ନିର୍ବାଚିତ କବୀର ଦୋହାବଳୀ (୫)

ଧରତି ‘ାଟୈ ମେଘ ମିଲୈ, କପଡ଼ା ‘ାଟୈ ଡୌର ।

ତନ ‘ାଟୈ କୋ ଔଷଧି, ମନ ‘ାଟୈ ନାହିଁ ଠୌର ।ା୭୫ାା

ଅର୍ଥ :- ପୃଥିବୀରେ ‘ାଟ ଉପôନ୍ନ ହେଲେ ମେଘ ଜଳ ବୃଷ୍ଟି କରି ତାହା ଠିକ୍ କରିଦିଏ । ବସ୍ତ୍ର ଚିରି ଗଲେ ସିଲାଇ କରି ତାକୁ ଠିକ୍ କରି ହୁଏ । ଶରୀରରେ ଆଘାତ ଲାଗିଲେ ଔଷଧ ଲେପ ଦେଲେ ଠିକ୍ ହୋଇଯାଏ । କିନ୍ତୁ ମନ ଯଦି ‘ାଟିଯାଏ ତେବେ ଔଷଧ ବା କୌଣସି ଉପାୟରେ ତାକୁ ଯୋଡି ହୁଏ ନାହିଁ ।

ମାଲି ଆବତ ଦେଖିକେ, କଲିୟାଁ କଲେ ପୁକାର ।

‘ୁଲି ‘ୁଲି ଚୁନ ଲଇ, କାଲ ହମାରୀ ବାର ।ା୭୬ାା

ଅର୍ଥ :- ମାଳିକୁ ଆସୁଥିବା ଦେଖି କଳିକା ଆହ୍ୱାନ କରିବାକୁ ଲାଗେ । ଯେଉଁ ‘ୁଲ ‘ୁଟି ସାରିଛି ତାକୁ ମାଳି ତୋଳି ନେଲା । ଯାହା ‘ୁଟିବାକୁ ବାକି ଅଛି ଆସନ୍ତା କାଲି ତାର ପାଳି ପଡିବ । ‘ୁଲ ପରି କାଳ ରୂପୀ ମାଳି ଆୟୁ ପୂର୍ଣ୍ଣ କରିଥିବା ବ୍ୟକ୍ତିଙ୍କୁ ଗ୍ରାସ କରିଥାଏ । କଳି ପରି ଆମର ପାଳି ଆଗାମୀ ସମୟରେ । ଅର୍ଥାତ୍ ଆମେ ସମସ୍ତେ ଦିନେ ନା ଦିନେ କାଳର କବଳିତ ହେବା ।

ଝୁଠା ସୁଖ କୋ ସୁଖ କହୈ, ମାନତ ହୈ ମନ ମୋଦ ।

ଜଗତ - ବନୋ କାଲକା, ବିଛୁ ମୁଠି କଛୁ ଗୋଦ ।ା୭୭ାା

ଅର୍ଥ : ବାହ୍ୟ ଆବରଣ ଭୌତିକ ସୁଖକୁ ସାଂସାରିକ ଲୋକେ ସୁଖ ମଣନ୍ତି- ଓ ପ୍ରସନ୍ନ ହୁଅନ୍ତି । କିନ୍ତୁ ଏହି ସମ୍ପୂର୍ଣ୍ଣ ସଂସାର କାଳର ଗ୍ରାସ ଅଟେ । ଏଠାରେ କେତେକ କାଳର କୋଳରୋ ଓ କେତେକ ତାର ହାତ ମୁଠାରେ ଅଛନ୍ତି । ସେ ନିତ୍ୟ ପ୍ରତିଦିନ ସମସ୍ତଙ୍କୁ କ୍ରମାଗତ ଭାବରେ େ·ବାଇ ଚାଲିଛି ।

ଜରା କୁା ଜୋବର ସସ୍ତା, କାଲ ଅହେରୀ ନି ।

ଦୋ ବୈରୀ ବିଚ ଝୋପଡ଼ା, କୁଶଲ କହାଁ ସୋ ମି ଅର୍ଥ :- ବୃଦ୍ଧାବସ୍ଥା ଶ୍ୱାନ ସଦୃଶ । ଯୁବାବସ୍ଥା ଶୃଗାଳ ପରି । ଯୌବନ ରୂପୀ ଶିକାର ପ୍ରତି ବୃଦ୍ଧାବସ୍ଥା ରୂପ ଶ୍ୱାନ ଛକି ରହିଛି । ଏକ ପକ୍ଷରେ ବୃଦ୍ଧାବସ୍ଥା ଓ ଅନ୍ୟ ପକ୍ଷରେ କାଳ । ଏହିପରି ଉଭୟ ଶତ୍ରୁ ମଧ୍ୟରେ ତୁମର କୁଟୀର ଅବସ୍ଥିତ କୌଣସି ମତେ ଏହାଠଶରୁ ରକ୍ଷା ପାଇବା ସମ୍ଭବ ନୁହେଁ ।

କବୀର ମାୟା ବେସବା, ଦୋନୁଁ କି ଇକ ଜାତ ।ା

ଆଁବତ କୋ ଆଦର କରୈଁ, ଜାତ ନ ବୁଝୈ ବାତ ।ା୮୧ାା

ଅର୍ଥ :- ମାୟା ଓ ବେଶ୍ୟା ଏକ ଜାତି ଅନ୍ତର୍ଭୁକ୍ତ ଓ ଉଭୟଙ୍କର କର୍ମ ମଧ୍ୟ ସମାନ । ପ୍ରଥମ ଆଗମନରେ ଉଭୟେ ପ୍ରାଣୀମାନଙ୍କୁ ପ୍ରଲୋଭନ ଦେଖାଇ ପୂର୍ଣ୍ଣ ସମ୍ମାନ ଦିଅନ୍ତି ଏବଂ ପ୍ରସ୍ଥାନ ବେଳେ କଥା ମଧ୍ୟ ହୁଅନ୍ତି ନାହିଁ । 

ାା୬ାା

କାମୀ ଅମି ନ ଭାବଇ, ବିଷ କୋ ଲେବୈ ସୋଧ ।

କୁବୁଦ୍ଧି ନ ଭାଜୈଜୀବ କି,ଭାବୈ ଜେଁ୍ୟାପରମୋଧ ।ା୮୨ାା

ଅର୍ଥ :- ବିଷୟ ଭୋଗୀ କାମୀ ପୁରୁଷକୁ ଉପଦେଶ, ତଥା ସଦା·ର ଓ ବ୍ରହ୍ମଚର୍ଯ୍ୟର ଶିକ୍ଷା ଆଦୌ ଭଲ ଲାଗେ ନାହିଁ । ସେ ସର୍ବଦା କାମ ରୂପୀ ବିଷକୁ ଖୋଜୁଥାଏ । ଚି ଚଳତା ହେତୁ ତାର ବୁଦ୍ଧି ନଷ୍ଟ ହୋଇଯାଏ । ପରିଣାମ ସ୍ୱରୂପ ସେ ସଦ୍ଗୁଣ ଗୁଡିକୁ ଗ୍ରହଣ କରିପାରେ ନାହିଁ ।

ାା୭ାା

ମାଲା ତିଲକ ଲଗାୟ କେ, ଭକ୍ତି ନ ଆଇ ହାଥ ।

ଦାଢ଼ୀ ମୁଁଛ ମୁଶୟକେ, ଚଲେ ଚୁନି କେ ସାଥ ।ା୮୯ାା

ଅର୍ଥ : ଗଳାରେ ତୁଳସୀ କିମ୍ବା ରୁଦ୍ରାକ୍ଷ ମାଳା ପିନ୍ଧି ଓ ମସ୍ତକରେ ତିଳକ ଲଗାଇ ଭକ୍ତି ଆସିଲା ନାହିଁ । ଦାଢ଼ି ଖିଅର ହୋଇ, ମେଛା ରଖି ଦୁନିଆ ସହ ·ଲି ମଧ୍ୟ ଲାଭ ଲାଲ ନାହିଁ । ତାପôର୍ଯ୍ୟ ହେଲା ବାହ୍ୟ ଆଡମ୍ବରରେ ଭକ୍ତି ହୁଏ ନାହିଁ । ଏହା ସମାଜ ପ୍ରତି ବିଶ୍ୱାସ ଘାତକତା ଓ ଆତ୍ମ ପ୍ରବନା ଅଟେ ।

ାା୮ାା

ମନ ମୈଲା ତନ ରଜରା, ବଗୁଲା କପଟୀ ଅଙ୍ଗ ।

ତାସୋଁ ତୋ କୌବା ଭଲା, ତନ ମନ ଏକହିଁ ଅଙ୍ଗ୍ ।ା୯୦ାା

ଅର୍ଥ:- ଯେଉଁ ବ୍ୟକ୍ତିର ଶରୀର ଗୌର ବର୍ଣ୍ଣ କିନ୍ତୁ ମନ ପାପ କାନ୍ଦିମାରେ ପରିପୂର୍ଣ୍ଣ, ସେ ବଗପକ୍ଷୀ ପରି କପଟୀ । ତା’ଠାରୁ କାକ ପକ୍ଷୀ ଭଲ । କାରଣ ତାର ତନୁ ଓ ମନ ଏକ ପ୍ରକାର । ବାହ୍ୟତଃ ସଜ୍ଜନ ବୋଲି ଦେଖାଇ ହେଉଥିବା ଓ ଅନ୍ତରରେ କପଟ ସ୍ବଭାବ ଥିବା ବ୍ୟକ୍ତି ପ୍ରତି ସର୍ବଦା ସାବଧାନ ରହିବା ଉଚିତ ।

ାା୯ାା

ଭକ୍ତି କଠିନ ଅତି ଦୁର୍ଲଭ, ଭେଶ ସୁଗମ ନିଜ ସୋୟ ।

ଭକ୍ତିଜୁ ନ୍ୟାରିଭେଷ ସେ, ୟହ ଜାନୈ ସବକୋୟ ।ା୯୩ାା

ଅର୍ଥ :- ପ୍ରକୃତ ଭକ୍ତିର ମାର୍ଗ ବହୁତ କଠିନ । ଭକ୍ତି ମାର୍ଗରେ ·ଲୁଥିବା ବ୍ୟକ୍ତିକୁ ଅନେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ । ବାହ୍ୟତଃ ଭକ୍ତିର ବେଶ ଧାରଣ କରିବା ଖୁବ୍ ସହଜ । ଭକ୍ତି ସାଧନା ଓ ବେଷ ଧାରଣା କରିବାରେ ବହୁତ ଅନ୍ତର ଅଛି । ଭକ୍ତି କରିବା ପାଇଁ ଧ୍ୟାନ ଏକାଗ୍ର ହେବା ଆବଶ୍ୟକ । ବେଷ ଧାରଣ କେବଳ ବାହ୍ୟାଡମ୍ବର ।ା


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର