(୨)ଶ୍ରୀକୃଷ୍ଣଙ୍କ ଅଲୌକିକ ଜନ୍ମ ଓ ଜୀବନ
 🌻🌻🌻🌻🌻🌻🌻🌻🌻  *ଭାରତୀୟ ପର୍ବ ପର୍ବାଣୀ (୨)*  🌸🌸🌸🌸🌸🌸🌸🌸🌸  *ଶ୍ରୀକୃଷ୍ଣଙ୍କ ଅଲୌକିକ ଜନ୍ମ ଓ ଜୀବନ*  🌹🌹🌹🌹🌹🌹🌹🌹🌹       *(ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ଦ୍ବାରା ପ୍ରଦତ୍ତ ଈଶ୍ୱରୀୟ ଜ୍ଞାନ ଆଧାରରେ ପ୍ରସ୍ତୁତ)*  🌺🌺🌺🌺🌺🌺🌺🌺🌺  *ଡ଼ାକ୍ତର ସୁଧାଂଶୁ ଶେଖର ମିଶ୍ର, ପାଟଣାଗଡ*  🌹🌹🌹🌹🌹🌹🌹🌹🌹                 ସମ୍ପ୍ରତି ବିଭିନ୍ନ ରାଜନେତା, ଧାର୍ମିକନେତା ବା ମହାପୁରୁଷମାନଙ୍କ ଜନ୍ମଦିନ ବଡ ଧୂମଧାମରେ ପାଳନ କରାଯାଉଛି  । ସେମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀ, ବିବେକାନନ୍ଦ,ବାଲଗଙ୍ଗାଧର ତିଳକ, ନେତାଜୀ ସୁବାଷଚନ୍ଦ୍ର ବୋଷ, ସନ୍ଥ ତୁଲସୀ ଦାସ,କବୀର,ଦୟାନନ୍ଦ ସରସ୍ୱତୀ,ବର୍ଦ୍ଧମାନ ମହାବୀର,ଗୌତମ ବୁଦ୍ଧ ଆଦି ପ୍ରମୁଖ । ଏମାନଙ୍କ ମଧ୍ୟରୁ କେତେକ ଧର୍ମ କ୍ଷେତ୍ରରେ ଓ ଅନ୍ୟ କେତେକ ରାଜନୀତି କ୍ଷେତ୍ରରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇଥିଲେ । ତେଣୁ ସେମାନଙ୍କ ଜନ୍ମଦିନ ଅବସରରେ  ସମାଜ ପାଇଁ ଥିବା ସୋମାନଙ୍କର ଅବଦାନ ବିଷୟରେ ଲୋକେ ସ୍ମୃତିଚାରଣ କରନ୍ତି । ଏମାନଙ୍କ ମଧ୍ୟରୁ କେହି ହେଲେ ମଧ୍ୟ ଉଭୟ ରାଜନୀତି ଓ ଧର୍ମ କ୍ଷେତ୍ରରେ ସମାନ ଭାବରେ ପ୍ରଭୁତ୍ୱ ବିସ୍ତାର  କରିପା...