ଜ୍ଞାନ ନିର୍ଝର (୩୪) ---ମାନବୀୟ ସଂସ୍କାରରେ ବିକୃତି
🌻🌻🌻🌻🌻🌻🌻🌻🌻 🌼 *ଜ୍ଞାନ ନିର୍ଝର (୩୪)* 🌼 🌸🌸💐💐💐💐💐🌸🌸 *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ* 💐💐💐💐💐💐💐💐💐 *ମାନବୀୟ ସଂସ୍କାରରେ ବିକୃତି* 🌹🌹🌹🌹🌹🌹🌹🌹🌹 ସାଧାରଣତଃ ଏହା ଦେଖାଯାଏ ଯେ ବାଲ୍ୟାବସ୍ଥାରେ ପୂର୍ବଜନ୍ମର ସଂସ୍କାର ଅତ୍ୟଧିକ ପ୍ରବଳ ହୋଇଥାଏ । ଏହି ସଂସ୍କାର ଦ୍ୱାରା ପ୍ରଭାବିତ ହୋଇ ଶିଶୁର କର୍ମ ପ୍ରଭାବିତ ହୋଇଥାଏ । ଅଧ୍ୟୟନରୁ ଜଣାଯାଏ ଯେ ବାଲ୍ୟାବସ୍ଥାରେ ଯେଉଁ ଶିଶୁ ସଂସ୍କାର ଅତ୍ୟନ୍ତ ଶାନ୍ତ ଥାଏ, ପରବର୍ତ୍ତୀ ସମୟରେ ଅଶାନ୍ତ, କ୍ରୋଧିତ, ହିଂସ୍ରକ ହୋଇଯାଏ । ଅନ୍ୟ ପକ୍ଷରେ ଯେଉଁ ଶିଶୁ ବାଲ୍ୟାବସ୍ଥାରେ ଉଦ୍ଦଣ୍ଡ, ଉଗ୍ର, ହଠ ସ୍ବଭାବର ଥାଏ ବୟସାନୁକ୍ରମେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଏ କାରଣ ସଂସ୍କାର କର୍ମକୁ କ୍ରିୟାନ୍ୱିତ କରିବାରେ ମୁଖ୍ୟ ସହାୟକ ହୋଇଥାଏ । ଆଧ୍ୟାତ୍ମିକ ଶିକ୍ଷାର ଧ୍ୟେୟ ହେଉଛି ସଂସ୍କାର ପରିବର୍ତ୍ତନ । ଏଥିପାଇଁ ବାଲ୍ୟାବସ୍ଥାରୁ ବାନପ୍ରସ୍ଥ ଏବଂ ସନ୍ୟାସ ଅବସ୍ଥା ପର୍ଯ୍ୟନ୍ତ କ୍ରମାନ୍ୱୟରେ ସଂସ୍କାର ପରିବର୍ତ୍ତନ ହେଉଥାଏ । କେତେକ ଯୌବନାବସ୍ଥାରେ ଅତ୍ୟନ୍ତ ଧାର୍ମିକ, ଶାନ୍ତ, ସତ୍ତ୍ବଗୁଣୀ ଥାଆନ୍ତି; କିନ୍ତୁ ପ୍ରୌଢ଼ାବସ୍ଥାରେ ଉପନୀତ ହେଲାବେଳକୁ ସେମାନଙ୍କ ସଂସ୍କାର ପରିବର୍ତ୍ତନ ହୋଇଯାଇଥାଏ । ଯାହା ପରିଣାମ ସ୍ବରୂପ ସେମାନେ ତମୋଗୁଣୀ, କ୍ରୋଧୀ,ନିରାଶ ଓ ହତାଶ ଜୀବନ ଯାପନ...