ଶ୍ରୀ ଭଗବାନୁବାଚ (୭) --ଅଷ୍ଟମ ଅଧ୍ୟାୟଃ ଅକ୍ଷର ବ୍ରହ୍ମଯୋଗଃ

ଶ୍ରୀ ଭଗବାନୁବାଚ (୭)

(ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ) 

ଅଷ୍ଟମ ଅଧ୍ୟାୟଃ 

ଅକ୍ଷର ବ୍ରହ୍ମଯୋଗଃ

ଅନୁବାଦ---ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ 

ପରମ ଅକ୍ଷର ହିଁ ବ୍ରହ୍ମ; ସ୍ୱଭାବହିଁ ଅଧ୍ୟାତ୍ମ ବୋଲି କଥିତ ହୁଏ । ପ୍ରାଣୀମାନଙ୍କ ସତ୍ତା ଓ  ରୂପ ସକଳର ଉତ୍ପତ୍ତିକର  ସୃଜନ କ୍ରିୟା କର୍ମ ବୋଲି କଥିତ ହୁଏ ।ା୩ାା ହେ ଦେହଧାରୀ ଜୀବମାନଙ୍କ ମଧ୍ୟରେ ଶ୍ରେଷ୍ଠ ! ପରିବର୍ତ୍ତନଶୀଳ ପ୍ରାକୃତ ପଦାର୍ଥ ସବୁ  ଅଧିଭୂତ  ଏବଂ ପୁରୁଷ ଅଧିଦୈବ, ମୁଁ (ପରମାତ୍ମା)ହିଁ ଏହି ଦେହରେ ଅଧିଯଜ୍ଞ ରୂପେ ବିରାଜିତ ।ା୪ାାମୁତ୍ୟୁ ସମୟରେ ଯିଏ ମୋତେ ସ୍ମରଣ କରୁ କରୁ ଦେହ ତ୍ୟାଗ କରି ଗମନ  କରନ୍ତି ସେ ମୋର  ଭାବ ପ୍ରାପ୍ତ ହୁଅନ୍ତି , ଏଥିରେ ସଂଶୟ ନାହିଁ ।ା୫ାା ହେ କୌନ୍ତେୟ ! ଅନ୍ତିମ କାଳରେ ଯେଉଁ ଯେଉଁ ଭାବ ସ୍ମରଣ କରି କରି ଦେହ ତ୍ୟାଗ କରନ୍ତି ସର୍ବଦା ସେହି ଭାବରେ ତନ୍ମୟଚିତ୍ତ  ପୁରୁଷ ସେହି ସେହି ଭାବହିଁ ପ୍ରାପ୍ତ ହୁଅନ୍ତି ।ା୬ାା ଅତଏବ ସବୁ ସମୟରେ ମୋତେ  ସ୍ମରଣ କର ଏବଂ ଯୁଦ୍ଧ କର ।  ମୋଠାରେ ମନ ଓ ବୁଦ୍ଧି ଅର୍ପଣ କରି ପାରିଲେ ନିଃସନ୍ଦେହରେ ମୋତେ ପାଇବ ।ା୭ାାହେ ପାର୍ଥ , ଅଭ୍ୟାସ ଯୋଗ ଦ୍ୱାରା ତାଙ୍କ ସହିତ ଯୁକ୍ତ୍ ହୋଇ   ଅନନ୍ୟଗାମୀ ଚିତ୍ତ ଦ୍ୱାରା ସର୍ବଦା ଚିନ୍ତା କରି(ଜୀବାତ୍ମା) ଦିବ୍ୟ ପୁରୁଷଙ୍କୁ ପ୍ରାପ୍ତ ହୁଏ ।ା୮/୮ାା ଦ୍ରଷ୍ଟା(ସର୍ବଜ୍ଞ), ଅନାଦି,ସର୍ବନିୟନ୍ତା,.ସୂକ୍ଷ୍ମଠାରୁ ଆହୁରି ସୂକ୍ଷ୍ମତର,ସମସ୍ତଙ୍କର ବିଧାତା,ଅଚିନ୍ତ୍ୟରୂପ, ସୂର୍ଯ୍ୟଙ୍କ ପରି ସ୍ୱପ୍ରକାଶ,ଅନ୍ଧକାର(ଅଜ୍ଞାନ)ର ଅତୀତ ପୁରୁଷଙ୍କୁୂ(ପରମାତ୍ମାଙ୍କୁ) ଯିଏ ମୃତ୍ୟୁ ସମୟରେ ଅବିଚଳିତ ମନ ଦ୍ୱାରା ଭକ୍ତିଯୁକ୍ତ  ହୋଇ  ଏବଂ ଯୋଗ ବଳରେ ବଳୀୟାନ ହୋଇ ଦୁଇ ଭୃଲତା ମଧ୍ୟରେ ପ୍ରାଣ ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ଧାରଣ କରି ସ୍ମରଣ କରେ, ସେ ସେହି ଦିବ୍ୟ ପରମ ପୁରୁଷଙ୍କୁ ପ୍ରାପ୍ତ ହୁଏ ।  ।ା୮ /୯- ୧୦ାା ବେଦଜ୍ଞମାନେ ଯାହାକୁ ଅକ୍ଷର ବୋଲି କହନ୍ତି,  ବିତରାଗୀ ଯତିମାନେ ଯାହାଠାରେ  ପ୍ରବେଶ କରନ୍ତି(ଅର୍ଥାତ ତଲ୍ଲୀନ ହୁଅନ୍ତି) ଯାହାଙ୍କୁ ପାଇବା ଇଚ୍ଛାରେ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତି, ସେହି ପରମ ପଦ ସଂକ୍ଷେପରେ କହୁଛି ।ା୮/୧୧ାା  ସମସ୍ତ ଇନ୍ଦ୍ରିୟ ଦ୍ୱାରା ଅବରୁଦ୍ଧ କରି ଏବଂ ମନକୁ ହୃଦୟରେ ନିବଦ୍ଧ କରି, ମସ୍ତକରେ ପ୍ରାଣ ଶକ୍ତିକୁ ଆହୁତ କରି, ଆତ୍ମ ଯୋଗରେ ସ୍ଥୈର୍ଯ୍ୟ ଅବଲମ୍ବନ କରି ଓଂ ଏହି ଏକାକ୍ଷର ବ୍ରହ୍ମ ଉଚ୍ଚାରଣ କରି କରି ମୋତେ ସ୍ମରଣ କରି ଦେହ ତ୍ୟାଗ ପୂର୍ବକ ଯେ ପ୍ରସ୍ଥାନ କରେ ସେ ପରମ ଗତିକୁ ପ୍ରାପ୍ତ ହୁଏ ।ା୮/୧୨-୧୩ ।ା ହେ ପାର୍ଥ ! ଯେ ନିରନ୍ତର ଅନନ୍ୟ ଚିତ୍ତ ହୋଇ ମୋତେ ଚିରକାଳ ସ୍ମରଣ କରେ ସେହି ନିତ୍ୟ ଯୋଗୀ ପକ୍ଷରେ ମୁଁ ସୁଲଭ ।ା୮/୧୪ାା ମହାତ୍ମାଗଣ ମୋତେ ପ୍ରାପ୍ତ ହୋଇ ଦୁଃଖର ଆଶ୍ରୟ ଅନିତ୍ୟ ପୁନର୍ଜନ୍ମ ପ୍ରାପ୍ତ ହୁଅନ୍ତି ନାହିଁ । ସେମାନେ ପରମ ସିଦ୍ଧି ଲାଭ କରନ୍ତି ।ା୮/୧୫ ।ା ହେ ଅର୍ଜୁନ ! ବ୍ରହ୍ମଲୋକରୁ ଆରମ୍ଭ କରି ସମସ୍ତ ଲୋକହିଁ ପୁନଃ ପୁନଃ ଆବର୍ତ୍ତନଶୀଳ, କିନ୍ତୁ ହେ କୌନ୍ତେୟ ! ମୋତେ ପ୍ରାପ୍ତ ହେଲେ ପୁନର୍ବାର ଜନ୍ମ ହୁଏ ନାହିଁ ।ା୮/୧୬ାା ସହସ୍ର  ଯୁଗବ୍ୟାପୀ ବ୍ରହ୍ମାଙ୍କର ଯେଉଁଦିନ ଏବଂ ସହସ୍ରଯୁଗ ବ୍ୟାପୀ ରାତ୍ରୀ ଯେଉଁମାନେ ଜାଣନ୍ତି ;ସେମାନେ ଅହୋରାତ୍ରବିତ୍ ।ା୧୭ାା ଏ ଦିବସର ଆଗମନରେ ଅବ୍ୟକ୍ତରୁ ସମସ୍ତ ବ୍ୟକ୍ତ ଚରାଚର ପଦାର୍ଥ ଉଦ୍ଭୂତ ହୁଏ । ରାତ୍ରୀ ଆଗତ ହେଲେ ସେହି ଅବ୍ୟକ୍ତରେହିଁ ଲୀନ ହୁଏ ।ା୧୮ାା ସେହି ସ୍ଥାବର ଜଙ୍ଗମାଦି ଭୂତ  ସମୂହ ବ୍ରହ୍ମାଙ୍କ ଦିବସ ସମାଗମରେ ବାଧ୍ୟ ହୋଇ(ଅବଶଃ) ବାରମ୍ବାର ଜନ୍ମ ଗ୍ରହଣ କରି ରାତ୍ରି ସମାଗମରେ ଲୟକୁ ପ୍ରାପ୍ତ ହୁଅନ୍ତି ।ା୧୯ାାକିନ୍ତୁ ସେହି ଅବ୍ୟକ୍ତ ଅପେକ୍ଷା ଶ୍ରେଷ୍ଠ ଅନ୍ୟ ଶାଶ୍ୱତ ଯେଉଁ ଅବ୍ୟକ୍ତ ସତ୍ତା ;ତାହା ସମସ୍ତ ଭୂତ ବିନଷ୍ଟ ହେଲେ ସୁଦ୍ଧା  ବିନଷ୍ଟ ହୁଏ ନାହିଁ ।ା୨୦ ।ା  ଯାହା ଅବ୍ୟକ୍ତ  ଅକ୍ଷର- ଏହିପରି କଥିତ ହୋଇଛି ତାକୁ ଶ୍ରେଷ୍ଠ ଗତି କୁହାଯାଏ । ଯାହା ପ୍ରାପ୍ତ ହୋଇ ଜୀବଗଣ ପ୍ରତ୍ୟାବୃତ୍ତ ହୁଅନ୍ତି ନାହିଁ  ତାହା ମୋର ପରମଧାମ ଅଟେ ।ା୨୧ାା ହେ ପାର୍ଥ ! ସମସ୍ତ ଭୂତ ଯେଉଁ ପୁରୁଷର ଅଭ୍ୟନ୍ତରରେ ଅବସ୍ଥିତ, ଯାହା ଦ୍ୱାରା ଏହି ସମସ୍ତ ଜଗତ ବିଧୃତ ହୋଇଅଛି ସେହି ପରମ ପୁରୁଷ ଅନନ୍ୟ ଭକ୍ତି ଦ୍ୱାରା ପ୍ରାପ୍ୟ ।ା୨୨ାାହେ ଭରତର୍ଷଭ ! ଯେଉଁ ସମୟରେ ମୃତ ହେଲେ ଯୋଗୀମାନେ ଅପୁନରାବୃତ୍ତି ଏବଂ ପୁନରାବୃତ୍ତି  ପ୍ରାପ୍ତ ହୁଅନ୍ତି ସେହି କାଳ ବିଷୟରେ  କହିବି ।ା୨୩ାା ଅଗ୍ନି ,ଜ୍ୟୋତି, ଦିନ, ଶୁକ୍ଳ , ପକ୍ଷ, ଉତ୍ତରାୟଣ, ଷଣ୍ମାସାଦି;ଏଥିରେ ଗମନ କରି ବ୍ରହ୍ମବେତ୍ତାମାନେ ବ୍ରହ୍ମକୁ ଲାଭ କରନ୍ତି ।ା୨୪ାା ଧୂମ,ରାତ୍ରୀ, କୃଷ୍ଣ ପକ୍ଷ,ଦକ୍ଷିଣାୟନ ଷଣ୍ମାସାଦିରେ ଯୋଗୀପୁରୁଷ ଚାନ୍ଦ୍ରମାସ ଜ୍ୟୋତି ପାଇ ପୁନରାବୃତ୍ତ ହୁଅନ୍ତି ।ା୨୫ାା ଜଗତର ଶୁକ୍ଳ (ଜ୍ୟୋତିର୍ମୟ) ଓ କୃଷ୍ଣ(ଅନ୍ଧକାରମୟ) ଏହି ଦୁଇ ପଥ ନିତ୍ୟ ବୋଲି କଥିତ ;(ସାଧକ) ଗୋଟିଏ ଦ୍ୱାରା ଅନାବୃତ୍ତି ପ୍ରାପ୍ତ ହୁଅନ୍ତି ; ଅନ୍ୟଟି ଦ୍ୱାରା ପୁନର୍ଜନ୍ମ ପ୍ରାପ୍ତ  ହୁଅନ୍ତି ।ା୨୬ାା ହେ ପାର୍ଥ ! ଏହି ମାର୍ଗ ଦ୍ୱୟ ଅବଗତ ହୋଇ କୌଣସି ଯୋଗୀ ପୁରୁଷ ଭ୍ରାନ୍ତିରେ ପତିତ  ହୁଅନ୍ତି ନାହିଁ ; ଅତଏବ ହେ ଅର୍ଜୁନ ! ସର୍ବଦା ଯୋଗଯୁକ୍ତ ହୁଅ ।ା୨୭ାା ବେଦରେ , ଯଜ୍ଞରେ,ତପସ୍ୟାରେ ଏବଂ ଦାନ ସମୂହରେ ଯେଉଁ ପୁଣ୍ୟଫଳ ନିରୂପିତ ହୋଇଛି ଏହି ତତ୍ତ୍ବ  ଅବଗତ ହୋଇ ଯୋଗୀ ସେହି ସମସ୍ତ ଫଳ ଅତିକ୍ରମ କରନ୍ତି ଏବଂ ଆଦ୍ୟ ଉଚ୍ଚତମ ପଦ ଲାଭ କରନ୍ତି ।ା୨୮ାା

ଯୋଗାଯୋଗ :
ସମ୍ପାଦକ, ଚେତନା ପ୍ରବାହ, ଶିବ-ଶକ୍ତି ହୋମିଓ ସେବା ସଦନ, ପାଟଣାଗଡ଼- ୭୬୭ଠ୨୫
ଜି: ବଲାଙ୍ଗିର, ମୋବାଇଲ ନମ୍ବର-9437210296, 7609969796   


Comments

Popular posts from this blog

ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ--ପ୍ରଥମ ଖଣ୍ଡ-ଦ୍ୱିତୀୟ ଅଧ୍ୟାୟ ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ରକ୍ଷା ବନ୍ଧନ: ଏକ ତା୍ୱିକ(Tatwika)--- ବିବେଚନା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଭାରତର ସନାତନ ଧର୍ମ---- ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର,