Posts

Showing posts from May, 2022

(୩)ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (3)--- ମୂଲ୍ୟର ମୂଲ୍ୟାଙ୍କନ

🌸🌸🌸🌸🌸🌸🌸🌸🌸  *ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (୩)*  🌻🌻🌻🌻🌻🌻🌻🌻🌻  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ*  🌹🌹🌹🌹🌹🌹🌹🌹🌹  🌼 *ମୂଲ୍ୟର ମୂଲ୍ୟାଙ୍କନ* 🌼 🌹🌹🌹🌹🌹🌹🌹🌹🌹 ମନୁଷ୍ୟ ଦୈନନ୍ଦିନ ଜୀବନରେ ସେହି ବସ୍ତୁ ବା ପଦାର୍ଥଗୁଡ଼ିକୁ ମୂଲ୍ୟବାନ ମନେ କରେ ଯେଉଁ ଗୁଡ଼ିକ ଦ୍ୱାରା ତା’ର ମହତ୍ତ୍ବପୂର୍ଣ୍ଣ ଆବଶ୍ୟକତା ପୂର୍ଣ୍ଣ ହୁଏ । ସନ୍ତୁଷ୍ଟତା, ସଦ୍ଭାବନା, ସହାନୁଭୂତି, ସହନଶୀଳତା, ଧୈର୍ଯ୍ୟ, ନମ୍ରତା, ସଚ୍ଚୋଟତା ଆଦି ଗୁଣଗୁଡ଼ିକୁ ନୈତିକ ମୂଲ୍ୟ, ମାନବୀୟ ମୂଲ୍ୟ ବା ଆଧ୍ୟାତ୍ମିକ ମୂଲ୍ୟର ସଂଜ୍ଞା ଦିଆଯାଇ ପାରିବ । କାରଣ ଏଗୁଡ଼ିକ ଦ୍ୱାରା ମନୁଷ୍ୟ ଆଧ୍ୟାତ୍ମିକ ଉତ୍କର୍ଷ ଲାଭ କରେ । ଏଗୁଡ଼ିକ ତାକୁ ଆନନ୍ଦ ପ୍ରଦାନ କରେ ଓ ଏଗୁଡ଼ିକୁ ଅବଲମ୍ବନ କରି ସେ ସଫଳତାର ଶୀର୍ଷ ଦେଶରେ ପହଞ୍ଚି ପାରେ । ଉଦାହରଣ ସ୍ବରୂପ କୌଣସି ହିତୈଷୀ ବ୍ୟକ୍ତିର ପରାମର୍ଶ ବା ଉପଦେଶ ଦ୍ୱାରା ଯଦି କାହାରି ସମସ୍ୟାର ସମାଧାନ ହୋଇଯାଏ, ତା’ର ଦୁଃଖ ଦୂର ହୋଇଯାଏ, ତା’ର ଚିନ୍ତା ଅନ୍ତର୍ହିତ ହୋଇଯାଏ ଓ ସେ ସଫଳତା ଏବଂ ଖୁସି ପ୍ରାପ୍ତ ହୁଏ ତେବେ ଉକ୍ତ ବ୍ୟକ୍ତିର ପରାମର୍ଶ ବା ଉପଦେଶକୁ ‘ମୂଲ୍ୟବାନ’ ବୋଲି ଲୋକେ ଗ୍ରହଣ କରନ୍ତି । ସେହିପରି ଯେଉଁ ସଦ୍ଗୁଣଗୁଡ଼ିକ ବା ବିଶେଷତାଗୁଡ଼ିକ ଦ୍ୱାରା ମନୁଷ୍ୟକୁ ଉଚ୍ଚ ମାନସିକ ତଥା ଆଧ୍ୟାତ୍ମିକ ଅବସ୍ଥା ପ୍ରାପ୍ତ ହୁଏ; ସେଗୁଡ଼ିକୁ ମଧ୍ୟ ମୂଲ୍ୟ ବୋଲି କୁହାଯାଏ । ହୀରା ମୋ

(୨)ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (2)----ମୂଲ୍ୟର ମାନକ ବିନ୍ଦୁ

 🌹🌹🌹🌹🌹🌹🌹🌹🌹  *ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (୨)*  💐💐💐💐💐💐💐💐💐  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ*  🌻🌻🌻🌻🌻🌻🌻🌻🌻 🌷 *ମୂଲ୍ୟର ମାନକ ବିନ୍ଦୁ* 🌷 🌹🌹🌹🌹🌹🌹🌹🌹🌹 ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ବିଭିନ୍ନ ମୂଲ୍ୟ କମ୍ ବା ବେଶି ଥାଏ । କେଉଁ ବ୍ୟକ୍ତି ପାଖରେ କେଉଁ ମୂଲ୍ୟ କେତେ ମାତ୍ରାରେ ଅଛି ତାହା କିପରି ମପା ଯାଇପାରିବ? ସମୁଦ୍ରରେ ଗତିପଥ ନିର୍ଣ୍ଣୟ ପାଇଁ ଧ୍ରୁବ-ତାରାର ସାହାଯ୍ୟ ନିଆଯାଏ । ଦୂରତ୍ୱ ମାପିବା ପାଇଁ ମିଟର, ମିଲିମିଟର, ସେଣ୍ଟିମିଟର, ଇଞ୍ଚ , ଗଜ ଆଦି ମାନକ ବ୍ୟବହାର କରାଯାଏ । ଭୂଗୋଳରେ ସ୍ଥାନ ନିରୂପଣ ପାଇଁ ଅକ୍ଷାଂଶ ଓ ଦ୍ରାଘିମା ରେଖାର ପରିକଳ୍ପନା କରାଯାଇଛି । ସେହିପରି ମନୁଷ୍ୟର ମୂଲ୍ୟ ବା ଗୁଣ ମାପିବା ପାଇଁ ‘କଳା’ (Degree) ମାନକର ବ୍ୟବହାର ପ୍ରଚଳିତ । ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ନର ଓ ନାରୀ ମଧ୍ୟରେ ସତ୍ୟଯୁଗୀୟ ଶ୍ରୀ ନାରାୟଣ ଓ ଶ୍ରୀ ଲକ୍ଷ୍ମୀଙ୍କୁ ସର୍ବଶ୍ରେଷ୍ଠ ସ୍ବୀକାର କରି ସେମାନଙ୍କୁ ସର୍ବୋଚ୍ଚ ୧୬କଳା (16 Degree) ସମ୍ପନ୍ନ ବୋଲି ବର୍ଣ୍ଣନା କରାଯାଇଛି । ଏହି କ୍ରମରେ ତ୍ରେତାଯୁଗୀୟ ଶ୍ରୀରାମ ଶ୍ରୀ ସୀତାଙ୍କୁ ୧୪କଳା ସମ୍ପନ୍ନ ବୋଲି କୁହାଯାଇଛି । ଅମାବାସ୍ୟା ପରଠାରୁ ପ୍ରତି ରାତ୍ରୀରେ ଚନ୍ଦ୍ରମାର ପ୍ରକାଶ ୧କଳା ଲେଖାଏଁ ବଢ଼ି ପୂର୍ଣ୍ଣମୀ ଦିନ ସମ୍ପୂର୍ଣ୍ଣ ୧୬କଳା ସମ୍ପନ୍ନ ହୁଏ । ମନୁଷ୍ୟର ବ୍ୟକ୍ତିତ୍ୱର ବିକାଶ  (Human R

(୧)ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (1)--ମୂଲ୍ୟ କଣ?

 🌼🌼🌼🌼🌼🌼🌼🌼🌼 *ମୂଲ୍ୟ ଏବଂ ଆଧ୍ୟାତ୍ମିକ ଶିକ୍ଷା (୧)*  🌸🌸🌸🌸🌸🌸🌸🌸🌸  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର , ପାଟଣାଗଡ*  🌺🌺🌺🌺🌺🌺🌺🌺🌺     💮 *ମୂଲ୍ୟ କଣ?* 💮 ❤️❤️❤️❤️❤️❤️❤️❤️❤️ ମନୁଷ୍ୟ ଯେଉଁ ବସ୍ତୁକୁ ଯେମିତି ଲାଭକାରୀ, ଜରୁରୀ ଏବଂ ମହତ୍ତ୍ବପୂର୍ଣ୍ଣ ମନେ କରେ ତା’ ପାଇଁ ସେହି ବସ୍ତୁ ସେତିକି ‘ମୂଲ୍ୟବାନ’ ହୁଏ । ସାଧାରଣତଃ କ୍ରୟ  ଓ ବିକ୍ରୟ ପାଇଁ ଆବଶ୍ୟକ ଧନରାଶି ଦ୍ୱାରା କୌଣସି ବସ୍ତୁର ମୂଲ୍ୟ ନିରୂପିତ ହୁଏ ।ଏତଦ୍ବ୍ୟତୀତ କୌଣସି ବସ୍ତୁର ପ୍ରାପ୍ତି   ଓ କୌଣସି କାର୍ଯ୍ୟର ସଫଳତା ତଥା କୌଣସି  ଲକ୍ଷ୍ୟ ପ୍ରାପ୍ତି ପାଇଁ ଆବଶ୍ୟକ ପରିଶ୍ରମକୁ ମଧ୍ୟ ମୂଲ୍ୟ କୁହାଯାଏ । କୌଣସି ବସ୍ତୁର ମୂଲ୍ୟ ପ୍ରାପ୍ତି ପାଇଁ ଆବଶ୍ୟକ ପରିଶ୍ରମକୁ ମଧ୍ୟ ମୂଲ୍ୟ କୁହାଯାଏ । କୌଣସି ବସ୍ତୁର ମୂଲ୍ୟ ନିର୍ଦ୍ଧାରଣ ସମୟରେ ତା’ର ‘ଗୁଣବତ୍ତା’, ‘ଲାଭକାରିତା’, ଉପଯୋଗିତା ଆଦି ବିଚାରକୁ ନିଆଯାଏ । ଯେଉଁ ବସ୍ତୁ ବା ପଦାର୍ଥ ପ୍ରାପ୍ତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡେ ଏବଂ ଯାହା ଦୁର୍ଲଭ୍ୟ ତଥା ଯାହା ବ୍ୟକ୍ତି ପାଇଁ ଅତ୍ୟନ୍ତ ଆବଶ୍ୟକ ବା ଉପଯୋଗୀ ତା’ର ମୂଲ୍ୟ ଅଧିକ ହୁଏ । ଏହାର ବିପରୀତ ଯେଉଁ ବସ୍ତୁ ବିନା ପରିଶ୍ରମରେ ପର୍ଯ୍ୟାପ୍ତ ପରିମାଣରେ ସହଜଲଭ୍ୟ ଓ ବିଶେଷ ଉପଯୋଗୀ ନୁହେଁ ତା’ର କୌଣସି ମୂଲ୍ୟ ନ ଥାଏ ବା କମ୍ ମୂଲ୍ୟ ଥାଏ । ସଂପ୍ରତି ସର୍ବତ୍ର ମାନବ ସମାଜର ନୈତିକ, ସାମାଜିକ ଓ ଆଧ୍ୟ

ଜ୍ଞାନ ନିର୍ଝର (୪୪) ------ଆଧ୍ୟାତ୍ମିକ କ୍ରାନ୍ତି

🌹🌹🌹🌹🌹🌹🌹🌹🌹 💮 *ଜ୍ଞାନ ନିର୍ଝର (୪୪)* 💮 🌹🌹🌹🌹🌹🌹🌹🌹🌹  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌻🌻🌻🌻🌻🌻🌻🌻🌻  🌼 *ଆଧ୍ୟାତ୍ମିକ କ୍ରାନ୍ତି* 🌼 🌺🌺🌺🌺🌺🌺🌺🌺🌺 ବିଶ୍ୱ ଇତିହାସର ପୃଷ୍ଠା ଓଲଟାଇଲେ ଆମେ ଦେଖିବାକୁ ପାଇବା ଯେ ଯେତେବେଳେ ମାନବ ସମାଜ କୌଣସି ସଂକଟ ଓ ଅଶାନ୍ତିର ସମ୍ମୁଖୀନ ହୋଇଛି ସେତେବେଳେ କେହି ଜଣେ ମହାମାନବ ଅଗ୍ରଣୀ ଭୂମିକା ନିର୍ବାହ ପୂର୍ବକ ଜନ ସମୂହକୁ ପରିସ୍ଥିତିର ମୁକାବିଲା ପାଇଁ ନୂତନ ଦିଗ୍ଦର୍ଶନ ଦେଇ ଆସିଛନ୍ତି । ଆବଶ୍ୟକତା ଆବିଷ୍କାରର ଜନନୀ । ବୈଜ୍ଞାନିକ ଆବିଷ୍କାର ଗୁଡ଼ିକର ପୃଷ୍ଠଭୂମି ପର୍ଯ୍ୟାଲୋଚନା କଲେ ଉପର୍ଯ୍ୟୁକ୍ତ ଉକ୍ତିର ସତ୍ୟତା ପ୍ରମାଣିତ ହୁଏ । ମାନବ ସମାଜ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ସହିତ ସୁଖ, ଶାନ୍ତି ଓ ସମୃଦ୍ଧି ଆନୟନ ପାଇଁ କରାଯାଇଥିବା ବା କରାଯାଉଥିବା ପ୍ରୟାସକୁ ‘କ୍ରାନ୍ତି’ ବୋଲି ନାମିତ କରାଯାଇଥାଏ । ସଂସାରରେ ବିଭିନ୍ନ ସମୟରେ ଅନେକ କ୍ରାନ୍ତି ଦେଖା ଦେଇଛି । ଏହାଦ୍ୱାରା ମାନବ ସମାଜରେ ସାମୟିକ ପରିବର୍ତ୍ତନ ଆସିଥିଲେ ମଧ୍ୟ କ୍ରାନ୍ତିର ମୂଳ ଲକ୍ଷ୍ୟ ‘ଶାନ୍ତି’ ପ୍ରତିଷ୍ଠା ହୋଇ ପାରି ନାହିଁ । ପ୍ରଦତ୍ତ ଦୃଷ୍ଟାନ୍ତଗୁଡ଼ିକୁ ଅନୁଧ୍ୟାନ କଲେ ଏକଥା ସ୍ପଷ୍ଟ ବୁଝି ହେବ ।  ସୋଭିଏତ ଋଷରେ ଶ୍ରମିକମାନଙ୍କ କଲ୍ୟାଣ କାମନା କରି ପ୍ରସିଦ୍ଧ ‘ଲୋହିତ କ୍ରାନ୍ତି’ର ସୂତ୍ରପାତ ହୋଇଥିଲା । ଏହାର ପରିଣାମସ୍ବରୂପ ସେଠାରେ ସାମ୍ୟବ

ଜ୍ଞାନ ନିର୍ଝର (୪୩) ---ସଂକଳ୍ପ ଶକ୍ତି

🌸🌸🌸🌸🌸🌸🌸🌸🌸  💮 *ଜ୍ଞାନ ନିର୍ଝର (୪୩)* 💮 🌷🌷🌷🌷🌷🌷🌷🌷🌷  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌺🌺🌺🌺🌺🌺🌺🌺🌺 🌼  *ସଂକଳ୍ପ ଶକ୍ତି* 🌼 🌻🌻🌻🌻🌻🌻🌻🌻🌻 ଆମେ ସ୍ଥୂଳତଃ ସଂସାରକୁ ଯେପରି ଦେଖୁ ବାସ୍ତବରେ ତାହା ନୁହେଁ । ଏହା ଶକ୍ତିର ସ୍ଥୂଳ ରୂପ ଅଟେ । ବିଜ୍ଞାନ ଅନୁସାରେ ସଂସାର ହେଉଛି ଶକ୍ତି ସ୍ୱରୂପ । ସମ୍ପୂର୍ଣ୍ଣ ଦୁନିଆର ସୂକ୍ଷ୍ମ ପ୍ରକମ୍ପନଗୁଡିକୁ ଦେଖିପାରୁଥିବା କୌଣସି ଯନ୍ତ୍ରରେ ଯଦି ଦେଖାଯାଏ ତେବେ ପ୍ରକାଶ ତରଙ୍ଗ ବ୍ୟତୀତ ଆଉ କିଛି ଦେଖାଯିବ ନାହିଁ । ସେତେବେଳେ ଆମକୁ ଏ ସଂସାର ସ୍ୱପ୍ନବତ୍ ମନେ ହେବ । ଯେଉଁ ପ୍ରକମ୍ପନ ସମୁହରେ ଏହି ସଂସାର ନିର୍ମିତ ତା’ଠାରୁ ମଧ୍ୟ ଅତି ସୂକ୍ଷ୍ମ ପ୍ରକାଶ ତରଙ୍ଗଗୁଡ଼ିକ ଦ୍ୱାରା ସୂକ୍ଷ୍ମଲୋକର ପ୍ରକୃତି ଗଠିତ । ଏହି ଭୌତିକ ସଂସାରରେ କୌଣସି ନିର୍ମାଣ ପାଇଁ ଯେଉଁ କ୍ରିୟାଶକ୍ତିର ଆବଶ୍ୟକତା ପଡେ ତାହା ଅତି ସ୍ଥୂଳ ପରମାଣୁ ସମୂହ ସମ୍ପନ୍ନ ପ୍ରକୃତିର ସଂସାର ଅଟେ । ସୂକ୍ଷ୍ମ ଲୋକର ପ୍ରକୃତି ଓ ତତ୍ତ୍ବ ଏତେ ସୂକ୍ଷ୍ମ ଯେ ସେଠାରେ କେବଳ ସଂକଳ୍ପ ଶକ୍ତି ଦ୍ୱାରା ସବୁକିଛି ନିର୍ମାଣ ହୋଇଯାଏ । ଆମର ମନସ୍ତତ୍ତ୍ବ ସେହି ଅତି ସୂକ୍ଷ୍ମ ତତ୍ତ୍ବ ବା ତରଙ୍ଗ ଦ୍ୱାରା ପ୍ରଭାବିତ ହୋଇଥାଏ । ସେଥିପାଇଁ ଯଦି କେହି ସେହି ଜଗତରେ ପ୍ରବେଶ କରି ସ୍ୱୀୟ ସଂକଳ୍ପ ଶକ୍ତିର ପ୍ରୟୋଗ ଏହି ଭୌତିକ ସଂସାରରେ କରେ ତେବେ ତାର ପ୍ରଭାବ ଅତ୍ୟଧିକ ଶକ୍ତିଶାଳୀ ହୋଇ

ଜ୍ଞାନ ନିର୍ଝର (୪୨) ---କର୍ମର କାର୍ଯ୍ୟକାରଣ ସିଦ୍ଧାନ୍ତ

🌻🌻🌻🌻🌻🌻🌻🌻🌻  🌼 *ଜ୍ଞାନ ନିର୍ଝର (୪୨)* 🌼 🌹🌹🌹🌹🌹🌹🌹🌹 ଡାକ୍ତର ସୁଧାଂଶୁ ଶେଖର,ମିଶ୍ର, ପାଟଣାଗଡ 🌺🌺🌺🌺🌺🌺🌺🌺🌺     *କର୍ମର କାର୍ଯ୍ୟକାରଣ ସିଦ୍ଧାନ୍ତ*  🌸🌸🌸🌸🌸🌸🌸🌸🌸 ପ୍ରାରବ୍ଧ କର୍ମ, କ୍ରିୟମାଣ କର୍ମ ଓ ସଞ୍ଚିତ କର୍ମ - ଏହି ପ୍ରକାର ଆମର କର୍ମ ତିନି ପ୍ରକାର । ପୂର୍ବଜନ୍ମରେ କରିଥିବା କର୍ମର ପରିଣାମ ବେଳେବେଳେ ଇହଜନ୍ମରେ ଭୋଗ କରିବାକୁ ପଡିଥାଏ । ଏହା ଭଲ ବା ମନ୍ଦ ଉଭୟ ସ୍ୱରୂପରେ ପ୍ରାପ୍ତ ହୋଇଥାଏ । ଏଥିପାଇଁ କେହି କେହି ଜନ୍ମରୁ ସୁଖ, ଶାନ୍ତି ଓ ସମୃଦ୍ଧିପୂର୍ଣ୍ଣ ଜୀବନ ବିତାଉଥିବା ବେଳେ କେତେକ ଦାରିଦ୍ର୍ୟର କଷାଘାତରେ ପୀଡିତ ହୋଇ ଦୁଃଖପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ଏହି ଜନ୍ମରେ ସତ୍ୟ ଓ ନ୍ୟାୟ ପଥରେ ଚାଲି ମଧ୍ୟ କେତେକ ବିନା ଦୋଷରେ ଲାଞ୍ଛିତ ଓ ଦଣ୍ଡିତ ହୋଇଥାନ୍ତି । ଏହା ହେଉଛି ପ୍ରାରବ୍ଧ କର୍ମର ପରିଣାମ । ବେଳେ ବେଳେ ପୁରୁଷାର୍ଥ ଦ୍ୱାରା ମଧ୍ୟ ଏହି କର୍ମଫଳକୁ ଏଡାଇ ହୁଏ ନାହିଁ । ସାହସ ଓ ଧୈର୍ଯ୍ୟ ସହିତ ଏହାକୁ ଭୋଗ କରି ସମାପ୍ତ କରିବାକୁ ପଡେ । ବର୍ତ୍ତମାନ ଯେଉଁ କର୍ମ ଆମ ଦ୍ୱାରା ସମ୍ପାଦିତ ହେଉଛି, ତାହା କ୍ରିୟମାଣ କର୍ମ । ଏଥିରେ କିଛି ଆମର ପ୍ରାରବ୍ଧ କର୍ମ ମଧ୍ୟ ଥାଏ । ଏହା ସମ୍ପାଦନ କରିବା ପରେ ତତ୍କ୍ଷଣାତ୍ ସମାପ୍ତ ହୋଇଯାଏ । କିଛି କର୍ମ ଭବିଷ୍ୟତ ପାଇଁ ସଞ୍ଚିତ ହୋଇରହିଯାଏ । ଏହି ସଞ୍ଚିତ କର୍ମ ଆଗାମୀ ଜନ୍ମରେ ପ୍ରାରବ୍ଧ ରୂପେ ଭୋଗିବାକୁ ପଡ

ଜ୍ଞାନ ନିର୍ଝର (୪୧) --- ଅଚେତନ ଅଭ୍ୟାସ

💐💐💐💐💐💐💐💐💐     🌺 *ଜ୍ଞାନ ନିର୍ଝର (୪୧)* 🌺 🌸🌸🌸🌸🌸🌸🌸🌸🌸  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌷🌷🌷🌷🌷🌷🌷🌷🌷  🌼 *ଅଚେତନ ଅଭ୍ୟାସ* 🌼 🌻🌻🌻🌻🌻🌻🌻🌻🌻 ବୃତ୍ତି, ଭାବ ଓ ଅଚେତନ ଭାବରେ କର୍ମେନ୍ଦ୍ରିୟ ଦ୍ୱାରା ବାରମ୍ବାର କ୍ରିୟାନ୍ୱିତ କୌଣସି କର୍ମର ପୁନରାବର୍ତ୍ତନ ହେଉଛି ଅଭ୍ୟାସ । ଯେତେବେଳେ ବ୍ୟକ୍ତି ଆଦର୍ଶ ଚାରିତ୍ରିକ ବିଶେଷତାର ନିର୍ଦ୍ଧାରିତ ମାନଦଣ୍ଡ ଭଙ୍ଗ କରେ ସେତେବେଳେ ତା ମଧ୍ୟରେ ଦୁର୍ଗୁଣ ଓ ତ୍ରୁଟିପୂର୍ଣ୍ଣ ଚରିତ୍ର ଅର୍ଥାତ୍ ବ୍ୟସନ, ଅପରାଧିକ ପ୍ରବୃତ୍ତି ଏବଂ ମର୍ଯ୍ୟାଦାହୀନ ଆଚରଣ ଆଦି ଅଭ୍ୟାସ ରୂପରେ ବିକସିତ ହେବାକୁ ଲାଗେ । ଏହାର ପରିଣାମ ସ୍ବରୂପ ତା’ ମଧ୍ୟରେ ଆତ୍ମଗ୍ଳାନି, ନିରାଶା ଏବଂ ହୀନମନ୍ୟତା ବସା ବାନ୍ଧି ରହିଯାଏ । ସେ ଭାବିବାକୁ ଲାଗେ ଯେ ସେ ଏହି କୁଅଭ୍ୟାସରୁ କେବେହେଲେ ମୁକ୍ତ ହୋଇପାରିବ ନାହିଁ । ସେ ଅନେକ ବାର ବ୍ୟର୍ଥର ଚକ୍ରିୟ ଶୃଙ୍ଖଳାରେ ବାନ୍ଧି ହୋଇ ଜୀବନକୁ ବ୍ୟର୍ଥରେ ଅତିବାହିତ କରୁଥାଏ । ଏହି ଅଚେତନ ଅଭ୍ୟାସକୁ ଭାଙ୍ଗିବା ପାଇଁ ବ୍ୟକ୍ତିକୁ ଦୃଢ଼ ସଂକଳ୍ପବାନ ହେବା ନିତାନ୍ତ ଜରୁରୀ । ଯାନ୍ତ୍ରିକ ଜୀବନର ଅର୍ଥ ହେଉଛି ସଂସ୍କାର ଗତ ବା ଅଭ୍ୟାସର ବଶୀଭୂତ ହେବା । ଇଚ୍ଛା ନ ଥାଇ ବି ସେହି ସଂକଳ୍ପ ବା କର୍ମଗୁଡ଼ିକୁ ବାରମ୍ବାର ଦୋହରାଇବା । ଅନ୍ୟ ଅର୍ଥରେ ଦାସତ୍ୱ ଜୀବନ ଜିଇଁବା । ଉଦାହରଣ ସ୍ବରୂପ କୌଣସି ବିଶେଷ କ୍ଷଣ ବା କଥାରେ

ଜ୍ଞାନ ନିର୍ଝର (୪୦) ---- ସଂଯମ

 🌹🌹🌹🌹🌹🌹🌹🌹🌹      🌻 *ଜ୍ଞାନ ନିର୍ଝର (୪୦)* 🌻 🌹🌹🌹🌹🌹🌹🌹🌹🌹  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌷🌷🌷🌷🌷🌷🌷🌷🌷         🌼 *ସଂଯମ* 🌼 🌻🌻🌻🌻🌻🌻🌻🌻🌻 ଚରିତ୍ରବାନ୍ ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ନିର୍ମାଣ ପାଇଁ କଠୋର ଆତ୍ମ-ଅନୁଶାସନ ଆବଶ୍ୟକ । ଜୀବନରେ ସମୟ ପ୍ରତି ସମୟ ଉଠୁଥିବା ଆନ୍ତରିକ ଆବେଗ ସଂବେଗ ଉପରେ ଯଦି ଆମର ସଂଯମ ନାହିଁ, ତେବେ ସଫଳତା ପ୍ରାପ୍ତି ଅସମ୍ଭବ । ସଂଯମ ଅର୍ଥାତ୍ ସମ୍ୟକ ନିୟନ୍ତ୍ରଣ । ଆତ୍ମ ଅନୁଶାସନର ଶାଳୀନତା ହେଉଛି ସଂଯମ । ନକାରାତ୍ମକ ପରିସ୍ଥିତିରେ ମଧ୍ୟ ବ୍ୟକ୍ତିର ସକାରାତ୍ମକ ଚିନ୍ତନ ହେବା ଆବଶ୍ୟକ । ଯଦି ଜୀବନରେ କେହି ସଫଳତା ପ୍ରାପ୍ତ କରିବାକୁ ଚାହେଁ ତେବେ ତାକୁ ଦୃଢତା ପୂର୍ବକ ଆଗେଇ ଯିବାକୁ ହେବ । ସଫଳ ଜୀବନ ଅର୍ଥ ହେଉଛି କର୍ମ-ଗଙ୍ଗାର ଦିବ୍ୟ ସ୍ୱଚ୍ଛ ଓ ନିର୍ମଳ ଧାରାର ପ୍ରବାହ ଶାଶ୍ୱତ ପ୍ରେମ ଓ ଶାଶ୍ୱତ ନିୟମ ରୂପକ ଉଭୟ ତଟର ମର୍ଯ୍ୟାଦା ମଧ୍ୟରେ କଳ-କଳ, ଛଳ-ଛଳ ମଧୁର ନାଦ ଗୁଞ୍ଜନ କରି ପ୍ରବାହିତ ହେବା । କିନ୍ତୁ ଜୀବନରେ କର୍ମ ରୂପୀ ବିଶାଳ ସମରାଙ୍ଗନରେ ସେହି ମନୁଷ୍ୟ ପୂର୍ଣ୍ଣ ସଫଳତା ପ୍ରାପ୍ତ ହୋଇପାରେ ଯିଏ ଜିତେନ୍ଦ୍ରିୟ ଅଟେ, ଯିଏ ଯଥାର୍ଥ ବିବେକ ବୁଦ୍ଧିର ବିକାଶ ଦ୍ୱାରା ଜୀବନରେ ସ୍ୱୀୟ ସଂଯମର କେନ୍ଦ୍ର ସ୍ଥାପନ କରିପାରିଛି । ଯିଏ ଜୀବନରେ ତେଜସ୍ବିତାର ଶିଖର କିମ୍ବା ମହାନତାର ଲକ୍ଷ୍ୟ ପ୍ରାପ୍ତି କରିବାକୁ  ଇଚ୍ଛୁକ, ତ

ଜ୍ଞାନ ନିର୍ଝର (୩୯) ---ମନ ଉପରେ ନିୟନ୍ତ୍ରଣ

 🌸🌸🌸🌸🌸🌸🌸🌸🌸 🌼 *ଜ୍ଞାନ ନିର୍ଝର (୩୯)* 🌼 🌸🌸🌸🌸🌸🌸🌸🌸🌸  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌻🌻🌻🌻🌻🌻🌻🌻🌻    *ମନ ଉପରେ ନିୟନ୍ତ୍ରଣ*  🌺🌺🌺🌺🌺🌺🌺🌺🌺 ସମସ୍ତ ଭୌତିକ ଓ ଆଧ୍ୟାତ୍ମିକ ଉପଲବ୍ଧିର ଆଧାର ହେଉଛି ମାନସିକ ଶକ୍ତି ତେଣୁ ମନ ଉପରେ ନିୟନ୍ତ୍ରଣ ରଖିବା ଅତ୍ୟାବଶ୍ୟକ ଅଟେ । ମନ ଉପରେ ନିୟନ୍ତ୍ରଣ ରଖିଥିବା ବ୍ୟକ୍ତି ଯାହା ଇଚ୍ଛା ତାହା ପ୍ରାପ୍ତ କରିପାରନ୍ତି । ମନକୁ ନିଜ ଦାସ ରୂପେ ରଖିଥିବା ବ୍ୟକ୍ତି ପାଇଁ ଏହି ସଂସାରରେ ଅସମ୍ଭବ ବୋଲି କିଛି ନାହିଁ । ଦୁର୍ବଳ ମନା ବ୍ୟକ୍ତି ଲକ୍ଷ୍ୟ ପୂର୍ତ୍ତି କରିପାରନ୍ତି ନାହିଁ । ତେଣୁ ମନର ଦାସ ନୁହେଁ, ମନର ମାଲିକ ବନିବା ଆବଶ୍ୟକ । ଦ୍ୱିତୀୟତଃ ମନକୁ ଶକ୍ତିଶାଳୀ କରିବା ଉଚିତ । ଏଥିପାଇଁ ମନରେ ଥିବା ସମସ୍ତ ଆବିଳତାକୁ ଦୂରକରି ନିର୍ମଳ କରିବାକୁ ହେବ । ମନ ଶକ୍ତିଶାଳୀ ହେଲେ ବ୍ୟକ୍ତି ଅତ୍ୟନ୍ତ କଠିଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିବାକୁ ସକ୍ଷମ ହୋଇପାରେ । କିନ୍ତୁ ସମ୍ପ୍ରତି ମନୁଷ୍ୟ ମନର ଦାସ ହୋଇପଡିଛି । କାରଣ ମନର ଶକ୍ତିକୁ ପ୍ରୟୋଗ କରୁଥିବା ସତ୍ତା ବିଷୟରେ ସେ ଅନଭିଜ୍ଞ । ସେହି ସତ୍ତାକୁ ଅନୁଭବ ନ କରିବା ସମସ୍ତ ମନୁଷ୍ୟ ସମ୍ପନ୍ନ ଓ ସମ୍ପୂର୍ଣ୍ଣ ଆଦର୍ଶ ଚରିତ୍ର ନିର୍ମାଣ କରିପାରିବ ନାହିଁ । ସେହି ସତ୍ତାର ନାମ ‘ଆତ୍ମା’ । ସେ ହେଉଛି ଆମ ଶରୀର ଓ ମନର ମାଲିକ ଓ ପରମ ପିତା ପରମାତ୍ମାଙ୍କ ଅମର ସନ୍ତାନ । ଆତ୍ମା, ଯେପର

ଜ୍ଞାନ ନିର୍ଝର (୩୮) ----ବ୍ୟବହାରିକ ଜୀବନରେ ସନ୍ତୁଳନ

🌹🌹🌹🌹🌹🌹🌹🌹🌹 🌼 *ଜ୍ଞାନ ନିର୍ଝର (୩୮)* 🌼 🌷🌷🌷🌷🌷🌷🌷🌷🌷  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*   🌺🌺🌺🌺🌺🌺🌺🌺🌺  *ବ୍ୟବହାରିକ ଜୀବନରେ* *ସନ୍ତୁଳନ* 🌻🌻🌻🌻🌻🌻🌻🌻🌻 ଅନେକ ଲୋକ ସାମାନ୍ୟ କଥାରେ କ୍ରୋଧିତ ହୋଇ ନିଜ କାମକୁ ବିଗାଡି ଦିଅନ୍ତି । ଏପରି ବ୍ୟକ୍ତିଙ୍କୁ ଲୋକେ କ୍ରୋଧୀ ମନେ କରି ଉପେକ୍ଷା କରନ୍ତି । ବାଞ୍ଛିତ ପରିଣାମର ଅଭାବରେ କେହି କେହି ଚିଡ୍ଚିଡା ଭାବ ପ୍ରକାଶ କରି ଅବାଞ୍ଛିତ ଭୁଲ କରିବସନ୍ତି । ଅନ୍ୟର ସଫଳତା ଦେଖି କେତେକ ଲୋକ ଈର୍ଷ୍ୟା ବଶତଃ ଆତ୍ମଦାହ ଅନୁଭବ କରନ୍ତି । ଅନେକେ ମାନସିକ ଖିନ୍ନତା ବା ଚିନ୍ତା ଗ୍ରସ୍ତ ହୋଇ ନିରାଶା ପୂର୍ଣ୍ଣ ଜୀବନ ଯାପନ କରୁଥିବା ଦେଖାଯାଏ । କେବଳ ସାଧାରଣ ଲୋକ ନୁହନ୍ତି, ସମାଜରେ ପ୍ରତିଷ୍ଠା ଓ ଗୌରବ ଅର୍ଜନ କରିଥିବା ବ୍ୟକ୍ତିଗଣ ମଧ୍ୟ ଦୁର୍ଦ୍ଧାନ୍ତ ଶତ୍ରୁ କ୍ରୋଧର ଶିକାର ହୋଇ ଭୟଙ୍କର ଭୁଲ କରି ବସନ୍ତି । ଏହାର ପରିଣାମ ସ୍ବରୂପ ରାଷ୍ଟ୍ରୀୟ କାରାଗାର, ବାଳ ସୁଧାର ଗୃହ, ପାଗଳଖାନାରେ ପ୍ରାୟତଃ କ୍ଷଣିକ ଆବେଗ ବଶତଃ ଆବେଶିତ ହୋଇ ହତ୍ୟା ଆଦି ଜଘନ୍ୟ କର୍ମ ହେତୁ ଜୀବନବ୍ୟାପୀ ନିଜ ସ୍ୱତନ୍ତ୍ରତା ହରାଇ ପଶ୍ଚାତ୍ତାପ ଅନଳରେ ଦଗ୍ଧିଭୂତ ଦେଉଥାନ୍ତି । ସାମାନ୍ୟ ଧୈର୍ଯ୍ୟ ଅଭାବରେ ଅନେକ ବର୍ଷର ଚିର ପ୍ରତୀକ୍ଷିତ ଲକ୍ଷ୍ୟର ଦ୍ୱାର ଦେଶରେ ଉପନୀତ ହୋଇ ମଧ୍ୟ ଏହି କ୍ରୋଧ ରୂପକ ଶତ୍ରୁ ଦ୍ୱାରା ଆକ୍ରାନ୍ତ ହେତୁ ନିଜର ସବୁକିଛି ହରାଇ ବସନ

ଜ୍ଞାନ ନିର୍ଝର (୩୭) ---ସ୍ୱ ମୂଲ୍ୟାଙ୍କନ

🌹🌹🌹🌹🌹🌹🌹🌹🌹 🌻 *ଜ୍ଞାନ ନିର୍ଝର (୩୭)* 🌻 🌸🌸🌸🌸🌸🌸🌸🌸🌸  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*   🌸🌸🌸🌸🌸🌸🌸🌸🌸  🌼   *ସ୍ୱ ମୂଲ୍ୟାଙ୍କନ* 🌼 🌺🌺🌺🌺🌺🌺🌺🌺🌺 ମନୁଷ୍ୟ ସ୍ବଭାବ ବଡ ବିଚିତ୍ର । ପାଖରେ ଥିବା ବସ୍ତୁର ସେ ଖାତିର କରେ ନାହିଁ । ହାତରୁ ଯାହା ଖସିଯାଏ, ତାହା ପ୍ରତି ତା’ର ବଡ ଆକର୍ଷଣ ରହେ । ଯାହା ତାକୁ ପ୍ରାପ୍ତ ହୋଇଛି ସେଥିରେ ସେ ସନ୍ତୁଷ୍ଟ ନୁହେଁ, ଯାହା ତାହା ପାଖରେ ନାହିଁ ସେଥିପ୍ରତି ତା’ ମନ ଆକର୍ଷିତ ହେଉଥାଏ । ନିଜର ସୁଖ ତାକୁ ଦିଶେ ନାହିଁ । ଅନ୍ୟର ସୁଖ ଦେଖି ତା’ ମନରେ ଇର୍ଷା ଜାତ ହୁଏ । ଅନ୍ୟର ଦୁଃଖ କେହି ଦେଖନ୍ତି ନାହିଁ । ନିଜ ନିଜ ଦୁଃଖ ସମସ୍ତେ ଦେଖନ୍ତି । ଏହି ଚକ୍ରରେ ଜୀବନର ଶାନ୍ତି ନଷ୍ଟ ହୋଇଯାଏ । ଏକ ଶାଶ୍ୱତ ଅତୃପ୍ତି ଓ ଚିର ଅସନ୍ତୋଷ ମନରେ ବସା ବାନ୍ଧି ରହିଯାଏ । ଏହାହିଁ ସମସ୍ତ ଦୁଃଖର କାରଣ ଅଟେ । ମନରେ ଶାନ୍ତି ଓ ସନ୍ତୋଷ ପ୍ରାପ୍ତ କରିଥିବା ବ୍ୟକ୍ତି ହିଁ ପ୍ରକୃତ ଜୀବନ ବେତ୍ତା । ତା’ ପାଖରେ ଧନ-ସମ୍ପତ୍ତି ଓ ଭୋଗ୍ୟ ବସ୍ତୁ ଥାଉ ବା ନଥାଉ ସେହିଁ ଜୀବନ ସଂଗ୍ରାମର ବିଜେତା ଅଟେ । ମନର ଶାନ୍ତି ଯଦି ନ ରହେ ତେବେ ସମସ୍ତ ସୁଖ ଓ ବୈଭବ ଥାଇ ମଧ୍ୟ ମନୁଷ୍ୟ ଏକ ପରାଧିନ ବ୍ୟକ୍ତି ସଦୃଶ ଅସନ୍ତୁଷ୍ଟ ଓ ଅସୁଖୀ ଅଟେ । ଜୀବନର ସମସ୍ତ ଧର୍ମ, ଆତ୍ମଜ୍ଞାନ ଓ ନୀତିଶାସ୍ତ୍ରର ଏକମାତ୍ର ଧ୍ୟେୟ ହେଉଛି ମନର ଶାନ୍ତି ପ୍ରାପ୍ତି ପାଇଁ ମନୁଷ୍ୟକୁ

ଜ୍ଞାନ ନିର୍ଝର (୩୬)----ଯେପରି ବୃତ୍ତି ସେପରି ଦୃଷ୍ଟି

 💐💐💐💐💐💐💐💐💐    🌼     *ଜ୍ଞାନ ନିର୍ଝର (୩୬)* 🌼 🌹🌹🌹🌹🌹🌹🌹🌹🌹  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌺🌺🌺🌺🌺🌺🌺🌺🌺  *ଯେପରି ବୃତ୍ତି ସେପରି ଦୃଷ୍ଟି*  🌷🌷🌷🌷🌷🌷🌷🌷🌷 ଜଣେ ଅନ୍ଧ ବ୍ୟକ୍ତି ଧ୍ୱନି ଓ ସ୍ପର୍ଶ ଦ୍ୱାରା କୌଣସି ବସ୍ତୁକୁ ଚିହ୍ନିବାକୁ ପ୍ରୟାସ କରେ । କୌଣସି ବସ୍ତୁକୁ ସମ୍ପୂର୍ଣ୍ଣ ଜାଣିବା ପାଇଁ ଏହି ଆଧାର ଦ୍ୱୟ (ଧ୍ୱନି ଓ ସ୍ପର୍ଶ) ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ପ୍ରତ୍ୟକ୍ଷ ଦର୍ଶନ ଆବଶ୍ୟକ । ସୀମିତ ସୂଚନା ଆଧାରରେ କୌଣସି ବିଷୟ ପ୍ରତି ସର୍ବାଙ୍ଗୀନ ଦୃଷ୍ଟିକୋଣ ସମ୍ଭବ ନୁହେଁ । ବିଚାର ଓ ଭାବ ଅନୁସାରେ ବ୍ୟକ୍ତିର ଦୃଷ୍ଟିକୋଣ ନିର୍ମାଣ ହୋଇଥାଏ । ଯିଏ ଯେଉଁ ବୃତ୍ତି ସେ ନିଜ ଅନୁରୂପ ଜଗତକୁ ଦେଖିଥାଏ । ଉଦାତ୍ତ ଓ ମହାନ ବୃତ୍ତି ସମ୍ପନ୍ନ ବ୍ୟକ୍ତି ପାଇଁ ଏ ଜଗତ ସତ୍ୟମ୍, ଶିବମ୍ ଓ ସୁନ୍ଦରମ୍ ଅଟେ । ପ୍ରାଚୀନ କାଳରେ ଏହି ଦୃଷ୍ଟିକୋଣ ଆଧାରରେ ଋଷିଗଣ ଏକ ସ୍ୱସ୍ଥ ଓ ଉପଯୋଗୀ ସମାଜ ଗଠନ ପାଇଁ ବର୍ଣ୍ଣ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ବିଭିନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ବିକଶିତ ପ୍ରାକୃତିକ ଗୁଣ ଓ କ୍ଷମତାକୁ ସାମାଜିକ ଜୀବନରେ ବିନିଯୋଗ କରିବା ଥିଲା ଏହି ବ୍ୟବସ୍ଥାର ଆଧାର । ପକ୍ଷପାତ ଓ ଭେଦଭାବ ପୂର୍ଣ୍ଣ ସମାଜ ଗଠନ ପାଇଁ ଏହି ବର୍ଣ୍ଣ ବ୍ୟବସ୍ଥାର ନିର୍ମାଣ ହୋଇ ନ ଥିଲା । ଗୁଣ ଓ କର୍ମକୁ ଆଧାର କରି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର- ଏହି ଯେ

-ଜ୍ଞାନ ନିର୍ଝର (୩୫) -- ଏବେ ନୁହେଁ ତ କେବେ ନୁହେଁ

🌺🌺🌺🌺🌺🌺🌺🌺🌺     *ଜ୍ଞାନ ନିର୍ଝର (୩୫)*  🌹🌹🌹🌹🌹🌹🌹🌹🌹  *ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*   🌸🌸🌸🌸🌸🌸🌸🌸🌸  *ଏବେ ନୁହେଁ ତ କେବେ ନୁହେଁ*  🌼🌼🌼🌼🌼🌼🌼🌼🌼 ସଫଳତାର ଚମର ଶିଖରେ ପହଞ୍ଚିବାର କ୍ରାନ୍ତିକାରୀ ସୂତ୍ର ହେଉଛି “ଯାହା ଆସନ୍ତା କାଲି କରିବାକୁ ଚାହୁଁଛ ତାହା ଆଜି କର ଓ ଯେଉଁ କର୍ମ ଆଜି ପାଇଁ ରଖିଛ ତାହା ବର୍ତ୍ତମାନ କର ।”ଉଭୟ ଭୌତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଉପଲବ୍ଧି ପାଇଁ ଏହାଠାରୁ ଆଉ କୌଣସି ଶ୍ରେଷ୍ଠ ସୂତ୍ର ନାହିଁ । ଆମେ କୌଣସି କାର୍ଯ୍ୟର ସଂକଳ୍ପକୁ କାଲିକି କରିବି ବୋଲି ସ୍ଥଗିତ କରିଦେବା ଉଚିତ ନୁହେଁ, କାରଣ ମନୁଷ୍ୟ ଜୀବନ ଏକ  ଦୀର୍ଘ ସ୍ଥଗନ ଅଟେ । ଜଣେ ବ୍ୟକ୍ତିର ୨୦-୨୫ବର୍ଷ ପାଠ ପଢ଼ାରେ ବିତି ଯାଏ । ସେ ପ୍ରତିଦିନ ଚିନ୍ତାକରେ ଯେ ପାଠପଢ଼ି ଯେତେବେଳେ କୌଣସି ଯୋଗ୍ୟ ପଦ ପ୍ରାପ୍ତହେବ ତେବେ ଆରାମଦାୟକ ଜୀବନ ବିତାଇବ । କାଳାନ୍ତରେ ଯେତେବେଳେ ତାକୁ ତା’ର ଇପ୍ସିତ ପଦ ମିଳିଯାଏ ତେବେ ବିବାହ ଏବଂ ତଦୁପରାନ୍ତ ଭାବି ସନ୍ତାନ ସନ୍ତତିମାନଙ୍କ ସୁଖଦ ଭବିଷ୍ୟତ ବିଷୟରେ ଚିନ୍ତାକରେ ଓ ସେଥିପାଇଁ ଧନ ସଞ୍ଚୟରେ ଲାଗି ପଡେ । ତା’ର ଜୀବନ ପୁନଶ୍ଚ ୨୦-୨୫ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଯାଏ । ବର୍ତ୍ତମାନ ଏହା ବିଚାରଣୀୟ ଯେ ଜଣେ ବ୍ୟକ୍ତି ତାର ଜୀବନର ୪୦-୫୦ବର୍ଷ ବଞ୍ଚିବାର ପ୍ରତୀକ୍ଷାରେ ବିତାଇ ଦିଏ ।  ଏହି ଅବଧି ସେ ତା ମଧ୍ୟରେ ଜୀବନ ଯାପନ ପ୍ରତି ସ୍ଥଗିତ କର