ତୃତୀୟ ଅଧ୍ୟାୟଃ
କର୍ମ ଯୋଗଃ
ସନ୍ନ୍ୟାସ ଅପେକ୍ଷା କର୍ମଯୋଗ ହିଁ ଶ୍ରେଷ୍ଠ
ଲୋକେଽସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ ।
ଜ୍ଞାନଯୋଗେନ ସାଂଖ୍ୟାନୀ କର୍ମଯୋଗେନ ଯୋଗିନାମ୍ ।ା୩/୩ାା
ନ କର୍ମଣାମନାରମ୍ଭାନ୍ନୈଷ୍କର୍ମ୍ୟଂ ପୁରୁଷୋଽଶ୍ନୁତେ ।
ନ ଚ ସନ୍ନ୍ୟସନାଦେବ ସିଦ୍ଧିଂ ସମଧିଗଚ୍ଛତି ।ା୩/୪ାା
ନ ହି କଶ୍ଚିତ କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ୍ ।
କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ।ା ୩/୫ ।ା
କର୍ମେନ୍ଦ୍ରିୟାଣି ସଂଯମ୍ୟ ଯ ଆସ୍ତେ ମନସା ସ୍ମରନ ୍ ।
ଇନ୍ଦ୍ରିୟାର୍ଥାନ୍ ବିମୂଢାÿତ୍ମା ମିଥ୍ୟାଚାରଃ ସ ଉଚ୍ୟତେ ।ା୩/୬ାା
ଯସ୍ତ୍ୱିନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ ।
କର୍ମେନ୍ଦି୍ରୟୈଃ କର୍ମଯୋଗମସକ୍ତଃ ସ ବିଶିଷ୍ୟତେ ।ା ୩/୭ାା
ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋହ୍ୟକର୍ମଣଃ ।
ଶରୀର ଯାତ୍ରାପି ଚ ତେ ନ ପ୍ରସିଦ୍ଧ୍ୟେଦ କର୍ମଣଃ ।ା୩/୮ ।ା
ଅର୍ଥ : ହେ ଅନଘ (ନିଷ୍ପାପ), ଏହି ସଂସାରରେ ଦୁଇ ପ୍ରକାର ସାଧନା ମୋ ଦ୍ୱାରା ପୂର୍ବରୁ କଥିତ ହୋଇଛି ; ସାଂଖ୍ୟବାଦୀ ବା ଜ୍ଞାନୀମାନଙ୍କ ପାଇଁ ଜ୍ଞାନଯୋଗ (ଏବଂ) ଯୋଗାଭ୍ୟାସୀମାନଙ୍କ ପାଇଁ କର୍ମଯୋଗ ।ା୩ାା କର୍ମର ଅନୁଷ୍ଠାନ ନ କରି କେହି (ବ୍ୟକ୍ତି) ନିଷ୍କାମତା ପ୍ରାପ୍ତ ହୁଏ ନାହିଁ ଏବଂ କେବଳ କର୍ମ ତ୍ୟାଗ କରି (ଚି ଶୁଦ୍ଧି ବିନା) ସଫଳତା ବା ସିିଦ୍ଧି ଲାଭ କରେ ନାହିଁ ।ା୪ାା କେହି କ୍ଷଣେ ସୁଦ୍ଧା କର୍ମ ନ କରି ରହିପାରେ ନାହିଁ; କାହିଁକି ନା ପ୍ରକୃତିଜାତ ଗୁଣ ଦ୍ୱାରା ପ୍ରେରିତ ହୋଇ ସମସ୍ତେ କର୍ମ କରିବାକୁ ବାଧ୍ୟ ହୁଅନ୍ତି ।ା୫ାା ଯିଏ କର୍ମେନ୍ଦି୍ରୟମାନଙ୍କୁ ସଂଯମ କରି ମନରେ ଭୋଗ୍ୟ ବିଷୟ ସମୂହ ଚିନ୍ତନ କରି ରହୁଥାଏ ସେ ମୂଢ଼ (ମୁର୍ଖ) କପଟାଚାରୀ ବୋଲି କଥିତ ହୁଏ ।ା୬ାା ହେ ଅର୍ଜୁନ ! କିନ୍ତୁ ଯିଏ ମନରେ ଇନ୍ଦି୍ରୟମାନଙ୍କୁ ସଂଯତ କରି ଅନାସକ୍ତ ହୋଇ କର୍ମେନ୍ଦ୍ରିୟମାନଙ୍କ ସାହାଯ୍ୟରେ କର୍ମଯୋଗ ଆରମ୍ଭ କରନ୍ତି ସେ ଶ୍ରେଷ୍ଠ ଅଟନ୍ତି ।ା୭ାା ତୁମେ ବିଧିସମ୍ମତ(ନିୟତମ୍) କର୍ମ କର, କାହିଁକି ନା କର୍ମ ନ କରିବା ଅପେକ୍ଷା କର୍ମ କରିବା ଶ୍ରେଷ୍ଠ ଅଟେ; କର୍ମ ନ କଲେ ତୁମର ଶରୀର ନିର୍ବାହ ହୋଇ ପାରିବ ନାହିଁ ।ା୮ାା
ବ୍ୟାଖ୍ୟା : ସାଂଖ୍ୟଯୋଗ ବର୍ଣ୍ଣନା ପ୍ରସଙ୍ଗରେ ପରମାତ୍ମା କହିଲେ ଯେ କର୍ମଠାରୁ ଜ୍ଞାନ ଶ୍ରେଷ୍ଠ । କାରଣ କର୍ମର ବୀଜ ହେଉଛି ବାସନା ଏବଂ ଏହାର ଫଳ ହେଉଛି ବନ୍ଧନ । ତେଣୁ ବୁଦ୍ଧିଯୋଗ(ଜ୍ଞାନ) ଅପେକ୍ଷା କର୍ମ ନିକୃଷ୍ଟ । ଦୁରେଣ ହ୍ୟବରଂ କର୍ମ...(୨/ ୪୯) । ଯେଉଁମାନେ ପ୍ରାଚୀନ ସାଂଖ୍ୟ ମତ ଦ୍ୱାରା ପ୍ରଭାବିତ ସେମାନେ ପରମାତ୍ମାଙ୍କ ଏକଥା ଭଲ ଭାବେ ବୁଝି ପାରିବେ ନାହିଁ ଓ କର୍ମ ସନ୍ନ୍ୟାସ ସପକ୍ଷରେ ଯୁକ୍ତି ବାଢ଼ିବେ । କିନ୍ତୁ ଭଗବାନଙ୍କ ଗୀତା ଜ୍ଞାନର ଉଦ୍ଧେଶ୍ୟ କର୍ମ ବିମୁଖତା ନୁହେଁ, କର୍ବ୍ୟପରାୟଣତା ଶିକ୍ଷା ଦିଏ । ସେ କର୍ମକୁ ଯୋଗର ଏକ ଅଙ୍ଗ ରୂପେ ଶିକ୍ଷା ଦିଅନ୍ତି । କିନ୍ତୁ ଭ୍ରାନ୍ତ ବୁଦ୍ଧି ବଶତଃ ମନୁଷ୍ୟ କର୍ମ କରି ଆଶା, ନିରାଶା, କ୍ରୋଧ-ଶୋକ,ଦୁଃଖରେ ବିଚଳିତ ହୋଇ ପଡେ । ପ୍ରକୃତ ଜ୍ଞାନ ଦ୍ୱାରା ହିଁ ବୁଦ୍ଧିର ପରିଶୋଧନ ସମ୍ଭବ । ତେଣୁ ଭଗବାନ ପ୍ରଥମେ ବୁଦ୍ଧିଯୋଗ(ଜ୍ଞାନ) କଥା କହିଲେ । କାରଣ ଆତ୍ମ ଜ୍ଞାନରେ ପ୍ରତିଷ୍ଠିତ ବୁଦ୍ଧି ସମସ୍ତ କର୍ମ କରୁଥିଲେ ମଧ୍ୟ ତାର ପରିଣାମ ବିଷୟରେ ନିଷ୍ପୃହ ରହେ । ତେଣୁ ସେଭଳି ବ୍ୟକ୍ତି କର୍ମର ବନ୍ଧନରେ ପଡେ ନାହିଁ ।
ସାଂଖ୍ୟବାଦୀମାନେ କର୍ମକୁ ମୁକ୍ତି ଲାଭ ପାଇଁ ଅନ୍ତରାୟ ମନେକରି ତାହାର ତ୍ୟାଗ କରନ୍ତି । ସେମାନେ କେବଳ ଜ୍ଞାନକୁ ମୋକ୍ଷ ପ୍ରାପ୍ତିର ଏକମାତ୍ର ମାଧ୍ୟମ ବା ମାର୍ଗ ବୋଲି ମନେ କରନ୍ତି । ଏହି ମତବାଦ ଦ୍ୱାରା ଅନୁପ୍ରାଣିତ ହୋଇ ଅନେକ ବ୍ୟକ୍ତି କର୍ମ ସନ୍ନ୍ୟାସ କରି କର୍ବ୍ୟ ବିମୁଖ ହୋଇ ପଡନ୍ତି । ପୂର୍ବ ଅଧ୍ୟାୟରେ ପରମାତ୍ମା""ଏଷାତେଽଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ'' ଶ୍ଳୋକରେ ସାଂଖ୍ୟଯୋଗ ଓ କର୍ମଯୋଗ ବା ବୁଦ୍ଧିଯୋଗ ଏହିପରି ଦୁଇ ପ୍ରକାର କଥା ଯଦିଓ କହିଛନ୍ତି, ତଥାପି ସେ ପ୍ରାଚୀନ ସାଂଖ୍ୟବାଦୀମାନଙ୍କୁ ସମର୍ଥନ କରି ନାହାନ୍ତି । ସେ ଜ୍ଞାନ ଓ କର୍ମକୁ ଯୋଗର ଏକ ଏକ ଅଙ୍ଗ ରୂପେ ସ୍ୱୀକାର କରିଛନ୍ତି । ଗୀତାରେ ""ସାଂଖ୍ୟ'' କେବଳ ଦର୍ଶନ ହୋଇ ବର୍ଣ୍ଣିତ ହୋଇ ନାହିଁ । ଏଥିରେ ""ସାଂଖ୍ୟ'' ସହିତ ଯୋଗର ସମନ୍ୱୟ ଘଟିଛି । କେବଳ କର୍ମ ତ୍ୟାଗ କରିଦେଲେ ନିଷ୍କାମତା ଆସେ ନାହିଁ ବା ନିଷ୍କାମତାର ଅର୍ଥ ତ୍ୟାଗ ନୁହେଁ । କାରଣ ସମ୍ପୁର୍ଣ୍ଣ କର୍ମ ତ୍ୟାଗ କାହାରି ପକ୍ଷେ ସମ୍ଭବ ନୁହେଁ । ସତ୍ ଓ ଅସତ୍ ମଧ୍ୟରେ ଭେଦ ନିରୂପଣ କରି ସତ୍ରେ ବୁଦ୍ଧିକୁ ପ୍ରତିଷ୍ଠିତ କରାଇବା ହେଉଛି ଗୀତାର ସାଂଖ୍ୟ ଯୋଗ । ଏହି ଉପଲବ୍ଧି ହେଲା ପରେ ଅର୍ଥାତ କାମନା ଆଦି ଅସତ୍ ତ୍ୱର ପ୍ରଭାବରୁ ବୁଦ୍ଧିକୁ ମୁକ୍ତ କରି ଯେଉଁ କର୍ମ କରାଯାଏ, ତାହା ବନ୍ଧନର କାରଣ ହୁଏ ନାହିଁ । ବ୍ୟକ୍ତି ନିଜ ଅଭିରୁଚି ଅନୁସାରେ ଏ ଉଭୟରୁ କେଉଁଟିକୁ ପ୍ରାଧାନ୍ୟ ଦେଇଥାଏ ତ ଅନ୍ୟଟିକୁ ଗୌଣ ମନେ କରେ; କିନ୍ତୁ ବସ୍ତୁତଃ ଉଭୟେ ଉଭୟଙ୍କର ପରିପୂରକ ।
ହସ୍ତ ପଦାଦି କର୍ମେନ୍ଦି୍ରୟ ଚାଳନା ମଧ୍ୟ କର୍ମ ପର୍ଯ୍ୟାୟଭୁକ୍ତ । ତେଣୁ ଯେଉଁମାନେ ଭାବନ୍ତି ଯେ ହାତଗୋଡ ନ ଚଲାଇ ବା କୌଣସି କର୍ମ ନ କରି କେବଳ ଚୁପଚାପ ବସି ରହିଲେ ମୁକ୍ତି ମିଳି ଯିବ; ଏହା କଦାପି ସମ୍ଭବ ନୁହେଁ । କାରଣ କର୍ମ କେବଳ ଶାରୀରିକ ଗତିଶୀଳତାକୁ ବୁଝାଏ ନାହିଁ । ଏହା ମନର ବିଷୟ । ଏହି ଭୌତିକ ଜଗତେରେ କୌଣସି ଦେହଧାରୀ ଆତ୍ମା କର୍ମ ନ କରି ରହି ପାରେ ନାହିଁ । ପ୍ରକୃତିରୁ ଉପôନ୍ନ ଗୁଣ ସମୂହ ଦ୍ୱରା ପ୍ରେରିତ ହୋଇ କର୍ମ କରିବାକୁ ସେ ବାଧ୍ୟ । ମନୁଷ୍ୟ ଆତ୍ମାର ଶରୀର ଧାରଣ ମଧ୍ୟ ଏକ କ୍ରିୟା । ତେଣୁ ସେ ଏକ କ୍ରିୟାଶୀଳ ପ୍ରାଣୀ । କର୍ମ ତା'ର ସ୍ୱାଭାବ ସୁଲଭ ପ୍ରକୃତି । ଯେଉଁମାନେ ହଠ କ୍ରିୟା ଦ୍ୱାରା ଇନ୍ଦ୍ରିୟ ନିଗ୍ରହ କରନ୍ତି ସେମାନଙ୍କୁ ପରମାତ୍ମା ମୂଢ଼ ଓ ମିଥ୍ୟାଚାରୀ ବୋଲି ଭର୍ତ୍ସନା କରନ୍ତି । କାରଣ କର୍ମେନ୍ଦ୍ରିୟମାନଙ୍କୁ କର୍ମରେ ନିୟୋଜିତ ନ କରାଇ ସ୍ଥାଣୁ ହୋଇ ବସି ରହିବା ଦ୍ୱାରା ବାହ୍ୟତଃ କର୍ମତ୍ୟାଗ ହେଲା ବୋଲି ଜଣା ପଡୁଥିଲେ ମଧ୍ୟ ମନ ତା'ର ସ୍ୱଭାବ ସୁଲଭ ଗୁଣ ଅନୁସାରେ କ୍ରିୟାଶୀଳ ଥାଏ । ବିଷୟ ବାସନା ଦମନ କରିବା ପାଇଁ ବ୍ୟକ୍ତିର ଅଦମ୍ୟ ପ୍ରଚେଷ୍ଟା ମଧ୍ୟ ଏକ କର୍ମ ଏବଂ ମନ ସେହି ବିଷୟ ଉପରେ କେନ୍ଦ୍ରୀଭୂତ ହୋଇ ରହୁଥିବାରୁ ତା'ଉପରେ ବେଶୀ ଚିନ୍ତନ କରେ । ଏହା ଦାମ୍ଭିକତା ଓ କପଟାଚାର ବ୍ୟତୀତ ଆଉ କିଛି ନୁହେଁ ।
ମନୋକାମନା ଶୂନ୍ୟ ନ ହେବା ପର୍ଯ୍ୟନ୍ତ କର୍ମ ଜନିତ ବନ୍ଧନରୁ ମୁକ୍ତ ହେବା ସମ୍ଭବପର ନୁହେଁ । ଇନ୍ଦି୍ରୟ ଭୋଗ୍ୟ ବିଷୟରେ ମନକୁ ସଂଯୋଗ କରି ଫଳ ପ୍ରତ୍ୟାଶାରେ କର୍ମ କରିବା ହେଉଛି ଆସକ୍ତି । ଆସକ୍ତିକୁ ବର୍ଜନ କରି କର୍ବ୍ୟ କର୍ମରେ ସଦା ତପôର ରହିବାର ପ୍ରକ୍ରିୟାକୁ "କର୍ମଯୋଗ' କୁହାଯାଏ । ବାହ୍ୟତଃ ସେ ସାଧାରଣ ବ୍ୟକ୍ତି ଭଳି କର୍ମ କରୁଥିବା ଜଣାଯାଉଥିଲେ ମଧ୍ୟ ତାଙ୍କ ମନରେ କାମନା ବାସନାର ସୂକ୍ଷ୍ମାତିସୂକ୍ଷ୍ମ ଅଂଶ ନ ଥିବାରୁ ଯଥାର୍ଥରେ ସେ ଜଣେ ମହାନ କର୍ମଯୋଗୀ ଅଟନ୍ତି । ଏଠାରେ ନିୟତ କର୍ମର ଅର୍ଥ କେବଳ ନିତ୍ୟ ନୈମିିକ କର୍ମକୁ ବୁଝିବା ଠିକ ହେବ ନାହିଁ । କାରଣ ପୂର୍ବ ଶ୍ଳୋକରେ (୩/୭)""ଇନ୍ଦି୍ରୟାଣି ମନସା ନିୟମ୍ୟ'' ବାକ୍ୟ ଦ୍ୱାରା ଇନ୍ଦି୍ରୟମାନଙ୍କୁ ବଶୀଭୂତ କରି କର୍ମ କରୁଥିବା ବ୍ୟକ୍ତିର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଯାଇଛି । ତେଣୁ ଅନାସକ୍ତ ଭାବରେ ଯେଉଁ ନିର୍ଦ୍ଧିଷ୍ଟ କର୍ମ କରାଯାଏ ତାହାହିଁ ""ନିୟତ କର୍ମ''ବୋଲି ବୁଝିବାକୁ ପଡିବ । ପୂର୍ବରୁ ପରମାତ୍ମା ଯଦିଓ କର୍ମ ଅପେକ୍ଷା ଜ୍ଞାନକୁ ଶ୍ରେଷ୍ଠ ବୋଲି କହିଛନ୍ତି; ତଥାପି ସେ ଅକର୍ମଣ୍ୟତାର ପକ୍ଷପାତୀ ନୁହନ୍ତି । ବରଂ ଜ୍ଞାନ ଦ୍ୱାରା ବୁଦ୍ଧିକୁ ପରିମାର୍ଜିତ କରି ଯେଉଁ କର୍ମ କରାଯାଏ ତାହା ବନ୍ଧନର କାରଣ ହୁଏ ନାହିଁ । ଏଭଳି କର୍ମର ଉପାସନାକାରୀ ବ୍ୟକ୍ତି ମହାନ ଯୋଗୀ ଅଟନ୍ତି ।
ଯଜ୍ଞ ଓ କର୍ମ ଚକ୍ର
ଯଜ୍ଞାର୍ଥାତ୍ କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମ୍ମବନ୍ଧନଃ ।
ତଦର୍ଥଂ କର୍ମ୍ମ କୌନ୍ତେୟ ମୁକ୍ତ ସଙ୍ଗଃ ସମାଚର ।ା୩/୯ାା
ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ ।
ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।ା୩/୧୦ାା
ଦେବାନ୍ ଭାବୟତାନେନ ତେ ଦେବା ଭାବୟନ୍ତୁ ବଃ ।
ପରସ୍ପରଂ ଭାବୟନ୍ତଃ ଶ୍ରେୟଃ ପରମବାପସ୍ୟଥ ।ା୩/୧୧ାା
ଇଷ୍ଟାନ୍ ଭୋଗା ହି ବୋ ଦେବା ଦାସ୍ୟନ୍ତେ ଯଜ୍ଞଭାବିତାଃ ା
ତୈର୍ଦାନପ୍ରଦାୟୈଭ୍ୟୋ ଯୋ ଭୁଙ୍କ୍ତେ ସ୍ତେନ ଏବସଃ ାା୩/୧୩ାା
ଯଜ୍ଞଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବକିଲ୍ୱିଷୈଃ ।
ଭୁଞ୍ଜତେ ତେ ତ୍ୱଘଂ ପାପା ଯେ ପଚନ୍ତ୍ୟା ତ୍ମକାରଣାତ୍ ।ା୩/୧୩ା
ଅନ୍ନାଦ୍ଭବନ୍ତି ଭୂତାନି ପର୍ଜନ୍ୟାଦନ୍ନସମ୍ଭବଃ ।
ଯଜ୍ଞାଦ୍ଭବତି ପର୍ଜ୍ଜନ୍ୟୋ ଯଜ୍ଞଃ କର୍ମ୍ମସମୁଦ୍ଭବଃ ।ା୩/୧୪ାା
କର୍ମ୍ମ ବ୍ରହ୍ମୋଦ୍ଭବଂ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବମ୍ ।
ତସ୍ମାତ୍ସର୍ବଗତଂ ବ୍ରହ୍ମ ନିତ୍ୟଂ ଯଜେ୍ଞ ପ୍ରତିଷ୍ଠିତମ୍ ।ା୩/୧୫ ।ା
ଏବଂ ପ୍ରବର୍ିତଂ ଚକ୍ରଂ ନାନୁବର୍ୟତୀହ ଯଃ ।
ଅଘାଯୁରିନ୍ଦି୍ରୟାରାମୋ ମୋଘଂ ପାର୍ଥ ! ସ ଜୀବତି ।ା୩/୧୬ ।ା
ଅର୍ଥ : ଯଜ୍ଞ ନିମି କର୍ମ କରିବାକୁ ହେବ । ଅନ୍ୟଥା ମନୁଷ୍ୟ କର୍ମ ବନ୍ଧନରେ ପଡେ । ହେ କୌନ୍ତେୟ ! ତୁମେ ଅନାସକ୍ତ ଭାବରେ ତାଙ୍କ(ପରମାତ୍ମା) ପାଇଁ କର୍ମ କର ।ା୯ାା ପୂର୍ବେ, କଳ୍ପ ଆରମ୍ଭରେ ପ୍ରଜାପିତା ବ୍ରହ୍ମା ଯଜ୍ଞ ସହିତ ପ୍ରଜା ସୃଷ୍ଟି କରି କହିଥିଲେ; ଏହାଦ୍ୱାରା ବୃଦ୍ଧି ପ୍ରାପ୍ତ ହୁ୍ରଅ; ଏହି ଯଜ୍ଞ ତୁମ୍ଭମାନଙ୍କର ଅଭୀଷ୍ଟ ମନୋବା‚ା ପୂରଣକାରୀ ହେଉ ।ା୧୦ାା ଏହି ଯଜ୍ଞ ଦ୍ୱାରା ତୁମେ ଦେବତାମାନଙ୍କୁ ସମ୍ବର୍ଦ୍ଧିତ (ସନ୍ତୁଷ୍ଟ, ଖୁସି) କର,ସେହି ଦେବଗଣ ତୁମ୍ଭମାନଙ୍କୁ ସମ୍ବର୍ଦ୍ଧିତ କରନ୍ତୁ । ପରମାତ୍ମାଙ୍କୁ ସନ୍ତୁଷ୍ଟ କରି ଶ୍ରେଷ୍ଟ କଲ୍ୟାଣକାରୀ ଅଲୌକିକ ସମୃଦ୍ଧି (ପରମ କଲ୍ୟାଣ) ପ୍ରାପ୍ତ ହେବ ।ା୧୧ାା ଦେବତାମାନେ ଯଜ୍ଞ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ବା‚ିତ ଭୋଗ୍ୟବସ୍ତୁ ସମୂହ ତୁମ୍ଭମାନଙ୍କୁ ପ୍ରଦାନ କରିବେ । ସେମାନଙ୍କ ଦ୍ୱାରା ପ୍ରଦ ଭୋଗ୍ୟ ପଦାର୍ଥ ସେମାନଙ୍କୁ ନ ଦେଇ ଯିଏ ଭୋଗ କରେ ସେ ନିଶ୍ଚୟ ହିଁ ଚୋର ।ା୧୨ାା ଯଜ୍ଞାବଶେଷ ଭୋଜନକାରୀ ଜ୍ଞାନୀ ବ୍ୟକ୍ତି ସମସ୍ତ ପାପରୁ ମୁକ୍ତ ହୁଅନ୍ତି । କିନ୍ତୁ ଯିଏ ନିଜ ପାଇଁ ଅନ୍ନ ପାକ କେର ସେହି ପାପୀମାନେ ପାପ ଭୋଜନ କରନ୍ତି ।ା୧୩ ।ା ଅନ୍ନରୁ ପ୍ରାଣୀଗଣ ଉପôନ୍ନ ହୁଅନ୍ତି । ବର୍ଷାରୁ ଅନ୍ନର ଉପôି ହୁଏ; ଯଜ୍ଞରୁ ବର୍ଷା ଉପôନ୍ନ ହୁଏ; କର୍ମରୁ ଯଜ୍ଞର ଉପôି ହୁଏ ।ା୧୪ ।ା କର୍ମକୁ ବ୍ରହ୍ମରୁ ଉପôି ବୋଲି ଜାଣ । ବ୍ରହ୍ମ ଅକ୍ଷର ପରମାତ୍ମାଙ୍କଠାରୁ ଉପôନ୍ନ; ତେଣୁ ସମସ୍ତ ଭୂତ ପ୍ରାଣୀରେ ଅବସ୍ଥିତ ଆତ୍ମା ସଦା ସର୍ବଦା ଯଜ୍ଞରେ ପ୍ରତିଷ୍ଟିତ ହୋଇଛନ୍ତି ।ା୧୫ାା ହେ ପାର୍ଥ ! ଯିଏ ଏହି ପ୍ରକାରେ ପ୍ରବିର୍ତ ଚକ୍ର ଏହି ଲୋକରେ ଅନୁସରଣ କରେ ନାହିଁ; ସେହି ପାପୀ ଓ ଇନ୍ଦ୍ରିୟାସକ୍ତ ବ୍ୟକ୍ତି ବୃଥା ଜୀବନ ଧାରଣ କରେ ।ା୧୬ ।ା
ବ୍ୟାଖ୍ୟା : ଏଠାରେ ଯଜ୍ଞ ଶବ୍ଦ କେବଳ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ହୋମାଗ୍ନିରେ ଘୃତାହୂତି ପ୍ରଦାନକୁ ବୁଝାଉ ନାହିଁ । ସଂସାରର ସମସ୍ତ କର୍ମକୁ ପରମାତ୍ମାଙ୍କ ଉଦ୍ଧେଶ୍ୟରେ ଯଜ୍ଞରୂପରେ ସମର୍ପଣ କରି ସମ୍ପାଦିତ କରିବାକୁ ହେବ । ମନରେ ଫଳ ପ୍ରାପ୍ତିର ଆଶା ନ ରଖି ନିଃସ୍ୱାର୍ଥ ଭାବରେ ପରମାତ୍ମର୍ପଣ ବୁଦ୍ଧିରେ ଯେଉଁ କର୍ମ କରାଯାଏ ତାହାହିଁ ଗୀତାର ଯଜ୍ଞ କର୍ମ । ଏଥିରେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଶ୍ୱହିତ ପାଇଁ ନିମି ଭାବରେ ଈଶ୍ୱରୀୟ ଇଚ୍ଛା ପୂରଣ ଲାଗି କର୍ମ କରାଯାଏ । ତେଣୁ ଏହା ବନ୍ଧନର କାରଣ ନ ହୋଇ ସଦ୍ଗତି ପ୍ରଦାୟକ ହୁଏ । ଏଠାରେ "ପୁରା'ଶବ୍ଦ, ସୃଷ୍ଟି ସ୍ଥାପନା ବା ବିଶ୍ୱ ନବ ନିର୍ମାଣ ସମୟର ଏକ ପ୍ରାଚୀନ ପ୍ରକରଣକୁ ସୂଚାଏ । କଳ୍ପ ଆରମ୍ଭରେ ବା କଳି ଓ ସତ୍ୟ ଯୁଗ ସନ୍ଧି ସମୟରେ ପ୍ରଜାପିତା ବ୍ରହ୍ମା ଯେତେବେଳେ ପରମାତ୍ମାଙ୍କ ଦ୍ୱାରା ନିଯୁକ୍ତ ହୋଇ ନିମି ଭାବରେ କାର୍ଯ୍ୟ କରୁଥିଲେ ସେତେବେଳେ ସେ ଏହି ଯଜ୍ଞର ସୃଷ୍ଟି କରିଥିଲେ । କାରଣ ତାଙ୍କ ଦ୍ୱାରା ଯେଉଁ ପ୍ରଜା ସୃଷ୍ଟି ହୋଇଥିଲେ ସେମାନଙ୍କ ଅଭିବୃଦ୍ଧି ପାଇଁ ଏହି ଯଜ୍ଞ କେବଳ ଏକ ମାଧ୍ୟମ ଅଟେ । ତେଣୁ ଏହାକୁ ସମସ୍ତ ମନୋବା‚ା ପୂରଣକାରୀ କାମଧେନୁ ସହିତ ତୁଳନା କରାଯାଇଛି ।
""ଦେବାନ୍ଭାବୟତାନେନ...''ଏହି ଶ୍ଳୋକରେ ଦେବତା ଶବ୍ଦ କୌଣସି ବ୍ୟକ୍ତି ବାଚକ ନୁହେଁ । ସୃଷ୍ଟି ପ୍ରକି୍ରୟା ପରିଚାଳନା ପାଇଁ ପରମାତ୍ମା ଏକ ସ୍ୱୟଂକ୍ରିୟ କାଳଚକ୍ରର ପ୍ରବର୍ନ କରିଛନ୍ତି । ଏହା ପୂର୍ବ ନିର୍ଦ୍ଧିଷ୍ଟ ନିୟମ ଅନୁସାରେ ପରିଚାଳିତ ହୁଏ । ଏହାକୁ କେହି ନିୟତି କୁହନ୍ତି, କେହି ବିଶ୍ୱନାଟକ କହନ୍ତି । କେହି କେହି ଏହାକୁ "ଈଶ୍ୱରୀୟ ଲୀଳା' ବୋଲି ମଧ୍ୟ ବିଶ୍ୱାସ କରନ୍ତି । ଏହି ନିୟମ ଅଧୀନରେ ସୂର୍ଯ୍ୟ କିରଣ(ଉାପ) ଦିଏ, ମେଘ ବର୍ଷା କରେ,ଅଗ୍ନି ଉାପ ଦିଏ, ପୃଥିବୀ ବକ୍ଷରୁ ଖାଦ୍ୟ ଶସ୍ୟ ଉପôନ୍ନ ହୁଏ,ଋତୁ ଚକ୍ର ପ୍ରବର୍ନ ହୁଏ, ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ଜନ୍ମ ନିଅନ୍ତି ଓ ଶରୀର ତ୍ୟାଗ କରନ୍ତି, ପୁନଃ ଜନ୍ମ ନିଅନ୍ତି, ଯୁଗ ଚକ୍ର ପୁନଃ ଆବିର୍ତ ହୁଏ ଇତ୍ୟାଦି । ବେଦରେ ଏହି ସବୁ ପ୍ରକୃତି କୃତ କର୍ମକୁ ଦେବତାଙ୍କ ଦ୍ୱାରା ସମ୍ପାଦିତ ହୁଏ ବୋଲି କୁହାଯାଇଛି । ମଣିଷ ଯାହାଠାରୁ କିଛି ଉପକାର ପାଏ ତାକୁ ଦେବତା ଜ୍ଞାନରେ ପୂଜା କରେ । ଯିଏ ତା'ପାଇଁ ଅନିଷ୍ଟକାରୀ ତାକୁ ଅସୁର ଜ୍ଞାନ କରି ତା'ର ସର୍ବନାଶ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରେ । ଅଧିକାଂଶ ବେଦ ମନ୍ତ୍ରରେ ଏହି ଭାବ ଦେଖିବାକୁ ମିଳେ । ଏହି ଦୃଷ୍ଟିରୁ ମେଘ ଦ୍ୱାରା ହେଉଥିବା ବର୍ଷା ପ୍ରଜାବର୍ଗଙ୍କ ପରିପୋଷଣ ପାଇଁ ଅନ୍ନାଦିର କାରଣ ହୋଇଥିବାରୁ ଏହି ପ୍ରକ୍ରିୟା ଯେଉଁ ଶକ୍ତି ଦ୍ୱାରା ପରିଚାଳିତ ତାକୁ "ଇନ୍ଦ୍ର' ବୋଲି କୁହାଗଲା । ବେଦରେ "ଇନ୍ଦ୍ର'ଙ୍କୁ ପାଳନ କର୍ା ଓ ସମସ୍ତ ଶତ୍ରୁ ମାନଙ୍କର ସଂହାର କର୍ା ରୂପେ ପରିକଳ୍ପନା କରାଯାଇଛି । ତେଣୁ ଏହି ଶ୍ଳୋକର ତାପôର୍ଯ୍ୟ ହେଲା ପ୍ରକୃତି ଯେପରି ତା'ର ନିଃସ୍ୱାର୍ଥ କର୍ମର ଅଖଣ୍ଡ ପରମ୍ପରା ସ୍ୱୟଂକ୍ରିୟ ଭାବରେ କରି ଚାଲିଛି ମନୁଷ୍ୟ ମଧ୍ୟ ସେହି ନିୟମ ରକ୍ଷାକରି ଲୋକ କଲ୍ୟାଣ କାର୍ଯ୍ୟ କରୁ । ମଣିଷ ପ୍ରକୃତିର କାର୍ଯ୍ୟରେ ସହଯୋଗ କଲେ ସୃଷ୍ଟିରେ ସୁଖ ଶାନ୍ତି ସମୃଦ୍ଧି ଉରୋର ବୃଦ୍ଧି ହେବ । ଅନ୍ୟଥା ପ୍ରକୃତିର କୋପ ଭାଜନ ହୋଇ ବିନାଶ ମୁଖରେ ପତିତ ହେବ । ଆଜି ଆମେ ଯେଉଁ ମହାବାତ୍ୟା, ଭୂମିକମ୍ପ, ଜଳପ୍ଳାବନ ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପରେ ପ୍ରତାଡିତ ହେଉଛୁ ତାହା ଆମ କର୍ବ୍ୟ କର୍ମରୁ ବିଚୁ୍ୟତିର ପରିଣାମହିଁ ଅଟେ ।
ଆଲୋଚିତ ଅଧ୍ୟାୟରେ କର୍ମଯୋଗ ପ୍ରକରଣ ଚାଲୁଥିବାରୁ ଏଠାରେ "ଯଜ୍ଞାବଶେଷର' (ଯଜ୍ଞାଶିଷ୍ଟାଶିନ୍ନଃ ସନ୍ତୋ...)ଅର୍ଥ କର୍ମଯୋଗକୁ ଇଙ୍ଗିତ କରୁଛି । ତେଣୁ ଏଠାରେ ବୈଶ୍ୱଦେବ ଯଜ୍ଞ ସମ୍ପାଦନପରେ ଅବଶିଷ୍ଟ ରହୁଥିବା ଅନ୍ନ'କୁ ଯଜ୍ଞାବଶେଷ ରୂପରେ ଅର୍ଥ କରିବା ସମୀଚୀନ ମନେ ହୁଏ ନାହିଁ । କାରଣ ଏଠାରେ ନିଃସ୍ୱାର୍ଥ ଓ ନିଷ୍କାମ ଭାବରେ କର୍ବ୍ୟ କର୍ମର ସମ୍ପାଦନକୁ "ଯଜ୍ଞ' ବୋଲି ପରମାତ୍ମା କହୁଛନ୍ତି । ଆମର ଶରୀର ପ୍ରକୃତିର ପଭୂତରୁ ନିର୍ମିତ । ପ୍ରକୃତିରୁ ଜଳ, ବାୟୁ, ଉାପ ଆଦି ଆମକୁ ନିଃଶୂଳକ ମିଳେ । ତେଣୁ ଆମେ ପ୍ରକୃତି ପାଖରେ ଋଣୀ । ଅନ୍ୟପକ୍ଷରେ ଏହି ପ୍ରାକୃତିକ ବିଧି ବିଧାନର ନିୟନ୍ତା ପରମାତ୍ମା ହୋଇ ଥିବାରୁ ଆମେ ତାଙ୍କ ପାଖରେ କୁତଜ୍ଞ ହେବା ଉଚିତ । କୃତଜ୍ଞତାର ନିଦର୍ଶନ ସ୍ୱରୂପ ଆମେ କେବଳ ନିଜର ଉଦର ପୋଷଣ ପାଇଁ କର୍ମ ନ କରି ଜଗତର କଲ୍ୟାଣ ପାଇଁ କିଛି କର୍ମ କରିବା ଉଚିତ । ଆଜି ଆମ ପାଖରେ ଯାହା କିଛି ଧନ ସମ୍ପି ଅଛି ତାହା ସମାଜର ସହଯୋଗ ବିନା ଆହରଣ କରିବା ସମ୍ଭବ ନୁହେଁ । ତେଣୁ ସେସବୁ ଯଜ୍ଞ ସମ୍ପି ଭାବି ନିମି ଭାବରେ ସେଥିରୁ କିଛି ଅଂଶ ବଳକା ରଖି ଲୋକ କଲ୍ୟାଣ ପାଇଁ ଉତ୍ସର୍ଗ କରିବା ଉଚିତ । ଏଭଳି କର୍ମ ପରାୟଣ ବ୍ୟକ୍ତି ସକଳ ପାପରୁ ମୁକ୍ତ ହୁଏ । କିନ୍ତୁ ଯେଉଁମାନେ କେବଳ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପୁିର୍ ପାଇଁ କର୍ମ କରନ୍ତି ସେମାନେ ପାପାଚାରୀ । ସେମାନଙ୍କୁ ଶେଷରେ ଏହାର ଦଣ୍ଡ ଭୋଗିବାକୁ ପଡେ । ସମଗ୍ର ବିଶ୍ୱରେ ଏହି ଉତ୍ସର୍ଗୀକୃତ ନିଃସ୍ୱାର୍ଥ କର୍ମ ବା ଯଜ୍ଞର ଅଖଣ୍ଡ ପରମ୍ପରା ଦେଖିବାକୁ ମିଳେ । ଅନ୍ନ ଖାଇ ପ୍ରାଣୀମାନେ ଜୀବନ ଧାରଣ କରନ୍ତି । ତେଣୁ ସେମାନଙ୍କର ଉପôିର କାରଣ ହିଁ ଅନ୍ନ ଅଟେ । ବର୍ଷା ଦ୍ୱାରା ଏହି ଅନ୍ନ ଉପôନ୍ନ ହୁଏ । ମଣିଷ ପ୍ରକୃତିର ବିରୁଦ୍ଧାଚରଣ ନ କରି ତା'ର କର୍ବ୍ୟ କର୍ମ ସୁଚାରୁ ରୂପେ ସମ୍ପାଦନ କଲେ ପ୍ରକୃତି ମଧ୍ୟ ତା'ର ସନ୍ତୁଳନ ରକ୍ଷା କରେ ଓ ନିର୍ଦ୍ଧିଷ୍ଟ ସମୟରେ ଆବଶ୍ୟକ ବର୍ଷା କରାଏ । ତେଣୁ କୁହାଗଲା କର୍ମରୁହିଁ ଯଜ୍ଞର ଉପôି ହୁଏ ।
ଅନେକ ବିଦ୍ୱାନ "ବ୍ରହ୍ମ' ଶବ୍ଦର ବ୍ୟାଖ୍ୟା ପରମାତ୍ମାଙ୍କ ପର୍ଯ୍ୟାୟବାଚୀ ଅର୍ଥରେ ଗ୍ରହଣ କରନ୍ତି । କିନ୍ତୁ "ବ୍ରହ୍ମ' ହେଉଛି ଏକ ସୁକ୍ଷ୍ମ ମହତ୍ୱ, ଈଶ୍ୱରୀୟ ଜ୍ଞାନ ବୋଧକ ଏବଂ ଆତ୍ମାର ଦ୍ୟୋତକ । କର୍ମ ବ୍ରହ୍ମୋଭବଂ ଅର୍ଥାତ ବ୍ରହ୍ମରୁ କର୍ମର ଉପôି ବୋଲି ଏହି ଶ୍ଳୋକରେ କୁହାଯାଇଛି । ଅନେକ ଏଠାରେ ବ୍ରହ୍ମର ଅର୍ଥ "ବେଦ' ବୋଲି ଅର୍ଥ କରନ୍ତି । ବେଦ ଜ୍ଞାନାର୍ଥ ବୋଧକ । ତେଣୁ "ବେଦ' ପରିବେର୍ ଈଶ୍ୱରୀୟ ଜ୍ଞାନ ଅର୍ଥ କରିବା ଅଧିକ ଯୁକ୍ତି ସଙ୍ଗତ ହେବ । କାରଣ ପରମାତ୍ମା ଜ୍ଞାନତାତା ଏବଂ ସମଗ୍ର ଗୀତାରେ ଜ୍ଞାନ ଓ ଯୋଗର ବ୍ୟାଖ୍ୟା କରା ଯାଇଛି; ବେଦରେ ନୁହେଁ । ପରମାତ୍ମା ମାନବର କର୍ମ ସମସ୍ୟାର ସମାଧାନ ପାଇଁ ଅବତରଣ କରନ୍ତି ଏବଂ ଦିବ୍ୟକର୍ମରେ ପ୍ରେରିତ କରିବା ପାଇଁ ସମଗ୍ର ମାନବ ସମାଜକୁ ଜ୍ଞାନ ପ୍ରଦାନ କରନ୍ତି । ଏଥିପାଇଁ କୁହାଗଲା; ଜ୍ଞାନରୁ କର୍ମର ଉପôି । ଏହି ଜ୍ଞାନ ସ୍ୱୟଂ ପରମାତ୍ମାଙ୍କ ମୁଖ ନିଃସୃତ ହୋଇଥିବାରୁ ଏହାକୁ (ବ୍ରହ୍ମ) ତାଙ୍କଠାରୁ (ଅକ୍ଷର = ଅବିନାଶୀ) ଉପôନ୍ନ ବୋଲି କୁହାଗଲା । ମାନବାତ୍ମାଗଣଙ୍କୁ କର୍ମରେ ପ୍ରବୃ କରିବା ପାଇଁ ଈଶ୍ୱରୀୟ ଜ୍ଞାନ ଉଦ୍ଧିଷ୍ଟ । ତେଣୁ ସର୍ବଭୂତ ପ୍ରାଣୀରେ ଅବସ୍ଥିତ ଆତ୍ମା(ସର୍ବଗତଃ ବ୍ରହ୍ମ)ଯେତେବେଳେ ଏହି କର୍ମ ଯଜ୍ଞରେ ପ୍ରବୃ ହୁଏ ସେତେବେଳେ ସେ ସ୍ୱତଃ ପରମାତ୍ମାନୁଭୂତି ଲାଭ କରେ । କାରଣ ପୁରୁଷାର୍ଥ ରୂପୀ କର୍ମ ବିନା ପରମାତ୍ମା ପ୍ରାପ୍ତି ସମ୍ଭବ ନୁହେଁ । ସୃଷ୍ଟି ରକ୍ଷା ଓ ବିଶ୍ୱ କଲ୍ୟାଣ ପାଇଁ ପରମାତ୍ମା ଏହିପରି ଅଖଣ୍ଡ "କର୍ମଚକ୍ର' ପ୍ରବର୍ନ କରିଛନ୍ତି । ତେଣୁ ଯେଉଁମାନେ ଈଶ୍ୱରୀୟ ଜ୍ଞାନ ଆଧାରରେ କର୍ମ ନ କରନ୍ତି ତାଙ୍କର ବର୍ମାନ ଜୀବନ ବ୍ୟର୍ଥ ଅଟେ ।
ନିଃସ୍ୱାର୍ଥ ଓ ନିଃଷ୍କାମ ଭାବରେ ଲୋକ ସଂଗ୍ରହାର୍ଥେ କର୍ମ କରିବା ଉଚିତ
ଯସ୍ତ୍ୱାତ୍ମରତିିରେବ ସ୍ୟାଦାତ୍ମତୃପ୍ତଶ୍ଚ ମାନବଃ ।
ଆତ୍ମନ୍ୟେବ ଚ ସନ୍ତୁଷ୍ଟସ୍ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ ।ା୧୭ାା
ନୈବ ତସ୍ୟ କୃତେନାର୍ଥୋ ନାକୃତେନେହ କଶ୍ଚନ ।
ନଚାସ୍ୟ ସର୍ବ ଭୂତେଷୁ କଶ୍ଚିଦର୍ଥବ୍ୟପାଶ୍ରୟଃ ।ା୧୮ାା
ତସ୍ମାଦସକ୍ତଃ ସତତଂ କାର୍ଯ୍ୟ କର୍ମ୍ମ ସମାଚର ।
ଅସକ୍ତୋ ହ୍ୟାଚରନ୍ କର୍ମ୍ମ ପରମାପ୍ନୋତି ପୂରୁଷଃ ।ା୧୯ାା
କର୍ମ୍ମଣୈବ ହି ସଂସିଦ୍ଧିମାସ୍ଥିତା ଜନକାଦୟଃ ।
ଲୋକ ସଂଗ୍ରହମେବାପି ସଂପଶ୍ୟନ କୁର୍ମର୍ହସି ।ା୨୦ାା
ଯଦ୍ୟଦାଚରତିଶ୍ରେଷ୍ଠ ସ୍ତ ଦେବେତରୋ ଜନଃ ।
ସ ଯତ୍ ପ୍ରମାଣଂ କୁରୁତେ ଲୋକ ସ୍ତଦନୁବର୍ତେ ।ା୨୧ାା
ନମେ ପାର୍ଥାସ୍ତି କର୍ବ୍ୟଂ ତ୍ରିଷୁ ଲୋକେଷୁ କିନ ।
ନାନବାପ୍ତମବାପ୍ତବ୍ୟଂ ବର୍ ଏବ ଚ କର୍ମ୍ମଣି ।ା୨୨ାା
ଯଦି ହ୍ୟହଂ ନ ବେର୍ୟଂ ଜାତୁ କର୍ମ୍ମଣ୍ୟ ତନ୍ଦ୍ରିତଃ ।
ମମ ବର୍ତ୍ମାନୁବର୍ନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ।ା୨୩ାା
ଉତ୍ସୀଦେୟୁରିମେ ଲୋକା ନକୁର୍ଯ୍ୟାଂ କର୍ମ୍ମ ଚେଦହମ୍ ା
ସଙ୍କରସ୍ୟ ଚ କର୍ା ସ୍ୟାମୁପହନ୍ୟାମିମାଃ ପ୍ରଜାଃ ।ା୨୪ାା
ଅର୍ଥ : ଯେଉଁ ମନୁଷ୍ୟ ଆତ୍ମାରେ ହିଁ ପ୍ରୀତ, ଆତ୍ମାରେ ହିଁ ପରିତୃପ୍ତ, ଆତ୍ମାରେ ହିଁ ସନ୍ତୁଷ୍ଟ ହୁଏ ତାହାର କର୍ମ ରହେ ନାହିଁ ।ା୧୭ାା ଏହି ଜଗତରେ କର୍ମାନୁଷ୍ଠାନ ଦ୍ୱାରା ତା'ର ପ୍ରୟୋଜନ ନାହିଁ; କର୍ମ ନ କରିବାର କୌଣସି ପ୍ରୟୋଜନ ନାହିଁ; ସର୍ବ ଭୂତରେ ଏହାର କୌଣସି ପ୍ରୟୋଜନୀୟ ସମ୍ବନ୍ଧ ନାହିଁ; ନିର୍ଭରଶୀଳ ହେବାର ଆବଶ୍ୟକତା ନାହିଁ ।ା୧୮ାା ତେଣୁ ଅନାସକ୍ତ ଭାବରେ ସର୍ବଦା କର୍ବ୍ୟ କର୍ମ କର । (ଯେହେତୁ) ମନୁଷ୍ୟ ଅନାସକ୍ତ ହୋଇ କର୍ମ କଲେ ଶ୍ରେଷ୍ଠ ପଦ ପ୍ରାପ୍ତ ହୁଏ ।ା୧୯ ।ା ଜନକାଦି ମହାତ୍ମାମାନେ କର୍ମାନୁଷ୍ଠାନ ଦ୍ୱାରା ପୂର୍ଣ୍ଣ ସିଦ୍ଧି ଲାଭ କରିଥିଲେ । ତୁମେ ମଧ୍ୟ ଲୋକ ସଂଗ୍ରହକୁ ଦୃଷ୍ଟିରେ ରଖି କର୍ମ କରିବା ଉଚିତ ।ା୨୦ ।ା ଶ୍ରେଷ୍ଠ ବ୍ୟକ୍ତି ଯାହା ଅାଚରଣ କରନ୍ତି ସାଧାରଣ ଲୋକେ ତାହା ଅନୁସରଣ କରନ୍ତି ।ା୨୧ାା ହେ ପାର୍ଥ ! ତ୍ରିଲୋକ ମଧ୍ୟରେ ମୋର କୌଣସି କର୍ବ୍ୟ ନାହିଁ, ଅପ୍ରାପ୍ତ ପ୍ରାପ୍ତବ୍ୟ ନାହିଁ; ତଥାପି ମୁଁ କର୍ମରେ ବ୍ୟାପୃତ ରହିଛି ।ା୨୨ାା ହେ ପାର୍ଥ ! କାରଣ ଯଦି ମୁଁ ଆଳସ୍ୟ ରହିତ ହୋଇ କଦାଚିତ କର୍ମ ପଥରେ ପ୍ରବୃ ହେବି ନାହିଁ , ମନୁଷ୍ୟମାନେ ମଧ୍ୟ ସବୁ ପ୍ରକାରେ ମୋ'ରି କଥା ଅନୁସରଣ କରିବେ ।ା୨୩ାା ଯଦି ମୁଁ କର୍ମ ନ କରେ ତାହାହେଲେ ଏହି ଲୋକ ସମୂହ ଧ୍ୱଂସ ମୁଖରେ ପତିତ ହେବେ ଏବଂ ମୁଁ ବିଶୃଙ୍ଖଳାର ସ୍ରଷ୍ଟା ହୋଇଯିବି ଏବଂ ପ୍ରଜାମାନଙ୍କ ବିନାଶର କାରଣ ହେବି ।ା୨୪ ।ା
ବ୍ୟାଖ୍ୟା : ଈଶ୍ୱରୀୟ ଜ୍ଞାନ ଆଧାରରେ କର୍ମ କଲେ ବ୍ୟକ୍ତିଗତ ସ୍ୱାର୍ଥରେ ଜଡିତ ନ ଥିବାରୁ ତଥା ଜଗତ୍ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ହୋଇଥିବାରୁ ଏଥିରେ ଏକ ଅର୍ନିବଚନୀୟ ଆତ୍ମତୃପ୍ତି ଏବଂ ସନ୍ତୋଷ ଅନୁଭବ ହୁଏ । ଏହାହିଁ ଈଶ୍ୱରୋପଲବ୍ଧିର ଚାବି କାଠି । ଏଭଳି ବ୍ୟକ୍ତିଙ୍କର ନିଜ ପାଇଁ କୌଣସି କର୍ମ ଅବଶେଷ ରହେ ନାହିଁ । କାରଣ ସେମାନେ ଈଶ୍ୱରୀୟ ଇଚ୍ଛା ଅନୁସାରେ ତାଙ୍କର ନିମି ଭାବରେ କର୍ମ କରୁଥିବାରୁ ସେଥିରେ ତାଙ୍କର ଆସକ୍ତି ନ ଥାଏ । କର୍ମ ତାଙ୍କ ପାଇଁ ବନ୍ଧନ ବା ପାପର କାରଣ ହୁଏ ନାହିଁ । ଏହାହିଁ କର୍ମାତୀତ ଅବସ୍ଥା । ଏହି ଅବସ୍ଥା ପ୍ରାପ୍ତ ହେଲେ ମାନବାତ୍ମାର ସକଳ ପ୍ରକାର ଅଭିଳାଷ, ଆସକ୍ତି, ଆକାଙ୍କ୍ଷା ତିରୋହିତ ହୋଇଯାଏ । ସେମାନଙ୍କର ମନ ଏବଂ ବୁଦ୍ଧି, ଦେହ ଓ ଦୈହିକ ସମ୍ବନ୍ଧରୁ ମୁକ୍ତ ଥିବାରୁ ସେମାନେ ସଦା ସର୍ବଦା ଆତ୍ମାର ସ୍ୱଭାବ ସୁଲଭ ଗୁଣ ଶାନ୍ତି, ଆନନ୍ଦ, ପ୍ରେମ, ସୁଖ, ସନ୍ତୋଷ ଆଦିରେ ଭରପୂର ଥାନ୍ତି । ସେମାନେ ଏପରି ଏକ ଉଚ୍ଚତମ ସ୍ଥିତିରେ ସଦା ସର୍ବଦା ଅବସ୍ଥିତ ଥାନ୍ତି ଯେ କର୍ମର ଆଉ ପ୍ରୟୋଜନ ରହେ ନାହିଁ । ଏମାନେ ପ୍ରକୃତରେ ଜୀବନ୍ମୁକ୍ତ ଅଟନ୍ତି । କିନ୍ତୁ ଏହାର ଅର୍ଥ କର୍ମ ବିମୁଖତା ନୁହେଁ । ଏମାନେ କର୍ମ କରୁଥିଲେ ମଧ୍ୟ ସ୍ୱତଃ ତାଙ୍କ ଦ୍ୱାରା କର୍ମ ହେଉଥାଏ ।
କର୍ମାତୀତ ବ୍ୟକ୍ତି ବାହ୍ୟତଃ କୌଣସି କର୍ମ କରୁ ନଥିଲେ ମଧ୍ୟ ତାଙ୍କ ଦ୍ୱାରା ସୂକ୍ଷ୍ମ ଭାବରେ ବିଶ୍ୱ କଲ୍ୟାଣ କାର୍ଯ୍ୟ ସମ୍ପାଦନ ହେଉଥାଏ । କିନ୍ତୁ ଅର୍ଜୁନ କର୍ମାତୀତ ଅବସ୍ଥା ପ୍ରାପ୍ତ ହୋଇ ନାହାନ୍ତି । ବର୍ମାନ ସେ କେବଳ ଜିଜ୍ଞାସୁ ମାତ୍ର । ଗୀତାଜ୍ଞାନର ପ୍ରଥମ ସୋପାନ ମଧ୍ୟ ଉୀର୍ଣ୍ଣ ହୋଇ ନାହାନ୍ତି । ତେଣୁ ତାଙ୍କ ଭଳି ଜିଜ୍ଞାସୁମାନଙ୍କୁ କର୍ମ ସନ୍ୟାସ ଶୋଭା ପାଏ ନାହିଁ । ନିଃସ୍ୱାର୍ଥ ଓ ଅନାସକ୍ତ ହୋଇ ଈଶ୍ୱରାର୍ପଣ ବୁଦ୍ଧିରେ କର୍ବ୍ୟ ଓ ଭାବନାରେ କର୍ମ କଲେ କର୍ମାତୀତ ଅବସ୍ଥା ବା ଶ୍ରେଷ୍ଠ ପଦ ପ୍ରାପ୍ତ ହେବ । ଜନକ ଆଦି ମହାତ୍ମାଗଣ ଏହିପରି ନିଷ୍ମାମ ଅନାସକ୍ତ କର୍ମ କରି ପରମ ସିଦ୍ଧି ପ୍ରାପ୍ତ ହୋଇଥିଲେ । କର୍ମାତୀତ ଅବସ୍ଥା ପ୍ରାପ୍ତ ଜୀବାତ୍ମା ନିଜର ପ୍ରୟୋଜନ ପାଇଁ କୌଣସି କର୍ମ କରେ ନାହିଁ । ତାର ସମସ୍ତ କର୍ମ ଲୋକ ଶିକ୍ଷାପାଇଁ ଉଦ୍ଧିଷ୍ଟ । ନିଃସ୍ୱାର୍ଥ କର୍ବ୍ୟ କର୍ମ ପାଳନ ଦ୍ୱାରା ସାଧାରଣ ବ୍ୟକ୍ତି ମଧ୍ୟ ଏହା ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ନିଜ ପାଇଁ ଉଦ୍ଧିଷ୍ଟ କର୍ମ କର୍ବ୍ୟ ଭାବନା ନେଇ କରନ୍ତି । ତେଣୁ ଈଶ୍ôରୀୟ ଜ୍ଞାନ (ଗୀତାଜ୍ଞାନ) କର୍ମ ବିମୁଖତାର ପରିପନ୍ଥ୍ୀ । ଜ୍ଞାନ କେବଳ ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ ନୁହେଁ, ନିଜ ନିଜ ବ୍ୟବହାରିକ ଜୀବନରେ ପ୍ରୟୋଗ କରି ଈଶ୍ୱରୀୟ ଅବତରଣର ଆଭିମୁୁଖ୍ୟକୁ ସଫଳ ରୂପାୟନ କରିବା ପାଇଁ ଉଦ୍ଧିଷ୍ଟ । କାରଣ ମାନବାତ୍ମାଗଣଙ୍କୁ ସ୍ୱଧର୍ମରେ ସ୍ଥିତ ରହି ସ୍ୱକର୍ମରେ ପ୍ରବୃ କରାଇବା ପାଇଁ ପରମାତ୍ମାଙ୍କୁ ଅବତରଣ କରିବାକୁ ପଡ଼େ ।
ଯଦି କାହାରି ମନରେ ଏହି ପ୍ରଶ୍ନ ଆସୁଥାଏ ଯେ ସିଦ୍ଧ କର୍ମଯୋଗୀ ବା କର୍ମାତୀତ ଅବସ୍ଥାରେ ଉପନୀତ ହୋଇଥିବା ବ୍ୟକ୍ତିଙ୍କର ଈଶ୍ୱରୋପଲବ୍ଧି ହେଲା ପରେ କର୍ମରେ ଆଉ କି ପ୍ରୟୋଜନ ? ଏହି ସମ୍ଭାବିତ ପ୍ରଶ୍ନକୁ ବିଚାର କରି ପରମାତ୍ମା କହନ୍ତି ଏପରି ବ୍ୟକ୍ତି ଲୋକ ସଂଗ୍ରହ ବା ଲୋକ ଶିକ୍ଷା ପାଇଁ କର୍ମ କରିବା ଉଚିତ । ଏପରି ପୁରୁଷାର୍ଥୀଙ୍କ ସମଗ୍ର ବ୍ୟକ୍ତିତ୍ୱ ଈଶ୍ୱରାର୍ପିତ ହୋଇଥାଏ । ତାଙ୍କ ପାଇଁ ଗତାନୁଗତିକ ଭାବେ ପ୍ରଚଳିତ ଶାସ୍ତ୍ରୀୟ ବିଧି ନିଷେଧ ବା ସାମାଜିକ ରୀତି ନୀତି ମୂଲ୍ୟହୀନ । କାରଣ ସତ୍ୟ ସନାତନ ଧର୍ମର ପୁନଃ ସ୍ଥାପନା ପାଇଁ ସେମାନେ ନିମି ଭାବରେ ଈଶ୍ୱରୀୟ ଇଚ୍ଛାନୁରୂପ କାର୍ଯ୍ୟ କରନ୍ତି । ସେମାନେ ସମୟୋପଯୋଗୀ ନୂତନ ଆଦର୍ଶ ସୃଷ୍ଟି କରନ୍ତି । ସେମାନଙ୍କର ଦିବ୍ୟ ବ୍ୟକ୍ତିତ୍ୱର ପ୍ରଭାବରେ ଲୋକେ ପ୍ରଭାବିତ ହୋଇ ତାଙ୍କୁ ଶ୍ରେଷ୍ଠତ୍ୱ ପ୍ରାପ୍ତି ପାଇଁ ଅନୁସରଣ କରନ୍ତି । ଏହି ପରିପ୍ରେକ୍ଷୀରେ ପରମାତ୍ମା ନିଜର ଉଦାହରଣ ଦିଅନ୍ତି । ଏପରି କୌଣସି ବସ୍ତୁ ଏ ତ୍ରିଭୁବନରେ ନାହିଁ, ଯାହା ତାଙ୍କର ଅପ୍ରାପ୍ୟ । ତଥାପି ସେ କର୍ମର ଆଦର୍ଶ ପ୍ରତିଷ୍ଠିତ କରିବା ପାଇଁ ମାନବୀୟ ଶରୀର ଆଧାରରେ ପରମ ଧାମରୁ ଓହ୍ଲାଇ ଆସନ୍ତି ଏ ଧରାପୃଷ୍ଠକୁ । ପତିତମାନଙ୍କୁ ପାବନ କରନ୍ତି । ଅଧର୍ମର ବିନାଶ କରି ସତ୍ୟ ଧର୍ମର ସ୍ଥାପନା କରନ୍ତି । ଭକ୍ତମାନଙ୍କର ମନୋବା‚ା ପୂର୍ଣ୍ଣ କରନ୍ତି । ଏଥିରେ ତାଙ୍କର ଲାଭ ବା କ୍ଷତି କିଛି ନାହିଁ । ତଥାପି ସେ ଲୋକ ସଂଗ୍ରହ ବା ଲୋକ ଶିକ୍ଷା ପାଇଁ ଏକ ମହାନ ଶିକ୍ଷକ ରୂପରେ କର୍ମ କରନ୍ତି ।
ପରମାତ୍ମା ଅବତରଣର ଆଭିମୁଖ୍ୟ ହେଲା,କଳିଯୁଗୀୟ ଆସୁରୀ ସଂସ୍କାରଗ୍ରସ୍ତ ମାନବାତ୍ମାମାନଙ୍କୁ ଗୀତାଜ୍ଞାନ ଶିକ୍ଷା ଦେଇ (ଲୋକ ସଂଗ୍ରହ) ସେମାନଙ୍କ ମଧ୍ୟରେ ଦୈବୀ ସଂସ୍କାରର ପୁର୍ନଃରୋପଣ କରିବା । ତେଣୁ ପରମାତ୍ମା ମାନବ ଶାରୀର ମାଧ୍ୟମରେ ଅବତରଣ କରି ଦିବ୍ୟ କର୍ମର ଆଦର୍ଶ ପ୍ରସ୍ତୁତ କରନ୍ତି । କର୍ମର ସହିତ ଧର୍ମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କର୍ମ ଆଧାରରେ ଧର୍ମ ପ୍ରଷ୍ପୁଟିତ ଓ ଫଳ ପ୍ରଦାୟକ ହୁଏ । ଅସତ୍ କର୍ମହିଁ ଅଧର୍ମର କାରଣ । ସତ୍ କର୍ମ ଦ୍ୱାରା ସତ୍ୟ ଧର୍ମର ସ୍ଥାପନା ହୁଏ । ତେଣୁ ପରମାତ୍ମା ମାନବୀୟ ମାଧ୍ୟମ ଦ୍ୱାରା ଆଳସ୍ୟ ରହିତ ହୋଇ ନିତ୍ୟ ନିରନ୍ତର ସୃଷ୍ଟି ପରିବର୍ନ (ଅଧର୍ମର ବିନାଶ ଓ ଧର୍ମର ସ୍ଥାପନ) ପ୍ରକି୍ରୟାରେ କାର୍ଯ୍ୟରତ ରହନ୍ତି । ସୃଷ୍ଟିରେ ଅବତରଣ ପୂର୍ବରୁ ମଧ୍ୟ ସେ ପରମ ଧାମରେ ଥାଇ ବିଭିନ୍ନ ଭକ୍ତମାନଙ୍କ ବିଭିନ୍ନ ପ୍ରକାର ମନୋକାମନା ସେମାନଙ୍କ ସାଧନା ଓ ନିଷ୍ଠା ଅନୁସାରେ ପ୍ରଦାନ କରୁଥିଲେ । ସେ ସର୍ବଦା ଚେତନଶୀଳ ଓ କର୍ମରତ ରହୁଥିବାରୁ ବିଶ୍ୱର ବିଭିନ୍ନ ସ୍ଥାନରୁ ତାଙ୍କୁ ସ୍ମରଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ଭାବନା ଅନୁସାରେ ଫଳ ପ୍ରଦାନ କରିଥାନ୍ତି । ପରମାତ୍ମା ଯଦି ନିଷ୍କି୍ରୟ ହୋଇଯିବେ ତେବେ ସମାଜରେ ଘୋର ବିଭ୍ରାଟ ଦେଖାଦେବ । ସାମାଜିକ ବିଷମତା ସୃଷ୍ଟି ହେବ । ମାନବ ସମାଜ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ । ତେଣୁ କର୍ମ ବିନା ଅନ୍ୟ ଗତି ନାହିଁ ।
ଜ୍ଞାନୀ ଓ ଅଜ୍ଞାନଙ୍କ ମଧ୍ୟରେ ପ୍ରଭେଦ
ସକ୍ତାଃ କର୍ମ୍ମଣ୍ୟ ବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ ।
କୁର୍ଯ୍ୟାଦ୍ବିଦ୍ୱାଂସ୍ତଥାସକ୍ତଶ୍ଚିକୀର୍ଷୁର୍ଲୋକ ସଂଗ୍ରହମ୍ ।ା୩/୨୫ାା
ନ ବୁଦ୍ଧି ଭେଦଂ ଜନୟେଦ ଜ୍ଞାନାଂ କର୍ମସଙ୍ଗିନାମ୍ ।
ଜୋଷୟେତ୍ ସର୍ବ କର୍ମାଣି ବିଦ୍ୱାନ୍ ଯୁକ୍ତଃ ସମାଚରନ୍ ।ା୩/୨୬ାା
ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ା
ଅହଙ୍କାର ବିମୂଢ଼ାତ୍ମା କର୍ାହମିତି ମନ୍ୟତେ ାା୩/୨୭ାା
ତ୍ୱବିୁ ମହାବାହୋ ଗୁଣକର୍ମ ବିଭାଗୟୋଃ ।
ଗୁଣା ଗୁଣେଷୁ ବର୍ନ୍ତ ଇତି ମତ୍ୱା ନ ସଜ୍ଜତେ ାା୩/୨୮ ।ା
ପ୍ରକୃତେର୍ଗୁଣ ସମ୍ମୂଢ଼ାଃ ସଜ୍ଜନ୍ତେ ଗୁଣ କର୍ମସୁ ।
ତାନ୍କୃତ୍ସ୍ନବିଦୋ ମନ୍ଦାନ କୃତ୍ସ୍ନବିନ୍ନ ବିଚାଳୟେତ ।ା୩/୨୯ାା
ମୟି ସର୍ବାଣି କର୍ମାଣି ସନ୍ନ୍ୟସ୍ୟାଧ୍ୟାତ୍ମଚେତସା ।
ନିରାଶୀର୍ନିର୍ମ୍ମମୋ ଭୂତ୍ୱା ଯୁଧ୍ୟସ୍ୟ ବିଗତ ଜ୍ୱରଃ ାା୩/୩୦ାା
ଅର୍ଥ : ହେ ଭାରତ! କର୍ମଫଳରେ ଆସକ୍ତ ହୋଇ ଅଜ୍ଞାନ ବ୍ୟକ୍ତିମାନେ ଯେପରି କର୍ମ କରନ୍ତି; ଜ୍ଞାନୀ ବ୍ୟକ୍ତି ଆସକ୍ତି ଶୂନ୍ୟ ହୋଇ ଲୋକ ସଂଗ୍ରହ (ଶିକ୍ଷା) ଉଦ୍ଧେଶ୍ୟରେ ସେହିପରି କର୍ମ କରିବା ଉଚିତ ।ା୨୫ାା କର୍ମଫଳାସକ୍ତ ଅଜ୍ଞାନ ବ୍ୟକ୍ତିଙ୍କର ବୁଦ୍ଧିକୁ ବିଚଳିତ କରାଇବା ଉଚିତ ନୁହେଁ; ଜ୍ଞାନୀ ବ୍ୟକ୍ତି ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ହୋଇ ସଂସାରରେ ପ୍ରୟୋଜନୀୟ ଯାବତୀୟ କର୍ମ ସମ୍ୟକ ଅନୁଷ୍ଠାନ କରି ସେମାନଙ୍କୁ କର୍ମ ମାର୍ଗରେ ପ୍ରବୃ କରିବେ ।ା୨୬ାା ପ୍ରକୃତିର ଗୁଣ ଦ୍ୱାରା ସମସ୍ତ କର୍ମ ସଂପନ୍ନ ହୁଏ; କିନ୍ତୁ ଅହଙ୍କାର ଦ୍ୱାରା ବିଭ୍ରାନ୍ତ ବ୍ୟକ୍ତି "ମୁଁ କର୍ା' ବୋଲିି ମନେ କରେ ।ା୨୭ାା କିନ୍ତୁ ହେ ମହାବାହୁ ! ଗୁଣ ବିଭାଗ ଓ କର୍ମ ବିଭାଗ ମଧ୍ୟରେ ତ୍ୱ ଜ୍ଞାନୀ ""ଗୁଣ ଗୁଡିକ ଗୁଣଗୁଡିକରେ ପ୍ରବୃ ରହିଅଛି''– (ଇନ୍ଦି୍ରୟମାନଙ୍କ ଦ୍ୱାରା ବିଷୟମାନ ସମ୍ପାଦିତ ହେଉଛି ) ଏହା ଜାଣି ଆସକ୍ତି ଦ୍ୱାରା ସେଥିରେ ବାନ୍ଧି ହୁଅନ୍ତି ନାହିଁ ।ା୨୮ାା ପ୍ରକୃତିର ଗୁଣରେ ବିମୋହିତ ମନୁଷ୍ୟମାନେ ଗୁଣର କର୍ମରେ ଆସକ୍ତ ହୋଇ ପଡନ୍ତି; ପ୍ରକୃତ ଜ୍ଞାନୀବ୍ୟକ୍ତି ସେହି ସମସ୍ତ ଜ୍ଞାନ ରହିତ କ୍ଷୁଦ୍ର ବୁଦ୍ଧି ସମ୍ପନ୍ନ ମନୁଷ୍ୟମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।ା୨୯ାା ନିଜକୁ ଆତ୍ମା ମନେ କରି ବା ଚେତନାକୁ ଆତ୍ମାରେ କେନ୍ଦି୍ରତ କରି(ଆଧ୍ୟାତ୍ମଚେତସା) ମୋତେ ସମସ୍ତ କର୍ମ ଅର୍ପଣ କରି ନିଷ୍କାମ ଓ ଅହଂଭାବଶୂନ୍ୟ ହୋଇ ତଥା ଆନ୍ତରିକ ସନ୍ତାପରୁ ମୁକ୍ତ ହୋଇ(ବିଗତ ଜ୍ୱରଃ) ଯୁଦ୍ଧ କର ।ା୩୦ାା
ବ୍ୟାଖ୍ୟା : ଅଜ୍ଞାନମାନେ ବ୍ୟକ୍ତିଗତ ସ୍ୱାର୍ଥ ସିଦ୍ଧି ପାଇଁ ଅକ୍ଳାନ୍ତ ପରିଶ୍ରମ କରନ୍ତି । ଜ୍ଞାନୀ ବ୍ୟକ୍ତିମାନେ ଠିକ୍ ସେହିପରି ଲୋକ ଶିକ୍ଷା ତଥା ଅଜ୍ଞାନମାନଙ୍କୁ ଈଶ୍ୱରୀୟ ମାର୍ଗରେ ପରିଚାଳିତ କରିବା ପାଇଁ ଯଥା ସାଧ୍ୟ କର୍ମ କରିବା ଉଚିତ । ସେମାନଙ୍କର ନିଃସ୍ୱାର୍ଥ ଓ ଅନାସକ୍ତ କର୍ମ ପ୍ରବଣତା ଦେଖି ଅଜ୍ଞାନ ମଣିଷମାନେ କର୍ମର ପ୍ରକୃତ ରସ ଆସ୍ୱାଦନ କରି ପାରିବେ; ଆନନ୍ଦ ପାଇବେ ଏବଂ କର୍ମ କରିବା ପାଇଁ ଅନୁପ୍ରାଣିତ ହେବେ । ଜ୍ଞାନୀ ଏବଂ ଅଜ୍ଞାନ ଉଭୟଙ୍କ କର୍ମରେ ପ୍ରଭେଦ ଏତିକି ଯେ ଅଜ୍ଞାନ ନିଜ ସ୍ୱାର୍ଥ ପାଇଁ କର୍ମ କରେ,ଜ୍ଞାନୀ ନିଜ ପାଇଁ କିଛି ନ କରି ଲୋକମାନଙ୍କୁ ନିଃସ୍ୱାର୍ଥ ଓ ଅନାସକ୍ତ କର୍ମର ଶିକ୍ଷା ଦେବା ପାଇଁ ଈଶ୍ୱରୀୟ ସେବା ଭାବନାରେ ସତତ କର୍ମରତ ରହନ୍ତି । ସେମାନେ କେବଳ ଉପଦେଶ ଦେବା ଛଳରେ ଅଜ୍ଞାନମାନଙ୍କୁ ବୈରାଗ୍ୟ ଓ କର୍ମଯୋଗର କଥା କହନ୍ତି ନାହିଁ । କାରଣ ଏହା ଦ୍ୱାରା ସେମାନଙ୍କ (ଅଜ୍ଞାନମାନଙ୍କ)ବୁଦ୍ଧିେର ଦ୍ୱନ୍ଦ୍ୱ ଉପôନ୍ନ ହେବ । ଏହା ଦ୍ୱାରା ସେମାନେ କର୍ମ ବିମୁଖ ହୋଇ ସଂସାରର ସମ୍ମୁଖୀନ ହେବା ପରିବେର୍ ନିଷ୍କ୍ରିୟ ଓ ଉଦାସୀନ ହୋଇ ପଡିବେ । କର୍ମ ସନ୍ୟାସ ପ୍ରତି ସେମାନଙ୍କର ଅହେତୁକ ଅନୁରାଗ ସୃଷ୍ଟି ହେବ । ଏହା ଦ୍ୱାରା ସମାଜର ସାମଗ୍ରିକ ଅଭିବୃଦ୍ଧି ବ୍ୟାହତ ହେବ ।
ପୁରୁଷ ବା ଆତ୍ମା ପ୍ରକୃତିର ସହାୟତା ବିନା କୌଣସି କର୍ମ କରିପାରିବ ନାହିଁ । ସ୍ୱ, ରଜ, ତମ – ପ୍ରକୃତି ଜନିତ ଏହି ଗୁଣ ତ୍ରୟଦ୍ୱାରା ହିଁ ସମସ୍ତ କର୍ମ ସମ୍ପାଦିତ ହୁଏ ଏବଂ ଆତ୍ମାରେ ଏହି କର୍ମ ଗୁଡିକର ଫଳ ସଂସ୍କାର ରୂପେ ପ୍ରତିଫଳିତ ହୁଏ । କିନ୍ତୁ ପୁରୁଷ ଯେତେବେଳେ ବିସ୍ମୃତି ବା ଅଜ୍ଞାନତା ହେତୁ ନିଜକୁ ଶରୀର ବୋଲି ମନେକରେ ସେତେବେଳେ ତା'ର ଅହଙ୍କାର ଉପôନ୍ନ ହୁଏ ଏବଂ ସେ ନିଜକୁ ପ୍ର୍ରତ୍ୟେକ କର୍ମର କର୍ା ବୋଲି ମନେକରେ । ଏହାଦ୍ୱାରା କର୍ମରେ ଆସକ୍ତି ଆସିଥାଏ, ଯାହା ଯୋଗର ପରିପନ୍ଥୀ । କାରଣ ମୋହଗ୍ରସ୍ତ ଆତ୍ମା ନିଜର ବାସ୍ତବିକ ସ୍ୱରୂପ ଭୁଲିଯାଇ ""ମୁଁ ଶରୀର'' ବୋଲି ନିଜକୁ ମନେକରେ । ତେଣୁ ସମସ୍ତ କର୍ମ ସର୍ବୋତଭାବେ ପ୍ରକୃତିର ସ୍ୱ ରଜ ଓ ତମଃ ଗୁଣ ତ୍ରୟ ଦ୍ୱାରା ହେଉଥିଲେ ମଧ୍ୟ ମିଥ୍ୟା ଅଭିମାନ ବଶତଃ ବ୍ୟକ୍ତି ନିଜକୁ କର୍ା ମନେ କରେ । ଅହଂ କରୋମିତି ବୃଥାଭିମାନ, ସ୍ୱ କର୍ମ ସୂତ୍ରାଗ୍ରେ ଗ୍ରଥିତୋ ଜନାଃ ।
ଅନ୍ତଃକରଣ ଶୁଦ୍ଧ ନ ହେବା ପର୍ଯ୍ୟନ୍ତ ଜ୍ଞାନ ଉଦୟ ହୁଏ ନାହିଁ । ଜ୍ଞାନର ଅଭାବରେ ବ୍ୟକ୍ତି ଇନ୍ଦ୍ରିୟ ଓ ଇନ୍ଦ୍ରିୟମାନଙ୍କ ଭୋଗ୍ୟ ବିଷୟଗୁଡ଼ିକ ଦ୍ୱାରା ଆସକ୍ତ ହୋଇ ପଡ଼େ । ଇନ୍ଦି୍ରୟାତୀତ ଆତ୍ମିକ ସୁଖର ଧାରଣା ସେମାନଙ୍କର ନଥାଏ । ସାଂସାରିକ ଭୋଗକୁ ହିଁ ସେମାନେ ସର୍ବୋପରି ମନେ କରନ୍ତି । ସେଥିପାଇଁ ସେମାନେ ସେଗୁଡ଼ିକର ପ୍ରାପ୍ତି ପାଇଁ ଦେବ ପୂଜା ତଥା ସ୍ଥୂଳ ଯଜ୍ଞାଦି କର୍ମକାଣ୍ଡରେ ପ୍ରବୃ ହୁଅନ୍ତି । ପ୍ରକୃତ ଜ୍ଞାନ ଅଭାବରୁ ସେମାନେ ପରମାତ୍ମା ପ୍ରାପ୍ତି ପାଇଁ କର୍ମ କରିବା ବଦଳରେ ନାଶବାନ ଭୋଗ ପ୍ରାପ୍ତି ପାଇଁ କର୍ମ କରନ୍ତି । ତଥାପି ସେମାନେ ତାମସିକ ବ୍ୟକ୍ତିଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । କାରଣ ତାମସିକ ବ୍ୟକ୍ତି ଅଧର୍ମକୁ ଧର୍ମ ଓ ଧର୍ମକୁ ଅଧର୍ମ ଭାବି ସେହିପରି ଆଚରଣ କରେ । ତେଣୁ, ଗୀତା ଅଜ୍ଞାନ ବ୍ୟକ୍ତିଙ୍କୁ ତାମସିକ ବ୍ୟକ୍ତି ଅପେକ୍ଷା ଖୁବ ଭଲ ବୋଲି ସ୍ୱୀକାର କରିଛି । କାରଣ ଅଜ୍ଞାନ ବ୍ୟକ୍ତିଙ୍କୁ ଯଥାର୍ଥ ଜ୍ଞାନ ପ୍ରାପ୍ତି ହେଲେ ସେମାନେ ଭୋଗ ବାସନାରୁ ନିବୃ ହୋଇ ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବେ । ତେଣୁ ଜ୍ଞାନୀବ୍ୟକ୍ତି ସେମାନଙ୍କୁ ଧୈର୍ଯ୍ୟ ପୂର୍ବକ ସେମାନଙ୍କ ବିଶ୍ୱାସରେ ଆଘାତ ନ ପହାଇ ଈଶ୍ୱରୀୟ ଜ୍ଞାନର ଯଥାର୍ଥ ସ୍ୱରୂପ ବୁଝାଇବା ଉଚିତ । ସେମାନଙ୍କ ସ୍ୱାର୍ଥ କୈନ୍ଦ୍ରିକ କର୍ମର ଗତିକୁ ପରମାର୍ଥ ମାର୍ଗ ଆଡକୁ ଯୁକ୍ତି ପୂର୍ବକ ମୋଡ଼ି ଦେବା ଉଚିତ । ସମସ୍ତ କର୍ମକୁ ପରମାତ୍ମାର୍ପଣ କରିବା ପାଇଁ ଶିକ୍ଷା ଦେବା ଉଚିତ । ଏଥିପାଇଁ ଜ୍ଞାନୀ ବ୍ୟକ୍ତି ନିଷ୍କାମୀ, ନିରହଙ୍କାରୀ ଓ ସନ୍ତାପହୀନ ହେବା ଉଚିତ ଏବଂ ଯୁଦ୍ଧ ଭିିକ ରୀତିରେ ଏହି ଈଶ୍ୱରୀୟ କାର୍ଯ୍ୟରେ ଲାଗି ପଡିବା ଉଚିତ । ନିରାଶୀର୍ନିର୍ମମୋ ଭୂତ୍ୱା ଯୁଧ୍ୟସ୍ୱ ବିଗତଜ୍ୱରଃ ।ା୩/୩୦ାା
ଯେଉଁମାନେ ଶ୍ରଦ୍ଧା ପୂର୍ବକ ଈଶ୍ୱରୀୟ ମହାବାକ୍ୟକୁ ଜୀବନରେ ପ୍ରୟୋଗ କରିବା ପାଇଁ କର୍ମରେ ପ୍ରବୃ ରହନ୍ତି ସେମାନଙ୍କ ଜୀବନ ଆଧ୍ୟାତ୍ମିକତା ସମ୍ପନ୍ନ । ସେମାନେ ଜ୍ଞାନୀ । ଶ୍ରଦ୍ଧା ଅନୁସାରେ ହିଁ କର୍ମରେ ସଫଳତା ଓ ବିଫଳତା ମିଳେ । ଶ୍ରଦ୍ଧା ବିଶ୍ୱାସର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ । କୌଣସି ବିଷୟକୁ ଜୀବନରେ ଆଚରଣ କରିବାର ଦୃଢ଼ ଆନ୍ତରିକ ସଂକଳ୍ପର ନାମ ହେଉଛି ଶ୍ରଦ୍ଧା । ତେଣୁ ଯେଉଁମାନେ ଶ୍ରଦ୍ଧା ପୂର୍ବକ ନିଃସଂଶୟ ଓ ନିଃସଂକଳ୍ପ ଭାବରେ ଈଶ୍ୱରୀୟ ମତାନୁସାରେ ଜୀବନ ନିର୍ବାହ କରନ୍ତି, ସେମାନେ ମଧ୍ୟ କର୍ମ ବନ୍ଧନରୁ ମୁକ୍ତ ହୁଅନ୍ତି । ଅପର ପକ୍ଷରେ ଯେଉଁମାନେ ସଂଶୟୀ ଓ ସନ୍ଦେହୀ,ଯେଉଁମାନେ ଈଶ୍ୱରୀୟ ମତରେ ମଧ୍ୟ ଦୋଷ ଦର୍ଶନ କରନ୍ତି ଏବଂ ନିଜ ପାଣ୍ଡିତ୍ୟର ଅଭିମାନ ବା ଅଜ୍ଞାନତା ବଶତଃ ତା'ର ଅନୁସରଣ କରନ୍ତି ନାହିଁ, ସେମାନଙ୍କର କଲ୍ୟାଣ ଆଦୌ ସମ୍ଭବ ନୁହେଁ । ଏହିପରି ବ୍ୟକ୍ତିକୁ ଗୀତା ମୁର୍ଖ ବୋଲି କହିଛି । ଏମାନେ ଆସୁରୀ ପ୍ରବୃି ସମୂହର ବଶବର୍ୀ ହୋଇ ଅଧୋପତିତ ହୁଅନ୍ତି ।
ଯେ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବାଃ ।
ଶ୍ରଦ୍ଧାବନ୍ତୋଽନସୂୟନ୍ତୋ ମୁଚ୍ୟନ୍ତେ ତେଽପି କର୍ମଭିଃ ।ା୩/୩୧ାା
ଯେତ୍ୱେତଦ୍ଭ୍ୟସୂୟନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ ।
ସର୍ବ ଜ୍ଞାନବିମୂଢ଼ାଂ ସ୍ତାନ୍ବିଦ୍ଧି ନଷ୍ଟାନଚେତସଃ ।ା୩/୩୨ାା
ଅର୍ଥ : ଯେଉଁ ବ୍ୟକ୍ତି ଶ୍ରଦ୍ଧା ସହକାରେ ଦୋଷଯୁକ୍ତ ଦୃଷ୍ଟି ବର୍ଜିତ ହୋଇ ମୋର ଏହି ମତ ସର୍ବଦା ନିୟମିତ ଭାବରେ ଅନୁସରଣ କରନ୍ତି ସେମାନେ ମଧ୍ୟ କର୍ମ ବନ୍ଧନରୁ ମୁକ୍ତ ହୁଅନ୍ତି । କିନ୍ତୁ ଯେଉଁମାନେ ଦୋଷଦୃଷ୍ଟି ହେତୁ ମୋର ଏହି ମତ ଅନୁସରଣ କରନ୍ତି ନାହିଁ ସେମାନଙ୍କୁ ମୂର୍ଖ,ÿ ସର୍ବଜ୍ଞାନ ବିମୂଢ଼,ÿ ନଷ୍ଟ ଅର୍ଥାତ୍ ଆତ୍ମ କଲ୍ୟାଣ ମାର୍ଗରୁ ଭ୍ରଷ୍ଟ ବୋଲି ଜାଣ ।ା୩/୩୧-୩୨ ।ା
ଇନ୍ଦ୍ରିୟମାନଙ୍କ ବଶୀଭୂତ ନ ହୋଇ ସ୍ୱଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର
ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେ ର୍ଜ୍ଞାନବାନପି ।
ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି ାା୩/୩୩ ।ା
ଇନ୍ଦି୍ରୟସ୍ୟେନ୍ଦ୍ରିୟସ୍ୟାର୍ଥେ ରାଗ ଦ୍ୱେଷୌ ବ୍ୟବସ୍ଥିତୌ ।
ତୟୋର୍ନ ବଶମାଗଚ୍ଛେେø ହ୍ୟସ୍ୟ ପରିପନ୍ଥିନୌ ।ା୩/୩୪ାା
ଶ୍ରେୟାନ୍ ସ୍ୱଧର୍ମୋବିଗୁଣଃ ପରଧର୍ମାତ ସ୍ୱନୁଷ୍ଠିତାତ୍ ।
ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।ା୩/୩୫ ।ା
ଅର୍ଥ : ଜ୍ଞାନୀ ମଧ୍ୟ ନିଜ ପ୍ରକୃତିର ଅନୁସରଣ କରି କର୍ମ କରେ । ସମସ୍ତ ପ୍ରାଣୀ ନିଜ ନିଜ ସ୍ୱଭାବର ଅନୁସରଣ କରନ୍ତି । ନିଗ୍ରହ ବା ଇନ୍ଦ୍ରିୟ ଦମନ ଦ୍ୱାରା କ'ଣ ହେବ ? ଇନ୍ଦ୍ରିୟମାନଙ୍କର ସ୍ୱ ସ୍ୱ ବିଷୟରେ ଅନୁରାଗ ଓ ବିଦ୍ୱେଷ ବ୍ୟବସ୍ଥିତ ଥାଏ । ସେ ଦୁହିଙ୍କର ବଶୀଭୂତ ହେବା ଉଚିତ ନୁହେଁ । କାରଣ ସେ ଦୁହେଁ ଏହାର କଲ୍ୟାଣ ମାର୍ଗରେ ବିଘ୍ନ କାରକ ଅଟନ୍ତି ।ା୩୪ାା ଉମ ରୂପେ ଅନୁଷ୍ଠିତ ପରଧର୍ମ ଅପେକ୍ଷା ଦୋଷଯୁକ୍ତ ସ୍ୱଧର୍ମ ଶ୍ରେଷ୍ଠ ଅଟେ । ସ୍ୱଧର୍ମରେ ମୃତୁ୍ୟ ବରଂ ଶ୍ରେଷ୍ଠ; ପରଧର୍ମ ବିପଦପୂର୍ଣ୍ଣ ।ା ୩୫ ।ା
ବ୍ୟାଖ୍ୟା : ହଠ ଦ୍ୱାରା ବଳପୂର୍ବକ ଇନ୍ଦି୍ରୟମାନଙ୍କୁ ଦମନ କରାଯାଏ । କିନ୍ତ୍ୁ ଏହା ଦ୍ୱାରା ବିଶେଷ କିଛି ଲାଭ ମିଳେ ନାହିଁ । କାରଣ ପୂର୍ବ ଜନ୍ମର କର୍ମ ଅନୁସାରେ ପ୍ରତ୍ୟେକ ମନୁଷ୍ୟର ସଂସ୍କାର ନିର୍ଦ୍ଧାରିତ ହୋଇଥାଏ । ତେଣୁ ସେମାନେ ଯେଉଁପରି ସଂସ୍କାର ନେଇ ଜନ୍ମ ଗ୍ରହଣ କରିଥାନ୍ତି ସେହି ଅନୁସାରେ କର୍ମରେ ପ୍ରବୃ ହୁଅନ୍ତି । ଏହାକୁ ବଳ ପୂର୍ବକ ଦମନ କଲେ ଏହା ପରିବର୍ନ ହେବା ପରିବେର୍ ମନରେ ବିକ୍ଷେପ ସୃଷ୍ଟି କରିବ । ତେଣୁ ଈଶ୍ୱରୀୟ ଜ୍ଞାନ ଅନୁସରଣରେ କର୍ବ୍ୟ ଅକର୍ବ୍ୟର ବିବେଚନା ପୂର୍ବକ କଲ୍ୟାଣ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅବଗୁଣ ସମୂହକୁ ଦୃଢ଼ ସଂକଳ୍ପ ଦ୍ୱାରା ତ୍ୟାଗ କରିବା ଉଚିତ । ଏହା ବ୍ୟତୀତ ଆମ ମଧ୍ୟରେ ଥିବା ଭଲ ଗୁଣଗୁଡ଼ିକୁ ମଧ୍ୟ ବିକାଶ କରିବାକୁ ହେବ । ଏଥିପାଇଁ ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ମନକୁ ଯୁକ୍ତ ରଖିବା ଦରକାର । ଆତ୍ମାର ମୂଳ ସ୍ୱଭାବ ହେଲା ଶାନ୍ତି, ପବିତ୍ରତା, ଆନନ୍ଦ, ପ୍ରେମ ଇତ୍ୟାଦି । ତେଣୁ ଶରୀରଠାରୁ ଆତ୍ମାର ସମ୍ବନ୍ଧକୁ ଅସ୍ୱୀକାର କଲେ ଅର୍ଥାତ ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କଲେ ଇନ୍ଦି୍ରୟମାନଙ୍କ ସ୍ୱ ସ୍ୱ ବିଷୟରେ ଥିବା ଅନୁରାଗ ବା ବିଦ୍ୱେଷର ପ୍ରଭାବରେ ଆମେ ଆସିବା ନାହିଁ । ଏଥିପାଇଁ ଗୀତା ଇନ୍ଦ୍ରିୟ ନିଗ୍ରହ ଅପେକ୍ଷା ଆତ୍ମାର ମୂଳ ସ୍ୱଭାବରେ(ସ୍ୱଧର୍ମ)ନିଜକୁ ପ୍ରତିଷ୍ଠିତ କରିବା କଥା କହିଛି ।
ଆତ୍ମାର ମୂଳ ପ୍ରକୃତି ବା ସ୍ୱଭାବ ଅନୁସାରେ ଯେଉଁ କର୍ମ କରାଯାଏ ତାହା ହିଁ ସ୍ୱଧର୍ମ । ଆତ୍ମାର ମୂଳ ପ୍ରକୃତି ହେଲା ପବିତ୍ରତା, ଶାନ୍ତି, ଆନନ୍ଦ, ସୁଖ, ପ୍ରେମ ଇତ୍ୟାଦି । ତେଣୁ ପ୍ରତ୍ୟେକ ମାନବାତ୍ମାଙ୍କ କର୍ମ ଏପରି ହେବା ଉଚିତ ଯଦ୍ଧ୍ୱାରା ନିଜର ତଥା ଅନ୍ୟର ପବିତ୍ରତା,ଶାନ୍ତି ବା ଆନନ୍ଦ ଯେପରି ବାଧିତ ନ ହୁଏ । ଗୀତା ଜନ୍ମ ଆଧାରିତ କର୍ମକୁ ସ୍ୱଧର୍ମ ବୋଲି ମାନେ ନାହିଁ । ମାନବର ପୂର୍ବ ଜନ୍ମର ସଂସ୍କାର ଅନୁସାରେ ଏ ଜନ୍ମରେ ତା'ର ତଦନୁରୂପ ପ୍ରକୃତି ହୁଏ । ସେହି ଭେଦରେ ତା'ର ଚାରୋଟି ଶ୍ରେଣୀ ବିଭାଗ କରାଯାଇପାରେ । ଯଥା – ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର । ଏ ପ୍ରକାର ଶ୍ରେଣୀ ପ୍ରକରଣ ଆଦୌ ଜାତି ଆଧାରିତ ହୁହେଁ । ଗୁଣ କର୍ମ ଭେଦରେ ଏପରି ଶ୍ରେଣୀ ବିଭାଗ କରାଯାଇଛି ବୋଲି ଗୀତା କହେ । ଚର୍ତୁବର୍ଣ୍ଣମୟା ସୃଷ୍ଟା ଗୁଣ କର୍ମ ବିଭାଗଶଃ...ାା କେହି କେହି କହନ୍ତି ଯେ ମଣିଷ ତା'ର ପୁରୁଷାର୍ଥ ବା କର୍ମ ଭେଦରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଚାରୋଟି ଅବସ୍ଥା ଦେଇ ଗତି କରେ । ଜନ୍ମ ସମୟରେ ସେ ଶୁଦ୍ର ଥାଏ । ବୟସ ପ୍ରାପ୍ତ ହେବା ସେଙ୍ଗ ସେଙ୍ଗ ଯେତେେବେଳ ସେ ସଂସ୍କାରିତ ହୁଏ ସେତେବେଳେ ତାହାକୁ ଦ୍ୱିଜ କୁହାଯାଏ । ଜ୍ଞାନ ପ୍ରାପ୍ତ ହେଲେ ବିପ୍ର ଓ ପରମାତ୍ମା ପ୍ରାପ୍ତି ପରେ ସେ ବ୍ରାହ୍ମଣ ନାମରେ କଥିତ ହୁଏ । ଜନ୍ମନି ଜାୟତେ ଶୂଦ୍ରଃ, ସଂସ୍କାରାତ୍ ଦ୍ୱିଜ ଉଚ୍ୟଦେ, ବେଦାଭ୍ୟାସେ ଭବେତ୍ ବିପ୍ର, ବ୍ରହ୍ମ ଜାନାତି ଇତି ବ୍ରାହ୍ମଣଃ ।ା ତେଣୁ ଏଠାରେ ମଧ୍ୟ ଏହା ସ୍ପଷ୍ଟ ଯେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ଜନ୍ମ ଆଧାାରିତ ନୁହେଁ; କର୍ମ ଓ ଗୁଣ ଆଧାରିତ ।
ପାପର କର୍ା ଓ ତା'ର ବିନାଶର ଉପାୟ
କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ ।
ମହାଶନୋ ମହା ପାପ୍ମା ବିଦ୍ଧ୍ୟେନମିହ ବୈରିଣମ୍ ।ା୩୩/୩୭ାା
ଧୂମେନା ବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ ।
ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍ ।ା୩/୩୮ାା
ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟ ବୈରିଣା ।
କାମ ରୂପେଣ କୌନ୍ତେୟ ! ଦୁଷ୍ପୂରେଣାନଳେନ ଚ ।ା୩/୩୯ ।ା
ଇନ୍ଦି୍ରୟାଣି ମନୋବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ।
ଏତୈର୍ବିମୋହୟତ୍ୟେଷ ଜ୍ଞାନ ମାବୃତ୍ୟ ଦେହିନମ୍ ।ା୩/୪୦ ।ା
ତସ୍ମା୍ୱମିନ୍ଦ୍ରିୟାଣ୍ୟାଦୌ ନିୟମ୍ୟ ଭରତର୍ଷଭ ।
ପାପ୍ମାନଂ ପ୍ରଜହି ହ୍ୟେନଂ ଜ୍ଞାନବିଜ୍ଞାନ ନାଶନମ୍ ।ା୩/୪୧ ।ା
ଇନ୍ଦି୍ରୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ଯୋ ବୁଦ୍ଧେଃ ପରତସ୍ତୁଃ ସଃ ।ା୩/୪୨ ।ା
ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମନା ।
ଜହି ଶତ୍ରୁଂ ମହାବାହୋ ! କାମରୂପଂ ଦୂରାସଦମ୍ ।ା୩/୪୩ାା
ଅର୍ଥ : ଏହା କାମ, ଏହା କ୍ରୋଧ, ଏହା ରଜୋଗୁଣରୁ ଉପôନ୍ନ; ସର୍ବଗ୍ରାସୀ ଅତ୍ୟନ୍ତ ପାପପୂର୍ଣ୍ଣ; ଏହି ସଂସାରରେ ଏହାକୁ ମହାଶତ୍ରୁ ବୋଲି ଜାଣ ।ା୩୭ ।ା ଯେପରି ଅଗ୍ନି ଧୂଆଁ ଦ୍ୱାରା ଆବୃ ହୋଇଥାଏ, ଦର୍ପଣ ମଇଳା ଦ୍ୱାରା ଆବୃ ହୁଏ ଓ ଜରାୟୁ ଦ୍ୱାରା ଗର୍ଭ ଆବୃ ହୁଏ, ସେହିପରି ସେହି କାମ ଦ୍ୱାରା ଏହି ଜ୍ଞାନ ଆବୃ ହୁଏ ।ା୩୮ାା ହେ କୌନ୍ତେୟ ! ଜ୍ଞାନୀର ଚିର ଶତ୍ରୁ ଏହି କାମରୂପ ଆଦୌ ସନ୍ତୁଷ୍ଟ ହେଉ ନଥିବା ଅଗ୍ନି ଦ୍ୱାରା ଜ୍ଞାନ ଆବୃ ହୋଇଥାଏ ।ା୩୯ାା ଇନ୍ଦି୍ରୟ ସମୂହ, ମନ ଓ ବୁଦ୍ଧି ଏହି କାମର ଆଶ୍ରୟ ସ୍ଥଳ ବୋଲି କଥିତ ହୁଏ; ଏହି କାମ ଏମାନଙ୍କ ଦ୍ୱାରା ଜ୍ଞାନକୁ ଆବୃ କରି ଜୀବାତ୍ମାକୁ ବିମୋହିତ କରେ ।ା୪୦ାା ହେ ଭାରତ ଶ୍ରେଷ୍ଠ ! ତେଣୁ ତୁମେ ପ୍ରଥମେ ଇନ୍ଦି୍ରୟମାନଙ୍କୁ ସଂଯତ କରି ଜ୍ଞାନ ବିଜ୍ଞାନର ନାଶକାରୀ ପାପ ସ୍ୱରୂପ ଏହି କାମକୁ ବିନଷ୍ଟ କର ।ା୪୧ ।ା ଇନ୍ଦି୍ରୟଗୁଡ଼ିକୁ ବିଷୟ ଭୋଗଠାରୁ ଶ୍ରେଷ୍ଠ ବୋଲି କୁହାଯାଏ; ଇନ୍ଦି୍ରୟମାନଙ୍କଠାରୁ ମନ ଶ୍ରେଷ୍ଠ; ମନଠାରୁ ବୁଦ୍ଧି ଶ୍ରେଷ୍ଠ । ଯିଏ ବୁଦ୍ଧିର ଉପରେ ସେହିଁ ଚୈତନ୍ୟ ସ୍ୱରୂପ ଆତ୍ମା ।ା୪୨ାା ଏହିପରି ବୁଦ୍ଧିର ଉଦ୍ଧ୍ୱର୍ରେ ଥିବା ଆତ୍ମାକୁ ଜାଣି ଆତ୍ମା ଦ୍ୱାରା ଆତ୍ମାକୁ ନିଶ୍ଚୟ କରି କାମ ରୂପ ଦୁର୍ଜେୟ ଶତ୍ରୁକୁ ବିନାଶ କର ।ା୪୩ାା
ବ୍ୟାଖ୍ୟା : ଅନେକ ସମୟରେ ମନୁଷ୍ୟ ନ ଚାହୁଥିଲେ ମଧ୍ୟ ପାପ କର୍ମରେ ପ୍ରବୃ ହୁଏ । ଏହା କାହିଁକି ଓ କିପରି ହୁଏ ? ଅର୍ଜୁନଙ୍କ ଏହି ପ୍ରଶ୍ନର ଉର ଦେବାକୁ ଯାଇ ପରମାତ୍ମା କହନ୍ତି, କାମ ଓ କ୍ରୋଧ ମନୁଷ୍ୟକୁ ବଳପୂର୍ବକ ପାପ କର୍ମରେ ଲିପ୍ତ କରାନ୍ତି । କାମ ଦ୍ୱାରା ଆକ୍ରାନ୍ତ ମନୁଷ୍ୟ ଯୌନ ବ୍ୟଭିଚାରରେ ଲିପ୍ତ ହୁଏ । କ୍ରୋଧ ଅନ୍ୟମାନଙ୍କ ସହିତ ମଧୁର ସଂପର୍କକୁ କ୍ଷୁର୍ଣ୍ଣ କରେ । କ୍ରୋଧୀ ବ୍ୟକ୍ତି ହତ୍ୟା କରିବାକୁ ମଧ୍ୟ କୁଣ୍ଠିତ ହୁଏନାହିଁ । କିନ୍ତୁ ଯେହେତୁ ଆତ୍ମା ମୂଳତଃ ପବିତ୍ର ସ୍ୱରୂପ,ପ୍ରେମ ସ୍ୱରୂପ,ଶାନ୍ତି ସ୍ୱରୂପ,ଆନନ୍ଦ ସ୍ୱରୂପ, କ୍ରୋଧର ଆଧିପତ୍ୟ ତା'ଠାରେ ସବୁବେଳେ ନ ଥାଏ । ତେଣୁକିଛି ସମୟ ପରେ ପୁନଃ ଯେତେବେଳେ ବ୍ୟକ୍ତି ତା'ର ଆତ୍ମାର ମୂଳ ସ୍ୱରୂପକୁ ଚାଲି ଆସେ ତା ମନରେ ପଶ୍ଚାତାପର ଲହରୀ ଉପôନ୍ନ ହୁଏ । ସେ ମନେକରେ ସତେ ଯେପରି କୌଣସି ଅଦୃଶ୍ୟ ଶକ୍ତି ତାକୁ ଏପରି ପାପ କର୍ମରେ ପ୍ରବୃ କରାଉଛି ।ଏହି ଅଦୃଶ୍ୟ ଶକ୍ତି ହେଉଛି କାମ ଓ କ୍ରୋଧ । ଏହା ଆତ୍ମା ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥାଏ । ଆତ୍ମାର ମୂଳ ସ୍ୱଭାବ ଏହାଦ୍ୱାରା ଆଚ୍ଛନ୍ନ ହୋଇଥାଏ । ରଜୋଗୁଣରୁ ଉପôନ୍ନ ଏହି ମନୋବିକାର ସମୂହକୁ ଗୀତା "ମହାଶତ୍ରୁ' ବୋଲି ଅଭିହିତ କରିଛି ।
ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ । କିନ୍ତୁ ଜୀବାତ୍ମାର ଚିର ଶତ୍ରୁ ଏହି କାମ ହିଁ ଜ୍ଞାନକୁ ଆବୃ କରିଥାଏ । ଅଗ୍ନିରେ ଘୃତାଦି ସଂଯୋଗ କଲେ ଯେପରି ଆହୁତି ପ୍ରଜ୍ଜ୍ୱଳିତ ହୋଇ ଉଠେ; ସେହିପରି ବିଷୟ ଭୋଗ, କାମ ବାସନାକୁ ପରିତୃପ୍ତ କରିବା ବଦଳରେ ଆହୁରି ତୀବ୍ର କରିଦିଏ । ଆତ୍ମାର ମୂଳ ପ୍ରକୃତିରେ ଅବସ୍ଥାନ କରିବା ଦ୍ୱାରା ଏହି ମହାଶତ୍ରୁକୁ ବିନାଶ କରିବା ସମ୍ଭବ । ତେଣୁ ଯେଉଁମାନେ ଇନ୍ଦ୍ରିୟ, ମନ ଓ ବୁଦ୍ଧିର କ୍ରିୟା ମଧ୍ୟରେ ନିମଗ୍ନ ରହି ପରମାର୍ଥ ପ୍ରାପ୍ତିର ପରିକଳ୍ପନା କରନ୍ତି ସେମାନଙ୍କୁ ମହାମୁର୍ଖ ବ୍ୟତୀତ ଆଉ କ'ଣ କୁୁହା ଯାଇ ପାରିବ ? କାରଣ ଏଗୁଡିକ ହେଉଛି କାମର ଅଧିଷ୍ଠାନ ଭୂମି । ଏମାନଙ୍କ ସହାୟତାରେ ହିଁ ଏହା ପରିପ୍ରକାଶ ହୁଏ । ଏମାନଙ୍କ ବିନା ସହାୟତାରେ କାମ କ୍ରିୟାଶୀଳ ହେବା ସମ୍ଭବ ନୁହେଁ । ଆତ୍ମାର ମୂଳ ସ୍ୱରୂପ ଜ୍ଞାନକୁ ଏମାନଙ୍କ ସହାୟତାରେ କାମ ଆବୃ କରି ରଖିଥାଏ । ତେଣୁ କାମକୁ ଜୟ କରିବାକୁ ହେଲେ ପ୍ରଥମେ ଏହା କବଳରୁ ମୁକ୍ତ ହେବାକୁ ହେବ । ଇନ୍ଦି୍ରୟମାନଙ୍କୁ ବଶୀଭୂତ କରିପାରିଲେ କାମ ବାସନାର ବେଗ ସ୍ୱତଃ ପ୍ରଶମିତ ହୋଇଯିବ । ଏହାଦ୍ୱାରା ମନ ବୁଦ୍ଧି ମଧ୍ୟ ବଶୀଭୂତ ହେବ ଓ ବୁଦ୍ଧି ସହଜରେ ଈଶ୍ୱରୀୟ ଜ୍ଞାନକୁ ଧାରଣ କରିପାରିବ ।
ଇନ୍ଦି୍ରୟମାନଙ୍କ ଠାରୁ ଆତ୍ମା ଶ୍ରେଷ୍ଠ । କାରଣ ଏମାନଙ୍କ ଦ୍ୱାରା ହିଁ ଆତ୍ମା ବିଭିନ୍ନ କାର୍ଯ୍ୟ କରେ । ମନ ଓ ବୁଦ୍ଧି ଆତ୍ମାର ପର୍ଯ୍ୟାୟବାଚୀ । କାରଣ ଏଗୁଡ଼ିକ ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତି ମାତ୍ର । ତେଣୁ ସ୍ୱତନ୍ତ୍ର ସା ନୁହେଁ । ଆତ୍ମାର ସଂକଳ୍ପ ଶକ୍ତିର ନାମ ମନ ଓ ନିର୍ଣ୍ଣୟ ଶକ୍ତିର ନାମ ବୁଦ୍ଧି । କିନ୍ତୁ ଏମାନଙ୍କ ଉଦ୍ଧ୍ୱର୍ରେ ଆତ୍ମାହିଁ ଏକମାତ୍ର ସ୍ୱତନ୍ତ୍ର ସା ।ଏହା ଅମର ଓ ଅବିନାଶୀ ଅଟେ ।
Comments
Post a Comment