ସକାରାତ୍ମକ ପରିବର୍ନ

କଥିତ ଅଛି ସ୍ବ ପରିବର୍ନ ହିଁ ବିଶ୍ୱ ପରିବର୍ନ ଆଧାର । ଏହି ନଶ୍ୱର ସଂସାରରେ ପରିବର୍ନ ହେଉଛି ଏକମାତ୍ର ସତ୍ୟ । ବ୍ୟାକରଣଗତ ଦୃଷ୍ଟିରୁ ପରିବର୍ନର ଅର୍ଥ ପ୍ରୟୋଗ ଭେଦରେ ଭିନ୍ନ ଭିନ୍ନ ହୋଇପାରେ । ସାଧାରଣତଃ ବିଶେଷ କ୍ରିୟା ଦ୍ୱାରା ଗୋଟିଏ ସ୍ଥିତିକୁ ଆଉ ଏକ ସ୍ଥିତିକୁ ବଦଳିବାର ନାମ ପରିବର୍ନ । ଜୀବନରେ ପରିବର୍ନର ବହୁତ ମହ୍ୱ ରହିଛି । କାରଣ ପରିବର୍ନ ଦ୍ୱାରା ହିଁ ଜୀବନ ବିକାଶ ମାର୍ଗରେ ଅଗ୍ରସର ହୋଇଥାଏ । କାହାରି ଜୀବନରେ ଯଦି ମହାନ ପରିବର୍ନ ପରିଲକ୍ଷିତ ହୁଏ, ତେବେ ବୁଝିବାକୁ ହେବ ଯେ ଯେ ନିଜ ଅଜାଣତରେ ଆଧ୍ୟାତ୍ମିକ ମାର୍ଗରେ ପାଦ ଦେଇଛି । ଜଣେ ସେତେବେଳେ ବଦଳେ ଯେତେବେଳେ ସେ ଆତ୍ମ-ଜାଗରୁକ ହୁଏ, ସମର୍ଥନ ପ୍ରାପ୍ତ କରେ ଓ ବୁଝି ବିଚାରି ଆଚରଣ କରେ । ପରିବର୍ନ ସମୟ ସାପେକ୍ଷ ଓ ଆହ୍ୱାନପୂର୍ଣ୍ଣ ହୋଇପାରେ । ସମାଜରେ ପରିବର୍ନ ଆଣିବା ପାଇଁ ସର୍ବ ପ୍ରଥମେ ଆମକୁ ଜାତି, ବର୍ଣ୍ଣ, ସମ୍ପ୍ରଦାୟ ଓ ଲିଙ୍ଗ ନିର୍ବିଶେଷରେ ସମାଜର ପ୍ରତ୍ୟେକ ବର୍ଗକୁ ଶିକ୍ଷିତ କରିବାକୁ ହେବ ଏବଂ ପ୍ରଚଳିତ ଅବୈଜ୍ଞାନିକ ପରମ୍ପରାକୁ ବନ୍ଧନରୁ ମକ୍ତ କରିବାକୁ ହେବ । ତେବେ ଯାଇ ଆମେ ଏକ ନୂତନ ସମାଜର କଳ୍ପନା କରିପାରିବା ।

ପରିବର୍ନ ଜୀବନର ବାସ୍ତବିକ ନିୟମ । ସଂସାରରେ ପ୍ରତ୍ୟେକ ବସ୍ତୁ ପ୍ରତିକ୍ଷଣ ପରିବର୍ନର ପ୍ରକ୍ରିୟା ଦେଇ ଗତି କରିଥାଏ । ଏହା ସାର୍ବଭୌମିକ ସତ୍ୟ ଅଟେ । ଯଦ୍ୟପି ଆମେ ଏହି କଥା ଜାଣୁ ତଥାପି ଆମେ କେବଳ ସେହି ବିଷୟରେ ପରିବର୍ନ ଚାହିଁଥାଉ ଯାହା ଆମ ଅଭିଳାଷ, ଇଚ୍ଛା ଓ ଆଶାକୁ ପୂର୍ଣ୍ଣ କରିପାରେ । ଆମେ ଆମ ଧାରଣା, ବିଚାର ଓ ବିଶ୍ୱାସରେ ପରିବର୍ନ ଆଣିବା ଚାହୁଁ ନାହିଁ । ଆମେ ଅନେକ ସମସ୍ୟାରେ ପରିପୂର୍ଣ୍ଣ ସଂସାରରେ ରହୁଛୁ । ଗତ ଦଶକରେ ସଂସାରରେ ଅତ୍ୟଧିକ ପରିବର୍ନ ଦେଖିବାକୁ ମିଳିଛି । ଏହି ପରିବର୍ନର ତୀବ୍ର ଗତି ବ୍ୟକ୍ତି ଉପରେ ଭୟଙ୍କର ଚାପ ପକାଇଛି । ଏହି ପରିବର୍ନ ଜନିତ ଆହ୍ୱାନର ସମ୍ମୁଖୀନ ହେବାପାଇଁ ଆମକୁ ପ୍ରସ୍ତୁତ ହେବାକୁ ହେବ । ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଲବ୍ଧ ସଫଳତା ତଥା ସେଥିରୁ ପ୍ରାପ୍ତ ଉପଲବ୍ଧି ଦିନକୁ ଦିନ ଭୌତିକ ସୁଖକୁ ବୁଦ୍ଧି କରି ଚାଲିଛି । କିନ୍ତୁ ତା’ ସହିତ ମାନବ ମନରେ ଭୟ, ଚିନ୍ତା, ଅନିଶ୍ଚିତତା, ଉଗ୍ରତା ତଥା ବ୍ୟଗ୍ରତା ମଧ୍ୟ ବଢ଼ି ବଢ଼ି ଚାଲିଛି । 

କୌଣସି ଜଣେ ବ୍ୟକ୍ତିର ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଜୀବନକୁ ଅବଲୋକନ କଲେ ଏହା ପ୍ରତୀତ ହୁଏ ଯେ ତା’ର ଉନ୍ନତି ପରିବେର୍ ଅବନତି ହିଁ ହେଉଛି । ସେ ନାନାପ୍ରକାର ସମସ୍ୟାରେ ଛନ୍ଦି ହୋଇଛି । ବ୍ୟସ୍ତ ଓ ବିବତ୍ର ହୋଇପଡ଼ିଛି ତଥା ଭୟ,ଚିନ୍ତା, ଆକ୍ରୋଶ, ମାସିକ ·ପ, ନିରାଶା, ଆଦି ବିକୃତି ଗୁଡ଼ିକ ଦ୍ୱାରା ନିଜକୁ ଆବଦ୍ଧ ହୋଇଥିବା ଅନୁଭବ କରୁଛି । ତା’ର ଆତ୍ମବିଶ୍ୱାସ ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଛି । ତା’ର ଜୀବନ ନକାରାତ୍ମକତା ଦ୍ୱାରା ପରିପୂର୍ଣ୍ଣ । ସେ ଯାହା କରିବାକୁ ଚାହୁଁଛି କରିପାରୁ ନାହିଁ । ଧର୍ମ-ଅଧର୍ମ, ନୀତି-ଅନୀତି, ସତ୍ୟ-ମିଥ୍ୟ ଓ ଅବନତି-ଉନ୍ନତିର ସତ୍ୟ ସିଦ୍ଧାନ୍ତକୁ ଜାଣି ମଧ୍ୟ ସେ ନକାରାତ୍ମକତା ତ୍ୟାଗ କରି ସକାରାତ୍ମକତା ମାର୍ଗ ଅନୁସରଣ କରିପାରୁନାହିଁ । ବର୍ମାନ ଜୀବନ ମୂଲ୍ୟହୀନ ହୋଇଗଲାଣି । ଆଜି ଅଧିକାଂଶଙ୍କ ନିକଟରେ ଜୀବନର ମୂଲ୍ୟ ନାହିଁ । ମାନବୀୟ ବ୍ୟକ୍ତିତ୍ୱର ସ୍ତର ହ୍ରାସ ହେବାକୁ ଲାଗିଛି । ଉଚ୍ଚ ସ୍ତରୀୟ ଜୀବନର ବ୍ୟାଖ୍ୟା ବୋଧହୁଏ ବଦଳୁଛି । ବର୍ମାନ ଲୋକେ ଭାବୁଛନ୍ତି ଯେ ବ୍ୟସନପୂର୍ଣ୍ଣ ଜୀବନଯାପନ କରିବା, ଫେସନ ଆଡ଼କୁ ଯିବା, ଚଳଚ୍ଚିତ୍ର ଦେଖିବା, ବିଭିନ୍ନ ପ୍ରକାର ଷ୍ଟାଇଲ୍ରେ ଚଳିବା ଆଦି ହେଉଛି ଉଚ୍ଚ ସ୍ତରୀୟ ଜୀବନର ଲକ୍ଷଣ । ଆଧୁନିକ ଜୀବନ ପଦ୍ଧତିରେ ମୂଲ୍ୟାବଳୀର କୌଣସି ସ୍ଥାନ ନାହିଁ । ସାରାଂଶରେ କହିବାକୁ ଗଲେ ସର୍ବତ୍ର ନକାରାତ୍ମକତାର ରାଜତ୍ୱ ସମାଜରେ ନୈତିକ ମୂଲ୍ୟ ନିରନ୍ତର ହ୍ରାସ ଘଟୁଛି । ମାନବୀୟ କୃି ଓ ଦୃଷ୍ଟିକୋଣରେ ପରିବର୍ନ ହେତୁ ଲୋକମାନେ ପରସ୍ପର ସଂଘର୍ଷରତ । ବିଶ୍ୱାସର ଆଧାର ଖଣ୍ଡିତ ହେଉଛି । ଲୋକମାନଙ୍କ ମଧ୍ୟରେ ବାସ୍ତବିକ ସୌହାର୍ଦ୍ଧ ହ୍ରାସ ହେବାକୁ ଲାଗିଛି । କେହି ମଧ୍ୟ କ୍ରମବର୍ଦ୍ଧିଷ୍ଣୁ ଏହି ପନର ସମାଧାନ ଖୋଜି ପାଉନାହାନ୍ତି । ତୀବ୍ର ଗତିରେ ହେଉଥିବା ପରିବର୍ନ ଯୁବାବର୍ଗଙ୍କ ମଧ୍ୟରେ ନାକାରାତ୍ମକ ବିଚାର ଉପôନ୍ନ କରୁଛି । ଏହା ସେମାନଙ୍କୁ ନିରାଶ, ହତାଶା ଓ ଉଦ୍ବିଗ୍ନତା ଆଡ଼କୁ ନେଇ ·ାଲୁଛି । କ’ଣ ଆମେ ସମସ୍ତେ ଏହି ଧାରା ପ୍ରବାହରେ ଅସହାୟ ଭାବେ ନିଜକୁ ଭସାଇ ଦେବା? କ’ଣ ଏହାର କୌଣସି ସମାଧାନ ନାହିଁ? ପ୍ରତ୍ୟେକ ସମସ୍ୟାର ସମାଧାନ ଥାଏ । ସାମ୍ପ୍ରତିକ ପରିପ୍ରେକ୍ଷୀରେ ସକାରାତ୍ମକ ପରିବର୍ନ ରାସ୍ତା ଆପେଣେଇବା ହିଁ ଏକମାତ୍ର ସମାଧାନ । ବର୍ମାନ ପ୍ରଶ୍ନ ଉଠୁଛି ପରିବର୍ନ କେଉଁଠାରୁ ଓ କେଉଁ ପ୍ରକାର ହେବା ଉଚିତ୍? ଏଥିପାଇଁ ଆମକୁ ଦୁଇଟି ବିନ୍ଦୁ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ । ପ୍ରଥମଟି ହେଉଛି ପରିସ୍ଥିତିର ପରିବର୍ନ ଓ ଦ୍ୱିତୀୟଟି ସ-ପରିବର୍ନ । ପରିସ୍ଥିତି ଆମ ନିୟନ୍ତ୍ରଣରେ ନଥିବାରୁ ଏହାକୁ ପରିବର୍ନ କରିବା ସମ୍ଭବ ନୁହେଁ । ପରିସ୍ଥିତି ଆପଣାଇଛାଏଁ ବଦଳିବ । ଏଥିପାଇଁ ପ୍ରତୀକ୍ଷା କରିବାକୁ ସମୟ ନାହିଁ । ଅନ୍ୟମାନେ ବଦଳିଲେ ମୁଁ ବଦଳିବି- ଏହି ବି·ାର ବୁଦ୍ଧିମାର ପରି·ୟକ ନୁହେଁ । ତେଣୁ ଏକମାତ୍ର ବିକଳ୍ପ ହେଲା ସ୍ବୟଂକୁ ପରିବର୍ନ କରିବା ।

ପ୍ରସନ୍ନତା ଓ ଶାନ୍ତିପୂର୍ଣ୍ଣ ଜୀବନଯାପ୍ କରିବାକୁ ହେଲେ ନିଜ ବୃି, ବି·ର,କର୍ମ ଓ ବ୍ୟବହାରରେ ସକାରାତ୍ମକତା ଆଣିବାକୁ ହେବ । ଜଣେ ବ୍ୟକ୍ତି ସକାରାତ୍ମକତା ଅଭିମୁଖେ ଅଗ୍ରସର ହେଲେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଯାଇଥାଏ । ସେହିପରି ସେ ଯେତେବେଳେ ନକାରାତ୍ମକତା ପଥରେ ପାଦ ଦିଏ ସେତେବେଳେ ସେ ଦୁଃଖ ଉପôନ୍ନ କରିବାର ସଶକ୍ତ ମାଧ୍ୟମ ହୋଇଥାଏ । ଅନେକ ଦେଶର ସମାହାର ହେଉଛି ଏ ବିଶ୍ୱ । ବିଭିନ୍ନ ପ୍ରକାର ସମାଜ ମିଶି ଦେଶ ହୁଏ । ଅନେକ ପରିବାରର ସମାବେଶରେ ସମାଜ ଗଠନ ହୁଏ । ଏକାଧିକ ବ୍ୟକ୍ତିଙ୍କ ଏକତ୍ର ସହାବସ୍ଥାନରେ ପରିବାର ହୋଇଥାଏ । ତେଣୁ ବ୍ୟକ୍ତିର ପରିବର୍ନରେ ହିଁ ବିଶ୍ୱ ପରିବର୍ନ ହୋଇଥାଏ । ଅତଏବ ଆମକୁ ବ୍ୟକ୍ତିଗତ ସ୍ତରରେ ଏହି ଦୃଢ଼ ସଂକଳ୍ପ କରିବାକୁ ହେବ ଯେ- “ମୁଁ ସକାରାତ୍ମକ ପରିବର୍ନ ପ୍ରକ୍ରିୟାରେ ସମସ୍ତଙ୍କ ଆଗରେ ରହିବି ।” ସକାରାତ୍ମକତା ସ୍ବ-ଉନ୍ନତିର ପଥ ଅଟେ । ସକାରାତ୍ମକତା ପାରିବାରିକ ଓ ସାମାଜିକ ସମ୍ବନ୍ଧରେ ନିବିଡ଼ତା ଆଣି ଖୁସି ପ୍ରଦାନ କରେ । ସକାରାତ୍ମକ ଦୃଷ୍ଟିକୋଣ ସମ୍ପନ୍ନ ବ୍ୟକ୍ତି ନିଜ କାର୍ଯ୍ୟ ପୂର୍ଣ୍ଣ ପ୍ରାଣରେ ସମ୍ପାଦନ କରିଥାଏ । ଏତଦ୍ବ୍ୟତୀତ ତା’ ଉପରେ ନ୍ୟସ୍ତ ଦାୟିତ୍ୱକୁ ସେ ଆପ୍ରାଣ ଚେଷ୍ଟା କରି ପୂର୍ଣ୍ଣ କରିଥାଏ ।

ମନୁଷ୍ୟ ଜୀବନରେ ଅନେକ ପ୍ରକାର ଘଟଣା ଘଟିଥାଏ । ଏହାର ପ୍ରଭାବ କିପରି ହେବ ତାହା ବ୍ୟକ୍ତିର ଚିନ୍ତନ ଉପରେ ନିର୍ଭର କରେ । ସକାରାତ୍ମକ ବି·ର ସମ୍ପନ୍ନ ବ୍ୟକ୍ତି ପ୍ରତ୍ୟେକ ଘଟଣା ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ରଖିବ । ସେ ବିଷମ ପରିସ୍ଥିତିରେ ମଧ୍ୟ ବିଚଳିତ ହେବ ନାହିଁ । ସକାରାତ୍ମକ ବି·ର ତିନୋଟି ଜ୍ଞାନ ବିନ୍ଦୁ ଉପରେ ପର୍ଯ୍ୟବସିତ । ତାହା ହେଲା- ୧. ଯାହା ହୋଇଛି ଭଲ ହୋଇଛି, ୨. ଯାହା ହେଉଛି ତହା ଭଲ ହେଉଛି, ୩. ଯାହା ହେବ ତାହା ମଧ୍ୟ ଭଲ ହେବ । ଏହି ତିନୋଟି ଜ୍ଞାନ ବିନ୍ଦୁ ଯଦି ଜଣେ ସହର୍ଷ ଆପଣେଇ ନେବ ତେବେ ସେ ଆନନ୍ଦପୂର୍ଣ୍ଣ ଜୀବନଯାପନ କରିବା ସହ ସୁସ୍ଥ, ପ୍ରସନ୍ନଚରି ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇ ସମାଜରେ ଆଦୃତ ହୋଇପାରିବ । ସକାରାତ୍ମକତା ପ୍ରକାଶର ଦ୍ୟୋତକ । ଜୀବନରେ ସକାରାତ୍ମକତାର ଅଭାବ ମନୁଷ୍ୟର ଜୀବନକୁ ଅନ୍ଧକାରମୟ କରିଦିଏ । ଅନ୍ଧକାରର କୌଣସି ପରିଭାଷା ନାହିଁ । ପ୍ରକାଶର ଅଭାବ ହିଁ ଅନ୍ଧକାର । କୌଣସି କଥାକୁ ଆମେ ସକାରାତ୍ମକ ଭାବରେ ଗ୍ରହଣ କରିବାର ଅର୍ଥ ହେଉଛି ଆମେ ପ୍ରକାଶ ଅଭିମୁଖେ ଅଗ୍ରସର ହେବ । ନକାରାତ୍ମକ ଭାବରେ ଦେଖିବା ଅର୍ଥ ଅନ୍ଧକାର ଆଡ଼କୁ ଯିବ । କୌଣସି ଫଟୋର ନେଗେଟିଭ୍ କଳା ହୋଇଥାଏ । ନକାରାତ୍ମକତା ଏକ ଚକ୍ରବୁ୍ୟହ ସଦୃଶ । ଯେଉଁଥିରେ ଆମେ ସହଜରେ ପ୍ରବେଶ କରିଥାଉ କିନ୍ତୁ ସହଜରେ ପ୍ରତ୍ୟାବର୍ନ କରିପାରୁ ନାହିଁ । ପ୍ରତ୍ୟେକ କଥା ଚିନ୍ତନର ଦୁଇଟି ଦିଗ ଥାଏ । ଅଧା ଭରିଥିବା ପାଣିରେ ଗୋଟିଏ ପାତ୍ରକୁ ଦେଖି ଜଣେ କହିବ ଯେ ଅଧା ପତ୍ର ଖାଲି ଅଛି, ଅନ୍ୟ ଜଣେ କହିବ ପାତ୍ରଟିରେ ପାଣି ଅଧା ଅଛି । ଉଭୟଙ୍କ ଦୃଷ୍ଟିକୋଣ ଭିନ୍ନ ଭିନ୍ନ ।

ସକାରାତ୍ମକ ପରିବର୍ନ ଜୀବଜଗତ, ପ୍ରକୃତି ଓ ପର୍ଯ୍ୟାବରଣ ମଧ୍ୟରେ ସୌହାର୍ଦ୍ଧପୂର୍ଣ୍ଣ ସାମଞ୍ଜସ୍ୟ ସ୍ଥାପିତ କରିବାରେ ସମର୍ଥ । ପରିବର୍ନ ତ ଆବଶ୍ୟାମ୍ଭାବୀ । କେବଳ ପରିବର୍ନ ହୋଇଯିବା ପର୍ଯ୍ୟାପ୍ତ ନୁହେଁ । ଏହା  ସହିତ ଆମର ମାନବତା, ନୈତିକତା ଏବଂ ଭୌତିକତା ସାମଗ୍ରିକ ଭାବରେ ବିକଶିତ ହେବା ବିଧେୟ । ଆମେ ଯେତିକି ଭୌତିକତା ଆଡ଼କୁ ଅଗ୍ରସର ହେଉଛୁ ସେତିକି ଆମେ ପ୍ରକୃତି, ପର୍ଯ୍ୟାବରଣ ଏବଂ ସ୍ବୟଂର ସାମଞ୍ଜସ୍ୟତାଠାରୁ ଦୂରେଇ ଯାଉଛୁ । ଭୌତିକତା ପ୍ରତି ଅତ୍ୟଧିକ ଆକର୍ଷଣ ହେତୁ ଆମ ଅନ୍ତର୍ଦୃଷ୍ଟି ଓ ଦୂରଦୃଷ୍ଟି ଏକ ସଂକୁଚିତ ସୀମା ମଧ୍ୟରେ ଆବଦ୍ଧ ହୋଇ ନିରର୍ଥକ ପରିବର୍ନ ମୁକ ସାକ୍ଷୀ ବନିଯାଇଛି । ଆମ ଆନ୍ତରିକ ଶକ୍ତି ସମୂହକୁ ଜାଗ୍ରତ ଓ ବିକାଶ କରିବା ପାଇଁ ଆବଶ୍ୟକ ସାର୍ଥକ ଶିକ୍ଷା । ଶିକ୍ଷା ଶବ୍ଦ ସଂସ୍କୃତ ଭାଷାର ‘ଶିକ୍ଷ’ ଧାତୁରୁ ନିଷ୍ପନ୍ନ । ଏହାର ଅର୍ଥ ହେଉଛି ଶିଖିବା ଓ ଶିଖାଇବା । ଇଂରାଜୀ ଭାଷାରେ ଶିକ୍ଷା କୁ “ଋଊଟଉଇଞଓଙଘ” କୁହାଯାଏ । ଏହାର ଲାଟିନ୍ ଭାଷାର ଋ (ଏ) ଏବଂ ଊଙ୍କମକ୍ଟ (ଡୁ୍ୟକୋ) ଶବ୍ଦର ସମ୍ମିଶ୍ରଣ । ଋ (ଏ) ଶବ୍ଦର ଅର୍ଥ ‘ଭିତରୁ’ ଏବଂ ଊଙ୍କମକ୍ଟ (ଡୁ୍ୟକୋ) ଶବ୍ଦର ଅର୍ଥ ଆଗକୁ ବଢ଼ିବା । ଅର୍ଥାତ୍ “ଋୟଙ୍କମବଗ୍ଧସକ୍ଟଦ୍ଭ” ଶବ୍ଦର ଶାବ୍ଦିକ ଅର୍ଥ “ଭିତରୁ ଆଗକୁ ବଢ଼ିବା” ଅନ୍ୟ ଅର୍ଥରେ ଆଭ୍ୟନ୍ତରିଣ ବିକାଶ । ବିଭିନ୍ନ ବିଦ୍ୱାନ ମାନଙ୍କ ଶିକ୍ଷା ବିଷୟରେ ପରିଭାଷା ଏହି ପ୍ରକାର-

- ସ୍ବାମୀ ବିବେକାନନ୍ଦ : “ମନୁଷ୍ୟ ମଧ୍ୟରେ ଅନ୍ତର୍ନିହିତ ପୂର୍ଣ୍ଣତାକୁ ଅଭିବ୍ୟକ୍ତ କରିବା ହେଉଛି ଶିକ୍ଷା ।”

- ମହାତ୍ମାଗାନ୍ଧୀ : “ବାଳକ ବା ମନୁଷ୍ୟର ଶରୀର, ମସ୍ତିଷ୍କ କିମ୍ବା ଆତ୍ମାର ସର୍ବାଙ୍ଗୀଣ ଏବଂ ସର୍ବୋମ ବିକାଶ ହେଉଛି ଶିକ୍ଷା ।”

- ସୁକରାତ : “ଶିକ୍ଷାର ଅର୍ଥ ହେଉଛି ପ୍ରତ୍ୟେକ ମନୁଷ୍ୟର ମସ୍ତିଷ୍କରେ ଅଦୃଶ୍ୟ ରୂପରେ ବିଦ୍ୟମାନ ସଂସାରର ସର୍ବମାନ୍ୟ ବି·ର ଗୁଡ଼ିକୁ ପ୍ରକାଶିତ କରିବା ।”

ଯେତେବେଳେ ଆମେ ସ୍ବୀୟ ଅନ୍ତରାତ୍ମାରୁ ନିର୍ଗତ ହେଉଥିବା ଭାବକୁ ଶବ୍ଦ ଦ୍ୱାରା ଅଭିବ୍ୟକ୍ତ କରି ପରମାତ୍ମାଙ୍କୁ ସମର୍ପିତ କରିଥାଉଁ ସେତେବେଳେ ଶିକ୍ଷାର ଏକ ଯଥାର୍ଥ ସ୍ବରୂପ ଉଦ୍ଭାସିତ ହୋଇଥାଏ ।

“ଅସତୋ ମା ସଦ୍ଗମୟ, ତମସୋ ମା ଜ୍ୟୋର୍ତିମୟ, ମୃତ୍ୟୋର୍ମାମୃତଂଗମୟ ।”

(ହେ ପ୍ରଭୁ! ଆମକୁ ଅସତ୍ୟରୁ ସତ୍ୟ ଆଡ଼କୁ ନେଇ ·ଲ, ଅନ୍ଧକାରରୁ ପ୍ରକାଶ ଆଡ଼କୁ ନେଇ·ଲ, ମୃତୁ୍ୟ ଭୟରୁ ଅମୃତତ୍ୱ ଆଡ଼କୁ ନେଇ ·ଲ ।)

ଜୀବନରେ ସକାରାତ୍ମକ ପରିବର୍ନ ସମ୍ଭବ । ଦୁଃଖର ସୁଖରେ ପରିବର୍ନ, ଶକ୍ତିହୀତନାର ଶକ୍ତି ସମ୍ପନ୍ନତାରେ ପରିବର୍ନ ତଥା ପରତନ୍ତ୍ରତାର ସତନ୍ତ୍ରତାରେ ପରିବର୍ନ ଘଟିତ ହୋଇପାରେ । ଏହା ସେତେବେଳେ ସମ୍ଭବ ଯେତେବେଳେ ବ୍ୟକ୍ତି ଏଥିପାଇଁ ଦୃଢ଼ ସଂଗଳ୍ପବଦ୍ଧ ହେବ । ଜୀବନରେ ସଫଳତା ପାଇଁ ସଂକଳ୍ପ ବା ବି·ରର ସ୍ଥାନ ଅତ୍ୟଧିକ ମହ୍ୱପୂର୍ଣ୍ଣ । ସ୍ବାମୀ ଶିବାନନ୍ଦଙ୍କ ଅନୁସାରେ, “ବି·ର ଅନୁରୂପ ହିଁ ବ୍ୟକ୍ତି ନିଜ ଜୀବନ ବ୍ୟତୀତ କରିଥାଏ ।” ଯଦି ବ୍ୟକ୍ତି ସ୍ବୟଂକୁ ଦୀନ-ହୀନ,ଅସହାୟ, ଆତ୍ମବିଶ୍ୱାସହୀନ ହୀନ ଭାବେ ତେବେ ଜୀବନରେ କେବେ ସଫଳତା ପ୍ରାପ୍ତ କରିପାରିବ ନାହିଁ । ଆକର୍ଷଣର ନିୟମ ଅସୁସାରେ ବ୍ୟକ୍ତି ମନରେ ଯାହା ଭାବେ ତଦନୁସାର ବାହ୍ୟ ପରିସ୍ଥିତି ନିର୍ମାଣ ହୋଇଥାଏ ଏବଂ ଆକୃଷ୍ଟ ହୋଇ ତା’ ପାଖକୁ ·ଲିଆସେ । ଏହାର ତାପôର୍ଯ୍ୟ ହେଉଛି ବ୍ୟକ୍ତି ଯେପରି ବି·ଣ କରେ ସେପରି ବ୍ୟକ୍ତିତ୍ୱ ଗଢ଼ିଉଠେ । ସକାରାତ୍ମକ ବି·ର ବ୍ୟକ୍ତିର ଭାଗ୍ୟ ନିର୍ମାଣ କରେ । ମନୋଶାରିରୀକ ଅସନ୍ତୁଳନକୁ ଦୂର କରେ, ସାର୍ବଭୌମିକ ବାତାବରଣ ନିର୍ମାଣ କରେ, ସମସ୍ତ କୁସଂସ୍କାରକୁ ସମାପ୍ତ କରେ ଓ ଆଧ୍ୟାତ୍ମିକ ଚେତନାର ବିକାଶ କରେ । ଗୋଟିଏ ବାକ୍ୟରେ କହିବାକୁ ଗଲେ ବିଶ୍ୱ ନବ ନିର୍ମାଣର ଆଧାର ହେଉଛି ସକାରାତ୍ମକ ଚିନ୍ତନ ।

କର୍ମର ସୂକ୍ଷ୍ମତମ ରୂପ ହେଉଛି ମନରେ ଉପôନ୍ନ ହେଉଥିବା ବି·ଣ । ବ୍ୟକ୍ତିର ଅଭିବ୍ୟକ୍ତି ଓ କର୍ମ ତା’ର ବି·ର ଦ୍ୱାରା ପ୍ରାଭାବିତ ହୋଇଥାଏ । ମନ ହେଉଛି ବ·ରର ଉଦ୍ଗମସ୍ଥଳ । ମନରେ ଉପôନ୍ନ ହେଉଥିବା ବି·ର ଉପରେ ଆମର ସଫଳତା ବା ବିଫଳତା ନିର୍ଭର କରେ । ମନ ସମ୍ପର୍କରେ କୁହାଯାଏ, “ଏହି ମନ ଯେବେ ପ୍ରସନ୍ନ ହୁଅଇ ଦିଆଇ ଅଭୟ ବର । ଏହି ମନ ଯେବେ ବିଷର୍ଣ୍ଣ ହୁଅଇ ସୃଷ୍ଟି କରେ ଛାରଖାର ।” ସାର୍ଥକ ବି·ର ଗୁଡ଼ିକର ସୃଜନ କରିବା ତଥା ନକାରାତ୍ମକ ବି·ର ଗୁଡ଼ିକୁ ଉପେକ୍ଷା କରିବା ହେଉଛି ସକାରାତ୍ମକ ଚିନ୍ତନ । ସ୍ବୟଂର ସତ୍ୟ ସ୍ବରୂପ ତଥା ବାସ୍ତବିକ ଅନୁଶୀଳନ ଦ୍ୱାରା ସକାରାତ୍ମକ ବ·ରଗୁଡ଼ିକ ସୃଜନ ହୋଇଥାଏ । ଆବ୍ରାହମ୍ ଲିଙ୍କନ ସକାରାତ୍ମକ ଚିନ୍ତନ ବିଷୟରେ କହନ୍ତି, “ଅଧିକାଂଶ ବ୍ୟକ୍ତି ନିଜ ମନକୁ ଯେପରି ନିର୍ମାଣ କରନ୍ତି ସେହି ଅନୁସାରେ ଆନନ୍ଦ ଲାଭ କରନ୍ତି ।” ସକାରାତ୍ମକ ପରିବର୍ନରେ ସକାରାତ୍ମକ ଚିନ୍ତନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାରାତ୍ମକ ଚିନ୍ତନ ଦ୍ୱାରା ଆମେ ଆମେ ଜୀବନ ଓ ଆମ ଚତୁଃପାଶ୍ୱର୍ରେ ଥିବା ଲୋକମାନଙ୍କ ଜୀବନରେ ପରିବର୍ନ ଆଣିବାରେ ସକ୍ଷମ ହୋଇଥାଉ । ତେଣୁ ପରିବର୍ନର ଏହି ମାହେନ୍ଦ୍ର ବେଳାରେ ଆସନ୍ତୁ ମନରେ ଆସୁଥିବା ନକାରାତ୍ମକ ବି·ରଗୁଡ଼ିକୁ ପରିହାର କରି ଭାବପ୍ରବଣ ନହୋଇ ତର୍କ ସଙ୍ଗତ ଭାବରେ ମନର ଉପଯୋଗ ପୂର୍ବକ ସର୍ବଦା ସକାରାତ୍ମକ ଚିନ୍ତନର ଅଭ୍ୟାସ କରିବା । ଦୈନନ୍ଦିନ ଜୀବନରେ ଯେତେ ଘାତ ପ୍ରତିଘାତ ଆସୁନା କାହିଁକି ଆମେ ମାନସିକ ସ୍ତରରେ ତଥା ଅନ୍ୟମାନଙ୍କ ସହିତ କଥାବାର୍ା ବେଳେ ସର୍ବଦା ସକାରାତ୍ମକ ଶବ୍ଦ ବ୍ୟବହାର କରିବା । ଯଥା: “ମୁଁ ଏହି କାର୍ଯ୍ୟ କରିପାରିବି । ମୁଁ ଏହି କାର୍ଯ୍ୟ ପାଇଁ ସକ୍ଷମ, ଏହା ସମ୍ଭବ ।” ଏହାଦ୍ୱାରା ଆମେ ସ୍ବତଃ ସକାରାତ୍ମକ ପରିବର୍ନ ଦିଗରେ ଆଗକୁ ବଢ଼ିବା ସହିତ ଅନେକଙ୍କ ପ୍ରେରଣାର ସ୍ରୋତ ହୋଇପାରିବା । 


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର