ସହଜ ରାଜଯୋଗ(8)--ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ
ସହଜ ରାଜଯୋଗ (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ାା ପ୍ରଥମ ଅଧ୍ୟାୟ ।ା ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା କେତେକ ଶାସ୍ତ୍ରକାରଙ୍କ ମତରେ ଆତ୍ମା ଆମର ଶରୀର ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିବ୍ୟାପ୍ତ । ଗୀତାରେ ମଧ୍ୟ କେତେକ ସ୍ଥାନରେ ଆତ୍ମାକୁ ସର୍ବଗତ ଓ ବିଭୁ ବୋଲି କୁହାଯାଇଛି । ଏହି ଦୁଇଟି ଶବ୍ଦକୁ ଆଧାର କରି ମଧ୍ୟ ବ୍ୟାଖ୍ୟାକାରମାନେ ଆତ୍ମାକୁ ସର୍ବବ୍ୟାପକ ଓ ପରମାତ୍ମାଙ୍କଠାରୁ ଅଭିନ୍ନ ବୋଲି ବ୍ୟାଖ୍ୟା କରନ୍ତି । ଗୀତାର ଅଧିକାଂଶ ଶ୍ଳୋକରୁ ଏକଥା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ଅଟେ, ସର୍ବବ୍ୟାପକ ନୁହେଁ । ଏଣୁ ଏହା ପରମାତ୍ମାଙ୍କ ବିଚ୍ଛିନାଂଶ ନୁହେଁ । ନିରପେକ୍ଷ ଓ ପୂର୍ବାଗ୍ରହ ରହିତ ହୋଇ ଗୀତା ଅଧ୍ୟୟନ ଦ୍ୱାରା ଆମେ ଏ କଥା ସ୍ପଷ୍ଟ ଜାଣି ପାରିବା । ଦୃଷ୍ଟାନ୍ତ ସ୍ବରୂପ କେତେକ ଶ୍ଲୋକର ଅବତାରଣା ନିମ୍ନରେ କରାଗଲା :- ଶରୀରଂ ଯଦବାପ୍ନୋତି ଯଚ୍ଚପୁ୍ୟତ୍ କ୍ରାମତୀଶ୍ୱରଃ ଗୃହୀତ୍ୱେତାନି ସଂଯାତି ବାୟୁ ର୍ଗନ୍ଧା ନିବାଶୟାତ୍ ।ା ଗୀ ୧୫/୮ ।ା ଅର୍ଥାତ, ଯେପରି ବାୟୁ ଫୁଲରୁ ସୁଗନ୍ଧି ଗ୍ରହଣ କରି ବୋହି ନିଏ, ସେହିପରି ଦେହର ସ୍ବାମୀ ଜୀବାତ୍ମା ମଧ୍ୟ ପ୍ରଥମେ ଯେଉଁ ଶରୀରକୁ ତ୍ୟାଗ କରେ ସେଥିରୁ ମନ-ବୁଦ୍ଧି-...