ଘରୋଇ ଉପ·ର
ପୁରୁଣା କାଶ
ଏକ ଛୋଟ ଖଣ୍ଡ ମୁଲେଠି ସହ ୨ଟି ଗୋଲମରିଚ ଓ କିଛି ମିଶ୍ରି ପାଟିରେ ରଖି ଦିନରେ ଦୁଇ ତିନିଥର ଖାଲି ପେଟରେ ଚୁଚୁମିବେ । ଏହାଦ୍ୱାରା ପୁରାତନରୁ ପୁରାତନ କାଶ, ତି ଗଡ଼ ଗଡ଼ ହେବା, ସ୍ବରଭଙ୍ଗ (ତି ବସିବା) ଆଦି ତତ୍କାଳ ଉପଶମ ହୁଏ ।
ଶ୍ୱାସ, କଫ, ସାଇନସ, ପୀନସ ଓ ମୁଣ୍ଡବ୍ୟଥା
୧ ଗ୍ରାମ ରୀଠା ଚୂର୍ଣ୍ଣ, ୨-୩ ଗ୍ରାମ ତି୍ରକଟୁ ଚୂର୍ଣ୍ଣ (ସମ ପରିମାଣରେ ମିଶ୍ରତ ଶୁଣ୍ଠି, ଗୋଲମରିଚ ଓ ପିପ୍ଳୀର ଚୂର୍ଣ୍ଣ)କୁ ୫୦ ମିଲି ପାଣିରେ ପକାଇ ରଖିବେ । ସକାଳେ ପାଣିକୁ ନିଗାଡି ଗୋଟିଏ ପରିଷ୍କାର ଶିଶିରେ ରଖିବେ । ଏହି ଜଳକୁ ଖାଲି ପେଟରେ ସକାଳ ବେଳ କିଛିଦିନ ପର୍ଯ୍ୟନ୍ତ ନାକରେ ପକାଇଲେ ଭିତରେ ଜମା ହୋଇଥିବା କଫ ବାହାରକୁ ବାହାରି ଆସିବ । ଏହାଦ୍ୱାରା ନାସାରନ୍ଧ୍ର ଖୋଲି ଯିବା ସହ ମଥା ବ୍ୟଥା ମଧ୍ୟ ତୁରନ୍ତ ଭଲ ହେବ ।
କାଶ, ସର୍ଦ୍ଧି, ଥଣ୍ଡା, କଫ ଓ ଜ୍ୱର
୧) ବାସଙ୍ଗପତ୍ର ରସ ୧ ·ମଚ, ଅଦାରସ ୧ ·ମଚ ଏବଂ ମହୁ ୧ ·ମଚ ମିଶାଇ ସେବନ କଲେ ସମସ୍ତ ପ୍ରକାର କାଶରେ ଆରାମ ମିଳେ ।
୨) ୭ଟି ତୁଳସୀ ପତ୍ର ଓ ୫ଟି ଲବଙ୍ଗକୁ ଦରକୁଟା କରି ଏକ ଗିଲାସ ପାଣିରେ ସିଝାଇବେ । ଯେତେବେଳେ ପାଣି ଫୁଟି ଅଧା ହୋଇଯିବ ସେତେବେଳେ ଅଳ୍ପ ସୈନ୍ଧବଲବଣ ପକାଇ ତାକୁ ଉଷୁମ ଉଷୁମ ପିଇବ । ଏହା ପିଇବା ପରେ ଶରୀରକୁ ଘୋଡାଇ ରଖିଲେ କିଛି ସମୟ ପରେ ଝାଳ ବାହାରି ଯିବ । ଏହାଦ୍ୱାରା ଜ୍ୱର ତୁରନ୍ତ ଓହ୍ଲାଇ ଯିବ ଏବଂ ଥଣ୍ଡା, ସର୍ଦ୍ଧି, କାଶ ମଧ୍ୟ ଭଲ ହୋଇଯିବ ।
ଛୋଟ ପିଲାଙ୍କର ଥଣ୍ଡା ସର୍ଦ୍ଧି କଫରେ ତୁଳସୀ ଓ ଅଦାରସରୁ ୫-୭ ବୁନ୍ଦା ମହୁରେ ମିଶାଇ ଚଟାଇଲେ ଉପକାର ମିଳେ । ଏହା ନବାଜାତ ଶିଶୁକୁ ମଧ୍ୟ ଅଳ୍ପମାତ୍ରାରେ ଦିଆଯାଇପାରେ ।
୩) ଛୋଟ ପିପ୍ପଳୀ ଖଣ୍ଡିଏକୁ ୧୦-୧୫ ମିନିଟ ପର୍ଯ୍ୟନ୍ତ ଗାଈ ଦୁଗ୍ଧରେ ସିଝାଇବେ । ଏହି ସିଝା ପିପ୍ପଳୀ ଖାଇ ସେଙ୍ଗ ସେଙ୍ଗ କ୍ଷୀର ପିଇବେ । ତାପର ଦିନ ଦୁଇଖଣ୍ଡି ପିପ୍ପଲୀ କ୍ଷୀରରେ ଭଲ ଭାବରେ ସିଝାଇ ପ୍ରଥମ ପିପ୍ପଳୀ ଖାଇ ତାପରେ କ୍ଷୀର ତକ ପିଇବେ । ଏହି ପ୍ରକାରେ ୭ରୁ ୧୧ଟି ଯାଏ ପିପ୍ପଳୀ ଖାଇବେ । ପୁଣି କ୍ରମଶଃ ଗୋଟିଏ ଲେଖାଏଁ ପିପ୍ପଳୀ କମ କରି ପୂର୍ବ ବିଧି ଅନୁସାରେ ଖାଇବେ । ଏହାଦ୍ୱାରା ଅଗ୍ନିମାନ୍ଦ୍ୟ, ଗ୍ୟାସ, ବଦହଜମୀ ଆଦି ରୋଗ ଦୂର ହୁଏ । ଏହାକୁ ସକାଳେ ଖାଲି ପେଟରେ ସେବନ କରିବେ ଓ ନିରାମିଷ ଭୋଜନ କରିବେ । ଘିଅ, ତେଲ ଓ କୌଣସି ପ୍ରକାରର ଖଟା ଜିନିଷ ଖାଇବେ ନାହିଁ ।
୪) ଦମବେଲ (ଞଚ୍ଚକ୍ଷକ୍ଟକ୍ଟ୍ରଷକ୍ଟକ୍ସବସଦ୍ଭୟସମବ) ର ଗୋଟିଏ ପତ୍ର ସହ ଗୋଟିଏ ଗୋଲମରିଚ ପାନ ପରି େ·ବାଇ ଖାଲି ପେଟରେ ଖାଇବେ । ଏହିପରି ତିନିଦିନ ସେବନ କରିଲେ ଦମା ପୀଡିତ ରୋଗୀ ପ୍ରାୟ ଭଲ ହୋଇଯାନ୍ତି । ଏହାକୁ ଅବସ୍ଥା କ୍ରମରେ ୭ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରାଯାଇପାରେ । କେତେକ ରୋଗୀ ଏହାର ସେବନର ବାନ୍ତି କରିପାରନ୍ତି । ଏଥିରେ ବ୍ୟସ୍ତ ହେବାର କିଛି ନାହିଁ । ଏହା ସ୍ବଭାବିକ ପ୍ରକି୍ରୟା ଅଟେ । ଯେତେବେଳେ ବାନ୍ତି ବାହାରିଯିବ ଆପେ ଆପେ ଭଲ ହୋଇଯିବ । ଏକମାସ ଯାଏଁ ରୋଗୀ ଘିଅ, ତେଲ, ସମସ୍ତ ପ୍ରକାର ଖଟା ଖାଦ୍ୟ ଓ ଥଣ୍ଡା ଖାଦ୍ୟ ଖାଇବା ଅନୁଚିତ ।
Comments
Post a Comment