ଦ୍ୱାଦଶ ଅଧ୍ୟାୟଃ

ଭକ୍ତିଯୋଗଃ

ରାଜଯୋଗ ହେଉଛି ଈଶ୍ୱର ପ୍ରାପ୍ତିର ଏକମାତ୍ର ଆଧାର

ମୟାବେଶ୍ୟ ମନୋ ଯେ ମାଂ ନିତ୍ୟଯୁକ୍ତା ଉପାସତେ ।

ଶ୍ରଦ୍ଧୟା ପରୟୋପେତାସ୍ତେ ମେ ଯୁକ୍ତତମା ମତାଃ ।ା୨ାା

ଯେ ତ୍ୱକ୍ଷରମନିର୍ଦ୍ଧେଶ୍ୟମବ୍ୟକ୍ତଂ ପର୍ଯୁ୍ୟପାସତେ ।

ସର୍ବତ୍ରଗମଚିନ୍ତ୍ୟ କୂଟ୍ନସ୍ଥମଚଳଂ ଧ୍ରୁବମ୍ ।ା୩ାା

ସନ୍ନିୟମ୍ୟେନ୍ଦ୍ରିୟଗ୍ରାମଂ ସର୍ବତ୍ର ସମବୁଦ୍ଧୟଃ । 

ତେ ପ୍ରାପ୍ନୁବନ୍ତି ମାମେବ ସର୍ବଭୂତହିତେ ରତାଃ ।ା୪ାା

ଅର୍ଥ : ଯେଉଁମାନେ ମୋ'ଠାରେ ମନୋନିବେଶ କରି, ନିତ୍ୟ ନିରନ୍ତର ମୋ ସହିତ ଯୋଗାଭିଳାଷୀ ହୋଇ ପରମ ଶ୍ରଦ୍ଧା ସହିତ ମୋତେ ସ୍ମରଣ କରନ୍ତି ମୋ ମତରେ ସେମାନେ ପ୍ରକୃତରେ ଯୋଗଯୁକ୍ତ ।ା୨ାା ଯେଉଁମାନେ ସର୍ବତ୍ର ସମଦର୍ଶୀ ହୋଇ  ଇନ୍ଦ୍ରିୟଗୁଡିକୁ ସଂଯମପୂର୍ବକ ସର୍ବଭୂତ ହିତ ପାଇଁ କର୍ମ କରିବା ସହିତ ଅଚିନ୍ତ୍ୟ, ସର୍ବଗମ୍ୟ, ଅଦୃଶ୍ୟ, ନିର୍ବିକାର, ଅଚଳ, ଧ୍ରୁବ, ଅକ୍ଷର ଓ ଅବ୍ୟକ୍ତ ସ୍ୱରୂପ ପରମାତ୍ମାଙ୍କୁ ତପôରତା ପୂର୍ବକ ସ୍ମରଣ କରନ୍ତି ସେହି ଯୋଗୀମାନେ ମୋତେ ପ୍ରାପ୍ତ ହୁଅନ୍ତି ।ା୩-୪ାା

ବ୍ୟାଖ୍ୟା : ପରମାତ୍ମାବତରଣର ମୁଖ୍ୟ ଉଦ୍ଧେଶ୍ୟ ହେଲା ମନୁଷ୍ୟ ସମାଜକୁ ଯଥାର୍ଥ ଜ୍ଞାନ ପ୍ରଦାନ କରି ସେମାନଙ୍କ ମଧ୍ୟରେ ଥିବା ସମସ୍ତ ଅଜ୍ଞାନ ଅନ୍ଧକାରକୁ ଦୂର କରିବା । ପରମାତ୍ମାଙ୍କ ବିଷୟରେ ଯଥାର୍ଥ ଜ୍ଞାନ ଥାଇ ମଧ୍ୟ ତାଙ୍କୁ ଅନେକ ସମୟରେ ଅନୁଭବ କରିହୁଏ ନାହିଁ । ଅନେକ ଜନ୍ମର ଦେହାଭିମାନ ଏଥିରେ ବାଧା ସୃଷ୍ଟି କରେ । ତେଣୁ ଈଶ୍ୱରୀୟ ଜ୍ଞାନକୁ ଯଥାର୍ଥ ଭାବରେ ବୁଝି ତାକୁ ଜୀବନର ପ୍ରତିଟି କ୍ଷେତ୍ରରେ ପ୍ରୟୋଗ କରିବାକୁ ହେବ । ଏହି ପ୍ରୟୋଗ ବା ଅଭ୍ୟାସର ନାମ ରାଜଯୋଗ । ଯୋଗାଭ୍ୟାସ ବେଳେ ଜନ୍ମ ଜନ୍ମାନ୍ତରର ମନୋବିକାର ସମୂହ ପ୍ରବଳ ହୋଇ ଉଠନ୍ତି ଏବଂ ପରମାତ୍ମାଙ୍କ ସହିତ ମନକୁ ସତତଯୁକ୍ତ ରଖିବାର ପ୍ରୟାସରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି । ଏହା ହେଉଛି ମାୟା । ଅନେକ ଜନ୍ମର ପାପ ବା ପୂଣ୍ୟର ଫଳ ଆତ୍ମାରେ ସୁପ୍ତ ଭାବରେ ଥାଏ । ଜ୍ଞାନ ଜଳ ଓ ଯୋଗ ଉାପରେ ଏଗୁଡ଼ିକ ଅଙ୍କୁରି ଉଠନ୍ତି । ପୂଣ୍ୟ ଫଳର ପ୍ରଭାବ ମନରେ ଦିବ୍ୟତା, ଆନନ୍ଦ, ସୁଖ, ଶାନ୍ତି ସୃଷ୍ଟି କରେ । ପାପ କର୍ମର ଫଳ ମନୁଷ୍ୟ ମଧ୍ୟରେ ଆସୁରୀ ସଂସ୍କାର ଉଦ୍ରେକ କରାଏ । ମନରେ ଉଦ୍ବେଗ, ଅଶାନ୍ତି, କାମକ୍ରୋଧାଦି ବିକାର ସମୂହ ଉପôନ୍ନ ହେଲେ ବୁଝିବା ଉଚିତ ଯେ ତାହା ହେଉଛି କେଉଁ ଜନ୍ମର ପାପ କର୍ମର ଫଳ । ଯୋଗାବସ୍ଥାରେ,ସାକ୍ଷାତକାର ରୂପରେ ଏବଂ ନିଦ୍ରିତାବସ୍ଥାରେ ସ୍ୱପ୍ନ ରୂପରେ ଏହା ବ୍ୟାପକ ରୂପ ଧାରଣ କରି ମୂର୍ିମନ୍ତ ହୋଇପଡେ । ଏଥିରେ ଭୟଭୀତ ହେବା ଆଦୌ ଉଚିତ ନୁହେଁ । କାରଣ ଏହାର ଉପସ୍ଥିତି ଅସ୍ଥାୟୀ ମାତ୍ର । ଏପରି ସ୍ଥଳେ ପରମାତ୍ମାଙ୍କ ପ୍ରତି ଅନନ୍ୟ ପ୍ରେମ ମଣିଷକୁ ପ୍ରକୃତ ରାସ୍ତା ଦେଖାଏ । ଈଶ୍ୱରଙ୍କ ପ୍ରତି ଅନନ୍ୟ ଭକ୍ତି ମଣିଷର  ଦିବ୍ୟ ଚକ୍ଷୁ ବା ଜ୍ଞାନ ନେତ୍ରକୁ ଉନ୍ମୀଳିତ କରେ । ଏହାଦ୍ୱାରା ସତ୍ୟ ଓ ଅସତ୍ୟର ଭେଦ ଓ ପରମାତ୍ମାଙ୍କୁ ଯଥାର୍ଥ ରୂପରେ ଜାଣି ହୁଏ । ତେଣୁ କେବଳ ଜ୍ଞାନ ଯଥେଷ୍ଟ ନୁହେଁ । ଜ୍ଞାନ ପରମାତ୍ମା ପ୍ରାପ୍ତି ପାଇଁ ମାର୍ଗକୁ ଆଲୋକିତ କରାଏ,ଯଦ୍ୱାରା ବ୍ୟକ୍ତି ସୁଗମତା ପୂର୍ବକ ଆଗେଇ ଯାଇପାରିବ । ଅନନ୍ୟ ଭକ୍ତି ଏହି ରାସ୍ତାରେ ଆଗେଇ ଯିବା ପାଇଁ ପ୍ରେରଣା ଦିଏ; ମନରେ ସାହସ ଭରି ଦିଏ ଏବଂ ବିଶ୍ୱାସକୁ ଦୃଢ଼ୀଭୂତ କରେ । ତେଣୁ ଗୀତାରେ ଜ୍ଞାନ ଓ ଭକ୍ତ୍ିର ସମନ୍ୱୟ ଘଟିଛି ।

ପ୍ରାଚୀନ ବିଶ୍ୱାସ ଅନୁସାରେ ଜ୍ଞାନ ଓ ଯୋଗର ଲକ୍ଷ୍ୟ ହେଉଛି ବ୍ରହ୍ମ ମଧ୍ୟରେ ଜୀବର ବ୍ୟକ୍ତିଗତ ସା(ଆତ୍ମା)କୁ ଲୀନ କରିଦେବା । ଏହା ପୌରାଣିକ ମତରେ ସାଜୁଯ୍ୟ ମୁକ୍ତି । ଏହା ଦ୍ୱାରା ଆତ୍ମାର ଆଉ ପୁନର୍ଜନ୍ମ ହୁଏ ନାହିଁ । ଗୀତାର ମୁକ୍ତି ସେହି ପ୍ରକାର ନୁହେଁ । ବ୍ରହ୍ମ ଏକ ମହତ୍ୱ; ତେଣୁ ଏହା ଜଡ । ଏହା ପରମାତ୍ମାଙ୍କ ନିବାସ ସ୍ଥଳୀ । ଆତ୍ମା ଓ ପରମାତ୍ମା ଭିନ୍ନ ଭିନ୍ନ ସା । ଆତ୍ମା ବ୍ରହ୍ମଲୋକରୁ ଆସି ଭୂପୃଷ୍ଠରେ କର୍ମଫଳ ଭୋଗ କରିବା ପାଇଁ ଦେହ ଧାରଣ କରେ । କିନ୍ତୁ ବାରମ୍ବାର ଆବାଗମନ ଚକ୍ରରେ ଆସୁଥିବାରୁ ଦେହ ପ୍ରତି ତାର ଆସକ୍ତି  ବଢ଼ିଯାଏ । ସେ ନିଜକୁ ଦେହଠାରୁ ପୃଥକ ଏକ ସା ମନେ କରି ପାରେ ନାହିଁ । ସେଥିପାଇଁ ପରମାତ୍ମାଙ୍କୁ ଅବତରଣ ପୂର୍ବକ ଆତ୍ମା ଓ ପରମାତ୍ମା ବିଷୟକ ଜ୍ଞାନ ଦେବାକୁ ପଡେ । ବ୍ୟକ୍ତ୍ି ତା'ର ମୂଳ ସାରେ(ଆତ୍ମିକ ସ୍ୱରୂପରେ) ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇ ଶରୀର ତ୍ୟାଗ ପୂର୍ବକ ତାଙ୍କ ସହିତ ବ୍ରହ୍ମଲୋକକୁ ପ୍ରତ୍ୟାବର୍ନ କରେ । ଏହା ସାଯୁଜ୍ୟ ମୁକ୍ତି । ଅବ୍ୟକ୍ତ ପରମାତ୍ମାଙ୍କ ଅବତରଣ ରହସ୍ୟ ଜାଣି ଏହି ଲୋକରେ ତାଙ୍କ ସହିତ ଯଥାର୍ଥ ସମ୍ବନ୍ଧ ରଖି ଆନନ୍ଦ ପୂର୍ବକ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ବିସ୍ମୃତ ହୋଇ ରହିବା ହେଉଛି ସାଲୋକ୍ୟ ମୁକ୍ତି । ମୟେବ ନିବସିସ୍ୟସି । ଏଠାରେ ବ୍ୟକ୍ତି ଦେହାଦି ବନ୍ଧନରୁ ମୁକ୍ତ ହୋଇ ତା'ର ମୂଳ ସ୍ୱରୂପରେ ପରମାତ୍ମାଙ୍କୁ ସାକ୍ଷାତ କରି ତାଙ୍କର ସମୀପତାକୁ ଅନୁଭବ କରେ ଓ ଅନନ୍ୟ ପ୍ରେମ ଏବଂ ଭକ୍ତିରେ ତାଙ୍କ ସହିତ ଏକାକାର ହୋଇଯାଏ । ବ୍ୟକ୍ତି ଶରୀର ମଧ୍ୟରେ ଅବତରିତ ପରମାତ୍ମାଙ୍କ ଅବ୍ୟକ୍ତ ସ୍ୱରୂପ ସହିତ ଏକ ଭାବାପନ୍ନ ନହେବା ପର୍ଯ୍ୟନ୍ତ ସେ ଅନନ୍ୟ ଭାବରେ ତାଙ୍କୁ ସ୍ମରଣ କରି ପାରିବ ନାହିଁ । ତେଣୁ ପରମାତ୍ମା କହନ୍ତି ""ମୋର ଭାବରେ ସ୍ଥିତ ହୁଅ''ା ""ମଦ୍ଭାବମାଗତାଃ''

ଜୀବର ସମ୍ପୂର୍ଣ୍ଣ ମୁକ୍ତାବସ୍ଥା ହେଉଛି ପରମାତ୍ମା ସଦୃଶ । ପରମାତ୍ମା ଅଚିନ୍ତ୍ୟ, ସଦା ସମ୍ପୂର୍ଣ୍ଣ, ଅଦୃଶ୍ୟ, ନିର୍ବିକାର, ଅଚଳ, ଧ୍ରୁବ, ଅକ୍ଷର ଓ ଅବ୍ୟକ୍ତ । ଜୀବାତ୍ମାର ମଧ୍ୟ ସେହି ସବୁ ଲକ୍ଷଣ ଗୀତାରେ ବର୍ଣ୍ଣିତ ହୋଇଛି : ଯଥା ଅଚିନ୍ତ୍ୟ (୨/୧୫), କୂଟସ୍ଥ (ନିିର୍ବିକାରୀ) (୧୫/୧୬): ଅଚଳ (୨/୧୪) ଅକ୍ଷର (୧୫/୧୬;୧୮), ଅବ୍ୟକ୍ତ (୨/୧୫) । ତେଣୁ ଆତ୍ମିକ ସ୍ଥିତି ପ୍ରାପ୍ତ୍ ହେଲେ ବ୍ୟକ୍ତିର ପରମାତ୍ମାଙ୍କ ସହିତ ସାଧର୍ମ୍ୟ ହୋଇଯାଏ । ଇଦଂ ଜ୍ଞାନମୁପାଶ୍ରିତ୍ୟ ମମ ସାଧର୍ମ୍ୟମାଗତାଃ ।ା୧୪/୨ାା ଝକ୍ଟଙ୍କକ୍ଷ ମକ୍ଟଦ୍ଭଗ୍ଦସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ କ୍ଷରବୟଗ୍ଦ ଗ୍ଧକ୍ଟ ଏକ୍ଟୟ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ. ଆତ୍ମାନୁଭୁତି, ପରମାତ୍ମାନୁଭୁତି ପାଇଁ ପଥ ପ୍ରଶସ୍ତ କରେ । ଏଥିପାଇଁ ଇନ୍ଦ୍ରିୟମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବଶୀଭୂତ କରିବାକୁ ପଡିବ । ଇନ୍ଦ୍ରିୟମାନେ ଦେହାଭିମାନର ମୂଳ କାରଣ । ଆତ୍ମା ଇନ୍ଦ୍ରିୟମାନଙ୍କ ଦ୍ୱାରା ଅଗ୍ରାହ୍ୟ : ତେଣୁ ତାକୁ ଅଚିନ୍ତ୍ୟ (୨/୨୫) କୁହାଯାଇଛି । ଆତ୍ମ ବିସ୍ମୃତିହିଁ ବ୍ୟକ୍ତିକୁ ପରମାତ୍ମା ବିମୁଖ କରାଏ । ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତିର ବୁଦ୍ଧି ବିଷମତା ଦୋଷରେ ଦୁଷିତ ହୁଏନାହିଁ । ପରମାତ୍ମାଙ୍କ ସହିତ ଏକାଗ୍ର ଭାବରେ ମନୋନିବେଶ କରିବା ପାଇଁ ବ୍ୟକ୍ତିକୁ ସମବୁଦ୍ଧି ସମ୍ପନ୍ନ ହେବା ଆବଶ୍ୟକ ।  

ପରମାତ୍ମା ହିଁ ଏକମାତ୍ର ଉଦ୍ଧାର କର୍ା

କ୍ଳେଶୋଽଧିକତର ସ୍ତେଷାମବ୍ୟକ୍ତାସକ୍ତଚେତସାମ୍ ।

ଅବ୍ୟକ୍ତାହି ଗତିର୍ଦୁଃଖଂ ଦେହବତ୍ଭିରବାପ୍ୟତେ ।ା୫ାା

ଯେ ତୁ ସର୍ବାଣି କର୍ମାଣି ମୟି ସଂନ୍ୟସ୍ୟ ମତ୍ପରାଃ ।

ଅନନ୍ୟେନୈବ ଯୋଗେନ ମାଂ ଧ୍ୟାୟନ୍ତ ଉପାସତେ ।ା୬ାା

ତେଷାମହଂ ସମୁଦ୍ଧର୍୍ା ମୃତୁ୍ୟ ସଂସାର ସାଗରାତ୍ ।

ଭବାମି ନଚିରାତ୍ ପାର୍ଥ ! ମୟ୍ୟାବେଶିତ ଚେତସାମ ।ା୭ାା

ଅର୍ଥ : ଅବ୍ୟକ୍ତ ପ୍ରତି ଆସକ୍ତ ଚି ବ୍ୟକ୍ତିମାନଙ୍କର ଅଧିକ କଷ୍ଟ ହୋଇଥାଏ : କାରଣ ଦେହାଭିମାନୀମାନଙ୍କୁ ଅତି କଷ୍ଟରେ ଅବ୍ୟକ୍ତଗତି ପ୍ରାପ୍ତ ହୋଇଥାଏ ।ା୫ାା ହେ ପାର୍ଥ ! ଯେଉଁମାନେ ସମସ୍ତ କର୍ମ ମୋଠାରେ ଅର୍ପଣ କରି, ମତ୍ପରାୟଣ ହୋଇ ଅନନ୍ୟ ଯୋଗରେ ମୋତେ ଏକନିଷ୍ଠ ଭାବରେ ସ୍ମରଣ କରନ୍ତି, ମୋଠାରେ ସମର୍ପିତ ଚି ହୋଇଥାନ୍ତି ସେମାନଙ୍କୁ ମୁଁ ଶୀଘ୍ର ମୃତୁ୍ୟ ରୂପକ ସଂସାର ସାଗରରୁ ଉଦ୍ଧାର କରେ ।  ।ା୬-୭ାା

ବ୍ୟାଖ୍ୟା : ଦେହାଭିମାନୀ ବ୍ୟକ୍ତି ପରମାତ୍ମାଙ୍କୁ ଯଥାର୍ଥ ସ୍ୱରୂପରେ ସ୍ମରଣ କରିପାରନ୍ତି ନାହିଁ । ବେଦାଦି ଗ୍ରନ୍ଥରେ ପରମାତ୍ମାଙ୍କୁ ଅବ୍ୟକ୍ତ ବୋଲି କୁହାଯାଇଛି, କେବଳ ତାହା ପଢ଼ି ଶୁଣି  ତାଙ୍କ ଅବ୍ୟକ୍ତ ରୂପର ଧ୍ୟାନ କଲେ ମଧ୍ୟ ତାଙ୍କୁ ସହଜରେ ପାଇ ହୁଏନାହିଁ । ପ୍ରାଚୀନ ମୁନିଋଷିଗଣ ଅନେକ କଷ୍ଟସାଧ୍ୟ ସାଧନା କରି ମଧ୍ୟ ପରମାତ୍ମାଙ୍କୁ ଯଥାର୍ଥ ଭାବରେ ଜାଣି ପାରି ନଥିଲେ । ଏଥିପାଇଁ ପରମାତ୍ମାଙ୍କ ବିଭିନ୍ନ ସାକାର ରୂପର ପରିକଳ୍ପନା କରାଯାଇ ତାଙ୍କ ଅବତାର ରୂପରେ ସେମାନଙ୍କର ଉପାସନା କରିବାର ବିଧି ବର୍ଣ୍ଣନା କରାଯାଇଛି । କିନ୍ତୁ ଗୀତାର ସୂକ୍ଷ୍ମ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ,ଏଥିରେ ଅବତାରବାଦ ନାହିଁ; ବରଂ ପରମାତ୍ମାଙ୍କ ଅବତରଣ କଥା କୁହାଯାଇଛି । ପରମାତ୍ମାଙ୍କ ଯଥାର୍ଥ ପରିଚୟ ଅଭାବରୁ ଧର୍ମରେ ଗ୍ଳାନି ହୁଏ ଓ ଏଥିପାଇଁ ତାଙ୍କୁ ଅବତରଣ କରିବାକୁ ପଡିଥାଏ । ପରମାତ୍ମାଙ୍କ ବିନା ତାଙ୍କର ପରିଚୟ ଦେବାକୁ କିଏ ବା ସମର୍ଥ? ତାଙ୍କ ଅବତରଣ ପରେ ଗତାନୁଗତିକ ଧର୍ମଗ୍ରନ୍ଥଗୁଡିକର ଆବଶ୍ୟକତା ପଡେ ନାହିଁ । ପରମାତ୍ମା ସାକ୍ଷାତ ଶିକ୍ଷକ ଭାବରେ ଯେଉଁଠି ଅବତୀର୍ଣ୍ଣ ହୋଇ ଜ୍ଞାନ ପ୍ରଦାନ କରନ୍ତି ସେଇଠି ତାଙ୍କୁ ପାଇବାରେ ଅସୁବିଧା କେଉଁଠି ? ତାଙ୍କ ପ୍ରଦ ଶିକ୍ଷା ଅନୁସରଣ କରିବା ଦ୍ୱାରା କେବଳ ତାଙ୍କୁ ସହଜରେ ପାଇହୁଏ; ତାଙ୍କୁ ଜାଣିହୁଏ ।

ଭବସାଗରରୁ ପାର ହେବା ପାଇଁ ପରମାତ୍ମାଙ୍କୁ ନାବିକ ରୂପେ ଗ୍ରହଣ କରିବାକୁ ହେବ । ତାଙ୍କ ନିର୍ଦ୍ଧେଶ ଅନୁସାରେ ସମସ୍ତ କର୍ମ କରିବାକୁ ପଡ଼ିବ । କର୍ୃତ୍ୱାଭିମାନ ତ୍ୟାଗ କରିବାହିଁ ତାଙ୍କ ନିକଟରେ ସମସ୍ତ କର୍ମ ଅର୍ପଣ କରିବା । ଏହା କର୍ମତ୍ୟାଗ ନୁହେଁ । କର୍ବ୍ୟ ଦୃଷ୍ଟିରୁ ନିଜକୁ ଈଶ୍ୱରଙ୍କଦ୍ୱାରା ନିଯୁକ୍ତ ଭାବି ତାଙ୍କ ଆଦେଶ ଅନୁରୂପ କର୍ମ କରିବା ହେଉଛି ନିଷ୍କାମ କର୍ମ । ଏହା ଈଶ୍ୱର ପରାୟଣତା । ସମ୍ପୂର୍ଣ୍ଣ ଈଶ୍ୱର ପରାୟଣ ନ ହେବା ପର୍ଯ୍ୟନ୍ତ ତାଙ୍କ ସହିତ ଅନନ୍ୟ ଯୋଗ ସମ୍ଭବ ନୁହେଁ । ଅନ୍ୟ କୌଣସି ବିଷୟରେ ଚି ନିବେଶ ନ କରି କେବଳ ପରମାତ୍ମାଙ୍କ ଚିନ୍ତନ କରୁଥିବା ବ୍ୟକ୍ତିଙ୍କ ପାଇଁ ମୃତୁ୍ୟ ରୂପକ ସଂସାର ସାଗର ପାର ହେବା ପାଇଁ କୌଣସି କଷ୍ଟ ହୁଏ ନାହିଁ । ପରମାତ୍ମାଙ୍କ ଅବତରଣ ପରେ ମହାବିନାଶ କାର୍ଯ୍ୟ ତ୍ୱରାନ୍ୱିତ ହୁଏ । ମହାବିନାଶ ପୂର୍ବରୁ ଆତ୍ମାର ସମସ୍ତ ଆସୁରୀ ପ୍ରବୃି ତ୍ୟାଗ କରିବାକୁ ହେବ । ଏଥିପାଇଁ ପରମାତ୍ମାଙ୍କ ସହିତ ସତତ ମନକୁ ଯୁକ୍ତ କରିବା ଆବଶ୍ୟକ । ଅନ୍ୟଥା ଆତ୍ମାର ମଳିନତା ପରିଷ୍କୃତ ହେବ ନାହିଁ । 

ଯୋଗାଭ୍ୟାସର ଉପାୟ

ମୟ୍ୟେବ ମନ ଆଧତ୍ସ୍ୱ ମୟି ବୁଦ୍ଧିଂ ନିବେଶୟ ।

ନିବସିଷ୍ୟସି ମୟ୍ୟେବ ଅତ ଉଦ୍ଧ୍ୱର୍ଂ ନ ସଂଶୟଃ ।୮ାା

ଅଥ ଚିଂ ସମାଧାତୁଂ ନ ଶକ୍ଳୋଷି  ମୟି  ସ୍ଥିରମ୍ ।

ଅଭ୍ୟାସ ଯୋଗେନ ତତୋ ମାମିଚ୍ଛାପ୍ତୁଂ ଧନଞ୍ଜୟ ।ା୯ାା

ଅଭ୍ୟାସେଽପ୍ୟସମର୍ଥୋଽସି ମତ୍କର୍ମ ପରମୋଭବ ।

ମଦର୍ଥମପି କର୍ମାଣି କୁର୍ବନ ସିଦ୍ଧିମବାପ୍ସ୍ୟସି ।ା୧୦ାା

ଅଥୈତଦପ୍ୟଶକ୍ତୋଽସି କୁର୍ଂ ମଦ୍େଯୋଗମାଶ୍ରିତଃ ।

ସର୍ବକର୍ମଫଳଂ ତ୍ୟାଗଂ ତତଃକୁରୁ ଯତାତ୍ମବାନ୍ ।ା୧୧ାା

ଶ୍ରେୟୋ ହି ଜ୍ଞାନମଭ୍ୟାସାତ୍ ଜ୍ଞାନାଦ୍ଧ୍ୟାନଂ ବିଶିଷ୍ୟତେ ।

ଧ୍ୟାନାତ୍ କର୍ମ୍ମଫଳତ୍ୟାଗ ସ୍ତ୍ୟାଗାଚ୍ଛାନ୍ତିରନନ୍ତରମ୍ ।ା୧୨ାା

ଅର୍ଥ : ମୋଠାରେ ମନ ସ୍ଥିର କର; ମୋଠାରେ ବୁଦ୍ଧି ନିବେଶ କର । ଏହାପରେ (ଦେହାନ୍ତ ପରେ) ମୋଠାରେହିଁ ଅବସ୍ଥାନ କରିବ – ଏ ବିଷୟରେ ସଂଶୟ ନାହିଁ ।ା୮ାା ହେ ଧନଞ୍ଜୟ! ଯଦି ମୋଠାରେ ଚିକୁ  ଅବିଚଳିତଭାବେ ସ୍ଥିର ରଖିବାରେ ସମର୍ଥ ହେଉ ନାହଁ, ତେବେ ଅଭ୍ୟାସ ଯୋଗ ଦ୍ୱାରା ମୋତେ ପାଇବାକୁ ଇଚ୍ଛା କର ।ା୯ାା ଯଦି ତୁମେ ଅଭ୍ୟାସରେ ମଧ୍ୟ ଅସମର୍ଥ ତା' ହେଲେ ମତ୍ କର୍ମ ପରାୟଣ ହୁଅ । ମୋ ପାଇଁ କର୍ମ କରି ମଧ୍ୟ ସିଦ୍ଧି ଲାଭ କରି ପାରିବ ।ା୧୦ାା ଯଦି ମୋ ଯୋଗ ଆଶ୍ରିତ ହୋଇ ଏହା କରିବାରେ ମଧ୍ୟ ଅସମର୍ଥ ହୁଅ; ତେବେ ସଂଯତ ଚି ହୋଇ ସମସ୍ତ କର୍ମର ଫଳ ତ୍ୟାଗ କର ।ା୧୧ାା ଅଭ୍ୟାସ ଅପେକ୍ଷା ଜ୍ଞାନ ଶ୍ରେଷ୍ଠ, ଜ୍ଞାନ ଅପେକ୍ଷା ଧ୍ୟାନ ଶ୍ରେଷ୍ଠ ଏବଂ ଧ୍ୟାନଠାରୁ କର୍ମଫଳ ତ୍ୟାଗ ଶ୍ରେଷ୍ଠ । ଏହି ତ୍ୟାଗ ପରେ ତକ୍ରାଳ ଶାନ୍ତି ପ୍ରାପ୍ତି ହୋଇଥାଏ ।ା୧୨ାା

ବ୍ୟାଖ୍ୟା : ଅନେକେ ମନ ଓ ବୁଦ୍ଧିକୁ ଆତ୍ମାଠାରୁ ଭିନ୍ନ ବୋଲି ଭାବନ୍ତି; କିନ୍ତୁ ପ୍ରକୃତରେ ତାହା ନୁହେଁ । ମନ ଓ ବୁଦ୍ଧି ଅତ୍ମାର ଭିନ୍ନ ଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ ମାତ୍ର । ଆତ୍ମାର ସଂକଳ୍ପ ଶକ୍ତିର ନାମ ମନ ଓ ନିର୍ଣ୍ଣୟ ଶକ୍ତିର ନାମ ବୁଦ୍ଧି । ମନ ଓ ବୁଦ୍ଧିର ଉପଯୋଗ ଦ୍ୱାରା ବ୍ୟକ୍ତି ନିଜକୁ ଦେହଠାରୁ ପୃଥକ ଏକ ସା ବୋଲି ଅନୁଭବ କରିପାରେ । ଏହା ହେଉଛି ଆତ୍ମ ସାକ୍ଷାତ୍କାର । ବ୍ୟକ୍ତି ନିଜ ଆତ୍ମ ସ୍ୱରୂପରେ ସ୍ଥିତ ହେଲେ, ତା'ମନର ଚଳତା ସ୍ଥିର ହୋଇଯାଏ । କାରଣ ଦେହ ଅଭିମାନ ଦ୍ୱାରା ମନ ସାଂସାରିକ ବିଷୟ ବସ୍ତୁରେ ନିରନ୍ତର ଗତିଶୀଳ ହେଉଥାଏ । ଶରୀର ଓ ସଂସାର ଏକ ଜାତୀୟ । ଉଭୟେ ସେହି ପ ତ୍ୱରୁ ସୃଷ୍ଟ । ତେଣୁ ପରିବର୍ନଶୀଳ । ଆତ୍ମା ଓ ପରମାତ୍ମା ଉଭୟେ ଚୈତନ୍ୟ ସ୍ୱରୂପ, ପରମଧାମ ନିବାସୀ, ଅବିନାଶୀ ଓ ଅପରିବର୍ନୀୟ । ଆତ୍ମା ପରମାତ୍ମାଙ୍କ ସନ୍ତାନ । ଏହି ସବୁ ଦୃଷ୍ଟିରୁ ଏହି ଦୁହିଁଙ୍କ ମଧ୍ୟରେ ସଜାତୀୟତା ରହିଛି । ଏହି କାରଣରୁ ବ୍ୟକ୍ତି ଦେହ ଅଭିମାନଗ୍ରସ୍ତ ହେଲେ ତା'ର ମନ ସଂସାରରେ ବିଚରଣ କରେ ଓ ଆତ୍ମିକ ସ୍ୱରୂପରେ ସ୍ଥିତ ହେଲେ ତା'ର ମନ ପରମାତ୍ମାଙ୍କଠାରେ ସ୍ଥିର ହୋଇଯାଏ । ମନ ସ୍ଥିର ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କଠାରେ ବୁଦ୍ଧି ନିବେଶ ହୋଇପାରେ ନାହିଁ । ଅନ୍ୟ ଅର୍ଥରେ  ସଂସାରର ପ୍ରତ୍ୟେକ ବିଷୟରୁ ମନକୁ ପ୍ରତ୍ୟାହୃତ କରି କେବଳ ନିଜ ଆତ୍ମାରେ କେନ୍ଦ୍ରିଭୂତ କଲେ ବୁଦ୍ଧି ପରମାତ୍ମାଙ୍କ ସହିତ ଯୁକ୍ତ ହେବାରେ କୌଣସି ବାଧା ରହେ ନାହିଁ । ""ନିବସିଷ୍ୟସି ମଯ୍ୟେବ'' ।ା୮ାା

ଅନେକ ସମୟରେ ମନ ସାଂସାରିକ ବିଷୟ ବୈଭବରୁ ପ୍ରତ୍ୟାହୃତ ହୋଇ ପରମାତ୍ମାଙ୍କ ସହିତ ନିବେଶ ହୋଇପାରେ ନାହିଁ । ଏପରି ବ୍ୟକ୍ତ୍ି ଅଭ୍ୟାସଯୋଗ ଦ୍ୱାରା ପରମାତ୍ମା ପ୍ରାପ୍ତିର ତୀବ୍ର ଅଭିଳାଷ ପୋଷଣ କରିବା ଉଚିତ । ମନକୁ ବଳପୂର୍ବକ ଶରୀର ଓ ସଂସାରରୁ ନିବୃ କରାଇବାର ଅଭ୍ୟାସ କରିବା ପରିବେର୍ ବ୍ୟକ୍ତି ନିଜକୁ ଈଶ୍ୱରୀୟ କାର୍ଯ୍ୟରେ ନିଯୁକ୍ତ ରଖିବା ଉଚିତ । ନିଜର ଆତ୍ମିକ ସ୍ୱରୂପର ଚିନ୍ତନ, ପରମାତ୍ମାଙ୍କ ସ୍ୱରୂପର ଚିନ୍ତନ, ଈଶ୍ୱରୀୟ ଜ୍ଞାନ ପଠନ, ଶ୍ରବଣ ଓ କଥନ ଆଦିର ନିରନ୍ତର ଅଭ୍ୟାସ ଦ୍ୱାରା ଅନ୍ତଃକରଣ କ୍ରମଶଃ ଶୁଦ୍ଧ ହୁଏ । ଶୁଦ୍ଧ ଅନ୍ତଃକରଣ ମନରେ ପରମାତ୍ମା ମିଳନ ପାଇଁ ବ୍ୟାକୁଳତା ସୃଷ୍ଟି କରେ । ସଜାତୀୟତାରେ ଆକର୍ଷଣ ଓ ବିଜାତୀୟତାରେ ବିକର୍ଷଣ, ହେଉଛିିଁ ପ୍ରକୃତିର ନିୟମ । ବ୍ୟକ୍ତି ସାଂସାରିକ କର୍ମରେ ନିଜକୁ ସବୁବେଳେ ବ୍ୟସ୍ତ ରଖିଲେ ମନ ସେଥିରେ ଆସକ୍ତ ହୋଇ ପଡ଼େ । ଅପରପକ୍ଷରେ ବ୍ୟକ୍ତି ନିଜକୁ ଈଶ୍ୱରୀୟ କାର୍ଯ୍ୟରେ ବ୍ୟସ୍ତ ରଖିଲେ ମନ ସଂସାର ପ୍ରତି ଅନାସକ୍ତ ପୂର୍ବକ ପରମାତ୍ମାଭିମୁଖୀ ହୋଇଯାଏ । ପ୍ରତ୍ୟେକ କାର୍ଯ୍ୟ ପରମାତ୍ମା ମିଳନର ଆକାଙ୍କ୍ଷା ରଖି ଅନୁଷ୍ଠିତ ହେଉଥିବାରୁ ଏହାକୁ ""ଅଭ୍ୟାସଯୋଗ'' କୁହାଯାଏ ।

କେତେକଙ୍କ ପାଇଁ ""ଅଭ୍ୟାସଯୋଗ'' ମଧ୍ୟ କଠିଣ ହୋଇପାରେ । କାରଣ ଏହା ଦ୍ୱାରା ନୂଆ କାମର ଅଭ୍ୟାସ କରିବାକୁ ପଡେ । କିନ୍ତୁ କର୍ମ ମଣିଷର ସ୍ୱଭାବିକ ଅଭ୍ୟାସ । କର୍ମ ନକରି କେହି ହେଲେ କ୍ଷଣେ ମଧ୍ୟ ରହି ପାରିବେ ନାହିଁ । କର୍ମର ଧାରାକୁ ପରିବର୍ନ କରିବାକୁ ହେବ । ଈଶ୍ୱରୀୟ ଜ୍ଞାନ ପ୍ରାପ୍ତି ପୂର୍ବରୁ ବ୍ୟକ୍ତ୍ିର ସମସ୍ତ କର୍ମ ସାଂସାରିକ ସୁଖ ପ୍ରାପ୍ତି ପାଇଁ ସାଧିତ ହେଉଥିଲା । ପରମାତ୍ମାଙ୍କୁ ଜାଣିଲା ପରେ ପ୍ରତ୍ୟେକ କର୍ମ କେବଳ ତାଙ୍କ ଉଦ୍ଧେଶ୍ୟରେ ଅନୁଷ୍ଠିତ ହେବା ଉଚିତ । ଖାଇବା ଏକ କର୍ମ  । ଜିହ୍ୱା ଲାଳସାର ପରିତୃପ୍ତି ପାଇଁ ମଣିଷ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଏ । ସେ ଭାବେ ଖାଇବା ପାଇଁ ସେ ବି ରହିଛି । କିନ୍ତୁ ଜ୍ଞାନୀ ବିବା ପାଇଁ  ଯେତିକି ଖାଦ୍ୟ ଦରକାର ସେତିକି ଖାଏ ଏବଂ ଯାହା ଖାଏ ତାହା ପରମାତ୍ମାଙ୍କୁ ଅର୍ପଣ କରି ଖାଏ । କେବଳ ଜୀବନକୁ ଉପଭୋଗ କରିବା ପାଇଁ ବି ରହିବା ତା'ର ଉଦ୍ଧେଶ୍ୟ ନୁହେଁ । ତା'ର ଜୀବନର ଏକମାତ୍ର ଉଦ୍ଧେଶ୍ୟ ହେଲା ସୁଚାରୁ ରୂପେ ଈଶ୍ୱରୀୟ କାର୍ଯ୍ୟର ସମ୍ପାଦନ । ସେଥିପାଇଁ ସେ ବେ ଓ ବିବା ପାଇଁ ସେ ଖାଏ । ଏହି ପରି ଖାଇବା ଭଳି ସାଧାରଣ କର୍ମ ମଧ୍ୟ ଈଶ୍ୱରୀୟ କାର୍ଯ୍ୟରେ ପରିବିର୍ତ ହୋଇଯାଏ । ଯେଉଁଠି ଶରୀର ଓ ସଂସାର ବ୍ୟକ୍ତିର ଉଦ୍ଧେଶ୍ୟ ନଥାଏ, ସେଇଠି ନିଷିଦ୍ଧ କର୍ମ ହେଉନଥିବାରୁ ପ୍ରତ୍ୟେକ କର୍ମ ଈଶ୍ୱରୀୟ ଅର୍ଥରେ ସମ୍ପାଦିତ ହୁଏ । ଯା'ର ପ୍ରତ୍ୟେକ କର୍ମ ନିଜ ପାଇଁ ବା ସଂସାର ପାଇଁ ନ ହୋଇ ଈଶ୍ୱରୀୟ ଆଦେଶ ଅନୁସାରେ ଅନ୍ୟର କଲ୍ୟାଣ ପାଇଁ ସମ୍ପାଦିତ ହୁଏ ତା'ର ମନ ବୁଦ୍ଧି ଯେ ସର୍ବଦା ସେହି ଏକ ପରମାତ୍ମାଙ୍କଠାରେ ଯୁକ୍ତ ହୋଇ ରହିବ ଏଥିରେ ସନ୍ଦେହ ନାହିଁ । ପ୍ରାପ୍ତି ଏକ; କିନ୍ତୁ ସାଧନା ବା ପୁରୁଷାର୍ଥର ପ୍ରଣାଳୀ ଭିନ୍ନ  ।

କେତେକ ବ୍ୟକ୍ତି ସ୍ୱାଭାବିକ ଭାବେ ଈଶ୍ୱରଙ୍କୁ ପ୍ରେମ କରି ପାରନ୍ତି ନାହିଁ । ସେମାନେ କର୍ମରେ ଅତ୍ୟଧିକ ଶ୍ରଦ୍ଧା ଓ ରୁଚି ରଖନ୍ତି । ସେମାନଙ୍କ ପାଇଁ କର୍ମହିଁ ଭଗବାନ । କିନ୍ତୁ ସ୍ୱାଭାବିକ ଈଶ୍ୱର ପ୍ରେମର ଅଭାବ ହେତୁ ସେମାନଙ୍କ ପ୍ରତ୍ୟେକ କର୍ମ ଭଗବତ୍ ପ୍ରୀତ୍ୟର୍ଥେ ହୋଇପାରେ ନାହିଁ । ସେମାନେ ମଧ୍ୟ ସୁଗମତା ପୂର୍ବକ ପରମାତ୍ମାଙ୍କୁ ପାଇ ପାରିବେ । ଏଥିପାଇଁ ସେମାନଙ୍କୁ ସମସ୍ତ କର୍ମର ଫଳେଚ୍ଛା ତ୍ୟାଗ କରିବାକୁ ପଡିବ । କର୍ମର ଫଳେଚ୍ଛାହିଁ ଆସକ୍ତିର କାରଣ । ଦେହ ଅଭିମାନ ତ୍ୟାଗ କରି ଆତ୍ମସ୍ଥ ହୋଇ (ଯତାତ୍ମବାନ୍) କର୍ବ୍ୟ ଦୃଷ୍ଟିରୁ କର୍ମ କଲେ ସେଥିରେ ବନ୍ଧନ ଭୟ ନଥାଏ । ଆତ୍ମସ୍ଥ ବ୍ୟକ୍ତି ସ୍ୱୀୟ ମନ ବୁଦ୍ଧି ଓ ଇନ୍ଦ୍ରିୟାଦିକୁ ସଂଯମିତ କରିପାରେ । ଏହାଦ୍ୱାରା ତା'ମନରେ ବିଷୟ ଚିନ୍ତନ ହ୍ରାସ ପାଏ । ଅନାସକ୍ତ ହୋଇ କର୍ବ୍ୟ କର୍ମ ସମ୍ପାଦନ କଲେ ମଧ୍ୟ ବ୍ୟକ୍ତି ଯୋଗାରୁଢ଼ ହୋଇପାରେ ଏବଂ ଏଥିରୁ ପ୍ରାପ୍ତ ଶାନ୍ତି ଦ୍ୱାରା ସେ ପରମାତ୍ମାନୁଭୂତି ଲାଭ କରି ପାରେ । ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁଚ୍ୟତେ । ଯୋଗାରୂଢ଼ସ୍ୟ ତସ÷୍ୟବ ଶମଃ କାରଣମୁତ୍ୟତେ ।ା୬/୩ାା ଅର୍ଥାତ ଯୋଗାରୂଢ଼ ଅଭିଳାଷୀ ମୁନିର କର୍ମହିଁ ସିଦ୍ଧି ଲାଭର କାରଣ ବୋଲି କୁହାଯାଇଛି ଏବଂ ସେହି ଯୋଗାରୂଢ଼ ମନୁଷ୍ୟକୁ ଯେଉଁ ଶାନ୍ତି ପ୍ରାପ୍ତ ହୁଏ ତାହା ପରମାତ୍ମା ପ୍ରାପ୍ତିର କାରଣ ବୋଲି କଥିତ ହୁଏ ।ା୬/୩ାା ଯଦି ବ୍ୟକ୍ତି ଈଶ୍ୱରୀୟ ସେବା ଭାବରେ ସମସ୍ତ କର୍ମକୁ ରୂପାନ୍ତରିତ କରିପାରେ ନାହିଁ, ତେବେ ତାଙ୍କ ଦ୍ୱାରା ସମ୍ପାଦିତ ପ୍ରତ୍ୟେକ କର୍ମର ପରିଣାମ ପ୍ରତି ନିସ୍ପୃହ ରହିବା ଉଚିତ । ଏହାଦ୍ୱାରା ତାଙ୍କ ବିଷୟ ଭୋଗ କାମନା ନଷ୍ଟ ହେବ । ଯାହାଙ୍କ ମନରେ କାମ ନଥାଏ, ତାଙ୍କ ମନରେ ରାମ ଅର୍ଥାତ ପରମାତ୍ମାହିଁ ବିରାଜିତ ଥାନ୍ତି ।

ପତଞ୍ଜଳି ଯୋଗ ଦର୍ଶନ ଅନୁସାରେ କୌଣସି ଏକ ବିଷୟରେ ସ୍ଥିରତା ବା ସ୍ଥିତି ନିମି ବାରମ୍ବାର ପ୍ରଯନô କରିବାର ନାମ "ଅଭ୍ୟାସ' । ""ଶ୍ରେୟୋ ହି ଜ୍ଞାନମଭ୍ୟାସାତ୍'' (ଯୋଗଦର୍ଶନ୧/୧୩) । ଉଦାହରଣ ସ୍ୱରୂପ ଚଳ ମନକୁ ସ୍ଥିର କରିବା ପାଇଁ ଯେଉଁ ଆସନ, ପ୍ରାଣାୟମ, ଯମ, ନିୟମାଦି କ୍ରିୟା କରାଯାଏ ତାହା ହେଉଛି ଅଭ୍ୟାସ । ଏଥିରେ ଆତ୍ମା,ପରମାତ୍ମା,ସୃଷ୍ଟିଚକ୍ର ଆଦିର ଜ୍ଞାନ ନଥାଏ । ଜ୍ଞାନ ଦ୍ୱାରା ବ୍ୟକ୍ତ୍ି ନିତ୍ୟ ଅନିତ୍ୟର ଭେଦ କରିପାରେ ଏବଂ ସତ୍ୟ ସ୍ୱରୂପ ପରମାତ୍ମାଙ୍କ ପ୍ରତି ତା'ର ଅଭିରୁଚି ବୃଦ୍ଧିପାଏ । ଜ୍ଞାନ ବିନା ପରମାତ୍ମାଙ୍କୁ ଜାଣି ହୁଏ ନାହିଁ । ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବା ପାଇଁ ଜ୍ଞାନ ପ୍ରେରଣା ଦିଏ । ତେଣୁ ଜ୍ଞାନ ବିହୀନ ଅଭ୍ୟାସ ଅପେକ୍ଷା, ଅଭ୍ୟାସ ବିହୀନ ଜ୍ଞାନ ଶ୍ରେଷ୍ଠ । କିନ୍ତୁ କେବଳ ଜ୍ଞାନ ଦ୍ୱାରା ପରମାତ୍ମାଙ୍କୁ ଅନୁଭବ କରି ହୁଏ ନାହିଁ । ଏଥିପାଇଁ ମନର ଏକାଗ୍ରତା ଏକାନ୍ତ ଆବଶ୍ୟକ । ଜ୍ଞାନ ଦ୍ୱାରା ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପର ପରିଚୟ ମିଳେ । ଏହି ସ୍ୱରୂପକୁ ଅନୁଭବ କରିବା ପାଇଁ ମନକୁ ଏକାଗ୍ର କରିବା କ୍ରିୟାର ନାମ ଧ୍ୟାନ । ଧ୍ୟାନ ଦ୍ୱାରା ମନ ନିୟନ୍ତ୍ରଣ ହୁଏ ଓ ଶକ୍ତିଶାଳୀ ହୁଏ । ମନର ସହଜାତ ପ୍ରବୃି ହେଲା ଚଳତା, ବିସ୍ତାରତା । ଚଞ୍ଚଳତା ଦ୍ୱାରା ମାନସିକ ଶକ୍ତି ହ୍ରାସ ହୁଏ । ସୂର୍ଯ୍ୟକିରଣରେ ଉାପ ଥାଏ; କିନ୍ତୁ ତାହା ଦହନ କରିପାରେ  ନାହିଁ । କିନ୍ତୁ  ଉଳ ଯବକାଚ (ଉକ୍ଟଦ୍ଭମବଙ୍ଖର ଖରଦ୍ଭଗ୍ଦର) ଦ୍ୱାରା ସୂର୍ଯ୍ୟକିରଣକୁ ଏକତ୍ର କଲେ ସେଥିରେ ଦାହିକା ଶକ୍ତି ଉପôନ୍ନ ହୁଏ । ମନକୁ ମଧ୍ୟ ଧ୍ୟାନ ଦ୍ୱାରା ନିୟନ୍ତ୍ରଣ କଲେ ତା ମଧ୍ୟରେ ଅସାଧାରଣ ଶକ୍ତି ଉପôନ୍ନ ହୋଇପାରେ  ଓ ଜଣେ ବ୍ୟକ୍ତି ଶାସ୍ତ୍ରାଦି ଅଧ୍ୟୟନ ନ କରି ମଧ୍ୟ ଯଥାର୍ଥ ଜ୍ଞାନ ଲାଭ କରିପାରେ; କାରଣ ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ । ଧ୍ୟାନ ଦ୍ୱାରା ଏହି ଜ୍ଞାନର ବିକାଶ କରାଯାଇପାରେ । ତେଣୁ ଅଧ୍ୟୟନ ବା ଶ୍ରବଣରୁ ପ୍ରାପ୍ତ ଜ୍ଞାନ ଅପେକ୍ଷା ଧ୍ୟାନ ଶ୍ରେଷ୍ଠ । କିନ୍ତୁ ଅଭ୍ୟାସ, ଜ୍ଞାନ ଓ ଧ୍ୟାନଠାରୁ କର୍ମରେ ଥିବା ଫଳାସକ୍ତି ତ୍ୟାଗ ହେଉଛି ଶ୍ରେଷ୍ଠ । କାରଣ ଫଳାସକ୍ତି ସମସ୍ତ ବନ୍ଧନର କାରଣ । ଧ୍ୟାନରେ ମନକୁ ବିଷୟ, ବସ୍ତୁ, ବ୍ୟକ୍ତି, ବା ବୈଭବରୁ ନିଗ୍ରହ କରି ଏକାଗ୍ରତା ଅଭ୍ୟାସ କରିବାକୁ ପଡେ । କିନ୍ତୁ ଯେଉଁ  ବ୍ୟକ୍ତିର ଏସବୁ ପ୍ରତି ଆସକ୍ତି ନାହିଁ ସେ ଇଚ୍ଛା କଲେ ମନକୁ ଏକାଗ୍ର କରି ପାରନ୍ତି ଓ ଧ୍ୟାନସ୍ଥ  ହୋଇ ପାରନ୍ତି । କର୍ମରେ ଫଳେଚ୍ଛା ନ ରଖିବାହିଁ ଗୀତାର କର୍ମଯୋଗ । କର୍ମଯୋଗୀ ସ୍ଥିତପ୍ରଜ୍ଞ (୨/୫୫) ହୋଇଥାନ୍ତି । ସେ ସହଜ ବା ସ୍ୱାଭାବିକ ଭାବରେ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇ ପାରନ୍ତି । ତେଣୁ କର୍ମଫଳ ଆଶା ତ୍ୟାଗ କରିବା ହେଉଛି ଶ୍ରେଷ୍ଠ । କାରଣ ଏହା ଦ୍ୱାରା ତତ୍କ୍ଷଣାତ୍ ପରମ ଶାନ୍ତି ପ୍ରାପ୍ତ ହୁଏ ।

ପରମାତ୍ମାଙ୍କ ପ୍ରିୟ ଯୋଗସିଦ୍ଧ ବ୍ୟକ୍ତିର ଲକ୍ଷଣ

ଅଦ୍ୱେଷ୍ଟା ସର୍ବ ଭୂତାନାଂ ମୈତ୍ରଃ କରୁଣ ଏବ ଚ ।

ନିର୍ମମୋ ନିରହଙ୍କାରଃ ସମଦୁଃଖସୁଖଃ କ୍ଷମୀ ।ା୧୩ାା

ସନ୍ତୁଷ୍ଟଃ ସତତଂ ଯୋଗୀ ଯତାତ୍ମାଦୃଢ଼ନିଶ୍ଚୟଃ ।

ମୟ୍ୟର୍ପିତମନୋ ବୁଦ୍ଧିର୍ଯୋ ମଦ୍ଭକ୍ତଃ ସ ମେ ପ୍ରିୟଃ ।ା୧୪ାା

ଯସ୍ମାନ୍ମୋଦ୍ୱିଜତେ ଲୋକୋ ଲୋକାନ୍ମୋଦ୍ୱିଜତେ ଚ ଯଃ ।

ହର୍ଷାମର୍ଷଭୟୋଦ୍ୱୈଗୈର୍ମୁକ୍ତୋ ଯଃ ସ ଚ ମେ ପ୍ରିୟଃ ।ା୧୫ାା

ଅନପେକ୍ଷଃ ଶୁଚିର୍ଦକ୍ଷ ଉଦାସୀନୋ ଗତବ୍ୟଥଃ ।

ସର୍ବାରମ୍ଭ ପରିତ୍ୟାଗୀ ଯୋ ମଦ୍ଭକ୍ତଃ ସ ମେ ପ୍ରିୟଃ ।ା୧୬ାା 

ଯୋ ନ ହୃଷ୍ୟତି ନ ଦ୍ୱେଷ୍ଟି ନ ଶୋଚତି ନ କାଙ୍କ୍ଷତି ।

ଶୁଭାଶୁଭ ପରିତ୍ୟାଗୀ ଭକ୍ତିମାନ୍ ଯଃ ସ ମେ ପ୍ରିୟଃ ।ା୧୭ାା

ସମଃ ଶତ୍ରୌ ଚ ମିତ୍ରେ ଚ ତଥା ମାନାପମାନୟୋଃ ।

ଶୀତୋଷ୍ଣସୁଖ ଦୁଃଖେଷୁ ସମଃ ସଙ୍ଗବିବର୍ଜିତଃ ।ା୧୮ାା

ତୁଲ୍ୟ ନିନ୍ଦା ସ୍ତୁତି ମୌନୀ ସନ୍ତୁଷ୍ଟୋ ଯେନ କେନଚିତ୍ ।

ଅନିକେତଃ ସ୍ଥିରମତିର୍ଭକ୍ତିମାନ୍ ମେ  ପ୍ରିୟୋ ନରଃ ।ା୧୯ାା

ଅର୍ଥ : ଯିଏ ସମସ୍ତ ପ୍ରାଣୀଙ୍କ ପ୍ରତି ଦୋଷ ଶୂନ୍ୟ, ମିତ୍ର ଭାବାପନ୍ନ, କୃପାଳୁ, ମମତାହୀନ, ଅହଙ୍କାରଶୂନ୍ୟ, ସୁଖଦୁଃଖରେ ସମଭାବାପନ୍ନ, କ୍ଷମାଶୀଳ, ନିରନ୍ତର ସନ୍ତ୍ୁଷ୍ଟ, ଯୋଗୀ, ସଂଯତେନ୍ଦି୍ରୟ, ଦୃଢ଼ନିଶ୍ଚୟ ଏବଂ ମୋଠାରେ ମନ ବୁଦ୍ଧି ସମର୍ପଣକାରୀ, ସେ ଭକ୍ତ ମୋର ପ୍ରିୟ ।ା୧୩-୧୪ାା ଯାହାଠାରୁ ଲୋକେ ଉଦ୍ବେଗ ପ୍ରାପ୍ତ ହୁଅନ୍ତି ନାହିଁ ଏବଂ ଯିଏ ଲୋକମାନଙ୍କଠାରୁ ଉଦ୍ବେଗ ପ୍ରାପ୍ତ ହୁଏ ନାହିଁ ତଥା ଯିଏ ହର୍ଷ, ପରଶ୍ରୀକାତରତା, ଭୟ ଏବଂ ଉଦ୍ବେଗଶୂନ୍ୟ ସେ ମୋର ପ୍ରିୟ ।ା୧୫ାା ଯିଏ ସ୍ପୃହାହୀନ, ପବିତ୍ର, ଆଳସ୍ୟ ରହିତ, ପକ୍ଷପାତ ଶୂନ୍ୟ, ବ୍ୟଥାରହିତ, ସର୍ବବିଧ ଉଦ୍ୟମ ତ୍ୟାଗୀ ସେପରି ଭକ୍ତ ମୋର ପ୍ରିୟ ଅଟନ୍ତି ।ା୧୬ାା ଯିଏ ହର୍ଷିତ ହୁଏ ନାହିଁ, ବିଷଣ୍ଣ ହୁଏ ନାହିଁ, ଦୁଃଖିତ ହୁଏ ନାହିଁ, କାମନା କରେ ନାହିଁ ଏବଂ ଶୁଭାଶୁଭ କର୍ମ ତ୍ୟାଗୀ ସେହି ଭକ୍ତିମାନ ବ୍ୟକ୍ତି  ମୋର ପ୍ରିୟ ।ା୧୭ାା ଯିଏ ଶତ୍ରୁ ଓ ମିତ୍ରଠାରେ ତଥା ମାନ ଓ ଅପମାନରେ ସମଭାବାପନ୍ନ, ଶୀତ, ଗ୍ରୀଷ୍ମ, ସୁଖ ଓ ଦୁଃଖରେ ସମଭାବାପନ୍ନ, ଆସକ୍ତି ରହିତ, ନିନ୍ଦା ଓ ପ୍ରଶଂସାରେ ସମଭାବାପନ୍ନ, ମୌନୀ, ଯଥାଲବ୍ଧ ଅର୍ଥରେ ସନ୍ତୁଷ୍ଟ; ନିଜ ବାସସ୍ଥାନ ପ୍ରତି ନିସ୍ପୃହ, ସ୍ଥିରଚି, ସେପରି ଭକ୍ତିମାନ୍ ବ୍ୟକ୍ତି ମୋର ପ୍ରିୟ ।ା୧୮-୧୯ାା

ବ୍ୟାଖ୍ୟା : ପରମାତ୍ମା ସ୍ୱୟଂ ସମ୍ପୂର୍ଣ୍ଣ, ସର୍ବ ଗୁଣର ସାଗର । ତେଣୁ ମନୁୁଷ୍ୟାତ୍ମା ତାଙ୍କୁ ସ୍ମରଣ କରେ । ପରମାତ୍ମାଙ୍କୁ ସ୍ମରଣ କରୁ କରୁ ଆତ୍ମା ମଧ୍ୟରେ ତାଙ୍କ ସମସ୍ତ ଗୁଣାବଳୀର ବିକାଶ ହେବାକୁ ଲାଗେ । ମନୁଷ୍ୟାତ୍ମା ୧୬ କଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ ଓ ସର୍ବଗୁଣ ସମ୍ପନ୍ନ ହୋଇଯାଏ । କେଉଁ କେଉଁ ଲକ୍ଷଣଗୁଡିକ ପ୍ରକାଶ ପାଇଲେ ବ୍ୟକ୍ତି ପୁରୁଷାର୍ଥର ଚରମ ସୀମାରେ ପହେ ଓ ପରମାତ୍ମାଙ୍କ ପ୍ରିୟ ଭାଜନ ହେବାର ଯୋଗ୍ୟତା ହାସଲ କରିପାରେ ତାହା ଏହି ଅଧ୍ୟାୟର ୧୩ଶରୁ ୧୯ଶ ଶ୍ଳୋକ ମଧ୍ୟରେ ବର୍ଣ୍ଣନା କରାଯାଇଛି ।

ପରମାତ୍ମା ପରାୟଣ ବ୍ୟକ୍ତି ଶତ୍ରୁ ପ୍ରତି ମଧ୍ୟ ଦ୍ୱେଷ ଭାବ ନ ରଖି ମିତ୍ରବତ୍ ବ୍ୟବହାର କରନ୍ତି । ନିନ୍ଦୁକକୁ ମଧ୍ୟ ସେ ନିଜର ପରମ ମିତ୍ର ବୋଲି ମନେ କରନ୍ତି । କାରଣ ନିନ୍ଦୁକ ବ୍ୟକ୍ତି ଯେଉଁ ବିଷୟରେ ନିନ୍ଦା କରନ୍ତି ସେଥିପ୍ରତି ସଚେତନ ବା ସତର୍କ ରହିବାକୁ ପରୋକ୍ଷ ଭାବରେ ସେ ଅବକାଶ ଦିଅନ୍ତି । କାହାରିଠାରୁ ନିଜର ନିନ୍ଦା ଶୁଣି ସେଥିରେ କ୍ଷୁଣ୍ଣ ନ ହୋଇ ବା ନିନ୍ଦୁକ ପ୍ରତି ଶତ୍ରୁଭାବ ନ ରଖି ବ୍ୟକ୍ତି ନିଜ ଦୋଷ ତ୍ରୁଟି ପ୍ରତି ସଚେତନ ହେବା ଉଚିତ । ଏହାଦ୍ୱାରା ସହନଶୀଳତା ଗୁଣର ବିକାଶ ହୁଏ । ନିଜର କୌଣସି ଦୋଷ ନ ଥାଇ ମଧ୍ୟ ଯଦି କିଏ ଅସୂୟା ଭାବ ପୋଷଣ କରି ନିନ୍ଦା କରୁଥାଏ ବା କୌଣସି ଅନିଷ୍ଟ କର୍ମ କରୁଥାଏ ତାକୁ ଉଦାରତା ସହିତ କ୍ଷମା କରିଦେବା ଉଚିତ । ନିଜର ସମସ୍ତ ସାମର୍ଥ୍ୟ ଥାଇ ମଧ୍ୟ ଅନିଷ୍ଟକାରୀକୁ କୌଣସି ଦଣ୍ଡ ବିଧାନ ନ କରିିବା ହେଉଛି କ୍ଷମାଭାବ । ""ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରଇ... ।’’ ଯିଏ ସମସ୍ତ ପ୍ରାଣୀଙ୍କ ପ୍ରତି ଦ୍ୱେଷଭାବଶୂନ୍ୟ ତା' ନିକଟରେ ହେବା ମିତ୍ର ଓ ଦୟାଳୁ ଭାବର ଉପôନ୍ନ  ସମ୍ଭବ । ଅଦ୍ୱେଷ୍ଟ ସର୍ବଭୂତାନଂ ମୈତ୍ରଃ କରୁଣ ଏବ ଚ  । ଦ୍ୱେଷ ଭାବ ଶୂନ୍ୟ ହେଲେ ଯାଇ ମନ ଓ ବୁଦ୍ଧି ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ପାରିବ । ମନର ସାଧାରଣ ସ୍ଥିତିରେ ଅପକାରୀ ଓ ଉପକାରୀ ଉଭୟ ବେଶୀ ମନେ ପଡ଼ନ୍ତି । ତେଣୁ ଅପକାରୀ ପ୍ରତି ଦ୍ୱେଷ ଶୂନ୍ୟ ହେବା ସହିତ ମିତ୍ର ଓ କରୁଣାଭାବ ତଥା ଉପକାରୀ ପ୍ରତି ଅନାସକ୍ତ ଭାବ ମନକୁ ସହଜ ଓ ସ୍ୱାଭାବିକ ଭାବରେ ପରମାତ୍ମାଙ୍କ ସହିତ ଯୁକ୍ତ କରାଏ । ପୁରୁଷାର୍ଥ ମାର୍ଗରେ ମମତା ଓ ଅହଙ୍କାର ଏହି ଦୁଇଟି ବିକାର ମନୁଷ୍ୟାତ୍ମାକୁ ଈଶ୍ୱର ବିମୁଖ କରାଏ । ଦେହ ସହିତ ଦେହ ସମ୍ପର୍କିତ ବ୍ୟକ୍ତି, ବସ୍ତୁ ବା ବୈଭବ ପ୍ରତି ଥିବା ମମତା (ମୋରଭାବ) ବ୍ୟକ୍ତିକୁ ସଂସାର ସହିତ ବାନ୍ଧି ରଖେ । ଏଥିରୁ  ଅହଙ୍କାର ଜାତ ହୁଏ । ଏସବୁ ଜାଣି ଜ୍ଞାନୀ ବ୍ୟକ୍ତି ମମତା ରହିତ ଓ ଅହଙ୍କାର ଶୂନ୍ୟ ହୋଇ ଯାଆନ୍ତି । ନିରହଙ୍କାରୀ ଓ ମମତା ରହିତ ବ୍ୟକ୍ତି ଅନନ୍ୟ ଭାବରେ ପରମାତ୍ମାଙ୍କ ସହିତ ମନକୁ ଏକାଗ୍ର କରି ପାରେ । ଜୀବନ ଯାତ୍ରାରେ ବ୍ୟକ୍ତି କେତେବେଳେ ଅନୁକୂଳ ପରିସ୍ଥିତି ଓ କେତେବେଳେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୁଏ । ଅନୁକୂଳ ପରିସ୍ଥିତି ମନରେ ରାଗ ଓ ହର୍ଷ ଭାବ ଏବଂ ପ୍ରତିକୂଳ ପରିସ୍ଥିତି ଦ୍ୱେଷ ଓ ଶୋକ ଭାବ ଉପôନ୍ନ କରାଏ । ଏହା ମଧ୍ୟ ଏକ ପ୍ରକାର ବିକାର ଓ ବନ୍ଧନର କାରଣ । ତେଣୁ ଅନୁକୂଳ ବା ପ୍ରତିକୂଳ ଉଭୟ ପରିସ୍ଥିତିରେ ଅନ୍ତଃକରଣରେ ହର୍ଷଶୋକାଦି ବିକାର ଉପôନ୍ନ ହେବାକୁ ଦେବା ଉଚିତ ନୁହେଁ । ଦୁଃଖେଷୁ ଅନୁଦ୍ବିଗ୍ନମନା ସୁଖେଷୁ ବିଗତ ସ୍ପୃହା ।

ଅନନ୍ୟ ପ୍ରେମ ପୂର୍ବକ ଯେଉଁ ଜ୍ଞାନୀବ୍ୟକ୍ତିର ବୁଦ୍ଧି ପରମାତ୍ମାଙ୍କ ସହିତ ସଂଲଗ୍ନ ଥାଏ ସେ ହେଉଛି ପ୍ରକୃତ ଯୋଗୀ । ପରମାତ୍ମାଙ୍କଠାରୁ ତାଙ୍କୁ ସମସ୍ତ ପ୍ରାପ୍ତିର ଅନୁଭବ ହୁଏ । ତେଣୁ ସେ ନିରନ୍ତର ସନ୍ତୁଷ୍ଟ ରହନ୍ତି । କାମ୍ୟ ବସ୍ତୁର ପ୍ରାପ୍ତିରେ ବ୍ୟକ୍ତି ସନ୍ତୁଷ୍ଟ ହୁଏ ଓ ତା'ର ଅଭାବରେ ଅସନ୍ତୁଷ୍ଟ ହୁଏ । ସାଂସାରିକ ବିଷୟ ବସ୍ତୁ ଅନିତ୍ୟ; ଏଥିରୁ ଯେଉଁ ସନ୍ତୋଷ ଜାତ ହୁଏ ତାହା କ୍ଷଣିକ ତଥା ଅସ୍ଥାୟୀ । କାରଣ କାମନାର ପୂିର୍ ହେଉଥିବା ପର୍ଯ୍ୟନ୍ତ ବ୍ୟକ୍ତି ସନ୍ତୋଷ ଲାଭ କରେ ଏବଂ ତା'ର ଅଭାବରେ ପୁନଃ ଅସନ୍ତୁଷ୍ଟ ରହେ । କିନ୍ତୁ ଯୋଗୀ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ବୁଦ୍ଧି ଦ୍ୱାରା ତ୍ୟାଗ କରି ନିଜକୁ ଆତ୍ମା ବୋଲି ମନେ କରୁଥିବାରୁ ସେ ସର୍ବଦା ଇନ୍ଦ୍ରିୟ ସଂଯମୀ (ଯତାତ୍ମା) ହୁଅନ୍ତି । ଆତ୍ମା ସ୍ୱୟଂ ନିତ୍ୟ । ତେଣୁ ନିତ୍ୟ ପରମାତ୍ମାଙ୍କ ସହିତ ସେ ନିରନ୍ତର ଯୋଗଯୁକ୍ତ ରହି ପାରେ  ଓ ତାଙ୍କଠାରୁ ଯେଉର୍ଁ ପରମାନନ୍ଦ ମିଳେ ସେଥିରୁ ତାକୁ ବାସ୍ତବିକ ଓ ସ୍ଥାୟୀ ସନ୍ତୋଷ ପ୍ରାପ୍ତ ହୁଏ । ତାଙ୍କର ସମସ୍ତ କାମନା ପୂର୍ଣ୍ଣ ହୋଇଯାଏ । ସଂସାରର କୌଣସି ଘଟଣା, ପରିସ୍ଥିତି, ପଦାର୍ଥରେ ତାଙ୍କର ସନ୍ତୋଷର ଅଭାବ ରହେ ନାହିଁ । କାରଣ ସେ ଜାଣନ୍ତି ଏଗୁଡିକ ଅନିତ୍ୟ । ତେଣୁ ପରମାତ୍ମାଙ୍କଠାରେ ତାଙ୍କ ଦୃଢ଼ ନିଶ୍ଚୟ ଭାବ ଥାଏ । ସେ ଅନିତ୍ୟ ଶରୀରଠାରୁ ନିଜକୁ ପୃଥକ ଅନୁଭବ କରି ଆତ୍ମିକ ସ୍ୱରୂପରେ ନିତ୍ୟ ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପରେ ସ୍ୱୀୟ ବୁଦ୍ଧିକୁ ନିରନ୍ତର ସ୍ଥିର ରଖିଥାନ୍ତି । ପରମାତ୍ମାଙ୍କୁ ସେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରନ୍ତି । ତେଣୁ ତାଙ୍କ ମନରେ କୌଣସି ସଂଶୟ ନଥାଏ । ସଂଶୟ ଯୁକ୍ତ ବୁଦ୍ଧି ଅସ୍ଥିର ହୁଏ । ଅନିତ୍ୟ ଓ ପରିବର୍ନଶୀଳ ସଂସାର ସହିତ ଯୋଗୀର କୌଣସି ସମ୍ବନ୍ଧ ନଥାଏ । ଯୋଗୀ ମନ ବୁଦ୍ଧି ସହିତ ସ୍ୱୟଂକୁ ସମ୍ପୂର୍ଣ୍ଣ ଭାବରେ ପରମାତ୍ମାଙ୍କଠାରେ ସମର୍ପଣ କରିଦେଇଥାଏ । ପରମାତ୍ମାଙ୍କଠାରେ  ଅହେତୁକ ଓ ଅନନ୍ୟ ପ୍ରେମ ଥିବାରୁ ମନ ତାଙ୍କଠାରେ ସ୍ୱାଭାବିକ ଭାବରେ ସ୍ଥିର ରହେ । ଏହି ପରି ଯୋଗୀ ବ୍ୟକ୍ତି ପରମାତ୍ମାଙ୍କ ପରମ ପ୍ରିୟ ଅଟନ୍ତି ।

ଯେଉଁ ବ୍ୟକ୍ତିର ମନ ଓ ବୁଦ୍ଧି ସର୍ବୋତଭାବେ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇଥାଏ ସେ ସ୍ୱାଭାବିକ ଭାବରେ ଅନ୍ୟମାନଙ୍କ ସେବା ଓ କଲ୍ୟାଣକର କର୍ମରେ ତପôର ହୋଇଥାନ୍ତି । ସେ ନିଜ ଜ୍ଞାତସାରରେ କାହାରିକୁ ଦୁଃଖ, ସନ୍ତାପ, ଭୟ ବା କ୍ଷୋଭ କର ନାହିଁ । ତାଙ୍କର ପ୍ରତ୍ୟେକ କ୍ରିୟା କର୍ମ କେବଳ ପରମାତ୍ମାଙ୍କ ଇଚ୍ଛା ଅନୁସାରେ ସମ୍ପନ୍ନ ହୁଏ । ତେଣୁ ସେ କେବେ କାହାରି ଉଦ୍ବେଗର କାରଣ ହୁଅନ୍ତି ନାହିଁ । ଯଦି କୌଣସି କାରଣ ବଶତଃ କାହାରି ଉଦ୍ବେଗ ଜାତ ହୁଏ ତାର ମୂଳ କାରଣ ହେଉଛି ସଂପୃକ୍ତ ବ୍ୟକ୍ତିର ଅଜ୍ଞାନତା ଜନିତ ରାଗ, ଦ୍ୱେଷ ବା ଈର୍ଷା । ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ଜ୍ଞାନୀ ବ୍ୟକ୍ତି ଶତ୍ରୁ ଓ ମିତ୍ର ଉଭୟଙ୍କଠାରେ ସମବୁଦ୍ଧିଯୁକ୍ତ ଅଟନ୍ତି । ତଥାପି ପୂର୍ବ ଜନ୍ମର ପ୍ରାରବ୍ଧ ଫଳ ଅନୁସାରେ ବେଳେବେଳେ ତାଙ୍କୁ ଅନ୍ୟମାନଙ୍କଠାରୁ ଦୁର୍ବ୍ୟବହାର ବା ଦୁଃଖ ମିଳେ ।  କିନ୍ତୁ ପରମାତ୍ମାଙ୍କ ସହିତ ତାଙ୍କର ନିତ୍ୟ ସମ୍ବନ୍ଧ ସ୍ଥାପନ ହୋଇଥିବା ହେତୁ ତାଙ୍କୁ ମହାଦୁଃଖ ମଧ୍ୟ ବିଚଳିତ କରିପାରେ ନାହିଁ । ଯସ୍ମିନ୍ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ (୬/୨୨) । ତେଣୁ ଜ୍ଞାନୀ ବ୍ୟକ୍ତି କୌଣସି ପ୍ରାଣୀ ଦ୍ୱାରା ଉଦ୍ବିଗ୍ନମନା ହୁଅନ୍ତି ନାହିଁ । ମନର ଅସ୍ଥିର ଭାବକୁ ଉଦ୍ବେଗ କୁହାଯାଏ । ଏହା ପରେଚ୍ଛା, ଅନିଚ୍ଛା ଓ ସ୍ୱେଚ୍ଛାକୃତ ହୋଇପାରେ । ସମସ୍ତ ପ୍ରକାର ଚେଷ୍ଟା ସେ୍ୱ କୌଣସି କାର୍ଯ୍ୟରେ ଅକୃତକାର୍ଯ୍ୟ ହେଲେ ତଦ୍ୱାରା ମନ ଉଦ୍ବିଗ୍ନ ହୋଇପଡେ । ନିଜର କୌଣସି କର୍ତ୍ତୃତ୍ୱ ବା ଭୂମିକା ନ ଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ହେତୁ ଲକ୍ଷ୍ୟ ପ୍ରାପ୍ତିରେ ବାଧା ଉପôନ୍ନ ହୁଏ । ଏହା ଅନିଚ୍ଛାକୃତ ହେଲେ ମଧ୍ୟ ମନ ବ୍ୟଥିତ ହୋଇପଡେ । ପରମାତ୍ମାଙ୍କ ପ୍ରତି ଦୃଢ଼ ନିଶ୍ଚୟ ଥିବା ବ୍ୟକ୍ତି (ଜ୍ଞାନୀ) ଏ ସମସ୍ତ ଉଦ୍ବେଗରୁ ସର୍ବଥା ମୁକ୍ତ ଥାଆନ୍ତି ।

ପୁରୁଷାର୍ଥୀର ଜୀବନରେ ହର୍ଷ ଅମର୍ଷ ଓ ଭୟ ବିଘ୍ନ କାରକ । ମନୋନୁକୂଳ ବ୍ୟକ୍ତି, ବସ୍ତୁ, ପରିସ୍ଥିତି ଓ ଘଟଣାରେ ବ୍ୟକ୍ତି ମନରେ ହର୍ଷ ଭାବ ଉପôନ୍ନ ହୁଏ । ଏହା ମଧ୍ୟ ଏକ ପ୍ରକାର ବିକାର । କାରଣ ଏହାର ଅଭାବରେ ମନରେ ଦୁଃଖ ବା ବିଷାଦ ସୃଷ୍ଟି ହୁଏ । ତେଣୁ ସୁଖ ବା ଦୁଃଖ ଉଭୟ ସ୍ଥିତିରେ ବିଚଳିତ ହେବା ଉଚିତ ନୁହେଁ । ନିଜ ଅପେକ୍ଷା ଅନ୍ୟଠାରେ ବେଶୀ ସୁଖ, ସୁବିଧା, ମାନ ସମ୍ମାନ, ଧନ, ଜ୍ଞାନ ଦେଖି କେହି କେହି ଈର୍ଷାନ୍ୱିତ ହୋଇ ପଡନ୍ତି । ସେମାନେ ଅନ୍ୟର ଉନ୍ନତି ସହ୍ୟ କରି ପାରନ୍ତି ନାହିଁ । ଅନ୍ୟର ଉକ୍ରର୍ଷ ସହି ନ ପାରିବାକୁ"ଅମର୍ଷ'କୁହାଯାଏ । ବେଳେବେଳେ ଜ୍ଞାନୀମାନଙ୍କଠାରେ ମଧ୍ୟ ଏହି ସୂକ୍ଷ୍ମ ବିକାର ଦେଖିବାକୁ ମିଳେ । ଯେଉଁ ବ୍ୟକ୍ତି, ବସ୍ତୁ,; ବୈଭବ ବା ବିଷୟରେ ମନ ଆସକ୍ତ ହୋଇଯାଏ ସେଗୁଡିକର ବିୟୋଗ ବା ଅଭାବ ଆଶଙ୍କାରେ ତା'ମନରେ  ଭୟ ସୃଷ୍ଟି ହୁଏ । ଅନ୍ୟାୟ ଓ ଅଧର୍ମ ଉପାୟରେ ଅର୍ଜିତ ବା ପ୍ରାପ୍ତ ଦୁଃଖପ୍ରଦ ପଦାର୍ଥ ସମୂହ ଏବଂ ଧନ ସମ୍ପି ଦ୍ୱାରା ମଧ୍ୟ ବ୍ୟକ୍ତି ସର୍ବଦା  ଭୟଭୀତ ରହେ । ଦେହାଭିମାନୀ ବ୍ୟକ୍ତି ସର୍ବଦା ମୃତୁ୍ୟ ଭୟ କରେ । କିନ୍ତୁ ପରମାତ୍ମାଭିମାନୀ ଜ୍ଞାନୀ ବ୍ୟକ୍ତି ହର୍ଷ,ଅମର୍ଷ ଓ ଭୟ ଏ ତିନି ବିକାରରୁ ମୁକ୍ତ ଥାଆନ୍ତି । ସେ ସର୍ବାନ୍ତଃକରଣରେ କେବଳ ଏକ ପରମାତ୍ମାଙ୍କୁ ପ୍ରେମ କରନ୍ତି; ତେଣୁ ପରମାତ୍ମା ମଧ୍ୟ ତାଙ୍କୁ ପ୍ରେମ କରନ୍ତି । ପ୍ରିୟୋ ହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।ା୭/୧୭ାା

ପରମାତ୍ମାନୁରାଗୀ ଯୋଗୀ କୌଣସି ବ୍ୟକ୍ତି, ବସ୍ତୁ, ପଦାର୍ଥ, ପରିସ୍ଥିତି ଓ ବୈଭବ ପ୍ରତି ଅପେକ୍ଷା ରଖନ୍ତି ନାହିଁ । ତାଙ୍କ ପାଇଁ ପରମାତ୍ମାହିଁ ସବୁ କିଛି । ପରମାତ୍ମାଙ୍କୁ ପ୍ରାପ୍ତ ହେଲା ପରେ ତାଙ୍କର ସମସ୍ତ ଆବଶ୍ୟକତା ଶୂନ୍ୟ ହୋଇଯାଏ । ସେ ମନେ କରନ୍ତି, ""ପାନା ଥା ଯୋ ପା ଲିୟା ଔର ବାକି କ୍ୟା ରହା ?'' ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ କାହାରିଠାରୁ କୌଣସି  ଅନୁକୂଳତା କାମନା କରନ୍ତି ନାହିଁ । କାରଣ  ପରମାତ୍ମାଙ୍କ ପ୍ରତି ତାଙ୍କର ଅଖଣ୍ଡ ବିଶ୍ୱାସ ଥାଏ । ଶରୀର ନିର୍ବାହ ପାଇଁ ଆବଶ୍ୟକ ପଦାର୍ଥଗୁଡିକ ପାଇବା ମଧ୍ୟ ସେ କାହା ଉପରେ ନିର୍ଭର କରନ୍ତି ନାହିଁ । କାରଣ ସେ ଜାଣନ୍ତି ଯେ, କୌଣସି ଇଚ୍ଛା, ସ୍ପୃହା ବା ସଂକଳ୍ପ ନ କଲେ ମଧ୍ୟ ପ୍ରାରବ୍ଧ ଅନୁସାରେ ସମସ୍ତ କ୍ରିୟା ଆପଣାଛାଏଁ ହେବ । ଜୀବନ ନିର୍ବାହ ପାଇଁ ଆବଶ୍ୟକ ସମସ୍ତ ପଦାର୍ଥ ତାଙ୍କୁ ଅଯାଚିତ ଭାବରେ ପ୍ରାପ୍ତ ହୁଏ । ହିନ୍ଦିରେ ଏକ ଉକ୍ତି ପ୍ରଚଳିତ ଅଛି; ""ବିନ୍ ମାଁଗେ ମୋତି ମିଲେ, ମାଁଗେ ନ ମିଲେ ଭିଖ୍ ।'' ଅନପେକ୍ଷ(ଅପେକ୍ଷାଶୂନ୍ୟ) ବ୍ୟକ୍ତିମାନଙ୍କ ପାଇଁ ଏହି ଉକ୍ତି ପ୍ରଜୁଜ୍ୟ ।

ଶରୀର, ମନ, ବଚନ, କର୍ମରେ ସମ୍ପୁର୍ଣ୍ଣ ପବିତ୍ରତା ପାଳନ ବିନା ପରମାତ୍ମା ପ୍ରାପ୍ତି ସମ୍ଭବ ନୁହେଁ । ଈଶ୍ୱରୀୟ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଦେହାଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ଥିବାରୁ ତାଙ୍କ ଅନ୍ତଃକରଣ କାମକ୍ରୋଧାଦି ବିକାରଗୁଡିକ ଦ୍ୱାରା ଦୂଷିତ ହୁଏ ନାହିଁ । ପରମାତ୍ମାଙ୍କ ପ୍ରତି ଅନନ୍ୟ ପ୍ରେମଭାବ ହେତୁ ତାଙ୍କ ମନ, ବୁଦ୍ଧି, ଇନ୍ଦ୍ରିୟ, ଆଚାର, ବ୍ୟବହାର ଏବଂ ଶରୀରାଦି ପବିତ୍ର ହୋଇଯାଏ । ଏପରି ବ୍ୟକ୍ତିଙ୍କ ବାଣୀ, ସ୍ପର୍ଶ, ଦର୍ଶନ ମଧ୍ୟ ଅନ୍ୟମାନଙ୍କ ମନରେ ପବିତ୍ର ଭାବ ସାର କରେ । ମାନବ ଜୀବନର ଏକମାତ୍ର ଉଦ୍ଧେଶ୍ୟ ହେଉଛି ପରମାତ୍ମା ପ୍ରାପ୍ତି । ସଂସାର ଓ ସାଂସାରିକ ଭୋଗ୍ୟ ପଦାର୍ଥଗୁଡିକର ଅନିତ୍ୟତାକୁ ହୃଦୟଙ୍ଗମ କରି ସ୍ୱୀୟ ପବିତ୍ରତାର ପରାକାଷ୍ଠାରେ ନିଜ ଜୀବନକାଳରେ ପରମାତ୍ମାଙ୍କୁ ଯେଉଁମାନେ ପ୍ରାପ୍ତ ହୋଇ ପାରିଛନ୍ତି ସେମାନେ ପ୍ରକୃତରେ ଦକ୍ଷ ବା ଚତୁର ପଦବାଚ୍ୟ ହୁଅନ୍ତି । ମଣିଷ ଶରୀର ବିନାଶୀ ଓ ଅନିତ୍ୟ । ଏହି ଶରୀରରେ ଯିଏ ଅବିନାଶୀ ଓ ସତ୍ୟ ସ୍ୱରୂପ ପରମାତ୍ମାଙ୍କୁ ପ୍ରାପ୍ତ ହୋଇପାରିଛନ୍ତି ସେମାନେ ଯଥାର୍ଥରେ ବିବେକୀ ଓ ଚତୁର ବ୍ୟକ୍ତି । ଏକଥା ଶ୍ରୀମଦ୍ଭାଗବତରେ ମଧ୍ୟ ଉଲ୍ଲେଖ ହୋଇଛି । 

ଏଷା ବୁଦ୍ଧିମତାଂ ବୁଦ୍ଧିର୍ମନୀଷା ଚ ମନୀଷିଣାମ୍ ।

ଯତ୍ସତ୍ୟମନୃତେନେହ ମେର୍୍ୟନାପ୍ନୋତି ମାମୃତମ୍ ।ା

                              ।ା ଶ୍ରୀମଭା.୧୧/୭୯/୨୨ାା

(ସାଂସାରିକ ବସ୍ତୁ,ବୈଭବ, ମାନସମ୍ମାନ, ପଦପଦବୀ ପ୍ରଭୃତିରେ ଦକ୍ଷତା ମନୁଷ୍ୟ ମନ ମଧ୍ୟରେ ଅହଙ୍କାର ଓ ଅଭିମାନ ସୃଷ୍ଟି କରି ପରିଣାମରେ ତା'ର ପତନର କାରଣ ହୁଏ । ତେଣୁ ଯାହା ପାଇଲେ ଆଉ କୌଣସି ପଦାର୍ଥ ପାଇବାର ଆକାଙ୍କ୍ଷା ମଧ୍ୟ ରହେ ନାହିଁ ତାହା ପ୍ରାପ୍ତି ପାଇଁ ନିଜକୁ ସଂମ୍ପୂର୍ଣ୍ଣ ସମର୍ପିତ କରିବାରେ ଚତୁରତାର ପରାକାଷ୍ଠା ନିହିତ ।)

ପରମାତ୍ମା ପ୍ରାପ୍ତ ବ୍ୟକ୍ତି ସର୍ବଦା ଉଦାସୀନ ରହନ୍ତି । ଉଦାସୀନର ଆଭିଧାନିକ ଅର୍ଥ ତଟସ୍ଥ ବା ପକ୍ଷପାତିତା ରହିତ । ଯଦି କୌଣସି ବ୍ୟକ୍ତି ବିବାଦ ସମୟରେ, ନ୍ୟାୟାଳୟରେ ସାକ୍ଷ୍ୟ ଦେବାବେଳେ ନିଜର ଜ୍ଞାତି କୁଟୁମ୍ବ ବା ଉପକାରୀଙ୍କ ସପକ୍ଷରେ  ମିଥ୍ୟା ସାକ୍ଷ୍ୟ ଦେଇ ସାହାଯ୍ୟ କରିବାର ପ୍ରୟାସ କରନ୍ତି ତା'ହେଲେ ସେହି କର୍ମକୁ ଅନ୍ୟାୟପୂର୍ଣ୍ଣ ପକ୍ଷପାତିତା କୁହାଯାଏ । କିନ୍ତୁ ପରମାତ୍ମାଙ୍କ ପ୍ରିୟ ବ୍ୟକ୍ତି ସର୍ବଦା ସତ୍ୟପରାୟଣ ହୋଇଥିବାରୁ ଶତ୍ରୁ ଓ ମିତ୍ର ଉଭୟଙ୍କଠାରେ ସମଭାବ ରଖନ୍ତି । ଅପକାରୀ ପ୍ରତି ତାଙ୍କ ଅନ୍ତଃକରଣରେ ସାମାନ୍ୟ ମାତ୍ର ଦ୍ୱେଷଭାବ ମଧ୍ୟ ଥାଏ ନାହିଁ । କାରଣ ଶତ୍ରୁ ମିତ୍ର ଭାବ ଶାରୀରିକ ସମ୍ବନ୍ଧରୁ ସୃଷ୍ଟି ହୁଏ । କିନ୍ତୁ ପରମାତ୍ମା ପରାୟଣ ବ୍ୟକ୍ତି  ସର୍ବଥା ଦେହାଭିମାନରୁ ମୁକ୍ତ ଥିବାରୁ ପ୍ରତ୍ୟେକ ମନୁଷ୍ୟକୁ ଆତ୍ମା ରୂପରେ ଦେଖନ୍ତି । ପ୍ରତ୍ୟେକ ଆତ୍ମା ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ପରସ୍ପରଙ୍କୁ ଭାଇ ଭାଇ ଦୃଷ୍ଟିରେ ଦେଖନ୍ତି । ତେଣୁ କାହାରି ପ୍ରତି ତାଙ୍କର ଶତ୍ରୁ ମିତ୍ର ଭେଦଭାବ ରହି ନ ଥିବାରୁ ସେ ସର୍ବଦା ପକ୍ଷପାତିତାଶୂନ୍ୟ ରହନ୍ତି ।

ସଂସାର ପ୍ରତି ଆସକ୍ତି ହେଉଛି ସମସ୍ତ ଦୁଃଖର କାରଣ । ଶାରୀରିକ ଦୃଷ୍ଟିରେ ବ୍ୟକ୍ତି ସୁଖ ଓ ଦୁଃଖ ପ୍ରଭେଦ ମଧ୍ୟରେ ବିଚାର କରେ । ମନୋନୁକୂଳ ବା ଇପ୍ସିତ ବ୍ୟକ୍ତି, ବସ୍ତୁ, ବୈଭବ, ପରିସ୍ଥିତି ବା ଘଟଣା ବ୍ୟକ୍ତିକୁ ସୁଖ ପ୍ରଦାନ କରେ ଏବଂ ଏହାର ଅଭାବରେ ସେ ଦୁଃଖୀ ହୋଇ ପଡ଼େ । ଅନୁକୂଳ ପରିସ୍ଥିତି ମନରେ ଆନନ୍ଦ ଓ ପ୍ରତିକୂଳ ପରିସ୍ଥିତି ମନରେ ଦୁଃଖ ଜାତ କରାଏ । ସୁତରାଂ ରାଗ, ଦ୍ୱେଷ, ହର୍ଷ, ବିଷାଦ ଯୋଗୁ ମନର ଅସ୍ଥିର ଭାବକୁ ବ୍ୟଥା କୁହାଯାଏ । ଯୋଗୀର ମନ ଓ ବୁଦ୍ଧି ପରମାତ୍ମାଙ୍କଠାରେ ସ୍ଥିର ରହୁଥିବାରୁ ସେ ସମସ୍ତ ପ୍ରକାର ସାଂସାରିକ ବ୍ୟଥାରୁ ମୁକ୍ତ ଥାଏ । ପରମାତ୍ମାନୁରାଗୀ ବ୍ୟକ୍ତିଙ୍କ କୃର୍ତ୍ୱାଭିମାନ ନ ଥିବାରୁ ସେ ""ସର୍ବାରମ୍ଭ ପରିତ୍ୟାଗୀ'' ଅଟନ୍ତି । ସାଂସାରିକ ବିଷୟ ଭୋଗ କାମନାରେ ମଣିଷ ଯେଉଁ ନୂଆ ନୂଆ କର୍ମର ଉଦ୍ୟମ କରେ ତାକୁ "ଆରମ୍ଭ' କୁହାଯାଏ । ଏଥିରେ ଶାରୀରିକ ସୁଖର ପ୍ରାଧାନ୍ୟ ଥିବାରୁ ଅଭିମାନ ବଶତଃ ମଣିଷ ତା'ପାଖରେ ଥିବା ଧନ ସମ୍ପି ବାସଗୃହ ଆଦିର ସ୍ୱାମୀ ବୋଲି ନିଜକୁ ମନେ କରେ । ତେଣୁ ଏହାର କ୍ଷୟ କ୍ଷତିରେ ଦୁଃଖୀ ହୁଏ । କିନ୍ତୁ ଯିଏ ପ୍ରକୃତ ପରମାତ୍ମା ପ୍ରେମୀ ସେ ନିଜର ବ୍ୟକ୍ତିଗତ ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ବା ମାନ ସମ୍ମାନ ପ୍ରାପ୍ତି ପାଇଁ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି ନାହିଁ । ତାଙ୍କର ପ୍ରତ୍ୟେକ କର୍ମ କେବଳ ବିଶ୍ୱ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥାଏ ଓ ପ୍ରତ୍ୟେକ କର୍ମ ପରମାତ୍ମାଙ୍କ ନିମି ଭାବରେ ସମ୍ପାଦନ କରୁଥିବାରୁ ସେଥିରେ ତାଙ୍କ କର୍ା ଭାବ ମଧ୍ୟ ନ ଥାଏ ।

ପରମାତ୍ମା ପ୍ରାପ୍ତି ହେଲା ପରେ ବ୍ୟକ୍ତିର ହର୍ଷ, ଦ୍ୱେଷ, ରାଗ ଓ ଶୋକ ଏହି ଚର୍ତୁବିଧ ବିକାର ନଷ୍ଟ ହୋଇଯାଏ ଏବଂ ସେ ଶୁଭାଶୁଭ ସମସ୍ତ କର୍ମର ଉଦ୍ଧ୍ୱର୍କୁ ଚାଲିଯାଆନ୍ତି । ପ୍ରିୟ ବସ୍ତୁର ପ୍ରାପ୍ତି ଏବଂ ଅପ୍ରିୟ ବସ୍ତୁର ବିୟୋଗରେ "ହର୍ଷ' ହୁଏ । ଅପର ପକ୍ଷରେ ପ୍ର୍ରିୟ ବସ୍ତୁର ବିୟୋଗ ଓ ଅପ୍ରିୟ ବସ୍ତୁର ପ୍ରାପ୍ତିରେ ଶୋକ ହୁଏ । ରାଗ, ଦ୍ୱେଷହିଁ ହର୍ଷ ଓ ଶୋକର କାରଣ । ପ୍ରିୟ ବସ୍ତୁ ପ୍ରତି ଅନୁରାଗ  ଓ ଅପ୍ରିୟ ବସ୍ତୁ ପ୍ରତି ଦ୍ୱେଷ ହୁଏ । ଏଗୁଡିକ ଅଜ୍ଞାନତାରୁ ଉପôନ୍ନ । ଜ୍ଞାନ ସୂର୍ଯ୍ୟ ପରମାତ୍ମାଙ୍କୁ ପ୍ରାପ୍ତ ବ୍ୟକ୍ତି ଏହି ଅଜ୍ଞାନ ଅନ୍ଧକାରରୁ ସର୍ବଥା ମୁକ୍ତ । ସାଂସାରିକ କୌଣସି ବିଷୟ ପ୍ରାପ୍ତିର କାମନା ତାଙ୍କର ନ ଥାଏ । ତେଣୁ ସେ ରାଗ ଦ୍ୱେଷରୁ ସମ୍ପୁର୍ଣ୍ଣ ମୁକ୍ତ ଥାନ୍ତି । ଯାହାର ଅନ୍ତଃକରଣରେ ଜ୍ଞାନ ସୂର୍ଯ୍ୟ ସଦା ପ୍ରକାଶମାନ ତାଙ୍କଠାରେ ଅଜ୍ଞାନ ଅନ୍ଧକାର ରହିବ ବା କିପରି ? ସେ ଉପରୋକ୍ତ ଚାରୋଟି ବିକାରରୁ ମୁକ୍ତ ଥିବାରୁ କୌଣସି କର୍ମ ତାଙ୍କ ପାଇଁ ବନ୍ଧନର କାରଣ ହୁଏ ନାହିଁ । ତାଙ୍କ ଦ୍ୱାରା ଅଶୁଭ କର୍ମ ହେବାର ସମ୍ଭାବନା ନ ଥାଏ । ତାଙ୍କର ପ୍ରତ୍ୟେକ କର୍ମ ଶୁଭ ହୋଇଥାଏ । ସ୍ୱାଭାବିକ ଭାବରେ ତାଙ୍କ ଦ୍ୱାରା ଶୁଭ କର୍ମ ଯେପରି ଆଚରିତ ହୁଏ ସେହିପରି ଅଶୁଭ କର୍ମ ତ୍ୟାଜ୍ୟ ହୋଇଥାଏ । ସେଥିରେ ତାଙ୍କର ରାଗ ବା ଦ୍ୱେଷର ଚିହ୍ନ ମଧ୍ୟ ନଥାଏ । ସେହିପରି ଭକ୍ତିମାନ ବ୍ୟକ୍ତିଙ୍କୁ ଶୁଭାଶୁଭ ପରିତ୍ୟାଗୀ ବୋଲି କୁହାଯାଏ । ପରମାତ୍ମାଙ୍କୁ ଅନନ୍ୟ ଭାବରେ ପ୍ରେମ କରୁଥିବା ଏହିପରି ଯୋଗୀ ବ୍ୟକ୍ତି ତାଙ୍କର ଅତି ପ୍ରିୟ ହୁଅନ୍ତି ।

ପରମାତ୍ମାନୁରାଗୀ ଜ୍ଞାନୀ ବ୍ୟକ୍ତି ତାଙ୍କ ପ୍ରଶଂସକ, ସମର୍ଥକ ଓ ଉପକାରୀମାନଙ୍କୁ ଯେପରି ମିତ୍ରତା ପୂର୍ଣ୍ଣ ଦୃଷ୍ଟିରେ ଦେଖନ୍ତି ସେପରି ନିନ୍ଦୁକ, ଅପକାରୀ ଓ ବିରୋଧୀମାନଙ୍କ ପ୍ରତି କୌଣସି ଦ୍ୱେଷ ଭାବନା ନ ରଖି ମିତ୍ରବତ୍ ବ୍ୟବହାର କରନ୍ତି । ତାଙ୍କର କାହାପ୍ରତି କୌଣସି ପକ୍ଷପାତୀ ବିଚାର ନ ଥାଏ । କାରଣ ତାଙ୍କ ମଧ୍ୟରେ ରାଗ ଦ୍ୱେଷର ସର୍ବଥା ଅଭାବ ଥାଏ । ରାଗଦ୍ୱେଷ ଥିବା ପର୍ଯ୍ୟନ୍ତ ସମତା ଆସେ ନାହିଁ । ସମତା ବିନା ଯୋଗ ସିଦ୍ଧି ହୁଏ ନାହିଁ । ପରମାତ୍ମା ପ୍ରାପ୍ତିର ଏକମାତ୍ର ମାଧ୍ୟମ ହେଉଛି ଯୋଗ । ମନ, ବୁଦ୍ଧି, ବଚନ ଓ କର୍ମରେ ନିରନ୍ତର ଈଶ୍ୱରୀୟ ସ୍ମୃତି ସମ୍ପନ୍ନ ହୋଇ ରହିବାର ନାମ ଯୋଗ । ଏହିପରି ଯୋଗୀ ବ୍ୟକ୍ତିଙ୍କୁ ହୁଏତ ସଂସାରର କେହି କେହି ଅଜ୍ଞାନତା ବଶତଃ ବା ଈର୍ଷାନ୍ୱିତ ହୋଇ ନିନ୍ଦା, କୁତ୍ସାରଟନା, ଭର୍ସନା, ଅସହଯୋଗ ବା କ୍ଷତି କରନ୍ତି । କିନ୍ତୁ ଯୋଗୀ ବ୍ୟକ୍ତି ଏହାଦ୍ୱାରା ବ୍ୟଥିତ ହୁଅନ୍ତି ନାହିଁ ବା ଶତ୍ରୁତା ଆଚରଣକାରୀ ପ୍ରତି ଦ୍ୱେଷ ଭାବ ପୋଷଣ କରନ୍ତି ନାହିଁ । କାରଣ ସେ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧର ଉଦ୍ଧ୍ୱର୍କୁ ଉଠିଯାଇଥାନ୍ତି । ତାଙ୍କ ଦୃଷ୍ଟିରେ ସମସ୍ତ ଦେହଧାରୀ ଏକ ଏକ ଚୈତନ୍ୟ ଆତ୍ମା ଓ ପରମାତ୍ମାଙ୍କ ସନ୍ତାନ । ଶରୀର ସହିତ ତାଙ୍କର ଆସକ୍ତି ରହୁ ନଥିବାରୁ ମାନ, ଅପମାନ, ଶୀତ-ଉଷ୍ଣ, ସୁଖ-ଦୁଃଖ, ନିନ୍ଦା-ସ୍ତୁତି ଆଦି ଦ୍ୱନ୍ଦାତ୍ମକ ପରିସ୍ଥିତିରେ ମଧ୍ୟ ସେ ରାଗଦ୍ୱେଷର ପ୍ରଭାବରେ ନ ଆସି ସର୍ବଦା ସମ ରହନ୍ତି । ତାଙ୍କ ଅନ୍ତଃକରଣରେ ବିଷମତାର ଅଣୁମାତ୍ର ଅଂଶ ମଧ୍ୟ ନଥାଏ ।

ଉପର୍ଯୁକ୍ତ ଲକ୍ଷଣଯୁକ୍ତ ବ୍ୟକ୍ତି ପ୍ରକୃତରେ ମୌନୀ ପଦବାଚ୍ୟ । ମୌନୀର ଅର୍ଥ ମନନଶୀଳ । କେବଳ ପାଟି ଦ୍ୱାରା କୌଣସି କଥାବାର୍ା ନ କରିବା ମୌନ ନୁହେଁ । ଏହା କେବଳ ବାଚିକ ମୌନ । ମଣିଷର ମନ ଭିତରେ ଅବିରତ କଥାବାର୍ା ଚାଲୁଥାଏ । ଅନବରତ ବିଷୟ ଚିନ୍ତନହିଁ ମନର ବାଣୀ । ମନକୁ ବିଷୟ ଚିନ୍ତନରୁ ଓହରାଇ ନେଇ  କେବଳ ଈଶ୍ୱରୀୟ ଜ୍ଞାନ ଓ ପରମାତ୍ମାଙ୍କ ସ୍ୱରୂପର ମନନ କରିବା ହେଉଛି ଯଥାର୍ଥ ମୌନତା । ବାଚିକ ମୌନ ସର୍ବଦା ସମ୍ଭବ ନୁହେଁ । ପାଟି ବନ୍ଦ ରଖିଲେ ଈଶ୍ୱରୀୟ ଜ୍ଞାନ ପ୍ରଚାର ପ୍ରସାର ଓ ବାଚିକ ସେବା ହୋଇ ପାରିବ ନାହିଁ । ତେଣୁ ଯିଏ ସାଂସାରିକ ବିଷୟ ବସ୍ତୁ, ବୈଭବ ଜନିତ ସଂକଳ୍ପ ବିକଳ୍ପ ଗୁଡିକର କୋଳାହଳରୁ ମନକୁ ମୁକ୍ତ ରଖି ପରମାତ୍ମାଭିମୁଖୀ କରାଇଛି ସେହିଁ ପ୍ରକୃତ ମୌନୀ  ବା ମୁନି ।

ଯେଉଁ ବ୍ୟକ୍ତି ଅନନ୍ୟ ଭାବରେ ଈଶ୍ୱରୀୟ ଜ୍ଞାନ ଓ ସ୍ୱରୂପ ମନନ ତଥା ସେବାରେ ସର୍ବଦା ତପôର ଥାନ୍ତି ସେ ନିଜର ବ୍ୟକ୍ତିଗତ ଶରୀର  ନିର୍ବାହ ହେତୁ ଯେତେବେଳେ ଯାହା କିଛି ସ୍ୱାଭାବିକ ଭାବରେ ପ୍ରାପ୍ତ ହୋଇଥାନ୍ତି ସେଥିରେ ସନ୍ତୁଷ୍ଟ ରହନ୍ତି । ଏପରି ବ୍ୟକ୍ତି କେବେ କୌଣସି ଅଭାବ ଅନୁଭବ କରନ୍ତି ନାହିଁ । କାରଣ ତାଙ୍କର ଭରଣ ପୋଷଣ ଦାୟିତ୍ୱ ପରମାତ୍ମାଙ୍କ ଉପରକୁ ଚାଲିଯାଏ । ତାଙ୍କର ସାଂସାରିକ ଭୋଗ ବିଳାସ ପ୍ରତି କୌଣସି କାମନା ନ ଥିବାରୁ ସେ ପାର୍ଥିବ ଧନ ସମ୍ପି ଅର୍ଜନରେ ସମୟ ନଷ୍ଟ କରନ୍ତି ନାହିଁ । ସହଜ ଓ ସ୍ୱାଭାବିକ କର୍ମ ଦ୍ୱାରା ପ୍ରାରବ୍ଧାନୁସାରେ ଶରୀର ଭରଣ ପୋଷଣ ପାଇଁ ତାଙ୍କୁ ଯାହା ମିଳେ ସେଥିରେ ସେ ସନ୍ତୁଷ୍ଟ ହୁଅନ୍ତି । ଏହି ସନ୍ତୁଷ୍ଟି ପ୍ରତ୍ୟେକ ଅନୁକୂଳ ବା ପ୍ରତିକୂଳ ପରିସ୍ଥିତିରେ ତାଙ୍କ ସମତାକୁ ବଜାୟ ରଖେ ।  ଘର ସଂସାର କରି ମଧ୍ୟ ସଂସାର ବା ନିଜ ବାସଗୃହ ପ୍ରତି ତାଙ୍କର କୌଣସି ମୋହ ମମତା ନ ଥାଏ । ତେଣୁ ତାଙ୍କୁ "ଅନିକେତ' କୁହାଯାଏ । ଏହାର ଆକ୍ଷରିକ ଅର୍ଥ ଯାହାର କୌଣସି ବାସଗୃହ ନାହିଁ । କେବଳ ଗୃହ ତ୍ୟାଗ କଲେ କେହି ସନ୍ନ୍ୟାସୀ ହୋଇଯାଏ ନାହିଁ । ଅନେକ ସମୟରେ ଗୃହତ୍ୟାଗୀ ସନ୍ନ୍ୟାସୀମାନଙ୍କ ପାଇଁ "ଅନିକେତ' ଶବ୍ଦର ପ୍ରୟୋଗ କରାଯାଏ । କିନ୍ତୁ  ଗୀତା ଅନୁସାରେ ଯିଏ ଘର ବା ସଂସାରରେ ଥାଇ ମଧ୍ୟ ନିଜ ମନରୁ ଆସକ୍ତି ତ୍ୟାଗ କରିଛି  ସିଏ ହିଁ ପ୍ରକୃତ ଗୃହତ୍ୟାଗୀ ଓ "ଅନିକେତ' ପଦବାଚ୍ୟ । ପରମାତ୍ମାଙ୍କ ପ୍ରତ୍ୟକ୍ଷ ଅନୁଭବ ଥିବାରୁ ତାଙ୍କର ବିଶ୍ୱାସ ଦୃଢ଼ ଏବଂ ନିଶ୍ଚୟ, ଅଟଳ ଓ ନିଶ୍ଚଳ ହୁଏ । ବିଷୟ ବିକାରରେ ସେ ବଶୀଭୂତ ହେଉ ନଥିବାରୁ ତାଙ୍କର ମନ ଈଶ୍ୱରୀୟ ସ୍ମୃତିରୁ ବିଚଳିତ ହୁଏ ନାହିଁ । ତେଣୁ  ତାଙ୍କୁ ସ୍ଥିର ମତି କୁହାଯାଏ । ସେପରି ବ୍ୟକ୍ତିହିଁ ପ୍ରକୃତରେ ଭକ୍ତିମାନ ଓ ପରମାତ୍ମାଙ୍କ ପ୍ରିୟ ଅଟନ୍ତି ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର