ଚିନ୍ତା ଓ ଚେତନା (୭)--( ୩)ବ୍ୟବହାର ବିଜ୍ଞାନ--- ଜୀବନର ସମ୍ମାନ: ଅବସାଦ ଓ ଯନ୍ତ୍ରଣାରୁ ମୁକ୍ତ ହେବାର ନୈତିକ ଦାୟିତ୍ୱ
🌺🌺🌺🌺🌺🌺🌺🌺🌺 🌼 ଚିନ୍ତା ଓ ଚେତନା -୭🌼 🌸🌸🌸🌸🌸🌸🌸🌸🌸  *ବ୍ୟବହାର ବିଜ୍ଞାନ(ଭାଗ- ୩)*  🌺🌺🌺🌺🌺🌺🌺🌺🌺  *ଜୀବନର ସମ୍ମାନ: ଅବସାଦ ଓ ଯନ୍ତ୍ରଣାରୁ ମୁକ୍ତ ହେବାର ନୈତିକ ଦାୟିତ୍ୱ*  (ପୂର୍ବ ପ୍ରକାଶିତ ଉତ୍ତାରୁ) 💐💐💐💐💐💐💐💐💐 ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା 🌻🌻🌻🌻🌻🌻🌻🌻🌻  _ମୂଳ ରଚନା:-_   *ଡ. ଅଜୟ ଶୁକ୍ଳା, ଭୋପାଲ, ମଧ୍ଯପ୍ରଦେଶ*  🌷🌷🌷🌷🌷🌷🌷🌷🌷  _ସମ୍ପାଦନା ଓ ଉପସ୍ଥାପନା -_   *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌹🌹🌹🌹🌹🌹🌹🌹🌹 (ଡ. ଅଜୟ ଶୁକ୍ଳା ଜଣେ ବ୍ୟବହାର ବୈଜ୍ଞାନିକ ଓ ରାଜଯୋଗୀ । ଔଦ୍ୟୋଗିକ ମନୋବିଜ୍ଞାନରେ ସେ ପି.ଏଚ.ଡି. ହାସଲ କରିବା ସହିତ ଅନ୍ତର୍ରାଷ୍ଟ୍ରୀୟ ସହସ୍ରାବ୍ଦୀ ପୁରସ୍କାର ସ୍ବରୂପ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ବ୍ୟବହାର ଓ ମନୋବିଜ୍ଞାନ ସମ୍ବନ୍ଧିତ ଅନେକ ପୁସ୍ତକର ରଚୟିତା ଡ: ଶୁକ୍ଳାଙ୍କ ହିନ୍ଦି ଭାଷାରେ ରଚିତ ବ୍ୟବହାର, ସମ୍ବନ୍ଧ ଓ ବ୍ୟାବହାରିକତା ଶୀର୍ଷକ ପୁସ୍ତକ ଆଧାରରେ ଶଂସିତ ଲେଖାଟି ସମ୍ପାଦିତ। ) 🌼 *ସ୍ବାଭାବିକ ଆତ୍ମସମ୍ମାନ:* 🌼 	 ସ୍ବୟଂ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ପୋଷଣ କରି ବିକାଶ ଦିଗରେ ଅଗ୍ରସର ହେବା ଜୀବନର ଗତିଶୀଳତାର ପ୍ରମାଣ । ଜୀବନରେ ସମ୍ମାନକୁ ମହତ୍ତ୍ବ ପ୍ରଦାନ କରିବା ମନୁଷ୍ୟର ଗୌରବଶାଳୀ ପରମ୍ପରାର ଜୀ...