ଅଷ୍ଟମ ଅଧ୍ୟାୟଃ
ଅକ୍ଷର ବ୍ରହ୍ମଯୋଗଃ
ବ୍ରହ୍ମ, ଅଧ୍ୟାତ୍ମ, କର୍ମ, ଅଧିଭୂତ, ଅଧିଦୈବ ଓ ଅଧିଯଜ୍ଞର ତ୍ୱ ନିରୂପଣ
ଅକ୍ଷରଂ ବ୍ରହ୍ମ ପରମଂ ସ୍ୱଭାବୋଽଧ୍ୟାତ୍ମମୁଚ୍ୟତେ ।
ଭୂତଭାବୋଦ୍ଭବକରୋ ବିସର୍ଗଃ କର୍ମସଂଜ୍ଞିତଃ ।ା୩ାା
ଅଧିଭୂତଂ କ୍ଷରୋ ଭାବଃ ପୁରୁଷଶ୍ଚାଧିଦୈବତମ୍ ।
ଅଧିଯଜେ୍ଞାଽହମେବାତ୍ର ଦେହେ ଦେହଭୃତାଂ ବର ।ା୪ ।ା
ଅନ୍ତକାଳେ ଚ ମାମେବ ସ୍ମରନ୍ ମୁକ୍ତ୍ୱା କଳେବରମ୍ ।
ଯଃ ପ୍ରୟାତି ସ ମଦ୍ଭାବଂ ଯାତି ନାସ୍ତ୍ୟତ୍ର ସଂଶୟଃ । ।୫ାା
ଯଂ ଯଂ ବାପି ସ୍ମରନ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍ ।
ତଂ ତମେବୈତି କୌନ୍ତେୟ ସଦା ତଦ୍ଭାବଭାବିତଃ ।ା୬ ।ା
ତସ୍ମାତ୍ସର୍ବେଷୁ କାଳେଷୁ ମାମନୁସ୍ମର ଯୁଧ୍ୟ ଚ ।
ମଯ୍ୟର୍ପିତମନୋବୁଦ୍ଧିର୍ମାମେବୈଷ୍ୟସ୍ୟ ସଂଶୟମ୍ ।ା୭ାା
ଅର୍ଥ : ପରମ ଅକ୍ଷର ହିଁ ବ୍ରହ୍ମ; ସ୍ୱଭାବହିଁ ଅଧ୍ୟାତ୍ମ ବୋଲି କଥିତ ହୁଏ । ପ୍ରାଣୀମାନଙ୍କ ସା ଓ ରୂପ ସକଳର ଉପôିକର ସୃଜନ କ୍ରିୟା କର୍ମ ବୋଲି କଥିତ ହୁଏ ।ା୩ାା ହେ ଦେହଧାରୀ ଜୀବମାନଙ୍କ ମଧ୍ୟରେ ଶ୍ରେଷ୍ଠ ! ପରିବର୍ନଶୀଳ ପ୍ରାକୃତ ପଦାର୍ଥସବୁ ଅଧିଭୂତ ଏବଂ ପୁରୁଷ ଅଧିଦୈବ, ମୁଁ (ପରମାତ୍ମା)ହିଁ ଏହି ଦେହରେ ଅଧିଯଜ୍ଞ ରୂପେ ବିରାଜିତ ।ା୪ାା ମୁତ୍ୟୁ ସମୟରେ ଯିଏ ମୋତେ ସ୍ମରଣ କରୁ କରୁ ଦେହ ତ୍ୟାଗ କରି ଗମନ କରନ୍ତି ସେ ମୋର ଭାବ ପ୍ରାପ୍ତ ହୁଅନ୍ତି, ଏଥିରେ ସଂଶୟ ନାହିଁ ।ା୫ାା ହେ କୌନ୍ତେୟ ! ଅନ୍ତିମ କାଳରେ ଯେଉଁ ଯେଉଁ ଭାବ ସ୍ମରଣ କରି କରି ଦେହ ତ୍ୟାଗ କରନ୍ତି ସର୍ବଦା ସେହି ଭାବରେ ତନ୍ମୟଚି ପୁରୁଷ ସେହି ସେହି ଭାବ କେବଳ ପ୍ରାପ୍ତ ହୁଅନ୍ତି ।ା୬ାା ଅତଏବ ସବୁ ସମୟରେ ମୋତେ ସ୍ମରଣ କର ଏବଂ ଯୁଦ୍ଧ କର । ମୋଠାରେ ମନ ଓ ବୁଦ୍ଧି ଅର୍ପଣ କରିପାରିଲେ ନିଃସନ୍ଦେହରେ ମୋତେ ପାଇବ ।ା୭ାା
ବାଖ୍ୟା : ଗୀତାରେ ବ୍ରହ୍ମକୁ ପରମାତ୍ମାଙ୍କ ପର୍ଯ୍ୟାୟବାଚୀ ହିସାବରେ ଗ୍ରହଣ କରାଯାଇଛି । ପରମାତ୍ମା ନିତ୍ୟ, ଅବିନଶ୍ୱର ଓ ସର୍ବଶ୍ରେଷ୍ଠ । ଅକ୍ଷରଂ ବ୍ରହ୍ମପରମଂ । ଯିଏ ସବୁଠାରୁ ଶ୍ରେଷ୍ଠ ଏବଂ ସୂକ୍ଷ୍ମ ତାକୁ ପରମ କୁହାଯାଏ । ପରମାତ୍ମା ସ୍ୱୟଂ ସମ୍ପୁର୍ଣ୍ଣ; ତେଣୁ ଅବିଭାଜ୍ୟ । ବ୍ରହ୍ମଲୋକରେ ନିବାସ କରୁଥିବା ଆତ୍ମାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଓ ସର୍ବୋଚ୍ଚ ଶିଖରରେ ଅବସ୍ଥାନ କରୁଥିବା ହେତୁ ପରବ୍ରହ୍ମ ପରମାତ୍ମା ପଦବାଚ୍ୟ । ବ୍ରହ୍ମ ଏକ ସ୍ୱର୍ଣ୍ଣଭ ରକ୍ତିମ ବର୍ଣ୍ଣଯୁକ୍ତ ସୂକ୍ଷ୍ମ ପ୍ରକାଶ ତ୍ୱ ହୋଇଥିବାରୁ ଏହାକୁ ମହ୍ୱ କୁହାଯାଏ । ଏହା ଆତ୍ମା ଓ ପରମାତ୍ମାଙ୍କ ମୂଳ ବାସସ୍ଥାନ । ଆତ୍ମା ଏଠାରୁ ଭୂପୃଷ୍ଠକୁ ଆସି ଶରୀର ଧାରଣ କରେ । ତେଣୁ ଭାବ ଦୃଷ୍ଟିରୁ ବ୍ରହ୍ମକୁ ପରମାତ୍ମାଙ୍କ ଅଂଶ କୁହାଯାଇଛି । ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ ।ା୧୫/୭ାା ଏଠାରେ ଆତ୍ମାକୁ ପରମାତ୍ମାଠାରୁ ବିଭାଜିତ ଏକ ଅଂଶ ରୂପରେ ଅର୍ଥ କରିବା ଠିକ୍ ନୁହେଁ । ଭାବାର୍ଥରେ ଆତ୍ମା ହେଉଛି ପରମାତ୍ମାଙ୍କ ସନ୍ତାନ । ପୁତ୍ରକୁ ପିତାର ଅଂଶ କୁହାଯାଏ । ଏହାର ଅର୍ଥ ନୁହେଁ ଯେ ସେ ତା'ର ପିତାଙ୍କ ଏକ ବିଭାଜିତ (କ୍ଟ୍ରବକ୍ସଗ୍ଧ) ଅଂଶ । ଏଠାରେ ଅଂଶର ଅର୍ଥକୁ ଗୁଣାତ୍ମାକ ବା ଭାବାତ୍ମକ ସମ୍ବନ୍ଧରେ ବୁଝିବାକୁ ହେବ । ସେହି ଦୃଷ୍ଟିରୁ ପରମାତ୍ମାଙ୍କ ଯେଉଁ ଗୁଣାତ୍ମକ ସ୍ୱଭାବ ବା ସ୍ୱରୂପ ଚୈତନ୍ୟ ରୂପରେ ଜୀବ ମଧ୍ୟରେ ଅବସ୍ଥିତ ତାକୁ"ଅଧ୍ୟାତ୍ମ'ବା ଜୀବାତ୍ମା କୁହାଯାଏ । ଜୀବାତ୍ମାର ସୃଜନାତ୍ମକ ଶକ୍ତିକୁ "କର୍ମ' କୁହାଯାଏ । ଏହି ସ୍ୱଭାବବଶରେ କାର୍ଯ୍ୟ କରିହିଁ ପ୍ରକୃତି ବିଶ୍ୱଲୀଳା ପ୍ରକଟ କରିଛି ।
କର୍ମ ଦ୍ୱାରା ସ୍ୱଭାବର ପରିବର୍ନମୟ ବିକାଶର ଫଳ ସ୍ୱରୂପ ଯାହା କିଛି ସୃଷ୍ଟି ହୋଇଛି (କ୍ଷରଭାବଃ) ତାହାହିଁ "ଅଧିଭୂତ' । ଶରୀର ପଭୂତରୁ ନିର୍ମିତ । ଏହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶୈଶବ, ବାଲ୍ୟ, କୈଶୋର, ଯୌବନ, ପ୍ରୌଢ଼ ଓ ବାର୍ଦ୍ଧକ୍ୟ ଏହିପରି ବିଭିନ୍ନ ପରିବର୍ନ ଦେଇ ଗତି କରେ ଓ ଶେଷରେ ସେହି ପଭୂତରେ ମିଶିଯାଏ । ତେଣୁ ଏହି କ୍ଷୟଶୀଳ ଶରୀର "ଅଧିଭୂତ' ଅଟେ । ଗୀତାରେ ଏହାକୁ "କ୍ଷେତ୍ର' ବା "କ୍ଷରପୁରୁଷ' ନାମରେ ମଧ୍ୟ ବର୍ଣ୍ଣନା କରାଯାଇଛି । ପ୍ର୍ରଜାପିତା ବ୍ରହ୍ମାହିଁ "ଅଧିଦେବ' । ସେ ଏହି ମନୁଷ୍ୟ ସୃଷ୍ଟିରେ ପ୍ରଥମ ପୁରୁଷ, ଆଦିଦେବ । ତାଙ୍କ ମାଧ୍ୟମରେ ପରମାତ୍ମା କଳିଯୁଗୀୟ ଆସୁରୀ ଦୁନିଆର ମହାବିନାଶ କରି ସତ୍ୟ ଯୁଗୀୟ ଦୈବୀ ଦୁନିଆର ପୁନଃ ପ୍ରତିଷ୍ଠା କରନ୍ତି । ନୂତନ ସୃଷ୍ଟି ସ୍ଥାପନାରେ ପରମାତ୍ମାଙ୍କ ମାଧ୍ୟମ ଭାବରେ ବ୍ରହ୍ମା ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସେ ସତ୍ୟଯୁଗର ପ୍ରଥମ ପୁରୁଷ ଶ୍ରୀକୃଷ୍ଣ ରୂପରେ ଜନ୍ମ ଗ୍ରହଣ କରନ୍ତି । ପରମାତ୍ମା ବ୍ରହ୍ମା ଶରୀର ମଧ୍ୟରେ ଥାଇ ଗୀତାଜ୍ଞାନ ଶୁଣାଉ ଥିବାରୁ କହୁଛନ୍ତି, ""ଅଧିଯଜେ୍ଞାଽହମେବାତ୍ର ଦେହେ'' ଅର୍ଥାତ ଏହି ଦେହରେ(ବ୍ରହ୍ମାଙ୍କ) ମୁଁ ହିଁ "ଅଧିଯଜ୍ଞ' ଅଟେ । ଅଧିଦୈବଙ୍କ ମଧ୍ୟରେ ଅବତରିତ ଅଧିଯଜ୍ଞଙ୍କ ନିର୍ଦ୍ଧେଶିତ ମାର୍ଗରେ ପରିଚାଳିତ ହୋଇ ମଣିଷ ଯେଉଁ କର୍ମ କରେ ସେ ସବୁ ଯଜ୍ଞରେ ପରିଣତ ହୋଇଯାଏ ।
ଜନ୍ମ ଓ ମୃତ୍ୟୁ ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ ସଦୃଶ । ଜନ୍ମ ହେଲେ ମୃତୁ୍ୟ ସୁନିଶ୍ଚିତ । ମୃତୁ୍ୟ ପରେ ପୁନର୍ଜନ୍ମ ଅବଶ୍ୟମ୍ଭାବୀ । ମୃତୁ୍ୟ ବ୍ୟକ୍ତିର ଶେଷ ନୁହେଁ । ଅନ୍ତିମ ସମୟରେ ବ୍ୟକ୍ତିର ମନରେ ଯେଉଁ ଚିନ୍ତା ଓ ଭାବ ଥାଏ ସେହି ଅନୁରୂପ ସେ ତା'ର ପରବର୍ୀ ଜନ୍ମରେ ଜୀବନ ଧାରଣ କରେ । ପାପ ପୁଣ୍ୟ କର୍ମ ଆଧାରରେ ମଣିଷ ଆତ୍ମା କୀଟ ପତଙ୍ଗ, ପଶୁ ପକ୍ଷୀ ଆଦି ଚଉରାଶି ଲକ୍ଷ ଇତର ବା ପାପ ଯୋନିରେ ଭ୍ରମଣ କରି ଶେଷକୁ ଶ୍ରେଷ୍ଠ ମାନବ ଯୋନିରେ ଜନ୍ମ ଗ୍ରହଣ କରେ ବୋଲି ଯେଉଁ ପୌରାଣିକ ବିଶ୍ୱାସ ଅଛି, ତାହା ନିରାଧାର ଓ ଭ୍ରମାତ୍ମକ । ଯେପରି ବୀଜ, ସେହି ଅନୁରୂପ ବୃକ୍ଷ ଉପôନ୍ନ ହୁଏ । ସେହି ଦୃଷ୍ଟିରୁ ମଣିଷ ଆତ୍ମା କେବଳ ମଣିଷ ଶରୀର ଧାରଣ କରି ଜନ୍ମ ହୁଏ । କର୍ମ ଓ ମୃତ୍ୟୁକାଳୀନ ଭାବ (ସଂସ୍କାର) ଅନୁସାରେ ତା'ର ପରବର୍ୀ ଜନ୍ମ ମାନବ ଯୋନିରେ ଶ୍ରେଷ୍ଠ ବା ଇତର, ଧନୀ ବା ଦରିଦ୍ର, ଜ୍ଞାନୀ ବା ମୁର୍ଖ ଇତ୍ୟାଦି ପରିବାରରେ ହୁଏ ଓ ପୂର୍ବ ଜନ୍ମର ସଂସ୍କାର ଅନୁସାରେ କର୍ମରେ ପ୍ରବୃ ହୁଏ । ପରମାତ୍ମା ସ୍ପଷ୍ଟ କହିଛନ୍ତି ଯେ ମୃତୁ୍ୟର ସଙ୍ଗୀନ ମୁହୂର୍ରେ ମଧ୍ୟ ଯିଏ ପରମାତ୍ମାଙ୍କୁ ସ୍ମରଣ କରି ଶରୀର ତ୍ୟାଗ କରନ୍ତି ସେ ତାଙ୍କ ଭାବ ପା୍ରପ୍ତ ହୁଅନ୍ତି ଏବଂ ତାହା ହୁଏ କର୍ମର ଶେଷ ପରିଣତି । ବ୍ୟକ୍ତିର ଅନ୍ତିମ କ୍ଷଣରେ କେଉଁ ସ୍ମୃତି ବା ଭାବ ଜାଗ୍ରତ ହେବ ତାହା ନିର୍ଭର କରେ ତା'ର ସମଗ୍ର ଜୀବନ କାଳର କର୍ମ ଉପରେ । ସେଥିପାଇଁ ଜୀବନର ପ୍ରତି କ୍ଷଣକୁ ନିରନ୍ତର ପରମାତ୍ମାଙ୍କ ସ୍ମୃତିରେ ଓ ସତ୍ କର୍ମରେ ବିନିଯୋଗ କରିବା ଉଚିତ ।
ମନୁଷ୍ୟର ବର୍ମାନ ଜୀବନ ତାର ପୂର୍ବ ଜନ୍ମର କର୍ମଫଳର ପରିଣାମ । ଚୈତନ୍ୟର ସୃଜନୀ ଶକ୍ତି ଅଛି । ବ୍ୟକ୍ତି ଯାହା ଚିନ୍ତା କରେ, ବିଶ୍ୱାସ ଓ ଶ୍ରଦ୍ଧା ସହିତ ଯେଉଁଥିରେ ନିବିଷ୍ଟ ହୁଏ, ସେସବୁ ସଂସ୍କାର ରୂପରେ ତା'ର ଆତ୍ମାରେ ଅଙ୍କିତ ହୋଇଯାଏ । ମୃତୁ୍ୟର ଅନ୍ତିମ କ୍ଷଣରେ ଏହି ସଂସ୍ମାର ମନର ଭାବ ରୂପେ ଅଭିବ୍ୟକ୍ତ ହୁଏ । ଜୀବନରେ କିଛି ନ କରି ବା ପାପମୟ ଜୀବନ ବିତାଇ ମୃତ୍ୟୁ ସମୟରେ କାନରେ ଭଗବାନଙ୍କ ନାମ ଶୁଣାଇଲେ କିମ୍ବା କାଶୀ ବା ଗଙ୍ଗା କୂଳକୁ ନେଇ ଗଲେ ମୁକ୍ତି ବା ପରମ ଗତି ଲାଭ ହୁଏ ନାହିଁ । ଏହିପରି ଯେଉଁମାନେ ବିଶ୍ୱାସ କରନ୍ତି ତାହା ଭ୍ରାନ୍ତ, କୁସଂସ୍କାର । ମୃତୁ୍ୟ ସମୟେରେ ମନକୁ ଈଶ୍ୱରୀୟ ସ୍ମୃତି ବା ଦିବ୍ୟ ଭାବରେ ଅବିଚଳିତ ରଖିବା ପାଇଁ ହେଲେ ଆମର ସମଗ୍ର ଜୀବନକୁ ତଦନୁରୂପ ଚିନ୍ତା ଓ କର୍ମରେ ପରିଚାଳିତ କରିବାକୁ ପଡିବ ।
ମନୁଷ୍ୟ ଶରୀର କ୍ଷଣଭଙ୍ଗୁର । କାଳର କରାଳ ଗ୍ରାସରେ ଆମେ କେବେ ଯେ ପତିତ ହୋଇଯିବା ଏକଥା କେହି କହିପାରିବେ ନାହିଁ । ସମଗ୍ର ଜୀବନ କାଳରେ ଯେଉଁ ବିଷୟ ଚିନ୍ତା ଓ ଚେତନାରେ ମିଶି ରହିଥାଏ ମୃତୁ୍ୟ ସମୟରେ ତାହାହିଁ ଉଦୟ ହୁଏ । ଅନ୍ତ ମତି ସୋ ଗତି । ମୃତୁ୍ୟକାଳୀନ ମନର ଅବସ୍ଥା ପର ଜନ୍ମରେ ଜୀବନଯାତ୍ରାର ଗତିପଥ ନିର୍ଦ୍ଧାରଣ କରେ । ଯାହା ବିତିଯାଇଛି ତାହା ଆଉ ଫେରିବ ନାହିଁ । ବର୍ମାନ ଆମ ହାତରେ ଅଛି । ତେଣୁ ଜୀବନର ଏହି ମୁହୂର୍ରୁ ଆମେ ଗୋଟିଏ କ୍ଷଣ ମଧ୍ୟ ନଷ୍ଟ ନ କରି ଈଶ୍ୱରୀୟ ସ୍ମୃତି ଓ କର୍ମରେ ନିଜକୁ ନିୟୋଜିତ କରିଦେବା ଉଚିତ । ଏହା କଠିଣ ହେଲେ ମଧ୍ୟ ଅସମ୍ଭବ ନୁହେଁ । ନିତ୍ୟ ନିରନ୍ତର ଅଭ୍ୟାସ ଦ୍ୱାରା ଏହା ଦିନେ ସ୍ୱାଭାବିକ ହୋଇଯିିବ । ଯେତେବେଳେ ମନ ବୁଦ୍ଧି ନିତ୍ୟ ନିରନ୍ତର ପରମାତ୍ମାଙ୍କ ସ୍ମୃତିରେ ସ୍ଥିର ରହିବ; ସେତେେବେଳେ ଆମର ସମସ୍ତ କର୍ମ ସାକ୍ଷାତ ଭାବରେ ତାଙ୍କ ଦ୍ୱାରା ପ୍ରେରିତ ହେବ ଓ ସମସ୍ତ ସାଂସାରିକ କର୍ମ କରି ମଧ୍ୟ ଆମେ ତାକୁ ବିସ୍ମୃତ ହେବା ନାହିଁ । ଆମର ଚିନ୍ତା ଚେତନାରେ ସର୍ବଦା ତାଙ୍କର ସ୍ମୃତିହିଁ ଛାଇ ଯାଇଥିବ । ସେତେବେଳେ ଆମର ସମଗ୍ର ଜୀବନ ଯୋଗଯୁକ୍ତ ହୋଇ ପଡ଼ିବ । ଏହା ହେଉଛି ପରମାତ୍ମା ପ୍ରାପ୍ତି ଓ ମୁକ୍ତିର ଏକମାତ୍ର ଉପାୟ ।
ଅଭ୍ୟାସ ଯୋଗର ବିଧି ଓ ସିଦ୍ଧି
ଅଭ୍ୟାସ ଯୋଗ ଯୁକ୍ତେନ ଚେତସା ନାନ୍ୟଗାମିନା ।
ପରମଂ ପୁରୁଷଂ ଦିବ୍ୟଂ ଯାତି ପାର୍ଥାନୁ ଚିନ୍ତୟନ୍ ।ା୮ ।ା
କବିଂ ପୁରାଣମନୁଶାସିତାରମଣୋରଣୀୟାଂ
ସମନୁସ୍ମରେଦ୍ ଯଃ ।
ସର୍ବସ୍ୟ ଧାତାରମଚିନ୍ତ୍ୟରୂପମାଦିତ୍ୟ ବର୍ଣ୍ଣଂତମସଃ ପରସ୍ତାତ୍ ।ା୯ାା
ପ୍ରୟାଣକାଳେ ମନସାଚଳେନ
ଭକ୍ତ୍ୟାଯୁକ୍ତୋ ଯୋଗବଳେନଚୈବ ।
ଭ୍ରୁବୋର୍ମଧ୍ୟେ ପ୍ରାଣମାବେଶ୍ୟ ସମ୍ୟକ୍
ସତଂ ପରଂପୁରୁଷମୁପୈତି ଦିବ୍ୟମ୍ ।ା୧୦ାା
ଯଦକ୍ଷରଂ ବେଦବିଦୋ ବଦନ୍ତି
ବିଶନ୍ତି ଯଦ୍ୟତୟୋ ବୀତରାଗାଃ ।
ଯଦିଚ୍ଛନ୍ତୋ ବ୍ରହ୍ମଚର୍ଯ୍ୟଂ ଚରନ୍ତି
ତେ ପଦଂ ସଂଗ୍ରହେଣ ପ୍ରବଷ୍ୟେ ।ା୧୧ାା
ସର୍ବଦ୍ୱାରାଣି ସଂଯମ୍ୟ ମନୋ ହୃଦି ନିରୁଧ୍ୟ ଚ ।
ମୂର୍ଦ୍ଧ୍ନ୍ୟାଧାୟାତ୍ମନଃ ପ୍ରାଣମାସ୍ଥିତୋ ଯୋଗଧାରଣାମ୍ ।ା୧୨ାା
ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମନୁସ୍ମରନ୍ ।
ଯଃପ୍ରୟାତି ତ୍ୟଜନ୍ ଦେହଂ ସ ଯାତି ପରମାଂ ଗତିମ୍ ।ା୧୩ାା
ଅନନ୍ୟଚେତାଃ ସତତଂ ଯୋ ମାଂ ସ୍ମରତି ନିତ୍ୟଶଃ ।
ତସ୍ୟାହଂ ସୁଲଭଃ ପାର୍ଥ ! ନିତ୍ୟଯୁକ୍ତସ୍ୟ ଯୋଗିନଃ ।ା୧୪ାା
ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟମ୍ ଶାଶ୍ୱତମ୍ ।
ନାପ୍ନୁବନ୍ତି ମହାତ୍ମାନଃ ସଂସିଦ୍ଧିଂ ପରମାଂ ଗତାଃ ।ା୧୫ାା
ଆବ୍ରହ୍ମ ଭୁବନାଲ୍ଳୋକାଃ ପୁନରାବର୍ିନୋଽର୍ଜୁନ ।
ମାମୁପେତ୍ୟ ତୁ କୌନ୍ତେୟ ! ପୁନର୍ଜନ୍ମ ନ ବିଦ୍ୟତେ ।ା୧୬ାା
ଅର୍ଥ : ହେ ପାର୍ଥ, ଅଭ୍ୟାସ ଯୋଗ ଦ୍ୱାରା ତାଙ୍କ ସହିତ ଯୁକ୍ତ୍ ହୋଇ ଅନନ୍ୟଗାମୀ ଚି ଦ୍ୱାରା ସର୍ବଦା ଚିନ୍ତା କରି (ଜୀବାତ୍ମା) ଦିବ୍ୟ ପୁରୁଷଙ୍କୁ ପ୍ରାପ୍ତ ହୁଏ ।ା୮/୮ାା ଦ୍ରଷ୍ଟା(ସର୍ବଜ୍ଞ), ଅନାଦି, ସର୍ବନିୟନ୍ତା, ସୂକ୍ଷ୍ମଠାରୁ ଆହୁରି ସୂକ୍ଷ୍ମତର, ସମସ୍ତଙ୍କର ବିଧାତା, ଅଚିନ୍ତ୍ୟରୂପ, ସୂର୍ଯ୍ୟଙ୍କ ପରି ସ୍ୱପ୍ରକାଶ, ଅନ୍ଧକାର (ଅଜ୍ଞାନ)ର ଅତୀତ ପୁରୁଷଙ୍କୁ (ପରମାତ୍ମାଙ୍କୁ) ଯିଏ ମୃତ୍ୟୁ ସମୟରେ ଅବିଚଳିତ ମନ ଦ୍ୱାରା ଭକ୍ତିଯୁକ୍ତ ହୋଇ ଏବଂ ଯୋଗ ବଳରେ ବଳୀୟାନ ହୋଇ ଦୁଇ ଭୃଲତା ମଧ୍ୟରେ ପ୍ରାଣ ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ଧାରଣ କରି ସ୍ମରଣ କରେ, ସେ ସେହି ଦିବ୍ୟ ପରମ ପୁରୁଷଙ୍କୁ ପ୍ରାପ୍ତ ହୁଏ । ।ା୮ /୯- ୧୦ାା ବେଦଜ୍ଞମାନେ ଯାହାକୁ ଅକ୍ଷର ବୋଲି କହନ୍ତି, ବିତରାଗୀ ଯତିମାନେ ଯାହାଠାରେ ପ୍ରବେଶ କରନ୍ତି(ଅର୍ଥାତ ତଲ୍ଲୀନ ହୁଅନ୍ତି) ଯାହାଙ୍କୁ ପାଇବା ଇଚ୍ଛାରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି, ସେହି ପରମ ପଦ ସଂକ୍ଷେପରେ କହୁଛି ।ା୮/୧୧ାା ସମସ୍ତ ଇନ୍ଦ୍ରିୟ ଦ୍ୱାରା ଅବରୁଦ୍ଧ କରି ଏବଂ ମନକୁ ହୃଦୟରେ ନିବଦ୍ଧ କରି, ମସ୍ତକରେ ପ୍ରାଣ ଶକ୍ତିକୁ ଆହୂତ କରି, ଆତ୍ମ ଯୋଗରେ ସ୍ଥୈର୍ଯ୍ୟ ଅବଲମ୍ବନ କରି ଓଂ ଏହି ଏକାକ୍ଷର ବ୍ରହ୍ମ ଉଚ୍ଚାରଣ କରି କରି ମୋତେ ସ୍ମରଣ କରି ଦେହ ତ୍ୟାଗ ପୂର୍ବକ ଯେ ପ୍ରସ୍ଥାନ କରେ ସେ ପରମ ଗତିକୁ ପ୍ରାପ୍ତ ହୁଏ ।ା୮/୧୨-୧୩ ।ା ହେ ପାର୍ଥ ! ଯିଏ ନିରନ୍ତର ଅନନ୍ୟ ଚି ହୋଇ ମୋତେ ଚିରକାଳ ସ୍ମରଣ କରେ ସେହି ନିତ୍ୟ ଯୋଗୀ ପକ୍ଷରେ ମୁଁ ସୁଲଭ ।ା୮/୧୪ାା ମହାତ୍ମାଗଣ ମୋତେ ପ୍ରାପ୍ତ ହୋଇ ଦୁଃଖର ଆଶ୍ରୟ ନେଇ ଅନିତ୍ୟ ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି ନାହିଁ । ସେମାନେ ପରମ ସିଦ୍ଧି ଲାଭ କରନ୍ତି ।ା୮/୧୫ ।ା ହେ ଅର୍ଜୁନ ! ବ୍ରହ୍ମଲୋକରୁ ଆରମ୍ଭ କରି ସମଗ୍ର ଲୋକ ହେଉଛି ପୁନଃ ପୁନଃ ଆବର୍ନଶୀଳ, କିନ୍ତୁ ହେ କୌନ୍ତେୟ ! ମୋତେ ପ୍ରାପ୍ତ ହେଲେ ପୁନର୍ବାର ଜନ୍ମ ହୁଏ ନାହିଁ ।ା୮/୧୬ାା
ବାଖ୍ୟା : ବାରମ୍ବାର ଆବାଗମନ ଚକ୍ରରେ ଆସି ଜୀବତ୍ମା ତା'ନିଜର ଆତ୍ମିକ ସ୍ୱରୂପ ବିସ୍ମୃତ ହୋଇ ଦେହ ସର୍ବସ୍ୱ ହୋଇ ପଡେ । ତେଣୁ ତା'ର ବୁଦ୍ଧି ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବ ବ୍ୟତୀତ ସହଜରେ ଅନ୍ୟ କିଛି ଚିନ୍ତା କରିପାରେ ନାହିଁ । ଈଶ୍ୱରୀୟ ଜ୍ଞାନ ଆଧାରରେ ଆମେ ଯଦିଓ ଜାଣିଛେ ଯେ ଦେହ ଆମର ପ୍ରକୃତ ପରିଚୟ ନୁହେଁ, ଏହା ଦେହାଭ୍ୟନ୍ତରସ୍ଥ ଆତ୍ମାର କର୍ମ କରିବାର ଏକ ଯାନ୍ତ୍ରିକ ମାଧ୍ୟମ ମାତ୍ର; ଆମେ ପ୍ରତ୍ୟେକ ଜଣେ ଜଣେ ଆତ୍ମା, ପରମାତ୍ମାଙ୍କ ସନ୍ତାନ; କିନ୍ତୁ ଅନେକ ଜନ୍ମର ସଂସ୍କାର ବଶତଃ ଏହି ଜ୍ଞାନ ବୁଦ୍ଧି ଦ୍ୱାରା ସହଜରେ ଅନୁଭବ ହୋଇପାରେ ନାହିଁ । ଏଥିପାଇଁ ବାରମ୍ବାର ଅଭ୍ୟାସଚରିବା ଆବଶ୍ୟକ । ଅଭ୍ୟାସ ଦ୍ୱାରା ନିଜକୁ ଆତ୍ମା ମନେକରି ନିରନ୍ତର ପରମାତ୍ମାଙ୍କୁ ସ୍ମରଣ (ଅନୁଚିନ୍ତୟନ) କରିବା ପ୍ରକି୍ରୟାକୁ "ଅଭ୍ୟାସ ଯୋଗ' କୁହାଯାଏ । "ଯୋଗ' ଅର୍ଥାତ ଦୁଇଟି ବସ୍ତୁ ବା ସାର ମିଳନ । ବ୍ୟକ୍ତି ଦେହ ଅଭିମାନ ତ୍ୟାଗ କରି ଆତ୍ମିକ ସ୍ତରରେ ପରମାତ୍ମାଙ୍କୁ ସର୍ବୋତ ଭାବେ ଅନୁଭବ କରିବାର ନାମ ହେଉଛି ଯୋଗ । ଏହିପରି ଅଭ୍ୟାସ କରୁଥିଲେ ମୃତ୍ୟୁ ସମୟରେ ପରମାତ୍ମାଙ୍କ ସ୍ମୃତିରେ ଆତ୍ମା ଶରୀର ତ୍ୟାଗ କରେ ଓ ପରବର୍ୀ ଜନ୍ମରେ ଦିବ୍ୟ ପଦର ଅଧିକାରୀ ହୁଏ ।
କୌଣସି ବ୍ୟକ୍ତିର ସଠିକ ପରିଚୟ ନ ଥିଲେ ତାଙ୍କୁ ସାକ୍ଷାତ କରିବା ବା ସ୍ମରଣ କରିବା ସମ୍ଭବ ନୁହେଁ । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ତାଙ୍କର ପ୍ରକୃତ ପରିଚୟ ଓ ଦିବ୍ୟ ସ୍ୱରୂପ ଜାଣିବା ଏକାନ୍ତ ଆବଶ୍ୟକ । ପରମାତ୍ମା ପୁରୁଷ(ଆତ୍ମା)ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ତାଙ୍କୁ ପରମପୁରୁଷ ବା ପୁରୁଷୋମ ବୋଲି କୁହାଯାଏ । ପୁରୁଷ ଅର୍ଥାତ ଯେଉଁ ଚୈତନ୍ୟ ସା ହେହ ରୂପକ ପୁରରେ ଅବସ୍ଥାନ କରେ । ପରମାତ୍ମାଙ୍କ ନିଜସ୍ୱ କୌଣସି ଶରୀର ନାହିଁ ବା ସେ ଆତ୍ମା ପରି ଶରୀର ଧାରଣ କରି ଜନ୍ମ ଗ୍ରହଣ କରନ୍ତି ନାହିଁ । ସେ ଜ୍ଞାନର ସାଗର, ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ-ତିନି କାଳର ଜ୍ଞାତା । ତେଣୁ ତାଙ୍କୁ ସର୍ବଜ୍ଞ (କବିମ୍) କୁହାଯାଏ । ସେ ଅବିନାଶୀ, କ୍ଷୟ ରହିତ ଓ ସବୁକାଳରେ ବିଦ୍ୟମାନ । ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ସେ ସନାତନ; ତେଣୁ ଅତି ପ୍ରାଚୀନ (ପୁରାଣମ୍) । ସେ ସର୍ବାତ୍ମାଙ୍କ ପିତା, ତାଙ୍କ ଅଧୀନରେ ପ୍ରକୃତି କାର୍ଯ୍ୟ କରେ । ସେ ସର୍ବଶକ୍ତିମାନ ଓ ସମସ୍ତଙ୍କ ନିୟନ୍ତା (ଅନୁଶାସିତାରମ୍) ଅଟନ୍ତି । ସେ ଜ୍ୟୋତିର୍ବିନ୍ଦୁ ସ୍ୱରୂପ, ଅଣୁଠାରୁ ମଧ୍ୟ ସୂକ୍ଷ୍ମାତିସୂକ୍ଷ୍ମ (ଅଣୋରଣୀୟାଂସମ୍) । ସେ ଆତ୍ମାମାନଙ୍କର ପାଳନ ଓ ପୋଷଣ କର୍ା (ସର୍ବସ୍ୟଧାତାରମ୍) ମଧ୍ୟ । ଏହାର ଅର୍ଥ ସ୍ଥୂଳ ଶରୀରକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ଦେଇ ପାଳନ ପୋଷଣ କରିବା ନୁହେଁ । ସେ ଜ୍ଞାନ ଦ୍ୱାରା ଆତ୍ମାକୁ ପାଳନ କରନ୍ତି ଓ ତାଙ୍କୁ ଅନୁକ୍ଷଣ ସ୍ମରଣ କରୁଥିବା ବ୍ୟକ୍ତିଙ୍କୁ ଈଶ୍ୱରୀୟ ଶକ୍ତି ଦ୍ୱାରା ପୋଷଣ କରନ୍ତି । ତାଙ୍କୁ ପାଇଥିବା ବ୍ୟକ୍ତିପାଖରୁ ଅଜ୍ଞାନ ଅନ୍ଧକାର ସମ୍ପୂର୍ଣ୍ଣ ତିରୋହିତ ହୋଇଯାଏ । ସେ ଅଜ୍ଞାନ ଅନ୍ଧକାରର ବହୁତ ଦୂରରେ । ତମସଃ ପରସ୍ତାତ । କାରଣ ସେ ସ୍ୱୟଂ ହେଉଛନ୍ତି ଜ୍ଞାନ ସୂର୍ଯ୍ୟ । ସେ ସୂକ୍ଷ୍ମାତିସୂକ୍ଷ୍ମ ହୋଇଥିବାରୁ ସ୍ଥୂଳ ବୁଦ୍ଧି ବା ମନ ଦ୍ୱାରା ଅଗ୍ରାହ୍ୟ, ତେଣୁ ଅଚିନ୍ତ୍ୟ (ଅଚିନ୍ତ୍ୟରୂପମ୍) । ସେ କେବଳ ଦିବ୍ୟ ଚକ୍ଷୁ ବା ଜ୍ଞାନଚକ୍ଷୁ ଦ୍ୱାରା ପ୍ରତିଭାତ ହୁଅନ୍ତି । ଜ୍ଞାନ ଜେ୍ଞୟଂ । ନିଜର ସମସ୍ତ ପ୍ରାଣ ସାକୁ ଭୃକୁଟୀ ମଧ୍ୟରେ କେନ୍ଦ୍ରୀଭୂତ କରି ଅବିଚଳିତ ମନରେ ପରମାତ୍ମାଙ୍କ ସ୍ୱରୂପ ଚିନ୍ତନ ପୂର୍ବକ ଶରୀର ତ୍ୟାଗ କଲେ ମନୁଷ୍ୟ ଦିବ୍ୟ ପଦର ଅଧିକାରୀ ହୁଏ ।
ଈଶ୍ୱରୀୟ ଜ୍ଞାନକୁ ଯଥାର୍ଥ ଭାବରେ ବୁଝିପାରିଥିବା ବ୍ୟକ୍ତିହିଁ ବେଦଜ୍ଞ । ବେଦ ଜ୍ଞାନାର୍ଥବୋଧକ । ପରମାତ୍ମାଙ୍କୁ ପ୍ରତ୍ୟକ୍ଷ ଅନୁଭବ କରିଥିବା ସେହି ଜ୍ଞାନୀ ବ୍ୟକ୍ତିଗଣ ତାଙ୍କୁ ଅବିନାଶୀ ବୋଲି କହିଥାନ୍ତି । ତାଙ୍କୁ ଅନୁଭବ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଆସକ୍ତି ତ୍ୟାଗ କରିବା ଆବଶ୍ୟକ । ଯେଉଁମାନେ ଦେହାଭିମାନରୁ ମୁକ୍ତ ହୋଇ ଅନାସକ୍ତ ଭାବରେ ପରମାତ୍ମାଙ୍କୁ ସ୍ମରଣ କରନ୍ତି ସେମାନଙ୍କ ଅନ୍ତଃକରଣ ଶୁଦ୍ଧ ହୋଇଯାଏ । ସେମାନେ କର୍ବ୍ୟକର୍ମରେ ପ୍ରବୃ ଥାଇ ମଧ୍ୟ ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନ ଥାଆନ୍ତି । ଏଥିପାଇଁ ଘର ଗୃହସ୍ଥ ତ୍ୟାଗ କରି ସନ୍ୟାସ ଗ୍ରହଣର ଆବଶ୍ୟକତା ନାହିଁ । କିନ୍ତୁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ପଡିବ । ମନ, ବଚନ ଓ କର୍ମରେ ମୈଥୁନ କ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ତ୍ୟାଗ କରିବାହିଁ ବ୍ରହ୍ମଚର୍ଯ୍ୟ । ""କର୍ମଣା ମନସା ବାଚା ସର୍ବାବସ୍ଥାସୁ ସର୍ବଦା । ସର୍ବତ୍ର ମୈଥୁନତ୍ୟାଗୋ ବ୍ରହ୍ମଚର୍ଯ୍ୟ ପ୍ରଚକ୍ଷତେ ।'' ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ସମସ୍ତ କାମନା ବାସନା ସହଜରେ ବିନଷ୍ଟ ହୁଏ ଓ ମନ ଉଦ୍ଧ୍ୱର୍ଗାମୀ ହୁଏ ।
ପ୍ରାଚୀନ କାଳରେ ମୁନି ଋଷିମାନେ ଶରୀର ତ୍ୟାଗ ସମୟରେ ସମ୍ପୂର୍ଣ୍ଣ ଭାବରେ ଇନ୍ଦି୍ରୟଗୁଡିକୁ ନିରୋଧ କରି, ମନକୁ ଏକ ପରମାତ୍ମାଙ୍କଠାରେ ଏକାଗ୍ର କରି, ସମସ୍ତ ପ୍ରାଣ ଶକ୍ତିକୁ ଭୃକୁଟୀରେ କେନ୍ଦି୍ରତ କରି, ପରମାତ୍ମାଙ୍କୁ "ଓମ' ସ୍ୱରୂପରେ ଚିନ୍ତା କରି ଶରୀର ତ୍ୟାଗ କରୁଥିଲେ । କିନ୍ତୁ ଏହା କେବଳ ହଠଯୋଗୀଙ୍କ ପାଇଁ ସମ୍ଭବ । ସାଧାରଣ ଲୋକଙ୍କ ପାଇଁ ଏହି ଯୌଗିକ କ୍ରିୟା କଠିଣ ବ୍ୟାପାର । ଗୀତାଜ୍ଞାନ କର୍ମଯୋଗୀ ଓ ଘର ଗୃହସ୍ଥରେ ରହୁଥିବା ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ଧର୍ମ ସଂସ୍ଥାପନ ପାଇଁ ପରମାତ୍ମାଙ୍କ ଅବତରଣ ହେଉଥିବାରୁ ସେ ସର୍ବସାଧାରଣଙ୍କ ପାଇଁ ସୁବୋଧ୍ୟ ଜ୍ଞାନ ଓ ସହଜ ଯୋଗ ଶିକ୍ଷା ଦିଅନ୍ତି ।
ବୈଦାନ୍ତିକ ଓ ପୌରାଣିକ ଗ୍ରନ୍ଥମାନଙ୍କରେ ଈଶ୍ୱର ଉପାସନାର ଭିନ୍ନ ଭିନ୍ନ ପ୍ରକରଣର ବର୍ଣ୍ଣନା ଦେଖାଯାଏ । ସେଗୁଡିକ ହେଲା ସଗୁଣ ସାକାର ଅବତାର, ସଗୁଣ ନିରାକାର ଈଶ୍ୱର ଓ ନିର୍ଗୁଣ ନିରାକାର ବ୍ରହ୍ମଙ୍କ ଉପାସନା ପ୍ରକରଣ । ବସ୍ତୁତଃ ପରମାତ୍ମା ଜ୍ଞାନ ଓ ଗୁଣର ସାଗର ତଥା ଅଜନ୍ମା ଓ ଅଶରୀରୀ । ତେଣୁ ସଗୁଣ ଓ ସାକାର ରୂପରେ ଧରାପୃଷ୍ଠରେ ପରମାତ୍ମାଙ୍କ ଜନ୍ମ ଗ୍ରହଣ ସିଦ୍ଧାନ୍ତ ଗୀତା ଜ୍ଞାନର ବିରୋଧୀ ଅଟେ । ସେହିପରି ନିର୍ଗୁଣ ଓ ନିରାକାର ଶବ୍ଦକୁ ଯଥାକ୍ରମେ ଗୁଣହୀନ, ରୂପହୀନ ଅର୍ଥରେ ଗ୍ରହଣ କରିବା ଏକ ଭାବୁକ ମନର ଦାର୍ଶନିକ ଚିନ୍ତା ହୋଇପାରେ; କିନ୍ତୁ ଏହା ହେଉଛି ପ୍ରମାଦପୂର୍ଣ୍ଣ । ପରମାତ୍ମା ସର୍ବଗୁଣର ସାଗର । ଅସୀମ ଗୁଣର ଅଧିକାରୀ ହୋଇଥିବା ହେତୁ ତାହା ଅବର୍ଣ୍ଣନୀୟ । ଏହି ଦୃଷ୍ଟିରୁ ତାଙ୍କୁ ନିର୍ଗୁଣ କୁହାଯାଏ । ନିର୍ଗୁଣ ଅର୍ଥାତ ଯାହାଙ୍କ ଗୁଣ ନିଃଶେଷ ହୁଏ ନାହିଁ । ତାଙ୍କର ରୂପ ଅଣୁଠାରୁ ମଧ୍ୟ ସୂକ୍ଷ୍ମାତିସୂକ୍ଷ୍ମ, ଆଦିତ୍ୟ ବର୍ଣ୍ଣ ଓ ପ୍ରକାଶ ସ୍ୱରୂପ ଅଟେ । ଅତଏବ ସେ ଆକାର ରହିତ ନୁହନ୍ତି । ତାଙ୍କର ସୂକ୍ଷ୍ମରୂପ ଇନ୍ଦ୍ରିୟ ଗ୍ରାହ୍ୟ ହୋଇ ନ ଥିବାରୁ ତାଙ୍କୁ ନିରାକାର କୁହାଯାଏ । ବ୍ରହ୍ମ ହେଉଛି ଏକ ସୁକ୍ଷ୍ମ ପ୍ରକାଶ ତ୍ୱ । ତେଣୁ ଏହା ପରମାତ୍ମାଙ୍କ ପର୍ଯ୍ୟାୟବାଚୀ ନୁହେଁ । ବ୍ରହ୍ମ ମହ୍ୱରେ ନିର୍ମିିିତ ପରମଧାମରେ ପରମାତ୍ମା ଆତ୍ମାମାନଙ୍କ ସହ ନିବାସ କରନ୍ତି । ଏଠାରୁ ଆତ୍ମାଗଣ ନିଜ ନିଜ କର୍ମ ଆଧାରରେ ପର୍ଯ୍ୟାୟକ୍ରମେ ଭୂପୃଷ୍ଠରେ ଶରୀର ଧାରଣ କରି ଜନ୍ମ ନିଅନ୍ତି । ଥରେ ଆତ୍ମା ପୃଥିବୀରେ ଜନ୍ମ ନେଲେ କଳ୍ପଶେଷ ପର୍ଯ୍ୟନ୍ତ ସେ ଆବାଗମନ ଚକ୍ରରୁ ମୁକ୍ତ ହୋଇ ପରମଧାମ ଯାଇ ପାରେ ନାହିଁ । ଏଥିପାଇଁ ପରମାତ୍ମାଙ୍କୁ କଳ୍ପର ଅନ୍ତିମ କ୍ଷଣରେ ଭୂପୃଷ୍ଠରେ ଅବତରଣ କରିବାକୁ ପଡେ । କାରଣ ଏହାହିଁ ଧର୍ମ ଗ୍ଳାନିର ପ୍ରକୃଷ୍ଠ ସମୟ । ପରମାତ୍ମାଙ୍କୁ ଜାଣି ତାଙ୍କ ପ୍ରଦର୍ଶିତ ମାର୍ଗରେ ଅନୁସରଣ କରିବା ବ୍ୟକ୍ତି ମୁକ୍ତି ଜୀବନ୍ମୁକ୍ତି ପାଏ । ଅନ୍ୟମାନେ ଦଣ୍ଡିତ ହୋଇ ପଶ୍ଚାାପ କରନ୍ତି । ମହାବିନାଶ ପରେ ସମସ୍ତ ଆତ୍ମାଙ୍କୁ ନେଇ ପରମାତ୍ମା ପରମଧାମକୁ ପ୍ରତ୍ୟାବର୍ନ କରନ୍ତି ।
ପରମାତ୍ମାଙ୍କ ଦ୍ୱାରା ପ୍ରଦ ଜ୍ଞାନକୁ ସୂକ୍ଷ୍ମ ଅନୁଶୀଳନ କଲେ ବୁଦ୍ଧିର ଭେଦ ଉପôନ୍ନ ହୁଏ ନାହିଁ । ଭେଦ ବୁଦ୍ଧି ମନରେ ବିକ୍ଷେପ ସୃଷ୍ଟି କରେ । ପ୍ରତି ମୁହୂର୍ରେ ଅନନ୍ୟ ଚିରେ ପରମାତ୍ମାଙ୍କୁ ସ୍ମରଣ କରିବାକୁ ପଡିବ । ସମସ୍ତ ଜୀବନକୁ ତାଙ୍କ ସହିତ ନିରବଚ୍ଛିନ୍ନ ଯୋଗରେ ପରିଣତ କରିବାକୁ ପଡିବ । ଯିଏ ଏହା କରନ୍ତି ତାଙ୍କ ପକ୍ଷରେ ପରମାତ୍ମା ସହଜ ସୁଲଭ । ସେ ପରମ ସିଦ୍ଧି ଲାଭ କରି ମହାତ୍ମା ପଦବାଚ୍ୟ ହୁଅନ୍ତି । ସେମାନେ ଦୁଃଖାଳୟ ଓ ଅଶାଶ୍ୱତ ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି ନାହିଁ । ସେମାନେ ପରମାତ୍ମାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । କିଛି ସମୟ ସେମାନେ ସେଠାରେ ବିଶ୍ରାମ ନେଇ ସମୟାନୁକ୍ରମେ ନିଜ ନିଜ ପ୍ରାରବ୍ଧ କର୍ମଫଳ ଭୋଗ କରିବାକୁ ସୁଖ, ଶାନ୍ତି, ସମୃଦ୍ଧି ଓ ପବିତ୍ରତାରେ ପରିପୂର୍ଣ୍ଣ ସତ୍ୟଯୁଗୀୟ ଦୈବୀ ଦୁନିଆରେ ଜନ୍ମ ନିଅନ୍ତି । ଏହି ଜନ୍ମ ସୁଖମୟ ଓ ଶାଶ୍ୱତ ହୁଏ । କାରଣ ଆତ୍ମା ସମ୍ପୂର୍ଣ୍ଣ ଦେହାଭିମାନୀ ତଥା କର୍ମେନ୍ଦ୍ରିୟମାନଙ୍କ ପ୍ରଭାବରୁ ମୁକ୍ତ ଥାଏ । ସେମାନଙ୍କ ପାଇଁ ମୃତ୍ୟୁ ନିରର୍ଥକ । କାରଣ ସେମାନେ ନିଜ ଇଚ୍ଛାରେ ଅମୈଥୁନୀ ଜନ୍ମ ନିଅନ୍ତି ଓ ନିଜ ଇଚ୍ଛାରେ ଶରୀର ତ୍ୟାଗ କରି ତାଙ୍କ ପାଇଁ ନିର୍ଦ୍ଧିଷ୍ଟ ପରବର୍ୀ ଶରୀରକୁ ଗମନ କରନ୍ତି । ଶରୀର ତ୍ୟାଗ ପ୍ରକ୍ରିୟା ଦୁଃଖପୂର୍ଣ୍ଣ ହୁଏନାହିଁ । କାରଣ ଶରୀର ପ୍ରତି ତାଙ୍କର ଆସକ୍ତି ନଥାଏ ।
ବ୍ରହ୍ମା, ବିଷ୍ଣୁ ଓ ଶଙ୍କର – ଏ ତି୍ରଦେବଙ୍କ ଦ୍ୱାରା ପରମାତ୍ମା ଯଥାକ୍ରମେ ସୃଷ୍ଟି, ପାଳନ ଓ ବିନାଶ ତିନି ଦିବ୍ୟ କର୍ବ୍ୟ ସମ୍ପନ୍ନ କରାନ୍ତି । ସୃଷ୍ଟିରେ ପରମାତ୍ମାଙ୍କ ଦିବ୍ୟ ଅବତରଣ ପରେ ପରେ ଏହି ତ୍ରିଦେବ ସକ୍ରିୟ ହୋଇ ପଡନ୍ତି । ଏମାନେ ସୂକ୍ଷ୍ମଲୋକ ନିବାସୀ । । ଅନ୍ତରୀକ୍ଷର ଅନେକ ଉର୍ଦ୍ଧରେ ଥିବା ଏହି ସୂକ୍ଷ୍ମଲୋକର ଆହୁରି ଉଦ୍ଧ୍ୱର୍ରେ ପରମାତ୍ମା ପରମ ଧାମରେ ନିବାସ କରନ୍ତି । ସ୍ବର୍ଣ୍ଣଭ ରକ୍ତିମ ଆଭାଯୁକ୍ତ ସୂକ୍ଷ୍ମ ପ୍ରକାଶ ତ୍ୱ ଦ୍ୱାରା ପରମଧାମ ନିର୍ମିତ । ଏହାକୁ ବ୍ରହ୍ମ ମହ୍ୱ୍ୱ କୁହାଯାଏ । ଏହା ବଳୟାକାରରେ ପରିବ୍ୟାପ୍ତ ଥିବାରୁ ଏହାକୁ ଗୋଲକପୁରୀ ମଧ୍ୟ କୁହାଯାଏ । ଭୂଲୋକ ଓ ପରମଧାମ ମଧ୍ୟରେ ସୂକ୍ଷ୍ମଲୋକ ଏକ ସେତୁ ପରି କାମ କରେ । ସୃଷ୍ଟି ରଙ୍ଗ ମରେ ଅଭିନୟ ପାଇଁ ଯେଉଁ ଆତ୍ମା ଅବତରଣ କରେ ଏହି ସୂକ୍ଷ୍ମପୁରୀରେ ସୁକ୍ଷ୍ମ ଶରୀର ଧାରଣ କରିହିଁ ଭୂପୃଷ୍ଠରେ ଜନ୍ମ ହୁଏ ଏବଂ ତା'ର ଅଭିନୟ ସମାପ୍ତ ହେଲେ ସ୍ଥୂଳ ଶରୀର ତ୍ୟାଗ କରି ପୁନଶ୍ଚ ଏଠାକୁ ସୂକ୍ଷ୍ମ ଶରୀରରେ ଫେରିଆସେ । ସ୍ଥୂଳ ଜଗତରୁ ସୂକ୍ଷ୍ମ ଲୋକକୁ ଆସିବା ପାଇଁ ଏହି ସୂକ୍ଷ୍ମ ଶରୀର ଏକ ଯାନ କାମ କରେ । ମହାବିନାଶ ପରେ ସମସ୍ତ ଆତ୍ମା ଏହି ସୂକ୍ଷ୍ମଲୋକରେ ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ସୂକ୍ଷ୍ମ ଶରୀର ରୂପୀ ଯାନକୁ ତ୍ୟାଗ କରି ମୂଳ ରୂପରେ ପରମାତ୍ମାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ସାକାର ଭୂମିକା ପରିସମାପ୍ତି ହେବା ପରେ ସେ ଏହି ସୂକ୍ଷ୍ମଲୋକରେ ସୂକ୍ଷ୍ମଶରୀର ଧାରଣ କରି ମହାବିନାଶ ପର୍ଯ୍ୟନ୍ତ ଅବ୍ୟକ୍ତ ରୂପରେ ତାଙ୍କର ସ୍ଥାପନା କାର୍ଯ୍ୟକୁ ଅବ୍ୟାହତ ରଖନ୍ତି । ମୃତୁ୍ୟ ପରେ ସୂକ୍ଷ୍ମଶରୀର ଧାରଣ କରି ଆତ୍ମା ଏଠାକୁ ଆସେ ଓ ତା'ର ପରବର୍ୀ ଜନ୍ମ ପାଇଁ ନିର୍ଦ୍ଧିଷ୍ଟ ଶରୀର ସଂରଚନା ସମ୍ପନ୍ନ ହୋଇ ସାରିଲେ ସୂକ୍ଷ୍ମ ଶରୀର ସହିତ ସେହି ଶରୀରରେ ପ୍ରବେଶ କରେ । ମହାବିନାଶ ପର୍ଯ୍ୟନ୍ତ ଏହି ଆବାଗମନ ଚକ୍ର ଚାଲୁ ରହେ । ତେଣୁ ପ୍ରତ୍ୟେକ ଲୋକ ପୁନରାବର୍ୀ ହେବା ସୃଷ୍ଟିଚକ୍ରର ରହସ୍ୟ । ପରମାତ୍ମା ସୃଷ୍ଟିରେ ଅବତରଣ ନ କରିବା ପର୍ଯ୍ୟନ୍ତ କେହି ତାଙ୍କୁ ଜାଣି ନଥାନ୍ତି । ଯେଉଁମାନେ ଈଶ୍ୱରୀୟ ଅବତରଣର ରହସ୍ୟ ବୁଝି ସାକ୍ଷାତ ତାଙ୍କ ଦ୍ୱାରା ନିର୍ଦ୍ଧେଶିତ ମାର୍ଗରେ ନିଜର ସମଗ୍ର ଜୀବନକୁ ବିନିଯୋଗ କରନ୍ତି ସେମାନେ ହେଉଛନ୍ତି ପ୍ରକୃତ ଯୋଗୀ । ଏହିପରି ମହାତ୍ମା ବ୍ୟକ୍ତିଙ୍କ ପୁନଶ୍ଚ ଏହି ଦୁଃଖମୟ କଳିଯୁଗୀୟ ଦୁନିଆରେ ପୁନର୍ଜନ୍ମ ହୁଏ ନାହିଁ ।
ବ୍ରହ୍ମାଙ୍କ ଦିବସ ଓ ରାତ୍ର ଏବଂ ତହିଁରେ ସୃଷ୍ଟି ଓ ପ୍ରଳୟ
ସହସ୍ରଯୁଗପର୍ଯ୍ୟନ୍ତମହର୍ଯଦ୍ବ୍ରହ୍ମଣୋ ବିଦୁଃ ।
ରାତ୍ରିଂ ଯୁଗସହସ୍ରାନ୍ତାଂ ତେଽହୋରାତ୍ର ବିଦୋ ଜନାଃ ।ା୧୭ ।ା
ଅବ୍ୟକ୍ତାଦ୍ବ୍ୟକ୍ତୟଃ ସର୍ବାଃ ପ୍ରଭବନ୍ତ୍ୟହରାଗମେ ।
ରାତ୍ର୍ୟାଗମେ ପ୍ରଲୀୟନ୍ତେ ତତ୍ରୈବାବ୍ୟକ୍ତ ସଂଜ୍ଞକେ ।ା୮/୧୮ାା
ଭୂତଗ୍ରାମଃ ସ ଏବାୟଂ ଭୂତ୍ୱା ଭୂତ୍ୱା ପ୍ରଲୀୟତେ ।
ରାତ୍ର୍ୟାଗମେଽବଶଃ ପାର୍ଥ ! ପ୍ରଭବତ୍ୟହରାଗମେ ।ା୮/୧୯ ।ା
ଅର୍ଥ : ସହସ୍ର ଯୁଗବ୍ୟାପୀ ବ୍ରହ୍ମାଙ୍କର ଦିନ ଏବଂ ସହସ୍ର ଯୁଗ ବ୍ୟାପୀ ରାତ୍ରି ଯେଉଁମାନେ ଜାଣନ୍ତି; ସେମାନେ ଅହୋରାତ୍ରବିତ୍ ।ା୧୭ାା ଏ ଦିବସର ଆଗମନରେ ଅବ୍ୟକ୍ତରୁ ସମସ୍ତ ବ୍ୟକ୍ତ ଚରାଚର ପଦାର୍ଥ ଉଦ୍ଭୂତ ହୁଏ । ରାତି୍ର ଆଗତ ହେଲେ ସେହି ଅବ୍ୟକ୍ତରେ ଲୀନ ହୁଏ ।ା୧୮ାା ସେହି ସ୍ଥାବର ଜଙ୍ଗମାଦି ଭୂତ ସମୂହ ବ୍ରହ୍ମାଙ୍କ ଦିବସ ସମାଗମରେ ବାଧ୍ୟ ହୋଇ(ଅବଶଃ) ବାରମ୍ବାର ଜନ୍ମ ଗ୍ରହଣ କରି ରାତ୍ରି ସମାଗମରେ ଲୟକୁ ପ୍ରାପ୍ତ ହୁଅନ୍ତି ।ା୧୯ାା
ବ୍ୟାଖ୍ୟା : ଯେପରି ଦିନ ଓ ରାତି ମିଶି ଅହୋରାତ୍ର ହୁଏ ସେପରି ବ୍ରହ୍ମାଙ୍କ ଦିନ ଓ ବ୍ରହା୍ମଙ୍କ ରାତି ମିଶି କଳ୍ପ ବା ବ୍ରହ୍ମାଙ୍କ ଅହୋରାତ୍ର ପୂର୍ଣ୍ଣ ହୁଏ । କଳ୍ପରେ ହେଉଛି ଚାରିଯୁଗ ବିଶିଷ୍ଠ । ସତ୍ୟ ଓ ତ୍ରେତା କଳ୍ପର ପ୍ରଥମାର୍ଦ୍ଧ । ଯାହା ବ୍ରହ୍ମାଙ୍କ ଦିନ । ଦ୍ୱାପର ଓ କଳି ଯୁଗ କଳ୍ପର ଶେଷାର୍ଦ୍ଧ । ଯାହା ବ୍ରହ୍ମାଙ୍କ ରାତ୍ରି । ଏଠାରେ ସୂର୍ଯ୍ୟଙ୍କ ଆହ୍ନିକ ଗତି ଅନୁସାରେ ଦିନ ରାତି୍ର ଅର୍ଥ କରାଯାଇ ନାହିଁ । ସୃଷ୍ଟିର ଯେଉଁ କାଳାବଧିରେ ମାନବ ସମାଜ ସୁଖ ଶାନ୍ତି ସମୃଦ୍ଧି ଓ ସ୍ୱ ପ୍ରଧାନ ଥିଲା ତାହାହିଁ ବ୍ରହ୍ମାଙ୍କ ଦିନ ଓ ତମୋଗୁଣର ପ୍ରଭାବ ହେତୁ ଯେଉଁ କାଳଖଣ୍ଡରେ ସର୍ବତ୍ର ଦୁଃଖ, ଅଶାନ୍ତି, କଳହ, କ୍ଳେଶ ପାରିବ୍ୟାପ୍ତ ଥିଲା ସେହି ଅବଧିକୁ ବ୍ରହ୍ମାଙ୍କ ରାତ୍ରି କହିବା ଯୁକ୍ତିଯୁକ୍ତ ମନେ ହୁଏ । ଗୋଟିଏ କଳ୍ପରେ ମାନବ ସମାଜର ଆଧ୍ୟାତ୍ମିକ, ସାମାଜିକ, ରାଜନୈତିକ, ଆର୍ଥିକ ଆଦି ବିଭିନ୍ନ ଅବସ୍ଥା ଭେଦରେ ଚାରି ଭାଗରେ ବିଭକ୍ତ କରି ଯୁଗର ନାମ କରଣ କରାଯାଇଛି । ତେଣୁ ଯୁଗର ଅବଧି ସମାନ ହେବା ଉଚିତ । କିନ୍ତୁ ବିଭିନ୍ନ ଯୁଗର କାଳ ନିରୂପଣ ନେଇ ବିଭିନ୍ନ ବିଦ୍ୱାନମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖାଯାଏ । ପୁରାଣକାରମାନେ ମଧ୍ୟ ଯୁଗ କ୍ରିୟାକାଳ ନିର୍ଣ୍ଣୟରେ ଏକ ମତରେ ଉପନୀତ ହୋଇ ପାରି ନାହାଁନ୍ତି । କେହି କେହି ସୂର୍ଯ୍ୟଙ୍କ ଆହ୍ନିକ ଗତି ଅନୁସାରେ ଏହା ନିରୂପଣ କରିବାକୁ ଚେଷ୍ଟା କରିଛନ୍ତି ତ ଅନ୍ୟ କେହି ଜ୍ୟୋତିଷ ଶାସ୍ତ୍ର ଅନୁସରଣ କରି ଗଣନାର ସୁବିଧା ଦୃଷ୍ଟିରୁ ଯୁଗ କ୍ରିୟାକାଳକୁ ଅତି ଦୀର୍ଘ ବୋଲି ନିରୂପଣ କରିଛନ୍ତି । କେତେକ ସୂର୍ଯ୍ୟଙ୍କ ଉରାୟଣ ଓ ଦକ୍ଷିଣାୟନ ଗତି ଅନୁସାରେ ଗୋଟିଏ ମାନବୀ ବର୍ଷରେ ଦେବତାଙ୍କର ଗୋଟିଏ ଅହୋରାତ୍ର ହିସାବ କରି ତଦନୁସାରେ ଯୁଗ କାଳର ପରିମାପ କରିଛନ୍ତି । କିନ୍ତୁ ବର୍ମାନ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଅବତରଣ କରି କହନ୍ତି ଯେ ଗୋଟିଏ କଳ୍ପର ଅବଧି ୫୦୦୦ (ପା ହଜାର) ମାନବୀ ବର୍ଷ ଓ ପ୍ରତ୍ୟେକ ଯୁଗର କି୍ରୟାକାଳ ସମାନ । ଏହି ସମ୍ପର୍କରେ ବିଶେଷ ବିବରଣୀ ପୁସ୍ତକର ପ୍ରଥମ ଖଣ୍ଡ ଅନ୍ତର୍ଗତ “ମହାଭାରତ ଯୁଦ୍ଧର ଯଥାର୍ଥତା ଓ ଗୀତା ପ୍ରକରଣର ପୁନରାବୃି'' ଶୀର୍ଷକ ଲେଖାରେ ଆଲୋଚିତ ହୋଇଛି ।
ସମସ୍ତ ଦେହଧାରୀ ଜୀବ ଅମର (ଓଜ୍ଞଜ୍ଞକ୍ଟକ୍ସଗ୍ଧବକ୍ଷ) । ଯେତେବେଳେ ସୃଷ୍ଟିରେ ମହାବିନାଶ ହୁଏ ସେତେେବେଳ ସମସ୍ତ ପ୍ରାଣୀଙ୍କର କେବଳ ପ୍ରକୃତିରୁ ଜାତ ବାହ୍ୟ ରୂପହିଁ ଧ୍ୱଂସ ହୋଇ ସେଥିରେ ବିଲୀନ ହୋଇଯାଏ । ସେମାନଙ୍କ ଆତ୍ମା ସୂକ୍ଷ୍ମ ଶରୀର ଧାରଣ କରି ସୂକ୍ଷ୍ମଲୋକକୁ ଯାଆନ୍ତି ଓ ସେଠାରେ ସୂକ୍ଷ୍ମଶରୀର ତ୍ୟାଗ କରି ଚୈତନ୍ୟ ବା ଆତ୍ମିକ ରୂପରେ ବ୍ରହ୍ମଲୋକକୁ ପ୍ରତ୍ୟାବର୍ନ କରନ୍ତି ଓ ସେଠାରେ ବିଶ୍ରାମ କରନ୍ତି । ଏହା ସେମାନଙ୍କର ସାମୟିକ ବିରତି ମାତ୍ର । ନୂତନ ସୃଷ୍ଟିରେ ସେମାନେ ପୁନଃ ଶାରୀରିକ ଆକୃତି ଧରି ଜନ୍ମ ଲାଭ କରନ୍ତି । ବ୍ରହ୍ମଲୋକରେ ମଧ୍ୟ କୌଣସି ଆତ୍ମା ସ୍ଥାୟୀ ଭାବରେ ଅବସ୍ଥାନ କରୁ ନଥିବାରୁ ଏହାକୁ ପୁନରାବର୍ୀ କୁହାଯାଇଛି ।
ଜନ୍ମ ଓ ମୃତୁ୍ୟ ହେଉଛି ପ୍ରକୃତିର ଖେଳ । ଶରୀର ପ୍ରକୃତିର ପତ୍ୱରୁ ନିର୍ମିତ । ମୃତୁ୍ୟ ପରେ ଏହା ସେହି ପ ତ୍ୱରେ ମଧ୍ୟ ବିଲୀନ ହୋଇଥାଏ । ଆତ୍ମା ପରମାତ୍ମାଙ୍କ ସନ୍ତାନ ଓ ତାଙ୍କ ପରି ଅଜର, ଅମର ଓ ଅବିନାଶୀ । କିନ୍ତୁ କର୍ମ ଫଳ ଭୋଗ ପାଇଁ ଆତ୍ମା ପ୍ରକୃତି ସହିତ ସମ୍ବନ୍ଧ ରଖିବାକୁ ବାଧ୍ୟ । ସ୍ବ ସ୍ୱ କର୍ମ ଆଧାରରେ ଆତ୍ମାଗଣ ସୁଖ ବା ଦୁଃଖ ଭୋଗ କରିବା ପାଇଁ କଳ୍ପ ଆରମ୍ଭରେ (ବ୍ରହ୍ମାଙ୍କ ଦିବସ ଆରମ୍ଭରେ) ବାରମ୍ବାର ଶରୀର ଧାରଣ କରି ଭୂଲୋକରେ ଜନ୍ମ ହେଉଥାନ୍ତି ଓ କଳ୍ପଶେଷରେ (ବ୍ରହ୍ମାଙ୍କ ରାତ୍ରୀ ଅବସାନ ହେଲେ) କିଛି ସମୟ ପାଇଁ ବ୍ରହ୍ମଲୋକ ବା ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ପୁନଶ୍ଚ ବ୍ରହ୍ମାଙ୍କ ଦିବସ ଆରମ୍ଭରେ ସେମାନେ ଭୂଲୋକରେ ଜନ୍ମ ହୁଅନ୍ତି । ପୁନରପି ଜନନ ପୁନରପି ମରଣ ପୁନରପି ଜନନୀ ଜଠରେ ଜନମ.... ।ା ଏହିପରି ସୃଷ୍ଟି ଚକ୍ର ଅନାଦି କାଳରୁ ପୁନରାବର୍ନ ହୋଇ ଆସୁଛି ।
ଜଗତର ପରମତ୍ୱ, ଜୀବର ପରମାଗତି ଓ ପରମେଶ୍ୱର ପ୍ରାପ୍ତି
ପରସ୍ତସ୍ମାୁ ଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାସôତନଃ ।
ଯଃ ସ ସର୍ବେଷୁଭୂତେଷୁ ନଶ୍ୟତ୍ସୁ ନ ବିନଶ୍ୟତି ।ା୨୦ାା
ଅବ୍ୟକ୍ତୋଽକ୍ଷର ଇତୁ୍ୟକ୍ତ ସ୍ତମାହୁଃ ପରମାଂ ଗତିମ୍ ।
ଯଂ ପ୍ରାପ୍ୟ ନ ନିବର୍ନ୍ତେ ତଦ୍ଧାମ ପରମଂ ମମ ।ା୨୧ ।ା
ପୁରୁଷଃ ସ ପରଃ ପାର୍ଥ ଭକ୍ତ୍ୟା ଲଭ୍ୟସ୍ତ୍ୱନନ୍ୟୟା ।
ଯସ୍ୟାନ୍ତଃସ୍ଥାନି ଭୂତାନି ଯେନ ସର୍ବମିଦଂ ତତମ୍ ।ା୨୨ାା
ଅର୍ଥ : କିନ୍ତୁ ସେହି ଅବ୍ୟକ୍ତ ଅପେକ୍ଷା ଶ୍ରେଷ୍ଠ ଅନ୍ୟ ଶାଶ୍ୱତ ଯେଉଁ ଅବ୍ୟକ୍ତ ସା; ତାହା ସମସ୍ତ ଭୂତ ବିନଷ୍ଟ ହେଲେ ସୁଦ୍ଧା ବିନଷ୍ଟ ହୁଏ ନାହିଁ ।ା୨୦ାା ଯାହା ଅବ୍ୟକ୍ତ ଅକ୍ଷର – କଥିତ ହୋଇଛି ତାକୁ ଶ୍ରେଷ୍ଠ ଗତି କୁହାଯାଏ । ଯାହା ପ୍ରାପ୍ତ ହୋଇ ଜୀବଗଣ ପ୍ରତ୍ୟାବୃ ହୁଅନ୍ତି ନାହିଁ ତାହା ମୋର ପରମଧାମ ଅଟେ ।ା୨୧ାା ହେ ପାର୍ଥ ! ସମସ୍ତ ଭୂତ ଯେଉଁ ପୁରୁଷର ଅଭ୍ୟନ୍ତରରେ ଅବସ୍ଥିତ, ଯାହା ଦ୍ୱାରା ଏହି ସମସ୍ତ ଜଗତ ବିଧୃତ ହୋଇଅଛି ସେହି ପରମ ପୁରୁଷ ଅନନ୍ୟ ଭକ୍ତି ଦ୍ୱାରା ପ୍ରାପ୍ୟ ।ା୨୨ାା
ବାଖ୍ୟା : ମହାବିନାଶ ସମୟରେ ଆତ୍ମା ସ୍ଥୂଳ ଓ ସୂକ୍ଷ୍ମ ଶରୀର ରହିତ ହୋଇ ମୂଳ ସ୍ୱରୂପରେ ବ୍ରହ୍ମଲୋକରେ ପ୍ରବେଶ କରେ । ପ୍ରଜାପିତା ବ୍ରହ୍ମା ମଧ୍ୟ ସେମାନଙ୍କ ସହିତ ପରମଧାମ ବା ବ୍ରହ୍ମଲୋକ ପ୍ରତ୍ୟାବର୍ନ କରନ୍ତି । ସୂକ୍ଷ୍ମଲୋକ କିଛି ସମୟ ପାଇଁ ଖାଲି ପଡିଯାଏ । ତେଣୁ ସେହି ସମୟାବଧିରେ ତାଙ୍କର କୌଣସି ଭୂମିକା ରହେ ନାହିଁ । ତେଣୁ କୁହାଯାଇଛି ଯେ ତାହା ଅବ୍ୟକ୍ତରେ ଲୀନ ହୋଇଯାଏ । ପରମାତ୍ମାଙ୍କ କାରଣ (ସ୍ଥୂଳ) ଓ ସୂକ୍ଷ୍ମ ଶରୀର ନ ଥିବାରୁ ସେ ଅଜନ୍ମା; ତେଣୁ ଅବିନାଶୀ ଅଟନ୍ତି ।
କାରଣ ସ୍ଥୂଳ ଶରୀର ପଭୂତ ବା ପ୍ରକୃତିର ସଂଯୋଗରେ ସୃଷ୍ଟି ହୁଏ ଓ ଆତ୍ମାର ଶରୀର ତ୍ୟାଗ ପରେ ପୁନଶ୍ଚ ସେହି ତ୍ୱରେ ଲୀନ ହୋଇଯାଏ । ପ୍ରକୃତିର ଏହି ସୃଜନଶୀଳତା ଓ ତା'ଦ୍ୱାରା ସୃଷ୍ଟ ଶରୀରାଦି ସମସ୍ତ ଭୂତ ପଦାର୍ଥକୁ ନିଜ ମଧ୍ୟରେ ବିଲୀନ କରିବାର ଶକ୍ତିକୁ ଅବ୍ୟକ୍ତ ଭାବ କୁହାଯାଇପାରେ । କାରଣ ଶକ୍ତି (ଋଦ୍ଭରକ୍ସଶଚ୍ଚ, କ୍ଟ୍ରକ୍ଟଙ୍ଗରକ୍ସ) ମାତ୍ରକେହିଁ ଅଦୃଷ୍ଟ ଓ ଅବ୍ୟକ୍ତ । ପ୍ରକୃତିର ଏହି ବିଚିତ୍ର ଲୀଳାକୁ ଆଜି ପର୍ଯ୍ୟନ୍ତ ମାନବ ସମ୍ପୂର୍ଣ୍ଣ ବୁଝିପାରି ନାହିଁ । ପ୍ରକୃତିର ପରିବର୍ନଶୀଳତା ପାଇଁ ତା'ଠାରୁ ସୃଷ୍ଟ ପ୍ରତ୍ୟେକ ଭୂତକୁ "କ୍ଷର' କୁହାଯାଏ । ଏହାଠାରୁ ମଧ୍ୟ ଅନ୍ୟ ଏକ ଅବ୍ୟକ୍ତ ସା ଅଛନ୍ତି ଯାହାର ଅଧାରରେ ଏହି ପରିବର୍ନମୟ ଜଗତ ଆକାଶରେ ବାୟୁ ପରି ବିଧୃତ ହୋଇଅଛି; ତାଙ୍କୁ ଅକ୍ଷର କୁହାଯାଏ । ସେ ଶାଶ୍ୱତ, ଅଚଳ, ଅପରିବର୍ନୀୟ ଓ ବିଶ୍ୱ ପ୍ରକୃତିର ଅବ୍ୟକ୍ତ ଅବସ୍ଥାର ମଧ୍ୟ ଉଦ୍ଧ୍ୱର୍ରେ । ପରମାତ୍ମା ସର୍ବବ୍ୟାପୀ ନୁହଁନ୍ତି ବା ପ୍ରକୃତିର ପ୍ରତି ଅଣୁପରମାଣୁରେ ସେ ପରିବ୍ୟାପ୍ତ ନୁହନ୍ତି; ଏକଥା ପ୍ରମାଣିତ ହୋଇଯାଇଛି । ଯେଉଁ ପରମାତ୍ମାଙ୍କ ସାମାନ୍ୟ କିଛି ଶକ୍ତି ପ୍ରକୃତିକୁ ପରିଚାଳିତ କରିବାକୁ ସମର୍ଥ ସେପରି ସ୍ଥଳେ ସ୍ୱୟଂ ପରମାତ୍ମା ତା' ମଧ୍ୟରେ ବ୍ୟାପକ ଭାବରେ ବିଦ୍ୟମାନ ରହିବାର ପ୍ରୟୋଜନ କେଉଁଠି ? ସୂର୍ଯ୍ୟ ଗୋଟିଏ ସ୍ଥାନରେ ଥାଇ ମଧ୍ୟ ସମଗ୍ର ଜଗତକୁ ଉାପ ବିକୀରଣ କରିବାକୁ ସମର୍ଥ; ଏଥିପାଇଁ ସୂର୍ଯ୍ୟ ସର୍ବତ୍ର ବ୍ୟାପକ ହେବାର ଆବଶ୍ୟକତା ନାହିଁ । ପରମାତ୍ମା କୋଟି କୋଟି ସୂର୍ଯ୍ୟଙ୍କଠାରୁ ଆହୁରିି ଶକ୍ତଶାଳୀ ଅଟନ୍ତି । ତେଣୁ ଗଛର ପତ୍ର ହଲିବା, ବାୟୁ ଗତିଶୀଳ ହେବା, ମେଘ ଦ୍ୱାରା ବର୍ଷା ହେବା ଆଦି ବିଭିନ୍ନ ପ୍ରାକୃତିକ କାର୍ଯ୍ୟକୁ ସମ୍ପନ୍ନ କରିବାପାଇଁ ପ୍ରତିକୋଣରେ ତାଙ୍କୁ ବିଦ୍ୟମାନ ରହିବାର କୌଣସି ଯଥାର୍ଥତା ନାହିଁ । ପରମାତ୍ମାଙ୍କ ସର୍ବବ୍ୟାପକ ସିଦ୍ଧାନ୍ତ ତାଙ୍କ ପ୍ରତିଥିବା ଭକ୍ତିର ଭାବନାତ୍ମକ ଅଭିବ୍ୟକ୍ତି ମାତ୍ର । ଆତ୍ମା ଯେତେବେଳେ ଅକ୍ଷର ପରମାତ୍ମାଙ୍କୁ ପ୍ରାପ୍ତ ହୁଏ ଅର୍ଥାତ ତାଙ୍କୁ ଯଥାର୍ଥ ଭାବରେ ଜାଣି ତାଙ୍କ ସହିତ ଅନନ୍ୟ ଚିରେ ଯୋଗଯୁକ୍ତ ହୁଏ, ସେତେବେଳେ ସେ ବିଶ୍ୱ ଓ ପ୍ରକୃତିର ସକଳ ବନ୍ଧନରୁ ମୁକ୍ତ ହୋଇଯାଏ; ଜୀବନ ଓ ମୃତୁ୍ୟ ତା'ପାଇଁ ଅର୍ଥ ଶୂନ୍ୟ ହୋଇଯାଏ ଓ ସେ ଶାଶ୍ୱତ ପଦର ଅଧିକାରୀ ହୁଏ ।
ପରମାତ୍ମା ଏ ସୃଷ୍ଟିର ଆଦି ମଧ୍ୟ ଓ ଅନ୍ତର ସମସ୍ତ ରହସ୍ୟ ଜାଣନ୍ତି । ଏହାକୁ କାବି୍ୟକ ଶୈଳୀରେ କୁହାଯାଇଛି ଯେ ସମସ୍ତ ଭୂତ ତାଙ୍କର ଅନ୍ତର୍ଗତ । ଯସ୍ୟାନ୍ତଃସ୍ଥାନି ଭୂତାନି । ଜ୍ଞାନରୂପରେ ସମଗ୍ର ସୃଷ୍ଟି ତାଙ୍କ ମଧ୍ୟରେ ସ୍ଥିତ । ସେ ଏ ସୃଷ୍ଟିର ସ୍ଥାପନା,ପାଳନା ଓ ବିନାଶର ପ୍ରେରକ ଅଟନ୍ତି । ତେଣୁ ଏହି ତିନି କ୍ରିୟା ତାଙ୍କର ଅଧୀନ । ପ୍ରକୃତି ତାଙ୍କ ଅଧୀନରେ ରହି ତାଙ୍କ ଦ୍ୱାରା ସୃଷ୍ଟ ଅବିନାଶୀ ନିୟମ (ଖବଙ୍ଗ କ୍ଟଲ ଦ୍ଭବଗ୍ଧଙ୍କକ୍ସର) ଦ୍ୱାରା ସମସ୍ତ କାର୍ଯ୍ୟ କରିଥାଏ । ତେଣୁ କୁହାଯାଏ ଯେ ପରମାତ୍ମାଙ୍କ ଦ୍ୱାରା ଏ ସମସ୍ତ ଜଗତ ବିଧୃତ ହୋଇଛି ଓ ବିସ୍ତାରିତ ହୋଇଛି । ଯେନ ସର୍ବମିଦଂ ତତମ୍ । ସେହି ପରମପୁରୁଷ ପରମାତ୍ମାଙ୍କୁ ଅନନ୍ୟ ଭକ୍ତି ଦ୍ୱାରା ପ୍ରାପ୍ତ କରି ହୁଏ । ଅନନ୍ୟ ଭକ୍ତି ଅର୍ଥାତ ଅନ୍ୟ କୌଣସି ବିଷୟରେ ମନ ନ ଦେଇ କେବଳ ଏକ ପରମାତ୍ମାଙ୍କୁ ସ୍ମରଣ କରିବା ।
ଶୁକ୍ଳ ମାର୍ଗ ଓ କୃଷ୍ଣ ମାର୍ଗ; ମରଣୋର ଜୀବର ଗତି
ଯତ୍ର କାଳେ ତ୍ୱନାବୃିମାବୃିେ÷ବ ଯୋଗିନଃ ।
ପ୍ରୟାତା ଯାନ୍ତି ତଂ କାଳଂ ବକ୍ଷ୍ୟାମି ଭରତର୍ଷଭ ।ା୨୩ାା
ଅଗ୍ନିଜ୍ୟୋତିରହଃ ଶୁକ୍ଳଃ ଷଣ୍ମାସା ଉରାୟଣମ୍ ।
ତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବ୍ରହ୍ମବିଦୋ ଜନାଃ ।ା୨୪ାା
ଧୂମୋ ରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନମ୍ ।
ତତ୍ର ଚାନ୍ଦ୍ରମସଂ ଜ୍ୟୋତି ର୍ଯୋଗୀ ପ୍ରାପ୍ୟ ନିବର୍ତେ ।ା୨୫ାା
ଶୁକ୍ଳକୃଷ୍ଣେ ଗତୀ ହ୍ୟେତେ ଜଗତଃ ଶାଶ୍ୱତେ ମତେ ।
ଏକୟା ଯାତ୍ୟନାବୃିମନ୍ୟୟାବର୍ତେ ପୁନଃ ।ା୨୬ାା
ନୈତେ ସୃତୀ ପାର୍ଥ ଜାନନ୍ ଯୋଗୀ ମୁହ୍ୟତି କଶ୍ଚନ ।
ତସ୍ମାତ୍ସର୍ବେଷୁ କାଳେଷୁ ଯୋଗଯୁକ୍ତୋ ଭବାର୍ଜୁନ ।ା୨୬ାା
ବେଦେଷୁ ଯଜେ୍ଞଷୁ ତପଃସୁ ଚୈବ
ଦାନେଷୁ ଯତ୍ ପୁଣ୍ୟଫଳଂ ପ୍ରଦିଷ୍ଟମ୍ ।
ଅତ୍ୟେତି ତତ୍ ସର୍ବମିଦଂ ବିଦିତ୍ୱା
ଯୋଗୀ ପରଂ ସ୍ଥାନମୁପୈତି ଚାଦ୍ୟମ୍ ।ା୨୮ାା
ଅର୍ଥ : ହେ ଭରତର୍ଷଭ ! ଯେଉଁ ସମୟରେ ମୃତ ହେଲେ ଯୋଗୀମାନେ ଅପୁନରାବୃି ଏବଂ ପୁନରାବୃି ପ୍ରାପ୍ତ ହୁଅନ୍ତି ସେହି କାଳ ବିଷୟରେ କହିବି ।ା୨୩ାା ଅଗ୍ନି, ଜ୍ୟୋତି, ଦିନ, ଶୁକ୍ଳ, ପକ୍ଷ, ଉରାୟଣ, ଷଣ୍ମାସାଦି; ଏଥିରେ ଗମନ କରି ବ୍ରହ୍ମବୋମାନେ ବ୍ରହ୍ମକୁ ଲାଭ କରନ୍ତି ।ା୨୪ାା ଧୂମ, ରାତ୍ରି, କୃଷ୍ଣ ପକ୍ଷ,ଦକ୍ଷିଣାୟନ ଷଣ୍ମାସାଦିରେ ଯୋଗୀପୁରୁଷ ଚାନ୍ଦ୍ରମାସ ଜ୍ୟୋତି ପାଇ ପୁନରାବୃ ହୁଅନ୍ତି ।ା୨୫ାା ଜଗତର ଶୁକ୍ଳ (ଜ୍ୟୋତିର୍ମୟ) ଓ କୃଷ୍ଣ(ଅନ୍ଧକାରମୟ) ଏହି ଦୁଇ ପଥ ନିତ୍ୟ ବୋଲି କଥିତ; (ସାଧକ) ଗୋଟିଏ ଦ୍ୱାରା ଅନାବୃି ପ୍ରାପ୍ତ ହୁଅନ୍ତି; ଅନ୍ୟଟି ଦ୍ୱାରା ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି ।ା୨୬ାା ହେ ପାର୍ଥ ! ଏହି ମାର୍ଗ ଦ୍ୱୟ ଅବଗତ ହୋଇ କୌଣସି ଯୋଗୀ ପୁରୁଷ ଭ୍ରାନ୍ତିରେ ପତିତ ହୁଅନ୍ତି ନାହିଁ । ଅତଏବ ହେ ଅର୍ଜୁନ ! ସର୍ବଦା ଯୋଗଯୁକ୍ତ ହୁଅ ।ା୨୭ାା ବେଦରେ, ଯଜ୍ଞରେ, ତପସ୍ୟାରେ ଏବଂ ଦାନ ସମୂହରେ ଯେଉଁ ପୁଣ୍ୟ ଫଳ ନିରୂପିତ ହୋଇଛି ଏହି ତ୍ୱ ଅବଗତ ହୋଇ ଯୋଗୀ ସେହି ସମସ୍ତ ଫଳ ଅତିକ୍ରମ କରନ୍ତି ଏବଂ ଆଦ୍ୟ ଉଚ୍ଚତମ ପଦ ଲାଭ କରନ୍ତି ।ା୨୮ାା
ବ୍ୟାଖ୍ୟା : ଆତ୍ମାର ଘଟ ପରିବର୍ନ ପ୍ରକ୍ରିୟାକୁ ମୃତୁ୍ୟ କୁହାଯାଏ । ଦେହ ପ୍ରତି, ସଂସାର ପ୍ରତି ଯା'ର ଆସକ୍ତି ଯେତିକି ଅଧିକ ମୃତ୍ୟୁ ତାପାଇଁ ସେତିକି ଭୟାବହ । ଏହା ବ୍ୟକ୍ତିର ଅଜ୍ଞାନ ଜନିତ ଏକ ମାନସିକ ଭୟ । ଯେଉଁମାନେ ଆତ୍ମତ୍ୱଦର୍ଶୀ, ଆତ୍ମାନୁଭବୀ ସେମାନଙ୍କ ପାଇଁ ମୃତ୍ୟୁ ନିରର୍ଥକ ଓ ସୁଖଦାୟୀ । ସେମାନେ ଭାବନ୍ତି ଯେ ଏ ଶରୀର ରୂପୀ ବସ୍ତ୍ର ପରୁଣା ହୋଇଗଲାଣି, ପିନ୍ଧିବା ଯୋଗ୍ୟ ନୁହେଁ; ନୂଆ ବସ୍ତ୍ର ପରିବର୍ନ ଆବଶ୍ୟକ । ସେମାନେ ମୃତୁ୍ୟକୁ ଏହିପରି ଜୀର୍ଣ୍ଣ ବସ୍ତ୍ର ପରିବର୍ନ କରି ନୂତନ ବସ୍ତ୍ର ଧାରଣ କରିବା ଭଳି ଏକ ସାଧାରଣ ଘଟଣା ମନେ କରନ୍ତି । ଦେହ ସର୍ବସ୍ୱ ବ୍ୟକ୍ତି ପାଇଁ ମୃତ୍ୟୁ ଯନ୍ତ୍ରଣାଦାୟକ । ତେଣୁ ସୃଷ୍ଟିର ଯେଉଁ କାଳାବଧିରେ ମୃତୁ୍ୟର ଆଧିପତ୍ୟ ଥାଏ ତାକୁ ମର୍୍ୟ କୁହାଯାଏ । ମର୍୍ୟଲୋକରେ ମନୁଷ୍ୟ ଆତ୍ମ ବିସ୍ମୃତ ହୋଇ ଦେହାଭିମାନୀ ହୋଇ ପଡେ । ତେଣୁ ଏଠାରେ ମୃତୁ୍ୟ ଏକ ଦୁଃଖଦ ଘଟଣା । ଏଥିପାଇଁ ମର୍୍ୟଲୋକରେ ଜନ୍ମ ହେବା ମଧ୍ୟ ଏକ ଦଣ୍ଡ ଭୋଗ ବୋଲି ବିଚାର କରାଯାଏ । ଦେହାଭିମାନ ପାପାଚରଣ କରାଏ । ପାପରୁ ଭୟ ଜାତ ହୁଏ । ପାପଃ ଭୟସ୍ୟ କାରଣଂ । ତେଣୁ ମର୍୍ୟଲୋକରେ ପାପାଚରଣ ଯେତେବେଳେ ଅତ୍ୟଧିକ ବଢ଼ିଯାଏ ସେତେବେଳେ ଏଠାରେ ପରମାତ୍ମାଙ୍କ ଅବତରଣ ହୁଏ । ଜ୍ଞାନରୂପକ ଦିବ୍ୟ ଦୃଷ୍ଟି ପ୍ରଦାନ କରି ସେ ଆତ୍ମା ଓ ପରମାତ୍ମା ସାକ୍ଷାତକାର କରାନ୍ତି । ଆତ୍ମ ସାକ୍ଷାତକାର ଦ୍ୱାରା ମୃତୁ୍ୟ ଭ୍ରାନ୍ତି ଦୂର ହୁଏ । ଆତ୍ମାକୁ ସାକ୍ଷାତ ଅନୁଭବ କରିବା ହେଉଛି ଆତ୍ମସାକ୍ଷାତକାର । ଆତ୍ମାନୁଭୂତି ପରମାତ୍ମାନୁଭୂତି ପାଇଁ ପଥ ପ୍ରଶସ୍ତ କରେ । ପରମାତ୍ମା ପ୍ରାପ୍ତି ପରେ ସମସ୍ତ ମୋହ କ୍ଷୟ ପ୍ରାପ୍ତ ହୋଇ ବ୍ୟକ୍ତି ମୋକ୍ଷ ଲାଭ କରେ ଓ ଆଉ ଥରେ ସେ ମର୍୍ୟଲୋକରେ ଜନ୍ମ ହୁଏ ନାହିଁ । ଏହା ଅପୁନରାବୃି ମାର୍ଗ । ମୋହଗ୍ରସ୍ତ ବ୍ୟକ୍ତି ବାରମ୍ବାର ମର୍୍ୟଲୋକରେ ଜନ୍ମ ହୁଏ । ଏହା ପୁନରାବୃି ମାର୍ଗ ।
ଉପନିଷଦ, ବ୍ରହ୍ମସୂତ୍ର ଓ ପୁରାଣମାନଙ୍କରେ ଅପୁନରାବୃିକୁ ଶୁକ୍ଳ ମାର୍ଗ ଓ ପୁନରାବୃିକୁ କୃଷ୍ଣ ମାର୍ଗ କୁହାଯାଏ । କେତେକ ସ୍ଥାନରେ ଗୀତା ତାର ସ୍ୱାଭାବିକ ଦର୍ଶନରୁ ଓହରି ଆସି ବୈଦାନ୍ତିକ ଗ୍ରନ୍ଥମାନଙ୍କ ପ୍ରଭାବରେ ପ୍ରଭାବିତ ହୋଇଛି । କେତେକଙ୍କ ମତରେ ବୈଦାନ୍ତିକ ସିଦ୍ଧାନ୍ତକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ ସମୟରେ ଗୀତାରେ ତଦନୁରୂପ ନବୀନ ଶ୍ଳୋକଗୁଡିକୁ ସଂଯୋଜିତ କରାଯାଇଛି । ଗୀତାରେ ପରମାତ୍ମାହିଁ ସର୍ବୋପରି । ବେଦାଦି ଗ୍ରନ୍ଥ ସମୂହରେ ଭୂତ ପ୍ରକୃତିର ବିଭିନ୍ନ କ୍ରିୟାର କର୍ା ଭାବେ ଭିନ୍ନ ଭିନ୍ନ ଦେବତାଙ୍କ ପରିକଳ୍ପନା କରାଯାଇଛି । ଜ୍ୟୋତି, ଅଗ୍ନି, ଦିବସ, ଶୁକ୍ଳପକ୍ଷ ଓ ଉରାୟଣର ଅଧିପତି ଦେବତାଗଣ ମୃତୁ୍ୟପରେ ଶୁକ୍ଳମାର୍ଗରେ ପରିଚାଳିତ କରନ୍ତି । ଏହାର ଆଧ୍ୟାତ୍ମିକ ତାପôର୍ଯ୍ୟ ହେଲା ଜ୍ଞାନୀ ବ୍ୟକ୍ତି ପରମାତ୍ମାଙ୍କୁ ଜାଣିଥିବାରୁ ଓ ତାଙ୍କୁ ଅନନ୍ୟ ଭକ୍ତି କରୁଥିବାରୁ ସେମାନେ ଶୁକ୍ଳମାର୍ଗରେ ଗତି କରି ପରମ ପଦ ଲାଭ କରନ୍ତି । ସେମାନଙ୍କୁ ଆଉ ମୃତୁ୍ୟଲୋକରେ ପୁନର୍ବାର ଜନ୍ମ ନେବାକୁ ପଡେ ନାହିଁ । ଏହାକୁ ସତ୍ଗତି କୁହାଯାଏ । ତେଣୁ ପୁଣ୍ୟାତ୍ମାମାନେ ଯେଉଁ ସମୟରେ ଶରୀର ତ୍ୟାଗ କରନ୍ତୁନା କାହିଁକି ସେହି ଦିବସକୁ "ପୁଣ୍ୟ ତିଥି' କୁହାଯାଏ ।
କିନ୍ତୁ କିଛି ବ୍ୟକ୍ତି ଆଧ୍ୟାତ୍ମିକ ଜ୍ଞାନ ସମ୍ପନ୍ନ ହୋଇ ମଧ୍ୟ ଉପଯୁକ୍ତ ପୁରୁଷାର୍ଥ ଅଭାବରେ ସମ୍ପୂର୍ଣ୍ଣ ସିଦ୍ଧି ପାଇ ପାରନ୍ତି ନାହିଁ । ତେଣୁ ଅପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବା ପାଇଁ ତାଙ୍କୁ ମର୍୍ୟଲୋକରେ ପୁନର୍ବାର ଜନ୍ମ ନେବାକୁ ପଡେ । ଦେଖାଯାଏ ଯେ କେତେକ ବ୍ୟକ୍ତି ପିଲାଟି ଦିନରୁ ଅସାଧାରଣ ବ୍ୟକ୍ତିତ୍ୱ ସମ୍ପନ୍ନ ଥାଆନ୍ତି । ବାଲ୍ୟକାଳରୁ ତାଙ୍କ ପାଖରେ ଅନନ୍ୟ ଈଶ୍ୱର ଭକ୍ତିର ଉଦ୍ରେକ ହୁଏ । ଶାସ୍ତ୍ରାଦି ଅଧ୍ୟୟନ ନକରି ମଧ୍ୟ ସ୍ୱତଃସ୍ପୁର୍ଭାବରେ ଜ୍ଞାନର ମନ୍ଦାକିନୀ ଧାରା ତାଙ୍କ ମୁଖରୁ ନିର୍ଗତ ହୁଏ । ଅପରିଣତ ବୟସରେ ମଧ୍ୟ ସେଭଳି ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତି ଦେବତା ସ୍ୱରୂପ ଜନସାଧାରଣରେ ପୂଜିତ, ସମ୍ମାନିତ ଓ ଆଦୃତ ହୁଅନ୍ତି । କୃଷ୍ଣମାର୍ଗରେ ଗତି କରି ପୁନର୍ଜନ୍ମ ନେଇଥିବା ବ୍ୟକ୍ତିର ଏହି ଫଳ ଲାଭ ହୁଏ । ଧୂଆଁ, ରାତ୍ରି, କୃଷ୍ଣ ପକ୍ଷ, ଦକ୍ଷିଣାୟନର ଅଧିପତି ଦେବତାମାନେ ମୃତୁ୍ୟପରେ ବ୍ୟକ୍ତିକୁ କୃଷ୍ଣମାର୍ଗରେ ପରିଚାଳିତ କରନ୍ତି ବୋଲି ବିଶ୍ୱାସ କରାଯାଏ ।
ଉପନିଷଦରେ ଶୁକ୍ଳମାର୍ଗକୁ ଦେବଯାନ ଓ କୃଷ୍ଣମାର୍ଗକୁ ପିତୃଯାନ କୁହାଯାଏ । କେତେକଙ୍କ ମତରେ ଯେଉଁମାନେ ଦିନରେ, ଶୁକ୍ଳପକ୍ଷରେ ଓ ଉରାୟଣରେ ଦେହ ତ୍ୟାଗ କରନ୍ତି ସେମାନଙ୍କର ଆଉ ପୁନର୍ଜନ୍ମ ହୁଏ ନାହିଁ; କିନ୍ତୁ ଯେଉଁମାନେ ରାତିରେ, କୃଷ୍ଣ ପକ୍ଷରେ ଓ ଦକ୍ଷିଣାୟନରେ ଦେହ ତ୍ୟାଗ କରନ୍ତି ସେମାନେ ପୁଣି ଜନ୍ମ ହୁଅନ୍ତି । ଏପରି ଧାରଣା ଭ୍ରମାତ୍ମକ ଉରାୟଣର ଅର୍ଥ ନୁହେଁ । ଜ୍ଞାନ ଓ ଭକ୍ତିର ପରିପକ୍ୱତାରେ ଉରଣ କାଳ ନୁହେଁ । ଯଦି ଏହାକୁ ସତ୍ୟ ବୋଲି ଧରି ନିଆଯାଏ ତେବେ ପ୍ରଶ୍ନ ଉଠିପାରେ ଯେ କେଉଁ ସମୟରେ ମୃତୁ୍ୟ ହେଲେ ବ୍ୟକ୍ତି ନର୍କଗତି ବା ଅଧୋଗତି ପ୍ରାପ୍ତ ହୁଏ ? ଗୀତାରେ କର୍ମଯୋଗକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଉଛି । ତେଣୁ ବ୍ୟକ୍ତିର ମରଣୋର ଗତି କର୍ମ ଆଧାରରେ ନିର୍ଣ୍ଣିତ ହେବା ଯୁକ୍ତିଯୁକ୍ତ ମନେ ହୁଏ । ଜଣେ ବ୍ୟକ୍ତିର ସଂସ୍କାର କିପରି ହେବ ତାହା ନିର୍ଭର କରେ ତା'ର କର୍ମ ଉପରେ । ଅନ୍ୟ ପକ୍ଷରେ ବ୍ୟକ୍ତି ତା'ର ସଂସ୍କାର ଅନୁରୂପ କର୍ମ ଚୟନ କରେ । ଗୁଣ ଭେଦରେ କର୍ମକୁ ସା୍ୱିକ, ରାଜସିକ ଓ ତାମସିକ ଏହିପରି ତିନିପ୍ରକାରେ ବିଭକ୍ତ କରାଯାଇଛି । ତେଣୁ କର୍ମ ଅନୁରୂପ ଫଳ ପ୍ରାପ୍ତ ହୁଏ । ସ୍ୱଗୁଣ ପ୍ରଧାନ ଆତ୍ମା ମୁକ୍ତି ଓ ଜୀବନ୍ମୁକ୍ତିର ଅଧିକାରୀ । ଏମାନଙ୍କଠାରେ ଜ୍ଞାନର ପ୍ରାଧାନ୍ୟ ଥାଏ । ରଜଗୁଣ ପ୍ରଧାନ ଆତ୍ମା ସକାମୀ ହୋଇଥିବାରୁ ସେମାନେ କର୍ମ ଫଳରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ପାରନ୍ତି ନାହିଁ । ଏମାନେ ଭକ୍ତି ପ୍ରଧାନ । ଏଭଳି ଭକ୍ତିକୁ ଗୀତା ""ବ୍ୟଭିଚାରି ଭକ୍ତି'' ବୋଲି କହିଛି । କାରଣ ସେ ଭଳି ଭକ୍ତ ନିଜର କାମନା ବାସନା ପୂରଣ ପାଇଁ ଯାଗଯଜ୍ଞ,ଜପତପ, ଦାନ, ଧର୍ମ ଓ ବିଭିନ୍ନ ଦେବୀଦେବତାଙ୍କ ପୂଜା ଉପାସନା କରନ୍ତି । ତମଗୁଣ ପ୍ରଧାନ ବ୍ୟକ୍ତି ପାଖରେ ଉଭୟ ଜ୍ଞାନ ଓ ଭକ୍ତିର ଅଭାବ ଥାଏ । ଏମାନେ ଦେହ ସର୍ବସ୍ୱ ଓ ଭୋଗୀ ଅଟନ୍ତି । ସ୍ୱଗୁଣ ପ୍ରଧାନ ଆତ୍ମା ଦେବଯାନରେ ଗତି କରି ସତ୍ୟ ତ୍ରେତୟା ଯୁଗରେ ଦେବତା ରୂପରେ ଜନ୍ମ ହୁଏ ଓ ରଜ ପ୍ରଧାନ ଆତ୍ମା ପିତୃଯାନରେ ଗତି କରି ଦ୍ୱାପର ଯୁଗରେ କୁଳୀନ ଓ ଧନୀ ଘରେ ଜନ୍ମ ହୁଏ; ତମ ପ୍ରଧାନ ଆତ୍ମା ଅଧୋଗତି ପ୍ରାପ୍ତ ହୋଇ କଳି ଯୁଗରେ ଭୋଗବିଳାସୀ, କାମୁକ, ଭ୍ରଷ୍ଟାଚାରୀ, ଦୁଃଖୀ ଦରିଦ୍ର ବା ଅତି ନୀଚ ଜାତିର ପରିବାରରେ ଜନ୍ମ ହୁଏ ।
ମଣିଷର ଅନ୍ତଃକରଣରେ ଦୈବୀ ସଂସ୍କାର ଓ ଆସୁରୀ ସଂସ୍କାର ମଧ୍ୟରେ ଅନବରତ ସଂଘର୍ଷ ଚାଲିଛି । ବୁଦ୍ଧିରେ ଜ୍ଞାନ ସ୍ଥିର ଥିଲେ ଦୈବୀ ସଂସ୍କାର ପ୍ରବଳ ହୁଏ ଓ ଏହାର ବିସ୍ମୃତିରେ ଅର୍ଥାତ ଅଜ୍ଞାନ ଅବସ୍ଥାରେ ଆସୁରୀ ସଂସ୍କାର ପ୍ରବଳ ହୁଏ । ଏହାକୁ ଦେବାସୁର ଯୁଦ୍ଧ କହନ୍ତି । ରାତି୍ର ଅନ୍ଧକାର ଅର୍ଥାତ ଅଜ୍ଞାନର ପ୍ରତୀକ । ଦିବସ ଆଲୋକ ଅର୍ଥାତ ଜ୍ଞାନର ପ୍ରତୀକ । ଏହି ଦୃଷ୍ଟିରୁ ଶୁକ୍ଳମାର୍ଗ ଆଲୋକ ପ୍ରଧାନ ଓ କୃଷ୍ଣମାର୍ଗ ଅନ୍ଧକାର ପ୍ର୍ରଧାନ । ଯେଉଁମାନେ ଜ୍ଞାନ ଦ୍ୱାରା ସତ୍ୟ ଓ ଅସତ୍ୟର ପ୍ରଭେଦକୁ ଜାଣି ଶେଷ ପର୍ଯ୍ୟନ୍ତ ସତ୍ୟ ମାର୍ଗରେ ପରିଚାଳିତ ହୁଅନ୍ତି ସେମାନେ ଶୁକ୍ଳମାର୍ଗୀ । ଯେଉଁମାନେ ଭୋଗ ଐଶ୍ୱର୍ଯ୍ୟ ପାଇଁ ବିଭିନ୍ନ ଦେବୀଦେବତା, ଜପତପ, ଯଜ୍ଞଦାନାଦି କର୍ମକାଣ୍ଡର ବୁଢ଼ିଆଣୀ ଜାଲ ମଧ୍ୟରେ ଛନ୍ଦି ହୋଇ ଦେହ ତ୍ୟାଗ କରନ୍ତି ସେମାନେ କୃଷ୍ଣମାର୍ଗୀ । ସେମାନେ ସା୍ୱିକ ଜୀବନ ଯାପନ କରୁଥିଲେ ମଧ୍ୟ ତାଙ୍କ ପ୍ରବୃିରେ ରଜଗୁଣର ପ୍ରାଧାନ୍ୟ ଥାଏ । ବୈଦାନ୍ତିକ ମତ ଅନୁସାରେ ଶୁକ୍ଳ ଓ କୃଷ୍ଣ ଏହି ଉଭୟ ମାର୍ଗର ବର୍ଣ୍ଣନାରେ ଯାହା ସତ୍ୟ ଥାଉ ନା କାହିଁକି ଗୀତା ସ୍ପଷ୍ଟ ଭାବରେ ତା'ର ଶେଷ କଥା ଶୁଣାଇ କହିଛି, ""ସମସ୍ତ ସମୟରେ ନିଜର ସମଗ୍ର ସାକୁ ପରମାତ୍ମାଙ୍କ ସହିତ ଯୁକ୍ତ କର ।’’ ତସ୍ମାତ ସର୍ବେଷୁ କାଳେଷୁ ଯୋଗଯୁକ୍ତୋ ଭବାର୍ଜୁନ । ଏହିପରି ସର୍ବଭାବରେ, ସ୍ୱଭାବିକ ଭାବରେ ସର୍ବଦା ତାଙ୍କ ସହିତ ଏକ ହୋଇ ରହିବାକୁ ପଡିବ, ଯେପରି ସମଗ୍ର ଜୀବନ ତାଙ୍କର ଅନୁସରଣ ଓ ଅନୁକରଣ କରି ଯୋଗମୟ ହୋଇ ପଡ଼ିବ ।ା
ଗୀତା ବେଦ ପୁରାଣ ବର୍ଣ୍ଣିତ କର୍ମକାଣ୍ଡୀୟ ଉପାସନାର ମୋହ ଜାଲରେ ଆବଦ୍ଧ ନ ହେବାକୁ ସତର୍କ ବାଣୀ ଶୁଣାଇଛି । କାରଣ ଏହାଦ୍ୱାରା ଭୋଗ ଐଶ୍ୱର୍ଯ୍ୟ ତ ମିଳିବ; କିନ୍ତୁ ପରମାତ୍ମା ପ୍ରାପ୍ତି ସମ୍ଭବ ନୁହେଁ । ନାହଂ ବେଦୈ ନ ପୂଜୟା ନ ଚେର୍ଯ୍ୟୟା ନ ଦାନେ ନ ତପସା ... । କର୍ମର ଗୁହ୍ୟ ଗତିକୁ ବୁଝିବାକୁ ହେବ । ଜ୍ଞାନ କେବଳ ପାଣ୍ଡିତ୍ୟ ପ୍ରଦର୍ଶନର ବିଷୟ ନୁହେଁ । ବ୍ୟାକରଣ ବା ଆକ୍ଷରିକ ଅର୍ଥ ଆଧାରରେ ଗୀତାକୁ ଅଧ୍ୟୟନ ନ କରି ଏଥିରେ ଥିବା ଈଶ୍ୱରୀୟ ଜ୍ଞାନ ଓ ଦର୍ଶନକୁ ସୂକ୍ଷ୍ମ ଅନୁଶୀଳନ କରିବା ଆବଶ୍ୟକ । ଗୀତା ସୁଗୀତା କର୍ବ୍ୟଂ... । ଯେଉଁମାନେ ବେଦ, ଉପନିଷଦ ଓ ବ୍ରହ୍ମସୂତ୍ରରେ ବର୍ଣ୍ଣିତ ଦାର୍ଶନିକ ଚିନ୍ତାଧାରା ଅନୁସରଣରେ ଗୀତା ଅଧ୍ୟୟନ କରନ୍ତି ବା ବ୍ୟାଖ୍ୟା କରନ୍ତି ସେମାନେ ଈଶ୍ୱରୀୟ ଜ୍ଞାନର ପ୍ରକୃତ ରହସ୍ୟ ଭେଦ କରି ପାରନ୍ତି ନାହିଁ । ସେମାନେ ବିଦ୍ୱାନ ବା ପଣ୍ଡିତ ହୋଇ ପାରନ୍ତି; କିନ୍ତୁ ଜ୍ଞାନୀ ବା ଯୋଗୀ ନୁହନ୍ତି । ଜ୍ଞାନୀ ଯୋଗୀର ଏକମାତ୍ର ଧ୍ୟେୟ ପରମାତ୍ମା । କାରଣ ତା'ପାଇଁ ସେ ହେଉଛନ୍ତି ଆଦି, ଶାଶ୍ୱତ ଓ ପରମ ସ୍ଥାନ ।
Comments
Post a Comment