ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ 

  ଦ୍ୱିତୀୟ ଖଣ୍ଡ 

 ପ୍ରଥମ ଅଧ୍ୟାୟ 

ଅର୍ଜୁନ ବିଷାଦ ଯୋଗ  

(ଦୁଇ)

ପୂର୍ବରୁ ଆଲୋଚନା କରାଯାଇଛି ଯେ, ଶ୍ରୀମଦ୍ଭଗବତ୍ ଗୀତା ଏକ ସ୍ବତନ୍ତ୍ର ଯୋଗଶାସ୍ତ୍ର । ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ପରି ଏଥିରେ ବିଷାଦକୁ ମଧ୍ୟ ଯୋଗ ପର୍ଯ୍ୟାୟଭୁକ୍ତ କରାଯାଇଛି । ଗୀତାକୁ ମହାଭାରତରେ ସଂଯୁକ୍ତ କରିବା ଅଭିପ୍ରାୟରେ ପ୍ରଥମ ଅଧ୍ୟାୟ ରୂପେ ଅର୍ଜୁନ ବିଷାଦଯୋଗର ସୃଷ୍ଟି କରାଯାଇଛି । ଏହି ଅଧ୍ୟାୟର ପୂର୍ବାର୍ଦ୍ଧରେ ଅର୍ଜୁନଙ୍କ ବିଷାଦକୁ ସମଗ୍ର ମାନବ ସମାଜର ବିଷାଦ ରୂପେ ବର୍ଣ୍ଣନା କରାଯାଇଛି । କ୍ଷୁଧା ନିବାରଣ ପାଇଁ ଯେପରି ଭୋଜନ କରାଯାଏ ସେହିପରି ବିଷାଦମୁକ୍ତ ହେବା ପାଇଁ ଯୋଗର ଆବଶ୍ୟକତା ଅନୁଭୂତ ହୋଇଛି । ମୋହ, ବିସ୍ମୃତି ଓ ସନ୍ଦେହ ହେତୁ ମଣିଷ ବିଷାଦଗ୍ରସ୍ତ ହୁଏ । ଏଥିରୁ ନିବୃି ପାଇବା ପାଇଁ ସେ ନାନାବିଧ ପ୍ରଚେଷ୍ଟା କରେ । ସମସ୍ତ ପ୍ରଯନô ନିଷ୍ଫଳ ହେବା ପରେ ମଣିଷ ହତାଶ ହୋଇ ଭଗବାନଙ୍କୁ ପ୍ରାର୍ଥନା କରେ, “ନିରାଶ୍ରୟ ମାଂ ଜଗଦୀଶ ରକ୍ଷ ।” ତେଣୁ ବିଷାଦ ହିଁ ପରମାତ୍ମା ସ୍ମରଣର କାରଣ ହୋଇଥିବାରୁ ଏହାକୁ ଯୋଗ ପର୍ଯ୍ୟାୟଭୁକ୍ତ କରାଯାଇ ପାରେ । ଏଠାରେ ବିଷାଦ ଯୋଗର ଆଉ କୋତୋଟି ଆବଶ୍ୟକ ବିନ୍ଦୁ ଉପରେ ଆଲୋଚନା କରାଯାଉଛି ।

ବିଭିନ୍ନ ବିଦ୍ୱାନମାନଙ୍କ ଦୃଷ୍ଟିକୋଣ 

କେତେକ ବିଦ୍ୱାନ ଅର୍ଜୁନ ବିଷାଦଯୋଗକୁ କ୍ଷେପକ ଅଧ୍ୟାୟ ରୂପେ ବିବେଚନା କରନ୍ତି । ଗୀତାର ଆଦ୍ୟ ଭାଷ୍ୟକାର ଶଙ୍କରା·ର୍ଯ୍ୟ ଗୀତାର ପ୍ରଥମ ଅଧ୍ୟାୟ ଓ ଦ୍ୱିତୀୟ ଅଧ୍ୟାୟର ପ୍ରଥମ ଦଶଟି ଶ୍ଳୋକ ଉପରେ କୌଣସି ଭାଷ୍ୟ ଲେଖି ନାହାଁନ୍ତି । ଶଙ୍କରା·ର୍ଯ୍ୟ ଯେଉଁ ଗୀତା ଉପରେ ଭାଷ୍ୟ ଲେଖିଛନ୍ତି ତାହା ବ୍ୟତୀତ ଗୀତାର ଆଉ କେତେକ ପାଠାନ୍ତର ମିଳେ । ତନ୍ମମଧ୍ୟରୁ ଗୀତାର କାଶ୍ମୀରୀ ପାଠାନ୍ତର ଅନ୍ୟତମ । ଅଭିନବ ଗୁପ୍ତ, ଭଣ୍ଡାରକର ଓରିୟଲ ରିସର୍ଚ୍ଚ ଇନ୍ଷ୍ଟିଚୁ୍ୟଟ୍, ପୁନା ଏବଂ ଜର୍ମାନୀର ଅନେକ ବିଦ୍ୱାନ ଗୀତାର ଏହି କାଶ୍ମୀରୀ ପାଠାନ୍ତରକୁ ଗ୍ରହଣ କରି ସ୍ବ ସ୍ବ ଭାଷ୍ୟ ରଚନା କରିଛନ୍ତି । ଅଭିନବ ଗୁପ୍ତ ଗୀତାର ପ୍ରଥମ ଅଧ୍ୟାୟରେ ସୂଚିତ ମହାଭାରତ ଯୁଦ୍ଧକୁ ଐତିହାସିକ ଘଟଣା ରୂପେ ଗ୍ରହଣ ନ କରି ଏହି ପ୍ରକରଣକୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବର୍ଣ୍ଣନା କରିଛନ୍ତି । ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଳୋକ ବ୍ୟାଖ୍ୟା କରିବାକୁ ଯାଇ ସେ ଲେଖିଛନ୍ତି, “ଅୟଂ ସ ପରମୋ ଧର୍ମୋ ଯଦ୍ୟୋଗେନାତ୍ମଦର୍ଶନମ୍” (ଯାଜ୍ଞବ.ସ୍ମୃ) ଇତ୍ୟସ୍ୟ ଚ ଧର୍ମସ୍ୟ କ୍ଷେତ୍ରମ୍ । ସମସ୍ତ ଧର୍ମାଣାଂ କ୍ଷୟାଦପବର୍ଗ ପ୍ରାପ୍ତ୍ୟାତ୍ରାଣଭୂତମ୍ ତଦଧିକାରୀ ଶରୀରମ୍ । ସର୍ବକ୍ଷତ୍ରାଣାଂ କ୍ଷତେହିଂସାର୍ଥତ୍ୱାତ୍ ପରସ୍ପର ବଧ୍ୟ ଘାତକ ଭାବେନ ବର୍ତମାନାନାଂ ରାଗବୈରାଗ୍ୟ କ୍ରୋଧ କ୍ଷମା ପ୍ରଭୃତୀନାଂ ସମାଗମୋ କ୍ଷତ୍ର । ତସ୍ମିନ୍ ସ୍ଥିତା ଯେ ମାମକାଃ - ଅବିଦ୍ୟା ପୁରୁଷୋଚିତା ଅବିଦ୍ୟାମୟାଃ ସଙ୍କଳ୍ପାଃ । ପାଣ୍ଡବାଃ ଶୁଦ୍ଧବିଦ୍ୟା ପୁରୁଷୋଚିତା ବିଦ୍ୟାତ୍ମାନଃ । ତେ କିମ୍ କୁର୍ବତ – କୈଃ ଖଳୁ ଜିତା ଇତି ଯାବତ୍ । ମମେତ କାୟତୀନି ମାମକଃ ଅବିଦ୍ୟା ପୁରୁଷଃ । ପାଣ୍ଡୁଃ ଶୁଦ୍ଧଃ ।ା ଗୀ୧/୧ ।ା  । ଉପର୍ଯୁ୍ୟକ୍ତ ବ୍ୟାଖ୍ୟାରୁ ଏହା ଜଣାଯାଏ ଯେ ଅଭିନବ ଗୁପ୍ତଙ୍କ ଅନୁସାରେ ଧର୍ମକ୍ଷେତ୍ରର ଅର୍ଥ ହେଉଛି ଇନ୍ଦ୍ରିୟ ସମୂହର ବାସସ୍ଥାନ ଏହି ଶରୀର । ‘ମାମକାଃ’ ଅର୍ଥାତ୍ ମୋର ପୁତ୍ରଗଣ (କୌରବ) ବୋଲି ଧୃତରାଷ୍ଟ୍ର ଯାହାଙ୍କୁ କହିଛନ୍ତି ସେମାନେ ହେଉଛନ୍ତି ଅଜ୍ଞାନତାରୁ ଉପôନ୍ନ ସଂକଳ୍ପ ସମୂହ ଓ ‘ପାଣ୍ଡବାଃ’ ଅର୍ଥାତ ପାଣ୍ଡବଗଣ ହେଉଛନ୍ତି ଜ୍ଞାନ-ଜନିତ ସଂକଳ୍ପର ଦ୍ୟୋତକ । ପାଣ୍ଡୁର ଅର୍ଥ ଶୁଦ୍ଧ । ଅନ୍ୟ ଅର୍ଥରେ ଶୁଦ୍ଧ ବିଦ୍ୟାଯୁକ୍ତ ପୁରୁଷ ପାଣ୍ଡବ ଓ ଅବିଦ୍ୟାଯୁକ୍ତ ପୁରୁଷ କୌରବର ଦ୍ୟୋତକ ।

ପ୍ରସିଦ୍ଧ ବିଦ୍ୱାନ ପଣ୍ଡିତ ଶ୍ରୀପାଦ ଦାମୋଦର ସାତ ବଳେକର, ସାହିତ୍ୟ ବାଚସ୍ପତି, ଗୀତାଳଙ୍କାର ମଧ୍ୟ ଗୀତାର ଯୁଦ୍ଧକୁ ସ୍ଥୂଳ ଅର୍ଥରେ ଗ୍ରହଣ କରିନାହାନ୍ତି । ସେ ତାଙ୍କ ପୁରୁଷାର୍ଥ-ବୋଧିନୀ ଭାଷା ଟୀକାରେ (ପୃ୧୬-୧୭) ଲେଖିଛନ୍ତି, “ଅଧ୍ୟାତ୍ମ୍ୟ ଭୂମିରେ ଏହି ଭାରତ ଯୁଦ୍ଧ ମାନବ ହୃଦୟର ଭୂମିକା ଉପରେ ପର୍ଯ୍ୟବସିତ । ଏହି ଯୁଦ୍ଧରେ ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ ଆଦି ବିକାରଗୁଡିକୁ ଖୁବ୍ ପ୍ରଯନô ସହ ଶାନ୍ତ କରାଯାଏ ଏବଂ ପରମେଶ୍ୱରଙ୍କ କୃପାରୁ ଧର୍ମ ପ୍ରବୃମାନଙ୍କୁ ରାଜ୍ୟ, ଭୂମି ଓ ସ୍ବର୍ଗରାଜ୍ୟ ମିଳେ । ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣରେ ସତ୍ ଏବଂ ଅସତ୍ ପ୍ରବୃି ଗୁଡିକ ମଧ୍ୟରେ ଅନବରତ ଯୁଦ୍ଧ ଲାଗି ରହିଥାଏ ଏବଂ ମହାଭାରତରେ ରୂପକାତ୍ମ ଭାବରେ ଏହାର ଉପସ୍ଥାପନ କରାଯାଇଛି । ସାରାଂଶରେ ଏହା ଅଧ୍ୟାତ୍ମ୍ୟବାଦୀମାନଙ୍କର ମତ ଅଟେ । ଏହି ମତ ସ୍ବୀକାର କରିବା ଦ୍ୱାରା ମଧ୍ୟ ଧର୍ମ (ଯୁଧିଷ୍ଠିର) ଏବଂ ଦୁର୍ଯେ୍ୟାଧନ ଆଦି ଐତିହାସିକ ବ୍ୟକ୍ତିଙ୍କ କଥା ଖଣ୍ଡନ ହେଉ ନାହିଁ । ଏହି ନାମର କିମ୍ବା ଅନ୍ୟ ନାମର ରାଜା ଥାଇ ପାରନ୍ତି । ପରନ୍ତୁ ଏହି ଗ୍ରନ୍ଥର ଲେଖକ ସେହି ବ୍ୟକ୍ତିମାନଙ୍କ ସୂଚକ ନାମ ଦେଇ ସ୍ବୀୟ ଗ୍ରନ୍ଥ ରଚନା କରିଛନ୍ତି ଏବଂ ଏହି ରଚନା ସହେତୁକ  । ଏହା ଜଣାଇବା ପାଇଁ କୌରବାଦୀଙ୍କ ଜନ୍ମ ବୃାନ୍ତ ଏହି ଗ୍ରନ୍ଥରେ ଅସ୍ବାଭାବିକ ଭାବରେ ଲେଖାଯାଇଛି ।”

ଏହି ସନ୍ଦର୍ଭରେ ଋଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ କ୍ଟଲ ଏସଗ୍ଧବର ଲେଖକ କହନ୍ତି, “ମୋତେ ଏପରି ମନେହୁଏ ଯେ ଶ୍ରୀମଦ୍ଭଗବତ୍ ଗୀତା ଏକ ରୂପକାତ୍ମକ ଗ୍ରନ୍ଥ । ଏହା ମନୁଷ୍ୟର ଭଲ-ମନ୍ଦ ବୃି ଗୁଡିକ ମଧ୍ୟରେ ହେଉଥିବା ଏକ ଯୁଦ୍ଧ  । ଯେପରି ବାହ୍ୟ ଜଗତରେ ଯୁଦ୍ଧ ହୁଏ, ସେହିପରି ମନୁଷ୍ୟ ମନ ମଧ୍ୟରେ ମଧ୍ୟ ଏକ ଯୁଦ୍ଧ ·ଲେ । ଶଙ୍କରା·ର୍ଯ୍ୟ ମଧ୍ୟ ଦେବାସୁର ସଂଗ୍ରାମକୁ ମନୁଷ୍ୟର ମନ ମଧ୍ୟରେ ଭଲ ଓ ମନ୍ଦ ଭାବ ଗୁଡ଼ିକ ମଧ୍ୟରେ ହେଉଥିବା ସଂଗ୍ରାମ ବୋଲି ଗ୍ରହଣ କରନ୍ତି । ଏହିପରି, କୌଷୀତିକୀ ଉପନିଷଦରେ ଲେଖାଅଛି – “ସ ଯାବଦ୍ଧବା ଇନ୍ଦ୍ର ଏତମାତ୍ମାନଂ ନ ବିଜଜେ୍ଞ ତାବେଦନମ ସୁରା ଅବିଭୁବଃ ।” ଏଥିରେ ମଧ୍ୟ ଅସୁର ଶବ୍ଦ ମନର ଦୁଷିତ ବୃିଗୁଡିକର ବାଚକ ଶବ୍ଦ ବୋଲି ଗ୍ରହଣ କରାଯାଏ । ତେଣୁ ଏହି କୌରବ ପାଣ୍ଡବମାନଙ୍କ ଯୁଦ୍ଧକୁ ମନୁଷ୍ୟ ମନର ମନ୍ଦାବସ୍ଥା ବିରୁଦ୍ଧରେ ଯୁଦ୍ଧ ବୋଲି ସ୍ବୀକାର କରିବା ଉଚିତ । “(ଋଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ କ୍ଟଲ ଏସଗ୍ଧବ, ଉଷ.ଢ,ଚଚ.୧୫୩) ପରବର୍ୀ ପୃଷ୍ଠାରେ ସେ ଲେଖିଛନ୍ତି – “ଯେପରିକି ଆମ୍ଭେ ପ୍ରଥମେ କହି ଆସିଛୁ ଯେ, ଅର୍ଜୁନଙ୍କ ମୋହ ଏବଂ ଯୁଦ୍ଧ କ୍ଷେତ୍ରରେ ବାସ୍ତବିକ ଯୁଦ୍ଧ’ ଅଳଙ୍କାରିକ ଭାଷାରେ ମନୁଷ୍ୟ ମନ ଭିତରେ ହିଁ ହେଉଥିବା ଯୁଦ୍ଧ ଅଟେ” । ଏହି ଯୁଦ୍ଧ ବାସ୍ତବରେ ଆତ୍ମାର ମାୟା ଅଥବା ଅଜ୍ଞାନତା ସହିତ ଯୁଦ୍ଧ  । (ଋଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ କ୍ଟଲ ଏସଗ୍ଧବ, ଉଷ.ଢ,ଚଚ.୧୫୩)  ।

ମହାନ ରାଜଯୋଗୀ ୰ ଜଗଦୀଶ ଚନ୍ଦ୍ର ହାସିଜା ତାଙ୍କ ରଚିତ “ମହାଭାରତ ଔର ଗୀତାକା ସଚ୍ଚା ସ୍ବରୂପ ଔର ସାର୍” ପୁସ୍ତକରେ (ପୃ-୧୫୦-୧୫୧) ଏହି ପ୍ରକରଣରେ ଲେଖିଛନ୍ତି, “ବାସ୍ତବିକ ଇତିହାସ ଏହା ଯେ କୌରବ ଏବଂ ପାଣ୍ଡବ ପରସ୍ପର ଏକ ପୂର୍ବଜମାନଙ୍କର ସନ୍ତତି ଏବଂ ଗୋଟିଏ ବଂଶ ପରମ୍ପରାରେ ଯୁକ୍ତ ଥିଲେ । ଏହି କଥାକୁ ମହାଭାରତକାର ସେମାନେ ପରସ୍ପର କାକା-ବଡବାପାଙ୍କ ପୁଅ ଥିଲେ ବୋଲି କଳ୍ପନା କରିଛନ୍ତି । ସେମାନଙ୍କ ସମୟରେ ଦୈବୀ ସମ୍ପଦା ଲୋପ ପାଇ ଯାଇଥିଲା । ଜନ ସାଧାରଣ ଯୋଗ ବିଦ୍ୟାକୁ ଭୁଲି ଯାଇଥିଲେ ଏବଂ ମନୋବିକାର ସମୂହ ଦ୍ୱାରା ଗ୍ରସିତ ଥିଲେ । ଏପରି ସ୍ଥିତିରେ ପରମାତ୍ମାଙ୍କ ଅବତରଣ ହୋଇଥିଲା । ଯେଉଁମାନେ ତାଙ୍କର ଜ୍ଞାନ ଶୁଣିଲେ ସେମାନଙ୍କୁ ପାଣ୍ଡବ ବୋଲି କୁହାଗଲା । କାରଣ ସେମାନେ ମନ, ବଚନ ଓ କର୍ମରେ ନିର୍ମଳ ଥିଲେ ଏବଂ ଶ୍ୱେତ ବସ୍ତ୍ରଧାରୀ ଥିଲେ । ଏପରି ବ୍ୟକ୍ତି ସଂଖ୍ୟାରେ ଅତି ନୂ୍ୟନ ଥିଲେ । କୋଟି କୋଟି ଲୋକଙ୍କ ମଧ୍ୟରେ ସେମାନେ ସହଜରେ ଚିହ୍ନା ପଡିଯାଉଥିଲେ  । ତେଣୁ ଅଳ୍ପ ସଂଖ୍ୟା ହେତୁ ରୂପକାତ୍ମକ ଭାବରେ ପାଣ୍ଡବଙ୍କ ସଂଖ୍ୟା ‘ପା’ କୁହାଯାଇଛି । ଯଦ୍ୟପି ଏମାନଙ୍କ ସହଯୋଗୀମାନେ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ପହô ଯାଇଥିଲେ । ଯେପରିକି ଆମ୍ଭେ ପ୍ରଥମରୁ କହିଆସିଛୁ ଯେ, ସେମାନେ ଜ୍ଞାନ-ବାଣ, ଯୋଗ-କବଚ ତଥା ଦୈବୀଗୁଣ ରୂପକ ଅସ୍ତ୍ର-ଶସ୍ତ୍ରରେ ସଜ୍ଜିତ ହୋଇ ମାୟା ଉପରେ ବିଜୟ ପ୍ରାପ୍ତ କରି ବିଶ୍ୱଜୟୀ ହେବାର ଆଧ୍ୟାତ୍ମିକ ପୁରୁଷାର୍ଥ କରିଥିଲେ । ସେମାନଙ୍କ ମାର୍ଗଦର୍ଶନ ସ୍ବୟଂ ପରମାତ୍ମା କରିଥିଲେ । ପରନ୍ତୁ କୌରବ ଅନ୍ଧର ସନ୍ତାନ ଅନ୍ଧ ଥିଲେ । ସେମାନେ କାକ ଭଳି କା-କା କରୁଥିବା, କଳହ-କ୍ଳେଶ, କଳ୍ମଷ-କୁଟିଳତାଯୁକ୍ତ ବ୍ୟକ୍ତି ଥିଲେ । ଏପରି ଲୋକଙ୍କ ସଂଖ୍ୟା କୋଟି କୋଟି ଥିଲା, ଯାହାର ଭାବ ଏହା ଅଟେ ଯେ ଏମାନଙ୍କ ସଂଖ୍ୟା ଖୁବ୍ ଅଧିକ ଥିଲା  । ଏମାନଙ୍କୁ “ଧୃତରାଷ୍ଟ୍ରର ସନ୍ତାନ” କୁହାଯାଇଛି । ଏମାନେ ପରସ୍ପର ଲଢ଼େଇ କରୁଥିଲେ । କେବେ ରାଜସଭା ପାଇଁ ତ କେବେ ବଂଶ ଓ ଜାତିକୁ ନେଇ ଏମାନଙ୍କ ମଧ୍ୟରେ ଦଙ୍ଗା ହେଉଥିଲା । ଅନ୍ତତୋଗତ୍ୱା ଏମାନଙ୍କ ମଧ୍ୟରେ ପରସ୍ପର ମହାସଂଗ୍ରାମ ହେଲା ଯଦ୍ୱାରା କୋଟି କୋଟି ଲୋକ ମୃତୁ୍ୟ ବରଣ କଲେ । ସେମାନେ ସମସ୍ତେ ନିଜ ନିଜ ପିତାମାନଙ୍କଠାରୁ ଜନ୍ମ ହୋଇଥିଲେ ପରନ୍ତୁ ଦେହାଭିମାନୀ ଓ ଅଜ୍ଞାନ ହୋଇଥିବା ହେତୁ ମହାଭାରତ ଗ୍ରନ୍ଥରେ ଜ୍ଞାନ-ଚକ୍ଷୁ ବିହୀନ ପିତା ଧୃତରାଷ୍ଟ୍ରଙ୍କ ସନ୍ତାନ ବୋଲି କଥିତ ହେଲେ ଯେହେତୁ ସେହି ସମୟର ରାଜସାଧାରୀ (ଧୃତରାଷ୍ଟ୍ର) ସ୍ବୟଂ ଅନ୍ଧ ଥିଲେ ।

ରଥ, ରଥୀ ଓ ସାରଥି 

ସାଧାରଣତଃ ଅଧିକାଂଶ ଗୀତାର ଆବରଣ ପୃଷ୍ଠାରେ ଏକ ରଥରେ ଘୋଡାର ଲଗାମ ଧରି ସାରଥି ଆସନରେ ଆସୀନା ଶ୍ରୀକୃଷ୍ଣ ଯୋଡ ହସ୍ତରେ ଉପବିଷ୍ଟ ରଥୀ ଅର୍ଜୁନଙ୍କୁ ଜ୍ଞାନ-ଉପଦେଶ ଦେଉଥିବା ଭବ୍ୟ ଚିତ୍ର ମୁଦ୍ରିତ ହୋଇଥିବା ଦେଖାଯାଏ । ଏହି ଚିତ୍ର ଦେଖି ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ମୋହାଭିଭୂତ କର୍ବ୍ୟ ପରାଙ୍ମୁଖ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ଗୀତାଜ୍ଞାନ ଶୁଣାଇଥିବା କଥା ଭାରତୀୟ ଜନ ମାନସରେ ଉଜ୍ଜିବୀତ ହୋଇ ଉଠେ । ଏହି ପୁସ୍ତକର ପୂର୍ବାର୍ଦ୍ଧ ଓ ଆଲୋଚ୍ୟ ଅଧ୍ୟାୟରେ ସ୍ପଷ୍ଟ ହୋଇ ସାରିଛି ଯେ ଗୀତାର ଯୁଦ୍ଧ ତଥା ଏଥିରେ ଥିବା ମହାଭାରତୀୟ ଚିତ୍ର ଗୁଡିକ ଏକ ଆଧ୍ୟାତ୍ମିକ ପ୍ରକରଣର ଆଳଙ୍କାରିକ ଅଳଙ୍କରଣ ମାତ୍ର । ମହାଭାରତରେ ଉଲ୍ଲେଖ ଅଛି ଯେ ପାଣ୍ଡବ ଧର୍ମ ବୃକ୍ଷ ସଦୃଶ । ଯୁଧିଷ୍ଠିର ଏହାର ମୂଳ, ଅର୍ଜୁନ ଏହାର ଗଣ୍ଡି, ଭୀମ ଶାଖା ଏବଂ କୌରବମାନେ ଅଧର୍ମ-ବୃକ୍ଷ ସମାନ । ଏଥିରୁ ସ୍ପଷ୍ଟ ହୁଏ ଯେ ଏକ ଆଧ୍ୟାମିôକ ପ୍ରକରଣକୁ ଦର୍ଶାଇବା ପାଇଁ ମହାଭାରତରେ ସହେତୁକ ନାମଗୁଡ଼ିକ ବ୍ୟବହାର କରାଯାଇଅଛି ।

କଠୋପନିଷଦରେ ଶରୀର ରୂପୀ ରଥ ସମ୍ପର୍କରେ କୁହାଯାଇଛି –

ଆତ୍ମାନଂ ରଥିନଂ ବିଦ୍ଧି ଶରୀରଂ ରଥମେବ ତୁ

ବୁଦ୍ଧିଂ ତୁ ସାରଥିଂ ବିଦ୍ଧି ମନଃ ପ୍ରଗ୍ରହମେବ ଚ

ଇନ୍ଦ୍ରିୟାଣି ହୟାନାହୁ ର୍ବିଷୟାଂ ସ୍ତେଷୁ ଗୋଚରାନ୍

ଆତ୍ମେନ୍ଦ୍ରିୟ ମନୋଯୁକ୍ତଂ ଭୋକ୍ତେ ତୟାହୁ ର୍ମନୀଷିଣ ।

ଅର୍ଥାତ୍, ଶରୀର ରୂପୀ ରଥରେ ଆତ୍ମା ରଥୀ, ବୁଦ୍ଧି ସାରଥି, ମନ ଲଗାମ, ଇନ୍ଦ୍ରିୟ ସମୂହ ଘୋଡା ଏବଂ ବିଷୟ ହେଉଛି ସେଗୁଡିକର ବିଚରଣ କରିବା ମାର୍ଗ..... ।

ଯର୍ଜୁବେଦରେ ମଧ୍ୟ ଶରୀରକୁ ରଥ ଓ ଆତ୍ମାକୁ ସାରଥି ରୂପରେ ବର୍ଣ୍ଣନା କରାଯାଇଛି –

୧) ଇନ୍ଦ୍ରସ୍ଥ ବ୍ରଜୋ ମରୁତା ମନୀକଂ ମିତ୍ରସ୍ୟ ଗର୍ଭୋ ବରୁଣାଭ୍ୟ ନାଭି ।

ସେମାଂନୋ ହବ୍ୟଦାତି ଜୁଷାଣୋ, ଦେବ ରଥ ପ୍ରତିହବ୍ୟା

ଗୁଭାୟ (ଯଜୁ ୧୯/୫୪)

୨) ରଥେ ତିଷ୍ଠନ୍ନୟତି ବାଜିନଃ ପୁରୋ

ଯତ୍ରଯତ୍ର କାମୟତେ ସୁଷାରଥିଃ

ଅଭୀଷୁ ନାଁ ମହିମାନଂ ପନାୟତ

ମନଃ ପଶ୍ଚାଦନୁ ଯଚ୍ଚନ୍ତରଶ୍ମୟଃ (ଯଜୁ ୧୯/୪୩)

ଅର୍ଥାତ୍ ସୁନ୍ଦର ସାରଥି (ଆତ୍ମା) ରଥ (ଶରୀର)ରେ ଉପବିଷ୍ଟ ହୋଇ ଯେଉଁଆଡେ ·ହେଁ ସେହି ଆଡକୁ ଘୋଡାମାନଙ୍କୁ (ଇନ୍ଦ୍ରିୟ ସମୂହ) ·ଳିତ କରେ । ସେହି ଲଗାମଧାରୀର ମହିମାକୁ ଦେଖ ଯାହାକୁ ସଂକଳ୍ପବାନ ମନ ପ୍ରେରିତ କରୁଅଛି ।

ଈଶ୍ୱରୀୟ ଦୃଷ୍ଟିକୋଣ 

କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ପରମାତ୍ମା ଯେଉଁ ଶରୀରରେ ଅବତରଣ କରି ଗୀତାଜ୍ଞାନ ଶୁଣାନ୍ତି ତା’ର ଗୁଣବାଚକ ନାମ ହେଉଛି ଅର୍ଜୁନ ଓ କର୍ବ୍ୟ ବାଚକ ନାମ ହେଉଛି ପ୍ରଜାପିତା ବ୍ରହ୍ମା । ପରମାତ୍ମାବତରଣ ସମୟରେ ଉକ୍ତ ଶରୀରରେ ବ୍ରହ୍ମାଙ୍କ ଆତ୍ମା ଓ ପରମାତ୍ମା ଉଭୟେ ବିଦ୍ୟମାନ ଥାନ୍ତି । ପରମାତ୍ମା ସାରଥି ରୂପରେ ବ୍ରହ୍ମା ବା ଅର୍ଜୁନର ଶରୀର ରୂପକ ରଥରେ ବସି ତା’ର ଆତ୍ମାକୁ ପ୍ରଥମେ ଗୀତା ଜ୍ଞାନ ଶୁଣାନ୍ତି । ତତ୍ପଶ୍ଚାତ ଅନ୍ୟମାନେ ତାହା ଶ୍ରବଣ କରନ୍ତି । ବ୍ରହ୍ମା, ବିଷ୍ଣୁ ଓ ଶଙ୍କରଙ୍କ ରଚୟିତା ହୋଇଥିବାରୁୁ ପରମାତ୍ମାଙ୍କୁ ତ୍ରିମୁିର୍ ଶିବ କୁହାଯାଏ । ବ୍ରହ୍ମା ଶରୀରରେ ସେ ଅବତରଣ କରିଥିବାରୁ ଅଜ୍ଞାନତା ବଶତଃ ଚିତ୍ରକାର ବ୍ରହ୍ମାଙ୍କୁ ତ୍ରିମୂିର୍ ରୂପରେ ଚିତ୍ରଣ କରେ । ବ୍ରହ୍ମା ମୁଖ ମାଧ୍ୟମରେ ପରମାତ୍ମା ଶିବ ଗୀତାଜ୍ଞାନ ଶୁଣାଇଥିବାରୁ ତାଙ୍କୁ (ବ୍ରହ୍ମାଙ୍କୁ) ଜ୍ଞାନୀମାନଙ୍କ ମଧ୍ୟରେ ସର୍ବ ପ୍ରଥମ ମନେ କରାଯାଏ ଓ ଜ୍ଞାନର ପ୍ରତୀକ ସ୍ବରୂପ ତାଙ୍କ ହାତରେ ଗ୍ରନ୍ଥ (ବେଦ) ଦର୍ଶାଯାଇଥାଏ  । ଗୀତାଜ୍ଞାନର ପ୍ରଥମ ଶ୍ରୋତା ଓ ସତ୍ୟଯୁଗ ସ୍ଥାପନା ପାଇଁ ଈଶ୍ୱରୀୟ ମାଧ୍ୟମ ହୋଇଥିବାରୁ ସେ ‘ଆଦି ଦେବ’, ‘ଆଦି ପିତା’, ‘ଜଗତ ପିତା’, ‘ସୃଷ୍ଟି ରଚୟିତା’, ‘ପିତାମହ’ ଆଦି ନାମରେ ବିଭୂଷିତ ।

ପ୍ରଜାପିତା ବ୍ରହ୍ମାଙ୍କ ମୁଖ ନିଃସୃତ ଈଶ୍ୱରୀୟ ବାଣୀକୁ ଯେଉଁ ବ୍ରହ୍ମ·ରିଣୀ କନ୍ୟା ନିଜ ଜୀବନରେ ସମ୍ପୂର୍ଣ୍ଣ ପାଳନ କରି ସମଗ୍ର ଜଗତରେ ପ୍ର·ର କରିବାର ଉର ଦାୟିତ୍ୱ ବହନ କରେ ସେ ପରମାତ୍ମାଙ୍କ ଦ୍ୱାରା ‘ଜଗଦମ୍ବା ସରସ୍ବତୀ’ ନାମରେ ନାମିତ ହୁଏ । ଏହି ଦୃଷ୍ଟିରୁ ଜଗଦମ୍ବା ସରସ୍ବତୀ ପ୍ରଜାପିତା ବ୍ରହ୍ମାଙ୍କ ମାନସ ପୁତ୍ରୀ । ପରବର୍ୀ ସତ୍ୟ ଯୁଗରେ ପ୍ରଜାପିତା ବ୍ରହ୍ମା ପ୍ରଥମ ମହାରାଜ କୁମାର ଓ ଜଗଦମ୍ବା ସରସ୍ବତୀ  ପ୍ରଥମ ମହାରାଜକୁମାରୀ ରୂପେ ଜନ୍ମ ନିଅନ୍ତି  । ପରିଣତ ବୟସରେ ସେମାନଙ୍କ ସ୍ବୟଂବର ହୁଏ । ରାଜ ସିଂହାସନ ଆରୋହଣ କଲେ ସେମାନେ ଶ୍ରୀ ନାରାୟଣ ଓ ଶ୍ରୀଲକ୍ଷ୍ମୀ ପଦରେ ଅଭିଷିକ ହୁଅନ୍ତି । ଈଶ୍ୱରୀୟ ଜ୍ଞାନ ଆଧାରରେ ବିଭିନ୍ନ ପୁସ୍ତକ ରଚନା କରି ଯେଉଁ ମହାନ୍ ରାଜଯୋଗୀ ଜନସାଧାରଣଙ୍କୁ ପରମାତ୍ମାବତରଣର ସନ୍ଦେଶ ଦିଅନ୍ତି ତାଙ୍କୁ ପରମାତ୍ମା ସଞ୍ଜୟ ଆଖ୍ୟା ଦେଇଛନ୍ତି । ଯେଉଁ ନର-ନାରୀ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଆଧାରରେ ନିଜ ଜୀବନ ଦିବ୍ୟ କରି ଗଢ଼ି ତୋଳନ୍ତି ସେମାନେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ଓ ବ୍ରାହ୍ମଣୀ ପଦବାଚ୍ୟ । ସେମାନେ ସତ୍ୟଯୁଗ ଆନୟନରେ ଈଶ୍ୱରୀୟ ଆଭିମୁଖ୍ୟ ପୂର୍ି ପାଇଁ ନିମି ଓ ନିଃସ୍ବାର୍ଥ ଭାବରେ ସ୍ବ ସ୍ବ ତନୁ, ମନ ଓ ଧନ ବିନିଯୋଗ କରୁଥିବାରୁ ସେମାନଙ୍କୁ ପରମାତ୍ମା ଶିବ-ଶକ୍ତି ପାଣ୍ଡବ ସେନା ବୋଲି କହନ୍ତି  ।

ପରମାତ୍ମାଙ୍କ ନିର୍ଦ୍ଧେଶରେ ପ୍ରଜାପିତା ବ୍ରହ୍ମା ପ୍ରଥମେ ନିଜ ତନୁ, ମନ ଓ ଧନ ଈଶ୍ୱରୀୟ ସେବାରେ ସମର୍ପଣ କରିଥିଲେ । ସେ ସ୍ବୟଂ ଈଶ୍ୱରୀୟ ଜ୍ଞାନ ଧାରଣ କରି ଜ୍ଞାନ-ଯଜ୍ଞର ରଚନା କଲେ । ଈଶ୍ୱରୀୟ ଭାଷାରେ ଏହାର ନାମ ରାଜସୂୟ ଅଶ୍ୱମେଧ ଅବିନାଶୀ ରୂଦ୍ର ଗୀତା ଜ୍ଞାନ ଯଜ୍ଞ । ଆନୁଷ୍ଠାନିକ ଭାବରେ ଏହାକୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କୁହାଯାଏ । ଏଥିରେ କାମ, କ୍ରୋଧ, ଲୋଭ, ମୋହ, ଇର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ପ୍ରଭୃତି   ମନୋବିକାର ଗୁଡିକୁ ଆହୁତି ଦେବା ପାଇଁ ପରମାତ୍ମା କହନ୍ତି । ଯେଉଁମାନେ ପରମାତ୍ମାଙ୍କ ଏହି ନିର୍ଦ୍ଧେଶ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପାଳନ କରନ୍ତି ସେମାନେ ଆଗାମୀ ସତ୍ୟଯୁଗୀୟ ସ୍ବର୍ଗୀୟ ଜଗତରେ ଦେବୀ-ଦେବତା ରୂପେ ଜନ୍ମ ନିଅନ୍ତି ଓ ଏହି ଜନ୍ମରେ ମଧ୍ୟ ସୁଖ-ଶାନ୍ତି ପୂର୍ବକ ଜୀବନ ଯାପନ କରନ୍ତି । ୧୯୩୭ ମସିହାରୁ ଏହି ଗୀତାଜ୍ଞାନ-ଯଜ୍ଞ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପିତ ହୋଇ ଅଦ୍ୟାବଧି ବିଶ୍ୱ ପରିବର୍ନ କାର୍ଯ୍ୟରେ ପ୍ରୟାସ ରତ । ବିଶ୍ୱର ସମସ୍ତ ପ୍ରମୁଖ ଧର୍ମ ସଂପ୍ରଦାୟର ମୁଖ୍ୟମାନେ ଏହି ଈଶ୍ୱରୀୟ କାର୍ଯ୍ୟର ସମର୍ଥନ ଓ ପ୍ରଶଂସା କରିଛନ୍ତି । ତେଣୁ ବିଶ୍ୱାସ କରାଯାଏ ଯେ ବ୍ରହ୍ମାମୁଖ କମଳ ପ୍ରଦ ଈଶ୍ୱରୀୟ ଜ୍ଞାନ ହେଉଛି ପ୍ରକୃତ ଗୀତା-ଜ୍ଞାନ । କାରଣ ଏହା ସାଂପ୍ରଦାୟିକ ମତବାଦରୁ ଉଦ୍ଧ୍ୱର୍ରେ  ।

ଉପର୍ଯୁ୍ୟକ୍ତ ଈଶ୍ୱରୀୟ ଦୃଷ୍ଟିକୋଣ ସନ୍ଦର୍ଭରେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଭବିଷ୍ୟବାଣୀ ପ୍ରଣିଧାନ ଯୋଗ୍ୟ । ୧୪୮୨ ମସିହାରେ ତାଙ୍କର ଆବିର୍ଭାବ ହୋଇଥିଲା । ସେ ତାଙ୍କ ରଚିତ ଗୁପ୍ତ ଖେଦା ମାଳିକାରେ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ପରମାତ୍ମା ଶିବଙ୍କ ଅବତରଣ ତଥା ମହାବିନାଶର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ରୁଢ଼ିବାଦୀଗଣ କଳିଯୁଗକୁ ବର୍ମାନ ମଧ୍ୟ ଶିଶୁ ଅବସ୍ଥାରେ ଅଛି ବୋଲି କହୁଥିବା ବେଳେ ଶତାଧିକ ବର୍ଷ ପୂର୍ବେ ସେହି ମହାନ୍ ଭବିଷ୍ୟତ ଦ୍ରଷ୍ଟା ନିକଟ ଭବିଷ୍ୟତରେ କଳିଯୁଗର ମହାବିନାଶ ଓ ପରମାତ୍ମା ଶିବ କୁର୍କ ଜ୍ଞାନ-ଯୋଗ ଦ୍ୱାରା ସତ୍ୟଯୁଗର ସ୍ଥାପନା କଥା ଭବିଷ୍ୟ ବାଣୀ କରିଥିଲେ । ସଂପ୍ରତି ପରମାତ୍ମାଙ୍କ ଧରାବତରଣ ତାଙ୍କ ଭବିଷ୍ୟବାଣୀକୁ ପ୍ରମାଣ କରେ । ଦୃଷ୍ଟାନ୍ତ ସ୍ବରୂପ ଶ୍ରୀ ରବିନାରାୟଣ ମଲ୍ଲ, ଗ୍ରା:ପୋ: ଲଙ୍କାପଡ଼ା, ଜଗତସିଂହପୁରଙ୍କ ଦ୍ୱାରା ପ୍ରକାଶିତ ଗୁପ୍ତଖେଦା ମାଳିକା ପୃଷ୍ଠା ସଂଖ୍ୟା ୫୫ରୁ ୮୧ ମଧ୍ୟରେ ବିଶ୍ୱଯୁଦ୍ଧ ଭବିଷ୍ୟ ସୂଚନା ପ୍ରକରଣରେ ଅଚୁ୍ୟତାନନ୍ଦ ରାମଦାସଙ୍କୁ କହିଥିବା କିଛି ପଂକ୍ତି ଏଠାରେ ଦିଆଯାଇଛି ।

ଜଗତର ନାଥ ସେହି ପିତା ପରମାତ୍ମା

ଜ୍ୟୋତି ରୂପେ ପ୍ରକଟଇ ବ୍ରହ୍ମଧାମେ ସା  ।

ଧର୍ମଗ୍ଳାନି ହେଲେ ଆସେ କଳିଯୁଗେ ଧାଇଁ

ସତ୍ୟଯୁଗ ସ୍ଥାପନର ଶୁଭ ବା‚ା ନେଇ  ।

ଙ୍ଘ ଙ୍ଘ ଙ୍ଘ ଙ୍ଘ 

ଦୁଷ୍ଟଜନ ଦୁଷ୍କୃତଙ୍କୁ କରି ପରିହାର

ସାଧୁ ଯୋଗୀ ଋଷି ହେବେ ସତ୍ୟର ଠାକୁର  ।

ଭଗବାନ ଜ୍ୟୋର୍ତିବିନ୍ଦୁ ଶିବ ନିଜେ ଆସି

ଶିଖାନ୍ତି ଯେ ରାଜଯୋଗ ବ୍ରହ୍ମା ବିଦ୍ୟା ଇଛି  ।

ଙ୍ଘ ଙ୍ଘ ଙ୍ଘ ଙ୍ଘ 

ସ୍ବୟଂ ପରମାତ୍ମା ନିଜେ ପୃଥ୍ୱୀପରେ ଆସି

ଜ୍ଞାନ, ଗୁଣ, ରାଜଯୋଗ ଶିଖାଉଛି ବସି  ।

ଙ୍ଘ ଙ୍ଘ ଙ୍ଘ ଙ୍ଘ 

ଭାଗବତ ପୁସ୍ତକ ଯେ ଶାସ୍ତ୍ର ଶ୍ଳୋକ ଆଦି

ଆଉ ନ ଚଳିବ ଏବେ ସବୁ ଯାଉ ହଜି  ।

ଈଶ୍ୱରୀୟ ଜ୍ଞାନ ତ୍ୱ ପ୍ର·ର ହୋଇବ

ବ୍ରାହ୍ମଣ ମୁଖରେ ବେଦ ପ୍ରକାଶିତ ହେବ  ।

ବ୍ରହ୍ମାଙ୍କ ନନ୍ଦନ ଅଟନ୍ତି ସର୍ବ ଜ୍ଞାନୀଧର

ତାଙ୍କର ମୁଖ କମଳୁ ନିସୃତ ଜ୍ଞାନର  ।

ସେ ଜ୍ଞାନକୁ ଧର ତୁହି ମନ ମଧ୍ୟେ ଭାବ  ।

ସତ୍ୟଯୁଗକୁ ଦେଖିବୁ ମନଖୋଲି ତୁହି  ।

ଙ୍ଘ ଙ୍ଘ ଙ୍ଘ ଙ୍ଘ  

ସ୍ବୟଂ ଭଗବାନ ନିଜେ ଦିଅନ୍ତି ଏ ଜ୍ଞାନ

ପତିତ ଶରୀରେ ଆସି ଗୀତାଜ୍ଞାନ ଦାନ  ।

କଳିଯୁଗ ସମାପ୍ତ ତ ଘଟିଛି ଆଗରୁ

ସଙ୍ଗମ ଯୁଗ ଏ ଜାଣ ତାପରେ ସତ୍ୟକୁ  ।

ଙ୍ଘ ଙ୍ଘ ଙ୍ଘ ଙ୍ଘ 

ସତ୍ୟଯୁଗେ ଦେବାଦେବୀ କରିବେ ଶାସନ

ସାଧୁଛି ଯେ ରାଜଯୋଗ ବ୍ରହ୍ମା ବସôଗଣ  ।

ଙ୍ଘ ଙ୍ଘ ଙ୍ଘ ଙ୍ଘ   

ସ୍ବୟଂ ଭଗବାନ ଆସି ଦେଇଛନ୍ତି ବୁଦ୍ଧି

ପାଳନା ଲାଳନା ଦେଇ କରନ୍ତି ସୁବୁଦ୍ଧି  ।

ଏହା ଅଟେ ସତ୍ୟବାଣୀ ନିଶ୍ଚୟ ଫଳିବ

ଶାସ୍ତ୍ରଠାରୁ ପୃଥକ ଏ ଦୈବୀବାଣୀ ସାର

କଳ୍ପନା ନୁହେଁ ବିଧାତାର ଗାର  ।

ଙ୍ଘ ଙ୍ଘ ଙ୍ଘ ଙ୍ଘ  

ନିରାଟ ସତ ଏ ଅଟେ ବଜ୍ରନାଦ ବାଣୀ

ବ୍ରହ୍ମାମୁଖରେ ଶିବ କହିଥିଲେ ପୁଣି  ।

ପୁରୁଣା ନାଶ ହୋଇଲେ ଆସିବ ନୂତନ

ନୂତନ ବି ଏକ ଦିନେ ହେବ ପୁରାତନ

ଏମିତି ଏ ସୃଷ୍ଟିଚକ୍ର ଅନାଦି କାଳରୁ

·ଲିଛି ତ ·ଲୁଥିବ ସୃଷ୍ଟି ଆରମ୍ଭରୁ  ।

ଦୁଷ୍କୃତ, ବିକାର, ପତିତ ହଟି ଗଲେ ଜାଣ

ଭାରତ ଉପରେ ସ୍ବର୍ଗ ହୋଇବ ସ୍ଥାପନ  ।

ଙ୍ଘ ଙ୍ଘ ଙ୍ଘ ଙ୍ଘ  

ଶ୍ରୀକୃଷ୍ଣ ଯେ ଜନ୍ମ ନେବେ କିଛି ବର୍ଷ ଗଲେ

ରାଧାଙ୍କ ଦିବ୍ୟଜନ୍ମ ହୋଇବ ତ ଭଲେ  ।

ଏହିପରି ଈଶ୍ୱରୀୟ ଦୃଷ୍ଟିକୋଣ ସହିତ ମେଳ ଖାଉଥିବା ଅନେକ କଥା ଏହି ମାଳିକାରେ ଅଛି । ଅଚୁ୍ୟତାନନ୍ଦଙ୍କ ବ୍ୟତୀତ ଅନ୍ୟ କେତେକ ଭବିଷ୍ୟତ ଦ୍ରଷ୍ଟା ମଧ୍ୟ ନିକଟ ଭବିଷ୍ୟତରେ ମହାବିନାଶ ଓ ତତ୍ପଶ୍ଚାଦ ଭାରତରେ ଏକ ସୁଖ-ଶାନ୍ତି-ସମୃଦ୍ଧି ଓ ପବିତ୍ରତା ସଂପନ୍ନ ସାମ୍ରାଜ୍ୟ ସ୍ଥାପନା ହେବା ବିଷୟରେ ଭବିଷ୍ୟ ବାଣୀ କରିଛନ୍ତି । ଆସନ୍ନ ତୃତୀୟ ବିଶ୍ୱଯୁଦ୍ଧ ବା ମହାଭାରତ ଯୁଦ୍ଧ ଅଥବା ମହାବିନାଶର ଅବ୍ୟବହିତ ପୂର୍ବରୁ ସଂପ୍ରତି ପ୍ରଜାପିତା ବ୍ରହ୍ମାମୁଖ କମଳରେ ପରମାତ୍ମା ଶିବଙ୍କ ଗୀତାଜ୍ଞାନ ଓ ରାଜଯୋଗ ଶିକ୍ଷା ଉପର୍ଯର୍ୁ୍ୟକ୍ତ ପରିପ୍ରେକ୍ଷୀରେ ବେଶ୍ ତାପôର୍ଯ୍ୟପୂର୍ଣ୍ଣ ।

ଗୀତାର ଚରିତ୍ର – ସଂଜ୍ଞାବାଚକ ନା ଗୁଣବାଚକ ?

ଗୀତାର ମୁଖ୍ୟ ଚରିତ୍ରଗୁଡ଼ିକ ହେଲେ ଯଥାକ୍ରମେ କୃଷ୍ଣ, ଅର୍ଜୁନ, ସଞ୍ଜୟ ଓ ଧୃତରାଷ୍ଟ୍ର । ଏହି ·ରିଜଣଙ୍କ କଥୋପକଥନର ବିଷୟବସ୍ତୁ ଶ୍ରୀମଦ୍ ଭଗବତ୍ ଗୀତା ନାମରେ ପରିଚିତ । ଗୀତାର ପ୍ରାରମ୍ଭରେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ କୌରବ ଓ ପାଣ୍ଡବ ପକ୍ଷଙ୍କ ବିଷୟରେ ଧୃତରାଷ୍ଟ୍ର ଜିଜ୍ଞାସା କରିଛନ୍ତି । ସଞ୍ଜୟ ସ୍ବୀୟ ଦିବ୍ୟଦୃଷ୍ଟି ବଳରେ ଯାହା ଦେଖୁଥିଲେ ତା’ର ଧାରା ବିବରଣୀ ଧୃତରାଷ୍ଟ୍ରଙ୍କୁ ଶୁଣାଉଥିଲେ । ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଗୁରୁଜନ ବଧ ଜନିତ ପାପ ଓ କୁଳକ୍ଷୟର ଦୁଷ୍ପରିଣାମ ବିଷୟରେ ଚିନ୍ତାକରି ଅର୍ଜୁନ ବିଷାଦ ଗ୍ରସ୍ତ ହୋଇ ପଡିଲେ । ସେ ଯୁଦ୍ଧ କରିବେ ନାହିଁ ବୋଲି ଅସ୍ତ୍ର ତ୍ୟାଗ କଲେ । ତାଙ୍କୁ ଯୁଦ୍ଧରେ ପ୍ରବୃ କରିବା ପାଇଁ ଶ୍ରୀକୃଷ୍ଣ ଧର୍ମର ଅନେକ ଗହନ ତ୍ୱ ଉପଦେଶ ଛଳରେ ପ୍ରଦାନ କରିଥିଲେ । ଏହି ପ୍ରକରଣକୁ ଶ୍ରୀମଦ୍ ଭଗବତ୍ ଗୀତା ନାମରେ ନାମିତ କରି ବ୍ୟାସଦେବ ମହାଭାରତରେ ସନ୍ନିବେଶ କରିଛନ୍ତି । ଅଧିକାଂଶ ଭାଷ୍ୟକାର ତଦନୁଯାୟୀ ସେମାନଙ୍କ ଭାଷ୍ୟମାନ ରଚନା କରିଛନ୍ତି । ଗୀତାର ଦାର୍ଶନିକ ବିଷୟବସ୍ତୁ ନେଇ ଭାଷ୍ୟକାର ମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲେ ମଧ୍ୟ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଅର୍ଜୁନଙ୍କ ମୋହଭଙ୍ଗ ପାଇଁ ଶ୍ରୀକୃଷ୍ଣ ଗୀତାଜ୍ଞାନ ଦେଇଥିବା କଥାରେ ସେମାନେ ଏକ ମତ । ଏହାର ପ୍ରାସଙ୍ଗିକତା ଓ ଐତିହାସିକତା ବିଷୟରେ ଏହି ପୁସ୍ତକର ପ୍ରଥମ ଖଣ୍ଡର ଦ୍ୱିତୀୟ ଓ ତୃତୀୟ ଅଧ୍ୟାୟରେ ସପ୍ରମାଣ ଆଲୋଚନା କରାଯାଇଛି । ଆଲୋଚ୍ୟ ଅଧ୍ୟାୟରେ ପୂର୍ବରୁ ମହାଭାରତର ଚରିତ୍ର ଗୁଡିକର ନାମକରଣ ସହେତୁକ ବୋଲି ବିଭିନ୍ନ ବିଦ୍ୱାନମାନଙ୍କ ମତର ଦୃଷ୍ଟାନ୍ତ ସହ ଆଲୋଚନା କରାଯାଇଅଛି । ଏଠାରେ ଗୀତାର କେତେକ ଚରିତ୍ରର ଗୁଣବାଚକ ଅର୍ଥ ସହ ବ୍ୟାଖ୍ୟା କରାଯାଉଅଛି ।

ଗୀତାର ଦୁଇ-ତିନୋଟି (ଅର୍ଥାତ୍ ଖୁବ୍ କମ୍) ଶ୍ଳୋକରେ ‘କୃଷ୍ଣ’ଙ୍କ ନାମୋଲ୍ଲେଖ ହୋଇଅଛି । ତାହା କେବଳ ଅର୍ଜୁନ ଓ ସଞ୍ଜୟଙ୍କ ଦ୍ୱାରା ଉଚ୍ଚାରିତ ଶ୍ଲୋକ ଅନ୍ତର୍ଭୁକ୍ତ । ପରମାତ୍ମାଙ୍କ ଦ୍ୱାରା କଥିତ ଶ୍ଳୋକଗୁଡିକୁ ‘ଶ୍ରୀକୃଷ୍ଣ ଉବାଚ’ ପରିବେର୍ ‘ଶ୍ରୀ ଭଗବାନୁବାଚ’ ବୋଲି ଉଲ୍ଲେଖ କରାଯାଇଅଛି । ଶାସ୍ତ୍ର ପୁରାଣରେ କୃଷ୍ଣଙ୍କୁ ଭଗବାନଙ୍କ ଅବତାର ରୂପେ ବର୍ଣ୍ଣନା କରାଯାଇଥିବାରୁ ଏବଂ ଗୀତାକୁ ମହାଭାରତର ଏକ ଅଂଶ ବିଶେଷ ରୂପେ ସ୍ବୀକାର କରାଯାଉଥିବା ହେତୁ ଶ୍ରୀକୃଷ୍ଣଙ୍କୁ ଗୀତାର ଭଗବାନ ବୋଲି ଅଧିକାଂଶ ଟୀକାକାର ଓ ବିଦ୍ୱାନ ନିର୍ବିବାଦରେ ସ୍ବୀକାର କରନ୍ତି । ଗୀତାର ଆଦି ବକ୍ତା ଭଗବାନଙ୍କ ପାଇଁ କୃଷ୍ଣ ବ୍ୟତୀତ କେଶବ, ଜନାର୍ଦ୍ଧନ, ଅଚୁ୍ୟତ, ହୃଷୀକେଶ ଏବଂ ଶ୍ରୋତା ଅର୍ଜୁନ ପାଇଁ ପରନ୍ତପ, ଗୁଡ଼ାକେଶ, ଅନଘ, ଭରତ, ପାର୍ଥ ଆଦି ଅନେକ ଶବ୍ଦ ପ୍ରୟୋଗ କରାଯାଇଅଛି । ଜଣେ ବ୍ୟକ୍ତି ପାଇଁ ଏତେ ଗୁଡିଏ ସଜ୍ଞାବାଚକ ନାମ ରଖାଯିବା ଅସ୍ବାଭାବିକ ମନେ ହୁଏ । ଜଣେ ବ୍ୟକ୍ତିକୁ ଭିନ୍ନ ଭିନ୍ନ ନାମରେ ସମ୍ବୋଧନ କରିବା ଦ୍ୱାରା ସେ ସ୍ବୟଂ ଦ୍ୱନ୍ଦ୍ୱରେ ପଡ଼ିଯିବେ । ପ୍ରକୃତରେ ତାଙ୍କୁ ନା ଆଉ କାହାକୁ ସମ୍ବୋଧନ କରାଯାଉଅଛି ଏକଥା ସେ ନିଶ୍ଚୟ କରିପାରିବେ ନାହିଁ । ପୁନଶ୍ଚ ପରମାତ୍ମା ସର୍ବାତ୍ମାଙ୍କ ପିତା ତଥା ଅଶରୀରୀ ହୋଇଥିବାରୁ ତାଙ୍କ ନାମ ସଜ୍ଞାବାଚକ ଅର୍ଥରେ ଗ୍ରହଣ କରିବା ସମୀଚୀନ ମନେ ହୁଏ ନାହିଁ । ତେଣୁ ଉଭୟ କୃଷ୍ଣ ଓ ଅର୍ଜୁନଙ୍କ ନାମ ଗୁଡିକ ଗୁଣବାଚକ, ସଜ୍ଞାବାଚକ ନୁହେଁ ।

ମହାଭାରତର ଅନ୍ୟାନ୍ୟ ଚରିତ୍ରଗୁଡିକର ନାମକରଣ ସହେତୁକ ହୋଇଥିବାରୁ ସେଗୁଡିକ ମଧ୍ୟ ଗୁଣବାଚକ, ସଜ୍ଞାବାଚକ ନୁହେଁ । ମହାଭାରତକାର କୌରବମାନଙ୍କୁ ଅଧର୍ମ ପକ୍ଷ ଓ ପାଣ୍ଡବମାନଙ୍କୁ ଧର୍ମପକ୍ଷ ରୂପେ ଚିତ୍ରିତ କରି ସେମାନଙ୍କ ନାମକରଣ କରିଅଛନ୍ତି । କୌରବମାନଙ୍କ ନାମ ପୂର୍ବରୁ ‘ଦୁଃ’ ଉପସର୍ଗ ସଂଯୁକ୍ତ କରାଯାଇଛି । ଯଥା – ଦୁର୍ଯେ୍ୟାଧନ, ଦୁଃଶାସନ, ଦୁଃସହ, ଦୁଃଶଳ, ଦୁର୍ଧର୍ଷ, ଦୁର୍ମଷଣ, ଦୁର୍ମୁଖ, ଦୁଷ୍କର୍ଣ୍ଣ, ଦୁର୍ମଦ, ଦୁର୍ବିଗାହ, ଦୁର୍ବିମୋଚନ, ଦୁରାଧର ଇତ୍ୟାଦି । ‘ଦୁଃ’ ଉପସର୍ଗର ଅର୍ଥ ଦୁଃଖ, ଦୁଷ୍ଟତା ଆଦି ଭାବର ଦ୍ୟୋତକ । କୌଣସି ମାତାପିତା ନିଜ ସମସ୍ତ ସନ୍ତାନର ଏପରି ନାମକରଣ କରିବା ଅଯୌକ୍ତିକ ମନେ ହୁଏ । ଅନ୍ୟପକ୍ଷରେ ପାଣ୍ଡୁ ପୁତ୍ର ପାଣ୍ଡବମାନଙ୍କ ନାମକରଣ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କରାଯାଇଛି । ଉଭୟ କୌରବ ଓ ପାଣ୍ଡବମାନଙ୍କ ଜନ୍ମ ବୃାନ୍ତ ଯେପରି ଭାବରେ ମହାଭାରତରେ ବର୍ଣ୍ଣନା କରାଯାଇଛି ତାହା ସମ୍ପୂର୍ଣ୍ଣ ଭାବରେ ଅସ୍ବାଭାବିକ ଓ ଅବାସ୍ତବ । କୌଣସି ଐତିହାସିକ ବୃାନ୍ତକୁ ଉଦ୍ଧେଶ୍ୟ କରି ଏହି ଜନ୍ମ କଥା ଆଳଙ୍କାରିକ ଓ ରହସ୍ୟଯୁକ୍ତ (ଗଚ୍ଚଗ୍ଧଷକ୍ଟକ୍ଷକ୍ଟଶସମବକ୍ଷ) ଭାଷାରେ ମହାଭାରତକାର ବର୍ଣ୍ଣନା କରିଥିବା ମନେ ହୁଏ  ।

କେତୋଟି ନାମର ଗୁଣବାଚକ ଅର୍ଥ

ପାଣ୍ଡବ : ପାଣ୍ଡୁ+ଅଣ୍ (ତସ୍ମେପଦମ୍) = ପାଣ୍ଡବ । ପାଣ୍ଡୁର ଅର୍ଥ ଶ୍ୱେତ, ଧବଳ, ନିର୍ମଳ, ପରିଷ୍କାର । ଯାହାର ମନ ନିର୍ମଳ ସେହିଁ ପାଣ୍ଡୁ । ତେଣୁ ଯେଉଁମାନଙ୍କ ଆ·ର, ବି·ର, ସଂସ୍କାର ଓ କର୍ମ ନିର୍ମଳ ବା ସ୍ୱଗୁଣ ଯୁକ୍ତ ସେମାନଙ୍କୁ ପାଣ୍ଡବ କୁହାଯିବା ଯଥାର୍ଥ । ସେପରି ବ୍ୟକ୍ତି ହିଁ ଧର୍ମ ସ୍ଥାପନରେ ଧର୍ମ ପକ୍ଷ ସମର୍ଥନ କରି ଭଗବାନଙ୍କ ସହଯୋଗୀ ହେବାକୁ ଯୋଗ୍ୟ ବିବେଚିତ ହୁଅନ୍ତି ।

ଯୁଧିଷ୍ଠିର : ଯୁଧି-ସ୍ଥିର ଅର୍ଥାତ ଯିଏ ଯୁଦ୍ଧରେ ସ୍ଥିର ରହେ । ତାଙ୍କର ଅନ୍ୟ ନାମ ଅଜାତ ଶତ୍ରୁ, ଧର୍ମ ପୁତ୍ର, ଧର୍ମରାଜ ଆଦି । ମହାଭାରତ ଯୁଦ୍ଧ କୌଣସି ହିଂସା ପ୍ରଣୋଦିତ ଯୁଦ୍ଧକୁ ବୁଝାଉ ନାହିଁ । ଯେଉଁଠି ଧର୍ମ ଥାଏ ସେଇଠି ହିଂସା ନ ଥାଏ । ଯୁଧିଷ୍ଠିରଙ୍କୁ କୌଣସି ପାପ କର୍ମରେ ଲିପ୍ତ ହୋଇଥିବା ଦର୍ଶାଯାଇ ନାହିଁ । ତେଣୁ କାମ କ୍ରୋଧାଦି ମନୋବିକାର ସହିତ ଯୁଦ୍ଧ ବେଳେ ହଲଚଲ ନ ହୋଇ ଯିଏ ସେଗୁଡିକୁ ସ୍ଥିର ଭାବରେ ପରାଭୂତ କରିପାରେ ସେହି ସ୍ଥିତପ୍ରଜ୍ଞ ବ୍ୟକ୍ତି ହିଁ ଯୁଧିଷ୍ଠିର ପଦ ବାଚ୍ୟ ।

ଅର୍ଜୁନ : ଅର୍ଜୟତି ଜ୍ଞାନଂ ଯଃ ସଃ ଅର୍ଜୁନଃ । ଧନାର୍ଜନ, ଜ୍ଞାନାର୍ଜନ, ମୋକ୍ଷ ଅର୍ଜନ ଆଦି ବିଷୟ ଅର୍ଜନକାରୀ ମନୁଷ୍ୟ ଅର୍ଜୁନ ପଦବାଚ୍ୟ । ଗୀତାରେ ଅର୍ଜୁନଙ୍କୁ ଅନଘ, ପରନ୍ତପ, ଗୁଡାକେଶ, ଅନୁସୁଇୟା, ଧନଂଜୟ, ଭାରତ, ଭରତର୍ଷଭ ଇତ୍ୟାଦି ନାମରେ ସମ୍ବୋଧନ କରାଯାଇଛି । ସେୁଗଡିକର ଗୁଣବାଚକ ଅର୍ଥ ହେଲା ; ଅନଘ-ନିଷ୍ପାପ, ପରନ୍ତପ-ପରମ ତପ ଅର୍ଥାତ୍ ଯୋଗଦ୍ୱାରା ଆତ୍ମାକୁ ପବିତ୍ର କରିଥିବା ବ୍ୟକ୍ତି, ଗୁଡାକେଶ-ନିଦ୍ରାଜିତ, ଅନସୁଇୟା-ପବିତ୍ର, ଭାରତ-ଭାରତ ଦେଶର ହିତ କାମନା କରୁଥିବା ବ୍ୟକ୍ତି, ଭରତର୍ଷଭ-ଭାରତ ଦେଶର ଶ୍ରେଷ୍ଠ ପୁରୁଷ, ଧନଞ୍ଜୟ-ଜ୍ଞାନ-ଧନ ଅର୍ଜନକାରୀ ।

ଭୀମ : ବଳବାନର ଦ୍ୟୋତକ । ଏଠାରେ ବଳର ଅର୍ଥ ଆଧ୍ୟାତ୍ମିକ, ଶାରୀରିକ ନୁହେଁ । କଠପୋନିଷଦରେ କୁହାଯାଇଛି “ନାୟଂ ଅତ୍ମା ବଳ ହୀନେନ ଲଭ୍ୟ” ଅର୍ଥାତ ବଳହୀନ ବ୍ୟକ୍ତି ଦ୍ୱାରା ଆତ୍ମୋପଲବ୍ଧି ହୁଏ ନାହିଁ । ତେଣୁ ଆତ୍ମବଳରେ ବଳୀୟାନ ଜ୍ଞାନୀ, ଯୋଗୀ ଓ ପବିତ୍ର ବ୍ୟକ୍ତି ହିଁ ଭୀମ ପଦବାଚ୍ୟ ।

ନକୁଳ : ନ+କୁଳ = ନକୁଳ । ପାଣିନି କହନ୍ତି କୁଳବାନ ନ ହୋଇ ମଧ୍ୟ ଯିଏ ଶ୍ରେଷ୍ଠ ପଦ ଲାଭ କରନ୍ତି ସେ ନକୁଳ । ଯୋଗୀ ଆତ୍ମା ଜାତି, ବର୍ଣ୍ଣ, କୁଳ ଓ ସଂପ୍ରଦାୟରୁ ଉଦ୍ଧ୍ୱର୍ରେ ଥାଆନ୍ତି । ସମ୍ପୂର୍ଣ୍ଣ ଦେହାଭିମାନୀ ବ୍ୟକ୍ତି ଉଚ୍ଚକୁଳ-ନୀଚକୂଳର ଭେଦଭାବ ରଖୁ ନଥିବାରୁ ତାଙ୍କର ଗୁଣବାଚକ ନାମ ନକୁଳ ।

ସହଦେବ : ସ୍ବୟଂ ଈଶ୍ୱରୀୟ ମାର୍ଗ ଅବଲମ୍ବନ ପୂର୍ବକ ଦୈବୀ କାର୍ଯ୍ୟରେ ସହଯୋଗୀ ଓ ଦୈବୀ ସମ୍ପଦର ଅଧିକାରୀଙ୍କ ଗୁଣବାଚକ ନାମ ହେଉଛି ସହଦେବ ।

ଧୃତରାଷ୍ଟ୍ର : ଧୃତଂ ରାଷ୍ଟ୍ରଂ ଇନ୍ଦ୍ରିୟ ରାଷ୍ଟ୍ରଂ ଯେନ ସଃ ଧୃତରାଷ୍ଟ୍ରଃ (ଋଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ କ୍ଟଲ ଏସଗ୍ଧବ-କ୍ଟ୍ର-୧୫୩) ଅର୍ଥାତ୍ ଇନ୍ଦ୍ରିୟ ରୂପୀ ରାଷ୍ଟ୍ରକୁ ଯିଏ ବଳପୂର୍ବକ ଅଧିକାର କରେ ସେ ଧୃତରାଷ୍ଟ୍ର । ଅନ୍ୟ ଅର୍ଥରେ କ୍ଷମତାଲିପ୍ସୁ ଦେହାଭିମାନୀ ବ୍ୟକ୍ତିକୁ ଧୃତରାଷ୍ଟ୍ର କୁହାଯାଇପାରେ । ଦାମୋଦର ସାତବଳେକର ତାଙ୍କର ପୁରୁଷାର୍ଥବୋଧିନୀ ଟୀକାରେ ଧୃତରାଷ୍ଟ୍ରର ଅର୍ଥ କରିଛନ୍ତି – ଯିଏ ରାଷ୍ଟ୍ରକୁ ଧୃତ ଅର୍ଥାତ ଅପହରଣ ପୂର୍ବକ ଅଧିକାର କରିଛି, ପାଶବିକ ବଳ ଦ୍ୱାରା ଅଧିକାର କରି ବସିଛି... । ସେ ଶରୀରର ନେତ୍ର ହେତୁ ଅନ୍ଧ ହେଉ ବା ତା’ର ନେତ୍ର ଠିକ ଥାଉ, ଏହାର କୌଣସି ସମ୍ବନ୍ଧ ନାହିଁ; ସତ୍ୟର ଦୃଷ୍ଟିରେ ସେ ଅନ୍ଧ ହୋଇଛି... ତା’ର ଯେଉଁ ମାନସିକ ଏବଂ ଆତ୍ମିକ ଅନ୍ଧତ୍ୱ ହୋଇଛି, ତାହା ବହୁତ ଭୟାନକ ଅଟେ (ଅଧ୍ୟାୟ ୧, ପୃଷ୍ଠା ୫ ଓ ୬) । ଏହା କୌଣସି ନାମଧାରୀ ଐତିହାସିକ ପୁରୁଷ ଧୃତରାଷ୍ଟ୍ରଙ୍କ କଥା ନୁହେଁ । ଯେକୌଣସି ବ୍ୟକ୍ତି ବଳ, ଦର୍ପ, ଅହଙ୍କାର ହେତୁ ଧର୍ମ-ଅଧର୍ମ, କର୍ବ୍ୟ-ଅକର୍ବ୍ୟ, ଭଲ-ମନ୍ଦର ପାର୍ଥକ୍ୟ ନ ଦେଖି ପାପ କର୍ମ, ଅନୀତି କର୍ମ, ଅନିଷ୍ଠ କର୍ମକୁ ନିର୍ବି·ରରେ ସମର୍ଥନ କରନ୍ତି ସେହିଁ ଧୃତରାଷ୍ଟ୍ର ପଦବାଚ୍ୟ । ମହଭାରତର ଧୃତରାଷ୍ଟ୍ର ଚରିତ୍ରର ଏହା ହେଉଛି ବୈଶିଷ୍ଟ୍ୟ ।

ଦୁର୍ଯେ୍ୟାଧନ : ଉପର୍ଯୁ୍ୟକ୍ତ ଧୃତରାଷ୍ଟ୍ର ଚରିତ୍ର ସମ୍ପନ୍ନ ବ୍ୟକ୍ତିର ପୁତ୍ର କିପରି ଧର୍ମର ପକ୍ଷ ସମର୍ଥନ କରିବ ? ଯେଉଁ ବ୍ୟକ୍ତି ଧର୍ମ-ଅଧର୍ମ କ’ଣ ଜାଣି ମଧ୍ୟ ଧର୍ମରେ ପ୍ରବୃ ଓ ଅଧର୍ମରୁ  ନିବୃ ହୁଏ ନାହିଁ, ଯିଏ ବଳଦର୍ପ, ଅହଂକାର ବଶତଃ ସତ୍-ଅସତ୍ର ନିର୍ଣ୍ଣୟ କରିପାରେ ନାହିଁ, ଯାହାକୁ ହିତ ବଚନ ଅପ୍ରିୟ ଓ ଅହିତ ବଚନ ପ୍ରିୟ ଲାଗେ, ଯିଏ ନିଜ ସ୍ବାର୍ଥ ପୂିର୍ ପାଇଁ ସ୍ବଜନ ମିତ୍ର ସମ୍ବନ୍ଧୀମାନଙ୍କର ଅନିଷ୍ଠ କରିବାକୁ ପଛାଏ ନାହିଁ, ଯିଏ ପ୍ରତିହିଂସା ପରାୟଣ, ସେହିପରି ବ୍ୟକ୍ତିହିଁ ଦୁର୍ଯେ୍ୟାଧନ ପଦବାଚ୍ୟ । କୌରବମାନଙ୍କ ଶତ ଭ୍ରାତା କଳିଯୁଗରେ ଅଧର୍ମ ପକ୍ଷର ସଂଖ୍ୟା ଗରିଷ୍ଠତାର ପ୍ରତୀକ ।

ସଞ୍ଜୟ : ସମ୍ୟକ ଇନ୍ଦ୍ରିୟାଦିନ ଜୟତିତି ସଞ୍ଜୟଃ ଅଥବା କ୍ରୋଧଂ ଜୟତି ଇତି ସଞ୍ଜୟ (ଋଙ୍ଖକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ କ୍ଟଲ ଏସଗ୍ଧବ-କ୍ଟ୍ର-୧୫୩) ଅର୍ଥାତ ଯିଏ ଇନ୍ଦ୍ରିୟ ଜନିତ କାମ କ୍ରୋଧାଦି ମନୋବିକାର ଗୁଡିକୁ ଜୟ କରିଛନ୍ତି ସିଏ ସଞ୍ଜୟ । ଅନ୍ୟ ଅର୍ଥରେ ଯେଉଁ ବ୍ୟକ୍ତି ଜ୍ଞାନ ନେତ୍ର (ଦିବ୍ୟ ଦୃଷ୍ଟି) ଦ୍ୱାରା ଧର୍ମ-ଅଧର୍ମ ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ କରି ଅଧର୍ମ ମାର୍ଗରୁ ନିବୃ ଓ ଧର୍ମ ମାର୍ଗରେ ପ୍ରବୃ ହୁଏ, ଯିଏ ସାକ୍ଷାତ ଭଗବାନଙ୍କ ଗୀତା ଜ୍ଞାନ ଶୁଣି-ଶୁଣାଇ ଆନନ୍ଦ ଲାଭ କରେ, ସେହି ସ୍ଥିତ ପ୍ରଜ୍ଞ ବ୍ୟକ୍ତି ସଞ୍ଜୟ ପଦ ବାଚ୍ୟ ।

କୃଷ୍ଣ :

(କ) କୃଷିର୍ଭୁବାଚକଃ ଶବ୍ଦୋଣଶ୍ଚ ନିବୃି ବାଚକଃ । ଅର୍ଥାତ୍ ‘କୃଷ୍’ ଧାତୁ ସା ଏବଂ ‘ଣ’ ନିବୃି ବାଚକ । ଯିଏ ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ହୋଇ ମଧ୍ୟ ଆସକ୍ତି ଓ ଅହଙ୍କାର ରହିତ ସିଏ କୃଷ୍ଣ । ପରମାତ୍ମା ସତ୍-ଚିତ୍-ଆନନ୍ଦ ସ୍ବରୂପ ହୋଇଥିବାରୁ ତାଙ୍କର ଲାକ୍ଷଣିକ ନାମ କୃଷ୍ଣ ।

(ଖ) କର୍ଷୟତି ଆତ୍ମବତ୍ କରୋତି ଆନନ୍ଦତ୍ୱେନ ପରିଣାମୟତି ଇତି ମନୋ ଭକ୍ତାନ୍ ଅର୍ଥାତ୍ ଯିଏ ଭକ୍ତମାନଙ୍କ ମନକୁ ଆକର୍ଷଣ କରି ଆତ୍ମବତ୍ ଆନନ୍ଦ ସ୍ବରୂପ କରନ୍ତି ସିଏ କୃଷ୍ଣ ।

(ଗ) କର୍ଷତି ସର୍ବାନ୍ ସୁକକ୍ଷେ ପ୍ରଳୟ କାଳେ ଇତି କୃଷ୍ଣଃ ଅର୍ଥାତ ଯିଏ ମହାବିନାଶ ସମୟରେ ସମସ୍ତ ଆତ୍ମାକୁ ନିଜ ଆଡକୁ ଆକର୍ଷଣ କରନ୍ତି ସିଏ କୃଷ୍ଣ ।

(ଘ) ଦୋଷାନ୍ କର୍ଷତି ନିବାରୟତି ଇତି କୃଷ୍ଣଃ ଅର୍ଥାତ ଯିଏ ଦୋଷଗୁଡିକୁ ଆକର୍ଷଣ କରି ସେଥିରୁ ନିବୃ କରନ୍ତି ସିଏ କୃଷ୍ଣ ।

(ଙ) କର୍ଷୟତି ଅରିନ୍ ମହାପ୍ରଭାବ ଶକ୍ତୟା ଅର୍ଥାତ ଯିଏ ଶତ୍ରୁଗଣଙ୍କୁ ମଧ୍ୟ ନିଜ ମହାନ୍ ଶକ୍ତି ଦ୍ୱାରା ନିଜ ଆଡକୁ ଆକର୍ଷଣ କରି ବଶୀଭୂତ କରିପାରନ୍ତି ସିଏ କୃଷ୍ଣ ।

(ଚ) ପୁର୍ଷାର୍ଥାନାମ୍ କର୍ଷତି ପ୍ରାପୟତି ଇତି କୃଷ୍ଣଃ ଅର୍ଥାତ ଅପ୍ରାପ୍ତବ୍ୟ ପୁରୁଷାର୍ଥକୁ ମଧ୍ୟ ଯିଏ ଭକ୍ତମାନଙ୍କ ପାଇଁ ପ୍ରାପ୍ତ କରାନ୍ତି ସିଏ କୃଷ୍ଣ ।

ଉପର୍ଯୁ୍ୟକ୍ତ ଆଲୋଚନା ଅନୁସାରେ କୃଷ୍ଣ କୌଣସି ସଂଜ୍ଞାବାଚକ ନାମ ନୁହେଁ । ଏହା ଜ୍ୟୋର୍ତିବିନ୍ଦୁ, ସ୍ବରୂପ, ଅଜନ୍ମା, ଅକର୍ା, ଅଭୋକ୍ତା, ଅଶରୀରୀ, ପରମଧାମ ନିବାସୀ, ସମସ୍ତ ଜ୍ଞାନ-ଗୁଣର ସାଗର, ସର୍ବାତ୍ମାଙ୍କ ପରମପିତା – ପରମାତ୍ମାଙ୍କ ଲାକ୍ଷଣିକ ନାମକୁ ସୂଚିତ କରେ । ଗୀତାରେ ଭଗବାନଙ୍କ ଉଦ୍ଧ୍ୟେଶ୍ୟରେ ଅଚୁ୍ୟତ, ଆଦ୍ୟ, ଜନାର୍ଦ୍ଧନ, ଗୋବିନ୍ଦ, ହୃଷୀକେଶ, କେଶବ ଆଦି ନାମ ପ୍ରୟୋଗ କରାଯାଇଛି । କୃଷ୍ଣ ଶବ୍ଦ ପରି ଏହି ନାମଗୁଡିକ ମଧ୍ୟ ଗୁଣବାଚକ  । ସେଗୁଡିକର ଅର୍ଥ ନିମ୍ନ ପ୍ରକାରେ କରାଯାଇପାରେ ।

(କ) ଅଚୁ୍ୟତ – ଯିଏ କୌଣସି ପରିସ୍ଥିତିରେ ମଧ୍ୟ ନିଜ ସ୍ବଭାବ ଓ ସ୍ବରୂପରୁ ବିଚୁ୍ୟତ ନ ହୋଇ ସର୍ବଦା ଏକରସ ଓ ଅପରିବର୍ନୀୟ ରହନ୍ତି ସେ ଅଚୁ୍ୟତ ।

(ଖ) ଆଦ୍ୟ – ଯିଏ ସୃଷ୍ଟିର ଆଦି ଅଥବା ସୃଷ୍ଟି ସ୍ଥାନର ଯିଏ ଆଦିକାରଣ ସିଏ ଆଦ୍ୟ ।

(ଗ) ଜନାର୍ଦ୍ଧନ – ଯିଏ ଜନତାଙ୍କ ପ୍ରାର୍ଥନା ସ୍ବୀକାର କରନ୍ତି ।

(ଘ) ଗୋବିନ୍ଦ – ଗା (ଇନ୍ଦ୍ରିୟ) + ବିନ୍ଦ (ପ୍ରାପ୍ତ ହୋଇଛନ୍ତି) ଅର୍ଥାତ ଯିଏ ଇନ୍ଦ୍ରିୟ ସମୂହର ଅଧିଷ୍ଠାନ ନେଇ ପ୍ରାପ୍ତ ହୁଅନ୍ତି ।

(ଙ) ହୃଷୀକେଶ – ଯିଏ ଇନ୍ଦ୍ରିୟମାନଙ୍କ ସ୍ବାମୀ ଅଟନ୍ତି ।

(ଚ) କେଶବ – ‘କ’ର ଅର୍ଥ ବ୍ରହ୍ମା  । ‘ଅ’ର ଅର୍ଥ ବିଷ୍ଣୁ । ‘ଈଶ’ର ଅର୍ଥ ଶଙ୍କର । ଅର୍ଥାତ ଯିଏ ଏହି ତ୍ରିଦେବଙ୍କୁ ନିଜ ବଶରେ ରଖି ସ୍ଥାପନା, ପାଳନା ଓ ସଂହାର କାର୍ଯ୍ୟ କରାଏ ସିଏ କେଶବ ।

ଗୀତାର ଭଗବାନଙ୍କ ଉଦ୍ଧେଶ୍ୟରେ ପ୍ରୟୋଗ କରାଯାଇଥିବା ଉପରୋକ୍ତ ଶବ୍ଦ ଗୁଡିକର ଅର୍ଥରୁ ଏକଥା ସ୍ପଷ୍ଟ ଯେ ସେଗୁଡିକ ସଂଜ୍ଞାବାଚକ ଅର୍ଥରେ ବ୍ୟବହାର ହୋଇନାହିଁ । ଉପରୋକ୍ତ ଗୁଣବାଚକ ନାମ କେବଳ ପରମଧାମ ନିବାସୀ ପରମାତ୍ମାଙ୍କ ଉଦ୍ଧେଶ୍ୟରେ ବ୍ୟବହାର କରାଯାଇଅଛି । ତେଣୁ ଆଦି ବକ୍ତା ହେଉଛନ୍ତି ପରମାତ୍ମା । ପ୍ରସଙ୍ଗ କ୍ରମେ ଗୀତାରେ ସ୍ବୟଂ ପରମାତ୍ମା ନିଜ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଅଛନ୍ତି । ସେ ସବୁକୁ ଏକତ୍ରିତ କରି ଏହି ପୁସ୍ତକର ପ୍ରଥମ ଖଣ୍ଡରେ ‘ପରମାତ୍ମା’ ଶୀର୍ଷକ ପ୍ରବନ୍ଧରେ ବର୍ଣ୍ଣନା କରାଯାଇଅଛି ।

କୁରୁକ୍ଷେତ୍ର : କୌରବ-ପାଣ୍ଡବମାନଙ୍କ ମଧ୍ୟରେ ଯେଉଁ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଯୁଦ୍ଧ ଅନୁଷ୍ଠିତ ହୋଇଥିଲା ତା’ର ନାମ କୁରୁକ୍ଷେତ୍ର ବୋଲି ମହାଭାରତରେ ଉଲ୍ଲେଖ ଅଛି । ଏହାର ପ୍ରାଚୀନ ନାମ ‘ବ୍ରହ୍ମାବର୍’ ଥିଲା । ଏହି ପୁସ୍ତକର ପ୍ରଥମ ଖଣ୍ଡ ଅନ୍ତର୍ଗତ ‘ମହାଭାରତ ଯୁଦ୍ଧର ଯଥାର୍ଥ ସ୍ବରୂପ’ ଶୀର୍ଷକରେ ଏହା ସ୍ପଷ୍ଟ କରାଯାଇଛି ଯେ ସୀମିତ କ୍ଷେତ୍ରଫଳ ବିଶିଷ୍ଟ କୁରୁକ୍ଷେତ୍ର ଯୁଦ୍ଧ ପଡିଆରେ କୌରବ ଓ ପାଣ୍ଡବମାନଙ୍କ ୧୮ ଅକ୍ଷୌହିଣୀ ସେନା ଯୁଦ୍ଧ କରିବା ସମ୍ଭବ ନୁହେଁ । ତେଣୁ ‘କୁରୁକ୍ଷେତ୍ର’କୁ ସମଗ୍ର ମାନବ ସମାଜର କର୍ମକ୍ଷେତ୍ର ରୂପେ ଅର୍ଥ କରାଯାଇପାରେ । ଅନ୍ୟ ଅର୍ଥରେ ଏ ସଂସାର ହେଉଛି କୁରୁକ୍ଷେତ୍ର । କର୍ମ ଫଳ ଭୋଗିବା ପାଇଁ ହିଁ ମନୁଷ୍ୟ ଏଠାରେ ଆତଯାତ ହୁଏ  । ଏହି ସଂସାରରେ ଦୁଇପ୍ରକାର ମନୁଷ୍ୟ ଦେଖାଯାନ୍ତି । ଦୈବୀ ଗୁଣଯୁକ୍ତ ଓ ଆସୁରୀ ଗୁଣଯୁକ୍ତ । ଦୈବୀ ଗୁଣଯୁକ୍ତ ମନୁଷ୍ୟ ସତ୍କର୍ମ ଓ ଆସୁରୀ ଗୁଣଯୁକ୍ତ ମନୁଷ୍ୟ ଅସତ୍ କର୍ମ କରନ୍ତି । ସତ୍କର୍ମ କରୁଥିବା ମନୁଷ୍ୟ ପାଣ୍ଡବ ଓ ଅସତ୍ କର୍ମ କରୁଥିବା ମନୁଷ୍ୟ କୌରବ ଭାବରେ ବର୍ଣ୍ଣିତ । ତେଣୁ ମହାଭାରତରେ ବର୍ଣ୍ଣିତ ପ୍ରତ୍ୟେକ ନାମ ସହେତୁକ । ଏହି ସଂସାର ରୂପକ କୁରୁକ୍ଷେତ୍ରରେ ବଳ, ଦର୍ପ, ଅହଙ୍କାର ଓ ପ୍ରାଚୁର୍ଯ୍ୟ ମଦରେ ମ ଖଳବୁଦ୍ଧି ଯୁକ୍ତ କୌରବମାନେ ନିଜ ସ୍ବାର୍ଥ ସିଦ୍ଧି ପାଇଁ ଛଳ ଓ କୌଶଳରେ ସତ୍ୟାଶ୍ରୟୀ ପାଣ୍ଡବମାନଙ୍କ ସର୍ବସ୍ବ ଅପହରଣ କରି ନିଅନ୍ତି ଏବଂ ସେମାନଙ୍କୁ ନିର୍ଯ୍ୟାତନା ଓ ଅପମାନ ଦେବାକୁ ସୁଯୋଗ ଉଣ୍ଡୁଥାନ୍ତି । ସାଂପ୍ରତିକ ସମାଜର ଏହି ନିଚ୍ଛକ ସତ୍ୟ କଥାଟିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିବାକୁ ଯାଇ ମହାଭାରତକାର କୌରବ-ପାଣ୍ଡବ ଚରିତ୍ର ଗୁଡିକର ରୂପକଥା ସୃଷ୍ଟି କରିଛନ୍ତି ।

ଗୀତା ଅନୁସାରେ ବି·ର କଲେ ମଣିଷ ଶରୀର ହିଁ କ୍ଷେତ୍ର  । ଇଦଂ ଶରୀରଂ ତୁ କୌନ୍ତେୟ କ୍ଷେତ୍ରମିତ୍ୟ ଭିଧୀୟତେ (ଗୀ୧୩/୧) । ଆତ୍ମା ହେଉଛି କ୍ଷେତ୍ରଜ୍ଞ । କର୍ମର ସଂକଳ୍ପ ମନରୁ ଉପôନ୍ନ ହେଉଥିବାରୁ ମନୁଷ୍ୟର ମନକୁ ମଧ୍ୟ କର୍ମକ୍ଷେତ୍ର ବା କୁରକ୍ଷେତ୍ର କୁହାଯାଇପାରେ  । ଏହି ମନ-କୁରୁ କ୍ଷେତ୍ରରେ ଶୁଦ୍ଧ ଓ ଅଶୁଦ୍ଧ ବି·ର ସମୂହର ନିରନ୍ତର ଯୁଦ୍ଧ ·ଲିଥାଏ  । ଏହି ମନୋସଂଗ୍ରାମ ହେଉଛି ଗୀତାର ଯୁଦ୍ଧ । ଜନ୍ମ ଜନ୍ମାନ୍ତରର ପାପକର୍ମ ହେତୁ ମଣିଷ ମନରେ ଉପôନ୍ନ ହେଉଥିବା ଅଶୁଦ୍ଧ ସଂକଳ୍ପଗୁଡିକୁ ଜ୍ଞାନ ଓ ଯୋଗ ଦ୍ୱାରା ଶୁଦ୍ଧ କରିବାର ପୁରୁଷାର୍ଥ ହେଉଛି ଧର୍ମଯୁଦ୍ଧ । ସଂସାର, ଶରୀର ଓ ମନ ବିନା ଏହି ଧର୍ମ କାର୍ଯ୍ୟ ସମ୍ଭବ ନୁହେଁ । ତେଣୁ ଏହି ତିନିକୁ କୁରୁକ୍ଷେତ୍ର ଓ ଧର୍ମକ୍ଷେତ୍ର କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହି କୁରୁକ୍ଷେତ୍ରରେ କାମ, ସଂଶୟ ଓ ଅଜ୍ଞାନ ହେଉଛନ୍ତି ଶତ୍ରୁ । ଏମାନଙ୍କୁ ଜ୍ଞାନ ରୂପକ ଖଡ୍ଗରେ ବଧ କରିବା ପାଇଁ ପରମାତ୍ମା ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି (ଗୀ ୩/୪୩, ୩/୩୯, ୪/୪୨) । ଏଠାରେ ଯୁଦ୍ଧ ହେଉଛି ଯୋଗର ପ୍ରତୀକ । କାରଣ ଯୋଗାଭ୍ୟାସ ବେଳେ ମନ ଓ ବୁଦ୍ଧିକୁ ଦେହାଭିମାନରୁ (ପରଧର୍ମ) ମୁକ୍ତ କରି ଆତ୍ମିକ ସ୍ମୃତିରେ (ସ୍ବ ଧର୍ମ) ସ୍ଥିର ରଖି ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବାର ନିରନ୍ତର ଅଭ୍ୟାସ କରିବାକୁ ପଡେ । ଯୋଗ ସମୟରେ ମନରେ ଉପôନ୍ନ ହେଉଥିବା ନାନା ବିଧ ସଂକଳ୍ପ ବିକଳ୍ପକୁ ସ୍ଥିର ରଖିବାର ଦୁରୂହ ପ୍ରୟାସକୁ ଯୁଦ୍ଧ ସହିତ ତୁଳନା କରାଯାଇପାରେ । ଏହି ଯୁଦ୍ଧ ଦ୍ୱାରା (ବା ପୁରୁଷାର୍ଥ ଦ୍ୱାରା) ଆତ୍ମାର ଶୁଦ୍ଧିକରଣ ଓ ଆଧ୍ୟାତ୍ମିକ ଉନ୍ନତି ହେଉଥିବାରୁ ଏହା ଧର୍ମ ଯୁଦ୍ଧ ନାମରେ ଆଖ୍ୟାୟିତ । କାରଣ ଧର୍ମର ଉଦ୍ଧେଶ୍ୟ ପାପର ବିନାଶ, ପାପୀର ନୁହେଁ । ତେଣୁ ଧର୍ମ କର୍ମ ପରାଙ୍ମୁଖ ଦେହାଭିମାନୀ ଅଜ୍ଞାନ ମାନବ ସମାଜକୁ ଅଧର୍ମ ମାର୍ଗରୁ ନିବୃ ଓ ଧର୍ମ ମାର୍ଗରେ ପ୍ରବୃ କରିବା ପାଇଁ ପରମାତ୍ମା ଗୀତାଜ୍ଞାନ ପ୍ରଦାନ କରନ୍ତି  ।

ବର୍ମାନ ବିଶ୍ୱ ପରିଦୃଶ୍ୟରେ ବି·ର କଲେ ଜଣାଯାଏ ଯେ ପୃଥିବୀର ଅଧିକାଂଶ ଦେଶ ଅଧିକରୁ ଅଧିକ ମାରଣାସ୍ତ୍ର ସଂଗ୍ରହରେ ବ୍ୟସ୍ତ । ଆନ୍ତର୍ଜାତିକ ସ୍ତରରେ ସାମରିକ ଅସ୍ତ୍ର ଶସ୍ତ୍ର ସଂଗ୍ରହର ପ୍ରତିଯୋଗିତା ·ଲିଛି । ବିକଶିତ ରାଷ୍ଟ୍ର ସମୂହ ପରମାଣୁ ଅସ୍ତ୍ର-ଶସ୍ତ୍ର ସମ୍ପନ୍ନ । ବିକାଶଶୀଳ ରାଷ୍ଟ୍ରଗୁଡିକ ପରମାଣୁ ଅସ୍ତ୍ର-ଶସ୍ତ୍ର ପ୍ରାପ୍ତି ପାଇଁ ଖୁବ୍ ତପôରଶୀଳ । ସର୍ବତ୍ର ପାରିବାରିକ, ସାମାଜିକ, ଅର୍ଥନୈତିକ, ଧାର୍ମିକ ଓ ରାଜନୈତିକ ସଂକଟ ଘନେଇ ·ଲିଛି । ଏହା ସାଙ୍ଗକୁ ବନ୍ୟା, ବାତ୍ୟା, ମରୁଡି, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ଭୟଙ୍କର ରୂପରେ ଆଗାମୀ ମହାପ୍ରଳୟ (ମହାଭାରତ ବା ତୃତୀୟ ବିଶ୍ୱଯୁଦ୍ଧ) ଆରମ୍ଭର ପ୍ରାକ୍ ସୂଚନା ଦେଉଛି । ଅନେକ ଭବିଷ୍ୟତ ବକ୍ତା ନିକଟ ଭବିଷ୍ୟତରେ ମହାବିନାଶ ହେବାର ସୂଚନା ଦେଇଛନ୍ତି । ମହାବିନାଶର ଅବ୍ୟବହିତ ପୂର୍ବରୁ ପରମାତ୍ମାଙ୍କ ଧରାବତରଣ ଓ ଗୀତାଜ୍ଞାନ ପ୍ରଦାନ ଯୁଗ ପରିବର୍ନର ସ୍ପଷ୍ଟ ସଂକେତ ବହନ କରେ । କ୍ଷମତାଲିପ୍ସୁ ଦେହାଭିମାନୀ ଈଶ୍ୱର ବିମୁଖ କୌରବଗଣ ପରସ୍ପର ମଧ୍ୟରେ ଯୁଦ୍ଧ କରି ସମାପ୍ତ ହେବେ । ଈଶ୍ୱର ସହଯୋଗୀ ପାଣ୍ଡବମାନଙ୍କ ଜ୍ଞାନ-ଯୋଗର ପୁରୁଷାର୍ଥ ତୀବ୍ର ହୋଇ ·ଲିଛି । ସେମାନେ ମନରୂପୀ କୁରୁକ୍ଷେତ୍ରରେ ଯୋଗ-କବଚ, ଜ୍ଞାନ-ଖଡଗ୍ ଧାରଣ କରି କାମକ୍ରୋଧାଦି ରିପୁଗଣଙ୍କ ସହିତ ଯୁଦ୍ଧ ରତ । ତେଣୁ ହେ ଆତ୍ମନ୍ ! ନିଦ୍ରା ପରିହରି ଉଠ, ଜାଗ୍ରତ ହୁଅ । ଧର୍ମ ଯୁଗ ଆନୟନ ପାଇଁ ପରମାତ୍ମା ଶିବ କୁର୍କ ଧର୍ମଯୁଦ୍ଧରେ ଯୋଗଦାନ କର । କାରଣ ଏପରି ସୁଯୋଗ ଏ ଜୀବନରେ ଆଉଥରେ ଆସିବ ନାହିଁ  ।


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର