ସହନଶୀଳତା
ମାନବ ସମାଜରେ ପ୍ରତ୍ୟେକ ବ୍ୟକ୍ତିର ସ୍ୱଭାବ-ସଂସ୍କାର ଓ ପସନ ଭିନ୍ନ ଭିନ୍ନ । ପ୍ରତ୍ୟେକ ·ହାନ୍ତି ସବୁକିଛି ତାଙ୍କ ଅନୁକୂଳ ହେଉ ପ୍ରତ୍ୟେକ ପରିସ୍ଥିତି ତାଙ୍କ ଇଚ୍ଛାନୁସାରେ ହେଉ ଏବଂ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପସନ୍ଦ ଅନୁସାରେ ବ୍ୟବହାର କରନ୍ତୁ । ପ୍ରତିକୂଳ ପରିସ୍ଥିତିରେ ସେଭଳି ବ୍ୟକ୍ତିଙ୍କ ମନ ଓ ମସ୍ତିଷ୍କ ଅସ୍ଥିର ହୋଇଯାଏ ଓ ଉକ୍ତ ପରିସ୍ଥିତି ପ୍ରତି ତାଙ୍କର ବିରୋଧାଭାବ ଉପôନ୍ନ ହୁଏ । ପ୍ରତିକୂଳ ପରିସ୍ଥିତି ପ୍ରତି ପ୍ରତିରୋଧ ଜନିତ ଉେଜନାକୁ କ୍ରୋଧ କୁହାଯାଏ । ଅନ୍ୟ ପକ୍ଷରେ ଏହିପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜଣେ ଯଦି ଉେଜିତ ନ ହୋଇ ତଟସ୍ଥତା ପୂର୍ବକ ତାର ସମ୍ମୁଖୀନ ହୋଇ ନିଜର ମାନସିକ ସନ୍ତୁଳନ ବଜାୟ ରଖେ ଓ ତଦନୁସାରେ ନିଜକୁ ପରିବର୍ନ କରେ ତେବେ ସେହି ଗୁଣକୁ ସହନଶୀଳତା କୁହାଯାଏ ।
ପରିସ୍ଥିତିକୁ ପରିବର୍ନ କରି ନିଜ ଆନୁକୂଳ ବନାଇବା ସମ୍ଭବ ନୁହେଁ । କାରଣ ଏହା କାହାରି ବଶବର୍ୀ ନୁହେଁ । ମନୁଷ୍ୟ ପରିସ୍ଥିତିର ମାଲିକ ନୁହେଁ । କିନ୍ତୁ ସେ ସ୍ୱୟଂର ମାଲିକ ଅଟେ । କାରଣ ସେ ତାର ସଂସ୍କାର, ସ୍ୱଭାବ ଏବଂ ଆବଶ୍ୟକତା ଗୁଡିକୁ ନିୟନ୍ତ୍ରଣ କରିପାରିବ । ଯେଉଁ ପରିସ୍ଥିତିକୁ କୌଣସି ଉପାୟରେ ମଧ୍ୟ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ, ସେତେବେଳେ ତା ସହିତ ବୁଝାମଣା ପୂର୍ବକ ନିଜକୁ ପରିବର୍ନ ସେତେବେଳେ ତା ସହିତ ବୁଝାମଣା ପୂର୍ବକ ନିଜକୁୁ ପରିବର୍ନ କରିବା ଉଚିତ । ଇଂରାଜୀରେ ଲକ ଭକ୍ତି ଅଛି, ଣକ୍ଟଙ୍କ ମବଦ୍ଭ ଦ୍ଭକ୍ଟଗ୍ଧ ମଷବଦ୍ଭଶର ଗ୍ଧଷର କ୍ଟ୍ରକ୍ସକ୍ଟଭକ୍ଷରଜ୍ଞ, ଭଙ୍କଗ୍ଧ ଚ୍ଚକ୍ଟଙ୍କ ମବଦ୍ଭ ମଷବଦ୍ଭଶର ଚ୍ଚକ୍ଟଙ୍କକ୍ସ ବଗ୍ଧଗ୍ଧସଗ୍ଧଙ୍କୟର ଗ୍ଧକ୍ଟଙ୍ଗବକ୍ସୟଗ୍ଦ ଗ୍ଧଷର କ୍ଟ୍ରକ୍ସକ୍ଟଭକ୍ଷରଜ୍ଞ. ପରିସ୍ଥିତିକୁ ପରିବର୍ନ କରିବାରେ ସମୟ ଓ ସାମର୍ଥ୍ୟ ନଷ୍ଟ କରିବା ଅପେକ୍ଷା ତା’ ପ୍ରତି ନିଜର ଦୃଷ୍ଟିକୋଣକୁ ପରିବର୍ନ କରିବା ହିଁ ବୁଦ୍ଧିମାନୀ । ପରିସ୍ଥିତି ଅନୁରୂପ ନିଜକୁ ପରିବର୍ନ କରିବା ପାଇଁ ତ୍ୟାଗ ଓ ସହନଶୀଳତା ଆବଶ୍ୟକ ହୁଏ । ବ୍ୟକ୍ତି ଯେତେବେଳେ ନିଜକୁ ପରିବର୍ନ କରିବାକୁ ସକ୍ଷମ ହୋଇଯାଏ ସେତେବେଳେ ଧୀରେ ଧୀରେ ତା ମଧ୍ୟରେ ଅନେକ ସକାରାତ୍ମକ ଗୁଣଗୁଡିକର ସୃଜନ ହେବାକୁ ଲାଗେ । ତେଣୁ ପରିସ୍ଥିତିକୁ ନୁହେଁ ନିଜ ମନୋସ୍ଥିତିକୁ ପରିବର୍ନ କରିବା ଉଚିତ ।
କେହି କେହି ଏପରି ମନେ କରି ପାରନ୍ତି ଯେ ପରିସ୍ଥିତି ସହିତ ମୁକାବିଲା କରି ନପାରି ନିଜକୁ ପରିବର୍ନ କରିବା ପରାଜୟ ଅଟେ । ଏହା ଭାବିବା ଭୁଲ । ବାଟ ·ଲୁଁ ·ଲୁୁଁ ଯଦି ଆମ ସାମନାରେ ଏକ ବୃହତାକାୟ ପ୍ରସ୍ତର ଖଣ୍ଡ ପଥ ଅବରୋଧ କରିଥାଏ । ତେବେ ତାକୁ ହଟାଇବାରେ ଶକ୍ତି ଅପଚୟ କରିବା ଅପେକ୍ଷା ତା’ ପାଶ୍ୱର୍ ଦେଇ ଆମକୁ ଅଗ୍ରସର ହେବା ବୁଦ୍ଧିମାନୀ ଅଟେ ।
ଏଥିପାଇଁ ହୁଏତ ଅପେକ୍ଷାକୃତ ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡିପାରେ କିନ୍ତୁ ଯେତେବେଳେ ଆମେ ଗନ୍ତବ୍ୟ ସ୍ଥଳରେ ପହôବା ସେତେବେଳେ ଆମେ ବିଜୟର ଆନନ୍ଦ ଅନୁଭବ କରିବା; ପରାଜୟର ଗ୍ଳାନି ନୁହେଁ । କିନ୍ତୁ ଏହା ନ କରି ଯଦି ଆମେ ପ୍ରସ୍ତର ଖଣ୍ଡକୁ ହଟାଇବା ପ୍ରୟାସ କରିଥାନ୍ତେ ତେବେ ହୁଏତ ଆମେ ଏଥିରେ ସଫଳ ହୋଇନଥାନ୍ତେ କିମ୍ବା କ୍ଷତାକ୍ତ ହୋଇଥାନ୍ତେ ଏବଂ ଏଥିପାଇଁ ଆମର ଯାତ୍ରା ବାଧିତ ହୋଇଥାନ୍ତା ଓ ସମୟର ବ୍ୟର୍ଥ ଅପଚୟ ହୋଇଥାନ୍ତା । ଏହିପରି ଆମେ ପରିସ୍ଥିତି ସହ ସଂଘର୍ଷ କରି କ୍ଳାନ୍ତ ଶ୍ରାନ୍ତ ଓ ନିରାଶ ହୋଇଯାଉ ଏବଂ ଆମର ଗତି ଓ ପ୍ରଗତି ଅଟକି ଯାଏ । ତେଣୁ କୌଣସି ପ୍ରକାରେ ପରିସ୍ଥିତିକୁ ଅତିକ୍ରମ କରିବାର ଉପାୟ ଖୋଜିବା ଦରକାର । ଅନେକ ପରିସ୍ଥିତି ସମୟାନୁକ୍ରମେ ଆପଣା ଛାଏଁ ବଦଳି ଯାଏ । ତେଣୁ ଏପରି କ୍ଷେତ୍ରରେ ସମୟକୁ ଅପେକ୍ଷା କରିବା ଉଚିତ । ଯଦି ପରିସ୍ଥିତି ସମ୍ମୁଖରେ ମୁଣ୍ଡ ନୁଆଁଇ ଆମେ ନିଜ ରାସ୍ତା ଖୋଜି ଆମକୁ ବଢ଼ିଯିବା ତେବେ ଦିନ ଆସିବ ପରିସ୍ଥିତି ଆଗ ଆଗରେ ମଥା ନତ କରିବ । ଏହା ଆମର ବିଜୟ ହେବ । ଏହିପରି ସହନଶୀଳତା ଦ୍ୱାରା ଆମେ ବିଜୟ ଲାଭ କରିବା, ପରାଜୟ ନୁହେଁ ।
ସହନଶୀଳତା ଶକ୍ତିର ପରି·ୟକ । ଏହା ଦୁର୍ବଳତା ନୁହେଁ । ଆମେ ପରିସ୍ଥିତି ସହ ସଂଘର୍ଷ କରିବା ପରିବେର୍ ଯଦି ନିଜକୁ ପରିବର୍ନ କରିବା ପାଇଁ ପୁରୁଷାର୍ଥ କରିବା ତେବେ ଆମ ମଧ୍ୟରେ ପରିବର୍ନ ଶକ୍ତି ଆସିଯିବ । ଏହା ଏକ ବଡ ଶକ୍ତି । ସମୟ, ସ୍ଥାନ, ପରିସ୍ଥିତି କିମ୍ବା ବ୍ୟକ୍ତି ଆଦି ଅନୁସାରେ ଆମେ ଯେତେବେଳେ ନିଜକୁ ପରିବର୍ନ କରିବା ଶିଖି ଯାଉ, ସେତେବେଳେ ଆମେ ଜୀବନରେ ଅଦ୍ଭୁତ ସଫଳତା ଲାଭ କରିପାରିବା । ଅନ୍ୟଥା ଆମର ଜୀବନ କେବଳ ପରିସ୍ଥିତି ସହିତ ସଂଘର୍ଷ କରିବାରେ ହିଁ ବିତି ଯିବ । ଆମେ କେବେହେଲେ ମଧ୍ୟ ପ୍ରାପ୍ତିର ଅନୁଭବ କରିପାରିବା ନାହିଁ । ସଂଘର୍ଷରତ ବ୍ୟକ୍ତି ସର୍ବଦା କ୍ଳାନ୍ତ, ଶ୍ରାନ୍ତ, ହତାଶ ଓ ଚିନ୍ତାଗ୍ରସ୍ତ ରହେ । ସେ ସର୍ବଦା ଶାନ୍ତି ପ୍ରାପ୍ତିର ସମୟକୁ ଅପେକ୍ଷା କରିଥାଏ; ଯାହାକି ଶେଷ ପର୍ଯ୍ୟନ୍ତ ଆସେ ନାହିଁ । ଅନ୍ୟ ପକ୍ଷରେ ସ୍ୱ ପରିବର୍ନ ପୁରୁଷାର୍ଥ ହେତୁ ଆମ ମଧ୍ୟରେ ସହନଶକ୍ତି ଆସିଲେ ଆମେ ଶାନ୍ତ ଭାବରେ ଉେଜିତ ପରିସ୍ଥିତିକୁ ଅତିକ୍ରମ କରିପାରିବା । ଏହାଦ୍ୱାରା କ୍ରୋଧ ବା ଉେଜନା ଜନିତ କ୍ଷତିରୁ ରକ୍ଷା ପାଇ ପାରିବା । ଭବିଷ୍ୟତରେ ପଶ୍ଚାାପ କରିବାକୁ ପଡିବ ନାହିଁ ।
ସହନଶୀଳତା ଦ୍ୱାରା ଆମେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ଠାରୁ ଶିକ୍ଷା ପାଇ ପାରିବା ଓ କନିଷ୍ଠମାନଙ୍କୁ ଶିକ୍ଷା ଦେଇପାରିବା । ଯେଉଁ ବରିଷ୍ଠ ବ୍ୟକ୍ତିଙ୍କ ଅଧିନରେ ଆମେ କାମ କରୁ ତାଙ୍କ ବି·ର, ସ୍ୱଭାବ, ସଂସ୍କାର ଆଦି ସହ ଆମର ଭିନ୍ନତା ଆସିପାରେ, ଏହା ସ୍ୱଭାବିକ ମଧ୍ୟ । ଏହି ଭିନ୍ନତା କାରଣଣରୁ ଯଦି ତାଙ୍କଠାରୁ ଦୂରେଇ ଯିବ ତେବେ ତାଙ୍କଠାରେ ଥିବା ଗୁଣାବଳୀ ଆମେ ଦେଖିପାରିବା ନାହିଁ । ଯେଉଁ ବ୍ୟକ୍ତି ଆମଠାରୁ ଉଚ୍ଚପଦରେ ଅଛନ୍ତି, ତେବେ ତାଙ୍କଠାରେ ଅବଶ୍ୟ କିଛି ନା କିଛି ଗୁଣ ବା ପ୍ରତିଭା ଥିବ । ବୟସ୍କ ବ୍ୟକ୍ତିଙ୍କ ଅନୁଭବ କରି ଅଧିକ ଥାଏ । ତାଙ୍କଠାରୁ ତାହା ଆହରଣ କଲେ ଆମେ ମଧ୍ୟ ତାଙ୍କ ପରି ସଫଳତାର ଉଚ୍ଚ ଶିଖରରେ ପହô ପାରିବା ।
ସହନଶୀଳତା ଦ୍ୱାରା ଶାନ୍ତି ମିଳେ । ଶାନ୍ତି ହେତୁ ସ୍ୱଭାବ ଶୀତଳ ଓ ନରମ ହୁଏ । ଏହା ଆମକୁ ଅନ୍ୟମାନଙ୍କ ନକାରାତ୍ମ ସଂସ୍କାର ଓ ସ୍ୱଭାବ ସହିତ ସଂଘର୍ଷ କରିବା ପରିବେର୍ ତାକୁ ସହ୍ୟ କରି ନିଜ ବୁଦ୍ଧି ଓ ବିବେକ ଶକ୍ତି ଉପଯୋଗ ପୂର୍ବକ ସେଠାରୁ ନିବୃ ହେବାର ରାସ୍ତା ଦେଖାଏ । ଏହାଦ୍ୱାରା ନିଜେ ଶାନ୍ତ ରହିବା ସହିତ ଅନ୍ୟମାନଙ୍କ ମନରେ ଓ ବାତାବରଣରେ ଶାନ୍ତି ପ୍ରତିଷ୍ଠା କରିବାକୁ ସକ୍ଷମ ହୋଇପାରିବା । ଅନ୍ୟଥା ଆମେ ଯେଉଁ ବାତାବରଣରେ ରହୁଛୁ ସେଠାରେ ସର୍ବଦା ଉେଜନା ରହିବ ଓ ପାରସ୍ପରିକ କଳହ ବଢ଼ିବ । ପାରସ୍ପରିକ ଦୂରତା ବଢ଼ିବ । ପାରସ୍ପରିକ ସହଯୋଗ ଭାବନା ସମାପ୍ତ ହୋଇଯିବ । ସମ୍ବନ୍ଧରେ କଟୂତା ବଢ଼ିବ । ଏହିପରି ସହନଶୀଳତା ବିନା ବାତାବରଣ ସର୍ବଦା ଅଶାନ୍ତ ରହିବ ।
ସହନଶୀଳତା ଦ୍ୱାରା ହିଁ ସ୍ଥାପନା ହୋଇପାରିବ । ବୃଦ୍ଧ, ଯୀଶୁଖ୍ରୀଷ୍ଟ, ଶଙ୍କରା·ର୍ଯ୍ୟ, ସ୍ୱାମୀ ଦୟାନନ୍ଦ ଆଦି ବିଭିନ୍ନ ଧର୍ମ ସ୍ଥାପକ ନିଜ ନିଜ ମତ ଆଧାରିତ ଧର୍ମ ସ୍ଥାପନ କରିପାରି ନଥାନ୍ତେ । ସେମାନେ ବିରୋଧୀମାନଙ୍କ ଉପôୀଡ଼ନରେ କେବେହେଲେ ଉେଜିତ ବା କ୍ରୋଧିତ ହୋଇ ନାହାନ୍ତି । ଏହି ଦୃଷ୍ଟିରେ ଯଦି ଆମେ ସତ୍ୟ ମାର୍ଗରେ ହେବା ତେବେ ଅସତ୍ୟର ସମ୍ମୁଖୀନ ହେବାକୁ ପଡିବ । ଏଥିରେ ବିଚଳିତ ହୋଇ ଆମକୁ ସତ୍ୟ ମାର୍ଗରୁ ଓହରି ଯିବା ଅନାବଶ୍ୟକ । ସବୁ ପ୍ରକାର ନକାରାତ୍ମକ ବିଷୟ, ବିକଟ ପରିସ୍ଥିତି, ଅପି୍ରୟ ବା ଅସଭ୍ୟ ବ୍ୟବହାର ହେତୁ ଆମେ ଉେଜିତ ନ ହୋଇ ମାନସିକ ସନ୍ତୁଳନ ରକ୍ଷା ପୂର୍ବକ ଆମେ ସତ୍ୟ ମାର୍ଗରୁ ଅବିଚଳିତ ଭାବେ ଆଗେଇବାକୁ ହେବ । ସହନଶୀଳତା ବିନା ସଫଳତା ସମ୍ଭବ ନୁହେଁ ।
Comments
Post a Comment