ସହଜ ରାଜଯୋଗ(1)--କୃତଜ୍ଞତା/ପ୍ରକାଶକଙ୍କ ଅଭିମତ / आशाीर्बचन /ଶୁଭାଶଂସା/ମୁଖ ବନ୍ଧ/ ସୂଚୀପତ୍ର

ସହଜ ରାଜଯୋଗ

(ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)



ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର
ଶିବଶକ୍ତି ହୋମିଓ ସେବା ସଦନ
କାଦୋପଡ଼ା ଗଳି, ପାଟଣାଗଡ଼,
ଜି: ବଲାଙ୍ଗିର, ପିନ୍ - ୭୬୭ ଠ୨୫
ମୋ- ୯୪୩୭୨୧ଠ୨୯୬


ପ୍ରକାଶକ- ଇଂ ବ୍ର.କୁ. ଭାସ୍କର ପାତ୍ର,
ପାଟଣାଗଡ଼, ବଲାଙ୍ଗୀର
ମୋ.- ୯୪୩୭୨୨୩୬୬୫

ପ୍ରଥମ ସଂସ୍କରଣ - ୨୦୧୭
ମୁଦ୍ରଣ - ପଟ୍ଟନାୟକ ପ୍ରେସ, ବଲାଙ୍ଗୀର
ମୋ- ୯୪୩୭୧୫୧୧୭୭
ମୂଲ୍ୟ- ଟ. ୨ଠଠ/-

SAHAJA RAJA YOGA

(Based on Godly knowledge)


By- Dr. Sudhansu Sekhar Mishra
Shiva Shakti Homoeo Seva Sadan
Kadopada Gali, Patnagarh
Dist.- Bolangir, PIN - 767 025
Mob- 9437210296

Publisher- Er. B.K. Bhaksar Patra
Patnagarh, Bolangir
Mob- 9437223665

First Edition : 2017
Printer - Pattnayak Press, Bolangir
Price - 200/-


ସମର୍ପଣ

ସଂପ୍ରତି ସର୍ବାତ୍ମାଙ୍କ ପରମପିତା ପରମାତ୍ମା ଶିବ ପରମଧାମରୁ ଅବତରଣ କରି ପ୍ରଜାପିତା ବ୍ରହ୍ମାଙ୍କ ମୁଖ କମଳରେ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଶିକ୍ଷା ଦେଉଛନ୍ତି । ସେହି ଈଶ୍ୱରୀୟ ଜ୍ଞାନ, ଶ୍ରବଣ, ମନନ, ଚିନ୍ତନ ଓ ବ୍ୟବହାରିକ ଜୀବନରେ ପ୍ରୟୋଗ କରି ଏହି ଆତ୍ମା ମଧ୍ୟରେ ଆଧ୍ୟାମିôକ ଚେତନା ଜାଗ୍ରତ ହୋଇଛି । ସେ ଏକ ସତ୍ ଶିକ୍ଷକ ରୂପେ ଏ ଆତ୍ମାର ସମସ୍ତ ସନ୍ଦେହ ମୋଚନ କରିଛନ୍ତି । ତାଙ୍କର ପ୍ରେରଣାରେ ଏ ଆତ୍ମା ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଉପରେ ଆଧାରିତ ଏକ ପୁସ୍ତକ ରଚନା କରିବାର ଦୁରୁହ ପ୍ରୟାସ କରିଛି । ଏହି ସହଜ ରାଜଯୋଗ ପୁସ୍ତକରେ ଯାହା କିଛି ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରୁଛି ସେସବୁ ସେହି ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ । ତାଙ୍କ ଇଚ୍ଛା ଓ କୃପା ବିନା ଏ ପୁସ୍ତକ ସମ୍ପୂର୍ଣ୍ଣ ହେବା ଓ ପ୍ରକାଶ ପାଇବା ସମ୍ଭବ ହୋଇ ନ ଥାନ୍ତା । କୃତଜ୍ଞତା ନିଦର୍ଶନ ସ୍ବରୂପ ତାଙ୍କଠାରୁ ପ୍ରାପ୍ତ ଈଶ୍ୱରୀୟ ଜ୍ଞାନ ଆଧାରରେ ସଂକଳିତ ଏହି ପୁସ୍ତକଟି ତାଙ୍କୁ ହିଁ ସମର୍ପଣ କରୁଛି ।
- ବିନୀତ ଲେଖକ -

କୃତଜ୍ଞତା

ସମଗ୍ର ବିଶ୍ୱରେ ପରିବ୍ୟାପ୍ତ କଳିଯୁଗୀୟ ସଂସ୍କାରକୁ ବିଲୋପ କରି ମାନବ ମଧ୍ୟରେ ପୁନଃ ଦୈବୀ ସଂସ୍କାର ସ୍ଥାପନ ପାଇଁ ପରମଧାମ ନିବାସୀ ଜ୍ୟେର୍ତିବିନ୍ଦୁ ସ୍ବରୂପ ପରମ ପିତା ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମା ମୁଖ କମଳ ମାଧ୍ୟମରେ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଶିକ୍ଷା ଦେଉଛନ୍ତି । ସେହି ଜ୍ଞାନକୁ ଆଧାର କରି ଲେଖକର ଶତାଧିକ ଆଧ୍ୟାତ୍ମିକ ଲେଖା ବିଭିନ୍ନ ପତ୍ରପତି୍ରକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ଏତଦ୍ବ୍ୟତୀତ ଈଶ୍ୱରୀୟ କରୁଣାରୁ ଲେଖକ କୃତ ‘ଶ୍ରୀମଦ୍ଭଗବତଗୀତା ରହସ୍ୟ’ ନାମକ ଏକ ପୁସ୍ତକ ଅଗ୍ରଦୂତ, କଟକଙ୍କ ଦ୍ୱାରା  ପ୍ରକାଶିତ ହୋଇ ସାରିଛି ଓ ବର୍ତ୍ତମାନ  ଏହି ପୁସ୍ତକ ଆପଣଙ୍କ ହାତରେ ପହଞ୍ଚିଛି । ତେଣୁ ସେହି ପରମପି୍ରୟ ପରମାତ୍ମା ଶିବ ପିତାଙ୍କ ନିକଟରେ ଲେଖକ ଚିରକୃତଜ୍ଞ ରହିବ ।
ପୂର୍ବ ଜନ୍ମର କିଛି ସୁକୃତ ହେତୁ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଶ୍ରୀ ଯୋଗେଶ୍ୱର ମିଶ୍ର ଓ ଶ୍ରୀମତୀ ଅମୂଲ୍ୟ ମିଶ୍ରଙ୍କ ପ୍ରଥମ ପୁତ୍ର ସନ୍ତାନ ରୂପେ ମୋର ଜନ୍ମ । ସେମାନଙ୍କ ସ୍ନେହପୂର୍ଣ୍ଣ ଲାଳନ ପାଳନରେ ପରିପୁଷ୍ଟ ଶରୀର ଧାରଣ କରି ଏହି ଆତ୍ମା ଇହ ଜନ୍ମରେ ପରମାତ୍ମାନୁଭୂତି ଓ ଆଶୀର୍ବାଦ ବଳରେ ପ୍ରସ୍ତୁତ “ସହଜ ରାଜଯୋଗ’’ ପୁସ୍ତକଟି ରଚନା କରିବାକୁ ସମର୍ଥ ହୋଇପାରିଛି । ତେଣୁ ସର୍ବ ପ୍ରଥମେ ମୋର ସେହି ପରମ ପୂଜନୀୟ ପିତା ଓ ପୂଜନୀୟା ମାଆଙ୍କ ନିକଟରେ ଭକ୍ତିପୂର୍ଣ୍ଣ ଚରଣ ବନ୍ଦନା ପୂର୍ବକ ହାର୍ଦ୍ଦିକ କୃତଜ୍ଞତା ନିବେଦନ କରୁଛି ।
ପରମାତ୍ମାଙ୍କ ଅବତରଣ ହେତୁ ପବିତ୍ର ଦେବଭୂମି ଭାରତରେ ଜନ୍ମଗ୍ରହଣ ଓ ତା’ର ପାଣି ପବନରେ ଜୀବନ ଧାରଣ କରି ଏବଂ ତା’ର କୋଳରେ ଲାଳିତ ପାଳିତ ହୋଇ ଜୀବଦ୍ଧଶାରେ ସାକ୍ଷାତ ପରମାତ୍ମାଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିଥିବା ହେତୁ, ସେହି ଜନନୀ ତୁଲ୍ୟ ଜନ୍ମଭୂମି ନିକଟରେ ଜନ୍ମଜନ୍ମାନ୍ତର କୃତଜ୍ଞ ରହିବି ।
ଦ୍ୱାପର ଯୁଗରୁ ଅଦ୍ୟାବଧି ଅନେକ ଋଷି, ମୁନି, ସାଧୁ, ସନ୍ଥ, ମହାପୁରୁଷଗଣ ସେମାନଙ୍କ ତ୍ୟାଗ ଓ ତପସ୍ୟା ବଳରେ ଏ ପୃଥିବୀରେ ଧର୍ମୀୟ ଅବକ୍ଷୟକୁ ପ୍ରତିହତ କରିବା ପାଇଁ ଅନେକ ମହତ୍ତ୍ବପୂର୍ଣ୍ଣ ଗ୍ରନ୍ଥ ରଚନା କରି ଯାଇଛନ୍ତି । ସେଗୁଡିକରୁ କିଛି ଅଧ୍ୟୟନ କରି ଲେଖକର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଛି । ତେଣୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।
ଯେଉଁ ପତ୍ର-ପତ୍ରିକା ଓ ଈଶ୍ୱରୀୟ ସାହିତ୍ୟ ଅନ୍ତର୍ଗତ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗ ବିଷୟ ଅଧ୍ୟୟନ କରି ଲେଖକ ରାଜଯୋଗ ବିଷୟରେ ବିସ୍ତୃତି ଜ୍ଞାନ ଆହରଣ କରିଛି ସେହି ମହାନୁଭବ ଜ୍ଞାନୀ ଆତ୍ମାଗଣଙ୍କୁ ବିନମ୍ର କୃତଜ୍ଞତା ଜ୍ଞାପନ କରୁଛି ।
ମୋର ସହଧର୍ମିଣୀ ଶ୍ରୀମତୀ ନାରାୟଣୀ ମିଶ୍ର ଈଶ୍ୱରୀୟ ଜ୍ଞାନ ମାର୍ଗରେ ଦୃଢ଼ତା ପୂର୍ବକ ଆଗେଇ ଯିବା ପାଇଁ ପ୍ରତି ମୁହୂର୍ରେ ମୋତେ ଉତ୍ସାହ ପ୍ରଦାନ କରି ଆସିଛନ୍ତି । ତାଙ୍କର ସାହଚର୍ଯ୍ୟ ଯୋଗୁ ମୋର ଗୃହସ୍ଥ ଜୀବନ କମଳ ପୁଷ୍ପତୁଲ୍ୟ ପବିତ୍ର ଓ ବନ୍ଧନମୁକ୍ତ ହୋଇ ପାରିଛି । ତାଙ୍କ ସହଯୋଗ, ସଦିଚ୍ଛା ଓ ପ୍ରେରଣା ବିନା ଏ ପୁସ୍ତକ ରଚନା ସମ୍ଭବ ହୋଇ ନ ଥାନ୍ତା ।ତେଣୁ ଲେଖକ ତାଙ୍କ ନିକଟରେ ଚିରକୃତଜ୍ଞ ।
ଏହି ପୁସ୍ତକ ପ୍ରକାଶନର ସମସ୍ତ ଦାୟିତ୍ୱ ବହନ କରିଥିବାରୁ ବରିଷ୍ଠ ରାଜଯୋଗୀ ବ୍ର.କୁ. ଭାସ୍କର ଭାଇଙ୍କୁ ହାର୍ଦ୍ଧିକ କୃତଜ୍ଞତା ଜଣାଉଛି ।
ଏ ପୁସ୍ତକ ପ୍ରକାଶନ ବିଷୟ ଶୁଣି ଅତ୍ୟନ୍ତ ହର୍ଷୋଲ୍ଲାସ ପୂର୍ବକ ଶୁଭ କାମନା ମନାସି ଲିଖିତ ଭାବରେ ଆଶୀର୍ବଚନ ପ୍ରେରଣ କରିଥିବା ମୋର ଜ୍ଞାନ ମାର୍ଗର ପାଳନା ଦାତ୍ରୀ ସମ୍ବଲପୁର ମୁଖ୍ୟ ସେବା କେନ୍ଦ୍ରର ସଞ୍ଚାଳିକା ମାତୃସ୍ବରୂପିଣୀ ବରିଷ୍ଠ ରାଜଯୋଗିନୀ ବ୍ର.କୁ ପାର୍ବତୀ ଭଉଣୀ ତଥା ସର୍ବ ପ୍ରଥମ ଓଡ଼ିଶାରେ ଈଶ୍ୱରୀୟ ଜ୍ଞାନ ବୀଜ ବପନ କରିଥିବା ତପସ୍ବୀ ମୂର୍ ଅତ୍ୟନ୍ତ ସ୍ନେହୀ ଆଦରଣୀୟା ବ୍ର.କୁ କମଳେଶ ଭଉଣୀ ତଥା ଯାହାଙ୍କ ପ୍ରେରଣା କ୍ରମେ ମୋର ଲେଖନୀ ମୁନ ଧୀରେ ଧୀରେ ବଳିଷ୍ଠ ହେବାରେ ଲାଗିଛି ଓ ମୋର ଲେଖନୀ ·ଳନାକୁ ଅବ୍ୟାହତ ରଖିବା ପାଇଁ ଯିଏ ତାଙ୍କ ସମ୍ପାଦିତ ‘ଜ୍ଞାନ ଦର୍ପଣ’ ପତ୍ରିକାରେ ଅଦ୍ୟାବଧି ସତୁରୀରୁ ଉର୍ଦ୍ଧ୍ୱ ଲେଖା ପ୍ରକାଶ କରିସାରିଛନ୍ତି ସେହି ଜ୍ୟେଷ୍ଠା ଦୈବୀ ଭଉଣୀ  ବ୍ର.କୁ ସୁଲୋଚନାଜୀଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛନ୍ତି ।
ଏହି ପୁସ୍ତକ ଅଧ୍ୟୟନପୋରାନ୍ତ ଏହାର ମୁଖବନ୍ଧ ଲେଖିଥିବାରୁ ମୋର ଈଶ୍ୱରୀୟ ଜ୍ଞାନମାର୍ଗର ପ୍ରେରକ ଓ ମାର୍ଗଦର୍ଶକ ଅଗ୍ରଜ ବ୍ର.କୁ. ଡ଼. ଅଭିମନୁ୍ୟ ମିଶ୍ର, ପ୍ରାକ୍ତନ ଅବସରପ୍ରାପ୍ତ ଅଧ୍ୟକ୍ଷ, ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ, ବଲାଙ୍ଗିରଙ୍କ ନିକଟରେ ଚିରକୃତଜ୍ଞ ରହିବି ।
ଯଥା ସମ୍ଭବ କମ୍ ଲାଭରଖି ଏହି ପୁସ୍ତକର ମୁଦ୍ରଣ ଦାୟିତ୍ୱ ନେଇଥିବାରୁ ପଟ୍ଟନାୟକ ପ୍ରେସ୍ର ମାଲିକ ତଥା ମୋର ଅନୁଜ ପ୍ରତିମ ଶ୍ରୀମାନ ତପନ କୁମାର ପଟ୍ଟନାୟକ, ବଲାଙ୍ଗିରକୁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି ।


ସୁଧାଂଶୁ ଶେଖର ମିଶ୍ର

ପ୍ରକାଶକଙ୍କ ଅଭିମତ 

‘ଏ ମନ ଭାବୁଥାଇ ଯାହା, କାଳେ ପ୍ରାପତ ହୁଏ ତାହା’ - ଏ ଭାଗବତ ବାଣୀ ମୋ ପାଇଁ ଏବେ ସତ୍ୟ ହେବାକୁ ଯାଉଛି, ସେଥିପାଇଁ ମୁଁ ପରମପ୍ରିୟ ପରମାତ୍ମା ଶିବ ବାବାଙ୍କୁ କୋଟି କୋଟି ଧନ୍ୟବାଦ ଜଣାଉଛି ।
ଶାସ୍ତ୍ରରେ ବର୍ଣ୍ଣିତ ଅଛି ‘ଶିବ ପରମାତ୍ମନେ ନମଃ’ । ଶିବ ଯେ ପରମାତ୍ମା, ସେ ହିଁ ଏକ ଅନନ୍ୟ, ଈଶ୍ୱର - ସର୍ବ ଧର୍ମାବଲମ୍ବୀଙ୍କ ଆରାଧ୍ୟ- ଏକ ଭଗବାନ - ସମସ୍ତଙ୍କ ମାତା ପିତା ବନ୍ଧୁ ସଖା - ଜ୍ୟୋତିର୍ବିନ୍ଦୁ ସ୍ବରୂପ - ଏ କଥା ମୁଁ ଜାଣିଗଲା ପରେ ଏହା ସଭିଁଏ ଜାଣନ୍ତୁ - ଏହାର ବ୍ୟାପକ ପ୍ର·ର ପ୍ରସାର ହେଉ- ଏ ପୁଣ୍ୟବତୀ ଆଶାକୁ ଫଳବତୀ କରିବାକୁ ଏ ଦିଗରେ ଯଥା ସାଧ୍ୟ ଶିବ ବାବାଙ୍କ ଅନନ୍ୟ ଈଶ୍ୱରୀୟ ଜ୍ଞାନ ପାଇବା ଦିନଠାରୁ ଅର୍ଥାତ୍ ୧୯୮ଠ ମସିହା ଠାରୁ ଉଦ୍ୟମ କରି ଆସିଛି ।
ଆମ୍ଭେ ବଲାଙ୍ଗିର ନରସିଂହ ମନ୍ଦିରରେ ବରିଷ୍ଠ ଭ୍ରାତା ବି.କେ. ଅଭିମନୁ୍ୟ (ଡ଼:ଅଭିମନ୍ୟୁ ମିଶ୍ର)ଙ୍କ ସହଯୋଗରେ ୧୯୮୬ ମସିହାରେ ଜ୍ଞାନଯୋଗ ପଥ ପ୍ରଦର୍ଶନୀର ଆୟୋଜନ କଲା ପରେ ବି.କେ. ପାର୍ବତୀ ଭଉଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବ୍ରହ୍ମକୁମାରୀ ଅନୁଷ୍ଠାନଟିଏ ଏହି ବଲାଙ୍ଗିର ସହରରେ ପ୍ରଥମେ ସ୍ଥାପିତ ହେଲା । ସଂପ୍ରତି ବ୍ର.କୁ. ଉଷା ଭଉଣୀଙ୍କ ଦ୍ୱାରା ଏହା ପରି·ଳିତ ହୋଇ ୪୭ଟି ସ୍ଥାନରେ ଏହାର ଶାଖା - ଗୀତା ପାଠଶାଳାର ପାଖୁଡ଼ା ମେଳାଇ ଈଶ୍ୱରୀୟ ଜ୍ଞାନଯୋଗର ମହକ ବିତରଣ କରୁଅଛି । ବିଗତ ୧୧/୧୧/୨ଠ୧୧ ମସିହାରେ ଏହି ଭଉଣୀଙ୍କ ଅନନ୍ୟ ପ୍ରେରଣାରେ ଆମ୍ଭେ ଲାଲଟିକ୍ରାଠାରେ ଅନୁଷ୍ଠାନର ନିଜସ୍ବ ଗୃହ “ବିଶ୍ୱକଲ୍ୟାଣ ଭବନ’’ ତିଆରିରେ ସକ୍ରିୟ ଅଂଶ ଗ୍ରହଣ କରି ଉପରୋକ୍ତ ଶୁଭ ଆଶାକୁ ପରିପୂଣ କରିଅଛୁ । ଅନୁରୂପ ଭାବରେ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗର ପରିପ୍ରସାର କାର୍ଯ୍ୟରେ ଅଭିବୃଦ୍ଧି ନିମନ୍ତେ ପାଟଣାଗଡ଼ ସ୍ଥିତ ଆମ୍ଭର ପିତୃ ଅର୍ଜିତ କୋଠାଘରକୁ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ନିମନ୍ତେ ସ୍ଥାୟୀ ଭାବେ ଅର୍ପଣ କରି ନିଜକୁ ଭାଗ୍ୟବାନ ମନେ କରୁଅଛୁ । ହରିଶଙ୍କର ନିକଟସ୍ଥ ବନବାହାଲଠାରେ ବି.କେ ଉମା ଭାଇଙ୍କ ସହଯୋଗରେ କ୍ଷୁଦ୍ର ଅଥଚ ଅନୁପମ ବ୍ରହ୍ମକୁମାରୀ ଆଶ୍ରମ ପ୍ରତିଷ୍ଠା ଆମର ଆଶାକୁ ସଫଳ କରିବାର ଭୂମିକା ତୁଲାଉଛି ।
ଏବେ ବିଶିଷ୍ଟ ହୋମିଓପାଥି ଡ଼ାକ୍ତର ତଥା ବହୁସ୍ରାବୀ ଲେଖକ ‘ଚେତନା ପ୍ରବାହ’ର ସଂପାଦକ ବ୍ର.କୁ. ସୁଧାଂଶୁ ଶେଖର ମିଶ୍ର, ‘ସହଜ ରାଜଯୋଗ’ ଶୀର୍ଷକ ଗ୍ରନ୍ଥ ଲେଖି ତାହା ପ୍ରକାଶ କରିବାକୁ ଇଚ୍ଛା କରନ୍ତେ- ମୁଁ ଏ ସୁଯୋଗକୁ ହାତ ଛଡ଼ା କରି ନଥିଲି । ଏହାର ପ୍ରକାଶନ ଭାର ଗ୍ରହଣ କରି ଓଡ଼ିଶାର ଚାରିକୋଟି ଭାଇ ଭଉଣୀଙ୍କ ହାତରେ ଏହି ପୁସ୍ତକକୁ ଅର୍ପଣ କରିବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି । ଆଶା ଏହା ପାଠକ/ପାଠିକାମାନଙ୍କୁ ରାଜଯୋଗ ବିଷୟରେ ସମୁଚିତ ଦିଗଦର୍ଶନ ଦେବ ଏବଂ ରାଜଯୋଗର ଅଭ୍ୟାସ ଦିଗରେ ସାହାଯ୍ୟ କରି ନିଜକୁ ଆନନ୍ଦ, ଶାନ୍ତି ଓ ଖୁସିରେ ଭରପୂର କରି ପାରିବ ଏଇ ଶୁଭ ଭାବନା ରଖି ଏହାକୁ ‘ବାପଦାଦା’ଙ୍କ କରକମଳରେ ଅର୍ପଣ କରୁଅଛି । 
ବ୍ର.କୁ. ଭାସ୍କର ପାତ୍ର



आशाीर्बचन


प्रजापिता ब्रह्माकुमारी ईश्वरीय विश्वविद्दालय का मुख्य विषय है राजयोग । राजयोग अभ्यास करने वाले राजयोगाी भाई बहनें आज मनोविकारा से तथा अनेक शारीरिक बीमारीओं से भी मुक्त होकर सुख शांतिमय जीवन जी रहे है । लेखक ब्रह्माकुमार सुधांशु शेखर मिश्र ३० साल से योग अभ्यास कर रह हैं । राजयोग पुस्तक में लेखक ने योग की विधि, राजयोग द्वारा आध्यात्मिक शक्ति की प्राप्ति, राजयोग के लिए आत्मा परमात्मा का परिचय, योग का आधार आदि विषय पर विशेष चर्चा की है । आशा है यह किताब पढने वाले कर्म करते हुए योग का अभ्यास करके कर्मयोगी जीवन का आनंद लेंेगे । आध्यात्मिक जगत को लेखक की ओर से गीता ज्ञान पर आधारित लेख, कई आध्यात्मिक जागृति से सम्बधित, विज्ञान और स्वास्थ्य सम्बधित लेख प्राप्त हाते रहते हैं ।
परमपिता परमात्मा शिवबाबा लेखक भ्राता सुधांशु की मन बुद्धि में इतनी दिव्य शक्ति भर दे कि उनकी कलम लोगों को दिव्यता की ओर आगे बढने की  प्रेरणा देती जाए ।

राजयागिनी ब्रह्माकुमारी कमलेश
सबजोन निर्देशिका
ब्रह्माकुमारीज्‌
कटक


ଓଁ ଶାନ୍ତି

ଗୃହସ୍ଥରେ ରହି ମଧ୍ୟ ସ୍ଥିର ଅବିଚଳ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରାଯାଇପାରେ ଏହା ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ । ପରମପିତା ପରମାତ୍ମାଙ୍କ ନିିକଟତର ହେବା ପାଇଁ ତଥା ସତ୍ୟ ଜ୍ଞାନର ପରିଚୟ ସହିତ ‘ମୁଁ କିଏ’ର ଆବିଷ୍କାର କରିବା ପାଇଁ ମାନସିକ ପରିବର୍ନର ଏକାନ୍ତ ଆବଶ୍ୟକତା ରହିଛି । ସହଜ ରାଜଯୋଗ ଦ୍ୱାରା ହିଁ ମନକୁ ସୁମନରେ ପରିଣତ କରାଯାଇ ଏହାକୁ ପ୍ରଭୁଙ୍କୁ ସମର୍ପଣ କରାଯାଇପାରିବ ।
ରାଜଯୋଗର ସହଜ ବିଧିକୁ ବୌଦ୍ଧିକ ଅଭ୍ୟାସ କୁହାଯାଇପାରେ । ଏହାଦ୍ୱାରା ମନୁଷ୍ୟ ନିଜକୁ ବିନାଶୀ ଶରୀର ବୋଲି  ବିଚାର ନ କରି, ଶାଶ୍ୱତ ଆତ୍ମା ନିଶ୍ଚୟ କରିଥାଏ ଯାହାକୁ ‘ଆତ୍ମା ନିଶ୍ଚୟ’ ବୋଲି କୁହାଯାଏ । ଏହି ସାଧନା ଓ ଦୃଢ ନିଶ୍ଚୟ ବୁଦ୍ଧି ଓ ସଂକଳ୍ପ ଦ୍ୱାରା ଆତ୍ମା ଆତ୍ମା ଭାଇ ଭାଇର ଭାବନା ବିକଶିତ ହୁଏ ଏବଂ ଆତ୍ମା- ପରମାତ୍ମାର ଜ୍ଞାନ ପ୍ରାପ୍ତ ହୁଏ । ରାଜଯୋଗର ଅଭ୍ୟାସକାରୀ (ରାଜଯୋଗୀ)କୁ ଶରୀରର ଆକର୍ଷଣ ଆକର୍ଷିତ କରିପାରେ ନାହିଁ । ସେ ଆତ୍ମାର ଅଭିବ୍ୟକ୍ତି ପାଇଁ ଶରୀରକୁ ଏକ ସାଧନ ମାତ୍ର ବୋଲି ବିଚାର କରିଥାଏ । ଶରୀର- ଚେତନା ସ୍ଥାନରେ ସେ ଆତ୍ମଚେତନାରେ ସ୍ଥିତ ହୋଇ ନିଜର ଆଚରଣ ଓ ବ୍ୟବହାରକୁ ଶୁଦ୍ଧ ଓ ଶାଣିତ କରେ । ଫଳରେ ସାଧକ/ସାଧିକା ସ୍ତ୍ରୀ-ପୁରୁଷ ଭାବନାରୁ ଉଦ୍ଧ୍ୱର୍କୁ ଉଠି ପରସ୍ପରକୁ ଆତ୍ମା ରୂପରେ ଦେଖିବା ଫଳରେ କାମ, କ୍ରୋଧ,ଲୋଭ,ମୋହ ଏବଂ ଅହଂକାରରୂପୀ ପଞ୍ଚ ବିକାରରୁ ମୁକ୍ତି ପାଇଥାନ୍ତି ।
ଭାରତର ମୂଳ ସଂସ୍କୃତିରେ ଆତ୍ମାର ସ୍ଥାନ ସର୍ବୋପରି । ପାଶ୍ଚାତ୍ୟରେ ଅତୁ୍ୟଚ୍ଚ ଭୌତିକ ଉପଲବ୍ଧି ଥିଲେ ହେଁ ଆତ୍ମିକ ଶାନ୍ତିର ଘୋର ଅଭାବ ଦେଖାଯାଏ । ଶାନ୍ତି ପାଇଁ ସେମାନେ ଭାରତ ଆଡକୁ ଦେଖୁଛନ୍ତି । ଭାରତ ନିଜର ତଥା ବିଶ୍ୱ ମାନବ ସମାଜର ହିତ ପାଇଁ ପବିତ୍ରତା ଏବଂ ବ୍ରହ୍ମଚର୍ଯ୍ୟର ମହତ୍ୱକୁ ପ୍ରଚାର ପ୍ରସାର କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । କେବଳ ପ୍ରଚାର ନୁହେଁ ଏହାକୁ ବ୍ୟବହାରିକ ରୂପ ଦେବା ପାଇଁ ସହଜ ରାଜଯୋଗର ପ୍ରଶିକ୍ଷଣ ଜରୁରୀ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସମଗ୍ର ବିଶ୍ୱରେ ଏହି ଅନନ୍ୟ ରାଜଯୋଗର ଶିକ୍ଷା ପ୍ରଦାନ କରି ଦିବ୍ୟଗୁଣଗୁଡିକର ଧାରଣା ପ୍ରଦାନ କରିବାର ମହାନ କାର୍ଯ୍ୟ କରୁଛି । ରାଜଯୋଗ ଆଦି ସନାତନ ଦେବୀଦେବତା ଧର୍ମର ଏକ ଅଦ୍ଭୂତ ସାଧନା ପ୍ରକ୍ରିୟା । ଦେବଭୂମି ଭାରତବର୍ଷ ଏହି ମହାନ ସାଧନାର ପୀଠସ୍ଥଳୀ । ପରମଶକ୍ତିମାନ, ପରମପିତା, ପରମପ୍ରିୟ, ନିରାକାର, ଜ୍ୟୋତିର୍ବିନ୍ଦୁ ଶିବ ଭଗବାନଙ୍କ ପ୍ରଦ ରାଜଯୋଗ ଜ୍ଞାନ ଦ୍ୱାରା ସ୍ବପରିବର୍ନ ଏବଂ ବିଶ୍ୱ ପରିବର୍ନର ଏକ ଅନନ୍ୟ କାର୍ଯ୍ୟଧାରା ଫଳରେ ପବିତ୍ର, ଚରିତ୍ରବାନ, ସତ୍ୟଯୁଗୀ ଦୈବୀ ସୃଷ୍ଟିର ସ୍ଥାପନା ପାଇଁ ନିରନ୍ତର ହେଉଥିବା ଉଦ୍ୟମ ପାଇଁ ବ୍ରହ୍ମାକୁମାର ସୁଧାଂଶୁ ଶେଖର ମିଶ୍ରଙ୍କ ଏହି ପୁସ୍ତକଟି ଯଥେଷ୍ଟ ପ୍ରେରଣା ଯୋଗାଇବ ଏଥିରେ ସନ୍ଦେହ ନାହିଁ ।
‘ସହଜ ରାଜଯୋଗ’ ପୁସ୍ତକଟି ଲେଖକ ଭ୍ରାତା ସୁଧାଂଶୁ ଶେଖରଙ୍କ ନିଜସ୍ବ ଅନୁଭବ ଓ ଅଧ୍ୟୟନ ଲବ୍ଧ, ଈଶ୍ୱରୀୟ ଜ୍ଞାନର ଏକ ସୁନ୍ଦର ସଙ୍କଳନ । ଏହି ପୁସ୍ତକ ଆତ୍ମା, ପରମାତ୍ମାଙ୍କ ସତ୍ୟ ପରିଚୟ, ଭାରତର ପ୍ରାଚୀନ ଯୋଗ, ଗୀତାଜ୍ଞାନ ଆଧାରିତ ଗଭୀର ଜ୍ଞାନ ତଥା ବର୍ତ୍ତମାନ 
 ସମୟରେ ରାଜଯୋଗର ଆବଶ୍ୟକତାର ପରିପ୍ରକାଶ । ଲେଖକ ଜଣେ ହୋମିଓ ପ୍ୟାଥି ଡାକ୍ତର ହେଲେ ମଧ୍ୟ ଜଣେ ସୁଲେଖକ, ରାଜଯୋଗୀ, ତ୍ରୈମାସିକ ପତ୍ରିକା ‘ଚେତନା ପ୍ରବାହ’ର ପ୍ରତିଷ୍ଠାତା ଓ ସଂପାଦକ । ଲେଖାଲେଖି କରିବା ଲେଖକଙ୍କ ଏକ ବିଶେଷ କଳା । ପ୍ରାୟ ୩୦୦ ପୃଷ୍ଠା ବିଶିଷ୍ଟ ପୁସ୍ତକଟିରେ ରାଜଯୋଗ ଦ୍ୱାରା ଦିବ୍ୟଗୁଣର ଧାରଣା, ରାଜଯୋଗର ଆଧାର ଓ ବିଧି ରାଜଯୋଗ ଅଭ୍ୟାସ ଇତ୍ୟାଦି ବିଭିନ୍ନ ବିଷୟରେ ଆଲୋକପାତ କରାଯାଇଛି । ଆଶା ଓ ବିଶ୍ୱାସ ଏହି ପୁସ୍ତକଟି ଓଡିଶାର ପୁରପଲ୍ଲୀ, ସହରାଳରେ ଜନାଦୃତ ହେବ ଏବଂ ଏହାକୁ ଅଧ୍ୟୟନ କରି ନିଶ୍ଚିତ ଭାବେ ପାଠକ-ପାଠିକାମାନେ ଆଧ୍ୟାତ୍ମିକ ଜ୍ଞାନକୁ ଜୀବନରେ ଧାରଣ କରିବେ, କର୍ମମୟ ଜୀବନରେ ସୁଖ ଶାନ୍ତିର ଅନୁଭବ କରିବେ ।
ମୁଁ ଲେଖକଙ୍କ ଏହି ଅଧ୍ୟାତ୍ମିକ ସାରସ୍ବତ ଉଦ୍ୟମର ଭୂୟସୀ ପ୍ରଶଂସା କରିବା ସହିତ ପରମପିତା ପରମାତ୍ମା ତାଙ୍କ ଲେଖନୀଙ୍କୁ ଆହୁରି ସଶକ୍ତ କରିବେ ବୋଲି ଆଶା ପ୍ରକାଶ କରୁଛି ।
ବ୍ର.କୁ ସୁଲୋଚନା ମୁଖ୍ୟ ସମ୍ପାଦିକା ଜ୍ଞାନ ଦର୍ପଣ
ସୁଖ-ଶାନ୍ତି ଭବନ
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ, ବିଶ୍ୱବିଦ୍ୟାଳୟ
ଝାଞ୍ଜିରୀମଙ୍ଗଳା, କଟକ



ଶୁଭାଶୀର୍ବାଦ

ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼ ଜଣେ ସୁଲେକକ ଓ ବକ୍ତା । ତାଙ୍କ ଦ୍ୱାରା ରଚିତ ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ’ ପୁସ୍ତକ ଅଗ୍ରଦୂତ, କଟକଙ୍କ ଦ୍ୱାରା ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ଏହା ଈଶ୍ୱରୀୟ ଜ୍ଞାନର ଏକ ଅଭିନବ ସଂକଳନ । ‘ଚେତନା ପ୍ରବାହ’ ନାମକ ଏକ ତ୍ରୈମାସିକ ପତ୍ରିକାର ସମ୍ପାଦନା କାର୍ଯ୍ୟ ସେ ଗତ ୬ବର୍ଷ ହେଲା ସୂ·ରୁ ରୂପେ ତୁଲାଇ ଆସୁଛନ୍ତି । କଟକରୁ ପ୍ରକାଶିତ ଈଶ୍ୱରୀୟ ଜ୍ଞାନ ଆଧାରିତ ମାସିକ ପତ୍ରିକା ଜ୍ଞାନ ଦର୍ପଣର ସେ ଜଣେ ନିୟମିତ ଲେଖକ । ତାଙ୍କ ଲେଖା ପଢ଼ିଥିବା ପାଠକ/ପାଠିକାଗଣ ଅବଶ୍ୟ ଲେଖକଙ୍କ ଅଧ୍ୟୟନ ପ୍ରବଣତା, ମନନ-ଚିନ୍ତନ ଶକ୍ତି ଓ ସୁନ୍ଦର ଅଭିବ୍ୟକ୍ତି ଶୈଳୀ ସହିତ ପରିଚିତ ଥିବେ । ଏହି ଦୃଷ୍ଟିରୁ ବର୍ମାନ ବ.କୁ ଭାସ୍କର ଭାଇ, ପାଟଣାଗଡ଼ଙ୍କ ଦ୍ୱାରା ପ୍ରକାଶ ପାଇବାକୁ ଥିବା ସୁଧାଂଶୁ ଭାଇଙ୍କ ରଚିତ ‘ସହଜ ରାଜଯୋଗ’ ପୁସ୍ତକ ତାଙ୍କ ତିରିଶ ବର୍ଷରୁ ଉଦ୍ଧ୍ୱର୍କାଳ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ସାଧନା ଲବ୍ଧ ଅନୁଭବ ଦ୍ୱାରା ରସାଣିତ ହୋଇ ପ୍ରତ୍ୟେକ ବର୍ଗର ପାଠକ/ପାଠିକାମାନଙ୍କ ଦ୍ୱାରା ଆଦୃତ ହେବ ଏଥିରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ ।
ଏହି ପୁସ୍ତକ ସମସ୍ତ ବ୍ରହ୍ମକୁମାରୀ ଭାଇ/ଭଉଣୀମାନଙ୍କୁ ରାଜଯୋଗ ସାଧନା ମାର୍ଗରେ ଆସୁଥିବା ଅନେକ ଘାତ-ପ୍ରତିଘାତ ପାଇଁ ଏକ ଆଲୋକ ସ୍ତମ୍ଭ ରୂପେ କାର୍ଯ୍ୟ କରିବ । ଏତଦ୍ବ୍ୟତୀତ ଯେଉଁମାନେ ଏ ଯାବତ୍ ଈଶ୍ୱରୀୟ ଅବତରଣର ସନ୍ଦେଶ ପାଇ ନାହାନ୍ତି ସେମାନଙ୍କୁ ମଧ୍ୟ ପ୍ରତ୍ୟକ୍ଷ ପରମାତ୍ମା ସାନ୍ନିଧ୍ୟ ପ୍ରାପ୍ତ କରିବାକୁ ଏହା ଏକ ସହାୟକ ପୁସ୍ତକ ରୂପେ ମାର୍ଗଦର୍ଶନ କରିବ ।
ପାଠିକ/ପାଠିକାଗଣ ଧୈର୍ଯ୍ୟପୂର୍ବକ ଆମୂଳ ଚୂଳ ଏ ପୁସ୍ତକ ଅଧ୍ୟୟନ କଲେ ଅବଶ୍ୟ ତାଙ୍କର ପୁରୁଷାର୍ଥ ପୂର୍ବାପେକ୍ଷା ବୃଦ୍ଧି ପାଇବ ଏହି ବିଶ୍ୱାସ ମୋର ଅଛି । ଶେଷରେ ଲେଖକ ଦୀର୍ଘାୟୁ ଓ ନିରାମୟ ଜୀବନ ଯାପନ ପୂର୍ବକ ଈଶ୍ୱରୀୟ ସାହିତ୍ୟ ଭଣ୍ଡାରକୁ ଏହିପରି ଜ୍ଞାନ-ରନô ପ୍ରଦାନ କରୁଥାନ୍ତୁ- ଏହା ମୋର ଆନ୍ତରିକ ଶୁଭାଶୀର୍ବାଦ ।
ବ୍ର.କୁ. ପାର୍ବତୀ
ଶିବ-ଦର୍ଶନ ଭବନ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ସମ୍ବଲପୁର

ମୁଖ ବନ୍ଧ

କଥାରେ ଅଛି “ଯୁଗକୁ ·ହିଁ ଧର୍ମ” । ଯୁଗ ଯେମିତି, ଆମର ଧର୍ମ ବା ବ୍ୟବହାର ବା ଚଳଣି ବା ଅଭ୍ୟାସ ସେପରି ହେବା ଉଚିତ । ଆମର ଚଳଣି କିପରି ହେବ, ତାହା ବହୁ ସନ୍ଥ ମନିଷୀଙ୍କ ଦ୍ୱାରା ନିରୂପିତ ହୋଇଅଛି । କିଏ ‘ଅହିଂସା’ ଉପରେ ବେଶୀ ଗୁରୁତ୍ୱ ଦେବା ବେଳେ କେହି ‘ସତ୍ୟ’ ଉପରେ ଜୋର୍ ଦେଇଛନ୍ତି । କିଏ ‘ପୂଜା’ ‘ଆରାଧନା’, କର୍ମକାଣ୍ଡ, ତନ୍ତ୍ର ଉପରେ ଦୃଷ୍ଟି  ଦେବା ବେଳେ, ଆଉ କିଏ ‘ସନ୍ୟାସ’, ‘ଦାନ’, ତପଶ୍ଚର୍ଯ୍ୟା ଦୈହିକ ସ୍ଥିତି ଉପରେ ଆସ୍ଥା ରଖିଛନ୍ତି । ଏପରି କିଏ କେତେ ପ୍ରକାର ମତ, ଉପଦେଶ, ପରାମର୍ଶ, ଗ୍ରନ୍ଥ, ଗୀତ, ପୁରାଣ ଲେଖି, ନିଜେ  ଧାରଣା କରି ଦୁଃଖ ହରଣ କରିବାକୁ ଅନ୍ୟକୁ  ପ୍ରେରିତ କରିଛନ୍ତି । ସେଥିପାଇଁ  ନାନା ମୁନିଙ୍କ ନାନା ମତ ବୋଲି କଥିତ ଅଛି । ଆଜି ସମାଜରେ ବିଶେଷ କରି ସର୍ବ ପୁରାତନ ହିନ୍ଦୁ ଧର୍ମରେ (ଯାହାକୁ ସନାତନ ଧର୍ମ ବୋଲି କୁହାଯାଏ) ସବୁଠାରୁ ବେଶୀ ସଂଖ୍ୟକ ଗ୍ରନ୍ଥ, ଶାସ୍ତ୍ର, ପୁରାଣ, ଉପନିଷଦ, ମାଳିକା, ଭଜନ ଇତ୍ୟାଦି ଈଶ୍ୱର ଓ ଜଗତ୍ ସଂବନ୍ଧୀୟ ପଠନ ସାମଗ୍ରୀ ଦେଖିବାକୁ ମିଳେ । ଏ ସବୁ ଜ୍ଞାନର ଭଣ୍ଡାରରେ ଆମ ସଂସ୍କୃତି ଖୁନ୍ଦି ହୋଇ ରହିଥିବା ସତ୍ତ୍ବେ ଆମ ସମାଜର ସ୍ଥିତି କେଉଁଠି ଆମେ ସବୁ ଭଲ ଭାବେ ଜାଣୁଁ ।
ଧର୍ମର ଧ୍ୱଜାଧାରୀମାନେ ସେଥିପାଇଁ ସମୟର ପ୍ରବାହକୁ ୪ଟି ଯୁଗ ଅର୍ଥାତ୍ ଦ୍ୱାପର ଏବଂ କଳି ଭାବେ ନାମିତ କରିଛନ୍ତି । ସତ୍ୟ ଯୁଗରେ ଧର୍ମର ସ୍ଥାନ ଉଚ୍ଚରେ ଥିବା ବେଳେ କଳିର ଅନ୍ତିମ କାଳରେ ଏବେ ଧର୍ମର ସ୍ଥାନ ନିମ୍ନଗାମୀ ହୋଇଅଛି । ପୁରାଣ ଶାସ୍ତ୍ର ମତରେ ସତ୍ୟଯୁଗରେ ମଧ୍ୟ ପାପ ଥିଲା, ଚୋରୀ ଥିଲା, ରୋଗ ଥିଲା, ଅସୁର ଥିଲେ, ବିକାର ଥିଲା- ସେଠାରେ ମଧ୍ୟ ସ୍ତ୍ରୀ, ଧନ ଅପହରଣ, ହିଂସା, କପଟ, ହତ୍ୟା, ଲୁଣ୍ଠନ ଆଦି ଥିଲା ବୋଲି ବର୍ଣ୍ଣିତ ଅଛି । ତେଣୁ ‘ସଂସାରଟା ଦୁଃଖମୟ’- “ତସ୍ମାତ୍ ଜାଗ୍ରତ” ବୋଲି ସନ୍ଥମାନେ ସତର୍କ କରିଛନ୍ତି । ଏହିପରି ଆତ୍ମା ପରମାତ୍ମା ସଂବନ୍ଧରେ ମଧ୍ୟ ଶାସ୍ତ୍ର ବର୍ଣ୍ଣିତ  ମତେ ଆମର ଧାରଣା ସୃଷ୍ଟି ହୋଇଛି । କେହି କହନ୍ତି ଆତ୍ମା ପରମାତ୍ମା ମନର ସୃଷ୍ଟି- ସମସ୍ତେ ଏକ-  ମୁଁ ଓ ସେ- ଆମେ ଏକ ଅଭିନ୍ନ, ସବୁଆଡେ ଗଗନ ପବନ ଭୁବନ ପରିପୂର୍ଣ୍ଣ ହୋଇ ବିଦ୍ୟମାନ । ଏହାକୁ ଅନୁଭବ କରିବାର ଅଛି । ଏହା ହେଉଛି ଜୀବନର ଲକ୍ଷ୍ୟ । ଏଭଳି ଅନେକ ବଦ୍ଧମୂଳ ଧାରଣାରେ ବଶବର୍ୀ ମଣିଷ ବିଭିନ୍ନ କ୍ରିୟାକଳାପରେ ଓ ସଂପ୍ରଦାୟରେ ଲିପ୍ତ ରହି ଲକ୍ଷ୍ୟ ପଥରେ ଅଗ୍ରସର ହେଉଅଛି । ତେଣୁ ଲକ୍ଷ୍ୟ ଅନେକ ଓ ଭିନ୍ନ ହେବା ସ୍ବାଭାବିକ ।
କଳିଯୁଗର ଏଭଳି ଏକ ବିଭ୍ରାନ୍ତିମୟତା ଭିତରେ ଲୋକ ଜାଣିପାରେନା ଯେ କେଉଁ ମତଟା ଠିକ- କେଉଁଟି ଭୁଲ୍ । ସେ ଅସହାୟ ଏକ ଶୁଷ୍କ ଗଣ୍ଡି ଭଳି ଦୁନିଆର ସ୍ରୋତରେ ଅନିଶ୍ଚିତ ଦିଗରେ ଭାସି ଭାସିକା ଚାଲିଥାଏ । ତା ମନରେ ଅନେକ ପ୍ରଶ୍ନ- ଅନେକ ସଂଶୟ- ମୁଁ କିଏ, ଭଗବାନ କିଏ- ଏ ସୃଷ୍ଟିଟା କିପରି, ସୃଷ୍ଟି କଅଣ ଥିଲା- ଆଗକୁ କଣ ହେବ- ଜୀବନର ଲକ୍ଷ୍ୟ କଅଣ- ମଣିଷର ପ୍ରକୃତି କିପରି- ବାନର, ଦେବତା ନା ଅସୁର ପରି ଏପରି ଅନେକ ପ୍ରଶ୍ନର ମାଙ୍କଡଶା ଜାଲରେ ପଡି ଛଟପଟ ହେଲା ବେଳକୁ ପରମାତ୍ମାଙ୍କ ଆବିର୍ଭାବ ହୁଏ ବ୍ରହ୍ମାଙ୍କ ଶରୀରରେ ଓ ଏ ସବୁର କୁହେଳିକାର ଅପସାରିତ ହୁଏ ଜ୍ଞାନର ଅପରୂପ ଅନନ୍ୟ ପ୍ରକାଶରେ । 
ଏଇ ‘ରାଜଯୋଗ’ ପୁସ୍ତକରେ ଏ ବିଷୟରେ ସ୍ପଷ୍ଟ ଭାବରେ ଆତ୍ମା, ପରମାତ୍ମା, ସୃଷ୍ଟି ଚକ୍ର, ମାନବର ପ୍ରକୃତି, ବିକୃତି ଓ ସଂସ୍କୃତି ବିଷୟରେ ବର୍ଣ୍ଣିତ ହୋଇଅଛି । ‘ରାଜଯୋଗ’ ଯେ ପ୍ରଚଳିତ ବିଭିନ୍ନ ଯୋଗ ପ୍ରକ୍ରିୟାମାନଙ୍କଠାରୁ କେତେ ଅନନ୍ୟ ସାଧାରଣ- ତାହା ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଅଛି । କେତେକ ତଥ୍ୟ ଅବତାରଣାର ବାରମ୍ବାରତା, ତାହାର ଧାରଣାର ଗୁରୁତ୍ୱକୁ ପରିପୁଷ୍ଟ କରୁଅଛି । ଅଥବା ତାର ସତ୍ୟତାର ଅତୁଟତାକୁ ନିଶ୍ଚିତ କରୁଅଛି । ସରଳ  ସାବଳୀଳ ବୋଧଗମ୍ୟ ଭାଷାରେ ଲିଖିତ ଏ ପୁସ୍ତକ ଓଡିଆ ସାରସ୍ବତ ଭଣ୍ଡାରକୁ ଏକ ମହାର୍ଘ ଅବଦାନ ।
‘ରାଜଯୋଗ’ ଏକ ଯୁଗୋପଯୋଗୀ ଶ୍ରେଷ୍ଠ ମନନ ଓ  ଯୋଗ ପଦ୍ଧତି । ପରମାତ୍ମାଙ୍କ ଓ ଆତ୍ମାର ସମ୍ୟକ ପରିଚୟ ଏଥିରୁ ମିଳୁଥିବାରୁ ଆତ୍ମା- ପରମାତ୍ମାର ମିଳନ ସହଜରେ ତଲ୍ଲୀନ ଅବସ୍ଥାକୁ ପ୍ରାପ୍ତ କରେ । ଏହା ଦ୍ୱାରା ଜଣେ ଅତିନ୍ଦି୍ରୟ ସୁଖ ଶାନ୍ତି ଓ ଖୁସିର ଅନୁଭବ କରିଥାଏ । ·ହିଁବା ମାତ୍ରେ ଏକ ସେକେଣ୍ଡ ମଧ୍ୟରେ ଜଣେ ଯୋଗଯୁକ୍ତ ଅବସ୍ଥାକୁ ଆସି ଅଶରୀରୀ ସ୍ଥିତି ଧାରଣ କରିପାରେ । ଏଥିପାଇଁ କୌଣସି ସାଧନ (ଗୀତ, ବାଦ୍ୟ, ତାଳ, ସୁର ଲୟ) ଆବଶ୍ୟକ ପଡ଼େ ନାହିଁ । ଜ୍ଞାନର ଆଧାରରେ ମନକୁ ନିୟନ୍ତ୍ରିତ କରି ଶିବ ପରମାତ୍ମାଙ୍କଠାରେ ପିତା, ମାତା, ଗୁରୁ ଶିକ୍ଷକ ସଖା ବନ୍ଧୁ ସାଜନ ରୂପରେ ଯୋଗଯୁକ୍ତ ହେବାର ପଦ୍ଧତି ହେଉଛି ‘ରାଜଯୋଗର’ ଅଭ୍ୟାସ । ଏହାର ଅଭ୍ୟାସ ଦ୍ୱାରା ଋଋଏରେ ଜାନକୀ ଦାଦୀଙ୍କ ଆତ୍ମାରୁ ଅତି କମ୍ ଆବୃିର ତରଂଗ ଦୈର୍ଘ୍ୟ ନିର୍ଗତ ହୋଇଥିଲା । ଏପରି ତରଂଗ ଦୈର୍ଘ୍ୟ ନିଘୋଡ ନିଦରେ ଶୋଇଲା ବେଳେ ମସ୍ତିଷ୍କରୁ ନିର୍ଗତ ହୋଇଥାଏ । ରାଜଯୋଗର ମନ ଉପରେ ଗଭୀର ପ୍ରଭାବ ରହିଥିବାରୁ- ଏହାର ବ୍ୟାପକ ପ୍ରଚଳନ ପାଇଁ ପଦକ୍ଷେପ ଜରୁରୀ ଅଟେ । ଏ ଦୃଷ୍ଟିରୁ ଏ ବହିର ବ୍ୟାପକ ପ୍ର·ର ଓ ପ୍ରସାର କଲେ ମାନବ ସମାଜର ଅଶେଷ ହିତ ସାଧିତ ହୁଅନ୍ତା ।ା ଓମ୍ ଶାନ୍ତି ।ା
ଅଭିମନ୍ୟୁ ମିଶ୍ର
ସେବାନିବୃତ୍ତ ଅଧ୍ୟକ୍ଷ, ରାଜେନ୍ଦ୍ର ମହାବିଦ୍ୟାଳୟ, ବଲାଙ୍ଗିର



ସୂଚୀପତ୍ର

ଭୂମିକା
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପରିଚୟ
ଯୋଗର ଅର୍ଥ ଓ ଭାରତର ବାସ୍ତବିକ ପ୍ରାଚୀନ ଯୋଗ କେଉଁଟି?
ରାଜଯୋଗ ଶିକ୍ଷାର ଔଚିତ୍ୟ
ରାଜଯୋଗରେ ମୋର ତିରିଶ ବର୍ଷର ଅନୁଭବ
ସହଜ ରାଜଯୋଗ ପୁସ୍ତକ ସମ୍ପର୍କରେ
ପ୍ରଥମ ଖଣ୍ଡ (ଆତ୍ମା)
ପ୍ରଥମ ଅଧ୍ୟାୟ : ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ
ଦ୍ୱିତୀୟ ଅଧ୍ୟାୟ : ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ
ତୃତୀୟ ଅଧ୍ୟାୟ : ରାଜଯୋଗର ପ୍ରଥମ ସୋପାନ - ଆତ୍ମାର ପରିଚୟ
ଚତୁର୍ଥ ଅଧ୍ୟାୟ : ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ଆତ୍ମାର ପରିଚୟ
ଦ୍ୱିତୀୟ ଖଣ୍ଡ (ପରମାତ୍ମା)
ପ୍ରଥମ ଅଧ୍ୟାୟ : ଗୀତା ସନ୍ଦର୍ଭରେ ପରମାତ୍ମା ପରିଚୟ
ଦ୍ୱିତୀୟ ଅଧ୍ୟାୟ : ରାଜଯୋଗ ପାଇଁ ପରମାତ୍ମାଙ୍କ ଯଥାର୍ଥ ପରିଚୟ ଆବଶ୍ୟକ କାହିଁକି?
ତୃତୀୟ ଅଧ୍ୟାୟ : ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ପରମାତ୍ମାଙ୍କ ସତ୍ୟ ପରିଚୟ
ତୃତୀୟ ଖଣ୍ଡ (ରାଜଯୋଗ)
ପ୍ରଥମ ଅଧ୍ୟାୟ : ଗୀତା ସନ୍ଦର୍ଭରେ ରାଜଯୋଗ
ଦ୍ୱିତୀୟ ଅଧ୍ୟାୟ : ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ରାଜଯୋଗ 
ତୃତୀୟ ଅଧ୍ୟାୟ: ·ରିତ୍ରିକ ବିକାଶରେ ରାଜଯୋଗର ପ୍ରଭାବ
ଚତୁର୍ଥ ଅଧ୍ୟାୟ : ରାଜଯୋଗ : ଏକ ଈଶ୍ୱରୀୟ ମନୋବିଜ୍ଞାନ
ପମ ଅଧ୍ୟାୟ :ରାଜଯୋଗର ସହଜ ସ୍ବରୂପ
ଷଷ୍ଠ ଅଧ୍ୟାୟ : ରାଜଯୋଗ- ଅନନ୍ୟ ଈଶ୍ୱରୀୟ ଉପହାର 
ସପ୍ତମ ଅଧ୍ୟାୟ : ରାଜଯୋଗ-ମନୋବୈଜ୍ଞାନିକ ଦୃଷ୍ଟି କୋଣ
ଅଷ୍ଟମ ଅଧ୍ୟାୟ : ରାଜଯୋଗ ମନୋଶାରୀରିକ ପରୀକ୍ଷଣ
ନବମ ଅଧ୍ୟାୟ  : ରାଜଯୋଗ  ଏକ ସହଜ ତପସ୍ୟା
ଦଶମ ଅଧ୍ୟାୟ : ରାଜଯୋଗର ଆଧାର ଓ ବିଧି
ଏକାଦଶ ଅଧ୍ୟାୟ : ରାଜଯୋଗ ଦ୍ୱାରା ଆଧ୍ୟାତ୍ମିକ ଶକ୍ତି ସମୂହ ପ୍ରାପ୍ତି
ଓ ଦିବ୍ୟଗୁଣ ଗୁଡିକର ଧାରଣା
ଦ୍ୱାଦଶ ଅଧ୍ୟାୟ : ଜ୍ଞାନ ମୂରଲୀ ସନ୍ଦର୍ଭରେ ରାଜଯୋଗର ବିଧି
ତ୍ରୟୋଦଶ ଅଧ୍ୟାୟ:  ରାଜଯୋଗ ଅଭ୍ୟାସର ସହଜ ବିଧି

ଲେଖକଙ୍କ ଅନ୍ୟାନ୍ୟ ଅପ୍ରକାଶିତ ପୁସ୍ତକାବଳୀ

* ଗୀତା ତତ୍ତ୍ବବୋଧ
* ଜ୍ଞାନ-ଜ୍ୟୋତି
* ଜ୍ଞାନ ପ୍ରବାହ
* ଶ୍ରୀମଦ୍ ଭାଗବତ୍ ଭାଷ୍ୟ ଭୂମିକା
* ଜ୍ଞାନ ନିର୍ଝର
* ଆଧ୍ୟାତ୍ମିକତା ଓ ମୂଲ୍ୟବୋଧ
* ଯୋଗ ସନ୍ଦେଶ
* ସ୍ବାସ୍ଥ୍ୟ ସୁରକ୍ଷା
* ଗୀତା ସନ୍ଦେଶ
* ଚେତନା ବାର୍ତ୍ତା
* ଭାରତୀୟ ପର୍ବପର୍ବାଣୀଗୁଡିକର ଆଧ୍ୟାତ୍ମିକ ରହସ୍ୟ
* ଗଳ୍ପ ସୌରଭ

ଲେଖକଙ୍କ ପ୍ରକାଶିତ ପୁସ୍ତକ ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ


ଲେଖକ : ଡାକ୍ତର ସୁଧାଂଶୁ ଶେଖର ମିଶ୍ର 
ପ୍ରକାଶକ : ଅଗ୍ରଦୂତ
ବାଙ୍କା ବଜାର, କଟକ - ୭୫୩୦୦୨
ଓଡ଼ିଶା 
ପ୍ରଥମ ପ୍ରକାଶ : ମହାବିଷୁବ ସଂକ୍ରାନ୍ତି, ୨୦୧୬ 
ମୂଲ୍ୟ : ଟ. ୩୫୦/-






Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ସୂଚୀପତ୍ର--ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର