Posts

ଆପଣ ରୋଗର ଶିକାର ହେଉ ନାହାନ୍ତି ତ?----ଡାକ୍ତର ପୁରୁଷୋମ ପାତଞ୍ଜଳି

 ଆପଣ ରୋଗର ଶିକାର ହେଉ ନାହାନ୍ତି ତ? ଡାକ୍ତର ପୁପୁରୁଷୋତ୍ତମ ପାତଞ୍ଜଳି ଆମ ଦୈନିକ ଜୀବନରେ ପ୍ରାୟ ଏପରି କେତେକ ଅବସର ଆସେ ଯାହାକୁ ଆମେ ସାଧାରଣ ମନେ କରି ଘାତକ ବସ୍ତୁର ଉପଯୋଗ କରୁ; କିନ୍ତୁ ସେଗୁଡିକର ଦୁଷ୍ପରିଣାମ ଯେତେବେଳେ ସମ୍ମୁଖକୁ ଆସେ ସେତେବେଳେ ଆମେ ଚମକି ପଡୁ । ଏ ସାଧାରଣ ବସ୍ତୁ ଓ ଏହାର ପ୍ରୟୋଗ ଆମେ ସହଜ ଭାବରେ କରୁ; କିନ୍ତୁ ଆମେ କେବେ ହେଲେ ସେଗୁଡିକର ଦୁରଗାମୀ କୁପରିଣାମ କଥା କଳ୍ପନା କରୁ ନାହିଁ । ଏ ଛୋଟ ଅସାବଧାନତା ଶାରୀରିକ ସ୍ବାସ୍ଥ୍ୟ  ନିମନ୍ତେ କେବେ କେବେ ବିପଦ ସୃଷ୍ଟି କରେ, ଏ ଭୁଲ ମଧ୍ୟ ଭୁଲରେ ରୋଗକୁ ଲାଳନ ପାଳନ କରେ । ଏଣୁ ଆମେ ଛୋଟ ମନେ କରୁଥିବା ବିଷୟଗୁଡିକ ପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।  ଅନ୍ୟର ରେଜରରେ ଦାଢି କାଟିବା କେବେ କେବେ ଲୋକେ ଆଳସ୍ୟ ବଶତଃ ଅନ୍ୟର ରେଜରରେ ଦାଢି କାଟନ୍ତି । ଏ ଅସାବଧାନତା ଏତେ ଛୋଟ ଯେ, ଲୋକ ଏହାକୁ ରୋଗର କାରଣ ମାନିବାକୁ ମୋଟେ ପ୍ରସ୍ତୁତ ନୁହନ୍ତି;  କିନ୍ତୁ  ଏକଥା ଠିକ ଅନ୍ୟର ରେଜରରେ ଦାଢି କାଟିବା ଦ୍ୱାରା ସେ ବ୍ୟକ୍ତି ବିଶେଷଙ୍କର ରୋଗ ଜୀବାଣୁ  କାଳାନ୍ତରରେ ନିଜର ପ୍ରଭାବ ବିସ୍ତାର କରନ୍ତି । ଭୋଜନାଳୟରେ ନାପକିନରେ ମୁହଁ ହାତ ପୋଛିବା ଲୋକେ ପ୍ରାୟ ଭୋଜନାଳୟରେ ନାପକିନରେ ହାତ ମୁହଁ ପୋଛି  ନିଅନ୍ତି; କିନ୍ତୁ ଏ ପଦ୍ଧତି ରୋଗକୁ ସହଜରେ ନିମନ୍ତ୍ରଣ ଦିଏ ।  ଭୋଜନାଳୟରେ ସମସ୍ତେ ନିଶ୍ଚୟ କାହାରି ଦେହରେ କିଛି ରୋଗ ଥିବ । ମୁହଁ

ସୁନ୍ସୁନିଆ ଶାଗ

 ସୁନ୍ସୁନିଆ ଶାଗ ପ୍ରସିଦ୍ଧ ବିଜ୍ଞାନୀ ଡକ୍ଟର ଅସୀମା ·ଟାର୍ଜୀ ସୁନସୁନିଆ ଶାଗରେ ଅପସ୍ମାର ପ୍ରତିରୋଧକ ଶକ୍ତି ଥିବା ବିଷୟ ପ୍ରମାଣିତ କରିଥିଲେ । ବଙ୍ଗଳାରେ ସୁନସୁନିଆ ଶାଗ ବ୍ୟାପକ ଭାବରେ ·ଷ କରାଯାଇ ତାର ରସ ନିଦ୍ରାହୀନତା ରୋଗ ଦୂର କରିବା ପାଇଁ ବ୍ୟବହାର କରାଯାଉଥିଲା । ଏଥିରୁ ଅନୁପ୍ରାଣିତ ହୋଇ ସେ ସୁନ ସୁନିଆ ଶାଗ ଉପରେ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଦଲେ । ଶେଷରେ ସେ ଏଥିରେ ଥିବା ମାରସିଲିନ ନାମକ ରାସାୟନିକ ତ୍ୱର ସନ୍ଧାନ ପାଇଲେ । ଏହା ଉପରେ ଗବେଷଣା କରି ସେ ଉପରୋକ୍ତ ନିଷ୍କର୍ଷରେ ପହିଲେ । ସେ ସୁନ ସୁନିଆ ଶାଗ ରସରୁ ପ୍ରସ୍ତୁତ ଔଷଧ ପ୍ରାୟ ୨୦୦୦ ମୃଗୀ ରୋଗ ଭୋଗ କରୁଥିବା ରୋଗୀଙ୍କ ଉପରେ ପ୍ରୟୋଗ କରିଥିଲେ ଏବଂ ଆଶା ଜନକ ସଫଳତା ଲାଭ କଲେ । ଏହି ଔଷଧ ପ୍ରୟୋଗ ଦ୍ୱାରା ଶତକରା ୩୦ ଜଣ ରୋଗୀ ସମ୍ପୂର୍ଣ୍ଣ ରୋଗମୁକ୍ତ ଓ ଶତକରା ୬୦ ଜଣ ଆଂଶିକ ରୋଗମୁକ୍ତ ହୋଇଥିଲେ । ଶତକରା ୭ ଜଣ ରୋଗୀ ରୋଗ ମୁକ୍ତି ହୋଇ ପାରି ନ ଥିଲେ । ଏ ଔଷଧର କୌଣସି କୁପ୍ରତିକ୍ରିୟା ରୋଗୀ ଦେହରେ ସୃଷ୍ଟି ହୁଏ ନାହିଁ ।

ପ୍ରାକୃତିକ ସ୍ନାନ ଓ ସ୍ବାସ୍ଥ୍ୟ

 ପ୍ରାକୃତିକ ସ୍ନାନ ଓ ସ୍ବାସ୍ଥ୍ୟ ପୁରାତନ କାଳରେ ଲୋକମାନେ ସ୍ବାସ୍ଥ୍ୟର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ସ୍ନାନ ଦ୍ୱାରା ଶରୀ ପରିଷ୍କାର ପରିଚ୍ଛନ୍ନ ରଖୁଥିଲେ । ସେ ସମୟରେ ବ୍ୟକ୍ତି ପ୍ରାକୃତିକ ସାଧନା ଯଥା-ମାଲିସ, ସ୍ନାନ, ଯୋଗ ଇତ୍ୟାଦି ମାଧ୍ୟମରେ ନିଜ ସ୍ବାସ୍ଥ୍ୟ ସୁରକ୍ଷିତ ରଖୁଥିଲା । ଧୀରେଧୀରେ ସମୟ ସହିତ ତାଳ ଦେଇ ମନୁଷ୍ୟ ନିଜକୁ ବଦଳାଇଲା ଏବଂ ସେଇ ପ୍ରାକୃତିକ ସାଧନ ସବୁକୁ ତ୍ୟାଗ କରି ରଚନାତ୍ମକ ସାଧନ ଉପରେ ଅଧିକ ଜୋର ଦେଲା । ଫଳରେ ମନୁଷ୍ୟର ସ୍ବାସ୍ଥ୍ୟ କ୍ଷୀଣ ହେବାକୁ ଆରମ୍ଭ କଲା; ମାତ୍ର ବର୍ମାନ ମନୁଷ୍ୟ ପୁନର୍ବାର ପ୍ରକୃତିର ସାଧନ ଉପଯୋଗ କରିବାକୁ ଆରମ୍ଭ କରିଛି । ପ୍ରାକୃତିକ ସ୍ନାନ ମଧ୍ୟ ଏହି ମଧ୍ୟରୁ ଗୋଟିଏ । ପ୍ରାକୃତିକ ସ୍ନାନ ମନୁଷ୍ୟର ସ୍ଥୂଳତା, ତ୍ୱ· ସମ୍ବନ୍ଧୀୟ ରୋଗ, ବିଭିନ୍ନ ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର ସୁ·ଋତା, ହୃଦୟ ରୋଗ ଆଦି ନିମନ୍ତେ ଅତ୍ୟନ୍ତ ଲାଭପ୍ରଦ । କେତେ ମୁଖ୍ୟ ପ୍ରାକୃତିକ ସ୍ନାନ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଗଲା । ୧) ସାଧାରଣ ଜ୍ଞାନ: ଥଣ୍ଡା ବା ଗରମ ଜଳରେ ସ୍ନାନ କରିବାକୁ ସାଧାରଣ ସ୍ନାନ କହନ୍ତି । ଏଥିରେ ଶରୀର ସ୍ବଚ୍ଛ, ତାଜା, ଫୁିର୍ଦାୟକ ରହେ ।  ୨) ଫୁଆରା ସ୍ନାନ: କେତେକ ବ୍ୟକ୍ତି ନିଜ ଘରେ ଜଳ ଫୁଆରାରେ ସ୍ନାନ କରିଥାନ୍ତି । ଫୁଆରାର ପତଳା ବା ମୋଟା ଧାରା ବ୍ୟକ୍ତିର ଆଗ୍ରହ ଉପରେ ନିର୍ଭର କରେ । ଏହି ସ୍ନାନ ରକ୍ତ ପରିବହନ ଏବଂ ଶରୀରର ସ୍ଫୁି

ଦୁଗ୍ଧ, ପ୍ରକୃତିର ଏକ ମହାନ ଦାନ----ବିଧୁ ଭୂଷଣ ରଥ

 ଦୁଗ୍ଧ, ପ୍ରକୃତିର ଏକ ମହାନ ଦାନ ବିଧୁ ଭୂଷଣ ରଥ ଦୁଗ୍ଧ ବା କାହାକୁ ଭଲ ନ ଲାଗେ? ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ଶକ୍ତି ଯୋଗାଇଥାଏ । ବିଭିନ୍ନ ଖାଦ୍ୟ ମଧ୍ୟରେ କ୍ଷୀର ବୋଧ ହୁଏ ମନୁଷ୍ୟକୁ ପ୍ରକୃତିର ସର୍ବଶ୍ରେଷ୍ଠ ଦାନ ଅଟେ । ଦୁଗ୍ଧରୁ ଉପôନ୍ନ ବିଭିନ୍ନ ପଦାର୍ଥ ମଧ୍ୟ ଅନ୍ୟ ଯେ କୌଣସି ସୁସ୍ବାଦୁ ଖାଦ୍ୟଠାରୁ ନିଶ୍ଚିତ ଭାବରେ ସୁସ୍ବାଦୁ ଓ ବଳକାରକ । ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥରେ ଶିଶୁମାନଙ୍କ ପାଇଁ ଶରୀର ବୃଦ୍ଧିକାରକ, ଯୁବକମାନଙ୍କ ପାଇଁ ଶକ୍ତି ଏବଂ ଉାପ ପ୍ରଦାନକାରୀ ତଥା ବୃଦ୍ଧମାନଙ୍କ ପାଇଁ ରୋଗହୀନ ସ୍ବାସ୍ଥ୍ୟ ପ୍ରଦାନକାରୀ ସମସ୍ତ ଭେଷଜୀୟ ପଦାର୍ଥ ବିଦ୍ୟମାନ । ସେଥିପାଇଁ କାଶ୍ୟପ ସଂହିତାରେ “କ୍ଷୀରାପôରଂ ନାସ୍ତି ଜୀବନିୟମ୍” ବୋଲି ଏହି ସା୍ୱିକ ଖାଦ୍ୟକୁ ପ୍ରଶଂସା କରାଯାଇଛି । ଆର୍ଯ୍ୟ ମନିଷୀ ଚରକ ଦୁଗ୍ଧରେ ଥିବା ପ୍ରଧାନ ଗୁଣଗୁଡ଼ିକୁ ମଧ୍ୟ ଉଲ୍ଲେଖ କରି ଯାଇଛନ୍ତି- ଯଥା, ଦୁଗ୍ଧ ସୁସ୍ବାଦୁ, ଶୀତଳ, ମୃଦୁ, ସ୍ନିଗ୍ଧ, ବହଳିଆ, ଜୀର୍ଣ୍ଣକାରୀ ଇତ୍ୟାଦି । ମନୁଷ୍ୟର ଖାଦ୍ୟ ଏପରି ହେବା ଦରକାର ଯେ ତହିଁରୁ ଭୋଜନରେ ସନ୍ତୋଷ ମିଳିବା ସେଙ୍ଗ ସେଙ୍ଗ ଶରୀର ଆବଶ୍ୟକ କରୁଥିବା ବିଭିନ୍ନ ଉପାଦାନ ମଧ୍ୟ ଥିବ । ଏହିପରି ଏକ ସୁଷମ ଖାଦ୍ୟରେ ନିର୍ଦ୍ଧିଷ୍ଟ ପରିମାଣରେ ଜଳ, ଛେନା, ଶର୍କରା ଓ ସ୍ନେହସାର ଜାତୀୟ ଖାଦ୍ୟ, ଧାତବ ଲବଣ ଓ ଖାଦ୍ୟସାର ଇତ୍ୟାଦି ଆବଶ୍ୟକ । କେବଳ ଦୁଗ୍ଧରେ ଅଳ୍

ଘରୋଇ ଉପ·ର

 ଘରୋଇ ଉପ·ର ହୃଦୟ ରୋଗ, ଅମ୍ଳପୀ, ଉଦରରୋଗ, ମେଦ ବହୁଳତା ଏବଂ ମଧୁମେହ ୧) ଲାଭ ୫୦୦ ଗ୍ରାମ ସହ ୭ଟି ପୁଦିନା ପତ୍ର ଓ ୭ଟି ତୁଳସୀ ପତ୍ର ମିଶାଇ ରସ ବାହାର କରି ପ୍ରତିଦିନ ସକାଳେ ଖାଲି ପେଟରେ ପାନ କଲେ ହୃଦୟ ଧମନୀରେ ହେଉଥିବା ଅବରୋଧ ଖୋଲିଯାଏ । ଅମ୍ଳ ପୀ, ସମସ୍ତ ଉଦର ରୋଗ, କୋଲେଷ୍ଟ୍ରୋଲ, ହୃଦୟ ରୋଗ ଏବଂ ମେଦ ବହୁଳତା ପାଇଁ ଲାଭ ରସ ନିୟମିତ ପାନ କରିବା ଉଚିତ । ୨) ସମାନ ପରିମାଣରେ ଗହମ, ·ଉଳ, ବାଜରା, ଗୋଟା ମୁଗକୁ ଅଳ୍ପ ଭାଜି ଦଲିଆ ପ୍ରସ୍ତୁତ କରିବେ ଓ ଏଥିରେ ପ୍ରତି କି.ଗ୍ରା. ଅନୁପାତରେ ୧୦ ଗ୍ରାମ ଜୁଆଣୀ ଓ ୨୫ ଗ୍ରାମ ଧଳା ରାଶି ମିଶାଇବେ । ୫୦ ଗ୍ରାମ ଦଲିଆକୁ ୪୦୦ ମିଲି ପାଣିରେ ସିଝାଇବେ । ସ୍ୱାଦ ଅନୁସାରେ ଲୁଣ ଓ କିଛି ପରିବା ମଧ୍ୟ ମିଶାଇବେ । ନିୟମିତ ଏହାକୁ ସେବନ କଲେ ମଧୁମେହ, ମେଦ ବହୁଳତା ଓ ହୃଦୟ ରୋଗରେ ଉପକାର ମିଳେ । ୩) କାକୁଡି, କଲରା ଓ ଟମାଟୋର ରସ ମଧୁମେହ ପାଇଁ ସର୍ବଶ୍ରେଷ୍ଠ ଅଟେ ।  ୪) ମେଦ ବହୁଳତା, କୋଷ୍ଠକାଠିନ୍ୟ, କୋଲେଷ୍ଟ୍ରୋଲ, ଚର୍ମରୋଗ ଏବଂ କ୍ୟାନସର ଆଦି ରୋଗରେ ଗୋମୂତ୍ର ଅର୍କ ସର୍ବଶ୍ରେଷ୍ଠ ଅଟେ । ୫) ୫-୧୦ ଗ୍ରାମ ଅର୍ଜୁନ ଚୂର୍ଣ୍ଣକୁ ୧ କପ୍ କ୍ଷୀର ଓ ୩ କପ୍ ପାଣିରେ ସିଝାଇବେ । ୧ କପ୍ ଅବଶିଷ୍ଟ ରହିବା ପରେ ତାକୁ ଛାଣି ପ୍ରତ୍ୟହ ସକାଳେ ଖାଲି ପେଟରେ ପିଇବେ । ଏହି ଅର୍ଜୁନ କ୍ଷୀର ପାକ ଦୁର୍ବଳ ହୃଦୟ  ଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ । ୬) ପ୍ରତିଦି

ପ୍ରାଥମିକ ଚିକିତ୍ସାଳୟ ଅର୍ଥାତ ରୋଷେଇ ଘର--ଆ·ର୍ଯ୍ୟ ବାଳକୃଷ୍ଣ

 ପ୍ରାଥମିକ ଚିକିତ୍ସାଳୟ ଅର୍ଥାତ ରୋଷେଇ ଘର ଆଚାର୍ଯ୍ୟ ବାଳକୃଷ୍ଣ  ଜୁଆଣୀ:- * ଯେଉଁମାନେ ମଦ ପିଅନ୍ତି । ମାତ୍ର ଏବେ ମଦ ପିଇବା ତ୍ୟାଗ କରିବାକୁ ଇଚ୍ଛୁକ ସେମାନେ ଅଧ କି.ଗ୍ରା ଜୁଆଣିକୁ ୪ଲିଟର ପାଣିରେ ଫୁଟାଇ ୨ଲିଟର ହେଲେ ଛାଣି କରି ସାଇତି ରଖିବେ । ଏହାକୁ ପ୍ରତିଦିନ ଖାଦ୍ୟର ପୂର୍ବରୁ ୧-୧ କପ ପିଇବେ । ଲିଭର ଠିକ ରହିବ ଏବଂ ମଦ ପିଇବାର ଇଚ୍ଛା କମି କମି ଯିବ । * ଜୁଆଣୀକୁ ଅଳ୍ପ ଭାଜି ସକାଳେ-ସନ୍ଧ୍ୟାରେ ଉଷୁମ ପାଣି ସହ ବା କ୍ଷୀର ସହ ୨-୩ ଗ୍ରାମ ନିୟମିତ ଖାଇଲେ ସର୍ଦ୍ଧି, ଥଣ୍ଡା ଓ ପେଟ ରୋଗରେ ଲାଭ ମିଳିଥାଏ । * ୨-୩ ଗ୍ରାମ ଜୁଆଣୀ ଚୂର୍ଣ୍ଣ ଘୋଳ ଦହି ସହ ଖାଇଲେ ପେଟର କୃମି ମରିଯାଆନ୍ତି । * ୧୦ ଗ୍ରାମ ଜୁଆଣୀକୁ ୧ ଲିଟର ପାଣିରେ ଫୁଟାଇ ୨୫୦ ମିଲି ରହିଲେ ଛାଣି କରି ସକାଳେ ଓ ସନ୍ଧ୍ୟାରେ ପ୍ରସୂତୀ ମହିଳାଙ୍କୁ ପିଆଇଲେ ପ୍ରସୂତି ଜନିତ ବିକାର ରହିବ ନାହିଁ । ଏହି ଯୋଗୁଁ ବର୍ଦ୍ଧିତ ଶରୀର ପୂର୍ବ ସ୍ଥିତିକୁ ଫେରି ଆସେ । * ୧୦ ଗ୍ରାମ ଜୁଆଣୀକୁ ଗୁଣ୍ଡ କରି ଏଥିରେ ଫାଳେ ଲେମ୍ବୁରସ ମିଶାଅ । ଏଥିରେ ଛାଂଚ (ଘୋଳ ଦହି) ଓ ୫ ଗ୍ରାମ ଫିଟିକରି ପାଉଡର ମିଶାଇ ମଲମ ପ୍ରସ୍ତୁତ କର । ଏହାକୁ ମୁଣ୍ଡ ବାଳରେ ଲଗାଇଲେ କେଶ ଦୃଢ଼ ହୁଏ ଏବଂ ଉକୁଣୀ, ନିଖ ଆଦି ମରି ଯାଆନ୍ତି । ଗୁଜୁରାତି:- * ମୁହଁରେ କ୍ଷତ ହୋଇଥିଲେ ଗୁଜୁରାତିକୁ ବାଟି ମହୁ ମିଶାଇ ଲଗାଇଲେ କ୍ଷତ ଭଲ ହୋଇଯାଏ । ୨-୩ ଗ୍ରାମ ଗୁଜୁରାତି ମିଶ୍ରି ସହ

ଶ୍ରୀ ଭଗବାନୁବାଚ (୧୬ --ଅଷ୍ଟାଦଶ ଅଧ୍ୟାୟଃ ମୋକ୍ଷ ଯୋଗଃ

ଶ୍ରୀ ଭଗବାନୁବାଚ (୧୬/୧୮) (ଶ୍ରୀମଦ୍ଭଗବତ ଗୀତାରେ ଭଗବାନଙ୍କ ଦ୍ବାରା ଉଚ୍ଚାରିତ ମହାବାକ୍ୟଗୁଡିକର ସଂଗ୍ରହ)   ଅଷ୍ଟାଦଶ ଅଧ୍ୟାୟଃ ମୋକ୍ଷ ଯୋଗଃ  ହେ ଭରତ ଶ୍ରେଷ୍ଠ ! ଏହି ତ୍ୟାଗ ବିଷୟରେ ମୋର ନିର୍ଣ୍ଣୟ ତୁମେ ଶୁଣ । ହେ  ପୁରୁଷ ବ୍ୟାଘ୍ର ! ତ୍ୟାଗ ତିନି ପ୍ରକାର ବୋଲି କୁହାଯାଇଛି ।ା୪ାା ଯଜ୍ଞ, ଦାନ ଓ ତପସ୍ୟା- ଏହି ତିନି ପ୍ରକାର କର୍ମ ତ୍ୟାଗ କରିବା ଅନୁଚିତ ; ଏହା କରଣୀୟ ଅଟେ । ଯଜ୍ଞ, ଦାନ ଏବଂ ତପସ୍ୟା ବିବେକୀ ମନୁଷ୍ୟମାନଙ୍କୁ ପବିତ୍ର କରେ ।ା୫ାା ହେ ପାର୍ଥ ! ଏହି କର୍ମ ମଧ୍ୟ ଆସକ୍ତି ଏବଂ ଫଳାକାଂକ୍ଷା ତ୍ୟାଗ ପୂର୍ବକ କରିବା ଉଚିତ ; ଏହା ମୋର  ନିଶ୍ଚିତ ଓ ଉତ୍ତମ ମତ  ଅଟେ ।ା୬ାା  ନିୟତ କର୍ମର ତ୍ୟାଗ ଉଚିତ ନୁହେଁ । ମୋହବଶତଃ ଯଦି ସେହି କର୍ମ ତ୍ୟାଗ କରାଯାଏ ତେବେ ସେହି ତ୍ୟାଗକୁ ତାମସ ବୋଲି କୁହାଯାଏ ।ା୭ାା ଯେଉଁ ମନୁଷ୍ୟ ଦୁଃଖ କାରକ ମନେ କରି ବା ଶାରୀରିକ କଷଣ ଭୟ ହେତୁ କୌଣସି କର୍ମର ତ୍ୟାଗ କରେ ତେବେ ସେହି ତ୍ୟାଗ ରାଜସ ଅଟେ ଏବଂ ଏଥିପାଇଁ ତାକୁ କର୍ମ ତ୍ୟାଗର ଫଳ ପ୍ରାପ୍ତ ହୁଏ ନାହିଁ ।ା୮ାା ହେ ଅର୍ଜୁନ ! ""ଏହା କରିବା ମୋର କର୍ତ୍ତବ୍ଯ ''- ଏପରି ମନେ କରି ଆସକ୍ତି ଏବଂ ଫଳକାମନା ତ୍ୟାଗ ପୂର୍ବକ ଯଦି ନିୟତ କର୍ମ କରାଯାଏ, ତେବେ ତାକୁ ସାତ୍ତ୍ଵିକ ତ୍ୟାଗ ବୋଲି ମନେ କରାଯାଏ ।ା୯ାାସଂଶୟ ରହିତ, ଶୁଦ୍ଧ ଭାବନାଯୁକ୍ତ; ବୁଦ୍ଧିମାନ ଓ ତ୍ୟାଗୀ ପୁରୁଷ ଅକଲ୍ୟାଣକାରକ ଧର୍ମରେ ଦ୍