ଆପଣ ରୋଗର ଶିକାର ହେଉ ନାହାନ୍ତି ତ?----ଡାକ୍ତର ପୁରୁଷୋମ ପାତଞ୍ଜଳି
 ଆପଣ ରୋଗର ଶିକାର ହେଉ ନାହାନ୍ତି ତ? ଡାକ୍ତର ପୁପୁରୁଷୋତ୍ତମ ପାତଞ୍ଜଳି 	 ଆମ ଦୈନିକ ଜୀବନରେ ପ୍ରାୟ ଏପରି କେତେକ ଅବସର ଆସେ ଯାହାକୁ ଆମେ ସାଧାରଣ ମନେ କରି ଘାତକ ବସ୍ତୁର ଉପଯୋଗ କରୁ; କିନ୍ତୁ ସେଗୁଡିକର ଦୁଷ୍ପରିଣାମ ଯେତେବେଳେ ସମ୍ମୁଖକୁ ଆସେ ସେତେବେଳେ ଆମେ ଚମକି ପଡୁ । ଏ ସାଧାରଣ ବସ୍ତୁ ଓ ଏହାର ପ୍ରୟୋଗ ଆମେ ସହଜ ଭାବରେ କରୁ; କିନ୍ତୁ ଆମେ କେବେ ହେଲେ ସେଗୁଡିକର ଦୁରଗାମୀ କୁପରିଣାମ କଥା କଳ୍ପନା କରୁ ନାହିଁ । ଏ ଛୋଟ ଅସାବଧାନତା ଶାରୀରିକ ସ୍ବାସ୍ଥ୍ୟ  ନିମନ୍ତେ କେବେ କେବେ ବିପଦ ସୃଷ୍ଟି କରେ, ଏ ଭୁଲ ମଧ୍ୟ ଭୁଲରେ ରୋଗକୁ ଲାଳନ ପାଳନ କରେ । ଏଣୁ ଆମେ ଛୋଟ ମନେ କରୁଥିବା ବିଷୟଗୁଡିକ ପ୍ରତି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।  ଅନ୍ୟର ରେଜରରେ ଦାଢି କାଟିବା 	 କେବେ କେବେ ଲୋକେ ଆଳସ୍ୟ ବଶତଃ ଅନ୍ୟର ରେଜରରେ ଦାଢି କାଟନ୍ତି । ଏ ଅସାବଧାନତା ଏତେ ଛୋଟ ଯେ, ଲୋକ ଏହାକୁ ରୋଗର କାରଣ ମାନିବାକୁ ମୋଟେ ପ୍ରସ୍ତୁତ ନୁହନ୍ତି;  କିନ୍ତୁ  ଏକଥା ଠିକ ଅନ୍ୟର ରେଜରରେ ଦାଢି କାଟିବା ଦ୍ୱାରା ସେ ବ୍ୟକ୍ତି ବିଶେଷଙ୍କର ରୋଗ ଜୀବାଣୁ  କାଳାନ୍ତରରେ ନିଜର ପ୍ରଭାବ ବିସ୍ତାର କରନ୍ତି । ଭୋଜନାଳୟରେ ନାପକିନରେ ମୁହଁ ହାତ ପୋଛିବା 	 ଲୋକେ ପ୍ରାୟ ଭୋଜନାଳୟରେ ନାପକିନରେ ହାତ ମୁହଁ ପୋଛି  ନିଅନ୍ତି; କିନ୍ତୁ ଏ ପଦ୍ଧତି ରୋଗକୁ ସହଜରେ ନିମନ୍ତ୍ରଣ ଦିଏ ।  ଭୋଜନାଳୟରେ ସମସ୍ତେ ନ...