ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ 

ଡାକ୍ତର ସୁଧାଂଶୁ ଶେଖର ମିଶ୍ର 

ପ୍ରଥମ ଖଣ୍ଡ

ଷଷ୍ଠ ଅଧ୍ୟାୟ


ପରମାତ୍ମା ତ୍ୱ

ପରମାତ୍ମାଙ୍କ ଅସ୍ତିତ୍ୱ ଏପରି ଯେ ଆମେ ତାଙ୍କୁ ଇନ୍ଦ୍ରିୟ ସମୂହ ଦ୍ୱାରା ଜାଣି ପାରିବା ନାହିଁ ବା ତାଙ୍କ ବିଷୟରେ ପ୍ରକୃତ ତଥ୍ୟ ଅନ୍ୱେଷଣ କରି ତାଙ୍କୁ ଠିକ୍ ଭାବରେ ଚିହ୍ନି ପାରିବା ନାହିଁ  । ସେ ଇନ୍ଦ୍ରିୟାତୀତ  । ତେଣୁ ପ୍ରଥମେ ଆତ୍ମା ବିଷୟକ ଜ୍ଞାନ ଜାଣିବା ଏକାନ୍ତ ଆବଶ୍ୟକ  । ଆତ୍ମା ନିଶ୍ଚୟ ବୁଦ୍ଧି ପରମାତ୍ମାଙ୍କୁ ସହଜରେ ଅନୁଭବ କରି ପାରିବ  ।  ଗୀତାର ମୁଖ୍ୟ ବିଷୟ ହେଲା ପରମାତ୍ମାଙ୍କ ଯଥାର୍ଥ ପରିଚୟ ପ୍ରଦାନ କରିବା  । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା ପାଇଁ ତାଙ୍କ ବିଷୟକ ଗୂଢ଼ ତଥ୍ୟ ସବୁ ଜାଣିବା ଏକାନ୍ତ ଅପରିହାର୍ଯ୍ୟ  । ଅନ୍ୟଥା ମାନବ ତାଙ୍କର ଶରଣାଗତ ହୋଇ ପାରିବ ନାହିଁ  । ଯିଏ ପରମାତ୍ମାଙ୍କୁ ନିଜର ମନ ଓ ବୁଦ୍ଧି ସଂପୂର୍ଣ୍ଣ ସମର୍ପଣ ନ କରିଛି, ସିଏ ତାଙ୍କ ପ୍ରଦର୍ଶିତ ମାର୍ଗରେ ପରି·ଳିତ ହୋଇ ପାରିବ ନାହିଁ  । ଆତ୍ମା ଓ ପରମାତ୍ମା ତ୍ୱ ସଂପୂର୍ଣ୍ଣ ବୁଝିଗଲା ପରେ ମନରୁ ସମସ୍ତ ସନ୍ଦେହ ଦୂର ହୋଇଯିବ  । ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି  । ପରମାତ୍ମା ବିଷୟକ ସତ୍ୟ ଜ୍ଞାନ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ପ୍ରତ୍ୟକ୍ଷ କରି ହୁଏ ନାହିଁ  । ପ୍ରତ୍ୟକ୍ଷ ଅନୁଭବ ବିନା ଈଶ୍ୱରୀୟ ମାର୍ଗରେ ପରି·ଳିତ ହେବା ସମ୍ଭବ ନୁହେଁ  । 

ବେଦାଦି ଶାସ୍ତ୍ର ପୁରାଣ ମଧ୍ୟ ପରମାତ୍ମାଙ୍କ ବିଷୟରେ ଅର୍ଥାତ ତାଙ୍କର ନାମ, ରୂପ, ଗୁଣ, ଧାମ, କର୍ବ୍ୟ ଓ ଅବତରଣର ସମୟ ବିଷୟରେ ସଠିକ ତଥ୍ୟ ଦେବାକୁ ସମର୍ଥ ହୋଇ ନାହିଁ  । ତେଣୁ ଗୀତାରେ ଅର୍ଜ୍ଜୁନ କହନ୍ତି “ସ୍ୱୟଂ ମେବାତ୍ମନାତ୍ମାନଂ ବେତ୍ଥ ତ୍ୱଂ ପୁରୁଷୋମ” ।ା ଗୀ-୧୦/୧୫ ।ା ହେ ପୁରୁଷୋମ ଆପଣ ହିଁ ଆପଣଙ୍କୁ ଜାଣନ୍ତି  । ଆପଣହିଁ ନିଜର ପରିଚୟ ଏବଂ ନିଜର ଦିବ୍ୟ ବିଭୁତି  ସମୂହକୁ ସ୍ୱୟଂ କହିବାକୁ ଯୋଗ୍ୟ  । ବକ୍ତୁ ମର୍ହସ୍ୟ ଶେଷେଣ ଦିବ୍ୟାହ୍ୟାତ୍ମ ବିଭୂତୟଃ ।ା ଗୀ-୧୦/୧୬ ।ା ଅନେକ ସିଦ୍ଧ, ସାଧକ, ମୁନି ଋଷି ଜ୍ଞାନୀ ପଣ୍ଡିତ ମଧ୍ୟ ଏ ବିଷୟରେ ବିଭିନ୍ନ ମତ ପୋଷଣ କରନ୍ତି  । କାରଣ ସେମାନେ କେହି ପରମାତ୍ମାଙ୍କ ପ୍ରକୃତ ସ୍ୱରୂପକୁ ଜାଣନ୍ତି ନାହିଁ  । ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ ।ା ଗୀ-୧୦/୨ ।ା ଶ୍ରୀମଦ୍ଭଗବତ ଗୀତା ବିଷୟରେ  ଅନେକ ଟୀକାକାର ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି  । ବିଶେଷତଃ ଆତ୍ମା ଓ ପରମାତ୍ମା ବିଷୟକ ଶ୍ଲୋକଗୁଡିକ ଉପରେ ବିଭିନ୍ନ ଟୀକାକାର ଗୁରୁ ପରମ୍ପରାରୁ ପ୍ରାପ୍ତ ଦର୍ଶନ ଉପରେ ଭିି କରି ନିଜ ନିଜ ମତକୁ ସୁହାଇଲା ଭଳି ବ୍ୟାଖ୍ୟା କରିଛନ୍ତି  । ତେଣୁ ସେମାନଙ୍କ ମଧ୍ୟରେ ଏକ ମତର ଅଭାବ ପରିଲକ୍ଷିତ ହୁଏ  । ମାନବ ଯେତେ  ବିଦ୍ୱାନ ହେଲେ ମଧ୍ୟ ଅଳ୍ପଜ୍ଞ  । ପରମାତ୍ମା କେବଳ ସର୍ବଜ୍ଞ । ଅର୍ଥାତ ସେ ଅତୀତରେ ଘଟିଥିବା, ବର୍ମାନ ଯାହା ଘଟୁଛି ଏବଂ ଭବିଷ୍ୟତରେ ଯାହା ଘଟିବ – ସେ ସବୁ ବିଷୟ ଜାଣନ୍ତି  । କିନ୍ତୁ ତାଙ୍କୁ କେହି ଜାଣନ୍ତି ନାହିଁ  । ବେଦାହଂ ସମତୀତାନି ବର୍ମାନାନି ·ର୍ଜୁନା ଭବିଷ୍ୟାଣି ଚ ଭୂତାନି ମାଂ ତୁ ବେଦ ନ କଶ୍ଚନ ।ା ଗୀ-୭/୨୨ ।ା ପରମାତ୍ମାଙ୍କୁ ବାସ୍ତବ ସ୍ୱରୂପରେ କେହି ଜାଣି ନଥିବାରୁ ଅଧୋଃପତିତ ହୁଅନ୍ତି  । ନ ତୁ ମାମ୍ ଅଭିଜାନନ୍ତି ତେ୍ୱନାତଶ୍ଚ୍ୟବନ୍ତି ତେ ।ା ଗୀ-୯/୨୪ ।ା 

ବର୍ମାନ ଏକଥା ବି·ରଣୀୟ ଯେ ପରମାତ୍ମା କେବେ, କେମିତି କିପରି ନିଜର ପରିଚୟ ତଥା ଈଶ୍ୱରୀୟ ଜ୍ଞାନ ଦେବା ପାଇଁ ଏ ଧରାପୃଷ୍ଠରେ ଅବତରଣ କରନ୍ତି  । ଏହାର ଉର କେବଳ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି କିପରି ଦେଇ ପାରିବେ ? କାରଣ ତାଙ୍କୁ ତ ଦେବତା ବା ଦାନବ କେହି ହେଲେ ଜାଣନ୍ତି ନାହିଁ  । ନ ହିତେ ଭଗବନ୍ ବ୍ୟକ୍ତିଂ ବିଦୁର୍ଦେବା ନ ଦାନବାଃ ।ା ଗୀ-୧୦/୧୪ ।ା ପରମାତ୍ମା ବର୍ମାନ ପ୍ରଜାପିତା ବ୍ରହ୍ମାଙ୍କ ସାକାର ଶରୀର ମାଧ୍ୟମରେ ଅବତରଣ କରି ନିଜସ୍ୱ ପରିଚୟ ତଥା ପ୍ରକୃତ ଗୀତା ଜ୍ଞାନ ଶୁଣାଉଥିଲେ ମଧ୍ୟ ମୂର୍ଖ ଲୋକେ ସମସ୍ତ ପ୍ରାଣୀଙ୍କର ମହାନ୍ ଈଶ୍ୱର ରୂପକ ତାଙ୍କର ପରମ ଭାବକୁ ନ ଜାଣି ତାଙ୍କୁ ସାଧାରଣ ମାନବ ଶରୀରଧାରୀ ମନେକରି ଅବଜ୍ଞା କରୁଛନ୍ତି  । ଅବଜାନନ୍ତି ମାଂ ମୂଢା ମାନୁଷୀଂ ତନୁମାଶ୍ରିତମ୍  । ପରଂଭାବମଜାନନ୍ତୋ ମମ ଭୂତ ମହେଶ୍ୱରମ୍ ।ା ଗୀ-୯-୧୧ ।ା ଅର୍ଜୁନଙ୍କ ପରି ଯେଉଁମାନେ କିଛି କିଛି ପରମାତ୍ମାଙ୍କ ସମ୍ପର୍କରେ ଜାଣନ୍ତି ସେମାନଙ୍କ ମନରେି ଜିଜ୍ଞାସା ସୃଷ୍ଟି ହେବା ସ୍ୱଭାବିକ ଯେ ବାସ୍ତବରେ ତାଙ୍କର ପ୍ରକୃତ ପରିଚୟ କ’ଣ ? ତାଙ୍କର ସ୍ୱରୂପ କ’ଣ ? ତାଙ୍କୁ କିପରି ଚିହ୍ନି ହେବ ? ତାଙ୍କୁ କିପରି ଜାଣି ହେବ ? କେଉଁ କେଉଁ ଭାବରେ ତାଙ୍କ ସହିତ ମନକୁ ଯୁକ୍ତ କରାଯାଇ ପାରିବ?  କଥଂ ବିଦ୍ୟାମହଂ ଯୋଗିଂସ୍ତ୍ୱାଂ ସଦା ପରିଚିନ୍ତୟନ୍  । କେଷୁ କେଷୁ ଚ ଭାବେଷୁ ଚିନ୍ତ୍ୟୋଽସି ଭଗବନ୍ମ ।ା ଗୀ-୧୦/୧୭ ।ା

ପରମାତ୍ମା ବିନାଶଶୀଳ ପଭୂତ ନିର୍ମିତ ଶରୀର ଏବଂ ଅବିନାଶୀ ଜୀବାତ୍ମାଠାରୁ ଉଦ୍ଧ୍ୱର୍ରେ ଅବସ୍ଥିତ  । ସେ ସର୍ବୋମ ଏବଂ ପୁରୁଷୋମ ନାମରେ ଖ୍ୟାତ  । ଯସ୍ମାତ୍ କ୍ଷରମତୀତୋଽହମକ୍ଷରାଦପିଚୋମଃ । ଅତୋଽସ୍ମିଲୋକେ ବେଦେ ଚ ପ୍ରଥିତଃ ପୁରୁଷୋମଃ ।ା ଗୀ-୧୫/୧୯ ।ା ଯେପରି କାହାକୁ ମହାତ୍ମା କହିବାର ଅଭିପ୍ରାୟ ହେଉଛି ସେ ଅନ୍ୟ ଆତ୍ମାମାନଙ୍କଠାରୁ ପବିତ୍ରତା ଏବଂ ସଦ୍ଗୁଣରେ ମହାନ୍  । ସେହିପରି ପରମାତ୍ମା ସମସ୍ତ ଆତ୍ମାଙ୍କ ତୁଳନାରେ ଜ୍ଞାନ, ଶାନ୍ତି, ଆନନ୍ଦ, ପ୍ରେମ, ଶକ୍ତି ଇତ୍ୟାଦି ଦୃଷ୍ଟିକୋଣରୁ ଉମ ହୋଇଥିବା ତାଙ୍କୁ ‘ପୁରୁଷୋମ’ ଅଥବା ‘ପରମପୁରୁଷ’ର ସଂଜ୍ଞା ଦିଆଯାଇଛି  । ପରମଂ ପୁରୁଷଂ ଦିବ୍ୟଂ ଯାତି ପାର୍ଥାନୁଚିନ୍ତୟନ ।ା ଗୀ-୮/୮ ।ା ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ଆତ୍ମା ଅନେକ ଏବଂ ପ୍ରତ୍ୟେକଙ୍କ ନିଜ ନିଜ ଅସ୍ତିତ୍ୱ ମଧ୍ୟ ଅନାଦି, ଅବିନାଶୀ ଏବଂ ନିତ୍ୟ  । ପରମାତ୍ମା ଏହି ସମସ୍ତଙ୍କଠାରୁ ପୃଥକ, ସଦା ସର୍ବଦା ମହାନ୍  ଅଟନ୍ତି  । ତାଙ୍କ ପରି ଆଉ ଅନ୍ୟ କେହି ଦ୍ୱିତୀୟ ନାହିଁ  । ଏହି ଦୃଷ୍ଟିକୋଣରୁ  ସେ ଏକ, ଅନୁପମେୟ ଏବଂ ପରମ ଶ୍ଲାଘ୍ୟ ଅଟନ୍ତି  । ଏଠାରେ  ଆଉ ଏକ କଥା ମଧ୍ୟ ସ୍ପଷ୍ଟ ହୁଏ ଯେ ପରମାତ୍ମା ସର୍ବ ବ୍ୟାପକ ନୁହନ୍ତି ଅଥବା ପରିଣାମରେ ଅନନ୍ତ ନୁହନ୍ତି; ଅଥଚ କାଳ ଦୃଷ୍ଟିରୁ ସେ ଅନନ୍ତ ଅଟନ୍ତି  । ଗୀତାରେ କାଳ ଦୃଷ୍ଟିରୁ ଦେହକୁ ‘ଅନ୍ତବନ୍ତ’ କୁହାଯାଇଛି  । ଅନ୍ତବନ୍ତଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ  । ଅନାଶିନୋଽପ୍ରମେୟସ୍ୟ ତସ୍ମାତ୍ ଯୁଧ୍ୟସ୍ୱ ଭାରତ ।ା ଗୀ-୨/୧୮ ।ା ଏହିପରି ପରମାତ୍ମା ମଧ୍ୟ କାଳ ଦୃଷ୍ଟିରୁ ଅନାଦି, ଅବିନାଶୀ ଅଥବା ଅନନ୍ତ ଅଟନ୍ତି  ।  ଅନାଦିମଧ୍ୟାନ୍ତମନନ୍ତବୀର୍ଯ୍ୟମ୍ ।ା ଗୀ-୧୧/୧୯ ।ା

ପରମାତ୍ମା ଆଦି, ଅନ୍ତ ଏବଂ ମଧ୍ୟ ରହିତ ହେଲେ ମଧ୍ୟ ରୂପହୀନ ନୁହନ୍ତି  । କେହି କେହି ତାଙ୍କୁ ଅରୂପ ବୋଲି କହନ୍ତି ଯଦି ସେ ରୂପହୀନ ତେବେ ଯୋଗୀଜନ କିପରି ତାଙ୍କୁ ଜ୍ଞାନ ଚକ୍ଷୁଦ୍ୱାରା ଅନୁଭବ କରି ପାରିବେ ? ଆଉ କେତେକ ପରମାତ୍ମାଙ୍କୁ ନିର୍ବିଶେଷ ବା  ଶୂନ୍ୟ କହନ୍ତି  । କିନ୍ତୁ କୋ÷ଣସି ଶୂନ୍ୟ ବା ନିର୍ବିଶେଷ ଉପରେ କିପରି ଧ୍ୟାନ କରାଯାଇ ପାରିବ ? ତେଣୁ ପରମାତ୍ମା ନିର୍ବିଶେଷ ତଥା ସର୍ବବ୍ୟାପକ ତ୍ୱ ନୁହନ୍ତି  । ସେ ଏକ ଏବଂ ଅଦ୍ୱିତୀୟ ଅଟନ୍ତି  । ସେ ମଧ୍ୟ ପରମ ପୁରୁଷ, ଅତି ପ୍ରାଚୀନ ଓ ସମସ୍ତଙ୍କ ନିୟନ୍ତ୍ରଣକାରୀ  । ସେ ଅଣୁଠାରୁ ବି ଆହୁରି ସୂକ୍ଷ୍ମତର  । ସେ ସମସ୍ତଙ୍କର ପାଳନ କର୍ା ମଧ୍ୟ  । ତାଙ୍କୁ ସ୍ଥୂଳ ବୁଦ୍ଧି ଦ୍ୱାରା ଜାଣିହୁଏ ନାହିଁ  । ସେ ସମସ୍ତ ପ୍ରକାର ଭୋ÷ତିକ ଧାରଣାର ଉଦ୍ଧ୍ୱର୍ରେ ଅବସ୍ଥିତ । ସେ ଅଚିନ୍ତ୍ୟ ଅର୍ଥାତ ଭୈାତିକ ଜଗତର ଉଦ୍ଧ୍ୱର୍ରେ  । ଭୋ÷ତିକ ଜଗତର କୈାଣସି ଯୁକ୍ତି ତର୍କ ଏବଂ ଦାର୍ଶନିକ ଚିନ୍ତାଧାରା ଦ୍ୱାରା ତାଙ୍କର କଳ୍ପନା କରାଯାଇ ନ ପାରେ  । ସେ ସୂର୍ଯ୍ୟ ସଦୃଶ ସ୍ୱର୍ଣ୍ଣିମ ରକ୍ତାଭ ଜ୍ୟୋର୍ତିବିନ୍ଦୁ ସ୍ୱରୂପ  । ସେ ସତ୍ ଚିତ୍ ଆନନ୍ଦ ସ୍ୱରୂପ । ସେ ଅବିଦ୍ୟା ଅର୍ଥାତ ଭୂତ ପ୍ରକୃତିର ବହୁ ଉଦ୍ଧ୍ୱର୍ରେ ଅବସ୍ଥିତ  ।  ପରମାତ୍ମାଙ୍କୁ  ଏହି ସ୍ୱରୂପରେ ଯିଏ ସ୍ମରଣ କରେ ତାଙ୍କୁ ଦିବ୍ୟପଦ ପ୍ରାପ୍ତ ହୁଏ  । କବିଂ ପୁରାଣମନୁଶାସିତାରମଣୋରଣୀୟାଂ ସମନୁସ୍ମରେତ୍ ଯଃ । ସର୍ବସ୍ୟଧାତରମଚିନ୍ତ୍ୟରୂପମାଦିତ୍ୟବର୍ଣ୍ଣଂ ତମସଃ  ପରସ୍ତାତ୍ ।ା ଗୀ-୮/୯ ।ା 

ପରମାତ୍ମା ଅଚିନ୍ତ୍ୟ ତଥା “ଅଣୁଠାରୁ ମଧ୍ୟ କ୍ଷୁଦ୍ରତର” ହୋଇଥିବାରୁ ସେ ମଧ୍ୟ ଆତ୍ମାମାନଙ୍କ ପରି ଜ୍ୟୋର୍ତିବିନ୍ଦୁ ସ୍ୱରୂପ ଅଟନ୍ତି  । ସେଥିପାଇଁ ତାଙ୍କୁ ଅବିଭାଜ୍ୟ କୁହାଯାଏ  । ଗୁଣରେ ସେ ଅତ୍ୟନ୍ତ ମହନୀୟ ହେଲେ ହେଁ ପରିମାଣରେ ସେ ଅତି ସୂକ୍ଷ୍ମାତିସୂକ୍ଷ୍ମ ବିନ୍ଦୁ ରୂପ ଅଟନ୍ତି  । ପରମାତ୍ମାଙ୍କ ଏହି ରୂପର ବୃହତ୍ ପ୍ରତିମା ଭାରତରେ ଶିବଲିଙ୍ଗ ରୂପରେ ମନ୍ଦିରମାନଙ୍କରେ ପୂଜିତ ହୁଏ  । ଆମର ଧାର୍ମିକ ଗ୍ରନ୍ଥ ସମୂହରେ ପରମାତ୍ମାଙ୍କୁ “ଜ୍ୟୋତିର୍ମୟ ଅଣ୍ଡ” “ବିଦୁ୍ୟତପୁରୁଷ” ଇତ୍ୟାଦି କୁହାଯାଇଛି  । ମନୁସ୍ମୃତି ଅନୁସାରେ ପରମାତ୍ମା ସୃଷ୍ଟି ଆରମ୍ଭରେ ସହସ୍ର ସୂର୍ଯ୍ୟ ସମ ତେଜସ୍ୱୀ ଏବଂ ପ୍ରକାଶମାନ ଅଣ୍ଡ ରୂପେ ପ୍ରକଟିତ ହୋଇଥିଲେ ।ା ତଦଣ୍ଡମଭବଦ୍ଧୈମଂ ସହସ୍ରାଂଶୁ ସମପ୍ରଭମ୍ ।ା ମନୁ ୧/୯ ।ା ଯଜୁର୍ବେଦ କହେ ଯେ ବିଦୁ୍ୟତ ପୁରୁଷ ସମ ପରମାତ୍ମାଙ୍କ ପ୍ରାକଟ୍ୟ ପରେ ନିଶେଷ,କଳା ଆଦିର ପ୍ରାରମ୍ଭ ହେଲା  । “ସର୍ବୈନିମମେଷା ଜଜ୍ଞିରେ ବିଦୁ୍ୟତ ପୁରୁଷାଦଧି” ।ା ଯଜୁ-୩୨/୨ ।ା ପରମାତ୍ମାଙ୍କ ସ୍ୱରୂପକୁ ଅତ୍ୟନ୍ତ ସୁନ୍ଦର କାବି୍ୟକ ଶୈଳୀରେ ବର୍ଣ୍ଣନା କରିବାକୁ ଯାଇ ଶିବ ପୁରାଣ କହେ, – ଜ୍ୟୋର୍ତିଲିଙ୍ଗଂ ତଦୋପôନ୍ନ ମାବର୍ୟେମଧ୍ୟେ ଅଦଭୂତମ୍ । ଜ୍ୱାଳାମାଳା ସହସ୍ରାଢ଼୍ୟଂ କାଳାନଳ ଚୟୋପମମ୍ ।ା କ୍ଷୟବୃଦ୍ଧି ବିକର୍ମୁକ୍ତମାଦିମଧ୍ୟାନ୍ତ ବର୍ଜିତମ୍  । ଅନୈାପମ୍ୟ ମନିର୍ଦ୍ରିଷ୍ଟମବ୍ୟକ୍ତ ବିଶ୍ୱସମ୍ଭବମ୍ ।ା ଧର୍ମ ସଂହିତା, ଅ୨, ଶ୍ଲୋକ -୬୩-୬୪ ।ା (ଅର୍ଥାତ କଳିଯୁଗର ଅନ୍ତ ସମୟରେ ପ୍ରଳୟକାଳରେ ଏକ ଅଦ୍ଭୂତ ଜ୍ୟୋର୍ତିଲିଙ୍ଗ ପ୍ରକଟ ହେଲେ  । ସେ ପ୍ରଳୟାଗ୍ନି ସମାନ ଜ୍ୱାଳମାନ ଅଥବା ତେଜୋମୟ ଥିଲେ  । ସେ କ୍ଷୟ ହେଉ ନଥିଲେ ବା ବୃଦ୍ଧି ହେଉ ନଥିଲେ, ସେ ଅନୁପମ ଥିଲେ, ଅବ୍ୟକ୍ତ ଥିଲେ ଏବଂ ତାଙ୍କ ଦ୍ୱାରା ହିଁ ସୃଷ୍ଟିର ଆରମ୍ଭ ହେଲା )

ଖ୍ରୀଷ୍ଟିୟାନମାନଙ୍କ ଧର୍ମ ଗ୍ରନ୍ଥ ବାଇବଲ ତୋରେତ ଅନୁସାରେ (ଅ-୧, ଶ୍ଲୋକ୨-୪) ଈଶ୍ୱରଙ୍କ ଆତ୍ମାକୁ ଜଳ ଉପରେ ଭାସୁଥିଲା ବୋଲି କୁହାଯାଇଛି  । ତୋରେତ (ଙକ୍ଷୟ ଞରଗ୍ଦଗ୍ଧବଜ୍ଞରଦ୍ଭଗ୍ଧ)କୁ ମୁସଲମାନମାନେ ମଧ୍ୟ ମାନନ୍ତି  । ସେମାନେ ଖୁଦାଙ୍କୁ ନୁର ବୋଲି କହନ୍ତି ଏବଂ ତାଙ୍କୁ ପମ ଆକାଶ ବା ସ୍ୱର୍ଗରେ ଅବସ୍ଥିତ ବୋଲି ବିଶ୍ୱାସ କରନ୍ତି  । ଏଥିରୁ ସ୍ପଷ୍ଟ ଯେ ଏକଦା ପରମାତ୍ମାଙ୍କୁ ସମସ୍ତ ଧର୍ମର ଲୋକେ ସର୍ବ ବ୍ୟାପକ ନ ମାନି ଜ୍ୟୋତି ସ୍ୱରୂପ ଏବଂ ଦିବ୍ୟ ରୂପ ସଂପନ୍ନ ବୋଲି ମାନି ଆସୁଥିଲେ  ।

ପରମାତ୍ମାଙ୍କ ଏହି ରୂପ ଆତ୍ମିକ ଅଟେ, କଦାପି କାୟିକ ନୁହେଁ  । ତେଣୁ କୁହାଯାଇଛି, “ବିନପଗ ଚଲେ ସୁନେ ବିନ କାନା  । ବିନ କର କରମ କରେ ବିଧି ନାନା” ଅର୍ଥାତ ପରମାତ୍ମାଙ୍କ ଚକ୍ଷୁ ନାହିଁ କିନ୍ତୁ ସେ ଦେଖିପାରନ୍ତି; ତାଙ୍କର (ଶାରୀରିକ) କାନ ନାହିଁ ଅଥଚ ସେ ଶୁଣି ପାରନ୍ତି; ତାଙ୍କର (କାମ୍ଭିକ) ପାଦ ନାହିଁ ପରନ୍ତୁ ସେ ·ଲି ପାରନ୍ତି  । ଅପାଣି ପାଦୋଜବନୋ ଗ୍ରହିତା  । ପଶତ୍ୟ ଚକ୍ଷୁଃ ସ ଶୃଣୋତ୍ୟ କର୍ଣ୍ଣଃ  । ସ ବେିବେଦ୍ୟଂ ନ ଚ ତସ୍ୟାସ୍ତି ବେା  । ତମାହୁର ·ୟଂ ପୁରୁଷଃ ମହାନତଂ ।ା ଶ୍ୱେ .ଉ.୩/୧୬୯ ।ା ପରମାତ୍ମାଙ୍କ ରୂପ ସ୍ତ୍ରୀ ବା ପୁରୁଷ କାହାପରି ନୁହେଁ  । ଏଣୁ ତାଙ୍କୁ ଜ୍ୟୋର୍ତିଲିଙ୍ଗ କୁହାଯାଏ  । ଲିଙ୍ଗର ଅର୍ଥ “ଚିହ୍ନ” ଅଥବା ଲକ୍ଷଣ  । ବୈଶେଷିକ ଦର୍ଶନରେ କୁହାଯାଇଛି, “ଇଛା” ଦ୍ୱେଷ ପ୍ରଯନô ସୁଖଦୁଃଖ ଏବଂ ଜ୍ଞାନ୍ୟୋତ୍ମନୋ ଲିଙ୍ଗମ୍ ।ା ବୈ-୨/୨/୧୦ ।ା  ଅର୍ଥାତ ଇଚ୍ଛା, ଦ୍ୱେଷ ପ୍ରଯନô ସୁଖ ଦୁଃଖ ଏବଂ ଜ୍ଞାନ - ଏହା ଆତ୍ମାର ଲକ୍ଷଣ  । ନ୍ୟାୟ ଦର୍ଶନ ଅନୁସାରେ ଏକକାଳୀନ ଅନେକ ବସ୍ତୁର ଜ୍ଞାନ ନ ହେବା ମନର ଲିଙ୍ଗ (ଲକ୍ଷଣ) ଅଟେ  । ଯୁଗପଦ୍ଜ୍ଞାନାନୁପପିର୍ମନସୋ ଲିଙ୍ଗମ୍ ।ା ନ୍ୟାୟ ଦ.୧/୧୬ ।ା ଶିବ ପୁରାଣ କହେ ଅବ୍ୟକ୍ତ ଅବସ୍ଥା ସମ୍ପନ୍ନ ସା ବା ବସ୍ତୁର ଚିହ୍ନ ବା ବୋଧକାରୀକୁ ‘ଲିଙ୍ଗ’ କୁହାଯାଏ  । ଲୀନାର୍ଥ ଗମକଂ ଚିହ୍ନଂ ଲିଙ୍ଗମିତ୍ୟ ଭିଧୀୟତେ ।ା ଶିବ ପୁରାଣ, ବିଦ୍ଧ୍ୟେଶ୍ୱରୀ ସଂହିତା -୧/୧୦୬ ।ା ଏହିପରି ପୈାରାଣିକ ଗ୍ରନ୍ଥଗୁଡିକରେ ଲିଙ୍ଗ ଶଦ୍ଧକୁ ଲକ୍ଷଣ ବା ଚିହ୍ନ ଅର୍ଥରେ ପ୍ରୟୋଗ କରାଯାଇଛି  ।

ଉପର୍ଯୁ୍ୟକ୍ତ ବର୍ଣ୍ଣନା ଅନୁସାରେ ପରମାତ୍ମାଙ୍କ ରୂପ କାୟିକ ଅଥବା ଶାରୀରିକ ନୁହେଁ  । ତେଣୁ ତାଙ୍କୁ “ଅଶରୀରୀ” କୁହାଯାଏ  । ଆତ୍ମାଗଣଙ୍କୁ “ଶରୀରୀ” କୁହାଯାଏ  । କାରଣ ସେମାନଙ୍କ ନିଜ ନିଜ ଶରୀର ଅଛି  । ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।ା ଗୀ-୨/୧୮ ।ା ଯାହାର କୋ÷ଣସି ସ୍ଥୂଳ ଶରୀର ଅଛି ଏବଂ ଯାହାର ସ୍ଥୂଳ ଶାରୀରିକ ଆକୃତି ଅଛି ତାକୁ ‘ସାକାର’ କୁହାଯାଏ  । ସେହି ଦୃଷ୍ଟିରୁ ମଣିଷକୁ ‘ସାକାର’ କୁହାଯିବ  । ଯାହାର ସୂକ୍ଷ୍ମ ଶରୀର ଅଛି ତାକୁ ‘ସୂକ୍ଷ୍ମାକାର’ ବା ‘ଦେବାକାର’ କୁହାଯାଏ  । ଯେହେତୁ ପରମାତ୍ମାଙ୍କ କୈାଣସି ଶରୀର ନାହିଁ – ତାଙ୍କୁ ‘ସାକାର’ ବା ‘ଦେବାକାର’ ନକହି ‘ନିରାକାର’ କୁହାଯାଏ  । ଏଠାରେ ‘ନିରାକାର’ର ଅର୍ଥ ଏହା ନୁହେଁ ଯେ ପରମାତ୍ମାଙ୍କ କୈାଣସି ଆକାର ନାହିଁ  । କୋ÷ଣସି ବିଶେଷଣ ଅନ୍ୟ କୋ÷ଣସି ବିଶେଷଣ ଅପେକ୍ଷା ବା ତୁଳନାରେ ପ୍ରଯୁକ୍ତ ହୁଏ, ଯେପରି ‘ବୃହତ’କୈାଣସି ‘କ୍ଷୁଦ୍ର’ର ତୁଳନାରେ ହିଁ ‘ବୃହତ’ କଥିତ ହୁଏ  । ସେହିପରି ନିରାକାର ଶଦ୍ଧ ମଧ୍ୟ ‘ସାକାର’ବା ‘ଦେବାକାର’ ତୁଳନାରେ ବିଶେଷଣ ରୂପରେ ପ୍ରଯୁକ୍ତ ହୁଏ  । ପୁନଶ୍ଚ ପରମାତ୍ମାଙ୍କ ରୂପ ବିନ୍ଦୁ ହୋଇଥିବାରୁ ଏବଂ ବିନ୍ଦୁର କୈାଣସି ଜ୍ୟାମିତିକ ପରିମାପ ହେଉ ନଥିବାରୁ ତାଙ୍କୁ ସେହି ଅର୍ଥରେ ‘ନିରାକାର’ ବୋଲି କୁହାଯାଏ  । ବିନ୍ଦୁର କୋ÷ଣସି ବାହୁ ଓ କୋଣ ନାହିଁ  । ତେଣୁ ତାହା ଆୟତକାର, ବର୍ଗାକାର ବା ବୃାକାରରେ ପରିଗଣିତ ହୁଏ ନାହିଁ  । ବିନ୍ଦୁର କୋ÷ଣସି ଆକାର ନ ଥିବାରୁ ରେଖା ଗଣିତ ଅନୁସାରେ ମଧ୍ୟ ତାକୁ ‘ନିରାକାର’ କହିବା ଯୁକ୍ତିଯୁକ୍ତ  । ଧର୍ମଗ୍ଲାନି ସମୟରେ ପରମାତ୍ମା ଏକ ସାକାର ମଣିଷ ଶରୀର ମାଧ୍ୟମରେ ଅବତରଣ କରନ୍ତି  । ସେହି ସମୟରେ ତାଙ୍କୁ ସାକାର ଯଦିଓ କୁହାଯାଇ ପାରିବ, କିନ୍ତୁ ସେହି ଶରୀର ତାଙ୍କ ନିଜର କର୍ମ ଜନିତ ହୋଇ ନ ଥିବାରୁ ସେ ବସ୍ତୁତଃ ‘ନିରାକାର’ ଅଟନ୍ତି  ।

ପରମାତ୍ମାଙ୍କ ରୂପ ଅପରିବର୍ନୀୟ  । ଏହା ସୂକ୍ଷ୍ମାତିସୂକ୍ଷ୍ମ ହୋଇଥିବାରୁ ଅବିନାଶୀ ଏବଂ ଅବିଭାଜ୍ୟ  । ଏହି ରୂପର କୈାଣସି ଅଙ୍ଗ ବା ଅଂଶ ନାହିଁ  । ଏହା କ୍ଷୟ ହୁଏ ନାହିଁ କି ବୃଦ୍ଧି ମଧ୍ୟ ପାଏ ନାହିଁ  । ଏହା ଜରା ମୃତୁ୍ୟର ଅଧୀନ ନୁହେଁ ଏବଂ ପ୍ରକୃତିର ପରିବର୍ନରେ ଏହା ପ୍ରଭାବିତ ହୁଏ ନାହିଁ  । କ୍ଲେଶ କର୍ମ ବିପାକାଶୟେର ପରାସୃଷ୍ଟଃ ପୁରୁଷ ବିଶେଷ ଈଶ୍ୱରଃ ।ା ଯୋ.ଦ.-୧/୨୧ ।ା ସ ପୂର୍ବେଷାମପି ଗୁରୁଃ କାଳେନାଳଚ୍ଛେଦାତ୍ ।ା ଯୋ.ଦ-୧/୨୬ ।ା ପତଞ୍ଜଳି ମଧ୍ୟ ପରମାତ୍ମାଙ୍କୁ ସର୍ବବ୍ୟାପକ ବୋଲି ସ୍ବୀକାର କରି ନାହାନ୍ତି  । ତାଙ୍କ ଅନୁସାରେ ପରମାତ୍ମା କାଳର ପ୍ରଭାବରୁ ମୁକ୍ତ ଏକ ପୁରୁଷ ବିଶେଷ ଅଟନ୍ତି  । ଦେଶ ବନ୍ଧଶ୍ଚିତସ୍ୟ ଧାରଣା  । ତତ୍ର ପ୍ରତ୍ୟୟୈକତାନତା ଧ୍ୟାନମ୍ ।ା ଯୋ.ଦ.-୩/୧-୨ ।ା ଯଦି  ପରମାତ୍ମାଙ୍କୁ “ପୁରୁଷ ବିଶେଷ” ବା “ପୁରୁଷୋମ” ନ କହି ସର୍ବବ୍ୟାପକ ବୋଲି ସ୍ୱୀକାର କରାଯିବ ତେବେ ତାଙ୍କଠାରେ ମନ ଏକାଗ୍ର ହୋଇପାରିବ ନାହିଁ  । କାରଣ ଯୋଗାଭ୍ୟାସ ବେଳେ ମନକୁ ଏକ ଦେଶ ବିଶେଷରେ ସ୍ଥିର କରିବାକୁ ହୁଏ । ଏହାହିଁ ପତଞ୍ଜଳିଙ୍କ ଯୋଗ ଦର୍ଶନ ଅନୁସାରେ ‘ଧାରଣା’ଏବଂ ‘ଧ୍ୟାନ’/ଶ୍ରୀମଦ୍ଭଗତ ଗୀତାରେ ମଧ୍ୟ ଭଗବାନ ବାରମ୍ବାର “ମନ୍ମନା ଭବ”ର ଉପଦେଶ ଦେଇଛନ୍ତି  । ଗୀତା ମଧ୍ୟ ମୁଖ୍ୟତଃ ଏକ ଯୋଗ ଶାସ୍ତ୍ର ଅଟେ  । ତେଣୁ ଗୀତାରେ ପରମାତ୍ମାଙ୍କୁ ‘ପରମପୁରୁଷ’(ପୁରୁଷ ଶ୍ରେଷ୍ଠ) କୁହାଯାଇଛି  । 

  ପରମାତ୍ମା ସୂକ୍ଷ୍ମତମ, ଅବିନାଶୀ ଏବଂ ଅବ୍ୟକ୍ତ ଅଟନ୍ତି  । ଅଳ୍ପବୁଦ୍ଧି ସଂପନ୍ନ ଲୋକେ ତାଙ୍କର ଏହି ପରମ ଭାବକୁ ନ ଜାଣି ତାଙ୍କୁ ଇନ୍ଦ୍ରିୟଗୋଚର ଏକ ସାଧାରଣ ମନୁଷ୍ୟ ଶରୀରଧାରୀ ବୋଲି ଭାବନ୍ତି  । ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ  । ପରଂଭାବମଜାନନ୍ତୋମ ମାମବ୍ୟୟମନୁମମ୍ ।ା ଗୀ-୭/୨୪ ।ା ପରମାତ୍ମାଙ୍କ ଏହି ପରମ ଶାଶ୍ୱତ ଅବ୍ୟକ୍ତ ଭାବ ସମସ୍ତ ଜଗତ ଧ୍ୱଂସ ହେଲେ ମଧ୍ୟ ବିନଷ୍ଟ ହୁଏ ନାହିଁ  । ପରସ୍ତସ୍ମାତ୍ତୁଭାବୋଽନ୍ୟୋଽବ୍ୟକ୍ତୋଽବ୍ୟକ୍ତାସôନାତନଃ  । ଯଃ ସର୍ବେଷୁ ଭୂତେଷୁ ନଶ୍ୟତ୍ସୁନ ବିନଶ୍ୟତି ।ା ଗୀ-୮/୨୦ ।ା ପରମାତ୍ମାଙ୍କ ସ୍ୱରୂପ ପରି ତାଙ୍କ ନିବାସ ସ୍ଥଳୀ ପରମଧାମ ମଧ୍ୟ ଅବ୍ୟକ୍ତ ଓ ଅବିନାଶୀ । ତାହା ସମସ୍ତ ଆତ୍ମାଙ୍କର ପରମ ଗତି ବା ଅନ୍ତିମ ଲକ୍ଷ୍ୟ ସ୍ଥଳ ଅଟେ  । ଅବ୍ୟକ୍ତୋଽକ୍ଷରଇତୁ୍ୟକ୍ତସ୍ତମାହୁଃ ପରମାଂ ଗତିମ୍ ।ା ୮/୨୧ ।ା ଏହି ପରମଧାମ ବା ବ୍ରହ୍ମତ୍ୱ ହେଉଛି ପରମାତ୍ମାଙ୍କ ଯୋନି (ଗର୍ଭାଧାନ ସ୍ଥଳୀ) ସଦୃଶ  । ସେଥିରେ ସେ ଗର୍ଭ ଅର୍ଥାତ ଚୈତନ୍ୟ ଆତ୍ମା ରୂପ ବୀଜକୁ ସ୍ଥାପନ କରନ୍ତି । ତେଣୁ ସମସ୍ତ ଜୀବଙ୍କର ଉପôି ହୁଏ  । ମମଯୋନି ର୍ମହଦ୍ ବ୍ରହ୍ମ ତସ୍ମିନ ଗର୍ଭ ଦଧାମ୍ୟହମ୍  । ସମ୍ଭବଃ ସର୍ବଭୁତାନାଂ ତତୋ ଭବତି ଭାରତ ।ା ଗୀ-୧୪/୩ ।ା ପରମଧାମ ଏହି ସଂସାରର ଆକାଶ ତ୍ୱରୁ ଉଦ୍ଧ୍ୱର୍ରେ ଥିବାରୁ ତାହାକୁ ସୂର୍ଯ୍ୟ, ଚନ୍ଦ୍ର କିମ୍ବା ଅଗ୍ନି ପ୍ରକାଶିତ କରି ପାରନ୍ତି ନାହିଁ  । ନ ତଦ୍ଭାସୟତେ ସୂର୍ଯେ୍ୟା ନ ଶଶାେଙ୍କା ନ ପାବକଃ ।ା ଗୀ-୧୫/୬ ।ା ସେହି ପରମଧାମ ନିବାସୀ ପରମାତ୍ମା ଜ୍ୟୋତିମାନଙ୍କ ମଧ୍ୟରେ ଜ୍ୟୋତି ଅଟନ୍ତି ଏବଂ ତାଙ୍କୁ ଅନ୍ଧାକାରର ଅତି ଉଦ୍ଧ୍ୱର୍ରେ ବୋଲି କୁହାଯାଏ  । ଜ୍ୟୋତିଷାମପି ତଜ୍ଜ୍ୟୋତି ସ୍ତମସଃ ପରମୁ୍ୟଚ୍ୟତେ ।ା ଗୀ-୧୩/୧୭ ।ା ସେହି ପରମଧାମରେ ଅବ୍ୟକ୍ତ ବ୍ରହ୍ମ ନାମକ ପ୍ରକାଶ ବିଦ୍ୟମାନ  । ସେ ଅଚିନ୍ତ୍ୟ ସମୟ ମଧ୍ୟରେ ସର୍ବତ୍ର ପହô ପାରନ୍ତି  । କାରଣ ପ୍ରକୃତିର କୈାଣସି ତ୍ୱ ତାଙ୍କ ଗତି ପଥରେ ବାଧକ ନୁହନ୍ତି  । ପୁନଶ୍ଚ ଶରୀର ବା କର୍ମ ବନ୍ଧନ ରୂୂପକ ବାଧା ମଧ୍ୟ ତାଙ୍କ ପାଇଁ ନାହିଁ  । ପରସ୍ପରଠାରୁ ଲକ୍ଷ ଲକ୍ଷ ମାଇଲ ବ୍ୟବଧାନରେ ଥିଲେ ସୁଦ୍ଧା ଅନେକ ବ୍ୟକ୍ତି ଏକା ସମୟରେ ନିଜ ନିଜ ସ୍ଥାନରେ ଥାଇ ପରମାତ୍ମାଙ୍କୁ ଅନୁଭବ କରିପାରିବେ  । କାରଣ ପରମାତ୍ମା ସଦା ସର୍ବଦା ମୁକ୍ତି  । ସେ ଯୋଗେଶ୍ୱର ଓ ପରମ ପ୍ରଭାବଶାଳୀ ଅଟନ୍ତି  । ତାଙ୍କ ସମ୍ମୁଖରେ ସବୁ କିଛି ପ୍ରତ୍ୟକ୍ଷ  । 

ପରମାତ୍ମା ଅଶୀରୀରୀ ହୋଇଥିବାର ତାଙ୍କର କୋ÷ଣସି ସଂଜ୍ଞାବାଚକ ନାମ ନାହିଁ  । ତାଙ୍କର ଯେଉଁ ସବୁ ନାମ ଅଛି, ସେ ସବୁ ଗୁଣବାଚକ ବା କର୍ବ୍ୟବାଚ୍କ । ଗୀତାରେ ପରମାତ୍ମାଙ୍କୁ ‘ହୃଷୀକେଶ’ ବୋଲି କୁହାଯାଇଛି  । ‘ହୃଷିକ’ ଅର୍ଥାତ ଇନ୍ଦ୍ରିୟ ଏବଂ ‘ଈଶ’ ଅର୍ଥ ମାଲିକ  । ଯିଏ ସମସ୍ତ ଇନ୍ଦ୍ରିୟ ଜଗତର ସ୍ୱାମୀ ସିଏ ହୃଷିକେଶ  । ସେହିପରି ପରମାତ୍ମା ସମସ୍ତଙ୍କ କଲ୍ୟାଣକାରୀ ହୋଇଥିବାରୁ ତାଙ୍କୁ ‘ଶିବ’ ବୋଲି କୁହାଯାଏ  । ବେଦ ଓ ଉପନିଷଦରେ ମଧ୍ୟ ପରମାତ୍ମାଙ୍କୁ ଶିବ ନାମରେ ବର୍ଣ୍ଣନା କରାଯାଇଛି  । ଯଜୁବେଦର “ନମଃ ଶିବାୟ ଚ ଶିବ ତରାୟଚ”(ଯଜୁ-୧୬/୪୧) ବାକ୍ୟରେ ପରମାତ୍ମାଙ୍କୁ ଶିବ ବୋଲି କୁହାଯାଇଛି  । ମାଣ୍ଡୁକ୍ୟ ଉପନିଷଦ କହେ “ପରମାତ୍ମା ଇନ୍ଦ୍ରିୟ ସମୂହ ଦ୍ୱାରା ଦୃଶ୍ୟ ନୁହନ୍ତି”, ସେ ଅଚିନ୍ତ୍ୟ ଓ ଅଦ୍ୱିତୀୟ, ଜାଣିବା ଯୋଗ୍ୟ ଅଟନ୍ତି, ତାଙ୍କର ନାମ ଶିବ ଅଟେ । ଅଦୃଷ୍ଟମବ୍ୟବହାର୍ଯ୍ୟମ ଗ୍ରହ୍ୟମଳକ୍ଷଣମଚିନ୍ତ୍ୟମବ୍ୟପଦେଶ୍ୟ ମୈକତ୍ମ୍ୟ ପ୍ରତ୍ୟୟ ସାରଂ ପ୍ରପେାପଶମଂ ଶାନ୍ତଂ ଶିବମଦ୍ୱେତଂ ଚତୁର୍ଥ ମନ୍ୟତେ ସ ଆତ୍ମା ବିଜେ୍ଞୟଃ ।ା ମାଣ୍ଡୁକ୍ୟ, ୭ ।ା ଗୀତାରେ ପରମାତ୍ମାଙ୍କୁ ଓଁକାର କୁହାଯାଇଛି  । ଯଥା : ଓମିତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରନ୍ମାମନୁସ୍ମରନ୍ ।ା ୮/୧୩ ।ା ବେଦ୍ୟଂ ପବିତ୍ରମୋଂକାର ଋକସାମ ଯଜୁରେବ ଚ ।ା ୯/୧୭ ।ା ଭାରତରେ ଓଁକାରେଶ୍ୱର ନାମରେ ଅନେକ ଶିବ ମନ୍ଦିର ମଧ୍ୟ ଦେଖିବାକୁ ମିଳେ  । କେତେକ ବିଦ୍ୱାନ “ଓମ୍”ଶବ୍ଦକୁ ବ୍ରହ୍ମା, ବିଷ୍ଣୁ ଏବଂ ଶଙ୍କରଙ୍କ ରଚୟିତା ପରମାତ୍ମା ବାଚକ ବୋଲି ଗ୍ରହଣ କରନ୍ତି  । ଅକାରୋବିଷ୍ଣୁରୁଦ୍ଧିଷ୍ଟ, ଉକାରସ୍ତୁ ମହେଶ୍ୱରଃ, ମକାରସ୍ତୁ ସ୍ମୃତୋ ବ୍ରହ୍ମା ପ୍ରଣବସ୍ତୁ ତ୍ରୟାତ୍ମକଃ ।ା

ଗୀତାରେ ବିଭନ୍ନ ସ୍ଥାନରେ ପରମାତ୍ମାଙ୍କ ପାଇଁ ବିଭିନ୍ନ କର୍ବ୍ୟ ବାଚକ ନାମର ବ୍ୟବହାର କରାଯାଇଛି  । ଯଥା : ସହୃଦ୍ (୯/୧୮) ଏବଂ (୫/୧୯), ପୁରୁଷୋମ, ଭୁତଭାବନ, ଭୁତେଶ, ଦେବଦେବ, ଜଗପôତେ (୧୦/୧୫) ଜନାର୍ଦ୍ଧନ (୧୦/୧୮), ଭଗବନ୍ (୧୦/୧୭), ହୃଷୀକେଶ (୨/୯-୧୦) ଅରିସୂଦନ (୨/୪) ଇତ୍ୟାଦି  । କିନ୍ତୁ ପ୍ରାୟତଃ ପରମାତ୍ମାଙ୍କ ପାଇଁ ଶିବ ନାମଟି ବହୁଳ ଭାବରେ ବ୍ୟବହୃତ ହୁଏ  । “ଶିବ ପରାମାତ୍ମନେ ନମଃ” ବୋଲି କୁହାଯାଏ  ।  ପରମାତ୍ମା ଶଦ୍ଧ ପ୍ରାୟତଃ ଆଉ କୈାଣସି ନାମ ସହିତ ବ୍ୟବହୃତ ହୁଏ ନାହିଁ । କେହି କେହି ଗୀତାର ପୁଷ୍ପିକାରେ ଲେଖାଥିବା “ଶ୍ରୀ କୃଷ୍ଣାର୍ଜୁନ ସମ୍ବାଦ”କୁ ଆଧାର କରି ଶ୍ରୀକୃଷ୍ଣଙ୍କୁ ପରମାତ୍ମାବାଚକ ସ୍ବୀକାର କରି ତାଙ୍କୁ ଅର୍ଜୁନଙ୍କ ମୋହଭଙ୍ଗ ପାଇଁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଗୀତାଜ୍ଞାନ ଶୁଣାଇଥିବା କଥା ବିଶ୍ୱାସ କରନ୍ତି  । କିନ୍ତୁ ଗୀତା ବର୍ଣ୍ଣିତ ପରମାତ୍ମାଙ୍କ ସ୍ୱରୂପ, ନାମ ଗୁଣ, ରୂପ ଓ ଅବତରଣ ସମୟକୁ  ବି·ର କଲେ ଗୀତାର ପରମାତ୍ମା ଯେ ବସୁଦେବ ସୁତ ବାସୁଦେବ ଶ୍ରୀକୃଷ୍ଣ ନୁହନ୍ତି ଏକଥା ନିଃସନ୍ଦେହରେ କୁହାଯାଇପାରେ  । ବିବେକାନନ୍ଦଙ୍କ ଭଳି ମହାନ ଯୋଗୀ, ସାଧକ, ତ୍ୱଚିନ୍ତକ ଓ ସମସ୍ତ ଧର୍ମ ଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଥିବା ବ୍ୟକ୍ତି ମଧ୍ୟ ତାଙ୍କ ଆତ୍ମଜୀବନୀ “ବାଣୀ ଓ ରଚନା”ରେ ଏହି ପ୍ରଶ୍ନ ଉତ୍ଥାପନ କରିଛନ୍ତି ଯେ ମହାଭାରତ ଯୁଦ୍ଧର ଘୋର ଘର୍ଘର ଗର୍ଜନ ମଧ୍ୟରେ ଅର୍ଜୁନଙ୍କ ମୋହଭଙ୍ଗ ହେତୁ ଶ୍ରୀକୃଷ୍ଣଙ୍କ ଦ୍ୱାରା କଥିତ ୭୦୦ରୁ ଉଦ୍ଧ୍ୱର୍ ଶ୍ଲୋକ ସମୂହକୁ ଲିପିବଦ୍ଧ କରିବା ପାଇଁ କ’ଣ ତାଙ୍କ ସାଥିରେ କେହି “କ୍ଷିପ୍ର ଲିପିକ” ଉପସ୍ଥିତ ଥିଲେ? ଗୀତା ଏକ ଯୁଦ୍ଧ ଶାସ୍ତ୍ର ନୁହେଁ, ଏହା ଏକ ଯୋଗ ଶାସ୍ତ୍ର  ।  ତା’ପରେ ଗୀତା ଯେ ମହାଭାରତର ଅଂଶ ବିଶେଷ ଏ ବିଷୟରେ ମଧ୍ୟ ସମସ୍ତେ ଏକ ମତ ନୁହନ୍ତି  । କୁରୁକ୍ଷେତ୍ର ଯୁଦ୍ଧ ପଡିଆରେ କୋ÷ରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯେ ପ୍ରକୃତରେ ଐତିହାସିକ ମହାଭାରତ ଯୁଦ୍ଧ ହୋଇଥିଲା ସେ ବିଷୟରେ ମଧ୍ୟ କୈାଣସି ପ୍ରାମାଣିକ ତଥ୍ୟ ବର୍ମାନ ପର୍ଯ୍ୟନ୍ତ ଉପଲବ୍ଧ ହୋଇ ନାହିଁ  । ସ୍ୱୟଂ ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ଅର୍ଜୁନ ରୂପୀ ମାନବାତ୍ମାମାନଙ୍କୁ କଳି ଯୁଗର ଘଡ଼ି ସନ୍ଧି ମୁହୂର୍ରେ କଳ୍ପପୂର୍ବରେ ଗୀତା ଜ୍ଞାନ ଶୁଣାଇ ଥିଲେ ଯାହା ପରବର୍ୀ ସମୟରେ ସଂସ୍କୃତ ଭଷାରେ କାବି୍ୟକ ରୀତିରେ ଲିଖିତ ହୋଇଛି । ପ୍ରତ୍ୟକ୍ଷତାକୁ ପ୍ରମାଣର ଆବଶ୍ୟକତା ନାହିଁ  । ବର୍ମାନ ମଧ୍ୟ ସେହି ପରମାତ୍ମା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଗୀତା ଜ୍ଞାନ ପ୍ରଦାନ କରୁଛନ୍ତି  । ତେଣୁ ଶ୍ରୀକୃଷ୍ଣଙ୍କୁ ଗୀତାଜ୍ଞାନର ଉପଦେଷ୍ଟା କହି ତାଙ୍କୁ ଗୀତାର ପରମାତ୍ମାବାଚକ ମାନିବା ଏକ ମହାନ ଭୁଲ ହେବ  ।

ପରମାତ୍ମାଙ୍କ କର୍ମ ଜନିତ  ଶରୀର ନ ଥିବାରୁ  ତାଙ୍କୁ  କୋ÷ଣସ କର୍ମର ବନ୍ଧନ ନାହିଁ  । ନ ଚ ମାଂ ତାନି କର୍ମାଣି ନିବଧ୍ନନ୍ତି ଧନଞ୍ଜୟ ।ା ଗୀ-୯/୯ ।ା ମାନବ ନିଜର ପାପ ବା ପୁଣ୍ୟ କର୍ମଫଳ ଭୋଗ କରିବାକୁ ଭଲ ବା ମନ୍ଦ ଘରେ ଜନ୍ମ ନିଏ  । ଜନ୍ମ ହେଲେ ମୃତୁ୍ୟ ଅନିବାର୍ଯ୍ୟ  । ଗୀତା କହେ ପରମାତ୍ମା ଅଜନ୍ମା, ଅକର୍ା, ଅଭୋକ୍ତା ଓ ଅଶରୀରୀ  । ଏହି ଦୃଷ୍ଟିରୁ ପରମାତ୍ମାଙ୍କୁ ଶ୍ରୀକୃଷ୍ଣ ଶରୀର ଧାରଣ କରି ଜନ୍ମ ଗ୍ରହଣ କରିଥିଲେ ବୋଲି କହିବା ଯୁକ୍ତି ସମ୍ମତ ହେବନାହିଁ  । ପରମାତ୍ମା ସ୍ୱୟଂ ଗୀତାରେ କହିଛନ୍ତି ଯେ ମୁଁ ହେଉଛି ଏହି ସମଗ୍ର ଜଗତର ପିତା, ମାତା ପିତାମହ, ଗତି, ଭର୍ା, ପ୍ରଭୁ, ସାକ୍ଷୀ, ନିବାସ, ଆଶ୍ରୟ, ସୁହୃଦ, ଉପôି, ପ୍ରଳୟ, ସ୍ଥାନ, ନିଧାନ ଏବଂ ଅବିନାଶୀ ବୀଜ ସ୍ୱରୂପ  । ପିତାମହସ୍ୟ ଜଗତୋ ମାତାଧାତା ପିତାମହଃ  । ବେଦ୍ୟ ପବିତ୍ର ମୋକାଂର ଋକ୍ ସାମଯଜୁରେବ ଚ । ଗତି ଭର୍ା ପ୍ରଭୁଃ ସାକ୍ଷୀ ନିବାସଃ ଶରଣଂ ସୁହୃଢ । ପ୍ରଭବଃ ପ୍ରଳୟଃ ସ୍ଥାନଂ ନିଧାନଂ ବୀଜମବ୍ୟୟମ ।ା ଗୀ-୯/୧୭-୧୮ ।ା ଯିଏ ସମଗ୍ର ସୃଷ୍ଟିର ବୀଜ ରୂପ, ତାଙ୍କର ଜନ୍ମ କୈାଣସି ମଣିଷ ଔରସରୁ କିପରି ହେବ ?

ପରମାତ୍ମାଙ୍କ ଜନ୍ମ ଏବଂ କର୍ମ ଉଭୟ ଦିବ୍ୟ  । ଜନ୍ମ କର୍ମ ଚ ମେ ଦିବ୍ୟ ।ା ଗୀ-୪/୯ ।ା ସେ ସାଧାରଣ ମାନବ ପରି କୋ÷ଣସି ମାତୃ ଗର୍ଭରୁ ଜନ୍ମ ହୁଅନ୍ତି ନାହିଁ  । ସେ ଜନ୍ମ ମୃତୁ୍ୟରୁ ସର୍ବଥା ଉଦ୍ଧ୍ୱର୍ରେ  । ସେ ଅଜର ଓ ଅବିନାଶୀ  । ଯୋ ମାମଜମନାଦିଂ ଚ ବେି ଲୋକ ମହେଶ୍ୱରମ ।ା ଗୀ-୧୦/୩ ।ା ସେ ଅଜର ଓ ଅବିନାଶୀ ସ୍ୱରୂପ ତଥା ପ୍ରାଣୀମାନଙ୍କର ଈଶ୍ୱର ହୋଇଥିଲେ ମଧ୍ୟ ନିଜ ପ୍ରକୃତିକୁ ଅଧୀନ କରି ନିଜର ଯୋଗଶକ୍ତି ବା ଜ୍ଞାନ ବଳରେ ପ୍ରକଟ ହୁଅନ୍ତି  । ଅଜୋଽପି ସନ୍ନବ୍ୟୟାତ୍ମା ଭୂତାନାମୀଶ୍ୱରୋଽପି ସନ୍  । ପ୍ରକୃତିଂ ସ୍ବାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା ।ା ଗୀ-୪/୬ ।ା ମହାବିନାଶ ସମୟରେ ସମସ୍ତ ପ୍ରାଣୀ ପରମାତ୍ମାଙ୍କ ପରି ଜ୍ୟୋତିବିନ୍ଦୁ ସ୍ୱରୂପ ହୋଇଯାଆନ୍ତି  । କଳ୍ପ ଆରମ୍ଭରେ ସେମାନଙ୍କୁ ସେ ପୁନଶ୍ଚ ସର୍ଜନା କରନ୍ତି  । ଅର୍ଥାତ କର୍ମଫଳ ଅନୁସାରେ ପରମଧାମରେ ତାଙ୍କ ସହିତ ଥିବା ଆତ୍ମାଗଣଙ୍କୁ ସେ ତାଙ୍କ ଦ୍ୱାରା ସ୍ଥାପିତ ନୂତନ ସୃଷ୍ଟିକୁ ଶରୀର ଧାରଣ କରିବା ପାଇଁ ପ୍ରେରିତ କରନ୍ତି  । ଏହିପରି ପ୍ରକୃତିର ବଶୀଭୂତ ହୋଇ ପରାଧୀନ ଭାବରେ ଥିବା ପ୍ରାଣୀ ବର୍ଗଙ୍କୁ ସେ ନିଜ ପ୍ରକୃତି ବଶୀଭୂତ କରି ବାରମ୍ବାର ସର୍ଜନା କରନ୍ତି  । ଅର୍ଥାତ କଳ୍ପକଳ୍ପାନ୍ତର ମହା ବିନାଶ ପରେ ଏହିପରି ସ୍ଥାପନା କାର୍ଯ୍ୟ ·ଲି ଆସୁଥାଏ  । ସର୍ବଭୂତାନି  କୈାନ୍ତେୟ  ପ୍ରକୃତିଂ ଯାନ୍ତି ମାମିକାମ୍  । କଳ୍ପକ୍ଷୟେ ପୁନସ୍ତାନି କଳ୍ପାଦୈା ବିସୃଜାମ୍ୟହମ୍  । ପ୍ରକୃତିଂ ସ୍ୱାମବଷ୍ଟଭ୍ୟ  ବିସୃଜାମି ପୁନଃ ପୁନଃ  । ଭୂତ ଗ୍ରାମମିମଂ କୃତ୍ସ୍ନବଶଂ ପ୍ରକୃତେର୍ବଶାତ୍  ।ା ଗୀ-୯/୭-୮ ।ା

ପ୍ରକୃତିକୁ ବଶ କରି ପରମାତ୍ମା ନିଜ ଯୋଗ ଶକ୍ତି ବଳରେ ସୃଷ୍ଟିରେ ପ୍ରକଟ ହୁଅନ୍ତି  । ଏହାହିଁ ତାଙ୍କର ଦିବ୍ୟ ଜନ୍ମ  । ଏହା କୈାଣସି ଅବତାର ବାଦକୁ ସମର୍ଥନ କରେ ନାହିଁ  । ତାଙ୍କ ଦିବ୍ୟ ଜନ୍ମ ଦିବ୍ୟ କର୍ମ ସହିତ ଜଡିତ  । ସାଧାରଣ ମାନବାତ୍ମା ପରି ସେ କର୍ମଫଳ ଭୋଗ କରିବାକୁ ଶରୀର ଧାରଣ କରନ୍ତି ନାହିଁ  । ଅଧର୍ମର ବିନାଶ ଓ ସତ୍ୟ ସନାତାନ ଧର୍ମର ସ୍ଥାପନାର୍ଥେ ପ୍ରତି କଳ୍ପ କ୍ଷୟରେ ସେ ପ୍ରକୃତିକୁ ବଶୀଭୂତ କରି ଏକ ମାନବ ଶରୀର ଆଧାରରେ ସୃଷ୍ଟିରେ ଅବତରଣ କରନ୍ତି  । ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ  । ଅଭୁ୍ୟତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ । । ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୃଷ୍କୃତାମ  । ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।ା ଗୀ-୪/୭-୮ ।ା ମାନବ ଶରୀରରେ ପରମାତ୍ମାଙ୍କ ଅବତରଣ କରିବା କଥା ତଥା ସମସ୍ତ ପ୍ରାଣୀଙ୍କର ମହାନ ଈଶ୍ୱର ରୂପକ ତାଙ୍କର ପରମ ଭାବକୁ ମୂର୍ଖ ଲୋକେ ଜାଣି ନ ପାରି ତାଙ୍କୁ ସାଧାରଣ ମାନବ ଶରୀରଧାରୀ ମନେ କରି ତାଙ୍କ କଥାକୁ ବିଶ୍ୱାସ କରନ୍ତି ନାହିଁ  । ଅବଜାନନ୍ତି ମାଂମୂଢାମାନୁଷୀଂ ତନୁମାଶ୍ରିତମ... ।ା ଗୀ-୯/୧୧ ।ା ବୁଦ୍ଧିହୀନ ମନୁଷ୍ୟ ତାଙ୍କର ପରମ, ଅବିନାଶୀ ଓ ସର୍ବଶ୍ରେଷ୍ଠ ଭାବକୁ ନ ଜାଣି ତାଙ୍କ ଅବ୍ୟକ୍ତ ସ୍ୱରୂପକୁ ମନୁଷ୍ୟ ଶରୀରଧାରୀ ମନେ କରନ୍ତି  । ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମ ବୁଦ୍ଧୟଃ  । ପରଂଭାବମଜାନନ୍ତୋ ମମାବ୍ୟୟ ମନୁମମ୍ ।ା ଗୀ-୭/୨୪ ।ା

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ପରମାତ୍ମା ଏକ ନିର୍ଦ୍ଧିଷ୍ଟ ମାନବ ଶରୀର ଆଶ୍ରୟରେ ଅବତରଣ କରନ୍ତି  । ସେ ମାତୃଗର୍ଭରୁ ଜନ୍ମନେଇ ବିଭିନ୍ନ ନାମ ରୂପ ଧାରଣ କରି ଅବତାର ନିଅନ୍ତି ନାହିଁ  । ବିଶିଷ୍ଟ ଜୀବାମାôମାନେ ବା ମହାନ ଆତ୍ମାମାନେ ସୃଷ୍ଟିରେ ଧର୍ମର ଭାରସାମ୍ୟ ରକ୍ଷା କରିବା ପାଇଁ ସ୍ୱ ସ୍ୱ ଶରୀର ଧାରଣ କରି ଅବତରିତ ହୁଅନ୍ତି ଏବଂ ବିଭିନ୍ନ ମତବାଦ ବା ଈଶ୍ୱରୋପାସନା ପଦ୍ଧତିର ପ୍ର·ର ପ୍ରସାର କରନ୍ତି  । କିନ୍ତୁ କଳ୍ପ ଶେଷରେ ଏକ ନିର୍ଦ୍ଧିଷ୍ଟ ମାନବାତ୍ମାର ଶରୀରକୁ ଆଶ୍ରୟ କରି ନିଜ ଯୋଗଶକ୍ତି ବଳରେ ପରମାତ୍ମା ଏ ସୃଷ୍ଟିରେ ଅବତରଣ କରନ୍ତି  । ତାଙ୍କ ଅବତରଣର ଆଭିମୁଖ୍ୟ ହେଲା ମାନବାତ୍ମାମାନଙ୍କର କଳିଯୁଗୀୟ ଆସୁରୀ ସଂସ୍କାରକୁ ବିନାଶ କରି ସେମାନଙ୍କ ମଧ୍ୟରେ ସତ୍ୟଯୁଗୀୟ ଦୈବୀ ସଂସ୍କାରର ବିକାଶ କରାଇବା  । ସେଥିପାଇଁ ତାଙ୍କୁ ଏକ ମାନବୀୟ ମାଧ୍ୟମର ଆବଶ୍ୟକତା ପଡ଼େ ଯାହା ମାଧ୍ୟମରେ  ସେ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରନ୍ତି  । ମହାବିନାଶ ପରବର୍ୀ ସୃଷ୍ଟିରେ ରଚନାର ଆଧାର ହୋଇଥିବାରୁ ଏହି ଈଶ୍ୱରୀୟ ମାଧ୍ୟମର ନାମ ପ୍ରଜାପିତା ବ୍ରହ୍ମା  । ତେଣୁ ପରମାତ୍ମାଙ୍କୁ ବ୍ରହ୍ମାଙ୍କର ସୃଷ୍ଟିକର୍ା (ବ୍ରହ୍ମଣୋଽପ୍ୟାଦିକତ୍ରୈ ।ା ଗୀ- ୧୧/୩୭) ଆଦିଦେବ (ତ୍ୱମାଦିଦେବଃ...... ୧୧/୩୮ ଓ ଅହମାଦି ର୍ହିଦେବାନାଂ ..... ୧୦/୨) ଏବଂ ପ୍ରଜାପତି ବ୍ରହ୍ମାଙ୍କର ପିତା (ପ୍ରଜାପତିସ୍ତ୍ୱଂ ପ୍ରପିତାମହଶ୍ଚ..... ୧୧/୩୯) ବୋଲି ଗୀତାରେ କୁହାଯାଇଛି  ।

ଶ୍ୱେତା ଶ୍ୱେତରୋପନିଷଦ କହେ ଯେ ‘ପରମାତ୍ମା’ ସୃଷ୍ଟି ପ୍ରାରମ୍ଭରେ ବ୍ରହ୍ମାଙ୍କୁ ଉପôନ୍ନ କରିଥିଲେ ଏବଂ ତାଙ୍କ ସମ୍ମୁଖରେ ବେଦ ସମୂହକୁ (ଈଶ୍ୱରୀୟ ଜ୍ଞାନ) ପ୍ରକାଶିତ କରିଥିଲେ  । ୟୋ ବ୍ରାହ୍ମଣଂ ବିଦଧାତି ପୂର୍ବମ୍  । ୟୋ ବୈ ବେଦାଂଶ୍ଚ ପ୍ରହିଣୋତି ତସ୍ମୈ, ତଂହ ଦେବ ମାତ୍ମ ବୁଦ୍ଧି ପ୍ରକାଶଂ  । ମୁମୁକ୍ଷୁର୍ବୈ ଶରଣମହମ୍ ପ୍ରପଦ୍ୟେ ।ା (ଶ୍ୱେ.ଉ. ଅ ୬/୧୮) ପରମାତ୍ମା ମାନବୀୟ ଭାଷାର ଉଦ୍ଧ୍ୱର୍ରେ । ତେଣୁ ସେ ଶ୍ଲୋକ, ମନ୍ତ୍ର ବା ସୂତ୍ର ଆଦି ଆଧାରରେ ଜ୍ଞାନ ପ୍ରଦାନ କରନ୍ତି ନାହିଁ  । ସେ ଯେଉଁ ଶରୀର ଆଧାରରେ ସୃଷ୍ଟିରେ ଅବତରିତ ହୁଅନ୍ତି ସେହି ମାନବାତ୍ମାର ବୁଦ୍ଧିକୁ ଜ୍ଞାନ ଦ୍ୱାରା ପ୍ରକାଶିତ କରନ୍ତି  । ଏହିପରି ସେ ପ୍ରଜାପତି ବା ପ୍ରଜାପିତା ବ୍ରହ୍ମାଙ୍କୁ ରଚନା କରନ୍ତି  । ବ୍ରହ୍ମାଙ୍କ ମୁଖ କମଳରୁ ଉଚ୍ଚାରିତ ଈଶ୍ୱରୀୟ ବାଣୀ ଅନୁସାରେ ପରି·ଳିତ ହୋଇ ଯେଉଁମାନେ ଲୁପ୍ତ ପ୍ରାୟ ସତ୍ୟ ସନାତନ ଦେବୀ ଦେବତା ଧର୍ମ ସ୍ଥାପନାରେ ପରମାତ୍ମାଙ୍କୁ ସହଯୋଗ କରନ୍ତି ସେମାନେ ବ୍ରାହ୍ମଣ ନାମରେ କଥିତ ହୁଅନ୍ତି  । ଏକ ବ୍ରହ୍ମା ଅନେକ ବ୍ରାହ୍ମଣଙ୍କର ଉପôିର କାରଣ  । ଏହି କଥାକୁ ପାଥେୟ କରି କୁହାଯାଇଛି ଯେ  ପରମାତ୍ମାଙ୍କ ମୁଖକମଳରୁ ବ୍ରାହ୍ମଣମାନଙ୍କର ଉପôି ହେଲା  । ବ୍ରାହ୍ମଣୋଽସ୍ୟ ମୁଖମାସିଦ୍ବାହୁ ରାଜନ୍ୟଃ କୃତଃ ।ା (ଯଜୁ ୩୧/୧୧) ।ା

ବ୍ରହ୍ମାନାମ ମଧ୍ୟ ସଂଜ୍ଞା ବାଚକ ନୁହେଁ କର୍ବ୍ୟ ବାଚକ  । ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କଥା ଯାହା କୁହାଯାଇଛି  ତାହା ମଣିଷ, ପଶୁ, ପକ୍ଷୀ, ସରିସୃପ ଆଦି ପ୍ରାଣୀ ଜଗତର ସୃଷ୍ଟିକୁ ବୁଝାଏ ନାହିଁ  । ଭୂତପ୍ରକୃତିରୁ ଜାତ ସମସ୍ତ ପ୍ରାଣୀ ଜଗତ ପରମାତ୍ମାଙ୍କ ଦ୍ୱାରା ସୃଷ୍ଟ ଅବିନାଶୀ କାଳଚକ୍ରର ନିୟମ ବା ନିୟତି ଅନୁସାରେ ମହାପ୍ରଳୟ ସମୟରେ ସ୍ୱୟଂମେବ ଭୂତ ପ୍ରକୃତିରେ ଲୀନ ହୋଇଯାଆନ୍ତି (ସର୍ବ ଭୂତାନି କୈାନ୍ତେୟ ପ୍ରକୃତିଂ ଯାନ୍ତି ମାମିକାମ୍... ଗୀ-୯/୭) ଏବଂ ମାନବାତ୍ମାଗଣ ପରମାତ୍ମାଙ୍କ ସହିତ ହିଁ ସେମାନଙ୍କର ମୂଳ ବାସସ୍ଥାନ ବ୍ରହ୍ମଲୋକ ବା ପରମଧାମକୁ ନିଜ ନିଜ କର୍ମଫଳ ସହ ପ୍ରତ୍ୟାବର୍ନ କରନ୍ତି  । କଳ୍ପ ଆରମ୍ଭରେ ସେମାନେ ନିଜ ନିଜ କର୍ମଫଳ ଅନୁସାରେ ଭୂତ ପ୍ରକୃତିରୁ ଉପôନ୍ନ ଶରୀର ଧାରଣ କରି ଭଲ ବା ମନ୍ଦ ଯୋନିରେ ଜନ୍ମ ଗ୍ରହଣ କରନ୍ତି  । ଏହା ହେଉଛି ପରମାତ୍ମାଙ୍କର ବ୍ରହ୍ମା ଦ୍ୱାରା ସୃଷ୍ଟି ସର୍ଜନା  ।

ପରମାତ୍ମାଙ୍କ ଅବତରଣର ସମୟ ହେଉଛି କଳ୍ପର ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ କଳିଯୁଗର ଅନ୍ତିମ ସମୟ  । ସମଗ୍ର କଳ୍ପରେ ଏହା ହେଉଛି ଧର୍ମ ଗ୍ଲାନିର ସମୟ  । ଏହି ଅନ୍ତିମ କ୍ଷଣରେ ମାନବ ସମାଜ ସବୁଠାରୁ ବେଶୀ ପତିତ ହୁଏ  । ବିଭିନ୍ନ ପ୍ରକାର ଧର୍ମ ସଂପ୍ରଦାୟ ଏହି ସମୟରେ ଗଢ଼ି ଉଠେ ଓ କାଳକ୍ରମେ ବିପର୍ଯ୍ୟୟ ଆଡକୁ ଗତି କରେ  । ବର୍ମାନ ସମୟ କଥା ବି·ର କରାଯାଉ  । ଆଜି ଯେପରି ଭାବରେ ବିଭିନ୍ନ ମତବାଦ, ବିଶ୍ୱାସ ବା ଉପାସନା ପଦ୍ଧତି ଉପରେ ଆଧାରିତ ଧାର୍ମିକ ଗୋଷ୍ଠୀ ସବୁ ଗଢି ଉଠିଛି  । ଆଜିକୁ ୫୦ ବର୍ଷ ତଳେ ଏତେ ସଂଖ୍ୟାରେ ନ ଥିଲା  । ଏସବୁ ସେ୍ୱ ମଧ୍ୟ ପୂର୍ବ ଅପେକ୍ଷା ଆଜିକାଲି ସମାଜରେ ବ୍ୟବହାରିକ ଜୀବନରେ କିଛି ଅଧିକ ଆଧ୍ୟାତ୍ମିକ ଉନ୍ନତି ପରିଲକ୍ଷିତ ହେଉଛି କି? ବରଂ ମାନବ ସମାଜ କ୍ରମଶଃ ଆଧ୍ୟାତ୍ମିକ ଅଧୋପତନ ଆଡକୁ ଗତି କରୁଛି  । ବିଭିନ୍ନ ଧାର୍ମିକ ସଂପ୍ରଦାୟର ତଥାକଥିତ ବଡପଣ୍ଡାମାନଙ୍କର ଭ୍ରଷ୍ଟାଚାରର କାହାଣୀ ପ୍ରତିଦିନ ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରୁଛି  । ନିଜ ନିଜ ମତବାଦକୁ ଶ୍ରେଷ୍ଠ ପ୍ରତିପାଦିତ କରିବା ପାଇଁ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି  । ବର୍ମାନ ସମୟରେ ଅଧାର୍ମିକ ତ୍ୱମାନେ ବେଶୀ ସୁଖ ସ୍ୱାଚ୍ଛନ୍ଦ୍ୟରେ କାଳତିପାତ କରୁଛନ୍ତି  । ସତ୍ୟପରାୟଣ, ଈଶ୍ୱରପ୍ରେମୀ, ନୀତିବାନ ତଥା ଆଧ୍ୟାତ୍ମିକ ଜୀବନ ଯାପନ କରୁଥିବା ଲୋକେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି  । ବର୍ମାନ ସମୟ ଏମିତି ହେଲାଣି ଯେ ଯେତେ ବଡ ସାଂଘାତିକ ପାପା·ର ବା ଭ୍ରଷ୍ଟାଚାର କଥା ଶୁଣିଲେ ମଧ୍ୟ ଲୋକେ ଆଶ୍ଚର୍ଯ୍ୟ ହେଉ ନାହାନ୍ତି  । କଥାକୁ ହାଲୁକା ଭାବରେ ନେଇ ପ୍ରାୟ ସମସ୍ତେ ଏକଥା କହନ୍ତି ଯେ – ଏ ଘୋର କଳିକାଳରେ ସବୁ ସମ୍ଭବ  । ଏହିପରି ଏକ ଘଡ଼ିସନ୍ଧି ମୁହୂର୍ରେ ସ୍ୱୟଂ ପରମାତ୍ମାଙ୍କ ବ୍ୟତୀତ ଆଉ କିଏ ବା ମାନବାତ୍ମାମାନଙ୍କର ଜନ୍ମଜନ୍ମାନ୍ତର ପାପ ରାଶିକୁ ଭସ୍ମୀଭୂତ କରି ସେମାନଙ୍କ ମଧ୍ୟରେ ଦିବ୍ୟଗୁଣର ସାର ପୂର୍ବକ ଆଗାମୀ ସ୍ୱର୍ଗୀୟ ସାମ୍ରାଜ୍ୟ ସ୍ଥାପନ ପାଇଁ  ସକ୍ଷମ ହୋଇପାରିବ ?  ତେଣୁ ସେ ପ୍ରତିକଳ୍ପର ଶେଷ ଭାଗରେ ହିଁ ଅବତରଣ କରନ୍ତି ଏବଂ ସମସ୍ତ ମନବାତ୍ମାଙ୍କୁ ଅଭୟ ଦେଇ କହନ୍ତି “ସବୁ ଧର୍ମର ଆଶ୍ରୟ ଛାଡ଼ି କେବଳ ତୁମେ ମୋର ଶରଣକୁ ଆସିଯାଅ ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି  । ଏଥିପାଇଁ ଆଦୈା ଚିନ୍ତାକର ନାହିଁ  ।” ସର୍ବଧର୍ମାନ ପରିତ୍ୟଜ୍ୟ ମାମେଙ୍କ ଶରଣଂ ବ୍ରଜ  । ଅହଂତ୍ୱା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।ା ଗୀ-୧୮/୬୬ ।ା

ପରମାତ୍ମାଙ୍କ ପାଇଁ ତିନିଲୋକରେ କୈାଣସି ପ୍ରାପ୍ତବ୍ୟ ବସ୍ତୁ ଅପ୍ରାପ୍ତ ନ ଥିଲେ ମଧ୍ୟ ସେ ଆଦର୍ଶ କର୍ମର ମାର୍ଗ ପ୍ରଶସ୍ତ କରିବା ପାଇଁ ସୃଷ୍ଟିରେ ଅବତରଣ କରି ସଦା ସର୍ବଦା ତପôର ରହନ୍ତି  । ନ ମେ ପାର୍ଥସ୍ତିକର୍ବ୍ୟଂ ତ୍ରିଷୁ ଲୋକେଷୁ କିନ୍  । ନାନବାପ୍ତମବାପ୍ତବ୍ୟଂ ବର୍ ଏବ ଚ କର୍ମଣି  । ଯଦିହ୍ୟହଂ ନ ବେର୍ୟଂ ଜାତୁ କର୍ମଣ୍ୟତନ୍ଦ୍ରିତଃ  । ମମ ବର୍ତ୍ମାନୁବର୍ନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।ା ୩/୨୨-୨୩ ।ା ସେ (ପରମାତ୍ମା) ନିଜର କୈାଣସି ଶାରୀରିକ ସମ୍ବନ୍ଧ ତଥା ନିଜର ବ୍ୟକ୍ତିଗତ ଅବଶ୍ୟକତା ପୁିର୍ ପାଇଁ କୈାଣସି କର୍ମ କରନ୍ତି ନାହିଁ  । ତାଙ୍କର କର୍ମ ସଂସାରର କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥିବାରୁ ତାହାକୁ ଦିବ୍ୟ କର୍ମ ବୋଲି କୁହାଯାଏ  । ଜନ୍ମ କର୍ମଚ ମେ ଦିବ୍ୟଂ ।ା ଗୀ-୪/୯ ।ା ଏଥିପାଇଁ ତାଙ୍କୁ କର୍ମର ବନ୍ଧନ ନ ଥାଏ  । ନ ଚ ମାଂ ତାନି କର୍ମଣି ନିବଧ୍ନନ୍ତି ଧନଞ୍ଜୟ ।ା ଗୀ- ୧୯/୯ ।ା ସେ ସୃଷ୍ଟିର ସ୍ଥାପନା  ଓ  ବିନାଶକାରୀ ଅଟନ୍ତି ।ା  ଅହଂ କୃତ୍ସ୍ନସ୍ୟ ଜଗତଃ ପ୍ରଭବଃ  ପ୍ରଳୟସ୍ତଥା ।ା ଗୀ-୭/୬ ।ା କଳ୍ପର ଶେଷ ପର୍ଯ୍ୟାୟରେ ଅର୍ଥାତ କଳିଯୁଗର ଅନ୍ତିମ ଚରଣରେ ଘୋର ଧର୍ମ ସଂକଟ ସମୟରେ ସେ ସୃଷ୍ଟିରେ ଅବତରଣ କରି ମାନବାତ୍ମାକୁ ସମସ୍ତ ପ୍ରକାର ପାପରୁ ମୁକ୍ତ କରନ୍ତି; ଯଦ୍ଧ୍ୱାରା ସୃଷ୍ଟିରେ ସତ୍ୟ ସନାତନ ଧର୍ମର ସ୍ଥାପନ ହୁଏ  । ।ା (ଗୀ-୪/୮) ।ା ଏହିପରି କଳ୍ପ ଆରମ୍ଭରେ ନୂତନ ସୃଷ୍ଟିର ସ୍ଥାପନା ପରମାତ୍ମାଙ୍କ ଦ୍ୱରା ସଂଘଟିତ ହେଉଥିବାରୁ ତାଙ୍କୁ ସୃଷ୍ଟିର ‘ରଚୟିତା’ କୁହାଯାଏ  । ।ା ଗୀ- ୯/୭-୮ ।ା କଳି ଯୁଗୀୟ ଆସୁରୀ ସଂସାରର ମହା ସଂହାର ପାଇଁ ସେ ପ୍ରକଟ ହୁଅନ୍ତି  । ତେଣୁ ତାଙ୍କୁ ମହାକାଳ କୁହାଯାଏ  । କାଳୋଽସ୍ମି ଲୋକକ୍ଷୟ କୃତ୍ ପ୍ରବୃଦ୍ଧୋଲୋକାନ୍ ସମାହର୍ୁମିହ ପ୍ରବୃଃ ।ା ଗୀ-୧୧/୩୨ ।ା ଅହମେବାକ୍ଷୟଃ କାଳଃ । ।ା ଗୀ-୧୦/୩୩ ।ା

ପରମାତ୍ମା ସତ-ରଜ-ଏବଂ ତମ ଏହି ତିନି ଗୁଣର ଅତୀତ ଅଟନ୍ତି  । ତାଙ୍କର ପ୍ରକୃତିଜନ୍ୟ ଶରୀର ନ ଥିବାରୁ ବା ପୂର୍ବ ବର୍ଣ୍ଣନା ଅନୁସାରେ ତାଙ୍କର ଜନ୍ମ ଓ କର୍ମ ଅଲୈାକିକ ହୋଇଥିବାରୁ ତାଙ୍କ ନିକଟରେ ପ୍ରକୃତିର କୈାଣସି ଗୁଣ ନ ଥାଏ  । ତେଣୁ ତାଙ୍କୁ କେହି କେହି ନିର୍ଗୁଣ ବା ଗୁଣାତୀତ କହନ୍ତି  । କିନ୍ତୁ ଆଧ୍ୟାମିôିକ ଦୃଷ୍ଟିରୁ ସେ ସମସ୍ତ ଗୁଣର ସାଗର ଅଟନ୍ତି  । ସେ ଜ୍ଞାନର ସାଗର, ପ୍ରେମର ସାଗର, ଶକ୍ତିର ସାଗର, ଆନନ୍ଦର ସାଗର ଓ ସୁଖର ସାଗର ଅଟନ୍ତି  । ଏଥିପାଇଁ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେଲେ ଏହି ସବୁ ଗୁଣ ମନୁଷ୍ୟାତ୍ମାକୁ ସ୍ୱତଃ ପ୍ରାପ୍ତ ହୁଏ । ତେଣୁ ନିର୍ଗୁଣ ଶବ୍ଦର ଅର୍ଥ ଗୁଣ ରହିତ ନୁହେଁ  । ପରମାତ୍ମା ଯଦି ଗୁଣ ରହିତ ହୋଇ ଥାଆନ୍ତେ ତେବେ ତାଙ୍କଠାରୁ ସର୍ବଗୁଣର ପ୍ରାପ୍ତି ହୁଅନ୍ତା କିପରି ? ତାଙ୍କୁ ଗୁଣ ଆଧାରରେ ଜାଣି ହୁଏ  । ଜ୍ଞାନ ଜେ୍ଞୟଂ ଜ୍ଞାନ ଗମ୍ୟଂ ।ା ଗୀ-୧୩/୧୭ ।ା ସେ ଜ୍ଞାନ ଦାତା ଅଟନ୍ତି  । ତାଙ୍କଠାରୁ ଜ୍ଞାନ ପାଇ ମନୁଷ୍ୟ ସକଳ ପ୍ରକାର ପାପରୁ ମୁକ୍ତ ହୁଏ ଏବଂ ପରମ ଶାନ୍ତି ଲାଭ କରେ  । ଅପି ଚେଦସି ପାପେଭ୍ୟଃ  । ସର୍ବେଭ୍ୟଃ ପାପକୃମଃ ସର୍ବଂଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି ।ା ୪/୩୬ ।ା ଜଣେ ଯେତେ ବଡ଼ ପାପୀ ହୋଇଥାଉ ଜ୍ଞାନ ରୂପୀ ନୈାକା ଦ୍ୱାରା ସେ ନିଃସନ୍ଦେହରେ ସମସ୍ତ ପାପ ସମୁଦ୍ରକୁ ଉମ ରୂପେ ପାର ହୋଇଯିବ  । ପ୍ରଜ୍ୱଳିତ ଅଗ୍ନି ଇନ୍ଧନକୁ ଭସ୍ମୀଭୂତ କରିଦେବା ପରିି ଜ୍ଞାନ ରୂପକ ଅଗ୍ନି ସମସ୍ତ କର୍ମକୁ (ପାପକର୍ମ) ଭସ୍ମୀଭୂତ କରିଦିଏ  । ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍ କୁରୁତେଽର୍ଜୁନ ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମାସାତ୍ କୁରୁତେ ତଥା ।ା ଗୀ-୪/୩୭ ।ା ଜ୍ଞାନ ସଦୃଶ ପବିତ୍ରକାରକ କିଛି ନାହିଁ  । ଯୋଗସିଦ୍ଧ ପୁରୁଷ ସେହି ତ୍ୱ ଜ୍ଞାନକୁ ନିଶ୍ଚିତ ଭାବରେ ନିଜ ଭିତରେ ପ୍ରାପ୍ତ ହୁଅନ୍ତି  । ସାଧନାରେ ତପôର ଜିତେନ୍ଦ୍ରିୟ ଏବଂ ଶ୍ରଦ୍ଧାବାନ୍ ବ୍ୟକ୍ତି ଜ୍ଞାନ ଳାଭ କରେ ଏବଂ ଜ୍ଞାନ ଳାଭ କରି ସେ ତକôାଳ ପରମ ଶାନ୍ତି ଲାଭ କରେ । ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ  । ତତ୍ସ୍ୱôୟଂ ଯୋଗ ସଂସିଦ୍ଧ ଚ କାଳେନାତ୍ମନି ବିନ୍ଦତି  । ଶ୍ରଦ୍ଧା ବାଁଲ୍ଲ୍ଲଭତେ ଜ୍ଞାନଂ ତପôରଃ ସଂଯତେନ୍ଦ୍ରିୟଃ  । ଜ୍ଞାନଂ ଲବ୍ଧା ପରାଂ ଶାନ୍ତିମଚିରେଣାଧି ଗଛତି ।ା ଗୀ-୪/୩୮ ।ା

ଜ୍ଞାନର ଅନୁପମ ଭଣ୍ଡାର ନେଇ ପରମାତ୍ମା ସୃଷ୍ଟିରେ ଅବତରଣ କରନ୍ତି  । ଏହି ଈଶ୍ୱରୀୟ ଜ୍ଞାନ ହିଁ କଳିଯୁଗୀୟ ଆସୁରୀ ଦୁନିଆର ମହାବିନାଶ କରି ସୁଖ ଶାନ୍ତି ପବିତ୍ରତା ଓ ସମୃଦ୍ଧି ସମ୍ପନ୍ନ ସ୍ୱର୍ଗୀୟ ସାମ୍ରାଜ୍ୟ ପ୍ରତିଷ୍ଠାର ଭିିଭୂମି ସ୍ଥାପନ କରେ  । ଯେଉଁ ପରମାତ୍ମାଙ୍କୁ ଜନ୍ମଜନ୍ମାନ୍ତର ଧରି ମୁନି, ଋଷି ପାଇ ପାରିନଥିଲେ ଈଶ୍ୱରୀୟ ଜ୍ଞାନ (ଗୀତା ଜ୍ଞାନ) କ୍ଷଣିକରେ ତାଙ୍କର ସାକ୍ଷାତ୍ ଅନୁଭବ କରାଇ ଦେଇପାରେ । ଈଶ୍ୱରୀୟ ଜ୍ଞାନ ବିନା ଈଶ୍ୱରଙ୍କୁ ଚିହ୍ନିବା ସମ୍ଭବ ନୁହେଁ  । ଯେପରି ବର୍ଷ ବର୍ଷ ଧରି ବନ୍ଦ ରହିଥିବା ଅନ୍ଧକାର ପ୍ରକୋଷ୍ଠରେ ଦୀପଟିଏ ପ୍ରଜ୍ଜ୍ୱଳିତ ହେଲେ ମୁହୂର୍କରେ ଅନ୍ଧକାର ଦୂରୀଭୂତ ହୋଇଯାଏ, ସେହିପରି ଈଶ୍ୱରୀୟ ଜ୍ଞାନ ରୂପୀ ଆଲୋକ ଜନ୍ମଜନ୍ମାନ୍ତରର ଅଜ୍ଞାନ ଅନ୍ଧକାରକୁ ମୁହୂର୍ରେ ଦୂର କରି ଦିଏ  । ତେଣୁ ଯିଏ ପରମାତ୍ମାଙ୍କୁ ଚିହ୍ନିଛି, ଜାଣିଛି, ହୃଦୟ ସିଂହାସନରେ ଅଧିଷ୍ଠିତକରି ରଖି ପାରିଛି ସେ ହିଁ ପ୍ରକୃତ ଜ୍ଞାନୀ  । ଏହିଭଳି ବ୍ୟକ୍ତିର ଅପ୍ରାପ୍ୟ ଆଉ କ’ଣ ଅଛି ?

ବର୍ମାନ ଉପଲବ୍ଧ ବେଦ, ଉପନିଷଦ, ଶାସ୍ତ୍ର, ପୁରାଣ ଆଦି କୋ÷ଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ମୋ÷ଳିକ ରଚନା ନୁହେଁ  । ଗୁରୁ ଶିଷ୍ୟ ପରମ୍ପରା କ୍ରମେ ବିଭିନ୍ନ ସମୟରେ ଏ ଗୁଡିକରେ ନିଜ ନିଜ ବିଶ୍ୱାସ ଓ ଚିନ୍ତାଧାରା ଅନୁରôୂପ ଶ୍ଲୋକଗୁଡିକ ସନ୍ନିବେଶିତ କରାଯାଇଛି । ପୁରାଣମାନଙ୍କରେ ଥିବା ଅନେକ ଆଖ୍ୟାନ ଓ ଉପାଖ୍ୟାନ ପ୍ରଥମେ ଜନ ସ୍ମୃତିରେ ଉଜ୍ଜୀବୀତ ଥିଲା  । ତାକୁ ପରେ ଶ୍ଲୋକାବଦ୍ଧ କରି ଗ୍ରନ୍ଥର ରୂପ ଦିଆଯାଇଛି  । ଉଦାହରଣ ସ୍ୱରୁପ, ଆଜିର ଏକ ଲକ୍ଷ ଶ୍ଲୋକ ବିଶିଷ୍ଟ ମହାଭାରତ ଗ୍ରନ୍ଥ ରୂପ ନେବା ପୂର୍ବରୁ ଲୋକ ମୁଖରେ ‘ଜୟ କାବ୍ୟ’ ନାମରେ ବୋଲା ଯାଉଥିଲା  । ବିଦ୍ୱାନମାନେ କହନ୍ତି ଏହା ୧୮ ପଦ ବିଶିଷ୍ଟ ଏକ କ୍ଷୁଦ୍ର କାବ୍ୟ ଥିଲା  । ପରବର୍ୀ ସମୟରେ ଏଥି ସହିତ ‘ହରିବଂଶ’ ଓ ଶ୍ରୀମଦ୍ଭଗବତ ଗୀତାକୁ ଯୋଡ଼ା ଯାଇଛି  । ତେଣୁ ବର୍ମାନ ଉପଲବ୍ଧ ଶ୍ରୀମଦ୍ଭଗବତ ଗୀତାର ମୈାଳିକତା ଉପରେ ଅନେକ ବିଦ୍ୱାନ ପ୍ରଶ୍ନ ଉଠାନ୍ତି  । ସେହି ଦୃଷ୍ଟିରୁ ଗୀତାର ଯେଉଁଠି ବି ପରମାତ୍ମାଙ୍କୁ ସର୍ବ ବ୍ୟାପକ ବୋଲି ସାବ୍ୟସ୍ତ କରା ଯାଇଛି ତାହା ତା’ର ମୈାଳିକ ଚିନ୍ତାଧାରା ସହିତ ଅର୍ନ୍ତବିରୋଧ ସୃଷ୍ଟି କରେ  । ସେହି ଶ୍ଲୋକଗୁଡିକୁ ପ୍ରକ୍ଷିପ୍ତ ମାନି ନେବା ଉଚିତ ବା ସେଗୁଡିକୁ ଆକ୍ଷରିକ ଅର୍ଥ ନ କରି ସୂକ୍ଷ୍ମବାଭାର୍ଥରେ ବୁଝିବା ଦରକାର  । ତ୍ୱ ଚିନ୍ତନର ମାର୍ଗ ଭିନ୍ନ ଭିନ୍ନ ହୋଇପାରେ; କିନ୍ତୁ ସେହି ମନୋମନ୍ଥନରୁ ଯେଉଁ ସତ୍ୟ ରୂପକ ଲହୁଣୀ ନିର୍ଗତ ହୁଏ ସେଥିରେ କୋ÷ଣସି  ଭିନ୍ନତା ହେବା କଥା ନୁହେଁ;  ଅନ୍ୟଥା ଆମର ଚିନ୍ତନ ପ୍ରକ୍ରିୟାରେ କୈାଣସି ତ୍ରୁଟି ଅଛି ବୋଲି ବି·ର କରିବାକୁ ହେବ  ।

ଗୀତାର କେତୋଟି ମୁଖ୍ୟ ଶ୍ଲୋକକୁ ଆଧାର କରି ଟୀକାକାରମାନେ ପରମାତ୍ମାଙ୍କୁ ସର୍ବବ୍ୟାପୀ ବୋଲି କହନ୍ତି  । ପୂର୍ବାଗ୍ରହରୁ ମୁକ୍ତ ହୋଇ ନିରପେକ୍ଷ ଭାବରେ ସେଗୁଡିକର ସୂକ୍ଷ୍ମ ବିବେଚନା କଲେ “ପରମାତ୍ମାଙ୍କ ସର୍ବ ବ୍ୟାପକତା” ତ୍ୱ ଯେ କେତେ ଉପହାସ ଜନକ ତାହା ସହଜରେ ବୁଝି ହେବ  । ଉଦାହରଣ ସ୍ୱରୂପ କେତେକ ଶ୍ଲୋକରେ ପରମାତ୍ମାଙ୍କୁ ସମସ୍ତଙ୍କ ହୃଦୟରେ ବିରାଜିତ ବୋଲି କୁହାଯାଇଛି  । ଯଥା – ହୃଦି ସର୍ବସ୍ୟ ବିଷ୍ଠିତମ ।ା ୧୩/୧୭ ।ା ସର୍ବସ୍ୟ ·ହଂ ହୃଦି ସନ୍ନିବିଷ୍ଟୋ ମଃ..... ।ା ଗୀ-୧୫/୧୫ ।ା ଈଶ୍ୱରଃ ସର୍ବା ଭୂତାନାଂ ହୃଦ୍ଧେଶେଽର୍ଜୁନ ତିଷ୍ଠତି ... ।ା ଗୀ-୧୮/୬୧ ।ା ଅହଂମାତ୍ମା ଗୁଡ଼ାକେଶ ସର୍ବଭୂତାଶୟ ସ୍ଥିତଃ ।ା ଗୀ-୧୦/୨୦ ।ା ଏହିପରି କେତେକ ଶ୍ଲୋକକୁ ଆଧାର କରି ଟୀକାକାରମାନେ କହନ୍ତି ଯେ ପରମାତ୍ମା ପ୍ରତ୍ୟେକ ଜୀବାତ୍ମାରେ ଅବସ୍ଥିତ ଥିବାରୁ ସେ ସର୍ବବ୍ୟାପୀ ଅଟନ୍ତି  । କେହି କେହି ଆତ୍ମା ଏବଂ ପରମାତ୍ମାଙ୍କୁ ପୃଥକ ନ ବିଚାର କରି ଉଭୟଙ୍କୁ ଏକ ବୋଲି ଗ୍ରହଣ କରନ୍ତି  । ଅନ୍ୟ କେତେକ ପୃଥିବୀର ପ୍ରତ୍ୟେକ ଜଡ଼ ଓ ଚେତନରେ  ପରମାତ୍ମାଙ୍କ  ସା ବିଦ୍ୟମାନ ବୋଲି ପାଣ୍ଡିତ୍ୟପୂର୍ଣ୍ଣ ତର୍କ କରନ୍ତି  । ତର୍କ ବା ଯୁକ୍ତି ଦ୍ୱାରା ପରମାତ୍ମାଙ୍କୁ ଜାଣି ହେବ ନାହିଁ  । ସ୍ୱୟଂ ପରମାତ୍ମାଙ୍କ ପ୍ରଦ ଜ୍ଞାନ ହିଁ ତାଙ୍କୁ ପାଇବାର ମାର୍ଗ ପ୍ରଶସ୍ତ କରେ  ।

ଉପର୍ଯୁ୍ୟକ୍ତ ଶ୍ଲୋକ ଆଧାରରେ ପରମାତ୍ମାଙ୍କୁ ଯଦି କେବଳ ହୃଦୟରେ ବାସ କରନ୍ତି ବୋଲି କୁହାଯାଏ ତେବେ ତର୍କ କରାଯାଇ ପାରେ ଯେ ସେ ଶରୀରର ଅନ୍ୟ ଅଂଶରେ ନାହାନ୍ତି  । ଯେତେବେଳେ ଶଲ୍ୟ ଚିକିସôକ କାହାରି ହୃଦୟକୁ ଅସ୍ତ୍ରୋପ·ର ଦ୍ୱାରା ବାହାର କରି ତା’ ବଦଳରେ କୃତ୍ରିମ ହୃଦୟ ରୋପଣ କରନ୍ତି ସେତେବେଳେ ମୂଳ ହୃଦୟ ସହିତ ପରମାତ୍ମା ମଧ୍ୟ ·ଲିଯିବା କଥା  । ଅଥବା ସେ ପୁନର୍ବାର କୃତ୍ରିମ ହୃଦୟକୁ ସ୍ଥାନାନ୍ତରିତ ହୋଇ ଆସନ୍ତି  । ଏଠାରେ ‘ହୃଦୟ’ ଶଦ୍ଧକୁ ଜୀବାତ୍ମାର ଅଙ୍ଗ ବିଶେଷ ବୋଲି ବୁଝିବା ବା ଅର୍ଥ କରିବା ଠିକ୍ ହେବ ନାହିଁ  । ଅନେକ ସମୟରେ ‘ହୃଦୟ’ ଶବ୍ଦ ଭାବନା ସମୂହର ପର୍ଯ୍ୟାୟବାଚୀ ଅର୍ଥରେ ପ୍ରୟୋଗ କରାଯାଏ  । ଉପରୋକ୍ତ ଶ୍ଲୋକ ଗୁଡ଼ିକରେ ତାହା ହିଁ ହୋଇଛି  । ଅନେକ ସମୟରେ କାହାରି କଟୁ କଥାରେ ଆମ ଭାବନାରେ ଆଘାତ ଲାଗିଲେ ଆମେ କହୁଁ – “ଆପଣଙ୍କ କଥା ମୋ ହୃଦୟକୁ ଖୁବ୍ ବାଧିଲା  ।” କାହା ପ୍ରତି ଆମର ଅତିଶୟ ଅନୁରାଗ ଆସିଗଲେ ସ୍ୱତଃ ମୁହଁରୁ ବାହାରି ଆସେ – “ଆପଣ ତ ମୋର ହୃଦୟରେ ବିରାଜିତ  ।” ସେହିପରି ଭକ୍ତ ମଧ୍ୟ ଭଗବାନଙ୍କୁ କହେ, “ପ୍ରଭୁ, ଆପଣଙ୍କୁ ତ ମୁଁ ମୋର ହୃଦୟ ସିଂହାସନରେ ଅଧିଷ୍ଠିତ କରିଛି  ।”ଏହିପରି ବିଭିନ୍ନ ପ୍ରସଙ୍ଗରେ ‘ହୃଦୟ’ ଶଦ୍ଧକୁ  ବିଭିନ୍ନ ଅର୍ଥରେ ବ୍ୟବହାର କରାଯାଏ  । ଯଥା – “ଏକଥା ମୋର ହୃଦୟ ସ୍ୱୀକାର କରୁନାହିଁ;” “ଆପଣ ମୋ ହୃଦୟକୁ ଜିଣିଗଲେ, କରୁଣାରେ ତାଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା,” ଇତ୍ୟାଦି ।

ଉପର୍ଯୁ୍ୟକ୍ତ ଆଲୋଚନା ଅନୁସାରେ ପରମାତ୍ମାଙ୍କୁ ସ୍ଥୂଳତଃ ପ୍ରତ୍ୟେକ ପ୍ରାଣୀଙ୍କ ହୃଦୟରେ ବିରାଜିତ ଭାବି ତାଙ୍କୁ ସର୍ବବ୍ୟାପୀ କହିବା ଏକ ମହାନ ଭୁଲ ହେବ  । ସୃଷ୍ଟିରେ ସ୍ରଷ୍ଟା ବା ପିତା ପୁତ୍ରଠାରେ କିପରି ପରିବ୍ୟାପ୍ତ ହୋଇ ପାରିବ ? ଜଳକଣା ବିଶାଳ ସମୁଦ୍ରର ଅଂଶ ବିଶେଷ ହୋଇପାରେ, କିନ୍ତୁ ଜଳକଣାରେ ସମୁଦ୍ରର ବିଶାଳତାକୁ କିପରି ଆରୋପିତ କରାଯାଇପାରିବ? ପରମାତ୍ମା ସର୍ବଗୁଣର ସାଗର ହେଲେ ଆତ୍ମା ସେ ସବୁ ଗୁଣର ସ୍ୱରୂପ ମାତ୍ର  । ଯଦି ଈଶ୍ୱରୀୟ ଅବତରଣକୁ ସତ୍ୟ ବୋଲି ଗ୍ରହଣ କରାଯାଏ  । ତେବେ ସର୍ବବ୍ୟାପକ ପରମାତ୍ମା  କିପରି ଏକ ମାନବ ଶରୀରରେ ଅବତରିତ ହୋଇ ପାରିବେ ? ଏହା ସୋରିଷ ଗର୍ଭରେ ପର୍ବତ ସ୍ଥାପନା କରିବା କଥା ଭଳି ହେବ  । ଯଦି ସମସ୍ତ ପ୍ରାଣୀ ହୃଦୟରେ ପରମାତ୍ମା ଅବସ୍ଥିତ ବୋଲି କୁହାଯିବ ତେବେ ପୃଥିବୀରେ ଯେଉଁ ଅଗଣିତ ଏକକୋଷୀ (ଟଦ୍ଭସମରକ୍ଷକ୍ଷଙ୍କକ୍ଷବକ୍ସ ) ପ୍ରାଣୀଙ୍କ ହୃଦୟ ନାହିଁ ତେବେ ସେମାନଙ୍କଠାରେ ପରମାତ୍ମାଙ୍କ ଅବସ୍ଥିତିକୁ କିପରି ପ୍ରମାଣିତ କରାଯିବ? ଏଠାରେ ସର୍ବବ୍ୟାପକତା ସିଦ୍ଧାନ୍ତ ଭୁଲ ପ୍ରମାଣିତ ହେଉଛି ବୋଲି ମନେ ହୁଏ  ।

ଏହିପରି ଗୀତାରେ ପରମାତ୍ମାଙ୍କ ବିଭୂତି ବର୍ଣ୍ଣନ ପ୍ରସଙ୍ଗକୁ ଭିି କରି କେତେକ ବିଦ୍ୱାନ ତାଙ୍କୁ ସର୍ବଭୂତରେ ବ୍ୟାପକ ବୋଲି କହନ୍ତି  । ପରମାତ୍ମା କହନ୍ତି , “ମହର୍ଷିମାନଙ୍କ ମଧ୍ୟରେ ମୁଁ ଭୃଗୁ ଅଟେ  । (ମହର୍ଷିଣାଂ ଭୃଗୁରହଂ ଗୀ-୧୦/୧୩); ପର୍ବତମାନଙ୍କ ମଧ୍ୟରେ ମୁଁ ହିମାଳୟ ଅଟେ (ସ୍ଥାବରାଣାଂହିମାଲୟଃ ୧୦/୩); ନରମାନଙ୍କ ମଧ୍ୟରେ ମୁଁ ରାଜା ଅଟେ  । (ନରାଣାଂ ଚ ନରାଧିପମ୍ ଗୀ-୧୦/୧୭); ମୁନୀମାନଙ୍କ ମଧ୍ୟରେ ମୁଁ ବ୍ୟାସ ଅଟେ (ମୁନିନାମପ୍ୟହଂ ବ୍ୟାସଃ ଗୀ-୧୦୩୭ )  । ଏହିସବୁ ଶ୍ଲୋକମାନଙ୍କରେ ପରମାତ୍ମାଙ୍କ ସର୍ବ ବ୍ୟାପକତା ନୁହେଁ, ତାଙ୍କର ଶ୍ରେଷ୍ଠତ୍ୱ ହିଁ ପ୍ରତିପାଦିତ ହେଉଛି  । ଏଠାରେ ଯଦି ସେ ନିଜର ସର୍ବବ୍ୟାପକତା ପ୍ରତିପାଦନ କରିଥାନ୍ତେ ତେବେ କହିଥାନ୍ତେ, “ସମସ୍ତ ନରନାରୀ,ସମସ୍ତ ହାତୀ; ସମସ୍ତ ଋଷି ମୁନିମାନଙ୍କ ମଧ୍ୟରେ ମୁଁ ହିଁ ବିରାଜିତ ।” କିନ୍ତୁ ତାଙ୍କର ଉପରୋକ୍ତ ବକ୍ତବ୍ୟର ଅଭିପ୍ରାୟ ହେଲା, “ଯେପରି ମହର୍ଷିମାନଙ୍କ ମଧ୍ୟରେ ଭୃଗୁ, ମୁନୀମାନଙ୍କ ମଧ୍ୟରେ ବ୍ୟାସ, ପର୍ବତମାନଙ୍କ ମଧ୍ୟରେ ହିମାଳୟ ତଥା ନରମାନଙ୍କ ମଧ୍ୟରେ ରାଜା ମହାନ ଅଟନ୍ତି, ସେପରି ଆତ୍ମା ମାନଙ୍କ ମଧ୍ୟରେ ମୁଁ (ପରମାତ୍ମା) ମହାନ୍ ଅଟେ  ।” ଏହିପରି ଅନ୍ୟ ଏକ ଶ୍ଲୋକରେ କୁହାଯାଇଛି ଯେ “ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଅର୍ଜୁନ ଅଟେ ।” ପାଣ୍ଡବାନାଂ ଧନଞ୍ଜୟଃ ।ା ଗୀ- ୧୦/୩୭ ।ା ଏଠାରେ ଯଦି ଏହାର ଅର୍ଥ କରାଯାଏ ଯେ ଯିଏ ପରମାତ୍ମା ସିଏ ହିଁ ଅର୍ଜୁନ, ତେବେ ଗୀତାଜ୍ଞାନ ପ୍ରଦାନର ଅଭିପ୍ରାୟ ଖଣ୍ଡିତ ହୋଇଯିବ  । ଯିଏ ବକ୍ତା,ସିଏ ଶ୍ରୋତା, – ଏହା କିପରି ସମ୍ଭବ ? ତେଣୁ ଗୀତାର ସମସ୍ତ ଶ୍ଲୋକକୁ ଆକ୍ଷରିକ ବା ବ୍ୟାକରଣଗତ ଅର୍ଥରେ ଗ୍ରହଣ ନକରି ତା’ଭିତରେ ଥିବା ସୂକ୍ଷ୍ମ ଭାବାର୍ଥର ଅନୁଶୀଳନ କରିବା ଉଚିତ  । ଏଥିପାଇଁ କୁହାଯାଇଛି – ‘ଗୀତା ସୁଗୀତା କର୍ବ୍ୟଂ..........’

ବିଶ୍ୱରୂପ ଦର୍ଶନ ସମୟରେ ଅର୍ଜୁନ ପରମାତ୍ମାଙ୍କ ବିଷୟରେ ଯାହା ସବୁ ବର୍ଣ୍ଣନା କରିଛନ୍ତି, ତାକୁ ଆଧାର କରି ତାଙ୍କୁ ସର୍ବବ୍ୟାପକ ବୋଲି କେତେକ ଯୁକ୍ତି କରନ୍ତି, ଯଥା – ମୁଁ ଆପଣଙ୍କୁ ଆଦି, ମଧ୍ୟ ଓ ଅନ୍ତ ରହିତ, ଅନନ୍ତ ପ୍ରଭାବଶାଳୀ, ଅନନ୍ତ ବାହୁ ବିଶିଷ୍ଟ, ଚନ୍ଦ୍ର, ସୂର୍ଯ୍ୟ, ନେତ୍ର ବିଶିଷ୍ଟ, ପ୍ରଜ୍ଜ୍ୱଳିତ ଅଗ୍ନିସମ ମୁଖ ବିଶିଷ୍ଟ ଏବଂ ସ୍ୱତେଜରେ ସଂସାରକୁ ସନ୍ତାପିତ କରୁଥିବାର ଦେଖୁଛି  । ହେ ମହାତ୍ମନ ! ଏହି ସ୍ୱର୍ଗ ଓ ପୃଥିବୀରେ ମଧ୍ୟସ୍ଥଳ ଏବଂ ସମସ୍ତ ଦିଗ ଆପଣଙ୍କ ଦ୍ୱାରା ହିଁ ପରିବ୍ୟାପ୍ତ ହୋଇଛି  । ଆପଣଙ୍କ ଏହି ଅଦ୍ଭୁତ ଓ ଉଗ୍ର ରୂପ ଦେଖି ତ୍ରିଲୋକ ବ୍ୟାକୁଳ ହେଉଛି  । ଅନାଦି ମଧ୍ୟାନ୍ତମନନ୍ତ ବୀର୍ଯ୍ୟମନନ୍ତ ବାହୁଂ ଶଶି ସୂର୍ଯ୍ୟ ନେତ୍ରମ । ପଶ୍ୟାମି ତ୍ୱାଂ ଦୀପ୍ତହୁତାଶ ବକ୍ତ୍ରଂ ସ୍ୱତେଜସା ବିଶ୍ୱମିଦଂ ତପନ୍ତମ୍ ।ା ଦ୍ୟାବା ପୃଥିବ୍ୟୋରିଦମନ୍ତରଂ ହି ବ୍ୟାପ୍ତଂ ତ୍ୱୟୈକେନ ଦିଗଶ୍ଚ ସର୍ବାଃ । ଦୃାଷ୍ଟ୍ାଦ୍ଭୁତଂ ରୂପମୁଗ୍ରଂ ତବେଦଂ ଲୋକତ୍ରୟଂ ପ୍ରବ୍ୟଥିତଂ ମହାତ୍ମନ୍ ।ା ଗୀ- ୧୧/୧୯-୨୦ ।ା ହେ ମହାବାହୁ  । ଆପଣଙ୍କ ଅନେକ ମୁଖ, ନେତ୍ର, ଉରୁ ଓ ପାଦ ବିଶିଷ୍ଟ ରୂପକୁ ତଥା ଅନେକ ଉଦର ଓ ବିକଟାଳ ଦନ୍ତପଙ୍କ୍ତି ବିଶିଷ୍ଟ ମହାନ୍ ରୂପକୁ ଦେଖି ସମସ୍ତ ପ୍ରାଣୀ ବ୍ୟଥିତ ହେଉଛନ୍ତି ଏବଂ ମୁଁ ମଧ୍ୟ ବ୍ୟଥିତ ହୋଇପଡୁଛି  । ରୂପଂ ମହେ ବହୁବକ୍ତ୍ରନେତ୍ରଂ ମହାବାହୋ ବହୁବାହୁରୂପାଦମ୍  । ବହୁଦରଂ ବହୁଦଂଷ୍ଟ୍ରା କରାଳଂ ଦୃଷ୍ଟ୍ରା ଲୋକଃ ପ୍ରବ୍ୟଥିତାସ୍ତଥାହମ୍  । । ୧୧/୨୩  । । ହେ ଦେବେଶ ! ଆପଣଙ୍କର ପ୍ରଳୟକାରୀ  ଅଗ୍ନିସମ ପ୍ରଜ୍ଜ୍ୱ୍ୱଳିତ ଓ ବିକଟାଳ ଦନ୍ତ ପଙ୍କ୍ତି ବିଶିଷ୍ଟ ମୁଖ ଦେଖି ମୋତେ ଦିଗ-ବିଦିଗର ଜ୍ଞାନ ହେଉ ନାହିଁ କି ଶାନ୍ତି ମଧ୍ୟ ମିଳୁ ନାହିଁ  । ତେଣୁ ହେ ଜଗନ୍ନିବାସ ! ଆପଣ ପ୍ରସନ୍ନ ହୋଇଯାଆନ୍ତୁ  । ଦଂଷ୍ଟ୍ରା କରାଳାନି ଚ ତେ ମୁଖାନି ଦୃଷ୍ଟ୍ରୈବ କାଳାନଳ ସନ୍ନିଭାନି  । ଦିଶୋ ନ ଜାନେ ନ ଳଭେ ଚ ଶର୍ମ ପ୍ରସୀଦ ଦେବେଶ ଜଗନ୍ନିବାସ ।ା ୧୧/୨୫ ।ା

ଏଠାରେ ଲକ୍ଷ୍ୟ କରିବା କଥା ଯେ ଉପରୋକ୍ତ ସମସ୍ତ କଥା ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା କଥିତ ହୋଇନାହିଁ  । ଏହା ଅର୍ଜୁନ ସାକ୍ଷାତକାର ରୂପରେ ଦେଖିଛନ୍ତି  । କିନ୍ତୁ ଗୀତାରେ ପରମାତ୍ମା ପୂର୍ବରୁ ତାଙ୍କ ନିଜସ୍ୱ ପରିଚୟରେ ଯାହା ସବୁ କହିଥିଲେ ଅର୍ଜୁନଙ୍କ ଏହି ବର୍ଣ୍ଣନା ସହିତ ମେଳ ଖାଉ ନାହିଁ  । ଅର୍ଜୁନ ଏସବୁକୁ ସାକ୍ଷାତକାର କରି ମଧ୍ୟ ପ୍ରକୃତ ସତ୍ୟ କଣ ବୁଝି ପାରିଲେ ନାହିଁ  । ତେଣୁ ସେ ଏସବୁ ଦୃଶ୍ୟର ଅନ୍ତରାଳେ କଣ ରହସ୍ୟ ରହିଛି ତାହା ଜିଜ୍ଞାସା କରିବାକୁ ଯାଇ କହୁଛନ୍ତି, “ହେ ଦେବ ଶ୍ରେଷ୍ଠ ! ଉଗ୍ରରୂପଧାରୀ ଆପଣ କିଏ ମୋତେ କହନ୍ତୁ  । ଆପଣଙ୍କୁ ମୁଁ ନମସ୍କାର କରୁଛି  । ଆପଣ ପ୍ରସନ୍ନ ହୁଅନ୍ତୁ  । ଆପଣଙ୍କ ଆଦି ରୂପର ପ୍ରକୃତ ରହସ୍ୟ  ମୁଁ ଜାଣିବାକୁ ·ହୁଁଛି; କାରଣ ଆପଣଙ୍କ ପ୍ରବୁିକୁ ମୁଁ ଭଲଭାବରେ ଜାଣେ ନାହିଁ  । ଆଖ୍ୟାହି ମେ କୋ ଭବାନୁଗ୍ରରୂପୋ ନମୋଽସ୍ତୁ ତେ ଦେବବର ପ୍ରସୀଦ  । ବିଜ୍ଞତୁମିଛାମି ଭବନ୍ତମାଦ୍ୟଂ ନ ହି ପ୍ରଜନାମି ତବ ପ୍ରବୃିମ୍ ।ା ଗୀ-୧୧/୩୧ ।ା ଅର୍ଜୁନଙ୍କର ଏହି ପ୍ରଶ୍ନର ଉର ଦେଇ ପରମାତ୍ମା କହିଲେ, “ମୁଁ ସମସ୍ତ ଲୋକର କ୍ଷୟକାରୀ ବର୍ଦ୍ଧିତ କାଳ ଅଟେ  ।” କାଳୋଽସ୍ମି ଲୋକକ୍ଷୟକୃତ୍ ପ୍ରବୃଦ୍ଧଃ ।ା ୧୧/୩୨ ।ା ପରମାତ୍ମାଙ୍କ ଏହି କଥନରୁ ସ୍ପଷ୍ଟ ହୁଏ ଯେ ସେ ମହାବିନାଶ ସମୟରେ ହିଁ ଅବତରଣ କରି ମୋହଗ୍ରସ୍ତ ତଥା ବିସ୍ମୃତିର ଅତଳ ଗହ୍ୱରରେ ନିପତିତ ମାନବାତ୍ମାଗଣଙ୍କୁ ଜ୍ଞାନ ପ୍ରଦାନ କରନ୍ତି  । ତେଣୁ ଅର୍ଜୁନ ଯାହା ସବୁ ସାକ୍ଷାତକାର କରିଥିଲେ ତାହା ଆଗାମୀ ମହାବିନାଶର ସୂଚନା ମାତ୍ର ଥିଲା  । ପରମାତ୍ମାଙ୍କ ସ୍ୱରୂପ ସହିତ ଏହାର କୈାଣସି ସମ୍ପର୍କ ନାହିଁ  । ତଥାପି ଯଦି ଏହାକୁ କେହି ପରମାତ୍ମାଙ୍କ ସ୍ୱରୂପ ବୋଲି ବିଶ୍ୱାସ କରନ୍ତି, ତେବେ ସୁଦ୍ଧା ଏଥିରୁ ତାଙ୍କର ସର୍ବବ୍ୟାପକତା ପ୍ରମାଣିତ ହେଉନାହିଁ  । କାରଣ ଯାହାର କୈାଣସି ରୂପ ଅଛି, ଯାହାକୁ ଜଣେ ପ୍ରତ୍ୟକ୍ଷରେ ଦର୍ଶନ କରିପାରୁଛି ସେ ସର୍ବ ବ୍ୟାପକ ବା ଅନନ୍ତ କିପରି ହୋଇ ପାରିବ ? 

ଗୀତାରେ ପ୍ରାୟତଃ ପରମାତ୍ମାଙ୍କ ଅନେକ ମହାବାକ୍ୟ ପ୍ରଥମ ପୁରଷ (୧ଗ୍ଦଗ୍ଧ ଚରକ୍ସଗ୍ଦକ୍ଟଦ୍ଭ)ରେ କୁହାଯାଇଛି  । ଯଥା – ମନ୍ମନାଭବ (୧୮/୬୫), ସର୍ବଧର୍ମାନ୍ ପରିତ୍ୟଜ୍ୟ....(୧୮/୬୬); ସର୍ବଗୁହ୍ୟତମଂ ଭୁୟଃ ଶୃଣୁ ମେ ପରମଂ ବଚଃ.... ।ା ୧୮/୬୪ ।ା ଇତ୍ୟାଦି  । ଏହି ସବୁ ଶ୍ଲୋକରୁ  ଜଣାପଡେ  ଯେ ଗୀତାର ବକ୍ତା ସ୍ୱୟଂ ପରମାତ୍ମା  । କିନ୍ତୁ ଏପରି କେତେକ ଶ୍ଲୋକ ଗୀତାରେ ଦେଖିବାକୁ ମିଳେ, ଯେଉଁଥିରେ ସେସବୁର ବକ୍ତା ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ବୋଲି ମନେ ହୁଏ  । ସେଥିରେ ପରମାତ୍ମାଙ୍କଠାରୁ ଭିନ୍ନ କେହି ଜଣେ ବକ୍ତା କହୁଛନ୍ତି, “ଯାହା ଜେ୍ଞୟ ଏବଂ ଯାହାକୁ ଜାଣିଲେ ମନୁଷ୍ୟ ଅମରତ୍ୱ ଅନୁଭବ କରେ, ସେହି ପରମାତ୍ମତ୍ୱ ସମ୍ପର୍କରେ ମୁଁ ଭଲଭାବରେ କହିବି  । ସେହି ଜେ୍ଞୟ ତ୍ୱ ଅନାଦି ଓ ପରମବ୍ରହ୍ମ, ତାହାକୁ ସତ୍ କୁହାଯାଇ ପାରେ ନାହିଁ କି ଅସତ୍ ମଧ୍ୟ କୁହାଯାଇ ପାରେ ନାହିଁ  । ତାଙ୍କର  ସବୁ ସ୍ଥାନରେ ହସ୍ତ, ପଦ, ନେତ୍ର, ଶିର, ମୁଖ ଓ କର୍ଣ୍ଣ ରହିଛି  । ସେ ସଂସାରରେ ସମସ୍ତଙ୍କୁ ବ୍ୟାପ୍ତ କରି ସ୍ଥିତ ହୋଇଛନ୍ତି ।ା ଜେ୍ଞୟଂ ଯତ୍ ପ୍ରବକ୍ଷ୍ୟାମି ଯଜ୍ଜ୍ଞାତ୍ୱାମୃତମଂଶ୍ନୁତେ ।ା ଅନାଦିମପôରଂ ବ୍ରହ୍ମ ନ ସତ୍ତାନ୍ନାସଦୁଚ୍ୟତେ  । ସର୍ବତଃ ପାଣିପାଦଂ ତସôର୍ବତୋଽକ୍ଷିଶିରୋମୁଖମ୍ ।ା ସର୍ବତଃ ଶ୍ରୁତି ମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି ।ା ଗୀ-୧୩/୧୨-୧୩ ।ା ଉମ ପୁରୁଷ ତ ଅନ୍ୟ କେହି, ଯାହାଙ୍କୁ ପରମାତ୍ମା କୁହାଯାଇଛି  । ସେହି ଅବିନାଶୀ ଈଶ୍ୱର ତିନି ଲୋକରେ ପ୍ରବିଷ୍ଟ ହୋଇ ସମସ୍ତଙ୍କର ଭରଣପୋଷଣ କରନ୍ତି ।ା ଉମଃ ପୁରୁଷସ୍ତ୍ୱନ୍ୟଃ ପରମାତ୍ମତୁ୍ୟ ଦାହୃତଃ  । ଯୋ ଲୋକତ୍ରୟମାବିଶ୍ୟ ବିଭର୍୍ୟବ୍ୟୟ ଈଶ୍ୱରଃ ।ା ୧୫/୧୭ ।ା ଯେଉଁ  ପରମାତ୍ମାଙ୍କଠାରୁ ସମସ୍ତ ପ୍ରାଣୀଙ୍କର ଉପôି ହୁଏ ଏବଂ ଯାହାଙ୍କ ଦ୍ୱାରା ସମଗ୍ର ସଂସାର ବ୍ୟାପ୍ତ, ମନୁଷ୍ୟ ନିଜ କର୍ମଦ୍ୱାରା ସେହି ପରମାତ୍ମାଙ୍କର ପୂଜନ କରି ସିଦ୍ଧି ପ୍ରାପ୍ତ ହୁଏ  । ଯତଃ ପ୍ରବୃିର୍ଭୁତାନାଂ ଯେନ ସର୍ବମିଦଂ ତତମ୍  । ସ୍ୱକର୍ମଣାତମଭ୍ୟର୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବଃ ।ା ୧୮/୪୬ ।ା ହେ ଅର୍ଜୁନ! ଈଶ୍ୱର ସମସ୍ତ ପ୍ରାଣୀଙ୍କ ହୃଦୟରେ ବିରାଜମାନ ଏବଂ ସେ ନିଜ ମାୟା ଦ୍ୱାରା ଶରୀର ରୂପୀ ଯନ୍ତ୍ରରେ ଆରୂଢ ପ୍ରାଣୀମାନଙ୍କୁ ଭ୍ରମଣ କରାଉଥାନ୍ତି  । ତୁମେ ସର୍ବ ଭାବରେ ସେହି ଈଶ୍ୱରଙ୍କ ଶରଣ ଯାଅ  । ତାଙ୍କ କୃପାରୁ ତୁମେ ପରମଶାନ୍ତି ଓ ଅବିନାଶୀ ପରମପଦ ପ୍ରାପ୍ତ ହେବ  । ଈଶ୍ୱରଃ ସର୍ବ ଭୂତାନାଂ ହୃଦ୍ଧେଶେ ଽର୍ଜୁନ ତିଷ୍ଠତି  । ଭ୍ରାମୟନ ସର୍ବ ଭୂତାନି ଯନ୍ତ୍ର ରୂଢାନି ମାୟୟା  । ତମେବ ଶରଣଂ ଗଛ ସର୍ବଭାବେନ ଭାରତ  । ତତ୍ ପ୍ରସାଦାପôରାଂ ଶାନ୍ତିଂ ସ୍ଥାନଂ ପ୍ରାପସ୍ୟସି ଶାଶ୍ୱତମ୍ ।ା ୧୮/୬୧-୬୨ ।ା

ଊପର୍ଯୁ୍ୟକ୍ତ ଶ୍ଲୋକଗୁଡିକରେ ସ୍ୱୟଂ ପରମାତ୍ମା ନିଜକୁ ସର୍ବବ୍ୟାପୀ ବୋଲି କହୁନାହାନ୍ତି  । ଅନ୍ୟାନ୍ୟ ଶ୍ଲୋକ ଭଳି ଏଠାରେ ପ୍ରଥମ ପୁରୁଷ ପରିବେର୍ ତୃତୀୟ ପୁରୁଷରେ ଉଲ୍ଲିଖିତ ଶ୍ଲୋକଗୁଡିକ ରଚିତ ହୋଇଛି  । ତେଣୁ ଏଗୁଡିକୁ ପ୍ରକ୍ଷିପ୍ତ ଶ୍ଲୋକ ହିସାବରେ ଗ୍ରହଣ କରିବା ଉଚିତ  । କାରଣ ଯେଉଁ କ୍ରମ ଓ ସ୍ଥାନରେ ଏହା ସନ୍ନିବେଶିତ ହୋଇଛି, ତାହା ପୂର୍ବାପର ସଙ୍ଗତି ରକ୍ଷା କରୁନାହିଁ  । ଉଦାହରଣ ସ୍ୱରୂପ, ଅଷ୍ଟାଦଶ ଅଧ୍ୟାୟର ୬୧ ଓ ୬୨ ଶ୍ଲୋକରେ ବକ୍ତା ନିଜକୁ ପରମାତ୍ମାଙ୍କଠାରୁ ପୃଥକ କରି କହୁଛନ୍ତି ଯେ  ଈଶ୍ୱର ସମସ୍ତଙ୍କ ହୃଦୟରେ ବିରାଜିତ......ତୁ ତାଙ୍କର ଶରଣାଗତ ହୁଅ  । ପୁନଶ୍ଚ ସେହି ବ୍ୟକ୍ତି ପରବର୍ୀ ଶ୍ଲୋକରେ କହୁଛନ୍ତି ଯେ ତୁ ମୋଠାରେ ମନ ନିବେଶ କର  । ମୋତେ ସ୍ମରଣ କର, ମୋତେ ନମସ୍କାର କର, ସମସ୍ତ ଧର୍ମ ତ୍ୟାଗକରି ମୋର ଶରଣାଗତ ହୁଅ  । ମନ୍ମନାଭବ ମଦ୍ଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ  । ମାମେବୈଷ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଽସି ମେ  । ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣମ୍ ବ୍ରଜ । ଅହଂ ତ୍ୱା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମାଉଶୁଚଃ ।ା ଗୀ-୧୮/୬୫-୬୬ ।ା ଏଠାରେ ଗୀତାର ସେହି ଏକ ବକ୍ତାର କଥାରେ ବିରୋଧାଭାସ ଜଣା ପଡୁଛି  । ଅଥବା ୧୮/୬୧-୬୨ ଶ୍ଲୋକର ବକ୍ତା ଜଣେ ଓ ୧୮/୬୫-୬୬ ଶ୍ଲୋକରେ ବକ୍ତା ଅନ୍ୟ ଜେଣେ  । କିନ୍ତୁ ଗୀତା ସ୍ୱୟଂ ପରମାତ୍ମାଙ୍କ ଦ୍ୱାରା କଥିତ ବୋଲି ସମସ୍ତେ ସ୍ୱୀକାର କରନ୍ତି  । ତେଣୁ ତୃତୀୟ ପୁରୁଷରେ ରଚିତ ଶ୍ଲୋକଗୁଡ଼ିକ ଯେ ପରମାତ୍ମାଙ୍କ ସର୍ବବ୍ୟାପକତା ବିଶ୍ୱାସକୁ ପ୍ରାମାଣିକ କରାଇବା ଉଦ୍ଧେଶ୍ୟରେ ପରବର୍ୀ ସମୟରେ କାହାଦ୍ୱାରା ଗୀତାରେ ପ୍ରକ୍ଷେପ କରାଯାଇଛି ଏଥିରେ ସନ୍ଦେହର ଅବକାଶ ନାହିଁ  । ଏହିପରି ଆଉ କେଉଁ ସବୁ କ୍ଷେପକ ଶ୍ଲୋକଗୁଡିକ ଗୀତାରେ ପ୍ରକ୍ଷିପ୍ତ ହୋଇ ତା’ର ମୈାଳିକତାକୁ ନଷ୍ଟ କରୁଛି ସେ ବିଷୟରେ ସତ୍ୟାନ୍ୱେଷୀ ସୁଧୀ ପାଠକ ତଥା ପରମାତ୍ମାନୁଭୂତି ପ୍ରାପ୍ତ ହୋଇଥିବା ସାଧକମାନଙ୍କ ଦ୍ୱାରା ଗବେଷଣା ହେବା ଉଚିତ  ।

ସ୍ରଷ୍ଟା ମଧ୍ୟରେ ସୃଷ୍ଟିର ଅସ୍ତିତ୍ୱ ସମ୍ଭବ ହୋଇପାରେ  । ବୀଜ ଭିତରେ ବୃକ୍ଷର ସମ୍ଭାବନା ଥାଏ  । କିନ୍ତୁ ସୃଷ୍ଟିରେ ସ୍ରଷ୍ଟାର ପରିବ୍ୟାପ୍ତତା ବା ବୃକ୍ଷରେ ବୀଜର ଅସ୍ତିତ୍ୱ କଥା କହିବା ଏକ ସୁନ୍ଦର କଳ୍ପନା ବ୍ୟତୀତ ଆଉ କିଛି ନୁହେଁ  । ପୁତ୍ରର ଜନ୍ମଦାତା ପିତା ହେଲେ ମଧ୍ୟ ପୁତ୍ର ମଧ୍ୟରେ ପିତା ପରିବ୍ୟାପ୍ତ ନ ଥାଏ  । ଏହା ହେଲେ ଚରମ ଅନର୍ଥ ହୋଇଯିବ  । ବିଶାଳ ସମୁଦ୍ର ମଧ୍ୟରେ ଅସଂଖ୍ୟ ଜଳକଣା ପରିବ୍ୟାପ୍ତ ଥାଏ, କିନ୍ତୁ ଜଳକଣା ମଧ୍ୟରେ ସମୁଦ୍ରର ଅସ୍ତିତ୍ୱ ନ ଥାଏ  । ପ୍ରତ୍ୟେକ ମାନବାତ୍ମା ସୃଷ୍ଟି ଆରମ୍ଭରେ ପରମାତ୍ମାଙ୍କ ନିବାସ ସ୍ଥଳୀ ପରମଧାମରୁ ନିଜ ନିଜ ପ୍ରାରବ୍ଧ କର୍ମ ଅନୁସାରେ ଏ ଧରାପୃଷ୍ଠକୁ  ଆସି ଜନ୍ମ ନିଅନ୍ତି  । ଆତ୍ମା, ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ତା’ଠାରେ ପରମାତ୍ମାଙ୍କ ରୂପ ଗୁଣ ତ ନିଶ୍ଚୟ ରହିବ, କିନ୍ତୁ ପରମାତ୍ମା ଗୁଣରେ ସିନ୍ଧୁ ହେଲେ ଆତ୍ମା କେବଳ ବିନ୍ଦୁ ମାତ୍ର  । ବିନ୍ଦୁରେ ସିନ୍ଧୁର ଗୁଣ ଥାଏ, କିନ୍ତୁ ସ୍ୱୟଂ ସିନ୍ଧୁ ପରିବ୍ୟାପ୍ତ ନ ଥାଏ  । ଗୀତାର ପରମାତ୍ମା ଏହି କଥାକୁ ସ୍ପଷ୍ଟ କରିବାକୁ ଯାଇ କହନ୍ତି, “ଏହି ସମଗ୍ର ସଂସାର ଅବ୍ୟକ୍ତ ରୂପରେ ମୋଠାରେ ସନ୍ନିହିତ ହୋଇଛି  । ସମସ୍ତ ଜୀବାତ୍ମା ମୋଠାରେ ରହିଛନ୍ତି, କିନ୍ତୁ ମୁଁ ସେମାନଙ୍କଠାରେ ରହି ନାହିଁ  । ଆଉ ମଧ୍ୟ ସେହି ପ୍ରାଣୀମାନେ ମୋଠାରେ ରହନ୍ତି ନାହିଁ  । ମୋର ଈଶ୍ୱରୀୟ ସାମର୍ଥ୍ୟକୁ ଦେଖ  । ସମସ୍ତ ପ୍ରାଣୀଙ୍କୁ ଉପôନ୍ନ କରୁଥିବା ଓ ପ୍ରାଣୀମାନଙ୍କର ଭରଣ ପୋଷଣ କରୁଥିବା ମୁଁ ସ୍ୱୟଂ ସେହି ପ୍ରାଣୀମାନଙ୍କ ମଧ୍ୟରେ ନାହିଁ”  । ମୟାତତମିଦଂ ସର୍ବଂ ଜଗଦବ୍ୟକ୍ତମୂିର୍ନା  । ମତ୍ସ୍ଥାନି ସର୍ବଭୂତାନି ନ ·ହଂ ତେଷ୍ୱବସ୍ଥିତଃ  । ନଚ ମତ୍ସ୍ଥାନି ଭୂତାନି ପଶ୍ୟମେ ଯୋଗମୈଶ୍ୱରମ୍  । ଭୂତଭୃନ୍ନ ଚ ଭୂତସ୍ଥୋ ମମାତ୍ମା ଭୂତଭାବନଃ ।ା ଗୀ-୯/୪-୫ ।ା ପରମାତ୍ମା ସ୍ୱୟଂ ଅବ୍ୟକ୍ତ ମୂର୍ ଅଟନ୍ତି  । ସଂସାର ତାଙ୍କ ମଧ୍ୟରେ ବ୍ୟାପ୍ତ ନାହିଁ କି ସେ ସଂସାର ମଧ୍ୟରେ ବ୍ୟାପକ ନୁହଁନ୍ତି  । ସମସ୍ତ ଜଗତ ଭାବାତ୍ମକ ବା ଜ୍ଞାନ ରୂପରେ ତାଙ୍କ ପାଖରେ ପରିବ୍ୟାପ୍ତ  । ସେ ସମସ୍ତ ସଂସାରର ସ୍ଥାପନା ଓ ପାଳନକର୍ା  ହୋଇଥିଲେ ମଧ୍ୟ ସେଥିରେ ସ୍ୱୟଂ ସର୍ବ ବ୍ୟାପକ ନୁହନ୍ତି  ।

ଗୀତାରେ ପ୍ରକୃତି, ପୁରୁଷ, କ୍ଷେତ୍ର, କ୍ଷେତ୍ରଜ୍ଞ ତଥା ପୁରୁଷ ଓ ପୁରୁଷୋମ ମଧ୍ୟରେ ପାର୍ଥକ୍ୟ ନିରୂପଣ କରାଯାଇଛି  । କିନ୍ତୁ  ପରମାତ୍ମାଙ୍କୁ ସର୍ବବ୍ୟାପକ ପ୍ରମାଣ କରିବାର ଅଦମ୍ୟ ଅନ୍ଧ ପ୍ରଚେଷ୍ଟାର ଫଳ ସ୍ୱରୂପ ଗୀତାରେ ଏପରି କେତେକ ଶ୍ଲୋକକୁ ପ୍ରକ୍ଷେପ କରାଯାଇଛି ଯାହା ତା’ର ମୈାଳିକ ସିଦ୍ଧାନ୍ତ ସହିତ ମେଳ ଖାଏ ନାହିଁ ଏବଂ ଅନେକ ସ୍ଥାନରେ ଅର୍ନ୍ତବିରୋଧ ଦେଖାଯାଏ  । ଯଥା – ପରମାତ୍ମାଙ୍କୁ ସମସ୍ତ ପ୍ରାଣୀଙ୍କ ଶରୀରରେ ବ୍ୟାପ୍ତ ଅଗ୍ନି ଯାହାକି ପ୍ରାଣ ଓ ଅପାନଯୁକ୍ତ ହୋଇ ଚତୁର୍ବିଧ ଅନ୍ନକୁ ପାଚନ କରେ ବୋଲି କୁହାଯାଇଛି  । ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହମାଶ୍ରିତଃ  । ପ୍ରାଣାପାନ ସମାଯୁକ୍ତଃ ପ·ମ୍ୟନ୍ନଂ ଚତୁର୍ବିଧମ୍ ।ା ଗୀ ୧୫/୧୪ ।ା ଅନ୍ୟ ଏକ ସ୍ଥାନରେ ତାଙ୍କୁ ହିଁ ବାୟୁ, ଯମରାଜ, ଅଗ୍ନି, ବରୁଣ, ଚନ୍ଦ୍ରମା, ପ୍ରଜାପତି ଏବଂ ବ୍ରହ୍ମାଙ୍କର ପିତା ବୋଲି କୁହାଯାଇଛି  । ବାୟୁର୍ଯମୋଽଗ୍ନିର୍ବରୁଣଃ ଶଶାଙ୍କଃ ପ୍ରଜାପତିସ୍ତ୍ୱଂ ପ୍ରପିତାମହଶ୍ଚ.. ।ା ଗୀ-୧୧/୩୯ ।ା ଏକଥାକୁ ପ୍ରମାଣିତ କରିବାକୁ ଠିକ ପରବର୍ୀ ଶ୍ଲୋକରେ କୁହାଯାଇଛି ଯେ “ଯେହେତୁ ଆପଣ ସର୍ବବ୍ୟାପୀ ତେଣୁ ଆପଣହିଁ ସବୁକିଛି  । ସର୍ବସମାପ୍ନୋଷିତତୋଽସି ସର୍ବଃ –୧୧/୪୦ ।  ପ୍ରକୃତିର ପ ମହାଭୂତ ଯଦି ସ୍ୱୟଂ ପରମାତ୍ମା ଅଟନ୍ତି ବା ସମସ୍ତ ଜଡ଼ ଓ ଚେତନ ପ୍ରକୃତି ମଧ୍ୟରେ ଯଦି ପରମାତ୍ମା ନିତ୍ୟ ବିରାଜିତ, ତେବେ ସେ ଉଭୟଙ୍କ ମଧ୍ୟରେ କୈାଣସି ପାର୍ଥକ୍ୟ ନାହିଁ ବୋଲି ବୁଝିବାକୁ ହେବ  । ତେବେ ଯେଉଁ ଶ୍ଲୋକ ଗୁଡିକରେ କ୍ଷେତ୍ର ଓ କ୍ଷେତ୍ରଜ୍ଞ ବା ପୁରୁଷ ଓ ପୁରୁଷୋମ ମଧ୍ୟରେ ପାର୍ଥକ୍ୟ ନିରୂପଣ କରାଯାଇଛି ଏବଂ ପରମାତ୍ମାଙ୍କୁ ସମସ୍ତ ଆତ୍ମାଙ୍କ ପିତା ବୋଲି କୁହାଯାଇଛି ଅଥବା ତାଙ୍କ ନିକଟରେ ଶରଣାପନ୍ନ ହେବା କଥା କୁହାଯାଇଛି, ସେ ସବୁ ନିରର୍ଥକ ହୋଇଯିବ  । 

ସମସ୍ତ ଭୂତରେ ପରମାତ୍ମାଙ୍କ ସମାନତା ପ୍ରମାଣ କରିବାକୁ ଯାଇ ଗୀତାରେ କୁହାଯାଇଛି ଯେ ସେ (ପରମାତ୍ମା) ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ, ଚଣ୍ଡାଳ, ଗାଈ, ହାତୀ ଓ କୁକୁର ମଧ୍ୟରେ ସମାନ ରୂପରେ ଅବସ୍ଥାପନ କରନ୍ତି  । ବିଦ୍ୟାବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବି ହସ୍ତିନିି  । ଶୁନିଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ।ା ୫/୧୮ ।ା କିନ୍ତୁ ପରବିର୍ ଅଧ୍ୟାୟରେ କୁହାଯାଇଛି ଯେ ପରମାତ୍ମା କେବଳ ସେହି ବ୍ୟକ୍ତିଙ୍କୁ  ପ୍ରାପ୍ତ ହୁଅନ୍ତି ଯିଏ ନିଜ ଉପରେ ବିଜୟ ପ୍ରାପ୍ତ କରିଛି ଓ ଯିଏ ଅନୁକୂଳ ପ୍ରତିକୂଳ,ସୁଖ,ଦୁଃଖ, ମାନ ଅପମାନ ଆଦି ଯେକୋ÷ଣସି ପରିସ୍ଥିତିରେ ନିର୍ବିକାର ରହିପାରେ  । ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ  । ଶୀତୋଷ୍ଣସୁଖ ଦୁଃଖେଷୁ ତଥା ମାନାପମାନୟୋଃ ।ା ୬/୭ ।ା ଯେଉଁ ଭକ୍ତମାନେ ନିଜର ଯେଉଁ ଯେଉଁ ଦେବତାମାନଙ୍କୁ ଶ୍ରଦ୍ଧା ସହକାରେ ପୂଜା କରିବାକୁ ଇଚ୍ଛା କରନ୍ତି ସେହି ସେହି ଦେବତାଙ୍କ ପ୍ରତି ପରମାତ୍ମା ସେମାନଙ୍କ ସେହି ଶ୍ରଦ୍ଧାକୁ ଦୃଢ଼ କରି ଦିଅନ୍ତି  । ଯୋ ଯୋ ଯାଂଯାଂ ତନୁଂଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି  । ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍ ।ା ଗୀ-୭/୨୧ ।ା ମନୁଷ୍ୟ ଅନ୍ତକାଳରେ ଯେଉଁ ଯେଉଁ ଭାବକୁ ସ୍ମରଣ କରି ଶରୀର ଛାଡ଼େ, ସେ ସେହି ଅନ୍ତ କାଳୀନ ଭାବରେ ସର୍ବଦା ପ୍ରଭାବିତ ହୋଇ ସେହି ସେହି ଭାବକୁ ପ୍ରାପ୍ତ ହୁଏ  । ଯଂ ଯଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଳେବରମ୍  । ତଂ ତମେବୈତି କୈାନ୍ତେୟ ସଦା ତଦ୍ଭାବ ଭାବିତଃ ।ା ଗୀ ୮/୬ ।ା ଦେବତାମାନଙ୍କୁ ଉପାସନାକାରୀ ଦେବତାମାନଙ୍କୁ, ପିତୃପୁରୁଷଙ୍କ ପୂଜନକାରୀ ପିତୃପୁରୁଷଙ୍କୁ, ଭୂତପ୍ରେତଙ୍କ ଉପାସନାକାରୀ ଭୂତ ପ୍ରେତମାନଙ୍କୁ ପ୍ରାପ୍ତ ହୁଅନ୍ତି  । କିନ୍ତୁ ପରମାତ୍ମାଙ୍କୁ ଯେେଉଁମାନେ ପୂଜନ କରନ୍ତି ସେମାନେ ତାଙ୍କୁ ପ୍ରାପ୍ତ ହୁଅନ୍ତି  । ଯାନ୍ତି ଦେବବ୍ରତା ଦେବାନ ପିତୃନ୍ୟାନ୍ତି ପିତୃବ୍ରତାଃ ।ା ଭୂତାନିଯାନ୍ତି ଭୂତେଜ୍ୟା ଯାନ୍ତି ମଦଯାଜିନୋଽପି ମାମ୍ ।ା ଗୀ-୯/୨୫ ।ା

ଏଠାରେ ପ୍ରଣିଧାନ ଯୋଗ୍ୟ ଯେ ଯଦି ଭୂତ ପ୍ରକୃତିରେ (ଅଗ୍ନିବାୟୁ ଆଦିରେ) ପରମାତ୍ମାଙ୍କ ଅସ୍ତିତ୍ୱ ବା ବ୍ୟାପକତାକୁ ସ୍ବୀକାର କରି ନିଆଯାଏ ତେବେ ଏ ସବୁ କଥାର ଅବତାରଣା କାହିଁକି ? ପରମାତ୍ମା ଯଦି ଭୂତ ପ୍ରକୃତିଠାରୁ ପୃଥକ ଭିନ୍ନ ସା ନୁହନ୍ତି ତେବେ ସେ ଏହା କହି ପାରିଥାନ୍ତେ ଯେ କୈାଣସି ତ୍ୱକୁ ଉପାସନା କଲେ ମଧ୍ୟ ମୁଁ ସମସ୍ତଙ୍କୁ ସହଜ ସୁଲଭ ଅଟେ  । କିନ୍ତୁ ଏକଥା କାହିଁକି ସେ କହିଲେ ଯେ ଯେଉଁ ଅନନ୍ୟ ଚି ମନୁଷ୍ୟ ମୋତେ ନିତ୍ୟ-ନିରନ୍ତର ସ୍ମରଣ କରେ ସେହି ନିତ୍ୟଯୁକ୍ତ ଯୋଗୀ ପାଇଁ ମୁଁ ସୁଲଭ ଅଟେ  । ଅନନ୍ୟଚେତାଃ ସତତଂ ଯୋ ମାଂ ସ୍ମରତି ନିତ୍ୟଶଃ  । ତସ୍ୟାହଂ ସୁଲଭଃ ପାର୍ଥ ନିତ୍ୟଯୁକ୍ତସ୍ୟ ଯୋଗିନଃ ।ା ଗୀ-୮/୧୪ ।ା ତେଣୁ ଗୀତାରେ ଯେଉଁ ଯେଉଁ ସ୍ଥାନରେ ଏହି ଭଳି ସଂଶୟ ଉଦ୍ରେକକାରୀ ବା ପରମାତ୍ମାଙ୍କ ମୈାଳିକ କଥନର ବିରୋଧକାରୀ କଥା କୁହାଯାଇଛି ସେଗୁଡିକୁ “କ୍ଷେପକ” ମାନି ନେବା ଉଚିତ ବା ସେ ସବୁର ଆକ୍ଷରିକ ଅର୍ଥ ନ କରି ତା’ମଧ୍ୟରେ ଥିବା ଆଧ୍ୟାତ୍ମିକ ରହସ୍ୟକୁ ଉଦ୍ଘାଟିତ କରିବା ଆବଶ୍ୟକ, ଯଦ୍ଧ୍ୱାରା ପୂର୍ବାପର ସଙ୍ଗତି ରକ୍ଷା ହେବ ଓ ଅର୍ନ୍ତବିରୋଧ ରହିବ ନାହିଁ  ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର