Posts

(21) ାା ସପ୍ତମ ଅଧ୍ୟାୟ ।ା ରାଜଯୋଗ:ମନୋବୈଜ୍ଞାନିକ ଦୃଷ୍ଟିକୋଣ

 ାା ସପ୍ତମ ଅଧ୍ୟାୟ ।ା ରାଜଯୋଗ:ମନୋବୈଜ୍ଞାନିକ ଦୃଷ୍ଟିକୋଣ ରାଜଯୋଗରେ ବିଜ୍ଞାନ ଓ ଦର୍ଶନର (ଝମସରଦ୍ଭମର ଌ କ୍ଟ୍ରଷସକ୍ଷକ୍ଟଗ୍ଦକ୍ଟକ୍ଟ୍ରଷଚ୍ଚ) ଯୁଗପତ୍ ସମ୍ମେଳନ ଘଟିଛି । ବିଜ୍ଞାନ ଅପେକ୍ଷା ସତ୍ୟହିଁ ଶ୍ରେଷ୍ଠ । କାରଣ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଏପରି ଅନେକ କିଛି ଅଛି ଯାହାକୁ ବିଜ୍ଞାନ ପ୍ରତ୍ୟକ୍ଷ ଭାବରେ ପ୍ରମାଣ କରିବାକୁ ସମର୍ଥ ହୋଇପାରିନି । ଏକ ସୂକ୍ଷ୍ମ ବୀଜରୁ ଗୋଟିଏ ମହାଦ୍ରୁମର ଅଭୁ୍ୟଦୟ କିପରି ହେଲା ଏହାକୁ କ’ଣ ପ୍ରତ୍ୟକ୍ଷ କରିବା ସମ୍ଭବପର? ଯଦି ଏହା ସମ୍ଭବପର ନୁହେଁ ତା’ ହେଲେ କ’ଣ ବୃକ୍ଷର ଅସ୍ତିତ୍ୱ ବିଷୟକୁ ଅସ୍ବୀକାର କରାଯିବ? ପ୍ରତ୍ୟକ୍ଷ ଦୃଶ୍ୟ ହେଉ ନ ଥିଲେ ମଧ୍ୟ ରାଜଯୋଗ ଆତ୍ମା ଓ ପରମାତ୍ମାଙ୍କ ଅସ୍ତିତ୍ୱ ବିଷୟକୁ ସ୍ବୀକାର କରେ । ତେଣୁ ଏହା ବିଜ୍ଞାନଠାରୁ ମଧ୍ୟ ଶ୍ରେଷ୍ଠ । ସେହି ସୂକ୍ଷ୍ମ ସତ୍ୟର ଅଧିକାରୀ ହୋଇଥିବାରୁ ବିଧି ପୂର୍ବକ ରାଜଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତିମାନେ ସବୁବେଳେ ସବୁକ୍ଷେତ୍ରରେ ସୁଫଳ ଲାଭ କରିଥିବାର ଅଗଣିତ ଦୃଷ୍ଟାନ୍ତ ରହିଛି । ପରୀକ୍ଷାରୁ ଜଣା ଯାଇଛି ଯେ ଦୁଇ ତିନି ମାସ ନିରବଚ୍ଛିନ୍ନ ରାଜଯୋଗ ଅଭ୍ୟାସ ଦ୍ୱାରା ବ୍ୟକ୍ତି ମଧ୍ୟରେ ଯେ କୌଣସି ବିଷୟରେ ଚମକôାରୀ ପରିବର୍ନ ଆସିଥାଏ । ଅସମ୍ଭବ ମନେ କରୁଥିବା ବିଷୟ ତା’ ପାଇଁ ଅତି ସହଜସାଧ୍ୟ ହୋଇଯାଏ । ରାଜଯୋଗ ଅଭ୍ୟାସ ଦ୍ୱାରା ଚମ୍ବଲର ଦସୁ୍ୟ ସମ୍ରାଟ ପମ ସିଂ ମଧ୍ୟରେ ଅଲୌକିକ ପରିବର୍ନ ଆସିପାରିଥିଲା ଓ ସେଥିପାଇଁ ...

(20) ାା ଷଷ୍ଠ ଅଧ୍ୟାୟ ।ା ରାଜଯୋଗ; ଅନନ୍ୟ ଈଶ୍ୱରୀୟ ଉପହାର

 ାା ଷଷ୍ଠ ଅଧ୍ୟାୟ ।ା ରାଜଯୋଗ; ଅନନ୍ୟ ଈଶ୍ୱରୀୟ ଉପହାର ଶ୍ରୀମଦ୍ ଭଗବତ ଗୀତାରେ ‘ରାଜଯୋଗ’କୁ ରାଜ ବିଦ୍ୟା ନାମରେ ନାମିତ କରାଯାଇଛି । ସା ବିଦ୍ୟା ଯା ବିମୁକ୍ତୟେ । ଯାହା ମାନବାତ୍ମାକୁ ମୁକ୍ତି ଓ ଜୀବନ୍ମୁକ୍ତି ପ୍ରଦାନ କରେ ତାହା ହିଁ ବିଦ୍ୟା । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଜ୍ଞାନକୁ ରାଜ ବିଦ୍ୟା ବା ରାଜଯୋଗ କୁହାଯାଏ । କାରଣ ଏହି ବିଦ୍ୟା ସମସ୍ତ ବିଦ୍ୟାମାନଙ୍କଠାରୁ ଶ୍ରେଷ୍ଠ । ଏହା ତୁଲ୍ୟ ଅନ୍ୟ କୌଣସି ବିଦ୍ୟା ନ ଥିବାରୁ ଏହା ଅନନ୍ୟ (ନ+ଅନ୍ୟ) । ମାନବୀୟ ଜ୍ଞାନ ବିଭିନ୍ନ ମତବାଦ ଉପରେ ଆଧାରିତ । ଏହା ମନୁଷ୍ୟକୁ ବିଭିନ୍ନ ଗୋଷ୍ଠୀ ଓ ସମ୍ପ୍ରଦାୟରେ ବିଭକ୍ତ କରିଛି । ଗୋଷ୍ଠୀ ବିବାଦ ଓ ସାଂପ୍ରଦାୟିକ ବିଦ୍ୱେଷ ଆଦି ମାନବ ସମାଜ ପାଇଁ ବିରାଟ ସମସ୍ୟା ସୃଷ୍ଟି କରୁଛି । ଏପରି ପରିସ୍ଥିତିରେ ଈଶ୍ୱରୀୟ ଜ୍ଞାନ ହିଁ ସର୍ବୋମ ଅବଲମ୍ବନ । ପରମାତ୍ମା ସର୍ବାତ୍ମାଙ୍କ ପିତା ହୋଇଥିବାରୁ ତାଙ୍କ ଦ୍ୱାରା ପ୍ରଦ ଜ୍ଞାନ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ ଓ ରାଷ୍ଟ୍ରୀୟତା ନିର୍ବିଶେଷରେ ସମସ୍ତଙ୍କ ପାଇଁ ପ୍ରଜୁଯ୍ୟ । ବ୍ୟବହାରିକ ଜୀବନରେ ଈଶ୍ୱରୀୟ ଜ୍ଞାନର ପ୍ରୟୋଗ ବିଧିକୁ ରାଜଯୋଗ କୁହାଯାଏ । ରାଜଯୋଗ ହେଉଛି ମାନବ ସମାଜ ପାଇଁ ଏକ ଅନନ୍ୟ ଈଶ୍ୱରୀୟ ଉପହାର । କାରଣ କଳ୍ପରେ ଥରେ ମାତ୍ର ପରମାତ୍ମା ଶିବ ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ଅବତରଣ ପୂର୍ବକ ପ୍ରତ୍ୟକ୍ଷ ଭାବରେ ଏହା ଶିକ୍ଷା ଦେଇଥାନ୍ତି । ୧୯...

(19) ାା ପମ ଅଧ୍ୟାୟ ।ା ରାଜଯୋଗର ସହଜ ସ୍ବରୂପ

 ାା ପମ ଅଧ୍ୟାୟ ।ା ରାଜଯୋଗର ସହଜ ସ୍ବରୂପ ଜ୍ଞାନ ମାର୍ଗରେ ଆମେ ଯେତିକି ଆଗକୁ ଅଗ୍ରସର ହେବା ସେତିକି ଆମ ପୂର୍ବ କଳ୍ପର ସମସ୍ତ ସ୍ମୃତି ଜାଗ୍ରତ ହେବ ।  ଯାତ୍ରା ଅନ୍ତିମ ସମୟ ପର୍ଯ୍ୟନ୍ତ ଅବ୍ୟାହତ ରହିଲେ   ଆମେ ଅବଶ୍ୟ ଦିନେ ନା ଦିନେ ସ୍ମୃତି ସ୍ବରୂପ ବନିଯିବା ; ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ । ଏହିପରି ମନୋସ୍ଥିତି ଆସିଲେ ଆଉ ଯୋଗାଭ୍ୟାସର ଆବଶ୍ୟକତା ରହିବ ନାହିଁ । କାରଣ ଆମେ ସେତେବେଳେ ଯୋଗ ସ୍ବରୂପ ହୋଇଯାଇଥିବା । ଆମକୁ ଯେତିକି ଆମ ବାସ୍ତବିକ ସ୍ବରୂପର ଆଭାସ ହେଉଥିବ, ସେତିକି ଆମ ପାଇଁ  ଯୋଗ ସରଳ ରୂପ ଧାରଣ କରୁଥିବ, ଯୋଗ ଏକ ସ୍ମୃତି ଅଥବା ସଚେତନତା (ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ)  ଅଟେ । ଏହି ପ୍ରସଙ୍ଗରେ  ଶ୍ରୀମଦ୍ଭାଗବତ ବର୍ଣ୍ଣିତ ଗୋପ-ଗୋପୀ ପ୍ରକରଣ ପ୍ରଣିଧାନ ଯୋଗ୍ୟ । ସେମାନେ ତପ,ଜପ,ଧ୍ୟାନ ଓ ଗୃହତ୍ୟାଗ କରି  ନ ଥିଲେ । ତଥାପି ମଧ୍ୟ  ସେମାନେ ସର୍ବଦା ପ୍ରଭୁ ପ୍ରେମରେ ବିଭୋର ରହୁଥିଲେ । ସେମାନଙ୍କ ମନରେ  ଭଗବାନଙ୍କ ଛବି  ଲାଖି   ରହିଥିଲା । ସେମାନେ ତନୁ, ମନ  ଓ ଧନ ସବୁକିଛି  ପ୍ରଭୁଙ୍କୁ ସମର୍ପଣ କରି ଅନାସକ୍ତ ଭାବରେ ଗୃହସ୍ଥ ଧର୍ମ ପାଳନ କରୁଥିଲେ ।  ଅନ୍ୟପକ୍ଷରେ  ହଠଯୋଗୀ  ସନ୍ୟାସୀଗଣ ଘରଗୃହସ୍ଥ ତ୍ୟାଗ କରି ଅରଣ୍ୟରେ ଜୀବନ ଯାପନ ପୂର୍ବକ କଠିଣ ଯୋଗ  ...

(18) ାା ଚତୁର୍ଥ ଅଧ୍ୟାୟ ।ା ରାଜଯୋଗ : ଏକ ଈଶ୍ୱରୀୟ ମନୋବିଜ୍ଞାନ

 ାା ଚତୁର୍ଥ ଅଧ୍ୟାୟ ।ା ରାଜଯୋଗ : ଏକ ଈଶ୍ୱରୀୟ ମନୋବିଜ୍ଞାନ ମନୋବିଜ୍ଞାନରେ ମନର ବିଭିନ୍ନ ସ୍ଥିତିର ବ୍ୟାଖ୍ୟା କରାଯାଇଛି । ଅନେକ ମନୋବୈଜ୍ଞାନିକଙ୍କ ନିରନ୍ତର ଅଧ୍ୟୟନ ଓ ମନୋବୈଜ୍ଞାନିକ ପରୀକ୍ଷଣ ସେ୍ୱ ମନର ପତନକୁ ରୋକିବାରେ କେହି ସମ୍ପୂର୍ଣ୍ଣ ସଫଳ ହୋଇପାରି ନାହାନ୍ତି । ସେମାନେ ମନୁଷ୍ୟ  ମନର ଗତିକୁ ପୂର୍ଣ୍ଣ ଭାବରେ ଜାଣିବାକୁ ଏପର୍ଯ୍ୟନ୍ତ ସକ୍ଷମ ହୋଇ ନାହାନ୍ତି । ମନୋବ÷ଜ୍ଞାନିକଗଣ ସାଧାରଣତଃ ନିଜ ମନ ବା ଅନ୍ୟ ମନୁଷ୍ୟମାନଙ୍କ ମନର ଆଭ୍ୟନ୍ତରୀଣ  ସ୍ଥିତି  ଉପରେ ଗବେଷଣା କରିଥାନ୍ତି ।କିନ୍ତୁ ଏଠାରେ ଏକ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ପ୍ରତ୍ୟେକ ମନର ଭିନ୍ନ ଭିନ୍ନ ସ୍ଥିତି ଥାଏ ।   କାରଣ ମନ ଏକ  ନୁହେଁ । ଯେତିକି ମନୁଷ୍ୟ ସେତିକି ମନ । ଆଏ ଏକ ଗୁରୁତ୍ୱପୂର୍ଣ୍ଣ  ବିଷୟ ହେଲା ଯେ ବିଭିନ୍ନ ସମୟରେ ପ୍ରତ୍ୟେକ ମନର  ପ୍ରକୃତି ମଧ୍ୟ  ପରିବିର୍ତ ହେଉଥାଏ । ସ୍ୱ, ରଜ   ଓ ତମ - ଏହି ତିନିଗୁଣର ତାରତମ୍ୟ ଆଧାରରେ ମନର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥାଏ । ପାଶ୍ଚା୍ୟ  ମନୋବୈଜ୍ଞାନିକଗଣ ବିଭିନ୍ନ ମନର ବୃି ପରୀକ୍ଷା  କରି ଏହି ନିଷ୍କର୍ଷରେ ଉପନୀତ ହେଲେ  ଯେ କାମ ବାସନା ହେଉଛି ମନୁଷ୍ୟର ସହଜାତ ଗୁଣ । ଏହା  ଏକ ସ୍ବଭାଭିକ ମାନସିକ କ୍ଷୁଧା । ଏହାକୁ ରୋକିବା ସମ୍ଭବ ନୁହେଁ । ଏହି ପରୀକ୍ଷଣ କଳିଯୁଗୀୟ ବା ସା...

(17) ାା ତୃତୀୟ ଅଧ୍ୟାୟ ।ା ·ରିତ୍ରିକ ବିକାଶରେ ରାଜଯୋଗର ପ୍ରଭାବ

 ାା ତୃତୀୟ ଅଧ୍ୟାୟ ।ା ·ରିତ୍ରିକ ବିକାଶରେ ରାଜଯୋଗର ପ୍ରଭାବ ସମ୍ପ୍ରତି ମାନବସମାଜର ସବୁଠାରୁ ଜଟିଳ ସମସ୍ୟା ହେଉଛି, ·ରିତ୍ରିକ ପତନ । ଏହି ଏକ ସମସ୍ୟା ଅନେକ ଜଟିଳ ସମସ୍ୟାଗୁଡିକର କାରଣ । ସେହି ସମସ୍ୟାଗୁଡିକର ନିବାରଣ ପାଇଁ ପ୍ରତି ବର୍ଷ ଆମ ଦେଶର କୋଟି କୋଟି ଟଙ୍କା ବ୍ୟୟ ହେଉଛି । ଆମେ ପ୍ରତ୍ୟେକ କଥାରେ ପାଶ୍ଚା୍ୟ ଦେଶମାନଙ୍କୁ ଅନୁସରଣ କରୁଛୁ । ଆମ ଦେଶ ଅଧ୍ୟାତ୍ମ ପ୍ରଧାନ ଅଟେ । କିନ୍ତୁ ପାଶ୍ଚା୍ୟ ସଭ୍ୟତାର ପ୍ରଭାବରେ ଆସି ଭୌତିକତା ପ୍ରତି ଆମର ଆକର୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ସମସ୍ୟାର ସମାଧାନ ହେବା ପରିବେର୍ ଆହୁରି ଜଟିଳ ହୋଇ ·ଲିଛି । ଏହି ସମସ୍ୟାଗୁଡିକର ସହଜ ଓ ସରଳ ସମାଧାନ ପାଇଁ ବିଶିଷ୍ଟ ରାଜଯୋଗୀ ୰ ଜଗଦୀଶ ଚନ୍ଦ୍ର ହାସିଜାଙ୍କ ନିମ୍ନ ପ୍ରସ୍ତାବଗୁଡିକ ପ୍ରଣିଧାନ ଯୋଗ୍ୟ ।  “ଯଦି ଏହି ଧର୍ମ ପ୍ରଧାନ ଭାରତର ଲୋକମାନଙ୍କୁ ସେମାନଙ୍କ ଧର୍ମ, କର୍ମ ବିଷୟରେ ସଚେତନ କରାଯାଏ, “କାମ ନର୍କର ଦ୍ୱାର”-ଏହି ପାଠ ସେମାନଙ୍କୁ ପଢାଯାଏ, ଈଶ୍ୱରଙ୍କ ସହିତ ଯୋଗଯୁକ୍ତ ହୁଅ” ଏବଂ “କର୍ମ ଯୋଗୀ ହୁଅ”ର ସ୍ଳୋଗାନ ସେମାନଙ୍କୁ ଦିଆଯାଏ, ବ୍ରହ୍ମଚର୍ଯ୍ୟ ପାଳନ କରିବାର ଜ୍ଞାନ ଖୁବ୍ ଭଲ ଭାବରେ ପ୍ର·ର କରାଯାଏ, ସିନେମା ଓ ଶିକ୍ଷାରେ ସଂଶୋଧନ କରାଯାଏ ତେବେ ବ୍ରହ୍ମଚର୍ଯ୍ୟ ଧାରଣାର ଫଳ ସ୍ବରୂପ ଦେଶବାସୀଙ୍କ ସ୍ବାସ୍ଥ୍ୟ ସୁଦୃଢ ହେବ, ସେମାନଙ୍କ ମସ୍ତିଷ୍କ ସମ୍ମୁନ୍ନତ ହେବ, ସେମା...

(16) ାା ଦ୍ୱିତୀୟ ଅଧ୍ୟାୟ ।ା ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ରାଜଯୋଗ

 ାା ଦ୍ୱିତୀୟ ଅଧ୍ୟାୟ ।ା ଈଶ୍ୱରୀୟ ଜ୍ଞାନ ସନ୍ଦର୍ଭରେ ରାଜଯୋଗ ରାଜଯୋଗର ଅର୍ଥ: ଯୋଗର ଆକ୍ଷରିକ ଅର୍ଥ ହେଉଛି ଯୁକ୍ତ କରିବା, ଯୁକ୍ତ ହେବା ବା ଯୋଡ଼ିବା । ଏହାର ବିପରୀତ ଶବ୍ଦ ବିଯୋଗର ଅର୍ଥ ହେଉଛି ବିୟୋଗ, ବିଯୁକ୍ତ, ପୃଥକ ହେବା ବା ଅଲଗା ହେବା । ଯୋଗ ପାଇଁ ଦୁଇଟି ପୃଥକ ଅସ୍ତିତ୍ୱ ବା ସା ହେବା ଅନିବାର୍ଯ୍ୟ । ଏଥିପାଇଁ ରାଜଯୋଗରେ ଆତ୍ମା ଓ ପରମାତ୍ମା ବିଷୟକ ଜ୍ଞାନ ସ୍ପଷ୍ଟ ଭାବରେ ପ୍ରଦାନ କରାଯାଇଥାଏ । କାରଣ ପରମାତ୍ମାଙ୍କ ସହିତ ଆତ୍ମାର ମନୋମିଳନକୁ ହିଁ ରାଜଯୋଗ କୁହାଯାଏ । ରାଜଯୋଗ ଦ୍ୱାରା ଆତ୍ମା ସ୍ବୀୟ ପୂର୍ବ ଜନ୍ମର ପାପ କର୍ମଗୁଡ଼ିକୁ ଦଗ୍ଧ କରିବା ପୂର୍ବକ ସମସ୍ତ ବନ୍ଧନରୁ ମୁକ୍ତ ହୋଇ ନିଜ ମୌଳିକ ଦିବ୍ୟ ଗୁଣାବଳୀ ପୁନର୍ବାର ପ୍ରାପ୍ତ କରିପାରେ । ରାଜଯୋଗର ଆଧାର ରାଜଯୋଗର ଅଭ୍ୟାସ ·ରୋଟି ପ୍ରମୁଖ ବିଷୟ ଉପରେ ନିର୍ଭର କରିଥାଏ ।  ୧) ଜ୍ଞାନ ୨) ନିଶ୍ଚୟ ୩) ସମ୍ବନ୍ଧ ୪) ସ୍ନେହାସିକ୍ତ ସ୍ମୃତି । ୧) ଜ୍ଞାନ: ସମସ୍ତ ସମ୍ବନ୍ଧ ଓ ସ୍ମୃତିର ଆଧାର ହେଉଛି ଜ୍ଞାନ । ସାଂସାରିକ ଜୀବନରେ ମଧ୍ୟ ପାରସ୍ପରିକ ପରିଚୟ ଓ ଭାବର ଆଦାନ ପ୍ରଦାନ ଦ୍ୱାରା ମିତ୍ରତା, ପ୍ରେମ ତଥା ସମ୍ବନ୍ଧ-ସମ୍ପର୍କ ସ୍ଥାପିତ ହୋଇଥାଏ । ଅଭିଜ୍ଞାନ (ଉକ୍ଟଦ୍ଭଶଦ୍ଭସଗ୍ଧସକ୍ଟଦ୍ଭ) ଓ ସମ୍ବନ୍ଧ ଅନ୍ୟୋନ୍ୟାଶ୍ରିତ ଅଟନ୍ତି । ରାଜଯୋଗରେ ଧ୍ୟାତା (ଯୋଗାଭ୍ୟାସୀ ଆତ୍ମା) ଓ ଧ୍ୟେୟ (ଯେଉଁ ପରମାତ୍ମାଙ୍କୁ ଧ୍ୟାନ କରାଯାଏ) ଏହି ଉଭୟଙ୍କ ବ...