Posts

ସହଜ ରାଜଯୋଗ(9) --ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ-

Image
ସହଜ ରାଜଯୋଗ      ଧର୍ମଗ୍ରନ୍ଥ ସନ୍ଦର୍ଭରେ ଆତ୍ମାର ପରିଚୟ ନାୟମାତ୍ମା ପ୍ରବଚନେନ ଲଭ୍ୟୋ  ନ ମେଧୟା ନ ବହୁଧା ଶ୍ରୁତେନ ଯମବୈଷ ବୃଣୁତେ ତେନ ଲଭ୍ୟସ୍ତସୈ୍ୟବ           ଆତ୍ମା ବିବୃଣତେ ତନୁସ୍ବାମ୍ ।ା କଠୋପନିଷଦର ଏହି ମନ୍ତ୍ରର ଅର୍ଥ ହେଉଛି, ପ୍ରବଚନ, ତୀବ୍ର ବୁଦ୍ଧି ଅଥବା ଶାସ୍ତ୍ରଜ୍ଞାନ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତ ହୁଏ ନାହିଁ । ଯାହାକୁ ତାହା ସ୍ବୟଂ ପ୍ରାପ୍ତ ହୁଏ ତା ସମ୍ମୁଖରେ ଏହା ନିଜ ସ୍ବରୂପକୁ ପ୍ରକଟ କରେ । ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟ ଓ ଦେଶ ନିର୍ବିଶେଷରେ ବିଶ୍ୱର ସମସ୍ତ ମନୁଷ୍ୟ ଆଜି ଅଶାନ୍ତ ଓ  ଦଃଖୀ ଅଟନ୍ତି । ସମସ୍ତେ ସୁଖ ଓ ଶାନ୍ତିର ଅନ୍ୱେଷଣରେ ବ୍ୟସ୍ତ । ସେମାନେ ସାଂସାରିକ ଭୌତିକ ପଦାର୍ଥ ସମୂହକୁ ସୁଖର ସାଧନ ଭାବି ତନ୍ମଧ୍ୟରେ ସୁଖ-ଶାନ୍ତି ଖୋଜି ନିରାଶ ହେଉଛନ୍ତି । କାରଣ ଭୌତିକ ପଦାର୍ଥଗୁଡିକରେ ସୁଖ-ଶାନ୍ତି ନଥାଏ । ତେଣୁ ସେଗୁଡିକରୁ ତାହା ପ୍ରାପ୍ତି ହେବ କିପରି? ମନୁଷ୍ୟ ଏକଥା ଜାଣେ ନାହିଁ ଯେ ଯାହା ସେ ବାହାରେ ଖୋଜୁଛି ତାହା ତା’ ମଧ୍ୟରେ ହିଁ ବିଦ୍ୟମାନ ଅଛି । ଏ ବିଷୟରେ ଯେତେବେଳେ ମନୁଷ୍ୟର ଜ୍ଞାନୋଦୟ ହୁଏ ସେତେବେଳେ ସେ ସର୍ବଦା ନିଜ ମଧ୍ୟରେ ହିଁ ସୁଖ- ଶାନ୍ତି ଓ ଆନନ୍ଦ ଅନୁଭବ କରେ । ଏଥିପାଇଁ କୁହାଯାଇଛି ଯେ ନିଜକୁ ଜାଣ । କଦ୍ଭକ୍ଟଙ୍ଗ ଞଷଚ୍ଚଗ୍ଦରକ୍ଷଲ ଉପନିଷଦଗୁଡିକରେ ମଧ୍...

ସହଜ ରାଜଯୋଗ(8)--ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ

Image
  ସହଜ ରାଜଯୋଗ (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ାା ପ୍ରଥମ ଅଧ୍ୟାୟ ।ା ଗୀତା ସନ୍ଦର୍ଭରେ ଆତ୍ମାର ପରିଚୟ ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା କେତେକ ଶାସ୍ତ୍ରକାରଙ୍କ ମତରେ ଆତ୍ମା ଆମର ଶରୀର ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିବ୍ୟାପ୍ତ । ଗୀତାରେ ମଧ୍ୟ କେତେକ ସ୍ଥାନରେ ଆତ୍ମାକୁ ସର୍ବଗତ ଓ ବିଭୁ ବୋଲି କୁହାଯାଇଛି । ଏହି ଦୁଇଟି ଶବ୍ଦକୁ ଆଧାର କରି ମଧ୍ୟ ବ୍ୟାଖ୍ୟାକାରମାନେ ଆତ୍ମାକୁ ସର୍ବବ୍ୟାପକ ଓ ପରମାତ୍ମାଙ୍କଠାରୁ ଅଭିନ୍ନ ବୋଲି ବ୍ୟାଖ୍ୟା କରନ୍ତି । ଗୀତାର ଅଧିକାଂଶ ଶ୍ଳୋକରୁ ଏକଥା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ଅଟେ, ସର୍ବବ୍ୟାପକ ନୁହେଁ । ଏଣୁ ଏହା ପରମାତ୍ମାଙ୍କ ବିଚ୍ଛିନାଂଶ ନୁହେଁ । ନିରପେକ୍ଷ ଓ ପୂର୍ବାଗ୍ରହ ରହିତ ହୋଇ ଗୀତା ଅଧ୍ୟୟନ ଦ୍ୱାରା ଆମେ ଏ କଥା ସ୍ପଷ୍ଟ ଜାଣି ପାରିବା । ଦୃଷ୍ଟାନ୍ତ ସ୍ବରୂପ କେତେକ ଶ୍ଲୋକର ଅବତାରଣା ନିମ୍ନରେ କରାଗଲା :- ଶରୀରଂ ଯଦବାପ୍ନୋତି ଯଚ୍ଚପୁ୍ୟତ୍ କ୍ରାମତୀଶ୍ୱରଃ                        ଗୃହୀତ୍ୱେତାନି ସଂଯାତି ବାୟୁ ର୍ଗନ୍ଧା ନିବାଶୟାତ୍ ।ା ଗୀ ୧୫/୮ ।ା ଅର୍ଥାତ, ଯେପରି ବାୟୁ ଫୁଲରୁ ସୁଗନ୍ଧି ଗ୍ରହଣ କରି ବୋହି ନିଏ, ସେହିପରି ଦେହର ସ୍ବାମୀ ଜୀବାତ୍ମା ମଧ୍ୟ ପ୍ରଥମେ ଯେଉଁ ଶରୀରକୁ ତ୍ୟାଗ କରେ ସେଥିରୁ ମନ-ବୁଦ୍ଧି-...

ସହଜ ରାଜଯୋଗ(7)-ସହଜ-ରାଜଯୋଗ” ପୁସ୍ତକ ସମ୍ପର୍କରେ-ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

Image
  ସହଜ ରାଜଯୋଗ (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ସହଜ-ରାଜଯୋଗ” ପୁସ୍ତକ ସମ୍ପର୍କରେ

ସହଜ ରାଜଯୋଗ(6)--ରାଜଯୋଗରେ ମୋର ତିରିଶ ବର୍ଷର ଅନୁଭବ- ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

Image
 ସହଜ ରାଜଯୋଗ(6) (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ରାଜଯୋଗରେ ମୋର ତିରିଶ ବର୍ଷର ଅନୁଭବ ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ୧୯୮୩ ମସିହାରେ ପ୍ରଥମେ ମୋତେ ଈଶ୍ୱରୀୟ ଅବତରଣର ସନ୍ଦେଶ ପ୍ରାପ୍ତ  ହୋଇଥିଲା । ଏହା ପୂର୍ବରୁ ବିଭିନ୍ନ ଧାର୍ମିକ, ସଂସ୍ଥା ସହିତ ମୋର ସଂପୃକ୍ତି ଥିଲା । ଅନେକ ଧାର୍ମିକ ପୁସ୍ତକ ଅଧ୍ୟୟନ ସେ୍ୱ ମଧ୍ୟ ମୋତେ କିଛି ପ୍ରାପ୍ତି ହେଲା ଭଳି ମନେ ହେଉ ନ ଥିଲା। କିଛି ଗୋଟିଏ ଅଭାବ ରହିଗଲା ପରି ସବୁବେଳେ ଅନୁଭବ ହୁଏ । ଈଶ୍ୱରାନୁଭୂତି ପାଇଁ ମନରେ ବ୍ୟାକୁଳତା ଥିଲେ ମଧ୍ୟ କୌଣସି ଏକ ନିଶ୍ଚିତ ପନ୍ଥା ମିଳୁ ନ ଥାଏ । ଅନେକ ପନ୍ଥା ଅବ ଲମ୍ବନ କରି ବିଫଳ ହେବା ପରେ ମୋର ମନ ବିଷାଦଗ୍ରସ୍ତ ହୋଇ ପଡିଥାଏ । ଏପରି ମନୋସ୍ଥିତିରେ ଈଶ୍ୱରୀୟ ଜ୍ଞାନ ଶ୍ରବଣ ମୋତେ ଖୁବ୍ ଆଶ୍ୱସ୍ତ କଲା । ବିଷାଦର କଳା ପରଦା ଧିରେ ଧିରେ ଅପସାରଣ ହେବାକୁ ଲାଗିଲା । “ବିଷାଦ” ଈଶ୍ୱରୀୟ ଜ୍ଞାନ ପ୍ରାପ୍ତିର ପୂର୍ବାବସ୍ଥା ହୋଇଥିବାରୁ ବୋଧହୁଏ ଏହାକୁ ଗୀତାରେ ଯୋଗ ରୂପେ ପ୍ରଥମ ଅଧ୍ୟାୟରେ ସ୍ଥାନିତ କରାଯାଇଛି । ୧୯୮୪ ମସିହାର କଥା । ସେତେବେଳେ ଭୁବନେଶ୍ୱର ୩୩, ସୂର୍ଯ୍ୟନଗରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସେବା କେନ୍ଦ୍ର ଥିଲା । ମୋର ପିଉସା ପୁଅ ଭାଇ ବ୍ରହ୍ମାକୁମାର ଅଭିମନୁ୍ୟଜୀଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର ସେବାକେନ୍ଦ୍ର ସହିତ ଈଶ୍ୱରୀୟ ଜ୍ଞାନ ଓ ସହଜ ରାଜଯୋଗ ଉପରେ ...

ସହଜ ରାଜଯୋଗ(5)-- ରାଜଯୋଗର ମାନବତାବାଦୀ ଓ ବିଶ୍ୱ କଲ୍ୟାଣକାରୀ ସ୍ବରୂପ--ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

Image
  ସହଜ ରାଜଯୋଗ(5) (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)  ରାଜଯୋଗର ମାନବତାବାଦୀ ଓ ବିଶ୍ୱ କଲ୍ୟାଣକାରୀ ସ୍ବରୂପ                                                                                                                 ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ରାଜଯୋଗର ଉଦ୍ଗମ ସ୍ଥଳ ହେଉଛି ଭାରତ । ଏହା ଅଧ୍ୟାତ୍ମ ବିଷୟ ବସ୍ତୁ ରୂପେ ସ୍ବୀକୃତ । ସଂପ୍ରତି ବିଶ୍ୱର ବ୍ୟାପକ ଅଶାନ୍ତି ତଥା ଅବ୍ୟବସ୍ଥା କାରଣରୁ ସମ୍ପୂର୍ଣ୍ଣ ଜଗତର ମାନବତା ଅନନ୍ୟୋପାୟ ହୋଇ ନିଜ ସମସ୍ୟାଗୁଡିକର ସମାଧାନ ପାଇଁ ଯୋଗାଭିମୁଖୀ ହେଉଥିବା ଦେଖାଯାଏ । ଏଥିପାଇଁ ଜାତି ସଂଘରେ ଭାରତର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଜୁନ ୨୧ ତାରିଖକୁ ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସରୂପେ ପାଳନ କରିବା ପାଇଁ ଆଗତ ପ୍ରସ୍ତାବକୁ ପ୍ରାୟ ସମସ୍ତ ରାଷ୍ଟ୍ର ସମର୍ଥନ କରିଥିଲେ । ତେଣୁ ବର୍ମାନ ଏହା ଅନ୍ତର୍ରାଷ୍ଟ୍ରୀୟ ପ୍ରଶ୍ନ ବନିଯାଇଛି ଯେ ଯୋଗର ବାସ୍ତବିକ ତଥା ମୂଳ ସ୍ବରୂପ ଉପରେ ଖ...

ସହଜ ରାଜଯୋଗ(4)-- ରାଜଯୋଗ ଶିକ୍ଷାର ଔଚିତ୍ୟ--ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର

Image
 ସହଜ ରାଜଯୋଗ(4) (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)   ରାଜଯୋଗ ଶିକ୍ଷାର ଔଚିତ୍ୟ ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ସଂପ୍ରତି ଭ୍ରଷ୍ଟା·ର ଏବଂ ଅନୈତିକତା ମନୁଷ୍ୟ ରକ୍ତରେ ଏତେ ମିଶି ଗଲାଣି ଯେ ସେ ନିଜ ଓ ପର ମଧ୍ୟରେ ପାର୍ଥକ୍ୟ ଭୁଲି ଯାଇଛି । ଏଥିପାଇଁ ସମଗ୍ର ବିଶ୍ୱରେ ଗ୍ରାମାଳଠାରୁ ଆରମ୍ଭ କରି ସହରାଳ ପର୍ଯ୍ୟନ୍ତ, ଏ ଦୁଇ ଆସୁରୀ ତ୍ୱର ବ୍ୟାପକ ପ୍ରଭାବ ଦେଖିବାକୁ ମିଳେ । ଏପରିକି ଧର୍ମ ଓ ଆଧ୍ୟାତ୍ମିକତାର ପ୍ର·ର ପ୍ରସାର ପାଇଁ ଗଠିତ ସାମ୍ପ୍ରଦାୟିକ ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡିକ ମଧ୍ୟ ଭ୍ରଷ୍ଟା·ର ଓ ଅନୈତିକତାର ପ୍ରଭାବରୁ ମୁକ୍ତ ନୁହନ୍ତି । ଏ ଉଭୟ ମଧ୍ୟରେ କିଏ ବଡ଼ ଓ କିଏ ଛୋଟ ଏହା ନିର୍ଣ୍ଣୟ କରିବା ଏକ ଦୁରୂହ ବ୍ୟାପାର । କାରଣ ଏ ଦୁହେଁ ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ ସଦୃଶ । ଏ ଦୁଇଟି ମଧ୍ୟରୁ ଯଦି ଗୋଟିଏ ଦ୍ୱାରା ଜଣେ ପ୍ରଭାବିତ ହୋଇଯାଏ, ତେବେ ଅନ୍ୟଟି ମଧ୍ୟ ସ୍ବତଃ ·ଲି ଆସେ । ଏ ଦୁଇଟି ମଧ୍ୟରେ ପତି-ପନôୀର ସମ୍ବନ୍ଧ ରହିଛି । ଭ୍ରଷ୍ଟା·ର ହେଉଛି ଅନୈତିକତାର ସ୍ବାମୀ । ସାଂପ୍ରତିକ ପରିସ୍ଥିତିରେ ଏହି ଦମ୍ପତିଙ୍କଠାରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର । ଏ ଦୁଇଟିଙ୍କ ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତ କରିବା ଆହୁରି କଠିନ କାର୍ଯ୍ୟ । କିନ୍ତୁ ଯିଏ ଏକ ଦୃଢ଼ ନିଶ୍ଚୟୀ ଯୋଦ୍ଧା ଭଳି ଏମାନଙ୍କୁ ପରାସ୍ତ କରି ପାରେ ସେ ସଂସାରରେ ମହାତ୍ମା ଓ ଦେବାତ୍ମା ରୂପ...
Image
 ସହଜ ରାଜଯୋଗ(3) (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ)   ଯୋଗର ଅର୍ଥ ଓ ଭାରତର ବାସ୍ତବିକ ପ୍ରାଚୀନ ଯୋଗ କେଉଁଟି? ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର ସଂପ୍ରତି ବିଶ୍ୱରେ ଅନେକାନେକ ପ୍ରକାର ଯୋଗ ପ୍ରଚଳିତ । ପ୍ରତ୍ୟେକ ଯୋଗର ଆ·ର୍ଯ୍ୟ ନିଜ ନିଜ ପ୍ରଚଳିତ ଯୋଗକୁ ଅନ୍ୟ  ଯୋଗଠାରୁ  ଶ୍ରେଷ୍ଠ ବୋଲି  ଅଭିହିତ କରିଛନ୍ତି । ଏଭଳି ପରିସ୍ଥିତିରେ ଜନ ସାଧାରଣଙ୍କ ମଧ୍ୟରେ  ପ୍ରଶ୍ନ ଉଠିବା ସ୍ବଭାବିକ ଯେ ପ୍ରଚଳିତ ଯୋଗଗୁଡ଼ିକ  ମଧ୍ୟରୁ ବାସ୍ତବିକ ଯୋଗ  କେଉଁଟି? କେଉଁ ଯୋଗ ପଦ୍ଧତି ଅନୁସରଣ କଲେ ପରମାତ୍ମା ମିଳନର ଅଖଣ୍ଡ ଆନନ୍ଦ ସହିତ  ଏକ ଉଚ୍ଚତର ଆଧ୍ୟାତ୍ମିକ ଚେତନା  ଯୁକ୍ତ ସ୍ଥାୟୀ ମନୋସ୍ଥିତି ପ୍ରାପ୍ତ ହୋଇ ପାରିବ? କେଉଁ ଯୋଗ ଦ୍ୱାରା ଇହ-ପର ଜନ୍ମର ପାପକର୍ମ ଜନିତ ସଂସ୍କାର ଦଗ୍ଧ ହୋଇ ଆତ୍ମା ପବିତ୍ର, ନିର୍ମଳ  ଓ ଦିବ୍ୟଗୁଣ ଯୁକ୍ତ ହୋଇ ପରବର୍ୀ ଜନ୍ମରେ ଏକ  ଉଚ୍ଚତର  ଦିବ୍ୟ ଜୀବନ (ଦେବ ସ୍ବରୂପ) ଲାଭ କରିବାରେ ସକ୍ଷମ ହୋଇ ପାରିବ? ଯେଉଁ  ଯୋଗ ମନୁଷ୍ୟକୁ ଭବିଷ୍ୟତରେ ମୁକ୍ତି ଓ ଜୀବନ-ମୁକ୍ତି (ଦେବ-ପଦ) ପ୍ରାପ୍ତ କରିବାରେ ସହାୟକ ହୋଇଥାଏ ତଥା ଇହ ଜନ୍ମରେ କମଳ-ପୁଷ୍ପ ସମାନ ପବିତ୍ର ଓ ଦିବ୍ୟ ଜୀବନ  ଯାପନ ପୂୂର୍ବକ  ଆତ୍ମିକ ସୁଖ ପ୍ରଦାନ କରିଥାଏ - ସେହି ଯୋଗର ବାସ୍ତବିକ ସ୍ବରୂପ କ’ଣ?  ସାକ୍ଷାତ ପର...