(୯)ଯୋଗ ସନ୍ଦେଶ- ଯୋଗୀ ପାଇଁ ନିୟମ

🌻💐🌺🌹🌷🌸🌻💐🌺

 *ଯୋଗ ସନ୍ଦେଶ(୧୦)* 

🌹🌹🌹🌹🌹🌹🌹🌹🌹

 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 

🌹🌷🌺🌻💐🌸🌺🌹🌸

 *ଯୋଗୀ ପାଇଁ ନିୟମ* 

🌹🌺🌻💐🌷🌸🌹🌺🌸

ଯୋଗୀ ପାଇଁ ସତୋପ୍ରଧାନ ଜୀବନ ଯାପନ ଆବଶ୍ୟକ । ଅନ୍ୟଥା ମନ ଯୋଗାନୁକୂଳ ହୁଏ ନାହିଁ । ଏଥିପାଇଁ ଯୋଗୀକୁ କେତେକ ନିୟମ ପାଳନ କରିବାକୁ ହୁଏ । ଏହା ପାଳନ ବିନା ପ୍ରଗତି ସମ୍ଭବ ନୁହେଁ । ଯୋଗର ଆଧାର ହେଲା ଜ୍ଞାନ । ଜ୍ଞାନ ପ୍ରାପ୍ତି ପାଇଁ ନିୟମିତ ‘ସ୍ବଧ୍ୟାୟ’ କରିବା ବିଧେୟ  । ଅଧ୍ୟୟନ ବା ଶ୍ରବଣ ପଶ୍ଚାତ ମନନ କରିବା ହେଉଛି ‘ସ୍ବଧ୍ୟାୟ’ । ମନନ ଦ୍ୱାରା ଜ୍ଞାନକୁ ସୂକ୍ଷ୍ମ ଭାବରେ  ଅନୁଭବ କରି ହୁଏ । ଅଧ୍ୟୟନ ପାଇଁ ପୁସ୍ତକ ଚୟନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଯେଉଁ ଜ୍ଞାନ ଶୁଣିବା ବା ଅଧ୍ୟୟନ କରିବା ଦ୍ୱାରା ସଂସାର ପ୍ରତି ମୋହ ଦୂର ହୋଇ ମନ ଈଶ୍ୱରାଭିମୁଖୀ ହୁଏ ସେହିଭଳି ଜ୍ଞାନ ବା ପୁସ୍ତକ ଅଧ୍ୟୟନ କରିବା ଆବଶ୍ୟକ । ଜ୍ଞାନ ଘୃତ ଯୋଗାଗ୍ନିକୁ ପ୍ରଜ୍ଜ୍ୱଳିତ କରେ । ଜ୍ଞାନ ସ୍ନାନ ଦ୍ୱାରା ଆତ୍ମା ନିର୍ମଳ ହୋଇଥାଏ । 


ଅନାସକ୍ତ ଜୀବନ ଯାପନ ଯୋଗୀ ପାଇଁ ଏକ ମହତ୍ୱପୂର୍ଣ୍ଣ ଆଚରଣ । ପଦ୍ମ ପତ୍ର ଜଳ ଉପରେ ଭାସୁଥିଲେ ମଧ୍ୟ ଅଲିପ୍ତ ଥାଏ । ତା’ର ପୁଷ୍ପ ପଙ୍କରୁ ଜାତ; କିନ୍ତୁ ପବିତ୍ର ଓ ସୁଗନ୍ଧିତ । ଯୋଗୀର ଜୀବନ କମଳ ପୁଷ୍ପ ସମ ପବିତ୍ର ହେବା ଉଚିତ । ଏଥିପାଇଁ ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ବ୍ରତ ଆଚରଣ କରିବାକୁ ହେବ । ମନେ ରଖିବାକୁ ହେବ ଯେ ଯେଉଁଠି ନାମ ଥାଏ, ସେଇଠି ରାମ (ପରମାତ୍ମା) ନ ଥାନ୍ତି । ଗୀତାରେ ଭଗବାନ କାମକୁ ନରକର ଦ୍ୱାରା ଓ ମନୁଷ୍ୟର ‘ମହା ଶତ୍ରୁ ’ ବୋଲି କହିଛନ୍ତି । ଜ୍ଞାନ ରୂପକ ଖଡ୍ଗ ଦ୍ୱାରା ଏହି କାମ ରୂପକ ମହାଶତୁ୍ରକୁ ଜୟ କରିବାକୁ ହେବ । ବ୍ରହ୍ମଚର୍ଯ୍ୟ ବ୍ରତ ଆଚରଣ ଦ୍ୱାରା ମନୋବଳ ବୃଦ୍ଧି ହୁଏ । ଏହା ଦ୍ୱାରା ସେ କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ଆଦି ମନୋବିକାର ଗୁଡିକରୁ ମୁକ୍ତ ହୁଏ ।


ଯୋଗୀ ଶୁଦ୍ଧ ଓ ସାତ୍ତ୍ବିକ ଆହାର ଗ୍ରହଣ କରିବା ଉଚିତ । କାରଣ ଅନ୍ନର ପ୍ରଭାବ ମନ ଉପରେ ପଡିଥାଏ । ଆହାର ସୁପାଚ୍ୟ ଓ ସୁଷମ ହେବା ମଧ୍ୟ ଆବଶ୍ୟକ । ଅନ୍ୟାୟ ପନ୍ଥାରେ ଉପାର୍ଜିତ ଧନରୁ କ୍ରୟ ହୋଇଥିବା ଖାଦ୍ୟ ସାମଗ୍ରୀ ଅପବିତ୍ର ହୋଇଥାଏ । ଏତଦ୍ ବ୍ୟତୀତ ଭୋଜନ ପ୍ରସ୍ତୁତ କରୁଥିବା ବ୍ୟକ୍ତିର ମାନସିକ ସ୍ଥିତିର ପ୍ରଭାବ ମଧ୍ୟ ଆହାର ଉପରେ ପଡିଥାଏ । ତେଣୁ ଯୋଗୀ ସର୍ବଦା ସତ୍ ଦ୍ୱାରା ପ୍ରସ୍ତୁତ ଧନ ଅର୍ଜନ କରିବା ସହିତ ପବିତ୍ର ଓ ଯୋଗଯୁକ୍ତ ବ୍ୟକ୍ତି ଦ୍ୱାରା ପ୍ରସ୍ତୁତ ଭୋଜନ ପ୍ରଭୁଙ୍କୁ ଅର୍ପଣ କରି ପ୍ରସାଦ ତୁଲ୍ୟ ଗ୍ରହଣ କରିବା ଉଚିତ । ଏହିଭଳି ଭୋଜନ କରୁଥିବା ବ୍ୟକ୍ତିର ମନରେ ବିକ୍ଷେପ ଉପନ୍ନ ହୁଏ ନାହିଁ । 


ଶେଷରେ ଯୋଗୀ ସମସ୍ତ ସଦ୍ଗୁଣ ଧାରଣ କରିବା ଉଚିତ । ଏହା ସେତେବେଳେ ସମ୍ଭବ ହେବ- ଯେତେବେଳେ ସେ ନିଜକୁ ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି ଓ ଘଟଣାଠାରୁ ମନକୁ ଓହରାଇ ଆଣି ସ୍ବୟଂକୁ ଏକ ସ୍ବତନ୍ତ୍ର ‘ଆତ୍ମା’ ନିଶ୍ଚୟ କରିବ ଓ ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖିବାର ଅଭ୍ୟାସ କରିବ । କାରଣ ସ୍ମୃତି ଅନୁସାରେ ମନୁଷ୍ୟର ଦୃଷ୍ଟି ଓ ବୃତ୍ତି ନିର୍ମାଣ ହୋଇଥାଏ ।

🙏🙏🙏🙏🙏🙏🙏🙏🙏

ଯୋଗାଯୋଗ :

ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫

ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   

🌹❤️🌹❤️🙏💐🙏🌻🌷

Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,