ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରିଚର୍ଯ୍ୟା

ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରିଚର୍ଯ୍ୟା

ସ୍ୱାସ୍ଥ୍ୟକଣ ?

              ସ୍ୱାସ୍ଥ୍ୟ କହିଲେ  କେବଳ ଶାରୀରିକ ଦୃଷ୍ଟି କୋଣରୁ ନୀରୋଗ ରହିବାକୁ ବୁଝାଏ ନାହିଁ । ଯାହା ମଣିଷ ମଧ୍ୟରେ ଆନ୍ତରିକ ଆନନ୍ଦ ଉପôନ୍ନ କରାଇ ତାକୁ ଏକ ସକାରାତ୍ମକ ବ୍ୟକ୍ତିଭାବରେ ଗଢ଼ି ତୋଳେ ତାହାହିଁ ପ୍ରକୃତ ସ୍ୱାସ୍ଥ୍ୟ । ସ୍ୱାସ୍ଥ୍ୟ ଅର୍ଥ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ସମ୍ପୂର୍ଣ୍ଣ ବିକାଶ । ଯା'ର  ରୋଗ ପ୍ରତିରୋଧକ ଶକ୍ତି ଯେତିକି ବେଶୀ ସେ ସେତିକି ନୀରୋଗ । ତେଣୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ କହିଲେ ଦେହ,ମନ ଓ ଆତ୍ମାର ସୁସ୍ଥତାକୁ ବୁଝାଏ ।

ସ୍ୱାସ୍ଥ୍ୟ ବନାମ ରୋଗ

           ରୋଗହୀନତାର ଅର୍ଥ ସୁସ୍ଥତାକୁ ବୁଝାଏ ନାହିଁ । ଅନ୍ୟପକ୍ଷରେ ସୁସ୍ଥ କହିଲେ ରୋଗହୀନତା ମଧ୍ୟ ନୁହେଁ । ଆଜି ଆମକୁ ଦରକାର ସ୍ଥାୟୀ ସ୍ୱାସ୍ଥ୍ୟ । ଏହା ଦ୍ୱାରା ଶରୀରରୁ ରୋଗ ଆପଣା ଛାଏଁ ବାହାରି ଯାଏ । ଆମ ମଧ୍ୟରୁ କେତେଜଣ ଶାନ୍ତି ଓ ପ୍ରକୃତ ସ୍ୱାସ୍ଥ୍ୟର ସୁଖ ଉପଭୋଗ କରୁଛନ୍ତି? ଭବିଷ୍ୟତରେ ଆମେ କୌଣସି ଦୁରାରୋଗ୍ୟରେ ପୀଡିତ ହେବୁ ନାହିଁ - ଏପରି ଭୟମୁକ୍ତ ଜୀବନ ଆମମଧ୍ୟରୁ କେତେ ଜଣ ଅତିବାହିତ  କରୁଛେଁ । ସୁସ୍ଥ ଜୀବନ ପାଇଁ ସରଳ ସୂତ୍ର ହେଉଛି - ସୁଷମ ଖାଦ୍ୟ ଖାଇବା, ଗଭୀର ନିଦ୍ରା ଯିବା ଓ ଆବଶ୍ୟକ ବ୍ୟାୟାମ କରିବା । କିନ୍ତୁ, ଆଜିର ଏକବିଂଶ  ଶତାବ୍ଦୀରେ ଆମେ ଚାହୁଁଥିବା ସୁଖ ଶାନ୍ତି ଓ ନୀରୋଗ ଜୀବନ ସୁଦୂରପରାହତ ।

ରୋଗ

           ପ୍ରଦୁଷଣହିଁ ରୋଗର କାରଣ । ଜଳ, ଜୌବିକ ବାଷ୍ପୀୟ ପଦାର୍ଥ; ବାୟୁ, ଧୁମପାନ ବା ମଦ୍ୟପାନ ଦ୍ୱାରା ପ୍ରଦୁଷଣ ବ୍ୟାପେ । ଜୀବାଣୁ ବା ଭୁତାଣୁ ଏହି ପ୍ରଦୁଷଣ ଦ୍ୱାରାହିଁ ଶରୀରସ୍ଥ କୋଷଗୁଡିକୁ ଆକ୍ରମଣ କରନ୍ତି ଓ ସେଠାରେ ବିଷାକ୍ତ ମଳ ନିର୍ଗମନ କରନ୍ତି । ଏହାଦ୍ୱାରା ରୋଗ ହୁଏ । କେତେକ ରୋଗ ପୃଷ୍ଟିହୀନତା ଯୋଗୁଁ  ହୁଏ । ଅସୁସ୍ଥ ହେବା ଅର୍ଥ  ଶରୀରସ୍ଥ ବିଭିନ୍ନ ବାହ୍ୟ ଓ ଆଭ୍ୟନ୍ତରିଣ ଅଙ୍ଗ ପ୍ରତ୍ୟଙ୍ଗର କ୍ରିୟାହୀନତାକୁ ବୁଝାଏ ।
ପ୍ରକୃତରେ ସୁସ୍ଥ କିଏ ?
 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରକୃତ ସୁସ୍ଥ ସିଏ ଯିଏ ଏକାଧାରରେ ଶାରୀରିକ, ମାନସିକ,ଆଧ୍ୟାତ୍ମିକ ଏବଂ ସାମାଜିକ ସ୍ତରରେ ସୁସ୍ଥ ଅଟେ । ଏଥିପାଇଁ ବ୍ୟକ୍ତିକୁ ପ୍ରତି ମୁହୂର୍ରେ ସତର୍କତାପୂର୍ଣ୍ଣ ଜୀବନଯାପନ କରିବାକୁ ହୁଏ । ଅନ୍ୟଥା ଉପରୋକ୍ତ ଚାରୋଟି ସ୍ତରରେ ସେ ଅସୁସ୍ଥ ହୋଇପଡେ ।

ଅସୁସ୍ଥତାର କାରଣ

    କ)ରୋଗ: ସଂକ୍ରମଣକ୍ଷବିଷତ୍ୱକ୍ଷ ରାସାୟନିକ ଔଷଧ(ଡ୍ରଗ ଏବଂକେମିକାଲସ)ଖ)ଅନିୟମିତତା: ଶରୀରସ୍ଥ କୌଣସି ଅଙ୍ଗ ଠିକ ଭାବରେ କାମ ନ କରିବାକ୍ଷ ଚାପ(ଶାରୀରିକ, ମାନସିକ, ରାସାୟନିକ ଏବଂ ପରିବେଶ)  ପ୍ରଦୁଷଣ,     ଅଭ୍ୟାସ, ବାର୍ଦ୍ଧକ୍ୟକ୍ଷ
ଶରୀରସ୍ଥ ବିଭିନ୍ନ ତନ୍ତ୍ରଗୁଡିକର ସ୍ୱାଭାବିକ କ୍ରିୟାରେ  ଅନିୟମିତତାର କାରଣ  କ୍ଷବୟସ ବୃଦ୍ଧି ସହିତ ଶରୀରସ୍ଥ ବିଭିନ୍ନ ତନ୍ତ୍ରଗୁଡିକର ସ୍ୱାଭାବିକ କି୍ରୟା କ୍ଷୀଣ ହୁଏ କ୍ଷ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ସେବନ ଦ୍ୱାରା ଶରୀରସ୍ଥ ଜୀବକୋଷଗୁଡିକ ଅକାମୀ ହୋଇ ଯାଆନ୍ତି। ଅଭ୍ୟାସ:(କ) ଶୀଘ୍ରତା (ପ୍ରତ୍ୟେକ କାର୍ଯ୍ୟକୁ ଶୀଘ୍ର୍ରାତିଶୀଘ୍ର  ସମ୍ପନ୍ନ କରିବା ଓ ଅନିୟମିତ ଭୋଜନ କରିବା)
(ଖ)ବ୍ୟସ୍ତତା(ମାନସିକ ଚାପ,ନିଦ୍ରାହୀନତା) (ଗ)କଟୁ ଖାଦ୍ୟ(ଫାଷ୍ଟ ଫୁଡ, ଖାଦ୍ୟ ସାଇତି ରଖିବା ପାଇଁ ବ୍ୟବହୃତ ବିଭିନ୍ନ ରାସାୟନିକ ଦ୍ରବଣ, ଖାଦ୍ୟରେ ବ୍ୟବହୃତ ବିଭିନ୍ନ ରଙ୍ଗ ଇତ୍ୟାଦି )

ଅସୁସ୍ଥତାର ମୁଖ୍ୟ କାରଣ:

     \ଖାଇବା ଓ ଶୋଇବାରେ ଅନିୟମିତତା ଓ  ଅବ୍ୟବସ୍ଥା କ୍ଷମଦ୍ୟ, ତମାଖୁ, ଧୁମପାନ ଆଦି ହାନିକାରକ ଅଭ୍ୟାସକ୍ଷଆବଶ୍ୟକ ବ୍ୟାୟାମର ଅଭାବ ସମାନ୍ୟରୋଗମାନଙ୍କରେ ମଧ୍ୟ ଉଚ୍ଚଶକ୍ତି ସମ୍ପନ୍ନ ଏଲୋପାଥିକ ଔଷଧ ସେବନକ୍ଷଦୁର୍ବଳ ପ୍ରତିରୋଧକ ଶକ୍ତି ରୋଗର କାରଣଗୁଡିକୁ ପ୍ରତିରୋଧ କରିବାହିଁ ସର୍ବୋମ ଆରୋଗ୍ୟ କ୍ଷଜ୍ଞାତ ପ୍ରଦୁଷଣକାରୀ ତ୍ୱଗୁଡିକଠାରୁ ଦୂରେଇ ରହିବା ଉଚିତ କ୍ଷଆବଶ୍ୟକ ସୁଷମ ଖାଦ୍ୟ ଖାଇବା ଉଚିତକ୍ଷଅନୁ୍ୟନ୍ୟ ୭ ଘା ଶୋଇବା ଉଚିତ କ୍ଷଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି କରିବା ଉଚିତ

ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ - ""କଖଗ''

            ବିଶୁଦ୍ଧୀକରଣ: ଶରୀରସ୍ଥ ବିଷତ୍ୱଗୁଡିକୁ ସଫା କରିବା ଉଚିତ ସମତା: ଶରୀରକୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଚିତ କ୍ରିୟାହୀନତା: ଶରୀରସ୍ଥ କୋଷଗୁଡିକୁ କ୍ରିୟାଶୀଳ କରିବା ପାଇଁ ଆବଶ୍ୟକ ପୋଷକ ତ୍ୱର ଯୋଗାଣ

ପ୍ରକୃତିର ଦାନ

             କେଉଁ ଆବହମାନ କାଳରୁ ଯେଉଁଦିନଠୁଁ ମନୁଷ୍ୟ ପୃଥିବୀରେ ଜନ୍ମ ଗ୍ରହଣ କଲା ସେହି ଦିନଠୁଁ ମଣିଷ ଏବଂ ଜୀବାଣୁ ଓ ଭୂତାଣୁ  ମଧ୍ୟରେ ଅନବରତ ଯୁଦ୍ଧ ଲାଗି ରହିଛି । ଏହି ବାହ୍ୟ ଶତୃମାନଙ୍କ କବଳରୁ ଶରୀରକୁ ରକ୍ଷା କରିବା ପାଇଁ ପ୍ରକୃତି ମଣିଷକୁ ଜନ୍ମ ସମୟରୁହିଁ ଏକ ପ୍ରାକୃତିକ ଚିକିତ୍ସକ ପ୍ରଦାନ କରିଛି । ଏହି ଚିକିତ୍ସକ ଆଉ କେହି ନୁହେଁ ଆମ ମଧ୍ୟରେ ଥିବା ରୋଗପ୍ରତିରୋଧକ ଶକ୍ତି(ସଜ୍ଞଜ୍ଞଙ୍କଦ୍ଭସଗ୍ଧଚ୍ଚ) । ଏହା ମଣିଷ ସହିତ ଜନ୍ମ ହୁଏ ଓ ମଣିଷ ସହିତହିଁ ଶରୀର ତ୍ୟାଗ କରେ । ଯେତେବେଳେ ଶରୀରସ୍ଥ ପ୍ରତିରୋଧକ କ୍ଷମତା ଶକ୍ତିଶାଳୀ ଥାଏସେତେବେଳେ ଜୀବାଣୁ ଓ ଭୁତାଣୁ ଜନିତ କୌଣସି ରୋଗ ଆମକୁ ଆକ୍ରମଣ କରିପାରେ ନାହିଁ । ଅନ୍ୟପକ୍ଷରେ ଯେତେବେଳେ ଦେହର ରୋଗପ୍ରତିରୋଧକ କ୍ଷମତା କ୍ଷୀଣ ହୋଇଯାଏ ସେତେବେଳେ ରୋଗସୃଷ୍ଟିକାରୀ ଜୀବାଣୁ ଓ ଭୁତାଣୁଗୁଡିକ ଜୀବକୋଷ ମଧ୍ୟରେ ପ୍ରବେଶ କରନ୍ତି ଓ ସେଠାରେ ବିଷତ୍ୱଗୁଡିକୁ ନିର୍ଗମନ କରନ୍ତି । ଏହାହିଁ ରୋଗର କାରଣ । ଶରୀରସ୍ଥ ଯେଉଁ ଅଙ୍ଗ ପ୍ରତ୍ୟଙ୍ଗ ବା ଆଭ୍ୟନ୍ତରୀଣ ତନ୍ତ୍ରଗୁଡିକର ଜୀବକୋଷଗୁଡିକ ଆକ୍ରାନ୍ତ ହୁଅନ୍ତି ତତ୍ସମ୍ବନ୍ଧୀୟ ରୋଗଗୁଡିକ ହୁଏ । ଉଦାହରଣ ସ୍ୱରୂପ ଫୁସଫୁସର କୋଷିକା ଆକ୍ରାନ୍ତ ହେଲେ ଶ୍ୱାସରୋଗ ଓ ଅନ୍ୟାନ୍ୟ ଶ୍ୱସନତନ୍ତ୍ର ସମ୍ବନ୍ଧିତ ରୋଗ ହୁଏ  । ଯଦି ହୃତପିଣ୍ଡର କୋଷିକା(ମରକ୍ଷକ୍ଷ) ଆକ୍ରାନ୍ତ ହୁଏ । ତେବେ ଏହାଦ୍ୱାରା ଉଚ୍ଚରକ୍ତଚାପ, ହୃଦଘାତ ଆଦି ରୋଗହୁଏ । ଯଦି ବୃକକ୍ର କୋଷିକାଗୁଡିକ ଆକ୍ରାନ୍ତ ହୁଅନ୍ତି ତେବେ ମୁତ୍ରଦ୍ୱାରା ବିଷାକ୍ତ ଦ୍ରବ୍ୟଗୁଡିକ ନିର୍ଗମନ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ ଏବଂ ପରିଶେଷରେ ଏହାର କାର୍ଯ୍ୟଶକ୍ତି ସମ୍ପୂର୍ଣ୍ଣ ଲୋପ ହୁଏ । ସନ୍ଧିସ୍ଥଳ ଓ ଅସ୍ଥିମାନଙ୍କର କୋଷିକାଗୁଡିକ ଆକ୍ରାନ୍ତ ହେଲେ ବିଭିନ୍ନ ପ୍ରକାର ଅସ୍ଥିରୋଗ ହୁଏ ।ଏହିପରି ଆମ ମଧ୍ୟରେ ଥିବା ପ୍ରତିରୋଧକ ଶକ୍ତି କ୍ଷୀଣ ହେଲେ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଁ ।   କ୍ସକ୍ସ
ଯୋଗାଯୋଗ :
ଶିବ ଶକ୍ତି ହୋମିଓ ସେବା ସଦନ 
କାଦୋପଡା ଗଳି, ବସଷ୍ଟାଣ୍ଡ, ପାଟଣାଗଡ଼ - ୭୬୭୦୨୫
ଫୋ. - (୦୬୬୫୮) ୨୨୨୩୩୯ (ଘର), ମୋବାଇଲ - ୯୪୩୭୨୧୦୨୯୬

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର