Posts

Showing posts from May, 2017

ଆତ୍ମାର ସ୍ବଧର୍ମ ଓ ସ୍ବରୂପ

ଆତ୍ମାର ସ୍ବଧର୍ମ ଓ ସ୍ବରୂପ  ଆତ୍ମାର ସ୍ବଧର୍ମ ଶ୍ରେୟାନ୍ ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ବନୁଷ୍ଠିତାତ୍                    ସ୍ବଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହ ।ା ଗୀ ୩/୩୫ ।ା (ଅନ୍ୟର ଧର୍ମ ଯେତେ ଭଲ ଭାବରେ ଆଚରିତ ହେଉ ପଛକେ ତା’ଠାରୁ ନିଜ ଧର୍ମ ଗୁଣ ରହିତ ହେଲେ ମଧ୍ୟ ଶ୍ରେଷ୍ଠ ଅଟେ । ସ୍ବଧର୍ମରେ ସ୍ଥିତ ହୋଇ ମରିଯିବା ବରଂ ଭଲ, କାରଣ ଅନ୍ୟ ଧର୍ମ ଭୟ ପ୍ରଦାନକାରୀ ଅଟେ ।) ଶ୍ରେୟାନ୍ ସ୍ବଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ବନୁଷ୍ଠିତାତ୍ ।                       ସ୍ବଭାବ ନିୟତଂ କର୍ମ କୁର୍ବାନ୍ନା ପ୍ନୋରୋତି କିଲ୍ୱିଷମ୍ ।ା ଗୀ ୧୮/୪୭ ।ା (ଅନ୍ୟର ଉମ ଭାବରେ ଅନୁଷ୍ଠିତ ହୋଇଥିବା ଧର୍ମଠାରୁ ନିଜର ଗୁଣ ରହିତ ଧର୍ମ ମଧ୍ୟ ଶ୍ରେଷ୍ଠ ଅଟେ । କାହିଁକି ନା ସ୍ବଭାବ ଦ୍ୱାରା ନିୟତ ସ୍ବକର୍ମ କରିବା ହେତୁ ମନୁଷ୍ୟ ପାପକୁ ପ୍ରାପ୍ତ ହୁଏ ନାହିଁ ।) ଗୀତାରେ ଆତ୍ମା ଓ ଦେହର ପୃଥକତ୍ୱ ନିରୂପଣ କରାଯାଇଛି । ଏଠାରେ ସ୍ବଧର୍ମ ଅର୍ଥାତ ଆତ୍ମାର ଧର୍ମ ଏବଂ ପରଧର୍ମ ଅର୍ଥାତ ଦୈହିକ ଧର୍ମ ବୋଲି ଗ୍ରହଣ କରିବାକୁ ହେବ । ଅନ୍ୟଥା ଗୀତାର ପୂର୍ବାପର ଶ୍ଲୋକ ମଧ୍ୟରେ ସଙ୍ଗତି ରକ୍ଷା ହେବ ନାହିଁ । ଆମେ ଯେତେବେଳେ ନିଜକୁ ଶରୀର ବୋଲି ମନେ କରୁଁ ସେତେବେଳେ ଆମ ଭିତରେ ସ୍ତ୍ରୀ-ପୁରୁଷ, ଶତ୍ରୁ-ମିତ୍ର ଆଦି ଭେଦ ଉପôନ୍ନ ହୁଏ । ଦୈହିକ ସ୍ମୃତି ମନୁଷ୍ୟକୁ ଜାତି, ବର୍ଣ୍ଣ, ଧର୍ମ, ଲିଙ୍କ, ସଂପ୍ରଦାୟ,

ଆତ୍ମା ଆସିଛି କେଉଁଠୁ

ଆତ୍ମା ଆସିଛି କେଉଁଠୁ ଗୀତାର ବିଭିନ୍ନ ଶ୍ଳୋକରୁ ଜଣା ପଡେ ଯେ ଆତ୍ମା ଅବ୍ୟକ୍ତ ଲୋକରୁ ଆସେ (୮/୧୮) ଯାହାକୁ ବ୍ରହ୍ମ ନିର୍ବାଣ, ବ୍ରହ୍ମଭୂବନ, ବ୍ରହ୍ମଲୋକ, ପରମଧାମ ଅଥବା ବ୍ରହ୍ମଯୋନି ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ନିମ୍ନରେ କେତୋଟି ଶ୍ଳୋକର ଅବତାରଣା କରାଯାଇଛି । ଲଭନ୍ତେ ବ୍ରହ୍ମ ନିର୍ବାଣ ମୃଷୟଃ କ୍ଷୀଣ କଳ୍ମଷାଃ ।                             ଛିନ୍ନ ଦ୍ୱୈଧା ଯତାତ୍ମାନଃ ସର୍ବ ଭୂତ ହିତେ ରତାଃ ।ା ଗୀ ୫/୨୫ ।ା ଅନ୍ୱୟାର୍ଥ : କ୍ଷୀଣ କଳ୍ମଷାଃ = ଯେଉଁମାନେ ସମସ୍ତ ପାପରୁ ବିମୁକ୍ତ ; ଛିନ୍ନ ଦ୍ୱୈଧାଃ = ଯାହାଙ୍କର କୌଣସି ଦ୍ୱନ୍ଦ୍ୱ ଭାବ ନାହିଁ; ସର୍ବ ଭୂତ ହିତେରତାଃ = ସମସ୍ତ ଜୀବଙ୍କର ମଙ୍ଗଳ କର୍ମରେ ରତ;ଋଷୟଃ = ପରମାତ୍ମାଙ୍କ ସତ୍ୟ ସ୍ବରୂପ ଜାଣିଥିବା ପୁରୁଷ; ବ୍ରହ୍ମ ନିର୍ବାଣ = ଅବ୍ୟନ୍ତ ପରମ ଧାମକୁ ; ଲଭନ୍ତେ = ଲାଭ କରନ୍ତି । ଭାବାର୍ଥ ; ଯେଉଁମାନେ ସମସ୍ତ ପାପରୁ ବିମୁକ୍ତ, ଈଶ୍ୱରୀମ୍ଭ ଜ୍ଞାନ ପ୍ରାପ୍ତ ହେଲା ପରେ ଯେଉଁମାନଙ୍କର ସମସ୍ତ ସଂଶୟ ଦ୍ୱର ହୋଇଯାଇଛି ଏବଂ ସମସ୍ତ ଜୀବଙ୍କର ମଙ୍ଗଳ କର୍ମରେ ଯେଉଁମାନେ ସର୍ବଦା ବ୍ୟସ୍ତ, ଯେଉଁମାନେ ସର୍ବଦା ଆତ୍ମିକ ସ୍ଥିତିରେ ସ୍ଥିତ ରହନ୍ତି ଏପରି ପରମାତ୍ମାଙ୍କ ସତ୍ୟ ସ୍ବରୂପ ଜାଣିଥିବା ପୁରୁଷ ଅବ୍ୟକ୍ତ ପରମ ଧାମ ବା ନିର୍ବାଣ ଧାମକୁ ପ୍ରାପ୍ତ ହୁଅନ୍ତି । ଆବ୍ରହ୍ମ ଭୁବନାଲ୍ଲୋକାଃ ପୁନରାବର୍ତିନୋଽର୍ଜୁନ ।              

ଶରୀରରେ ଆତ୍ମାର ଅବସ୍ଥିତି

ଶରୀରରେ ଆତ୍ମାର ଅବସ୍ଥିତି ଅବ୍ୟକ୍ତୋଽୟମ ଅବିକାର୍ଯେ୍ୟାଽୟମ ଉଚ୍ୟତେ ।                           ତସ୍ମାତ୍ ଏବଂ ବିଦିତ୍ୱୈନଂ ନାନୁ ଶୋଚିତୁମ ଅର୍ହସି । (ାଗୀ ୨/୨୫ ।) ଅର୍ଥାତ୍ କୁହାଯାଇଛି ଯେ ଆତ୍ମା ଅବ୍ୟକ୍ତ, ଅଚିନ୍ତ୍ୟ, ଅପରିବର୍ନୀୟ, ଏବଂ ଅଚଳ ବା ସ୍ଥିର ଅଟେ । ଏକଥା ଜାଣି ତୁମେ ଏଶରୀର ପାଇଁ ଦୁଃଖ କରିବା ଉଚିତ ନୁହେଁ । ଏଠାରେ ଅଚିନ୍ତ୍ୟର ଅର୍ଥ ସୂକ୍ଷ୍ମାତିସୂକ୍ଷ୍ମ ଅଥବା ମନ ଦ୍ୱାରା ଅଗ୍ରାହ୍ୟ(ଓଦ୍ଭମକ୍ଟଦ୍ଭମରସଙ୍ଖବଭକ୍ଷର) ତେଣୁ ଆତ୍ମାକୁ ବିନ୍ଦୁ ରୂପ ବୋଲି (ଚକ୍ଟସଦ୍ଭଗ୍ଧ) କୁହାଯାଏ । ବିନ୍ଦୁ ହିଁ ଅଚ୍ଛେଦ୍ୟ, ଅମର ଏବଂ  ଅନିବାଶୀ ଅଟେ । ଏହା ବିଭୁ ବା ସର୍ବବ୍ୟାପକ ନୁହେଁ । ଆତ୍ମାର ଉପସ୍ଥିତି ହେତୁ ସମଗ୍ର ଶରୀରରେ ଚୈତନ୍ୟତା ଥିଲେ ମଧ୍ୟ ଏହା ସମସ୍ତ ଶରୀରରେ ବ୍ୟାପକ ନୁହେଁ । ତେଣୁ ଭଗବାନ କହନ୍ତି, ଯଥା ପ୍ରକାଶୟତ୍ୟେକଃ କୃସ୍ନôଂ ଲୋକମିମଂ ରବିଃ ।                         କ୍ଷେତ୍ରଂ କ୍ଷେତ୍ରୀ ତଥା କୃସôଂ ପ୍ରକାଶୟତି ଭାରତ । (ା ଗୀ ୧୩/୩୩ ।) ଅର୍ଥାତ୍, “ହେ ଅର୍ଜୁନ । ଯେପରି ସୂର୍ଯ୍ୟ ଏକାକୀ ସମଗ୍ର ବ୍ରାହ୍ମଣ୍ଡକୁ ଆଲୋକିତ କରେ, ସେହିପରି ଜୀବାତ୍ମା ମଧ୍ୟ ଏକାକୀ ସମଗ୍ର ଶରୀରକୁ ଚେତନା ଦ୍ୱାରା ଆଲୋକିତ କରେ” । ହଠଯୋଗୀମାନେ ଭୃକୁଟୀରେ “ଆଜ୍ଞାଚକ୍ର”ର ଅବସ୍ଥିତି ସ୍ବୀକାର କରନ୍ତି । ଏଠାରୁ ଆତ୍ମା ସମସ୍ତ କର୍ମେନ୍ଦ୍ରିୟମାନଙ୍କୁ  ଆଜ୍ଞା ବା ଆଦେଶ ପ

ଆତ୍ମା, ଏକ ନା ଅନେକ?

ଆତ୍ମା, ଏକ ନା ଅନେକ? କେତେକ ଲୋକ ବିଶ୍ୱାସ କରନ୍ତି ଯେ ସମଗ୍ର ବିଶ୍ୱରେ ଏକ ମାତ୍ର ଆତ୍ମା ଅଛି । ଏହା ଠିକ କଥା ନୁହେଁ । ପ୍ରତ୍ୟେକ ଶରୀରରେ ଭିନ୍ନ ଭିନ୍ନ ଆତ୍ମା ଥାଏ । ନିଜ କର୍ମଫଳ ଅନୁସାରେ ଆତ୍ମା ସ୍ତ୍ରୀ ବା ପୁରୁଷ, ଧନୀ ବା ଦରିଦ୍ର ହୋଇ ଶରୀର ଧାରଣ କରେ । ଆତ୍ମାର ନିଜ ଅସ୍ତିତ୍ୱ ଅନାଦି, ନିତ୍ୟ ଏବଂ ଅବିନାଶୀ ଅଟେ । ଶରୀର ହିଁ କେବଳ ବିନାଶ ହୁଏ । ଏହି ପରିପ୍ରେକ୍ଷୀରେ ଭଗବାନଙ୍କ ଦ୍ୱାରା କଥିତ ଗୀତାର ନିମ୍ନ ଶ୍ଳୋକ ପ୍ରଣିଧାନ ଯୋଗ୍ୟ । ଅନ୍ତ ବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ ।                   ଅନାଶିନୋଃଽପ୍ରମେୟସ୍ୟ ତସ୍ମାଦ୍ ଯୁଧ୍ୟସ୍ବ ଭାରତ ।   ଗୀ ୨/୧୮ । ଅର୍ଥାତ୍, ଅବିନାଶୀ, ଅକଳନୀୟ, ନିତ୍ୟ ସ୍ବରୂପ ଜୀବାତ୍ମାର , ଭୌତିକ ଶରୀର ବିନାଶଶୀଳ ଅଟେ; ତେଣୁ ହେ ଭତରବଂଶୀ ଅର୍ଜୁନ ଯୁଦ୍ଧ କର । କେହି କେହି କହନ୍ତି ସମୁଦ୍ରର ପାଣି ଫୋଟକା ଯେଭଳି ଉପôନ୍ନ ହୋଇ ପୁଣି ସେଥିରେ ଲୀନ ହୋଇଯାଏ, ସେପରି ଆତ୍ମା ପରମାତ୍ମାଙ୍କଠାରୁ ଉଦ୍ଗମ ହୋଇ ପୁଣି ନିଜର ଅସ୍ତିତ୍ୱକୁ ତାଙ୍କଠାରେ ଲୀନ କରି ଦିଏ । କିନ୍ତୁ ଗୀତା କହେ ଆତ୍ମା ଅଜନ୍ମା, ଅମର, ଅନାଦି ଏବଂ ଅବିନାଶୀ । ଅବିନାଶୀ ତାକୁ  କୁହାଯିବ ଯା’ର କାହାଠାରୁ ଉଦ୍ଗମ, ନିର୍ଗମ ବା ନିଷ୍କାସନ ହୋଇ ନାହିଁ ଏବଂ ସେ କାହାଠାରେ ପ୍ରବିଷ୍ଟ ଅଥବା ଲୀନ ହୋଇ ନିଜର ଅସ୍ତିତ୍ୱ ହରାଇ ବସେ ନାହିଁ । ଗୀତାରେ ଯେଉଁଠାରେ ମଧ୍ୟ ‘ଲୀନ’ ଶବ୍ଦର ପ

ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା(Satta)

ଆତ୍ମା ; ଏକ ସ୍ବତନ୍ତ୍ର ଚୈତନ୍ୟ ସା(Satta) କେତେକ ଶାସ୍ତ୍ର କାରଙ୍କ ମତରେ ଆତ୍ମା ଆମର ଶରୀର ତଥା ସମଗ୍ର ବିଶ୍ୱରେ ବ୍ୟାପକ ଭାବରେ ପରିବ୍ୟାପ୍ତ । ଗୀତାରେ ମଧ୍ୟ କେତେକ ସ୍ଥାନରେ ଆତ୍ମାକୁ ସର୍ବଗତ ଓ ବିଭୁ ବୋଲି କୁହାଯାଇଛି । ଏହି ଦୁଇଟି ଶବ୍ଦକୁ ଆଧାର କରି ମଧ୍ୟ ବ୍ୟାଖ୍ୟାକାରମାନେ ଆତ୍ମାକୁ ସର୍ବବ୍ୟାପକ ଓ ପରମାତ୍ମାଙ୍କଠାରୁ ଅଭିନ୍ନ ବୋଲି ବ୍ୟାଖ୍ୟା କରନ୍ତି । ଗୀତାର ଅଧିକାଂଶ ଶ୍ଳୋକରୁ ଏକଥା ସ୍ପଷ୍ଟ ଜଣା ପଡେ ଯେ ଆତ୍ମା ଏକ ସ୍ବତନ୍ତ୍ର ଚୈତନ୍ୟ ସା ଅଟେ, ସର୍ବବ୍ୟାପକ ନୁହେଁ । ଏସବୁ ଏହା ପରମାତ୍ମାଙ୍କ ବିଚ୍ଛିନାଂଶ ନୁହେଁ । ନିରପେକ୍ଷ ଓ ପୂର୍ବାଗ୍ରହ ରହିତ ହୋଇ ଗୀତା ଅଧ୍ୟୟନ ଦ୍ୱାରା ଆମେ ଏ କଥା ସ୍ପଷ୍ଟ ଜାଣି ପାରିବା । ଦୃଷ୍ଟାନ୍ତ ସ୍ବରୂପ କେତେକ ଶ୍ଲୋକର ଅବତାରଣା ନିମ୍ନରେ କରାଗଲା :- ଶରୀରଂ ଯଦବାପ୍ନୋତି ଯଚ୍ଚପୁ୍ୟତ୍ କ୍ରାମତୀଶ୍ୱରଃ  ଗୃହୀତ୍ୱେତାନି ସଂଯାତି ବାୟୁ ର୍ଗନ୍ଧା ନିବାଶୟାତ୍ ।ା ଗୀ ୧୫/୮ ।ା ଅର୍ଥାତ, ଯେପରି ବାୟୁ ଫୁଲରୁ ସୁଗନ୍ଧି ଗ୍ରହଣ କରି ବୋହି ନିଏ, ସେହିପରି ଦେହର ସ୍ବାମୀ ଜୀବାତ୍ମା ମଧ୍ୟ ପ୍ରଥମେ ଯେଉଁ ଶରୀରକୁ ତ୍ୟାଗ କରେ ସେଥିରୁ ମନ-ବୁଦ୍ଧି- ସଂସ୍କାର ଆଦିକୁ ଗ୍ରହଣ କରି ପୁନଶ୍ଚ ଯେଉଁ ଶରୀରକୁ ପ୍ରାପ୍ତ ହୁଏ ସେଥିରେ ପ୍ରବେଶ କରେ । ଅନ୍ୟ ଅର୍ଥରେ ଜୀବାତ୍ମା ପୂର୍ବ ଜନ୍ମର ସଂସ୍କାର ବହନ କରି ଗୋଟିଏ ଶରୀରରୁ ଆଉ ଗୋଟିଏ ଶରୀରକୁ ଗତି କରେ । ଉତ୍କ୍ରାମନ

ନିଃସ୍ବାର୍ଥ ଓ ନିଃଷ୍କାମ ଭାବରେ ଲୋକ ସଂଗ୍ରହାର୍ଥେ କର୍ମ କରିବା ଉଚିତ

ନିଃସ୍ବାର୍ଥ ଓ ନିଃଷ୍କାମ ଭାବରେ ଲୋକ ସଂଗ୍ରହାର୍ଥେ    କର୍ମ କରିବା ଉଚିତ ଈଶ୍ୱରୀୟ କର୍ମ ଆଧାରରେ କର୍ମ କଲେ ଏହା ବ୍ୟକ୍ତିଗତ ସ୍ବାର୍ଥରେ ଜଡିତ ନଥିବାରୁ ତଥା ଜଗତ୍ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥିବାରୁ ଏଥିରେ ଏକ ଅର୍ନିବଚନୀୟ ଆତ୍ମତୃପ୍ତି ଓ ସନ୍ତୋଷ ଅନୁଭବ ହୁଏ । ଏହାହିଁ ଈଶ୍ୱରୋପଲବ୍ଧିର ·ବି କାଠି । ଏଭଳି ବ୍ୟକ୍ତିଙ୍କର ନିଜ ପାଇଁ କୌଣସି କର୍ମ ଅବଶେଷ ରହେ ନାହିଁ । କାରଣ ସେମାନେ ଈଶ୍ୱରୀୟ ଇଛା ଅନୁସାରେ ତାଙ୍କର (ଈଶ୍ୱରଙ୍କର) ନିମି ଭାବରେ କର୍ମ କରୁଥିବାରୁ ସେଥିରେ ତାଙ୍କର ଆସକ୍ତି ନଥାଏ । କର୍ମ ତାଙ୍କ ପାଇଁ ବନ୍ଧନ ବା ପାପର କାରଣ ହୁଏ ନାହିଁ । ଏହାହିଁ କର୍ମାତୀତ ଅବସ୍ଥା । ଏହି ଅବସ୍ଥା ପ୍ରାପ୍ତ ହେଲେ ମାନବାତ୍ମାର ସକଳ ପ୍ରକାର ଅଭିଳାଷ, ଆସକ୍ତି, ଆକାଂକ୍ଷା ତିରୋହିତ ହୋଇଯାଏ । ସେମାନଙ୍କର ମନ ଏବଂ ବୁଦ୍ଧି, ଦେହ ଓ ଦୈହିକ ସମ୍ବନ୍ଧରୁ ମୁକ୍ତ ଥିବାରୁ ସେମାନେ ସର୍ବଦା ଆତ୍ମାର ସ୍ବଭାବ ସୁଲଭ ଗୁଣ ଶାନ୍ତି, ଆନନ୍ଦ, ପ୍ରେମ, ସୁଖ, ସନ୍ତୋଷ ଆଦିରେ ଭରପୁର ଥାନ୍ତି । ସେମାନେ ଏପରି ଏକ ଉଚ୍ଚତମ ସ୍ଥିତିରେ ସଦା ସର୍ବଦା ଅବସ୍ଥିତ ଥାନ୍ତି ଯେ କର୍ମର ଆଉ ପ୍ରୟୋଜନ ରହେ ନାହିଁ । ଏମାନେ ପ୍ରକୃତରେ ଜୀବନ୍ମୁକ୍ତ ଅଟନ୍ତି । କିନ୍ତୁ ଏହାର ଅର୍ଥ କର୍ମ ବିମୁଖତା ନୁହେଁ । ଏମାନେ କର୍ମ କରୁଥିଲେ ମଧ୍ୟ ସ୍ବତଃ ତାଙ୍କ ଦ୍ୱାରା କର୍ମ ହେଉଥାଏ । କର୍ମାତୀତ ବ୍ୟକ୍ତି ବାହ୍ୟତଃ କୌଣସି କର୍ମ କରୁନଥିଲେ ମଧ୍ୟ

ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱର ପରାୟଣତା-Dr. S. S. Mishra

ସ୍ଥିତପ୍ରଜ୍ଞର ଲକ୍ଷଣ ଓ ଈଶ୍ୱର ପରାୟଣତା ସମତା (ରାଗ-ଦ୍ୱେଷ ରହିତ) ପ୍ରତିଷ୍ଠା ହେଲେ ବୁଦ୍ଧି ଏକ ନିଶ୍ଚୟାତ୍ମିକା ହୁଏ । ବିଷମତା ଦୋଷରେ ଦୂଷିତ ହେଲେ ଏହା ଅନିଶ୍ଚୟାତ୍ମିକା ହୁଏ । ଅନିଶ୍ଚୟାତ୍ମିକା ବୁଦ୍ଧିଯୁକ୍ତ ବ୍ୟକ୍ତିକୁ ଗତପ୍ରଜ୍ଞ ଓ ଏକ ନିଶ୍ଚୟାତ୍ମିକା ବୁଦ୍ଧିଯୁକ୍ତ ବ୍ୟକ୍ତିକୁ ସ୍ଥିତପ୍ରଜ୍ଞ କୁହାଯାଏ । ସ୍ଥିତପ୍ରଜ୍ଞ ବ୍ୟକ୍ତି ଦେହ ଅଭିମାନରୁ ମୁକ୍ତ ହୋଇଥିବା ହେତୁ ସେ କେବଳ ନିଜ ଆତ୍ମାକୁ ହିଁ ଦେଖେ । ସେ ସଦା ସର୍ବଦା ଆତ୍ମିକ ଚିନ୍ତନରେ ଆନନ୍ଦ ବିଭୋର ଥାଏ । ତାଙ୍କ ପାଖରେ କୌଣସି କାମନା ବାସନା ନଥାଏ । ସେ ସମସ୍ତ ପ୍ରକାର ଭୌତିକ ବିଷୟ ବସ୍ତୁରୁ କାମନାକୁ ତ୍ୟାଗ କରିଦିଏ । ଶରୀରାଦି ବାହ୍ୟ ଜ୍ଞାନର ବିସ୍ମୃତିକୁ କେତେକ ସମାଧି ବୋଲି କହନ୍ତି । କିନ୍ତୁ; ପ୍ରକୃତ ସମାଧିର ଲକ୍ଷଣ ହେଉଛି ସମସ୍ତ ଦୈହିକ କାମନା ଓ ମୋହକୁ ତ୍ୟାଗ କରି ନିରନ୍ତର ଆତ୍ମିକ ସ୍ମୃତି ଦ୍ୱାରା ପରମାତ୍ମା ଚିନ୍ତନରେ ନିମଜ୍ଜିତ ରହିବା । କାମନାଯୁକ୍ତ ମନୁଷ୍ୟର ବୁଦ୍ଧି ବିଷମ, ଅନିଶ୍ଚୟାତ୍ମିକା, ଅସ୍ଥିର ଓ ବହୁପ୍ରକାର ହୋଇଥାଏ । ମନରୁ କାମନାର ଉପôି ହୁଏ । ଏହା ମନୁଷ୍ୟାତ୍ମାର ଜ୍ଞାନ ଆବୃତ କରିଦିଏ । ଏହାହିଁ ମୋହର କାରଣ (ଗୀ ୩/୪ଠ) । କାମକୁ ଜ୍ଞାନୀମାନଙ୍କର ନିତ୍ୟ ଶତ୍ରୁ କୁହାଯାଏ (ଗୀ-୩/୩୯) । କାମନା କୌଣସି ଉପାୟରେ ମଧ୍ୟ ସନ୍ତୁଷ୍ଟ, ତୃପ୍ତ ଓ ବଶୀଭୂତ ହୁଏ ନାହିଁ । ତେଣୁ ଅନଳ ସହିତ ତୁଳନା କରାଯାଇ ଏହାକୁ ନିତ୍

ଶରୀର ଅନିତ୍ୟ; ଶୋକ ଅନୁଚିତ--Dr. Sudhanshu . Sekhar .Mishra

ଶରୀର ଅନିତ୍ୟ; ଶୋକ ଅନୁଚିତ ଭୌତିକବାଦୀ ବିଦ୍ୱାନମାନେ ଶରୀରକୁହିଁ ସର୍ବସ୍ବ ମାନନ୍ତି । ସେମାନଙ୍କ ମତରେ  ଶରୀର ବିନାଶ ହୋଇଗଲା ପରେ ଆଉ ଫେରି ଆସେ ନାହିଁ । ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ । ତେଣୁ ସେମାନେ ଆତ୍ମାର ଅସ୍ତିତ୍ୱକୁ ସ୍ବୀକାର କରନ୍ତି ନାହିଁ । ଅନ୍ୟ ଏକ ଗୋଷ୍ଠୀର ବିଦ୍ୱାନ ଆତ୍ମା ଓ ଶରୀରକୁ ଏକ ଓ ଅଭିନ୍ନ ମନେ କରନ୍ତି । ସେମାନଙ୍କ ମତରେ ଡିମ୍ବାଣୁ ଓ ଶୁକ୍ରାଣୁର ମିଶ୍ରଣରେ ହେଉଥିବା ଏକପ୍ରକାର ଜୈବ-ରାସାୟନିକ ପ୍ରକ୍ରିୟାରୁ ଶରୀର ସୃଷ୍ଟି ହୋଇଛି । ଏହି ପ୍ରକ୍ରିୟା ଶରୀର ମଧ୍ୟରେ ନିରନ୍ତର ·ଲିଥାଏ । ଏହାଦ୍ୱାରା ଶରୀର ବୃଦ୍ଧି ହୁଏ । ଶରୀର ମଧ୍ୟରେ ନିରନ୍ତର ହେଉଥିବା ରାସାୟନିକ କ୍ରିୟା-ପ୍ରତିକ୍ରିୟା ହେତୁ ଏକପ୍ରକାର ଶକ୍ତି ଉପôନ୍ନ ହୁଏ । ଏହାକୁ ଜୀବନୀ ଶକ୍ତି କୁହାଯାଏ । ଏହାଦ୍ୱାରା ଶରୀର ବିଭିନ୍ନ ପ୍ରକାର କାର୍ଯ୍ୟ ନିର୍ବାହ କରିବା ପାଇଁ ସକ୍ଷମ ହୁଏ । କୌଣସି କାରଣରୁ ଶରୀର ମଧ୍ୟରେ ହେଉଥିବା ରାସାୟନିକ କ୍ରିୟା-ପ୍ରତିକ୍ରିୟା ବ୍ୟାହତ ହେଲେ ଏହାର ମୃତୁ୍ୟ ଘଟେ । ଜୀବନୀ ଶକ୍ତି ଦ୍ୱାରା ବ୍ୟକ୍ତି କାର୍ଯ୍ୟକ୍ଷମ ହେଉଥିବାରୁ ଏହାକୁ ଆତ୍ମା କୁହାଯାଏ । ଶରୀରର ମୃତୁ୍ୟ ସହିତ ଏହା ମଧ୍ୟ ନଷ୍ଟ ହୋଇଯାଏ । ଯଦି ଏହି ଅବାସ୍ତବ ମତବାଦଗୁଡିକୁ ସତ୍ୟ ବୋଲି ସ୍ବୀକାର କରାଯାଏ; ତେବେ ମଧ୍ୟ ଶରୀର ବା ଆତ୍ମା ପାଇଁ ଶୋକ କରିବା ଅନୁଚିତ । ପ୍ରାକୃତିକ ନିୟମ ଅନୁସାରେ ପ୍ରତ୍ୟେକ ସଜୀବର ଉପôି

ବ୍ରାହ୍ମୀ ସ୍ଥିତି---Dr. S.S. mishra

ବ୍ରାହ୍ମୀ ସ୍ଥିତି ବିହାୟ କାମାନ୍ ଯଃ ସର୍ବାନ୍ ପୁମାଂଶ୍ଚରତି ନିଃସ୍ପୃହ । ନିର୍ମ୍ମମୋ ନିରହଂକାରଃ ସଶାନ୍ତି ମଧିଗଚ୍ଛତି । ଏଷା ବ୍ରାହ୍ମୀସ୍ଥିତିଃ ପାର୍ଥ! ନୈନାଂ ପ୍ରାପ୍ତ ବିମୁହ୍ୟତି । ସ୍ଥିତ୍ୱା ସ୍ୟାମନନ୍ତତକାଳେଽପି ବ୍ରହ୍ମନିର୍ବାଣମୃଚ୍ଛତି । ଅର୍ଥ;-ଯେଉଁ ପୁରୁଷ ସକଳ କାମନା ତ୍ୟାଗ କରି ନିଷ୍କାମ ଭାବରେ ନିର୍ମୋହ ଓ ନିରହଂକାରୀ ଜୀବନ ଯାପନ କରେ ସେ ଶାନ୍ତି ପ୍ରାପ୍ତ ହୁଏ । ଏହାହିଁ ସର୍ବୋଚ୍ଚ ସ୍ଥିତି ବା ବ୍ରହ୍ମୀ ସ୍ଥିତି । ଏହା ପ୍ରାପ୍ତ ହେଲେ କେହି ମୁହ୍ୟମାନ ହୁଏ ନାହଁ ଅର୍ଥାତ ସେ ସଂସାରର ଆପାତ ଦୃଶ୍ୟ ସୁଖ ଦୁଃଖରେ ବିମୂଢ ହୋଇ ବିଚଳିତ ହୁଏ ନାହିଁ । ଜୀବନର ଶେଷ ମୁହୂର୍ରେ ମଧ୍ୟ ଏହି ଅବସ୍ଥାରେ ସ୍ଥିତ ହୋଇ ପରମାତ୍ମାଙ୍କ ନିବାସ ସ୍ଥଳୀ ନିର୍ବାଣ ବ୍ରହ୍ମଲୋକକୁ ପ୍ରୟାଣ କରେ ।ା ଗୀ ୨/୭୧-୭୨ାା ବ୍ରହ୍ମୀସ୍ଥିତି ଅର୍ଥାତ ଦେହାତୀତ ଅବସ୍ଥା । ଏହି ସ୍ଥିତିରେ ମନ ଓ ବୁଦ୍ଧି ଶରୀର ଓ ସଂସାର ସହିତ ସମସ୍ତ ସମ୍ବନ୍ଧ ଛିନ୍ନ କରି ବ୍ର୍ରହ୍ମଲୋକ ନିବାସୀ ପରମାତ୍ମାଙ୍କଠାରେ ସ୍ଥିର ରହେ । ଏହାକୁ ଜୀବନ୍ମକ୍ତ ଅବସ୍ଥା ମଧ୍ୟ କୁହାଯାଏ । ପରମାତ୍ମା ବ୍ରହ୍ମଠାରୁ ପୃଥକ ଏକ ସର୍ବଶକ୍ତିମାନ ପରମ ସା ଅଟନ୍ତି । ବ୍ରହ୍ମହେଉଛି ଏକ ସୂକ୍ଷ୍ମ ପ୍ରକାଶତ୍ୱ ଏବଂ ଏହା ତାଙ୍କର ନିବାସ ସ୍ଥଳୀ । ସେ ତ୍ୱଠାରୁ ଉଦ୍ଧ୍ୱର୍ରେ । ତେଣୁ ତାଙ୍କୁ ପରପ୍ରହ୍ମ ପରମେଶ୍ୱର କୁହାଯାଏ ।  ମହାବିନାଶ ପରେ ସମସ୍ତ ଆତ୍ମା ବ୍ରହ୍ମ

ଇନ୍ଦି୍ରୟମାନଙ୍କ ବଶୀଭୂତ ନ ହୋଇ ସ୍ବଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର---- ଡାକ୍ତର ସୁଧାଂଶୁ ଶେଖର ମିଶ୍ର

ଇନ୍ଦି୍ରୟମାନଙ୍କ (INDRIYAMANANKA)ବଶୀଭୂତ ନ ହୋଇ ସ୍ବଧର୍ମାନୁସାରେ କର୍ମ କରିବା ଶ୍ରେୟସ୍କର                                                                                                                        ଡାକ୍ତର ସୁଧାଂଶୁ ଶେଖର ମିଶ୍ର ହଠ ଦ୍ୱାରା ବଳପୂର୍ବକ ଇନ୍ଦି୍ରୟମାନଙ୍କୁ ଦମନ କରାଯାଏ । କିନ୍ତୁ ଏହାଦ୍ୱାରା ବିଶେଷ କିଛି ଲାଭ ମିଳେ ନାହିଁ । କାରଣ ପୂର୍ବ ଜନ୍ମର କର୍ମ ଅନୁସାରେ ମନୁଷ୍ୟର ସଂସ୍କାର ନିର୍ଦ୍ଧାରିତ ହୋଇଥାଏ । ତେଣୁ ସେ ଯେଉଁପରି ସଂସ୍କାର ନେଇ ଜନ୍ମଗ୍ରହଣ କରିଥାଏ ସେହି ଅନୁସାରେ କର୍ମରେ ପ୍ରବୃ ହୁଏ । ଏହାକୁ ବଳ ପୂର୍ବକ ଦମନ କଲେ ଏହା ପରିବର୍ନ ହେବା ପରିବେର୍ ମନରେ ବିକ୍ଷେପ ସୃଷ୍ଟି କରିବ । ତେଣୁ ଈଶ୍ୱରୀୟ ଜ୍ଞାନ ଅନୁସରଣରେ କର୍ବ୍ୟ ଅକର୍ବ୍ୟର ବିବେଚନା କରି କଲ୍ୟାଣ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅବଗୁଣ ମୂହକୁ ଦୃଢ଼ ସଂକଳ୍ପ ଦ୍ୱାରା ତ୍ୟାଗ କରିବା ଉଚିତ । ଏହା ବ୍ୟତୀତ ଆମ ମଧ୍ୟରେ ଥିବା ଭଲ ଗୁଣଗୁଡ଼ିକୁ ମଧ୍ୟ ବିକାଶ କରିବାକୁ ହେବ । ଏଥିପାଇଁ ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ମନକୁ ଯୁକ୍ତ ରଖିବା ଦରକାର । ଆତ୍ମାର ମୂଳ ସ୍ବଭାବ ହେଲା ଶାନ୍ତି, ପବିତ୍ରତା, ଆନନ୍ଦ, ପ୍ରେମ ଇତ୍ୟାଦି । ତେଣୁ ଶରୀରଠାରୁ ଆତ୍ମାର ସମ୍ବନ୍ଧକୁ ଅସ୍ବୀକାର କଲେ ଅର୍ଥାତ ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କଲେ ଇନ୍ଦି୍ରୟମାନଙ୍କ ସ୍ବ ସ୍ବ ବିଷୟର

ସୁଖ ଓ ଦୁଃଖ : ଇନ୍ଦି୍ରୟ (Indriya)ସହିତ ବିଷୟ ସଂଯୋଗର ପରିଣାମ---Dr S S Mishra

    ସୁଖ ଓ ଦୁଃଖ :  ଇନ୍ଦି୍ରୟ (Indriya)ସହିତ ବିଷୟ ସଂଯୋଗର  ପରିଣାମ ମାତ୍ର ସ୍ପର୍ଶସ୍ତେୁ କୌନ୍ତେୟ ଶୀତୋଣ୍ଣ ସୁଖ ଦୁଃଖଦାଃ ।                               ଆଗମା ପାୟିନୋଽ ନିତ୍ୟାସ୍ତାଂ ସ୍ତିତିକ୍ଷସ୍ବଭାରତ ।ା ଗୀ ୨/୧୪ ।ା ଅର୍ଥ: ଇନ୍ଦି୍ରୟ ସହିତ ବିଷୟର ସଂସ୍ପର୍ଶହିଁ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ ପ୍ରଦାନ କରେ । କିନ୍ତୁ ସେହି ସମ୍ବନ୍ଧର ସମୟାନୁସାରେ ଉପôି ଓ ବିନାଶ ହୁଏ; ତେଣୁ ସେମାନେ ଅନିତ୍ୱ ଅଟନ୍ତି । ସେ ସବୁକୁ ସହ୍ୟ କର ।          ଆତ୍ମା, ଶରୀସ୍ଥ ଇନ୍ଦି୍ରୟମାନଙ୍କ ମାଧ୍ୟମରେ ସୁଖ ଓ ଦୁଃଖ ଅନୁଭବ କରେ । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଆଦି ବିଷୟମାନଙ୍କ ସହିତ ଅନ୍ତଃକରଣ ଓ ଇନ୍ଦି୍ରୟମାନଙ୍କର ଯେଉଁ ସମ୍ବନ୍ଧ ରହିଛି ତାକୁ ଏଠାରେ ‘ମାତ୍ରାସ୍ପର୍ଶାଃ’ ପଦ ଦ୍ୱାରା ବ୍ୟକ୍ତ କରାଯାଇଛି। ଏହା ଶୀତ-ଉଷ୍ଣ, ସୁଖ-ଦୁଃଖ, ରାଗ-ଦ୍ୱେଷ, ହର୍ଷ-ଶୋକ, ଅନୁକୂଳତା-ପ୍ରତିକୂଳତା, ଜୟ-ପରାଜୟ, ମାନ-ଅପମାନ ଆଦି ଦ୍ୱନ୍ଦାତ୍ମକ ଭାବ ସମୂହ ଉପôନ୍ନ କରେ । ବ୍ୟକ୍ତି ଯେତେବେଳେ ନିଜକୁ ଦେହ ଭାବେ ସେତେବେଳେ ସେ ଏହିପରି ଦ୍ୱନ୍ଦ ମଧ୍ୟରେ ବ୍ୟତିବ୍ୟସ୍ତ ହୋଇ ପଡେ । ଶରୀର ଅନିତ୍ୟ ହୋଇଥିବାରୁ ଏହା ସହିତ ସମ୍ବନ୍ଧିତ ବିଷୟ ଓ ବସ୍ତୁ ମଧ୍ୟ ସମଭାବପନ୍ନ ଅଟେ । ଦେହାଭିମାନ ତ୍ୟାଗ କରି ଆତ୍ମିକ ସ୍ମୃତିରେ ସ୍ଥିତ ରହିଲେ ବ୍ୟକ୍ତି ଏହି ପରିବର୍ନଶୀଳ ଉପଲବ୍ଧଗୁଡିକର ପ୍ରଭାବରୁ ନିଜକୁ ମୁକ୍ତ କରି ପାରିବ

ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମହିଁ ଯୋଗ----Dr S. S. Mishra

ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମହିଁ ଯୋଗ ଯୋଗର ମୁଖ୍ୟ ଉଦ୍ଧେଶ୍ୟ ହେଲା ଦେହ ଅଭିମାନରୁ ମୁକ୍ତ ହୋଇ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରିବା । ଭଗବତ୍ ପ୍ରାପ୍ତି ପାଇଁ କର୍ମ ପ୍ରତିବନ୍ଧକ ହୁଏ ନାହିଁ । ଯେଉଁମାନେ ପରମାତ୍ମା ସହିତ ଯୋଗ ଯୁକ୍ତ ହୋଇ ଫଳପ୍ରାପ୍ତି ଆଶନ ରଖି କର୍ମ କରନ୍ତି ସେମାନେ ମାନବ ଜୀବନରେ ସମସ୍ତ ସୁଖ ଦୁଃଖକୁ ଅତିକ୍ରମ କରି ପରମ ଲକ୍ଷ୍ୟ ପ୍ରାପ୍ତ ହୁଅନ୍ତି । ପ୍ରାଚୀନ ଶାସ୍ତ୍ର ବଚନର ଅର୍ଥକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ହୁଏ । ସେମାନେ ପରସ୍ପର ବିପରୀତ ସିଦ୍ଧାନ୍ତରେ ଉପନୀତ ହୁଅନ୍ତି । ଏହାଦ୍ୱାରା ମଣିଷର ବୁଦ୍ଧି ବିଭ୍ରାନ୍ତ ହୋଇ ଉଠେ । କିନ୍ତୁ ସେ ଯେତେବେଳେ ଶ୍ରୁତ କିମ୍ବା ଅଶ୍ରୁତ ସମସ୍ତ ଶାସ୍ତ୍ର ପରିତ୍ୟାଗ କରି ପରମାତ୍ମା ସ୍ମୃତିରେ ନିଷ୍କାମ  ଭାବେର କର୍ବ୍ୟ କର୍ମ କରି ·ଲେ ସେତେବେଳେ ସେ ନିଜେ ନଜ ଅନୁଭବରୁ ପ୍ରାପ୍ତ ଉପଲବ୍ଧି ଦ୍ୱାରାହିଁ ସତ୍ୟ ଅସତ୍ୟର ବିଭେଦ ନିର୍ଣ୍ଣୟ କରିବାକୁ ସମର୍ଥ ହୁଏ । ଜ୍ଞାନୀ ପାଇଁ ବେଦର ଆବଶ୍ୟକତା ନାହିଁ । କାରଣ ବେଦ, ଉପନିଷଦ ଶାସ୍ତ୍ରାଦିର ପରସ୍ପର ବିରୋଧି ଶ୍ଳୋକ, ଭାଷାଟୀକା ଦ୍ୱାରା ମଣିଷର ବୁଦ୍ଧିରେ ବିକ୍ଷେପ ସୃଷ୍ଟି ହୁଏ ଏବଂ ତଦ୍ୱାରା ତା’ର ପୁରୁଷାର୍ଥ ବାଧାପ୍ରାପ୍ତ ହୁଏ । କିନ୍ତୁ ସେ ଯେତେବେଳେ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଏ ସେତେବେଳେ ତାକୁ ସମସ୍ତ ଈଶ୍ୱରୀୟ ବିଭୂତି ପ୍ରାପ୍ତ ହୁଏ । ମାୟାବଦୀ କର୍ମ ସନ୍ୟ

ନିଷ୍କାମ କର୍ମଯୋଗୀ ଓ ଆତ୍ମ ପରାୟଣ ହୁଅ--Dr sudhanshu sekhar mishra

ନିଷ୍କାମ କର୍ମଯୋଗୀ ଓ ଆତ୍ମ ପରାୟଣ ହୁଅ    ସ୍ୱ(Sattwa), ରଜ ଓ ତମ- ଏହି ତିନୋଟି ମୁଖ୍ୟ ଉପାଦାନ ବା ଗୁଣକୁ ନେଇ ପ୍ରକୃତିର ସୃଷ୍ଟି । ଏହି ତିନିଗୁଣହିଁ ଜୀବାତ୍ମାକୁ ଶରୀର ଓ ସଂସାର ମଧ୍ୟରେ ବାନ୍ଧି ରଖେ ।           ସ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତି ସମ୍ଭବାଃ । ନିବଧ୍ନନ୍ତି ମହାବାହୋ ଦେହେ ଦେହିନମ୍ ବ୍ୟୟମ”ାା ଗୀ ୧୪/୫ ।ା ଗୀତାରେ ପରମାତ୍ମା ତ୍ରିଗୁଣାତୀତ ହେବାକୁ ନିର୍ଦ୍ଧେଶ ଦେଇଛନ୍ତି । କାରଣ ଗୁଣମାନଙ୍କ ଅଧିନରେ ଥିବା ପର୍ଯ୍ୟନ୍ତ ମନୁଷ୍ୟ ଶରୀର ଓ ସଂସାରର ବନ୍ଧନରୁ  ମୁକ୍ତ ।ା ଗୀ ୧୪/୫ ।ା ଗୀତାରେ ପରମାତ୍ମା ତ୍ରିଗୁଣାତୀତ ହେବାକୁ ନିର୍ଦ୍ଧେଶ ଦେଇଛନ୍ତି । କାରଣ ଗୁଣମାନଙ୍କ ଅଧିନରେ ଥିବା ପର୍ଯ୍ୟନ୍ତ ମନୁଷ୍ୟ ଶରୀର ଓ ସଂସାରର ବନ୍ଧନରୁ ମୁକ୍ତ ହୋଇପାରେ ନାହିଁ । ସ୍ୱଗୁଣ ମନୁଷ୍ୟକୁ ଶାସ୍ତ୍ରାଦି ଜ୍ଞାନ ଓ ସା୍ୱିକ ସୁଖ ଭୋଗ ପାଇଁ ପ୍ରେରିତ କରେ । ରଜଗୁଣ ସାଂସାରିକ ସୁଖ ଭୋଗର କାମନା ଉପôନ୍ନ କରେ । ତମଗୁଣର ବଶବର୍ୀ ବ୍ୟକ୍ତି ଅଜ୍ଞାନ ଅନ୍ଧକାରରେ ପଥ ହୁଡି ଧର୍ମ ଭ୍ରଷ୍ଟ ଓ କର୍ମ ଭ୍ରଷ୍ଟ ହୁଏ । ସ୍ୱଗୁଣ ମନୁଷ୍ୟକୁ ସୁଖରେ; ରଜଗୁଣ କର୍ମଫଳରେ; ଓ ତମୋଗୁଣ ପ୍ରମାଦରେ ବାନ୍ଧେ । ସ୍ୱଂ ସୁଖେ ସଞ୍ଜୟତି ରଜଃ କର୍ମଣି ଭାରତ । ଜ୍ଞାନମାବୃତ୍ୟତୁ  ତମଃ ପ୍ରମାଦେ ସଞ୍ଜୟତୁ୍ୟତ ।ା ଗୀ୧୪/୯ାା ତିନିଗୁଣର କାର୍ଯ୍ୟ ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତ ପାଇଁ ବେଦ ନାନାପ୍ରକାର ଯାଗ, ଯଜ୍ଞ, ତପସ୍

ବିଷୟ ଚିନ୍ତନ; ଅଧୋଃପତନର କାରଣ--- ଡାକ୍ତର ସୁଧାଂଶୁ ଶେଖର, ମିଶ୍ର,

ବିଷୟ ଚିନ୍ତନ; ଅଧୋଃପତନର କାରଣ ଡାକ୍ତର ସୁଧାଂଶୁ ଶେଖର, ମିଶ୍ର,               ସଂସାର ସହିତ ସମ୍ବନ୍ଧ ସ୍ଥାପନ ଦ୍ୱାରା ମନରେ ବିଷୟ ଭୋଗର ଚିନ୍ତନ ଆସେ । ଏହି ଚିନ୍ତନ କ୍ରମ ଅବ୍ୟାହତ ରହିଲେ ସେହି ବିଷୟମାନଙ୍କ ପ୍ରତି ଆସକ୍ତି ଉପôନ୍ନ ହୁଏ । ଜନ୍ମ ଜନ୍ମାନ୍ତାର ବିଷୟ ଭୋଗ ଜନିତ ତାକôାଳିକ ସୁଖର ଅନୁଭବ ଆତ୍ମାରେ ସିତ ହୋଇଥାଏ । ସେ ସବୁର ଚିନ୍ତିନ ଦ୍ୱାରା ସେଗୁଡିକ ଜାଗ୍ରତ ହୋଇ ଭୋଗ ପାଇଁ ପ୍ରେରିତ କରନ୍ତି । କୌଣସି ସୁସ୍ବାଦୁ ମନ ପସନ୍ଦଖାଦ୍ୟ ପଦାର୍ଥର ପ୍ରସଙ୍ଗ ଉଠିଲେ ବା ଚିନ୍ତନ କଲେ ତାହା ଖାଇବାକୁ ଇଚ୍ଛା ହୁଏ । ଏହି ଇଚ୍ଛା ବଳବତୀ ହେଲେ ସଂପୃକ୍ତ ଖାଦ୍ୟ ପଦାର୍ଥ ସଂଗ୍ରହ ଓ ଭୋଜନ ପାଇଁ ମନୁଷ୍ୟ ପ୍ରବୃ ହୁଏ । ଖାଦ୍ୟ ପ୍ରତି ଆକର୍ଷଣ ହେଉଛି ଆସକ୍ତି ଓ ଏହାର ଚରମ ପର୍ଯ୍ୟାୟ ହେଉଛି କାମନା। କାମନା ପୂରଣ ହେଲେ କାମ୍ୟ ବିଷୟ ସହିତ ସମ୍ବନ୍ଧ ଦୃଢ ହୁଏ ଓ ଏହା ପୂିର୍ ନ ହେଲେ କ୍ରୋଧ ଉପôନ୍ନ ହୁଏ । କ୍ରୋଧ ମନୁଷ୍ୟର ବିବେକ ଶକ୍ତି ବା ହିତାହିତ ଜ୍ଞାନକୁ ନଷ୍ଟ କରିଦିଏ । ଏହାର ବଶୀଭୂତ ମନୁଷ୍ୟ ଉନ୍ମ ହୋଇ ଉଠେ । କ୍ରୋଧୀ ବ୍ୟକ୍ତିର ·ଲିଚଳନ, ଆ·ର ବ୍ୟବହାର, କଥାବାର୍ା, ଭାବଉଙ୍ଗୀ, ଦୃଷ୍ଟି-ବୃି, ଆଦି ଅସ୍ବାଭାବିକ ମନେ ହୁଏ । କ୍ରୋଧ ହିଂସାର ଜନକ । ହିଂସାପରାୟଣ ବ୍ୟକ୍ତି ଯେ କୌଣସି କ୍ରୁର କର୍ମ କରିବାକୁ ପଛାଏ ନାହିଁ । ଏହି ମୂଢତାର ମୂଳ ହେଉଛି କ୍ରୋଧ । ମୂଢତା ହେଉଛି ତମୋଗୁଣୀ ପ୍ରବୃି ।