ପରୀକ୍ଷା
ଜୀବନ ଏକ ପାଠାଶାଳା । ଏଠାରେ ପ୍ରତ୍ୟେକ ମନୁଷ୍ୟ ବିଦ୍ୟାର୍ଥୀ ହୋଇ ଆଜନ୍ମ ପାଠ ପଢ଼ିଥାଏ । ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷା ଦେବାକୁ ହୋଇଥାଏ । ଯଦି କେହି ପରୀକ୍ଷାର ସମ୍ମୁଖୀନ ହେବାକୁ ଭୟ କରେ ସେ ବିଦ୍ୟାର୍ଥୀ ନୁହେ । ସାଂସାରିକ ଜ୍ଞାନ ପ୍ରଦାନ କରୁଥିବା ବିଦ୍ୟାଳୟରେ ଅଧ୍ୟୟନରତ ବିଦ୍ୟାର୍ଥୀଗଣ ନିର୍ଦ୍ଧାରିତ ଶ୍ରେଣୀଗୁଡ଼ିକ ଉୀର୍ଣ୍ଣ ହୋଇ ଡ଼ିଗ୍ରୀ ପ୍ରାପ୍ତ ହେବା ପର୍ଯ୍ୟନ୍ତ ପଢ଼ନ୍ତି । ତା’ପର ସେମାନଙ୍କୁ ଆଉ ପରୀକ୍ଷା ଦେବାକୁ ପଡେ ନାହିଁ । କିନ୍ତୁ ଜୀବନ ପାଠଶାଳା ଓ ଆଧ୍ୟାତ୍ମିକ (ଈଶ୍ୱରୀୟ) ଜ୍ଞାନ ଅଧ୍ୟୟନର କୌଣିସି ଶେଷ ସୀମା ନାହିଁ । ଏଠାରେ ଆଜୀବନ ପଢ଼ିବାକୁ ହୋଇଥାଏ । ଜୀବନର ବିଭିନ୍ନ ଅନ୍ତରାଳରେ ପରୀକ୍ଷା ମଧ୍ୟ ଦେବାକୁ ପଡିଥାଏ । ଏହି ପରୀକ୍ଷା ଯାବତ୍ ଜୀବନ ·ଲିଥାଏ । ଯିଏ ଯେତିକ ପରୀକ୍ଷାରେ ଉୀର୍ଣ୍ଣ ହୁଏ ସେ ସେତିକି ଆଗକୁ ଆଗକୁ ବଢ଼ି ·ଲେ ।
ପରୀକ୍ଷା, ସାମର୍ଥ୍ୟର କଷଟି- ଜଣେ ବ୍ୟକ୍ତି ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥାଉ ବା କୌଣସି କ୍ଷେତ୍ରରେ ତା’ର ଯେତିକି ବି ଅନୁଭବ ଥାଉନା କାହିଁକି; ତାର ନିପୁଣତା ଓ ସାମର୍ଥ୍ୟର କଷଟି ହେଉଛି ପରୀକ୍ଷା । ସ୍ଥୂଳ ପରୀକ୍ଷାରେ ବିଦ୍ୟାର୍ଥୀ ପଚରା ଯାଇଥିବା ପ୍ରଶ୍ନଗୁଡ଼ିକର ଉର ନିର୍ଦ୍ଧାରିତ ସର୍ମସୀମା ମଧ୍ୟରେ ଠିକ୍ ଠିକ୍ ଯଦି ଦେବାକୁ ଅସମର୍ଥ ହୁଏ, ତେବେ ସେ ପରବର୍ୀ ଶ୍ରେଣୀକୁ ଉୀର୍ଣ୍ଣ ହୋଇ ପାରେନାହିଁ । ଠିକ୍ ଏହିପରି ବ୍ୟବହାରିକ ଜଗତରେ କର୍ମ ଓ ଧର୍ମ କ୍ଷେତ୍ରରେ; ପରିବାର, ସମାଜ ବା ଦେଶ ସନ୍ଦର୍ଭରେ; ଲୋକ ବା ପରଲୋକ ମାର୍ଗରେ ମନୁଷ୍ୟକୁ ନାନା ପ୍ରକାର ପରୀକ୍ଷା ବା ପ୍ରଶ୍ନଗୁଡ଼ିକର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ପରୀକ୍ଷାରେ ସେମାନେ ଉୀର୍ଣ୍ଣ ହେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି ଯେଉଁମାନେ ସର୍ବଦା ନିଜକୁ ବିଦ୍ୟାର୍ଥୀ ଓ ପରୀକ୍ଷାର୍ଥୀ ମନେ କରନ୍ତି, ଯେଉଁମାନେ ଜୀବନରେ ସର୍ବଦା କିଛଇ ଶିଖିବା, ପଢ଼ିବା ଓ ଧରଣ ପୂର୍ବକ ଅଭ୍ୟାସରେ ରତ ରହନ୍ତି । ଯେଉଁମାନେ ସ୍ବୟଂକୁ ପାରଙ୍ଗମ ମନେ କରି ପରୀକ୍ଷା ପ୍ରତି ସଚେତନ ରହନ୍ତି ନାହିଁ, ସେମାନେ ପରାଜିତ ହୁଅନ୍ତି ।
ପ୍ରତିକୂଳତା ହିଁ ପରୀକ୍ଷା- ନଦୀ ସ୍ରୋତର ଅନୁକୂଳ ଦିଗରେ ପହଁରିବା ବଡ ସହଜ; କିନ୍ତୁ ଏହାର ବିପରୀତ ଦିଗରେ ପହଁରି ଲକ୍ଷ୍ୟ ସ୍ଥଳରେ ପହô ପାରୁଥିବାର ବ୍ୟକ୍ତି ହିଁ ଦକ୍ଷତା ପ୍ରମାଣିତ ହୁଏ । ଯେଉଁ କଥା ଆମ ଅପେକ୍ଷା ଓ ଇଚ୍ଛାର ବିରୁଦ୍ଧ, ଯାହାର ସମ୍ମୁଖୀନ ହେବା ପାଇଁ ଆମକୁ ଆନ୍ତରିକ ପୁରୁଷାର୍ଥ କରିବାକୁ ପଡ଼ିଥାଏ, ତାହା ଆମପାଇଁ ପରୀକ୍ଷା ଅଟେ । ସେଥିପାଇଁ ଆମକୁ ସର୍ବଦା ଜୀବନରେ ପ୍ରତିକୂଳ ପରିସ୍ଥିତି ଏବଂ କଠୋର ଆହ୍ୱାନର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ । ସମ୍ମୁଖସ୍ଥ ଆହ୍ୱାନର ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ସମ୍ମୁଖସ୍ଥ ଅଭୀଷଣ ଆହ୍ୱାନକୁ ଦକ୍ଷତାର ସହିତ ରାଜିତ କରିବା ହେଉଛି ବୀରତ୍ୱର ପରାକାଷ୍ଠା । ଜୀବନ ସଂଗ୍ରାମରେ ଆମକୁ ବୀରତ୍ୱର ସହତ ଉଭୟ କର୍ମ ଓ ଧର୍ମ କ୍ଷେତ୍ରରେ ଛିଡ଼ା ହୋଇ ଲଢ଼ିବାକୁ ପଡିବ । ଅଦମ୍ୟ ସାହସ, ଅଟକି ନିଶ୍ଚୟ ଦୃଢ଼ତା ଓ ଆତ୍ମ ପ୍ରତ୍ୟୟ ଦ୍ୱାରା ବିଜୟ ସୁନିଶ୍ଚିତ ହୁଏ । ସର୍ବଦା ଏହା ମନେ ରଖିବା ଉଚିତ୍ ।
ପରୀକ୍ଷା ବ୍ୟକ୍ତିକୁ ମହାନ ବନାଏ- ସାଂସାରିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ଗୋଟିଏ ଶ୍ରେଣୀରୁ ଉୀର୍ଣ୍ଣ ହେଲେ ପରବର୍ୀ ଶ୍ରେଣୀ ପାଇଁ ଯୋଗ୍ୟ ବବେଚିତ ହୋଇଥାଏ । ଏହି ପରି ସେ ଆଗକୁ ଆଗ ବଢ଼ି ·ଲେ । ଏହିପରି ଆମର ବ୍ୟବହାରିକ ଜୀବନରେ ଆସୁଥିବା ପ୍ରତି ସମସ୍ୟା ରୂପୀ ପରୀକ୍ଷା ଆମକୁ ଆଗକୁ ବଢ଼ିବା ପାଇଁ ଓ ମହାନ ବନାଇବା ପାଇଁ ସୁଯୋଗ ଦେଇଥାଏ । ଏଥିପାଇଁ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ପୂର୍ବକ ସହ୍ୟକରି ମର୍ଯ୍ୟାଦାର ସହ ନ୍ୟସ୍ତ ଦାୟିତ୍ୱ ଗୁଡ଼ିକ ପ୍ରତି ବିମୁଖ ନ ହୋଇ ଅବିଚଳିତ ଭାବରେ ପରୀକ୍ଷା ରୂପେ ସ୍ବୀକାର କରିବା ଉଚିତ୍ । ଆଗତ ଆହ୍ୱାନକୁ ସାହସର ସହିତ ସମ୍ମୁଖୀନ ହେବା ଉଚିତ୍ । ଏହି ଶକ୍ତି ଆମକୁ ସତତ ଈଶ୍ୱରୀୟ ଚିନ୍ତନରୁ ପ୍ରାପ୍ତ ହେବ । କାରଣ ଈଶ୍ୱର ସର୍ବଶକ୍ତିମାନ । ତାଙ୍କ ସହିତ ବୁଦ୍ଧିଯୁକ୍ତ ହେଲେ ଆତ୍ମା ମଧ୍ୟରେ ଦିବ୍ୟ ଶକ୍ତିର ସାର ହେବ, ଆତ୍ମା ପବିତ୍ର ଓ ଶକ୍ତିଶାଳୀ ହେବ । ପବିତ୍ରଶକ୍ତି ବଳରେ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିକୁ ଆମେ ସହଜରେ ଅତିକ୍ରମ କରିପାରିବା । ଜୀବନର ପ୍ରତ୍ୟେକ ପରୀକ୍ଷାକୁ ଈଶ୍ୱରଙ୍କ ଆଦେଶ ମାନି ନେଲେ ଆମେ ସଫଳତା ପୂର୍ବକ ଉୀର୍ଣ୍ଣ ହୋଇପାରିବା ।
Comments
Post a Comment