Posts

Showing posts from July, 2017

ସହଜ ରାଜଯୋଗ(2)- )Bhumika)-ଡ଼ା. ସୁଧାଂଶୁ ଶେଖର ମିଶ୍ର

ସହଜ ରାଜଯୋଗ(2) (ଈଶ୍ୱରୀୟ ଜ୍ଞାନ ଉପରେ ଆଧାରିତ) ଲେଖକ : ଡ଼ା. ସୁଧାଂଶୁ ଶେଖର ମିଶ୍ର,    ରାଜଯୋଗର ଅର୍ଥ ଓ ମହତ୍ତ୍ବ  ବିଂଶ ଶତାବ୍ଦୀର ମାନବ ସମାଜକୁ ବିଜ୍ଞାନ ଭୌତିକ ସୁଖ ଓ ସ୍ବାଚ୍ଛନ୍ଦ୍ୟ ପ୍ରଦାନ କରିଛି ସତ କିନ୍ତୁ ମାନସିକ ଶାନ୍ତି ଦେଇ ପାରିନାହିଁ । ସଂପ୍ରତି ସମାଜର ପ୍ରତ୍ୟେକ ବର୍ଗ, ପ୍ରତ୍ୟେକ ବୟସ, ପ୍ରତ୍ୟେକ ସ୍ଥିତି ଏବଂ ପ୍ରତ୍ୟେକ ବୃତ୍ତିର  ବ୍ୟକ୍ତି ଅଶାନ୍ତ, ବ୍ୟାକୁଳ ଓ ଅସ୍ଥିର । ସେ ନିଜେ ମଧ୍ୟ ଜାଣିପାରୁ ନାହିଁ ଯେ କେଉଁ ଏକ ଅଜ୍ଞାତ ଭୟ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ସ୍ବାଭାବିକ ଖୁସି ଓ ଆନନ୍ଦ ହରାଇ ବସିଛି । ମାନବ ସମାଜରୁ ସ୍ବଭାବିକ ପ୍ରସନ୍ନତା ଲୁପ୍ତ ହୋଇଯାଇଛି । ଏହାର କୁପରିଣାମ ସ୍ବରୂପ ଅଧିକାଂଶ ଲୋକ ମନୋଦୈହିକ ରୋଗଗୁଡ଼ିକ ଦ୍ୱାରା ପୀଡିତ ହେଉଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଅନେକେ ଅକାଳ ମୃତ୍ୟୁ ବରଣ କରୁଛନ୍ତି । ଏସବୁ କାହିଁକି ହେଉଛି? ଏହାର ମୂଳ କାରଣ କ’ଣ? ମନୋବିଜ୍ଞାନ କହେ ଏସବୁର ମୂଳ କାରଣ ହେଉଛି ମାନସିକ ବିକ୍ଷେପ ବା ମନର ଚଞ୍ଚଳତା । ଏ ମନଟା କ’ଣ? ଏ ମନ ହେଉଛି ବିଚାର ସମୂହର ଉତ୍ସ । ଏହା ସୁପରସୋନିକ ବାୟୁ ଯାନଠାରୁ ମଧ୍ୟ ଲକ୍ଷାଧିକ ଗୁଣ ତୀବ୍ର ବେଗରେ ଉଡିପାରେ । ଆଖି ପିଛୁଳାକେ ସମଗ୍ର ବିଶ୍ୱ ଭ୍ରମଣ କରିପାରେ । ଏହା କେଉଁଠି ଚୋରି କରାଏ, କେଉଁଠି ମିଛ କହିବାକୁ ପ୍ରେରିତ କରେ ତ କେଉଁଠି ପ୍ରତାରଣା ଓ ଜାଲସାଜି କରାଏ । ଅନ୍ୟର ସୁଖ-ସ୍ବାଚ୍ଛନ୍ଦ୍ୟର ସାଧନ ଓ ସ

ସ୍କିଜୋଫ୍ରେନିଆ ଓ ରାଜଯୋଗ -- ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

ସ୍କିଜୋଫ୍ରେନିଆ ଓ ରାଜଯୋଗ ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ ସ୍କିଜୋଫ୍ରେନିଆ (ଝମଷସଚ୍ଛକ୍ଟକ୍ଟ୍ରଷରକ୍ସଦ୍ଭସବ) ଏକ ପ୍ରକାର ଜଟିଳ ମାନସିକ ବ୍ୟାଧି । ଚିକିତ୍ସାବିଜ୍ଞାନୀମାନଙ୍କ ଅବିରତ ଗବେଷଣା ସେ୍ୱ ଏହି ରୋଗର କାରଣ ସମ୍ପୂର୍ଣ୍ଣ ରୂପେ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ଆମ ଦେଶରେ ହାରାହାରି ଏକ କୋଟି ଲୋକ ଏହି ବ୍ୟାଧି ଦ୍ୱାରା ଆକ୍ରାନ୍ତ । ତେଣୁ ଏହି ମାନସିକ ବ୍ୟାଧି ସମ୍ପର୍କରେ ସାମାଜିକ ସଚେତନତା ଏକାନ୍ତ ଅପରିହାର୍ଯ୍ୟ । ସ୍କିଜୋଫ୍ରେନିଆ ବ୍ୟାଧି ଦ୍ୱାରା ପୀଡ଼ିତି ବ୍ୟକ୍ତିମାନଙ୍କ ଅସ୍ୱାଭାବିକ ଚିନ୍ତାଧାରା ଓ ଅସଙ୍ଗତ ବ୍ୟବହାର ହେତୁ ଜନସାଧାରଣରେ ସେମାନେ ପାଗଳ ବୋଲି ଉପହାସିତ ଓ ଅବହେଳିତ ହୋଇ ରାସ୍ତରେ ବୁଲୁଥିବା ଲକ୍ଷ୍ୟ କରାଯାଏ । ଅନେକେ ଏହି ରୋଗର ଲକ୍ଷଣକୁ ଭୂତପ୍ରେତର ପ୍ରକୋପ ଭାବି ଗୁଣି ଗାରେଡିର ଆଶ୍ରୟ ନିଅନ୍ତି । ଆମ ଦେଶର ଗ୍ରାମୀଣ ଅଳରେ ଏହି ଭଳି ରୋଗୀମାନଙ୍କୁ ପିଶାଚ ଓ ଡ଼ାହାଣୀର ଆଖ୍ୟା ଦେଇ ନୃଶଂସ ଭାବେ ହତ୍ୟା କରାଯାଉଥିଲା । କିନ୍ତୁ କ୍ରମାଗତ ଗବେଷଣା ଦ୍ୱାରା ଏହା ଏକ ଜଟିଳ ମାନସିକ ବ୍ୟାଧି ବୋଲି ଜଣା ପଡିଲା । ଜର୍ମାନୀର କ୍ରେପଲିନ୍, କାଲ୍ବମ୍ ଓ ହେକର, ବଲଜିୟମର ମୋରେଲ୍ ଓ ସ୍ୱିଜେରଲ୍ୟାଣ୍ଡର ବ୍ଲଏଲର ଆଦି ଏହି ବ୍ୟାଧିର ବିଜ୍ଞାନ ସମ୍ମତ ତଥ୍ୟ ଉପସ୍ଥାପନ କରି ଏହାର ଚିକିତ୍ସା  ହୋଇ ପାରିବ ବୋଲି ମତ ଦେଇଥିଲେ । ବ୍ଲଏଲର ଏହି ରୋଗକୁ ସ୍କିଜୋଫ୍ରେନିଆ  (ଝମଷସ

ପିିତାଶ୍ରୀ ପ୍ରଜାପିତା ବ୍ରହ୍ମା -ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପାଟଣାଗଡ ।

ପିିତାଶ୍ରୀ ପ୍ରଜାପିତା ବ୍ରହ୍ମା ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପାଟଣାଗଡ । ସମ୍ପ୍ରତି ବିଶ୍ୱର ସର୍ବତ୍ର ଅଶାନ୍ତିର ସାମ୍ରାଜ୍ୟ । ଚତୁଦିଗ ରୋଗ ଓ ଶୋକର ଘନ ଅନ୍ଧକାର ଦ୍ୱାରା ଆଚ୍ଛାଦିତ । ଶାନ୍ତିର ଅନ୍ୱେଷଣରେ ମଣିଷ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛି । ବିଶ୍ୱଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ କରାଯାଉଛି; କିନ୍ତୁ ଅଶାନ୍ତି ଆହୁରି ଆହୁରି ବଢ଼ି ଚାଲୁଛି । ପ୍ରକୃତି ମଧ୍ୟ ତା'ର ବିନାଶକାରୀ ପ୍ରକୋପ ପ୍ରଦର୍ଶନ କରୁଛି । ନୈତିକ ମୂଲ୍ୟରେ ଅବନତି ପରିଲକ୍ଷିତ ହେଉଛି । ଅନେକାନେକ ଭୌତିକ ସୁଖ ସାଧନର ଉପଯୋଗ ସେ୍ୱ ମଧ୍ୟ ମାନବ ଚିନ୍ତା, ଆକ୍ରୋଶ ଏବଂ ମାନସିକ ·ପରେ ଗ୍ରସିତ ଧୀରେ ଧୀରେ ଜୀବନ ଅଶାନ୍ତିର ଏକ ଗହନ ଅନ୍ଧକାର ମଧ୍ୟରେ ଅସ୍ତମିତ ହେବାକୁ ଲାଗୁଛି । ଏଭଳି ପରିସ୍ଥିତିରେ ଶାନ୍ତିର ପଥ ପ୍ରଦର୍ଶନ କିଏ କରିବ ? ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ଯେତେବେଳେ ସଂସାରରେ ବିକଟ ପରିସ୍ଥିତି ଉପôନ୍ନ ହୋଇଛି ସେତେବେଳେ ବିଶ୍ୱର ପଥଭ୍ରଷ୍ଟ ମାନବକୁ ସତ୍ୟ ପଥର ସନ୍ଧାନ ଦେବାପାଇଁ ଅନେକ ବିଶିଷ୍ଟ ମହାମାନବ ଜନ୍ମ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ପିତାଶ୍ରୀ ପ୍ରଜାପିତା ବ୍ରହ୍ମା ଏକ ଅନନ୍ୟ ବିଭୂତି । ସେ ସ୍ୱୀୟ ଅସାଧାରଣ ବ୍ୟକ୍ତିତ୍ୱ ଦ୍ୱାରା ବିଶ୍ୱଶାନ୍ତିରେ କ୍ରାନ୍ତି ଆଣିବା ପାଇଁ ଜ୍ୟୋଜିସ୍ୱରୂପ ପରମାତ୍ମା ଶିବଙ୍କ ସାକାର ମାଧ୍ୟମ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ । ପିତାଶ୍ର

ଅଲୌକିକ ପର୍ବ ଶିବରାତ୍ରୀ --ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼

ଅଲୌକିକ ପର୍ବ ଶିବରାତ୍ରୀ ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼ ସମୟର ଚକ ଗଡି ଗଡି ଯାଉ ଥାଏ  । ରହିଯାଏ କେବଳ ସ୍ମୃତି । ଯେଉଁଠି ସ୍ୱଭାବିକ ସ୍ନେହ , ଶ୍ରଦ୍ଧା , ପ୍ରେମ , ସଦଭାବନା ଥାଏ ସେଇଠି ସ୍ମୃତିକୁ ଚିରଦିନ ଉଦ୍ଜୀବିତ ରଖିବା ପାଇଁ ମଣିଷ ନିର୍ମାଣ କରେ ସ୍ମୃତି ଶୌଧ ବା ସ୍ମାରକୀ  । ପାଳନ କରେ ଜନ୍ମ ଦିନ ; ରଚନା କରେ କାବ୍ୟ କବିତା , ଆଖ୍ୟାନ, ଉପାଖ୍ୟାନ  । ଏହିପରି ଏକ ସୁଖଦ ସ୍ମୃତିରୁ ସୃଷ୍ଟି ହୋଇଛି ଆମର ବିଭିନ୍ନ ପର୍ବ ପର୍ବାଣି ଓ ପୌରାଣିକ ଗ୍ରନ୍ଥ ସମୂହ । କିନ୍ତୁ ବାରମ୍ବାର ଆବାଗମନ ଚକ୍ରରେ ଆସିବା ଦ୍ୱାରା ମଣିଷର ପୂର୍ବ ସ୍ମୃତି କ୍ରମଶଃ କ୍ଷୀଣ ହୋଇ ଆସେ , ତୁଟି ଯାଏ ତା’ର ସ୍ନେହ ଶ୍ରଦ୍ଧା । କେବଳ ପରମ୍ପରା ଓ ସାମାଜିକ ବାଧ୍ୟବାଧକତା ହେତୁହିଁ ଆଜି ବିଭିନ୍ନ ପର୍ବପର୍ବାଣି ବା ଜନ୍ମ ଦିନ ପାଳିତ ହେଉଛି  । କେଉଁ ଏକ ସୁଦୂର ଅତୀତରେ ସ୍ନେହ ଓ ଶ୍ରଦ୍ଧା ପୂର୍ବକ ନିର୍ମିତ ହୋଇଥିବା ବିଭିନ୍ନ ସୃତି ଶୌଧ ଆଜି ଅବହେଳିତ ହୋଇ ଅବକ୍ଷୟମୁଖୀ  । ଯେଉଁ ଯେଉଁ ଦେବତାଙ୍କ ସ୍ମୃତିରେ ବିଭିନ୍ନ ଦେବାଳୟମାନ ନିର୍ମିତ ହୋଇଥିଲା ବର୍ମାନ ମଣିଷ ପାଖରେ ସେମାନଙ୍କ ତଥ୍ୟ ନାହିଁ  । ପାରମ୍ପାରିକ ଅଭ୍ୟାସ ବଶତଃ କେତେକ ଶ୍ରଦ୍ଧାଳୁ ମନ୍ଦିରକୁ ଯାଆନ୍ତି , ପୂଜା ଅର୍ଚ୍ଚନା କରନ୍ତି  । କିଛି ଯାଚନା କରନ୍ତି । ସେହି ଦେବୀ ଦେବତା ମାନଙ୍କୁ ନେଇ ପାଳିତ ହେଉଥିବା ଉସôବର ତାପôର୍ଯ୍ୟ ସେମାନେ ବ

: ସୃତି ତର୍ପଣ :- ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା--ଲେ: - ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

: ସୃତି ତର୍ପଣ :- ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା ଲେ: - ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ     ଅଦ୍ୟାବଧି ବିଶ୍ୱ ସାହିତ୍ୟ କୋଷରେ ଅନେକାନେକ ବିଶିଷ୍ଟ ମହାପୁରୁଷ ମାନଙ୍କ ଜୀବନୀ ସଂଗୃହୀତ ହୋଇ ସାରିଛି । ଏଠାରେ ଯେଉଁ ବିଚିତ୍ର ମାନବଙ୍କ ଅଲୌକିକ ଜୀବନ ବୃାନ୍ତ ଉଲ୍ଲେଖ କରିବାକୁ ଯାଉଛି , ତାହା ଅତ୍ୟନ୍ତ ଅନୁପମ ଓ ଜୀବନକୁ ପରିବର୍ନ କରିଦେବା ପାଇଁ ପର୍ଯ୍ୟାପ୍ତ । କାରଣ ସେହି ଅସାଧାରଣ  ବହୁମୁଖୀ ବ୍ୟକ୍ତିତ୍ୱର ଅଧୀକାରୀ ପୁରୁଷଙ୍କୁ ହିଁ ପରମପିତା ପରମାତ୍ମା କଳିଯୁଗୀୟ ଆସୁରୀ ଦୁନିଆର ବିନାଶ ପୂର୍ବକ ସତ୍ୟଯୁଗୀ ଦୈବୀ ସାମ୍ରାଜ୍ୟର ସ୍ଥାପନା ପାଇଁ ନିମି ମାଧ୍ୟମ ରୂପେ ଚୟନ କରି ତାଙ୍କ ଶରୀରରେ ପରକାୟା ପ୍ରବେଶ ଦ୍ୱାରା ଏ ସୃଷ୍ଟିରେ ଅବତରଣ କରିଛନ୍ତି ।       ହାଇଦ୍ରାବାଦ୍ ସିନ୍ଧ ପ୍ରଦେଶରେ ସନ୍ ୧୮୭୬ ଖ୍ରୀ: ଅ ରେ କୃପଳାନୀ କୂଳୋଦ୍ଧ୍ଦ୍ଭବ ଏକ ବଲ୍ଲଭାଚାରୀ ଭକ୍ତଙ୍କ ଘରେ ଏହି ଦିବ୍ୟ ପୁରୁଷ ଆର୍ବିଭୁତ ହୋଇଥିଲେ । ତାଙ୍କ ଶାରୀରିକ ନାମ ‘ଲେଖରାଜ’ ଥିଲା । ଲୋକେ ସ୍ନେହରେ ତାଙ୍କୁ ଦାଦା (ବଡ଼ଭାଇ) ବୋଲି ଡ଼ାକୁଥିଲେ । ପରମାତ୍ମାଙ୍କ ଅବତରଣ ପରେ କର୍ବ୍ୟ ବାଚକ ସ୍ୱରୂପ ସେ “ପ୍ରଜାପିତା ବ୍ରହ୍ମା” ନାମରେ ଅଭିହିତ  ହେଲେ । ପ୍ରତ୍ୟେକ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ତାଙ୍କୁ ସ୍ନେହରେ ‘ବ୍ରହ୍ମା ବାବା’ ଅଥବା କେବଳ ‘ବାବା’ ବୋଲି ସମ୍ବୋଧନ କରନ୍ତି । ତାଙ୍କ ଲୌକିକ ପି

(୩)ଗଣେଶଙ୍କ ଆଧ୍ୟାତ୍ମିକ ରହସ୍ୟ ---ବ୍ର.କୁ.ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼

🌹🌹🌹🌹🌹🌹🌹🌹🌹  *ଭାରତୀୟ ପର୍ବ ପର୍ବାଣୀ (୩)*  🌺🌺🌺🌺🌺🌺🌺🌺🌺  *ଗଣେଶଙ୍କ ଆଧ୍ୟାତ୍ମିକ ରହସ୍ୟ*  🌷🌷🌷🌷🌷🌷🌷🌷🌷 (ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ଈଶ୍ୱରୀୟ ଜ୍ଞାନ ଆଧାରରେ ପ୍ରସ୍ତୁତ) 🌸🌸🌸🌸🌸🌸🌸🌸🌸  *ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼*  🌹🌹🌹🌹🌹🌹🌹🌹🌹              ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ ଭାରତର ସମସ୍ତ ଶିକ୍ଷାୟତନ ତଥା ସାର୍ବଜନିକ ସ୍ଥାନରେ ଗଣେଶଙ୍କ ପୂଜା ଅର୍ଚ୍ଚନା କରାଯାଏ ।  କୌଣସି ଶୁଭ କର୍ମ ଆରମ୍ଭ ପୂର୍ବରୁ ତାଙ୍କର ବିଧିବଦ୍ଧ ପୂଜା ଅର୍ଚ୍ଚନା ହେଉଛି ପ୍ରାଚୀନ ପରମ୍ପରା । ପୌରାଣିକ କଥା ଅନୁସାରେ ଗଣେଶ ଅଗ୍ରପୂଜ୍ୟ ଅଟନ୍ତି  । ସେ ହେଉଛନ୍ତି ବିଘ୍ନ ବିନାଶକ  । ତାଙ୍କର ବିଚିତ୍ର ଶରୀରାକୃତି ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚୀ  ସୃଷ୍ଟି କରେ  । ଏହାର ଆଧ୍ୟ୍ୟାତ୍ମିକ ରହସ୍ୟ କ’ଣ ?             ଭାରତୀୟ ସ୍ଥାପତ୍ୟ କଳାରେ ପରମ ପିତା ପରମାତ୍ମାଙ୍କ ବିଭିନ୍ନ ଗୁଣାବଳୀକୁ ବିଭିନ୍ନ ପ୍ରତୀକ ହିସାବରେ ଅଭିବ୍ୟକ୍ତ କରି ମୂର୍ତ୍ତିମନ୍ତ କରାଯାଇଛି ।  କାଦୁଅରୁ ମଧ୍ୟ ମୋତି ଖୋଜି ବାହାର କରିବା ବା ସାରତତ୍ତ୍ବ ଗ୍ରହଣ କରି ପାରୁଥିବା ଅସାଧାରଣ ଶକ୍ତି ସମ୍ପନ୍ନ ହଂସକୁ ସରସ୍ୱତୀଙ୍କ ବାହନ ରୂପରେ ଚିତ୍ରିତ କରାଯାଇଛି । ଯିଏ ପରମାତ୍ମାଙ୍କ ଠାରୁ ସଦ୍ ବିବେକ ପ୍ରାପ୍ତ ହୋଇ ସଂସାର ରୂପୀ କାଦୁଅରୁ କେବଳ ଜ

ଦୀପାବଳୀର ଆଧ୍ୟାତ୍ମିକ ରହସ୍ୟ ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

ଦୀପାବଳୀର ଆଧ୍ୟାତ୍ମିକ ରହସ୍ୟ ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ               ଭାରତ ଏକ ଅନଶ୍ୱର ପରମ ପବିତ୍ର ଦେବ ଭୂମି ରୂପେ ସମଗ୍ର ବିଶ୍ୱରେ ପୂଜିତ । ଏହାର ଆଧ୍ୟାତ୍ମ ସର୍ବତ୍ର ବ୍ୟାପକ । ଏଥିପାଇଁ ଏଠାରେ ଉତ୍ସବ, ପର୍ବପର୍ବାଣିର ପ୍ରଚଳନ ଏକ ମହ୍ୱପୂର୍ଣ୍ଣ ବିଷୟ ଅଟେ । ଭାରତର ସଂସ୍କୃତି ଅତୀବ ପ୍ରାଚୀନ ଏବଂ ଗୌରବମୟୀ । ଏହାର ଗୌରବ ଗାରିମା ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏହି ପବିତ୍ର ଅଦ୍ୱିତୀୟ ଏବଂ ଉଲ୍ଲେଖନୀୟ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରରେ ବର୍ଷତମାମ କୌଣସି ନା କୌଣସି ପର୍ବପର୍ବାଣି ପାଳିତ ହେଉଥାଏ । ଏଠାରେ ପାଳିତ ପ୍ରତ୍ୟେକ ପର୍ବ ପର୍ବାଣି ପଛରେ ଥାଏ କୌଣସି ନା କୌଣସି ବିଶେଷ ପୃଷ୍ଠଭୂମି । ଏହି ପର୍ବପର୍ବାଣି ଗୁଡ଼ିକୁ ସମାଜୋପଯୋଗୀ କରିବା ପାଇଁ ଆମର ପୌରାଣିକ ଗ୍ରନ୍ଥାକାରଗଣ ବିବିଧ ମନମୋହକ ମଧୁର ଗାଥାଗୁଡ଼ିକର ରୂପକ ପ୍ରସ୍ତୁତ କରି ସେ ଗୁଡ଼ିକର ମହତ୍ୱ ଉଲ୍ଲେଖ କରିଛନ୍ତି । ଏହାହିଁ ଏକମାତ୍ର କାରଣ ଯେଉଁଥିପାଇଁ ଆମର ପ୍ରାଚୀନ ସାହିତ୍ୟ ଗୁଡ଼ିକର ଆଧ୍ୟାତ୍ମିକତାକୁ ପ୍ରାଥମିକ ସ୍ଥାନ ଦିଆଯାଇଛି । ଆମ ସଂସ୍କୃତି ମଧ୍ୟ ଦେବତ୍ୱର ଅଲୌିକ ଗୌରବ ଗାରିମାରେ ବିମଣ୍ଡିତ । ଏଥିପାଇଁ ସମୟାନୁକ୍ରମେ ଭାରତୀୟ ସାହିତ୍ୟ ଓ ସଂସ୍କୃତି ମାନବୀୟ ମୂଲ୍ୟର ସୁରକ୍ଷା ପାଇଁ ଈଶ୍ୱରୀୟ ମର୍ଯ୍ୟାଦାର ଲକ୍ଷ୍ମଣରେଖା ରୂପୀ ସୀମା ମଧ୍ୟରେ ଜନ ଜୀବନକୁ ବାନ୍ଧି ରଖିବାର କ୍ଷମତା ବହ

ରାଜଯୋଗ ଅଭ୍ୟାସର ବିଧି ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼

ରାଜଯୋଗ ଅଭ୍ୟାସର ବିଧି ବ୍ର.କୁ. ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ଼          ପ୍ରାତଃ କାଳରେ ନିତ୍ୟକର୍ମ ସମାପନ ପରେ ଗୃହର ସବୁଠାରୁ ନିର୍ଜନ ଓ ଆରାମପ୍ରଦ ସ୍ଥାନରେ ଉପବେଶନ କରନ୍ତୁ । ବୁଦ୍ଧିରେ ସ୍ପଷ୍ଟ କରନ୍ତୁ ଯେ ଆପଣ କାହିଁକି ବସିଛନ୍ତି ? ଯେତେ ସମୟ ଆପଣ ରାଜଯୋଗ ଅଭ୍ୟାସ ପାଇଁ ବସିବେ ସେହି ସମୟରେ ଅନ୍ୟ କୌଣସି ବିଷୟ ମନରେ ସ୍ଥାନ ଦେବା ଉଚିତ୍ ନୁହେଁ । ନିଜର ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟହ ଅତି କମ୍ ରେ ୪୫ ମିନିଟ୍ ସମୟ ଦେବାକୁ ପଡ଼ିବ ।         ମେରୁଦଣ୍ଡକୁ ସିଧା କରି ବସନ୍ତୁ । ଆଖି ଖୋଲା ରଖନ୍ତୁ ଓ ଦୁଇ ଭୃଲତା ମଧ୍ୟରେ (ଭୃକୁଟି) ଦୃଷ୍ଟିକୁ ଏକାଗ୍ର କରନ୍ତୁ । ମନରେ ଆସୁଥିବା ପ୍ରତ୍ୟେକ ସଂକଳ୍ପ ବିକଳ୍ପଗୁଡ଼ିକୁ ଧ୍ୟାନ ପୂର୍ବକ ପରୀକ୍ଷା କରନ୍ତୁ । ଯେଉଁ ସଂକଳ୍ପ ଗୁଡ଼ିକ ମନର ଏକାଗ୍ରତାରେ ବ୍ୟାଘାତ ସୃଷ୍ଟି କରୁଛି ବା ବର୍ମାନ ଯଦି ସେ ଗୁଡ଼ିକର କୌଣସି ଆବଶ୍ୟକତା ନାହିଁ ସେ ଗୁଡ଼ିକୁ ଗୋଟି ଗୋଟି କରି ମନରୁ ବାହାର କରନ୍ତୁ । ଆପଣ ଦେଖିବେ ଏପରି ୨/୩ ମିନିଟ୍ କରିବା ପରେ ଆପଣଙ୍କ ମନରେ ସଂକଳ୍ପ ଗୁଡ଼ିକ ଅନେକ ହ୍ରାସ ହୋଇଯାଇଛି । ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବ ସହିତ ଆମର ମନ ବୁଦ୍ଧି ସର୍ବଦା ସଂପୃକ୍ତ ଥିବାରୁ ଆମେ କାମ କ୍ରୋଧ, ଲୋଭ, ମୋହ, ଅହଂକାର, ଇର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ଆଦି ମନୋବିକାର ଗୁଡ଼ିକ ଦ୍ୱାରା ଆକ୍ରାନ୍ତ ହୋଇ ପଡ଼ିଛୁ ।

(୧)ରକ୍ଷା ବନ୍ଧନ - ଏକ ଅଧ୍ୟୟନ ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ

🌹🌹🌹🌹🌹🌹🌹🌹🌹 *ଭାରତର ପର୍ବପର୍ବାଣୀ-(୧)*  🌸🌸🌸🌸🌸🌸🌸🌸🌸  *ରକ୍ଷା ବନ୍ଧନ - ଏକ ଅଧ୍ୟୟନ*  🌺🌺🌺🌺🌺🌺🌺🌺🌺 ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ  🌹🌹🌹🌹🌹🌹🌹🌹🌹            ପ୍ରାଚୀନ ସଂସ୍କୃତିର ସ୍ମୃତି ସ୍ୱରୂପ ଆଜି ଅନେକ ପର୍ବ ଓ ଉତ୍ସବ ଆମ ଦେଶରେ ପାଳିତ ହେଉଛି । ପ୍ରତିବର୍ଷ ବିଭିନ୍ନ ଉତ୍ସବ ପାଳନର ପୁନରାବୃତ୍ତି ଉଜ୍ୱଳ ଭବିଷ୍ୟତର ବିଶ୍ୱାସକୁ ସୁଦୃଢ଼ କରେ । ବିଶ୍ୱର ଅନେକ ଧାର୍ମିକ ତଥା ସାଂସ୍କୃତିକ ଉତ୍ସବ ତଥା ପ୍ରଥାଗୁଡ଼ିକ ବିଭିନ୍ନ ସମସ୍ୟାବଳୀକୁ ହାଲୁକା କରେ । ରକ୍ଷାବନ୍ଧନ ସମସ୍ତ ପର୍ବ ଠାରୁ ଭିନ୍ନ । କାରଣ ଏହାର ସାମାଜିକ, ରାଜନୈତିକ, ଐତିହାସିକ ଓ ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ଅନୁଶୀଳନ କଲେ ଜଣାଯାଏ ଯେ ଏହା ମାନବୀୟ ମୂଲ୍ୟବୋଧର ସୁରକ୍ଷା ପୂର୍ବକ ପରସ୍ପର ମଧ୍ୟରେ ସ୍ନେହ, ସହଯୋଗ ଓ ସଦ୍ଭାବନା ରକ୍ଷା କରିବାରେ ବିଶିଷ୍ଟ ଭୂମିକା ଗ୍ରହଣ କରିଛି । ଏହି ପର୍ବ ଶ୍ରାବଣ ପୂର୍ଣ୍ଣମୀରେ ପାଳନ କରାଯାଏ । ସମୟ ପ୍ରବାହରେ ଅନେକ ପରମ୍ପରା ଓ ଚଳଣି ମଧ୍ୟ ଏଥିରେ ସମ୍ମିଳିତ ହୋଇ ଆସିଛି; ଯଥା- ଶ୍ରାବଣୀ କର୍ମ, ହୟଗ୍ରୀବ ଜୟନ୍ତୀ, ସଂସ୍କୃତ ଦିବସ, ବୈଷ୍ଣବ ମନ୍ଦିରରେ ଝୁଲଣତ୍ସୋବ, ଅମରନାଥ ଦର୍ଶନ ଇଦ୍ୟାଦି ।  *ଶ୍ରାବଣୀ ଉପାକର୍ମା :-*                ରକ୍ଷା ବନ୍ଧନ ଦିନ ଶ୍ରାବଣୀ ଉପାକର୍ମ ଅବସରରେ ନିମ୍ନମତେ ପାଞ୍ଚଟି ବିଷୟ ପାଳନ କରାଯାଏ ।  *(୧) ପାପର ସୂଚୀ* -ଏହି
ଶିବ ଓ ଶିବରାତ୍ରୀ     ବ୍ର.କୁ. ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପାଟଣାଗଡ ।           ଆମେ ପ୍ରତିବର୍ଷ ଶିବରାତ୍ରୀ ପାଳନ କରୁଛୁ । କିନ୍ତୁ ଆମ ମଧ୍ୟରୁ ଅନେକେ ଏକଥା ବିସ୍ମୃତ ହୋଇଯାଇଛନ୍ତି ଯେ ଏହା ଭାରତର ସବୁଠୁଁ ବଡ଼ ପର୍ବ । ଶିବରାତ୍ରୀର ବାସ୍ତବିକ ମହ୍ୱ ବୁଝି ଏହାକୁ ସାର୍ଥକ ରୂପରେ ପାଳନ କରିବା ପାଇଁ ଏହା ଜାଣିବା ଏକାନ୍ତ ଆବଶ୍ୟକ ଯେ ""ଶିବ'' କିଏ ? ରାତ୍ରୀ ସହିତ ତାଙ୍କର ସମ୍ବନ୍ଧ କ'ଣ ? ""ଶିବ'' ସର୍ବାତ୍ମାଙ୍କ ପରମ ପିତା ଅଟନ୍ତି  :    ଆଜି ମାନବ ସମାଜ ବିଭିନ୍ନ ଧର୍ମ ସମ୍ପ୍ରଦାୟରେ ବହୁଧା ବିଭକ୍ତ । ତା'ର କାରଣ ହେଲା ଅନେକେ ପରମାତ୍ମା ଶିବ ଓ ଶିବରାତ୍ରୀ ବିଷୟରେ ପ୍ରକୃତ ତଥ୍ୟ ଜାଣନ୍ତି ନାହିଁ । ଯଦି ସମସ୍ତେ ଏକଥା ଜାଣି ପାରନ୍ତେ ଯେ ପରମପିତା ପରମାତ୍ମା ଶିବଙ୍କ ସ୍ମୃତି ଚିହ୍ନ ଶିବଲିଙ୍ଗ ରୂପରେ ସର୍ବତ୍ର ସମସ୍ତ ଧର୍ମାବଲମ୍ବୀଙ୍କ ଦ୍ୱାରା ସ୍ୱୀକୃତ ତେବେ ସମସ୍ତ ସମ୍ପ୍ରଦାୟ ଏକତା ସୂତ୍ରରେ ବାନ୍ଧିହୋଇ ଯାଆନ୍ତେ । ମୁସଲମାନ ମାନେ ମୂିର୍ ପୂଜାକୁ ଖଣ୍ଡନ କରନ୍ତି ସତ କିନ୍ତୁ ମକ୍କାରେ ""ସଂଗ-ଏ-ଅସବଦ୍'' ନାମକ ପଥରକୁ ଅତି ଆଦରର ସହିତ ଚୁମ୍ବନ କରନ୍ତି । ସେମାନଙ୍କ ବିଶ୍ୱାସ ଯେ ଏହା ""ଆଲ୍ଲା'' ବା ପରମାତ୍ମାଙ୍କ ଦ୍ୱାରା ପ୍ରେରିତ । ଯଦି ସେମାନେ ଏକଥା ଜାଣି ପାରନ୍ତେ ଯେ ଆମେ ଭ