ସ୍ୱାସ୍ଥ୍ୟ ସୁରକ୍ଷା---- ଡାକ୍ତର ସୁଧାଂଶୁ ଶେଖର ମିଶ୍ର,
ସ୍ୱାସ୍ଥ୍ୟ ସୁରକ୍ଷା
ଡାକ୍ତର ସୁଧାଂଶୁ ଶେଖର ମିଶ୍ର,
ଶିବଶକ୍ତି ହୋମିଓ ସେବା ସଦନ, ପାଟଣାଗଡ
ପ୍ରତ୍ୟେକ ଧର୍ମରେ ଶରୀରକୁ ଈଶ୍ୱରଙ୍କ ମନ୍ଦିର ବୋଲି କୁହାଯାଇଛି । ଆୟୁର୍ବେଦ ଶାସ୍ତ୍ର କୁହେ,"ଶରୀରମାଦ୍ୟଂ ଖଳୁ ଧର୍ମ ସାଧନାଂ'' ଧର୍ମ, ଅର୍ଥ, କାମ ଓ ମୋକ୍ଷ ପାଇଁ ଶରୀର ସୁସ୍ଥ ରହିବା ନିତାନ୍ତ ଜରୁରୀ । ମଣିଷ ଯେତେ ବଡ ଜ୍ଞାନୀ ହେଉନା କାହିଁକି, ଯଦି ସେ ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ ତେବେ ଜୀବନର ପ୍ରକୃତ ସୁଖ-ଆନନ୍ଦ ଗ୍ରହଣ କରି ପାରେ ନାହିଁ ।ଶରୀର ରୋଗାକ୍ରାନ୍ତ ନ ହେବାକୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ କୁହାଯାଇ ପାରିବ ନାହିଁ । ସ୍ୱାସ୍ଥ୍ୟର ଅର୍ଥ ହେଉଛି ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଅର୍ଥାତ ଆମର ହେହ, ମନ, ସାମାଜିକ ସମ୍ବନ୍ଧ ତଥା ଆତ୍ମିକ ସ୍ଥିତି- ଏହି ଚାରୋଟି ଆୟାମ ସୁସ୍ଥ ହେବା ଉଚିତ । କାରଣ ଏହ÷ି ଚାରୋଟିରୁ ଯଦି କୌଣସି ଗୋଟିଏ ମଧ୍ୟ ବିଗିଡିଯାଏ, ତେବେ ପ୍ରତିକୂଳ ପ୍ରଭାବ ଶରୀର ଉପରେ ପଡେ ଏବଂ ମନୁଷ୍ୟ ରୋଗାକ୍ରାନ୍ତ ହୋଇ ପଡେ । Healthy soul has a healthy mind and healthy mind has a healthy bodyଅର୍ଥାତ ସୁସ୍ଥ ଆତ୍ମାର ମନ ସୁସ୍ଥ ରହେ । ମନ ସୁସ୍ଥ ହେଲେ ଶରୀର ସୁସ୍ଥ ରହେ ।
ରୋଗ ଚିକିସôା(chikitsa) ଅପେକ୍ଷା ଏହା କିପରି ନ ହେବ ତା'ର ଉପାୟ କରିବା ସର୍ବୋମ(Sarbottama) ଅଟେ । Prevention is better then cure ,ରୋଗ ଉପôନ୍ନ ହେବାର ଅନେକ ଗୁଡିଏ କାରଣ ରହିଛି । ସେହି କାରଣ ଗୁଡିକର ନିବାରଣ କରିବା ଦ୍ୱାରା ଆମେ ଅନେକ ରୋଗରୁ ମୁକ୍ତ ହୋଇପାରିବା ।ଜନ୍ମ ସମୟରୁ ପ୍ରକୃତି ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଛି । ଏହା ଶରୀରର ସୁରକ୍ଷା ପ୍ରହରୀ ରୂପେ ସତତ କାର୍ଯ୍ୟରତ । ଦେଶର ସୀମା ସୁରକ୍ଷା ବଳ ଦୁର୍ବଳ ହୋଇ ପଡିଲେ ଯେପରି ଶତ୍ରୁ ଆକ୍ରମଣ କରେ ସେହିପରି ଶରୀରର ଏହି ପ୍ରତିରୋଧକ ଶକ୍ତି କ୍ଷୀଣ ହେଲେ ଶରୀର ରୋଗଗ୍ରସ୍ତ ହୁଏ ।
ରୋଗ ହେବାର ମୁଖ୍ୟ କାରଣ:-
ବିଳମ୍ବରେ ଶୋଇବା ଓ ବିଳମ୍ବରେ ଉଠିବା ଉଚିତ ବ୍ୟାୟାମର ଅଭାବ ସୁଷମ ଖାଦ୍ୟର ଅଭାବକ୍ଷ ରାଜସିକ ଓ ତାମସିକ ଭୋଜନ କର୍ମ କଲାବେଳେ ମାନସିକ ଭାରାକ୍ରାନ୍ତ ହେବାକ୍ଷ ଆଳସ୍ୟକ୍ଷ ନିଶାସକ୍ତ ହେବାକ୍ଷ କୁ-ଅଭ୍ୟାସକ୍ଷ ରୋଗ ହେଲେ ଅବହେଳା ବଶତଃ ବିଳମ୍ବରେ ଚିକିସ(chikitsa) କରିବାସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟପ୍ରାପ୍ତି:-
ସମ୍ପ୍ରତି ଆମେ ପୀଡିତ ହେଉଥିବା ୯୦ ପ୍ରତିଶତ ରୋଗ ମନୋଦୈହିକ ଅଟେ । ତେଣୁ ସ୍ୱସ୍ଥିତିରେ ସ୍ଥିତ ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରାପ୍ତି ସମ୍ଭବ ନୁହେଁ । "ସ୍ୱ'ର ଅର୍ଥ ଆତ୍ମା । ଆଜି ଆଧୁନିକ ସମାଜରେ ଭୌତିକତାର ପ୍ରଭାବରେ ଆତ୍ମବିସ୍ମୃତ ମନୁଷ୍ୟ ଦେହ ସର୍ବସ୍ୱ ହୋଇ ପଡିଛି । ଏହା ଫଳରେ ସେ ଉଭୟ ଆତ୍ମା ଓ ଶରୀର ପବିତ୍ରତା ରକ୍ଷା କରିପାରୁ ନାହିଁ । ଆତ୍ମା ମୌଳିକ ଭାବରେ ପବିତ୍ର, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ଓ ଶକ୍ତି ସ୍ୱରୂପ ଅଟେ । ଏଗୁଡିକ ଆତ୍ମାର ଧର୍ମ ବା ସ୍ୱଧର୍ମ । ଆତ୍ମା ସ୍ୱଧର୍ମରେ ସ୍ଥିତ ହେଲେ ମନୋଦୈହିକ ବ୍ୟାଧିଗୁଡିକର କାରଣ ନିବାରଣ ହେବ ଓ ମାନସିକ ସ୍ୱାସ୍ଥ୍ୟ ବୃଦ୍ଧି ହେବ । ଶରୀରର ସ୍ୱଧର୍ମ ହେଉଛି ପବିତ୍ରତା । ଏହାର ପାଳନ ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟ ପ୍ରାପ୍ତିହୁଏ । ଅତଏବ ଉଭୟ ଆତ୍ମା ଓ ଶରୀରର ସ୍ୱଧର୍ମ ପାଳନ କରିବା ଦ୍ୱାରା ବ୍ୟକ୍ତିର ଶାରୀରିକ,ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପ୍ରାପ୍ତି ହୁଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଅନୁସାରେ ଏହାହିଁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ (Holistic Health) ) ।ଶାରୀରିକ ସ୍ୱାସ୍ଥ୍ୟ ରକ୍ଷା:-
୧.ପ୍ରତିଦିନ ନିଦ୍ରା ତ୍ୟାଗ ପରେ ବୟସ୍କ ବ୍ୟକ୍ତି ଏକରୁ ଦେଢ଼ଲିଟର ପର୍ଯ୍ୟନ୍ତ ଉଷୁମ ପାଣି ପିଇବା ଉଚିତ । ପିଲାମାନେ ଏହାର ଅଧା ଅର୍ଥାତ ୨/୩ ଗ୍ଳାସ ପାଣି ପିଇବେ । ଏହା ଦ୍ୱାରା ଅନ୍ତ୍ରନଳୀରେ ଥିବା ମଳ ସହଜରେ ନିଷ୍କାସନ ହୁଏ । ଅନ୍ତ୍ରନଳୀ ପରିଷ୍ମାର ହେଲେ ଏହା ଖୁବ ଶୀଘ୍ର ଜଳ ଶୋଷଣ କରେ ଓ ଶରୀରସ୍ଥ ବିଷାକ୍ତ ତ୍ୱ(Toxin ନିଷ୍କାସିତ ହୁଏ । ଅନ୍ୟ ପକ୍ଷରେ ପର୍ଯ୍ୟାପ୍ତ ଜଳପାନ ଦ୍ୱାରା ବୃକକ ମଧ୍ୟ ପରିଷ୍କାର ହୁଏ । ପଥୁରୀ ଓ ମୁତ୍ର ସମ୍ବନ୍ଧିତ ବିଭିନ୍ନ ରୋଗ ହେବାର ସମ୍ଭାବନା ହ୍ରାସ ହୁଏ ।
୨. ପ୍ରତିଦିନ ସ୍ନାନ କରିବା ଉଚିତ । ଏହା ଦ୍ୱାରା ଚର୍ମ ପରିଷ୍ମାର ହୁଏ ଓ ଲୋମ କୂପରେ ଜମି ରହିଥିବା ବିଷତ୍ୱ ବାହାରିଯାଏ । ଶରୀରର ଦୁର୍ଗନ୍ଧ ଦୂର ହୁଏ ଓ ତନ-ମନ ସୁସ୍ଥ ରହେ ।
୩. ପ୍ରତ୍ୟହ ଅନୁ୍ୟନ ୪୫ ମିନିଟ ବ୍ୟାୟାମ କରିବା ଉଚିତ । ଆହାର ପରି ବ୍ୟାୟାମ ମଧ୍ୟ ଶରୀର ପାଇଁ ଏକାନ୍ତ ଆବଶ୍ୟକ । ବ୍ୟାୟାମ ଖୋଲା ସ୍ଥାନରେ କରିବା ଉଚିତ । ଶରୀରର ସ୍ୱାସ୍ଥ୍ୟ ଓ ଅବଶ୍ୟକତା ଅନୁସାରେ ବ୍ୟାୟାମ ସାଧାରଣ, ମଧ୍ୟମ ଓ କଠିଣ କରାଯାଇ ପାରେ। ଦୌଡିବା ସମୟ ୩ ମିନିଟରୁ ୩୦ ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ ବଢ଼ାଇବା ଉଚିତ । ବ୍ୟାୟାମ କରିବା ଦ୍ୱାରା ପିଲାମାନଙ୍କ ଉଚ୍ଚତା ବୃଦ୍ଧିହୁଏ, ମାଂସପେଶୀ ଶକ୍ତ୍ ହୁଏ , ସ୍ମରଣ ଶକ୍ତି ବଢ଼େ , ମାନସିକ ଚାପ ହ୍ରାସ ହୁଏ , ମନର ଏକାଗ୍ରତା ବଢ଼େ । ଦେହରୁ ବିଷାକ୍ତ ତ୍ୱ ସବୁ ଝାଳ ସହିତ ବାହାରିଯାଏ , ରକ୍ତରୁ ଶର୍କରା ପରିମାଣ ଅଧିକ ଥିଲେ ହ୍ରାସ ପାଏ, ଉଚ୍ଚ ରକ୍ତଚାପ ଓ ହୃଦରୋଗର ସମ୍ଭାବନା ଯଥେଷ୍ଟ ହ୍ରାସ ପାଏ ।
୪. ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ଏକାନ୍ତ ଅପରିହାର୍ଯ୍ୟ । ଆହାର ତାଲିକାରେ ଚର୍ବି, ପ୍ରୋଟିନ, କାର୍ବୋହାଇଡ୍ରେଟ, ଭିଟାମିନ । ଖଣିଜ ଲବଣ ଆଦି ପୋଷକ ତ୍ୱ ଉଚିତ ଏବଂ ସନ୍ତୁଳିତ ମାତ୍ରାରେ ରହିବା ଆବଶ୍ୟକ । ପ୍ରତ୍ୟହ ନିର୍ଦ୍ଧିଷ୍ଟ ସମୟରେହିଁ ଭୋଜନ କରିବା ଉଚିତ । ଭୋଜନର ବ୍ୟବଧାନ ବୟସାନୁସାରେ ୪ରୁ ୬ଘ: ପର୍ଯ୍ୟନ୍ତହେବା ଉଚିତ । ରାତ୍ରିରେ ଶୋଇବା ୩ ଘା ଆଗରୁ ଭୋଜନ କରିବା ବିଧେୟ । ଭୋଜନ ପରେ ତୁରନ୍ତ ଶୋଇବା ବା ବ୍ୟାୟାମ କରିବା ଉଚିତ ନୁହେଁ । ଭୋଜନ ଶୁଦ୍ଧ ଓ ସା୍ୱିକ ହେବା ଉଚିତ। ରାଜସିକ ଭୋଜନ(ଯଥା ତୈଳାକ୍ତ,ରାଗ ମସଲାଯୁକ୍ତ, ଖଟା, ଆଚାର ଆଦି) ଓ ତାମସିକ ଖାଦ୍ୟ (ଯଥା ମାଂସ, ଅଣ୍ଡା, ପିଆଜ, ରସୁଣ,ବାସି ଖାଦ୍ୟ ଆଦି) ମେଦବୃଦ୍ଧି , ହୃଦରୋଗ, ପାକସ୍ଥଳୀ ଘା', ଉଚ୍ଚ ରକ୍ତଚାପ, କ୍ୟାନସର ଆଦି ରୋଗର କାରଣ ଅଟେ । ତେଣୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଏଗୁଡିକୁ ସର୍ବଥା ବର୍ଜନ କରିବା ଉଚିତ ।
ପାଳଙ୍ଗ, ମେଥି , ଲାଉ , ଜହ୍ନି, ପୋଟଳ, ଅମୃତଭଣ୍ଡା, ଗାଜର ଆଦି ପନି ପରିବା, କଦଳୀ ସେଓ ନାସପାତି, ସାନ୍ତରା ଆଦି ଫଳ; ଦୁଧ, ଦହି, ପନୀର, ଘିଅ, ଆଦି ଚର୍ବି ଜାତୀୟ; ମୁଗ ବିରି , ବାଜରା,ମକା, ଆଦି ଶସ୍ୟ ଜାତୀୟ ଖାଦ୍ୟ ସା୍ୱିକ (satwika)ଆହାରର ଅନ୍ତର୍ଭୁକ୍ତ । ସନ୍ତୁଳିତ ମାତ୍ରାରେ ଏଗୁଡିକ ଭୋଜନ କଲେ ଶରୀର ଓ ମନ ସୁସ୍ଥ ରହେ । ମନ ଉପରେ ଅନ୍ନର ପ୍ରଭାବ ପଡେ । ତେଣୁ କୁହାଯାଏ, ଯେପରି ଅନ୍ନ ସେପରି ମନ । ସା୍ୱିକ(satwika) ଖାଦ୍ୟଗୁଡିକୁ ଈଶ୍ୱରୀୟ ସ୍ମୃତିରେ ପାକ କଲେ ତାହା ଶୁଦ୍ଧ ହୋଇ ମହାପ୍ରସାଦ ହୋଇଯାଏ ଓ ତାହା ଈଶ୍ୱରାର୍ପଣ କରି ଭୋଜନ କଲେ ମନ ଶାନ୍ତ ଓ ନିର୍ମଳହୁଏ । ମନ ଶାନ୍ତ ହେଲେ ଆବଶ୍ୟକ ମାତ୍ରାରେ ପାଚକ ରସ ନିର୍ଗତ ହୁଏ ଯାହା ଫଳରେ ଭୁକ୍ତ ଖାଦ୍ୟ ସହଜରେ ଜୀର୍ଣ୍ଣ ହୁଏ ।
୫.କୌଣସି ନିଶା ଦ୍ରବ୍ୟ ସେବନ କରୁଥିଲେ ଦୁରନ୍ତ ତ୍ୟାଗ କରିବା ଉଚିତ । କାରଣ ଏହା ନର୍କର ଦ୍ୱାର ଅଟେ । ନିଶା ଜୀବନକୁ ନାଶ କରେ । ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ବ୍ୟକ୍ତି ମନରେ ସକାରାତ୍ମକ ବିଚାର ଉପôନ୍ନ କରାଏ । ଏହା ଦ୍ୱାରା ବ୍ୟକ୍ତି ନିଶା ଦ୍ରବ୍ୟ ସେବନ ତଥା ବିଭିନ୍ନ ପ୍ରକାର ବ୍ୟସନରୁ ସହଜରେ ମୁକ୍ତ ହୋଇପାରେ । ମନୁଷ୍ୟ ଯାହା ଭାବେ ସେପରି ଅନୁଭବ କରିବାକୁ ଲାଗେ । ଯେପରି ଅନୁଭବ କରେ ସେପରି ହୋଇଯାଏ । ଏକଥା ସର୍ବଦା ସ୍ମରଣ କରିବାକୁ ହେବ ଯେ ବ୍ୟକ୍ତି ନିଜ କର୍ମ ଅନୁରୂପ ଫଳପାଏ ।
୬. ବସିବାବେଳେ ସର୍ବଦା ପିଠି ସିଧା କରି ବସିବା ଉଚିତ ।ସେହିପରି ସିଧା ସଳଖ ଶୋଇବା ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଉମ । ପ୍ରତ୍ୟେକ ସପ୍ତାହରେ ନଖ କାଟିବା ଉଚିତ । ଶୌଚ ପରେ ସାବୁନେରେ ହାତ ଧୋଇ ସ୍ନାନ କରିବା ଉଚିତ । ଖାଇବା ପୂର୍ବରୁ ମଧ୍ୟ ସାବୁନରେ ହାତ ଧୋଇବା ଉଚିତ ।
୭.ରାତ୍ରିରେ ଶୋଇବା ପୂର୍ବରୁ ଓ ସକାଳେ ଉଠିଲା ପରେ ସ୍ୱଚ୍ଛ ଓ ଥଣ୍ଡା ପାଣିରେ ମୁହଁ ଧୋଇବା ଉଚିତ । ଆଖିରେ ଧୂଳି କିମ୍ବା ମଇଳା ପଡିଲେ ହାତରେ ରଗଡିବା ଅନୁଚିତ । ଏହାଦ୍ୱାରା ଆଖିରେ କ୍ଷତ ଉପôନ୍ନ ହୋଇପାରେ ।ଏପରି କ୍ଷେତ୍ରରେ ଥଣ୍ଡା ଓ ସ୍ୱଚ୍ଛ ପାଣିରେ ଆଖିକୁ ଧୋଇଦେବା ଉଚିତ । ଆଖିରେ କଜ୍ଜ୍ୱଳ ଲଗାଇବା ଠିକ୍ ନୁହେଁ । ଏହାଦ୍ୱାରା ଆଖିରେ ଟ୍ରାକୋମା(Trachoma), ଆଲୁଅ(Stye) ଆଦି ହୋଇଥାଏ । ଅଧିକ ଟି.ଭି. ଦେଖିବା ଆଖି ପାଇଁ କ୍ଷତି କାରକ । ଶୋଇବା ଅବସ୍ଥାରେ ଟି.ଭି. ଦେଖିବା ଓ ପଢ଼ିବା ଅନୁଚିତ । ଟି.ଭି. ଠାରୁ ଆଖିର ଦୂରତା ଅତି କମରେ ୧୦ ଫୁଟ ହେବା ଉଚିତ । ଅନ୍ୟଥା ମୋତିଆବିନ୍ଦୁ(Cataract) ରୋଗ ହୋଇପାରେ । କୌଣସି ପରିସ୍ଥତିରେ ମଧ୍ୟ ଅନ୍ୟମାନଙ୍କ ରୁମାଲ ବ୍ୟବହାର କରିବା ଉଚିତ ନୁହେଁ ।
୮. ଅତି ତୀବ୍ର ବା କ୍ଷୀଣ ଆଲୁଅରେ ପଢ଼ିବା ଅନୁଚିତ । ଯଥା ସମ୍ଭବ ଆଖି ଓ ପୁସ୍ତକ ମଧ୍ୟରେ ଦୂରତା ରକ୍ଷା କରିବା ଉଚିତ । ପଢ଼ିବା ବେଳେ ଆଲୁଅ ଆଖିରେ ସିଧାସଳଖ ଯେପରି ନ ପଡିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ପଢ଼ିବା ଟେବୁଲର ସାମନା ବା ଡାହାଣ ପାଶ୍ୱର୍ରୁ ଆଲୁଅ ଆସିବା ଉଚିତ । ଶୋଇବା ଅବସ୍ଥାରେ ପଢ଼ିଲେ ମେରୁମଜ୍ଜା ପ୍ରଦାହ(Spondylites) ଓ ଅନ୍ୟାନ୍ୟ ଅସ୍ଥିରୋଗ ତଥା ଆଖି ଭାରାକ୍ରାନ୍ତ ହେବାର ସମ୍ଭାବନା ଥାଏ ।
୯. ମୁଖ ଗହ୍ୱର ହେଉଛି ରୋଗର ଦ୍ୱାର । ଦାନ୍ତ ହେଉଛି ଶରୀର ରୂପକ ଦୁର୍ଗର ପ୍ରହରୀ ।ଏହାର ସୁରକ୍ଷା ଦ୍ୱାରା ଶରୀର ଅନେକ ପ୍ରକାର ଆକ୍ରମଣରୁ ରକ୍ଷା ପାଇଥାଏ । ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବଢ଼ାଏ । ସକାଳେ ଶଯ୍ୟାତ୍ୟାଗ ପରେ ରାତ୍ରିରେ ଶୋଇବା ପୂର୍ବରୁ ଏବଂ ପ୍ରତିଥର ଖାଇ ସାରିବା ପରେ ବ୍ରଶ କରିବା ଉଚିତ । ଚା', ଜଳଖିଆ, ମିଠାନ୍ନ ଚକଲେଟ ଆଦି ଖାଇ ସାରିବା ସେଙ୍ଗ ସେଙ୍ଗ ବ୍ରଶ କରିବା ଉଚିତ । ଅନ୍ୟଥା,ଦାନ୍ତ ମାଢ଼ିରେ ପାଇରିଆ ଓ ଦାନ୍ତରେ ପୋକ(Dental caries)ହେବ । ଦାନ୍ତ ଖୁିବା ପାଇଁ ଅଲପିନର ପ୍ରୟୋଗ କରିବା ଅନୁଚିତ । କୋମଳ ବ୍ରସରେ ତଳ ଉପର କରି ବ୍ରସ କରିବା ଉଚିତ । ଶସ୍ତା ଓ କୋଠର ବ୍ରସ ଦ୍ୱାରା ମାଢ଼ି ଖାଇଯାଏ ଓ ଶୀଘ୍ର ଦାନ୍ତ ଖସିଯାଏ । ବ୍ରସ କରି ସାରିବା ପରେ ଆଙ୍ଗୁଠି ସାହାଯ୍ୟରେ ମାଢ଼ିକୁ ମାଲିସ କରିବା ଉଚିତ ।
୧୦. କାନରେ କୌଣସି କାଠି ପୁରାଇବା ଉଚିତ ନୁହେଁ । କୌଣସି ପରିସ୍ଥିତିରେ ମଧ୍ୟ କାନରେ ତେଲ ପକାନ୍ତୁ ନାହିଁ । କାନରେ ମଇଳା ଜମିଥିଲେ ଇ.ଏନ.ଟି.(E.N.T.)ଙ୍କ ପାଖରେ ସଫା କରନ୍ତୁ ଓ ତାଙ୍କ ପରାମର୍ଶ ଅନୁସାରେ କାନରେ ଔଷଧ ପକାନ୍ତୁ । ମୁଣ୍ଡରେ ସାମ୍ପୁ ଲଗାଇବାବେଳେ ଓ କାନର ପର୍ଦ୍ଧାରେ ଛିଦ୍ର(ଚରକ୍ସକ୍ଟ୍ରକ୍ଟକ୍ସବମଗ୍ଧସକ୍ଟଦ୍ଭ)ଥିଲେ ଗାଧୋଇବା ବେଳେ କାନରେ ତୁଳା ଲଗାଇ ଗାଧୋଇବା ଉଚିତ । ଏହାଦ୍ୱାରା କାନରେ ସାମ୍ପୁ ବା ପାଣି ପଶି ପାରିବ ନାହିଁ । ସର୍ଦ୍ଧି ହେଲେ କାନ ମଧ୍ୟ ଆକ୍ରାନ୍ତ ହୁଏ । ତେଣୁ ଏହାର ତୁରନ୍ତ ଚିକିସôା କରିବା ଉଚିତ ।
୧୧.ଅଧିକ ଥଣ୍ଡା, ଗରମ,ଖଟା ଓ ତୀକ୍ଷ୍ଣ ଖାଦ୍ୟ ଖାଇବା ଉଚିତ ନୁହେଁ । ଜୋରରେ କଥାବାର୍ା ମଧ୍ୟ କରିବା ଅନୁଚିତ ।ଏହା ଦ୍ୱାରା ଗଳା ଆକ୍ରାନ୍ତ ହୁଏ । ଶୋଇବା ସମୟରେ ଓ ଶଯ୍ୟା ତ୍ୟାଗ ପରେ ସାମାନ୍ୟ ଉଷୁମ ପାଣିରେ ଗଳା ସଫା କରିବା ଉଚିତ । ଗଳାର ବ୍ୟାୟାମ ପାଇଁ ଓଁ ତଥା ଈଇଇଇ....'' ଦୀର୍ଘ ଧ୍ୱନି ଅନ୍ତତଃ ୧୦ଥର ଲେଖାଏଁ ସକାଳେ ଓ ସନ୍ଧ୍ୟାରେ ଉଚ୍ଚାରଣ କରନ୍ତୁ ।
୧୨. ଚର୍ମ ପାଇଁ ଶୋରିଷ ତେଲ ସର୍ବୋମ । ସ୍ନାନର ଏକ ଘା ପୂର୍ବରୁ ଶୋରିଷ ତେଲ ମାଲିସ କରିବା ଉଚିତ । ଏହା ଦ୍ୱାରା ଚର୍ମ କୋମଳ ଓ ଚିକ୍କଣ ହେବ ଏବଂ ଚର୍ମ ରୋଗ ହେବାର ସମ୍ଭାବନା କମ ହେବ । ଅର୍ନ୍ତବସ୍ତ୍ର ଖାି ସୂତାରେ ନିର୍ମିତ ହୋଇଥିବା ଉଚିତ ।
୧୩. ସପ୍ତାହରେ ଅନ୍ତତଃ ଦୁଇଥର ମୁଣ୍ଡରେ ଶୋରିଷ ତେଲ ରାତିରେ ଶୋଇବା ପୂର୍ବରୁ ମାଲିସ କରିବା ଉଚିତ । ତା' ପର ଦିନ ସକାଳେ ରିଠା ଫଳ ବା କୌଣସି ହାର୍ବାଲ ସେମ୍ପୁ ଦ୍ୱାରା ମୁଣ୍ଡ ଧୁଅନ୍ତୁ । ଏହା ଦ୍ୱାରା ମୁଣ୍ଡରେ ଉପି(ଊବଦ୍ଭୟକ୍ସଙ୍କଲଲ)ହେବ ନାହିଁ ।
୧୪.ବସିବା ଓ ଶୋଇବାବେଳେ ମେରୁଦଣ୍ଡକୁ ସିଧା କରି ବସନ୍ତୁ ବା ଶୁଅନ୍ତୁ । ତକିଆ ବ୍ୟବହାର କରନ୍ତୁ ନାହିଁ । ଡନଲପ ପରି ମୋଟା ଗଦି ବ୍ୟବହାର କରିବା ଅନୁଚିତ । ପଲଙ୍କ ବା ପଟା ଖଟରେ ତୁଳା ନିର୍ମିତ ଶେଯ ବିଛାଇ ଶୋଇବା ଉଚିତ । ଏହା ଦ୍ୱାରା ଅା ଦରଜ,ମେରୁମଜ୍ଜା ପ୍ରଦାହ, ସାଇଟିକା ଆଦି ରୋଗ ହୁଏ ନାହିଁ ।
୧୫. ସନ୍ଧ୍ୟା ସମୟରେ ପ୍ରତ୍ୟହ ଭୋଜନ ପୂର୍ବରୁ ଅନୁ୍ୟନ ୨ କି.ମି. ଖୋଲା ପବନରେ ଭ୍ରମଣ କରନ୍ତୁ । ସନ୍ଧ୍ୟା ସମୟରେ ଚା' କିମ୍ବା ଏଭଳି ଉେଜକ ଖାଦ୍ୟ ଓ ପାନୀୟର ସେବନରୁ ନବୃ ରହନ୍ତୁ । ଶୋଇବା ପୂର୍ବରୁ କିଛି ସମୟ ସର୍ବାତ୍ମାଙ୍କ ପିତା ପରମାତ୍ମାଙ୍କୁ ସ୍ମରଣ କରନ୍ତୁ । ଶୋଇବା ବେଳେ ଏକ ଗ୍ଳାସ ଉଷୁମ କ୍ଷୀର ପାନ କରି ବତୀ ଲିଭାଇ ଶୁଅନ୍ତୁ । ଯେଉଁମାନଙ୍କୁ ସମ୍ପୂର୍ଣ୍ଣ ଅନ୍ଧକାର ଭଲ ଲାଗେ ନାହିଁ ସେମାନେ ଶୋଇବା ଘର କୋଣରେ କ୍ଷୀଣ ପ୍ରକାଶ ସମ୍ପନ୍ନ ବତୀ ଜଳାଇ ପାରନ୍ତି । ଏହି ସବୁରାତ୍ରିରେ ଉମ ନିଦ୍ରା କରାଏ । ତଥାପି ସୁଦ୍ଧା ଯଦି ଅନେକ ଦିନ ପର୍ଯ୍ୟନ୍ତ ଭଲ ନିଦ ହେଉ ନ ଥାଏ ତେବେ କୌଣସି ମନୋଚିକିସôକଙ୍କ ସହିତ ପରାମର୍ଶ କରନ୍ତୁ । ନିୟମିତ ରାଜଯୋଗ ଅଭ୍ୟାସ ଦ୍ୱାରା ମଧ୍ୟ ବହୁ ପୁରାତନ ଅନିଦ୍ରା ରୋଗ ଭଲ ହୋଇଥିବାର ଦୃଷ୍ଟାନ୍ତ ଅଛି । ଏଥିପାଇଁ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସ୍ଥାନୀୟ ଶାଖା କେନ୍ଦ୍ର ସହିତ ଯୋଗାଯୋଗ କରି ନିଃଶୁଲ୍କ ରାଜଯୋଗ ଅଭ୍ୟାସର ବିଧି ଶିଖନ୍ତୁ । କ୍ସକ୍ସ
ାା ଓମଶାନ୍ତି ।ା
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର)
ମୋବାଇଲ - ୯୪୩୭୨୧୦୨୯୬
Comments
Post a Comment