାକୁ "ଶମ' କୁହାଯାଏ । ସତ୍ୟ ଓ ନିତ୍ୟ ବସ୍ତୁର ସଂଯୋଗ ଏବଂ ଅସତ୍ୟ ଓ ଅନିତ୍ୟ ବସ୍ତୁର ବିୟୋଗ ହେଲେ ଆତ୍ମା ଯେଉଁ ପ୍ରସନ୍ନତା ଅନୁଭବ କରେ ତାହା ପ୍ରକୃତ "ସୁଖ'  । ଏହାର ବିପରୀତ ପରିସ୍ଥିତିରେ ଆତ୍ମାର ବିଷଣ୍ଣତା ଭାବକୁ "ଦୁଃଖ'କୁହାଯାଏ । ପରମାତ୍ମାଙ୍କ ଯୋଗରେ ସୁଖ ଓ ବିୟୋଗରେ ଦୁଃଖ ପ୍ରାପ୍ତ ହୁଏ ।

କର୍ମଫଳ ଭୋଗ କରିବା ପାଇଁ ଆତ୍ମା ପଭୂତରେ ନିର୍ମିତ ଶରୀର ଧାରଣ କରି ଜନ୍ମ ନିଏ । କୌଣସି ଶରୀରରେ ଅବସ୍ଥାନ କରି ଆତ୍ମା କେତେ ସମୟ ପର୍ଯ୍ୟନ୍ତ କର୍ମଫଳ ଭୋଗ କରିବ ତାହା ପୂର୍ବରୁ ନିର୍ଦ୍ଧିଷ୍ଟ ହୋଇଥାଏ । ସେହି ଶରୀରରେ ତା'ର ଭୋଗକାଳ ସମାପ୍ତ ହୋଇଗଲେ ଆତ୍ମା ତାହା ତ୍ୟାଗ କରି ଅନ୍ୟ ଶରୀର ଧାରଣ କରେ । ଆତ୍ମାର ପରିତ୍ୟକ୍ତ ଶରୀର ପୁନଶ୍ଚ ପଭୂତରେ ଲୀନ ହୋଇଯାଏ  । ଆତ୍ମାର ଏହି ଶରୀର ପରିବର୍ନ ପ୍ରକ୍ରିୟାକୁ "ମୃତୁ୍ୟ' କୁହାଯାଏ । ଆତ୍ମାର ପୁନର୍ଜନ୍ମ ପାଇଁ ପ୍ରକୃତି ଦ୍ୱାରା ସର୍ଜନା ପ୍ରକ୍ରିୟାକୁ "ଭାବ' (ଜନ୍ମ) ଓ ଆତ୍ମା ପରିତ୍ୟକ୍ତ ଶରୀର ପୁନଶ୍ଚ ପଭୂତରେ ବିଲୀନ ହେଉଥିବାର ଏହି ପ୍ରାକୃତିକ ପ୍ରକ୍ରିୟାକୁ "ଅଭାବ' କୁହାଯାଏ । ଦେହାଭିମାନରୁ ଉପôନ୍ନ ବିକାର ସମୂହର ବଶବର୍ୀ ହୋଇ କରାଯାଇଥିବା ପାପ କର୍ମ ଦ୍ୱାରା ଅନ୍ତଃକରଣରେ ନିଜର ଅନିଷ୍ଟ ହେବାର ଯେଉଁ ଆଶଙ୍କା ଉପôନ୍ନ ହୁଏ ତାକୁ "ଭୟ' କୁହାଯାଏ । ବିକାରମୁକ୍ତ ହୋଇ ଈଶ୍ୱରୀୟ ଜ୍ଞାନ ଓ ମର୍ଯ୍ୟାଦା ଅନୁସାରେ କର୍ମ କଲେ କର୍ୃତ୍ୱାଭିମାନ ଆସେ ନାହିଁ । ନିମି ଭାବରେ କର୍ମ ସମ୍ପାଦିତ ହେଲେ ଫଳାଫଳ ପ୍ରତି ସ୍ପୃହା ରହେ ନାହିଁ । କର୍ମଫଳରେ ନିସ୍ପୃହ ବ୍ୟକ୍ତି କର୍ମର ପରିଣାମ ଜନିତ କୌଣସି କ୍ଷତିର ଆଶଙ୍କାରେ ଉଦ୍ବେଳିତ ହୁଏ ନାହଁ । ମନରେ ଭୟର ସମ୍ପୂର୍ଣ୍ଣ ଅଭାବର ଅବସ୍ଥାକୁ "ଅଭୟ' କୁହାଯାଏ । କୌଣସି ଶରୀରଧାରୀ ଆତ୍ମାକୁ ମନ ବଚନ କର୍ମ ଦ୍ୱାରା ଯେକୌଣସି ପରସ୍ଥିତିରେ ମଧ୍ୟ ତିଳେ ହେଲେ ଦୁଃଖ ନ ପହୁାଇବା ହେଉଛି "ଅହିଂସା' । କାହାପ୍ରତି କାମୁକ ଭାବ ପୋଷଣ କରିବାକୁ ମଧ୍ୟ "ହିଂସା' କୁହାଯାଏ । କାମକୁ କଟୁରୀ ସହିତ ତୁଳନା କରାଯାଏ । କଟୁରୀ ଚାଳନା ଦ୍ୱାରା କାହାକୁ ଆଘାତ ପହାଇବା ଯେପରି "ହିଂସା' ସେହିପରି କାମବାସନା ଜନିତ ଭୋଗ ମଧ୍ୟ ହେଉଛି "ହିଂସା' । ତେଣୁ ସମ୍ପୁର୍ଣ୍ଣ ନିର୍ବିକାରୀ ଭାବନା ହେଉଛି ଅହିଂସା । ନିନ୍ଦା, ସ୍ତୁତି, ସୁଖଦୁଃଖ, ଶତ୍ରୁ ମିତ୍ର, ମାନ ଅପମାନ, ଜୟ ପରାଜୟ ଆଦି ପ୍ରତ୍ୟେକ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ମନବୁୁଦ୍ଧି ପ୍ରଭାବିତ ନ ହୋଇ ଏବଂ ରାଗଦ୍ୱେଷାଦିରୁ ସଂପୂର୍ଣ୍ଣ ମୁକ୍ତ  ହୋଇ ନିରନ୍ତର ସମ ବୁଦ୍ଧି ରହିବାକୁ "ସମତା' କୁହାଯାଏ । ପ୍ରାରବ୍ଧ କର୍ମଫଳ ଅନୁସାରେ ଏ ଜନ୍ମରେ ଯାହାବି ପ୍ରାପ୍ତି ହୋଇଛି ସେଥିରେ ସନ୍ତୁଷ୍ଟ ହେବା ଓ ଅପ୍ରାପ୍ତିରେ ଅସନ୍ତୁଷ୍ଟ ନ ହେବା ଭାବକୁ "ତୁଷ୍ଟି' କୁହାଯାଏ ।

ତମଗୁଣ ପ୍ରଧାନ କଳିଯୁଗୀୟ ଦୁନିଆରେ ଯେକୌଣସି ଭଲ କାମ  କରିବାକୁ ଗଲେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡେ । ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେଉଥିବା ଜ୍ଞାନୀମାନେ ରୁଢ଼ିବାଦୀ ଅଜ୍ଞାନମାନଙ୍କ ଦ୍ୱାରା ଲା‚ିତ ଓ ଭର୍ତ୍ସିତ ହୁଅନ୍ତି । ପ୍ରହ୍ଳାଦ ପରି ଈଶ୍ୱରପରାୟଣ ଭକ୍ତ ସ୍ୱୀୟ ଜନ୍ମଦାତା ପିତାଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ  । ଯୋଗ ମାର୍ଗରେ ମନୋବିକାର ଗୁଡିକ ବାଧା ଉପସ୍ଥିତ କରାନ୍ତି । ନିଜ ଲକ୍ଷ୍ୟ ସାଧନା ପାଇଁ ଯାହାବି ଦୁଃଖକଷ୍ଟ, ବାଧାବିଘ୍ନ ବା ପ୍ରତିକୂଳ ପରିସ୍ଥିତି ଆସୁନା କାହିଁକି ସେସବୁକୁ ପ୍ରସନ୍ନତା ପୂର୍ବକ ସହ୍ୟ କରି ସାଧନା ଅବ୍ୟାହତ ରଖିବାର ନାମ ହେଉଛି "ତପଃ'ା

ନ୍ୟାୟୋଚିିତ ପନ୍ଥା ଅନୁସରଣ କରି ଯାହା ଉପାର୍ଜନ କରାଯାଏ ସେଥିରୁ କିଛି ଅଂଶ ନିଃସ୍ୱାର୍ଥ ଭାବରେ ବିଶ୍ୱ କଲ୍ୟାଣ ବା ସତ୍କର୍ମ ପାଇଁ ସତ୍ପାତ୍ରରେ ସମର୍ପଣ କରିବାକୁ "ଦାନ' କହନ୍ତି । ଲୋକ କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଥିବା ବ୍ୟକ୍ତିମାନଙ୍କୁ  ଯେଉଁ ସୁନାମ ବା ପ୍ରଶଂସା ମିଳେ, ତାକୁ "ଯଶ' କୁହାଯାଏ । ନିଜର ଉନ୍ନତି ପାଇଁ ଅନ୍ୟର କ୍ଷତି କରୁଥିଲେ, ମନ୍ଦ ଆଚରଣ ହେତୁ ଅନ୍ୟମାନଙ୍କ ମନରେ କଷ୍ଟ ପହୁଥିଲେ ଓ ଆସୁରୀ ସଂସ୍କାର ବଶତଃ ଭ୍ରଷ୍ଟାଚାରରେ ଲିପ୍ତ ହେଲେ ସଂସାରରେ ଲୋକମାନେ ନିନ୍ଦା କରନ୍ତି । ଏହା ଅଯଶଃ ବା ଅପଯଶ ।

ଜ୍ଞାନ ଦୃଷ୍ଟିକୋଣରୁ ବିଚାର କଲେ ସମସ୍ତ ଭାବ ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ମା୍ତ୍ର । ଭଲ ବା ମନ୍ଦ କର୍ମର ଫଳ ସ୍ୱରୂପ ମନରେ ସକାରାତ୍ମକ ବା ନକାରାତ୍ମକ ଭାବର ସୃଷ୍ଟି ହୁଏ । ଭକ୍ତର ଦୃଷ୍ଟିରେ ଅସତ୍ କିଛି ନାହିଁ, ତେଣୁ ସବୁ ଭାବ ଉପôନ୍ନକାରୀ ପରମାତ୍ମା । ପ୍ରକୃତରେ ସକାରାତ୍ମକ ଭାବର ଅଭାବରେ ନକାରାତ୍ମ ଭାବ ଉପôନ୍ନ ହୁଏ । ପରମାତ୍ମାଙ୍କ ଅସ୍ତିତ୍ୱକୁ ସ୍ୱୀକାର  କରୁଥିବା ବ୍ୟକ୍ତିଙ୍କୁ "ଆସ୍ତିକ' ଓ ଅସ୍ୱୀକାର କରୁଥିବା ବ୍ୟକ୍ତିକୁ "ନାସ୍ତିକ' କୁହାଯାଏ । ପରମାତ୍ମା ସତ୍ୟ ଓ ଶାଶ୍ୱତ । ତାଙ୍କୁ କେହି ଗ୍ରହଣ ନ କଲେ ମଧ୍ୟ ତାଙ୍କର ଅସ୍ତିତ୍ୱ ଅକ୍ଷୁର୍ଣ୍ଣ ରହେ । ଯଥାର୍ଥ ଜ୍ଞାନର ଅଭାବରେ ବ୍ୟକ୍ତି ଅନୁସନ୍ଧାନ କରି କରି ଯେତେବେଳେ ପରମାତ୍ମାଙ୍କୁ ପାଏ ନାହିଁ ସେତେବେଳେ ତା'ମନରେ ନକାରାତ୍ମକ ଭାବନା ସୃଷ୍ଟି ହୁଏ । ସେତେବେଳେ ସେ ସଂଶୟବଶତଃ ପରମାତ୍ମାଙ୍କ ଅସ୍ତିତ୍ୱକୁ ସ୍ବୀକାର କରେ ନାହିଁ । ଏଠାରେ ଅସ୍ତିତ୍ୱ ଅନୁଭବର ଅଭାବକୁ ନାସ୍ତିକ କୁହାଗଲା । ଏହି ଦୃଷ୍ଟିରୁ ପରମାତ୍ମାଙ୍କୁ ସବୁଭାବର ଆଧାର କୁହାଯାଏ । ତାଙ୍କ ନିକଟରେ କୌଣସି ଅଭାବହିଁ ନାହିଁ  । ମନୁଷ୍ୟ ନିଜ ଅନୁଭବହୀନତାରୁ ପରମାତ୍ମାଙ୍କ ଅସ୍ତିତ୍ୱର ଅଭାବ ଅନୁଭବ କରେ । ମାୟାବାଦୀମାନେ ଜଗତକୁ ମିଥ୍ୟା ବୋଲି କହନ୍ତି । ଜଳ ଫୋଟାକା ପରି ଏହା କ୍ଷଣସ୍ଥାୟୀ । କିନ୍ତୁ ଈଶ୍ୱରୀୟ ଜ୍ଞାନ ଅନୁସାରେ ଏହି ଦର୍ଶନ ଭ୍ରମାତ୍ମକ । ସତ୍ୟ, ସନାତନ ଓ ଆନନ୍ଦ ସ୍ୱରୂପ ପରମାତ୍ମାଙ୍କ ସୃଷ୍ଟିରେ ଅସତ୍ୟ, ନିଷ୍ଠୁରତା ଓ ଦୁଃଖର ସ୍ଥାନ ନାହିଁ । ଅସତ୍ୟ ଦୁଃଖ ଆଦି ନକାରାତ୍ମକ ଭାବର ସୃଷ୍ଟି ପରମାତ୍ମା କରି ନାହାନ୍ତି । ପ୍ରକୃତରେ ମାୟା ବୋଲି ଯାହା କୁହାଯାଏ ତା'ର ମଧ୍ୟ କୌଣସି ଅସ୍ତିତ୍ୱ ନାହିଁ । ମାୟା ଠିକ୍ ମରୁଭୂମିର ମରିଚିକା ସଦୃଶ । ମଣିଷର ମନୋବିକାର ଗୁଡିକ ଯେତେବେଳେ ପ୍ରବଳ ହୋଇଥାଏ ସେତେବେଳେ ମରିଚିକା ଭଳି ମାୟା ଅସ୍ତିତ୍ୱକୁ ଆସେ । ନିର୍ମାଣର କିଛି ବର୍ଷ ପର୍ଯ୍ୟନ୍ତ ସୁନାଗହଣା, କୌଣସି ଗୃହୋପକରଣରେ ନବୀନତାର ଝଲକ ଥାଏ । କିଛି ବର୍ଷ ବ୍ୟବହାର କଲା ପରେ ତାହା ପୁରୁଣା ହୋଇଯାଏ । ସେଥିରେ ବିକୃତି ଦେଖାଯାଏ । କିନ୍ତୁ ଏହିି ବିକୃତି ନିର୍ମାଣ ସମୟରେ ନ ଥିଲା । ବାହ୍ୟ ପ୍ରଭାବର ସଂପର୍କରେ ଆସି କାଳକ୍ରମେ ସେଗୁଡିକରେ ବିକାର ସୃଷ୍ଟି ହେଲା । ସେହିପରି ସୃଷ୍ଟି ଆରମ୍ଭରେ ପ୍ରକୃତି ସହିତ ଆତ୍ମା ମଧ୍ୟ ଶୁଦ୍ଧ ସା୍ୱିକ ଓ ଶକ୍ତି ସମ୍ପନ୍ନ ଥିଲା । ମଣିଷ ମନୋବିକାର ଶୂନ୍ୟ ଥିଲା । କାଳର ଅବକ୍ଷୟଧର୍ମୀ ପ୍ରଭାବରେ ପ୍ରତ୍ୟେକ ବ୍ୟକ୍ତି ବସ୍ତୁ ବା ପଦାର୍ଥର ଶୁଦ୍ଧତା ଓ ସା୍ୱିକତା କ୍ଷୀଣ ହୋଇଆସିଲା  । ସେତେବେଳେ ସେଗୁଡିକରେ ବିକାର ଉପôନ୍ନ ହେଲା । ସୃଜନ, ବିକାଶ ଓ ବିନାଶ ଏହି ତିନି କାର୍ଯ୍ୟ ପ୍ରକୃତିରେ ନିରନ୍ତର ଚାଲିଛି । ପରମାତ୍ମା ପ୍ରକୃତିକୁ ଏହି ଅଦ୍ଭୁତ ଶକ୍ତି ଦେଇଛନ୍ତି । ପ୍ରକୃତିର ମୌଳିକ ଉପାଦାନଗୁଡିକର ବିନାଶ ନାହିଁ । କେବଳ ପ୍ରକୃତିର ପରିବର୍ନଶୀଳ ଗୁଣ ହେତୁ ସାମୟିକ ଭାବରେ ଏହାର ରୂପ, ଗୁଣ ଓ ଧର୍ମର ପରିବର୍ନ ହୁଏ । ଏହି ଦୃଷ୍ଟିରୁ ଜଗତ ସତ୍ୟ,ମିଥ୍ୟା ନୁହେଁ ।

ଯେଉଁମାନେ ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପ ଜାଣି ତାଙ୍କୁ ଅନନ୍ୟ ଭାବରେ ପ୍ରେମ କରନ୍ତି, ତାଙ୍କ ଇଚ୍ଛା ଅନୁସାରେ ଜୀବନକୁ ପରିଚାଳିତ କରନ୍ତି ସେମାନେ ପ୍ରକୃତ ମହର୍ଷି ପଦବାଚ୍ୟ । ସେମାନେ ସମସ୍ତେ ବ୍ରହ୍ମାମୁଖବଂଶାବଳୀ ବ୍ରାହ୍ମଣ । ପରମାତ୍ମା ପ୍ରଜାପିତା ବ୍ରହ୍ୱାଙ୍କ ମୁଖ ଆଧାରରେ ଜ୍ଞାନ ପ୍ରଦାନ କରନ୍ତି । ଏହି ଜ୍ଞାନରୁ ସ୍ୱୟଂ ବ୍ରହ୍ମା ଓ ପ୍ରଜାଗଣ ସୃଷ୍ଟି ହେଲେ  । ସ୍ୱୟଂ ବ୍ରହ୍ମା ମଧ୍ୟ ପରମାତ୍ମାଙ୍କ ସୃଷ୍ଟି । ତେଣୁ ବ୍ରହ୍ମାଙ୍କ ଦ୍ୱାରା ଯେଉଁ ପ୍ରଜା ସୃଷ୍ଟି ହେଲେ  ତାହା ପରୋକ୍ଷଭାବରେ ପରମାତ୍ମାଙ୍କ ରଚନା ବୋଲି କୁହାଯାଏ । ଯେତେସବୁ ରାଜର୍ଷି, ମହର୍ଷି ବା ଦେବର୍ଷି ପଦବାଚ୍ୟ ସମସ୍ତେ ବ୍ରହ୍ମାମୁଖୋଦ୍ଭବ । ସେହି ଦୃଷ୍ଟିରୁ ସେମାନଙ୍କୁ ପରମାତ୍ମା ତାଙ୍କ ମନରୁ ଉପôନ୍ନ ବୋଲି କହିଛନ୍ତି । ଶାସ୍ତ୍ରରେ ଦୁଇ ପ୍ରକାର ପ୍ରଜାର ବର୍ଣ୍ଣନା ଅଛି ।  ସ୍ତ୍ରୀ ଓ ପୁରୁଷଙ୍କ ସଂଯୋଗରୁ ଉପôନ୍ନ ପ୍ରଜାଙ୍କୁ "ବିନ୍ଦୁଜ' ଓ ଜ୍ଞାନ ଉପଦେଶରୁ ଉପôନ୍ନ ପ୍ରଜାଙ୍କୁ "ନାଦଜ' ବୋଲି କୁହାଯାଏ । ବ୍ରହ୍ମାମୁଖ ନିଃସୃତ ଜ୍ଞାନରୁ ସୃଷ୍ଟ ପ୍ରଜାମାନେ "ନାଦଜ' ଅଟନ୍ତି । ଅନ୍ୟମାନେ ସମସ୍ତେ "ବିନ୍ଦୁଜ' । "ନାଦଜ' ପ୍ରଜାମାନେ ପ୍ରକୃତ ବା୍ରହ୍ମଣ ପଦବାଚ୍ୟ । ଏମାନଙ୍କ ମଧ୍ୟରୁ ଯେଉଁମାନେ ସର୍ବଶ୍ରେଷ୍ଠ ଓ କାୟମନୋବାକ୍ୟରେ ବ୍ରହ୍ମାଙ୍କୁ ନୂତନ ସୃଷ୍ଟି ସ୍ଥାପନାରେ ସାହାଯ୍ୟ କରନ୍ତି, ପରମାତ୍ମା ସେମାନଙ୍କୁ ମହର୍ଷି,ରାଜର୍ଷି ଆଦି ପଦବୀରେ ଅଳଙ୍କୃତ କରିଛନ୍ତି ।

ପରମାତ୍ମାଙ୍କ ଅଲୌକିକ ଈଶ୍ୱରୀୟ ଶକ୍ତି ଓ ସାମର୍ଥ୍ୟର ନାମ ଯୋଗ । ଆତ୍ମା,ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେଲେ ତା'ମଧ୍ୟରେ ବିଭିନ୍ନ ପ୍ରକାର ବିଶେଷତା ବା  ବିଶେଷ ଗୁଣ ପ୍ରକଟ ହୁଏ । ଏହାହିଁ "ଈଶ୍ୱରୀୟ ବିଭୂତି' । ତେଣୁ ନିଜ ପାଖରେ ଥିବା କୌଣସି ବିଶେଷ ଗୁଣ ହେତୁ ଅହଙ୍କାର ବା ଅଭିମାନ କରିବା ଅନୁଚିତ । ନିଜର ସମସ୍ତ ବିଶେଷତାକୁ ପରମାତ୍ମାଙ୍କ ଅବଦାନ ମନେ କଲେ ବ୍ୟକ୍ତିର ଅଭିମାନ ସମାପ୍ତ ହୋଇଯାଏ ଓ ତା'ର ବୁଦ୍ଧି ଅବିଚଳିତ ଭାବରେ ତାଙ୍କଠାରେ ନିତ୍ୟ ସ୍ଥିର ରହେ ।ା

ଜ୍ଞାନଯୁକ୍ତ ଭକ୍ତି ଦ୍ୱାରା ପ୍ରାପ୍ତି

ଅହଂ ସର୍ବସ୍ୟ ପ୍ରଭବୋ ମଃ ସର୍ବଂ ପ୍ରବର୍ତେ ।

ଇତି ମତ୍ୱା ଭଜନ୍ତେ ମାଂ ବୁଧା ଭାବସମନ୍ୱିତାଃ ।ା୮ାା

ମଚ୍ଚିା ମଦ୍ଗତପ୍ରାଣା ବୋଧୟନ୍ତଃ ପରସ୍ପରମ୍ ।

କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ ।ା୯ାା

ତେଷାଂ ସତତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକମ୍ ।

ଦଦାମି ବୁଦ୍ଧିଯୋଗଂ ତଂ ଯେନ ମାମୁପଯାନ୍ତି ତେ ।ା୧୦ାା

ତେଷାମେବାନୁକମ୍ପାର୍ଥମହମଜ୍ଞାନଜଂ ତମଃ ।

ନାଶୟାମ୍ୟାତ୍ମଭାବସ୍ଥୋ ଜ୍ଞାନଦୀପେନ ଭାସ୍ୱତା ।ା୧୧ାା

ଅର୍ଥ : ମୁଁ ହିଁ ସର୍ବ ବସ୍ତୁର ଉପôିର ହେତୁ, ମୋଠାରୁ ସମସ୍ତ ପ୍ରବିର୍ତ ହୁଏ (କ୍ରିୟା ଓ ଗତିର ବିକାଶ ପାଇଁ ଅଗ୍ରସର ହୁଏ) – ଏହା ଉପଲବ୍ଧି କରି ଜ୍ଞାନୀମାନେ ଭକ୍ତିଭାବାପନ୍ନ ହୋଇ ମୋତେ ସ୍ମରଣ କରନ୍ତି ।ା୮ାା ଯେଉଁ ଆତ୍ମାମାନେ ମୋ ସ୍ମୃତିରେ ତଲ୍ଳୀନ ଥାନ୍ତି (ମଚ୍ଚି) ଓ ଯେଉଁମାନଙ୍କର ପ୍ରାଣ ମୋଠାରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ (ମଦଗତପ୍ରାଣା) ସେମାନେ ମୋର ଜ୍ଞାନ ପରସ୍ପରକୁ ବୁଝାଇ ଓ ମୋ ବିଷୟକ କଥା କହି ନିତ୍ୟ ତୃପ୍ତି ଓ ଆନନ୍ଦ ଲାଭ କରନ୍ତି ।ା୯ାା ଏହିପରି ମୋ ସହିତ ନିତ୍ୟ ଯୋଗଯୁକ୍ତ ଓ ଭକ୍ତି ପୂର୍ବକ ସ୍ମରଣ କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ସେହି ବୁଦ୍ଧିଯୋଗ ପ୍ରଦାନ କରେ ଯାହାଦ୍ୱାରା ସେମାନେ ମୋତେ ପ୍ରାପ୍ତ ହୁଅନ୍ତି ।ା୧୦ାା ସେମାନଙ୍କ ପ୍ରତି କୃପାବଶତଃ ମୁଁ ସେମାନଙ୍କ ଆତ୍ମାରେ ଅଧିଷ୍ଠିତ ହୋଇ (ଚି ବୃିରେ ପ୍ରବେଶ କରି) ସମୁଜ୍ଜ୍ୱଳ ଜ୍ଞାନ ପ୍ରଦୀପ ଦ୍ୱାରା ଅଜ୍ଞାନ ଜନିତ ଅନ୍ଧାରକୁ ବିନାଶ କରେ ।ା୧ାା

ବ୍ୟାଖ୍ୟା : ଜ୍ଞାନୀ ପାଇଁ ପରମାତ୍ମାହିଁ ଜଗତର ପିତା ଅଟନ୍ତି । ତାଙ୍କ ଦୃଷ୍ଟିରେ ପରମାତ୍ମା ସଂସାରର ମୂଳ କାରଣ । ତେଣୁ ତାଙ୍କୁ ଆଦିମୂଳ କୁହାଯାଏ । ସୃଷ୍ଟି  ଯେତେବେଳେ ଅସ୍ତିତ୍ୱରେ ନଥିଲା ସେତେବେଳେ ମଧ୍ୟ ସେ ଥିଲେ ଓ ମହାବିନାଶ ପରେ ମଧ୍ୟ ତାଙ୍କ ଅସ୍ତିତ୍ୱ ଯଥାବତ୍ ରହିବ । ତାଙ୍କର ଈଶ୍ୱରୀୟ ଶକ୍ତି ବଳରେ ସୃଷ୍ଟିଚକ୍ର ପରିଚାଳିତ । ତେଣୁ କର୍ମକାଣ୍ଡୀୟ ରୀତିରେ ଅନିତ୍ୟ ବସ୍ତୁର ପ୍ରାପ୍ତି ପାଇଁ ଯାଗଯଜ୍ଞ, ଦେବପୂଜନ, ଭୂତ ଉପାସନା, ତାନ୍ତ୍ରିକ ସାଧନା ଆଦି ତ୍ୟାଗ କରି ଏକମାତ୍ର ପରମାତ୍ମାଙ୍କୁ ପ୍ରେମପୂର୍ବକ ସ୍ମରଣ କରିବା ହେଉଛି ବୁଦ୍ଧିମାନୀ ।

ଅନେକ ଜନ୍ମର ଭକ୍ତ୍ି ପରେ ପରମାତ୍ମା ପ୍ରାପ୍ତି ହୁଏ । ପରମାତ୍ମାଙ୍କୁ ତ୍ୱତଃ ଜାଣିଗଲା ପରେ ସେହି ବ୍ୟକ୍ତି ପାଇଁ ସାରା ସଂସାର ଅସାର ମନେ ହୁଏ । ଅନେକ ଦିନରୁ ଖୋଜୁଥିବା ବସ୍ତୁ ପାଇଗଲେ ତା'ପ୍ରତି ଅତ୍ୟନ୍ତ ଶ୍ରଦ୍ଧା ଉପôନ୍ନ ହୁଏ । ପରମାତ୍ମା ସବୁଠାରୁ ମୂଲ୍ୟବାନ ଅଟନ୍ତି । ସେ ହେଉଛନ୍ତି ମାନବ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ । ଅନେକ ଜନ୍ମ ଭକ୍ତିର ଫଳ ସ୍ୱରୂପ ଯେଉଁ ସୌଭାଗ୍ୟଶାଳୀ ବ୍ୟକ୍ତି ଜୀବନର ପରମ ଲକ୍ଷ୍ୟ ପରମାତ୍ମାଙ୍କୁ ପ୍ରାପ୍ତ୍ ହୋଇ ନିଜକୁ ତାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପଣ କରିଦିଏ, ତାଙ୍କର ସମସ୍ତ ଚିନ୍ତା ଓ ଚେତନାରେ ପରମାତ୍ମା ବ୍ୟାପକ ଥାଆନ୍ତି । ଏହିପରି ତାଙ୍କ ସମଗ୍ର ଜୀବନ ଯୋଗମୟ ହୋଇଯାଏ । ସେ ଭାବନ୍ତି ""ମୁଁ ପରମାତ୍ମାଙ୍କ ନିଜର ଓ ପରମାତ୍ମା ମୋର ।'' ତାଙ୍କର ପ୍ରତ୍ୟେକ କର୍ମ ପରମାତ୍ମାଙ୍କ ଇଚ୍ଛା ଅନୁସାରେ କ୍ରିୟାନ୍ୱିତ ହୁଏ । ଈଶ୍ୱରୀୟ ଅବତରଣର ଆଭିମୁଖ୍ୟକୁ ସାକାର ରୂପାୟନ କରିବା ହୋଇଯାଏ ତାଙ୍କ ଜୀବନଧାରଣର ଏକମାତ୍ର ଉଦ୍ଧେଶ୍ୟ । ସମ୍ବନ୍ଧ ସମ୍ପର୍କରେ ଆସୁଥିବା କୌଣସି ବ୍ୟକ୍ତିଙ୍କ ସହିତ ଭେଟ ହୋଇଗଲେ ସେ ତାଙ୍କର ପ୍ରାଣ ପ୍ରିୟତମ ପରମାତ୍ମାଙ୍କ ବିଷୟରେ କହିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ପ୍ରିୟ ବସ୍ତୁ ବା ବ୍ୟକ୍ତି ବିଷୟରେ ସ୍ୱତଃ ପ୍ରବୃ ଭାବରେ ଆଲୋଚନା କରିବା ମଣିଷର ସହଜାତ ପ୍ରବୃି । ଯିଏ ପରମାତ୍ମାଙ୍କୁ ପିତା, ମାତା, ସଖା, ବନ୍ଧୁ, ସହୋଦର, ଗତି, ସଦ୍ଗତିି ସବୁକିଛି ବୋଲି ଅଙ୍ଗୀକାର କରିଛି ତାଙ୍କ ବିଷୟରେ କିପରି ବା ସେ ଆଲୋଚନା ନ କରିବ ? ପରମାତ୍ମାଙ୍କ  ଈଶ୍ୱରୀୟ ଜ୍ଞାନ ଶ୍ରବଣ, କଥନ, ମନନ, ଚିନ୍ତନ ଓ ଅଧ୍ୟୟନ ତାଙ୍କୁ ପରମ ସନ୍ତୋଷ ପ୍ରଦାନ କରେ । ଏହା ବ୍ୟତୀତ ସଂସାରର ଅନ୍ୟସବୁ ବିଷୟ ତାଙ୍କୁ ବିଷ ତୁଲ୍ୟ ମନେ ହୁଏ । ତେଣୁ ସେ ବିଷୟ ଭୋଗରୁ ନିବୃ ହୁଅନ୍ତି । ଏହି ଭଳି ଜ୍ଞାନୀ ଭକ୍ତହିଁ ପରମାତ୍ମାଙ୍କ ଅନନ୍ୟ ସନ୍ତାନ ରୂପେ ସର୍ବଜନାଦୃତ ହୁଅନ୍ତି ।

ମଣିଷ ପରମାତ୍ମାଙ୍କ ସହିତ ନିତ୍ୟଯୁକ୍ତ ହୋଇ ତାଙ୍କୁ ସ୍ମରଣ କଲେ ବା ତାଙ୍କର ଜ୍ଞାନ ଓ ଗୁଣ ବର୍ଣ୍ଣନା କଲେ ହୃଦୟରେ ଅସୀମ ଆନନ୍ଦ ଲାଭ କରେ । ସେହି ବ୍ୟକ୍ତିଙ୍କର ସମସ୍ତ ଅପୂର୍ଣ୍ଣତାକୁ ପରମାତ୍ମା ସ୍ୱତଃ ପୂରଣ କରନ୍ତି । ତାଙ୍କ ଅନ୍ତରର ଭକ୍ତି ଭାବକୁ ବୁଦ୍ଧିଯୋଗ(ସମତା) ଦ୍ୱାରା ଦୃଢ଼ କରି ଦିଅନ୍ତି  ଓ ଜ୍ଞାନର ଆଲୋକ ଜାଳି ଇନ୍ଦ୍ରିୟ ବିମୂଢ଼ ମନର ସମସ୍ତ ସଂଶୟ ଅନ୍ଧକାର ଦୂର କରି ଦିଅନ୍ତି । ତାଙ୍କ ଆତ୍ମା ମଧ୍ୟରେ ନିଜକୁ ପ୍ରକାଶିତ କରନ୍ତି । ଜ୍ଞାନ ଓ କର୍ମର ସମନ୍ୱୟ ଫଳରେ ତାଙ୍କ ଆତ୍ମା ତମୋଗୁଣୀ ସଂସ୍କାରରୁ ମୁକ୍ତ ହୁଏ । ତାଙ୍କ ଆତ୍ମାରେ ପରମ ଶାନ୍ତି ପ୍ରତିଷ୍ଠିତ ହୁଏ । ଯଥାର୍ଥ ଈଶ୍ୱରୀୟ ଜ୍ଞାନ ଓ ପ୍ରୀତିପୂର୍ବକ ତାଙ୍କ ସ୍ୱରୂପ ଚିନ୍ତନ ଦ୍ୱାରା ମାନବାତ୍ମା ମଧ୍ୟରେ ଦୈବୀଗୁଣାବଳୀର ପୂର୍ଣ୍ଣ ବିକାଶ ହୁଏ  ।

ବିଭୂତିଯୋଗ – ଏକ ଅଧ୍ୟୟନ

ପରମାତ୍ମାଙ୍କ ଦ୍ୱାରା କଥିତ ଅତ୍ୟନ୍ତ ଦୁର୍ଲ୍ଳଭ ଈଶ୍ୱରୀୟ ଜ୍ଞାନ ଶୁଣି ଅର୍ଜୁନଙ୍କ ମନେ ହେଲା ଯେ  ତାଙ୍କର ସମସ୍ତ ସଂଶୟ ଦୂର ହୋଇଛି  । ଦେହ ଅଭିମାନ ବଶତଃ ପରମାତ୍ମାଙ୍କୁ ସେ ଚିହ୍ନି ପାରି ନଥିଲେ । ସ୍ୱୟଂ ପରମାତ୍ମାଙ୍କଠାରୁ ଅର୍ଜୁନ ଶୁଣିଲେ ଯେ ସେ (ପରମାତ୍ମା) ଶରୀରଧାରୀ ନୁହନ୍ତି, ଅଜନ୍ମା, ଅକର୍ା, ଅଭୋକ୍ତା ଓ ଅନାଦି ଅଟନ୍ତି । ସେ ହେଉଛନ୍ତି ସର୍ବଶକ୍ତିମାନ ଓ ଦୈବୀ ସାମ୍ରାଜ୍ୟ ସ୍ଥାପନାର ଆଦିକର୍ା । ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବାନ୍ । ପୁରୁଷଂ ଶାଶ୍ୱତଂ ଦିବ୍ୟମାଦିଦେବମଜଂ ବିଭୁମ୍ ।ା୧୦/୧୨ାା ଯେଉଁମାନେ ଏହିରୂପେ ପରମାତ୍ମାଙ୍କ ପ୍ରକୃତ ପରିଚୟ ଜାଣି ତାଙ୍କୁ ସ୍ମରଣ କରନ୍ତି ସେ ସ୍ୱୟଂ ତା' ହୃଦୟରେ ଜ୍ଞାନ ପ୍ରଦୀପ ପ୍ରଜ୍ଜ୍ୱଳିତ କରନ୍ତି । ଜ୍ଞାନ ଦୀପେନ ଭାସ୍ୱତା । କେବଳ ଜ୍ଞାନ ଜାଣିଗଲେ ବା ସଂଶୟ ଦୂର ହୋଇଗଲେ ପରମାମାô ମିଳନର ସଂମ୍ପୂର୍ଣ୍ଣ ଅନୁଭବ ହୁଏ ନାହିଁ । କିପରି ଭାବରେ ଏହି ଅଧ୍ୟାତ୍ମ ଉପଲବ୍ଧି ହେବ ତାହା ଏହି ଅଧ୍ୟାୟର ଶ୍ଳୋକ ୮ରୁୂ ୧୧ ମଧ୍ୟରେ ପରମାତ୍ମା  କହିଛନ୍ତି । ଈଶ୍ୱରୀୟ ଜ୍ଞାନ କେବଳ ହୃଦୟ ମନ ଓ ବୁଦ୍ଧିର ଅଧିଗମ୍ୟ ନୁହେଁ । ଏହା ସାକ୍ଷାତ ପରମାତ୍ମାଙ୍କଠାରୁ ଶୁଣି ତାଙ୍କ ସହିତ ମନ ବୁଦ୍ଧିକୁ ଏକାଗ୍ର କରି ଆତ୍ମା ଦ୍ୱାରାହିଁ ତାକୁ ଉପଲବ୍ଧି କରାଯାଇପାରେ । ସ୍ୱୟମେବାତ୍ମନାତ୍ମାନଂ ବେ ତ୍ୱଂ ପୁରୁଷୋମ ।ା୧୦/୧୫ାା

ଶାସ୍ତ୍ର ପୁରାଣାଦିରେ ପରମାତ୍ମା ବିଷୟକ କଥା ପଢ଼ି ଶୁଣି ଅର୍ଜୁନ ବିଭ୍ରାନ୍ତ ହୋଇ ପଡିଥିଲେ । ପରମାତ୍ମାଙ୍କୁ ଯଥାର୍ଥ ସ୍ୱରୂପରେ ଚିହ୍ନି ପାରିବା ପରେ ତାଙ୍କ ମନରେ ଅଧିକ ଜାଣିବା ପାଇଁ ଜିଜ୍ଞାସା ଉପôନ୍ନ ହୋଇଛି । ସେ ଅନୁଭବ କରିପାରିଛନ୍ତି ଯେ ପରମାତ୍ମା ତ୍ୱ ବିଷୟରେ ଜାଣିବାକୁ ଆହୁରି ବହୁତ ବାକି ଅଛି । ପରମାତ୍ମାଙ୍କ ସର୍ବବ୍ୟାପକତା ବିଷୟରେ ପୂର୍ବରୁ ସେ ଯାହା ଜାଣିଥିଲେ ତା'ର ରହସ୍ୟ କଣ ? ସେ ଯେଉଁ ବିଭୂତିଗୁଡିକ ଦ୍ୱାରା ଏ ସମଗ୍ର ଲୋକରେ ବ୍ୟାପକ ସେଗୁଡିକର ଯଥାର୍ଥ ସ୍ୱରୂପ କଣ? ଯାଭିର୍ବିଭୂତିଭିର୍ଲୋକାନିମାଂସ୍ତ୍ୱଂ ବ୍ୟାପ୍ୟ ତିଷ୍ଠସି ।ା୧୦/୧୬ାା ଯଦି ସେ ସର୍ବତ୍ର ବିଦ୍ୟମାନ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଯୋଗୀ ପର୍ଯ୍ୟନ୍ତ ତାଙ୍କୁ କେଉଁ ସ୍ୱରୂପରେ ଓ କିପରି ଭାବରେ ସ୍ମରଣ କରିବେ ? ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଜାଣିବାର ଉପାୟ କ'ଣ ? କଥଂ ବିଦ୍ୟାମହଂ ଯୋଗିଂସ୍ତ୍ୱାଂ ସଦା ପରିଚିନ୍ତୟନ୍ । କେଷୁ କେଷୁ ଚ ଭାବେଷୁ ଚିନ୍ତ୍ୟୋଽସି ଭଗବନ୍ମୟା ।ା୧୦/୧୭ାା ଏହି ପ୍ରଶ୍ନ ଅର୍ଜୁନଙ୍କୁ ବ୍ୟାକୁଳ କରିଥିଲା । ଯେପର୍ଯ୍ୟନ୍ତ ବ୍ୟକ୍ତି କିଛି ଜାଣି ନ ଥାଏ ବା ମିଥ୍ୟା ଜ୍ଞାନର ଅହଙ୍କାରରେ ଗ୍ରସିତ ହୋଇଥାଏ ତା' ମନରେ ଅନୁସନ୍ଧାନ ପ୍ରବୃି ନଥାଏ । ଅର୍ଜୁନ ଯେତେବେଳେ ତାଙ୍କର ଭ୍ରମ ବୁଝି ପାରିଛନ୍ତି ଓ ଈଶ୍ୱରୀୟ ଜ୍ଞାନକୁ କିଛି କିଛି ବୁଝିବାକୁ ସକ୍ଷମ ହୋଇଛନ୍ତି ସେତେବେଳେ ତାଙ୍କର ଅନୁସନ୍ଧିତ୍ସୁ ପ୍ରବୃିର ବିକାଶ ଘଟିଛି । ସେ ଆଉ ସଂକ୍ଷିପ୍ତ କଥାରେ ସନ୍ତୁଷ୍ଟ ହୋଇ ପାରିନାହାନ୍ତି । ପରମାତ୍ମାଙ୍କ ଅମୃତମୟବଚନ ଯେତେ ଶୁଣିଲେ ବି ତାଙ୍କ ମନରେ ତୃପ୍ତି ଆଣି ଦେଉ ନାହିଁ । ସୁନ୍ଦରେ ତୃପ୍ତିର ଅବସାଦ ନାହିଁ । ପରମାତ୍ମାଙ୍କ ବିଷୟରେ ଆହୁରି ବିସ୍ତାର ଭାବରେ ଶୁଣିବା ପାଇଁ ସେ ତାଙ୍କୁ ଅନୁରୋଧ କରୁଛନ୍ତି । ବିସ୍ତରେଣାତ୍ମନୋ ଯୋଗଂ ବିଭୂତିଂ ଚ ଜନାର୍ଜନ । ଭୂୟଃ କଥୟ ତୃପ୍ତିର୍ହି ଶୃଣ୍ୱତୋ ନାସ୍ତି ମେଽମୃତମ୍ ।ା୧୦/୧୮ାା

ପରମାତ୍ମା ଅନନ୍ତ ଓ ସର୍ବଶକ୍ତିମାନ । ସ୍ଥୂଳ ଜଗତର କୌଣସି ବ୍ୟକ୍ତି ବା ପଦାର୍ଥ ସହିତ ସେ ତୁଳନୀୟ ନୁହନ୍ତି । କିନ୍ତୁ ସାଧାରଣ ମନୁଷ୍ୟ ଆତ୍ମାମାନଙ୍କୁ ପରମାତ୍ମାଙ୍କ ଅପରିମିତ ବିଭୂତିର ସଂକ୍ଷିପ୍ତ ପରିଚୟ ଦେବା ପାଇଁ ଗୀତାକାର ଦଶମ ଅଧ୍ୟାୟର ୨୦ଶ ଶ୍ଳୋକରୁ ୩୯ଶ ଶ୍ଳୋକ ପର୍ଯ୍ୟନ୍ତ ବୟାଅଶିଟି ବିଭୂତି ସ୍ଥୂଳ ଜଗତର ସର୍ବଶ୍ରେଷ୍ଠ ବ୍ୟକ୍ତି ଓ ପଦାର୍ଥର ଉଦାହରଣ ପ୍ରସ୍ତୁତ କରିଛନ୍ତି । କାରଣ ସେହି ବ୍ୟକ୍ତି ଓ ପଦାର୍ଥମାନଙ୍କରେ ଯାହା ବିଶେଷତା ଅଛି ତାହା ଈଶ୍ୱର ପ୍ରଦ । ତେଣୁ ସ୍ଥୂଳ ଜଗତର ବିଷୟ, ବସ୍ତୁ, ବୈଭବ ଓ ବ୍ୟକ୍ତି ମଧ୍ୟରେ ଯାହାବି ଅଲୌକିକ ବିଶେଷତା ବା ଦିବ୍ୟତା ଥାଉ ନା କାହିଁକି ମଣିଷ ସେଥିପ୍ରତି ଆକର୍ଷିତ ନ ହୋଇ ପରମାତ୍ମାଙ୍କହିଁ ସ୍ମରଣ କରିବା ଉଚିତ ଓ ତାଙ୍କ ନିର୍ଦ୍ଧେଶିତ ମାର୍ଗର ଅନୁସରଣ କରିବା ଉଚିତ ।

ଜୀବ ସହିତ ଆତ୍ମାର ସଂଯୋଗ େହଲେ ଜୀବାତ୍ମା ହୁଏ । ଆତ୍ମା ବିନା ଜୀବ ଅଦରକାରୀ ଓ ଅସ୍ପୃଶ୍ୟ । ତେଣୁ ପ୍ରତ୍ୟେକ ଭୂତ ପ୍ରାଣୀମାନଙ୍କ ମଧ୍ୟରେ ଆତ୍ମାହିଁ ସର୍ବଶ୍ରେଷ୍ଠ ଓ ଅତ୍ୟାବଶ୍ୟକ ସା । ଠିକ ସେହିପରି ପରମାତ୍ମା ମଧ୍ୟ ସମଗ୍ର ବିଶ୍ୱ ପାଇଁ ପରମ ପୂଜନୀୟ ଏବଂ ପରମ ବନ୍ଦନୀୟ । କାରଣ ତାଙ୍କ ବିନା ସୃଷ୍ଟିର ସ୍ଥାପନ, ପାଳନ ଓ ବିକାଶ ଅସମ୍ଭବ । ସେ ନିତ୍ୟ, ଶାଶ୍ୱତ, ଅଶରୀରୀ ଓ ଅଜନ୍ମା ହୋଇଥିବାରୁ ସେ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତର ସାକ୍ଷୀ ଦ୍ରଷ୍ଟା ।

ପୌରାଣିକ ଗ୍ରନ୍ଥମାନଙ୍କରେ ମନୁଷ୍ୟ ବ୍ୟତୀତ ବିଭିନ୍ନ ଗୋଷ୍ଠୀର ଜୀବାତ୍ମାମାନଙ୍କ ପରିକଳ୍ପନା କରାଯାଇଛି । ପ୍ରତ୍ୟେକ ଶ୍ରେଣୀ ମଧ୍ୟରେ ନିଜ ନିଜ ଶ୍ରେଣୀର ଗୁଣରେ ଯିଏ ଶ୍ରେଷ୍ଠ ସେମାନଙ୍କର ଉଦାହରଣ ଦେଇ ସେମାନଙ୍କ ମଧ୍ୟରୁ ପରମାତ୍ମାଙ୍କୁ ସର୍ବଶ୍ରେଷ୍ଠ ପ୍ରତିପ୍ରାଦନ କରିବା ହେଉଛି ବିଭୂତି ବର୍ଣ୍ଣନାର ଉଦ୍ଧେଶ୍ୟ । ପ୍ରତ୍ୟେକ ଜୀବାତ୍ମା ପରମାତ୍ମାଙ୍କ ଈଶ୍ୱରୀୟ ରୂପଗୁଣର ସ୍ୱରୂପ ହେଲେ ମଧ୍ୟ ସେ ସ୍ୱୀୟ ମହିମାର ବିଶିଷ୍ଟତାକୁ ଦର୍ଶାଇବା ପାଇଁ ଶ୍ରେଷ୍ଠ ବ୍ୟକ୍ତି, ଶ୍ରେଷ୍ଠ ବସ୍ତୁ, ଶ୍ରେଷ୍ଠ ଗୁଣ ଓ ଶକ୍ତିର ଉଦାହାରଣ ଦେଇଛନ୍ତି । ଏହାଦ୍ୱାରା ମଣିଷ ମନରେ ପରମାତ୍ମାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଉପôନ୍ନ ହେବ ଏବଂ ସ୍ୱତଃ ସ୍ଫୁର୍ ଭାବରେ ତା' ମୁହଁରୁ ଝଙ୍କୃତ ହେବ,""ଯିସ୍କା ରଚନା ଇତନା ସୁନ୍ଦର ୱହ କିତନା ସୁନ୍ଦର ହୋଗା...ା''

ପରମାତ୍ମା ସମସ୍ତ ଜ୍ଞାନ, ଗୁଣ, ଶକ୍ତି, ଐଶ୍ୱର୍ଯ୍ୟ(ବିଭୂତି) ଓ ସୌନ୍ଦର୍ଯ୍ୟ(ଶ୍ରୀ)ର ମହା ସମୁଦ୍ର । ପୃଥିବୀରେ ଯେଉଁଠାରେ ମଧ୍ୟ ଏହିଗୁଡ଼ିକ ମଧ୍ୟରୁ ଏକ ବା ଅଧିକତର ଉପସ୍ଥିତି ହେତୁ ସଂପୃକ୍ତ ବ୍ୟକ୍ତି, ବସ୍ତୁ ବା ଅନ୍ୟ କାହାକୁ ସର୍ବଶ୍ରେଷ୍ଠ କୁହାଯାଉଥାଏ ତେବେ ସେ ସମସ୍ତଙ୍କ ମଧ୍ୟରେ ପରମାତ୍ମାହିଁ ସର୍ବଶ୍ରେଷ୍ଠ । କାରଣ ଯିଏ ଯେତିକି ବି ଐଶ୍ୱର୍ଯ୍ୟ(ବିଭୂତି)ର ଅଧିକାରୀ ହୋଇଥାଆନ୍ତୁ ନା କାହିଁକି ସେ ସମସ୍ତ ଈଶ୍ୱରୀୟ ଯୋଗ ସାମର୍ଥ୍ୟ ବା ତେଜର ଏକ ଏକ ସୂକ୍ଷ୍ମ କଣିକା ମାତ୍ର । ଯଦ୍ ଯଦ୍ ବିଭୂତିଂ ମତ୍ସ୍ୱଂ ଶ୍ରୀମଦୂର୍ଜିତ ମେବ ବା । ତଦେବାବଗଚ୍ଛ ତ୍ୱଂ ମମ ତେଜୋଂଽଶସମ୍ଭବମ୍ ।ା୧୦/୪୧ାା ଅର୍ଥାତ ଯେତେସବୁ ବିଭୂତିବାନ୍, ଲକ୍ଷ୍ମୀବାନ୍, ସୌନ୍ଦର୍ଯ୍ୟବାନ୍, କାନ୍ତିମାନ୍ ଅଥବା ବଳବାନ୍ ପୁରୁଷ, ପ୍ରାଣୀ ବା ବସ୍ତୁ ଅଛନ୍ତି, ସେ ସବୁକୁ ତୁମେ ମୋର ତେଜର ଅଂଶରୁ ଜାତ ବୋଲି ଜାଣ  ।

ଗୀତାର ଏହି ବିଭୂତିଯୋଗ ବ୍ୟାଖ୍ୟା କରିବାକୁ ଯାଇ ପ୍ରାୟତଃ ଅଧିକାଂଶ ଟୀକାକାର ପରମାତ୍ମାଙ୍କୁ ସର୍ବ ଭୂତରେ ବ୍ୟାପକ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କୁ ସୂକ୍ଷ୍ମଭାବରେ ଅନୁଧ୍ୟାନ କଲେ ସେଥିରେ ପରମାତ୍ମାଙ୍କ ସର୍ବବ୍ୟାପକତା ଅପେକ୍ଷା ତାଙ୍କର  ସର୍ବସମର୍ଥତା, ସର୍ବଶକ୍ତିମାନତା ଓ ସର୍ବୋଚ୍ଚତାକୁହିଁ ପ୍ରାଧାନ୍ୟ ଦିଆ ଯାଇଛି । ପ୍ରତ୍ୟେକ ବ୍ୟକ୍ତି ବା ପଦାର୍ଥ ମଧ୍ୟରେ ଥିବା ଶ୍ରେଷ୍ଠ ବିଭୂତିଗୁଡ଼ିକ ପରମାତ୍ମାଙ୍କ ଯୋଗ ସାମର୍ଥ୍ୟରୁ ଉଦ୍ଭବ । ପଶୁ ପକ୍ଷୀ ମଣିଷ ଆଦି ସମସ୍ତ ଆତ୍ମାକୁ ଏକ ଓ ସେ ସମସ୍ତ ପରମାତ୍ମାଙ୍କ ଏକ ଏକ  ଅଂଶ ବୋଲି ଯେଉଁମାନେ ବ୍ୟାଖ୍ୟା କରନ୍ତି ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଏପରି ହୋଇଥିଲେ ପ୍ରତ୍ୟେକ ଆତ୍ମାରେ ସମାନ ପରିମାଣରେ ଈଶ୍ୱରୀୟ ବିଭୂତି ଥାଆନ୍ତା ଓ ପରମାତ୍ମାଙ୍କୁ ଏହା କହିବାକୁ ପଡି ନ ଥାନ୍ତା ଯେ ଅମୁକ ଅମୁକମାନଙ୍କ ମଧ୍ୟରୁ ଅମୁକ ଅମୁକ ଶ୍ରେଷ୍ଠ ।  ଦୃଶ୍ୟମାନ ସମସ୍ତ ବିଷୟରୁ ବୁଦ୍ଧିକୁ ପ୍ରତ୍ୟାହାର କରି କେବଳ ତାଙ୍କୁହିଁ ସ୍ମରଣ କରିବା ପାଇଁ ପରମାତ୍ମା ବାରମ୍ବାର ନିର୍ଦ୍ଧେଶ ଦେଇଆସିଛନ୍ତି । ଯଦି ସେ ସବୁଠାରେ ସମାନ ଭାବରେ ବିଦ୍ୟମାନ ତେବେ ଏହା କହି ପାରିଥାନ୍ତେ ଯେ ତୁମେ ଯାହାକୁ ଉପାସନା କଲେ ମଧ୍ୟ ତାକୁ ମୋର ଉପାସନା ବୋଲି ଧରାଯିବ । ତେଣୁ କୌଣସି ସ୍ଥାନରେ ମଧ୍ୟ ଗୀତାର ଶ୍ଳୋକଗୁଡିକୁ ବ୍ୟାକରଣ ଆଧାରରେ ଆକ୍ଷରିକ ଅର୍ଥ ବା ବ୍ୟାଖ୍ୟା ନ କରି ତା' ମଧ୍ୟରେ ଥିବା ଈଶ୍ୱରୀୟ ଭାବକୁ ବୁଝିବା ପରମ ଆବଶ୍ୟକ । ଗୀତା ସୁଗୀତା କର୍ବ୍ୟଂ... । ଗୀତାର ଶ୍ଳୋକ ଯଦି ତା'ର ମୌଳିକ ଜ୍ଞାନ ଦର୍ଶନର ବିରୋଧ କରୁଛି ତେବେ ତାକୁ ଉପେକ୍ଷା କରିବା ଉଚିତ ହେବ ବା ତା' ମଧ୍ୟରେ ଥିବା ସୂକ୍ଷ୍ମ ଈଶ୍ୱରୀୟ ଭାବକୁ ବୁଝିବାକୁ ହେବ ।

କୌଣସି ଆତ୍ମା ପରମାତ୍ମାଙ୍କ ବିଭାଜିତ ଅଂଶ ନୁହେଁ କାରଣ ପରମାତ୍ମା ଅବିଭାଜ୍ୟ । ସୁତରାଂ କୌଣସି ମହାନ୍ ବିଭୂତିକୁ ତାଙ୍କର ସ୍ୱରୂପ ବୋଲି ଗ୍ରହଣ କରିବା ଠିକ୍ ନୁହେଁ । ସୂର୍ଯ୍ୟାଲୋକ ସମଗ୍ର ବିଶ୍ୱରେ ପ୍ରକାଶିତ ହେଉଥିଲେ ମଧ୍ୟ ସ୍ୱୟଂ ସୂର୍ଯ୍ୟ ସର୍ବତ୍ର ବ୍ୟାପକ ଭାବରେ ବିଦ୍ୟମାନ ନ ଥାନ୍ତି । ସେହିପରି ଯେଉଁ ବ୍ୟକ୍ତି ବା ପଦାର୍ଥମାନଙ୍କରେ ଥିବା ଶ୍ରେଷ୍ଠ ଶ୍ରେଷ୍ଠ ବିଭୂତିଠାରୁ ପରମାତ୍ମାଙ୍କୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଛି ବା ସେସବୁକୁ ତାଙ୍କଠାରୁ ଉପôନ୍ନ ବୋଲି କୁହାଯାଇଛି ସେଥି ମଧ୍ୟରେ ସେ ସ୍ୱୟଂ ବା ଅଂଶ ରୂପରେ ବିଦ୍ୟମାନ ନ ଥାନ୍ତି । ଦୁଇଟି ପଦାର୍ଥକୁ ପୃଥକ ବିଚାର କଲେ ଯାଇ ଗୋଟିକରୁ ଅନ୍ୟଟିକୁ ଶ୍ରେଷ୍ଠ ବା ନିକୃଷ୍ଠ ବୋଲି ତୁଳନା କରାଯାଇ ପାରିବ । ପରମାତ୍ମାଙ୍କୁ ଦୃଶ୍ୟମାନ ଜଗତର ସମସ୍ତ ଶ୍ରେଷ୍ଠ ବିଭୂତିଙ୍କଠାରୁ ପୃଥକ ଓ ସର୍ବ ଶ୍ରେଷ୍ଠ ବୋଲି ପ୍ରମାଣିତ କରାଇବା ହେଉଛି ବିଭୂତି ଯୋଗର ସୂକ୍ଷ୍ମ ଭାବ । ଏହାଦ୍ୱାରା ବିନାଶଶୀଳ ଅନିତ୍ୟ ଶରୀର ବା ପଦାର୍ଥଠାରୁ ମନୁଷ୍ୟତ୍ମାର ବୁଦ୍ଧି ନିବୃ ହୋଇ ପରମାତ୍ମାଙ୍କ ପ୍ରତି ଆକର୍ଷିତ ହେବ; ଯାହାଙ୍କର ଯୋଗ ଐଶ୍ୱର୍ଯ୍ୟର ଏକ ଅଂଶ (କାଣିଚାଏ) ମଧ୍ୟ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଶକ୍ତି, ସ୍ପୂର୍ ଓ ସ୍ଥିତି ଦେବା ପାଇଁ ସମର୍ଥ ସେହି ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବୁଦ୍ଧିକୁ ବ୍ୟର୍ଥରେ ବିଚରଣ କରାଇବାରେ କି ଲାଭ ?

ଅଥବା ବହୁନୈତେନ କିଂ ଜ୍ଞାତେନତବାର୍ଜୁନ

ବିଷ୍ଟଭ୍ୟାହମିଦଂ କୃତ୍ସ୍ନମେକାଂଶେନ ସ୍ଥିତୋ ଜଗତ୍ ାା୪୨ାା

ଅର୍ଥ : ଅଥବା ହେ ଅର୍ଜୁନ ! ଏହିପରି ବହୁତ କଥା ଜାଣିବାରେ ତୁମର କି ପ୍ରୟୋଜନ ? ମୁଁ ଏକ ଅଂଶରେ ଏହି ସମଗ୍ର ଜଗତକୁ ବ୍ୟାପ୍ତ କରି ରହିଛି ।

ଶ୍ରୀମଦ୍ଭଗବତ୍ ଗୀତାର ଗୀତିକାର ବ୍ୟାସଦେବ ବେଦ, ଉପନିଷଦ, ଅଷ୍ଟାଦଶ ପୁରାଣ ଆଦିର ମଧ୍ୟ ସଂକଳକ । ଏସବୁ ଗ୍ରନ୍ଥ ରଚନା ପରେ ସମ୍ଭବତଃ ତାଙ୍କୁ ଗୀତା ଜ୍ଞାନର ସାକ୍ଷାତକାର ହୋଇ ଥାଇପାରେ । ତେଣୁ ଗୀତାକୁ ସମସ୍ତ ବେଦ ଉପନିଷଦ ଓ ପୁରାଣ ଗୁଡିକର ସାର ବୋଲି କୁହାଯାଏ । ସର୍ବପୋନିଷଦ ଗାବଃ... । ଏହା ଅନୁଷ୍ଟୁପ ଛନ୍ଦରେ ଗୀତି କବିତା ଶୈଳୀରେ ରଚିତ ହୋଇଥିବାରୁ ଏହାର ନାମ "ଗୀତା' ରଖାଗଲା । ମୌଳିକ ରୂପରେ ଗୀତା ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ଶୈଳୀରେ ରଚିତ ହୋଇ ନ ଥିଲା । ତିଳକଜୀଙ୍କ ମତରେ ପରବର୍ୀ ସମୟରେ ଗୀତା ମହାଭାରତରେ ସ୍ଥାନିତ ହୋଇ ଏହାର ମୌଳିକ ରୂପରେ ପରିବର୍ନ ଘଟିଛି । କୃଷ୍ଣଦ୍ୱୈପାୟନ ବେଦବ୍ୟାସଙ୍କ ଅନେକ ବର୍ଷପରେ ବାଦରାୟାଣ ବ୍ୟାସ ଉପଲବ୍ଧ କୀଟଦ୍ରଂଷ୍ଟ ଗ୍ରନ୍ଥଗୁଡିକୁ ସମ୍ପାଦନ କରି ନୂତନ ଭାବରେ ରଚନା କରିଥିଲେ । ସେତେବେଳେ ସେ ମହାଭାରତରେ ହରିବଂଶ ସହିତ ଗୀତାକୁ ମଧ୍ୟ ସଂଯୋଜିତ କରିଥିଲେ ଯଦ୍ୱାରା ଏହାର କଳେବର ବୃଦ୍ଧି ହୋଇ ଏକଲକ୍ଷ ଶ୍ଳୋକ ବିଶିଷ୍ଟ ହୋଇଛି । ଏହି ସମୟରେ ସେ ବେଦ ଉପନିଷଦ ବ୍ରହ୍ମସୂତ୍ର ଓ ପୂର୍ବବର୍ୀ ପୁରାଣମାନଙ୍କ ମୁଖ୍ୟ ମୁଖ୍ୟ ଶ୍ଳୋକ ବା ଶ୍ଳୋକାଂଶଗୁଡିକୁ ଗୀତାରେ ସନ୍ନିବେଶିତ କରିଛନ୍ତି । ଗୀତାର ପୌରାଣିକ ଟୀକାକାରମାନେ ମଧ୍ୟ ଯେଉଁଠାରେ କୌଣସି ପୌରାଣିକ ଅର୍ଥ କରିବାର ଅବକାଶ ପାଇଛନ୍ତି ସେଠାରେ ବେଦ ପୁରାଣର ଦୃଷ୍ଟାନ୍ତ ସହିତ ବ୍ୟାଖ୍ୟା କରିବାକୁ ପଶ୍ଚାତପଦ ହୋଇ ନାହାନ୍ତି । ଏହା ଦ୍ୱାରା ଗୀତାର ମୌଳିକ ସିଦ୍ଧାନ୍ତ ଗୌଣ ହୋଇ ଏଥିରେ ପୌରାଣିକ ବିଚାରଧାରା ପ୍ରାଧାନ୍ୟ ବିସ୍ତାର କରିଛି । ବିଷୟ ପ୍ରାସଙ୍ଗିକତା ଓ ସ୍ଥାନ ଦୃଷ୍ଟିରୁ ଏଠାରେ ବିସ୍ତାର ଭାବରେ ଏ ବିଷୟରେ ଆଲୋଚନା ସମ୍ଭବ ନୁହେଁ । ଏ ପୁସ୍ତକର ପ୍ରଥମ ଖଣ୍ଡ ଅନ୍ତର୍ଗତ “ଶ୍ରୀମଦ୍ଭଗବତ୍ ଗୀତାର ଯଥାର୍ଥ ସ୍ୱରୂପ” ଓ “ମହାଭାରତ ଯୁଦ୍ଧର ଯଥାର୍ଥ ସ୍ୱରୂପ ଓ ଗୀତା ପ୍ରକରଣର ପୁନରାବୃି'' ଲେଖା ଦ୍ୱୟରେ ଏ ବିଷୟରେ ସବିସ୍ତାର ଆଲୋଚନା କରାଯାଇଛି ।

ଗୀତାରେ ପୌରାଣିକ ବ୍ୟକ୍ତି, ବସ୍ତୁ, ବୈଭବ ବା ଘଟଣା ଅପେକ୍ଷା ଏକ ପରମାତ୍ମାଙ୍କୁ ସର୍ବଶ୍ରେଷ୍ଠ ବୋଲି ସ୍ୱୀକାର କରାଯାଇଛି । ଉଦାହରଣ ସ୍ୱରୂପ ବିଭୂତି ଯୋଗ ପ୍ରକରଣରେ ଗୋଟିଏ ଶ୍ଳୋକରେ ପରମାତ୍ମା କହିଛନ୍ତି ""ଆଦିତ୍ୟମାନଙ୍କ ମଧ୍ୟରେ ମୁଁ ବିଷ୍ଣୁ । ଜ୍ୟୋତିଷ୍କମାନଙ୍କ ମଧ୍ୟରେ ମୁଁ ଚନ୍ଦ୍ର ।''ଆଦିତ୍ୟାନାମହଂ ବିଷ୍ଣୁର୍ଜେ୍ୟାତିଷାଂ ରବିରଂଶୁମାନ । ମରୀଚିର୍ମରୁତାମସ୍ମି ନକ୍ଷତ୍ରାଣାମହଂ ଶଶୀ ।ା୧୦/୨୧ାା 

ପ୍ରକୃତରେ ଏହାର ଅର୍ଥ ହେଲା ଆଦିତ୍ୟମାନଙ୍କ ମଧ୍ୟରେ ଯେପରି ବିଷ୍ଣୁ ଶ୍ରେଷ୍ଠ, ଜ୍ୟୋତିଷ୍କମାନଙ୍କ ମଧ୍ୟରେ ଯେପରି ସୂର୍ଯ୍ୟ ଶ୍ରେଷ୍ଠ, ମରୁତମାନଙ୍କ ମଧ୍ୟରେ ଯେପରି ମରୀଚି ଶ୍ରେଷ୍ଠ, ନକ୍ଷତ୍ରମାନଙ୍କ ମଧ୍ୟରେ ଯେପରି ଚନ୍ଦ୍ର ଶ୍ରେଷ୍ଠ ସେହିପରି ପରମାତ୍ମା ସମସ୍ତ ଜୀବାତ୍ମାମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଅଟନ୍ତି । ଏଠାରେ ଆଦିତ୍ୟମାନଙ୍କ ମଧ୍ୟରେ ମୁଁ ବିଷ୍ଣୁ କହିବାର ତାପôର୍ଯ୍ୟ ଏହା ନୁହେଁ ଯେ ବିଷ୍ଣୁ ତାଙ୍କର (ପରମାତ୍ମା) ପର୍ଯ୍ୟାୟବାଚୀ ବା ଅବତାର । ପୁରାଣ ବର୍ଣ୍ଣନା ଅନୁସାରେ  ଅଦିତିଙ୍କ ଦ୍ୱାଦଶ ପୁତ୍ରମାନଙ୍କ ମଧ୍ୟରେ ବିଷ୍ଣୁଙ୍କୁ ଶ୍ରେଷ୍ଠ ବୋଲି କୁହାଯାଏ । ତେଣୁ ଏହି ପ୍ରକରଣରେ ଯେଉଁ ଯେଉଁ ବିଭୂତିମାନଙ୍କର ବର୍ଣ୍ଣନା କରାଯାଇଛି ସେ ସମସ୍ତଙ୍କୁ ପରମାତ୍ମାଙ୍କ ପର୍ଯ୍ୟାୟବାଚୀ ବା ଅବତାର ଅର୍ଥରେ ଗ୍ରହଣ କରିବା ଠିକ ହେବ ନାହିଁ । କାରଣ ଏହି ପ୍ରକରଣରେ  ପରମାତ୍ମାଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ପାଇଁ ବିଭିନ୍ନ ବିଭୂତି ବର୍ଣ୍ଣନାର ପ୍ରସଙ୍ଗ ଚାଲିଛିି । ଆତ୍ମା, ପରମାତ୍ମାଙ୍କ ପାରଲୌକିକ ସନ୍ତାନ । ମନୁଷ୍ୟଠାରେ ଯେଉଁ ବିଶେଷତ୍ୱ ଓ ବିଲକ୍ଷଣ ଦେଖାଯାଏ ତାହା ଈଶ୍ୱରୀୟ ବିଭୂତିର କାଣିଚାଏ ମାତ୍ର । ତେଣୁ ସେହି ବିଶେଷତ୍ୱକୁ ନିଜର ଭାବି ଅହଙ୍କାର କରିବା ବା ଅନ୍ୟର ବିଶେଷ ଗୁଣ ପ୍ରତି ଆକର୍ଷିତ ହେବା ସର୍ବଥା ଅନୁଚିତ । ବିଭୂତି ଗୁଡିକ ମଧ୍ୟରେ ବ୍ୟକ୍ତି ବା ପଦାର୍ଥର ଦର୍ଶନ ନ କରି ପରମାତ୍ମା ସ୍ମରଣହିଁ ବିଭୂତି ଯୋଗର ଏକମାତ୍ର ଉଦ୍ଧେଶ୍ୟ ।ା 

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର