ମୁଣ୍ଡବ୍ୟଥା
ମୁଣ୍ଡବ୍ୟଥା ମୁଣ୍ଡବ୍ୟଥା କୌଣସି ସ୍ବତନ୍ତ୍ର ରୋଗନୁହେଁ । ଏହା କୌଣସି ଛୋଟ ବା ବଡ ରୋଗର ଲକ୍ଷଣ । ଗୋଟିଏ ଦିଗରେ ଏହା ମସ୍ତିଷ୍କର କୌଣସି ଭୟଙ୍କର ରୋଗର ସୂଚକ ଏବଂ ଅନ୍ୟ ଦିଗରେ ଏହା ମାତ୍ର ଶାରୀରିକ କ୍ଲାନ୍ତି ଓ ମାନସିକ ଉଦ୍ବେଗର କାରଣ । ମୁଣ୍ଡବ୍ୟଥା ମୁଣ୍ଡର ବେଦନାକୁ ଅନୁଭବ କରୁଥିବା ଶିରାପ୍ରଶିରା ବା ସ୍ନାୟୁର ଉଉତ୍ତେଜନା ଦ୍ୱାରା ଉତ୍ପନ୍ନ ହୁଏ । ମୁଣ୍ଡରେ ଥିବା ସ୍ନାୟୁତନ୍ତ୍ର, କଫ ସୃଷ୍ଟି କରୁଥିବା ଝିଲ୍ଲୀ, ରକ୍ତ ବାହିନୀ, ମାଂସପେଶୀ, ଅସ୍ଥି, ଝିଲ୍ଲୀ ଦନ୍ତଝିଲ୍ଲୀ ଓ ଆଖିର ପୁତଳି ଆଦି ଉପରେ ଏ ବ୍ୟଥାର ପ୍ରଭାବ ପଡେ । ଏଣୁ ଏଗୁଡିକରେ ଉତ୍ତେଜନା ସୃଷ୍ଟି ହେଲେ ମୁଣ୍ଡବ୍ୟଥା ଆରମ୍ଭ ହୁଏ । ଏଗୁଡିକରେ ଉତ୍ତେଜନା ସୃଷ୍ଟି ନ ହୋଇ ମଧ୍ୟ ସମୟ ସମୟରେ ମୁଣ୍ଡ ବ୍ୟଥା ହୁଏ । ଯଥା-ଗୋଳମାଳ, କ୍ଲାନ୍ତି, ଉଦ୍ବେଗ ଓ ଅପ୍ରିୟ ବାତାବରଣରେ ରହିବା ଦ୍ୱାରା ବା ମନୋବୈଜ୍ଞାନିକ କାରଣରୁ ମଧ୍ୟ ମୁଣ୍ଡ ବ୍ୟଥା ସୃଷ୍ଟି ହୁଏ । ବେଦନା ଅନୁଭବ କରୁଥିବା ଶରୀରର କେନ୍ଦ୍ର ଦିଗକୁ ଯାଇଥିବା ସ୍ନାୟୁତନ୍ତୁ ସୁଷୁମ୍ନା ନାଡିର ଉପରି ଭାଗରେ ସ୍ଥିତ ବେକ ଓ ମୁଣ୍ଡର ବେଦନା କେନ୍ଦ୍ରରେ ଆସି ମିଶିଯାଏ । ପୁଣି ଏହା ମସ୍ତିଷ୍କର ଉକ୍ତ ବେଦନା କେନ୍ଦ୍ର ଦିଗକୁ ଅଗ୍ରସର ହୁଏ । ଯେତେବେଳେ ଦାନ୍ତରେ ବେଦନା ହୁଏ ତାରି ପ୍ରକୋପରେ ଆ...