ଶ୍ରୀ ଭଗବାନୁବାଚ (୧୪/୧୬) --ଷୋଡଶୋଽଧ୍ୟାୟଃ ଦୈବାସୁର- ସମ୍ପଦ ବିଭାଗ ଯୋଗଃ

ଶ୍ରୀ ଭଗବାନୁବାଚ (୧୪/୧୬)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

 ଷୋଡଶୋଽଧ୍ୟାୟଃ

 ଦୈବାସୁର- ସମ୍ପଦ ବିଭାଗ ଯୋଗଃ

ଅନୁବାଦକ- ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

ହେ ଭାରତ ! ଭୟହୀନତା, ଚିତ୍ତ  ଶୁଦ୍ଧି, ଜ୍ଞାନ ଏବଂ ଯୋଗରେ ନିଷ୍ଠା, ଦାନ, ଇନ୍ଦ୍ରିୟ ସଂଯମ, ଯଜ୍ଞ, ସ୍ୱଧ୍ୟାୟ, ତପ, ସରଳତା, ଅହିଂସା, ସତ୍ୟ, ଅକ୍ରୋଧ, ତ୍ୟାଗ, ଶାନ୍ତି, ପରନିନ୍ଦା ତ୍ୟାଗ, ଜୀବେ ଦୟା,ନିର୍ଲୋଭ, ମୃଦୁତା,ମର୍ଯ୍ୟାଦା(ପାପକର୍ମ ପ୍ରତି ଲଜ୍ଜା) ଅଚଞ୍ଚଳତା,ତେଜ, କ୍ଷମା, ଧୈର୍ଯ୍ୟ, ଶୌଚ,ଅହ୍ରୋହ, ନିରଭିମାନ - ଏହିସବୁ ଗୁଣ ଦୈବୀ ସମ୍ପଦ ପ୍ରାପ୍ତ ହୋଇ ଜାତ ହୋଇଥିବା ବ୍ୟକ୍ତିଙ୍କର ହୋଇଥାଏ ।ା୧-୩ାା ଆସୁରୀ ସ୍ୱଭାବ ସମ୍ପନ୍ନ ଲୋକେ ପ୍ରବୃତ୍ତି ଓ ନିବୃତ୍ତି କ'ଣ ଏକଥା ଜାଣନ୍ତି ନାହିଁ । ସେମାନଙ୍କଠାରେ ଶୌଚ, ଆଚାର ଏବଂ ସତ୍ୟ ନ ଥାଏ ।ା୭ାା ସେମାନେ ସଂସାରକୁ ମିଥ୍ୟା, ଧର୍ମ ରହିତ, ସ୍ତ୍ରୀ ପୁରୁଷଙ୍କ ସଂଯୋଗରୁ ସ୍ୱତଃ ଉତ୍ପନ୍ନ ତଥା କାମପୋଭୋଗ ପାଇଁ ହିଁ ଏହା ଉଦ୍ଦିଷ୍ଟ ; ଏହା ବ୍ୟତୀତ ଆଉ କିଛି କାରଣ ନାହିଁ ବୋଲି କହିଥାନ୍ତି । ୮ ।ା ଏହିପରି ଦୃଷ୍ଟିକୋଣ ସମ୍ପନ୍ନ କ୍ରୁର କର୍ମା,  ମନ୍ଦ ବୁଦ୍ଧି ଯୁକ୍ତ ଦୁଷ୍ଟଲୋକ ସଂସାରର ଶତ୍ରୁ ହୋଇ ତାହାର ବିନାଶ ପାଇଁ ଜନ୍ମ ହୁଅନ୍ତି ।ା୯ାା ଅପୂରଣୀୟ କାମନାଗୁଡିକର ଆଶ୍ରୟ ପୂର୍ବକ ଦମ୍ଭ, ମାନ ଓ ଅହଙ୍କାରଯୁକ୍ତ ହୋଇ ମୋହ ହେତୁ ଦୁରାଗ୍ରହଗୁଡିକୁ ଧାରଣ କରି ଅପବିତ୍ର ବ୍ରତପରାୟଣ ମନୁଷ୍ୟ ସଂସାରରେ ବିଚରଣ କରୁଥାନ୍ତି ।ା୧୦ ।ା ପ୍ରଳୟ ପର୍ଯ୍ୟନ୍ତ ଅନ୍ତ ହେଉ ନଥିବା ଅପରିମେୟ ଚିନ୍ତାର ଆଶ୍ରୟକରି ;କାମପୋଭୋଗକୁ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ  ମନେ କରି , ଏହାହିଁ ସବୁକିଛି ବୋଲି ନିଶ୍ଚୟ କରୁଥିବା ମନୁଷ୍ୟ ଶହ ଶହ ଆଶା ଫାଶରେ ଆବଦ୍ଧ ଓ କାମକ୍ରୋଧପରାୟଣ ହୋଇ ବିଷୟ ଭୋଗ ପାଇଁ ଅନ୍ୟାୟ ଉପାୟରେ ଅର୍ଥ ସଞ୍ଚୟ କରିବାକୁ  ଅଭିଳାଷ(ଇଚ୍ଛା) କରନ୍ତି ।ା୧୧-୧୨ ।ା ଆଜି ମୁଁ ଏହା ପାଇଲି;ଏବେ ଏହି ମନୋକାମନା ପୂର୍ଣ୍ଣ କରିବି; ଆଜି ଏତିକି ଧନ ମୋ ପାଖରେ ଅଛି; କାଲିକି ପୁଣି ମୋ ପାଖରେ ଏତିିକି ଧନ ହୋଇଯିବ ;ଏହି ଶତ୍ରୁକୁ ତ ମୁଁ ମାରିଦେଲି; ଏବେ ଅନ୍ୟ ଶତ୍ରୁମାନଙ୍କୁ ମଧ୍ୟ ମାରିବି; ମୁଁ ଈଶ୍ୱର(ସମସ୍ତଙ୍କ ପ୍ରଭୁ,ସର୍ବ ସମର୍ଥ, ସମସ୍ତଙ୍କ ନିୟନ୍ତା) ଅଟେ । ମୁଁ କୁଳୀନ, ମୋପରି ଆଉ କିଏ ଅଛି ? ମୁଁ ଯଜ୍ଞ କରିବି, ଦାନ କରିବି  ଆନନ୍ଦ କରିବି- ଏହିପରି ଅଜ୍ଞାନରେ ବିମୋହିତ ଓ ଅନେକ ବିଷୟରେ ବିଭ୍ରାନ୍ତ ଚିତ୍ତ, ମୋହଜାଲ ଦ୍ୱାରା ସମାବୃତ୍ତ ଏବଂ ବିଷୟଭୋଗରେ ଆସକ୍ତହୋଇ ସେମାନେ ଅଶୁଭ ନରକରେ ପଡନ୍ତି (ଅର୍ଥାତ୍ ଅପବିତ୍ର ପାପମୟ ଜୀବନ ଯାପନ କରନ୍ତି ) ।ା୧୩-୧୬ାା ନିଜେହିଁ ନିଜକୁ ଚେଷ୍ଟା କରୁଥିବା;ଅବିନୟୀ;ଧନ ଓ ମାନରେ ପ୍ରମତ୍ତ ସେହିମାନେ ବିଧିବିଧାନର ଉଲ୍ଳଙ୍ଘନ କରି କେବଳ ନାମକୁ ମାତ୍ର ଯଜ୍ଞ କରନ୍ତି ।ା୧୭ ।ା ସେମାନେ ଅହଙ୍କାର, ବଳ,ଦର୍ପ,କାମ କ୍ରୋଧର ଆଶ୍ରୟକାରୀ; ନିନ୍ଦୁକ ତଥା ନିଜ ଓ ପର ଦେହରେ ସ୍ଥିତ ମୋର ଅଂଶରୂପ (ମମୈବାଂଶ ଜୀବଲୋକେ) ଆତ୍ମାର ଦ୍ୱେଷକାରୀ ଅଟନ୍ତି ।ା୧୮ାା ସେହି ନୀଚ, ଦ୍ୱେଷୀ, କ୍ରୂର ଓ ଅମଙ୍ଗଳକାରୀ ନରାଧମମାନଙ୍କୁ ମୁଁ ଏହି ସଂସାରରେ ଆସୁରୀ ଯୋନିରେ ବାରମ୍ବାର ପକାଉ ଥାଏଁ ।ା୧୯ ।ା ହେ କୌନ୍ତେୟ ! ଜନ୍ମଜନ୍ମାନ୍ତରରେ ଆସୁରୀ ଯୋନି ପ୍ରାପ୍ତ  ହୋଇ ଏବଂମୋତେ ପ୍ରାପ୍ତ ନ  କରି ସେହି ମୂଢ଼ବ୍ୟକ୍ତିମାନେ ଏହାଠାରୁ ମଧ୍ୟ ଅଧିକ ଅଧମ ଗତିକୁ ପ୍ରାପ୍ତ ହୁଅନ୍ତି ।ା ୨୦ ।ା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,